The India-Japan Special Strategic and Global Partnership is based on our shared democratic values, and respect for the rule of law in the international arena: PM Modi
We had a fruitful discussion on the importance of reliable supply chains in semiconductor and other critical technologies: PM Modi after talks with Japanese PM

ମହାମହିମ ପ୍ରଧାନମନ୍ତ୍ରୀ, କିଶିଦା 

ଉଭୟ ଦେଶର ପ୍ରତିନିଧିଗଣ 

ଗଣମାଧ୍ୟମ ବନ୍ଧୁଗଣ,

ନମସ୍କାର !

ପ୍ରଥମେ ମୁଁ ପ୍ରଧାନମନ୍ତ୍ରୀ କିଶିଦା ଓ ତାଙ୍କ ସହ ଭାରତକୁ ଆସିଥିବା ପ୍ରତିନିଧିଗଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ଗତବର୍ଷକ ମଧ୍ୟରେ ପ୍ରଧାନମନ୍ତ୍ରୀ କିଶିଦା ଓ ମୁଁ ଅନେକ ଥର ଭେଟାଭେଟି ହୋଇଛୁ । ଆଉ ପ୍ରତିଥର ତାଙ୍କର ଭାରତ-ଜାପାନ ସମ୍ପର୍କରେ ଅଙ୍ଗୀକାରବଦ୍ଧତା ଓ ସକାରାତ୍ମକ ମନୋଭାବ ଥିବା ମୁଁ ଅନୁଭବ କରିଛି । ସେ ଦୃଷ୍ଟିରୁ ତାଙ୍କର ଆଜିର ଗସ୍ତ ଆମ ସହଯୋଗକୁ ଅଧିକ ଗତି ଦେବାରେ ଖୁବ୍ ଉପାଦେୟ ହେବ । 

ବନ୍ଧୁଗଣ, 

ଅନ୍ୟ ଏକ କାରଣ ନିମନ୍ତେ ମଧ୍ୟ ଆମର ଆଜିର ସାକ୍ଷାତ କିଛିଟା ସ୍ୱତନ୍ତ୍ର । ଚଳିତବର୍ଷ ଭାରତ ଜି-୨୦ରେ ଅଧ୍ୟକ୍ଷତା କରୁଥିବା ବେଳେ, ଜାପାନ ଜି-୭ର ଅଧ୍ୟକ୍ଷତା କରୁଛି । ସେ ଦୃଷ୍ଟିରୁ ଏ ହେଉଛି ପ୍ରକୃତ ସୁଯୋଗ ଯେତେବେଳେ ଆମେ ନିଜସ୍ୱ ସ୍ୱାର୍ଥ ଓ ମୁଖ୍ୟ ସମସ୍ୟା ପ୍ରତି ଅଗ୍ରାଧିକାର ଦେବା । ଭାରତର ଜି-୨୦ ଅଧ୍ୟକ୍ଷତା ଅଗ୍ରାଧିକାର ବିଷୟ ଗୁଡିକ ସମ୍ପର୍କରେ ଆଜି ମୁଁ ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ବୁଝାଇ ଦେଇଛି । ଆମ ଜି-୨୦ ଅଧ୍ୟକ୍ଷତାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ଦକ୍ଷିଣ ଗୋଲାର୍ଦ୍ଧର ପ୍ରାଥମିକତା । ସମସ୍ତଙ୍କୁ ସାଙ୍ଗରେ ଧରି ଚାଲିବା ତଥା “ବସୁଧୈବ କୁଟୁମ୍ବକମ୍‌”ର ସଂସ୍କୃତିରେ ଆମେ ବିଶ୍ୱାସ କରୁଥିବାରୁ ଆମେ ଏହି ପଦକ୍ଷେପ ନେଇଛୁ । 

ବନ୍ଧୁଗଣ, 

ଭାରତ-ଜାପାନ ସ୍ୱତନ୍ତ୍ର ରଣନୀତିକ ଓ ବୈଶ୍ୱିକ ବନ୍ଧୁତ୍ୱ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଭାଗିଦାରିତା ଓ ଆନ୍ତର୍ଜାତିକ କ୍ଷେତ୍ରରେ ଆଇନର ଶାସନ ଉପରେ ପର୍ଯ୍ୟବସିତ । ଏହି ଭାଗିଦାରିତା କେବଳ ଦୁଇ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ସ୍ଥିରତା ଆଣିବା ପାଇଁ ଉଦ୍ଦିଷ୍ଟ । ଆମର ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆମେ ହୋଇଥିବା ପ୍ରଗତି ଉପରେ ସମୀକ୍ଷା କରିଛୁ । ଆମେ ପ୍ରତିରକ୍ଷା ଉପକରଣ ଓ ପ୍ରଯୁକ୍ତିଗତ ସହଯୋଗ, ବାଣିଜ୍ୟ, ସ୍ୱାସ୍ଥ୍ୟ ଓ ଡିଜିଟାଲ ଅଂଶୀଦାରିତା ଉପରେ ମତ ବିନିମୟ କରିଛୁ । ଆମେ ମଧ୍ୟ ସେମି କଣ୍ଡକ୍ଟର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବିଷୟବସ୍ତୁର ନିର୍ଭରଯୋଗ୍ୟ ଯୋଗାଣ ବ୍ୟବସ୍ଥା ନେଇ ମଧ୍ୟ ଫଳପ୍ରଦ ଆଲୋଚନା କରିଛୁ । ଗତବର୍ଷ ଆମେ ଆଗାମୀ ପାଞ୍ଚ ବର୍ଷ ପାଇଁ ଭାରତରେ ପାଞ୍ଚ ଟ୍ରିଲିୟନ ୟେନ ତଥା ତିନିଲକ୍ଷ କୋଡିଏ ହଜାର କୋଟି ଟଙ୍କାର ଜାପାନୀ ପୁଞ୍ଜିନିବେଶ ଲକ୍ଷ୍ୟ ରଖିଥିଲୁ । ଖୁସିର ବିଷୟ ଯେ ଏ ଦିଗରେ ଖୁବ୍ ଭଲ ପ୍ରଗତି ହୋଇଛି । 

୨୦୧୯ରେ ଆମେ ଭାରତ-ଜାପାନୀ ଶିଳ୍ପ ପ୍ରତିଯୋଗୀ ଅଂଶିଦାରିତା ଆରମ୍ଭ କରିଥିଲୁ । ଏହାର ଅଧୀନରେ ଆମେ ଭାରତୀୟ ଶିଳ୍ପର ଲଜିଷ୍ଟିକ୍ସ ଖାଦ୍ୟ ପ୍ରକ୍ରିୟାକରଣ, ଏମଏସଏମ୍‌ଇ, ବୟନ, ଯନ୍ତ୍ରପାତି ଓ ଇସ୍ପାତ କ୍ଷେତ୍ରରେ ପ୍ରତିଯୋଗିତା ବୃଦ୍ଧି କରୁଛୁ । ଆଜି ଆମେ ଆମ ଭାଗିଦାରିତାର ସକ୍ରିୟତା ନେଇ ସନ୍ତୋଷ ବ୍ୟକ୍ତ କରିଛୁ । ଆମେ ମଧ୍ୟ ମୁମ୍ବାଇ ଅହମ୍ମଦାବାଦ ଉଚ୍ଚ ଗତି ସମ୍ପନ୍ନ ରେଳ ଚଳାଚଳ ଉପରେ ଦ୍ରୁତଗତିରେ ଆଗେଇଛୁ। ମୁଁ ଖୁସି ଯେ ଆମେ ୨୦୨୩କୁ ପର୍ଯ୍ୟଟନ ବିନିମୟ ବର୍ଷ ଭାବେ ପାଳନ କରୁଛୁ । ଆଉ ସେଇଥି ପାଇଁ ଆମେ “ହିମାଳୟ ସହ ମାଉଂଟ ଫୁଞ୍ଜିର ସଂଯୋଗୀକରଣ” ରଖିଛୁ । 

ବନ୍ଧୁଗଣ, 

ଆଗାମୀ ମେ ମାସରେ ହିରୋସୀମାରେ ହେବାକୁ ଥିବା ଜି-୭ ଶିଖର ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ କିଶିଦା ମୋତେ ନିୟନ୍ତ୍ରଣ କରିଛନ୍ତି । ମୋ ଅନ୍ତରର ନିବୃତ କୋଣରୁ ତାଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଉଛି । ଜି-୨୦ ନେତାଙ୍କ ସମ୍ମିଳନୀରେ ଆଉ କିଛି ମାସ ପରେ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ଏଥିରେ ଯୋଗଦେବା ପାଇଁ ମୁଁ ଭାରତକୁ ଆସିବାକୁ ସ୍ୱାଗତ ଜଣାଇବି । ଆମର କଥାବାର୍ତ୍ତା ଓ ଯୋଗାଯୋଗ ଏହିପରି ଚାଲିଥାଉ ଓ ଭାରତ-ଜାପାନ ସମ୍ପର୍କ ନୂତନ ଶିଖର ଛୁଉଁ । ଏହି କାମନା ସହ ମୁଁ ମୋର ବକ୍ତବ୍ୟ ଶେଷ କରୁଛି ।

 ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi