ସେୟାର
 
Comments
କ୍ରୀଡ଼ାବିତ୍ ଓ ସେମାନଙ୍କ ପରିବାର ସହିତ ଏକ ଅନୌପଚାରିକ, ସ୍ୱତଃସ୍ଫୂର୍ତ୍ତ ବାତାବରଣରେ ଆଲୋଚନା
ଆପଣମାନଙ୍କ ସହିତ 135 କୋଟି ଭାରତୀୟଙ୍କ ଶୁଭକାମନା ଆଶୀର୍ବାଦ ସ୍ୱରୂପ ରହିଛି : ପ୍ରଧାନମନ୍ତ୍ରୀ
ଉନ୍ନତ ପ୍ରଶିକ୍ଷଣ ଶିବିର, ସରଞ୍ଜାମ, ଅନ୍ତର୍ଜାତୀୟ ସୁଯୋଗ ଖେଳାଳୀମାନଙ୍କୁ ଯୋଗାଇ ଦିଆଯାଇଛି : ପ୍ରଧାନମନ୍ତ୍ରୀ
ଏକ ନୂତନ ଚିନ୍ତାଧାରା ଓ ନୂତନ ଦୃଷ୍ଟିକୋଣ ନେଇ ଆଜି ସାରା ଦେଶ କିପରି ଭାବେ ପ୍ରତ୍ୟେକ କ୍ରୀଡ଼ାବିତ୍‌ଙ୍କ ସହ ଛିଡ଼ା ହୋଇଛି ତାହା ସେମାନେ ଅନୁଭବ କରିପାରୁଛନ୍ତି : ପ୍ରଧାନମନ୍ତ୍ରୀ
ପ୍ରଥମ ଥର ପାଇଁ ସର୍ବାଧିକ ସଂଖ୍ୟକ କ୍ରୀଡ଼ାବିତ୍ ସର୍ବାଧିକ କ୍ରୀଡ଼ା ବର୍ଗରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି: ପ୍ରଧାନମନ୍ତ୍ରୀ
କେତେକ କ୍ରୀଡ଼ା ବର୍ଗରେ ପ୍ରଥମ ଥର ପାଇଁ ଭାରତୀୟ କ୍ରୀଡ଼ାବିତ୍‌ମାନେ ଯୋଗ୍ୟତା ଅର୍ଜନ କରିଛନ୍ତି : ପ୍ରଧାନମନ୍ତ୍ରୀ
‘Cheer4India’ (ଭାରତୀୟ ଦଳକୁ ଉତ୍ସାହିତ କରିବା) ପ୍ରତ୍ୟେକ ଦେଶବାସୀଙ୍କ ଦାୟିତ୍ୱ

ପ୍ରଧାନମନ୍ତ୍ରୀ : ଦୀପିକାଜୀ ନମସ୍ତେ !

ଦୀପିକା : ନମସ୍ତେ ସାର !

ପ୍ରଧାନମନ୍ତ୍ରୀ : ଦୀପିକାଜୀ, ଗତ ମନ କୀ ବାତରେ ମୁଁ ଆପଣଙ୍କର ଆଉ କେତେଜଣ ସାଥୀଙ୍କ ବିଷୟରେ ଚର୍ଚ୍ଚା କରିଥିଲି। ଏବେ ପ୍ୟାରିସରେ ସ୍ୱର୍ଣ୍ଣ ପଦକ ଜିତି ଆପଣ ଚମତ୍କାରୀତା ଦେଖାଇଛନ୍ତି। ଏହାପରେ ସାରା ଦେଶରେ ଆପଣଙ୍କ ବିଷୟରେ ଚର୍ଚ୍ଚା ହେଉଛି। ଏବେ ଆପଣ ମାନ୍ୟତାରେ ବିଶ୍ୱରେ ନମ୍ବର-1 ହୋଇଯାଇଛନ୍ତି। ମୁଁ ଜାଣିବାକୁ ପାଇଛି ଯେ, ପିଲାଦିନେ ତୁମେ ଆମ୍ବ ତୋଳିବା ପାଇଁ ଲକ୍ଷ୍ୟ କରି ଟେକା ପକାଉଥିଲ। ଆମ୍ବଠାରୁ ଆରମ୍ଭ ହୋଇଥିବା ତୁମର ଏହି ଯାତ୍ରା ହେଉଛି ବହୁତ ସ୍ୱତନ୍ତ୍ର। ଆପଣଙ୍କର ଏହି ଯାତ୍ରା ବିଷୟରେ ଦେଶ ବହୁତ କିଛି ଜାଣିବାକୁ ଚାହୁଁଛି। ଯଦି ଆପଣ କିଛି କହିବେ ତେବେ ବହୁତ ଭଲ ହେବ।

ଦୀପିକା : ସାର୍‍ ମୋର ଯାତ୍ରା ବହୁତ ଭଲ ରହିଛି, ଆରମ୍ଭରୁ ହିଁ। ଆମ୍ବ ମୋର ବହୁତ ପସନ୍ଦ ଥିଲା ଏଥି ପାଇଁ କାହାଣୀ ପାଲଟି ଗଲା। ବହୁତ ଭଲ ଥିଲା, ଆରମ୍ଭରୁ ଟିକେ ସଂର୍ଘଷ କରିବାକୁ ପଡ଼ିଥିଲା କାରଣ ସେଠାରେ ଭଲ ସୁବିଧା ସୁଯୋଗ ଉପଲବ୍ଧ ହେଉ ନ ଥିଲା। ଏହା ପରେ ଏକାଠି ତୀରନ୍ଧାଜ ଆରମ୍ଭ କରିବରୁ ବହୁତ କିଛି ଭଲ ସୁବିଧା ମିଳିଲା ସାର୍‍ ଏବଂ ମୋତେ ବହୁତ ଭଲ ପ୍ରଶିକ୍ଷକ ମଧ୍ୟ ମିଳିଗଲେ।

ପ୍ରଧାନମନ୍ତ୍ରୀ : ଦୀପିକାଜୀ, ଯେତେବେଳେ ଆପଣ ସଫଳତାର ଏତେ ଶିଖରରେ ପହଞ୍ଚିଯାଇ ଛନ୍ତି, ସେତେବେଳେ ଲୋକମାନଙ୍କର ଆପଣଙ୍କ ଉପରେ ଆହୁରି ଅଧିକ ଆଶା ବଢ଼ି ଯାଇଥାଏ। ଏବେ ସାମ୍ନାରେ ଅଲିମ୍ପିକ୍ସ ଭଳି ସବୁଠାରୁ ବଡ଼ ଉଭେଂଟ ଅଛି, ସେତେବେଳେ ଆଶା ଏବଂ ଧ୍ୟାନ କେନ୍ଦ୍ରୀତ କରିବା ମଧ୍ୟରେ ଆପଣ କିପରି ସନ୍ତୁଳନ ରକ୍ଷା କରି ପାରୁଛନ୍ତି?

ଦୀପିକା : ସାର୍‍ ଆଶା ତ ଅଛି କିନ୍ତୁ ସବୁଠାରୁ ଅଧିକ ଭରସା ମୋ ନିଜ ଉପରେ ହିଁ ଥାଏ ତେଣୁ ମୁଁ ଏହା ଉପରେ ଯେତେ ସମ୍ଭବ ଅଧିକ ଧ୍ୟାନ ଦେଉଛି, ନିଜ ଅଭ୍ୟାସ ଉପରେ ହେଉ ଏବଂ ମୋତେ କିପରି ପ୍ରଦର୍ଶନ କରିବାର ଅଛି। ତାହା ଉପରେ ମୁଁ ଅଧିକ ଧ୍ୟାନ ଦେଉଛି।

ପ୍ରଧାନମନ୍ତ୍ରୀ : ଚାଲନ୍ତୁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା। ଆପଣ କଠିନ ପରିସ୍ଥିତରେ ମଧ୍ୟ ହାର ମାନି ନାହାନ୍ତି। ଆପଣ ଆହ୍ୱାନକୁ ହିଁ ନିଜର ଶକ୍ତି ଭାବେ ଗ୍ରହଣ କରି ନେଇଛନ୍ତି ଆଉ ମୁଁ ଦେଖୁଛି, ପରଦାରେ ଆପଣଙ୍କର ପରିବାରର ଲୋକ ଦେଖାଯାଉଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ନମସ୍କାର କରୁଛି। ଦେଶର ସଂମ୍ପୂର୍ଣ୍ଣ ଭରସା ରହିଛି ଯେ, ଆପଣ ଅଲିମ୍ପିକ୍ସରେ ମଧ୍ୟ ଦେଶର ଗୌରବ ବୃଦ୍ଧି କରିବେ। ଆପଣଙ୍କୁ ମୋର ବହୁତ ବହୁତ ଶୁଭକାମନା।

ଦୀପିକା : ଆପଣଙ୍କୁ ଧନ୍ୟବାଦ ସାର୍‍!

ପ୍ରଧାନମନ୍ତ୍ରୀ : ଆସନ୍ତୁ ଏବେ ଆମେ ପ୍ରବୀଣ କୁମାର ମହାଶୟଙ୍କ ସହିତ କଥା ହେବା। ପ୍ରବୀଣଜୀ ନମସ୍ତେ!

ପ୍ରବୀଣ : ନମସ୍ତେ ସାର!

ପ୍ରଧାନମନ୍ତ୍ରୀ : ପ୍ରବୀଣଜୀ ମୋତେ ଅବଗତ କରାଯାଇଛି ଯେ, ଆପଣଙ୍କର ତାଲିମ ପ୍ରଥମେ ଆଥଲେଟ ପାଇଁ ହୋଇଥିଲା।

ପ୍ରବୀଣ : ହଁ ସାର!

ପ୍ରଧାନମନ୍ତ୍ରୀ : ଆଜି ଆପଣ ଅଲିମ୍ପିକ୍ସରେ ତୀରନ୍ଦାଜ ପାଇଁ ଦେଶକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଏହି ପରିବର୍ତନ କିପରି ହେଲା?

ପ୍ରବୀଣ : ସାର୍‍ ପ୍ରଥମେ ମୁଁ ଆଥଲେଟ ପାଇଁ ଅଭ୍ୟାସ କରୁଥିଲି। ସରକାରୀ ଏକାଡେମୀରେ ମଧ୍ୟ ମୁଁ ଆଥଲେଟ ଭାବେ ମନୋନୀତ ହୋଇଥିଲି। ସେ ସମୟରେ ମୁଁ ଟିକେ ଦୁର୍ବଳ ଥିଲି। ସେଠାରେ ମୋର ଯେଉଁ ପ୍ରଶିକ୍ଷକ ଥିଲେ, ସେ କହିଲେ ତୁମେ ଅନ୍ୟ କଛି ଖେଳରେ ଭଲ କରିପାରିବ, ତେଣୁ ପରେ ମୋତେ ତୀରନ୍ଦାଜ କରିବାକୁ କୁହାଗଲା। ତେଣୁ ଏହା ପରେ ମୁଁ ଅମରାବତୀରେ ତୀରନ୍ଦାଜରେ ଅଭ୍ୟାସ ଜାରି ରଖିଲି।

ପ୍ରଧାନମନ୍ତ୍ରୀ : ଆଛା, ଆଉ ଏହି ପରିବର୍ତନ ପରେ ମଧ୍ୟ ଆପଣ କିପରି ନିଜ ଖେଳରେ ଆତ୍ମ ବିଶ୍ୱାସ ଏବଂ ସିଦ୍ଧି ଆଣିପାରିଲେ।

ପ୍ରବୀଣ : ସାର୍‍ ପ୍ରକୃତରେ ମୋର ଘରର ପରିସ୍ଥିତି ଏତେ କିଛି ଭଲ ନାହିଁ। ଅର୍ଥାତ ଆର୍ôଥକ ପରିସ୍ଥିତି ସେତେଟା ଭଲ ନାହିଁ।

ପ୍ରଧାନମନ୍ତ୍ରୀ : ମୋ ସମ୍ମୁଖରେ ଆପଣଙ୍କର ମାତାଜୀ-ପିତାଜୀ ମୋତେ ଦେଖୁଛନ୍ତି। ମୁଁ ସେମାନଙ୍କୁ ମଧ୍ୟ ନମସ୍କାର କରୁଛି। ହଁ ପ୍ରବୀଣ ଭାଇ କୁହନ୍ତୁ।

ପ୍ରବୀଣ : ତେବେ ମୋତେ ଜଣାଥିଲା ଘରକୁ ଯାଇ ମୋତେ ମଧ୍ୟ ଶ୍ରମିକ କାର୍ଯ୍ୟ କରିବାକୁ ହିଁ ପଡ଼ିବ। ଏହାଠାରୁ ବରଂ ଭଲ ଏଠାରେ ରହି ପରିଶ୍ରମ କରି ଆଗକୁ କିଛି ଭଲ କରିପାରିଲେ। ସେଥିପାଇଁ ମୁଁ ଏଥିରେ ଜାରି ରଖିଲି।

ପ୍ରଧାନମନ୍ତ୍ରୀ : ଦେଖନ୍ତୁ ଆପଣଙ୍କର ପିଲାଦିନର କଠିନ ସଂଘର୍ଷ ବିଷୟରେ ଅନେକ କିଛି ସୂଚନା ପାଇଛି ଆଉ ଆପଣଙ୍କ ମାଆ-ବାପା ମଧ୍ୟ ଯେଉଁଭଳି ଭାବେ ଦିନ ମଜୁରିଆ କାର୍ଯ୍ୟରୁ ନେଇ ଆଜି ଦେଶର ପ୍ରତିନିଧିତ୍ୱ କରିବା ପର୍ଯ୍ୟନ୍ତର ଯାତ୍ରା ହେଉଛି ବହୁତ ହିଁ ପ୍ରେରଣାଦାୟୀ ଆଉ ଏପରି କଷ୍ଟକର ଜୀବନ ଆପଣ ବିତାଇଛନ୍ତି କିନ୍ତୁ କେବେ ହେଲେ ମଧ୍ୟ ଲକ୍ଷ୍ୟକୁ ନିଜ ଆଖି ସାମ୍ନାରୁ ଦୂରେଇ ଯିବାକୁ ଦେଇ ନାହାଁନ୍ତି। ଆପଣଙ୍କ ଜୀବନର ପ୍ରାରମ୍ଭିକ ଅନୁଭବଗୁଡ଼ିକ ଆପଣଙ୍କୁ ଚମ୍ପିୟାନ କରି ଗଢ଼ି ତୋଳିବାରେ ଆପଣଙ୍କୁ ସାହାଯ୍ୟ କରିଛି?

ପ୍ରବୀଣ : ସାର୍‍ ଯେଉଁଠାରେ ମୋତେ କିଛି ମଧ୍ୟ ଅର୍ଥାତ କମ୍‍ ଲାଗୁଥିଲା ଯେ ଏଠାରେ ଟିକେ ଅଧିକ କଷ୍ଟକର ଅଛି ସେଠାରେ ମୁଁ ଏହା ଚିନ୍ତା କରୁଥିଲି ଯେ ଏ ପର୍ଯ୍ୟନ୍ତ ଯେତିକି ମଧ୍ୟ କରିଛି, ଯଦି ଏହିଠାରେ ହାର୍‍ ମାନିଯିବି ତେବେ ସବୁକିଛି ଶେଷ ହୋଇଯିବ। ଏହାଠାରୁ ବରଂ ଭଲ ଆଉ କିଛି ଚେଷ୍ଟା କରି ଏହାକୁ ସଫଳ କରିବାକୁ ହେବ।

ପ୍ରଧାନମନ୍ତ୍ରୀ : ପ୍ରବୀଣଜୀ ଆପଣ ହିଁ ହେଉଛନ୍ତି ଜଣେ ଚମ୍ପିୟାନ, କିନ୍ତୁ ଆପଣଙ୍କ ମାତା-ପିତା ମଧ୍ୟ ମୋ ଦୃଷ୍ଟିରେ ହେଉଛନ୍ତି ଚମ୍ପିୟାନ। ତେବେ ଏହା ହେଉଛି ମୋର ଇଚ୍ଛା ଯେ ମୁଁ ଟିକେ ମାତା-ପିତାଙ୍କ ସହିତ କଥା ହୁଏ, ନମସ୍କାର ଆଜ୍ଞା!

ଅଭିଭାବକ : ନମସ୍କାର!

ପ୍ରଧାନମନ୍ତ୍ରୀ : ଆପଣ ଶ୍ରମିକ ଭାବେ କାମ କରି ନିଜ ପୁଅକୁ ଆଗକୁ ବଢ଼଼ାଇଛନ୍ତି ଆଉ ଆଜି ଆପଣଙ୍କ ପୁଅ ଅଲିମ୍ପିକ୍ସରେ ଦେଶ ପାଇଁ ଖେଳିବାକୁ ଯାଉଛନ୍ତି। ଆପଣ ଦେଖାଇ ଦେଇଛନ୍ତି ଯେ ପରିଶ୍ରମ ଏବଂ ସଚ୍ଚୋଟତାର ଶକ୍ତି କ’ଣ ହୋଇଥାଏ । ଏବେ ଆପଣ କ’ଣ କିଛି କହିବାକୁ ଚାହିଁବେ?

ଅଭିଭାବକ :...............

ପ୍ରଧାନମନ୍ତ୍ରୀ : ଦେଖନ୍ତୁ ଆପଣ ଏହା ପ୍ରମାଣିତ କରି ଦେଇଛନ୍ତି ଯେ ଯଦି କିଛି କରିବାର ଆଗ୍ରହ ଥିବ ତେବେ ଅସୁବିଧା କାହାର ପଥରୋଧ କରି ପାରିବ ନାହିଁ। ଆପଣଙ୍କର ସଫଳତାରୁ ଏହା ମଧ୍ୟ ସ୍ପଷ୍ଟ ହୋଇ ଯାଇଛି ଯେ ଯଦି ତୃଣମୂଳ ସ୍ତରରୁ ସଠିକ୍‍ ଚୟନ କରାଯାଇଥିବ ତେବେ ଆମ ଦେଶର ପ୍ରତିଭା କ’ଣ କରି ପାରିବେ ନାହିଁ। ପ୍ରବୀଣ ଆପଣଙ୍କୁ ମୋର ବହୁତ-ବହୁତ ଶୁଭକାମନା ଆଉ ଆପଣଙ୍କର ମାତା-ପିତାଜୀଙ୍କୁ ମଧ୍ୟ ପ୍ରଣାମ ଆଉ ଜାପାନରେ ହୁତ ଭଲ କରି ଖେଳିବେ।

ପ୍ରବୀଣ : ଧନ୍ୟବାଦ ସାର!

ପ୍ରଧାନମନ୍ତ୍ରୀ : ଆଚ୍ଛା, ଏବେ ଆମେ ନୀରଜ ଚୋପଡ଼ାଜୀଙ୍କ ସହିତ କଥା ହେବା।

ନୀରଜ : ନମସ୍ତେ ସାର!

ପ୍ରଧାନମନ୍ତ୍ରୀ : ନୀରଜଜୀ ଆପଣ ତ ଭାରତୀୟ ସେନାରେ ଅଛନ୍ତି ଆଉ ସେନାର ଏପରି କେଉଁ ଅନୁଭବ ରହିଛି କିମ୍ବା କେଉଁ ପ୍ରଶିକ୍ଷଣର ଅନୁଭବ ରହିଛି ଯାହାଦ୍ୱାରା ଆପଣଙ୍କୁ ଖେଳର ଏହି ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିବାରେ ସାହାଯ୍ୟ କରିଛି ?

ନୀରଜ : ସାର୍‍ ଦେଖନ୍ତୁ ଆରମ୍ଭରୁ ମୋର ଏକ ଲକ୍ଷ୍ୟ ଥିଲା ଓ ମୋତେ ଭାରତୀୟ ସେନା ଖୁବ ପସନ୍ଦ ଥିଲା ଆଉ ମୁଁ 5-6 ବର୍ଷ ଖେଳିଲି ଏହା ପରେ ପୁଣି ଭାରତୀୟ ସେନାରେ ଯୋଗ ଦେବା ପାଇଁ ମୋତେ କୁହାଗଲା। ତେବେ ମୋତେ ବହୁତ ଖୁସି ଲାଗିଲା ପୁଣି ମୁଁ ଭାରତୀୟ ସେନାରେ ଯୋଗ ଦେଲି ଆଉ ତା’ପରଠାରୁ ମୁଁ ମୋ କ୍ରୀଡ଼ା ଉପରେ ଫୋକସ କରୁଛି ଆଉ ମୋର ଯାହାସବୁ ସୁବିଧା ସୁଯୋଗ ଦରକାର ଆଉ ମୋର ଯାହା ମଧ୍ୟ ଦରକାର ସବୁକିଛି ମୋତେ ଭାରତ ସରକାର ଯୋଗାଇ ଦେଉଛନ୍ତି ଆଉ ମୁଁ ସମ୍ପୂର୍ଣ୍ଣ ଭାବେ ମୋର ମନ ଲଗାଇ ପରିଶ୍ରମ କରୁଛି।

ପ୍ରଧାନମନ୍ତ୍ରୀ : ନୀରଜଜୀ ମୁଁ ଆପଣଙ୍କ ସହିତ ଆପଣଙ୍କର ସମଗ୍ର ପରିବାରକୁ ମଧ୍ୟ ଦେଖୁଛି। ଆପଣଙ୍କର ପରିବାରକୁ ମଧ୍ୟ ମୁଁ ପ୍ରଣାମ କରୁଛି।

ପ୍ରଧାନମନ୍ତ୍ରୀ : ନୀରଜଜୀ ମୋତେ ଏହା ଅବଗତ କରାଯାଇଛି ଯେ ଆପଣଙ୍କୁ ଆକ୍ଷାତ ଳାଗିଥିଲା କିନ୍ତୁ ପୁଣି ମଧ୍ୟ ଏବର୍ଷ ଆପଣ ରାଷ୍ଟ୍ରୀୟ ରେକର୍ଡ କରିଦେଲେ। ଆପଣ ଆପଣଙ୍କ ମନୋବଳ, ନିଜର ଅଭ୍ୟାସ ଏସବୁକୁ କିପରି ବଜାୟ ରଖି ପାରିଲେ?

ନୀରଜ : ସାର୍‍ ମୁଁ ଏହି କଥାକୁ ମାନେ ଯେ ଏ ଯେଉଁ ଆଘାତ କଥା ତାହା ହେଉଛି କ୍ରୀଡ଼ାର ଏକ ଅଂଶବିଶେଷ ତେଣୁ ମୁଁ 2019ରେ ଯେଉଁ ଖୁବ ପରିଶ୍ରମ କରିଥିଲି ସେହିବର୍ଷ ଆମର ବିଶ୍ୱ ଚମ୍ପିୟନସିପ୍‍ ଥିଲା....

ପ୍ରଧାନମନ୍ତ୍ରୀ : ଆଚ୍ଛା ଆପଣଙ୍କୁ କ୍ରୀଡ଼ାରେ ଆଘାତରେ ମଧ୍ୟ କ୍ରୀଡ଼ାବିତର ଉତ୍ସାହ ଦେଖାଯାଇଥାଏ।

ନୀରଜ : ସାର୍‍, କାହିଁ କି ନା ଏହା ହେଉଛି ଆମର ଯାତ୍ରା। ଆମର କ୍ୟାରିୟର କେବଳ ମାତ୍ର କିଛି ବର୍ଷର ହୋଇଥାଏ ଆଉ ଆମକୁ ନିଜକୁ ନିଜେ ପ୍ରୋତ୍ସାହିତ କରିବାକୁ ହୋଇଥାଏ। ତେବେ ମୋର ଗୋଟିଏ ବର୍ଷ ଏହି କାରଣରୁ ନଷ୍ଟ ହୋଇ ଯାଇଥିଲା କାରଣ ମୁଁ ଖୁବ ପ୍ରସ୍ତୁତି କରିଥିଲି ବିଶ୍ୱ ଚମ୍ପିୟନସିପ ଏବଂ ଏସିଆନ ଚମ୍ପିୟନସିପ ପାଇଁ କିନ୍ତୁ ସେହି ଆହତ କାରଣରୁ ସେଥିରେ କିଛି ଅସୁବିଧା ହୋଇଗଲା। ପୁଣି ମୁଁ ମୋର ସମ୍ପୂର୍ଣ୍ଣ ଦୃଷ୍ଟି ଅଲିମ୍ପିକ୍ସ ଉପରେ ଦେଲି ଆଉ ଦ୍ୱିତୀୟ ଥର ପାଇଁ ପ୍ରତ୍ୟାବର୍ତନ କଲି। ମୁଁ ଭଲ ଭାବେ ମୋର ପ୍ରଥମ ପ୍ରତିଯୋଗିତାକୁ ଖେଳିଲି। ସେହିଥିରେ ହିଁ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରି ଦେଇଥିଲି। ତା’ପରେ ପୁଣି କରୋନା କାରଣରୁ ଅଲମ୍ପିକ ଘୁଞ୍ଚି ଯାଇଥିଲା। ତେବେ ପୁଣି ମୁଁ ମୋର ପ୍ରସ୍ତୁତି ଜାରି ରଖିଲି ସାର୍‍। ଆଉ ପୁଣି ତା’ପରେ ଦ୍ୱିତୀୟ ଥର ପାଇଁ ଯେଉଁ ପ୍ରତିଯୋଗିତା ଖେଳିଲି ଆଉ ପୁଣି ମୋର ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରି ଜାତୀୟ ରେକର୍ଡ କଲି ଆଉ ଏବେ ମଧ୍ୟ ସାର୍‍ ପୂର୍ଣ୍ଣ ମାତ୍ରାରେ ପରିଶ୍ରମ କରୁଛି। ଚେଷ୍ଟା କରିବୁ କି ଯେତେ ଭଲ ହୋଇ ପାରିବ, ସେତିକି ଭଲ ଅଲିମ୍ପିକ୍ସରେ ଉନ୍ନତ ପ୍ରଦର୍ଶନ କରି ଆସିବୁ।

ପ୍ରଧାନମନ୍ତ୍ରୀ : ନୀରଜ ଜୀ, ଆପଣଙ୍କ ସହିତ କଥା ହୋଇ ଭାରି ଭଲ ଲାଗିଲା। ମୁଁ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହୁଁଛି, ଆପଣଙ୍କୁ ଆଶା ଆକାଂକ୍ଷାର ବୋଝ ତଳେ ଚାପିଦେବାର କୌଣସି ଆବଶ୍ୟକତା ନାହିଁ। ଆପଣ ଆପଣଙ୍କର ଶତ ପ୍ରତିଶତ ଦିଅନ୍ତୁ କେବଳ, ଏହି ମିଜାଜ। କୌଣସି ପ୍ରକାରର ଚାପ ବିନା ସମ୍ପୂର୍ଣ୍ଣ ପ୍ରୟାସ କରନ୍ତୁ, ମୋର ଆପଣଙ୍କୁ ବହୁତ-ବହୁତ ଶୁଭକାମନା ରହିଛି ଆଉ ଆପଣଙ୍କ ମାତା-ପିତାଙ୍କୁ ମଧ୍ୟ ପ୍ରଣାମ।

ପ୍ରଧାନମନ୍ତ୍ରୀ : ଆସନ୍ତୁ, ଦୂତି ଚାନ୍ଦଜୀଙ୍କ ସହିତ କଥା ହେବା।

ପ୍ରଧାନମନ୍ତ୍ରୀ : ଦୂତି ଜୀ ନମସ୍ତେ!

ଦୂତି : ସମ୍ମାନୀୟ ପ୍ରଧାନମନ୍ତ୍ରୀ ମହାଶୟ, ନମସ୍ତେ!

ପ୍ରଧାନମନ୍ତ୍ରୀ : ଦୂତିଜୀ, ଆପଣଙ୍କର ନାମର ଅର୍ଥ ହିଁ ତ ହେଉଛି ଚମକ, ଦୂତିର ଅର୍ଥ ହୋଇଥାଏ ଆଭା ବା ଚମକ! ଆଉ ଆପଣ ଖେଳ ମାଧ୍ୟମରେ ନିଜର ଚମକ ବିଛୁରିତ କରୁଛନ୍ତି ମଧ୍ୟ। ଏବେ ଆପଣ ଅଲିମ୍ପିକ୍ସରେ ଛାଇ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି? ଏତେ ବଡ଼ ପ୍ରତିଯୋଗିତାକୁ ଆପଣ କିପରି ଦେଖୁଛନ୍ତି?

ଦୂତି : ସାର୍‍ ମୁଁ ପ୍ରଥମେ ଆପଣଙ୍କୁ ଏହା ଜଣାଇ ଦେବାକୁ ଚାହୁଁଛି ଯେ ମୁଁ ଓଡ଼ିଶାର ଗୋଟିଏ ବୁଣାକାର ପରିବାରରୁ ଆସିଛି। ମୋ ପରିବାରରେ ତିନି ଜଣ ଭଉଣୀ, ଜଣେ ଭାଇ, ମାଆ-ବାପାଙ୍କୁ ମିଶାଇ ନଅ ଜଣ ସଦସ୍ୟ ଅଛନ୍ତି। ଯେତେବେଳେ ଆମ ଘରେ ଝିଅ ପରେ ଝିଅ ଜନ୍ମ ହେଉଥିଲେ, ଗାଁ ଲୋକମାନେ ମୋ ମାଆଙ୍କୁ ସବୁବେଳେ ପରିହାସ କରୁଥିଲେ ଯେ ଏତେ ଝିଅ କାହିଁକି ଜନ୍ମ କରୁଛ? ତେବେ ବହୁତ ଗରିବ ପରିବାର ଥିଲା, ଖାଇବା ପାଇଁ ମଧ୍ୟ ନଥିଲା ଆଉ ଆମ ବାପାଙ୍କର ରୋଜଗାର ମଧ୍ୟ ବହୁତ କମ୍‍ ଥିଲା।

ପ୍ରଧାନମନ୍ତ୍ରୀ : ଆପଣଙ୍କ ମାତାଜୀ-ପିତାଜୀ ମୋ ସାମ୍ନାରେ ଅଛନ୍ତି।

ଦୂତି : ଆଜ୍ଞା, ତେବେ ମୋ ମନରେ ଏହା ଥିଲା ଯେ ମୁଁ ଯଦି ଭଲ ଖେଳିବି ତେବେ ଦେଶର ନାମକୁ ଗୌରବାନ୍ୱିତ କରିପାରିବି ଆଉ ସରକାରୀ କ୍ଷେତ୍ରରେ ମୋତେ ଚାକିରୀ ମଧ୍ୟ ମିଳିଯିବ ଆଉ ଚାକିରୀ କରି ଯେଉଁ ଦରମା ଆସିବ ସେଥିରେ ମୋ ପରିବାରର ପରିସ୍ଥିତିକୁ ବଦଳାଇ ପାରିବି। ତେବେ ଆଜି ଏହି କୋର୍ସ ପରେ ମୁଁ ବହୁତ କିଛି ଯାହାକୁ ବଦଳାଇ ପାରିଛି, ପରିବର୍ତନ ଆଣି ପାରିଛି ନିଜର ପରିବାର ପାଇଁ। ଏବେ ମୁଁ ଧନ୍ୟବାଦ ଦେବି ଆପଣଙ୍କୁ ଆଉ......... ଯେଉଁମାନେ ସବୁବେଳେ ମୋତେ ସହାୟତା କରିଛନ୍ତି। ମୋର ଜୀବନରେ ସବୁବେଳେ ବିତର୍କ ଲାଗି ରହିଥାଏ। ଆପଣଙ୍କୁ ଟିଭି ମାଧ୍ୟମରେ ଆଉ ଗୋଟିଏ କଥା ଜଣାଇବାକୁ ଚାହୁଁଛି ଯେ ଯେତେ ଆହ୍ୱାନ ସବୁକୁ ସାମ୍ନା କରି, ଯେତେସବୁ ଅସୁବିଧାକୁ ସହି ମୁଁ ଆଜି ଏ ପର୍ଯ୍ୟନ୍ତ ପହଞ୍ଚିଛି, ମୋ ମନରେ ତାହା ଅଛି ଯେ ମୋ ସହିତ ଯେଉଁମାନେ ଅଲିମ୍ପିକ୍ସକୁ ଯିବେ, ମୁଁ ଏବେ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଯାଉଛି। ମୁଁ ଏହା କହିବାକୁ ଚାହୁଁଛି କି ମୁଁ ସମ୍ପୂର୍ଣ୍ଣ ସାହସର ସହିତ ଯାଉଛି, ମୁଁ ଡରିବି ନାହିଁ। ଭାରତର କୌଣସି ମହିଳା ଦୁର୍ବଳ ନୁହଁନ୍ତି ଆଉ ମହିଳାମାନେ ଆଗକୁ ବଢ଼଼ି ଦେଶର ନାମକୁ ଗୌରବାନ୍ୱିତ କରିବେ, ଏହିଭଳି ସାହସର ସହିତ ମୁଁ ଅଲିମ୍ପିକ୍ସ ଖେଳିବି ଆଉ ଦେଶ ପାଇଁ ପଦକ ଆଣିବାକୁ ଚେଷ୍ଟା କରିବି।

ପ୍ରଧାନମନ୍ତ୍ରୀ : ଦୂତି ଜୀ, ଆପଣଙ୍କର ବର୍ଷ ବର୍ଷର ପରିଶ୍ରମର ନିର୍ଣ୍ଣୟ କିଛି ହିଁ ସେକେଣ୍ଡ ମଧ୍ୟରେ ହୋଇ ଯାଇଥାଏ। ହାରିବା ଆଉ ଜିତିବା ମଧ୍ୟରେ ଆଖି ପିଛୁଳାକର ବ୍ୟବଧାନ ରହିଥାଏ। ଏହାକୁ ସମ୍ମୁଖୀନ ହେବା କେତେ କଷ୍ଟକର ହୋଇଥାଏ?

ଦୂତି: ମୂଳତଃ ଯଦି 100 ମିଟରରେ ଦେଖିବା ତେବେ 10-12 ସେକେଣ୍ଡରେ ଶେଷ ହୋଇଯାଏ। କିନ୍ତୁ ଏହାର ପୁନରାବୃତି କରିବାରେ ବର୍ଷ ସାରାର ସମୟ ଲାଗି ଯାଇଥାଏ। ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଗୋଟିଏ 100 ମିଟର ଦୌଡ଼ିବା ପାଇଁ ଆମକୁ 10-12 ଥର ପୁନରାବୃତି କରିବାକୁ ପଡ଼ିଥାଏ। ବହୁତ ସବୁ ଜିମ୍‍ ବ୍ୟାୟାମ, ବହୁତ ସବୁ ସନ୍ତରଣ ବୁଲ ବ୍ୟାୟାମ କରିବାକୁ ପଡ଼ିଥାଏ ଆଉ ସବୁବେଳେ ଆହ୍ୱାନ ଭଳି ନେବାକୁ ପଡ଼ିଥାଏ ଯେ ଟିକେ ମଧ୍ୟ ପଡ଼ିଗଲେ ଆପଣଙ୍କୁ ଅଯୋଗ୍ୟ ଘୋଷିତ କରି ବାହାର କରି ଦିଆ ଯାଇଥାଏ। ତେବେ ପ୍ରତ୍ୟେକଟି ଜିନିଷ ପ୍ରତି ଧ୍ୟାନ ଦେଇ ଆମକୁ ଗତି କରିବାକୁ ପଡ଼ିଥାଏ। ମନ ତେବେ ମଧ୍ୟ ନର୍ଭସ ରହିଥାଏ, ମନରେ ଡର ମଧ୍ୟ ଆସେ କିନ୍ତୁ ମୁଁ ସାହସର ସହିତ ଲଢ଼େଇ କରେ ଯେଭଳି ମୁଁ ମୋର ବ୍ୟକ୍ତିଗତ ଜୀବନରେ ସାହସର ସହିତ କରି ଆସୁଛି ତେବେ ଏହାଦ୍ୱାରା ସବୁବେଳେ 100କୁ ସାହସର ସହିତ ଆହ୍ୱାନକୁ ଗ୍ରହଣ କରି, ଲଢ଼େଇ କରି ମୁଁ ଦୌଡ଼ୁଛି ଆଉ ଭଲ ସମୟରେ ମଧ୍ୟ ଏହା କରି ପାରୁଛି ଆଉ ଦେଶ ପାଇଁ ପଦକ ମଧ୍ୟ ଆଣୁଛି।

ପ୍ରଧାନମନ୍ତ୍ରୀ : ଦୂତି ଜୀ, ଆପଣ ଦେଶ ପାଇଁ ବହୁତ ଗୁଡ଼ିଏ ରେକର୍ଡ କରିଛନ୍ତି। ଦେଶକୁ ବିଶ୍ୱାସ ରହିଛି ଯେ ଏଥର ଅଲିମ୍ପିକ୍ସ ପୋଡିୟମରେ ନିଶ୍ଚିତ ଭାବେ ନିଜର ସ୍ଥାନ ତିଆରି କରିବେ। ଆପଣ ନିର୍ଭିକ ହୋଇ ଖେଳରେ ଭାଗ ନିଅନ୍ତୁ, ସମ୍ପୂର୍ଣ୍ଣ ଭାରତ ନିଜର ଅଲିମ୍ପିକ୍ସ ଖେଳାଳୀମାନଙ୍କ ସାଥୀରେ ରହିଛି। ମୋର ଆପଣଙ୍କୁ ବହୁତ-ବହୁତ ଶୁଭକାମନା ଆଉ ଆପଣଙ୍କ ମାତା-ପିତାଙ୍କୁ ବିଶେଷ ପ୍ରଣାମ।

ପ୍ରଧାନମନ୍ତ୍ରୀ : ଆସନ୍ତୁ, ଦୂତି ଚାନ୍ଦଜୀଙ୍କ ସହିତ କଥା ହେବା।

ପ୍ରଧାନମନ୍ତ୍ରୀ : ଦୂତି ଜୀ ନମସ୍ତେ!

ଦୂତି : ସମ୍ମାନୀୟ ପ୍ରଧାନମନ୍ତ୍ରୀ ମହାଶୟ, ନମସ୍ତେ!

ପ୍ରଧାନମନ୍ତ୍ରୀ : ଦୂତିଜୀ, ଆପଣଙ୍କର ନାମର ଅର୍ଥ ହିଁ ତ ହେଉଛି ଚମକ, ଦୂତିର ଅର୍ଥ ହୋଇଥାଏ ଆଭା ବା ଚମକ! ଆଉ ଆପଣ ଖେଳ ମାଧ୍ୟମରେ ନିଜର ଚମକ ବିଛୁରିତ କରୁଛନ୍ତି ମଧ୍ୟ। ଏବେ ଆପଣ ଅଲିମ୍ପିକ୍ସରେ ଛାଇ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି? ଏତେ ବଡ଼ ପ୍ରତିଯୋଗିତାକୁ ଆପଣ କିପରି ଦେଖୁଛନ୍ତି?

ଦୂତି : ସାର୍‍ ମୁଁ ପ୍ରଥମେ ଆପଣଙ୍କୁ ଏହା ଜଣାଇ ଦେବାକୁ ଚାହୁଁଛି ଯେ ମୁଁ ଓଡ଼ିଶାର ଗୋଟିଏ ବୁଣାକାର ପରିବାରରୁ ଆସିଛି। ମୋ ପରିବାରରେ ତିନି ଜଣ ଭଉଣୀ, ଜଣେ ଭାଇ, ମାଆ-ବାପାଙ୍କୁ ମିଶାଇ ନଅ ଜଣ ସଦସ୍ୟ ଅଛନ୍ତି। ଯେତେବେଳେ ଆମ ଘରେ ଝିଅ ପରେ ଝିଅ ଜନ୍ମ ହେଉଥିଲେ, ଗାଁ ଲୋକମାନେ ମୋ ମାଆଙ୍କୁ ସବୁବେଳେ ପରିହାସ କରୁଥିଲେ ଯେ ଏତେ ଝିଅ କାହିଁକି ଜନ୍ମ କରୁଛ? ତେବେ ବହୁତ ଗରିବ ପରିବାର ଥିଲା, ଖାଇବା ପାଇଁ ମଧ୍ୟ ନଥିଲା ଆଉ ଆମ ବାପାଙ୍କର ରୋଜଗାର ମଧ୍ୟ ବହୁତ କମ୍‍ ଥିଲା।

ପ୍ରଧାନମନ୍ତ୍ରୀ : ଆପଣଙ୍କ ମାତାଜୀ-ପିତାଜୀ ମୋ ସାମ୍ନାରେ ଅଛନ୍ତି।

ଦୂତି : ଆଜ୍ଞା, ତେବେ ମୋ ମନରେ ଏହା ଥିଲା ଯେ ମୁଁ ଯଦି ଭଲ ଖେଳିବି ତେବେ ଦେଶର ନାମକୁ ଗୌରବାନ୍ୱିତ କରିପାରିବି ଆଉ ସରକାରୀ କ୍ଷେତ୍ରରେ ମୋତେ ଚାକିରୀ ମଧ୍ୟ ମିଳିଯିବ ଆଉ ଚାକିରୀ କରି ଯେଉଁ ଦରମା ଆସିବ ସେଥିରେ ମୋ ପରିବାରର ପରିସ୍ଥିତିକୁ ବଦଳାଇ ପାରିବି। ତେବେ ଆଜି ଏହି କୋର୍ସ ପରେ ମୁଁ ବହୁତ କିଛି ଯାହାକୁ ବଦଳାଇ ପାରିଛି, ପରିବର୍ତନ ଆଣି ପାରିଛି ନିଜର ପରିବାର ପାଇଁ। ଏବେ ମୁଁ ଧନ୍ୟବାଦ ଦେବି ଆପଣଙ୍କୁ ଆଉ......... ଯେଉଁମାନେ ସବୁବେଳେ ମୋତେ ସହାୟତା କରିଛନ୍ତି। ମୋର ଜୀବନରେ ସବୁବେଳେ ବିତର୍କ ଲାଗି ରହିଥାଏ। ଆପଣଙ୍କୁ ଟିଭି ମାଧ୍ୟମରେ ଆଉ ଗୋଟିଏ କଥା ଜଣାଇବାକୁ ଚାହୁଁଛି ଯେ ଯେତେ ଆହ୍ୱାନ ସବୁକୁ ସାମ୍ନା କରି, ଯେତେସବୁ ଅସୁବିଧାକୁ ସହି ମୁଁ ଆଜି ଏ ପର୍ଯ୍ୟନ୍ତ ପହଞ୍ଚିଛି, ମୋ ମନରେ ତାହା ଅଛି ଯେ ମୋ ସହିତ ଯେଉଁମାନେ ଅଲିମ୍ପିକ୍ସକୁ ଯିବେ, ମୁଁ ଏବେ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଯାଉଛି। ମୁଁ ଏହା କହିବାକୁ ଚାହୁଁଛି କି ମୁଁ ସମ୍ପୂର୍ଣ୍ଣ ସାହସର ସହିତ ଯାଉଛି, ମୁଁ ଡରିବି ନାହିଁ। ଭାରତର କୌଣସି ମହିଳା ଦୁର୍ବଳ ନୁହଁନ୍ତି ଆଉ ମହିଳାମାନେ ଆଗକୁ ବଢ଼଼ି ଦେଶର ନାମକୁ ଗୌରବାନ୍ୱିତ କରିବେ, ଏହିଭଳି ସାହସର ସହିତ ମୁଁ ଅଲିମ୍ପିକ୍ସ ଖେଳିବି ଆଉ ଦେଶ ପାଇଁ ପଦକ ଆଣିବାକୁ ଚେଷ୍ଟା କରିବି।

ପ୍ରଧାନମନ୍ତ୍ରୀ : ଦୂତି ଜୀ, ଆପଣଙ୍କର ବର୍ଷ ବର୍ଷର ପରିଶ୍ରମର ନିର୍ଣ୍ଣୟ କିଛି ହିଁ ସେକେଣ୍ଡ ମଧ୍ୟରେ ହୋଇ ଯାଇଥାଏ। ହାରିବା ଆଉ ଜିତିବା ମଧ୍ୟରେ ଆଖି ପିଛୁଳାକର ବ୍ୟବଧାନ ରହିଥାଏ। ଏହାକୁ ସମ୍ମୁଖୀନ ହେବା କେତେ କଷ୍ଟକର ହୋଇଥାଏ?

ଦୂତି: ମୂଳତଃ ଯଦି 100 ମିଟରରେ ଦେଖିବା ତେବେ 10-12 ସେକେଣ୍ଡରେ ଶେଷ ହୋଇଯାଏ। କିନ୍ତୁ ଏହାର ପୁନରାବୃତି କରିବାରେ ବର୍ଷ ସାରାର ସମୟ ଲାଗି ଯାଇଥାଏ। ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଗୋଟିଏ 100 ମିଟର ଦୌଡ଼ିବା ପାଇଁ ଆମକୁ 10-12 ଥର ପୁନରାବୃତି କରିବାକୁ ପଡ଼ିଥାଏ। ବହୁତ ସବୁ ଜିମ୍‍ ବ୍ୟାୟାମ, ବହୁତ ସବୁ ସନ୍ତରଣ ବୁଲ ବ୍ୟାୟାମ କରିବାକୁ ପଡ଼ିଥାଏ ଆଉ ସବୁବେଳେ ଆହ୍ୱାନ ଭଳି ନେବାକୁ ପଡ଼ିଥାଏ ଯେ ଟିକେ ମଧ୍ୟ ପଡ଼ିଗଲେ ଆପଣଙ୍କୁ ଅଯୋଗ୍ୟ ଘୋଷିତ କରି ବାହାର କରି ଦିଆ ଯାଇଥାଏ। ତେବେ ପ୍ରତ୍ୟେକଟି ଜିନିଷ ପ୍ରତି ଧ୍ୟାନ ଦେଇ ଆମକୁ ଗତି କରିବାକୁ ପଡ଼ିଥାଏ। ମନ ତେବେ ମଧ୍ୟ ନର୍ଭସ ରହିଥାଏ, ମନରେ ଡର ମଧ୍ୟ ଆସେ କିନ୍ତୁ ମୁଁ ସାହସର ସହିତ ଲଢ଼େଇ କରେ ଯେଭଳି ମୁଁ ମୋର ବ୍ୟକ୍ତିଗତ ଜୀବନରେ ସାହସର ସହିତ କରି ଆସୁଛି ତେବେ ଏହାଦ୍ୱାରା ସବୁବେଳେ 100କୁ ସାହସର ସହିତ ଆହ୍ୱାନକୁ ଗ୍ରହଣ କରି, ଲଢ଼େଇ କରି ମୁଁ ଦୌଡ଼ୁଛି ଆଉ ଭଲ ସମୟରେ ମଧ୍ୟ ଏହା କରି ପାରୁଛି ଆଉ ଦେଶ ପାଇଁ ପଦକ ମଧ୍ୟ ଆଣୁଛି।

ପ୍ରଧାନମନ୍ତ୍ରୀ : ଦୂତି ଜୀ, ଆପଣ ଦେଶ ପାଇଁ ବହୁତ ଗୁଡ଼ିଏ ରେକର୍ଡ କରିଛନ୍ତି। ଦେଶକୁ ବିଶ୍ୱାସ ରହିଛି ଯେ ଏଥର ଅଲିମ୍ପିକ୍ସ ପୋଡିୟମରେ ନିଶ୍ଚିତ ଭାବେ ନିଜର ସ୍ଥାନ ତିଆରି କରିବେ। ଆପଣ ନିର୍ଭିକ ହୋଇ ଖେଳରେ ଭାଗ ନିଅନ୍ତୁ, ସମ୍ପୂର୍ଣ୍ଣ ଭାରତ ନିଜର ଅଲିମ୍ପିକ୍ସ ଖେଳାଳୀମାନଙ୍କ ସାଥୀରେ ରହିଛି। ମୋର ଆପଣଙ୍କୁ ବହୁତ-ବହୁତ ଶୁଭକାମନା ଆଉ ଆପଣଙ୍କ ମାତା-ପିତାଙ୍କୁ ବିଶେଷ ପ୍ରଣାମ।

ପ୍ରଧାନମନ୍ତ୍ରୀ : ଆସନ୍ତୁ ଏବେ ଆମେ ଆଶିଷ କୁମାର ଜୀଙ୍କ ସହିତ କଥା ହେବା।

ପ୍ରଧାନମନ୍ତ୍ରୀ : ଆଶିଷ ଜୀ, ଆପଣଙ୍କ ପିତା ରାଷ୍ଟ୍ରୀୟ ସ୍ତରର କବାଡ଼ି ଖେଳାଳୀ ଥିଲେ ଆଉ ଆପଣଙ୍କ ପରିବାରରେ ବହୁ ଖେଳାଳୀ ରହି ଆସିଛନ୍ତି। ଆପଣ ବକ୍ସିଂକୁ କାହିଁକି ବାଛିଲେ?

ଆଶିଷ : ସାର୍‍ ବକ୍ସିଂ.. ଯେତେବେଳେ ମୁଁ ଛୋଟ ଥିଲି ତେବେ ଆମ ଘରେ କ୍ରୀଡ଼ାର ବାତାବରଣ ଥିଲା ତେବେ ମୋ ବାପା ତାଙ୍କ ସମୟର ବହୁତ ଭଲ ଖେଳାଳୀ ରହି ଆସିଥିଲେ ତେବେ ସେ ଚାହୁଁଥିଲେ ଯେ ତାଙ୍କ ପୁଅ ମଧ୍ୟ ବକ୍ସିଂ ଖେଳୁ। ତେବେ ମୋତେ ସେତେବେଳେ କବାଡ଼ି ଖେଳିବା ପାଇଁ କୌଣସି ଜୋର ଜବରଦସ୍ତି କରି ନଥିଲେ। କିନ୍ତୁ ମୋ ପରିବାରରେ ମୋର ଭାଇ ମଲ୍ଲଯୁଦ୍ଧ ଖେଳୁଥିଲେ ଆଉ ବକ୍ସିଂ ଖେଳୁଥିଲେ ଆଉ ସେ ଖୁବ ଭଲ ସ୍ତର ପର୍ଯ୍ୟନ୍ତ ଖେଳିଛନ୍ତି। ତେଣୁ ମୋତେ ମଧ୍ୟ ସେଗୁଡ଼ିକ ମଧ୍ୟରୁ କୌଣସିଟିରେ ଯୋଗ ଦେବା ପାଇଁ କୁହାଗଲା, ମୁଁ ବହୁତ ପତଳା ଥିଲି ଆଉ ଶରୀର ବହୁତ ଗୋଟାଳିଆ ନଥିଲା ସେଥିପାଇଁ ମୁଁ ଚିନ୍ତାକଲି ଯେ ମଲ୍ଲଯୁଦ୍ଧ କରି ପାରିବି ନାହିଁ ତେବେ ବୋଧହୁଏ ମୋତେ ବକ୍ସିଂ ହିଁ କରିବା ଦରକାର। ତେବେ ଏହିଭଳି ଭାବେ ବକ୍ସିଂ ପ୍ରତି ମୁଁ ଆକୃଷ୍ଟ ହେଲି ସାର୍‍।

ପ୍ରଧାନମନ୍ତ୍ରୀ : ଆଶିଷ ଜୀ, ଆପଣ କୋଭିଡ଼ ସହିତ ମଧ୍ୟ ଲଢ଼େଇ ଲଢ଼ିଛନ୍ତି। ଜଣେ ଖେଳାଳୀ ହିସାବରେ ଆପଣଙ୍କ ପାଇଁ ଏହା କେତେ କଷ୍ଟକାର ଥିଲା? ଆପଣଙ୍କ ଖେଳ, ଆପଣଙ୍କ ଫିଟନେସ ପ୍ରଭାବିତ ନ ହେଉ, ଏଥିପାଇଁ ଆପଣ କ’ଣ କଲେ? ଆଉ ମୁଁ ଜାଣିଛି ଯେ ଆପଣ ଏହି ମହତ୍ୱପୂର୍ଣ୍ଣ ସମୟରେ ଆପଣଙ୍କ ପିତାଙ୍କୁ ମଧ୍ୟ ହରାଇଛନ୍ତି, ଏଭଳି ସମୟରେ ମଧ୍ୟ ଆପଣ ଆପଣଙ୍କର ଏହି ଯେଉଁ ମିଶନକୁ ନେଇ ବାହାରିଥିଲେ, ସେଥିରେ ସାମାନ୍ୟତମ ଏପଟ-ସେପଟ ହେବାକୁ ଦେଲେ ନାହିଁ। ତେବେ ମୁଁ ନିଶ୍ଚିତ ଭାବେ ଆପଣଙ୍କର ମନର ଭାବକୁ ଜାଣିବାକୁ ଚାହିଁବି।

ଆଶିଷ : ଆଜ୍ଞା ସାର୍‍, ପ୍ରତିଯୋଗିତାର 25 ଦିନ ପୂର୍ବରୁ ମୋ ପିତାଜୀଙ୍କର ମୃତ୍ୟୁ ହୋଇ ଯାଇଥିଲା ଯେଉଁ କାରଣରୁ ମୁଁ ଖୁବ ମାନସିକ ଯନ୍ତ୍ରଣାରେ ଥିଲି ଯେ ମୁଁ ଭାବନାତ୍ମକ ଭାବେ ବହୁତ କଷ୍ଟ ଅନୁଭବ କରୁଥିଲି ସାର୍‍, ସେ ସମୟରେ ମୋତେ ବହୁତଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। ତେବେ ସେହି ସମୟରେ ମୋତେ ସବୁଠାରୁ ଅଧିକ ଆବଶ୍ୟକତା ଥିଲା ମୋର ପାରିବାରିକ ସହଯୋଗର। ମୋତେ ମୋର ପରିବାର ବହୁତ ସହଯୋଗ କଲେ। ମୋର ଭାଇ, ମୋର ଭଉଣୀ, ଆଉ ମୋ ପରିବାରର ସମସ୍ତ ସଦସ୍ୟମାନେ ବହୁତ ସହଯୋଗ କଲେ ଆଉ ମୋର ସାଙ୍ଗମାନେ ମଧ୍ୟ ମୋତେ ବାରମ୍ବାର ଉତ୍ସାହିତ କଲେ ଯେ ମୋତେ ମୋ ବାପାଙ୍କର ସ୍ୱପ୍ନକୁ ପୂରଣ କରିବା ଦରକାର। ଯେଉଁ ସ୍ୱପ୍ନର ପ୍ରାରମ୍ଭରେ, ବକ୍ସିଂର ପ୍ରାରମ୍ଭରେ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ମୋ ପାଇଁ, ଆଉ ସାର୍‍ ସମସ୍ତ କାମକୁ ଛାଡ଼ିଦେଇ ପୁଣିଥରେ କ୍ୟାମ୍ପରେ ଯୋଗ ଦେବା ପାଇଁ କହିଲେ ଯେ ତୁମେ ଯାଅ ଆଉ ତୁମ ବାପାଙ୍କର ଯେଉଁ ସ୍ୱପ୍ନ ରହିଛି ତାହାକୁ ପୂରଣ କର। ତେବେ ସାର୍‍, ଯେତେବେଳେ ମୁଁ ସ୍ପେନରେ ଥିଲି, ସେତେବେଳେ ମୁଁ କୋଭିଡ଼ ପଜିଟିଭ ହୋଇ ଯାଇଥିଲି ତେବେ ସେହି ସମୟରେ ମୋର ଲକ୍ଷଣ ସବୁ ଦେଖା ଯାଇଥିଲା ସାର୍‍, ତେବେ କିଛି ଦିନ ସେଠାରେ ମୋର ଲକ୍ଷଣ ସବୁ ଦେଖାଗଲା। କିନ୍ତୁ ସାର୍‍, ସେଠାରେ ମୋ ସୁବିଧା ପାଇଁ ସ୍ୱତନ୍ତ୍ର ଭାବେ କିଛି ବ୍ୟବସ୍ଥା କରାଗଲା ଆଉ ଆମ ଟିମର ଯେଉଁ ଡାକ୍ତର ଥିଲେ ଡଃ. କରଣ, ତାଙ୍କ ସହିତ ମୁଁ ନିୟମିତ ଯୋଗାଯୋଗରେ ଥିଲି ଆଉ ଷ୍ଟାଫଙ୍କ ସହିତ ମଧ୍ୟ। ତେବେ ଏଥିପାଇଁ ସେଠାରେ ମୋତେ କିଛି ଜାଗା ମିଳିଥିଲା ସାର୍‍ ଯେଉଁଠାରେ ମୁଁ ଅଭ୍ୟାସ କରୁଥିଲି ଟିକେ ଫିଟନେସ କରୁଥିଲି କିନ୍ତୁ ପୁଣି ମଧ୍ୟ ସାର୍‍ ବହୁତ ସମୟ ଲାଗିଗଲା କରୋନା ପ୍ରଭାବରୁ ବାହାରିବା ପାଇଁ ତେବେ ଭଲ ହେବା ପରେ ଯେତେବେଳେ ମୁଁ ଭାରତ ଫେରି ଆସିଲି ଆଉ ପରେ ପୁଣି କ୍ୟାମ୍ପକୁ ଗଲି ତେବେ ସେଠାରେ ମୋର କୋଚମାନେ, ସହଯୋଗୀ ଷ୍ଟାଫ୍‍ମାନେ ମୋର ବହୁତ ସାହାଯ୍ୟ କଲେ। ଧର୍ମେନ୍ଦ୍ର ସିଂହ ଯାଦବ ହେଉଛନ୍ତି ମୋର କୋଚ୍‍, ସେ ମୋତେ ବହୁତ ସାହାଯ୍ୟ କଲେ ମୋତେ କରୋନା ପ୍ରଭାବରୁ ବାହାରିବା ପାଇଁ ଆଉ ମୋର କ୍ରୀଡ଼ାରେ ମୋ ରିଦିମ୍‍ କୁ ପୁଣିଥରେ ଫେରାଇ ଆଣିବା ପାଇଁ।

ପ୍ରଧାନମନ୍ତ୍ରୀ : ଆଶିଷ ଜୀ, ଆପଣଙ୍କ ପରିଜନଙ୍କୁ ମଧ୍ୟ ମୁଁ ପ୍ରଣାମ ଜଣାଉଛି ଆଉ ଆଶିଷ ଜୀ ଆପଣଙ୍କର ମନେ ଥିବ ସଚିନ ତେନ୍ଦୁଲକର ଜୀ ଏକ ବହୁତ ବଡ଼ଗୁରୁତ୍ୱପୂର୍ଣ୍ଣ ଖେଳ ଖେଳୁଥିଲେ ଆଉ ସେହି ସମୟରେ ତାଙ୍କ ପିତାଜୀଙ୍କର ସ୍ୱର୍ଗବାସ ହୋଇଥିଲା। କିନ୍ତୁ ସେ ଖେଳକୁ ପ୍ରାଥମିକତା ଦେଇଥିଲେ ଆଉ ଖେଳ ମାଧ୍ୟମରେ ନିଜ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଆପଣ ମଧ୍ୟ ସେହିଭଳି କମାଲ କରିଛନ୍ତି। ଆପଣ ଆଜି ନିଜ ବାପାଙ୍କୁ ହରାଇବା ପରେ ମଧ୍ୟ ଦେଶ ପାଇଁ ଖେଳିଲେ, ଖେଳ ପାଇଁ ସମ୍ପୂର୍ଣ୍ଣ ଭାବେ ମନ, ପ୍ରାଣରେ ଲାଗି ପଡ଼ିଛନ୍ତି। ଆପଣ ପ୍ରକୃତରେ ତାହାର ଏକ ଜ୍ୱଳନ୍ତ ଉଦାହରଣ, ଯିଏ ପ୍ରକୃତରେ ହେଉଛନ୍ତି ପ୍ରେରଣାଦାୟକ, ଆପଣ ଜଣେ ଖେଳାଳୀ ହିସାବରେ ପ୍ରତି ଥର ବିଜେତା ଭାବେ ପ୍ରମାଣିତ ହୋଇଛନ୍ତି। ଏହା ସହିତ ଜଣେ ବ୍ୟକ୍ତି ହିସାବରେ ଆପଣ ଶାରୀରିକ ଏବଂ ଭାବନାତ୍ମକ ଉଭୟ ଆହ୍ୱାନଗୁଡ଼ିକ ଉପରେ ବିଜୟପ୍ରାପ୍ତ କରିଛନ୍ତି। ଆପଣଙ୍କ ଉପରେ ସମଗ୍ର ଦେଶର ବହୁ ଆଶା ରହିଛି। ଆମକୁ ବିଶ୍ୱାସ ରହିଛି କି ଅଲିମ୍ପିକ୍ସର ପ୍ଲାଟଫର୍ମରେ ମଧ୍ୟ ଆପଣ ଭଲ ପ୍ରଦର୍ଶନ କରିବେ, ମୋ ତରଫରୁ ଆପଣଙ୍କୁ ବହୁତ-ବହୁତ ଶୁଭକାମନା। ଆପଣଙ୍କ ପରିଜନଙ୍କୁ ମଧ୍ୟ ମୋର ପ୍ରଣାମ।

ପ୍ରଧାନମନ୍ତ୍ରୀ : ଆସନ୍ତୁ, ଇଏ ହେଉଛନ୍ତି ଆମ ସମସ୍ତଙ୍କର ପରିଚିତ ଚେହେରା, ପରିଚିତ ନାମ। ଆମେ ମେରୀ କମ୍‍ ଙ୍କ ସହିତ ବାର୍ତାଳାପ କରିବା।

ପ୍ରଧାନମନ୍ତ୍ରୀ : ମେରୀ କମ୍‍ ଜୀ ନମସ୍ତେ!

ମେରି କମ୍‍ : ନମସ୍ତେ ସାର୍‍!

ପ୍ରଧାନମନ୍ତ୍ରୀ : ଆପଣ ତ ହେଉଛନ୍ତି ଜଣେ ଏଭଳି ଖେଳାଳୀ ଯାହାଙ୍କଠାରୁ ସମଗ୍ର ଦେଶ ପ୍ରେରଣା ନେଇଥାଏ। ଏହି ଅଲିମ୍ପିକ୍ସ ଦଳରେ ମଧ୍ୟ ଏଭଳି ବହୁତ ଜଣ ଖେଳାଳୀ ଥିବେ ଯାହାଙ୍କ ପାଇଁ ଆପଣ ସ୍ୱୟଂ ଜଣେ ଆଦର୍ଶ ଭାବେ ପରିଗଣିତ ହେଉଥିବେ। ଯଦି ସେ ଆପଣଙ୍କୁ ଫୋନ କରୁଥିବେ ଅବା ଯଦି ଫୋନ କରୁଛନ୍ତି ତେବେ କ’ଣ ପଚାରନ୍ତି?

ମେରୀ କମ୍‍ : ସାର୍‍, ଘରେ ସମସ୍ତେ ମୋ ପାଇଁ ପ୍ରାର୍ଥନା କରୁଛନ୍ତି ଯେ ସେ ପିଲାମାନେ ମୋତେ ଅଧିକ ମିସ୍‍ କରୁଛନ୍ତି ଆଉ ସେମାନେ ଭାବୁଛନ୍ତି କି ମାମା ଦେଶ ପାଇଁ ଲଢ଼େଇ କରିବାକୁ ଯାଉଛନ୍ତି ଆଉ ସେମାନଙ୍କୁ ତାଙ୍କ ପାପାଜୀ କହୁଛନ୍ତି ମାମାଙ୍କୁ ଅନୁସରଣ କରିବ ପିଲାମାନେ ଆଉ ତୁମେମାନେ ଘରେ ସ୍ନେହରେ ରହିବ, ବାହାରକୁ ବାହାରିବ ନାହିଁ, କୋଭିଡ଼ କାରଣରୁ ସାର୍‍ ଆଉ ପିଲାମାନେ ମଧ୍ୟ ଘରେ ବହୁତ ବୋର୍‍ ହୋଇ ଯାଉଛନ୍ତି, ଅନ୍‍ ଲାଇନ୍‍ରେ କ୍ଲାସ କରୁଛନ୍ତି କିନ୍ତୁ ଏତେ ପରିମାଣରେ ମୁକ୍ତ ଅନୁଭବ କରୁ ନାହାଁନ୍ତି। ପିଲାମାନେ ଖେଳକୁ ବହୁତ ପସନ୍ଦ କରନ୍ତି ସାର୍‍, ସାଙ୍ଗମାନେ ଖେଳିବାରେ ବହୁତ ଭଲ କରନ୍ତି, ଭଲ ହେଉଛି କିନ୍ତୁ ଏଥର କୋଭିଡ଼ କାରଣରୁ ସବୁ ସାଙ୍ଗମାନଙ୍କଠାରୁ ମଧ୍ୟ ଦୂରେଇ ରହୁଛନ୍ତି ଆଉ ମୁଁ କହିଲି ଏହି ବିଷୟରେ ଆମ ସମସ୍ତଙ୍କୁ ଲଢ଼େଇ କରିବାକୁ ହେବ, ଭଲ ରହିବାକୁ ପଡ଼ିବ ଆଉ ସୁରକ୍ଷିତ ରହିବାକୁ ପଡ଼ିବ, ସୁରକ୍ଷିତ ଭାବେ ରହିବାକୁ ହେବ ଆଉ ମୁଁ ଦେଶ ପାଇଁ ଲଢ଼େଇ କରିବାକୁ ଯାଉଛି ଆଉ ମୁଁ ଚାହୁଁଛି କି ତୁମେମାନେ ସୁରକ୍ଷିତ ରୁହ ଆଉ ମୁଁ ମଧ୍ୟ ସୁରକ୍ଷିତ ରହିବି ଆଉ ଦେଶ ପାଇଁ ଭଲ କରିବା ପାଇଁ ମୁଁ ଚେଷ୍ଟା କରୁଛି, ଏହି କଥା ହୋଇଥାଏ ସାର୍‍।

ପ୍ରଧାନମନ୍ତ୍ରୀ : ସେମାନେ ଶୁଣୁଛନ୍ତି, ମୋ ସାମ୍ନାରେ ଦେଖାଯାଉଛନ୍ତି ସବୁଲୋକମାନେ। ଆଚ୍ଛା, ଏମିତିରେ ତ ଆପଣ ସବୁ ପଞ୍ଚରେ ହେଉଛନ୍ତି ଚମ୍ପିୟାନ, କିନ୍ତୁ ଆପଣଙ୍କର ସବୁଠାରୁ ପ୍ରିୟ ପଞ୍ଚ ହେଉଛି କେଉଁଟି? ଜାଁବ, ହୁକ୍‍, ଅପର କଟ୍‍ କିମ୍ବା ଆଉ କିଛି? ଆଉ ଏହା ମଧ୍ୟ କୁହନ୍ତୁ ଯେ ଏହି ପଞ୍ଚ କାହିଁକି ଆପଣଙ୍କୁ ପସନ୍ଦ?

ମେରୀ କମ୍‍ : ସାର୍‍ ମୋର ମନପସନ୍ଦ ପଂଚେଜ ତ ହେଉଛି ଏ ମୋର ସାଉଥ ପୋଲ ତେବେ ଏହା ହେଉଛି ମୋର ସବୁଠାରୁ ପସନ୍ଦ ସାର୍‍। ତେବେ ଏଠାରେ କେହି ମଧ୍ୟ ମିସ୍‍ କରି ପାରନ୍ତି ନାହିଁ, ଲଗାଇବାକୁ ଅଛି ତ ଲଗାଇଦେବାର ଅଛି ବାସ୍‍।

ପ୍ରଧାନମନ୍ତ୍ରୀ : ମୁଁ ଜାଣିବାକୁ ଚାହୁଁଛି ଯେ ଆପଣଙ୍କର ପସନ୍ଦ ଯୋଗ୍ୟ ଖେଳାଳୀ କିଏ?

ମେରୀ କମ୍‍ : ସାର୍‍ ମୋର ପସନ୍ଦଯୋଗ୍ୟ ଖେଳାଳୀ ତ ହେଉଛନ୍ତି ବକ୍ସିଂର ହିରୋ, ମୋତେ ପ୍ରେରଣାଦାୟୀ ହେଉଛନ୍ତି ମହମ୍ମଦ ଅଲୀ ସାର୍‍।

ପ୍ରଧାନମନ୍ତ୍ରୀ : ମେରୀ କମ୍‍ ଜୀ, ଆପଣ ପ୍ରାୟତଃ ବକ୍ସିଂର ସବୁ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତା ଜିତି ସାରିଛନ୍ତି। ଆପଣ କେଉଁଠି କହିଥିଲେ ଯେ ଅଲମ୍ପିକ ଗୋଲ୍ଡ ହେଉଛି ଆପଣଙ୍କର ସ୍ୱପ୍ନ। ଏହା କେବଳ ଆପଣଙ୍କର ନୁହେଁ ସାରା ଦେଶର ସ୍ୱପ୍ନ। ଦେଶକୁ ଆଶା ରହିଛି ଯେ ଆପଣ ଆପଣଙ୍କର ଆଉ ଦେଶର ସ୍ୱପ୍ନକୁ ନିଶ୍ଚିତ ଭାବେ ପୂରଣ କରିବେ। ମୋର ଆପଣଙ୍କୁ ବହୁତ-ବହୁତ ଶୁଭକାମନା, ଆପଣଙ୍କର ପରିଜନଙ୍କୁ ପ୍ରଣାମ।

ମେରୀ କମ୍‍ : ସାର୍‍ ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ!

ପ୍ରଧାନମନ୍ତ୍ରୀ : ଆସନ୍ତୁ, ଏବେ ପି.ବି.ସିନ୍ଧୁଙ୍କ ସହିତ କଥା ହେବା।

ପ୍ରଧାନମନ୍ତ୍ରୀ : ସିନ୍ଧୁଜୀ, ମୋତେ ଅବଗତ କରାଯାଇଛି କି ଆପଣ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଅଲିମ୍ପିକ୍ସ ସାଇଜର କୋର୍ଟରେ ଅଭ୍ୟାସ କରିବାକୁ ଚାହୁଁଥିଲେ। ଏବେ ଗୌଚିବାଓଲୀରେ କିଭଳି ଭାବେ ଆପଣଙ୍କ ଅଭ୍ୟାସ ଚାଲୁ ରହିଛି?

ପି.ବି.ସିନ୍ଧୁ : ଗୌଚିବାଓଲୀରେ ଅଭ୍ୟାସ ବହୁତ ଭଲ ଭାବେ ଚାଲୁ ରହିଛି ସାର୍‍। ମୁଁ ଏହାକୁ ବାଛିଲି କାରଣ ଏବେ ଅଲମ୍ପିକ ଷ୍ଟାଡିୟମ ହେଉଛି ବହୁତ ବଡ଼ ଆଉ ତାହା ଏ.ସି. ଆଉ... ବହୁତ ଅନୁଭବ ହୋଇଥାଏ ତେବେ ଏଥିପାଇଁ ମୁଁ ଏହା ଚିନ୍ତାକଲି ଯେ ଠିକ୍‍ ଅଛି ଯଦି ଭଲ ଷ୍ଟାଡିୟମ ଅଛି, ସୁଯୋଗ ଯଦି ଅଛି ତେବେ କାହିଁକି ଖେଳିବି ନାହିଁ ଚିନ୍ତାକରି ଫେବୃୟାରୀରୁ ଯାଇ ଅଭ୍ୟାସ କରୁଛି ସାର୍‍। ନିଶ୍ଚିତ ଭାବେ ମୁଁ ସରକାରଙ୍କଠାରୁ ଅନୁମତି ଆଣିଥିଲି ସାର୍‍। ନିଶ୍ଚିତ ଭାବେ ଏହି ମହାମାରୀ କାରଣରୁ ସେମାନେ ସଙ୍ଗେ ସଙ୍ଗେ ଅନୁମତି ଦେଇ ପ୍ରୋଟୋକଲ୍ସକୁ ଅନୁସରଣ କରିବାକୁ କହିଥିଲେ। ମୁଁ ସେମାନଙ୍କ ନିକଟରେ କୃତଜ୍ଞ କାରଣ ଯେମିତି ହିଁ ମୁଁ ଅନୁମତି ମାଗିଥିଲି ସେମାନେ ଅନୁମତି ଦେଇଦେଲେ ସାର୍‍। ତେବେ ଏଥିପାଇଁ ମୁଁ ଚିନ୍ତାକଲି ଠିକ୍‍ ଅଛି ଯଦି ଏବେଠାରୁ ଆରମ୍ଭ କରାଯିବ ବଡ଼ ଷ୍ଟାଡିୟମରେ ଖେଳିବା ପାଇଁ ତେବେ ଟୋକିଓ ଯିବାପରେ ତାହା ଆଉ ଏତେ କଷ୍ଟକର ହେବନାହିଁ ଆଉ ମୁଁ ଖୁବ ଶୀଘ୍ର ତାହା ସହିତ ଅଭ୍ୟସ୍ତ ହୋଇଯିବି ସାର୍‍।

ପ୍ରଧାନମନ୍ତ୍ରୀ : ଆପଣଙ୍କ ପରିବାରର ଲୋକମାନେ ମଧ୍ୟ ମୋ ସାମ୍ନାରେ ଅଛନ୍ତି, ମୁଁ ସେମାନଙ୍କୁ ପ୍ରଣାମ କରୁଛି। ମୋର ମନେ ପଡ଼ୁଛି କି ଗୋପିଚାନ୍ଦ ଜୀ ଗୋଟିଏ ସାକ୍ଷାତକାରରେ କହିଥିଲେ ଯେ ସେ ରିଓ ଅଲମ୍ପିକ୍ସ ପୂର୍ବରୁ ଆପଣଙ୍କ ଫୋନ ନେଇ ଯାଇଥିଲେ। ଆପଣଙ୍କୁ ଆଇସକ୍ରିମ ଖାଇବାକୁ ମଧ୍ୟ ଅନୁମତି ଦେଇ ନଥିଲେ। କ’ଣ ଏବେ ମଧ୍ୟ ଆପଣଙ୍କୁ ଆଇସକ୍ରିମ ଖାଇବା ଉପରେ ରୋକ ଲାଗିଛି କିମ୍ବା କିଛିଟା ଅନୁମତି ମିଳିଛି?

ପି.ବି.ସିନ୍ଧୁ : ସାର୍‍, ନିଶ୍ଚିତ ଭାବେ କିଛିଟା ନିୟନ୍ତ୍ରଣ ରଖୁଛି ସାର୍‍। କାରଣ ଜଣେ ଖେଳାଳୀଙ୍କ ପାଇଁ ଖାଦ୍ୟପେୟର ବହୁତ ଗୁରୁତ୍ୱ ରହିଛି। ଆଉ ଏବେ ଅଲିମ୍ପିକ୍ସ ଅଛି ସେଥିପାଇଁ ପ୍ରସ୍ତୁତି କରୁଛି ତ ନିଶ୍ଚିତ ଭାବେ କିଛିଟା ଖାଦ୍ୟପେୟରେ ନିୟନ୍ତ୍ରଣ ରଖିବି ତ ନିଶ୍ଚିତ ତେଣୁ ଆଇସକ୍ରିମ୍‍ ସେତେଟା ଖାଉନି ସାର୍‍, ବାସ୍‍ କେତେବେଳେ କେମିତି ଖାଉଛି।

ପ୍ରଧାନମନ୍ତ୍ରୀ : ଦେଖନ୍ତୁ ସିନ୍ଧୁ ଜୀ, ଆପଣଙ୍କର ମାତା-ପିତା ଉଭୟ କ୍ରୀଡ଼ା ଜଗତରେ ଥିଲେ ଆଉ ତେଣୁ କରି ମୋର ମନ କହୁଛି ଆଜି ମୁଁ ନିଶ୍ଚିତ ଭାବେ ସେମାନଙ୍କୁ ଗୋଟିଏ କଥା ନିଶ୍ଚିତ କହିବି। ଆପଣଙ୍କୁ ନମସ୍କାର, ଆପଣ ଏହା କୁହନ୍ତୁ ଯେ ଯେତେବେଳେ କୌଣସି ପିଲାର ରୁଚି କ୍ରୀଡ଼ାରେ ଯିବା ପାଇଁ ହେବ ତେବେ ମାତା-ପିତାଙ୍କ ପାଇଁ ବହୁତ କଷ୍ଟ ହୋଇଥାଏ। ବହୁତ ଲୋକଙ୍କର ବହୁତ ଗୁଡ଼ିଏ ଆଶା-ଆକାଂକ୍ଷା ରହିଥାଏ। ଆପଣ ଏମିତିକା ମାତା-ପିତାଙ୍କ ପାଇଁ କ’ଣ ସନ୍ଦେଶ ଦେବାକୁ ଚାହିଁବେ?

ଅଭିଭାବକ : କେବଳ ମାତ୍ର ସାର୍‍ କହୁଛି ପିତା-ମାତା ଏହା ଜାଣିବା ଦରକାର ଯେ ଯଦି ନିଜର ପିଲା ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଭଲ ହେବ ତେବେ ଯାଇ ସବୁକିଛି ବଡ଼ ହେବ କାରଣ ଆପଣ ଟିକେ ଖେଳିବେ ତେବେ ଯାଇ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଆପେ-ଆପେ ଏକାଗ୍ରତା ବଢ଼଼ିବ। ପ୍ରତ୍ୟେକ ସ୍ତରରେ ଆପଣମାନେ ଆଗକୁ ବଢ଼଼ିବେ ଆଉ ନିଶ୍ଚିତ ଭାବେ ଆପଣ ଉପରକୁ ଆସି ପାରିବେ।

ପ୍ରଧାନମନ୍ତ୍ରୀ : ଆପଣ ହେଉଛନ୍ତି ଜଣେ ସଫଳ ଖେଳାଳୀଙ୍କ ମାତା-ପିତା। ନିଜ ପିଲାମାନଙ୍କୁ ଖେଳାଳୀ କରିବା ପାଇଁ କେଉଁ ପ୍ରକାରର ଅଭିଭାବକପଣିଆ ତୁଲାଇବାକୁ ପଡ଼ିଥାଏ?

ଅଭିଭାବକ : ସାର୍‍ ପ୍ୟାରେଂଟିଙ୍ଗ କିହିଲେ ତ ପ୍ରଥମେ ମାତା-ପିତାଙ୍କୁ ହିଁ ଉତ୍ସର୍ଗୀକୃତ ଭାବନା ନେଇ ପିଲାମାନଙ୍କୁ ପ୍ରୋତ୍ସାହନ ଦେବାର ଅଛି। ଆପଣ ସେମାନଙ୍କୁ ଉତ୍ସାହିତ କରିବେ ଆଉ ଆପଣ ତ ଜାଣନ୍ତି ସରକାର ପ୍ରତ୍ୟେକ ଖେଳାଳୀଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି। ତେଣୁ ଆମ ପିଲାମାନଙ୍କୁ ସେହି ବିଷୟରେ ବୁଝାଇବା ଯେ ବେଟା ଦେଶର ନାମକୁ ଉଚ୍ଚା କରିବା ପାଇଁ ତୁମକୁ ପରିଶ୍ରମ କରିବାକୁ ପଡ଼ିବ ଆଉ ଭଲ ନାଁ କରିବାକୁ ପଡ଼ିବ ଏଭଳି କହି ଆମେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଆଉ ପ୍ରତ୍ୟେକ ପିଲାକୁ ଆମକୁ ଏହା ପ୍ରଥମେ ଶିଖାଇବାର ଅଛି ଯେ ସମ୍ମାନ ଦେବ ଯିଏ ହେଲେ ମଧ୍ୟ ହୁଅନ୍ତୁ, ସମ୍ମାନ ଦିଅ ଆଉ ତାଙ୍କର ଆଶୀର୍ବାଦ ନିଅ।

ପ୍ରଧାନମନ୍ତ୍ରୀ : ସିନ୍ଧୁ ଜୀ, ଆପଣଙ୍କ ମାତା-ପିତା ଆପଣଙ୍କୁ ବିଶ୍ୱ ଚମ୍ପିୟାନ କରିବା ପାଇଁ ବହୁତ ତ୍ୟାଗ କରିଛନ୍ତି। ସେମାନେ ନିଜର କାର୍ଯ୍ୟ କରିଦେଲେ। ଏବେ ଆପଣଙ୍କର ପାଳି, ଆପଣ ଖୁବ ପରିଶ୍ରମ କରନ୍ତୁ। ଆଉ ମୋର ବିଶ୍ୱାସ ରହିଛି ଯେ ଏଥର ମଧ୍ୟ ଆପଣ ନିଶ୍ଚିତ ରୂପେ ସଫଳ ହେବେ ଆଉ ସଫଳତା ପରେ ମୋର ଆପଣମାନଙ୍କ ସହିତ ସାକ୍ଷାତ ହୁଏ, ତେବେ ମୁଁ ମଧ୍ୟ ଆପଣଙ୍କ ସହିତ ଆଇସକ୍ରିମ ଖାଇବି।

ପ୍ରଧାନମନ୍ତ୍ରୀ : ଆସନ୍ତୁ ଏଲାଙ୍କ ସହିତ କଥା ହେବା, ଏଲା ନମସ୍ତେ!

ଏଲାବେନିଲ : ନମସ୍ତେ ସାର୍‍!

ପ୍ରଧାନମନ୍ତ୍ରୀ : (ଗୁଜରାଟୀରେ ସମ୍ବୋଧନ) ଏଲବେନିଲ, ମୋତେ ଅବଗତ କରାଯାଇଛି ଯେ, ଆପଣ ପ୍ରଥମେ ଆଥିଲେଟିକ୍ସରେ ଯିବାକୁ ଚାହୁଁଥିଲେ। ପୁଣି ଏମିତି କ’ଣ ଟ୍ରିଗର କରିଗଲା, ଯେ ଆପଣ ବନ୍ଧୁକଚାଳନାକୁ ଆପଣାଇ ନେଲେ?

ଏଲାବେନିଲ : ସାର୍‍, ପ୍ରକୃତରେ ମୁଁ ବହୁତଗୁଡ଼ିଏ କ୍ରୀଡ଼ା ପାଇଁ ଚେଷ୍ଟା କରିଥିଲି ବନ୍ଧୁକଚାଳନା ପୂର୍ବରୁ ପିଲାଦିନ ଠାରୁ ହିଁ ମୋତେ ସ୍ପୋର୍ଟସ୍‍ ବହୁତ ପସନ୍ଦ ଥିଲା। ଏଥଲେଟିକ, ବ୍ୟାଡମିଂଟନ୍‍, ଜୁଡୋ ଇତ୍ୟାଦିକୁ ଚେଷ୍ଟା କରିଥିଲି କିନ୍ତୁ ଯେତେବେଳେ ମୁଁ ବନ୍ଧୁକଚାଳନା ଆରମ୍ଭ କଲି ସେତେବେଳେ ମୋତେ ଏକ ପ୍ରକାରର ଅଧିକ ଉତ୍ସାହ ମିଳିଥିଲା ଏହି ଖେଳରେ କାରଣ ଆମକୁ ବହୁତ ଅଧିକ ସ୍ଥିର ହୋଇ ରହିବାକୁ ପଡ଼େ। ବହୁତ ଅଧିକ ଶାନ୍ତ ହେବାକୁ ପଡ଼ିଥାଏ ତେବେ କିନ୍ତୁ ସାର୍‍ ସେ ଯେଉଁ ଶାନ୍ତ ରହିବାକୁ ପଡ଼ିଥାଏ, ତାହା ହିଁ ମୋ ପାଖରେ ନଥିଲା। ମୁଁ ଭାବିଲି ଯେ ଠିକ୍‍ ଅଛି ଏହିଠାରୁ ହିଁ ବହୁତ କିଛି ଶିଖିବାକୁ ମିଳିବ ମୋତେ ଏହି ଖେଳରୁ ତେବେ ସେହିଠାରୁ ସେଥିପ୍ରତି ଏକ ପ୍ରକାରର ଆକର୍ଷଣ ରହିଗଲା ଏହି ଖେଳ ପ୍ରତି।

ପ୍ରଧାନମନ୍ତ୍ରୀ : ଏବେ ଦୂରଦର୍ଶନରେ ମୁଁ ଗୋଟିଏ କାର୍ଯ୍ୟକ୍ରମ ଦେଖୁଥିଲି। ସେଥିରେ ମୁଁ ଆପଣଙ୍କ ମାତାଜୀ-ପିତାଜୀଙ୍କୁ ଶୁଣୁଥିଲି ଆଉ ସେ ସଂସ୍କାରଧାମରେ ଆପଣ ଏହାର ଆରମ୍ଭ କରିଥିଲେ। ଏହାର ସଂମ୍ପୂର୍ଣ୍ଣ ଭାବେ ବର୍ଣ୍ଣନା କରୁଥିଲେ। ଆଉ ସେଠାକାର ବିଷୟରେ ବହୁତ ଗର୍ବ କରୁଥିଲେ ଯେ ସେଠାକୁ ଯାଇ ଆପଣଙ୍କୁ ମନେ ପକାଉଥିଲେ। ଆଚ୍ଛା, ତେବେ ସ୍କୁଲରୁ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଆପଣଙ୍କ ଯାତ୍ରାର କଥା ବହୁ ଯୁବକ ଜାଣିବାକୁ ଚାହିଁବେ। ଦେଖନ୍ତୁ ମୁଁ ମଣିନଗରର ବିଧାୟକ ଥିଲି ଆଉ ଆପଣ ମଣିନଗରରେ ରହୁଛନ୍ତି ଆଉ ଯେତେବେଳେ ମୁଁ ଖୋଖରାରେ ମୋର ବିଧାନସଭା କ୍ଷେତ୍ରରେ ପ୍ରଥମେ ସ୍ପୋର୍ଟସ୍‍ ଏକାଡେମୀ ଆରମ୍ଭ କରିଥିଲି ତେବେ ଆପଣମାନେ ଖେଳିବାକୁ ଆସୁଥିଲେ। ସେତେବେଳେ ତ ଛୋଟ ପିଲା ଥିଲେ ଆଉ ଆଜି ତୁମକୁ ଦେଖିବା ପରେ ମୋତେ ବଡ଼ ଗର୍ବ ଅନୁଭବ ହେଉଛି। ତେବେ ନିଜ ବିଷୟରେ କିଛି କୁହନ୍ତୁ।

ଏଲାବେନିଲ : ସାର୍‍ ମୋର ବନ୍ଧୁକଚାଳନାର ପେଶାଦାର ଯାତ୍ରା ସଂସ୍କାରଧାମ ଠାରୁ ଆରମ୍ଭ ହୋଇଥିଲା। ଯେତେବେଳେ ମୁଁ 10ମ ଶ୍ରେଣୀରେ ଥିଲି ତେବେ ମମ୍‍-ଡାଡ୍‍ଙ୍କର ହିଁ କଲ୍‍ ଥିଲା ଠିକ୍‍ ଅଛି ତୁମେ କ୍ରୀଡ଼ାରେ ଚେଷ୍ଟା କରି ଦେଖ ଯଦି ତୁମର ଏତେ ଆଗ୍ରହ ଅଛି ତେବେ ତୁମେ କର..ସେ କହିଥିଲେ ତେବେ ଗୁଜରାଟ କ୍ରୀଡା ପ୍ରାଧୀକରଣ ଏବଂ ଗନ୍‍ ଫର୍‍ ଗ୍ଲୋରୀ ସୁଟିଂ ଏକାଡେମୀରେ ଯେଉଁ ଏମଓୟୁ ଦସ୍ତଖତ ହେଲା ସାର୍‍, ତେବେ ସଂସ୍କାରଧାମରେ ସେମାନେ ଜିଲ୍ଲାସ୍ତରୀୟ ସ୍ପୋର୍ଟସ୍‍ ଆରମ୍ଭ କରିଥିଲେ। ପାଠପଢ଼଼ା ମଧ୍ୟ ସେହିଠାରେ ହିଁ ହେଉଥିଲା। ଦିନସାରା ଆମର ଟ୍ରେନିଂ ମଧ୍ୟ ସେଠାରେ ହେଉଥିଲା ସାର୍‍। ତେବେ ସାର୍‍ ସେ ଯାତ୍ରା ଖୁବ୍‍ ଭଲ ଥିଲା କାରଣ ସେଠାରୁ ମୁଁ ଆରମ୍ଭ କରିଥିଲି ଆଉ ଏବେ ଯେତେବେଳେ ମୁଁ ମୋର ପ୍ରଥମ ଅଲିମ୍ପିକ୍ସ ପାଇଁ ଯାଉଛି ତେବେ ସାର୍‍ ବହୁତ ଗର୍ବିତ ଅନୁଭବ କରୁଛି ଯେ ଏତେ ଲୋକଙ୍କର ସାହାଯ୍ୟ, ଏତେ ଲୋକ ମୋତେ ସପୋର୍ଟ କଲେ ଆଉ ସବୁବେଳେ ଗାଇଡ଼୍‍ କରିଛନ୍ତି ସାର୍‍ ତେବେ ଖୁବ୍‍ ଭଲ ଲାଗେ ସାର୍‍।

ପ୍ରଧାନମନ୍ତ୍ରୀ : ଏଲବେନିଲ, ଏବେ ଆପଣ ଗ୍ରାଜୁଏସନ କରୁଛନ୍ତି। ସୁଟିଂ କ୍ୟାରିୟର ଏବଂ ପାଠପଢ଼଼ାକୁ ଆପଣ କିପରି ବାଲାନ୍ସ କରୁଛନ୍ତି?

ଏଲବେନିଲ : ସାର୍‍ ଏଥିପାଇଁ ତ ମୁଁ ମୋର ଗୁଜରାଟ ୟୁନିଭର୍ସିଟି ରହିଛି ଆଉ ଆମର କଲେଜ ଭବନ ରାଜ କଲେଜ ରହିଛି ତାଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି କାରଣ ସାର୍‍ କେବେ ହେଲେ ମଧ୍ୟ ଏପରି ସମୟ ନ ଥିଲା ଯେ ଯେତେବେଳେ ସେମାନେ ମୋତେ କହିଥିବେ କି ନାଇଁ ତୁମକୁ ଆସି ଏହି କାର୍ଯ୍ୟଟିକୁ ବାଧ୍ୟତାମୂଳକ ଭାବେ କରିବାକୁ ପଡ଼ିବ। ସେମାନେ ମୋତେ ଏତେ ପରିମାଣରେ ସୁବିଧା ପ୍ରଦାନ କରିଥିଲେ ଯେ ମୋ ପାଇଁ ସ୍ୱତନ୍ତ୍ର ଭାବେ ପରୀକ୍ଷା ବ୍ୟବସ୍ଥା ମଧ୍ୟ କରି ଦେଉଥିଲେ। ମୋ ପାଇଁ ମୋର ସେମିନାର ଅଲଗା ଭାବେ ରଖି ଦେଉଥିଲେ ସାର୍‍ ଖୁବ୍‍ ସପୋର୍ଟ କରିଛନ୍ତି ସେମାନେ ଆଉ ମୋ ସ୍କୁଲ ମଧ୍ୟ ମୋତେ ବହୁତ ସହାୟତା କରିଛି ସାର୍‍।

ପ୍ରଧାନମନ୍ତ୍ରୀ : ଏଲାବେନିଲ ଆପଣଙ୍କ ପିଢ଼ୀ ହେଉଛି ଉଚ୍ଚାଭିଳାଷୀ ଏବଂ ଅଭିଜ୍ଞାତା ସଂମ୍ପର୍ଣ୍ଣ ମଧ୍ୟ। ଆପଣ ଏତେ କମ୍‍ ବୟସରେ ବିଶ୍ୱ ସ୍ତରରେ ସଫଳତା ହାସଲ କରିଛନ୍ତି। ଏମିତିରେ ଦେଶକୁ ଆଶା ଅଛି ଯେ କ୍ରୀଡ଼ାର ସବୁଠାରୁ ବଡ଼ ମଞ୍ଚରେ ମଧ୍ୟ ଆପଣ ଏହି ଯାତ୍ରାକୁ ଜାରି ରଖିବେ। ମୋର ଆପଣଙ୍କୁ ବହୁତ-ବହୁତ ଶୁଭକାମନା ଆଉ ଆପଣଙ୍କ ମାତା-ପିତାଜୀଙ୍କୁ ମଧ୍ୟ ମୋର ପ୍ରଣାମ, ୱଣକମ।।

ପ୍ରଧାନମନ୍ତ୍ରୀ : ଆସନ୍ତୁ, ଆମେ ସୌରଭ ଚୌଧୂରୀଙ୍କ ସହିତ କଥା ହେବା, ସୌରଭ ଜୀ ନମସ୍ତେ!

ପ୍ରଧାନମନ୍ତ୍ରୀ : ଆପଣ ଏତେ କମ୍‍ ବୟସରେ ହିଁ ଅଲିମ୍ପିକ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କେମିତି ଏବଂ କେବେ ଆପଣଙ୍କର ଏହି ମିଶନ ଆରମ୍ଭ ହେଲା?

ସୌରଭ : ସାର୍‍ 2015ରେ ମୁଁ ମୋର ବନ୍ଧୁକଚାଳନା ଆରମ୍ଭ କଲି। ଆମ ଗାଁ ପାଖରେ ହିଁ ସୁଟିଂ ଏକାଡେମୀ ରହିଛି, ସେଠାରେ ମୁଁ ଆରମ୍ଭ କଲି। ମୋ ପରିବାର ମଧ୍ୟ ମୋତ ଖୁବ ସହଯୋଗ କଲେ। ସେମାନେ ନିଜେ ହିଁ କହିଲେ ଯେ ଯେତେବେଳେ ତୁମକୁ ଏତେ ପସନ୍ଦ ଅଛି ତେବେ ଚେଷ୍ଟା କରିବା ଦରକାର। ତେବେ ମୁଁ ସେଠାକୁ ଗଲି ଆଉ ମୁଁ ଚେଷ୍ଟା କଲି। ଆଉ ପୁଣି ମୋତେ ସେଠାରେ ଭଲ ଲାଗିବାକୁ ଲାଗିଲା, ଧୀରେ-ଧୀରେ କରି ଆଗେଇ ଚାଲିଲି ଆଉ ଯେମିତି ହିଁ ଧୀରେ-ଧୀରେ ଚାଲିଲି ସେମିତି ହିଁ ଫଳାଫଳ ମଧ୍ୟ ଭଲ ଆସିବାକୁ ଲାଗିଲା, ଭାରତ ସରକାର ଆମକୁ ସାହାଯ୍ୟ କରି ଚାଲିଲେ ତେଣୁ ଆମେ ଆଜି ଏହିଠାରେ ପହଞ୍ଚି ପାରିଛୁ ସାର୍‍।

ପ୍ରଧାନମନ୍ତ୍ରୀ : ଦେଖନ୍ତୁ, ଆଜି ଆପଣଙ୍କ ପରିବାରର ଲୋକମାନଙ୍କୁ ମଧ୍ୟ ବଡ଼ ଗର୍ବର ସହିତ ମୁଁ ଦର୍ଶନ କରୁଛି ସେମାନଙ୍କୁ ମଧ୍ୟ ଯେ ଭାଇ ଦେଖନ୍ତୁ ସୌଭାଗ୍ୟ କ’ଣ କମାଲ କରିବ, ସମସ୍ତଙ୍କ ଆଖିରେ ବଡ଼-ବଡ଼ ସ୍ୱପ୍ନ ଦେଖାଯାଉଛି। ଦେଖନ୍ତୁ ସୌରଭ ସୁଟିଂରେ ପରିଶ୍ରମ ସହିତ ମାନସିକ ଏକାଗ୍ରତାର ମଧ୍ୟ ଖୁବ ଆବଶ୍ୟକତା ରହିଛି। ଏଥିପାଇଁ ଆପଣ ଯୋଗ ଇତ୍ୟାଦି କରୁଛନ୍ତି କିମ୍ବା ଆପଣଙ୍କର ଅନ୍ୟ କିଛି ଉପାୟ ରହିଛି ଯାହାକୁ ଜାଣିଲେ ମୁଁ ଖୁସି ହେବି ଆଉ ଦେଶର ଯୁବକମାନେ ମଧ୍ୟ ଜାଣି ଖୁସି ହେବେ।

ସୌରଭ : ସାର୍‍ ଧ୍ୟାନ କରୁଛୁ, ଯୋଗ କରୁଛୁ। ସାର୍‍ ଶାନ୍ତ ରହିବା ପାଇଁ ଆମକୁ ତ ଆପଣଙ୍କ ଠାରୁ ଏହା ଜାଣିବାକୁ ଅଛି ଯେ ଆପଣ କିଭଳି ଏତେ ବଡ଼ ହିନ୍ଦୁସ୍ତାନକୁ ସମ୍ଭାଳୁଛନ୍ତି, ଆପଣ ସେଥିପାଇଁ କ’ଣ କରନ୍ତି?

ପ୍ରଧାନମନ୍ତ୍ରୀ : ଆଚ୍ଛା ସୌରଭ, ଏହା କୁହନ୍ତୁ, ଆପଣଙ୍କର ସାଙ୍ଗ, ସାଥୀ ଆପଣଙ୍କ ପାଖକୁ ଆସନ୍ତି, ଯେ ଆପଣଙ୍କ ସହିତ ସେଲଫି କ୍ଲିକ୍‍ କରିବେ, ତେବେ ଆପଣଙ୍କୁ କ’ଣ ଲାଗୁଛି? ଆଗରୁ ତ କରୁ ନଥିବେ?

ସୌରଭ : ନାଇଁ, ଯେତେବେଳେ ମୁଁ ଘରକୁ ଯାଏ, ତେବେ ମୋର ଗାଁରେ ପଡୋଶୀରେ ଥିବା ସାଙ୍ଗମାନେ ଆସନ୍ତି ସେଲଫି ନିଅନ୍ତି। ମୋର ଯେଉଁ ବନ୍ଧୁକ ଅଛି ତାହା ସହିତ ସେଲଫି ନିଅନ୍ତି। ଖୁବ୍‍ ଭଲ ଲାଗେ।

ପ୍ରଧାନମନ୍ତ୍ରୀ : ସୌରଭ ଆପଣଙ୍କ କଥାରୁ ଲାଗୁଛି ଯେ ଆପଣ ବହୁତ ଲକ୍ଷ୍ୟ କୈନ୍ଦିକ ଦେଖା ଯାଉଛନ୍ତି ଯାହାକି ଆପଣଙ୍କ ଭଳି ଯୁବକମାନଙ୍କ ପାଇଁ ହେଉଛି ବହୁତ ଭଲ। ବନ୍ଧୁକଚାଳନାରେ ମଧ୍ୟ ଏହି ଫୋକସ ଏବଂ ସ୍ଥିରତାର ଆବଶ୍ୟକତା ରହିଛି। ଆପଣଙ୍କୁ ଏବେ ଖୁବ୍‍ ଦୀର୍ଘ ଯାତ୍ରା କରିବାର ଅଛି, ଦେଶ ପାଇଁ କେତେକ ଲକ୍ଷ୍ୟ ହାସଲ କରିବାକୁ ଅଛି। ଆମ ସମସ୍ତଙ୍କର ବିଶ୍ୱାସ ରହିଛି କି ଆପଣ ଅଲିମ୍ପିକ୍ସରେ ଖୁବ୍‍ ଭଲ ପ୍ରଦର୍ଶନ କରନ୍ତୁ, ଆଉ ଭବିଷ୍ୟତରେ ମଧ୍ୟ ଖୁବ୍‍ ଆଗକୁ ଯାଆନ୍ତୁ। ଆପଣଙ୍କୁ ଓ ଆପଣଙ୍କ ପରିବାରର ଲୋକଙ୍କୁ ମୋର ପ୍ରଣାମ।

ପ୍ରଧାନମନ୍ତ୍ରୀ : ଆସନ୍ତୁ ଆମେ ଶରତ କମଳଜୀଙ୍କ ସହିତ କଥା ହେବ।, ଶରତ ଜୀ ନମସ୍ତେ!

ଶରତ : ନମସ୍ତେ ସାର!

ପ୍ରଧାନମନ୍ତ୍ରୀ : ଶରତଜୀ, ଆପଣ ୩ଟି ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ଆପଣ ହେଉଛନ୍ତି ଜଣେ ବେଶ ଜଣାଶୁଣା ଖେଳାଳୀ। ଆପଣ ସେହି ଯୁବ ଖେଳାଳୀମାନଙ୍କୁ କ’ଣ ପରାମର୍ଶ ଦେବେ, ଯେଉଁମାନେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ୱ କରୁଛନ୍ତି?

ଶରତ : ଚଳିତ ଥର ଯେଉଁ ଅଲିମ୍ପିକ୍ସ ହେବାକୁ ଯାଉଛି, ତାହା ଏକ ନୂଆ ପରିସ୍ଥିତିରେ ହେଉଛି ବରଂ କୋଭିଡ-19 ଭଳି ସ୍ଥିତି ମଧ୍ୟରେ ହେବାକୁ ଯାଉଛି। ତେବେ ପୂର୍ବରୁ ଯେଉଁ 3ଟି ଅଲିମ୍ପିକ୍ସ ଥିଲା, ଏଭଳି କିଛି ଅନୁଭବ ନ ଥିଲା, ତେବେ ଯେଉଁଠାରେ ଆମର ଏକାଗ୍ରତା କେବଳ ଖେଳ ଉପରେ କେନ୍ଦ୍ରୀତ ନ ଥାଇ ନିଜର ନିରାପତା ଉପରେ ରହିଥିଲା, ଯେଉଁ ପ୍ରୋଟୋକଲ ପାଳନ କରିବାର ଅଛି, ତାହା ଉପରେ ଧ୍ୟାନ ଦେଇ ଚାଲିବାର ଅଛି। କିନ୍ତୁ ଚଳିତ ଥର ଖେଳ ବ୍ୟତୀତ ଆମକୁ ବାକି ଅନ୍ୟାନ୍ୟ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିବ। ମୁଁ ଏହା କହିବି ଯେ ଯେଉଁମାନେ ନୂତନ ଭାବେ ଚଳିତ ଥର ଅଲିମ୍ପିକ୍ସରେ ଭାଗ ନେବାକୁ ସେଠାକୁ ଯିବା ପୂର୍ବରୁ ଅର୍ଥାତ କ୍ରୀଡ଼ା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ମାତ୍ର ସେହି ସମୟରେ ଆମକୁ ପ୍ରୋଟୋକଲ ଏବଂ ସବୁକିଛିକୁ ସଠିକ ଭାବରେ ଅନୁପାଳନ କରିବା ନାହିଁ ତେବେ ଖେଳରୁ ବାହାରିବାକୁ ପଡ଼ିବ। ତେଣୁ ଆମକୁ ସମସ୍ତ ମାର୍ଗଦର୍ଶିକା ଓ ପ୍ରୋଟୋକଲକୁ ମାନିବାକୁ ପଡ଼ିବ ଯେପରି ଆମେ ଅଲିମ୍ପିକ୍ସରେ ପ୍ରବେଶ କରିବା ତେବେ ଆମର ସମ୍ପୂର୍ଣ୍ଣ ଧ୍ୟାନ ଆମ କ୍ରୀଡ଼ା ଉପରେ ରହିବା ଉଚିତ। ଯେ ପର୍ଯ୍ୟନ୍ତ ଆମେ ଯିବା, ତାହା ଠିକ୍‍ ଅଛି କିନ୍ତୁ ପ୍ରୟାସ କରିବା ଯେ କ୍ରୀଡ଼ା ସହିତ ପ୍ରୋଟୋକଲକୁ ମାନିବା। କିନ୍ତୁ ପ୍ରତିଯୋଗିତା ଆରମ୍ଭ ହେବା ମାତ୍ରେ ଆମକୁ କ୍ରୀଡ଼ା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀ : ଶରତ ଜୀ ଆପଣ ଯେତେବେଳେ ଖେଳ ଆରମ୍ଭ କରିଥିଲେ, ସେତେବେଳ ଏବଂ ବର୍ତମାନ, ଆପଣଙ୍କୁ ଲାଗୁଛି କି ଟେବୁଲ ଟେନିସ୍‍ କୁ ନେଇ କିଛି ପରିବର୍ତନ ଆସିଛି? କ୍ରୀଡ଼ା ସହିତ ଜଡ଼ିତ ସରକାରୀ ବିଭାଗର ଅଭିବ୍ୟକ୍ତିରେ ଆପଣ କ’ଣ ପରିବର୍ତନ ଅନୁଭବ କରିଛନ୍ତି?

ଶରତ : ବହୁତ କିଛି, ବହୁତ କିଛି ପରିବର୍ତନ ହୋଇଛି। ଯେପରି 2006 ରେ ମୁଁ ଯେତେବେଳେ ପ୍ରଥମ ଥର ପାଇଁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲି, ଆଉ ଏବେ 2018 ରେ ପ୍ରଥମ ଥର ପାଇଁ ଆମେ ସମସ୍ତେ ମିଶି ସ୍ୱର୍ଣ୍ଣ ପଦକ ଜିତିଥିଲୁ। 2006 ଏବଂ 2018 ରେ ବହୁତ ଫରକ ଥିଲା। ମୁଖ୍ୟ କଥା ଏହାଥିଲା ଯେ କ୍ରୀଡ଼ା ଏକ ପେଶାଦାର କ୍ଷେତ୍ର ପାଲଟିଥିଲା। 2006 ରେ ଯେତେବେଳେ ମୁଁ ଜିତିଥିଲି, ସେତେବେଳେ କ୍ରୀଡ଼ାରେ ସେତେ ପେଶାଦାର ମନୋଭାବ ନଥିଲା। ଅର୍ଥାତ ପାଠପଢ଼଼ାକୁ ଅଧିକ ଗୁରୁତ୍ୱ ଦିଆ ଯାଉଥିଲା, ଖେଳକୁ ଏକ ପାଖରେ ରଖାଯାଉଥିଲା। କିନ୍ତୁ ଏବେ ଏଭଳି ନାହିଁ, ବହୁତ ଗୁରୁତ୍ୱ ଦିଆଯାଉଛି, ସମ୍ପୂର୍ଣ୍ଣ ସରକାର ବହୁତ କିଛି ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଘରୋଇ ସଂଗଠନଗୁଡ଼ିକ ମଧ୍ୟ ବହୁତ ଗୁରୁତ୍ୱ ଦେଉଛନ୍ତି ଏବଂ ସେହି ସମୟରେ ଯେଉଁ ସୁଯୋଗ ଏବେ ମିଳୁଛି ଏହାକୁ ନେଇ କ୍ୟାରିୟର କରାଯାଇ ପାରିବ। କ୍ରୀଡ଼ାକୁ ଏକ ବୃତି ଭାବେ ଗ୍ରହଣ କରାଯାଇ ପାରିବ। ବହୁତ ପିଲା ଏବଂ ଅନେକ ଅଭିଭାବକ ମଧ୍ୟ ଏହା ଉପରେ ବେଶୀ ଗୁରୁତ୍ୱ ଦେଉଛନ୍ତି। ତେଣୁ ଏହା ଉପରେ ଗ୍ୟାରେଂଟି ଦେବାରୁ ଅଧିକ ଆତ୍ମବିଶ୍ୱାସ ମିଳୁଛି ଯେ ଯଦି ମୋ ପିଲା କ୍ରୀଡ଼ା କ୍ଷେତ୍ରକୁ ଯିବ, ତେବେ ସେ ତା’ ଜୀବନକୁ ସମ୍ଭାଳି ପାରିବ। ମୁଁ ଭାବୁଛି ଏଭଳି ଚିନ୍ତାଧାରା ହେଉଛି ଖୁବ ଭଲ ପରିବର୍ତନ।

ପ୍ରଧାନମନ୍ତ୍ରୀ : ଶରତ ଜୀ, ଆପଣଙ୍କ ପାଖରେ କେବଳ ଟେବୁଲ ଟେନିସ ହିଁ ନୁହେଁ, ବରଂ ବହୁତ ବିଶାଳ ଅନୁଭବ ରହିଛି। ମୋତେ ଲାଗୁଛି କି ଏହି ଅନୁଭବ ଆପଣଙ୍କର କାର୍ଯ୍ୟରେ ତ ଆସିବ ହିଁ, ଏହା ସହିତ ଟୋକିଓ ଅଲମ୍ପିକ୍ସରେ ଭାଗ ନେଉଥିବା ଦେଶର ପୂରା ଟିମ୍‍ ର କାର୍ଯ୍ୟରେ ଆସିବାକୁ ଯାଉଛି। ଆପଣ ଜଣେ ବଡ଼ ଭୂମିକାରେ, ଏହି ଥର ଏକ ପ୍ରକାରରେ ସମଗ୍ର ଟିମକୁ ଏକ ବିଶେଷ ଭୂମିକା ମଧ୍ୟ ଆପଣଙ୍କ ସାମ୍ନାକୁ ଆସିଛି ଆଉ ମୋର ବିଶ୍ୱାସ ରହିଛି କି ନିଜ ଖେଳକୁ ସମ୍ଭାଳିବା ସହିତ ସେହି ପୂରା ଟିମକୁ ସମ୍ଭାଳିବାରେ ମଧ୍ୟ ଆପଣଙ୍କର ବହୁତ ବଡ଼ ଯୋଗଦାନ ରହିବ ଆଉ ଆପଣ ତାହାକୁ ଖୁବ୍‍ ଭଲ ଭାବେ ପରିଚାଳନା କରିବେ, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ମୋର ଆପଣଙ୍କୁ ବହୁତ ଶୁଭକାମନା ଆଉ ଆପଣଙ୍କ ଟିମ୍‍ କୁ ମଧ୍ୟ।

ପ୍ରଧାନମନ୍ତ୍ରୀ : ଆସନ୍ତୁ ମନିକା ବତ୍ରା ଜୀଙ୍କ ସହିତ କଥା ହେବା, ମନିକା ଜୀ ନମସ୍ତେ!

ମନିକା : ନମସ୍ତେ ସାର୍‍!

ପ୍ରଧାନମନ୍ତ୍ରୀ : ମନିକା, ମୋତେ ଅବଗତ କରାଯାଇଛି ଯେ ଆପଣ ଟେବୁଲ ଟେନିସ ଖେଳିବା ସହିତ ଗରିବ ପିଲାମାନଙ୍କୁ ଏହି ଖେଳ ମଧ୍ୟ ଶିଖାଉଛନ୍ତି। ସେମାନଙ୍କୁ ସହାୟତା କରୁଛନ୍ତି। ଆପଣ ନିଜେ ଜଣେ ଯୁବ ଖେଳାଳୀ, ତେବେ ଆପଣଙ୍କ ମନରେ ଏ ବିଚାର କିପରି ଆସିଲା?

ମନିକା : ସାର୍‍, ଯେତେବେଳେ ମୁଁ ପ୍ରଥମ ଥର ଏଠାରେ ପୁଣେରେ ଖେଳିବାକୁ ଆସିଥିଲି ସେତେବେଳେ ମୁଁ ଦେଖିଲି ଯେଉଁ ଗରିବ ଏବଂ ଅନାଥ ପିଲାମାନେ ଥିଲେ, ସେମାନେ ବହୁତ ଭଲ ଖେଳୁଥିଲେ, ଏଠାରେ କ୍ରୀଡ଼ା କେନ୍ଦ୍ରରେ ସେମାନଙ୍କୁ ଯାହା ଶିଖା ଯାଉଥିଲା। ତେବେ ଏହା ମୋ ପାଇଁ ବହୁତ ଭିନ୍ନ ଥିଲା, ମୋତେ ଏପରି ଲାଗିଲା ଯେ ଏମାନଙ୍କୁ ଯେଉଁସବୁ ଜିନିଷ ମିଳି ନାହିଁ, ଯାହା ସେମାନେ ପ୍ରଥମରୁ କରି ନାହାଁନ୍ତି, ତେଣୁ ମୋତେ ସେମାନଙ୍କୁ ସାହାଯ୍ୟ କରିବା ଉଚିତ ଥିଲା। ସେମାନେ ମୋତେ ଅନୁସରଣ କରି ଭଲ ଖେଳାଳୀ ହୋଇ ପାରିବେ ତେଣୁ ମୁଁ ଭାବିଲି ଯେ ଏହି ପିଲାମାନେ ଖେଳୁଛନ୍ତି। ସେମାନଙ୍କୁ ଦେଖି ମୋତେ ବହୁତ ପ୍ରେରଣା ମିଳୁଛି। ତେଣୁ ଛୋଟ ବୟସରୁ ଭଲ ଖେଳୁଥିବା ଏହି ପିଲାମାନଙ୍କୁ ପ୍ରେରଣା ଦେବା ଦ୍ୱାରା ସେମାନେ ଭଲ ଖେଳି ପାରିବେ।

ପ୍ରଧାନମନ୍ତ୍ରୀ : ମନିକା, ମୁଁ ଦେଖିଛି ଯେ ଆପଣ ମ୍ୟାଚ ସମୟରେ କେବେ-କେବେ ନିଜ ହାତରେ ତିରଙ୍ଗା ଅଙ୍କନ କରି ଥାଆନ୍ତି। ଏହା ପଛର ଚିନ୍ତାଧାରା, ନିଜ ପ୍ରେରଣା ବିଷୟରେ କୁହନ୍ତୁ।

ମନିକା : ଜଣେ ଝିଅ ଭାବେ ମୋତେ ଏସବୁ କଥା ବହୁତ ପସନ୍ଦ କିନ୍ତୁ ଭାରତର ପତାକା ନିଜ ପାଖରେ ରଖିବା ଆଉ ବିଶେଷ କରି ଯେତେବେଳେ ମୁଁ ସର୍ଭିସ କରିଥାଏ, ଖେଳିବା ସମୟରେ ମୋ ବାମ ହାତରେ ଦେଖିବାକୁ ମିଳିଥାଏ ଆଉ ସେହି ଭାରତୀୟ ପତାକା ଦେଖିଥାଏ ତ ତାହା ମୋତେ ବହୁତ ପ୍ରେରଣା ଦେଇଥାଏ, ଆଉ ଏଥିପାଇଁ ଯେତେବେଳେ ମୁଁ ଭାରତ ପାଇଁ କିଛି ଖେଳିଥାଏ, ଦେଶ ପାଇଁ ଖେଳିବାକୁ ଯାଇଥାଏ, ସେତେବେଳେ କିଛି ନା କିଛି ପତାକା ଅବା ଭାରତର କିଛି ପ୍ରତୀକ ହୃଦୟର ସହିତ ମୋ ସାଙ୍କରେ ଯୋଡି ହୋଇ ରହିଥାଏ।

ପ୍ରଧାନମନ୍ତ୍ରୀ : ମନିକା, ମୋତେ ଅବଗତ କରାଯାଇଛି ଯେ ଆପଣଙ୍କର ନୃତ୍ୟ ପ୍ରତି ମଧ୍ୟ ବହୁତ ଆଗ୍ରହ ରହିଛି। କ’ଣ ନୃତ୍ୟ ପ୍ରତି ଆଗ୍ରହ ଆପଣଙ୍କ ପାଇଁ ଚାପ ହ୍ରାସ କରିବା ଭଳି କାମ କରିଥାଏ?

ମନିକା : ହଁ ସାର୍‍, କାରଣ ଯେପରି କାହାକୁ ଗୀତ ଶୁଣିବାକୁ ଭଲ ଲାଗିଥାଏ, ସେହିପରି ନୃତ୍ୟ କରିବା ଦ୍ୱାରାଳ ଏହା ମୋ ପାଇଁ ଚାପ ହ୍ରାସ କରିବା ଦିଗରେ କାର୍ଯ୍ୟ କରିଥାଏ। ଯେତେବେଳେ ମୁଁ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥାଏ, ଅବା କିଛି ଖାଲି ସମୟ ମିଳିଥାଏ, ମୁଁ ରୁମ୍‍ କୁ ଆସିଥାଏ, ତେବେ ନାଚିଥାଏ ଅବା ମ୍ୟାଚ ଖେଳିବାକୁ ଯିବା ପୂର୍ବରୁ ନାଚି ସାରି ଯାଇଥାଏ କାରଣ ଏହା ମୋତେ ଭଲ ଲାଗିଥାଏ ଏବଂ ମୋର ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ।

ପ୍ରଧାନମନ୍ତ୍ରୀ : ମୁଁ ଏପରି ପ୍ରଶ୍ନ ପଚାରୁଛି, ତୁମର ପରିବାରଲୋକ, ତୁମର ସାଙ୍ଗସାଥୀମାନେ ସମସ୍ତେ ହସୁଛନ୍ତି।

ପ୍ରଧାନମନ୍ତ୍ରୀ : ମନିକା, ଆପଣ ହେଉଛନ୍ତି ଅନ୍ତରାଷ୍ଟ୍ରୀୟ ସ୍ତରର ଚମ୍ପିୟାନ। ଆପଣ ପିଲାମାନଙ୍କୁ ମଧ୍ୟ ନିଜ ଖେଳ ସହିତ ସାମିଲ କରୁଛନ୍ତି। ଆପଣଙ୍କର ସଫଳତା କେବଳ ସେହି ପିଲାମାନଙ୍କ ପାଇଁ ନୁହେଁ, ବରଂ ଦେଶର ସମସ୍ତ ଟେବୁଲ ଟେନିସ ଯୁବ ଖେଳାଳୀମାନଙ୍କୁ ପ୍ରେରଣା ଦେବ। ମୋର ଆପଣଙ୍କୁ ବହୁତ ଶୁଭକାମନା, ଆପଣଙ୍କ ସମସ୍ତ ସାଥୀମାନଙ୍କୁ, ସମସ୍ତେ ବଡ଼ ଉତ୍ସାହର ସହିତ ଆଜି ଏହି କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି। ଆପଣଙ୍କ ପରିବାରଜନ ସମସ୍ତେ ଦେଖୁଛନ୍ତି। ଆପଣଙ୍କୁ ମୋର ବହୁତ-ବହୁତ ଶୁଭକାବନା। ବହୁତ-ବହୁତ ଧନ୍ୟବାଦ।

ପ୍ରଧାନମନ୍ତ୍ରୀ : ଆସନ୍ତୁ ଏବେ ଆମେ ବିନେଶ ଫୋଗାଟ ଜୀଙ୍କୁ ସାକ୍ଷାତ କରିବା, ବିନେଶ ନମସ୍ତେ।

ବିନେଶ : ସାର୍‍ ନମସ୍ତେ!

ପ୍ରଧାନମନ୍ତ୍ରୀ : ବିନେଶ, ଆପଣ ହେଉଛନ୍ତି ଫୋଗାଟ ପରିବାରର। ଆପଣଙ୍କ ସମ୍ପୂର୍ଣ୍ଣ ପରିବାର ଖେଳ ପାଇଁ ବହୁତ କିଛି ଦେଶକୁ ଦେଇଛନ୍ତି। ଏହି ପରିଚୟରୁ ଆପଣଙ୍କ ଉପରେ ଟିକେ ଅଧିକ ଚାପ, ଟିକେ ଅଧିକ ଦାୟିତ୍ୱ ଆସିଯାଇ ନାହିଁ ତ?

ବିନେଶ : ସାର୍‍ ଜୀ, ଦାୟିତ୍ୱ ତ ସମ୍ପୂର୍ଣ୍ଣ ଆସିଥାଏ କାରଣ ପରିବାରର କାର୍ଯ୍ୟ କ୍ରୀଡ଼ା କ୍ଷେତ୍ରରେ ରହିଛି ଓ ତାହାକୁ ସମ୍ପୂର୍ଣ୍ଣ କରିବାକୁ ହେବ ଆଉ ଅଲମ୍ପିକ୍ସକୁ ନେଇ ଯାହା ଆରମ୍ଭ କରିଥିଲି ଯେତେବେଳେ ପଦକ ଆସିବ ସେତେବେଳେ ହିଁ ଯାଇ ତାହା ବୋଧହୁଏ ଶେଷ ହେବ। ତେଣୁ ସମ୍ପୂର୍ଣ୍ଣ ଆଶା ରହିଛି ସାରା ଦେଶର ଭରସା ରହିଛି, ପରିବାରର ମଧ୍ୟ ଆଶା ଭରସା ରହିଛି। ଆଉ ମୋତେ ଲାଗୁଛି ଆଶା ରଖିବା ମଧ୍ୟ ହେଉଛି ଆମ ପାଇଁ ନିତାନ୍ତ ଜରୁରୀ କାରଣ ଆଶ ରହିଥାଏ, ସେତେବେଳେ କିଛି ଅଧିକ ମାତ୍ରାରେ ଚାପ ପଡ଼ିଥାଏ। ଗୋଟିଏ ସ୍ତର ପର୍ଯ୍ୟନ୍ତ ଯିବାପରେ କିଛି ଭଲ ଲାଗିଥାଏ, ଭଲ ଲାଗିଥାଏ ସାର୍‍ କିଛି ଚାପ ନ ଥାଏ। ଭଲ ଭାବେ ଖେଳିବା ଆଉ ଦେଶ ପାଇଁ ଗୌରବ ଆଣିବାର ନିଶ୍ଚିତ ସୁଯୋଗ ସୃଷ୍ଟି କରିବା।

ପ୍ରଧାନମନ୍ତ୍ରୀ : ଦେଖନ୍ତୁ ଗତ ଥର ଆପଣଙ୍କୁ ରିଓ ଅଲମ୍ପିକ୍ସରେ ଆଘାତ କାରଣରୁ ଦୂରେଇ ଯିବାକୁ ପଡ଼ିଲା, ପୂର୍ବବର୍ଷ ମଧ୍ୟ ଆପଣ ଅସୁସ୍ଥ ଥିଲେ। ଆପଣ ଏହି ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଉନ୍ନତ ପ୍ରଦର୍ଶନ କରିଥିଲେ। ଏତେ ଚାପକୁ ସଫଳତାରେ ପରିବର୍ତନ କରିବା ଏହା ହେଉଛି ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ କଥା। ଆପଣ ଏହାକୁ କିପରି କରି ପାରିଲେ?

ବିନେଶ : ସାର୍‍, ବହୁତ କଷ୍ଟ ହୋଇଥାଏ, କିନ୍ତୁ ଜଣେ ଆଥଲେଟ ଭାବେ ଶୀର୍ଷ ସ୍ତରର ପ୍ରଦର୍ଶନ କରିବାର ଅଛି ତେଣୁ ମାନସିକ ସ୍ତରରେ ଦୃଢ଼ ହେବାକୁ ପଡ଼ିଥାଏ। ଆଉ ଜଣେ ଆଥଲେଟ ଭାବେ ମୁଁ ଚିନ୍ତା କରିଥାଏ ଯେ ଆମକୁ ସେହି ସ୍ତର ପର୍ଯ୍ୟନ୍ତ ନେଇ ଯିବାପାଇଁ ନିଜକୁ ପ୍ରେରଣା ଦେବା ପାଇଁ ପରିବାରର ବହୁତ ବଡ଼ ଭୂମିକା ରହିଥାଏ। ତେଣୁ ସଦା ସର୍ବଦା ପରିବାରର ସମର୍ଥନ ରହିଥାଏ ଆଉ ଆମର ଯେଉଁ ମହାସଂଘ ଅଛି, ସମସ୍ତେ ସଚ୍ଚୋଟତାର ସହ ଲାଗି ରହି ଥାଆନ୍ତି। ତେଣୁ ଗୋଟିଏ ବିଶ୍ୱାସ ରହିଥାଏ ଯେ ଲୋକମାନଙ୍କର ଆମ ଉପରେ କେତେ ଭରସା ଅଛି ତେଣୁ କୌଣସି ଠାରେ ଅଟକି ଯିବାନାହିଁ। ଅଟକି ଗଲେ ସେମାନେ ଆମକୁ ଆଗକୁ ଆଗେଇ ଯିବା ପାଇଁ ପ୍ରେରଣା ଦେଉଛନ୍ତି। ତେଣୁ ଏହିଭଳି ଅନେକ କିଛି କଥା ଯାହା ଆମର ସେହି ସମୟରେ ମନେ ପଡ଼ିଥାଏ। ତେଣୁ ଆମେ ଲାଗି ରହିଥାଉ। ସେ ଆଘାତ ହେଉ ଅବା ଅନ୍ୟକିଛି ପ୍ରତିବନ୍ଧକ ଆସୁ।

ପ୍ରଧାନମନ୍ତ୍ରୀ : ମୋର ତ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଆପଣ ଟୋକିଓରେ ବହୁତ ଉନ୍ନତ ପ୍ରଦର୍ଶନ କରିବେ। କ’ଣ ଆମେ ଆଶା କରିବା ଯେ ଆଗକୁ ଆପଣଙ୍କ ଉପରେ ଏକ ଫିଲ୍ମ ଆସିବାକୁ ଯାଉଛି?

ବିନେଶ : ସାର୍‍, ଆପଣମାନଙ୍କର ଆଶୀର୍ବାଦ ଅଛି। ଆଉ ଚାହିଁବୁ କି ଆମେ ଯେତେ ମଧ୍ୟ ଆଥେଲେଟ ଯାଉଛୁ ନିଜ ଦେଶକୁ ଟିକେ ସୁଯୋଗ ଦିଅନ୍ତୁ ପଦକ ଆସୁଛି। ଆଉ ସାରା ଦେଶ ଯେଉଁ ଆଶା କରି ବସିଛି ସେମାନଙ୍କୁ ଆମେ ନିରାଶ କରିବୁ ନାହିଁ।

ପ୍ରଧାନମନ୍ତ୍ରୀ : ଆପଣଙ୍କ ମାତା-ପିତା ମଧ୍ୟ ସାମିଲ ହୋଇଛନ୍ତି। ଆପଣଙ୍କ ମାତା-ପିତା ମଧ୍ୟ ଏକ ପ୍ରକାରରେ ହେଉଛନ୍ତି ଗୁରୁ ମଧ୍ୟ। ମୁଁ ଟିକେ ଆପଣଙ୍କ ପିତାଜୀଙ୍କ ସହିତ କଥା ହେବାକୁ ଚାହିଁବି। ବିନେଶଙ୍କ ମାତା-ପିତା ମଧ୍ୟ ସାଙ୍ଗରେ ସାମିଲ ହୋଇଛନ୍ତି। ନମସ୍କାର! ଆପଣଙ୍କୁ ମୋର ପ୍ରଶ୍ନ ଟିକେ ଭିନ୍ନ ପ୍ରକାରର। ଯେତେବେଳେ କେହି ଫିଟ୍‍ ଏବଂ ସୁସ୍ଥ ହୋଇ ରହିଥାଏ, ତେବେ ଆମ ଦେଶରେ କହିଥାଆନ୍ତି କେଉଁ-ଚକିର ଅଟା ଖାଉଛ? ତେବେ ଫୋଗାଟ ପରିବାର ନିଜ ଝିଅମାନଙ୍କୁ କେଉଁ ଚକିର ଅଟା ଖାଇବାକୁ ଦେଉଛନ୍ତି ତେବେ ଏହା ମଧ୍ୟ କୁହନ୍ତୁ ବିନେଶଙ୍କୁ କେଉଁ ମନ୍ତ୍ର ଦେଇ ଆପଣ ଟୋକିଓ ପଠାଉଛନ୍ତି?

ଅଭିଭାବକ : ଦେଖନ୍ତୁ ଆଜ୍ଞା, ଯେଉଁ ଚକିର ଅଟା କଥା ଆପଣ କହୁଛନ୍ତି ତାହା ହେଉଛି ନିଜ ଗାଁ ଚକିର ଅଟା ଆଉ ଗାଈ- ମଇଁଷି ରଖିଛୁ। ସେହି ଗାଈ-ମଇଁଷିଙ୍କ କ୍ଷୀର, ଦହି, ଘିଅ, ଲହୁଣୀ ଖାଉଛନ୍ତି। ଆଉ 2016 ରେ ବିନେଶକୁ ଯେଉଁ ଆଘାତ ଲାଗିଥିଲା,ମୁଁ ସାରା ଦେଶକୁ ଧନ୍ୟବାଦ ଦେବାକୁ ଚାହୁଁଛି। ମୁଁ ତାକୁ ଗୋଟିଏ ପ୍ରତିଶ୍ରୁତି ଦେଇଥିଲି ଯଦି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ନେଇ ଆସିବ ତେବେ ବିମାନବନ୍ଦରକୁ ଆଣିବାକୁ ଯିବି। ଆଣିବ ନାହିଁ ତେବେ ଯିବି ନାହିଁ। ଆଉ ଆଜି ମଧ୍ୟ ସେହି କଥା କହୁଛ। ଗତ ଥର ମୋ ଝିଅ ରହିଯାଇଥିଲା। କିନ୍ତୁ ଏଥର ଅଲିମ୍ପିକ୍ସରେ ମୁଁ ସଂମ୍ପୂର୍ଣ୍ଣ ଆଶ୍ୱାସନାର ସହିତ କହି ପାରିବି। ଆପଣ ତା’ର ପୁରୁଣା ଟୁର୍ଣ୍ଣମେଣ୍ଟ ଦେଖି ନିଅନ୍ତୁ। ଏଥର ମୋ ଝିଅ ଉପରେ ସଂମ୍ପୂର୍ଣ୍ଣ ଭରସା ଅଛି। ଚଳିତ ଥର ସେ ନିଶ୍ଚୟ ସ୍ୱର୍ଣ୍ଣ ପଦକ ନେଇ ଆସିବ। ମୋର ସ୍ୱପ୍ନ ପୂରଣ କରିବ।

ପ୍ରଧାନମନ୍ତ୍ରୀ : ଆପରଙ୍କ ଅଭିଭାବକଙ୍କ କଥାରୁ ମୋର ଭରସା ଆସୁଛି ଯେ ବିନେଶ ଆପଣ ନିଶ୍ଚୟ ଜିତିବେ। ତୁମେ ଲଢି ଥାଅ, ପଡ଼ିଯାଇଥାଅ, ସଂର୍ଘଷ କରିଥାଅ କିନ୍ତୁ ନିଜର ପରାଜୟ ସ୍ୱୀକାର କରି ନ ଥାଅ। ଆପଣ ନିଜ ପରିବାରଠାରୁ ଯାହା ଶିଖିଛନ୍ତି, ତାହା ନିଶ୍ଚୟ ଏହି ଅଲିମ୍ପିକ୍ସରେ ଦେଶର କାର୍ଯ୍ୟରେ ଆସିବ। ଆପଣଙ୍କୁ ବହୁତ ବହୁତ ଶୁଭକାମନା।

ପ୍ରଧାନମନ୍ତ୍ରୀ : ଆସନ୍ତୁ ସାଜନ ପ୍ରକାଶ ଜୀଙ୍କ ସହିତ କଥା ହେବା। ସାଜନ ଜୀ ନମସ୍ତେ!

ପ୍ରଧାନମନ୍ତ୍ରୀ : ଆସନ୍ତୁ ସାଜନ ପ୍ରକାଶ ଜୀଙ୍କ ସହିତ କଥା ହେବା। ସାଜନ ଜୀ ନମସ୍ତେ, ମୋତେ ଅବଗତ କରାଯାଇଛି ଯେ, ଆପଣଙ୍କର ମାତାଜୀ ମଧ୍ୟ ଆଥଲେଟିକ୍ସରେ ଦେଶର ଗୌରବ ବୃଦ୍ଧି କରିଥିଲେ। ନିଜ ମାତାଙ୍କ ଠାରୁ ଆପଣ କ’ଣ କ’ଣ ଶିଖିଛନ୍ତି?

ସାଜନ ପ୍ରକାଶ : ସାର, ମୋ ମାଆ ମୋ ପାଇଁ ହେଉଛନ୍ତି ସବୁକିଛି ଏବଂ ସେ ଜଣେ କ୍ରୀଡାବିତ୍‍। ପ୍ରାରମ୍ଭିକ ଦିନ ମାନଙ୍କରେ ସଫଳତା ହାସଲ କରିବା ପାଇଁ ସେ ସବୁ ପ୍ରକାର ପ୍ରତିବନ୍ଧକ ଓ ବାଧା ଅତିକ୍ରମ କରିବା ପାଇଁ ମେତେ ସହାୟତା କରିଛନ୍ତି ସାର୍‍।

ପ୍ରଧାନମନ୍ତ୍ରୀ : ମୋତେ ଅବଗତ କରାଯାଇଛି ଯେ ଆପଣଙ୍କୁ ଗଭୀର ଆଘାତ ଲାଗିଥିଲା। ଆପଣ ସେଥିରୁ କିଭଳି ଭଲ ହେଲେ?

ସାଜନ ପ୍ରକାଶ : ସର୍ବପ୍ରଥମେ 18 ମାସ ପରେ ସମସ୍ତ ପ୍ରକାରର ଖେଳ ବନ୍ଦକରି ଅନେକ ସଂଘର୍ଷର ସହିତ ମୁଁ ଏହି ଆଘାତରୁ ସୁସ୍ଥ ହୋଇ ପାରିଛି। ଅନେକ ଅବସାଦ ଓ ଚାପଗ୍ରସ୍ତ ହୋଇ ଖେଳରୁ ଦୂରେଇ ଯାଇଥିଲି। ମୋ କୋଚ୍‍, ଗୌରୀ ଆଂଟି ଏବଂ କେରଳ ପୋଲିସ ସମସ୍ତଙ୍କ ସହଯୋଗରେ ମୁଁ ପୁଣି ପ୍ରତିଯୋଗିତାକୁ ଫେରିଛି। ଖୁବ ଦୁର୍ବଳ ଓ ପତଳା ହୋଇଯିବା ସତ୍ୱେ ମାନସିକ ସ୍ତରରେ ଦୃଢ଼ ରହି ସମସ୍ତଙ୍କ ସହଯୋଗ ବଳରେ ଯନ୍ତ୍ରଣା ଓ ଆଘାତକୁ ଅତିକ୍ରମ କରି ପାରିଛି ସାର୍‍।

ପ୍ରଧାନମନ୍ତ୍ରୀ : ସାଜନ ଆପଣ ଅଲିମ୍ପିକ୍ସକୁ ଯିବା ପୂର୍ବରୁ ଭାରତୀୟ କ୍ରୀଡ଼ାର ସ୍ୱର୍ଣ୍ଣିମ ଇତିହାସରେ ସ୍ଥାନ ସୃଷ୍ଟି କରିଛନ୍ତି। ମୋର ଆଶା ଯେ ଆପଣ ଏହି ଉପଲବ୍ଧିକୁ ଆହୁରି ସ୍ୱର୍ଣ୍ଣିମ କରି ପାରିବେ।

ପ୍ରଧାନମନ୍ତ୍ରୀ : ମନପ୍ରିତ, ମୋତେ ଅବଗତ କରାଯାଇଛି ଯେ କରୋନାର ପ୍ରଥମ ଲହର ସମୟରେ ଆପଣ ସମସ୍ତ ସାଥୀ ବେଙ୍ଗାଲୁରୁରେ ଏକାଠି ଥିଲେ, ସମସ୍ତେ ମିଳିମିଶି କରୋନାର ମୁକାବିଲା କରିଛନ୍ତି। ଏହାଦ୍ୱାରା ଦଳଗତ ଉତ୍ସାହ ଉପରେ କ’ଣ ପ୍ରଭାବ ପଡ଼ିଛି?

ମନପ୍ରିତ : ସାର୍‍ ସେହି ସମୟରେ ମୁଁ ଏହା କହିବାକୁ ଚାହିଁବି ଯେ ସରକାରଙ୍କର ବହୁତ ଅଧିକ ସମର୍ଥନ ମିଳିଥିଲା କାରଣ ଆମେ ସମସ୍ତେ ସେଠାରେ ବେଙ୍ଗାଲୁରୁରେ ଥିଲୁ। ସେହି ସମୟରେ ଆମର ଦାୟିତ୍ୱ ଥିଲା କିଭଳି ନିଜ ଟିମ କୁ ସୁଦୃଢ଼ କରିବୁ। ତାହା ଉପରେ କାର୍ଯ୍ୟ କଲୁ। ଆମେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କଲୁ। ଆମେ ଖେଳାଳୀମାନେ ଜଣେ ଅନ୍ୟ ଜଣଙ୍କର ପରିବାରର ପୃଷ୍ଠଭୂମି ଉପରେ ଜାଣିବାକୁ ଚାହିଁଲୁ, କିପରି ନିଜ ନିଜ ଝିଅ ତଥା ପିଲାମାନଙ୍କୁ ଏଠାକୁ ପାଠାଇ ପରିବାର ତ୍ୟାଗ କରିଛନ୍ତି। ସେହି କଥା ଉପରେ ଜାଣିବାକୁ ଚାହିଁଲୁ ଯାହାଦ୍ୱାରା ଆମ ଟିମ୍‍ ବୋର୍ଡିଂ ଠାରୁ ଅଧିକ ଦୃଢ଼ ହେବ। ଆଉ ସାର୍‍ ଆମେ ଏହା ସ୍ଥିର କରିନେଲୁ ଯେ ଏବେ ଆମ ପାଖରେ ଗୋଟିଏ ବର୍ଷର ସମୟ ବାକିଅଛି। ତେଣୁ ଆମେମାନେ ନିଜକୁ କିପରି ଅଧିକ ଉନ୍ନତ କରି ପାରିବୁ। ତେଣୁ ଆମେ ଅନ୍ୟ ଟିମ୍‍ ବିଷୟରେ ମଧ୍ୟ ଅଧ୍ୟୟନ କଲୁ, କ’ଣ ତାଙ୍କର ସକରାତ୍ମକ ବିନ୍ଦୁ ଏବଂ ଦୁର୍ବଳତା ରହିଛି। କେଉଁଠାରେ ଆମେ ତାଙ୍କୁ ଆଘାତ ଦେଇ ପାରିବୁ। ଏହା ସମସ୍ତ ଆମ ପାଇଁ ଉପଯୋଗୀ ରହିବ।

ପ୍ରଧାନମନ୍ତ୍ରୀ : ଅଲିମ୍ପିକ୍ସ ହକିରେ ଆମ ଦେଶର ବହୁତ ଉନ୍ନତ ଇତିହାସ ରହିଛି, ତେଣୁ ଏହା ସ୍ୱାଭାବିକ, ଟିକେ ଅଧିକ ଦାୟିତ୍ୱର ସହିତ ଦୃଷ୍ଟି ଦେଇ ରେକର୍ଡ ସୃଷ୍ଟି କରିବାର ଅଛି। ଆଉ ଏହି କାରଣରୁ ଖେଳ ସମୟରେ ଆପଣମାନଙ୍କୁ କୌଣସି ଅତିରିକ୍ତ ଚାପର ବାତାବରଣର ସମ୍ମୁଖୀନ ହେବାକୁ ପଡ଼ି ନଥାଏ ତ?

ମନପ୍ରିତ : ନାହିଁ ସାର୍‍, ଆଦୌ ନୁହେଁ। କାରଣ ଏମିତିରେ ଦେଖାଯାଏ ଯେ ହକିରେ ଏ ପର୍ଯ୍ୟନ୍ତ 8 ଟି ସ୍ୱର୍ଣ୍ଣ ପଦକ ଜିତିଛେ। ସବୁଠାରୁ ଅଧିକ ପଦକ ଜିତିଛେ। ତେଣୁ ଆମେ ସେହି କଥାକୁ ନେଇ ଗର୍ବ ଅନୁଭବ କରିଥାଉ। ଯେ ଆମେ ସେହି ଖେଳ ଖେଳୁଛୁ। ଆଉ ଯେତେବେଳେ ମଧ୍ୟ ଆମେମାନେ ଅଲିମ୍ପିକ୍ସ ଯାଇଥାଉ, ସେତେବେଳେ ସେହି ପ୍ରୟାସ କରିଥାଉ ଯେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବୁ ଆଉ ଭାରତ ପାଇଁ ପଦକ ଜିତିବୁ।

ପ୍ରଧାନମନ୍ତ୍ରୀ : ଚାଲନ୍ତୁ, ଆପଣଙ୍କ ପରିବାରଜନ ମଧ୍ୟ ମୋତେ ଦେଖୁଛନ୍ତି। ମୁଁ ସେମାନଙ୍କୁ ପ୍ରଣାମ କରୁଛି। ସେମାନଙ୍କ ଆଶୀର୍ବାଦ ତୁମ ସହିତ ରହିଥାଉ। ଆଉ ଦେଶବାସୀଙ୍କର ଶୁଭକାମନା ମଧ୍ୟ ଆପଣଙ୍କ ସହିତ ରହିଛି।

ପ୍ରଧାନମନ୍ତ୍ରୀ : ମନପ୍ରିତ, ଆପଣଙ୍କ ସହିତ କଥା ହୋଇ ମୋତେ ମେଜର ଧ୍ୟାନଚନ୍ଦ, କେ ଡି ସିଂହ ବାବୁ, ମୋହମ୍ମଦ ସାହିଦଙ୍କ ଭଳି ମହାନ ହକି ଖେଳାଳୀଙ୍କ କଥା ମନେ ପଡ଼ୁଛି। ଆପଣ ହକିର ମହାନ ଇତିହାସକୁ ଆହୁରି ଉଜ୍ଜ୍ୱଳ କରିବେ, ଏହା ମୋର ଏବଂ ସମଗ୍ର ଦେଶର ବିଶ୍ୱାସ ରହିଛି।

ପ୍ରଧାନମନ୍ତ୍ରୀ : ସାନିଆ ଜୀ, ଆପଣ ଅନେକ ଗ୍ରାଣ୍ଡସ୍ଲାମ ଜିତିଛନ୍ତି, ବଡ଼-ବଡ଼ ଖେଳାଳୀଙ୍କ ସହିତ ଆପଣ ଖେଳିଛନ୍ତି। ଆପଣଙ୍କୁ କ’ଣ ଲାଗୁଛଇ ଯେ ଟେନିସର ଚମ୍ପିୟନ ହେବା ପାଇଁ କ’ଣ ସବୁ ଗୁଣ ରହିବା ଆବଶ୍ୟକ? କାରଣ ଆଜିକାଲି ମୁଁ ଦେଖିଛି ଯେ ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ସହରରେ ମଧ୍ୟ ଆପଣମାନେ ସେହି ଲୋକମାନଙ୍କର ହେଉଛନ୍ତି ହିରୋ ଏବଂ ସେମାନେ ଟେନିସ ଶିଖିବାକୁ ଚାହୁଁଛନ୍ତି।

ସାନିଆ : ଆଜ୍ଞା ସାର୍‍, ମୁଁ ଭାବୁଛି ଟେନିସ ହିଁ ହେଉଛି ଏଭଳି ଏକ ବିଶ୍ୱକ୍ରିଡ଼ା। ମୁଁ ଯେତେବେଳେ ଏହାକୁ ଆରମ୍ଭ କରିଥିଲି 25 ବର୍ଷ ପୂର୍ବ ସେତେବେଳେ ଅଧିକାଂଶ ଲୋକ ଟେନିସ ଖେଳୁ ନଥିଲେ। କିନ୍ତୁ ଆଜି ଯେପରି ଆପଣ କହୁଛନ୍ତି ଏଭଳି ବହୁତ ପିଲା ଅଛନ୍ତି ଯେଉଁମାନେ ଟେନିସ ର‍୍ୟାକେଟ୍‍ ଉଠାଇବାକୁ ଚାହୁଁଛନ୍ତି ଆଉ ଯେଉଁମାନେ ପେଶାଦାର ହେବାକୁ ଚାହୁଁଛନ୍ତି, ଯେଉଁମାନେ ବିଶ୍ୱାସ କରୁଛନ୍ତି ଯେ ସେମାନେ ଟେନିସରେ ଏକ ବଡ଼ ଖେଳାଳୀ ହୋଇ ପାରିବେ। ସେଥିପାଇଁ ଏହା ନିଶ୍ଚିତ ଯେ ଆପଣଙ୍କୁ ଆବଶ୍ୟକ ସହାୟତା, ପରିଶ୍ରମ ଏବଂ ବହୁତ-ବହୁତ ଭାବେ ମୁଁ ଭାବୁଛି କି ଭାଗ୍ୟ ମଧ୍ୟ ଏକ ବଡ଼ ଭୂମିକା ତୁଲାଇଥାଏ। ଏଥିପାଇଁ ପରିଶ୍ରମ ଏବଂ ଦକ୍ଷତା ବିନା କୌଣସି କଥା ହୋଇ ନପାରେ। ସେ ଟେନିସ ହେଉ ଅବା ଅନ୍ୟ କିଛି କ୍ରୀଡ଼ା। ଆଉ ଏବେ ବହୁତ ଭଲ ସୁବିଧା ମିଳୁଛି। ଏହି 25 ବର୍ଷ ମଧ୍ୟରେ ବହୁତ ଭଲ ଷ୍ଟାଡିୟମ ନିର୍ମାଣ ହୋଇଛି। ହାର୍ଡ କୋର୍ଟ ମଧ୍ୟ ନିର୍ମାଣ ହୋଇଛି। ତେଣୁ ଆଶା କରିବା ଯେ ଭାରତରୁ ବହୁତ ଭଲ ଟେନିସ ଖେଳାଳୀ ବାହାରିବେ।

ପ୍ରଧାନମନ୍ତ୍ରୀ : ଅଲିମ୍ପିକ୍ସରେ ତୁମର ସାଥୀ ଅଙ୍କିତା ରୈନାଙ୍କ ସହିତ ଆପଣଙ୍କର ଭାଗିଦାରୀ କିପରି ଚାଲିଛି? ଆପଣ ଦୁଇଙ୍କର ଅଭ୍ୟାସ କିପରି ଚାଲିଛି?

ସାନିଆ : ଅଙ୍କିତା ଜଣେ ଯୁବ ଖେଳାଳୀ। ବହୁତ ଭଲ ଖେଳୁଛନ୍ତି। ତାଙ୍କ ସହିତ ଖେଳିବାକୁ ମୁଁ ବହୁତ ଉତ୍ସାହିତ ଏବଂ ଆମେ ଗତ ବର୍ଷ ଫେବୃୟାରୀରେ ଖେଳିଥିଲୁ। ଯାହା ଫେଡରେସନ କପ୍‍ ମ୍ୟାଚ ଥିଲା। ଆଉ ସେଥିରେ ଆମେ ବେଶ ଭଲ ପ୍ରଦର୍ଶନ କରିଥିଲୁ। କିନ୍ତୁ ଆମେ ଆଗକୁ ଅଲିମ୍ପିକ୍ସରେ ଖେଳିବାକୁ ଯାଉଛୁ, କିନ୍ତୁ ତାଙ୍କର ପ୍ରଥମ ଅଲିମ୍ପିକ୍ସ। ମୋ ବୟସ ସହିତ ଟିକେ ଯୁବ ପାଦର ଆବଶ୍ୟକତା ରହିଛି । ତେଣୁ ମୁଁ ଭାବୁଛି ସେ ତାହା ଯୋଗାଇ ଦେବେ।

ପ୍ରଧାନମନ୍ତ୍ରୀ : ସାନିଆ, ଆପଣ ପୂର୍ବରୁ ମଧ୍ୟ କ୍ରୀଡା ପାଇଁ ସରକାରୀ ବିଭାଗ ଗୁଡିକର କାର୍ଯ୍ୟକଳାପ ଦେଖିଛନ୍ତି। ବିଗତ 5-6 ବର୍ଷରେ ଆପଣ କି ପରିବର୍ତନ ଅନୁଭବ କରିଛନ୍ତି।

ସାନିଆ : ଯେପରିକି ମୁଁ କହିଲି ଯେ, ଚିନ୍ତା କରନ୍ତୁ 5-6 ବର୍ଷ ନୁହେଁ, ଆପଣ ଜାଣନ୍ତି, ଯେବେଠାରୁ ଆମର ଏଠି ରାଜ୍ୟଗୋଷ୍ଠୀ କ୍ରୀଡ଼ା ହେଲା, ସେବେଠାରୁ ମୁଁ ଭାବୁଛି ଆମ ଦେଶରେ କ୍ରିକେଟରଙ୍କ ବ୍ୟତୀତ ବହୁତ ଏଭଳି କ୍ରୀଡ଼ାବିତ ଅଛନ୍ତି, ଯେଉଁମାନେ ଦେଶ ପାଇଁ ସୁନାମ ଆଣିଛନ୍ତି ଆଉ ଦେଶକୁ ବହୁତ ଭଲ ଲକ୍ଷ୍ୟସ୍ଥଳରେ ନେଇ ପହଞ୍ଚାଇଛନ୍ତି ଆଉ ମୁଁ ଭାବୁଛି ଧୀରେ-ଧୀରେ ପାଞ୍ଚ ଛଅ ବର୍ଷରେ ସେମାନଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ଆଉ ଆପଣ ତ ସରକାରୀ ସ୍ତରରେ ଆମକୁ ସର୍ବଦା ସହଯୋଗ କରି ଆସିଛନ୍ତି। ମୁଁ ଆପଣଙ୍କୁ ଯେତେବେଳେ ବ୍ୟକ୍ତିଗତ ଭାବେ ସାକ୍ଷାତ କରିଥାଏ, ଆପଣ ସର୍ବଦା ମୋତେ ଏହା କହିଛନ୍ତି ଯେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଆମ ସହିତ ଅଛନ୍ତି ତେଣୁ ଏହିଭଳି ଭାବରେ 5-6 ବର୍ଷରେ ବହୁତ କିଛି ହୋଇଛି। ଆଉ ଶେଷ ଅଲିମ୍ପିକ୍ସଠାରୁ ଚଳିତ ଥରର ଅଲିମ୍ପିକ୍ସରେ ବହୁତ କିଛି ପ୍ରଭେଦ ରହିଛି।

ପ୍ରଧାନମନ୍ତ୍ରୀ : ସାନିଆ ଆପଣ ମଧ୍ୟ ହେଉଛନ୍ତି ଚମ୍ପିୟନ, ଆପଣ ମଧ୍ୟ ହେଉଛନ୍ତି ଫାଇଟର। ମୋର ଆଶା ଯେ ଆପଣ ଏହି ଅଲିମ୍ପିକ୍ସରେ ଅଧିକ ଉନ୍ନତ ଏବଂ ସଫଳ ଖେଳାଳୀ ହୋଇ ବାହାରିବେ। ମୋର ଆପଣଙ୍କୁ ବହୁତ-ବହୁତ ଶୁଭକାମନା।

20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Mann KI Baat Quiz
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
World's tallest bridge in Manipur by Indian Railways – All things to know

Media Coverage

World's tallest bridge in Manipur by Indian Railways – All things to know
...

Nm on the go

Always be the first to hear from the PM. Get the App Now!
...
PM greets Israeli PM H. E. Naftali Bennett and people of Israel on Hanukkah
November 28, 2021
ସେୟାର
 
Comments

The Prime Minister, Shri Narendra Modi has greeted Israeli Prime Minister, H. E. Naftali Bennett, people of Israel and the Jewish people around the world on Hanukkah.

In a tweet, the Prime Minister said;

"Hanukkah Sameach Prime Minister @naftalibennett, to you and to the friendly people of Israel, and the Jewish people around the world observing the 8-day festival of lights."