“ଗୁଜରାଟରେ ସ୍ୱାଗତ ପଦକ୍ଷେପ ଏହା ଦର୍ଶାଏ ଯେ ଲୋକ ମାନଙ୍କ ଅଭିଯୋଗ ଗୁଡିକର ସମାଧାନ ପାଇଁ କିପରି ଟେକ୍ନୋଲୋଜିକୁ ଦକ୍ଷତାର ସହିତ ବ୍ୟବହାର କରା ଯାଇପାରିବ”
“ମୁଁ ସ୍ପଷ୍ଟ କରିଥିଲି ଯେ ମୁଁ ଆସନର ପ୍ରତିବନ୍ଧକର ଦାସ ହେବି ନାହିଁ । ମୁଁ ଲୋକମାନଙ୍କ ମଧ୍ୟରେ ରହିବି ଏବଂ ସେମାନଙ୍କ ପାଇଁ ସେଠାରେ ରହିବି ”
“ସ୍ୱାଗତ ସହଜ ଜୀବନଯାପନ ଏବଂ ଶାସନକୁ ସମସ୍ତଙ୍କ ପାଖରେ ପହଂଚାଇବା ଧାରଣାକୁ ସମର୍ଥନ କରିଥାଏ”
“ମୋ ପାଇଁ , ସବୁଠାରୁ ବଡ ପୁରସ୍କାର ହେଉଛି ଯେ ଆମେ ସ୍ୱାଗତ ମାଧ୍ୟମରେ ଗୁଜରାଟର ଲୋକ ମାନଙ୍କର ସେବା କରି ପାରିବା”
“ଆମେ ପ୍ରମାଣ କରିଛୁ ଯେ ଶାସନ କେବଳ ପୁରୁଣା ନିୟମ ଏବଂ ନିୟମ ମଧ୍ୟରେ ସୀମିତ ନୁହେଁ , କିନ୍ତୁ ନୂତନତ୍ୱ ଏବଂ ନୂତନ ଚିନ୍ତାଧାରାକୁ ନେଇ ଶାସନ ହୋଇଥାଏ” “ସ୍ୱାଗତ ଶାସନର ଅନେକ ସମାଧାନ ପାଇଁ ପ୍ରେରଣା ପାଲଟିଛି । ଅନେକ ରାଜ୍ୟ ଏହି ପ୍ରକାର ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛନ୍ତି ”
“ଗତ ୯ ବର୍ଷ ମଧ୍ୟରେ ଦେଶର ଦ୍ରୁତ ବିକାଶରେ ପ୍ରଗତି ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି । ଏହି ଧାରଣା ସ୍ୱାଗତର ବିଚାର ଉପରେ ଆଧାରିତ ”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟ ଠାରେ ପ୍ରଯୁକ୍ତିର ଅନୁପ୍ରୟୋଗ ଦ୍ୱାରା ଅଭିଯୋଗ ଉପରେ ରାଜ୍ୟବ୍ୟାପୀ ଧ୍ୟାନ ଦେବା ସମ୍ପର୍କିତ ପଦକ୍ଷେପ - ସ୍ୱାଗତର ୨୦ ବର୍ଷ ପୂରଣ ହେବା ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଗୁଜରାଟ ସରକାର ପ୍ରଥମ ୨୦ ବର୍ଷ ସଫଳତାର ସହ ସମାପ୍ତ କରିବା ଉପରେ ସ୍ୱାଗତ ସପ୍ତାହ ପାଳନ କରୁଛନ୍ତି ।

ମୋ ସହିତ ସିଧାସଳଖ କଥାବାର୍ତ୍ତା କରିବେ । ଏହା ମୋ ପାଇଁ ସୌଭାଗ୍ୟର କଥା ଯେ ମୁଁ ପୁରୁଣା ସମୟର ସାଥୀମାନଙ୍କୁ ଆଜି ଏଠାରେ ଭେଟିପାରୁଛି । ଆସନ୍ତୁ ଦେଖିବା ସର୍ବପ୍ରଥମେ କାହା ସହିତ କଥାବାର୍ତ୍ତା ହେବାର ସୁଯୋଗ ମିଳୁଛି ।

ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କର ନାମ କ’ଣ?

ହିତାଧିକାରୀ - ସୋଲାଙ୍କି ବାଗତସଂଗ ବଚୁଜୀ

ପ୍ରଧାନମନ୍ତ୍ରୀ ଜୀ - ତେବେ ଯେତେବେଳେ ଆପଣଙ୍କୁ ଆମେ ‘ସ୍ୱାଗତ’ ଆରମ୍ଭ କଲୁ ସେତେବେଳେ ସର୍ବପ୍ରଥମେ ଆପଣ ଆସିଥିଲେ କି ।

ହିତାଧିକାରୀ ବଚୁଜୀ - ଆଜ୍ଞା ସାର, ସର୍ବପ୍ରଥମେ ମୁଁ ଆସିଥିଲି ।

ପ୍ରଧାନମନ୍ତ୍ରୀ ଜୀ - ତେବେ ଆପଣ ଏତେ ସଚେତନ କିପରି ହୋଇପାରିଛନ୍ତି, ଆପଣଙ୍କୁ କେମିତି ଜଣାପଡ଼ିଲା ଯେ ‘ସ୍ୱାଗତ’ରେ ଯିବି ତେବେ ସରକାରୀ ଅଧିକାରୀଙ୍କ ପାଖରେ କିଛି କହିବାର ଅଛି ତେବେ...

ହିତାଧିକାରୀ ବଚୁଜୀ - ଆଜ୍ଞା ସାର, ସେଥିରେ ଏମିତି ଥିଲା ଯେ ଦହେଗ୍ରାମ ତହସିଲରୁ ସରକାରୀ ଆବାସ ଯୋଜନାର ସପ୍ତାହ ପାଇଁ କାର୍ଯ୍ୟ ନିଦେର୍ଶ ମୋତେ ୨୦-୧୧-୨୦୦୦ରେ ମିଳିଥିଲା । କିନ୍ତୁ ମୁଁ ଘରର ନିର୍ମାଣ କାର୍ଯ୍ୟ ପ୍ଲିନ୍ଥ ପର୍ଯ୍ୟନ୍ତ କରିଲି ଏବଂ ତା’ ପରେ ମୋତେ କୌଣସି ଅନୁଭବ ନ ଥିଲା ଯେ ୯ଟି କାନ୍ଥ କରିବି କି ୧୪ଟି କାନ୍ଥ କରିବି, ତା’ପରେ ମୁଁ ଭୂମିକମ୍ପ ଆସିଲା, ସେତେବେଳେ ମୁଁ ଡରି ଯାଇଥିଲି ଯେ ମୁଁ ଘର ତିଆରି କରିବି, ତାହା ପୁଣି ୯ଟି କାନ୍ଥ ତାହା ଠିକରେ ରହିବ କି ନାହିଁ । ପୁଣି ମୁଁ ନିଜେ ପରିଶ୍ରମ କରି ୯ଟି ସ୍ଥାନରେ ୧୪ଟି କାନ୍ଥ କଲି, ଯେତେବେଳେ ମୁଁ ଦ୍ୱିତୀୟ ସପ୍ତାହରେ ଦ୍ୱିତୀୟ କିସ୍ତି ପାଇବାକୁ କହିଲି ସେତେବେଳେ ମୋତେ ବ୍ଲକ ବ୍ଲକ ବିକାଶ ଅଧିକାରୀ କହିଲେ ଯେ ଆପଣ ୯ ସ୍ଥାନରେ ୧୪ଟି କାନ୍ଥ କରିଛନ୍ତି । ସେଥିପାଇଁ ଆପଣଙ୍କୁ ଦ୍ୱିତୀୟ କିସ୍ତି ମିଳିବ ନାହିଁ, ଯାହା ଆପଣଙ୍କୁ ପ୍ରଥମ କିସ୍ତି ୮୨୫୩ ଟଙ୍କା ଦିଆଯାଇଛି ସେହି କିସ୍ତି ଆପଣ ବ୍ଲକ ଅଫିସରେ ସୁଧ ସହିତ ଫେରସ୍ତ କରନ୍ତୁ । ମୁଁ ବହୁତ ଥର ଜିଲ୍ଲାରେ ଏବଂ ବ୍ଲକରେ ମଧ୍ୟ ଗୁହାରୀ କରିଛି । ପୁଣି ମଧ୍ୟ ମଧ୍ୟ ମୋତେ କୌଣସି ଜବାବ ମିଳିଲା ନାହିଁ । ଏଥିପାଇଁ ମୁଁ ଗାନ୍ଧୀ ନଗର ଜିଲ୍ଲାରେ ଯାଞ୍ଚ କଲି । ସେତେବେଳେ ମୋତେ ଜଣେ ଭାଇ କହିଲେ ଆପଣ ପ୍ରତିଦିନ ଏଠାକୁ କାହିଁକି ଆସୁଛନ୍ତି । ସେତେବେଳେ ମୁଁ ତାଙ୍କୁ କହିଲି ମୁଁ ୯ ସ୍ଥାନରେ ୧୪ଟି କାନ୍ଥ ନିର୍ମାଣ କରିଛି । ସେହି କାରଣରୁ ସେମାନେ ମୋତେ ସରକାରୀ ଆବାସର କିସ୍ତି ମିଳୁନାହିଁ, ଏବଂ ପରିବାର ସହିତ ରହୁଛି । ମୋର ଘର ନାହିଁ । ତେବେ ମୁଁ କ’ଣ କରିବି, ମୋତେ ବହୁତ ଅସୁବିଧା ହେଉଛି । ସେଥିପାଇଁ ମୁଁ ଏଠାକୁ ସେଠାକୁ ଦୌଡୁଛି । ତେବେ ମୋତେ ସେହି ଭାଇ କହିଲେ ଯେ କି କାକା, ଆପଣ ଗୋଟିଏ କାମ କରନ୍ତୁ । ମାନନୀୟ ଶ୍ରୀ ନରେନ୍ଦ୍ର ଭାଇ ମୋଦୀ ସାହାବଙ୍କୁ ସଚିବାଳୟରେ ‘ସ୍ୱାଗତ’ ପ୍ରତ୍ୟେକ ମାସର ଗୁରୁବାରକୁ ହୋଇଥାଏ, ତେବେ ଆପଣ ସେଠାକୁ ଯାଆନ୍ତୁ, ଏଥିପାଇଁ ତାହା ମୁଁ ସିଧା, ସଚିବାଳୟ ପର୍ଯ୍ୟନ୍ତ ପହଂଚିଗଲି, ଏବଂ  ମୁଁ ମୋର ଗୁହାରୀ ସିଧାସଳଖ ଭାବରେ ଆପଣଙ୍କ ସମ୍ମୁଖରେ କହୁଛି । ଆପଣ ମୋର କଥା ସମ୍ପୂର୍ଣ୍ଣ ଶାନ୍ତିର ସହିତ ଶୁଣିଲେ ଏବଂ ଆପଣ ମଧ୍ୟ ମୋର କଥାର ସମ୍ପୂର୍ଣ୍ଣ ଶାନ୍ତିରେ ଉତ୍ତର ଦେଲେ ଏବଂ ଆପଣ ଯାହା ମଧ୍ୟ ଅଧିକାରୀଙ୍କୁ ହୁକୁମ କରିଥିଲେ ଏବଂ ସେମାନେ ଯେଉଁ ମୋତେ ୯ଟି ସ୍ଥାନରେ ୧୪ଟି କାନ୍ଥ ବନାଇଥିଲି ତାହାର ବଳକା କିସ୍ତି ମୋତେ ମିଳିବା ଆରମ୍ଭ ହୋଇଗଲା ଏବଂ ମୁଁ ଆଜି ମୋର ନିଜର ଘରେ ମୋର ପରିବାର ୬ଟି ଛୁଆଙ୍କ ସହିତ ଆନନ୍ଦରେ ରହୁଛି । ସେଥିପାଇଁ ସାହବ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

ପ୍ରଧାନମନ୍ତ୍ରୀ ଜୀ - ଭରତଭାଇ ଏହା ଆପଣଙ୍କର ପ୍ରଥମ ଅନୁଭବ ଶୁଣି ମୋତେ ପୁରୁଣା ଦିନଗୁଡ଼ିକ ମନେ ପଡ଼ିଲା ଏବଂ ୨୦ ବର୍ଷ ପରେ ଆପଣଙ୍କୁ ଭେଟିବାର ସୁଯୋଗ ମିଳିଲା, ପରିବାରରେ ସମସ୍ତ ପିଲା ପଢ଼ିଥାନ୍ତି କିମ୍ବା କ’ଣ କରୁଛନ୍ତି?

ଭରତଭାଇ - ସାହବ, ମୋର ୪ଟି ଝିଅଙ୍କର ବାହାଘର ହୋଇଯାଇଛି ଏବଂ ଦୁଇ ଝିଅଙ୍କର ବାହାଘର ବର୍ତ୍ତମାନ ହୋଇନାହିଁ । ସେମାନେ ବର୍ତ୍ତମାନ ୧୮ ବର୍ଷରୁ କମ ବୟସର ଅଛନ୍ତି ।

ପ୍ରଧାନମନ୍ତ୍ରୀ ଜୀ - କିନ୍ତୁ ଆପଣଙ୍କ ଘର ସେଠାରେ ବର୍ତ୍ତମାନ ଠିକଠାକ ଅଛି କି ସବୁ ବର୍ତ୍ତମାନ ପୁରୁଣା ହୋଇଯାଇଛି ଏହି ୨୦ ବର୍ଷ ମଧ୍ୟରେ?

ଭରତଭାଇ - ସାହବ, ପ୍ରଥମେ ଛାତରୁ ପାଣି ଗଳୁଥିଲା, ପାଣିର ମଧ୍ୟ ଅସୁବିଧା ଥିଲା, ଛାତରୁ ବର୍ତ୍ତମାନ ମଧ୍ୟ ମାଟି ଗଳୁଛି, ଛାତ ଭଲ ଭାବରେ ହୋଇପାରିନାହିଁ ।

ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କୁ ସମସ୍ତ ଜ୍ୱାଇଁମାନେ ଭଲ ମିଳିଛନ୍ତି ତ?

ଭରତଭାଇ - ସାହବ, ସମସ୍ତେ ଭଲ ମିଳିଛନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ଠିକ ଅଛି, ଖୁସିରେ ରୁହ । କିନ୍ତୁ ଆପଣମାନଙ୍କୁ ‘ସ୍ୱାଗତ’ କାର୍ଯ୍ୟକ୍ରମ ବିଷୟରେ କହୁଥିଲେ ନା କହୁ ନ ଥିଲେ । ଅନ୍ୟ ଲୋକଙ୍କ ପଠାଉଥିଲେ କି ନାହିଁ?

ଭରତଭାଇ - ଆଜ୍ଞା ସାର ପଠାଉଥିଲି, ଏବଂ କହୁଥିଲି ଯେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ ସନ୍ତୋଷଜନକ ଉତ୍ତର ଦେଇଥିଲେ ଏବଂ ମୋ କଥା ଶାନ୍ତିରେ ଶୁଣିଲେ ଏବଂ ମୋର ସନ୍ତୋଷଜନକ ଭାବେ କାର୍ଯ୍ୟ କଲେ, ତେବେ ଆପଣଙ୍କର କୌଣସି ମଧ୍ୟ ପ୍ରଶ୍ନ ଅଛି ତେବେ  ଆପଣ ‘ସ୍ୱାଗତ’ କାର୍ଯ୍ୟକ୍ରମକୁ ଯାଇପାରିବେ, ଆପଣ ଯଦି ଯାଇ ନପାରିବେ ତେବେ ମୁଁ ଆପଣଙ୍କ ସହିତ ଯିବି ଏବଂ ଆପଣଙ୍କୁ ଅଫିସ ଦେଖାଇଦେବି ।

ପ୍ରଧାନମନ୍ତ୍ରୀ ଜୀ - ଠିକ ଅଛି, ଭରତ ଭାଇ ଖୁସି ଲାଗିଲା ।

ବର୍ତ୍ତମାନ କିଏ ଆପଣଙ୍କ ପାଖରେ ଅନ୍ୟଜଣେ ଭଦ୍ରବ୍ୟକ୍ତି ଅଛନ୍ତି ।

ବିନୟ କୁମାର - ନମସ୍କାର ସାର, ମୁଁ ଚୌଧୁରୀ ବିନୟକୁମାର ବାଲୁଭାଇ । ମୁଁ ତାପୀ ଜିଲ୍ଲାର ବାଘମେରା ଗାଁରୁ ଅଟେ।

ପ୍ରଧାନମନ୍ତ୍ରୀ ଜୀ - ବିନୟ ଭାଇ ନମସ୍କାର ।

ବିନୟ ଭାଇ - ନମସ୍କାର ସାହେବ ।

ପ୍ରଧାନମନ୍ତ୍ରୀ ଜୀ - କେମିତି ଅଛନ୍ତି ଆପଣ ।

ବିନୟ ଭାଇ - ଥାଉ ସାହବ, ଆପଣଙ୍କ ଆଶୀର୍ବାଦରୁ ମୁଁ ଭଲରେ ଅଛି ।

ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କୁ ଜଣାଅଛି ବର୍ତ୍ତମାନ ଆମେ ସମସ୍ତଙ୍କୁ ଅକ୍ଷମ ବୋଲି କହୁଛୁ ।

ଆପଣଙ୍କୁ ମଧ୍ୟ ଲୋକମାନେ ଗାଁର ସମ୍ମାନର ସହିତ କହିବେ ।

ବିନୟ ଭାଇ - ହଁ କହୁଛନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ମୋର ସମ୍ପୂର୍ଣ୍ଣ ମନେ ଅଛି ଯେ ଆପଣ ନିଜ ଅଧିକାର ପାଇଁ ଏତେ ସଂଘର୍ଷ କରିଥିଲେ ସେହି ସମୟରେ, ଟିକିଏ ସମସ୍ତଙ୍କୁ କୁହ ଯେ ଆପଣଙ୍କ ସଂଘର୍ଷ ସେହି ସମୟରେ କ’ଣ ଥିଲା ଏବଂ ଆପଣ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯାଇ ନିଜର ଅଧିକାର ନେଇଥିଲେ । ସେଇ ବିଷୟ ସମସ୍ତଙ୍କୁ ଟିକିଏ ବ୍ୟାଖ୍ୟା କର ।

ବିନୟ ଭାଇ - ସାର, ମୋର ପ୍ରଶ୍ନ ଥିଲା ସେହି ସମୟରେ ମୋ ପୋଦରେ ଛିଡ଼ା ହେବାର ଥିଲା । ସେହି ସମୟରେ ମୁଁ ଅଳ୍ପ ସଂଖ୍ୟକ ଅର୍ଥ ଆୟୋଗରେ ଆବେଦନ କରିଥିଲି । ସେହି ଆବେଦନକୁ ଅନୁମୋଦନ କରାଯାଇଥିଲା କିନ୍ତୁ ସମୟାନୁସାରେ ମୋତେ ଠିକ ସମୟରେ ଚେକ୍ ଦିଆଯାଇ ନ ଥିଲା । ମୁଁ ବହୁତ ବିବ୍ରତ ହୋଇଥିଲି, ଏହାପରେ ମୁଁ ଜଣେ ବନ୍ଧୁଙ୍କ ଠାରୁ ଜାଣିଥିଲି ଯେ ମୋର ପ୍ରଶ୍ନର ସମଧାନ ‘ସ୍ୱାଗତ’ କାର୍ଯ୍ୟକ୍ରମରେ ମିଳିବ ଯାହା ଗାନ୍ଧୀ ନଗରରେ ଚାଲିଥାଏ । ଗାନ୍ଧୀ ନଗରରେ ସେଥିରେ ତୁମର ପ୍ରଶ୍ନ ଉପସ୍ଥାପନ କରିବାକୁ ପଡ଼ିବ । ତେବେ ସାର, ମୁଁ ତାପି ଜିଲ୍ଲାର ବାଘମେରା ଗାଁରୁ ମୁଁ ବସରେ ବସି ଗାନ୍ଧୀ ନଗର ଆସିଛଇ ଏବଂ ଆପଣଙ୍କ କାର୍ଯ୍ୟକ୍ରମରେ ଭାଗନେଲି । ଆପଣ ମୋର ପ୍ରଶ୍ନ ଶୁଣିଛନ୍ତି ଏବଂ ଆପଣ ତୁରନ୍ତ ମୋତେ ୩୯୨୪୫ ଟଙ୍କାର ଚେକ ଦେଇଛନ୍ତି । ସେହି ଚେକରେ ମୁଁ ୨୦୦୮ରେ ମୋ ଘରେ ଏକ ଜେନେରାଲ ଷ୍ଟୋର ମଧ୍ୟ ଖୋଲିଛି, ଆଜି ସେହି ଷ୍ଟୋର କାମ କରୁଛି, ମୁଁ ତାହାଦ୍ୱାରା ମୋ ଘର ଚଳାଉଛି । ସାର, ମୁଁ ଷ୍ଟୋର ଆରମ୍ଭ କରିବାର ଦୁଇବର୍ଷ ମଧ୍ୟରେ ବିବାହ କଲି, ଆଜି ମୋର ଦୁଇଟି ଝିଅ ଅଛନ୍ତି ଏବଂ ସେହି ଷ୍ଟୋରରୁ ଯାହା ଆସୁଛି ସେମାନଙ୍କୁ ସେଥିରେ ପାଠ ପଢ଼ାଉଛି । ବଡ଼ ଝିଅ ଅଷ୍ଟମ ଶ୍ରେଣୀରେ ପଢୁଛି ଏବଂ ଛୋଟ ଝିଅ ଷଷ୍ଠ କ୍ଲାସରେ ଅଛି । ଏବଂ ଘର ପରିବାର ବହୁତ ଭଲ ଭାବରେ ଆତ୍ମନିର୍ଭରଶୀଳ ହୋଇପାରିଛି । ଏବଂ ଦୁଇବର୍ଷ ହେବ ମୁଁ ମୋର ପତ୍ନୀଙ୍କ ସହିତ ଦୋକାନ ଏବଂ କୃଷି କାର୍ଯ୍ୟ କରୁଛି ଏବଂ ଭଲ ରୋଜଗାର କରୁଛି ।

ପ୍ରଧାନମନ୍ତ୍ରୀ ଜୀ - ବିନୟ ଭାଇ, ଆପଣ ଦୋକାନରେ କ’ଣ କ’ଣ ବିକ୍ରି କରନ୍ତି?

ବିନୟ ଭାଇ - ଆମେ ସମସ୍ତ ଖାଦ୍ୟ ଶସ୍ୟ ଏବଂ ଖାଦ୍ୟ ସାମଗ୍ରୀ ବିକ୍ରି କରୁଛୁ ।

ପ୍ରଧାନମନ୍ତ୍ରୀ ଜୀ - ଆମେ ଯେତେବେଳେ ଭୋକାଲ ଫର ଲୋକାଲ କରିଥାଉ, ତେବେ କ’ଣ ଆପଣଙ୍କ ସ୍ଥାନକୁ ସମସ୍ତେ ଭୋକାଲ ଫର ଲୋକାଲ କିଣିବାକୁ ଆପଣଙ୍କ ସ୍ଥାନକୁ ଆସନ୍ତି କି?

ବିନୟ ଭାଇ - ଆଜ୍ଞା ସାର, ଆସନ୍ତି । ଶସ୍ୟ, ଡାଲି, ଚାଉଳ, ଚିନି ସବୁ ନେବାକୁ ଆସିଥାନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ବର୍ତ୍ତମାନ ଆମେ ‘ଶ୍ରୀଅନ୍ନ’ର ଆଂଦୋଳନ ଚଳାଇଛୁ । ବାଜରା, ଯଅ ସମସ୍ତେ ଖାଇବା ଉଚିତ । ଆପଣଙ୍କର ସେଠାରେ ଶ୍ରୀଅନ୍ନର ବିକ୍ରି ହେଉଛି କି ନାହିଁ?

ବିନୟ ଭାଇ - ଆଜ୍ଞା ସାର, ହେଉଛି ।

ପ୍ରଧାନମନ୍ତ୍ରୀ ଜୀ - ଆପଣ ଅନ୍ୟମାନଙ୍କୁ ଚାକିରି ଦେଉଛନ୍ତି ନା ନାହିଁ, ନା କେବେ ଆପଣ ନିଜେ ନିଜ ପତ୍ନୀଙ୍କ ସହ କାର୍ଯ୍ୟ କରୁଛନ୍ତି ।

ବିନୟ ଭାଇ - ଶ୍ରମିକମାନଙ୍କୁ ନେବାକୁ ପଡୁଛି ।

ପ୍ରଧାନମନ୍ତ୍ରୀ ଜୀ - ଶ୍ରମିକମାନଙ୍କୁ ନେବାକୁ ପଡିଥାଏ ଆଚ୍ଛା, କେତେ ଲୋକଙ୍କୁ ଆପଣଙ୍କ କାରଣରୁ ରୋଜଗାର ମିଳିଛି?

ବିନୟ ଭାଇ - ମୋ ଯୋଗୁ ୪-୫ ଜଣ ଲୋକଙ୍କୁ କ୍ଷେତରେ କାମ କରିବାକୁ ରୋଜଗାର ମିଳିଛି ।

ପ୍ରଧାନମନ୍ତ୍ରୀ ଜୀ - ବର୍ତ୍ତମାନ ଆନେ ସମସ୍ତଙ୍କୁ କହୁଛୁ ଯେ ଡିଜିଟାଲ ପେମେଣ୍ଟ କର, ତେବେ ସେଠାରେ ଆପଣ ଡିଜିଟାଲ ପେମେଣ୍ଟ କରୁଛନ୍ତି? ମୋବାଇଲ ଫୋନରୁ ଟଙ୍କା ନେଣ-ଦେଣ, କୁ୍ୟଆର କୋଡ ମାଗିଥାଏ, ଏମିତି କିଛି କରୁଛ?

ବିନୟ ଭାଇ - ଆଜ୍ଞା ସାର, ଅନେକ ଲୋକ ଆସନ୍ତି, ସେମାନେ ମୋର କୁ୍ୟଆର କୋଡ୍ ମାଗନ୍ତି ଏବଂ ମୋ ଆକାଉଣ୍ଟରେ ଟଙ୍କା ଦେଇଥାନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ଏହା ଭଲ ଅଟେ, ଅର୍ଥାତ ସବୁକିଛି ଆପଣଙ୍କ ଗାଁରେ ପହଂଚିଛି ।

ବିନୟ ଭାଇ - ଆଜ୍ଞା ହଁ, ସବୁକିଛି ପହଂଚିଛି ।

ପ୍ରଧାନମନ୍ତ୍ରୀ ଜୀ - ବିନୟ ଭାଇ, ଆପଣଙ୍କର ବିଶେଷତା ଏହିକି ଯେ ଆପଣ ‘ସ୍ୱାଗତ’ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ଏବଂ ‘ସ୍ୱାଗତ’ କାର୍ଯ୍ୟକ୍ରମରେ ଯେଉଁ ଲାଭ ପାଇଛନ୍ତି ଅନ୍ୟ ଲୋକମାନେ ମଧ୍ୟ ଆପଣଙ୍କୁ ପଚାରୁଥିବେ । ଆପଣ ଏତେ ସାହସ ଦେଖାଇଲେ ଯେ ଆପଣ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଂଚିଗଲେ । ବର୍ତ୍ତମାନ ସମସ୍ତ ଅଧିକାରୀ ଜାଣିବାକୁ ପାଇଛନ୍ତି ଯେ ଯଦି ତୁମେ ଅଭିଯୋଗ ଆଣିଛ, ତେବେ ସେମାନେ ସମସ୍ତେ ତୁମକୁ ହଇରାଣ କରିବେ, ପରେ ଏମିତି ନିଶ୍ଚୟ ହୋଇଥିବ ।

ବିନୟ ଭାଇ - ଆଜ୍ଞା ସାର ।

ପ୍ରଧାନମନ୍ତ୍ରୀ ଜୀ - ପରେ ରାସ୍ତା ଖୋଲି ଯାଇଥିଲା ।

ବିନୟ ଭାଇ - ଖୋଲିଗଲା ସାର ।

ପ୍ରଧାନମନ୍ତ୍ରୀ ଜୀ - ବର୍ତ୍ତମାନ ବିନୟ ଭାଇ ନିଶ୍ଚିତ ଭାବରେ ଗାଁରେ ଦାଦାଗିରି କରୁଥିବେ ଯେ ମୋର ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ସମ୍ପର୍କ ଅଛି । ଏମିତି କରୁନାହାନ୍ତି ନା?

ବିନୟ ଭାଇ - ନା ସାର ।

ପ୍ରଧାନମନ୍ତ୍ରୀ ଜୀ - ଠିକ ଅଛି ବିନୟ ଭାଇ ଆପଣଙ୍କୁ ବହୁତ ବହୁତ ଶୁଭକାମନା, ଆପଣ ଭଲ କରିଛନ୍ତି ଯେ ଝିଅମାନଙ୍କୁ ଶିକ୍ଷା ଦେଉଛନ୍ତି, ବହୁତ ପଢ଼େଇବେ, ଠିକ ଅଛି ।

ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କର ନାମ କ’ଣ?

ରାକେଶ ଭାଇ ପାରେଖ - ରାକେଶ ଭାଇ ପାରେଖ ।

ପ୍ରଧାନମନ୍ତ୍ରୀ ଜୀ - ରାକେଶ ଭାଇ ପାରେଖ, କ’ଣ ସୁରଟ ଜିଲ୍ଲାରୁ ଆସିଛନ୍ତି?

ରାକେଶ ଭାଇ ପାରେଖ - ହଁ, ମୁଁ ସୁରଟରୁ ଆସିଛି ।

ପ୍ରଧାନମନ୍ତ୍ରୀ ଜୀ - ଅର୍ଥାତ ଆପଣ ସୁରଟରେ ନା’ ସୁରଟର ଆଖପାଖରେ କେଉଁଠି ରହୁଛନ୍ତି ।

ରାକେଶ ଭାଇ ପାରେଖ - ମୁଁ ସୁରଟର ଏକ ଆପାର୍ଟମେଣ୍ଟରେ ରହୁଛି ।

ପ୍ରଧାନମନ୍ତ୍ରୀ ଜୀ - ହଁ, ମୋତେ କୁହ ତୁମର ପ୍ରଶ୍ନ କ’ଣ?

ରାକେଶ ଭାଇ ପାରେଖ - ପ୍ରଶ୍ନ ହେଉଛି ୨୦୦୬ରେ ଯେତେବେଳେ ଟ୍ରେନ ଆସିଲା ସେଥିରେ କୋଠାଟି ଭାଙ୍ଗିଗଲା, ସେଥିରେ ୮ ମହଲାର କୋଠା ଥିଲା, ଯେଉଁଥିରେ ୩୨ଟି ଫ୍ଲାଟ ଏବଂ ୮ଟି ଦୋକାନ ଥିଲା । ଏହା ଜରାଜୀର୍ଣ୍ଣ ହୋଇ ଯାଇଥିଲା, ଏହି କାରଣରୁ କୋଠାଟି ଭାଙ୍ଗି ଯାଇଥିଲା, ଆମେ ଏଥିପାଇଁ ଅନୁମତି ମିଳିପାରୁ ନ ଥିଲା । ଆମେ ନିଗମକୁ ଯାଇଥିଲୁ, ସେଥିରେ ଅନୁମତି ମିଳି ପାରୁ ନ ଥିଲା । ଆମେ ସମସ୍ତେ ଏକାଠି ହେଲୁ, ସେହି ସମୟରେ ଆମେ ଜାଣିବାକୁ ପାଇଲି ଯେ ନରେନ୍ଦ୍ର ମୋଦୀ ସାର ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ମୁଁ ଅଭିଯୋଗ ନେଇଥିଲି, ସେତେବେଳେ ମୁଁ ଗାମିତ ସାହବଙ୍କୁ ଭେଟିଥିଲି । ସେ ମୋତେ କହିଥିଲେ ଯେ ଆପଣଙ୍କର ଅଭିଯୋଗ ଗ୍ରହଣ କରାଯାଇଛି ଏବଂ ଆମେ ଆପଣଙ୍କୁ ଡାକିବୁ । ସେ କହିଥିଲେ ଯେ ତୁମର ଘର ନ ଥିବାରୁ ମୁଁ ଦୁଃଖିତ । ପରେ ମୋତେ ତା’ ପରଦିନ ଡାକିଲେ ଏବଂ ମୋତେ ‘ସ୍ୱାଗତ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆପଣଙ୍କ ସହିତ ମୋତେ ସୁଯୋଗ ମିଳିଲା । ସେତେବେଳେ ଆପଣ ମୋତେ ଅନୁମୋଦନ ଦେଇଥିଲେ । ମୁଁ ଭଡ଼ା ଘରେ ରହୁଥିଲି । ୧୦ ବର୍ଷ ଭଡ଼ା ଘରେ ରହୁଥିଲି ଏବଂ ଅନୁମୋଦନ ମିଳିଗଲା, ତା’ ପରେ ଆମେ ସମ୍ପୂର୍ଣ୍ଣ କୋଠାର ନିର୍ମାଣ ଆରମ୍ଭ କଲୁ । ଯେଉଁଥିରେ ଆପଣଙ୍କ ଏକ ସ୍ୱତନ୍ତ୍ର ମାମଲାରେ ଅନୁମୋଦନ ଦେଇଛନ୍ତି, ଆମର ଏକ ବୈଠକ ହୋଇଥିଲା ଏବଂ ସମସ୍ତେ ପୁଣିଥରେ ରହିଲେ । ୩୨ ପରିବାର, ୮ ଦୋକାନୀ ଆପଣଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ପାରେଖ ଜୀ, ଆପଣଙ୍କ ସହିତ ଆପଣ ୩୨ଟି ପରିବାରର ମଧ୍ୟ ଭଲ କରିଛନ୍ତି, ଏବଂ ଆଜି ୩୨ ଜଣଙ୍କ ପରିବାରକୁ ଖୁସିରେ ଶାନ୍ତିରେ ବଂଚିବାର ସୁଯୋଗ ଦେଇଛନ୍ତି । ଏହି ୩୨ଟି ପରିବାରର ଲୋକ କିପରି ଭାବରେ ବାସ କରନ୍ତି, ସେମାନେ ସମସ୍ତେ ଖୁସିରେ ଅଛନ୍ତ?

ରାକେଶ ଭାଇ ପାରେଖ - ସମସ୍ତେ ଖୁସିରେ ଅଛନ୍ତି ଏବଂ ମୁଁ ଟିକିଏ ଅସୁବିଧାରେ ଅଛି, ସାର ।

ପ୍ରଧାନମନ୍ତ୍ରୀ ଜୀ - ସମସ୍ତେ ଏକାଠି ରୁହନ୍ତି?

ରାକେଶ ଭାଇ ପାରେଖ - ହଁ ସମସ୍ତେ ଏକାଠି ରୁହନ୍ତି ।

ପ୍ରଧାନମନ୍ତ୍ରୀ ଜୀ - ଏବଂ ଆପଣ ପୁଣି ଅସୁବିଧାରେ ଅଛନ୍ତି?

ରାକେଶ ଭାଇ ପାରେଖ - ଆଜ୍ଞା ସାର, ଆପଣ କହିଥିଲେ ସେ ଯଦି କେବେ କୌଣସି ସମସ୍ୟା ଆସିବ ତେବେ ମୋ ବଙ୍ଗଳାକୁ ଆସି ରହିବ । ସେତେବେଳେ ଆପଣ କହିଥିଲେ ଯେ କୋଠାଟି ସମ୍ପୂର୍ଣ୍ଣ ନ’ ହେବା ପର୍ଯ୍ୟନ୍ତ ଆପଣଙ୍କ ବଙ୍ଗଳାରେ ରହିବାକୁ, କୋଠାଟି ସମ୍ପୂର୍ଣ୍ଣ ନ’ ହେବା ପର୍ଯ୍ୟନ୍ତ, ମୁଁ ଏକ ଭଡ଼ା ଘରେ ରହୁଥିଲି । ବର୍ତ୍ତମାନ କୋଠା ନିର୍ମାଣ ହେବା ପରେ ମୁଁ ମୋ ପରିବାର ସହିତ ଘରେ ଶାନ୍ତିରେ ରହୁଛି, ମୋର ଦୁଇଟି ପୁଅ ଅଛନ୍ତି, ସେମାନେ ଏବଂ ମୁଁ ମୋ ପତ୍ନୀଙ୍କ ସହିତ ଶାନ୍ତିର ରହୁଛି ।

ପ୍ରଧାନମନ୍ତ୍ରୀ ଜୀ - ପୁଅମାନେ କ’ଣ ପଢୁଛନ୍ତି?

ରାକେଶ ଭାଇ ପାରେଖ - ଗୋଟିଏ ପୁଅ ସେ ଚାକିରି କରୁଛି ଏବଂ ଅନ୍ୟ ପୁଅଟି ରୋଷେୟା କାମ କରୁଛି । ହୋଟେଲ ମ୍ୟାନେଜମେଣ୍ଟର କାମ କହିଥାନ୍ତି ନା, ବର୍ତ୍ତମାନ ସେ ଘର ଚଳାଉଛି । ବର୍ତ୍ତମାନ ମୋର ଏକ ସ୍ନାୟୁ ଦବିଯିବାରୁ ମୁଁ ଯନ୍ତ୍ରଣା ଅନୁଭବ କରୁଛି ଏବଂ ଚାଲିପାରୁ ନାହିଁ । ଦେଢ଼ ବର୍ଷ ହେବ ଏହି ରୋଗରେ ପୀଡ଼ିତ ।

ପ୍ରଧାନମନ୍ତ୍ରୀ ଜୀ - ଆପଣ କିନ୍ତୁ ଯୋଗ ଇତ୍ୟାଦି କରୁଛନ୍ତି କି ନାହିଁ?

ରାକେଶ ଭାଇ ପାରେଖ - ଆଜ୍ଞା ସାର, ବ୍ୟାୟାମ ଇତ୍ୟାଦି ଚାଲିଛି ।

ପ୍ରଧାନମନ୍ତ୍ରୀ ଜୀ - ହଁ ଏଥିରେ ଅପରେସନ ପାଇଁ ଶୀଘ୍ର ନ’ ହୋଇ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ବର୍ତ୍ତମାନ ଆମର ଆୟୁଷ୍ମାନ କାର୍ଡ ମଧ୍ୟ ହୋଇଛି, ଆୟୁଷ୍ମାନ କାର୍ଡ ଆପଣ କରିଛନ୍ତି କି? ଆପଣଙ୍କର ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ମଧ୍ୟ ଏଥିରୁ ବାହାରିଥାଏ । ଏବଂ ଗୁଜରାଟ ସରକାରରେ ମଧ୍ୟ ସୁନ୍ଦର ଯୋଜନାମାନ ଅଛି । ମା’ କାର୍ଡର ଯୋଜନା ଅଛି, ଏହାର ଲାଭ ଉଠାନ୍ତୁ ଏବଂ ସମସ୍ୟା ଏକାଥରେ ଦୂର କରନ୍ତୁ ।

ରାକେଶ ଭାଇ ପାରେଖ - ହଁ ସାର, ଠିକ ଅଛି ।

ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କର ବୟସ ଏତେ ଅଧିକ ହୋଇଯାଇ ନାହିଁ ଯେ ଆପଣ ଥକିଯିବେ ।

ପ୍ରଧାନମନ୍ତ୍ରୀ ଜୀ - ଆଚ୍ଛା ରାକେଶ ଭାଇ ପାରେଖ ଆପଣ ‘ସ୍ୱାଗତ’ ଦ୍ୱାରା ଅନେକ ଲୋକମାନଙ୍କର ସାହାଯ୍ୟ କଲେ । ଜଣେ ସଚେତନ ନାଗରିକ କିଭଳି ସାହସୀ କରିପାରିବ । ତାହାର ଉଦାହରଣ ହୋଇପାରିଛନ୍ତି, ମୋ ପାଇଁ ମଧ୍ୟ ସନ୍ତୋଷ ଅଟେ ଯେ ଆପଣଙ୍କୁ ଏବଂ ଆପଣଙ୍କ କଥାକୁ ସରକାର ଗମ୍ଭୀରତାର ସହ ନେଲେ । ବହୁବର୍ଷ ପୂର୍ବରୁ ଯେଉଁ ପ୍ରଶ୍ନର ନିରାକରଣ ହେଲା, ବର୍ତ୍ତମାନ ଆପଣଙ୍କର ପିଲାମାନେ ମଧ୍ୟ ସ୍ଥାପିତ ହୋଇଗଲେଣି । ତେବେ ଚାଲନ୍ତୁ ମୋ ତରଫରୁ ସମସ୍ତଙ୍କୁ ଶୁଭକାମନା ଜଣାଇଦେବେ ଭାଇ ।

ସାଥୀମାନେ,

ଏହି ଆଳାପ ପରେ ମୋତେ ଏହି କଥାର ସନ୍ତୋଷ ମିଳୁଛି ଯେ ଆମେ ଯେଉଁ ଉଦେଶ୍ୟ ନେଇ ‘ସ୍ୱାଗତ’ର ଆରମ୍ଭ କରିଥିଲୁ ତାହା ସମ୍ପୂର୍ଣ୍ଣ ଭାବରେ ସଫଳ ହେଉଛି । ଏହା ମାଧ୍ୟମରେ ଲୋକମାନେ କେବଳ ସେମାନଙ୍କର ସମସ୍ୟାର ସମାଧାନ ପାଉନାହାନ୍ତି, କିନ୍ତୁ ରାକେଶ ଜୀଙ୍କ ଭଳି ଲୋକମାନେ ନିଜ ସହ ଶହ ଶହ ପରିବାରର ପ୍ରସଙ୍ଗ ଉଠାଉଛନ୍ତି । ମୋର ବିଶ୍ୱାସ ଯେ ସରକାରଙ୍କ ଏପରି ଆଚରଣ ହେବା ଉଚିତ ଯେ ସାଧାରଣ ଲୋକ ସେମାନଙ୍କର ମତାମତ ବାଣ୍ଟି ପାରୁଛନ୍ତି, ତାଙ୍କୁ ଜଣେ ବନ୍ଧୁ ଭାବରେ ବିବେଚନା କରି ଏବଂ ତାଙ୍କ ମାଧ୍ୟମରେ ଆମେ ଗୁଜରାଟରେ ଆଗକୁ ବଢୁଛୁ ଏବଂ ମୁଁ ଖୁସି ଯେ ଆଜି ଭୂପେନ୍ଦ୍ର ଭାଇ ମଧ୍ୟ ଆମ ସହିତ ଅଛନ୍ତି । ମୁଁ ଦେଖୁଛି ଯେ ଜିଲ୍ଲାରେ କିଛି ମନ୍ତ୍ରିଗଣ ମଧ୍ୟ ଅଛନ୍ତି, ଅଧିକାରୀଗଣ ମଧ୍ୟ ଦେଖୁଛନ୍ତି, ବର୍ତ୍ତମାନ ଅନେକ ନୂଆ ଚେହେରା ଅଛି, ମୁଁ ବହୁତ କମ ଲୋକମାନଙ୍କୁ ଜାଣିଛି।

ଗୁଜରାଟର କୋଟି କୋଟି ନାଗରିକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ‘ସ୍ୱାଗତ’ ୨୦ ବର୍ଷ ପୂରର କରୁଛି । ଏବଂ ମୁଁ କେବଳ କିଛି ହିତାଧିକାରୀଙ୍କ ଠାରୁ ପୁରୁଣା ଅନୁଭୂତି ଶୁଣିବା, ପୁରୁଣା ସ୍ମୃତିକୁ ସତେଜ କରିବା ଏବଂ ମୋ ଆଖି ସାମ୍ନାରେ କେତେ ପୁରୁଣା ଜିନିଷ ବୁଲୁଥିବାର ଦେଖିବାକୁ ସୁଯୋଗ ପାଇଲି । ‘ସ୍ୱାଗତ’ର ସଫଳତାରେ ଅନେକ ଲୋକଙ୍କର ନିରନ୍ତର ପରିଶ୍ରମ ରହିଛି, ଅନେକ ଲୋକଙ୍କର ନିଷ୍ଠା ରହିଛି । ଏହି ଅବସରରେ ମୁଁ ସେହି ସମସ୍ତ ଲୋକମାନଙ୍କୁ ଧନ୍ୟବାଦ ଜଣାଉଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

କୌଣସି ମଧ୍ୟ ବ୍ୟବସ୍ଥା ଯେତେବେଳେ ଜନ୍ମ ନେଇଥାଏ, ପ୍ରସ୍ତୁତ ହୋଇଥାଏ, ସେତେବେଳେ ତାହା ପଛରେ ଏକ ଦୃଷ୍ଟି ଏବଂ ଉଦେଶ୍ୟ ରହିଥାଏ । ଭବିଷ୍ୟତରେ ସେହି ବ୍ୟବସ୍ଥା କେତେଦୂର ପର୍ଯ୍ୟନ୍ତ ପହଂଚିବ, ତାହାର ଉଦେଶ୍ୟ, ଶେଷ ଫଳାଫଳ, ସେହି ଉଦେଶ୍ୟ ସହିତ ସ୍ଥିର ହୋଇଥାଏ । ୨୦୦୩ରେ ମୁଁ ଯେତେବେଳେ ‘ସ୍ୱାଗତ’ର ଶୁଭାରମ୍ଭ କରିଥିଲି, ସେତେବେଳେ ମୋତେ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଭାବରେ ବହୁତ ଅଧିକ ଦିନ ହୋଇ ନ ଥିଲା । ତା’ ପୂର୍ବରୁ ମୋର ଜୀବନ ବର୍ଷ ବର୍ଷ ଧରି ଜଣେ କାର୍ଯ୍ୟକର୍ତ୍ତା ଭାବରେ ଅତିବାହିତ ହୋଇଥିଲା, ସାଧାରଣ ମଣିଷଙ୍କ ମଧ୍ୟରେ ଲୁଚିଥିଲା । ମୁଖ୍ୟମନ୍ତ୍ରୀ ହେବା ପରେ ଲୋକମାନେ ସାଧାରଣ ଭାବରେ ମୋତେ କହୁଥିଲେ, ଏବଂ ସାଧାରଣ ଭାବରେ ମୋତେ କୁହାଯାଉଥିଲା ଯେ ଆମ ଦେଶରେ ଅଭିଜ୍ଞତା ଆଧାରରେ ଲୋକମାନେ କହୁଥିଲେ ଯେ ଭାଇ ଥରେ ତୁମକୁ ଚଉକି ମିଳିଯାଉଛି ନା’, ତା’ପରେ ପୁଣି ସବୁଜିନିଷ ବଦଳି ଯାଇଥାଏ, ଲୋକ ମଧ୍ୟ ବଦଳି ଯାଇଥାନ୍ତି, ଏମିତି ଶୁଣୁଥିଲି । କିନ୍ତୁ ମୁଁ ମନେ ମନେ ସ୍ଥିର କରି ବସିଥିଲି ଯେ ମୁଁ ସେମିତି ହିଁ ରହିବି, ଯେମିତି ମୋତେ ଲୋକମାନେ କରିଛନ୍ତି । ସେମାନଙ୍କ ମଧ୍ୟରେ ରହି ଯାହା କିଛି ଶିଖିଛି, ସେମାନଙ୍କ ମଧ୍ୟରେ ଯାହା କିଛି ମୁଁ ଅନୁଭବ ପ୍ରାପ୍ତ କରିଛି, ମୁଁ କୌଣସି ମଧ୍ୟ ପରିସ୍ଥିତିରେ ମୋ ଚଉକିର ବାଧ୍ୟତାମୂଳକ ଦାସ ହେବି ନାହିଁ । ମୁଁ ଜନତା ଜନାର୍ଦ୍ଦନଙ୍କ ମଧ୍ୟରେ ରହିବି, ଜନତା ଜନାର୍ଦ୍ଦନଙ୍କ ପାଇଁ ରହିବି । ଏହି ନିଷ୍ଠା ସହିତ ଟେକ୍ନୋଲୋଜିର ପ୍ରୟୋଗ ଦ୍ୱାରା ଅଭିଯୋଗ ଉପରେ ରାଜ୍ୟସ୍ତରୀୟ ଧ୍ୟାନ ଅର୍ଥାତ୍ ‘ସ୍ୱାଗତ’ର ଜନ୍ମ ହେଲା । ‘ସ୍ୱାଗତ’ ପଛରେ ଭାବନା ଥିଲା- ସାଧାରଣ ମଣିଷର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକରେ ସ୍ୱାଗତ! ‘ସ୍ୱାଗତ’ର ଭାବନା ଥିଲା- ବିଧାନର ସ୍ୱାଗତ, ସମାଧାନର ସ୍ୱାଗତ! ଏବଂ, ଆଜି ୨୦ ବର୍ଷ ପରେ ମଧ୍ୟ ‘ସ୍ୱାଗତ’ର ଅର୍ଥ ହେଉଛି- ଜୀବନର ସହଜତା, ଶାସନରେ ପହଂଚିବା! ଆନ୍ତରିକତାର ସହ କରାଯାଇଥିବା ପ୍ରୟାସର ଫଳାଫଳ ସ୍ୱରୂପ ଗୁଜରାଟ ଶାସନର ଏହି ମଡେଲ ସମଗ୍ର ବିଶ୍ୱରେ ନିଜର ଏକ ପରିଚୟ ପାଲଟି ଯାଇଛି । ସର୍ବପ୍ରଥମେ ଆନ୍ତର୍ଜାତିକ ଟେଲିକମ ସଂଗଠନ ଏହାକୁ ଇ-ସ୍ୱଚ୍ଛତା ଏବଂ ଇ-ଉତ୍ତରଦାୟିତ୍ୱର ଏକ ଉଦାହରଣ ବୋଲି କହିଛି । ଏହା ପରେ ମିଳିତ ଜାତିସଂଘ ମଧ୍ୟ ଏହି ‘ସ୍ୱାଗତ’କୁ ପ୍ରଶଂସା କରିଥିଲା । ଏହା ଜାତିସଂଘର ସମ୍ମାନଜନକ ଜନସେବା, ପୁରସ୍କାର ମଧ୍ୟ ପାଇଛି । ୨୦୧୧ରେ ଯେତେବେଳେ କଂଗ୍ରେସ ସରକାର କ୍ଷମତାରେ ଥିଲେ, ଗୁଜରାଟ ମଧ୍ୟ ‘ସ୍ୱାଗତ’କୁ ଧନ୍ୟବାଦ ଦେଇ ଇ-ଶାସନରେ ଭାରତ ସରକାର ସ୍ୱର୍ଣ୍ଣ ପୁରସ୍କାର ଲାଭ କରିଥିଲେ ଏବଂ ଏହି ପ୍ରକ୍ରିୟା କ୍ରମାଗତ ଭାବରେ ଚାଲିଛି ।

ଭାଇ ଏବଂ ଭଉଣୀମାନେ,

ମୋ ପାଇଁ ‘ସ୍ୱାଗତ’ର ସଫଳତା ସବୁଠାରୁ ବଡ଼ ପୁରସ୍କାର ହେଉଛି ଏହା ମାଧ୍ୟମରେ ଆମେ ଗୁଜରାଟର ଲୋକମାନଙ୍କର ସେବା କରିବାରେ ସକ୍ଷମ ହେଲୁ । ଏକ ‘ସ୍ୱାଗତ’ ଭାବରେ ଆମେ ଏକ ବ୍ୟାବହାରିକ ବ୍ୟବସ୍ଥା ପ୍ରସ୍ତୁତ କଲୁ । ବ୍ଲକ ଏବଂ ତହସିଲ ସ୍ତରରେ ଜନଶୁଣାଣି ପାଇଁ ‘ସ୍ୱାଗତ’ର ପ୍ରଥମ ବ୍ୟବସ୍ଥା କଲୁ । ଏହାପରେ ଜିଲ୍ଲା ସ୍ତରରେ ଜିଲ୍ଲା ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା ଏବଂ, ରାଜ୍ୟ ସ୍ତରରେ ଏହି ଦାୟିତ୍ୱ ମୁଁ ନିଜେ ନିଜ କାନ୍ଧରେ ନେଇଥିଲି ଏବଂ ମୁଁ ମଧ୍ୟ ଏଥିରୁ ବହୁତ ଲାଭ ପାଇଲି । ଯେତେବେଳେ ମୁଁ ପ୍ରତ୍ୟକ୍ଷ ଜନଶୁଣାଣି କରୁଥିଲି, ସେତେବେଳେ ଶେଷରେ ବସିଥିବା ଲୋକମାନେ, ସେମାନେ ସରକାରଙ୍କ ଦ୍ୱାରା ଉପକୃତ ହେଉଛନ୍ତି କି ନାହିଁ, ଲାଭ ସେମାନଙ୍କ ପାଖରେ ପହଂଚୁଛି କି ନାହିଁ, ସରକାରଙ୍କ ନୀତି ଯୋଗୁ ସେମାନଙ୍କର କୌଣସି ଅସୁବିଧା ନାହିଁ, କିଛି ସ୍ଥାନୀୟ ସରକାରୀ ଅଧିକାରୀଙ୍କ ଉଦେଶ୍ୟ ହେତୁ ସେମାନେ ବିବ୍ରତ ହେଉନାହାନ୍ତି, ସେମାନଙ୍କର ଅଧିକାର ଅନ୍ୟ କେହି ଛଡ଼େଇ ନେଉଛନ୍ତି, ସେମାନଙ୍କର ଅଧିକାରକୁ କେହି ପାଇପାରୁ ନାହାନ୍ତି । ଏହି ସମସ୍ତ ମତାମତକୁ ମୋତେ ବହୁତ ସହଜରେ ତଳସ୍ତରରୁ ମିଳିବା ଆରମ୍ଭ ହେଲା । ଏବଂ ‘ସ୍ୱାଗତ’ର ଶକ୍ତି ଏତେ ବଢ଼ିଗଲା, ତାହାର ପ୍ରତିଷ୍ଠା ଏତେ ବଢ଼ିଗଲା ଯେ ଗୁଜରାଟର ସାଧାରଣ ନାଗରିକ ମଧ୍ୟ ସର୍ବୋଚ୍ଚ ଅଧିକାରୀଙ୍କ ନିକଟକୁ ଯାଉଥିଲେ, ଏବଂ ଯଦି କେହି ତାଙ୍କ କଥା ଶୁଣନ୍ତି ନାହିଁ, ଯଦି କୌଣସି କାମ ନ ହୁଏ, ତେବେ ସେ କହୁଥିଲେ- ଠିକ ଅଛି, ଆପଣଙ୍କୁ ଶୁଣିବାକୁ ଅଛି ତେବେ ଶୁଣନ୍ତୁ, ନ ହେଲେ ମୁଁ ‘ସ୍ୱାଗତ’କୁ ଯିବି । ଯେମିତି ସେ ଏହିକଥା ଆରମ୍ଭ କରିବା ମାତ୍ରେ ସେମାନେ ତାଙ୍କୁ ବସିବାକୁ କହୁଥିଲେ ଏବଂ ଅଭିଯୋଗ ଗ୍ରହଣ କରୁଥିଲେ ।

ସ୍ୱାଗତ ଏଭଳି ପ୍ରତିଷ୍ଠା ଅର୍ଜନ କରିଥିଲା । ଏବଂ ମୁଁ ସାଧାରଣ ଲୋକଙ୍କ ଅଭିଯୋଗ, ସମସ୍ୟା, ଅସୁବିଧା ବିଷୟରେ ପ୍ରତ୍ୟକ୍ଷ ସୂଚନା ପାଉଥିଲି । ଏବଂ ସବୁଠାରୁ ବଡ଼ କଥା, ମୁଁ ମଧ୍ୟ ସେମାନଙ୍କର ସମସ୍ୟାର ସମାଧାନ କରି ମୋର କର୍ତ୍ତବ୍ୟ ପାଳନ କରିବାରେ ସନ୍ତୁଷ୍ଟ ହେଲି । ଏବଂ ମାମଲା ଏହିଠାରେ ବନ୍ଦ ହୋଇନାହିଁ । ସ୍ୱାଗତ କାର୍ଯ୍ୟକ୍ରମ ମାସରେ ଗୋଟିଏ ଦିନ ହେଉଥିଲା । କିନ୍ତୁ ମାସ ସାରା ଏହା ଉପରେ କାମ କରିବାକୁ ପଡୁଥିଲା । କାରଣ ଶହ ଶହ ଅଭିଯୋଗ ଆସୁଥିଲା ଏବଂ ଏହାକୁ ମୁଁ ବିଶ୍ଳେଷଣ କରୁଥିଲି । କ’ଣ କୌଣସି ଏମିତି ବିଭାଗ ଅଛି ଯାହାର ବାରମ୍ବାର ଅଭିଯୋଗ ଆସୁଛି, ସେଠାରେ ଏମିତି ଅଧିକାରୀ ଅଛନ୍ତି ଯାହାର ବାରମ୍ବାର ଅଭିଯୋଗ ଆସୁଛି, କୌଣସି ଏମିତି କ୍ଷେତ୍ର ଅଛି ଯେଉଁଠାରେ କେବଳ ଅଭିଯୋଗ-ଅଭିଯୋଗ ପରିପୂର୍ଣ୍ଣ ହୋଇ ରହିଛି । ନୀତିଗୁଡ଼ିକର ବିଶୃଙ୍ଖଳା ହେତୁ ଏହା ଘଟୁଛି କି, କୌଣସି ବ୍ୟକ୍ତି ନିଜର ଉଦେଶ୍ୟ କାରଣରୁ ଅସୁବିଧା ହେଉଛି କି? ଏହି ସମସ୍ତ ଜିନିଷକୁ ଆମେ ବିଶ୍ଳେଷଣ କରୁଥିଲୁ । ଯଦି ଆବଶ୍ୟକ ହୁଏ ସେଠାରେ ନିୟମ ପରିବର୍ତ୍ତନ କରୁଥିଲୁ । ନୀତି ପରିବର୍ତ୍ତନ କରୁଥିଲୁ, ଯାହାଦ୍ୱାରା ସାଧାରଣ ଲୋକମାନଙ୍କର ଯେପରି କ୍ଷତି ନ ହେବ । ଏବଂ ଯଦି ଜଣେ ବ୍ୟକ୍ତିଙ୍କ କାରଣରୁ କୌଣସି ଅସୁବିଧା ହୁଏ ତେବେ ସେହି ବ୍ୟକ୍ତିଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଥିଲା ଏବଂ ସେହି କାରଣରୁ ‘ସ୍ୱାଗତ’ ସାଧାରଣ ଜନତାଙ୍କ ମଧ୍ୟରେ ଏକ ଚମକ୍ରାର ବିଶ୍ୱାସ ସୃଷ୍ଟି କରିଥିଲା ଏବଂ ମୋର ବିଶ୍ୱାସ ଯେ ଗଣତନ୍ତ୍ରର ସବୁଠାରୁ ବଡ଼ ମାପକାଠି ଯାହା ଅଛି, ଲୋକତନ୍ତ୍ରର ସଫଳତାକୁ ମାପିବା ପାଇଁ । ଏକ ମହତ୍ୱପୂର୍ଣ୍ଣ ମାପ ହେଉଛି ଯେ ସେହି ବ୍ୟବସ୍ଥାରେ ଜନସାଧାରଣଙ୍କ ଅଭିଯୋଗ କିପରି ସମାଧାନ ହେବ, ଜନଶୁଣାଣି ପ୍ରଣାଳୀ କ’ଣ, ପ୍ରତିକାର ବ୍ୟବସ୍ଥା କ’ଣ? ଏହା ହେଉଛି ଗଣତନ୍ତ୍ରର ପରୀକ୍ଷଣ । ଆଜି ଯେତେବେଳେ ମୁଁ ଦେଖୁଛି ଯେ ‘ସ୍ୱାଗତ’ ନାମର ଏହି ବୀଜ ଆଜି କେତେ ବିଶାଳ ବଟବୃକ୍ଷ ହୋଇଯାଇଛି, ସେତେବେଳେ ମୋତେ ମଧ୍ୟ ଗର୍ବ ଅନୁଭବ ହେଉଛି, ସନ୍ତୋଷ ଅନୁଭବ କରୁଛି । ଏବଂ ମୋତେ ଖୁସି ଲାଗୁଛି ଯେ ମୋର ପୁରୁଣା ବନ୍ଧୁ ଯେଉଁମାନେ ସେହି ସମୟରେ ‘ସ୍ୱାଗତ’ କାର୍ଯ୍ୟକ୍ରମର ଦାୟିତ୍ୱରେ ଥିଲେ, ମୋର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଏ କେ ଶର୍ମା, ଯିଏ ଆଜି ଇକୋନମିକ ଟାଇମ୍ସରେ ଏହି ‘ସ୍ୱାଗତ’ କାର୍ଯ୍ୟକ୍ରମ ଉପରେ ଏକ ଭଲ ନିବନ୍ଧ ଲେଖିଛନ୍ତି, ସେହି ସମୟର ଅନୁଭବକୁ ଲେଖିଛନ୍ତି । ଆଜିକାଲି ସେ ମଧ୍ୟ ମୋ ଦୁନିଆକୁ ଆସି ଯାଇଛନ୍ତି, ସେ ରାଜନୀତିରେ ମଧ୍ୟ ପ୍ରବେଶ କରିଛନ୍ତି, ଉତ୍ତର ପ୍ରଦେଶରେ ମନ୍ତ୍ରୀ ହୋଇଥିଲେ । କିନ୍ତୁ ସେତେବେଳେ ସେ ଜଣେ ସରକାରୀ ଅଧିକାରୀ ଭାବରେ ମୋର ‘ସ୍ୱାଗତ’ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ।

ସାଥୀମାନେ,

ଆମ ଦେଶରେ ଦଶନ୍ଧି ଧରି ଏହି ମାନ୍ୟତା ଚାଲି ଆସୁଥିଲା ଯେ କୌଣସି ମଧ୍ୟ ସରକାର ଆସନ୍ତୁ, ତାଙ୍କୁ କେବଳ ନିର୍ମିତ ହୋଇଥିବା ଲାଇନ ଉପରେ ଚାଲିବାକୁ ପଡ଼ିବ । ସେମାନେ ସେହି ସମୟ ମଧ୍ୟରେ ସେମାନଙ୍କର କାର୍ଯ୍ୟ ପୂରା କରିବେ, ଅଧିକରୁ ଅଧିକ ଅନେକ ସ୍ଥାନରେ ରିବନ କାଟିବେ, ପ୍ରଦୀପ ପ୍ରଜ୍ୱଳନ କରିବେ, ତାହା ହିଁ ଥିଲା । କିନ୍ତୁ, ‘ସ୍ୱାଗତ’ ମାଧ୍ୟମରେ ଗୁଜରାଟ ମଧ୍ୟ ଏହି ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ କାର୍ଯ୍ୟ କରିଛି । ଆମେ ଏହା ମଧ୍ୟ କହିଛୁ ଯେ ଶାସନ କେବଳ ନିୟମକାନୁନ ଏବଂ ପୁରୁଣା ରେଖା ମଧ୍ୟରେ ସୀମିତ ନୁହେଁ । ଶାସନ ହୋଇଥାଏ- ଉଦ୍ଭାବନ ମାଧ୍ୟମରେ! ଶାସନ ହୋଇଥାଏ- ନୂତନ ଚିନ୍ତାଧାରା ମାଧ୍ୟମରେ! ଶାସନ ଏକ ଜୀବନ୍ତ ବ୍ୟବସ୍ଥା ନୁହେଁ, ଶାସନ ଏକ ଜୀବନ୍ତ ପ୍ରଣାଳୀ, ଶାସନ ଏକ ସମ୍ବେଦନଶୀଳ ପ୍ରଣାଳୀ, ଶାସନ ହେଉଛି ଲୋକଙ୍କ ଜୀବନ, ଲୋକଙ୍କ ସ୍ୱପ୍ନ, ଲୋକଙ୍କ ସଂକଳ୍ପ ସହିତ ଜଡ଼ିତ ଏକ ପ୍ରଗତିଶୀଳ ବ୍ୟବସ୍ଥା । ୨୦୦୩ରେ ଯେତେବେଳେ ‘ସ୍ୱାଗତ’ ଆରମ୍ଭ ହୋଇଥିଲା, ସେତେବେଳେ ସରକାର ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଇ-ଶାସନକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ପ୍ରତ୍ୟେକ କାର୍ଯ୍ୟ ପାଇଁ କାଗଜପତ୍ର ତିଆରି କରାଯାଇଥିଲା, ଫାଇଲଗୁଡ଼ିକ ଚାଲୁଥିଲା । ଫାଇଲଗୁଡ଼ିକ କେଉଁଠାରେ ପହଂଚୁଥିଲା, କେଉଁଠି ହଜି ଯାଉଥିଲା, କେଉଁଠି ଜଣା ମଧ୍ୟ ପଡୁନଥିଲା । ପ୍ରାୟତଃ ଥରେ ଆବେଦନ କରାଯିବା ପରେ ଅଭିଯୋଗକାରୀଙ୍କ ଅବଶିଷ୍ଟ ଜୀବନ ସେହି କାଗଜ ଖୋଜିବାରେ ଅତିବାହିତ ହେଉଥିଲା । ଭିଡିଓ କନଫରେନ୍ସି ଭଳି ବ୍ୟବସ୍ଥା ସହିତ ଲୋକମାନେ ମଧ୍ୟ କମ ପରିଚିତ ଥିଲେ । ଏହି ପରିସ୍ଥିତିରେ, ଗୁଜରାଟ ଭବିଷ୍ୟତବାଦୀ ଚିନ୍ତାଧାରା ଉପରେ କାର୍ଯ୍ୟ କଲା । ଏବଂ ଆଜି, ‘ସ୍ୱାଗତ’ ଭଳି ବ୍ୟବସ୍ଥା ଶାସନ ସମାଧାନ ପାଇଁ ପ୍ରେରଣା ପାଲଟିଛି । ଅନେକ ରାଜ୍ୟ ନିଜ ସ୍ଥାନରେ ଏହି ପ୍ରକାର ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛନ୍ତି । ମୋର ମନେ ଅଛି ଅନେକ ରାଜ୍ୟର ପ୍ରତିନିଧି ଆସୁଥିଲେ, ଏହାକୁ ମଧ୍ୟ ଅଧ୍ୟୟନ କରୁଥିଲେ ଏବଂ ପ୍ରକଳ୍ପ ଆରମ୍ଭ କରିଥିଲେ । ଯେତେବେଳେ ଆପଣ ମୋତେ ଏଠାରୁ ଦିଲ୍ଲୀ ପଠାଇଲେ ସେତେବେଳେ କେନ୍ଦ୍ରରେ ମଧ୍ୟ ଆମେ ସରକାରଙ୍କ କାର୍ଯ୍ୟର ସମୀକ୍ଷା କରିବା ପାଇଁ ‘ପ୍ରଗତି’ ନାମକ ଏକ ବ୍ୟବସ୍ଥା ପ୍ରସ୍ତୁତ କରିଛୁ । ଗତ ୯ ବର୍ଷରେ ଦେଶର ଦ୍ରୁତ ବିକାଶ ପଛରେ ପ୍ରଗତିର ଏକ ପ୍ରମୁଖ ଭୂମିକା ରହିଛି । ଏହି ଧାରଣା ମଧ୍ୟ ସ୍ୱାଗତ ଧାରଣା ଉପରେ ଆଧାରିତ । ପ୍ରଧାନମନ୍ତ୍ରୀ ଭାବରେ ପ୍ରଗତି ବୈଠକରେ ମୁଁ ପ୍ରାୟ ୧୬ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ସମୀକ୍ଷା କରିଛି । ଦେଶରେ ଶହ ଶହ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରିଛି । ବର୍ତ୍ତମାନ ପ୍ରଗତିର ପ୍ରଭାବ ହେଉଛି ଯେ ଏକ ପ୍ରକଳ୍ପ ଏହାର ସମୀକ୍ଷା ପାଇଁ ତାଲିକାରେ ଆସିବା ମାତ୍ରେ ସମସ୍ତ ରାଜ୍ୟ  ଏହା ସହିତ ଜଡ଼ିତ ବାଧାବିଘ୍ନକୁ ଶେଷ କରୁଛନ୍ତି । ଯାହାଦ୍ୱାରା ଯେତେବେଳେ ଏହା ମୋ ସମ୍ମୁଖକୁ ଆସୁଛି, ସେତେବେଳେ କୁହାଯାଉଛି ଯେ ସାର ୨ ଦିନ ପୂର୍ବରୁ ସେହି କାର୍ଯ୍ୟ ହୋଇସାରିଛି ।

ସାଥୀମାନେ,

ଯେପରି ଏକ ମଞ୍ଜି ଏକ ବୃକ୍ଷକୁ ଜନ୍ମ ଦିଏ, ସେହି ଗଛରୁ ଶହ ଶହ ଶାଖା ବାହାରିଥାଏ, ହଜାର ହଜାର ମଞ୍ଜି ହଜାର ହଜାର ନୂତନ ଗଛକୁ ଜନ୍ମ ଦେଇଥାଏ । ସେହିପରି, ମୋତେ ବିଶ୍ୱାସ ଅଛି, ‘ସ୍ୱାଗତ’ର ଏହି ବିଚାରର ବୀଜ ଶାସନରେ ହଜାର ହଜାର ନୂତନ ଉଦ୍ଭାବନ ସୃଷ୍ଟି କରିବ । ଏହା ସାର୍ବଜନୀନ ଶାସନର ଏକ ମଡେଲ ହୋଇ ଏହିପରି ଭାବରେ ଜନସାଧାରଣଙ୍କ ସେବା ଜାରି ରଖିବ । ଏହି ବିଶ୍ୱାସ ସହିତ, ୨୦ ବର୍ଷ ଏହି ତାରିଖକୁ ମନେ ପକାଇ ପୁଣି ଥରେ ଆପଣ ସମସ୍ତଙ୍କ ମଧ୍ୟକୁ ଆସିବାର ସୁଯୋଗ ମିଳିଛି । କାରଣ ମୁଁ କାର୍ଯ୍ୟ କରି ଆଗକୁ ବଢ଼ି ଚାଲିଲି, ବର୍ତ୍ତମାନ ଏହାକୁ ୨୦ ବର୍ଷ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ପାଇଁ ଯେତେବେଳେ ଆପଣଙ୍କର ଏହି କାର୍ଯ୍ୟକ୍ରମକର ନିମନ୍ତ୍ରଣ ଆସିଲା ସେତେବେଳେ ମୋତେ ଜଣାପଡ଼ିଲା । କିନ୍ତୁ ମୋତେ ଖୁସି ଲାଗୁଛି ଯେ ଶାସନର ପଦକ୍ଷେପ ମଧ୍ୟ ଏପରି ଭାବରେ ପାଳନ କରାଯାଉଛି ଯେ ଏହା ଏକ ନୂତନ ଜୀବନ, ଏକ ନୂତନ ଚେତନା ପାଇବ । ବର୍ତ୍ତମାନ ‘ସ୍ୱାଗତ’ କାର୍ଯ୍ୟକ୍ରମ ଆହୁରି ଅଧିକ ଉତ୍ସାହରେ ଏବଂ ଉଦ୍ଦୀପନାରେ ଆହୁରି ଅଧିଖ ବିଶ୍ୱସନୀୟତା ସହିତ ଆଗକୁ ବଢ଼ିବ ଏହା ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ମୁଁ ସମସ୍ତଙ୍କୁ ମୋର ଗୁଜରାଟର ପି୍ରୟ ଭାଇ ଭଉଣୀମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି । ଆଉ ଗୋଟିଏ ସପ୍ତାହ ପରେ ୧ ମଇ ଗୁଜରାଟର ସ୍ଥାପନ ଦିବସ ମଧ୍ୟ ହେବ ଏବଂ ଗୁଜରାଟ ନିଜେ ହିଁ ନିଜର ସ୍ଥାପନା ଦିବସକୁ ମଧ୍ୟ ବିକାଶର ଅବସର କରିଦେଉଛି, ବିକାଶର ଉତ୍ସବ ପାଳନ କରୁଛି । ତେବେ ବଡ଼ ପ୍ରସ୍ତୁତି ଚାଲିଥିବ । ମୋର ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା । ବହୁତ ବହୁତ ଶୁଭେଚ୍ଛା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.