“ଆପଣମାନଙ୍କ ଅଧ୍ୟବସାୟ, ଉତ୍ସର୍ଗ ମନୋଭାବ, ସାହସ ଓ କର୍ତ୍ତବ୍ୟନିଷ୍ଠା ନିମନ୍ତେ ଆପଣମାନଙ୍କୁ ଅଭିବାଦନ ଜଣାଇବା ପାଇଁ ତଥା ଇସ୍ରୋ ପରିଦର୍ଶନ ପାଇଁ ମୁଁ ବ୍ୟଗ୍ର ଓ ଅଧୈର୍ଯ୍ୟ ହୋଇ ଉଠିଥିଲି”
“ଭାରତ ଚନ୍ଦ୍ରରେ ପହଂଚିଛି, ଆମେ ଚନ୍ଦ୍ରରେ ଆମ ଜାତୀୟ ଗୌରବକୁ ସ୍ଥାପନ କରିଛୁ”
“ଏକବିଂଶ ଶତାବ୍ଦୀରେ ନବ ଭାରତ ବିଶ୍ୱର ବଡ଼ ବଡ଼ ସମସ୍ୟାର ସମାଧାନ କରିବ”
“ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ ହେଉଛି ଚଳିତ ଶତାବ୍ଦୀର ସବୁଠାରୁ ପ୍ରେରଣାଦାୟକ କ୍ଷଣ”
“ଆଜି ସମଗ୍ର ବିଶ୍ୱ ଭାରତର ବୈଜ୍ଞାନିକଙ୍କ ଉତ୍ସାହ, ଆମର ପ୍ରଯୁକ୍ତିବିଦ୍ୟା ଓ ବୈଜ୍ଞାନିକ ମନୋଭାବକୁ ଦେଖୁଛି ଓ ଗ୍ରହଣ କରୁଛି”
“ଆମର ‘ମୁନ୍ ଲ୍ୟାଣ୍ଡର’ ଅଙ୍ଗଦ ଭଳି ତା’ର ପାଦ ଚନ୍ଦ୍ର ପୃଷ୍ଠରେ ଜମାଇ ରଖିଛି”
“ଚନ୍ଦ୍ରଯାନ-୩ର ମୁନ୍ ଲ୍ୟାଣ୍ଡର ଯେଉଁଠି ଓହ୍ଲାଇଲା ସେ ସ୍ଥାନ ଏବେ ‘ଶିବଶକ୍ତି’ ନାମରେ ପରିଚିତ ହେବ”
“ଚନ୍ଦ୍ରଯାନ-୨ ଯେଉଁଠି ଏହାର ପାଦଚିହ୍ନ ଛାଡ଼ିଛି ତାହାକୁ ଏବେ ‘ତ୍ରିରଙ୍ଗା’ କୁହାଯିବ”
“ଚନ୍ଦ୍ରଯାନ-୩ର ଚନ୍ଦ୍ର ଅଭିଯାନ ସଫଳତାରେ ଆମ ମହିଳା ବୈଜ୍ଞାନିକ, ତଥା ଦେଶର ନାରୀଶକ୍ତି ଏକ ପ୍ରମୁଖ ଭୂମିକା ନେଇଛି”
“‘ଥାର୍ଡ ରୋ’ରୁ ‘ଫାଷ୍ଟ ରୋ’ ଯାତ୍ରାରେ ଇସ୍ରୋ ଭଳି ଆମର ପ୍ରତିଷ୍ଠାନର ଏକ ବିରାଟ ଭୂମିକା ରହିଛି”
“ଭାରତର ଦକ୍ଷିଣ ଭାଗରୁ ଚନ୍ଦ୍ରର ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଏହା କୌଣସି ସାଧାରଣ ଯାତ୍ରା ନ ଥିଲା”
“ଏବେଠାରୁ ପ୍ରତିବର୍
ଚନ୍ଦ୍ରଯାନ-୩ ଅଭିଯାନରେ ସଂଶ୍ଳିଷ୍ଟ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ଭେଟି ସେମାନଙ୍କ ସହ ବାର୍ତ୍ତା ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଚନ୍ଦ୍ରଯାନ-୩ ଅଭିଯାନର ଖୋଜ୍ ଓ ଅଗ୍ରଗତି ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା ।
ଏହା ଏହିପରି ଭାରତ, ଯାହା ନୂତନ ଓ ଅଭିନବ ଢାଞ୍ଚାରେ ଚିନ୍ତାକରେ, ଯାହା ତିମିରାଛନ୍ନ ଅଞ୍ଚଳକୁ ଯାଇ ବିଶ୍ୱକୁ ଆଲୋକରେ ଉଦ୍ଭାସିତ କରେ । ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱକୁ ସମାଧାନର ସୂତ୍ର ଦେବ ।”

ନମସ୍କାର ବନ୍ଧୁଗଣ,

ଆପଣ ସମସ୍ତଙ୍କ ଗହଣରେ ଆସି ଆଜି ଏକ ଭିନ୍ନ ପ୍ରକାରର ଆନନ୍ଦ ଅନୁଭବ କରୁଛି । ବୋଧହୁଏ, ଏଭଳି ଖୁସି ବହୁତ ବିରଳ ଘଟଣାରେ ହିଁ ମିଳିଥାଏ, ଯେତେବେଳେ ଦେହ ମନ ଖ୍‌ୁସିରେ ଭରିଯାଇଥାଏ ଏବଂ ବ୍ୟକ୍ତିର ଜୀବନରେ ଅନେକଥର ଏଭଳି ଘଟଣା ଘଟିଥାଏ କି ତାହା ଉପରେ ଉତ୍କଣ୍ଠାର ମାତ୍ରା ଅଧିକ ହୋଇଯାଏ । ଏଥର ମୋ ସାଥିରେ ମଧ୍ୟ ଏହିଭଳି ହିଁ ହୋଇଛି, ଏତେ ଉତ୍କଣ୍ଠା । ମୁଁ ଦକ୍ଷିଣ ଆଫ୍ରିକାରେ ଥିଲି । ପୁଣି ଗ୍ରୀସ୍‌ର କାର୍ଯ୍ୟକ୍ରମ ଥିଲା । ତେଣୁ ସେଠାକୁ ଚାଲିଗଲି । କିନ୍ତୁ ମୋ ମନ ସମ୍ପୁର୍ଣ୍ଣ ରୂପେ ଆପଣଙ୍କ ସହ ଯୋଡି ହୋଇ ରହିଥିଲା । କିନ୍ତୁ ବେଳେ ବେଳେ ମତେ ଅନୁଭବ ହୁଏ ଯେ ମୁଁ ଆପଣମାନଙ୍କ ସହିତ ଅନ୍ୟାୟ କରି ଦେଉଛି । ଉତ୍କଣ୍ଠା ମୋର କିନ୍ତୁ କଷ୍ଟ ଆପଣଙ୍କର । ଏତେ ସକାଳୁ ସକାଳୁ ଆପଣ ସମସ୍ତଙ୍କୁ ଏବଂ ଏହି ସମୟରେ ବାସ୍ ମନ ଚାହୁଁଥିଲା ଯିବାକୁ ଏବଂ ଆପଣମାନଙ୍କୁ ପ୍ରଣାମ କରିବାକୁ । ଆପଣମାନଙ୍କୁ କଷ୍ଟ ହୋଇଥିବ, କିନ୍ତୁ ମୁଁ ଭାରତରେ ପହଂଚିବା ମାତ୍ରେ ହିଁ ଶୀଘ୍ର ଶୀଘ୍ର ଆପଣମାନଙ୍କ ଦର୍ଶନ କରିବାକୁ ଚାହୁଁଥିଲି । ଆପଣ ସମସ୍ତଙ୍କୁ ସଲାମ କରିବାକୁ ଚାହୁଁଥିଲି । ସଲାମ ଆପଣଙ୍କ ପରିଶ୍ରମକୁ, ସଲାମ ଆପଣଙ୍କ ଧୈର୍ଯ୍ୟକୁ, ସଲାମ ଆପଣଙ୍କ ନିଷ୍ଠାକୁ, ସଲାମ ଆପଣମାନଙ୍କ ଜୀବନ୍ତତାକୁ, ସଲାମ ଆପଣମାନଙ୍କ ଆବେଗକୁ । ଆପଣମାନେ ଦେଶକୁ ଯେଉଁ ଶିଖର ପର୍ଯ୍ୟନ୍ତ ନେଇଯାଇଛନ୍ତି, ଏହା କୌଣସିି ସାଧାରଣ ସଫଳତା ନୁହେଁ । ଏହା ଅନନ୍ତ ଅନ୍ତରୀକ୍ଷରେ ଭାରତର ବୈଜ୍ଞାନିକ ସାମର୍ଥ୍ୟର ଶଙ୍ଖନାଦ ଅଟେ ।

ଭାରତ ଚନ୍ଦ୍ରପୃଷ୍ଠରେ । ଆମର ଜାତୀୟ ଗୌରବ ଚନ୍ଦ୍ରପୃଷ୍ଠରେ ସ୍ଥାନିତ ହୋଇଛି । ଆମେ ସେଠାରେ ପହଂଚିଲୁ । ଯେଉଁଠି କେହି ଏ ପର୍ଯ୍ୟନ୍ତ ପହଂଚି ନ ଥିଲେ । ଆମେ ତାହା କରିଛୁ, ଯାହାକୁ ପୂର୍ବରୁ କେବେ କେହି କରି ନ ଥିଲା । ଏହା ଆଜିର ଭାରତ ଅଟେ, ନିର୍ଭୀକ ଭାରତ ଅଟେ, ସଂଗ୍ରାମୀ ଭାରତ ଅଟେ । ଇଏ ସେହି ଭାରତ ଅଟେ ଯାହା ନୂଆ ଚିନ୍ତା କରୁଛି । ନୂଆ ଉପାୟରେ ଚିନ୍ତା କରୁଛି । ଯିଏ ଡାର୍କ ଜୋନରେ ପହଂଚି ମଧ୍ୟ ଆଲୋକର କିରଣ ବିଂଚି ଦେଉଛି । ଏକବିଂଶ ଶତାଦ୍ଦୀରେ, ଏଇ ଭାରତ ବିଶ୍ୱର ବଡ ବଡ ସମସ୍ୟାଗୁଡିକର ସମାଧାନ କରିବ । ମୋ ଆଖି ଆଗରେ ୨୩ ଅଗଷ୍ଟର ସେହି ଦିନ, ତାହାର ଗୋଟିଏ ଗୋଟିଏ ସେକେଣ୍ଡ, ବାରମ୍ବାର ଘୁରି ବୁଲୁଛି । ଯେତେବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବା ସୁନିଶ୍ଚିତ ହେଲା ସେତେବେଳେ ଯେଉଁଭଳି ଏଠାରେ ଇସ୍ରୋ କେନ୍ଦ୍ରରେ, ସମଗ୍ର ଦେଶରେ ଲୋକମାନେ ଖୁସିରେ ଝୁମି ଉଠିଲେ, ସେହି ଦୃଶ୍ୟ କିଏ ବା ଭୁଲିପାରିବ, କିଛି ସ୍ମୃତି ଅମର ହୋଇଯାଇଥାଏ । ସେହି ମୁହୂର୍ତ ଅମର ହୋଇଗଲା, ସେହି ମୁହୂର୍ତ ଏଇ ଶତାଦ୍ଦୀର ସର୍ବଶ୍ରେଷ୍ଠ  ପ୍ରେରଣାଦାୟୀ ମୁହୂର୍ତ ମଧ୍ୟରୁ ଗୋଟିଏ । ପ୍ରତି ଭାରତୀୟକୁ ଲାଗୁଥିଲା ଯେ, ବିଜୟ ତାର ନିଜର ଅଟେ । ନିଜେ ଅନୁଭବ କରୁଥିଲା । ପ୍ରତି ଭାରତୀୟକୁ ଲାଗୁଥିଲା ଯେ ଯେପରି ସେ ନିଜେ ଏକ ବହୁତ ବଡ ପରୀକ୍ଷାରେ ଉତୀର୍ଣ୍ଣ ହୋଇଯାଇଛି । ଆଜି ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି, ଶୁଭେଚ୍ଛା ବାର୍ତା ପଠା ଚାଲିଛି, ଏବଂ ଏସବୁ ସମ୍ଭବ କରିଛନ୍ତି ଆପଣମାନେ ସମସ୍ତେ । ମୋ ଦେଶର ବୈଜ୍ଞାନିକମାନେ ଏହା ସମ୍ଭବ କରାଇଛନ୍ତି । ମୁଁ ଆପଣ ସମସ୍ତଙ୍କର ଯେତେ ବି ଗୁଣଗାନ କରିବି ତାହା କମ୍ ଅଟେ । ମୁଁ ଆପଣମାନଙ୍କର ଯେତେ ବି ପ୍ରଶଂସା କରିବି ତାହା କମ୍ ଅଟେ ।

ବନ୍ଧୁଗଣ,

ମୁଁ ସେହି ଫଟୋ ଦେଖିଛି, ଯେଉଁଥିରେ ଆମର ମୁନ୍‌ଲାଣ୍ଡର ଅଙ୍ଗଦ ଭଳି ଚନ୍ଦ୍ରମା ପୃଷ୍ଠରେ ଦୃଢ ଭାବରେ ନିଜର ପାଦ ଥାପି ରହିଛି । ଗୋଟିଏ ପଟରେ ବିକ୍ରମର ବିଶ୍ୱାସ ରହିଛି ତ, ଅନ୍ୟ ପକ୍ଷରେ ପ୍ରଜ୍ଞାନର ପରାକ୍ରମ । ଆମର ପଜ୍ଞାନ ନିରନ୍ତର ଭାବେ ଚନ୍ଦ୍ରମା ପୃଷ୍ଠରେ ନିଜର ପଦଚିହ୍ନ ଆଙ୍କି ଚାଲିଛି । ଭିନ୍ନ ଭିନ୍ନ କ୍ୟାମେରାରୁ ଯେଉଁ ଚିତ୍ରସବୁ ନିଆଯାଇଛି, ଏବେ ତାହା ପ୍ରକାଶିତ ହୋଇଛି ଏବଂ ମତେ ଦେଖିବାର ସୌଭାଗ୍ୟ ମିଳିଛି ତାହା ଅଦ୍ଭୁତ ଅଟେ । ମାନବ ସଭ୍ୟତାରେ ପ୍ରଥମଥର ପାଇଁ ଧରିତ୍ରୀର ଲକ୍ଷ ଲକ୍ଷ ବର୍ଷର ଇତିହାସରେ ପ୍ରଥମ ଥର ସେହି ସ୍ଥାନର ଛବି ମନୁଷ୍ୟ ନିଜର ଆଖିରେ ଦେଖୁଛି ଏବଂ ଏହି ଛବି ଦୁନିଆକୁ ଦେଖେଇବାର କାର୍ଯ୍ୟ ଭାରତ କରିଛି, ଆପଣ ସମସ୍ତ ବୈଜ୍ଞାନିକମାନେ କରିଛନ୍ତି । ଆଜି ସମଗ୍ର ବିଶ୍ୱ ଭାରତର ବୈଜ୍ଞାନିକ ଭାବନାକୁ, ଆମର ଜ୍ଞାନକୌଶଳକୁ ଏବଂ ଆମର ବୈଜ୍ଞାନିକ ମନୋଭାବକୁ ଶକ୍ତିମନ୍ତ ରୂପେ ସ୍ୱୀକାର କରିସାରିଛି । ଚନ୍ଦ୍ରଯାନ ମହାଅଭିଯାନ କେବଳ ଭାରତର ନୁହେଁ, ବରଂ ସମଗ୍ର ମାନବତାର ସଫଳତା ଅଟେ । ଆମର ଅଭିଯାନ ଯେଉଁ କ୍ଷେତ୍ରକୁ ଅନ୍ୱେଷଣ କରିବ ସେଥିରୁ ସବୁ ଦେଶ ନିମନ୍ତେ ଚନ୍ଦ୍ର ଅଭିଯାନଗୁଡିକ ପାଇଁ ମୂଳ ମାର୍ଗ ଉନ୍ମୁକ୍ତ କରିବ । ଏହା ଚନ୍ଦ୍ରର ରହସ୍ୟଗୁଡିକୁ ତ ଉନ୍ମୁକ୍ତ କରିବ ଏଥିସହିତ ଧରିତ୍ରୀର ଆହ୍ୱାନଗୁଡିକର ସମାଧାନରେ ମଧ୍ୟ ସହାୟକ ହେବ । ଆପଣମାନଙ୍କର ଏହି ସଫଳତା ପାଇଁ ମୁଁ ପୁଣିଥିରେ ସବୁ ବୈଜ୍ଞାନିକ, ଟେକ୍ନିସିଆନ ଓ ଇଞ୍ଜିନିୟର୍ସମାନଙ୍କୁ ଚନ୍ଦ୍ରଯାନ ମହାଅଭିଯାନ ସହ ସମ୍ପୃକ୍ତ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛି ।

ମୋର ପରିବାର ସଦସ୍ୟମାନେ,

ଆପଣମାନେ ଜାଣିଛନ୍ତି ଯେ ମହାକାଶ ଅଭିଯାନଗୁଡିକର ଟଚ୍ ଡାଉନ୍ ପଏଂଟକୁ ଗୋଟିଏ ନାଁ ଦିଆଯିବାର ବୈଜ୍ଞାନିକ ପରମ୍ପରା ରହିଛି । ଚନ୍ଦ୍ରମାର ଯେଉଁ ଭାଗ ଉପରେ ଆମ ଚନ୍ଦ୍ରଯାନ ଅବତରଣ କରିଛି, ଭାରତ ସେହି ସ୍ଥାନର ମଧ୍ୟ ନାମକରଣର ନିଷ୍ପତି ନେଇଛି । ଯେଉଁ ସ୍ଥାନ ଉପରେ ଚନ୍ଦ୍ରଯାନ ୩ ର ମୁନ୍ ଲାଣ୍ଡର ଅବତରଣ କରିଛି, ଏବେ ସେହି ପଏଂଟ ‘ଶିବଶକ୍ତି’ ନାମରେ ପରିଚିତ ହେବ । ଶିବଙ୍କ ମଧ୍ୟରେ ମାନବତାର କଲ୍ୟାଣର ସଙ୍କଳ୍ପ ସମାହିତ ରହିଛି ଏବଂ ଶକ୍ତିରୁ ଆମକୁ  ସେହି ସଙ୍କଳ୍ପଗୁଡିକୁ ପୂରଣ କରିବାର ସାମର୍ଥ୍ୟ  ମିଳିଥାଏ । ଚନ୍ଦ୍ରମାର ‘ଶିବଶକ୍ତି’ ପଏଂଟ, ହିମାଳୟରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯୋଡି ହୋଇ ରହିବାର ଭାବନା ଜାଗ୍ରତ କରାଇଥାଏ । ଆମର ଋଷିମୁନି ମାନେ କହିଛନ୍ତି, ‘ୟେନ କର୍ମାଣ୍ୟପସୋ ମନୀଷିଣୋ ୟଜେ୍ଞ କୃଣ୍ୱନ୍ତି ବିଦଥେଷୁ ଧୀରାଃ । ୟଦପୂର୍ବ ୟକ୍ଷମନ୍ତଃ ପ୍ରଜାନାଂ ତନ୍ମେ ମନଃ ଶିବ – ସଙ୍କଳ୍ପ – ମସ୍ତୁ ।’ ଅର୍ଥାତ୍‌, ଯେଉଁ ମନରୁ ଆମେ କର୍ତବ୍ୟ – କର୍ମ କରୁଛୁ, ବିଚାର ଏବଂ ବିଜ୍ଞାନକୁ ଗତି ପ୍ରଦାନ କରୁଛୁ, ଏବଂ ଯାହା ସମସ୍ତଙ୍କ ଭିତରେ ଉପସ୍ଥିତ ଅଛି, ସେହି ମନ ଶୁଭ ଏବଂ କଲ୍ୟାଣକାରୀ ସଙ୍କଳ୍ପସବୁ ସହ ଯୋଡି ହୋଇ ଯାଉ । ନଚେତ୍ ମନର ଏହି ଶୁଭ ସଙ୍କଳ୍ପ ସବୁକୁ ପୂର୍ଣ୍ଣ କରିବା ନିମନ୍ତେ ଶକ୍ତିର ଆଶୀର୍ବାଦ ଅନିବାର୍ଯ୍ୟ ଅଟେ । ଏବଂ ଏହି ଶକ୍ତି ଆମର ନାରୀ ଶକ୍ତି ଅଟେ । ଆମର ମାଆମାନେ, ଭଉଣୀମାନେ ଅଛନ୍ତି । ଆମର ଏଠି କୁହାଯାଇଛି – ସୃଷ୍ଟି ସ୍ଥିତି ବିନାଶାନାଂ ଶକ୍ତିଭୂତେ ସନାତନି । ଅର୍ଥାତ୍‌, ନିର୍ମାଣଠାରୁ ଆରମ୍ଭ କରି ପ୍ରଳୟ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ସୃଷ୍ଟିର ଆଧାର ହିଁ ନାରୀ ଶକ୍ତି ଅଟେ । ଆପଣମାନେ ସମେସ୍ତ ଦେଖିଛନ୍ତି, ଚନ୍ଦ୍ରଯାନ ୩ରେ ଆମ ଦେଶର ମହିଳା ବୈଜ୍ଞାନିକମାନେ, ଦେଶର ନାରୀ ଶକ୍ତି କିପରି ବୃହତ ଭୂମିକା ନିର୍ବାହ କରିଛନ୍ତି । ଚନ୍ଦ୍ରମାର ‘ଶିବଶକ୍ତି’ ପଏଂଟ ଯୁଗ ଯୁଗ ଧରି ଭାରତର ଏହି ବୈଜ୍ଞାନିକ ଏବଂ ଦାର୍ଶନିକ ଚିନ୍ତନର ସାକ୍ଷୀ ହୋଇ ରହିବ । ଶିବଶକ୍ତି ପଏଂଟ, ଆଗାମୀ ପିଢୀଗୁଡିକୁ ପ୍ରେରଣା ଦେବ ଯେ ବିଜ୍ଞାନର ଉପଯୋଗ ଆମକୁ ମାନବତାର କଲ୍ୟାଣ ପାଇଁ ହିଁ କରିବାର ଅଛି । ମାନବ କଲ୍ୟାଣ ହିଁ ଆମର ସର୍ବୋଚ୍ଚ ପ୍ରତିଶୃତିବଦ୍ଧତା ଅଟେ ।

ବନ୍ଧୁଗଣ,

ଆଉ ଏକ ନାମକରଣ ଅନେକ ଦିନ ଧରି ଅଟକି ରହିଛି । ଚାରି ବର୍ଷ ପୂର୍ବେ ଯେତେବେଳେ ଚନ୍ଦ୍ରଯାନ ୨ ଚନ୍ଦ୍ରମାର ନିକଟ ପର୍ଯ୍ୟନ୍ତ ପହଂଚିଥିଲା, ଯେଉଁଠି ତାର ପଦଚିହ୍ନ ପଡିଥିଲା, ସେତେବେଳେ ଏହି ପ୍ରସ୍ତାବ ଥିଲା ଯେ ସେହି ସ୍ଥାନର ନାମ ରଖାଯାଉ । କିନ୍ତୁ ସେହି ପରିସ୍ଥିତିରେ ନିଷ୍ପତି ନେବାର ସ୍ଥାନରେ ଆମେ ପଣ କରିଥିଲୁ ଯେ ଯେତେବେଳେ ଚନ୍ଦ୍ରଯାନ ୩ ସଫଳତାର ସହିତ ଚନ୍ଦ୍ରରେ ପହଂଚିବ ସେତେବେଳେ ଯାଇ ଆମେ ଦୁଇଟିଯାକ ପଏଂଟର ନାମ ଏକ ସଙ୍ଗେ ରଖିବା ଏବଂ ଆଜି ମତେ ଲାଗୁଛି ଯେ, ଯେତେବେଳେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡୁଛି, ପ୍ରତି ମନରେ ତ୍ରିରଙ୍ଗା ରହିଛି ଏବଂ ଚନ୍ଦ୍ର ଉପରେ ମଧ୍ୟ ତ୍ରିରଙ୍ଗା ବିଦ୍ୟମାନ ସେତିକିବେଳେ ତ୍ରିରଙ୍ଗା ବ୍ୟତୀତ ଚନ୍ଦ୍ରଯାନ ୨ ସହ ଯୋଡି ହୋଇଥିବା ସେହି ସ୍ଥାନକୁ ଆଉ ବା କେଉଁ ନାମ ଦିଆଯାଇପାରିବ? ଏଥିପାଇଁ, ଚନ୍ଦ୍ରମାର ଯେଉଁ ସ୍ଥାନ ଉପରେ ଚନ୍ଦ୍ରଯାନ ୨ ନିଜର ପଦଚିହ୍ନ ଆଣି ଆଙ୍କିଛି, ସେହି ପଏଂଟ ଏବେ ‘ତ୍ରିରଙ୍ଗା’ ଭାବେ ପରିଚିତ ହେବ । ଏହି ତ୍ରିରଙ୍ଗା ପଏଂଟ, ଭାରତର ପ୍ରତି ପ୍ରୟାସର ପ୍ରେରଣା ପାଲଟିବ । ଏହି ତ୍ରିରଙ୍ଗା ପଏଂଟ, ଆମକୁ ଶିଖାଇବ ଯେ କୌଣସି ବିଫଳତା ଅନ୍ତିମ ନୁହେଁ, ଯଦି ଦୃଢ ଇଚ୍ଛାଶକ୍ତି ରହିଛି, ତେବେ ସଫଳତା ନିଶ୍ଚିତ ଭାବେ ମିଳିଥାଏ । ଅର୍ଥାତ୍‌, ମୁଁ ପୁଣି ଦୋହରାଉଛି ଚନ୍ଦ୍ରଯାନ ୨ର ପଦଚିହ୍ନ ଯେଉଁଠି ଅଛି, ସେହିସ୍ଥାନ ଆଜିଠାରୁ ତ୍ରିରଙ୍ଗା ପଏଂଟ ଭାବେ ପରିଚିତ ହେବ । ଏବଂ ଯେଉଁଠାରେ ଚନ୍ଦ୍ରଯାନ ୩ର ମୁନ୍ ଲାଣ୍ଡର ପହଂଚିଛି ସେହି ସ୍ଥାନ ଆଜିଠାରୁ ଶିବଶକ୍ତି ପଏଂଟ ଭାବେ ପରିଚିତ ହେବ ।

ବନ୍ଧୁଗଣ,

ଆଜି ଭାରତ ବିଶ୍ୱର ଏଭଳି ଚତୁର୍ଥ ଦେଶ ପାଲଟି ସାରିଛି, ଯିଏ ଚନ୍ଦ୍ରମାର ପୃଷ୍ଠକୁ ସ୍ପର୍ଶ କରିଛି । ଏହି ସଫଳତା ସେତେବେଳେ ଆହୁରି ଅଧିକ ବଢିଯାଇଥାଏ ଯେତେବେଳେ ଆମେ ଏହା ଦେଖୁ ଯେ ଭାରତ ନିଜର ଯାତ୍ରା କେଉଁଠୁ ଆରମ୍ଭ କରିଥିଲା । ଗୋଟିଏ ସମୟ ଥିଲା, ଯେତେବେଳେ ଭାରତ ନିକଟରେ ଆବଶ୍ୟକ ଜ୍ଞାନକୌଶଳ ନ ଥିଲା, ସହଯୋଗ ମଧ୍ୟ ନ ଥିଲା । ଆମର ଗଣନା ‘ତୃତୀୟ ବିଶ୍ୱ’ ଅର୍ଥାତ୍‌, ‘ତୃତୀୟ ପଂକ୍ତି’ରେ ଛିଡା ହୋଇଥିବା ଦେଶମାନଙ୍କ ମଧ୍ୟରେ କରାଯାଉଥିଲା । ସେହିଠାରୁ ବାହାରି ଆଜି ଭାରତ ବିଶ୍ୱର ପଂଚମ ସର୍ବବୃହତ ଅର୍ଥ ବ୍ୟବସ୍ଥା ପାଲଟିଛି । ଆଜି ବାଣିଜ୍ୟଠାରୁ ଆରମ୍ଭ କରି ପ୍ରଯୁକ୍ତି ପର୍ଯ୍ୟନ୍ତ, ଭାରତର ଗଣନା ‘ପ୍ରଥମ ପଂକ୍ତି’ରେ ଛିଡା ହୋଇଥିବା ଦେଶମାନଙ୍କ ମଧ୍ୟରେ କରାଯାଉଛି । ଅର୍ଥାତ ‘ଥାର୍ଡ ରୋ’ରୁ ‘ଫାଷ୍ଟ ରୋ’ ପର୍ଯ୍ୟନ୍ତ ଏହି ଯାତ୍ରାରେ ଆମର ‘ଇସ୍ରୋ’ ଭଳି ସଂସ୍ଥାଗୁଡିକର ବହୁତ ବଡ ଭୂମିକା ରହିଆସିଛି । ଆପଣମାନେ ଆଜି ମେକ ଇନ୍ ଇଣ୍ଡିଆକୁ ଚନ୍ଦ୍ରମା ପର୍ଯ୍ୟନ୍ତ ପହଂଚାଇ ଦେଇଛନ୍ତି ।

ମୋର ପରିବାରଗଣ,

ମୁଁ ଆଜି ଆପଣମାନଙ୍କ ଗହଣରେ ଆସି ବିଶେଷକରି ଦେଶବାସୀଙ୍କୁ ଆପଣମାନଙ୍କ ପରିଶ୍ରମ ବିଷୟରେ ଜଣାଇବାକୁ ଚାହୁଁଛି । ମୁଁ ଯେଉଁ କଥା ଜଣାଉଛି ତାହା ଆପଣମାନଙ୍କ ପାଇଁ କିଛି ନୂଆ କଥା ନୁହେଁ । କିନ୍ତୁ ଆପଣମାନେ ଯାହା କରିଛନ୍ତି, ଯେଉଁ ସାଧନା କରିଛନ୍ତି ତାହା ଦେଶବାସୀ ମଧ୍ୟ ଜାଣିବା ଉଚିତ୍ । ଭାରତର ଦକ୍ଷିଣ ଭାଗରୁ ଚନ୍ଦ୍ରମାର ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଚନ୍ଦ୍ରଯାନର ଏହି ଯାତ୍ରା ସହଜ ନ ଥିଲା । ମୁନ୍ ଲାଣ୍ଡରର ମୃଦୁ ଅବତରଣ ସୁନିଶ୍ଚିତ କରିବା ନିମନ୍ତେ ଆମର ବୈଜ୍ଞାନିକମାନେ ଇସ୍ରୋର ଗବେଷଣା କେନ୍ଦ୍ରରେ କୃତ୍ରିମ ଚନ୍ଦ୍ର ପର୍ଯ୍ୟନ୍ତ ଗଢି ଦେଇଥିଲେ । ଏହି କୃତ୍ରିମ ଚନ୍ଦ୍ର ଉପରେ ବିକ୍ରମ ଲାଣ୍ଡରକୁ ଭିନ୍ନ ଭିନ୍ନ ଭାବରେ ଏହାର ପୃଷ୍ଠ ଉପରେ ଅବତରଣ କରାଇ ତାହାର ପରୀକ୍ଷଣ କରାଯାଇଥିଲା । ଏବେ ଏତେ ସବୁ ପରୀକ୍ଷା ଦେଇ ଆମର ମୁନ୍ ଲାଣ୍ଡର ସେଠାକୁ ଯାତ୍ରା କରିଛି, ତେଣୁକରି ତାକୁ ସଫଳତା ମିଳିବାର ହିଁ ଥିଲା ।

ବନ୍ଧୁଗଣ,

ଆଜି ଯେତେବେଳେ ମୁଁ ଦେଖୁଛି ଭାରତର ଯୁବପିଢୀ, ବିଜ୍ଞାନକୁ ନେଇ, ମହାକାଶକୁ ନେଇ, ନବସୃଜନ ପର୍ଯ୍ୟନ୍ତ ଏତେ ସାମର୍ଥ୍ୟରେ ଭରି ଉଠିଛି, ତା ପଛର କାରଣ ହେଉଛି ଆମର ଏହିଭଳି ମହାକାଶ ଅଭିଯାନର ସଫଳତା । ମଙ୍ଗଳଯାନର ସଫଳତା, ଚନ୍ଦ୍ରଯାନର ସଫଳତା । ଗଗନଯାନର ପ୍ରସ୍ତୁତି ଦେଶର ଯୁବପିଢୀର ମନରେ ଏକ ନୂଆ ଭାବନା ସଂଚାର କରିଛି । ଆଜି ଚନ୍ଦ୍ରଯାନର ନାଆଁ

ଭାରତର ଛୋଟ ଛୋଟ ପିଲାମାନଙ୍କ ଜିଭ ଅଗରେ ରହିଛି । ଆଜି ଭାରତର ପ୍ରତି ପିଲା, ଆପଣମାନଙ୍କ ଭଳି ବୈଜ୍ଞାନିକମାନଙ୍କ ଭିତରେ ନିଜର ଭବିଷ୍ୟତକୁ ଦେଖୁଛନ୍ତି । ଏଥିପାଇଁ ଆପଣମାନଙ୍କର ଉପଲବଧି କେବଳ ଏହା ନୁହେଁ ଯେ ଆପଣମାନେ ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡାଇଛନ୍ତି । କିନ୍ତୁ ଆପଣମାନେ ଆଉ ଏକ ବଡ ଉପଲବଧି ହାସଲ କରିଛନ୍ତି । ଏବଂ ସେହି ଉପଲବଧି ହେଉଛି ଭାରତର ସମଗ୍ର ପିଢୀକୁ ଜାଗ୍ରତ କରିବାର, ତାକୁ ନୂଆ ଉର୍ଜା ଦେବାର । ଆପଣମାନେ ଗୋଟିଏ ସମ୍ପୁର୍ଣ୍ଣ ପିଢୀ ଉପରେ ନିଜର ଏହି ସଫଳତାର ଗଭୀର ଛାପ ଛାଡିଦେଇଛନ୍ତି । ଆଜିଠାରୁ କୌଣସି ପିଲା, ରାତିରେ ଯେତେବେଳେ ଚନ୍ଦ୍ରମାକୁ ଦେଖିବ, ସେତେବେଳେ ତାକୁ ବିଶ୍ୱାସ ହେବ ଯେ, ଯେଉଁ ଅଦମ୍ୟ ସାହସର ସହ ମୋ ଦେଶ ଚନ୍ଦ୍ରପୃଷ୍ଠରେ ପହଂଚିଛି, ସେହି ଆବେଗ, ସେହି ପିଲା ମନ ଭିତରେ ମଧ୍ୟ ରହିଛି, ସେହି ଯୁବକର ମନ ଭିତରେ ମଧ୍ୟ ରହିଛି । ଆଜି ଆପଣମାନେ ଭାରତର ପିଲାମାନଙ୍କ ମନରେ ଆକାଂକ୍ଷାର ଯେଉଁ ବୀଜ ବପନ କରିଛନ୍ତି, କାଲି ତାହା ବଟବୃକ୍ଷ ପାଲଟିବ ଏବଂ ବିକଶିତ ଭାରତର ମୂଳଦୁଆ ସ୍ଥାପନ କରିବ ।

ଆମର ଯୁବପିଢୀକୁ ନିରନ୍ତର ପ୍ରେରଣା ମିଳିଚାଲୁ, ଏଥିପାଇଁ ଆଉ ଏକ ନିଷ୍ପତି ନିଆଯାଇଛି । ୨୩ ଅଗଷ୍ଟକୁ ଯେତେବେଳେ ଭାରତ ଚନ୍ଦ୍ରମା ଉପରେ ତ୍ରିରଙ୍ଗା ଉଡାଇଲା, ସେହି ଦିନକୁ ଏବେ ହିନ୍ଦୁସ୍ତାନ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବ । ଏବେ ପ୍ରତିବର୍ଷ ଦେଶ ଜାତୀୟ ମହାକାଶ ଦିବସ ବିଜ୍ଞାନ, ପ୍ରଯୁକ୍ତି ଏବଂ ନବସୃଜନର ଭାବନାକୁ ଉତ୍ସବ ଭାବେ ପାଳନ କରିବ । ତାହାହେଲେ ଯାଇ ଏହା ଆମକୁ ସବୁଦିନ ପାଇଁ ପ୍ରେରଣା ଯୋଗାଇ ଚାଲିବ ।

ମୋ ପରିବାରଗଣ,

ଆପଣମାନେ ମଧ୍ୟ ଜାଣନ୍ତି ଯେ, ମହାକାଶ କ୍ଷେତ୍ରର ଯେଉଁ ସାମର୍ଥ୍ୟ ରହିଛି, ତାହା ଉପଗ୍ରହ ପ୍ରେରଣ କରିବା କିମ୍ବା ଅନ୍ତରୀକ୍ଷର ଅନୁସନ୍ଧାନଠାରୁ ଅନେକ ବଡ ଅଟେ । ମହକାଶ କ୍ଷେତ୍ରର ବହୁତ ବଡ ସାମର୍ଥ୍ୟ ହେଉଛି, ଯାହା ମୁଁ ଦେଖିବାକୁ ପାଉଛି, ତାହା ହେଉଛି ସହଜରେ ଜୀବନ ଧାରଣ ଏବଂ ସହଜ ଶାସନ । ଆଜି ଦେଶରେ ମହାକାଶ ପ୍ରୟୋଗକୁ ଶାସନର ପ୍ରତ୍ୟେକ ଦିଗ ସହିତ ଯୋଡିବାର ଦିଗରେ ବହୁତ ବଡ କାର୍ଯ୍ୟ କରାଯାଇଛି । ଆପଣମାନେ ଯେତେବେଳେ ମତେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ଦାୟିତ୍ୱ ଦେଇଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ଭାରତ ସରକାରଙ୍କ ଯୁଗ୍ମ ସଚିବ ସ୍ତରର ଅଧିକାରୀମାନଙ୍କର ମହାକାଶ ବୈଜ୍ଞାନିକମାନଙ୍କ ସହିତ ଏକ କର୍ମଶାଳାର ଆୟୋଜନ କରାଇଥିଲି । ଏବଂ ଏହାର ଉଦ୍ଦେଶ୍ୟ ଏହା ଥିଲା ଯେ ଶାସନରେ, ଶାସନ ବ୍ୟବସ୍ଥାରେ, ପାରଦର୍ଶିତା ଆଣିବାରେ, ମହାକାଶ କ୍ଷେତ୍ରର ସାମର୍ଥ୍ୟର ଅଧିକରୁ ଅଧିକ ଉପଯୋଗ କିଭଳି କରାଯାଇପାରିବ । ସେତେବେଳେ କିରଣ ଜୀ ବୋଧହୁଏ ଆମମାନଙ୍କ ସହ କାର୍ଯ୍ୟ କରୁଥିଲେ । ଏହାର ଫଳାଫଳ ଏହା ଥିଲା ଯେ, ଯେତେବେଳେ ଦେଶ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କଲା, ଶୌଚାଳୟର ନିର୍ମାଣ ଆରମ୍ଭ କଲା, କୋଟି କୋଟି ଗୃହ ନିର୍ମାଣର ଅଭିଯାନ ଚଳାଇଲା, ସେତେବେଳେ ଏ ସବୁର ତଦାରଖ ପାଇଁ, ତାହାର ପ୍ରଗତି ପାଇଁ ମହାକାଶ ବିଜ୍ଞାନ ବେଶ ସହାୟକ ହୋଇଥିଲା । ଆଜି ଦେଶରେ ଦୂର ଦୂରାନ୍ତ ଇଲାକାରେ ଶିକ୍ଷା, ଯୋଗାଯୋଗ ଏବଂ ସ୍ୱାସ୍ଥ୍ୟ ସେବା ପହଂଚାଇବାରେ ମହାକାଶ କ୍ଷେତ୍ରର ବହୁତ ବଡ ଭୂମିକା ରହିଛି । ଏବେ ଆଜାଦୀର ଅମୃତ ମହୋତ୍ସବ ଅବସରରେ ଜିଲ୍ଲା ଜିଲ୍ଲାରେ ଯେଉଁ ଅମୃତ ସରୋବର ତିଆରି ଚାଲିଛି ତାହାର ଟ୍ୟାଗିଂ, ତାହାର ତଦାରଖ ମଧ୍ୟ ମହାକାଶ ବିଜ୍ଞାନ ଦ୍ୱାରା ହିଁ କରାଯାଉଛି । ମହାକାଶ ଜ୍ଞାନକୌଶଳ ବିନା ଆମେ ଟେଲି ମେଡିସିନ ଏବଂ ଟେଲି ଏଜୁକେସନର କଳ୍ପନା ମଧ୍ୟ କରି ପାରିବୁ ନାହିଁ । ମହାକାଶ ବିଜ୍ଞାନ ଦେଶର ସମ୍ବଳର ସର୍ବାଧିକ  ଉପଯୋଗରେ ମଧ୍ୟ ବହୁତ ସହାୟତା କରିଛି । ଆମ ଦେଶର କୃଷି କ୍ଷେତ୍ରକୁ ସାମର୍ଥ୍ୟ ଦେବାରେ, ପାଣିପାଗର ପୂର୍ବାଭାଷ କରିବାରେ ମହାକାଶ କ୍ଷେତ୍ର ଯେଉଁ ସହାୟତା ଯୋଗାଉଛି, ତାହା ଦେଶର ପ୍ରତ୍ୟେକ କୃଷକ ଜାଣିଛି । ଆଜି ସେ ଦେଖିନେଉଛି ନିଜର ମୋବାଇଲରେ ଆଗାମୀ ସପ୍ତାହର ସ୍ଥିତି କ’ଣ ରହିବ । ଦେଶର କୋଟି କୋଟି ମତ୍ସ୍ୟଜୀବୀମାନଙ୍କୁ ଆଜି ନାବିକ ବ୍ୟବସ୍ଥା ଦ୍ୱାରା ଯେଉଁ ସଠିକ ସୂଚନା ମିଳିଛି, ତାହା ମଧ୍ୟ ଆପଣମାନଙ୍କର ହିଁ ଦାନ ଅଟେ । ଆଜି ଯେତେବେଳେ ଦେଶରେ ବନ୍ୟା ଆସୁଛି, କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସୁଛି, ଭୂମିକମ୍ପ ଆସୁଛି, ସେତେବେଳେ ପରିସ୍ଥିତିର ଗମ୍ଭୀରତା ବିଷୟରେ ସୂଚନା ସଂଗ୍ରହ କରିବାରେ ଆପଣମାନେ ସର୍ବପ୍ରଥମେ ଆଗକୁ ଆସନ୍ତି । ଯେତେବେଳେ ଝଡ ଆସେ, ସେତେବେଳେ ଆମ ଉପଗ୍ରହ ତାହାର ସମସ୍ତ ମାର୍ଗ ବିଷୟରେ ସୂଚନା ଦେଇଥାଏ । ତାର ସମ୍ପୁର୍ଣ୍ଣ ସମୟ ଜଣାଇଥାଏ ଏବଂ ଲୋକମାନଙ୍କର ଧନ ଜୀବନକୁ ସୁରକ୍ଷିତ ରଖିଥାଏ । ଏବଂ କେବଳ ବାତ୍ୟା ଯୋଗୁଁ ଯେଉଁ ସମ୍ପତିର ସୁରକ୍ଷା ହୋଇଥାଏ ଯଦି ଆମେ ତାର ହିସାବ କରିବା ତାହାହେଲେ ଆଜି ମହାକାଶ କ୍ଷେତ୍ରରେ ଯେତିକି ଖର୍ଚ୍ଚ ହେଉଛି ସେଥିରୁ ତାହା ଅଧିକ ହେଉଥିଲା । ଆମର ପି. ଏମ. ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଆଧାର ମଧ୍ୟ ମହାକାଶ ପ୍ରଯୁକ୍ତି ହିଁ ଅଟେ । ଏବଂ ଆଜି ବିଶ୍ୱ ଭାରତର ଏହି ଗତିଶକ୍ତି ମଂଚର ଅଧ୍ୟୟନ କରୁଛି ଯେ ଯୋଜନା ପ୍ରସ୍ତୁତି ଏବଂ ପରିଚାଳନାରେ ଏହି ମଂଚ କେତେ ଉପଯୋଗୀ ହୋଇପାରିବ । ଏହାଦ୍ୱାରା ପ୍ରକଳ୍ପଗୁଡିକର ଯୋଜନା, କାର୍ଯ୍ୟାନ୍ୱୟନ ଏବଂ ତଦାରଖରେ ଅନେକ ସହାୟତା ମିଳିପାରୁଛି । ସମୟ ସହିତ ଆଗେଇ ଚାଲିଥିବା ମହାକାଶ ପ୍ରୟୋଗର ଏହି ପରିସର ଆମର ଯୁବବର୍ଗ ପାଇଁ ଅପରଚ୍ୟୁନିଟିଜ ମଧ୍ୟ ବଢାଇ ଚାଲିଛି, ସୁଯୋଗ ମଧ୍ୟ ବଢାଇ ଚାଲିଛି । ଏବଂ ଏଥିପାଇଁ ଆଜି ମୁଁ ଗୋଟିଏ ପରାମର୍ଶ ମଧ୍ୟ ଦେବାକୁ ଚାହୁଁଛି । ଏବଂ ମୁଁ ଚାହିଁବି ଯେ ଆପଣମାନଙ୍କର ଏଠାରୁ ଯେଉଁ ଅବସରପ୍ରାପ୍ତ ବ୍ୟକ୍ତି ଅଛନ୍ତି ସେମାନେ ଏଥିରେ ବେଶ ସହାୟତା ଯୋଗାଇ ପାରିବେ । ଏବେ ଏକଥା କହିବେ ନାହିଁ ଯେ ଏତେ ସକାଳୁ ସକାଳୁ ମୋଦି ଜୀ ଏଠାକୁ ଆସିଲେ ଏବଂ କିଛି କାମ ମଧ୍ୟ ଦେଇକରି ଯାଉଛନ୍ତି ।

ବନ୍ଧୁଗଣ,

ମୁଁ ଚାହିଁବି ଯେ ଇସ୍ରୋ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟରୁ ଏବଂ ରାଜ୍ୟ ସରକାରଙ୍କ ସହିତ ମିଶି ଶାସନରେ ମହାକାଶ ଜ୍ଞାନକୌଶଳ ଉପରେ ଏକ ଜାତୀୟ ହେକାଥନର ଆୟୋଜନ କରୁ । ଏହି ହେକାଥନରେ ଅଧିକରୁ ଅଧିକ ଯୁବବର୍ଗ, ଅଧିକରୁ ଅଧିକ ଯୁବଶକ୍ତ. ଅଧିକରୁ ଅଧିକ ନବଯୁବକ ସାମିଲ ହୁଅନ୍ତୁ, ଯୋଡି ହୁଅନ୍ତୁ । ମୋର ବିଶ୍ୱାସ ଯେ ଏହି ଜାତୀୟ ହେକାଥନ, ଆମ ଶାସନକୁ ଆହୁରି ପ୍ରଭାବଶାଳୀ କରିବ, ଦେଶବାସୀଙ୍କୁ ଆଧୁନିକ ସମାଧାନ ପ୍ରଦାନ କରିବ ।

ଏବଂ ବନ୍ଧୁଗଣ,

ଆପଣମାନଙ୍କ ବ୍ୟତୀତ ମୁଁ ମୋର ଯୁବପିଢୀକୁ ଆଉ ଏକ କାର୍ଯ୍ୟ ପୃଥକ ଭାବେ ଦେବାକୁ ଚାହୁଁଛି ଏବଂ ହୋମ ୱାର୍କ କରିବା ବିନା ପିଲାମାନଙ୍କୁ କାମ କରିବାରେ ମଜା ଆସେ ନାହିଁ । ଆପଣମାନେ ସମସ୍ତେ ଜାଣନ୍ତି ଯେ ଭାରତ ସେହି ଦେଶ ଅଟେ, ଯିଏ ହଜାର ହଜାର ବର୍ଷ ପୂର୍ବରୁ ହିଁ ଧରିତ୍ରୀର ବାହାରେ ଅନନ୍ତ ଅନ୍ତରୀକ୍ଷ ଆଡକୁ ଦେଖିବା ଆରମ୍ଭ କରିଦେଇଥିଲା । ଆମର ଏଠି ଯୁଗ ଯୁଗ ପୂର୍ବରୁ ଗବେଷଣା ପରମ୍ପରାର ଆର୍ଯ୍ୟଭଟ୍ଟ, ବ୍ରହ୍ମଗୁପ୍ତ, ବରାହମିହିର ଏବଂ ଭାସ୍କରାଚାର୍ଯ୍ୟଙ୍କ ଭଳି ଋଷିମୁନି ଜନ୍ମ ନେଇଛନ୍ତି । ଯେତେବେଳେ ଧରିତ୍ରୀର ଆକାରକୁ ନେଇ ଭ୍ରମ ଥିଲା ସେତେବେଳେ ଆର୍ଯ୍ୟଭଟ୍ଟ ନିଜର ମହାନ ଗ୍ରନ୍ଥ ‘ଆର୍ଯ୍ୟଭଟ୍ଟିୟ’ରେ ଧରିତ୍ରୀ ଗୋଲାକାର ହୋଇଥିବା ବିଷୟରେ ବିସ୍ତୃତ ରୂପରେ ବର୍ଣ୍ଣନା କରିଥିଲେ । ସେ କକ୍ଷ ପଥରେ ପୃଥିବୀକୁ ଘୂର୍ଣ୍ଣୟନ ଏବଂ ତାର ପରିଧିର ଗଣନା ମଧ୍ୟ ଲେଖି ଦେଇଥିଲେ । ସେହିଭଳି ସୂର୍ଯ୍ୟ ସିଦ୍ଧାନ୍ତ ଭଳି ଗ୍ରନ୍ଥରେ ମଧ୍ୟ କୁହାଯାଇଛି – ସର୍ବତ୍ରୌବ ମହୀ ଗୋଲେ, ସଂସ୍ଥାନମ ଉପରି ସ୍ଥିତମ, ମନ୍ୟନ୍ତେ ଖେ ୟତୋ ଗୋଲସ, ତସ୍ୟ କ୍ୱ ଉର୍ଦ୍ଧ୍ୱମ କ୍ୱ ବାଧଃ । । ଅର୍ଥାତ୍‌, ପୃଥିବୀ ଉପରେ କିଛି ଲୋକ ନିଜର ସ୍ଥାନକୁ ସବୁଠାରୁ ଉର୍ଦ୍ଧ୍ୱରେ ମାନିଥାଆନ୍ତି । କିନ୍ତୁ ଏହି ଗୋଲାକାର ପୃଥିବୀ ତ ଆକାଶରେ ସ୍ଥିତ ଅଟେ, ତାହାର ଉର୍ଦ୍ଧ୍ୱ ଓ ଅଧଃରେ କ’ଣ ହୋଇଥାଇପାରେ? ଏହା ସେହି ସମୟରେ ଲେଖାଯାଇଥିଲା । ମୁଁ କେବଳ ଆପଣମାନଙ୍କୁ ଗୋଟିଏ ଶ୍ଳୋକ ଶୁଣାଇଛି । ଏଭଳି ଅସଂଖ୍ୟ ରଚନା ଆମର ପୂର୍ବଜମାନେ ଲେଖିଯାଇଛନ୍ତି । ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ପରସ୍ପର ଗୋଟିଏ ସରଳ ରେଖାରେ ରହିବା ଫଳରେ ଗ୍ରହଣର ସୂଚନା ଆମର କେତେ ଯେ ଗ୍ରନ୍ଥରେ ଉଲ୍ଲେଖ ଥିବା ଦେଖିବାକୁ ମିଳେ । ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହଗୁଡିକର ଆକାରର ଗଣନା, ସେଗୁଡିକର ଚଳାଚଳ ସମ୍ବନ୍ଧିତ ନେଇ ସୂଚନା ମଧ୍ୟ ଆମର ପ୍ରାଚୀନ ଗ୍ରନ୍ଥଗୁଡିକରେ ମିଳିଥାଏ । ଆମେ ଗ୍ରହ ଓ ଉପଗ୍ରହଗୁଡିକର ଗତିବିଧିକୁ ନେଇ ଏତେ ସୂକ୍ଷ୍ମ ଗଣନା କରିବାର ସେହି ଦକ୍ଷତା ହାସଲ କରିଥିଲୁ, ଯେ ଆମର ଏଠାରେ ଶହ ଶହ କୋଟି କୋଟି ବର୍ଷ ଆଗର ପଂଚାଙ୍ଗ, ଅର୍ଥାତ୍ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଉଥିଲା । ଏଣୁ ମୁଁ ଏଥିସହ ଜଡିତ ଏକ ଟାସ୍କ ମୋର ନୂଆ ପିଢୀକୁ ଦେବାକୁ ଚାହୁଁଛି, ସ୍କୁଲ କଲେଜର ପିଲାମାନଙ୍କୁ ଦେବାକୁ ଚାହୁଁଛି । ମୁଁ ଚାହୁଁଛି ଯେ ଭାରତର ଶାସ୍ତ୍ରଗୁଡିକରେ ଯେଉଁ ନଭମଣ୍ଡଳୀୟ ସୂତ୍ର ରହିଛି, ସେସବୁକୁ ବୈଜ୍ଞାନିକ ପଦ୍ଧତିରେ ପ୍ରମାଣିତ କରିବା ପାଇଁ ନୂତନ ଭାବରେ ସେସବୁର ଅଧ୍ୟୟନ ନିମନ୍ତେ ନୂଆ ପିଢୀ ଆଗକୁ ଆସୁ । ଏହା ଆମର ଉତରାଧିକାର କ୍ଷେତ୍ର ପାଇଁ ମଧ୍ୟ ଆବଶ୍ୟକ ଅଟେ, ଏବଂ ବିଜ୍ଞାନ ପାଇଁ ମଧ୍ୟ ଜରୁରୀ ଅଟେ । ଆଜି ଯେଉଁ ସ୍କୁଲର, କଲେଜର, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଛନ୍ତି, ଗବେଷକ ଅଛନ୍ତି, ସେମାନଙ୍କ ଉପରେ ଏହା ଗୋଟେ ପ୍ରକାର ଦୁଇଗୁଣା ଦାୟିତ୍ୱ ଅଟେ । ଭାରତ ନିକଟରେ ବୈଜ୍ଞାନିକ ଜ୍ଞାନର ଯେଉଁ ସମ୍ପତି ରହିଛି, ତାହା ଦାସତ୍ୱର ଦୀର୍ଘ କାଳଖଣ୍ଡରେ ଚାପି ହୋଇ ରହିଯାଇଛି, ଲୁଚି ରହିଯାଇଛି । ସ୍ୱାଧୀନତାର ଏହି ଅମୃତ କାଳରେ ଆମକୁ ଏହି ସମ୍ପତିକୁ ମଧ୍ୟ ଆମକୁ ଖୋଜିବାର ଅଛି, ତାହା ଉପରେ ଗବେଷଣା କରିବାର ଅଛି, ଏବଂ ଦୁନିଆକୁ ମଧ୍ୟ ଜଣାଇବାର ଅଛି । ଦ୍ୱିତୀୟ ଦାୟିତ୍ୱ ଏହା ଯେ ଆମର ଯୁବପିଢୀକୁ ଆଜିର ଆଧୁନିକ ବିଜ୍ଞାନ, ଆଧୁନିକ ପ୍ରଯୁକ୍ତି ବିଦ୍ୟାକୁ ନୂଆ ଦିଗ ଦେବାର ଅଛି, ସମୁଦ୍ରର ଗଭୀରତାରୁ ନେଇ ଆକାଶର ଶିଖର ପର୍ଯ୍ୟନ୍ତ, ପୁଣି ଆକାଶର ଉଚ୍ଚତାରୁ ନେଇ ମହାକାଶର ଅସୀମତା ପର୍ଯ୍ୟନ୍ତ ଗବେଷଣା କରିବା ପାଇଁ ଆପଣମାନଙ୍କ ନିମନ୍ତେ ବହୁତ କିଛି କରିବାର ଅଛି । ଆପଣମାନେ ଗଭୀର ପୃଥିବୀକୁ ମଧ୍ୟ ଦେଖନ୍ତୁ ଏବଂ ଏଥିସହିତ ଗଭୀର ସମୁଦ୍ରକୁ ମଧ୍ୟ ଅନ୍ୱେଷଣ କରନ୍ତୁ । ଆପଣମାନେ ସର୍ବାଧୁନିକ କମ୍ପ୍ୟୁଟର ତିଆରି କରନ୍ତୁ ଏବଂ ଏଥିସହିତ ଜେନେଟିକ ଇଞ୍ଜିନିୟରିଂରେ ମଧ୍ୟ ନିଜର ପାରଙ୍ଗମତା ପ୍ରଦର୍ଶନ କରନ୍ତୁ । ଭାରତରେ ଆପଣମାନଙ୍କ ପାଇଁ ନୂଆ ନୂଆ ସମ୍ଭାବନାର ଦ୍ୱାର ନିରନ୍ତର ଉନ୍ମୁକ୍ତ ରହିଛି । ଏକବିଂଶ ଶତାଦ୍ଦୀର ଏହି କାଳଖଣ୍ଡରେ ଯେଉଁ ଦେଶ ବିଜ୍ଞାନ ଏବଂ ପ୍ରଯୁକ୍ତିରେ ଆଗେଇଯିବ, ସେହି ଦେଶ ସବୁଠାରୁ ଆଗକୁ ବଢିଯିବ ।

ବନ୍ଧୁଗଣ,

ଆଜି ବଡ ବଡ ବିଶେଷଜ୍ଞମାନେ କହୁଛନ୍ତି ଯେ, ଆଗାମୀ କିଛି ବର୍ଷରେ ଭାରତର ମହାକାଶ ଶିଳ୍ପ ୮ ବିଲିୟନ ଡଲାରରୁ ବୃଦ୍ଧି ପାଇ ୧୬ ବିଲିୟନ ଡଲାରରେ ପହଂଚିଯିବ । ସରକାର ମଧ୍ୟ ଏହି କଥାର ଗମ୍ଭୀରତାକୁ ହୃଦୟଙ୍ଗମ କରି ମହକାଶ କ୍ଷେତ୍ରରେ ନିରନ୍ତର ଭାବେ ସଂସ୍କାର ଆଣୁଛନ୍ତି । ଆମର ଯୁବବର୍ଗ ମଧ୍ୟ ଅଂଟା ଭିଡି ପ୍ରସ୍ତୁତ ରହିଛନ୍ତି । ଆପଣମାନେ ଜାଣି ସୁଖଦ ଭାବେ ଆଚମ୍ବିତ ହେବେ ଯେ ଗତ ୪ ବର୍ଷରେ ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟ ଅପଗୁଡିକର ସଂଖ୍ୟା ୪ରୁ ବୃଦ୍ଧି ପାଇ ପ୍ରାୟ ଦେଢ ଶହରେ ପହଂଚିଛି । କଳ୍ପନା କରନ୍ତୁ, ଯେ ଅନନ୍ତ ଆକାଶରେ କେତେ ଯେ ସମ୍ଭାବନା ଭାରତର ଅପେକ୍ଷା କରି ରହିଛି । ଏମିତି ତ କିଛି ଦିନ ପରେ ସେପ୍ଟେମ୍ବର ୧ ତାରିଖରୁ ମାଇ ଗଭ ଆମର ଚନ୍ଦ୍ରଯାନ ଅଭିଯାନକୁ ନେଇ ବହୁତ ବଡ କୁଇଜ୍ ପ୍ରତିଯୋଗୀତାର ଶୁଭାରମ୍ଭ କରିବାର ଅଛି । ଆମ ଦେଶର ଛାତ୍ରଛାତ୍ରୀ, ଏହିଠାରୁ ମଧ୍ୟ ଆରମ୍ଭ କରିପାରିବେ । ମୁଁ ସମଗ୍ର ଦେଶର ଛାତ୍ରଛାତ୍ରୀମାନଙ୍କୁ କହିବି  ଯେ ଆପଣମାନେ ସମସ୍ତେ ବହୁ ସଂଖ୍ୟାରେ ଏହା ସହିତ ଯୋଡି ହୁଅନ୍ତୁ ।

ମୋର ପରିବାରଜନ,

ଦେଶର ଭାବି ପିଢୀକୁ ଆପଣମାନଙ୍କ ଆଶୀର୍ବାଦର ବହୁତ ଆବଶ୍ୟକତା ରହିଛି । ଆପଣମାନେ ଯେଉଁଭଳି ଏତେ ଗୁରୁତ୍ୱପୂର୍ଣ୍ଣ ମିଶନରେ କାର୍ଯ୍ୟ କରୁଛନ୍ତି ତାହା ଆଗାମୀ ପିଢୀଙ୍କୁ ଆଗକୁ ନେଇଯିବ । ଆପଣମାନେ ସେହି ସମସ୍ତଙ୍କର ଆଦର୍ଶ  ଅଟନ୍ତି । ଆପଣମାନଙ୍କର ଗବେଷଣା, ଏବଂ ଆପଣମାନଙ୍କର ବର୍ଷ ବର୍ଷର୍ର ତପସ୍ୟା, ପରିଶ୍ରମ ସାବ୍ୟସ୍ତ କରିଛି ଯେ ଆପଣମାନେ ଯାହା ପଣ କରିନିଅନ୍ତି ତାହା ଆପଣମାନେ କରିକି ଦେଖାନ୍ତି । ଦେଶର ଲୋକମାନଙ୍କର ବିଶ୍ୱାସ ଆପଣମାନଙ୍କ ଉପରେ ରହିଛି । ଏବଂ ବନ୍ଧୁଗଣ ବିଶ୍ୱାସ ଅର୍ଜନ କରିବା ସାମାନ୍ୟ କଥା ହୋଇ ନଥାଏ । ଆପଣମାନେ ନିଜର ତପସ୍ୟା ଦ୍ୱାରା ଏହି ବିଶ୍ୱାସ ଅର୍ଜନ କରିଛନ୍ତି ।

ଦେଶବାସୀଙ୍କ ଆଶୀର୍ବାଦ ଆପଣମାନଙ୍କ ଉପରେ  ରହିଛି । ଏହି ଆଶୀର୍ବାଦର ଶକ୍ତି ବଳରେ, ଦେଶ ପ୍ରତି ଏହି ସମର୍ପଣ ଭାବ ବଳରେ ଭାରତ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବ । ଏବଂ ମୁଁ ଆପଣମାନଙ୍କ ଗହଣରେ ଖୁବ ବିଶ୍ୱାସର ସହ କହୁଛି ନବସୃଜନର ଆମର ଏହି ଭାବନା ହିଁ ୨୦୪୭ରେ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ । ଏହି ବିଶ୍ୱାସ ସହ ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ଦର୍ଶନ କରି ପବିତ୍ର ହୋଇଛି । ଦେଶବାସୀଙ୍କ ମନ ଗର୍ବ ଓ ଗୌରବରେ ଭରିଯାଇଛି । ସ୍ୱପ୍ନଗୁଡିକ ବହୁତ ଦୃତ ଗତିରେ ସଙ୍କଳ୍ପ ପାଲଟୁଛନ୍ତି ଏବଂ ଆପଣମାନଙ୍କ ପରିଶ୍ରମ ସେହି ସଙ୍କଳ୍ପଗୁଡିକୁ ସିଦ୍ଧି ପର୍ଯ୍ୟନ୍ତ ପହଂଚାଇବା ପାଇଁ ବହୁତ ବଡ ପ୍ରେରଣା ପାଲଟୁଛି । ଆପଣମାନଙ୍କୁ ଯେତେ ବି ଶୁଭେଚ୍ଛା ଦେବି ତାହା କମ ଅଟେ । ଆପଣମାନଙ୍କୁ ଯେତେ ବି ଅଭିନନ୍ଦନ ଦେବି ତାହା କମ ଅଟେ । ମୋ ତରଫରୁ, କୋଟି କୋଟି ଦେଶବାସୀଙ୍କ ତରଫରୁ ସମଗ୍ର ବିଶ୍ୱର ବୈଜ୍ଞାନିକ ସମୁଦାୟ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ । ବହୁତ ବହୁତ ଶୁଭକାମନା ।

ଭାରତମାତା କି  - ଜୟ,

ଭାରତମାତା କି  - ଜୟ,

ଭାରତମାତା କି  - ଜୟ,

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Total Urea stocks currently at 61.14 LMT, up from 55.22 LMT in March 2025

Media Coverage

Total Urea stocks currently at 61.14 LMT, up from 55.22 LMT in March 2025
NM on the go

Nm on the go

Always be the first to hear from the PM. Get the App Now!
...
PM chairs CCS Meeting to review the situation and mitigating measures in the context of ongoing West Asia Conflict
March 22, 2026
Short, Medium and Long term measures to ensure continued availability of essential needs discussed in detail
Alternate sources of fertilizers for farmers were also discussed to ensure continued availability in the future
Several measures discussed to diversify sources of imports required by chemicals, pharmaceuticals, petrochemicals and other industrial sectors
New export destinations to promote Indian goods to be developed in near future
PM instructs that all arms of government should work together to ensure least inconvenience to citizens
PM directs that a group of Ministers and Secretaries be created to work dedicatedly in a whole of government approach
PM instructs for sectoral groups to work in consultation with all stakeholders
PM asks for proper coordination with state governments to ensure no black-marketing and hoarding of important commodities

Prime Minister Shri Narendra Modi chaired a meeting of the Cabinet Committee on Security to review the situation and ongoing and proposed mitigating measures in the context of ongoing West Asia Conflict.

The Cabinet Secretary gave a detailed presentation on the global situation and mitigating measures taken so far and being planned by all concerned Ministries/Departments of Government of India. The expected impact and measures taken to address it across sectors like agriculture, fertilisers, food security, petroleum, power, MSMEs, exporters, shipping, trade, finance, supply chains and all affected sectors were discussed. The overall macro-economic scenario in the country and further measures to be taken were also discussed.

The ongoing conflict in West Asia will have significant short, medium and long term impact on the global economy and its effect on India were assessed and counter-measures, both immediate and long-term, were discussed.

Detailed assessment of availability for critical needs of the common man, including food, energy and fuel security was made. Short term, Medium term and Long term measures to ensure continued availability of essential needs were discussed in detail.

The impact on farmers and their requirement for fertiliser for the Kharif season was assessed. The measures taken in the last few years to maintain adequate stocks of fertilizers will ensure timely availability and food security. Alternate sources of fertilizers were also discussed to ensure continued availability in the future.

It was also determined that adequate supply of coal stocks at all power plants will ensure no shortage of electricity in India.

Several measures were discussed to diversify sources of imports required by chemicals, pharmaceuticals, petrochemicals and other industrial sectors. Similarly new export destinations to promote Indian goods will be developed in the near future.

Several measures proposed by different ministries will be prepared and implemented in the coming days after consultation with all stakeholders.

PM directed that a group of ministers and secretaries be created to work dedicatedly in a whole of government approach. PM also instructed for sectoral groups to work in consultation with all stakeholders.

PM said that the conflict is an evolving situation and the entire world is affected in some form. In such a situation, all efforts must be made to safeguard the citizens from the impact of this conflict. PM instructed that all arms of government should work together to ensure least inconvenience to the citizens. PM also asked for proper coordination with state governments to ensure no black-marketing and hoarding of important commodities.