“ଭାରତକୁ ଏକ ଉନ୍ନତ ଦେଶରେ ପରିଣତ କରିବାର ପ୍ରତିବଦ୍ଧତା ଓ ସଂକଳ୍ପ ନେଇ ଆମେ ନୂତନ ସଂସଦ ଭବନକୁ ଯାଉଛୁ”
“ସଂସଦର କେନ୍ଦ୍ରୀୟ କକ୍ଷ ଆମକୁ ଆମ କର୍ତ୍ତବ୍ୟ ସମ୍ପାଦନ ପାଇଁ ପ୍ରୋତ୍ସାହିତ କରେ”
“ଭାରତ ନୂତନ ଶକ୍ତିରେ ଭରପୂର। ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ”
“ନୂତନ ଆକାଂକ୍ଷାକୁ ନେଇ ନୂଆ ଆଇନ ତିଆରି ଓ ଯୁଗପଯୋଗୀ ନ ଥିବା ଆଇନଗୁଡ଼ିକରୁ ମୁକ୍ତି ପାଇବା ହେଉଛି ସାଂସଦମାନଙ୍କ ପ୍ରଧାନ ଦାୟିତ୍ବ”
“ଅମୃତ କାଳରେ ଆମକୁ ଏକ ଆତ୍ମନିର୍ଭର ଭାରତ ଗଠନ କରିବାକୁ ପଡ଼ିବ”
“ପ୍ରତ୍ୟେକ ଭାରତୀୟଙ୍କ ଆକାଂକ୍ଷାକୁ ଆଖି ଆଗରେ ରଖି ଆମକୁ ସଂସ୍କାର ଆଣିବାକୁ ହେବ”
“ଭାରତକୁ ଏକ ବିରାଟ କାନଭାସରେ କାର୍ଯ୍ୟ କରିବାକୁ ହେବ। ଛୋଟ ପରିସର ମଧ୍ୟରେ ଆଉଟୁପାଉଟୁ ହେବାର ସମୟ ଅତିକ୍ରାନ୍ତ ହୋଇଛି”
“ଆତ୍ମନିର୍ଭର ଭାରତର ସଂକଳ୍ପଗୁଡ଼ିକୁ ଆମକୁ ପୂରଣ କରିବାକୁ ପଡ଼ିବ”
“ସମ୍ବିଧାନର ସଦନ ଆମକୁ ମାର୍ଗଦର୍ଶନ ଦେବା ସହ ସମ୍ବିଧାନ ସଭାରେ ଥିବା ମହାନ ବ୍ୟକ୍ତିତ୍ବ ଗଣଙ୍କ ସମ୍ପର୍କରେ ମନେ ପକାଇ ଦେଉଥିବ”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯-୦୯-୨୦୨୩) ସ୍ବତନ୍ତ୍ର ଅଧିବେଶନ ଅବସରରେ କେନ୍ଦ୍ରୀୟ କକ୍ଷରେ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି।

ଆଦରଣୀୟ ଉପରାଷ୍ଟ୍ରପତି ମହୋଦୟ ! ଆଦରଣୀୟ ବାଚସ୍ପତି ମହୋଦୟ! ମଂଚରେ ବିରାଜିତ ସମସ୍ତ ବରିଷ୍ଠ ମହାନୁଭବ ଏବଂ 140 କୋଟି ଦେଶବାସୀଙ୍କ ପ୍ରତିନିଧି ସମସ୍ତ ମାନନୀୟ ସାଂସଦ ଗଣ ।

ଆପଣମାନଙ୍କୁ ଏବଂ ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ଅନେକ- ଅନେକ ଶୁଭକାମନା । ଆଜି ନୂତନ ସଂସଦ ଭବନରେ ଆମେ ସମସ୍ତେ ମିଳିମିଶି ଏକ ନୂତନ ଭବିଷ୍ୟତର ଶୁଭାରମ୍ଭ (ଶ୍ରୀଗଣେଶ) କରିବାକୁ ଯାଉଛେ । ଆଜି ଆମେ ଏଠାରେ ବିକଶିତ ଭାରତର ସଂକଳ୍ପ ଦୋହରାଇବା ପାଇଁ ପୁଣିି ଥରେ ସଂକଳ୍ପବଦ୍ଧ ହେବା ଏବଂ ତାହାକୁ ପରିପୂର୍ଣ୍ଣ କରିବା ପାଇଁ ମନ- ପ୍ରାଣ ଦେଇ ଯୋଡି ହେବାର ଲକ୍ଷ୍ୟରେ ନୂତନ ଭବନ ଆଡକୁ ପ୍ରସ୍ଥାନ କରୁଛେ । ସମ୍ମାନନୀୟ ସଭାଗୃହ, ଏହି ଭବନ ଆଉ ତାହା ମଧ୍ୟରେ ଏହି କେନ୍ଦ୍ରୀୟ କକ୍ଷ ଏକ ପ୍ରକାରରେ ଆମର ଭାବନାରେ ଭରି ହୋଇ ରହିଛି । ଆମକୁ ମଧ୍ୟ ଭାବୁକ କରୁଛି ଏବଂ ଆମର କର୍ତବ୍ୟ ପାଇଁ ପ୍ରେରଣା ମଧ୍ୟ ଦେଉଛି । ସ୍ୱାଧୀନତାର ପୂର୍ବ ସମୟରେ ଏହା ଏକ ପ୍ରକାରରେ ଗ୍ରନ୍ଥାଗାର ଭାବେ ବ୍ୟବହାର ହେଉଥିଲା । କିନ୍ତୁ ପରେ ସମ୍ବିଧାନ ସଭାର ବୈଠକ ଏଠାରେ ଆରମ୍ଭ ହେଲା ଆଉ ସେହି ସମ୍ବିଧାନ ସଭାର ବୈଠକ ଦ୍ୱାରା ଗଭୀର ଚର୍ଚ୍ଚା, ବିଚାର- ବିମର୍ଶ କରି ଆମର ସମ୍ବିଧାନ ଏହି ଆକାର ନେଲା । ଏଠାରେ 1947ରେ ଇଂରେଜ ସରକାର କ୍ଷମତା ହସ୍ତାନ୍ତରଣ କଲେ, ସେହି ପ୍ରକ୍ରିୟାର ମଧ୍ୟ ସାକ୍ଷୀ ହେଉଛି ଆମର କେନ୍ଦ୍ରୀୟ କକ୍ଷ । ଏହି କେନ୍ଦ୍ରୀୟ କକ୍ଷରେ ଭାରତର ତିରଙ୍ଗାକୁ ଗ୍ରହଣ କରାଗଲା, ଆମର ରାଷ୍ଟ୍ରଗାନକୁ ଆପଣାଇ ନିଆ ଗଲା । ଆଉ ସ୍ୱାଧୀନତା ପରେ ଐତିହାସିକ ଅବସରରେ ମଧ୍ୟ ସମସ୍ତ ସରକାରଙ୍କ ସମୟରେ ଅନେକ ସୁଯୋଗ ଆସିଛି ଯେତେବେଳେ ଉଭୟ ସଦନ ମିଶି ଏଠାରେ ଭାରତର ଭାଗ୍ୟକୁ ଗଢିବାର କଥା ଉପରେ ବିଚାର କରାଯାଇଛି, ସହମତି ହେଇଛି ଓ ନିର୍ଣ୍ଣୟ ମଧ୍ୟ ନିଆଯାଇଛି ।

 

1952 ପରେ ବିଶ୍ୱର ପ୍ରାୟ 41 ରାଷ୍ଟ୍ର ଅଧ୍ୟକ୍ଷ ଏହି କେନ୍ଦ୍ରୀୟ କକ୍ଷରେ ଆମର ସମସ୍ତ ମାନନୀୟ ସାଂସଦଙ୍କୁ ସମ୍ବୋଧିତ କରିଛନ୍ତି । ଆମର ରାଷ୍ଟ୍ରପତି ମହୋଦୟମାନଙ୍କ ଦ୍ୱାରା 86 ଥର ଏଠାରେ ସମ୍ବୋଧନ କରାଯାଇଛି । ବିଗତ ସାତ ଦଶକରେ ଯେଉଁ ସାଥୀମାନେ ଏହି ଦାୟିତ୍ୱ ସହିତ ସମୟ ଅତିବାହିତ କରିଛନ୍ତି, ଦାୟିତ୍ୱ ସମ୍ଭାଳିଛନ୍ତି, ଅନେକ ଆଇନ, ଅନେକ ସଂଶୋଧନ ଏବଂ ଅନେକ ସଂସ୍କାରର ଅଂଶ ପାଲଟିଛନ୍ତି । ଏ ପର୍ଯ୍ୟନ୍ତ ଲୋକସଭା ଏବଂ ରାଜ୍ୟସଭା ମିଳିମିଶି ପାଖାପାଖି 4 ହଜାରରୁ ଅଧିକ ଆଇନ ଗୃହୀତ କରାଇଛନ୍ତି । ଆଉ ଯେବେ ଆବଶ୍ୟକ ପଡିଛି ସେତେବେଳେ ମିଳିତ ଅଧିବେଶନ ମାଧ୍ୟମରେ ମଧ୍ୟ ଆଇନ ପାରିତ କରିବା ଦିଗରେ ରଣନୀତି ପ୍ରସ୍ତୁତ କରିବାକୁ ପଡିଛି ଏବଂ ତାହା ଅଧୀନରେ ମଧ୍ୟ ଯୌତୁକ ନିୟନ୍ତ୍ରଣ ଆଇନ ହେଉ, ବ୍ୟାଙ୍କିଙ୍ଗ ସେବା କମିଶନ ବିଲ୍ ହେଉ, ଆତଙ୍କବାଦ ମୁକାବିଲା ଆଇନ ହେଉ, ଏହା ସବୁ ମିଳିତ ଅଧିବେଶନରେ ପାସ କରାଯାଇଛି, ଏହି ଗୃହରେ ପାସ କରାଯାଇଛି । ଏହି ସଂସଦରେ ମୁସଲମାନ ଭଉଣୀ, ଝିଅମାନଙ୍କୁ ନ୍ୟାୟର ଯେଉଁ ପ୍ରତୀକ୍ଷା ଥିଲା, ଶାହବାନୋ ମାମଲାରେ ଗାଡି କିଛି ଅନ୍ୟ ପକ୍ଷ ଆଡକୁ ଚାଲିଯାଇଥିଲା, ଏହି ସଦନ ଆମର ସେହି ଭୁଲ ବା ତ୍ରୁଟିକୁ ଠିକ୍ କରିଥିଲା ଆଉ ତିନି ତଲାକ ବିରୋଧରେ ଆମେ ସମସ୍ତେ ମିଳିମିଶି ଗୃହୀତ କଲେ । ସଂସଦ ବିଗତ ବର୍ଷମାନଙ୍କରେ ତୃତୀୟ ଲିଙ୍ଗ ବା କିନ୍ନର ମାନଙ୍କୁ ନ୍ୟାୟ ପ୍ରଦାନ କରିବା ଭଳି ଆଇନ ମଧ୍ୟ ପ୍ରସ୍ତୁତ କରିଛି । ଏହା ମାଧ୍ୟମରେ ଆମେ ତୃତୀୟ ଲିଙ୍ଗ ବା କିନ୍ନରମାନଙ୍କ ପ୍ରତି ସଦ୍ଭାବ ଏବଂ ସମ୍ମାନର ଭାବ ସହିତ ସେମାନଙ୍କୁ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟ ଯେଉଁ ସୁବିଧା ରହିଛି, ଏକ ଗରିମାର ସହିତ ପ୍ରାପ୍ତ କରି ପାରନ୍ତୁ, ଏହି ଦିଗରେ ଆମେ ଆଗକୁ ବଢିଛୁ । ଆମେ ସମସ୍ତେ ମିଳିମିଶି ଆମର ଦିବ୍ୟାଙ୍ଗଜନଙ୍କ ପାଇଁ ମଧ୍ୟ, ସେମାନଙ୍କର ଆବଶ୍ୟକତାକୁ ଦେଖି, ସେମାନଙ୍କର ଆକାଂକ୍ଷାକୁ ଦେଖି ଏଭଳି ଆଇନ ପ୍ରସ୍ତୁତ କରିଛୁ ଯାହା ସେମାନଙ୍କର ଉଜ୍ଜଳ ଭବିଷ୍ୟତର ଗ୍ୟାରେଂଟି ପାଲଟିଗଲା । ଧାରା- 370 ଉଚ୍ଛେଦକୁ ନେଇ, ସେହି ବିଷୟ ଏଭଳି ଥିଲା ବୋଧହୁଏ କୌଣସି ଏଭଳି ଦଶକ ନ ଥିବ ଯେଉଁଥିରେ ଚର୍ଚ୍ଚା ହୋଇ ନ ଥିବ, ଚିନ୍ତା ହୋଇ ନ ଥିବ ଏବଂ ଦାବି ହୋଇ ନ ଥିବ, ଆକ୍ରୋଶ ମଧ୍ୟ ବ୍ୟକ୍ତ ହୋଇଛି, ସଭା ଗୃହରେ ମଧ୍ୟ ହୋଇଛି, ସଭାଗୃହ ବାହାରେ ମଧ୍ୟ ହୋଇଛି, କିନ୍ତୁ ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଆମେ ଏହି ସଦନରେ ଧାରା-370ରୁ ମୁକ୍ତି ପାଇବା, ବିଚ୍ଛିନ୍ନତାବାଦ, ଆତଙ୍କବାଦ ବିରୋଧରେ ଲଢେଇ କରିବାର ହେଉଛି ଏକ ବଡ଼ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ । ଆଉ ଏହି ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟରେ ମାନନୀୟ ସାଂସଦଙ୍କର, ସଂସଦର ବହୁତ ବଡ଼ ଭୂମିକା ରହିଛି । ଜମ୍ମୁ-କଶ୍ମୀରରେ ଏହି ସଦନ ଦ୍ୱାରା ପ୍ରସ୍ତୁତ ହୋଇଥିବା ସମ୍ବିଧାନ, ଆମର ପୂର୍ବ ପୁରୁଷମାନେ ଦେଇଥିବା ସେହି ମହା ମୂଲ୍ୟବାନ ଦସ୍ତାବେଜ, ଜମ୍ମୁ-କଶ୍ମୀରରେ ଲାଗୁ କରିଛନ୍ତି ସେତେବେଳେ ଏହି ମାଟିକୁ ପ୍ରଣାମ କରିବାକୁ ମନ ହେଉଛି ।

ଆଜି ଜମ୍ମୁ ଏବଂ କଶ୍ମୀର ଶାନ୍ତି ଏବଂ ବିକାଶର ପଥରେ ଚଲିବା ପାଇଁ ପ୍ରତିବଦ୍ଧ ହୋଇଛି ଆଉ ନୂତନ ଉଦ୍ଦୀପନା, ନୂତନ ଉତ୍ସାହ, ନୂତନ ସଂକଳ୍ପ ସହିତ ଜମ୍ମୁ-କଶ୍ମୀରର ଲୋକ ଆଗକୁ ବଢ଼ିବାର କୌଣସି ସୁଯୋଗ ଏବେ ଛାଡ଼ିବାକୁ ଚାହୁଁ ନାହାଁନ୍ତି । ଏହା ଦେଖାଉଛି ଯେ ସଂସଦର ସଦସ୍ୟମାନେ ମିଳିମିଶି ସଂସଦ ଭବନରେ କେତେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ମାନନୀୟ ସାଂସଦଗଣ, ଲାଲକିଲ୍ଲାରୁ ମୁଁ କହିଥିଲି ଏହି ସମୟ ହେଉଛି, ହେଉଛି ଉପଯୁକ୍ତ ସମୟ । ଗୋଟିଏ ପରେ ଗୋଟିଏ ଘଟଣାଗୁଡ଼ିକ ପ୍ରତି ଯଦି ଆମେ ଦୃଷ୍ଟି ଦେବା, ତେବେ ପ୍ରତ୍ୟେକ ଘଟଣା ଏହି କଥାର ପ୍ରମାଣ ଦେଉଛି ଯେ ଆଜି ଭାରତ ଏକ ନୂତନ ଚେତନାକୁ ନେଇ ପୁନଃଜାଗ୍ରତ ହୋଇ ସାରିଛି । ଭାରତ ନୂତନ ଉର୍ଜ୍ଜାରେ ଭରି ହୋଇ ଯାଇଛି ଆଉ ଏହି ଚେତନା, ଏହି ଉର୍ଜ୍ଜା ଦେଶ ପାଇଁ କୋଟି- କୋଟି ଲୋକଙ୍କ ସ୍ୱପ୍ନକୁ ସଂକଳ୍ପରେ ପରିବର୍ତନ କରି ପାରିବ ଆଉ ସଂକଳ୍ପକୁ ପରିଶ୍ରମର ପରାକାଷ୍ଠା କରି ସିଦ୍ଧି ପର୍ଯ୍ୟନ୍ତ ପହଂଚାଇ ପାରିବ, ଏହା ଆମେ ଦେଖି ପାରୁଛେ । ଆଉ ମୋର ବିଶ୍ୱାସ ଅଛି ଯେ ଦେଶ ଯେଉଁ ଦିଗରେ ଆଗେଇ ଚାଲିଛି କିଛି ତ ପରିଣାମ ଅବଶ୍ୟ ପ୍ରାପ୍ତ ହେବ । ଆମେ ଗତିକୁ ଯେତେ ଦ୍ରୁତ କରିବା, ପରିଣାମ ସେତେ ଶୀଘ୍ର ମିଳିବ ।

 

ଆଜି ଭାରତ ବିଶ୍ୱର ପଂଚମ ଅର୍ଥବ୍ୟବସ୍ଥାରେ ପହଂଚିଛି । କିନ୍ତୁ ପ୍ରଥମ ତିନିରେ ପହଂଚିବାର ସଂକଳ୍ପ ସହିତ ଆଗକୁ ଅଗ୍ରସର ହେଉଛି । ଆଉ ମୁଁ ଯେଉଁ ସ୍ଥାନରେ ବସିଛି, ଯେଉଁ ସୂଚନାମାନ ପ୍ରାପ୍ତ ହୋଇଛି ସେହି ଆଧାରରେ, ବିଶ୍ୱର ମାନ୍ୟଗଣ୍ୟ ଲୋକଙ୍କ ସହିତ କଥା ହେଉଛି, ସେହି ଆଧାରରେ, ମୁଁ ବଡ଼ ଆତ୍ମବିଶ୍ୱାସର ସହ କହୁଛି, ଆମ୍ଭମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ନିରାଶା ହୋଇପାରେ । କିନ୍ତୁ ବିଶ୍ୱ ଆଶ୍ୱସ୍ତ ଅଛି, ଏହି ଭାରତ ଶ୍ରେଷ୍ଠ- ୩ରେ ପହଂଚି କରି ରହିବ । ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ର ଆଜି ନିଜ ଦୃଢ଼ତାର କାରଣରୁ ପୁଣିଥରେ ବିଶ୍ୱରେ ସକାରାତ୍ମକ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ଭାରତର ଶାସନର ମଡେଲ, ୟୁପିଆଇ, ଡିଜିଟାଲ ଷ୍ଟେକ । ମୁଁ ଏହି G-20 ରେ ଦେଖୁଥିଲି, ମୁଁ ବାଲିରେ ମଧ୍ୟ ଦେଖିଥିଲି । ପ୍ରଯୁକ୍ତିବିଦ୍ୟା ଜଗତକୁ ନେଇ ଭାରତର ଯୁବକମାନେ ଯେଉଁଭଳି ଭାବେ ଆଗକୁ ବଢୁଛନ୍ତି ସମଗ୍ର ବିଶ୍ୱ ପାଇଁ ଏହା ମଧ୍ୟ କୌତୁହଳ ପାଲଟିଛି, ଆକର୍ଷଣ ମଧ୍ୟ ହୋଇଛି ଆଉ ଏହାକୁ ମଧ୍ୟ ଗ୍ରହଣ କରାଯାଇଛି । ଆମେ ସମସ୍ତେ ସେହି ସମୟରେ ଅଛେ । ମୁଁ କହିବି ଆମେମାନେ ହେଉଛେ ଭାଗ୍ୟବାନ ଲୋକ । ଏଭଳି ଭାଗ୍ୟବାନ ସମୟରେ ଆମମାନଙ୍କୁ କିଛି ଦାୟିତ୍ୱ ତୁଲାଇବାର ସୁଯୋଗ ଆସିଛି ଆଉ ଆମର ସବୁଠାରୁ ବଡ଼ ସୌଭାଗ୍ୟ ଏହା ହେଉଛି ଯେ, ଆଜି ଭାରତୀୟ ମାନଙ୍କର ଆକାଂକ୍ଷା ସେହି ଶିଖରରେ ଅଛି ଯାହା ବୋଧହୁଏ ବିଗତ ହଜାରେ ବର୍ଷ ମଧ୍ୟରେ ରହି ନ ଥିବ । ପରାଧୀନତାର ଶୃଙ୍ଖଳ ତାହାର ଆକାଂକ୍ଷାକୁ ଚାପି ରଖିଥିଲା, ସେହି ଭାବନା ଗୁଡ଼ିକୁ ନଷ୍ଟଭ୍ରଷ୍ଟ କରି ଦେଇଥିଲା । ସ୍ୱାଧୀନ ଭାରତରେ ସେ ନିଜ ସ୍ୱପ୍ନକୁ ସଜାଇ ରଖିଥିଲା । ଆହ୍ୱାନ ସହିତ ମୁକାବିଲା କରୁଥିଲା । କିନ୍ତୁ ମିଳିମିଶି ଆଜି ଯେଉଁଠି ପହଂଚିଛେ, ଏବେ ସେଠାରେ ଆଉ ଅଟକିବାକୁ ଚାହୁଁ ନାହାଁନ୍ତି । ସେମାନେ ଆକାଂକ୍ଷିତ ସମାଜ ସହିତ ନୂତନ ସ୍ୱପ୍ନ ବୁଣିଛନ୍ତି, ସଂକଳ୍ପ ନେଇ ବାହାରି ପଡ଼ିଛନ୍ତି । ସେତେବେଳେ ପୁରୁଣା ଆଇନରୁ ମୁକ୍ତି ପାଇ ନୂତନ ଆଇନ ପ୍ରସ୍ତୁତ କରିବାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ମାର୍ଗ ପ୍ରଶସ୍ତ କରିବାର ଦାୟିତ୍ୱ ଆମ ସମସ୍ତ ସାଂସଦମାନଙ୍କୁ ସବିଶେଷ ବିବରଣୀ ଦିଆ ଯାଇଥାଏ । ସଂସଦରେ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ଆଇନ, ସଂସଦରେ ହେଉଥିବା ପ୍ରତ୍ୟେକ ଚର୍ଚ୍ଚା, ସଂସଦରୁ ଯାଉଥିବା ପ୍ରତ୍ୟେକ ସଙ୍କେତ ଭାରତୀୟ ଆକାଂକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ହିଁ ଉଚିତ ହେବ, ଏହା ଆମ ସମସ୍ତଙ୍କର ଭାବନା ମଧ୍ୟ, କର୍ତବ୍ୟ ମଧ୍ୟ ଆଉ ଜଣେ ଜଣେ ଦେଶବାସୀଙ୍କ ଆମମାନଙ୍କ ଠାରୁ ଆଶା ମଧ୍ୟ ରହିଛି । ଆମେ ଯାହା ମଧ୍ୟ ସଂସ୍କାର କରିବା, ତାହାର ମୂଳରେ ଭାରତର ଆକାଂକ୍ଷା ସବୁଠାରୁ ସର୍ବୋଚ୍ଚ ପଦରେ ରହିବା ଆବଶ୍ୟକ, ପ୍ରାଥମିକତା ଦେବା ଆବଶ୍ୟକ । କିନ୍ତୁ ମୁଁ ବହୁତ ଚିନ୍ତାକରି, ବୁଝି ବିଚାରି କହିବାକୁ ଚାହୁଁଛି ଯେ କ’ଣ କେବେ ଛୋଟ କାନଭାସରେ କୌଣସି ବଡ଼ ଚିତ୍ର ଅଙ୍କା ଯାଇ ପାରେ କି ? ଯେପରି ଛୋଟ କାନଭାସରେ ବଡ଼ ଚିତ୍ର କରି ପାରିବା ନାହିଁ, ସେହିପରି ଆମେ ମଧ୍ୟ ଯଦି ଆମର ନିଜ ଚିନ୍ତାଧାରାର କାନଭାସକୁ ବଡ଼ କରିବା ନାହିଁ, ତେବେ ଭବ୍ୟ ଭାରତର ଚିତ୍ର ମଧ୍ୟ ଆମେ ଆଙ୍କି ପାରିବା ନାହିଁ । ଆମ ପାଖରେ 75 ବର୍ଷର ଅନୁଭବ ରହିଛି । ଆମର ପୂର୍ବ ପୁରୁଷମାନେ କୌଣସି ମଧ୍ୟ ପଥ ପ୍ରସ୍ତୁତ କରିଛନ୍ତି ତାହା ଆମେ ଶିଖିଛୁ । ଆମ ପାଖରେ ଏକ ବହୁତ ବଡ଼ ପରମ୍ପରା ରହିଛି । ଆମେ ଯଦି ଏହି ପରମ୍ପରା ସହିତ ଆମର ସ୍ୱପ୍ନ, ଆମର ସଂକଳ୍ପକୁ ଯୋଡ଼ି ଦେବା, ତେବେ ଆମର ଚିନ୍ତା କରିବାର ପରିସର ବଦଳି ଯିବ । ଅମର କାନଭାସ ବଡ଼ ହୋଇଯିବ, ତେବେ ଆମେ ମଧ୍ୟ ସେହି ଭବ୍ୟ ଭାରତର ଚିତ୍ରକୁ ଅଙ୍କିତ କରି ପାରିବା, ସେହି ଛବିର ନକ୍ସା ଆଙ୍କି ପାରିବା, ସେଥିରେ ରଙ୍ଗ ଭରିବାର କାମ ଆମେ ମଧ୍ୟ କରି ପାରିବା ଆଉ ଆଗାମୀ ପିଢ଼ୀକୁ ସେହି ଭବ୍ୟ, ଦିବ୍ୟ ମାଆ ଭାରତୀଙ୍କୁ, ଆମେ ସେମାନଙ୍କୁ ସମର୍ପିତ କରି ପାରିବା ବନ୍ଧୁଗଣ ।

ଅମୃତକାଳର 25 ବର୍ଷରେ ଭାରତକୁ ଏବେ ବଡ଼- ବଡ଼ କାନଭାସରେ କାର୍ଯ୍ୟ କରିବାକୁ ହିଁ ହେବ । ଏବେ ଆମ ପାଇଁ ଛୋଟ- ଛୋଟ କଥାରେ ଦ୍ୱନ୍ଦ ଆଣିବା, ସେହି ସମୟ ଚାଲି ଯାଇଛି । ଆମକୁ ଆତ୍ମନିର୍ଭର ଭାରତ ସୃଷ୍ଟି କରିବାର ଲକ୍ଷ୍ୟକୁ ସର୍ବ ପ୍ରଥମେ ପରିପୂର୍ଣ୍ଣ କରିବା ଆବଶ୍ୟକ । ଆଉ ଆମଠାରୁ ଶୁଭାରମ୍ଭ ହୋଇଥାଏ, ପ୍ରତ୍ୟେକ ନାଗରିକଙ୍କ ଠାରୁ ଶୁଭାରମ୍ଭ ହେଉଛି, ଆଉ ଆଜି ବିଶ୍ୱରେ ମଧ୍ୟ ଏଭଳି ଏକ ସମୟ ଥିଲା, ଯେ ଲୋକମାନେ ମୋତେ କହୁଥିଲେ । ଆମର ବଡ଼- ବଡ଼ ବୁଦ୍ଧିଜୀବୀ ଏବଂ ଅର୍ଥଶାସ୍ତ୍ରୀ ଲେଖୁଥିଲେ ଯେ ମୋଦୀ ଆତ୍ମନିର୍ଭରର କଥା କହୁଛନ୍ତି, ତେବେ ବହୁପକ୍ଷୀୟଙ୍କ ସାମ୍ନାରେ ଏହା ଆହ୍ୱାନ ପାଲଟିଯିବ ନାହିଁ ତ’ । ବୈଶ୍ୱିକ ଅର୍ଥନୀତି ସମୟରେ ତ’ ଠିକ୍ ହେବନାହିଁ, କିନ୍ତୁ ପାଂଚ ବର୍ଷ ମଧ୍ୟରେ ଦେଖିବାକୁ ମିଳିଲା, ବିଶ୍ୱ ଭାରତର ଆତ୍ମନିର୍ଭର ମଡେଲର ଚର୍ଚ୍ଚା କରିବାରେ ଲାଗିଛି । ଆଉ କୌଣସି ହିନ୍ଦୁସ୍ତାନୀ ଚାହିଁବେ ନାହିଁ ଯେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେଉ, ଶକ୍ତି କ୍ଷେତ୍ରରେ ଆମେ ଆତ୍ମନିର୍ଭର ହେଉ, ଖାଇବା ତେଲ ହେଉ, କ’ଣ ଏହି ଦିଗରେ ଦେଶକୁ ଆତ୍ମନିର୍ଭର ହେବା ଉଚିତ ନୁହେଁ । ଆମେ କହୁଛୁ ଦେଶ ହେଉଛି କୃଷି ପ୍ରଧାନ । ଖଇବା ତେଲ କ’ଣ ଏବେ ଦେଶ ବାହାରୁ ଆଣିବା? ଏହା ସମୟର ଆବଶ୍ୟକତା ଯେ ଆମେ ଆତ୍ମନିର୍ଭର ସଂକଳ୍ପକୁ ପୂରଣ କରିବା, ଏହା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ, ଏଥିରେ ଦଳ ପ୍ରତିବନ୍ଧକ ନୁହେଁ, ବିଶାଳ ହୃଦୟ ଆବଶ୍ୟକ, ଦେଶ ପାଇଁ ଆବଶ୍ୟକ ।

ଆମକୁ ଏବେ ବିନିର୍ମାଣ କ୍ଷେତ୍ରରେ ବିଶ୍ୱର ସର୍ବଶ୍ରେଷ୍ଠ ହେବା ଦିଗରେ ହିଁ ପାଦ ରଖିବାକୁ ହେବ । ଆଉ ମୁଁ ଥରେ ଲାଲକିଲାରୁ କହିଥିଲି ଶୂନ୍ୟ ତ୍ରୁଟି, ଶୂନ୍ୟ ପ୍ରଭାବ (zero defect, zero effect), ଆମର ଉତ୍ପାଦରେ କୌଣସି ତ୍ରୁଟି ନରହୁ, ଆମର ପ୍ରକ୍ରିୟାରେ ପର୍ଯ୍ୟାବରଣ ଉପରେ କୌଣସି ପ୍ରଭାବ ନ ପଡୁ, ଏଭଳି ତ୍ରୁଟି, ଶୂନ୍ୟ ପ୍ରଭାବ ଥିବା ଭଳି ଉତ୍ପାଦ ଆମକୁ ବିଶ୍ୱ ସାମ୍ନାରେ ବିନିର୍ମାଣ କ୍ଷେତ୍ରକୁ ନେଇ ଯିବାକୁ ହେବ । ଆମର ଡିଜାଇନର, ଆମର ଏଠାରେ ନିର୍ମାଣ ହେଉଥିବା ଡିଜାଇନ, ଆମର ସଫ୍ଟୱେୟର, ଆମର କୃଷି ଉତ୍ପାଦ, ଆମର ହସ୍ତଶିଳ୍ପ, ପ୍ରତ୍ୟେକ କ୍ଷେତ୍ରରେ ଏବେ ଆମକୁ ବୈଶ୍ୱିକ ମାନଦଣ୍ଡକୁ ଅତିକ୍ରମ କରିବାର ଲକ୍ଷ୍ୟରେ ହିଁ ଚାଲିବା ଆବଶ୍ୟକ ତେବେ ଯାଇ ବିଶ୍ୱ ମଧ୍ୟରେ ଆମେ ଗର୍ବର ସହିତ ଆମର ପତାକା ଉଡାଇ ପାରିବା । ମୋ ଗାଁରେ ମୋର ସବୁଠାରୁ ଭଲ ସୁନାମ ହେଉ, ଏହି କଥାରେ କାମ ଚଳିବ ନାହିଁ, ମୋ ରାଜ୍ୟରେ ମୋର ସବୁଠାରୁ ଭଲ ଉତ୍ପାଦ ଚଳିବ ନାହିଁ, ମୋ ଦେଶରେ ମୋର ସବୁଠାରୁ ଭଲ ଉତ୍ପାଦ ତାହା ମଧ୍ୟ ଚଳିବ ନାହିଁ, ବିଶ୍ୱରେ ମୋର ସବୁଠାରୁ ଭଲ ଉତ୍ପାଦ ହେବ, ଏହି ଭାବ ଆମକୁ ସୃଷ୍ଟି କରିବାକୁ ହେବ । ଆମର ବିଶ୍ୱବିଦ୍ୟାଳୟ ଗୁଡିକ ବିଶ୍ୱ ମାନ୍ୟତାରେ ଶ୍ରେଷ୍ଠ ସ୍ଥାନରେ ଆସନ୍ତୁ, ଏବେ ଆମକୁ ଏଥିରେ ପଛରେ ରହିବାର ନାହିଁ । ଆମର ଶିକ୍ଷା ଜଗତକୁ ନୂତନ ଜାତୀୟ ଶିକ୍ଷା ନୀତି ମିଳିଛି, ଏକ ଉନ୍ମୁକ୍ତ ଭାବ ରହୁ, ସର୍ବତ୍ର ଅନୁମୋଦନ ମିଳିଛି । ଏହି ଆଧାରେ ଏବେ ଆମକୁ ଆଗେଇ ଚାଲିବାକୁ ହେବ ଏବଂ ବିଶ୍ୱର ଏହି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ, ଏବେ ଯେତେବେଳେ G-20 ରେ ଯୋଗ ଦେବାକୁ ବିଶ୍ୱର ଅତିଥିମାନେ ଆସିଥିଲେ ସେତେବେଳେ ମୁଁ ନାଳନ୍ଦାର ଏକ ଛବି ସେଠାରେ ରଖିଥିଲି ଆଉ ବିଶ୍ୱକୁ କହୁଥିଲି 1500 ବର୍ଷ ପୂର୍ବେ ମୋ ଦେଶରେ ବିଶ୍ୱର ଉତମରୁ ଅତି ଉତମ ବିଶ୍ୱବିଦ୍ୟାଳୟ ଥିଲା, ସେତେବେଳେ ତାହା ଶୁଣି ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ରହି ଯାଉଥିଲେ । କିନ୍ତୁ ଆମକୁ ସେଠାରୁ ପ୍ରେରଣା ନେବାର ଅଛି ଆଉ ଏବେ ପ୍ରାପ୍ତ କରିବାର ଅଛି, ଏହା ହେଉଛି ଆମର ସଂକଳ୍ପ ।

 

ଆଜି ଆମ ଦେଶର ଯୁବକମାନେ କ୍ରୀଡା ଜଗତରେ ବିଶ୍ୱରେ ଆମର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ସହରରୁ, ଗାଁର ଗରିବ ପରିବାରରୁ, ଗାଁରୁ ଦେଶର ଯୁବକ, ଦେଶରର ପୁଅ- ଝିଅମାନେ ଆଜି ଖେଳକୁଦର ଜଗତରେ ଆମର ନାମ ଉଜ୍ଜ୍ୱଳ କରୁଛନ୍ତି। କିନ୍ତୁ ଦେଶ ଚାହୁଁଛି ଆଉ ଦେଶକୁ ସଂକଳ୍ପ ନେବାର ଅଛି ଯେ, ଏବେ ଖେଳକୁଦର ପ୍ରତ୍ୟେକ ପୋଡିୟମରେ ଆମର ତ୍ରିରଙ୍ଗା ମଧ୍ୟ ଉଡିବ । ଏବେ ଆମକୁ ଆମର ସମ୍ପୂର୍ଣ୍ଣ ଚିନ୍ତାଧାରକୁ ଗୁଣାତ୍ମକ ଉପରେ ଦୃଷ୍ଟି ଦେବାକୁ ହେବ, ଫଳରେ ଆମକୁ ବିଶ୍ୱର ଆଶା ଆକାଂକ୍ଷାର ଅନୁକୂଳ ଏବଂ ଭାରତର ସାଧାରଣ ମଣିଷର ଜୀବନରେ ମଧ୍ୟ ‘ଗୁଣାତ୍ମକ ଜୀବନ’ ପ୍ରତି ଯେଉଁ ଆକାଂକ୍ଷା ବୃଦ୍ଧି ପାଉଛି, ତାହାକୁ ଆମେ ସମାଧାନ କରି ପାରିବା । ଆଉ ଯେପରି ମୁଁ କହିଲି ଯେ ଆମେ ହେଉଛନ୍ତି ଭାଗ୍ୟବାନ, ଆମେ ସେହି ସମୟରେ କାର୍ଯ୍ୟ କରୁଛେ ଯେତେବେଳେ ସମାଜ ନିଜକୁ ନିଜେ ହେଉଛି ଏକ ଆକାଂକ୍ଷିତ ସମାଜ । ଆମର ମଧ୍ୟ ଆଉ ଏକ ଭାଗ୍ୟ ହେଉଛି ଯେ, ଆମେ ସେହି ସମୟରେ ଅଛେ ଯେତେବେଳେ ହିନ୍ଦୁସ୍ତାନ ହେଉଛି ଯୁବକମାନଙ୍କର ଦେଶ । ଆମେ ବିଶ୍ୱର ସର୍ବ ବୃହତ ଜନସଂଖ୍ୟା ଥିବା ଦେଶ ପାଲଟିଛେ, କିନ୍ତୁ ସେଥିରୁ ସବୁଠାରୁ ଅଧିକ ସଂଖ୍ୟା ହେଉଛି ଯୁବକମାନଙ୍କର, ଏହା ପ୍ରଥମ ଥର ପାଇଁ ହୋଇଛି । ଯେଉଁ ଦେଶ ପାଖରେ ଏହି ଯୁବ ଶକ୍ତି ଅଛନ୍ତି, ଯୁବ ସାମର୍ଥ୍ୟ ଅଛି ସେତେବେଳେ ଆମକୁ ସେମାନଙ୍କର ପ୍ରତିଭା ଉପରେ ଭରସା ଅଛି, ଆମକୁ ସେମାନଙ୍କର ସଂକଳ୍ପ ଶକ୍ତି ଉପରେ ଭରସା ଅଛି, ସେମାନଙ୍କର ସାହସ ଉପରେ ଆମର ଭରସା ଅଛି, ଆଉ ଏଥିପାଇଁ ଆମେ ଚାହୁଁଛେ ଯେ ବିଶ୍ୱରେ ଭାରତରୁ ଯୁବକମାନେ ଆଗ ଧାଡିରେ ନଜର ଆସିବା ଉଚିତ, ସେହି ସ୍ଥିତି ସୃଷ୍ଟି ହେବା ଉଚିତ । ଆଜି ସମଗ୍ର ବିଶ୍ୱକୁ କୁଶଳୀ ମାନବ ସମ୍ବଳର ବହୁତ ବଡ଼ ଆବଶ୍ୟକତା ରହିଛି ଆଉ ଭାରତ ବିଶ୍ୱର ଏହି ଆବଶ୍ୟକତାର ପୂରଣ ପାଇଁ ନିଜକୁ ନିଜେ ସଜବାଜ କରୁଛି ଆଉ ସେହିସବୁ ଆବଶ୍ୟକତା ଗୁଡ଼ିକୁ ପୂରଣ କରି ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ସୃଷ୍ଟି କରି ପାରିବ । ଆଉ ଏଥିପାଇଁ ବିଶ୍ୱରେ ସେମାନଙ୍କର ଆବଶ୍ୟକତା ଲାଗି କେଉଁ ପ୍ରକାରର ମାନବ ସମ୍ବଳର ଦରକାର ରହିଛି, କେଉଁ ପ୍ରକାରର ସେମାନଙ୍କୁ ମାନବ ସମ୍ବଳର ଆବଶ୍ୟକତା ରହିଛି । କୌଶଳ ମ୍ୟାପିଂର କାର୍ଯ୍ୟ ମଧ୍ୟ ଚାଲୁ ରହିଛି ଆଉ କୌଶଳ ମ୍ୟାପିଂ ଅନୁସାରେ ଭାରତ ମଧ୍ୟରେ କୌଶଳ ବିକାଶ ଦିଗରେ ଆମେ ଗୁରୁତ୍ୱ ପ୍ରଦାନ କରୁଛୁ ଆଉ ଆମେ ଯେତେ ଅଧିକ ମାତ୍ରାରେ କୌଶଳ ବିକାଶ ଉପରେ ଗୁରୁତ୍ୱ ଦେବା, ଭାରତର ଯୁବକମାନଙ୍କର ସାମର୍ଥ୍ୟ ବିଶ୍ୱରେ ନିଜର ପ୍ରତିଷ୍ଠା ପ୍ରତିପାଦନ କରିବାରେ କୌଣସି ଊଣା ରହିବ ନାହିଁ । ଆଉ ହିନ୍ଦୁସ୍ତାନୀ ଯେଉଁଠାକୁ ଯାଇଛି, ସେ ଉତମ ସ୍ୱଭାବର ଛାପ ହିଁ ଛାଡ଼ିଛି, କିଛି କରିବାର ଛାପ ଛାଡ଼ିଛି । ଏହି ସାମର୍ଥ୍ୟ ଆମ ମଧ୍ୟରେ ଆଗକୁ ଭରି ରହିଛି, ଆଉ ଆମ ପୂର୍ବରୁ ଯେଉଁ ଲୋକମାନେ ଯାଇଛନ୍ତି ସେମାନେ ଏହା ଦ୍ୱାରା ଏହି ଛବିକୁ ମଧ୍ୟ ବଜାୟ ରଖିଛନ୍ତି । ଆପଣମାନେ ଦେଖିଥିବେ ବିଗତ ଦିନମାନଙ୍କରେ ପ୍ରାୟ 150 ନର୍ସିଂ କଲେଜ ଏକା ସହିତ ଖୋଲା ଯିବାର ନିଷ୍ପତି କରାଗଲା । ସମଗ୍ର ବିଶ୍ୱରେ ନର୍ସମାନଙ୍କର ବହୁତ ବଡ଼ ଆବଶ୍ୟକତା ରହିଛି । ଆମ ଭଉଣୀ, ଆମରି ଝିଅ, ଆମର ପୁଅ ସେହି କ୍ଷେତ୍ରରେ ବିଶ୍ୱରେ ପହଂଚି ପାରିବେ, ସହଜରେ ପହଂଚି ପାରିବେ, ସମଗ୍ର ବିଶ୍ୱର ଆବଶ୍ୟକତା ରହିଛି ଆଉ ଏହା ତ ହେଉଛି ମାନବତାର କାର୍ଯ୍ୟ, ଯେଉଁଥିରେ ଆମେ କେବେ ହେଲେ ପଛରେ ରହିବା ନାହିଁ । ଆଜି ମେଡିକାଲ କଲେଜଗୁଡ଼ିକର ଏତେ ବ୍ୟାପକ ଭାବେ ନିର୍ମାଣ ଦେଶର ଆବଶ୍ୟକତାକୁ ତ’ ପୂରଣ କରିବ ହିଁ କରିବ, ବିଶ୍ୱର ଆବଶ୍ୟକତାରେ ମଧ୍ୟ ଯୋଗଦାନ ଦେଇ ପାରିବ । କହିବାର ତାତ୍ପର୍ଯ୍ୟ ହେଉଛି ଏହା ଯେ ପ୍ରତ୍ୟେକ ଛୋଟ ଜିନିଷ ଉପରେ ଧ୍ୟାନ ଦେଇ, ତାହା ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରି ଆମକୁ ଆଗକୁ ବଢ଼ିବାକୁ ହେବ । ଆମକୁ ଭବିଷ୍ୟତ ପାଇଁ ଉପଯୁକ୍ତ ସମୟରେ ଉପଯୁକ୍ତ ନିଷ୍ପତି ଗ୍ରହଣ କରିବାକୁ ହେବ । ଆମେ ନିଷ୍ପତି ଗୁଡ଼ିକୁ ଅଣଦେଖା କରି ପାରିବା ନାହିଁ । ଆମେ ରାଜନୈତିକ ଲାଭ କ୍ଷତିର ଗୁଣନ, ଭାଗ ବା ବିଭାଜନ ମଧ୍ୟରେ ନିଜକୁ ନିଜେ ବାନ୍ଧି କରି ରଖି ପାରିବା ନାହିଁ । ଆମକୁ ତ’ ଦେଶର ଆକାଂକ୍ଷା ଗୁଡ଼ିକ ପାଇଁ ସାହସର ସହିତ ନୂତନ ନିଷ୍ପତି କରିବାକୁ ହେବ ।

ଆଜି ସୌର ଶକ୍ତିର ସଫଳ ଆନ୍ଦୋଳନ ଆମର ଭବିଷ୍ୟତ ପିଢ଼ୀ ପାଇଁ ଶକ୍ତି ସଂକଟ ମୁକ୍ତି ଦେବା ପାଇଁ ଗ୍ୟାରେଂଟି ପ୍ରଦାନ କରୁଛି । ଆଜି ମିଶନ ହାଇଡ୍ରୋଜେନ ଆଗାମୀ ଦିନ ମାନଙ୍କରେ ପରିବେଶ ଜନିତ ଯେଉଁ ଚିନ୍ତା ଯାହା ଟେକ୍ନୋଲୋଜିରେ ପରିବର୍ତନ ଯୋଗୁଁ ଆସୁଛି ତାହାର ସମାଧାନର ରାସ୍ତା ଦେବାର ସାମର୍ଥ୍ୟ ରଖୁଛି । ଆଜି ଆମର ସେମିକଣ୍ଡକ୍ଟର, ଯେଭଳି ଭାବରେ ଜୀବନକୁ ଚଳାଇବାରେ ହୃଦୟର ଆବଶ୍ୟକତା ରହିଛି, ସେହିଭଳି ଆଜି ଆମର ଟେକ୍ନୋଲୋଜି ଚିପ୍ ବିନା ଚାଲି ପାରିବ ନାହିଁ ଆଉ ସେମିକଣ୍ଡକ୍ଟର ତାହା ପାଇଁ ହେଉଛି ବହୁତ ଅନିବାର୍ଜ୍ୟ, ସେହି ଦିଗରେ ଆମକୁ ଆଗକୁ ଯାଇ ଇଲୋକଟ୍ରୋନିକ୍ସ ବିନିର୍ମାଣ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନ ଆସୁ ଆଉ ଜୀବନ କେଉଁଠାରେ ଅଟକି ନ ଯାଉ, ସେଥିପାଇଁ ଆମେ ଏକ ବହୁତ ବଡ଼ ମାତ୍ରାରେ କାର୍ଯ୍ୟ କରୁଛୁ । ଜଳ ଜୀବନ ମିଶନ, ପ୍ରତ୍ୟେକ ଜିଲ୍ଲାରେ 75 ଅମୃତ ସରୋବର, ଆମର ଭବିଷ୍ୟତ ପିଢୀକୁ, ଆମର ପିଲାମାନଙ୍କୁ, ସେମାନଙ୍କର ପିଲାମାନଙ୍କୁ ମଧ୍ୟ, ସେମାନଙ୍କୁ କେବେ ପାଣି ପାଇଁ କଷ୍ଟ ସହିବାକୁ ନ ପଡୁ, ଏହାର ଚିନ୍ତା ଆମେ ଆଜି କରୁଛୁ । ବିଶ୍ୱ ବଜାରରେ ଆମର ପ୍ରତ୍ୟେକ କାରବାର ଓ ବ୍ୟବସାୟ ପହଂଚୁ, ପ୍ରତିଦ୍ୱନ୍ଦିତାର ଶକ୍ତି ସହିତ ଛିଠା ହେଉ । ଲଜିଷ୍ଟିକ ବ୍ୟବସ୍ଥାକୁ ଆହୁରି ଅଧିକ କମ୍ ଖର୍ଚ୍ଚରେ କରିବା, ଦକ୍ଷ କରିବା, ସେହି ଦିଗରେ ଆମେ ବହୁତ ନୀତି ଗୁଡିକୁ ନେଇ ଆଗେଇ ଚାଲିଛୁ । ଆଜି ସମୟର ଆବଶ୍ୟକତା ହେଉଛି ଯେ, ଆମେ ଏଭଳି ଭାରତର ନିର୍ମାଣ କରିବା, ଯେଉଁଥିରେ ଜ୍ଞାନ ଆଧାରିତ ନବସୃଜନ ହେଉ, ଏହା ହେଉଛି ସମୟର ଆବଶ୍ୟକତା । ଆଉ ବିଶ୍ୱରେ ଆମକୁ ଆଗ ଧାଡି ପର୍ଯ୍ୟନ୍ତ ଯିବାର ଏହି ପଥ ମଧ୍ୟ ଅଛି । ଆଉ ଏଥିପାଇଁ ବିଗତ ଦିନରେ ଆମେ ଜାତୀୟ ଶିକ୍ଷା ନୀତି ସହିତ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହନ ଦେବା ପାଇଁ ଆମେ ଗବେଷଣା ଏବଂ ନବସୃଜନର ଏକ ଆଇନ ମଧ୍ୟ ଗୃହୀତ କରାଇଛୁ । ଫଳରେ ଆମ ଦେଶର ଯୁବକମାନେ ଏହି ନବସୃଜନ ଦିଗରେ, ଚନ୍ଦ୍ରଯାନ-3ର ସଫଳତା ପରେ ଦେଶର ଯୁବକମାନଙ୍କ ମନରେ ବିଜ୍ଞାନ ପ୍ରତି ଆକର୍ଷଣ ବୃଦ୍ଧି ପାଉଛି, ଆମକୁ ସୁଯୋଗର ହାତଛଡା କରିବାର ନାହିଁ । ଆମର ଯୁବପିଢୀକୁ ଆମକୁ ଗବେଷଣା ଏବଂ ନବସୃଜନ ପାଇଁ ସମ୍ପୂର୍ଣ୍ଣ ସୁଯୋଗ ଦେବାକୁ ହେବ । ଆଉ ଏହି ଇକୋ ସିଷ୍ଟମକୁ ପ୍ରସ୍ତୁତ କରିବା ପାଇଁ ଆମେ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣର ମୂଳଦୁଆ ରଖିଛୁ ।

 

ଆଦରଣୀୟ ବନ୍ଧୁଗଣ,

ସାମାଜିକ ନ୍ୟାୟ, ଏହା ହେଉଛି ଆମର ପ୍ରଥମ ସର୍ତ । ବିନା ସାମଜିକ ନ୍ୟାୟ, ବିନା ସନ୍ତୁଳନ, ବିନା ସମଭାବ, ବିନା ସମତ୍ୱ ଆମେ ଇଚ୍ଛିତ ପରିଣାମଗୁଡିକୁ ଘର ଭିତରେ ପ୍ରାପ୍ତ କରି ପାରିବା ନାହିଁ । କିନ୍ତୁ ସାମଜିକ ନ୍ୟାୟର ଚର୍ଚ୍ଚା ବହୁତ ସୀମିତ ହୋଇ ରହି ଯାଇଛି, ଆମକୁ ତାହାକୁ ବ୍ୟାପକ ରୂପରେ ଦେଖିବାକୁ ହେବ । ଆମେ କୌଣସି ଗରିବଙ୍କୁ କୌଣସି ସୁବିଧା ଦେବା, କୌଣସି ସମାଜରେ ଦଳି- ମକଚି ହୋଇ ରହିଥିବା ବ୍ୟକ୍ତିଙ୍କୁ କୌଣସି ସୁବିଧା ଦେବା, ତାହା ତ’ ହେଉଛି ସାମଜିକ ନ୍ୟାୟର ଏକ ପ୍ରକ୍ରିୟା, କିନ୍ତୁ ସେମାନଙ୍କ ଘର ପର୍ଯ୍ୟନ୍ତ ପକ୍କା ସଡକ ନିର୍ମାଣ ହୋଇଯିବା ତେବେ ତାହା ମଧ୍ୟ ସାମାଜିକ ନ୍ୟାୟ ପାଇଁ ତାହାକୁ ଦୃଢତା ପ୍ରଦାନ କରିଥାଏ । ତା’ ଘର ପାଖରେ ପିଲାମାନଙ୍କ ପାଇଁ ଯଦି ଏକ ସ୍କୁଲ ଖୋଲିଯିବ ତେବେ ତାହା ମଧ୍ୟ ତା’କୁ ସାମାଜିକ ନ୍ୟାୟକୁ ଦୃଢତା ଦେଇଥାଏ । ଯଦି ତାହାକୁ ବିନା ଖର୍ଚ୍ଚରେ ଆରୋଗ୍ୟରେ, ସମୟର ଆବଶ୍ୟକତା ପଡିବାରେ ତାହା ମିଳିଯାଏ, ତେବେ ଯାଇ ସାମାଜିକ ନ୍ୟାୟକୁ ଦୃଢତା ମିଳିଥାଏ । ଆଉ ଏଥିପାଇଁ ଯେଉଁ ପ୍ରକାରରେ ସମାଜ ବ୍ୟବସ୍ଥାରେ ସାମାଜିକ ନ୍ୟାୟର ଆବଶ୍ୟକତା ଅଛି, ସେହିପରି ରାଷ୍ଟ୍ର ବ୍ୟବସ୍ଥାରେ ସାମାଜିକ ନ୍ୟାୟର ଆବଶ୍ୟକତା ଅଛି । ଏବେ ଦେଶର କୌଣସି ଅଂଶ ପଛରେ ରହି ନ ଯାଉ, ଅବିକଶିତ ହୋଇ ରହିଯାଉ, ଏହା ମଧ୍ୟ ହେଉଛି ସାମାଜିକ ନ୍ୟାୟ ବିରୋଧରେ । ଦୁର୍ଭାଗ୍ୟ ଯେ, ଦେଶର ପୂର୍ବାଂଚଳ, ଭାରତର ପୂର୍ବ ଭାଗ ଯାହା ସମୃଦ୍ଧିରେ ଭରି ହୋଇ ରହିଛି, କିନ୍ତୁ ସେଠାକାର ଯୁବକମାନଙ୍କୁ ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି, ଏହି ସ୍ଥିତିକୁ ଆମକୁ ବଦଳାଇବାକୁ ପଡିବ । ଆମ ଦେଶର ସେହି ପୂର୍ବ ଭାଗର ଅଂଚଳକୁ ସମୃଦ୍ଧ କରି ଆମକୁ ସାମାଜିକ ନ୍ୟାୟକୁ ସୁଦୃଢ କରିବାକୁ ହେବ । ଅସନ୍ତୁଳିତ ବିକାଶ, ଶରୀର କେତେ ମଧ୍ୟ ସୁସ୍ଥ ହୋଇଥାଉ, କିନ୍ତୁ ଗୋଟିଏ ଅଙ୍ଗୁଳିକୁ ମଧ୍ୟ ଯଦି ପକ୍ଷାଘାତ ହୋଇଛି ତେବେ ଶରୀର ସୁସ୍ଥ ବୋଲି ଗ୍ରହଣ କରାଯିବ ନାହିଁ । ଭାରତ କେତେ ସମୃଦ୍ଧ ହେଉ, କିନ୍ତୁ ଯଦି କୌଣସି ଅଂଶ ଦୁର୍ବଳ ହୋଇ ରହିଗଲା ତେବେ ଭାରତ ସମୃଦ୍ଧିରେ ପଛରେ ରହିଯାଇଛି ବୋଲି ଧରିନେବାକୁ ପଡିବ ଆଉ ଏଥିପାଇଁ ସର୍ବାଙ୍ଗୀନ ବିକାଶର ପକ୍ଷରେ ସାମାଜିକ ନ୍ୟାୟର ସେହି ଶିଖରକୁ ପ୍ରାପ୍ତ କରିବା ପକ୍ଷ ଦିଗରେ ଆମକୁ ଆଗକୁ ବଢିବାର ଅଛି । ସେ ପୂର୍ବ ଭାରତ ହେଉ, ସେ ଉତର ପୂର୍ବାଂଚଳ ହେଉ, ଆମକୁ ସେହି କଥାକୁ ପ୍ରାପ୍ତ କରିବାର ଅଛି ଏବଂ ସେଥିପାଇଁ ଯେଉଁ ରଣନୀତି କେତେ ସଫଳ ହୋଇଛି, 100 ଆକାଂକ୍ଷୀ ଜିଲ୍ଲାରେ ବିଶେଷ କାର୍ଯ୍ୟ କରାଗଲା, ଯୁବ ଅଧିକାରୀମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଗଲା, ରଣନୀତି ପ୍ରସ୍ତୁତ କରାଗଲା, ଆଜି ବିଶ୍ୱ ସେହି ମଡେଲର ଚର୍ଚ୍ଚା କରୁଛି । ଆଉ 100 ଜିଲ୍ଲା ଦେଶର କୋଣ- ଅନୁକୋଣରେ ଯାହାକୁ ପଛୁଆ ଭାବେ ଗଣନା କରାଯାଉଥିଲା, ତାକୁ ବୋଝ ବୋଲି ଧରି ନିଆଯାଇଥିଲା, ଆଜି ସ୍ଥିତି ଏଭଳି ସୃଷ୍ଟି ହୋଇଛି ଯେ, ସେହି 100 ଜିଲ୍ଲା ନିଜ ନିଜ ରାଜ୍ୟରେ ନେତୃତ୍ୱ ନେଉଛନ୍ତି, ରାଜ୍ୟରେ ହାରାହାରି ଠାରୁ ମଧ୍ୟ ଉପରେ ଅଛନ୍ତି । ଆଉ ଏହି ସଫଳତାକୁ ଦେଖି ସାମାଜିକ ନ୍ୟାୟର ଏହି ଭାବନାକୁ ସୁଦୃଢ କରି 100 ଜିଲ୍ଲାରୁ ଆଗକୁ ଯାଇ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ 500 ବ୍ଲକ ପର୍ଯ୍ୟନ୍ତ ସେମାନଙ୍କୁ ଆକାଂକ୍ଷୀ ଜିଲ୍ଲାର ବ୍ଲକ ଭାବେ ଚିହ୍ନଟ କରି ତାହାକୁ ଦୃଢତା ପ୍ରଦାନ କରିବାର କାର୍ଯ୍ୟ ଚାଲୁ ରହିଛି । ଆଉ ମୋର ବିଶ୍ୱାସ ଯେ ଏ ଯେଉଁ ଆକାଂକ୍ଷିତ ବ୍ଲକଗୁଡିକ ଅଛି, ତାହା ଏକ ବିକାଶର ନୂତନ ମଡେଲ ହେବାକୁ ଯାଉଛି । ତାହା ଏକ ପ୍ରକାରରେ ଦେଶର ବିକାଶର ଏକ ନୂତନ ଉର୍ଜ୍ଜା କେନ୍ଦ୍ର ହେବାର ସମ୍ଭାବନା ରଖୁଛି, ଆଉ ସେହି ଦିଗରେ ମଧ୍ୟ ଆମେ ଆଗକୁ ବଢୁଛେ ।

 

ମାନନୀୟ ସାଂସଦ ଗଣ,

ଆଜି ବିଶ୍ୱର ଦୃଷ୍ଟି ଭାରତ ଉପରେ ଅଛି । ଶୀତଳ ଯୁଦ୍ଧ ସମୟରେ ଆମର ପରିଚୟ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ର ଭାବେ ରହିଛି, ସେହି ସମୟରେ ଯାହା ଆବଶ୍ୟକତା ଥିଲା, ଯାହାକୁ ଯାହା ଲାଭ ହେବାର ଥିଲା, ସେହି ସମୟ ଦେଇ ଆମେ ଗତି କରିଛେ । କିନ୍ତୁ ଏବେ ଭାରତର ସ୍ଥାନ ଆଉ କିଛି ଭାବେ ରହିଛି । ଆଉ ଏଥିପାଇଁ ସେହି ସମୟ ଅବଶ୍ୟ ଗୋଷ୍ଠୀ ନିରପେକ୍ଷର ଆବଶ୍ୟକତା ଥିବ, ଆମେ ସେହି ନୀତିକୁ ନେଇ କରି ଚାଲିଛେ, ଯେଉଁ ନୀତିକୁ ଯଦି ଆମକୁ ଚିହ୍ନିବାକୁ ହେବ ତେବେ ବିଶ୍ୱ ବନ୍ଧୁ ଭାବେ ଆମେ ଆଗକୁ ବଢୁଛେ, ଆମେ ବିଶ୍ୱ ସହିତ ବନ୍ଧୁତା କରୁଛେ । ବିଶ୍ୱ ଆମ ମଧ୍ୟରେ ବନ୍ଧୁତା ଖେଜୁଛି । ଏହା ବୋଧହୁଏ ବିଶ୍ୱରେ ଭାରତ ପାଇଁ ଆଉ ବେଶୀ ଦୂର ନୁହେଁ, ଯେତେ ହୋଇପାରେ ନିକଟତାର ସହିତ, ସେହି ପଥରେ ଚାଲି ଆମେ ଆମର ବିଶ୍ୱ ବନ୍ଧୁ ଭାବନାକୁ ଆଜି ସଫଳତା ପୂର୍ବକ ଆଗକୁ ବଢାଉଛେ ଆଉ ମୋର ବିଶ୍ୱାସ ହେଉଛି ଯେ, ଏହାର ଲାଭ ଆଜି ଭାରତକୁ ମିଳୁଛି । ଭାରତ ଆଜି ବିଶ୍ୱର ଏକ ସ୍ଥିର ଯୋଗାଣ ଶୃଙ୍ଖଳ ଭାବେ ବିକଶିତ ହେଉଛି ଏବଂ ଆଜି ବିଶ୍ୱକୁ ଏହାର ଆବଶ୍ୟକତା ରହିଛି । ଆଉ ଏହ ଆବଶ୍ୟକତାକୁ ପୂରଣ କରିବାର କାର୍ଯ୍ୟ G-20ରେ ଭାରତ ଗ୍ଲୋବାଲ ସାଉଥର ସ୍ୱର ପାଲଟି ଯାଇଛି । ଏହି ବୀଜ ଯାହା, G-20 ଶିଖର ସମ୍ମିଳନୀରେ ବୁଣା ଯାଇଛି, ମୋର ଦେଶବାସୀ ଆଗାମୀ ସମୟରେ ଦେଖିବେ, ତାହା ଏଭଳି ବଟ ବୃକ୍ଷ ପାଲଟିବାକୁ ଯାଉଛି, ବିଶ୍ୱାସର ଏଭଳି ବଟ ବୃକ୍ଷ ପାଲଟିବାକୁ ଯାଉଛି, ଯାହାର ଛାୟାରେ ଆଗାମୀ ପୀଢୀ ଗୁଡିକ ଶତାବ୍ଦୀ- ଶତାବ୍ଦୀ ପର୍ଯ୍ୟନ୍ତ ଏକ ଗର୍ବର ସହିତ ନିଜର ଛାତି ଚଉଡା କରି ଛିଡା ହୋଇ ରହିବ, ଏହା ହେଉଛି ମୋର ବିଶ୍ୱାସ ।

ଏହି G-20ରେ ଏକ ବହୁତ ବଡ଼ କାର୍ଯ୍ୟ ଆମେ କରିଛୁ, ଜୈବ ଇନ୍ଧନ ମେଂଟର ନିଷ୍ପତି । ଆମେ ବିଶ୍ୱର ନେତୃତ୍ୱ ନେଉଛୁ, ପଥ ପ୍ରଦର୍ଶନ କରୁଛୁ । ଆଉ ବିଶ୍ୱକୁ ଜୈବ ଇନ୍ଧନ ମେଂଟରେ ବିଶ୍ୱର ସମସ୍ତ ମିତ୍ର ଦେଶ ଦେଖୁ ଦେଖୁ ଏହାର ସଦସ୍ୟତା ଗ୍ରହଣ କରୁଛନ୍ତି, ଏବଂ ଏକ ବହୁତ ବଡ଼ ଆନ୍ଦୋଳନ ଠିଆ ହେବାକୁ ଯାଉଛି ଆଉ ଯାହାର ନେତୃତ୍ୱ ଆମର ଏହି ଭାରତ କରୁଛି । ଛେଟ- ଛୋଟ ମହାଦ୍ୱୀପ ତାହା ସହିତ ମଧ୍ୟ ଆର୍ଥିକ କରିଡର ନିର୍ମାଣ କରିବା ଦିଗରେ ଆମେ ବଡ଼ ଦୃଢତାର ସହିତ ପଦକ୍ଷେପ ଉଠାଇଛୁ ।

ଆଦରଣୀୟ ବନ୍ଧୁଗଣ, ଆଦରଣୀୟ ଉପରାଷ୍ଟ୍ରପତି ମହୋଦୟ, ଆଦରଣୀୟ ବାଚସ୍ପତି ମହୋଦୟ, 

ଆଜି ଆମେ ଏଠାରୁ ବିଦାୟ ନେଇ ନୂତନ ଭବନକୁ ଯାଉଛେ । ସଂସଦର ନୂତନ ଭବନରେ ବସିବାକୁ ଯାଉଛେ । ଆଉ ଏହି ଶୁଭ ଅବସର ହେଉଛି, ଗଣେଶ ଚତୁର୍ଥୀର ଦିନରେ ବସୁଛେ । କିନ୍ତୁ ମୁଁ ଆପଣ ଦୁଇ ମହାନୁଭବଙ୍କୁ ଏକ ପ୍ରାର୍ଥନା କରୁଛି, ଏକ ବିଚାର ଆପଣଙ୍କ ସାମ୍ନାରେ ରଖୁଛି। ମୁଁ ଆଶା କରୁଛି ଆପଣ ଦୁହେଁ ମିଶି ବିଚାର କରି ଯେଉଁଠାରେ ମଧ୍ୟ ଆବଶ୍ୟକ ପଡିବ ମନ୍ଥନ କରି ଅବଶ୍ୟ କିଛି ନିର୍ଣ୍ଣୟ କରନ୍ତୁ । ଆଉ ମୋର ପ୍ରାର୍ଥନା ହେଉଛି, ମୋର ପ୍ରସ୍ତାବ ହେଉଛି ଯେ ଏବେ ଯେତେବେଳେ ଆମେ ନୂତନ ସଦନକୁ ଯାଉଛେ, ସେତେବେଳେ ଏହାର ଗରିମା କେବେ ମଧ୍ୟ କମ୍ ହେବା ଉଚିତ ନୁହେଁ । ଏହାକୁ କେବଳ ପୁରୁଣା ସଂସଦ କହି ଛାଡି ଦେବା ନାହିଁ, ଏପରି ହେବା ଉଚିତ ନୁହେଁ । ଆଉ ଏଥିପାଇଁ ମୋର ପ୍ରାର୍ଥନା ଯେ ଭବିଷ୍ୟତରେ ଯଦି ଆପଣ ଦୁଇ ମହାନୁଭବ ସହମତି ଦେବେ, ତେବେ ଏହାକୁ ‘ସମ୍ବିଧାନ ସଦନ’ ଭାବେ କୁହାଯିବ । ଫଳରେ ସଦା- ସର୍ବଦା ପାଇଁ ଏହା ଆମର ଜୀବନର ପ୍ରେରଣା ହୋଇ ରହିବ ଏବଂ ଯେତେବେଳେ ସମ୍ବିଧାନ ସଦନ କହିବା ସେତେବେଳେ ସେହି ମହାପୁରୁଷ ମାନଙ୍କର ସ୍ମୃତି ଏହା ସହିତ ଯୋଡି ହୋଇ ଯିବ ଯେଉଁମାନେ କେବେ ସମ୍ବିଧାନ ସଭାରେ ଏଠାରେ ବସିଥିଲେ, ମାନ୍ୟଗଣ୍ୟ ମହାପୁରୁଷ ବସୁଥିଲେ, ଆଉ ଏଥିପାଇଁ ଭବିଷ୍ୟତ ପିଢୀକୁ ଏହି ଉପହାର ଦେବାର ସୁଯୋଗକୁ ଯିବାକୁ ଦେବା ଉଚିତ ନୁହେଁ ।

ମୁଁ ପୁଣି ଥରେ ଏହି ପବିତ୍ର ଭୂମିକୁ ପ୍ରଣାମ କରୁଛି । ଏଠାରେ ଯେଉଁ ତପସ୍ୟା ହୋଇଛି, ଜନ କଲ୍ୟାଣ ପାଇଁ ସଂକଳ୍ପ ହୋଇଛି, ତାହାକୁ ପରିପୂର୍ଣ୍ଣ କରିବା ଲାଗି ସାତ ଦଶକଠାରୁ ମଧ୍ୟ ଅଧିକ ସମୟ ଧରି ଯେଉଁ ପୁରୁଷାର୍ଥ ହୋଇଛି, ସେହି ସବୁକୁ ପ୍ରଣାମ କରି ମୁଁ ମୋର ବାଣୀକୁ ବିରାମ ଦେଉଛି ଏବଂ ନୂତନ ସଦନ ପାଇଁ ଆପଣ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।               

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi escorted by fighter jets in Indonesia, welcomed by president Subianto at airport

Media Coverage

PM Modi escorted by fighter jets in Indonesia, welcomed by president Subianto at airport
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi, President Prabowo Subianto attend joint press meet in Jakarta
July 07, 2026

Your Excellency, राष्ट्रपति प्रबोवो
दोनों देशों के delegates,
मीडिया के साथियों,
नमस्कार!
सलामत सियांग!

सबसे पहले, मैं इस गर्मजोशी भरे स्वागत के लिए अपने मित्र प्रेसीडेंट प्रबोवो का हृदय से आभार व्यक्त करता हूँ।

पिछले वर्ष भारत के गणतंत्र दिवस के मुख्य अतिथि के रूप में हमें उनका स्वागत करने का अवसर मिला। और आज, उनके आत्मीयता भरे निमंत्रण पर इंडोनेशिया की यात्रा करते हुए मुझे बहुत खुशी हो रही है।

आज सुबह मुझे बहुत स्नेह के साथ, आदर के साथ इंडोनेशिया का सर्वोच्च सम्मान दिया गया है। यह सम्मान कोटि कोटि भारतवासियों का है , इंडोनेशिया की लोगों के भावनाओं का है, भारत और इंडोनेशिया के ऐतिहासिक और आत्मीय संबंधों का है। मैं President Prabowoji इंडोनेशिया की सरकार और यहाँ की जनता का ह्रदय से आभार व्यक्त करता हूँ।

Friends,

बीते वर्षों में भारत और इंडोनेशिया के संबंधों में एक नई ऊर्जा, एक नया विश्वास और एक नई गहराई आई है।

2018 में बनी हमारी Comprehensive Strategic Partnership आज एक नई उड़ान ले रही है। हम Development, security, technology, culture और education, हर क्षेत्र में महत्वपूर्ण कदम बढ़ा रहे हैं।

मुझे विश्वास है, आज से भारत-इंडोनेशिया साझेदारी का एक सुनहरा अध्याय शुरू होगा। और इस सुनहरे अध्याय का बहुत बडा सकारात्मक प्रभाव इक्कीस-वीं सदी की दुनिया पर होगा पूरी मानवता पर होगा।

Friends,

हमारे देशों के बीच बढ़ता विश्वास हमारी रक्षा, सुरक्षा और मैरीटाइम सहयोग को मजबूत कर रहा है। आज हमने डिफेंस एक्सचेंज, डिज़ास्टर मैनेजमेंट और इन्डस्ट्रीयल सहयोग बढ़ाने पर सहमति बनाई।

अब हम दोनों देशों के coast guards हिंद महासागर में मैरीटाइम सेफ्टी और सिक्योरिटी के लिए मिलकर काम करेंगे। दो करीबी मैरीटाइम देश होने के नाते, हमने ब्लू इकॉनमी, पोर्ट डेवलपमेंट और मैरीटाइम ट्रेड में आपसी सहयोग बढ़ाने का भी निर्णय लिया है।

Friends,

भारत और इंडोनेशिया के लिए गरीबी को परास्त करना और अपने नागरिकों तक कल्याणकारी योजनाओं का लाभ पहुंचाना सर्वोच्च प्राथमिकता है। हमने इंडोनेशिया के साथ अपनी mid-day meal स्कीम और public distribution system के solutions साझा किए हैं। अब हम इस सहयोग को Next Level पर लेकर जा रहे हैं।

हमारा हेल्थ कॉ-ऑपरेशन, दोनों देशों में क्वालिटी हेल्थ सर्विस सुनिश्चित करने में अहम योगदान देगा। आज हुए एग्रीमेंट से भारत की हाई-क्वालिटी और किफायती दवाइयां इंडोनेशिया के नागरिकों को और सहजता से उपलब्ध होंगी।

हम इंडोनेशिया के डॉक्टर्स और health-care workers की केपैसिटी बिल्डिंग में भी योगदान देंगे। भारत में डेवलप किए गए गेहूं के बीज की सप्लाई से, इंडोनेशिया की फूड सेक्योरिटी और मजबूत होगी। हम एक दूसरे के साथ सस्टेनेबल फ़ार्मिंग और ऍग्रो-टेक्नॉलजी में best practices भी साझा करेंगे।

Friends,

Twenty First century टेक्नॉलजी ड्रिवन century है। भारत और इंडोनेशिया, दोनों ही युवा ऊर्जा से भरे हुए देश हैं। हमारे युवाओं में टेक्नोलॉजी के प्रति स्वाभाविक रुझान है।

हमने अपने युवाओं के बीच AI, टेलीकॉम, डिजिटल पब्लिक इंफ्रास्ट्रक्चर जैसे क्षेत्रों में टेक्नॉलजी सहयोग बढ़ाने के लिए आज एक अहम एग्रीमेंट किया है। हम दोनों देशों के बीच स्टार्ट-अप सहयोग को और गहरा करने पर भी सहमत हुए हैं।

हम इंडोनेशिया में भारत के प्रतिष्ठित मैनेजमेन्ट इंस्टिट्यूट, IIM बेंगलुरू का कैंपस खोलने जा रहे हैं। इससे पूरे आसियान क्षेत्र के युवाओं को बहुत लाभ होगा।

स्पेस सेक्टर में भी हमारे बीच दशकों पुराना विश्वसनीय सहयोग रहा है। इसे आगे बढ़ाते हुए आज स्पेस सेक्टर में ज्वाइंट रिसर्च, टेक्नॉलजी शेयरिंग और केपैसिटी बिल्डिंग से जुड़े अहम निर्णय लिए गए हैं।

Friends,

आज के युग में, टेक्नॉलजी की “सप्लाई चेन रेज़ीलियंस” बहुत मायने रखती है। क्रिटिकल मिनरल्स और स्टील के क्षेत्र में सप्लाई चेन को अधिक मजबूती देने के लिए भी अहम समझौता हुआ है। हमारी कम्पनीज़ के बीच स्टेन-लेस स्टील और रेयर अर्थ मैग्नेट को लेकर साझेदारी की नई शुरुआत हो रही है।

Friends,

People-to-people ties हमारे संबंधों की सबसे बड़ी शक्ति हैं। हमें बहुत खुशी है कि भारत की UPI इंडोनेशिया के पेमेंट सिस्टम के साथ integrate होने जा रही है। इससे Ease of Doing Business और Ease of Travel, दोनों को ही बल मिलेगा।

Friends,

कल, राष्ट्रपति प्रबोवो के साथ मुझे, योग्याकार्ता में प्रम्बानन मंदिर के conservation project को लॉन्च करने का सौभाग्य मिलेगा। एक हजार वर्ष से भी अधिक पुराना प्रम्बानन मंदिर भारत और इंडोनेशिया की साझा सांस्कृतिक विरासत का प्रतीक है।

हम दोनों देश गुरुदेव रवीन्द्रनाथ टैगोर की ऐतिहासिक इंडोनेशिया यात्रा का शताब्दी वर्ष भी धूम-धाम से मनाएंगे। इंडोनेशिया की विकास यात्रा में महान शिक्षाविद और यहां के पहले शिक्षा मंत्री देवान्तरा जी का अहम योगदान रहा है। शिक्षा को लेकर उनके विचारों पर गुरुदेव टैगोर की सोच का गहरा प्रभाव था। इसलिए भारत-इंडोनेशिया, इस शताब्दी वर्ष को “टैगोर और देवान्तरा year of कल्चरल एण्ड एजुकेशनल डिप्लोमेसी” के रूप में मनाएंगे।

Friends,

लोकतांत्रिक मूल्य और विविधता में एकता, भारत और इंडोनेशिया की साझी ताकत रही हैं। दोनों देशों के election commissions के बीच MOU से हम डेमोक्रेटिक सहयोग को और मजबूत करने जा रहे हैं।

Friends,

वैश्विक मुद्दों पर भी भारत और इंडोनेशिया का सहयोग निरंतर बढ़ रहा है। Indo-Pacific के प्रति हमारे outlook में भी सिनर्जी है। भारत ने हमेशा “आसियान centrality” को विशेष महत्व दिया है।

वैश्विक उथल-पुथल के इस दौर में भारत का मानना है कि डायलॉग और डिप्लोमेसी की भूमिका, पहले से कहीं अधिक महत्वपूर्ण हो गई है। Palestine के विषय पर, हम Two-State Solution और long term peace का समर्थन करते हैं।

Friends,

एक सुनहरा दौर हम दोनों देशों के सामने दस्तक दे रहा है।

हमारे इतिहास में साझा संस्कृति है,
हमारे वर्तमान में साझा विश्वास है,
और हमारे भविष्य में साझा समृद्धि है।

मुझे भरोसा है हम साथ मिलकर इंडोनेशिया “एमास” और विकसित भारत का संकल्प साकार करेंगे।

बहुत-बहुत धन्यवाद।