‘‘ଆମ ଯୁବ ପିଢ଼ିଙ୍କ ‘କରି ପାରିବା’ ଭାବନା ସମସ୍ତଙ୍କୁ ଅନୁପ୍ରାଣିତ କରୁଛି’’
‘‘ଅମୃତ କାଳରେ ଦେଶକୁ ଆଗକୁ ନେବା ପାଇଁ ଆମେ ଆମ କର୍ତ୍ତବ୍ୟକୁ ଜାଣିବା ଓ ଗୁରୁତ୍ୱ ଦେବା ଆବଶ୍ୟକ’’
‘‘ଯୁବ ଶକ୍ତି ଭାରତର ଯାତ୍ରାକୁ ଆଗେଇ ନେଉଛନ୍ତି। ଆସନ୍ତା ୨୫ ବର୍ଷ ରାଷ୍ଟ୍ର ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ’’
‘‘ଯୁବ ହେବାର ଅର୍ଥ ହେଉଛି ଆମେ ଆମ ପ୍ରୟାସରେ ସକ୍ରିୟ ହେବା ଆବଶ୍ୟକ। ଯୁବ ହେବାର ଅର୍ଥ ହେଉଛି ଆମର ଦୃଷ୍ଟିକୋଣ ବ୍ୟାପକ ହେବା ଉଚିତ। ଯୁବ ହେବାର ଅର୍ଥ ହେଉଛି ଆମେ ବ୍ୟବହାରିକ ହେବା ଉଚିତ୍‌।’’
‘‘ବିଶ୍ଵ ସ୍ତରରେ ଏବେ ଏକ ସ୍ୱର ଗୁଞ୍ଜରିତ ହେଉଛି ଯେ ଏହା ହେଉଛି ଭାରତର ଶତାବ୍ଦୀ। ଏହା ଆପଣମାନଙ୍କ ଶତାବ୍ଦୀ, ଭାରତର ଯୁବପିଢ଼ିଙ୍କ ଶତାବ୍ଦୀ’’
‘‘ଯୁବପିଢ଼ିଙ୍କ ଆକାଂକ୍ଷା ପୂରଣ କରିବା ଲାଗି ଆମେ ସକାରାତ୍ମକ ଅବରୋଧ ଆଣିବା ଏବଂ ଆଧୁନିକ ରାଷ୍ଟ୍ର ଠାରୁ ଆଗକୁ ବଢ଼ିବା ଜରୁରି’’
‘‘ସ୍ୱାମୀ ବିବେକାନନ୍ଦଙ୍କର ଦୁଇଟି ବାର୍ତ୍ତା – ‘ସଂଗଠନ ଏବଂ ଉଦ୍ଭାବନ’ ପ୍ରତ୍ୟେକ ଯୁବକଙ୍କ ଜୀବନର ଅଂଶବିଶେଷ ହେବା ଆବଶ୍ୟକ’’
‘‘ଆଜି ଦେଶର ଲକ୍ଷ୍ୟ ହେଉଛି – ବିକଶିତ ଭାରତ, ସଶକ୍ତ ଭାରତ’’

କାର୍ଯ୍ୟକ୍ରମରେ ଉପସ୍ଥିତ କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାବର ଚନ୍ଦ ଗେହଲଟ ଜୀ, ସଦସ୍ୟ ଶ୍ରୀ ବସବରାଜ ବୋମ୍ମଇ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ସହଯୋଗୀଗଣ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଏବଂ କର୍ଣ୍ଣାଟକର ଏବଂ ଦେଶର ମୋର ଯୁବ ସାଥୀମାନେ!

ଗୁରୁ ସାବିରା ମଠା, ସିଦ୍ଧାଋଢ଼ା ମଠା, ମଠାଗଲା କ୍ଷେତ୍ରର ଅନେକ ବ୍ୟକ୍ତିତ୍ୱଙ୍କୁ ମଥା ନୁଅାଁଇ ନମସ୍କାର କରୁଛି! ରାଣୀ ଚେନ୍ନାମା ନା ନାଡୁ, ସଙ୍ଗୋଲୀ ରାୟନ୍ନା ନା ବିଡୁ, ଏହି ପୂଣ୍ୟ ଭୂମିରୁ ନମସ୍କାର କରୁଛି ।

କର୍ଣ୍ଣାଟକର ଏହି କ୍ଷେତ୍ର ନିଜର ପରମ୍ପରା; ସଂସ୍କୃତି ଏବଂ ଜ୍ଞାନ ପାଇଁ ପ୍ରସିଦ୍ଧ ଅଟେ । ଏଠିକାର ଅନେକ ବ୍ୟକ୍ତିତ୍ୱମାନଙ୍କୁ ଜ୍ଞାନପୀଠ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି । ଏହି କ୍ଷେତ୍ର ଦେଶକୁ ସବୁଠାରୁ ବଡ଼ ବଡ଼ ମହାନ ସଂଗୀତକାରମାନଙ୍କୁ ଦେଇଛି । ପଣ୍ଡିତ ଗନ୍ଧର୍ବ, ପଣ୍ଡିତ ବସବରାଜ ରାଜଗୁରୁ, ପଣ୍ଡିତ ମଲ୍ଲିକାର୍ଜୁନ ମାନସୁର, ଭାରତ ରତ୍ନ ପଣ୍ଡିତ ଭୀମସେନ ଜୋଶୀ ଏବଂ ପଣ୍ଡିତା ଗଙ୍ଗୁବାଈ ହଙ୍ଗଲ ଜୀଙ୍କୁ ମୁଁ ଆଜି ହୁବଲୀର ଧରିତ୍ରରେ ପ୍ରଣାମ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ସହକର୍ମୀ,

ବର୍ଷ ୨ଠ୨୩ରେ ‘ରାଷ୍ଟ୍ରୀୟ ଯୁବ ଦିବସ’ର ଏହି ଦିନ ବହୁତ ମହତ୍ତ୍ୱ ଅଛି, ଗୋଟିଏ ପଟେ ଏହି ବିଦୁତ ଉତ୍ସବ, ଅନ୍ୟପକ୍ଷରେ ସ୍ୱାଧୀନତାର ଅମୃତ ଉତ୍ସବ । “ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ପୂର୍ବରୁ ବନ୍ଦ କରନାହିଁ”! ଏଲ୍ଲୀ! ଏଦେଲ୍ଲୀ!! ଗୁରୀ ମୁଡତ୍ୱା ତନକା ନିଲଦିରୀ । ବିବେକାନନ୍ଦ ଜୀଙ୍କର ଏହି ଉଦେଶ୍ୟ, ଭାରତର ଯୁବଗୋଷ୍ଠୀଙ୍କର ଜୀବନର ମନ୍ତ୍ର ଅଟେ । ଅମୃତ କାଳରେ ଆମକୁ ଆମର କର୍ତ୍ତବ୍ୟ ଉପରେ ଜୋର ଦେଇ, ନିଜ କର୍ତ୍ତବ୍ୟକୁ ବୁଝି ଦେଶକୁ ଆଗକୁ ଯିବାକୁ ହେବ ଏବଂ ଏଥିରେ ଭାରତର ଯୁବଗୋଷ୍ଠୀଙ୍କ ସମ୍ମୁଖରେ ସ୍ୱାମୀ ବିବେକାନନ୍ଦ ଜୀଙ୍କ ଚରଣରେ ପ୍ରଣାମ କରୁଛି । ବର୍ତ୍ତମାନ କିଛି ଦିନ ପୂର୍ବରୁ, କର୍ଣ୍ଣାଟକର ମାଟିରେ ଗୋଟିଏ ପଟେ ମହାନ ସନ୍ଥ ଶ୍ରୀ ସିଦେ୍ଧଶ୍ୱର ସ୍ୱାମୀ ଜୀଙ୍କର ଦେହାବସାନ ହୋଇଥିଲା । ମୁଁ ଶ୍ରୀ ସିଦେ୍ଧଶ୍ୱର ସ୍ୱାମୀ ଜୀଙ୍କୁ ମଧ୍ୟ ଆଦପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ସହକର୍ମୀ,

ସ୍ୱାମୀ ବିବେକାନନ୍ଦଙ୍କର କର୍ଣ୍ଣାଟକ ସହିତ ଅଦ୍ଭୁତ ସମ୍ପର୍କ ଥିଲା । ସେ ନିଜର ଜୀବନ କାଳରେ କର୍ଣ୍ଣାଟକ ଏବଂ ଏହି କ୍ଷେତ୍ରର ଅନେକ ଯାତ୍ରା କରିଥିଲେ । ବାଙ୍ଗାଲୋର ଯିବା ସମୟରେ ସେ ହୁବଲୀ-ଧାରୱାଡ ମଧ୍ୟ ଆସିଥିଲେ । ଏହି ଶବ୍ଦ ତାଙ୍କ ଜୀବନକୁ ଏକ ନୂତନ ଦିଗ ଦେଖାଇଥିଲା । ମୈସୁରୁର ମହାରାଜା ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଥିଲେ ଯିଏ ସ୍ୱାମୀ ବିବେକାନନ୍ଦଙ୍କୁ ଶିକାଗୋ ଯାତ୍ରାରେ ସାହାଯ୍ୟ କରିଥିଲେ । ସ୍ୱାମୀଜୀଙ୍କର ଭାରତ ଭ୍ରମଣ ଏହି କଥାର ମଧ୍ୟ ପ୍ରମାଣ ଅଟେ ଯେ କେତେ ଶତାବ୍ଦୀରୁ ଆମର ଚେତନା ଗୋଟିଏ ଥିଲା, ଗୋଟିଏ ରାଷ୍ଟ୍ର ଭାବରେ ଆମର ଆତ୍ମା ଗୋଟିଏ ଥିଲା । ଏହି ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନା ଏହା ଏକ ଅମର ଉଦାହରଣ । ଏହି ଭାବନାକୁ ନେଇ ଅମୃତ କାଳରେ ନେଇ ଦେଶ ନୂତନ ସଂକଳ୍ପଗୁଡ଼ିକ ସହିତ ଆଗକୁ ବଢୁଛି ।

ସାଥୀଗଣ,

ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ଯେତେବେଳେ ଯୁବଶକ୍ତି ଥାଏ, ଯେତେବେଳେ ଯୁବ ଶକ୍ତି ଥାଏ, ସେତେବେଳେ ଭବିଷ୍ୟତ ଗଠନ, ରାଷ୍ଟ୍ର ଗଠନ ମଧ୍ୟ ସହଜ ହୋଇଥାଏ । କର୍ଣ୍ଣାଟକର ଏହି ଭୂମି ନିଜେ ଅନେକ ମହାନ ବ୍ୟକ୍ତିତ୍ୱ ଦେଇଛି, ଯେଉଁମାନେ ସେମାନଙ୍କର କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଥିଲେ, ବହୁତ କମ ବୟସରେ ଅସାଧାରଣ କାର୍ଯ୍ୟ କରିଥିଲେ । କିତ୍ତୁରର ରାଣୀ ଚେନ୍ନାମା ଦେଶର ଅଗ୍ରଣୀ ମହିଳା ସ୍ୱାଧୀନତା ସଂଗ୍ରାମୀ ଥିଲେ । ସବୁଠୁ କଷ୍ଟ ସମୟରେ ମଧ୍ୟ ସେ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ । ରାଣୀ ଚେନ୍ନାମାଙ୍କ ସୈନ୍ୟବାହିନୀରେ ତାଙ୍କ ସାଥୀ ସଙ୍ଗୋଲୀ ରାୟନ୍ନାଙ୍କ ପରି ସାହସୀ ଯୋଦ୍ଧା ମଧ୍ୟ ଥିଲେ, ଯାହାର ସାହସିକତା ବ୍ରିଟିଶ ସେନାର ମନୋବଳ ଭାଙ୍ଗି ଦେଇଥିଲା । ଏହି ଭୂମିର ନାରାୟଣ ମହାଦେବ ଡୋନି ଜଣେ ସହିଦ ହୋଇଥିଲେ, ଯିଏ ମାତ୍ର ୧୪ ବର୍ଷ ବୟସରେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।

ଜଣେ ଯୁବକଙ୍କର ଜୀବନ କ’ଣ ହୋଇଥାଏ, ତାହାର ସାହସ କେମିତି ମୃତୁ୍ୟକୁ ମଧ୍ୟ ପରାସ୍ତ କରିପାରିବ, ଏହା କର୍ଣ୍ଣାଟକର ସୁପୁତ୍ର ଲାନ୍ସ ନାୟକ ହନୁମନ-ଥପ୍ପା ଖୋପ୍ପଡ଼ ସିୟାଚିନ ପର୍ବତରେ ଦେଖାଇଥିଲେ । ସେ ମାଇନସ ୫୫ ଡିଗ୍ରୀ ତାପମାତ୍ରାରେ ମଧ୍ୟ ୬ ଦିନ ସଂଘର୍ଷ କରିଥିଲେ ଏବଂ ଜୀବନ୍ତ ବାହାରକୁ ଆସିଥିଲେ । ଏହି ଦକ୍ଷତା କେବଳ ସାହସିକତା ମଧ୍ୟରେ ସୀମିତ ନୁହେଁ । ଆପଣ ଦେଖିଥିବେ, ଶ୍ରୀ ବିଶେଶ୍ୱରାୟ ପ୍ରମାଣ କରିଛନ୍ତି ଯେ ଯୁବ ପ୍ରତିଭା ଇଞ୍ଜିନିୟରିଂରେ ନିଜର ଲୌହ ମାନବ ନିର୍ମାଣ କରି ପ୍ରମାଣିତ କରିଛନ୍ତି ଯେ ଯୁବ ପ୍ରତିଭା କୌଣସି ଗୋଟିଏ କ୍ଷେତ୍ରରେ ସୀମିତ ନୁହେଁ । ସେହିଭଳି ଦେଶର ବିଭିନ୍ନ ସ୍ଥାନରେ ଆମ ଯୁବପିଢ଼ିଙ୍କ ପ୍ରତିଭା ଏବଂ ସାମର୍ଥ୍ୟର କଳ୍ପନାଯୋଗ୍ୟ, ଅବିଶ୍ୱସନୀୟ ଉଦାହରଣ ରହିଛି । ଆଜି ମଧ୍ୟ, ଯେତେବେଳେ ଗଣିତ ଠାରୁ ଆରମ୍ଭ କରି ବିଜ୍ଞାନ ପର୍ଯ୍ୟନ୍ତ ବିଶ୍ୱ ମଞ୍ଚରେ ପ୍ରତିଯୋଗିତାମାନ ହୋଇଥାଏ, ସେତେବେଳେ ଭାରତୀୟ ଯୁବକମାନଙ୍କ ସାହସ ବିଶ୍ୱକୁ ବିସ୍ମିତ କରି ଦେଇଥାଏ ।

ସାଥୀମାନେ,

ବିଭିନ୍ନ ଅବଧିରେ ଯେକୌଣସି ରାଷ୍ଟ୍ରର ପ୍ରାଥମିକତା ପରିବର୍ତ୍ତନ ହୁଏ, ଏହାର ଲକ୍ଷ୍ୟ ବଦଳି ଯାଇଥାଏ । ଆଜି ଏକବିଂଶ ଶତାବ୍ଦୀର ଯେଉଁ ପର୍ଯ୍ୟାୟରେ ଆମେ ଭାରତୀୟମାନେ ପହଞ୍ଚôଛୁ, ଆମର ଭାରତ ପହଞ୍ଚôଛି, ଶତାବ୍ଦୀ ପରେ ଉପଯୁକ୍ତ ସମୟ ଆସିଛି ଏବଂ ଏହାର ସବୁଠାରୁ ବଡ଼ କାରଣ ହେଉଛି ଭାରତର ଯୁବଶକ୍ତି । ଏହି ଯୁବଶକ୍ତି, ଆଜି ଭାରତ ଏକ ଯୁବ ଦେଶ ଅଟେ । ଦୁନିଆର ସବୁଠାରୁ ବଡ଼ ଯୁବସଂଖ୍ୟା ଆମ ଦେଶରେ, ଭାରତରେ ।

ଯୁବ ଶକ୍ତି ହେଉଛି ଭାରତର ଯାତ୍ରା ପାଇଁ ଏକ ପ୍ରେରଣା ଶକ୍ତି । ଆଗାମୀ ୨୫ ବର୍ଷ ଦେଶ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯୁବ ଶକ୍ତିଙ୍କ ସ୍ୱପ୍ନ ଭାରତର ଦିଗ ନିର୍ଣ୍ଣୟ କରେ । ଯୁବ ଶକ୍ତିଙ୍କ ଆକାଂକ୍ଷା ଭାରତର ଗନ୍ତବ୍ୟସ୍ଥଳକୁ ସ୍ଥିର କରେ । ଯୁବ ଶକ୍ତିଙ୍କ ଉତ୍ସାହ ଭାରତର ପଥ ସ୍ଥିର କରେ । ଏହି ଯୁବ ଶକ୍ତିକୁ ସଜାଡ଼ିବା ପାଇଁ ଆମ ଚିନ୍ତାଧାରା, ଆମର ପ୍ରୟାସ ସହିତ ଯୁବକ ହେବା ଆବଶ୍ୟକ । ଯୁବକ ହେବା ଅର୍ଥାତ୍ ଆମର ପ୍ରୟାସ ଗତିଶୀଳ ହେବା । ଯୁବକ ହେବା ହେଉଛି ଆମର ଦୃଷ୍ଟିକୋଣରେ ପାନୋରାମିକ । ଯୁବକ ହେବା ହେଉଛି ପ୍ରଗତିଶୀଳ ହେବା ।

ସାଥୀମାନେ,

ଯଦି ସମାଧାନ ପାଇଁ ବିଶ୍ୱ ଆଗକୁ ଚାହିଁଥାଏ, ତେବେ ଏହା ଆମର ଅମୃତ ପିଢ଼ିର ଉତ୍ସର୍ଗ ପାଇଁ । ଆଜି ଯେତେବେଳେ ବିଶ୍ୱ ଏତେ ଆଶା ସହିତ ଭାରତ ଆଡ଼କୁ ଦେଖୁଛି, ତେବେ ଏହା ପଛରେ ଆପଣ ସମସ୍ତେ ମୋର ଯୁବ ସାଥୀମାନେ ଅଛନ୍ତି, ଆଜି ଆମେ ବିଶ୍ୱରେ ପଞ୍ଚମ ଅର୍ଥବ୍ୟବସ୍ଥାରେ ଅଛୁ । ଆମର ଲକ୍ଷ୍ୟ ହେଉଛି ଏହାକୁ ଟପ-୩କୁ ନେବା । ଦେଶର ଏହି ଅର୍ଥନୈତିକ ଅଭିବୃଦ୍ଧି ଆମ ଯୁବକମାନଙ୍କ ପାଇଁ ଅପାର ସୁଯୋଗ ଆଣିବ । ଆଜି ଆମେ କୃଷି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଶକ୍ତି । ଟେକ୍ନୋଲୋଜି ଏବଂ ନବସୃଜନ ମାଧ୍ୟମରେ କୃଷି କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆସିବାକୁ ଯାଉଛି । ଏଥିରେ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ, ନୂତନ ଶିଖରରେ ପହଞ୍ଚିବା ପାଇଁ ନୂତନ ପଥ ଖୋଲାଯିବ । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଆଜି ଭାରତ ବିଶ୍ୱର ଏକ ବଡ଼ ଶକ୍ତି ହେବାକୁ ଯାଉଛି । କେବଳ ଭାରତର ଯୁବକମାନଙ୍କ ସାମର୍ଥ୍ୟ ହେତୁ ଏହା ସମ୍ଭବ । ସେ ଏକ ଗାଁ, ସହର କିମ୍ବା ସହର ହେଉ! ପ୍ରତ୍ୟେକ ସ୍ଥାନରେ ଉତ୍ସାହ ଉପରେ ଯୁବକମାନଙ୍କ ଭାବନା ରହିଛି । ଆଜି ଆପଣ ଏହି ପରିବର୍ତ୍ତନଗୁଡ଼ିକର ସାକ୍ଷୀ ଅଛନ୍ତି । ଆସନ୍ତାକାଲି ଆପଣ ଏହାର ଶକ୍ତି ସହିତ ଭବିଷ୍ୟତର ନେତା ହେବେ ।

ସାଥୀମାନେ,

ଇତିହାସରେ ଏହା ଏକ ବିଶେଷ ସମୟ । ତୁମେ ଏକ ବିଶେଷ ପିଢ଼ି । ତୁମର ଏକ ସ୍ୱତନ୍ତ୍ର ମିଶନ ଅଛି । ବିଶ୍ୱସ୍ତରରେ ଭରାତ ପାଇଁ ଏହା ଏକ ପ୍ରଭାବ ସୃଷ୍ଟି କରିବାର ଏହା ହେଉଛି ମିଶନ । ପ୍ରତ୍ୟେକ ମିଶନ ପାଇଁ ଏକ ଭିତ୍ତିପ୍ରସ୍ତର ଆବଶ୍ୟକ । ଅର୍ଥନୀତି ହେଉ କି ଶିକ୍ଷା, କ୍ରୀଡ଼ା କିମ୍ବା ଷ୍ଟାର୍ଟଅପ, ଦକ୍ଷତା ବିକାଶ କିମ୍ବା ଡିଜିଟାଇଜେସନ, ପ୍ରତ୍ୟେକ ଡୋମେନରେ, ଗତ ୮-୯ ବର୍ଷ ମଧ୍ୟରେ ଏକ ଦୃଢ଼ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ତୁମର ଯାତ୍ରା ପାଇଁ ମାର୍ଗ ପ୍ରସ୍ତୁତ । ଆଜି ଭାରତ ଏହାର ଯୁବକମାନଙ୍କ ପ୍ରତି ବିଶ୍ୱ ବଡ଼ ଆଶାବାଦୀ । ଏହି ଆଶାବାଦୀତା ଆପଣଙ୍କ ବିଷୟରେ। ଏହି ଆଶାବାଦୀତା ଆପଣଙ୍କ ହେତୁ ଏବଂ ଏହି ଆଶାବାଦୀତା ଆପଣଙ୍କ ପାଇଁ!

ଆଜି ବିଶ୍ୱର ସ୍ୱର ରହିଛି ଯେ ଏହି ଶତାବ୍ଦୀ ହେଉଛି ଭାରତର ଶତାବ୍ଦୀ । ଏହା ତୁମର ଶତାବ୍ଦୀ, ଭାରତର ଯୁବକମାନଙ୍କର ଶତାବ୍ଦୀ । ସର୍ବଭାରତୀୟ ସର୍ବେକ୍ଷଣରେ କୁହାଯାଇଛି ଯେ ଅଧିକାଂଶ ବଡ଼ ନିବେଶକ ଭାରତରେ ନିବେଶ କରିବାକୁ ଚାହୁଁଛନ୍ତି । ଏହି ନିବେଶକମାନେ ତୁମର, ଭରତର ଯୁବକମାନେ ବିନିଯୋଗ କରିବାକୁ ଚାହୁଁଛନ୍ତି । ଭାରତୀୟ ଷ୍ଟାର୍ଟଅପଗୁଡ଼ିକ ରେକର୍ଡ ମାତ୍ରାରେ ବିନିଯୋଗ କରୁଛନ୍ତି । ଅନେକ ବିଶ୍ୱସ୍ତରୀୟ କମ୍ପାନୀ ଭାରତରେ ଉତ୍ପାଦନ କାରଖାନା ସ୍ଥାପନ କରୁଛନ୍ତି । ଖେଳନା ଠାରୁ ଆରମ୍ଭ କରି ପର୍ଯ୍ୟଟନ, ପ୍ରତିରକ୍ଷା ଡିଜିଟାଲ ପର୍ଯ୍ୟନ୍ତ ଭାରତ ସାରା ବିଶ୍ୱରେ ପ୍ରମୁଖ ଖବର ସୃଷ୍ଟି କରୁଛି । ତେଣୁ ଏହା ଏକ ଐତିହାସିକ ସମୟ ଯେତେବେଳେ ଆଶାବାଦୀ ଏବଂ ସୁଯୋଗ ଏକତ୍ର ଆସେ ।

ସାଥୀମାନେ,

ଆମ ଦେଶରେ ମହିଳା ଶକ୍ତି ଏବଂ ମହିଳା ଶକ୍ତି ସର୍ବଦା ରାଷ୍ଟ୍ର ଶକ୍ତିକୁ ଜାଗ୍ରତ ରଖିବାରେ, ରାଷ୍ଟ୍ର ଶକ୍ତିକୁ ବୃଦ୍ଧି କରିବାରେ କାର୍ଯ୍ୟ କରିଆସୁଛନ୍ତି । ବର୍ତ୍ତମାନ ସ୍ୱାଧୀନତାର ଏହି ଅମୃତ କାଳରେ ମହିଳା ଏବଂ ଆମ ଝିଅମାନେ ନୂତନ ସାହସିକତା ପ୍ରଦର୍ଶନ କରୁଛନ୍ତି । ଭାରତୀୟ ମହିଳାମାନେ ଆଜି ଯୁଦ୍ଧ ବିମାନ ଉଡ଼ାଉଛନ୍ତି । ସେନାରେ ଯୁଦ୍ଧ ଭୂମିକାରେ ସାମିଲ ହେଉଛନ୍ତି । ବିଜ୍ଞାନ - ପ୍ରଯୁକ୍ତିବିଦ୍ୟା, ସ୍ପେଶ, କ୍ରୀଡ଼ା, ପ୍ରତ୍ୟେକ କ୍ଷେତ୍ରରେ ଆମର ଝିଅମାନେ ଶୀର୍ଷରେ ପହଞ୍ଚି ପାରିଛନ୍ତି । ଏହା ଏକ ଘୋଷଣା ଯେ ଭାରତ ବର୍ତ୍ତମାନ ସମ୍ପୂର୍ଣ୍ଣ ଶକ୍ତିର ସହିତ ନିଜର ଲକ୍ଷ୍ୟ ଆଡ଼କୁ ଗତି କରୁଛି ।

ସାଥୀମାନେ,

ଆମକୁ ଏକବିଂଶ ଶତାବ୍ଦୀର ଭାରତକୁ ଶତାବ୍ଦୀ କରିବାକୁ ପଡ଼ିବ । ଏବଂ ସେଥିପାଇଁ, ଏହା ଜରୁରୀ ଯେ ଆମେ ବର୍ତ୍ତମାନ ଠାରୁ ଦଶ ପାଦ ଆଗକୁ ଚିନ୍ତା କରିବାକୁ ହେବ । ଆମର ଚିନ୍ତାଧାରା ଭବିଷ୍ୟତବାଦୀ ହେବା ଉଚିତ, ଆମର ଆଭିମଖ୍ୟ ଭବିଷ୍ୟତବାଦୀ ହେବା ଉଚିତ । ଯୁବପିଢ଼ିଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ଆପଣ ସକାରାତ୍ମକ ବ୍ୟାଘାତ ସୃଷ୍ଟି କରିବା ଆବଶ୍ୟକ, ବିଶ୍ୱର ଆଧୁନିକ ଦେଶ ଠାରୁ ମଧ୍ୟ ଆଗକୁ ଯିବା । ଯଦି ଆମେ ମନେ ପକେଇବା, ଆଜିଠାରୁ ଦଶ - କୋଡ଼ିଏ ବର୍ଷ ପୂର୍ବେ, ଏହିପରି ଅନେକ ଜିନିଷ ବିଦ୍ୟମାନ ନ ଥିଲା, ଯାହା ଆଜି ଆମ ଜୀବନର  ଏକ ଅବିଚ୍ଛେଦ୍ୟ ଅଙ୍ଗ । ସେହିଭଳି, ଆଗାମୀ କିଛି ବର୍ଷ ମଧ୍ୟରେ, ସମ୍ଭବତଃ ଏହି ଦଶନ୍ଧି ଶେଷ ପୂର୍ବରୁ, ଆମ ଦୁନିଆ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ ହେବାକୁ ଯାଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମେସିନ ଲର୍ଣ୍ଣିଂ, ଇଣ୍ଟରନେଟ ଅଫ ଥିଙ୍ଗସ ଏବଂ ଏଆର-ଭିଆର ପରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଏକ ନୂଆ ସ୍ୱରୂପରେ ବିକଶିତ ହୋଇ ଯାଇଥିବା ଡାଟା ସାଇନ୍ସ ଏବଂ ସାଇବର ସୁରକ୍ଷା ପରି ଶବ୍ଦ ନିଶ୍ଚିତ ଭାବରେ ଆମ ଜୀବନର ପ୍ରତ୍ୟେକ ବର୍ଗ ସହିତ ଅଧିକ ଗଭୀର ଭାବରେ ସଂଯୁକତ ହୋଇଥିବ ।

ଆମର ଶିକ୍ଷା ଠାରୁ ଆରମ୍ଭ କରି ଦେଶର ନିରାପତ୍ତା, ସ୍ୱାସ୍ଥ୍ୟ ସେବା ଠାରୁ ଯୋଗାଯୋଗ ପର୍ଯ୍ୟନ୍ତ ସବୁକିଛି ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ଏକ ନୂତନ ସ୍ୱରୂପରେ ଦେଖିବାକୁ ମିଳିବ । ଆଜି ଯେଉଁ କାର୍ଯ୍ୟଗୁଡ଼ିକ ବିଦ୍ୟମାନ ନାହିଁ, ଆଗାମୀ ସମୟରେ ସେସବୁ ଯୁବକମାନଙ୍କ ପାଇଁ ମୁଖ୍ୟସ୍ରୋତର ବୃତ୍ତି ହେବ । ତେଣୁ, ଆମର ଯୁବକମାନେ ଭବିଷ୍ୟତର କୌଶଳ ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ । ଦୁନିଆରେ ଯାହା କିଛି ଘଟୁଛି, ତାହା ସହିତ ଆମକୁ ନିଜକୁ ଯୋଡ଼ିବାକୁ ହେବ । ଆମକୁ ଏପରି କାମ କରିବାକୁ ହେବ ଯାହା ଅନ୍ୟ କେହି କରୁନାହାନ୍ତି । ଏହି ମାନସିକତା ସହିତ ନୂତନ ପିଢ଼ଇକୁ ପ୍ରସ୍ତୁତ କରିବା ପାଇଁ ନୂତନ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଏକ ବ୍ୟବହାରିକ ଏବଂ ଭବିଷ୍ୟତ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରୁଛି । ଆଜି ବିଦ୍ୟାଳୟରୁ ଅଭିନବ ତଥା ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଉଛି । ଯୁବଗୋଷ୍ଠୀଙ୍କ ନିକଟରେ ଇଚ୍ଛା ମୁତାବକ ଆଗକୁ ବଢ଼ିବାର ସ୍ୱାଧୀନତା ପାଇଛନ୍ତି । ଏହା ଭବିଷ୍ୟତର ଭାରତ ଗଠନ କରିବା ପାଇଁ ଯୁବକମାନଙ୍କୁ ପ୍ରସ୍ତୁତ କରିବ ।

ସାଥୀମାନେ,

ଆଜି ଏହି ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ସ୍ୱାମୀ ବିବେକାନନ୍ଦ ଜୀଙ୍କର ଦୁଇ ବାର୍ତ୍ତା ପ୍ରତ୍ୟେକ ଯୁବକଙ୍କ ଜୀବନରେ ଏକ ଅଂଶ ହେବା ଉଚିତ । ଏହି ଦୁଇଟି ବାର୍ତ୍ତା ହେଉଛି ଅନୁଷ୍ଠାନ ଏବଂ ନୂତନତ୍ୱ । ଯେତେବେଳେ ଆମେ ଆମର ଧାରଣାକୁ ବିସ୍ତାର କରୁ, ଦଳଗତ ହୋଇ କାର୍ଯ୍ୟ କରୁ ସେତେବେଳେ ଅନୁଷ୍ଠାନ ଗଠନ ହୁଏ । ଆଜି ପ୍ରତ୍ୟେକ ଯୁବକଙ୍କୁ ଆବଶ୍ୟକ ଯେ ସେ ନିଜର ବ୍ୟକ୍ତିଗତ ସଫଳତାକୁ ନେଇ ସଫଳତା ଭାବରେ ବିସ୍ତାର କରିବେ । ଏହି ଟିମ୍ ସ୍ପିରିଟ ‘ଟିମ ଇଣ୍ଡିଆ’ ଭାବରେ ବିକଶିତ ଭାରତକୁ ଆଗକୁ ନେଇଯିବ ।

ମୋର ସବୁ ସାଥୀମାନେ,

ଆପଣଙ୍କୁ ସ୍ୱାମୀ ବିବେକାନନ୍ଦଙ୍କର ଆଉ ଗୋଟିଏ କଥା ମନେ ରଖିବାକୁ ପଡ଼ିବ । ଅଭିନବତା ପାଇଁ ମଧ୍ୟ ସ୍ୱାମୀ ବିବେକାନନ୍ଦ କହୁଥିଲେ ଯେ ପ୍ରତ୍ୟେକ କାର୍ଯ୍ୟକୁ ତିନୋଟି ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼ିବ- ପରିହାସ, ବିରୋଧ ଏବଂ ଗ୍ରହଣୀୟତା । ଏବଂ ଯଦି ନୂତନତ୍ୱକୁ ଗୋଟିଏ ଧାଡ଼ିରେ ବ୍ୟାଖ୍ୟା କରିବାକୁ ପଡ଼ିବ ତେବେ ଏହା ହେଉଛି । ଉଦାହରଣସ୍ୱରୂପ, କିଛି ବର୍ଷ ପୂର୍ବେ ଯେତେବେଳେ ଦେଶରେ ଡିଜିଟାଲ ପେମେଣ୍ଟ ଆରମ୍ଭ ହୋଇଥିଲା, କିଛି ଲୋକ ଏହାକୁ ପରିହାସ କରିଥିଲେ । ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହେବା ପରେ ମଧ୍ୟ ଏହି ଲୋକମାନେ କହିଥିଲେ ଯେ ଏସବୁ ଭାରତରେ କାମ କରିବ ନାହିଁ । ଗରୀବଙ୍କ ପାଇଁ ବ୍ୟାଙ୍କରେ ଜନଧନ ଆକାଉଣ୍ଟ ଖୋଲାଯାଉଥିଲା, ଯେତେବେଳେ ସେମାନେ ଏହି ଯୋଜନା ପ୍ରସ୍ତୁତ କଲେ, ସେମାନେ ମଧ୍ୟ ଏହାକୁ ପରିହାସ କଲେ। କୋଭିଡ ସମୟରେ, ଯେତେବେଳେ ଆମର ବୈଜ୍ଞାନିକମାନେ ଏକ ସ୍ୱଦେଶୀ ଟିକା ନେଇ ଆସିଲେ, ତାହା ଉପରେ ମଧ୍ୟ ପରିହାସ କରାଯାଇଥିଲା ଏହା କାମ କରିବ କି ନାହିଁ?

କିନ୍ତୁ ବର୍ତ୍ତମାନ ଦେଖନ୍ତୁ, ଡିଜିଟାଲ ପେମେଣ୍ଟରେ ଆଜି ଭାରତ ହେଉଛି ବିଶ୍ୱର ଅଗ୍ରଣୀ, ଆଜି ଜନଧନ ଖାତା ଆମ ଅର୍ଥନୀତିର ଏକ ବଡ଼ ଶକ୍ତି । ଟିକା କ୍ଷେତ୍ରରେ ଭାରତର ସଫଳତା ବିଶ୍ୱରେ ଆଲୋଚନା ହେଉଛି । ତେଣୁ, ଯଦି ତୁମର ଯୁବକମାନଙ୍କର କୌଣସି ନୂତନ ଧାରଣା ଅଛି, ମନେରଖ ଯେ ତୁମକୁ ପରିହାସ କରାଯାଇପାରେ, ବିରୋଧ କରାଯାଇପାରେ । କିନ୍ତୁ ଯଦି ତୁମେ ତୁମ ବିଚାରଧାରାରେ ବିଶ୍ୱାସ ରଖିବ ସେଥିରେ ଲାଗି ରହିବ, ତା’ ଉପରେ ଭରସା ରଖିବ । ତେବେ ସଫଳତା ତୁମର ପ୍ରାଙ୍ଗଣରେ କଳ୍ପନା ଠାରୁ ବଡ଼ ବୋଲି ପ୍ରମାଣିତ ହେବ ।

ସାଥୀମାନେ,

ଆଜି ଯୁବକମାନଙ୍କୁ ସାଙ୍ଗରେ ନେଇ ଦେଶରେ କ୍ରମାଗତ ଭାବରେ କିଛି ନୂତନ ପ୍ରୟାସ ଏବଂ ନୂତନ ପରୀକ୍ଷଣ ଚାଲିଛି । ଏହି କ୍ରମରେ ଦେଶର ବିଭିନ୍ନ ରାଜ୍ୟର ଯୁବକମାନେ ଜାତୀୟ ଯୁବ ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ଏକତ୍ରିତ ହୋଇଛନ୍ତି । ଏହା କିଛି ମାତ୍ରାରେ ପ୍ରତିଯୋଗୀ ଏବଂ ସହଯୋଗୀ ସଂଘୀୟତା ପରି । ଏଠାକୁ ଭିନ୍ନ-ଭିନ୍ନ ରାଜ୍ୟର ଯୁବକାମେ ସୁସ୍ଥ ପ୍ରତିଯୋଗିତାର ଭାବନା ନେଇ ନିଜର ଦକ୍ଷତା ପ୍ରଦର୍ଶନ କରିବାକୁ ଆସିଛନ୍ତି । ଏଠାରେ କିଏ ଜିତିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କାରଣ ଯେକୌଣସି ପରିସ୍ଥିତିରେ ବିଜୟ ଭାରତର ହେବ। କାରଣ ଯୁବ ମହୋତ୍ସବରେ ଆମର ଯୁବକମାନଙ୍କ ପ୍ରତିଭା ସାମ୍ନାକୁ ଆସିବ ।

ଏଠାରେ ଆପଣ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ସହିତ ପରସ୍ପର ସହିତ ସହଯୋଗ କରିବେ । ସେଥିପାଇଁ କୁହାଯାଏ ଯେ ପ୍ରତିଯୋଗିତା ସେତେବେଳେ ହୋଇଥାଏ ଯେତେବେଳେ ସେଥିରେ ଭାଗ ନେଇଥିବା ଅଂଶଗ୍ରହଣକାରୀ ଗୋଟିଏ ନିୟମ ପାଳନ କରିବାରେ ଜଣେ - ଅନ୍ୟଜଣକୁ ସହଯୋଗ କରେ । ଆମକୁ କ୍ରମାଗତ ଭାବରେ ପ୍ରତିଯୋଗିତା ଏବଂ ସହଯୋଗର ଭାବନାକୁ ଆଗକୁ ନେବାକୁ ପଡ଼ିବ । ଆମର ପ୍ରତ୍ୟେକ ଲକ୍ଷ୍ୟରେ ଆମକୁ ଚିନ୍ତା କରିବାକୁ ପଡ଼ିବ ଯେ ଆମର ଏହି ସଫଳତା ସହିତ ଦେଶ କେଉଁଠାରେ ପହଞ୍ଚôବ । ଆଜି ଦେଶର ଲକ୍ଷ୍ୟ ହେଉଛି- ବିକଶିତ ଭାରତ, ଶକ୍ତିଶାଳୀ ଭାରତ । ଏକ ବିକଶିତ ଭାରତର ସ୍ୱପ୍ନକୁ ପୂରଣ ନ କରି ଆମକୁ ଅଟକିବାକୁ ହେବ ନାହିଁ । ମୁଁ ନିଶ୍ଚିତ, ପ୍ରତ୍ୟେକ ଯୁବକ ଏହି ସ୍ୱପ୍ନକୁ ତାଙ୍କର ସ୍ୱପ୍ନରେ ପରିଣତ କରିବେ; ଦେଶର ଏହି ଦାୟିତ୍ୱ ତାଙ୍କ କାନ୍ଧ ଉପରକୁ ନେବେ । ଏହି ବିଶ୍ୱାସ ସହିତ, ପୁଣିଥରେ, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଶୁଭେଚ୍ଛା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s AI moment: Sarvam turns unicorn at $1.5 billion valuation

Media Coverage

India’s AI moment: Sarvam turns unicorn at $1.5 billion valuation
NM on the go

Nm on the go

Always be the first to hear from the PM. Get the App Now!
...
Today, the world does not suffer from a shortage of resources; it suffers from a shortage of trust: PM Modi at G7 Summit in Evian, France
June 16, 2026

राष्ट्रपति मैक्रों,
Your Excellencies,

नमस्कार!

G-7 समिट में हमारे गर्मजोशी भरे स्वागत के लिए मैं राष्ट्रपति मैक्रों का हार्दिक आभार व्यक्त करता हूँ।

Friends,

आज का विश्व पहले से कहीं अधिक inter-connected और inter-dependent है। किसी भी देश की ऊर्जा सुरक्षा, खाद्य सुरक्षा, स्वास्थ्य सुरक्षा, साइबर सुरक्षा और आर्थिक समृद्धि केवल उसकी सीमाओं के भीतर तय नहीं होती। Mobility, data, capital, technology, ये सभी हमें आपस में जोड़ते हैं।

ऐसे समय में Partnerships का महत्व स्वाभाविक रूप से बढ़ जाता है। लेकिन साझेदारियाँ तभी सफल होती हैं जब उनके केंद्र में विश्वास हो। आज सबसे महत्वपूर्ण Strategic Asset कोई mineral, technology या market नहीं, बल्कि आपसी विश्वास है।

विश्वास कि टेक्नॉलजी और supply chains को हथियार के रूप में नहीं, global good के लिए इस्तेमाल किया जाएगा। विश्वास कि विकास के अवसर कुछ देशों तक सीमित नहीं रहेंगे। विश्वास कि वैश्विक संस्थान सभी देशों की आकांक्षाओं को पूरा करने में सक्षम होंगे।

Friends,

पिछली सदी में मानवता को दो विश्व युद्धों से गुज़रना पड़ा। अनेक बलिदानों के बाद विश्व समुदाय ने शांति, स्थिरता और समृद्धि की ओर बढ़ने के लिए व्यवस्थाएं विकसित की। इन व्यवस्थाओं का आधार भी trust ही था।

किन्तु अनेक दशकों से, अनेक पीढ़ियों के योगदान से बनाए गए विश्वास को आज चोट पहुँच रही है। कोविड ने हमें आईना दिखाया कि trust और solidarity के दावे कितने खोखले थे।

Today the world does not suffer from a shortage of resources; it suffers from a shortage of trust. And the future of our partnerships depends on building this trust.

अमेरिका के राष्ट्रपति रोनल्ड रेगन ने कहा था: Trust but Verify. यह आज के समय में भी प्रासंगिक है। भावी पीढ़ियों के प्रति हमारा दायित्व है कि हम नए युग के अनुरूप trusted rules based order का निर्माण करें।

Friends,

भारत ने सदैव विश्व को एक परिवार के रूप में देखा है। हमारे सभी प्रयास “सर्वजन हिताय, सर्वजन सुखाय” यानि, welfare and happiness for all के मूल सिद्धांत पर आधारित रहे हैं।

भारत का अनुभव दिखाता है कि विकास सबसे अधिक प्रभावी तब होता है जब वह लोगों की आकांक्षाओं से जुड़ा हो। यही सिद्धांत हमारी अंतरराष्ट्रीय साझेदारियों का भी आधार है। इसी सोच के साथ भारत ने International Solar Alliance, Coalition for Disaster Resilient Infrastructure, ग्लोबल बायोफ्यूल्स एलायंस, Mission LiFE, और “एक पेड़ माँ के नाम” जैसी वैश्विक पहलों को आगे बढ़ाया है।

संकट के समय भारत ने First Responder के रूप में सभी देशों की सहायता करना अपना दायित्व समझा है। कोविड महामारी के दौरान भारत ने डेढ़ सौ से अधिक देशों को दवाइयाँ और vaccines उपलब्ध कराईं।

श्रीलंका में cyclone हो, अफगानिस्तान में भूकंप हो, मोज़ाम्बिक में floods हों, या क्यूबा और जमैका में hurricane, भारत ने सदैव "Humanity First" के सिद्धांत पर कार्य किया है। हमारी विकास साझेदारियाँ भी इसी भावना को प्रतिबिंबित करती हैं। हमारे प्रयास पार्टनर देशों में capacity building और कौशल विकास पर केन्द्रित रहे हैं।

भारत का मानना है: The true test of partnership is not what we build for others, but what we enable others to build for themselves.

Friends,

आज ग्लोबल साउथ की विश्व समुदाय से बहुत उम्मीदें हैं। किन्तु उनकी अपेक्षा सहारे की नहीं, साथ की है। वे वैश्विक विकास के लाभार्थी नहीं, उसके भागीदार बनना चाहते हैं।

हमें donor–recipient की सोच से आगे बढ़कर, equal पार्टनर्स के रूप में काम करना होगा। उनके पास-पास नहीं, साथ-साथ चलना होगा। साझेदारी को dependency के बजाय, dignity से जोड़ना होगा। इन प्रयासों से हम भावी पीढ़ियों के सतत विकास की मजबूत नींव रख सकेंगे।

Friends,

अंतरराष्ट्रीय साझेदारियाँ और वैश्विक एकजुटता तभी सार्थक बन सकती हैं, जब हम साझा चुनौतियों का मिलकर समाधान करें। भारत का दृढ विश्वास है कि विश्व के विभिन्न हिस्सों में चल रहे तनावों और युद्धों का स्थायी समाधान dialogue, diplomacy और अंतरराष्ट्रीय सहयोग के मार्ग से ही संभव है।

हम west asia में शांति प्रयासों में हुई प्रगति का स्वागत करते हैं। इस संघर्ष से west asia में हमारे मित्र देशों को जान-माल का नुकसान झेलना पड़ा है। होर्मुज़ स्ट्रेट में maritime ट्रेड में आई बाधा के कारण पूरे विश्व की अर्थव्यवस्था को नुकसान पहुंचा। भारत के कई civilians को जान गंवानी पड़ी। Global maritime ट्रेड के माध्यम से सभी देशों को आपस में जोड़ने वाले नाविकों की सुरक्षा हमारा दायित्व है। हमें यह सुनिश्चित करना होगा कि समुद्री मार्ग सुरक्षित रहें, और Seafarers बिना भय के अपना कार्य कर सकें।

Friends,

भारत इन विषयों पर सभी पार्टनर्स के साथ मिलकर काम करने के लिए पूरी तरह से तैयार है।

बहुत-बहुत धन्यवाद।