ମହାନୁଭବମାନେ ଏବଂ ସମ୍ମାନନୀୟ ମହିଳା ଓ ଭଦ୍ରବ୍ୟକ୍ତିଗଣ, 

ବିଶ୍ୱ ସରକାର ମହା ସମ୍ମିଳନୀକୁ ସମ୍ବୋଧନ କରିବା ମୋ ପକ୍ଷରେ ଏକ ବହୁତ ବଡ ସମ୍ମାନ । ଏଭଳି ଏକ ସୌଭାଗ୍ୟ ମୋତେ ଦ୍ୱିତୀୟ ଥର ପାଇଁ ମିଳିଛି । ମହାନୁଭବ ଶେଖ ମହମ୍ମଦବିନ୍ ରସିଦଙ୍କର ଆମନ୍ତ୍ରଣ ଏବଂ ଆନ୍ତରିକତା ସହିତ ମୋତେ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିବାରୁ ମୁଁ କୃତଜ୍ଞ । ମୁଁ ମୋର ଭ୍ରାତୃ ପ୍ରତୀମ ମହାନୁଭବ ଶେଖ ମହମ୍ମଦ ବିନ୍ ଜାୟତଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି । ଏହି ଅଳ୍ପ କିଛିଦିନ ମଧ୍ୟରେ ତାଙ୍କ ସହିତ ଅନେକ ଥର ସାକ୍ଷାତର ସୁଯୋଗ ମିଳିଛି । ସେ କେବଳ ଦୃଷ୍ଟିଭଙ୍ଗୀର ନେତା ନୁହଁନ୍ତି ବରଂ ସମାଧାନର ନେତା ଏବଂ ପ୍ରତିଶ୍ରୁତି ପାଳନର ମଧ୍ୟ ନେତା ଅଟନ୍ତି । 

ବନ୍ଧୁଗଣ, 

ବିଶ୍ୱ ସରକାର ମହାସମ୍ମିଳନୀ ବିଶ୍ୱସ୍ତରୀୟ ସମସ୍ତ ତୁଙ୍ଗ ନେତୃ ବୃନ୍ଦଙ୍କୁ ଗୋଟିଏ ମଞ୍ଚକୁ ଆଣିବାରେ ଏକ ବଡ ମାଧ୍ୟମ ହୋଇସାରିଛି । ଏଥିରେ ମହାନୁଭବ ଶେଖ ମହମ୍ମଦ ବିନ୍ ରସିଦଙ୍କର ଦୃଷ୍ଟିଭଙ୍ଗୀ, ନେତୃତ୍ୱ ଆଦିର ବହୁତ ବଡ ଭୂମିକା ରହିଛି । ବର୍ତ୍ତମାନ ଦୁବାଇ ଯେଭଳି ଭାବରେ ବିଶ୍ୱ ଅର୍ଥନୀତି, ବାଣିଜ୍ୟ ଏବଂ ବୈଷୟିକ କୌଶଳ କେନ୍ଦ୍ରଭାବରେ ଗଢି ଉଠୁଛି ଏହା ଏକ ବହୁତ ବଡ କଥା । ବିଶ୍ୱ ମହାମାରୀ କୋଭିଡ ଭଳି ପରିସ୍ଥିତି ମଧ୍ୟରେ ଏକ୍ସପୋ-୨୦୨୦ର ଆୟୋଜନ ହେଉ କିମ୍ବା ଏବେ ଏବେ ଅନୁଷ୍ଠିତ ହୋଇଥିବା କପ୍‌-୨୮ର ଆୟୋଜନ ‘ ଦୁବାଇ ଷ୍ଟୋରୀ’ର ବହୁତ ବଡ ଉଦାହରଣ । ଏହି ମହାସମ୍ମିଳନୀ ଆୟୋଜନ କରାଯାଇଥିବାରୁ ମୁଁ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି । ଏହାର ସଫଳତା ନିମନ୍ତେ ମଧ୍ୟ ଆପଣଙ୍କର କୁଶଳ କାମନା କରୁଛି । 

 

ବନ୍ଧୁଗଣ, 

ଆମେ ଆଜି ଏକବିଂଶ ଶତାବ୍ଦୀରେ ପାଦ ଦେଇଛନ୍ତି । ଗୋଟିଏ ପକ୍ଷରେ ବିଶ୍ୱ ଆଧୁନିକତା ଦିଗକୁ ଗତି କରୁଛି, ଅନ୍ୟ ପକ୍ଷରେ ଗତ ଶତାବ୍ଦୀରୁ ରହିଯାଇଥିବା କେତେକ ଆହ୍ୱାନ ବର୍ତ୍ତମାନ ମଧ୍ୟ ବ୍ୟାପକ ଆକାରରେ ଆମ ସମ୍ମୁଖରେ ରହିଛି । ଖାଦ୍ୟ ନିରାପତ୍ତା ହେଉ, ସ୍ୱାସ୍ଥ୍ୟ ନିରାପତ୍ତା ହେଉ, ପାନୀୟ ଜଳର ନିରାପତ୍ତା ହେଉ, ଶକ୍ତିର ନିରାପତ୍ତା ହେଉ, ଶିକ୍ଷାର ନିରାପତ୍ତା ହେଉ ଏସବୁ ମଧ୍ୟରେ ସମାଜ ଅର୍ନ୍ତମୁଖୀ ହୋଇଚାଲିଛି । ପ୍ରତ୍ୟେକ ସରକାର ନିଜର ନାଗରିକମାନଙ୍କ ପ୍ରତି ଅନେକ ଦାୟିତ୍ୱରେ ବନ୍ଧା ହୋଇ ରହିଛନ୍ତି । ବୈଷୟିକ କୌଶଳ ବିଭିନ୍ନ ପ୍ରକାରରେ ସକାରାତ୍ମକ ହେଉ କି ନକାରାତ୍ମକ ହେଉ ଏକ ପ୍ରାଥମିକ ଅସୁବିଧା ସୃଷ୍ଟିକାରୀ ପ୍ରମାଣିତ ହୋଇଛି । ବିଶ୍ୱରେ ଆତଙ୍କ ବାଦ ଆସନ୍ତା ସମୟ ପାଇଁ ଏକ ନୂଆ ରୂପରେ ସମଗ୍ର ମାନବ ଜାତି ଆଗରେ ଏକ ଆହ୍ୱାନ ହୋଇ ଦେଖାଦେଇଛି । ପରିବେଶ ସହିତ ସମ୍ପର୍କୀତ ଆହ୍ୱାନଗୁଡିକ ମଧ୍ୟ ସମୟ ସହିତ ଦିନକୁ ଦିନ ବଡ ଆକାର ଧାରଣ କରି ଅନ୍ୟ ସମସ୍ୟା ସହ ଯୋଡି ହୋଇଯାଇଛି । ଗୋଟିଏ ପକ୍ଷରେ ଦେଶ ଭିତରର ସମସ୍ୟା ରହିଛି, ଅନ୍ୟପକ୍ଷରେ ଆନ୍ତର୍ଜାତୀୟ ବ୍ୟବସ୍ଥା ସମସ୍ୟା ବିଛାଡି ହୋଇଯାଉଥିବା ଦେଖାଯାଉଛି । ଆଉ ଏହିସବୁ ମଧ୍ୟରେ ସବୁ ସରକାର ଆଗରେ ନିଜର ପ୍ରାସଙ୍ଗିକତାକୁ ରକ୍ଷା କରିବା ଏକ ବଡ ଆହ୍ୱାନ ହୋଇପଡୁଛି । ଏଭଳି ସବୁ ପ୍ରଶ୍ନ, ଏ ପ୍ରକାରର ଆହ୍ୱାନ ଏବଂ ଏଭଳି ପରିସ୍ଥିତି ମଧ୍ୟରେ ବିଶ୍ୱ ସରକାରର ମହାସମ୍ମିଳନୀର ମହତ୍ୱ ଆହୁରି ବଢିଯାଇଛି । 

ବନ୍ଧୁଗଣ,

ବର୍ତ୍ତମାନ ସବୁ ସରକାରମାନଙ୍କ ସମ୍ମୁଖରେ ଗୋଟିଏ ବଡ ପ୍ରଶ୍ନ ହେଉଛି ଯେ, କେଉଁଭଳି ଦୃଷ୍ଟିଭଙ୍ଗୀ ନେଇ ଆଗକୁ ଚାଲିବେ । ମୁଁ ଭାବୁଛି ଆଜି ବିଶ୍ୱ ପାଇଁ ଏଭଳି ସରକାର ଆବଶ୍ୟକ ପଡୁଛି, ଯାହା କି ଅର୍ନ୍ତମୁଖୀ ହୋଇଥିବ ଏବଂ ସମସ୍ତଙ୍କୁ ସାଥିରେ ନେଇ ଚାଲିବ । ଆଜି ବିଶ୍ୱକୁ ଏଭଳି ଏକ ସରକାରର ଆବଶ୍ୟକତା ରହିଛି ଯାହା କି, ସ୍ମାର୍ଟ ହୋଇଥିବ ଏବଂ ବୈଷୟିକ କ୍ଷେତ୍ରରେ ବଡ ବଡ ପରିବର୍ତ୍ତନର ମାଧ୍ୟମ ମଧ୍ୟ ହୋଇପାରୁଥିବ । ଆଜି ବିଶ୍ୱକୁ ଏଭଳି ସରକାରର ଆବଶ୍ୟକତା ପଡୁଛି ଯେ କି ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଥିବ, ଦୁର୍ନୀତିଠାରୁ ବହୁତ ଦୂରରେ ଥିବ ଏବଂ ପ୍ରଶାସନିକ ସ୍ୱଚ୍ଛତା ରକ୍ଷା କରିପାରୁଥିବ । ଆଜି ବିଶ୍ୱର ଏଭଳି ସରକାରର ଆବଶ୍ୟକତା ଅଛି ଯାହା ସବୁଜିମା ଭରା ହୋଇଥିବ, ଏବଂ ପରିବେଶ ସମ୍ପର୍କୀତ ଆହ୍ୱାନଗୁଡିକୁ ନେଇ ଗୁରୁତ୍ୱପୂର୍ଣ୍ଣଭାବେ ସମ୍ମୁଖୀନ ହେଉଥିବ । ଆଜି ବିଶ୍ୱକୁ ଏଭଳି ସରକାର ଆବଶ୍ୟକତା ଅଛି, ଯେ କି ଇଜ୍ ଅଫ ଲିଭିଂ, ଇଜ୍ ଅଫ ଜଷ୍ଟିସ୍‌, ନମନୀୟତା ଏବଂ ସୃଜନଶୀତଳ ତଥା ଇଜ୍ ଅଫ୍ ଡୁଇଂ ବିଜିନେସକୁ ପ୍ରାଥମିକତା ଦେଇ ଆଗେଇ ପାରୁଥିବ । 

ବନ୍ଧୁଗଣ, 

ଗୋଟିଏ ସରକାରର ମୁଖ୍ୟ ଭାବରେ କ୍ରମାଗତ ଭାବରେ କାର୍ଯ୍ୟ କରିବାର ମୋତେ ୨୩ବର୍ଷ ହୋଇଗଲା । ଭାରତରଏକ ବଡ ରାଜ୍ୟ ଗୁଜରାତ ସରକାରର ମୁଖ୍ୟ ଭାବରେ ୧୩ବର୍ଷ ସେବା କରିବାର ଏବଂ କେନ୍ଦ୍ର ସରକାରରେ ଦେଶବାସୀଙ୍କ ସେବା କରିବାରେ ୧୦ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି । ମୁଁ ଏକଥା ସ୍ୱୀକାର କରୁଛି ଯେ ସରକାରଙ୍କ ନିକଟରେ କୌଣସି ଅଭାବ ରହିବା ଉଚିତ ନୁହେଁ ଏବଂ ସରକାର କୌଣସି କ୍ଷେତ୍ରରେ ଚାପ ପକାଇବା ଉଚିତ ନୁହେଁ ବରଂ ମୁଁ ଏକଥା କହିବି ଯେ ଲୋକମାନଙ୍କର ଜୀବନ ଶୈଳୀ ଉପରେ ସରକାରଙ୍କର ହସ୍ତକ୍ଷେପ ସବୁଠାରୁ କମ୍ ହେବ ଏବଂ ଏହାକୁ ସୁନିଶ୍ଚିତ କରିବା ସରକାରଙ୍କର ମଧ୍ୟ ଏକ କାମ । 

 

ଆମେ ବାରମ୍ବାର ଶୁଣୁଛୁ ଯେ, କରୋନା ପରବର୍ତ୍ତୀ ସମୟରେ ସରକାର ଗୁଡିକ ଉପରେ ଲୋକମାନଙ୍କର ଭରସା କମି ଆସୁଛି । କିନ୍ତୁ ଭାରତରେ ଏହାର ସମ୍ପୂର୍ଣ୍ଣ ରୂପେ ବିପରୀତ ପରିସ୍ଥିତି ଅନୁଭୂତ ହେଉଛି । ବିଗତ ବର୍ଷଗୁଡିକରେ ଭାରତ ସରକାରଙ୍କ ଉପରେ ଦେଶର ଲୋକମାନଙ୍କର ଭରସା ଆହୁରି ଦୃଢ ହୋଇଛି । ଲୋକମାନଙ୍କର ଆମ ସରକାର ଉପରେ ଗୁଣବତ୍ତା ଦୃଷ୍ଟିରୁ ଏବଂ ପ୍ରତିଶ୍ରୁତି ରକ୍ଷା ଦୃଷ୍ଟିରୁ ଉଭୟ ଆଡୁ ଭରସା ରହିଛି । ଏଭଳି କିପରି ହେଲା ? କାରଣ ଆମେ ପ୍ରଶାସନରେ ଲୋକମାନଙ୍କର ଭାବନାକୁ ପ୍ରାଥମିକତା ଦେଉଛୁ। ଆମେ ଦେଶବାସୀଙ୍କର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ଅଟୁ । ଲୋକମାନଙ୍କର ଆବଶ୍ୟକତା ଏବଂ ସେମାନଙ୍କର ସ୍ୱପ୍ନ ଉଭୟକୁ ପୂରା କରିବା କ୍ଷେତ୍ରରେ ଆମେ ଧ୍ୟାନ ଦେଇଛୁ । ଗତ ୨୩ବର୍ଷ ମଧ୍ୟରେ ସରକାରରେ ରହି ମୋର ସବୁଠାରୁ ବଡ ଅଭିଜ୍ଞତା ହେଉଛି ସର୍ବନିମ୍ନ ସରକାର ଏବଂ ସର୍ବାଧିକ ପ୍ରଶାସନ । ମୁଁ ସବୁବେଳେ ଏଭଳି ଏକ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇ ଆସିଛି । ଏହା ନାଗରିକମାନଙ୍କର ଉଦ୍ୟମିତା ଏବଂ ଶକ୍ତି ଉଭୟକୁ ବଢାଏ । ଆମେ ସବୁବେଳେ ସର୍ବନିମ୍ନରୁ ସର୍ବୋଚ୍ଚ ସ୍ତରକୁ ଏବଂ ସର୍ବୋଚ୍ଚ ସ୍ତରରୁ ସର୍ବନିମ୍ନ ସ୍ତରକୁ ଚିନ୍ତାକରି ସମୁଦାୟ ସମାଜକୁ ଧ୍ୟାନ ଦେବା ଭଳି ନୀତି ଗ୍ରହଣ କରି ଚାଲିଛୁ । ଆମେ ସବୁ କ୍ଷେତ୍ରରେ କାର୍ଯ୍ୟର ପବିତ୍ରତା ଉପରେ ଗୁୁରୁତ୍ୱ ଦେଇ ଆସୁଛୁ । ପ୍ରତ୍ୟେକ ପ୍ରସଙ୍ଗରେ ଲୋକ ମାନଙ୍କର ସମ୍ପୃକ୍ତିକୁ ପ୍ରଥମେ ପ୍ରାଥମିକତା ଦେଇଛୁ । ଆମେ ଏକଥା ମଧ୍ୟ ସବୁବେଳେ ଉଦ୍ୟମ କରିଆସିଛୁ ଯେ କୌଣସି ପ୍ରକାରର ଅଭିଯାନ ହେଉ ନା କାହିଁକି ଏହାକୁ ସରକାର ଆରମ୍ଭ କରିବେ କିନ୍ତୁ ସମୟର ଅଗ୍ରଗତି ସହିତ ଜନତା ଏହାକୁ ସମ୍ପୂର୍ଣ୍ଣଭାବେ ସମ୍ଭାଳିବେ । ଲୋକମାନଙ୍କର ଅଂଶୀଦାରିତାର ଏହି ସିଦ୍ଧାନ୍ତକୁ ନେଇ ଭାରତରେ ମୁଁ ବଡ ବଡ ପରିବର୍ତ୍ତନ ଦେଖିଛି । ଆମର ପରିବେଶକୁ ନିର୍ମଳ ରଖିବାର କାର୍ଯ୍ୟକ୍ରମ ଅଛି, ଶିଶୁକନ୍ୟାମାନଙ୍କର ଶିକ୍ଷାକୁ ଆଗକୁ ନେବାର ଅଭିଯାନ ଅଛି, ଡିଜିଟାଲ ସାକ୍ଷରତା ଏହା ସଫଳତା ଏବଂ ଲୋକମାନଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଉଦ୍ୟମ ମଧ୍ୟ ରହିଛି ।

ବନ୍ଧୁଗଣ, 

ଆମ ସରକାରରେ ସମାଜିକ ଅନ୍ତର୍ମୁଖୀ ଏବଂ ଆର୍ଥିକ ଅନ୍ତର୍ମୁଖୀ କାର୍ଯ୍ୟକ୍ରମ ଉପରେ ପ୍ରାଥମିକତା ଦିଆଯାଉଛି । ବ୍ୟାଙ୍କ ଆକାଉଣ୍ଟ ଆଦୌ ନ ଥିବା ୫୦କୋଟି ଲୋକଙ୍କର ବ୍ୟାଙ୍କରେ ଖାତା ଖୋଲାଇ ସେମାନଙ୍କୁ ବ୍ୟାଙ୍କ ସହିତ ସମ୍ପୃକ୍ତ କରିବା କାର୍ଯ୍ୟ କରିଛୁ । ଏହି କାର୍ଯ୍ୟ ପାଇଁ ଜନଚେତନା ସୃଷ୍ଟି କରିବା ନିମନ୍ତେ ବହୁତ ବଡ ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା । ଏହାର ପରିଣାମ ସ୍ୱରୂପ ଆର୍ଥିକ କ୍ଷେତ୍ରରେ ଆମେ ବୈଷୟିକ କ୍ଷେତ୍ରର ପ୍ରୟୋଗ ଏବଂ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବହୁତ ଆଗକୁ ଯାଇପାରିଛୁ । ମହିଳା ଭିତ୍ତିକ ପ୍ରଗତିକୁ ଆମେ ବହୁତ ଆଗକୁ ନେଇପାରିଛୁ । ଆମେ ଭାରତୀୟ ମହିଳାମାନଙ୍କର ଆର୍ଥିକ, ସାମାଜିକ ଏବଂ ରାଜନୈତିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛୁ । କିଛି ମାସ ତଳେ ଆଇନ କରି ଭାରତର ମହିଳାମାନଙ୍କ ପାଇଁ ପାର୍ଲାମେଣ୍ଟରେ ପାର୍ଲାମେଣ୍ଟରେ ସ୍ଥାନ ସଂରକ୍ଷଣ ରଖିବାର ବ୍ୟବସ୍ଥା କରିଛୁ । ଆଜି ଆମେ ଭାରତର ଯୁବଗୋଷ୍ଠୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛୁ । ଏହା ଦ୍ୱାରା ନୂତନ ଯୁବଗୋଷ୍ଠୀ ପ୍ରଗତି ଉପରେ ଗୁୁରୁତ୍ୱ ଦେଉଛନ୍ତି । ବହୁତ କମ୍ ସମୟ ମଧ୍ୟରେ ଭାରତ ପୃଥିବୀର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ଗଢି ପାରିଛି । ଏଭଳି ଏକ ଲମ୍ବକୁଦ ଦେବାରେ ଆମେ ତୃତୀୟ ସ୍ଥାନରେ ପହଞ୍ଚିଯାଇଛୁ ।

ବନ୍ଧୁଗଣ, 

‘ସବ୍‌କା ସାଥ୍‌,ସବ୍‌କା ବିକାଶ’ ମନ୍ତ୍ରକୁ ନେଇ ଚାଲିବା ଫଳରେ ସମାଜର ସବା ତଳସ୍ତରର ଲୋକ ନିକଟରେ ପହଞ୍ଚାଇବା ପାଇଁ ଏବଂ ଏ କ୍ଷେତ୍ରରେ ଶତକ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଥିବା ହେତୁ ଆମକୁ ଶକ୍ତି ମିଳିଯାଉଛି। ସର୍ବୋଚ୍ଚ ସୀମାରେ ପହଞ୍ଚିଇବା ପାଇଁ ଏବଂ ଯୋଜନା ସବୁର ଲାଭକୁ ପ୍ରତ୍ୟେକ ଲାଭାର୍ଥୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି । ଏହା ଫଳରେ କେହି ଜଣେ ବି ଲାଭାର୍ଥୀ ତାଙ୍କ ଅଧିକାରରୁ ବଂଚିତ ହେବେ ନାହିଁ । ପ୍ରଶାସନର ଏ ପ୍ରକାର ମଡେଲରେ କୌଣସି ପ୍ରକାରର ଭେଦଭାବ ଏବଂ ଭ୍ରଷ୍ଟାଚାର ଉଭୟଟିର ପରିସମାପ୍ତି ଘଟିଛି । ଏ ସମ୍ପର୍କର ଏକ ଅଧ୍ୟୟନ ଅନୁସାରେ ଗତ ୧୦ବର୍ଷରେ ଭାରତରେ ୨୫କୋଟି ଲୋକ ଗରିବ ସ୍ତରରୁ ଉପରକୁ ଉଠିଛନ୍ତି ଏବଂ ଏ କ୍ଷେତ୍ରରେ ପ୍ରଶାସନର ବଡ ଭୂମିକା ରହିଛି । 

 

ବନ୍ଧୁଗଣ, 

ବର୍ତମାନ ଆମ ସରକାର ଦକ୍ଷତା ଉପରେ ପ୍ରାଥମିକତା ଦେଉଛି । ଏହାର ସୁଫଳ ମଧ୍ୟ ମିଳୁଛି । ଏ କ୍ଷେତ୍ରରେ ଭାରତ ଏକ ଉଦାହରଣ ହୋଇ ରହିଯାଇଛି । ବର୍ତ୍ତମାନ ଭାରତର ୧୩୦କୋଟି ଲୋକଙ୍କ ନିକଟରେ ନାଗରିକତା ସମ୍ପର୍କୀତ ଡିଜିଟାଲ ପ୍ରମାଣପତ୍ର ରହିଛି । ଲୋକମାନଙ୍କର ଏହି ଡିଜିଟାଲ ପ୍ରମାଣ ପତ୍ର ସେମାନଙ୍କର ବ୍ୟାଙ୍କ ଖାତା ଖୋଲିବା ଏବଂ ମୋବାଇଲ ସହିତ ବ୍ୟାଙ୍କ ଖାତାକୁ ସଂଯୁକ୍ତ କରିବା କାର୍ଯ୍ୟ ହୋଇଯାଇଛି । ବୈଷୟିକ କୌଶଳ ପ୍ରୟୋଗ କରି ଏଭଳି ଏକ ବ୍ୟବସ୍ଥାକୁ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଲାଭାର୍ଥୀ ମାନଙ୍କୁ ପ୍ରତ୍ୟକ୍ଷ ଲାଭ ସେମାନଙ୍କ ନିକଟରେ ପହଂଚାଇବା ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥା ମାଧ୍ୟମରେ ଆମେ ଗତ ୧୦ବର୍ଷ ମଧ୍ୟରେ ୪ଶହ ବିଲିୟନ ଡଲାରରୁ ଅଧିକ ପରିମାଣର ଅର୍ଥ ଲୋକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଇପାରିଛୁ । ଏଭଳି କରିବା ଫଳରେ ଦୁର୍ନୀର୍ତିରେ ଷଡଯନ୍ତ୍ରକୁ ସମୂଳେ ସମାପ୍ତ କରାଯାଇପାରିଛି । ୩୩ ବିଲିୟନ ଡଲାରରୁ ଅଧିକ ଅର୍ଥ ଭୁଲ ଲୋକମାନଙ୍କ ହାତରେ ପଡିବାରୁ ରକ୍ଷା କରିଛୁ । 

ବନ୍ଧୁଗଣ,

ଯେତେଦୂର ପାଣିପାଗର ପରିବର୍ତ୍ତନ ପ୍ରସଙ୍ଗ ଉଠେ, ସେଥିରେ ଭାରତ ଏକ ନିଜସ୍ୱ ଦୃଷ୍ଟିଭଙ୍ଗୀରେ ଏହାର ସମାଧାନ କରିଆସିଛି । ଭାରତ ଆଜି ସୌରଶକ୍ତି, ବାୟୁଶକ୍ତି, ଜଳଶକ୍ତି ସହିତ ଜୈବିକ ଇନ୍ଧନ୍‌, ସବୁଜ ଉଦ୍‌ଜାନ ଉପରେ ମଧ୍ୟ ଗବେଷଣା ଚଳାଇ ରଖିଛୁ । ଆମ ସଂସ୍କୃତି ଆମକୁ ଶିଖାଇଛି ଯେ ପ୍ରକୃତିଠାରୁ ଆମେ ଯେତିକି ନେଉଛି, ପ୍ରକୃତିକୁ ସେତିକି ଫେରାଇବାକୁ ଚେଷ୍ଟା କରିବୁ । ଏଥିପାଇଁ ଭାରତ ବିଶ୍ୱକୁ ଏକ ନୂଆ ମାର୍ଗ ପ୍ରଦର୍ଶନ କରିଛି । ଏହି ମାର୍ଗରେ ଗଲେ ଆମେ ପରିବେଶ ପ୍ରତି ଅନେକ ସହାୟତା କରିପାରିବା । ଏହି ମାର୍ଗ ହେଉଛି ମିଶନ ଲାଇଫ, ଅନ୍ୟ ଅର୍ଥରେ ପରିବେଶକୁ ନେଇ ଜୀବନ ଶୈଳୀ । ଏହି କାର୍ଯ୍ୟକ୍ରମ ପୃଥିବୀ ଗ୍ରହର ଲୋକମାନଙ୍କୁ ଏକ ସକାରାତ୍ମକ ମାର୍ଗ ଦେଖାଉଛି । ଆମେ କାର୍ବନ କ୍ରେଡିଟ୍ ବ୍ୟବସ୍ଥା ଉପରେ ମଧ୍ୟ ଦୀର୍ଘବର୍ଷ ହେଲା ଦୃଷ୍ଟି ରଖିଛୁ । ଏହି ପୃଷ୍ଠଭୂମିରେ ଆମେ ଗ୍ରୀନ କ୍ରେଡିଟ୍ ବିଷୟରେ ଚିନ୍ତା କରିବା ଉଚିତ । ଏ ସମ୍ପର୍କରେ ମୁଁ ସିଓପି୍‌-୨୮ ଅବସରରେ ଦୁବାଇଠାରେ ବିସ୍ତୃତ ଆଲୋଚନା କରିଥିଲି । 

ବନ୍ଧୁଗଣ,

ଯେତେବେଳେ ଆମେ ଭବିଷ୍ୟତକୁ ଦୃଷ୍ଟି ନିକ୍ଷେପ କରୁଛୁ, ସେତେବେଳେ ପ୍ରତ୍ୟେକ ସରକାର ଆଗରେ ଅନେକ ପ୍ରଶ୍ନ ଦେଖାଯାଉଛି । ଆମେ ନିଜର ରାଷ୍ଟ୍ରୀୟ ନିରାପତ୍ତା ସହିତ ଆନ୍ତର୍ଜାତିକ ପାରସ୍ପରିକ ନିର୍ଭରଶୀଳତା ଭିତରେ କିଭଳି ଭାରସାମ୍ୟ ରକ୍ଷା କରିବା ? 

 

ନିଜ ଦେଶର ସ୍ୱାର୍ଥକୁ ରକ୍ଷା କରିବାକୁ ଯାଇ କାର୍ଯ୍ୟ କରୁଥିବା ସମୟରେ ଆନ୍ତର୍ଜାତିକ ନିୟମଗୁଡିକ ପ୍ରତି ପ୍ରତିଶ୍ରୁତି ପାଳନ ପୂର୍ବକ କିଭଳି କାମ କରିପାରିବା ? 

ରାଷ୍ଟ୍ରୀୟ ପ୍ରଗତି କରିବାକୁ ଯାଇ ଆମେ ବିଶ୍ୱର ମଙ୍ଗଳ ପାଇଁ କିଭଳିଭାବେ ସର୍ବାଧିକ ଯୋଗଦାନ ଦେଇପାରିବ ? 

ଆମେ ଆମର ସଂସ୍କୃତି ଏବଂ ପରମ୍ପରାରୁ ଜ୍ଞାନ ଆହୋରଣ କରୁଥିବା ସମୟରେ ବିଶ୍ୱସ୍ତରୀୟ ମୂଲ୍ୟବୋଧକୁ କିଭଳି ସମୃଦ୍ଧ କରିପାରିବା?  

ଆମେ ଡିଜିଟାଲ ଟେକ୍‌ନୋଲୋଜିର ସୁଫଳ ନେଉଥିବା ସମୟରେ ଏହାର ନକାରାତ୍ମକ ପ୍ରଭାବ ଏବଂ ଏହି ପ୍ରଭାବରୁ ସମାଜକୁ କିଭଳି ଭାବେ ବଂଚାଇବା ପାରିବା? 

ଆମେ ବିଶ୍ୱଶାନ୍ତି ପାଇଁ ଉଦ୍ୟମ କରୁଥିବାବେଳେ ଆତଙ୍କବାଦ ବିରୁଦ୍ଧରେ ମିଳିମିଶି କିଭଳି କାମ କରିବା। ଆଜି ଆମେ ଯେତେବେଳେ ନିଜ ଦେଶର ପ୍ରଗତି ହାସଲ କରୁଛୁ ଏଭଳି କ୍ଷେତ୍ରରେ ବିଶ୍ୱବାସୀ ପ୍ରଶାସନ ସଂସ୍ଥାନଗୁଡିକରେ ବି ସଂସ୍କାର ଆସିବା ଜରୁରୀ କି ନୁହେଁ ? 

ଏଭଳି ଅନେକ ପ୍ରକାର ପ୍ରଶ୍ନ ଆମ ମନରେ ଉଠୁଛି । ଏ ସମସ୍ତ ପ୍ରକାର ପ୍ରଶ୍ନକୁ ମନ ଭିତରେ ରଖି ଆମକୁ ଆମ ସରକାରକୁ ନୂତନ ଦିଗ୍‌ଦର୍ଶନ ଦେବା କଥାରେ ଭବିଷ୍ୟତର ଯୋଜନା ପ୍ରସ୍ତୃତ କରିବା ଆବଶ୍ୟକ । 

ଆମେ ସମସ୍ତେ ମିଳିମିଶି ପାରସ୍ପରିକ ଓ ସହଯୋଗଭିତ୍ତିକ ବିଶ୍ୱସ୍ତରୀୟ ମୂଲ୍ୟବୋଧକୁ ଉନ୍ନତ କରିବାକୁ ପଡିବ । ଆମେ ବିକାଶ ଲାଭ କରୁଥିବା ବିଶ୍ୱରେ ବିଭିନ୍ନ ସମସ୍ୟାକୁ ବିଶ୍ୱସ୍ତରରେ ସମାଧାନ ପାଇଁ ନିଷ୍ପତ୍ତି ନେବା ଭଳି ଗ୍ଲୋବାଲ-ସାଉଥ୍ ଅଂଶୀଦାରିତାକୁ ପ୍ରୋତ୍ସାହିତ କରିବାକୁ ପଡିବ ।

ଆମେ ଗ୍ଲୋବାଲ ସାଉଥର ସ୍ୱର ଶୁଣିଛୁ । ଏହାର ପ୍ରାଥମିକ ପ୍ରସଙ୍ଗଗୁଡିକୁ ଆଗକୁ ଆଣିବାକୁ ପଡିବ ।

ବିଭିନ୍ନ ପ୍ରକାର ଅଭାବ ରହିଥିବା ଦେଶଗୁଡିକ ସହିତ ନିଜର ସମ୍ବଳ ଏବଂ ଦକ୍ଷତାର ବିନିମୟ କରିବାକୁ ପଢ଼ିବ ।

ଆମକୁ କୃତ୍ରିମ ବୁଦ୍ଧିମତ୍ତା, କ୍ରିପ୍ଟୋ କରେନ୍ସି, ସାଇବର ଅପରାଧ ଆଦିର ସୃଷ୍ଟି ହେଉଥିବା ଆହ୍ୱାନଗୁଡିକ ସମ୍ମୁଖଖୀନ ହେବା ପାଇଁ ଗ୍ଲୋବାଲ ପ୍ରୋଟୋକଲ ପ୍ରସ୍ତୁତ କରିବାକୁ ପଡିବ ।

ଆମେ ନିଜ ନିଜ ଦେଶର ସାର୍ବଭୌମତାକୁ ପ୍ରାଥମିକତା ଦେବା ସହିତ ଆନ୍ତର୍ଜାତିକ ଆଇନଗୁଡିକ ସମ୍ମାନ ଦେବାକୁ ପଡିବ । 

ଏହି ସମସ୍ତ ଭାବନାକୁ ନେଇ ଆମକୁ ଅଗ୍ରସର ହେବାକୁ ପଡିବ । ଆମେ କେବଳ ସରକାରଙ୍କ ସମ୍ମୁଖରେ ରହିଥିବା ଆହ୍ୱାନକୁ ସମାଧାନ କରିବା ସହିତ ବିଶ୍ୱ ବନ୍ଧୁତ୍ୱ ଭାବନାକୁ ମଧ୍ୟ ସୁଦୃଢ କରିବାକୁ ପଡିବ । ଏକ ବିଶ୍ୱ ବନ୍ଧୁତ୍ୱ ଭାବନା ନେଇ ଭାରତ ଆଜି ଅଗ୍ରସର ହେଉଛି । ଜି-୨୦ ସଭାପତିତ୍ୱ ସମୟରେ ଏହି ଭାବନାକୁ ଆମେ ବହୁତ ଆଗକୁ ନେଇଥିଲା । ଆମେ ଏକ ପୃଥିବୀ, ଏକ ପରିବାର, ଭବିଷ୍ୟତ ଭାବନାକୁ ନେଇ ଅଗ୍ରସର ହେଉଛୁ। 

ବନ୍ଧୁଗଣ,

ଆମ ସମସ୍ତଙ୍କ ନିକଟରେ ପ୍ରଶାସନଠାରୁ ଆରମ୍ଭ କରି ନିଜ ନିଜର ଅଭିଜ୍ଞତା ରହିଛି । ଆମକୁ ଅନ୍ୟମାନଙ୍କ ସହ ମିଶି କାମ କରିବାକୁ ପଡିବ । ଅନ୍ୟ ମାନଙ୍କଠାରୁ ମଧ୍ୟ ଶିଖିବାକୁ ପଡିବ । ଏହି ମହା ସମ୍ମିଳନୀର ଏହାହିଁ ଲକ୍ଷ୍ୟ। ଏହି ମହାସମ୍ମିଳନୀରୁ ନିର୍ଯ୍ୟାସ ଭାବରେ ଯାହା ବାହାରିବ,ତାହା ଭବିଷ୍ୟତ ପୃଥିବୀକୁ ଏକ ରୂପ ଦେବ । ଏହି ବିଶ୍ୱାସ ସହିତ ମୁଁ ଆପଣଙ୍କୁ ପୁନର୍ବାର ଧନ୍ୟବାଦ ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's strong growth outlook intact despite global volatility: Govt

Media Coverage

India's strong growth outlook intact despite global volatility: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister urges MPs to vote in favour of Nari Shakti Vandan Adhiniyam Amendment, Calls it Historic Opportunity
April 17, 2026

The Prime Minister, Shri Narendra Modi, has highlighted that a discussion is currently underway in Parliament on the amendment to the Nari Shakti Vandan Adhiniyam, noting that deliberations continued till 1 AM last night.

He stated that all misconceptions surrounding the amendment have been addressed with logical responses, and every concern raised by members has been resolved. The Prime Minister added that necessary information, wherever lacking, has also been provided to all members, ensuring that issues of opposition have been clarified.

Emphasising that the issue of women’s reservation has witnessed political debates for nearly four decades, the Prime Minister said that the time has now come to ensure that women, who constitute half of the country’s population, receive their rightful representation.

He observed that even after decades of independence, the low representation of women in the decision-making process is not appropriate and needs to be corrected.

The Prime Minister informed that voting in the Lok Sabha is expected shortly and urged all political parties to take a thoughtful and sensitive decision by voting in favour of the women’s reservation amendment.

Appealing on behalf of the women of the country, he urged all Members of Parliament to ensure that no action hurts the sentiments of Nari Shakti. He noted that crores of women are looking towards the Parliament, its intent, and its decisions.

The Prime Minister called upon MPs to reflect upon their families-mothers, sisters, daughters, and wives—and listen to their inner conscience while making the decision.

He described the amendment as a significant opportunity to serve and honour the women of the nation and urged members not to deprive them of new opportunities.

Expressing confidence, the Prime Minister said that if the amendment is passed unanimously, it will further strengthen Nari Shakti as well as the country’s democracy.

Calling it a historic moment, he urged all members to come together to create history by granting rightful representation to women, who form half of India’s population.

The Prime Minister wrote on X;

“संसद में इस समय नारीशक्ति वंदन अधिनियम में संशोधन पर चर्चा चल रही है। कल रात भी एक बजे तक चर्चा चली है।

जो भ्रम फैलाए गए, उनको दूर करने के लिए तर्कबद्ध जवाब दिया गया है। हर आशंका का समाधान किया गया है। जिन जानकारियों का अभाव था, वो जानकारियां भी हर सदस्य को दी गई हैं। किसी के मन में विरोध का जो कोई भी विषय था, उसका भी समाधान हुआ है।

महिला आरक्षण के इस विषय पर देश में चार दशक तक बहुत राजनीति कर ली गई है। अब समय है कि देश की आधी आबादी को उसके अधिकार अवश्य मिलें।

आजादी के इतने दशकों बाद भी भारत की महिलाओं का निर्णय प्रक्रिया में इतना कम प्रतिनिधित्व रहे, ये ठीक नहीं।

अब कुछ ही देर लोकसभा में मतदान होने वाला है। मैं सभी राजनीतिक दलों से आग्रह करता हूं… अपील करता हूं...

कृपया करके सोच-विचार करके पूरी संवेदनशीलता से निर्णय लें, महिला आरक्षण के पक्ष में मतदान करें।

मैं देश की नारी शक्ति की तरफ से भी सभी सदस्यों से प्रार्थना करूंगा… कुछ भी ऐसा ना करें, जिनसे नारीशक्ति की भावनाएं आहत हों।

देश की करोड़ों महिलाओं की दृष्टि हम सभी पर है, हमारी नीयत पर है, हमारे निर्णय पर है। कृपया करके नारीशक्ति वंदन अधिनियम में संशोधन का साथ दें।”

“मैं सभी सांसदों से कहूंगा...

आप अपने घर में मां-बहन-बेटी-पत्नी सबका स्मरण करते हुए अपनी अंतरात्मा को सुनिए ...

देश की नारीशक्ति की सेवा का, उनके वंदन का ये बहुत बड़ा अवसर है।

उन्हें नए अवसरों से वंचित नहीं करिए।

ये संशोधन सर्वसम्मति से पारित होगा, तो देश की नारीशक्ति और सशक्त होगी… देश का लोकतंत्र और सशक्त होगा।

आइए… हम मिलकर आज इतिहास रचें। भारत की नारी को… देश की आधी आबादी को उसका हक दें।”

"Parliament is discussing a historic legislation that paves the way for women’s reservation in legislative bodies. The discussions, which began yesterday, lasted till around 1 AM and have continued since the House proceedings began this morning.

The Government has addressed all apprehensions and misconceptions relating to the legislation with facts and logic. All concerns have been addressed and any gaps in information have also been filled.

For nearly four decades, this issue of women’s reservation in legislative bodies has been inordinately delayed. Now is the time to ensure that half of the nation’s population receives its rightful due in decision making. Even after so many decades of Independence, it is not right that women in India have such limited representation in this area.

In a short while from now, voting will take place in the Lok Sabha. I urge and appeal to all political parties to reflect carefully and take a sensitive decision by voting in favour of women’s reservation.

On behalf of our Nari Shakti, I also request all members not to do anything that may hurt the sentiments of women across India. Crores of women are watching us…our intent and our decisions. I once again request that everyone support the amendments to the Nari Shakti Vandan Adhiniyam.”

"I would like to appeal to all Members of Parliament…

Please reflect upon your conscience, remembering the women in your own families.

The legislation to ensure women’s reservation in legislative bodies is a significant opportunity to do justice to women of our nation.

Please do not deprive our Nari Shakti of new opportunities.

If this amendment is passed unanimously, it will further empower the women of our country and strengthen our democracy.

Let us come together today to create history.

Let us ensure that the women of India, who are half of the nation’s population, receive their rightful due.”