ଟିବି-ମୁକ୍ତ ପଞ୍ଚାୟତ ପଦକ୍ଷେପ, ଟିବି ପାଇଁ ଏକ କ୍ଷୁଦ୍ର ପ୍ରତିରୋଧକ ଚିକିତ୍ସା ଏବଂ ପରିବାର-କୈନ୍ଦ୍ରିକ ଚିକିତ୍ସା ମଡେଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଏକ ଯକ୍ଷ୍ମା ମୁକ୍ତ ସମାଜ ସୁନିଶ୍ଚିତ କରିବା ଦିଗରେ ଭାରତ ନିଜର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛି
2025 ସୁଦ୍ଧା ଯକ୍ଷ୍ମା ଉନ୍ମୁଳନ ପାଇଁ ଭାରତର ସର୍ବୋତ୍ତମ ପ୍ଲାନ, ଉଚ୍ଚାଭିଳାଷୀ ଏବଂ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରୀ ଯୋଜନା ରହିଛି : ଷ୍ଟପ୍ ଟିବି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ଯକ୍ଷ୍ମା ବିରୋଧୀ ଲଢ଼େଇରେ କାଶୀ ବିଶ୍ୱସ୍ତରୀୟ ସଂକଳ୍ପ ଦିଗରେ ନୂତନ ଶକ୍ତି ଆଣିବ ବୋଲି ସେ କହିଛନ୍ତି
ୱାନ ୱାର୍ଲ୍ଡ ଟିବି ସମ୍ମିଳନୀ ମାଧ୍ୟମରେ ଭାରତ ବିଶ୍ୱସ୍ତରର ଆଉ ଏକ ସଂକଳ୍ପ ପୂରଣ କରୁଛି
ଯକ୍ଷ୍ମା ଉପରେ ବିଶ୍ୱଯୁଦ୍ଧ ପାଇଁ ଭାରତର ପ୍ରୟାସ ଏକ ନୂତନ ମଡେଲ ବୋଲି ସେ କହିଛନ୍ତି
ଯକ୍ଷ୍ମା ବିରୋଧରେ ସଂଗ୍ରାମରେ ଲୋକଙ୍କ ଅଂଶଗ୍ରହଣ ହେଉଛି ଭାରତର ବଡ଼ ଅବଦାନ
2025 ସୁଦ୍ଧା ଯକ୍ଷ୍ମା ସମାପ୍ତ କରିବାର ଲକ୍ଷ୍ୟ ଉପରେ ଭାରତ ବର୍ତ୍ତମାନ କାର୍ଯ୍ୟ କରୁଛି
ମୁଁ ଚାହେଁ ଯେ ଅଧିକରୁ ଅଧିକ ଦେଶ ଭାରତର ସମସ୍ତ ଅଭିଯାନ, ଉଦ୍ଭାବନ ଏବଂ ଆଧୁନିକ ଜ୍ଞାନକୌଶଳର ଲାଭ ହାସଲ କରନ୍ତୁ

ହର ହର ମହାଦେବ ।

ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜେଶ ପାଠକ ଜୀ, ବିଭିନ୍ନ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ, ‘ହୁ’ର ଆଞ୍ଚଳିକ ନିର୍ଦେଶକ, ଉପସ୍ଥିତ ସମସ୍ତ ମହାନୁଭବ, ଷ୍ଟପ ଟିବି ସହଭାଗିତା ସମେତ ବିଭିନ୍ନ ସଂସ୍ଥାମାନଙ୍କର ପ୍ରତିନିଧିଗଣ, ମହିଳା ଏବଂ ଭଦ୍ର ଲୋକମାନେ!

କାଶୀରେ ‘ଏକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀ’ ଅନୁଷ୍ଠିତ ହେବା ମୋ ପାଇଁ ଅତ୍ୟନ୍ତ ଖୁସିର ବିଷୟ ଅଟେ । ସୌଭାଗ୍ୟବଶତଃ, ମୁଁ ମଧ୍ୟ କାଶୀର ସାଂସଦ ଅଟେ । କାଶୀ ସହର, ସେହି ଶାଶ୍ୱତ ଧାରା ଅଟେ, ଯାହା ହଜାର ହଜାର ବର୍ଷ ଧରି ମାନବିକତାର ପ୍ରୟାସ ଏବଂ ପରିଶ୍ରମର ସାକ୍ଷୀ ରହିଆସିଛି । କାଶୀର ଏହି କଥାର ସାକ୍ଷୀ ଦେଉଛି ଯେ ଆହ୍ୱାନ ଯେତେ ବଡ଼ ହେଉ ନା କାହିଁକି, ଯେତେବେଳେ ସମସ୍ତଙ୍କ ପ୍ରୟାସ ସେଥିରେ ଥାଏ, ସେତେବେଳେ ନୂତନ ରାସ୍ତା ମଧ୍ୟ ବାହାରି ଆସିଥାଏ । ମୁଁ ନିଶ୍ଚିତ ଯେ ଯକ୍ଷ୍ମା ଭଳି ରୋଗ ବିରୁଦ୍ଧରେ ଆମର ବିଶ୍ୱସ୍ତରୀୟ ସମାଧାନ ପାଇଁ କାଶୀକୁ ଏକ ନୂତନ ଶକ୍ତି ଦେବ ।

ମୁଁ ‘ଏକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀ’ ପାଇଁ ଦେଶ ବିଦେଶରୁ କାଶୀକୁ ଆସିଥିବା ସମସ୍ତ ଅତିଥିମାନଙ୍କୁ ମଧ୍ୟ ହୃଦୟରୁ ସ୍ୱାଗତ କରୁଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

ଏକ ଦେଶ ଭାବରେ ଭାରତର ବିଚାରଧାରାର ପ୍ରତିବିମ୍ବ ହେଉଛି ‘ବସୁଧୈବ କୁଟୁମ୍ବକମ’, ଅର୍ଥାତ- ସମଗ୍ର ବିଶ୍ୱ ଗୋଟିଏ ପରିବାରର ଭାବନାରେ ପ୍ରତିଫଳିତ ହେଉଛି । ଏହି ପ୍ରାଚୀନ ବିଚାର, ଆଜି ଆଧୁନିକ ବିଶ୍ୱକୁ ଏକୀକୃତ ଦୃଷ୍ଟିକୋଣ ଦେଉଛି, ସମନ୍ୱିତ ସମାଧାନ ପ୍ରଦାନ କରୁଛି । ସେଥିପାଇଁ ରାଷ୍ଟ୍ରପତି ଭାବରେ ଭାରତ ଜି-୨୦ ସମ୍ମିଳନୀର ବିଷୟବସ୍ତୁ ମଧ୍ୟ ରଖିଛି- ‘ଗୋଟିଏ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’! ଏହି ବିଷୟବସ୍ତୁ ହେଉଛି ଗୋଟିଏ ପରିବାର ଭାବରେ ସମଗ୍ର ବିଶ୍ୱର ଅଂଶୀଦାର ଭବିଷ୍ୟତର ସକଂଳ୍ପ ଅଟେ । ବର୍ତ୍ତମାନ କିଛି ସମୟ ପୂର୍ବରୁ ଭାରତ ମଧ୍ୟ ‘ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ’ର ଦୃଷ୍ଟିକୁ ମଧ୍ୟ ଆଗକୁ ନେବାକୁ ପଦକ୍ଷେପ ନେଇଛି ଏବଂ ବର୍ତ୍ତମାନ ‘ଏକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀ’ ମାଧ୍ୟମରେ ଭାରତ ଗ୍ଲୋବାଲ ଗୁଡର ଆଉ ଏକ ପ୍ରତିଶ୍ରତି ପୂରଣ କରୁଛି ।

ସାଥୀମାନେ,

୨୦୧୪ ପରଠାରୁ ଭାରତରେ ଯେଉଁ ନୂତନ ଚିନ୍ତାଧାରା ଏବଂ ଆଭିମୁଖ୍ୟ ସହିତ ଯକ୍ଷ୍ମା ବିରୋଧରେ କାର୍ଯ୍ୟ ଆରମ୍ଭ କରାଯାଇଛି, ଯାହା ପ୍ରକୃତରେ ଅଦ୍ଭୁତପୂର୍ବ ଅଟେ । ଭାରତର ଏହି ପ୍ରୟାସ ଆଜି ସମଗ୍ର ବିଶ୍ୱ ଏଥିପାଇଁ ମଧ୍ୟ ଜାଣିବା ଉଚିତ, କାରଣ ଏହା ଯକ୍ଷ୍ମା ବିରୋଧରେ ବୈଶ୍ୱିକ ସଂଗ୍ରାମରେ ଏକ ନୂତନ ମଡେଲ ଅଟେ । ଗତ ୯ ବର୍ଷ ମଧ୍ୟରେ ଭାରତ ଟିବି ବିରୋଧରେ ଏହି ଲଢ଼େଇରେ ଅନେକ ଦିଗରେ ଏକାଠି କାମ କରିଛି । ଉଦାହରଣସ୍ୱରୂପ, ଲୋକଙ୍କ ଅଂଶଗ୍ରହଣ- ଜନଭାଗିଦାରୀ, ପୁଷ୍ଟିକର ଖାଦ୍ୟ ବୃଦ୍ଧି- ପୋଷଣ ପାଇଁ ବିଶେଷ ଅଭିଯାନ, ଚିକିତ୍ସା ପାଇଁ ରଣନୀତି, ଟେକ ଇଣ୍ଟିଗ୍ରେସନ- ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ବ୍ୟବହାର ଏବଂ ସୁସ୍ଥତା ଏବଂ ପ୍ରତିରୋଧ, ଉତ୍ତମ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେଉଥିବା ଫିଟ ଇଣ୍ଡିଆ, ଖେଲୋ ଇଣ୍ଡିଆ, ଯୋଗ ଭଳି ଅଭିଯାନ ।

ସାଥୀମାନେ,

ଯକ୍ଷ୍ମା ବିରୋଧରେ ଲଢ଼େଇରେ ଭାରତ ଯେଉଁ ବଡ଼ କାର୍ଯ୍ୟ କରିଛି, ତାହା ହେଉଛି- ଲୋକମାନଙ୍କ ଅଂଶଗ୍ରହଣ, ଜନଭାଗିଦାରୀକୁ ଭାରତ କିଭଳି ଏକ ଅଦ୍ୱିତୀୟ ଅଭିଯାନ ଚାଲିଛି, ଏହା ଜାଣିବା ବିଦେଶରୁ ଆସିଥିବା ଆମର ଅତିଥିମାନଙ୍କ ପାଇଁ ବହୁତ ଉତ୍ସାହପ୍ରଦ ଅଟେ ।

ସାଥୀମାନେ,

ଆମେ ‘ଯକ୍ଷ୍ମା ମୁକ୍ତ ଭାରତ’ର ଅଭିଯାନ ସହିତ ଯୋଡ଼ିହେବା ପାଇଁ ଦେଶର ଲୋକମାନଙ୍କୁ ‘ନି-କ୍ଷୟମିତ୍ର’ ହେବାକୁ ଆହ୍ୱାନ ଦେଇଥିଲୁ । ଭାରତରେ ଯକ୍ଷ୍ମା ପାଇଁ ସ୍ଥାନୀୟ ଭାଷାରେ କ୍ଷୟ ଶବ୍ଦ ପ୍ରଚଳିତ ଅଟେ । ଏହି ଅଭିଯାନ ପରେ, ପାଖାପାଖି ୧୦ ଲକ୍ଷ ଯକ୍ଷ୍ମା ରୋଗୀଙ୍କୁ, ଦେଶର ସାଧାରଣ ନାଗରିକମାନେ ଗ୍ରହଣ କରିଛନ୍ତି; ଆପଣାଇଛନ୍ତି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଆମ ଦେଶରେ ୧୦-୧୨ ବର୍ଷର ପିଲା ମଧ୍ୟ ‘ନି-କ୍ଷୟମିତ୍ର’ ହୋଇ ଯକ୍ଷ୍ମା ବିରୋଧ ଲଢ଼େଇକୁ ଆଗକୁ ନେଇଯିବ । ଏମିତି ଅନେକ ଶିଶୁ ଅଛନ୍ତି, ଯେଉଁମାନେ ନିଜର ‘ପିଗୀବ୍ୟାଙ୍ଗ’ ଭାଙ୍ଗି ଯକ୍ଷ୍ମା ରୋଗୀଙ୍କୁ ଗ୍ରହଣ କରିଛି । ଯକ୍ଷ୍ମା ରୋଗୀମାନଙ୍କୁ ଏହି ‘ନି-କ୍ଷୟମିତ୍ରମାନଙ୍କୁ’ ଆର୍ଥିକ ସହଯୋଗ ଏକ ହଜାର କୋଟି ଟଙ୍କାରୁ ଉଦ୍ଧ୍ୱର୍କୁ ପହଂଚିଯାଇଛି । ଯକ୍ଷ୍ମା ବିରୋଧରେ ବିଶ୍ୱରେ ଏତେ ବଡ଼ ସମ୍ପ୍ରଦାୟର ପଦକ୍ଷେପ ଚଳାଇବା ନିଜେ ଅତ୍ୟନ୍ତ ପ୍ରେରଣାଦାୟକ ଅଟେ । ମୋତେ ଖୁସୀ ଲାଗୁଛି ଯେ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ମଧ୍ୟ ବହୁ ସଂଖ୍ୟାରେ ଏହି ପ୍ରୟାସର ଅଂଶ ହୁଅନ୍ତୁ । ଏବଂ ମୁଁ ଆପଣଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି । ଆପଣ ବର୍ତ୍ତମାନ ଆଜି ବାରଣାସୀର ପାଞ୍ଚଜଣଙ୍କ ପାଇଁ ଘୋଷଣା କରିଛନ୍ତି ।

ସାଥୀମାନେ,

‘ନି-କ୍ଷୟମିତ୍ର’ ଏହି ଅଭିଯାନ ଏକ ବଡ଼ ଆହ୍ୱାନ ଯାହାକି ଯକ୍ଷ୍ମା ରୋଗୀମାନଙ୍କୁ ରୋଗ ସହିତ ଲଢ଼ିବାରେ ବହୁତ ସାହାଯ୍ୟ କରିଛି । ଏହି ଆହ୍ୱାନ ହେଉଛି- ଯକ୍ଷ୍ମା ରୋଗୀଙ୍କୁ ପୋଷଣ, ତାଙ୍କ ପୁଷ୍ଟିକୁ ଦୃଷ୍ଟିରେ ରଖି ୨୦୧୮ରେ ଆମେ ଯକ୍ଷ୍ମା ରୋଗୀମାନଙ୍କ ପାଇଁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଘୋଷଣା କରିଥିଲୁ । ସେବେଠାରୁ ଏ ପର୍ଯ୍ୟନ୍ତ ଯକ୍ଷ୍ମା ରୋଗୀଙ୍କ ପାଇଁ ପାଖାପାଖି ୨ ହଜାର କୋଟି ଟଙ୍କା, ସିଧା ସେମାନଙ୍କ ବ୍ୟାଙ୍କ ଖାତାରେ ପଠା ଯାଇଥିଲା । ପାଖାପାଖି ୭୫ ଲକ୍ଷ ରୋଗୀ ଏହାର ଲାଭ ପାଇଛନ୍ତି । ବର୍ତ୍ତମାନ ‘ନି-କ୍ଷୟମିତ୍ରମାନଙ୍କୁ’ ମିଳୁଥିବା ଶକ୍ତି, ଯକ୍ଷ୍ମା ରୋଗୀଙ୍କୁ ନୂତନ ଶକ୍ତି ଦେଉଛି ।

ସାଥୀମାନେ,

ପୁରୁଣା ଚିନ୍ତାଧାରା ସାଙ୍ଗରେ ନେଇ ଚାଲିବା ଏବଂ ତା’ ଉପରେ ପରିଣାମ ପାଇବା ବହୁତ କଷ୍ଟକର ହୋଇଥାଏ । କୌଣସି ମଧ୍ୟ ଯକ୍ଷ୍ମା ରୋଗୀ ଚିକିତ୍ସାରୁ ବଞ୍ଚôତ ନ ହୁଅନ୍ତୁ । ସେଥିପାଇଁ ଆମେ ନୂତନ ରଣନୀତି ଉପରେ କାର୍ଯ୍ୟ କରିଛୁ । ଯକ୍ଷ୍ମା ରୋଗୀଙ୍କୁ ସ୍କ୍ରିନିଂ କରାଯାଇଛି, ସେମାନଙ୍କର ଚିକିତ୍ସା ପାଇଁ, ଆମେ ଆୟୁଷ୍ମାନ ଭାରତ ଯୋଜନା ସହିତ ଯୋଡ଼ିଛୁ । ଯକ୍ଷ୍ମା ରୋଗୀମାନଙ୍କୁ ମାଗଣାରେ ପରୀକ୍ଷା ପାଇଁ, ଆମେ ସମଗ୍ର ଦେଶରେ ଲ୍ୟାବ ସଂଖ୍ୟା ବୃଦ୍ଧି କରିଛୁ । ଯେଉଁ ସ୍ଥାନରେ ଯକ୍ଷ୍ମା ରୋଗୀ ଅଧିକ, ଆମେ ଏକ ବିଶେଷ ଧ୍ୟାନର ସହିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛୁ । ଆଜି, ଏହି ପର୍ଯ୍ୟାୟରେ, ଅନ୍ୟ ଏକ ବଡ଼ କାର୍ଯ୍ୟ ହେଉଛି ‘ଯକ୍ଷ୍ମା ମୁକ୍ତ ପଞ୍ଚାୟତ’ । ଏହି ‘ଯକ୍ଷ୍ମା ମୁକ୍ତ ପଞ୍ଚାୟତ’ରେ ପ୍ରତ୍ୟେକ ଗାଁର ନିର୍ବାଚିତ ପ୍ରତିନିଧିମାନେ ଏକତ୍ର ସମାଧାନ କରିବେ ଯେ ଆମ ଗାଁରେ ଜଣେ ଯକ୍ଷ୍ମା ରୋଗୀ ରହିବେ ନାହିଁ । ଆମେ ସେମାନଙ୍କୁ ସୁସ୍ଥ ରଖିବୁ । ଆମେ ମଧ୍ୟ ୬ ମାସ ପାଠ୍ୟକ୍ରମ ପରିବର୍ତ୍ତେ ଯକ୍ଷ୍ମା ରୋକିବା ପାଇଁ ମାତ୍ର ୩ ମାସ ଚିକିତ୍ସା ଆରମ୍ଭ କରୁଛୁ । ପୂର୍ବରୁ ରୋଗୀମାନଙ୍କୁ ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଔଷଧ ଖାଇବାକୁ ପଡୁଥିଲା । ବର୍ତ୍ତମାନ ନୂତନ ବ୍ୟବସ୍ଥାରେ ରୋଗୀକୁ ସପ୍ତାହରେ ଥରେ ଔଷଧ ଖାଇବାକୁ ପଡ଼ିବ । ଅର୍ଥାତ ରୋଗୀର ଆରାମ ମଧ୍ୟ ବୃଦ୍ଧି ପାଇବ ଓ ସେ ଔଷଧରେ ମଧ୍ୟ ସୁବିଧା ହେବ ।

ସାଥୀମାନେ,

ଯକ୍ଷ୍ମା ମୁକ୍ତ ହେବା ପାଇଁ ଭାରତ ଅଧିକରୁ ଅଧିକ ଟେକ୍ନୋଲୋଜି ବ୍ୟବହାର କରୁଛି । ପ୍ରତ୍ୟେକ ଯକ୍ଷ୍ମା ରୋଗୀଙ୍କ ପାଇଁ ସେମାନେ ଆବଶ୍ୟକ ଯତ୍ନ ନେବାକୁ ଆମେ ନି-କ୍ଷୟ ପୋଟାର୍ଲ ସୃଷ୍ଟି କରିଛୁ । ଆମେ ମଧ୍ୟ ଏହା ପାଇଁ ଅତି ଆଧୁନିକ ଉପାୟରେ ଡାଟା ସାଇନ୍ସ ବ୍ୟବହାର କରୁଛୁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏବଂ ଆଇସିଏମଆର ମଧ୍ୟ ମିଳିତ ଭାବେ ଉପଜାତୀୟ ରୋଗର ତଦାରଖ ପାଇଁ ଏକ ନୂନତ ପଦ୍ଧତି ପ୍ରସ୍ତୁତ କରିଛନ୍ତି । ବିଶ୍ୱସ୍ତରରେ ହୁ ବ୍ୟତୀତ ଭାରତ ହେଉଛି ଏକମାତ୍ର ଦେଶ ଯିଏକି ଏପରି ମଡେଲ ତିଆରି କରିଛି ।

ସାଥୀମାନେ,

ଏଭଳି ଉଦ୍ୟମ ଯୋଗୁ ଆଜି ଭାରତରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି । ଏଠାରେ କର୍ଣ୍ଣାଟକ, ଜାମ୍ମୁ କାଶ୍ମୀରକୁ ଯକ୍ଷ୍ମା ପୁରସ୍କାରରେ ସମ୍ମାନିତ କରାଯାଇଛି । ଜିଲ୍ଲା ସ୍ତରରେ ସର୍ବୋତ୍ତମ କାର୍ଯ୍ୟ ପାଇଁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ମୁଁ ଏମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଏହି ସଫଳତା ହାସଲ କରିଛନ୍ତି ଏବଂ ସେମାନଙ୍କୁ ସମସ୍ତଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି । ଏହିପରି ଫଳାଫଳରୁ ପ୍ରେରଣା ନେଇ ଭାରତ ଏକ ବଡ଼ ସଂକଳ୍ପ ନେଇଛି । ଯକ୍ଷ୍ମା ଶେଷ କରିବା ପାଇଁ ବିଶ୍ୱର ଲକ୍ଷ୍ୟ ହେଉଛି ୨୦୩୦ । ଭାରତ ବର୍ତ୍ତମାନ ୨୦୨୫ ସୁଦ୍ଧା ଯକ୍ଷ୍ମା ସମାପ୍ତ କରିବାର ଲକ୍ଷ୍ୟ ଉପରେ କାର୍ଯ୍ୟ କରୁଛି । ବିଶ୍ୱରେ ପାଞ୍ଚ ବର୍ଷ ପୂର୍ବରୁ ଦେଶ ଏତେବଡ଼ ସଂକଳ୍ପ ନେଇଛି ଏବଂ ଦେଶବାସୀଙ୍କ ବିଶ୍ୱାସ ଉପରେ ଏକ ସଂକଳ୍ପ ନେଇଛି । ଭାରତରେ, କୋଭିଡ ସମୟରେ ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଦକ୍ଷତା ବୃଦ୍ଧି କରିଛୁ । ଆମେ ଟ୍ରେସ, ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ ଟେକ୍ନୋଲୋଜି ଉପରେ କାମ କରୁଛୁ । ଏହି ରଣନୀତି ଆମକୁ ଯକ୍ଷ୍ମା ବିରୋଧରେ ଲଢ଼େଇରେ ମଧ୍ୟ ବହୁତ ସାହାଯ୍ୟ କରୁଛି । ଭାରତର ଏହି ସ୍ଥାନୀୟ ଆଭିମୁଖ୍ୟରେ, ବିଶ୍ୱର ବୃହତ ସମ୍ଭାବନା ଅଛି, ଯାହାକୁ ଆମେ ଏକାଠି ବ୍ୟବହାର କରିବାକୁ ପଡ଼ିବ । ଆଜି ଯକ୍ଷ୍ମା ଚିକିତ୍ସା ପାଇଁ ୮ଠ ପ୍ରତିଶତ ଔଷଧ ଭାରତରେ ଉତ୍ପାଦିତ ହେଉଛି । ଭାରତର ଫାର୍ମା କମ୍ପାନିଗୁଡ଼ିକର ଏହି ସାମର୍ଥ୍ୟ ଯକ୍ଷ୍ମା ବିରୋଧରେ ବିଶ୍ୱ ଅଭିଯାନର ଏକ ବଡ଼ ଶକ୍ତି ହୋଇ ଠିଆ ହେବ । ମୁଁ ଚାହେଁ ଯେ ଅଧିକରୁ ଅଧିକ ଦେଶ ଭାରତର ଏହିପରି ସମସ୍ତ ଅଭିଯାନର, ସମସ୍ତ ଉଦ୍ଭାବନ, ଆଧୁନିକ ଜ୍ଞାନକୌଶଳ ଲାଭ କରିପାରିବେ, କାରଣ ଆମେ ଗ୍ଲୋବାଲ ଗୁଡ ପାଇଁ ପ୍ରତିବଦ୍ଧ । ଏହି ସମ୍ମିଳନୀରେ ଜଡ଼ିତ ଆମ ସମସ୍ତ ଦେଶ ଏଥିପାଇଁ ଏକ ଯନ୍ତ୍ରକୌଶଳ ବିକାଶ କରିପାରିବେ । ମୁଁ ନିଶ୍ଚିତ, ଆମର ଏହି ରିଜୋଲୁସନ ନିଶ୍ଚିତ ଭାବରେ ପୂରଣ ହେବ- ହଁ, ଆମେ ଯକ୍ଷ୍ମା ଶେଷ କରିପାରିବା । ‘ଯକ୍ଷ୍ମା ହାରିଯିବ, ଭାରତ ଜିତିବ’ ଏବଂ ଆପଣ ଯେପରି କହିଥିଲେ- ‘ଯକ୍ଷ୍ମା ହାରିଯିବ, ବିଶ୍ୱ ଜିତିବ’ ।

ସାଥୀମାନେ,

ଆପଣମାନଙ୍କ ସହିତ କଥାବାର୍ତ୍ତା କଲାବେଳେ, ମୁଁ ମଧ୍ୟ ଏକ ପୁରୁଣା ଘଟଣାକୁ ମନେ ପକାଉଛି । ମୁଁ ଆପଣମାନଙ୍କ ସହିତ ଏହାକୁ ଅଂଶୀଦାର କରିବାକୁ ଚାହୁଁଛି । ଆପଣ ସମସ୍ତେ ଜାଣନ୍ତି ଯେ ମହାତ୍ମା ଗାନ୍ଧୀ, ଜାତିର ପିତା କୁଷ୍ଠରୋଗ ଦୂର କରିବା ପାଇଁ ବହୁତ କାମ କରିଥିଲେ । ଏବଂ ଯେତେବେଳେ ସାବରମତୀ ଆଶ୍ରମରେ ରହୁଥିଲେ ଥରେ ତାଙ୍କୁ ଅହମ୍ମଦାବାଦରେ କୁଷ୍ଠରୋଗ ଡାକ୍ତରଖାନାର ଉଦଘାଟନ କରିବାକୁ ଡକାଯାଇଥିଲା । ଏହାପରେ ଗାନ୍ଧିଜୀ ଲୋକମାନଙ୍କୁ କହିଥିଲେ ଯେ ମୁଁ ଉଦଘାଟନ କରିବା ପାଇଁ ଆସିବି ନାହିଁ । ଗାନ୍ଧିଜୀଙ୍କର ନିଜର ଏକ ବିଶେଷତା ଥିଲା। କହିଥିଲେ- ମୁଁ ଉଦଘାଟନ ପାଇଁ ଆସିବି ନାହିଁ । କିନ୍ତୁ, ମୁଁ ସେତେବେଳେ ଖୁସି ହେବି ଯେତେବେଳେ ତୁମେ ମୋତେ ସେହି କୁଷ୍ଠରୋଗୀ ଡାକ୍ତରଖାନାକୁ ବନ୍ଦ କରିବାକୁ ଡାକିବ । ତେବେ ଯାଇ ମୁଁ ଖୁସି ହେବି । ସେହି ଡାକ୍ତରଖାନା ନିଜେ ବନ୍ଦ କରିବାକୁ ଚାହୁଁଥିବା ଅର୍ଥ କୁଷ୍ଠ ରୋଗକୁ ଶେଷ କରିବା । ଗାନ୍ଧିଜୀଙ୍କର ମୃତୁ୍ୟ ପରେ ମଧ୍ୟ ସେହି ଡାକ୍ତରଖାନା ଦଶନ୍ଧି ପର୍ଯ୍ୟନ୍ତ ଏହିପରି ଚାଲିଥିଲା । ୨୦୦୧ ମସିହାରେ, ଯେତେବେଳେ ଗୁଜରାଟର ଲୋକମାନେ ମୋତେ ସେବା କରିବାର ସୁଯୋଗ ଦେଇଥିଲେ, ସେତେବେଳେ ମୋର ମନରେ ଥିଲା ଗାନ୍ଧିଜୀଙ୍କର ଗୋଟିଏ କାମ ରହିଯାଇଛି ତାହା ତାଲା ପକାଇବାର, ମୋତେ ଟିକିଏ ଚେଷ୍ଟା କରିବାକୁ ଦିଅନ୍ତୁ । କୁଷ୍ଠରୋଗ ବିରୋଧରେ ଆଭିଯାନକୁ ନୂତନ ଗତି ଦିଆଯାଇଥିଲା । ଏବଂ ଫଳାଫଳ କ’ଣ? ଗୁଜରାଟରେ କୁଷ୍ଠ ରୋଗର ହାର ୨୩ ପ୍ରତିଶତରୁ ୧ ପ୍ରତିଶତକୁ ହ୍ରାସ ପାଇଛି । ୨୦୦୭ ମସିହାରେ, ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି, କୁଷ୍ଠରୋଗୀଙ୍କ ଡାକ୍ତରଖାନା ବନ୍ଦ ହୋଇ ଯାଇଥିଲା । ଡାକ୍ତରଖାନା ବନ୍ଦ ହୋଇ ଯାଇଥିଲା, ଗାନ୍ଧିଜୀଙ୍କ ସ୍ୱପ୍ନ ପୂରଣ ହୋଇଥିଲା । ଏଥିରେ ଅନେକ ସଂଗଠନ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏବଂ ସେଥିପାଇଁ ଯକ୍ଷ୍ମା ବିରୋଧରେ ଭାରତର ସଫଳତା ଉପରେ ମୁଁ ଅତ୍ୟନ୍ତ ଆତ୍ମବିଶ୍ୱାସୀ ।

ଆଜିର ନୂତନ ଭାରତ, ଏହା ଲକ୍ଷ୍ୟ ହାସଲ ପାଇଁ ଜଣାଶୁଣା । ଭାରତ ଖୋଲା ଡିଫେକ୍ସସ ଫ୍ରି ହେବାର ପ୍ରତିଶ୍ରୁତି ନେଇ ଏହାକୁ ହାସଲ କରି ଦେଖାଇଲା । ଭାରତ ମଧ୍ୟ ସମୟ ପୂର୍ବରୁ ସୌରଶକ୍ତି ଉତ୍ପାଦନ କ୍ଷମତାର ଲକ୍ଷ୍ୟ ହାସଲ କରିଛି । ଭାରତ ପେଟ୍ରୋଲରେ ସ୍ଥିର ଶତକଡ଼ା ଇଥାନଲ ମିଶ୍ରଣର ଲକ୍ଷ୍ୟ ଧାର୍ଯ୍ୟ ସମୟ ପୂର୍ବରୁ ହାସଲ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି । ଜନସାଧାରଣଙ୍କ ଅଂଶଗ୍ରହଣର ଏହି ଶକ୍ତି ସମଗ୍ର ବିଶ୍ୱକୁ ଆତ୍ମବିଶ୍ୱାସକୁ ବଢ଼ାଉଛି । ଯେଉଁ ସଫଳତା ସହିତ ଭାରତ ଯକ୍ଷ୍ମା ବିରୋଧରେ ଲଢ଼େଇ ହେଉଛି, ତାହା ମଧ୍ୟ ଜନସାଧାରଣଙ୍କ ଅଂଶଗ୍ରହଣର ଶକ୍ତି । ହଁ, ମୋର ମଧ୍ୟ ଆପଣମାନଙ୍କୁ ଏକ ଅନୁରୋଧ ଅଛି । ଯକ୍ଷ୍ମା ରୋଗୀଙ୍କ ଠାରେ ପ୍ରାୟତଃ ସଚେତନତାର ଅଭାବ ଦେଖାଯାଏ, କିଛି ପୁରୁଣା ସାମାଜିକ ଚିନ୍ତାଧାରା ହେତୁ ଏହି ରୋଗକୁ ସେମାନଙ୍କ ମଧ୍ୟରେ ଲୁଚାଇବାକୁ ଚେଷ୍ଟା କରାଯାଏ । ସେଥିପାଇଁ ଏହି ରୋଗୀମାନଙ୍କୁ ଅଧିକରୁ ଅଧିକ ସଚେତନ କରିବା ପାଇଁ ଆମକୁ ସମାନ ଧ୍ୟାନ ଦେବାକୁ ପଡ଼ିବ ।

ସାଥୀମାନେ,

ବର୍ଷ ବର୍ଷ ଧରି କାଶୀରେ ସ୍ୱାସ୍ଥ୍ୟ ସେବାର ଦ୍ରୁତ ବିସ୍ତାର ମଧ୍ୟ ଯକ୍ଷ୍ମା ସମେତ ବିଭିନ୍ନ ରୋଗରେ ପୀଡ଼ିତ ରୋଗୀଙ୍କୁ ସାହାଯ୍ୟ କରିଛି । ଆଜି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ବାରାଣାସୀ ଶାଖାର ମୂଳଦୁଆ ମଧ୍ୟ ଏଠାରେ ରଖାଯାଇଛି। ଜନସ୍ୱାସ୍ଥ୍ୟ ନିରୀକ୍ଷଣ ୟୁନିଟର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଆଜି ବିଏଚୟୁରେ ଚାଇଲ୍ଡ କେୟାର ଇନଷ୍ଟିଚୁଟ, ବ୍ଲଡ ବ୍ୟାଙ୍କର ଆଧୁନିକୀକରଣ, ଆଧୁନିକ ଟ୍ରମା ସେଣ୍ଟର ନିର୍ମାଣ, ସୁପର ସ୍ପେଶିଆଲିଟି ବ୍ଲକ ରଖିବା ଉଚିତ, ଏହା ବନାରସର ଲୋକଙ୍କ ପାଇଁ ବହୁତ ଉପଯୋଗୀ, ପଣ୍ଡିତ ମଦନମୋହନ ମାଲଉଆ କର୍କଟ କେନ୍ଦ୍ରରେ ଏ ପର୍ଯ୍ୟନ୍ତ ୭୦ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହୋଇଛନ୍ତି । ଏହି ଲୋକଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ନୌ, ଦିଲ୍ଲୀ କିମ୍ବା ମୁମ୍ବାଇ ଯିବା ଆବଶ୍ୟକ ନାହିଁ । ସେହିଭଳି ବନାରସରେ କବୀରଚୁରା ହସ୍ପିଟାଲ, ଜିଲ୍ଲା ହସ୍ପିଟାଲ, ଡାୟଲିସିସ, ସିଟି ସ୍କାନ ଭଳି ଅନେକ ସୁବିଧା ବୃଦ୍ଧି କରାଯାଇଛି । କାଶୀ ଅଞ୍ଚଳର ଗ୍ରାମଗୁଡ଼ିକରେ ମଧ୍ୟ ଆଧୁନିକ ସ୍ୱାସ୍ଥ୍ୟ ସୁବିଧା ବିକାଶ କରାଯାଉଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଅମ୍ମଜାନ ପ୍ଲାଣ୍ଟ ସ୍ଥାପନ କରାଯାଉଛି, ଅମ୍ଳଜାନ ଧାରଣ କରିଥିବା ଶଯ୍ୟା ଉପଲବ୍ଧ କରାଯାଇଛି । ଜିଲ୍ଲାର ଅନେକ ସୁବିଧା ସହିତ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ମଧ୍ୟ ସଜାଯାଇଛି । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ବନାରସର ୧.୫ ଲକ୍ଷରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇ ମାଗଣା ଚିକିତ୍ସା ପାଇପାରିଛନ୍ତି । ପ୍ରାୟ ୭୦ଟି ସ୍ଥାନରେ ଜନଔଷଧି କେନ୍ଦ୍ରରୁ ରୋଗୀମାନେ ଶସ୍ତାରେ ଔଷଧ ମଧ୍ୟ ପାଇଛନ୍ତି । ପୂର୍ବାଞ୍ଚଳର ଲୋକ ଏବଂ ବିହାରରୁ ଆସୁଥିବା ଲୋକମାନେ ମଧ୍ୟ ଏହି ସମସ୍ତ ଉଦ୍ୟମର ଲାଭ ପାଇପାରୁଛନ୍ତି ।

ସାଥୀମାନେ,

ଭାରତ ଏହାର ଅଭିଜ୍ଞତା, ପାରଦର୍ଶିତା ଏବଂ ଇଚ୍ଛାଶକ୍ତି ଶକ୍ତିର ସହିତ ଯକ୍ଷ୍ମାରୁ ମୁକ୍ତି ପାଇବା ପାଇଁ ଏହି ଅଭିଯାନରେ ନିୟୋଜିତ ଅଛି । ଭାରତ ମଧ୍ୟ ପ୍ରତ୍ୟେକ ଦେଶ ସହିତ କାନ୍ଧରେ କାନ୍ଧ ମିଶାଇ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି । ଯକ୍ଷ୍ମା ବିରୋଧରେ ଆମର ଅଭିଯାନ କେବଳ ସମସ୍ତଙ୍କ ଉଦ୍ୟମରେ ସଫଳ ହେବ । ମୁଁ ବିଶ୍ୱାସ କରୁଛି, ଆଜି ଆମର ପ୍ରୟାସ ଆମର ସୁରକ୍ଷିତ ଭବିଷ୍ୟତର ମୂଳଦୁଆକୁ ଦୃଢ଼ କରିବ, ଆମେ ଆମର ଭବିଷ୍ୟତ ପିଢ଼ିକୁ ଏକ ଉତ୍ତମ ବିଶ୍ୱ ଦେବାରେ ସକ୍ଷମ ହେବା । ମୁଁ ମଧ୍ୟ ଆପଣମାନଙ୍କ ପାଇଁ ବହୁତ କୃତଜ୍ଞ, ଆପଣମାନେ ଭାରତକୁ ବୁତ ପ୍ରଶଂସା କରିଛନ୍ତି । ମୋତେ ନିୟନ୍ତ୍ରଣ କଲା । ମୁଁ ଆପଣଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି । ଏହି ଶୁଭେଚ୍ଛା ସହିତ ଏବଂ ‘ବିଶ୍ୱ ଯକ୍ଷ୍ମା ଦିବସ’ ଅବସରରେ ମୁଁ ଆପଣଙ୍କୁ ଏହାର ସଫଳତା ପାଇଁ ଶୁଭେଚ୍ଛା ଜଣାଉଛି ଏବଂ ଦୃଢ଼ ସଂକଳ୍ପ ସହିତ ଆଗକୁ ବଢ଼ନ୍ତୁ । ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”