ଭାରତର ଇତିହାସରେ ବର୍ତ୍ତମାନ ଏପରି ଏକ ସମୟ ଯେତେବେଳେ ଦେଶ ପ୍ରଗତି ଦିଗରେ ଏକ ବଡ଼ ଲମ୍ଫ ପ୍ରଦାନ କରିବାକୁ ଯାଉଛି
‘‘ଭାରତ ପାଇଁ ଏହା ହେଉଛି ଉପଯୁକ୍ତ ସମୟ (ୟହି ସମୟ ହେ, ସହି ସମୟ ହୈ)’’
‘‘ଯେତେବେଳେ ଜାତୀୟ ପ୍ରୟାସ- ସ୍ୱାଧୀନତା ଉପରେ କେନ୍ଦ୍ରୀଭୂତ ହେଲା ସେତେବେଳେ ଆମର ସ୍ୱାଧୀନତା ସଂଗ୍ରାମ ଆମ ପାଇଁ ଏକ ବିରାଟ ପ୍ରେରଣା ସାଜିଲା’’
‘‘ଆଜି ଆପଣଙ୍କ ଲକ୍ଷ୍ୟ, ସଂକଳ୍ପ କେବଳ ଗୋଟିଏ ହେବା ଦରକାର- ବିକଶିତ ଭାରତ’’
ଯେମିତି ‘ଆଇଡିଆ’ ‘ଆଇ’ ରୁ ଏବଂ ‘ଇଣ୍ଡିଆ’ ‘ଆଇ’ ବା ‘ମୁଁ’ରୁ ଆରମ୍ଭ ହୁଏ, ସେମିତି ବିକାଶ ପ୍ରୟାସ ନିଜଠାରୁ ଆରମ୍ଭ ହୋଇପାରିବ’’
‘‘ନାଗରିକମାନେ ଯେକୌଣସି ଭୂମିକାରେ ରହି ନିଜର କର୍ତ୍ତବ୍ୟ ପାଳନ କରିବା ଆରମ୍ଭ କଲେ ଦେଶ ଆଗକୁ ବଢ଼ିଥାଏ’’
‘‘ଦେଶର ନାଗରିକ ହିସାବରେ ଆମ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଆମ ସାମ୍ନାରେ ଅମୃତ କାଳର ୨୫ ବର୍ଷ ଅଛି । ଆମକୁ ଦିନକୁ ୨୪ ଘଣ୍ଟା କାମ କରିବାକୁ ପଡ଼ିବ’’
‘‘ଯୁବଶକ୍ତି ଉଭୟ ପରିବର୍ତ୍ତନର ବାହକ ଏବଂ ପରିବର୍ତ୍ତନର ହିତାଧିକାରୀ’’
‘‘ପ୍ରଗତିର ରୋଡମ୍ୟାପ୍ କେବଳ ସରକାର ହିଁ ସ୍ଥିର କରିବେ ନାହିଁ ବରଂ ଦେଶ ନିର୍ଦ୍ଧାରଣ କରିବ। କେବଳ ସବ୍‌କା ପ୍ରୟାସ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ କରିବାକୁ ପଡ଼ିବ’’

ନମସ୍କାର!

କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ଧର୍ମେନ୍ଦ୍ର ପ୍ରଧାନଜୀ, ଦେଶର ବିଭିନ୍ନ ସ୍ଥାନରୁ ଆମ ସହିତ ଯୋଡ଼ି ହୋଇଥିବା ରାଜ୍ୟପାଳ ମହୋଦୟ, ଶିକ୍ଷା କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିବିଶେଷ, ମହିଳା ଓ ଭଦ୍ରଲୋକମାନେ!

'ବିକଶିତ ଭାରତ'ର ସଂକଳ୍ପକୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । 'ବିକଶିତ ଭାରତ' ସମ୍ବନ୍ଧୀୟ ଏହି କର୍ମଶାଳାର ଆୟୋଜନ କରିଥିବାରୁ ମୁଁ ସମସ୍ତ ରାଜ୍ୟପାଳଙ୍କୁ ବିଶେଷ ଅଭିନନ୍ଦନ ଜଣାଉଛି। ଦେଶର ଯୁବପିଢ଼ିଙ୍କୁ ଏକାଠି କରିବାର ଦାୟିତ୍ୱ ନେଇଥିବା ସମସ୍ତ ସହଯୋଗୀଙ୍କୁ ଆପଣ ଗୋଟିଏ ମଞ୍ଚରେ ଆଣିଛନ୍ତି। ଶିକ୍ଷାନୁଷ୍ଠାନର ଭୂମିକା ବ୍ୟକ୍ତିଗତ ବିକାଶ କୁ ଆଗେଇ ନେଇଥାଏ, ଏବଂ ବ୍ୟକ୍ତିର ବିକାଶରେ ରାଷ୍ଟ୍ର ଗଠନ ହୋଇଥାଏ । ବର୍ତ୍ତମାନ ଯେଉଁ ଯୁଗରେ ଭରତ ଅଛି, ସେଠାରେ ବ୍ୟକ୍ତିର ବିକାଶ ପାଇଁ ଅଭିଯାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଭଏସ୍ ଅଫ୍ ୟୁଥ୍ କର୍ମଶାଳାର ସଫଳତା ପାଇଁ ମୁଁ ଆପଣସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।

ସାଥୀମାନେ,

ପ୍ରତ୍ୟେକ ଦେଶ ନିଜ ଇତିହାସରେ ଏକ ଏମିତି ପର୍ଯ୍ୟାୟ ଅନୁଭବ କରନ୍ତି, ଯେତେବେଳେ ସେମାନେ ଏହାର ନିଜର ବିକାଶ ଯାତ୍ରାକୁ ଏକାଧିକ ଗୁଣ ଆଗକୁ ବଢ଼ାଇ ନେଇଥାଏ । ଏହା ସେହି ଦେଶ ପାଇଁ 'ଅମୃତ କାଳ' ହୋଇଥାଏ। ଭାରତ ପାଇଁ ଏହି 'ଅମୃତ କାଳ' ଏବେ ଆସିଛି। ଏହା ହେଉଛି ଭାରତର ଇତିହାସରେ ସେହି ସମୟ ଯେତେବେଳେ ଏହା ଏକ କ୍ୱାଣ୍ଟମ ଡେଇଁବାକୁ ଯାଉଛି । ଆମ ଆଖପାଖରେ ଏମିତି ଅନେକ ଉଦାହରଣ ରହିଛି ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସମୟରେ ଏତେ ମାତ୍ରାରେ ଲମ୍ଫ ପ୍ରଦାନ କରି ନିଜକୁ ବିକଶିତ ରାଷ୍ଟ୍ରରେ ପରିଣତ କରିଛନ୍ତି। ସେଥିପାଇଁ ମୁଁ କହୁଛି, ଏବେ ଭରତ ପାଇଁ ସମୟ, ଏହା ହେଉଛି ଉପଯୁକ୍ତ ସମୟ। ଆମକୁ ଏହି 'ଅମୃତ କାଳ'ର ପ୍ରତ୍ୟେକ ମୁହୂର୍ତ୍ତର ସଦୁପଯୋଗ କରିବାକୁ ପଡ଼ିବ; ଆମେ ଗୋଟିଏ ମୁହୂର୍ତ୍ତ ବି ହରାଇପାରିବୁ ନାହିଁ ।

ସାଥୀମାନେ,

ସ୍ୱାଧୀନତା ପାଇଁ ଆମର ଦୀର୍ଘ ଦିନର ସଂଘର୍ଷ ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଅଟେ। ଯେତେବେଳେ ଆମେ ଏକ ଲକ୍ଷ୍ୟ, ଉତ୍ସାହ ଓ ସଂକଳ୍ପ ସହିତ, ସ୍ୱାଧୀନତାକୁ ଅନ୍ତିମ ଲକ୍ଷ୍ୟ ଭାବରେ ବିଚାର କରି ପ୍ରବେଶ କଲୁ, ସେତେବେଳେ ଆମେ ସଫଳ ହୋଇଥିଲୁ । ସେ ସମୟରେ ସତ୍ୟାଗ୍ରହ ମାଧ୍ୟମରେ ହେଉ, ବିପ୍ଳବର ମାର୍ଗ ହେଉ, ସ୍ୱଦେଶୀ ବିଷୟରେ ସଚେତନତା ହେଉ କିମ୍ବା ସାମାଜିକ ଓ ଶିକ୍ଷାଗତ ସଂସ୍କାରର ଚେତନା ହେଉ, ଏହି ସବୁ ଧାରା ମିଳିତ ଭାବେ ସ୍ୱାଧୀନତା ଆନ୍ଦୋଳନର ଶକ୍ତିର ଉତ୍ସ ପାଲଟିଥିଲା । ଏହି ଯୁଗରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ, ବିଶ୍ୱଭାରତୀ, ଗୁଜରାଟ ବିଦ୍ୟାପୀଠ, ନାଗପୁର ବିଶ୍ୱବିଦ୍ୟାଳୟ, ଆନ୍ନାମଲାଇ ବିଶ୍ୱବିଦ୍ୟାଳୟ, ଆନ୍ଧ୍ର ବିଶ୍ୱବିଦ୍ୟାଳୟ, କେରଳ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡ଼ିକ ଦେଶର ଚେତନାକୁ ସୁଦୃଢ଼ କରିବାରେ ଯୋଗଦାନ ଦେଇଥିଲେ । ଏହା ସେହି ସମୟ ଥିଲା, ଯେତେବେଳେ ସବୁ ଧାରାରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ସ୍ବାଧୀନତାକୁ ନେଇ ନୂତନ ଚେତନା ସଂଚାର ହୋଇଥିଲା । ସ୍ୱାଧୀନତା ପାଇଁ ଉତ୍ସର୍ଗୀକୃତ ଏକ ପୁରା ପିଢିର ଆବିର୍ଭାବ ହୋଇଥିଲା । ଦେଶରେ ଏକ ଏମିତି ଚିନ୍ତାଧାରା ବିକଶିତ ହୋଇଥିଲା ଯେ ଯାହା କରିବାକୁ ହେବ, ତାହା ସ୍ୱାଧୀନତା ପାଇଁ ହେବା ଦରକାର ଏବଂ ତାହା ବର୍ତ୍ତମାନ କରାଯିବା ଉଚିତ୍ । ଯଦି କେହି ଚରଖା ବୁଲାଉଛନ୍ତି, ତାହା ମଧ୍ୟ ସ୍ୱାଧୀନତା ପାଇଁ ଥିଲା। ଯଦି କେହି ବିଦେଶୀ ସାମଗ୍ରୀକୁ ବହିଷ୍କାର କରୁଥିଲେ, ତାହା ମଧ୍ୟ ସ୍ୱାଧୀନତା ପାଇଁ ଥିଲା । ଯଦି କେହି କବିତା ପାଠ କରୁଥିଲେ, ତାହା ମଧ୍ୟ ସ୍ୱାଧୀନତା ପାଇଁ ଥିଲା । ଯଦି କେହି ପୁସ୍ତକ କିମ୍ବା ଖବରକାଗଜରେ ଲେଖୁଥିଲେ, ତାହା ମଧ୍ୟ ସ୍ୱାଧୀନତା ପାଇଁ ଥିଲା । ଯଦି କେହି ପମ୍ଫଲେଟ୍ ବଣ୍ଟନ କରୁଥିଲେ, ତାହା ମଧ୍ୟ ସ୍ୱାଧୀନତା ପାଇଁ ଥିଲା।

 

ଠିକ୍ ସେହିଭଳି ଭାବରେ ଆଜି ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଅନୁଷ୍ଠାନ, ପ୍ରତ୍ୟେକ ସଂଗଠନ ଏହି ସଂକଳ୍ପ ନେଇ ଆଗକୁ ବଢ଼ିବା ଦରକାର ଯେ ମୁଁ ଯାହା ବି କରିବି ତାହା 'ବିକଶିତ ଭାରତ' ପାଇଁ ହେବା ଉଚିତ। ତୁମର ଲକ୍ଷ୍ୟ, ସଂକଳ୍ପର କେବଳ ଗୋଟିଏ ଲକ୍ଷ୍ୟ ରହିବା ଉଚିତ୍ - 'ବିକଶିତ ଭାରତ'। ଜଣେ ଶିକ୍ଷକ ହିସାବରେ ଆପଣ ଦେଶକୁ 'ବିକଷିତ ଭାରତ'ର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବା ପାଇଁ କ'ଣ କରିପାରିବେ ସେ ବିଷୟରେ ଚିନ୍ତା କରନ୍ତୁ। ଏକ ବିଶ୍ୱବିଦ୍ୟାଳୟ ଭାବରେ, ଭାରତକୁ ଦ୍ରୁତ ଗତିରେ ବିକଶିତ କରିବା ପାଇଁ ଆପଣ କ'ଣ କରିପାରିବେ ସେ ବିଷୟରେ ଚିନ୍ତା କରନ୍ତୁ । ଆପଣ ଯେକୌଣସି କ୍ଷେତ୍ରରେ ଥାଆନ୍ତୁ, ଚିନ୍ତା କରନ୍ତୁ ଏହା କ'ଣ ଏବଂ କିପରି କରାଯାଇପାରିବ ଯାହା ଦ୍ୱାରା ଭାରତ ଏହାର ବିକଶିତ ହେବା ପଥରେ ଦ୍ରୁତ ଗତିରେ ଆଗକୁ ବଢିବ?

ସାଥୀମାନେ,

ଆପଣ ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତିନିଧିତ୍ବ କରୁଛନ୍ତି, ଆଜି ଆପଣଙ୍କର ଭୂମିକା ହେଉଛି ଯୁବଗୋଷ୍ଠୀଙ୍କ ଶକ୍ତିକୁ ଏହି ଲକ୍ଷ୍ୟ ରେ ନିୟୋଜିତ କରିବା | ଆପଣଙ୍କ ଅନୁଷ୍ଠାନକୁ ଆସୁଥିବା ପ୍ରତ୍ୟେକ ଯୁବକଙ୍କର କିଛି ନା କିଛି ବିଶେଷ ବୈଶିଷ୍ଟ୍ୟ ରହିଛି । ସେମାନଙ୍କର ବିବିଧ ଚିନ୍ତାଧାରା ନିର୍ବିଶେଷରେ ସେମାନଙ୍କୁ 'ବିକଶିତ ଭାରତ' ନିର୍ମାଣର ଧାରା ସହିତ ଯୋଡାଯିବା ଉଚିତ୍ । ମୁଁ ଚାହୁଁଛି ଯେ ଆପଣମାନେ ସମସ୍ତେ ଆପଣଙ୍କ ପରିସର ବାହାରେ ମଧ୍ୟ ଚିନ୍ତା କରନ୍ତୁ ଏବଂ ବିକଶିତ Bharat@2047 ଦର୍ଶନରେ ଯୋଗଦାନ କରିବାକୁ ଚିନ୍ତାଶକ୍ତିର ବାହାରକୁ ଯାଇ ଚିନ୍ତା କରନ୍ତୁ । ଆପଣମାନେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରନ୍ତୁ, ନେତୃତ୍ୱ ପ୍ରଦାନ କରନ୍ତୁ ଏବଂ ସରଳ ଭାଷାରେ କଥା ପ୍ରକାଶ କରନ୍ତୁ ଯାହାଦ୍ୱାରା ଦେଶର ପ୍ରତ୍ୟେକ କଲେଜ ଏବଂ ବିଶ୍ୱବିଦ୍ୟାଳୟର ଅଧିକରୁ ଅଧିକ ଯୁବକ ଏହି ଅଭିଯାନରେ ସାମିଲ ହୋଇପାରିବେ । ଆଜି ମାଇଗଭରେ ବିକଶିତ Bharat@2047 ବିଭାଗର ଶୁଭାରମ୍ଭ କରାଯାଇଛି । ଏଥିରେ 'ବିକଶିତ ଭାରତ'ର ପରିକଳ୍ପନା ସମ୍ବନ୍ଧୀୟ ଧାରଣା ପାଇଁ ଏକ ବିଭାଗ ଅନ୍ତର୍ଭୁକ୍ତ। ଏବଂ ଯେହେତୁ 'ଆଇଡିଆ'ର ଶୁଭାରମ୍ଭ ହୋଇଛି। ଏମିତି ହୋଇଥାଏ, ତେଣୁ ଏହି ବିଭାଗରେ ଏପରି ଧାରଣାର ଆବଶ୍ୟକତା ରହିଛି ଯାହା ବ୍ୟକ୍ତିଗତ ଭାବେ ନିଜେ କ'ଣ କରିପାରିବେ ତାହା ବର୍ଣ୍ଣନା କରନ୍ତୁ ଏବଂ ଆଇଡିଆରେ ଯେମିତି, ସର୍ବପ୍ରଥମେ 'ଆଇ' ପ୍ରଥମ ସ୍ଥାନରେ ଥିବା ବେଳେ ଭାରତରେ ମଧ୍ୟ ଏହା ପ୍ରଥମ ସ୍ଥାନରେ ରହିଛି। ଅର୍ଥାତ୍ ଯଦି ଆମେ ସଫଳତା ହାସଲ କରିବାକୁ ଚାହୁଁଛୁ, ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛୁ ଏବଂ ସଠିକ୍ ଫଳାଫଳ ଆଣିବାକୁ ଚାହୁଁଛୁ, ତେବେ ଏହା ଆମର ନିଜସ୍ୱ 'ଆଇ'ରୁ ଆରମ୍ଭ ହୋଇଥାଏ। ଏହି ଅନଲାଇନ୍ ଆଇଡିଆ ପୋର୍ଟାଲ --ମାଇଗଭ ପ୍ଲାଟଫର୍ମରେ ପାଞ୍ଚଟି ଭିନ୍ନ ଭିନ୍ନ ବିଷୟବସ୍ତୁ ପାଇଁ ପରାମର୍ଶ ଦିଆଯାଇପାରିବ । ଶ୍ରେଷ୍ଠ ୧୦ ଟି ପରାମର୍ଶ ପାଇଁ ପୁରସ୍କାର ର ବ୍ୟବସ୍ଥା ମଧ୍ୟ ରହିଛି ।

ସାଥୀମାନେ,

ମୁଁ ଯେତେବେଳେ ପରାମର୍ଶ ବିଷୟରେ କହୁଛି, ଆପଣଙ୍କ ଆଗରେ ଖୋଲା ଆକାଶ ଅଛି । ଆମକୁ ଦେଶରେ ଏକ ଏମିତି ଅମୃତ ପିଢ଼ି ପ୍ରସ୍ତୁତ କରିବାକୁ ହେବ ଯାହା ଆଗାମୀ ବର୍ଷରେ କର୍ଣ୍ଣଧାର ହେବ, ନେତୃତ୍ୱ ଏବଂ ଦିଗ ପ୍ରଦାନ କରିବ । ଦେଶର କଲ୍ୟାଣକୁ ପ୍ରାଥମିକତା ଦେଉଥିବା ଏବଂ ନିଜର କର୍ତ୍ତବ୍ୟକୁ ସର୍ବୋପରି ରଖିଥିବା ଦେଶ ପାଇଁ ଆମକୁ ଏକ ଯୁବ ପିଢ଼ି ପ୍ରସ୍ତୁତ କରିବା ର ଆବଶ୍ୟକତା ରହିଛି । ଆମେ ନିଜକୁ କେବଳ ଶିକ୍ଷା ଓ ଦକ୍ଷତା ମଧ୍ୟରେ ସୀମିତ ରଖିବା ଉଚିତ୍ ନୁହେଁ । ନାଗରିକ ହିସାବରେ ଦେଶର ନାଗରିକମାନଙ୍କୁ କିପରି ସଚେତନ ରଖାଯାଇପାରିବ ସେ ଦିଗରେ ମଧ୍ୟ ପ୍ରୟାସ କରିବା ର ଆବଶ୍ୟକତା ରହିଛି । କ୍ୟାମେରା ଲଗାଯିବା ହେଉ ବା ନ ହେଉ, ସେମାନେ ଟ୍ରାଫିକ୍ ସିଗନାଲ ଡେଇଁବା ଉଚିତ ନୁହେଁ ବୋଲି ସମାଜରେ ସଚେତନତା ସୃଷ୍ଟି କରିବା ର ଆବଶ୍ୟକତା ରହିଛି। ଲୋକଙ୍କର ଏଭଳି କର୍ତ୍ତବ୍ୟ ବୋଧ ହେବା ଦରକାର ଯେ ସେମାନେ ଠିକ୍ ସମୟରେ କାର୍ଯ୍ୟାଳୟରେ ପହଂଚି ନିଜ ଦାୟିତ୍ୱ ତୁଲାଇବା ପାଇଁ ନିଷ୍ଠାର ସହ କାମ କରନ୍ତୁ । ଏଠାରେ ଯେକୌଣସି ଉତ୍ପାଦ ତିଆରି ହେଉ, ତାହାର ଗୁଣବତ୍ତା ଏତେ ଉତ୍କୃଷ୍ଟ ହେବା ଉଚିତ ଯେ ଗ୍ରାହକମାନେ ଏଥିରେ 'ମେଡ୍ ଇନ୍ ଇଣ୍ଡିଆ' ଲେବଲ୍ ଦେଖିଲେ ଗର୍ବ ଅନୁଭବ କରିବା ଉଚିତ୍। ଯେତେବେଳେ ଦେଶର ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିର୍ବିଶେଷରେ ନିଜର କର୍ତ୍ତବ୍ୟ ପାଳନ କରିବା ଆରମ୍ଭ କରିବେ, ସେତେବେଳେ ଦେଶର ମଧ୍ୟ ଉନ୍ନତି ହେବ । ଉଦାହରଣ ସ୍ୱରୂପ, ବର୍ତ୍ତମାନ, ପ୍ରାକୃତିକ ସମ୍ପଦର ବ୍ୟବହାର ସମ୍ବନ୍ଧୀୟ ପ୍ରସଙ୍ଗ। ଜଳ ସଂରକ୍ଷଣ କୁ ନେଇ ଗମ୍ଭୀରତା ବଢ଼ିଲେ, ବିଦ୍ୟୁତ୍ ସଞ୍ଚୟ ଦିଗରେ ଗମ୍ଭୀରତା ବଢ଼ିଲେ, ପୃଥିବୀ ମାତାଙ୍କୁ ବଞ୍ଚାଇବା ପାଇଁ ରାସାୟନିକ ପଦାର୍ଥର ବ୍ୟବହାର କମିଲେ, ସର୍ବସାଧାରଣ ପରିବହନକୁ ଅଧିକ ବ୍ୟବହାର କରିବା ଦିଗରେ ଗମ୍ଭୀରତା ବଢ଼ିଲେ ସମାଜ, ଦେଶ ଓ ପ୍ରତ୍ୟେକ କ୍ଷେତ୍ରରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପଡ଼ିବ। ଏଭଳି ସକାରାତ୍ମକ ପ୍ରଭାବର ଅନେକ ଉଦାହରଣ ମୁଁ ଆପଣଙ୍କୁ ଦେଇପାରିବି ।

 

ଆପଣ ମଧ୍ୟ ସହମତ ହେବେ ଯେ ଏଗୁଡ଼ିକ ଛୋଟ ଜିନିଷ କିନ୍ତୁ ସେଗୁଡ଼ିକର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ସ୍ୱଚ୍ଛତା ଅଭିଯାନକୁ କିପରି ନୂତନ ଶକ୍ତି ପ୍ରଦାନ କରାଯିବ ସେ ବିଷୟରେ ଆପଣଙ୍କ ପରାମର୍ଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ। ଆଧୁନିକ ଜୀବନଶୈଳୀର ପାର୍ଶ୍ୱ ପ୍ରତିକ୍ରିୟାକୁ ଆମ ର ଯୁବବର୍ଗ କିପରି ମୁକାବିଲା କରିପାରିବେ ସେ ବିଷୟରେ ଆପଣଙ୍କ ପରାମର୍ଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ । ମୋବାଇଲ୍ ଫୋନ୍ ଦୁନିଆ ବ୍ୟତୀତ ଆମ ର ଯୁବପିଢ଼ି ବାହାର ଦୁନିଆକୁ ମଧ୍ୟ ଅନୁସନ୍ଧାନ କରିବା ଦରକାର; ଯାହା ସେତିକି ମଧ୍ୟ ଜରୁରୀ । ଜଣେ ଶିକ୍ଷକ ହିସାବରେ ଛାତ୍ରଛାତ୍ରୀଙ୍କ ମନରେ ଉଭୟ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିରେ ଚିନ୍ତାଧାରା ଜାଗ୍ରତ କରିବା ର ଆବଶ୍ୟକତା ରହିଛି। ଆପଣଙ୍କୁ ମଧ୍ୟ ଆପଣଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ହେବାକୁ ପଡିବ । ଯେତେବେଳେ ଦେଶର ନାଗରିକମାନେ ଦେଶର ସ୍ୱାର୍ଥ ପାଇଁ ଚିନ୍ତା କରିବେ, ସେତେବେଳେ ହିଁ ଆମେ ଏକ ସଶକ୍ତ ସମାଜ ଗଠନ କରିପାରିବା । ଏବଂ ଆପଣ ମଧ୍ୟ ଜାଣନ୍ତି ଯେ ସମାଜର ଚିନ୍ତାଧାରା ଶାସନରେ ପ୍ରତିଫଳିତ ହୋଇଥାଏ । ଯଦି ମୁଁ ଶିକ୍ଷା କ୍ଷେତ୍ର ବିଷୟରେ କହିବି, ତେବେ ଏହା ସହିତ ଜଡିତ ଅନେକ ବିଷୟ ଅଛି | ୩ରୁ ୪ ବର୍ଷର ପାଠ୍ୟକ୍ରମ ପରେ ଆମ ଶିକ୍ଷାନୁଷ୍ଠାନଗୁଡ଼ିକ ସାର୍ଟିଫିକେଟ୍ ଓ ଡିଗ୍ରୀ ପ୍ରଦାନ କରିଥାନ୍ତି। କିନ୍ତୁ ପ୍ରତ୍ୟେକ ଛାତ୍ରଙ୍କ ପାଖରେ କିଛି ବାଧ୍ୟତାମୂଳକ ଦକ୍ଷତା ଅଛି କି ନାହିଁ ତାହା ସୁନିଶ୍ଚିତ କରିବା ଉଚିତ୍ ନୁହେଁ କି? ଏସବୁ ବିଷୟ ଉପରେ ଆଲୋଚନା ଓ ଆନୁଷଙ୍ଗିକ ପରାମର୍ଶ 'ବିକଶିତ ଭାରତ' ଅଭିମୁଖେ ଯାତ୍ରାର ମାର୍ଗ ସ୍ପଷ୍ଟ ଭାବେ ନିର୍ଦ୍ଧାରଣ କରିବ। ତେଣୁ ପ୍ରତ୍ୟେକ କ୍ୟାମ୍ପସ, ଅନୁଷ୍ଠାନ ଓ ରାଜ୍ୟସ୍ତରରେ ଏହି ବିଷୟ ଉପରେ ବ୍ୟାପକ ଆଲୋଚନା ର ନେତୃତ୍ୱ ନେବା ଉଚିତ।

ସାଥୀମାନେ,

'ବିକଶିତ ଭାରତ' ନିର୍ମାଣର ଏହି 'ଅମୃତ କାଳ' ଏମିତି ଅଟେ, ସେମିତି ହିଁ ସମୟ ଅଟେ। ପ୍ରାୟତଃ ପରୀକ୍ଷା ଦିନମାନଙ୍କରେ ଆମେ ଦେଖିଥାଉ ଛାତ୍ରଛାତ୍ରୀମାନେ ନିଜ ପରୀକ୍ଷା ପ୍ରଦର୍ଶନକୁ ନେଇ ଆତ୍ମବିଶ୍ବାସ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। ପ୍ରତ୍ୟେକ ଛାତ୍ର ପ୍ରତ୍ୟେକ ମୁହୂର୍ତ୍ତକୁ ଗୋଟିଏ ଲକ୍ଷ୍ୟ ସହିତ ସଂଯୁକ୍ତ କରି ସବୁକିଛି ବିନିଯୋଗ କରିଥାନ୍ତି । ଆଉ ଯେତେବେଳେ ପରୀକ୍ଷା ତାରିଖ ପାଖେଇ ଆସେ, ଯେତେବେଳେ ତାରିଖ ଘୋଷଣା କରାଯାଏ, ସେତେବେଳେ ଅନୁଭବ ହୁଏ ଯେମିତି ପୂରା ପରିବାରର ପରୀକ୍ଷା ତାରିଖ ଆସିଯାଇଛି। କେବଳ ଛାତ୍ରଛାତ୍ରୀ ନୁହଁନ୍ତି; ସମଗ୍ର ପରିବାର ଏକ ଅନୁଶାସନର ପରିସରରେ କାର୍ଯ୍ୟ କରେ । ଆମ ପାଇଁ ମଧ୍ୟ ଦେଶର ନାଗରିକ ହିସାବରେ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଆମର 'ଅମୃତ କାଳ'ର ଅବଧି ୨୫ ବର୍ଷ। ଏହି 'ଅମୃତ କାଳ' ପାଇଁ ଏବଂ 'ବିକଶିତ ଭାରତ'ର ଲକ୍ଷ୍ୟ ପାଇଁ ଆମକୁ ୨୪ ଘଣ୍ଟା କାମ କରିବାକୁ ପଡ଼ିବ। ଏହି ପରିବେଶ ପାଇଁ ଆମକୁ ସାମୂହିକ ଭାବରେ ଏହାକୁ ଏକ ପରିବାରରେ ପରିଣତ କରିବା ର ଆବଶ୍ୟକତା ଅଛି, ଏବଂ ଏହା ଆମ ସମସ୍ତଙ୍କ ପାଇଁ ଏକ ମିଳିତ ଦାୟିତ୍ୱ |

ସାଥୀମାନେ,

ଆଜି ପୃଥିବୀର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଭାରତ ଏହାର ଯୁବବର୍ଗଙ୍କ ଦ୍ୱାରା ସଶକ୍ତ ହୋଇଛି । ବିଶେଷଜ୍ଞମାନଙ୍କ ମତରେ ଆଗାମୀ ୨୫ରୁ ୩୦ ବର୍ଷ ମଧ୍ୟରେ କର୍ମଜୀବୀ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଅଗ୍ରଣୀ ଦେଶ ହେବ। ତେଣୁ ସମଗ୍ର ବିଶ୍ୱର ଦୃଷ୍ଟି ଏବେ ଭାରତର ଯୁବପିଢ଼ିଙ୍କ ଉପରେ ରହିଛି। ଯୁବବର୍ଗ କେବଳ ପରିବର୍ତ୍ତନର ଏଜେଣ୍ଟ ନୁହଁନ୍ତି ବରଂ ପରିବର୍ତ୍ତନର ହିତାଧିକାରୀ ମଧ୍ୟ ଅଟନ୍ତି । କଲେଜ ଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଯୁବ ସହକର୍ମୀମାନେ ହିଁ ଏହି ଗୁରୁତ୍ୱପୂର୍ଣ୍ଣ ୨୫ ବର୍ଷ ମଧ୍ୟରେ ନିଜ କ୍ୟାରିୟରକୁ ଆକାର ଦେବେ । ଏହି ଯୁବକମାନେ ନୂଆ ପରିବାର ଗଠନ କରିବେ, ନୂଆ ସମାଜ ଗଠନ କରିବେ। ତେଣୁ ଆମେ କେଉଁ ପ୍ରକାରର 'ବିକଶିତ ଭାରତ' ଚାହୁଁଛୁ ତାହା ନିର୍ଦ୍ଧାରଣ କରିବା ଆମ ଯୁବପିଢ଼ିଙ୍କ ଅଧିକାର। ଏହି ଭାବନା ରେ ସରକାର ପ୍ରତ୍ୟେକ ଯୁବକଙ୍କୁ 'ବିକ୍ଷିତ ଭାରତ'ର ଆକ୍ସନ ପ୍ଲାନ ସହିତ ଯୋଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି। 'ବିକଶିତ ଭାରତ'ର ନୀତି ଢାଞ୍ଚାରେ ଦେଶର ଯୁବବର୍ଗଙ୍କ ସ୍ୱରକୁ ସାମିଲ କରିବାକୁ ଚାହୁଁଛନ୍ତି। ଯେହେତୁ ଆପଣମାନେ ଯୁବବର୍ଗଙ୍କ ସହ ଘନିଷ୍ଠ ଯୋଗାଯୋଗରେ ଅଛନ୍ତି, ତେଣୁ ଏ ଦିଗରେ ଆପଣଙ୍କର ସମସ୍ତଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

 

ସାଥୀମାନେ,

ଆମକୁ ପ୍ରଗତିର ରୋଡମ୍ୟାପରେ ଚାଲିବାକୁ ପଡ଼ିବ ଏବଂ ଏହା କେବଳ ସରକାର ନିର୍ଦ୍ଧାରଣ କରିବେ ନାହିଁ; ଦେଶ ଏହାକୁ ପ୍ରସ୍ତୁତ କରିବ। ପ୍ରତ୍ୟେକ ନାଗରିକଙ୍କୁ ନିଜର ମତାମତ ଦେବାକୁ ପଡିବ ଏବଂ ଏଥିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ପଡିବ । 'ସବ୍ କା ପ୍ରୟାସ' ଅର୍ଥାତ୍ ସମସ୍ତଙ୍କ ପ୍ରୟାସ ଏମିତି ଏକ ମନ୍ତ୍ର ଯାହା ସବୁଠାରୁ ବଡ଼ ସଂକଳ୍ପକୁ ବାସ୍ତବରେ ପରିଣତ କରିଥାଏ। ସ୍ୱଚ୍ଛ ଭାରତ ଅଭିଯାନ ହେଉ, ଡିଜିଟାଲ ଇଣ୍ଡିଆ ଅଭିଯାନ ହେଉ, କୋଭିଡ୍-୧୯ମୁକାବିଲା ହେଉ କିମ୍ବା ଭୋକାଲ୍ ଫର୍ ଲୋକାଲ୍ ର ଧାରଣା ହେଉ, ଆମେ ସମସ୍ତେ 'ସବକା ପ୍ରୟାସ'ର ଶକ୍ତି ଦେଖିଛୁ। 'ସବକା ପ୍ରୟାସ' ଜରିଆରେ ହିଁ 'ବିକଶିତ ଭାରତ' କାର୍ଯ୍ୟକାରୀ ହେବ। ଆପଣମାନେ, ବିଦ୍ୱାନ ବ୍ୟକ୍ତିମାନେ ହିଁ ଦେଶର ବିକାଶର ପରିକଳ୍ପନା କରୁଛନ୍ତି, ଯୁବ ଶକ୍ତିକୁ ପ୍ରୋତ୍ସାହିତ କରୁଛନ୍ତି। ତେଣୁ ଆପଣଙ୍କ ଠାରୁ ଆଶା ପୂର୍ବାପେକ୍ଷା ଅଧିକ ରହିଛି। ଦେଶର ଭବିଷ୍ୟତ ରଚନା ପାଇଁ ଏହା ଏକ ମହାନ ଅଭିଯାନ । ଆପଣଙ୍କର ପ୍ରତ୍ୟେକ ପରାମର୍ଶ 'ବିକଶିତ ଭାରତ'ର ଭବ୍ୟତାକୁ ବଢ଼ାଇବ।

ଆଜିର କର୍ମଶାଳା ପାଇଁ ମୁଁ ପୁଣି ଥରେ ଶୁଭେଚ୍ଛା ଜଣାଉଛି। ମୋର ଦୃଢ଼ ବିଶ୍ୱାସ ଯେ ଆଜିଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆମକୁ ୨୦୪୭ ସୁଦ୍ଧା 'ବିକଶିତ ଭାରତ'କୁ ନେଇଯିବ। ଆଜିଠାରୁ ଯାତ୍ରା ଆରମ୍ଭ ହେଉଛି, ନେତୃତ୍ବ ଶିକ୍ଷାବିତମାନଙ୍କ ରହିଛି, ନେତୃତ୍ବ ବିଦ୍ୟାର୍ଥୀଙ୍କ ହାତରେ ରହିଛି। ନେତୃତ୍ବ ଶିକ୍ଷା ଜଗତର ଅନୁଷ୍ଠାନ ହାତରେ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ ହାତରେ ରହିଛି ଏବଂ ଏହା ଏକ ସମୟ ଯାହା ଦେଶ ଓ ପିଢ଼ିକୁ ଗଢ଼ିତୋଳିଥାଏ। ସେ ସମସ୍ତ ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି। ଧନ୍ୟବାଦ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares address by Shri Amit Shah in Lok Sabha on India’s decisive fight against Naxalism
March 30, 2026

The Prime Minister, Shri Narendra Modi shared the outstanding speech delivered by Union Home Minister Shri Amit Shah ji, noting that it was filled with important facts, historical context, and a detailed account of the Government’s efforts over the past decade. Shri Modi highlighted that for decades, the retrograde Maoist ideology had an adverse impact on the development of several regions, with Left Wing Extremism severely affecting the future of countless youngsters.

He further underlined that over the last ten years, the Government has worked towards uprooting this menace, while simultaneously ensuring that the benefits of development reach areas affected by Naxalism. The Prime Minister reaffirmed that the Government will continue to focus on strengthening good governance and ensuring peace and prosperity for all.

The Prime Minister posted on X:

“This is an outstanding speech by the Home Minister, Shri Amit Shah Ji, filled with important facts, historical context and the efforts of our Government in the last decade.

For decades, the retrograde Maoist ideology had an adverse impact on the development of several regions. Left Wing Extremism has ruined the future of countless youngsters.

In the last decade, our Government has worked towards uprooting this menace and at the same time ensuring the fruits of development reach areas affected by Naxalism. We will keep focusing on furthering good governance and ensuring peace and prosperity for all.”