Releases 16th installment amount of about Rs 21,000 crores under PM-KISAN; and 2nd and 3rd installments of about Rs 3800 crore under ‘Namo Shetkari MahaSanman Nidhi’
Disburses Rs 825 crore of revolving fund to 5.5 lakh women SHGs across Maharashtra
Initiates distribution of 1 crore Ayushman cards across Maharashtra
Launches the Modi Awaas Gharkul Yojana
Inaugurates statue of Pandit Deendayal Upadhyay in Yavatmal city
Dedicates multiple road, rail and irrigation projects
“We take inspiration from Chhatrapati Shivaji”
“I have resolved to make every corner of India Viksit. Every particle of my body and every moment of my life is devoted to this resolution”
“Everything done in the last 10 years lays the foundations for the next 25 years”
“The poor are getting their deserved share today”
“Strengthening of the rural economy is imperative to the creation of Viksit Bharat”
“Pandit Deendayal Upadhyay is the inspiration figure of Antyodaya. His entire life was

ଜୟ ଭବାନୀ, ଜୟ ଭବାନୀ, ଜୟ ସେବାଲାଲ ! ଜୟ ବିରସା !
ଆପଣ ସମସ୍ତଙ୍କୁ ମୋର ନମସ୍କାର !

ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀମାନ ରମେଶ ବୈସ୍ ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଏକନାଥ ଶିନ୍ଦେ ଜୀ, ଉପମୁଖ୍ୟମନ୍ତ୍ରୀ, ଦେବେନ୍ଦ୍ର ଫଡନଭିସ ଜୀ, ଅଜିତ ପାୱାର ଜୀ, ମଂଚ ଉପରେ ଉପସ୍ଥିତ ଅନ୍ୟ ସମସ୍ତ ବରିଷ୍ଠ ମହାନୁଭବଗଣ । ଆଜି ଏହି କାର୍ଯ୍ୟକ୍ରମରେ ଦେଶର ମଧ୍ୟ ଅନ୍ୟ ସ୍ଥାନରୁ ବହୁତ ଅଧିକ ସଂଖ୍ୟାରେ ଆମର କୃଷକ ଭାଇ-ଭଉଣୀମାନେ ଯୋଡି ହୋଇଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ଏଠାରୁ ସ୍ୱାଗତ କରୁଛି ।

ଭାଇ ଓ ଭଉଣୀମାନେ,
ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କ ଏହି ପବିତ୍ର ଭୂମିକୁ ଶ୍ରଦ୍ଧାର ସହ ବନ୍ଦନ କରୁଛି । ମହାରାଷ୍ଟ୍ରର ସନ୍ତାନ ଏବଂ ଦେଶର ଗୌରବ, ଡକ୍ଟର ବାବାସାହେବ ଆମ୍ବେଦକରଙ୍କୁ ମଧ୍ୟ ମୁଁ ପ୍ରଣାମ କରୁଛି । ୟଭତମାଲ-ବାସୀମ୍ ତାଂଣ୍ଡେର ମାର ଗୋର ବଂଜାରା ଭାଇ, ଭିୟା, ନାୟକ, ଦାଭ, କାରବାରୀ ତମନୁମ ହାତ ଜୋଡନ ରାମ ରାମୀ !

ବନ୍ଧୁଗଣ, 
ମୁଁ ୧୦ ବର୍ଷ ପୂର୍ବରୁ ଯେତେବେଳେ ‘ଚାୟ ପର ଚର୍ଚ୍ଚା’ କରିବାକୁ ୟଭତମାଲ ଆସିଥିଲି, ଆପଣମାନେ ବହୁତ ଆଶୀର୍ବାଦ ଦେଇଥିଲେ । ଏବଂ ଦେଶର ଜନତା ଏନଡିଏକୁ ୩୦୦ରୁ ଅଧିକ ପହଁଚାଇଥିଲେ । ପୁଣିଥରେ ମୁଁ ୨୦୧୯ରେ ଫେବୃଆରୀ ମାସରେ ହିଁ ୟଭତମାଲ ଆସିଥିଲି । ସେତେବଳେ ମଧ୍ୟ ଆପଣମାନେ ଆମ ଉପରେ ଅନେକ ଭଲପାଇବା ଦେଇଥିଲେ । ଦେଶରେ ମଧ୍ୟ ସେତେବେଳେ ଏନ୍‌ଡିଏକୁ ୩୫୦ରୁ ଅଧିକ କରାଇଥିଲେ । ଏବଂ ଆଜି ଯେତେବେଳେ ୨୦୨୪ର ନିର୍ବାଚନ ପୂର୍ବରୁ ବିକାଶର ଉତ୍ସବରେ ସାମିଲ ହେବାକୁ ଆସିଛି, ସେତେବେଳେ ସମଗ୍ର ଦେଶରେ ଗୋଟିଏ ହିଁ ସ୍ୱର ଗୁଂଜରିତ ହେଉଛି । ଏଥର...୪୦୦ ପାର, ଏଥର, ୪୦୦ ପାର.. ଏଥର... ୪୦୦ ପାର ! ମୁଁ ଏଠି ମୋ ସାମ୍ନାରେ ଦେଖୁଛି, ଏତେ ବଡ ସଂଖ୍ୟାରେ ମା ଓ ଭଉଣୀମାନେ ଆଶୀର୍ବାଦ ଦେବାକୁ ଆସିଛନ୍ତି, ଏହାଠାରୁ ବଳି ଜୀବନର ସୌଭାଗ୍ୟ କଣ ହୋଇପାରେ । ଗାଁ ଗାଁରୁ ଆସିଥିବା ଏହି ମା ଭଉଣୀମାନଙ୍କୁ ମୁଁ ବିଶେଷ ଭାବରେ ପ୍ରଣାଣ କରୁଛି । ଯେଉଁଭଳି ଭାବରେ ୟଭତମାଲ୍‌, ବାଶୀମ୍‌, ଚନ୍ଦ୍ରପୁର ସମେତ ସମଗ୍ର ବିଦର୍ଭର ଆଶୀର୍ବାଦ ମିଳୁଛି, ସେଥିରୁ ଜଣାପଡୁଛି...ଏନ୍‌ଡିଏ ସରକାର...୪୦୦ ପାର୍ ! ଏନଡିଏ ସରାକାର...୪୦୦ ପାର୍ !

 

ବନ୍ଧୁଗଣ,
ଆମେ ଛତ୍ରପତି ଶିବାଜୀ ମହାରାଜଙ୍କର ଆଦର୍ଶକୁ ମାନୁଥିବା ବ୍ୟକ୍ତି ଅଟୁ । ତାଙ୍କର ଶାସନକୁ ୩୫୦ ବର୍ଷ ପୁରିସାରିଛି । ଯେତେବେଳେ ତାଙ୍କର ରାଜ୍ୟାଭିଷେକ ହେଲା, ସବୁକିଛି ହାସଲ ହୋଇଗଲା । ସେ ମଧ୍ୟ ଆରମରେ କ୍ଷମତାକୁ ଭୋଗ କରିପାରିଥାନ୍ତେ । କିନ୍ତୁ ସେ କ୍ଷମତାକୁ ନୁହେଁ ବରଂ ରାଷ୍ଟ୍ର ଚେତନା, ରାଷ୍ଟ୍ରର ଶକ୍ତିକୁ ସର୍ବାର୍ଗେ ରଖିଥିଲେ ଏବଂ ଯେପର୍ଯ୍ୟନ୍ତ ବଂଚି ରହିଥିଲେ, ସେପର୍ଯ୍ୟନ୍ତ ଏଥିପାଇଁ ହିଁ କାର୍ଯ୍ୟ କରିଥିଲେ । ମୁଁ ମଧ୍ୟ ଦେଶ ଗଠନ ପାଇଁ, ଦେଶବାସୀଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ ଏକ ମିଶନ୍ ସହ ଆଗକୁ ବଢୁଥିବା ବ୍ୟକ୍ତି ଅଟେ । ଏଥିପାଇଁ ଗତ ୧୦ ବର୍ଷରେ ଯାହା କିଛି ବି କରିଛି ତାହା ଆଗାମୀ ୨୫ ବର୍ଷର ମୂଳଦୂଆ ଅଟେ । ଭାରତର କୋଣ ଅନୁକୋଣକୁ ବିକଶିତ କରାଇବା ପାଇଁ ମୁଁ ସଂକଳ୍ପ ନେଇଛି । ଏହି ସଂକଳ୍ପର ସିଦ୍ଧି ପାଇଁ ଶରୀରର ପ୍ରତିଟି ଭାଗ, ଜୀବନର ପ୍ରତିଟି କ୍ଷଣ, ଆପଣ ସମସ୍ତଙ୍କ ସେବାରେ ସମର୍ପି ଦେଇଛି । ଏବଂ ଭାରତକୁ ବିକଶିତ କରାଇବା ପାଇଁ ସବୁଠୁ ବୃହତ ଚାରିଟି ପ୍ରାଥମିକତା ହେଉଛି – ଗରିବ, କୃଷକ, ଯୁବବର୍ଗ ଏବଂ ନାରୀଶକ୍ତି । ଏହି ଚାରି ଯଦି ସଶକ୍ତ ହୋଇଯାଆନ୍ତି, ତାହାଲେ ପ୍ରତି ସମାଜ, ପ୍ରତି ବର୍ଗ, ଦେଶର ସମସ୍ତ ପରିବାର ସଶକ୍ତ ହୋଇଯିବ ।

ବନ୍ଧୁଗଣ,
ଆଜି ଏଠି ୟବତମାଲରେ ଏହି ଗରିବ, କୃଷକ, ଯୁବକ ଏବଂ ନାରୀଶକ୍ତି, ଏହି ଚାରିଜଣଙ୍କୁ ସଶକ୍ତ କଲା ଭଳି କାର୍ଯ୍ୟ କରାଯାଇଛି । ଆଜି ଏଠି ମହାରାଷ୍ଟ୍ରର ବିକାଶ ସହ ଜଡିତ ହଜାରେ କୋଟି ଟଙ୍କାର ଶିଳାନ୍ୟାସ ଏବଂ ଲୋକାର୍ପଣ କାର୍ଯ୍ୟ କରାଯାଇଛି । ଆଜି କୃଷକମାନଙ୍କୁ ଜଳସେଚନ ସୁବିଧା ମିଳୁଛି, ଗରିବମାନଙ୍କୁ ପକ୍କା ଘର ମିଳୁଛି, ଗାଁର ମୋର ଭଉଣୀମାନଙ୍କୁ ଆର୍ଥିକ ସହାୟତା ମିଳୁଛି, ଏବଂ ଯୁବବର୍ଗର ଭବିଷ୍ୟତକୁ ନିର୍ମାଣ କଲା ଭଳି ଭିତିଭୂମୀ ମିଳୁଛି । ବିଦର୍ଭ ଏବଂ ମରାଠୱାଡାର ରେଳ ସଂଯୋଗୀକରଣରେ ଉନ୍ନତି ଆଣିବା ପାଇଁ ରେଳ ପ୍ରକଳ୍ପ ଏବଂ ନୂତନ ଟ୍ରେନ୍ ସେବା ଆଜି ଆରମ୍ଭ ହୋଇଛି । ଏସବୁ ପାଇଁ ମୁଁ ଆପଣମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

 

ବନ୍ଧୁଗଣ,
ଆପଣମାନେ ମନେପକାନ୍ତୁ, ଏହି ଯେଉଁ ଇଣ୍ଡି ମେନ୍ଟ ରହିଛି, ଯେତେବେଳେ କେନ୍ଦ୍ରରେ ଏହାର ସରକାର ଥିଲା, ସେତେବେଳେ କିଭଳି ସ୍ଥିତି ଥିଲା? ସେତେବେଳେ ତ କୃଷି ମନ୍ତ୍ରୀ ମଧ୍ୟ ଏହି ମହାରାଷ୍ଟ୍ରର ଥିଲେ । ସେହି ସମୟରେ ଦିଲ୍ଲୀରୁ ବିଦର୍ଭର କୃଷକମାନଙ୍କ ନାଁରେ ପ୍ୟାକେଜ ଘୋଷଣା କରାଯାଉଥିଲା ଏବଂ ସେସବୁକୁ ବାଟମାରଣା କରି ଦିଆଯାଉଥିଲା । ଗାଁ, ଗରିବ, କୃଷକ, ଆଦିବାସୀମାନଙ୍କୁ କିଛି ମଧ୍ୟ ମିଳୁ ନଥିଲା । ଆଜି ଦେଖନ୍ତୁ, ମୁଁ ଗୋଟିଏ ସୁଇଚ୍ ଟିପିଲି, ଏବଂ ଦେଖୁ ଦେଖୁ  ପିଏମ୍ କିଷାନ୍ ସମ୍ମାନ ନିଧିର ୨୧ ହଜାର କୋଟି ଟଙ୍କା, ଏହା ଛୋଟ ଅଙ୍କ ନୁହେଁ, ୨୧ ହଜାର କୋଟି ଟଙ୍କା ଦେଶର କୋଟି କୋଟି କୃଷକଙ୍କ ଖାତାରେ ପହଁଚିଗଲା । ଏବଂ ଏହା ତ ମୋଦୀର ଗ୍ୟାରେଂଟି ଅଟେ । ଯେତେବେଳେ କଂଗ୍ରେସର ସରକାର ଥିଲା, ସେତେବେଳେ ଦିଲ୍ଲୀରୁ ଏକ ଟଙ୍କା ବାହାରୁ ଥିଲା, ୧୫ ପଇସା ପହଁଚୁଥିଲା । କଂଗ୍ରେସ ସରକାର ଥାଆନ୍ତା ତାହେଲେ ଆଜି ଆପଣମାନଙ୍କୁ ଯେଉଁ ୨୧ ହଜାର କୋଟି ଟଙ୍କା ମିଳିଲା, ସେଥିରୁ ୧୮ ହଜାର କୋଟି ଟଙ୍କା ମଝିରେ ହରିଲୁଟ ହୋଇ ଯାଇଥାଆନ୍ତା । କିନ୍ତୁ ବର୍ତମାନ ବିଜେପି ସରକାର ଅମଳରେ ଗରିବଙ୍କ ସମ୍ପୁର୍ଣ୍ଣ ଟଙ୍କା, ଗରିବମାନଙ୍କୁ ମିଳୁଛି । ମୋଦୀଙ୍କ ଗ୍ୟାରେଂଟି ଅଟେ - ପ୍ରତ୍ୟେକ ହିତାଧିକାରୀଙ୍କ ପୁରା ହକ୍‌, କଡାଗଣ୍ଡା କରି ତାଙ୍କ ବ୍ୟାଙ୍କ ଖାତାରେ ପହଁଚୁଛି ।

ବନ୍ଧୁଗଣ,
ମହାରାଷ୍ଟ୍ରର କୃଷକମାନଙ୍କ ନିକଟରେ ତ ଡବଲ ଇଞ୍ଜିନର ଡବଲ ଗ୍ୟାରେଂଟି ରହିଛି । ବର୍ତମାନ ମହାରାଷ୍ଟ୍ରର ଚାଷୀଙ୍କୁ ୩୮୦୦ କୋଟି ଟଙ୍କା ଅତିରିକ୍ତ ଭାବେ ହସ୍ତାନ୍ତର କରାଯାଇଛି । ଏହାର ଅର୍ଥ ହେଉଛି ମହାରାଷ୍ଟ୍ରର କୃଷକମାନଙ୍କୁ ପିଏମ୍ କିଷାନ ସମ୍ମାନନିଧିର ୧୨ ହଜାର ଟଙ୍କା ପ୍ରତି ବର୍ଷ ମିଳୁଛି ।

 

ବନ୍ଧୁଗଣ,
ପିଏମ୍ କିଷାନ ସମ୍ମାନନିଧି ଅଧିନରେ ବର୍ତମାନ ପର୍ଯ୍ୟନ୍ତ ଦେଶର ୧୧ କୋଟି କୃଷକଙ୍କ ଖାତାରେ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇସାରିଛି । ଏଥିରେ ମହାରାଷ୍ଟ୍ରର କୃଷକମାନଙ୍କୁ ୩୦ ହଜାର କୋଟି ଏବଂ ୟବତମାଲର କୃଷକମାନଙ୍କୁ ୯୦୦ କୋଟି ଟଙ୍କା ମିଳିଛି । ଆପଣମାନେ କଳ୍ପନା କରନ୍ତୁ, ଏହି ଟଙ୍କା କ୍ଷୁଦ୍ର ଚାଷୀମାନଙ୍କର କେତେ କାମରେ ଆସୁଛି । କିଛି ଦିନ ପୂର୍ବରୁ ହିଁ ଆମ ସରକାର ଆଖୁର ସର୍ବନିମ୍ନ ମୂଲ୍ୟରେ ରେକର୍ଡ ପରିମାଣର ବୃଦ୍ଧି କରିଛନ୍ତି । ଏବେ ଆଖୁର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କୁଇଂଟାଲ ୩୪୦ଟଙ୍କା ଧାର୍ଯ୍ୟ କରାଯାଇଛି । ଏହାଦ୍ୱାରା ମହାରାଷ୍ଟ୍ରର କୋଟି କୋଟି ଆଖୁ ଚାଷୀ ଏବଂ ଖେତ ମଜଦୁର ଉପକୃତ ହେବେ । କିଛି ଦିନ ପୂର୍ବରୁ ହିଁ ଗାଁରେ ଶସ୍ୟ ଗୋଦାମ ନିର୍ମାଣ ପାଇଁ ବିଶ୍ୱର ସର୍ବବୃହତ ଯୋଜନା ଆରମ୍ଭ ହୋଇଛି । ଏହି ଗୋଦାମ ଗୁଡିକୁ ମଧ୍ୟ ଆମ କୃଷକମାନଙ୍କ ସମବାୟ ସମିତି, ଆମର ସମବାୟ ସଂଗଠନ ଗୁଡିକ ନିର୍ମାଣ କରିବେ, ସେଇ ହିଁ ଏଗୁଡିକୁ ନିୟନ୍ତ୍ରଣ କରିବେ । ଏହାଦ୍ୱାରା କ୍ଷୁଦ୍ର ଚାଷୀମାନଙ୍କୁ ଏଥିରୁ ବିଶେଷ ଲାଭ ମିଳିବ । ସେମାନେ ନିଜର ଉତ୍ପାଦଗୁଡିକୁ ଖୁବ୍ କମ୍ ମୂଲ୍ୟରେ ବିକ୍ରୟ କରିବାକୁ ବାଧ୍ୟ ହେବେ ନାହିଁ । 

ବନ୍ଧୁଗଣ,
ବିକଶିତ ଭାରତ ପାଇଁ ଗ୍ରାମାଂଚଳର ଅର୍ଥବ୍ୟବସ୍ଥା ସଶକ୍ତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଣୁ, ଗତ ୧୦ ବର୍ଷ ମଧ୍ୟରେ, ଗାଁ ରେ ରହୁଥିବା ପ୍ରତ୍ୟେକ ପରିବାରର ସମସ୍ୟା ଦୂର କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଆମେ ନିରନ୍ତର ପ୍ରୟାସ କରିଚାଲିଛୁ । ଜଳର ମହତ୍ୱ କ’ଣ ତାହା ବିଦର୍ଭବାସୀଙ୍କଠାରୁ ଆଉ କିଏ ଅଧିକ ଭଲ ଭାବେ ଜାଣିପାରିବ । ପାନ୍ୟ ଜଳ ହେଉ ଅବା ପୁଣି ଜଳସେଚନ ପାଇଁ ହେଉ, ୨୦୧୪ ମସିହା ପୂର୍ବରୁ ଦେଶର ଗାଁ ଗୁଡିକରେ ହାହାକାର ଥିଲା । କିନ୍ତୁ ଇଣ୍ଡି ମେନ୍ଟର ତତ୍କାଳୀନ ସରକାରକୁ ଏହାର କୌଣସି ଚିନ୍ତା ନଥିଲା । ଆପଣମାନେ ଟିକେ ଭାବନ୍ତୁ ତ, ସ୍ୱାଧିନତା ପରଠାରୁ ନେଇ ୨୦୧୪ ମସିହା ପର୍ଯ୍ୟନ୍ତ, ଦେଶର ଗ୍ରାମଗୁଡିକରେ ୧୦୦ଟି ପରିବାର ମଧ୍ୟରୁ କେବଳ ୧୫ ଜଣ ପରିବାର ଏଭଳି ଥିଲେ ଯେଉଁମାନଙ୍କ ଘରକୁ ପାଇପ ଯୋଗେ ଜଳ ପହଁଚୁଥିଲା । ୧୦୦ରୁ ୧୫ ଘର ।  ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ, ଦଳିତ, ପଛୁଆବର୍ଗ ଏବଂ ଆଦିବାସୀ ଥିଲେ, ଯେଉଁମାନଙ୍କୁ ଏହି ଲାଭ ମିଳୁନଥିଲା । ଆମ ମାଆ ଏବଂ ଭଉଣୀମାନଙ୍କ ପାଇଁ ଏହା ଏକ ବଡ ସଙ୍କଟ ଥିଲା । ଏଭଳି ସ୍ଥିତିରୁ ମାଆ-ଭଉଣୀମାନଙ୍କୁ ମୁକୁଳାଇବା ପାଇଁ ହିଁ ଲାଲକିଲ୍ଲାରୁ ମୋଦୀ ହର ଘର ଜଳର ଗ୍ୟାରେଂଟି ଦେଇଥିଲା । ୪-୫ ବର୍ଷ ମଧ୍ୟରେ ହିଁ, ଆଜି ପ୍ରତି ୧୦୦ରୁ ୭୫ ଗ୍ରାମୀଣ ପରିବାର ପର୍ଯ୍ୟନ୍ତ ପାଇପ ଯୋଗେ ଜଳ ପହଁଚି ସାରିଛି । ମହାରାଷ୍ଟ୍ରରେ ମଧ୍ୟ ଯେଉଁଠି ୫୦ ଲକ୍ଷରୁ କମ୍ ପରିବାରଙ୍କ ନିକଟରେ ପାଇପ୍ ଯୋଗେ ଜଳ ସଂଯୋଗ ଥିଲା, ଆଜି ପାଖାପାଖି ୧ କୋଟି ୨୫ ଲକ୍ଷ ଜଳ ସଂଯୋଗ ହୋଇପାରିଛି । ସେଥିପାଇଁ ତ ଦେଶ କହୁଛି – ମୋଦୀର ଗ୍ୟାରେଂଟି ଅର୍ଥାତ୍ ଗ୍ୟାରେଂଟି ପୂରଣ ହେବାର ଗ୍ୟାରେଂଟି ।

 

ବନ୍ଧୁଗଣ,
ମୋଦୀ ଆଉ ଏକ ଗ୍ୟାରେଂଟି ଦେଶର କୃଷକମାନଙ୍କୁ ଦେଇଥିଲା । କଂଗ୍ରେସ ସରକାର ଦଶନ୍ଧି ଦଶନ୍ଧି ଧରି ଦେଶର ପ୍ରାୟ ୧୦୦ଟି ବଡ ବଡ ଜଳସେଚନ ପ୍ରକଳ୍ପକୁ ଝୁଲାଇ ରଖିଥିଲା, ସେଥିମଧ୍ୟରୁ ୬୦ରୁ ଅଧିକ ସମ୍ପୁର୍ଣ୍ଣ ହୋଇସାରିଛି ଏବଂ ଅବଶିଷ୍ଟ ମଧ୍ୟ ସଂମ୍ପୁର୍ଣ୍ଣ ହେବାକୁ ଯାଉଛି । ପଡି ରହିଥିବା ଏହି ଜଳସେଚନ ପ୍ରକଳ୍ପ ଗୁଡିକ ମଧ୍ୟରେ ମହାରାଷ୍ଟ୍ରର ସର୍ବାଧିକ ୨୬ଟି ପ୍ରକଳ୍ପ ରହିଥିଲା । ମହାରାଷ୍ଟ୍ରର, ବିଦର୍ଭର ପ୍ରତି କୃଷକ ପରିବାରକୁ ଏହା ଜାଣିବାର ହକ୍ ରହିଛି ଯେ ତାହାର ପାପର ଶାସ୍ତି ଆପଣମାନଙ୍କର ପିଢି ପିଢିକୁ ଭୋଗିବାକୁ ପଡୁଛି । ଏହି ୨୬ଟି ଅଟକି ରହିଥିବା ପ୍ରକଳ୍ପ ଗୁଡିକ ମଧ୍ୟରୁ ୧୨ଟିର କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇସାରିଛି ଏବଂ ବାକି ଗୁଡିକର କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି । ଏହା ହେଉଛି ବିଜେପିର ସରକାର, ଯାହା ୫୦ ବର୍ଷ ପରେ ନିଲୱାଣ୍ଡେ ଡ୍ୟାମ ପ୍ରକଳ୍ପ କାର୍ଯ୍ୟ ସମ୍ପୁର୍ଣ୍ଣ କରି ଦେଖାଇ ଦେଇଛି । କୃଷ୍ଣା – କୋୟନା ଉଠା ଜଳସେଚନ ପ୍ରକଳ୍ପ ଏବଂ ଟେମଭୁ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ଦଶନ୍ଧି ଦଶନ୍ଧି ପରେ ସମ୍ପୁର୍ଣ୍ଣ ହୋଇଛି । ଗାଁସିଖୁର୍ଦ ପ୍ରକଳ୍ପର ଅଧିକାଂଶ କାର୍ଯ୍ୟ ମଧ୍ୟ ଆମ ସରକାର ସମ୍ପୁର୍ଣ୍ଣ କରିଛନ୍ତି । ଆଜି ମଧ୍ୟ ଏଠାରେ ବିଦର୍ଭ ଏବଂ ମରାଠୱାଡା ପାଇଁ ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଏବଂ ବଳିରାଜା ସଂଜୀବନୀ ଯୋଜନା ଅଧିନରେ ୫୧ଟି ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ଏହାଦ୍ୱାରା ୮୦ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ସୁବିଧା ମିଳିବ ।

ବନ୍ଧୁଗଣ,
ମୋଦୀ ଗାଁର ଭଉଣୀମାନଙ୍କୁ ଲକ୍ଷପତି ଦିଦି ବନାଇବାର ଗ୍ୟାରେଂଟି ମଧ୍ୟ ଦେଇଛି । ବର୍ତମାନ ସୁଦ୍ଧା ଦେଶର ଏକ କୋଟି ଭଉଣୀ ଲକ୍ଷପତି ଦିଦି ହୋଇସାରିଲେଣି ।  ଚଳିତ ବର୍ଷର ବଜେଟରେ ଆମେ ଘୋଷଣା କରିଛୁ ଯେ ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି ବନାଇବାର ଅଛି । ଏବେ ଏହି ସଙ୍କଳ୍ପର ସିଦ୍ଧି ଦିଗରେ ମୁଁ ଲାଗି ପଡିଛି । ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ଭଉଣୀ ଏବଂ କନ୍ୟାମାନଙ୍କ ସଂଖ୍ୟା ୧୦ କୋଟି ଟପିଗଲାଣି । ଏହି ଭଉଣୀମାନଙ୍କୁ ବ୍ୟାଙ୍କ ଗୁଡିକରୁ ୮ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି , କେନ୍ଦ୍ର ସରକାର ୪୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରିଛନ୍ତି । ମହାରାଷ୍ଟ୍ରରେ ମଧ୍ୟ ସଂଚୟ ଗୋଷ୍ଠୀ ସହ ଜଡିତ ଭଉଣୀମାନଙ୍କୁ ଏହାର ଅନେକ ଲାଭ ମିଳୁଛି । ଆଜି ଏହି ଗୋଷ୍ଠୀ ଗୁଡିକୁ ୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସହାୟତା ପ୍ରଦାନ କରାଯାଇଛି । ୟବତମାଲ ଜିଲ୍ଲାରେ ଭଉଣୀମାନଙ୍କୁ ଅନେକ ଇ-ରିକ୍ସା ମଧ୍ୟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟ ପାଇଁ ମୁଁ ଶିନ୍ଦେ ଜୀ, ଦେବେନ୍ଦ୍ର ଜୀ ଏବଂ ଅଜିତ୍ ଦାଦାଙ୍କ ସହିତ ମହାରାଷ୍ଟ୍ରର ପୁରା ସରକାରଙ୍କୁ ଅଭିନନ୍ଦନ ଜଣାଉଛି ।

 

ଏବଂ ବନ୍ଧୁଗଣ,
ଏବେ ଭଉଣୀମାନେ ଇ-ରିକ୍ସା ତ ଚଳାଉଛନ୍ତି, ଏବେ ଡ୍ରୋନ୍ ମଧ୍ୟ ଚଳାଇବେ । ନମୋ ଡ୍ରୋନ୍ ଦିଦି ଯୋଜନା ଅଧୀନରେ ଭଉଣୀମାନଙ୍କ ଗୋଷ୍ଠୀ ଗୁଡିକୁ ଡ୍ରୋନ୍ ପାଇଲଟର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପୁଣି ସରକାର ଏହି ଭଉଣୀମାନଙ୍କୁ ଡ୍ରୋନ୍ ପ୍ରଦାନ କରିବେ, ଯାହା ଚାଷ କାର୍ଯ୍ୟରେ ଲାଗି ପାରିବ ।

ବନ୍ଧୁଗଣ,
ଆଜି ଏଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ପ୍ରତିମୂର୍ତିର ମଧ୍ୟ ଲୋକାର୍ପଣ କରାଯାଇଛି । ପଣ୍ଡିତ ଜୀ, ଅନ୍ତ୍ୟୋଦୟର ପ୍ରେରଣା ପୁରୁଷ ଅଟନ୍ତି । ତାଙ୍କର ସମ୍ପୁର୍ଣ୍ଣ ଜୀବନ ଗରିବମାନଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା । ଆମେ ସମସ୍ତେ ପଣ୍ଡିତ ଜୀଙ୍କ ଚିନ୍ତାଧାରାରୁ ପ୍ରେରଣା ନେଇଥାଉ । ଗତ ୧୦ ବର୍ଷ ଗରିବମାନଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଛି । ପ୍ରଥମ ଥର ପାଇଁ ମାଗଣା ରାସନର ଗ୍ୟାରେଂଟି ମିଳିଛି । ପ୍ରଥମ ଥର ମାଗଣା ଚିକିତ୍ସା ସୁବିଧା ମିଳିଛି । ଆଜି ମଧ୍ୟ ଏଠାରେ ମହାରାଷ୍ଟ୍ରର ୧ କୋଟି ପରିବାରକୁ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯିବାର ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ଥର କୋଟି କୋଟି ଗରିବଙ୍କ ପାଇଁ ଖୁବ ସୁନ୍ଦର ପକ୍କା ଘର ନିର୍ମାଣ କରାଯାଇଛି । ଆଜି ଓବିସି ପରିବାର ଗୁଡିକର ଗୃହ ନିର୍ମାଣ ପାଇଁ ବିଶେଷ ଯୋଜନାର ଆରମ୍ଭ କରାଯାଇଛି । ଏହି ଯୋଜନା ଅଧିନରେ ୧୦ ଲକ୍ଷ ଓବିସି ପରିବାର ପାଇଁ ପକ୍କା ଘର ନିର୍ମାଣ କରାଯିବ ।

 

ବନ୍ଧୁଗଣ,
ଯେଉଁମାନଙ୍କୁ କେହି କେବେ ପଚାରି ନାହିଁ, ମୋଦୀ ସେମାନଙ୍କୁ ପଚାରୁଛି, ସେମାନଙ୍କୁ ପୂଜା କରୁଛି । ବିଶ୍ୱକର୍ମା ବନ୍ଧୁମାନଙ୍କ ପାଇଁ, ବଲୁତେଦାର ସମ୍ପ୍ରଦାୟର କାରିଗରମାନଙ୍କ ପାଇଁ, କେବେ ମଧ୍ୟ କୌଣସି ବଡ ଯୋଜନା ପ୍ରସ୍ତୁତ କରାଯାଇ ନାହିଁ । ମୋଦୀ, ପ୍ରଥମଥର ପାଇଁ ୧୩ ହଜାର କୋଟି ଟଙ୍କାର ପିଏମ୍ ବିଶ୍ୱକର୍ମା ଯୋଜନା ଆରମ୍ଭ କରିଛି । କଂଗ୍ରେସ ସମୟରେ ଆଦିବାସୀ ସମାଜକୁ ସର୍ବଦା ସୁବଠାରୁ ପଛରେ ରଖାଗଲା, ସେମାନଙ୍କୁ ସୁବିଧ ଦେଲା ନାହିଁ । କିନ୍ତୁ ମୋଦୀ ଆଦିବାସୀ ସମାଜରେ ମଧ୍ୟ ସବୁଠାରୁ ପଛୁଆ ଜନଜାତିଙ୍କ ପାଇଁ ଚିନ୍ତା ପ୍ରକଟ କରିଛି । ପ୍ରଥମ ଥର ପାଇଁ ସେମାନଙ୍କ ବିକାଶ ନିମନ୍ତେ ୨୩ ହଜାର କୋଟି ଟଙ୍କାର ପିଏମ୍‌-ଜନମନ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ମହାରାଷ୍ଟ୍ରର କାତକରୀ, କୋଲାମ ଏବଂ ମାଡିଆ ଭଳି ଅନେକ ଜନଜାତି ସମୁଦାୟଙ୍କୁ ଉତମ ଜୀବନ ପ୍ରଦାନ କରିବ । ଗରିବ, କୃଷକ, ଯୁବକ ଏବଂ ନାରୀଶକ୍ତିକୁ ସଶକ୍ତ କରିବାର ଏହି ଅଭିଯାନ ଆହୁରି ଦୃତ ହେବାର ଅଛି । ଆଗାମୀ ୫ ବର୍ଷ, ଏହାଠାରୁ ମଧ୍ୟ ଅଧିକ ଦୃତ ବିକାଶ ହେବ । ଆଗାମୀ ୫ ବର୍ଷ ବିଦର୍ଭର ପ୍ରତ୍ୟେକ ପରିବାରର ଜୀବନକୁ ଉନ୍ନତ କରିବ । ପୁଣି ଥରେ କୃଷକ ପରିବାର ଏବଂ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ । ମୋ ସହ କୁହନ୍ତୁ – 
 

ଭାରତ ମାତା କି ଜୟ ! 
ଭାରତ ମାତା କି ଜୟ !
ଭାରତ ମାତା କି ଜୟ !
ଭାରତ ମାତା କି ଜୟ !
ଅନେକ ଅନେକ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi Chairs Second High-Level Meeting with Secretaries of Government of India
July 28, 2026
Sectors discussed: Finance and Economy, Commerce and Industry, and Technology
PM emphasises the need to break both horizontal and vertical silos within the Government
PM emphasises the importance of technological self-reliance and building domestic capabilities in critical sectors
PM encourages greater participation of young innovators and entrepreneurs in cybersecurity ecosystem
PM Stresses Proactive Outreach on Strategic Sectors to Counter Misinformation
PM says Govt must always remain youthful, dynamic and forward-looking, continuously adapting to new challenges and opportunities with agility and innovation
Secretaries share experiences and perspectives on key initiatives, emerging opportunities and implementation challenges

Prime Minister Shri Narendra Modi chaired the second high-level meeting with Secretaries to the Government of India at his residence at 7, Lok Kalyan Marg earlier today. He reviewed the future action agenda of Ministries and Departments dealing with Finance and Economy, Commerce and Industry, and Technology sectors. The meeting focused on accelerating progress towards the goals of Viksit Bharat.

Prime Minister called for a strong focus on team building across Ministries and Departments, urging officers to work with a shared sense of purpose. He emphasised the need to break both horizontal and vertical silos within the Government so that departments function in close coordination and deliver integrated outcomes.

Highlighting the importance of citizen-centric governance, Prime Minister said that the people of India must remain at the centre of governance. He reminded that every decision and policy should be guided by the interests and aspirations of the common citizen.

Prime Minister stressed that while India is making significant investments in infrastructure, equal priority must be given to developing indigenous technologies. He underscored the importance of technological self-reliance and building domestic capabilities in critical sectors.

Prime Minister underlined that energy security is closely linked with national security, economic stability and citizens’ welfare. Prime Minister said India must achieve self-reliance in the energy sector through innovation, diversification and accelerated capacity creation.

Emphasising that reforms are not merely a fashionable term but a continuous necessity for effective governance, Prime Minister stressed the need to reform processes, improve work culture and strengthen institutional efficiency.

Prime Minister said that growing use of technology must be accompanied by a strong focus on cybersecurity to safeguard digital systems and infrastructure. He stressed the need for constant vigilance against emerging cyber threats. He called for encouraging greater participation of young innovators and entrepreneurs in the cybersecurity ecosystem and emphasised that it should evolve into a nationwide movement.

Prime Minister also emphasised the importance of proactive communication on strategic sectors where the country is undertaking major initiatives, to counter misinformation and unfounded fears surrounding such efforts.

Prime Minister says that new academic courses should be planned in partnership with industry to equip the workforce with skills required by emerging and future industries. He also observed that a government must always remain youthful, dynamic and forward-looking, continuously adapting to new challenges and opportunities with agility and innovation.

The meeting featured detailed discussions by Secretaries on the progress, priorities and implementation issues across their respective domains. The meeting was attended by the Cabinet Secretary, Secretaries of key Ministries and Departments, and senior officials from the Prime Minister’s Office.