ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍‌ଆର୍‌ଟିଏସ୍ କରିଡରର ପ୍ରମୁଖ ବିଭାଗ ଉଦ୍‌ଘାଟନ
ସାହିବାବାଦରୁ ଦୁହାଇ ଡିପୋକୁ ସଂଯୋଗ କରୁଥିବା ନମୋ ଭାରତ ରାପିଡ୍ ଏକ୍ସ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ
​ବେଙ୍ଗାଲୁରୁ ମେଟ୍ରୋର ପୂର୍ବ - ପଶ୍ଚିମ କରିଡରର ଦୁଇଟି ଅଂଶକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ
​"ଦିଲ୍ଲୀ - ମିରଟ ଆର୍‌ଆର୍‌ଟିଏସ୍ କରିଡର ଆଞ୍ଚଳିକ ଯୋଗାଯୋଗରେ ଯଥେଷ୍ଟ ପରିବର୍ତ୍ତନ ଆଣିବ"
​"ଆଜି ଠାରୁ ଆରମ୍ଭ ହୋଇଛି ଭାରତର ପ୍ରଥମ ରାପିଡ୍ ରେଳ ସେବା ନମୋ ଭାରତ ଟ୍ରେନ୍"
"ନମୋ ଭାରତ ଟ୍ରେନ୍ ନୂତନ ଭାରତର ନୂତନ ଯାତ୍ରା ଏବଂ ଏହାର ନୂତନ ସଂକଳ୍ପକୁ ନିର୍ଦ୍ଧାରଣ କରୁଛି"
​"ନୂତନ ମେଟ୍ରୋ ସୁବିଧା ପାଇଁ ମୁଁ ବେଙ୍ଗାଲୁରୁବାସୀଙ୍କୁ ଅଭିନନ୍ଦନ ଜଣାଉଛି"
​"ନମୋ ଭାରତ ଟ୍ରେନ୍ ହେଉଛି ଭାରତର ଆଶାଜନକ ଭବିଷ୍ୟତର ଝଲକ"
​"ଅମୃତ ଭାରତ, ବନ୍ଦେ ଭାରତ ଓ ନମୋ ଭାରତ ଏହି ଦଶନ୍ଧି ଶେଷ ସୁଦ୍ଧା ଆଧୁନିକ ରେଳପଥର ପ୍ରତୀକ ପାଲଟିବ"
​"ଦିଲ୍ଲୀ, ଉତ୍ତର ପ୍ରଦେଶ ହେଉ କି କର୍ଣ୍ଣାଟକ, ପ୍ରତ୍ୟେକ ସହରରେ ଆଧୁନିକ ଓ ସବୁଜ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି"
​"ଆପଣମାନେ ମୋର ପରିବାର, ତେଣୁ ଆପଣମାନେ ମୋର ପ୍ରାଥମିକତା । ଏହି କାମ ଆପଣଙ୍କ ପାଇଁ କରାଯାଉଛି । ଯଦି

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ଉତ୍ତରପ୍ରଦେଶର ଲୋକପ୍ରିୟ, ଉର୍ଜାବାନ ମୁଖ୍ୟମନ୍ତ୍ରୀ ଭାଇ ଯୋଗୀଆଦିତ୍ୟନାଥ ମହୋଦୟ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟାମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ହରଦୀପସିଂହ ପୁରୀ ମହାଶୟ, କୌଶଲ କିଶୋର ମହାଶୟ, ଅନ୍ୟସମସ୍ତ ବରିଷ୍ଠ ମହାନୁଭବ ଏବଂ ବିଶାଳ ସଂଖ୍ୟାରେ ଆସିଥିବାମୋର ପରିବାରଜନ ।

ଆଜି ସମଗ୍ର ଦେଶ ପାଇଁ ହେଉଛି ଏକ ଐତିହାସିକ କ୍ଷଣ ।ଆଜି ଭାରତର ପ୍ରଥମ ରାପିଡ ରେଳ ସେବା, ନମୋ ଭାରତଟ୍ରେନ, ରାଷ୍ଟ୍ରକୁ ସମର୍ପିତ ହେଉଛି, ଆରମ୍ଭ ହୋଇଛି ।ପାଖାପାଖି ଚାରି ବର୍ଷ ପୂର୍ବେ ମୁଁ ଦିଲ୍ଲୀ - ଗାଜିଆବାଦ - ମିରଟଆଞ୍ଚଳିକ କରିଡର ପ୍ରକଳ୍ପର ଶିଳାନ୍ୟାସ କରିଥିଲି । ଆଜିସାହିବାବାଦରୁ ଦୁହାଇ ଡିପୋ ପର୍ଯ୍ୟନ୍ତ ସେହି ଅଂଶରେ ନମୋଭାରତର ଚଳାଚଳ ଆରମ୍ଭ ହୋଇଯାଇଛି । ଆଉ ମୁଁ ପୂର୍ବରୁ ହିଁକହିଛି, ଆଜି ମଧ୍ୟ କହୁଛି ଯାହାର ଶିଳାନ୍ୟାସ ଆମେ କରିଥାଉ, ତାହାର ଉଦଘାଟନ ମଧ୍ୟ ଆମେ ହିଁ କରିଥାଉ । ଆଉ ଏହିମିରଟ ଆଡକୁ ଥିବା ଅଂଶ 1 ବର୍ଷ, ଦେଢ ବର୍ଷ ପରେ ସମ୍ପୂର୍ଣ୍ଣହେବ, ସେହି ସମୟରେ ମଧ୍ୟ ମୁଁ ଆପଣମାନଙ୍କର ସେବାରେଉପସ୍ଥିତ ରହିବି ।

 

ଏବେ ମୋତେ ଏହି ଅତି ଆଧୁନିକ ଟ୍ରେନରେ ଯାତ୍ରାର ମଧ୍ୟଅନୁଭବ ମିଳିଛି । ମୁଁ ତ ନିଜର ପିଲାଦିନ ରେଳ ପ୍ଲାଟଫର୍ମରେବିତାଇଛି ଆଉ ଆଜି ରେଳବାଇର ଏହି ନୂଆ ରୂପ ମୋତେସବୁଠାରୁ ଅଧିକ ଆନନ୍ଦିତ କରୁଛି । ଏହି ଅନୁଭବ ହେଉଛିମନକୁ ପ୍ରଫୁଲ୍ଲିତ କରିବା ଭଳି, ହେଉଛି ଆନନ୍ଦରେ ଭରି ଦେବାଭଳି । ଆମର ଏଠାରେ ନବରାତ୍ରୀରେ ଶୁଭକାର୍ଯ୍ୟର ପରମ୍ପରାରହିଛି । ଦେଶର ପ୍ରଥମ ନମୋ ଭାରତ ଟ୍ରେନକୁ ମଧ୍ୟ ଆଜିମାଆ କାତ୍ୟାୟିନୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଛି । ଆଉ ଏହାମଧ୍ୟ ହେଉଛି ବହୁତ ବିଶେଷ ଯେ ଏହି ନୂତନ ଟ୍ରେନରେଡ୍ରାଇଭରଙ୍କ ଠାରୁ ନେଇ ସମସ୍ତ କର୍ମଚାରୀ, ହେଉଛନ୍ତି ମହିଳା, ହେଉଛନ୍ତି ଆମ ଦେଶର ଝିଅମାନେ । ଏହା ହେଉଛିଭାରତୀୟ ନାରୀଶକ୍ତି ବୃଦ୍ଧି ପାଉଥିବା ପଦକ୍ଷେପର ପ୍ରତୀକ ।ମୁଁ ଦିଲ୍ଲୀ- ଏନସିଆର ଏବଂ ପଶ୍ଚିମ ୟୁପିର ସମସ୍ତଲୋକମାନଙ୍କୁ ନବରାତ୍ରୀର ପବିତ୍ର ପର୍ବ ଅବସରରେ ମିଳିଥିବାଏହି ଉପହାର ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି, ବହୁତ- ବହୁତ ଶୁଭକାମନା ଜଣାଉଛି । ନମୋ ଭାରତଟ୍ରେନରେ ଆଧୁନିକତା ମଧ୍ୟ ଅଛି, ଗତି ମଧ୍ୟ ଅଛି, ଅଦ୍ଭୁତ ବେଗମଧ୍ୟ ଅଛି । ଏହି ନମୋ ଭାରତ ଟ୍ରେନ, ନୂତନ ଭାରତର ନୂତନଯାତ୍ରା ଏବଂ ନୂତନ ସଂକଳ୍ପକୁ ପରିଭାଷିତ କରୁଛି ।

ମୋର ପରିବାରଜନ,

ମୁଁ ସଦା ସର୍ବଦା ଏହା ସ୍ୱୀକାର କରିଥାଏ ଯେ ଭାରତର ବିକାଶ, ରାଜ୍ୟଗୁଡ଼ିକର ବିକାଶ ଦ୍ୱାରା ହିଁ ସମ୍ଭବ ହୋଇଥାଏ । ଏବେଆମ ସାଙ୍ଗରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟା ମହାଶୟମଧ୍ୟ ସାମିଲ ହୋଇଛନ୍ତି । ଆଜି ବେଙ୍ଗାଲୁରୁରେ ମେଟ୍ରୋରଦ୍ୱିତୀୟ ଲାଇନକୁ ମଧ୍ୟ ଦେଶକୁ ସମର୍ପିତ କରାଯାଇଛି ।ଏହାଦ୍ୱାରା ବେଙ୍ଗାଲୁରୁର ଆଇଟି ହବର ଯୋଗାଯୋଗ ଆହୁରିଉନ୍ନତ ହୋଇଛି । ଏବେ ତ ବେଙ୍ଗାଲୁରୁରେ ପ୍ରତିଦିନ ପ୍ରାୟ 8ଲକ୍ଷ ଲୋକ ମେଟ୍ରୋରେ ଯାତ୍ରା କରୁଛନ୍ତି । ମୁଁ ନୂତନ ମେଟ୍ରୋସୁବିଧା ପାଇଁ ବେଙ୍ଗାଲୁରୁର ସମସ୍ତ ଲୋକଙ୍କୁ ମଧ୍ୟ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ମୋର ପରିବାରଜନ,

ଏକବିଂଶ ଶତାବ୍ଦୀର ଆମର ଭାରତ, ଆଜି ପ୍ରତ୍ୟେକ କ୍ଷେତ୍ରରେପ୍ରଗତିର ନୂତନ ଗାଥା ଲେଖୁଛି । ଆଜିର ଭାରତ, ଚନ୍ଦ୍ରଯାନରେ, ଚନ୍ଦ୍ରଯାନକୁ ଚନ୍ଦ୍ରମାରେ ଅବତରଣ କରାଇବିଶ୍ୱରେ ଏହି ହିନ୍ଦୁସ୍ତାନ ଛାଇ ହୋଇ ଯାଇଛି । ଆଜିର ଭାରତ, G-20ର ଏତେ ଭବ୍ୟ ଆୟୋଜନ କରି, ବିଶ୍ୱ ପାଇଁଆକର୍ଷଣର, ଉତ୍ସୁକତାର ଏବଂ ସାରା ବିଶ୍ୱକୁ ଭାରତ ସହିତଯୋଡ଼ି ହେବାର ଏକ ନୂତନ ଅବସର ପାଲଟି ଯାଇଛି ।ଆଜିର ଭାରତ ଏସୀୟ କ୍ରୀଡ଼ାରେ 100ରୁ ଅଧିକ ପଦକଜିତିକରି ଦେଖାଇଛି ଆଉ ଏଥିରେ ମୋର ଉତର ପ୍ରଦେଶ ମଧ୍ୟସାମିଲ ଅଛି । ଆଜିର ଭାରତ, ନିଜସ୍ୱ ଶକ୍ତି ବଳରେ 5-Gଶୁଭାରମ୍ଭ କରିଥାଏ ଆଉ ତାହାକୁ ଦେଶର କୋଣ ଅନୁକୋଣକୁନେଇ ଯାଇଥାଏ । ଆଜିର ଭାରତ, ବିଶ୍ୱରେ ସବୁଠାରୁ ଅଧିକଡିଜିଟାଲ କାରବାର କରିଥାଏ ।

 

ଯେତେବେଳେ କରୋନା ସଙ୍କଟ ଆସିଲା, ସେତେବେଳେଭାରତରେ ପ୍ରସ୍ତୁତ ଟିକା, ବିଶ୍ୱର କୋଟି- କୋଟି ଲୋକଙ୍କଜୀବନ ବଞ୍ଚାଇଲା । ବଡ଼- ବଡ଼ କମ୍ପାନୀଗୁନିକ ଆଜିଭାରତରେ ମୋବାଇଲ ଏବଂ ଟିଭି- ଲ୍ୟାପଟପ‌- କମ୍ପ୍ୟୁଟରଏସବୁ ନିର୍ମାଣ କରିବା ପାଇଁ ହିନ୍ଦୁସ୍ତାନକୁ ଆସୁଛନ୍ତି । ଆଜିଭାରତ ଲଢ଼ୁଆ ବିମାନ ନିର୍ମାଣ କରୁଛି, ଲଢ଼ୁଆ ବିମାନ ସହିତସମୁଦ୍ରରେ ତିରଙ୍ଗା ଉଡାଇଲା ଭଳି ବିକ୍ରାନ୍ତ ଜାହାଜ ମଧ୍ୟ ନିର୍ମାଣକରୁଛି । ଆଉ ଆଜି ଏ ଯେଉଁ ଦ୍ରୁତ ଗତିର ନମୋ ଭାରତଆରମ୍ଭ ହୋଇଛି, ତାହା ମଧ୍ୟ ହେଉଛି ମେଡ଼୍ ଇନ୍ ଇଣ୍ଡିଆର, ହେଉଛି ଭାରତର ନିଜସ୍ୱ ଟ୍ରେନ । ସାଥୀଗଣ, ଏହା ଶୁଣିଆପଣମାନେ ଗର୍ବ ଅନୁଭବ କରୁଛନ୍ତି ନା ନାହିଁ? ଆପଣମାନଙ୍କର ମଥା ଉଚ୍ଚ ହୋଇ ଯାଉଛି ନା ନାହିଁ? ପ୍ରତ୍ୟେକହିନ୍ଦୁସ୍ତାନୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଦେଖା ଯାଉଛି ନା ନାହିଁ? ମୋର ଯୁବକମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଦେଖା ଯାଉଛି ନାଦେଖା ଯାଉ ନାହିଁ? ଏବେ ଯେଉଁ ପ୍ଲାଟଫର୍ମରେ ସ୍କ୍ରିନ ଡୋର୍ବ୍ୟବସ୍ଥାର ଲୋକାର୍ପଣ ହୋଇଛି, ତାହା ମଧ୍ୟ ହେଉଛି ମେଡ଼୍ଇନ୍ ଇଣ୍ଡିଆ ।

ଆଉ ମୁଁ ଆଉ ଏକ କଥା କହୁଛି, ଆମେ ହେଲିକପ୍ଟରରେ ଯାତ୍ରାକରୁଛେ, ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ନା, ତା’ଭିତରେ ଏତେ ଶବ୍ଦ ଆସୁଛି ଯେଭଳି ତାହା ହେଉଛି ଉଡ଼ନ୍ତାଟ୍ରାକ୍ଟର, ହେଉଛି ଉଡ଼ନ୍ତା ଟ୍ରାକ୍ଟର । ଟ୍ରାକ୍ଟରଠାରୁ ମଧ୍ୟ ଅଧିକଶବ୍ଦ ଆସୁଛି, କାନକୁ ବନ୍ଦ ରଖିବାକୁ ପଡ଼ୁଛି । ଉଡାଜାହାଜରେଯେଉଁ ଶବ୍ଦ ଆସିଥାଏ, ମୁଁ ଆଜି ଦେଖିଲି ଯେ ନମୋ ଭାରତଟ୍ରେନରେ ଉଡାଜାହାଜ ଠାରୁ ମଧ୍ୟ କମ୍ ଶବ୍ଦ ଆସୁଛି, ଅର୍ଥାତକେତେ ସୁଖଦ ଯାତ୍ରା ହେଉଛି ।

ସାଥୀଗଣ,

ନମୋ ଭାରତ, ହେଉଛି ଭବିଷ୍ୟତ ଭାରତର ଝଲକ । ନମୋଭାରତ, ଏହି କଥାର ମଧ୍ୟ ହେଉଛି ପ୍ରମାଣ ଯେ ଯେତେବେଳେଦେଶର ଆର୍ଥିକ ଶକ୍ତି ବଢ଼ିଥାଏ, ସେତେବେଳେ କିଭଳି ଆମଦେଶର ଛବି ବଦଳି ଯାଇଥାଏ । ଦିଲ୍ଲୀ ଏବଂ ମିରଠର ଏହି80 କିଲୋମିଟରରୁ ଅଧିକର ଷ୍ଟ୍ରେଚ ତ’ ହେଉଛି ଏକଶୁଭାରମ୍ଭ, ଶୁଣନ୍ତୁ ଏହା ତ’ ହେଉଛି ଏକ ଶୁଭାରମ୍ଭ । ପ୍ରଥମପର୍ଯ୍ୟାୟରେ ଦିଲ୍ଲୀ, ୟୁପି, ହରିୟାଣା ଏବଂ ରାଜସ୍ଥାନରଅନେକ ଅଞ୍ଚଳ ନମୋ ଭାରତ ଟ୍ରେନ ସହିତ ସଂଯୁକ୍ତ ହେବାକୁଯାଉଛି । ଏବେ ମୁଁ ରାଜସ୍ଥାନ କଥା କହିଦେଲି ତେବେଅଶୋକ ଗହଲୋତ ମହାଶୟଙ୍କର ନିଦ ଖରାପ ହୋଇଯିବ ।ଆଗାମୀ ସମୟରେ ଦେଶର ଆହୁରି ଅଧିକ ଭାଗରେ ମଧ୍ୟନମୋ ଭାରତ ଭଳି ବ୍ୟବସ୍ଥା ନିର୍ମାଣ ହେବ । ଏହା ଦ୍ୱାରାଔଦ୍ୟୋଗିକ ବିକାଶ ମଧ୍ୟ ହେବ ଏବଂ ମୋ ଦେଶରଯୁବପିଢ଼ୀଙ୍କ ପାଇଁ, ମୋ ଦେଶର ଯୁବକ ପୁଅ- ଝିଅମାନଙ୍କପାଇଁ ରୋଜଗାରର ମଧ୍ୟ ନୂତନ ସୁଯୋଗ ସୃଷ୍ଟି ହେବ ।

 

ସାଥୀଗଣ,

ଚଳିତ ଶତାବ୍ଦୀର ଏହା ହେଉଛି ତୃତୀୟ ଦଶକ, ଭାରତୀୟରେଳର କାୟାକଳ୍ପ ହେଉଥିବା ଦଶକ । ଆପଣମାନେଦେଖୁଛନ୍ତି ବନ୍ଧୁଗଣ, ଏହି 10 ବର୍ଷରେ ସମ୍ପୂର୍ଣ୍ଣ ରେଳବାଇଆପଣମାନଙ୍କୁ ପରିବର୍ତ୍ତିତ ଦୃଷ୍ଟିରେ ଦେଖିବାକୁ ମିଳିବ ଆଉମୋର ଛୋଟ ସ୍ୱପ୍ନ ଦେଖିବାର ଅଭ୍ୟାସ ନାହିଁ ଆଉ ନା ହିଁମୋତେ ମରି- ମରି ଚାଲିବାର ଅଭ୍ୟାସ ଅଛି । ମୁଁ ଆଜିର ଯୁବପିଢ଼ୀଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି, ମୁଁ ଆଜିର ଯୁବ ପିଢ଼ୀଙ୍କୁଗ୍ୟାରେଣ୍ଟି ଦେବାକୁ ଚାହୁଁଛି... ଏହି ଦଶକର ଶେଷ ସୁଦ୍ଧା, ଆପଣମାନେ ଭାରତର ରେଳବାଇ ଦୁନିଆରେ କାହାଠାରୁ ମଧ୍ୟପଛରେ ପଡ଼ିଯିବେ ନାହିଁ । ସୁରକ୍ଷା ହେଉ, ସୁବିଧା ହେଉ, ସଫାଇ ହେଉ, ସାମଞ୍ଜସ୍ୟ ହେଉ, ସମ୍ବେଦନା ହେଉ, ସାମର୍ଥ୍ୟହେଉ, ଭାରତୀୟ ରେଳ ସାରା ବିଶ୍ୱରେ ଏକ ନୂତନ ଲକ୍ଷ୍ୟହାସଲ କରିବ । ଭାରତୀୟ ରେଳ, ଶତ ପ୍ରତିଶତବିଦ୍ୟୁତୀକରଣ ଲକ୍ଷ୍ୟଠାରୁ ବହୁତ ଦୂରରେ ନାହିଁ । ଆଜି ନମୋଭାରତର ଶୁଭାରମ୍ଭ ହୋଇଛି । ଏହା ପୂର୍ବରୁ ବନ୍ଦେ ଭାରତରୂପରେ ଆଧୁନିକ ଟ୍ରେନ ଦେଶକୁ ମିଳିଲା । ଅମୃତ ଭାରତଷ୍ଟେସନ ଅଭିଯାନ ମାଧ୍ୟମରେ ଦେଶର ରେଳ ଷ୍ଟେସନଗୁଡ଼ିକୁଆଧୁନିକ କରିବାର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।ଅମୃତ ଭାରତ, ବନ୍ଦେ ଭାରତ ଏବଂ ନମୋ ଭାରତର ଏହିତ୍ରିବେଣୀ, ଚଳିତ ଦଶକର ଶେଷ ସୁଦ୍ଧା ଭାରତୀୟ ରେଳରଆଧୁନିକୀକରଣର ମଧ୍ୟ ପ୍ରତୀକ ହୋଇଯିବ ।

ଆଜି ଦେଶରେ ମଲ୍ଟି ମଡେଲ ପରିବହନ ବ୍ୟବସ୍ଥା ଉପରେ ମଧ୍ୟବହୁତ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ଅର୍ଥାତଯାତାୟାତର ଭିନ୍ନ- ଭିନ୍ନ ମାଧ୍ୟମକୁ ପରସ୍ପର ମଧ୍ୟରେ ଯୋଡ଼ାଯାଉଛି । ଏ ଯେଉଁ ନମୋ ଭାରତ ଟ୍ରେନ ରହିଛି, ଏଥିରେ ମଧ୍ୟମଲ୍ଟି ମଡେଲ ସଂଯୋଗର ଧ୍ୟାନ ରଖା ଯାଇଛି । ଦିଲ୍ଲୀରସରାଏ କାଲେ ଖାଁ, ଆନନ୍ଦ ବିହାର, ଗାଜିଆବାଦ ଏବଂବିରଟର ଷ୍ଟେସନ ଗୁଡ଼ିକରେ କେଉଁଠାରେ ରେଳ, କେଉଁଠାରେମେଟ୍ରୋ, କେଉଁଠାରେ ବସ୍ ଷ୍ଟାଣ୍ଡଗୁଡ଼ିକୁ ପରସ୍ପର ମଧ୍ୟରେ ଏହାଯୋଡ଼ୁଛି । ଏବେ ଲୋକମାନଙ୍କୁ ଏହା ଆଉ ଚିନ୍ତା କରିବାକୁପଡ଼ିବ ନାହିଁ ଯେ ଟ୍ରେନରୁ ଓହ୍ଲାଇବା ପରେ ସେଠାରୁ ଘରକୁକିମ୍ବା ଅଫିସକୁ ଯିବା ପାଇଁ ଅନ୍ୟ କୌଣସି ସାଧନ ଖୋଜିବାକୁପଡ଼ିବ ।

 

ମୋର ପରିବାରଜନ, 

ପରିବର୍ତ୍ତିତ ଭାରତରେ ଏହା ହେଉଛି ବହୁତ ଜରୁରୀ ଯେସମସ୍ତ ଦେଶବାସୀଙ୍କର ଜୀବନ ସ୍ତରରେ ସୁଧାର ଆସୁ, ଜୀବନର ଗୁଣାତ୍ମକ ଧାରା ଆହୁରି ଉତ୍ତମ ହେଉ । ଲୋକମାନେଉତ୍ତମ ପରିବେଶରେ ଶ୍ୱାସକ୍ରିୟା କରନ୍ତୁ, ଅଳିଆ - ଆବର୍ଜନାରଗଦା ହଟିଯାଉ, ଯାତାୟାତର ଉତ୍ତମ ସାଧନ ରହୁ, ପାଠପଢ଼ାପାଇଁ ଉତ୍ତମ ଶିକ୍ଷା- ସଂସ୍ଥାନ ରହୁ, ଚିକିତ୍ସା ପାଇଁ ଉତ୍ତମବ୍ୟବସ୍ଥା ରହୁ, ଏହି ସବୁଗୁଡ଼ିକ ଉପରେ ଆଜି ଭାରତ ସରକାରବିଶେଷ ଗୁରୁତ୍ୱ ଦେଉଛନ୍ତି । ଆଉ ସର୍ବସାଧାରଣ ପରିବହନଉପରେ ତ’ ଆଜି ଭାରତ, ପବ୍ଲିକ ବା ସର୍ବସାଧାରଣ ପରିବହନପାଇଁ ଯେତିକି ଖର୍ଚ୍ଚ କରୁଛି, ଆମ ଦେଶରେ ପୂର୍ବରୁ ସେତିକିଖର୍ଚ୍ଚ କେବେ ହେଲେ କରାଯାଇ ନାହିଁ ।

ସାଥୀଗଣ,

ଯାତାୟାତ ପାଇଁ, ପରିବହନ ପାଇଁ, ଆମେ ଜଳ, ସ୍ଥଳ, ଆକାଶଏବଂ ମହାକାଶ, ପ୍ରତ୍ୟେକ ଦିଗରେ ପ୍ରୟାସ କରୁଛୁ । ଆପଣଜଳ ପରିବହନକୁ ଦେଖନ୍ତୁ ତେବେ ଆଜି ଦେଶରନଦୀଗୁଡିକରେ 100ରୁ ଅଧିକ ଜଳପଥ ନିର୍ମାଣ ହେଉଛି । ଏଥିମଧ୍ୟରୁ ସବୁଠାରୁ ବଡ଼ ଜଳପଥ, ମାଆ ଗଙ୍ଗାଙ୍କ ଜଳପ୍ରବାହରେନିର୍ମାଣ ହେଉଛି । ବନାରସ ଠାରୁ ନେଇ ହଳଦିଆ ପର୍ଯ୍ୟନ୍ତଗଙ୍ଗାମାତାଙ୍କ ମଧ୍ୟ ଦେଇ ଜାହାଜଗୁଡ଼ିକ ପାଇଁ ଅନେକ ଜଳପଥଟର୍ମିନାଲ ନିର୍ମାଣ କରାଯାଇଛି । ଏହାଦ୍ୱାରା କୃଷକ, ଜଳମାର୍ଗମାଧ୍ୟମରେ ଫଳ- ପନିପରିବା ମଧ୍ୟ ଏବଂ ଶସ୍ୟ ବାହାରକୁପଠାଇ ପାରୁଛନ୍ତି । ଏଇ ନିକଟରେ ବିଶ୍ୱର ଦୀର୍ଘତମ ରିଭରକ୍ରୁଜ, ଗଙ୍ଗାବିଳାସ, ମଧ୍ୟ 3200 କିଲୋମିଟର ଦୂର ଯାତ୍ରା କରିରେକର୍ଡ ସୃଷ୍ଟି କରିଛି । ଆଜି ଦେଶରେ ସମୁଦ୍ର କୂଳରେ ମଧ୍ୟନୂତନ ବନ୍ଦର ଭିତ୍ତିଭୂମିର ଅଦ୍ଭୂତପୂର୍ବ ସମ୍ପ୍ରସାରଣ ହେଉଛି, ଆଧୁନିକୀକରଣ ହେଉଛି । ଏହାର ଲାଭ କର୍ଣ୍ଣାଟକ ଭଳିରାଜ୍ୟକୁ ମଧ୍ୟ ହେଉଛି । ସ୍ଥଳପଥ କଥା କହିବା ତେବେ, ଆଧୁନିକ ଏକ୍ସପ୍ରେସ-ୱେ ର ଜାଲ ବିଛାଇବା ପାଇଁ ମଧ୍ୟ ଭାରତସରକାର 4 ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ ଖର୍ଚ୍ଚ କରୁଛନ୍ତି ।ନମୋ ଭାରତ ଭଳି ଟ୍ରେନ ହେଉ ଅବା ପୁଣି ମେଟ୍ରୋ ଟ୍ରେନ, ଏହା ଉପରେ ମଧ୍ୟ 3 ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚକରାଯାଉଛି ।

ଏଠାରେ ଦିଲ୍ଲୀ- ଏନସିଆରରେ ରହୁଥିବା ଲୋକ ଜାଣିଛନ୍ତି ଯେବିଗତ ବର୍ଷମାନଙ୍କରେ କିଭଳି ଏଠାରେ ମେଟ୍ରୋ ପଥଗୁଡ଼ିକରସମ୍ପ୍ରସାରଣ ହୋଇଛି । ୟୁପିରେ ଆଜି ନୋଏଡ଼ା, ଗାଜିଆବାଦ, ଲକ୍ଷ୍ନୌ, ମିରଟ, ଆଗ୍ରା, କାନପୁର ଭଳି ସହରରେ ମଧ୍ୟ ମେଟ୍ରୋପ୍ରବେଶ କରୁଛି, କେଉଁଠାରେ ମେଟ୍ରୋ ଚାଲୁ ରହିଛି, କେଉଁଠାରେ ନିକଟ ଭବିଷ୍ୟତରେ ଚାଲିବାକୁ ଯାଉଛି ।କର୍ଣ୍ଣାଟକରେ ମଧ୍ୟ ବେଙ୍ଗାଲୁରୁ ହେଉ, ମହୀଶୂର ହେଉ, ମେଟ୍ରୋ ଚାଲୁଥିବା ସହରର ସଂଖ୍ୟା ସମ୍ପ୍ରସାରିତ ହୋଇଛି ।

ନଭ ଅର୍ଥାତ ଆକାଶରେ ମଧ୍ୟ ଭାରତ ଆକାଶ ପଥରେ ମଧ୍ୟସେତିକି ଡେଣା ମେଲାଇଛି। ଆକାଶ ପଥରେ ଯାତ୍ରାକୁ ଆମେହାୱାଇ ଚପ୍ପଲ ପିନ୍ଧୁଥିବା ଲୋକଙ୍କ ପାଇଁ ମଧ୍ୟ ସୁଲଭ କରୁଛୁ ।ବିଗତ 9 ବର୍ଷରେ ଦେଶରେ ବିମାନବନ୍ଦର ସଂଖ୍ୟା ଦୁଇ ଗୁଣହୋଇ ଯାଇଛି । ବିଗତ କିଛି ସମୟ ମଧ୍ୟରେ ଆମରଏୟାରଲାଇନ୍ସ, ଭାରତ 1 ହଜାରରୁ ଅଧିକ ନୂତନ ବିମାନରବରାଦ ଦେଇ ସାରିଛି । ସେହିଭଳି ଆମେ ମହାକାଶରେ ମଧ୍ୟନିଜର ପାଦ ଦ୍ରୁତ ଗତିରେ ବଢ଼ାଇ ଚାଲିଛୁ । ନିକଟରେ ଆମରଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ତିରଙ୍ଗା ଉଡ଼ାଇଛି । ଆମେ 2040ପର୍ଯ୍ୟନ୍ତ ବାସ୍ତବ ରୋଡ ମ୍ୟାପ ପ୍ରସ୍ତୁତ କରି ଦେଇଛୁ । କିଛିସମୟ ପରେ ଭାରତୀୟମାନଙ୍କୁ ନେଇ ଆମର ଗଗନଯାନମହାକାଶକୁ ଯିବ । ପୁଣି ଅନ୍ତରୀକ୍ଷରେ ଆମେ ନିଜର ମହାକାଶକେନ୍ଦ୍ର ପ୍ରତିଷ୍ଠା କରିବୁ । ଆଉ ଏହା ବେଶି ଦୂର ନୁହେଁ, ଯେତେବେଳେ ଆମେ ନିଜ ଯାନରେ ପ୍ରଥମ ଭାରତୀୟଙ୍କୁଚନ୍ଦ୍ରପୃଷ୍ଠରେ ଅବତରଣ କରାଇବୁ । ଆଉ ଏହାସବୁ କାହାପାଇଁହେଉଛି? ଏହା ଦେଶର ଯୁବକମାନଙ୍କ ପାଇଁ, ସେମାନଙ୍କଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ହେଉଛି ।

 

ସାଥୀଗଣ,

ଭଲ ବାୟୁ ପାଇଁ ଏହା ଆବଶ୍ୟକ ଯେ ସହରରେ ପ୍ରଦୂଷଣ କମ୍ହେଉ । ଏହାକୁ ଧ୍ୟାନରେ ରଖି ଦେଶରେ ଇଲେକ୍ଟ୍ରିକ୍ବସ୍‌ଗୁଡ଼ିକର ବହୁତ ବଡ଼ ନେଟୱର୍କ ପ୍ରସ୍ତୁତ କରାଯାଉଛି ।କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ 10 ହଜାର ଇଲେକ୍ଟ୍ରିକ୍ ବସ୍ଦେବାର ଯୋଜନା ଆରମ୍ଭ କରିଛନ୍ତି । ଭାରତ ସରକାରଙ୍କତରଫରୁ ରାଜଧାନୀ ଦିଲ୍ଲୀରେ 600 କୋଟି ଟଙ୍କା ବ୍ୟୟରେ1300ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଳାଇବା ନେଇ ଆମରସଂକଳ୍ପ ରହିଛି । ଏହାଦ୍ୱାରା 850ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ଦିଲ୍ଲୀରେ ଚାଲିବା ମଧ୍ୟ ଆରମ୍ଭ ହୋଇ ଯାଇଛି । ସେହିଭଳିବେଙ୍ଗାଲୁରୁରେ ମଧ୍ୟ 1200ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଳାଇବାପାଇଁ ଭାରତ ସରକାର 500କୋଟି ଟଙ୍କାର ସହାୟତାଦେଉଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରୟାସ ଏହା ରହିଛି ଯେ ଦିଲ୍ଲୀହେଉ, ୟୁପି ହେଉ ଅବା କର୍ଣ୍ଣାଟକ, ପ୍ରତ୍ୟେକ ସହରରେଆଧୁନିକ ଏବଂ ସବୁଜ ସର୍ବସାଧାରଣ ପରିବହନକୁ ପ୍ରୋତ୍ସାହନମିଳୁ ।

ସାଥୀଗଣ,

ଆଜି ଭାରତରେ ଯାହା ମଧ୍ୟ ଭିତିଭୂମିର ନିର୍ମାଣ ହେଉଛି, ସେଥିରେ ନାଗରିକଙ୍କ ସୁବିଧା ଗୁଡ଼ିକୁ ସର୍ବୋଚ୍ଚ ପ୍ରାଥମିକତାଦିଆଯାଉଛି । ଅଫିସ ଯାଉଥିବା ଲୋକମାନଙ୍କ ପାଇଁ, ମେଟ୍ରୋଅବା ନମୋ ଭାରତ ଟ୍ରେନ ଭଳି ଭିତ୍ତିଭୂମି ବହୁତ ଗୁରୁତ୍ୱ ରଖୁଛି। ଯେଉଁମାନଙ୍କ ଘରେ ଛୋଟ- ଛୋଟ ପିଲା ଅଛନ୍ତି, ଅବାବୟସ୍କ ମାତା- ପିତା ଅଛନ୍ତି, ସେମାନଙ୍କୁ ନିଜ ପରିବାର ପାଇଁଏଥିଯୋଗୁଁ ସମୟ ସଞ୍ଚୟ ହୋଇ ପାରୁଛି, ଅଧିକରୁ ଅଧିକସମୟ ମିଳୁଛି । ଯୁବକମାନଙ୍କ ପାଇଁ, ଉନ୍ନତ ଭିତ୍ତିଭୂମି ରହିବାଏହି କଥାର ହେଉଛି ଗ୍ୟାରେଣ୍ଟି ଯେ ବଡ଼ କମ୍ପାନୀ ଗୁଡ଼ିକଆସିବେ, ସେଠାରେ ଉଦ୍ୟୋଗ ପ୍ରତିଷ୍ଠା କରିବେ । ଜଣେବ୍ୟବସାୟୀ ପାଇଁ, ଭଲ ଆକାଶପଥ ଏବଂ ଭଲ ସଡ଼କପଥରହିବା ଯୋଗୁୁଁ ଗ୍ରାହକମାନଙ୍କ ପର୍ଯ୍ୟନ୍ତ ସେମାନଙ୍କରପହଞ୍ଚିବା ସହଜ ହୋଇ ଯାଇଥାଏ । ଭଲ ଭିତ୍ତିଭୂମି ଦ୍ୱାରାଅନେକ ପ୍ରକାରର ବ୍ୟବସାୟ ଗୋଟିଏ ସ୍ଥାନରେ ଏକାଠିହେବାରେ ଲାଗିଥାଏ, ଯାହା ଦ୍ୱାରା ସମସ୍ତଙ୍କୁ ଲାଭ ମିଳିଥାଏ ।ଜଣେ ସଫଳ ମହିଳାଙ୍କ ପାଇଁ, ମେଟ୍ରୋ ଅବା ଆରଆରଟିଏସଭଳି ଭିତ୍ତିଭୂମି ଦ୍ୱାରା ସୁରକ୍ଷାର ଭାବନା ସୁଦୃଢ଼ ହୋଇଥାଏ ।ସେମାନେ ନା କେବଳ ସୁରକ୍ଷିତ ଭାବେ ନିଜ ଅଫିସ ପର୍ଯ୍ୟନ୍ତଯାଇ ଥାଆନ୍ତି, ବରଂ ସେମାନଙ୍କର ଅର୍ଥର ମଧ୍ୟ ସଂଚୟହୋଇଥାଏ ।

ଯେତେବେଳେ ମେଡିକାଲ କଲେଜର ସଂଖ୍ୟା ବୃଦ୍ଧି ହୋଇଥାଏ, ଚିକିତ୍ସାର ପଥକୁ ଚାହିଁ ରହିଥିବା ରୋଗୀମାନଙ୍କର ଏବଂ ଡାକ୍ତରହେବାର ଆକାଂକ୍ଷା ରଖୁଥିବା ଯୁବକମାନଙ୍କର, ଉଭୟଙ୍କରଲାଭ ହୋଇଥାଏ । ଯେତେବେଳେ ଡିଜିଟାଲ ଭିତ୍ତିଭୂମିରବିକାଶ ହୋଇଥାଏ, ସେତେବେଳେ ସବୁଠାରୁ ଗରିବ ବ୍ୟକ୍ତିଙ୍କୁମଧ୍ୟ ତାଙ୍କ ଅଧିକାରର ଅର୍ଥ ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁମିଳିଥାଏ । ଯେତେବେଳେ ନାଗରିକମାନଙ୍କୁ ସମସ୍ତସେବାଗୁଡି଼କ ଅନ୍ ଲାଇନ୍‌ରେ ମିଳିବାରେ ଲାଗିଥାଏ, ସେତେବେଳେ ସେମାନଙ୍କୁ ଅଫିସ ଗୁଡ଼ିକୁ ଦୌଡ଼ିବାରୁ ମୁକ୍ତିମିଳିଥାଏ । ଏବେ ଯେଉଁ ୟୁପିଆଇ ଆଧାରିତ ଟିକଟ ବ୍ରାଣ୍ଡିଙ୍ଗମେସିନ କିଛି ଦିନ ପୂର୍ବେ ଆମେ ଦେଖିଛେ, ତାହା ମଧ୍ୟଆପଣମାନଙ୍କର ସୁବିଧା ବଢ଼ାଇବା ଭଳି ହୋଇଛି । ଏଭଳିସମସ୍ତ କ୍ଷେତ୍ରରେ ବିଗତ ଏକ ଦଶକରେ ଅଦ୍ଭୂତପୂର୍ବ କାର୍ଯ୍ୟହୋଇଛି । ଏହାଦ୍ୱାରା ଲୋକମାନଙ୍କର ଜୀବନ ସହଜହୋଇଛି, ସେମାନଙ୍କ ଜୀବନରୁ ଅସୁବିଧାଗୁଡ଼ିକ ଦୂର ହୋଇଛି।

ମୋର ପରିବାରଜନ,

ଏହା ହେଉଛି ପର୍ବପର୍ବାଣୀର ସମୟ । ଏହା ହେଉଛି ଖୁସିରସମୟ । ମୋ ଦେଶର ପ୍ରତ୍ୟେକ ପରିବାର ଏହିପର୍ବପର୍ବାଣୀଗୁଡ଼ିକୁ ଭଲରୁ ଅତି ଭଲ ଭାବେ ପାଳନ କରନ୍ତୁ, ଏଥିପାଇଁ ମଧ୍ୟ କେନ୍ଦ୍ର ସରକାର ବହୁତ ଗୁଡିଏ ବଡ଼ ନିଷ୍ପତ୍ତିନେଇଛନ୍ତି । ଏହି ନିଷ୍ପତ୍ତିର ଲାଭ କୃଷକମାନଙ୍କୁ ହେବ, କର୍ମଚାରୀମାନଙ୍କୁ ହେବ, ପେନସନଭୋଗୀ ଭାଇ- ଭଉଣୀମାନଙ୍କୁ ହେବ । ଭାରତ ସରକାର ରବି ଫସଲଗୁଡିକରଏମଏସପି ବୃଦ୍ଧି କରିଛନ୍ତି । ମସୁର ଡାଲିର ଏମଏସପିକୁଇଣ୍ଟାଲ ପ୍ରତି 425ଟଙ୍କା, ସୋରିଷ ପାଇଁ 200ଟଙ୍କା, ପୁଣିଗହମ ପାଇଁ କୁଇଣ୍ଟାଲ ପ୍ରତି ଦେଢ ଶହ ଟଙ୍କା ବୃଦ୍ଧି କରାଯାଇଛି। ଏହାଦ୍ୱାରା ଆମର କୃଷକମାନଙ୍କ ପାଖକୁ ଅତିରିକ୍ତ ଅର୍ଥଆସିବ । 2014ରେ ଗହମର ଯେଉଁ ଏମଏସପି କୁଇଣ୍ଟାଲ ପ୍ରତି1400 ଟଙ୍କା ଥିଲା, ତାହା ଏବେ 2 ହଜାର ଟଙ୍କା ଅତିକ୍ରମ କରିଯାଇଛି । ମସୁର ଡାଲିର ଏମଏସପି ବିଗତ 9 ବର୍ଷରେ ଦୁଇଗୁଣରୁ ମଧ୍ୟ ଅଧିକ ବୃଦ୍ଧି କରାଯାଇଛି । ସୋରିଷର ଏମଏସପିମଧ୍ୟ ଇତି ମଧ୍ୟରେ କୁଇଣ୍ଟାଲ ପ୍ରତି 2600 ଟଙ୍କା ବୃଦ୍ଧି କରାଯାଇସାରିଛି । ଏହା କୃଷକମାନଙ୍କର ବ୍ୟୟର ଦେଢ଼ ଗୁଣରୁ ଅଧିକବୃଦ୍ଧି ନେଇ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି ।

 

ସାଥୀଗଣ,

କେନ୍ଦ୍ର ସରକାର ୟୁରିଆ ସହିତ ଅନ୍ୟ ସମସ୍ତ ସାରକୁ କମ୍ମୂଲ୍ୟରେ କୃଷକମାନଙ୍କ ନିକଟରେ ପହଞ୍ଚାଉଛନ୍ତି । ୟୁରିଆରଯେଉଁ ବସ୍ତା, ବିଶ୍ୱର ଅନେକ ଦେଶଗୁଡ଼ିକରେ 3 ହଜାର ଟଙ୍କାଅଛି, ସେହି ବସ୍ତାକୁ ଭାରତରେ 300 ଟଙ୍କାରୁ ମଧ୍ୟ କମ୍ମୂଲ୍ୟରେ ଦିଆ ଯାଉଛି, ଏହି ପରିସଂଖ୍ୟାନ ଆପଣମାନଙ୍କରମନେ ରହିବ? ରହିବ । ଏହାର ଲାଭ ୟୁପିର କୃଷକମାନଙ୍କୁ, କର୍ଣ୍ଣାଟକର କୃଷକମାନଙ୍କୁ, ସାରା ଦେଶର କୃଷକମାନଙ୍କୁମିଳିବ। ଏହା ଉପରେ ମଧ୍ୟ ଭାରତ ସରକାର ଗୋଟିଏ ବର୍ଷରେଅଢ଼େଇ ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ ଏଥିପାଇଁ ବ୍ୟୟକରିଛନ୍ତି ଫଳରେ ମୋର କୃଷକମାନଙ୍କୁ ଅଧିକ ଦରରେ ୟୁରିଆକିଣିବାକୁ ନ ପଡ଼ୁ ।

ସାଥୀଗଣ,

ଫସଲ ଅମଳ ପରେ ଯେଉଁ ଅବଶିଷ୍ଟାଂଶ ରହୁଛି, ଧାନର ନଡ଼ା- କୁଟା ହେଉ, କଣ୍ଠା ହେଉ, ତାହା ନଷ୍ଟ ନ ହେଉ, ଏହାର ଲାଭମଧ୍ୟ ଆମର କୃଷକମାନଙ୍କୁ ମିଳୁ, ଏହା ଉପରେ ମଧ୍ୟ ଆମସରକାର କାର୍ଯ୍ୟ କରୁଛନ୍ତି । ଏଥିପାଇଁ ସାରା ଦେଶରେ ଜୈବଇନ୍ଧନ ଏବଂ ଇଥେନଲ ୟୁନିଟମାନ ଖୋଲାଯାଉଛି । ପୂର୍ବ 9ବର୍ଷ ତୁଳନାରେ ଆଜି ଦେଶରେ 10 ଗୁଣ ଅଧିକ ଇଥେନଲଉତ୍ପାଦନ ହେଉଛି । ଇଥେନଲର ଏହି ଉତ୍ପାଦନ ଦ୍ୱାରା ଏବେଦେଶରେ ପାଖାପାଖି 65 ହଜାର କୋଟି ଟଙ୍କା ଆମରକୃଷକମାନଙ୍କ ପକେଟକୁ ଯାଉଛି । କେବଳ ବିଗତ ଦଶ ମାସମଧ୍ୟରେ ମୋଟ 18 ହଜାର କୋଟିରୁ ଅଧିକ ଟଙ୍କା ଦେଶରକୃଷକମାନଙ୍କୁ ଦିଆଯାଇଛି । ଆଉ ଏଥିରେ ମଧ୍ୟ ଯଦି ମିରଟ- ଗାଜିଆବାଦ ଅଂଚଳର କୃଷକମାନଙ୍କ କଥା କହିବି ତେବେ, ଏଠାରେ ଇଥେନଲ ପାଇଁ ଚଳିତ ବର୍ଷର 10 ମାସ ମଧ୍ୟରେ ହିଁ300 କୋଟିରୁ ଅଧିକ ଟଙ୍କା ଦିଆଯାଇଛି । ଇଥେନଲର ଏତେଉପଯୋଗ ଯେଭଳି ଭାବେ ପରିବହନ କ୍ଷେତ୍ରରେ ବୃଦ୍ଧିକରାଯାଉଛି, ତାହାଦ୍ୱାରା ଆମର ମିରଟ- ଗାଜିଆବାଦର ଆଖୁଚାଷୀମାନଙ୍କୁ ବିଶେଷ ଲାଭ ହେଉଛି । ଏହାଦ୍ୱାରା ଆଖୁଚାଷୀମାନଙ୍କର ବକେୟା ସମସ୍ୟା ମଧ୍ୟ କମ୍ କରିବା ଦିଗରେମଧ୍ୟ ସହାୟତା ମିଳୁଛି ।

ସାଥୀଗଣ,

ପାର୍ବଣର ଏହି ଋତୁର ଶୁଭାରମ୍ଭରେ, ସେହି ଶୁଭାରମ୍ଭରେ, ଭାରତ ସରକାର ଭଉଣୀ- ଝିଅମାନଙ୍କୁ ମଧ୍ୟ ଅନେକ ଉପହାରଦେଇ ସାରିଛନ୍ତି । ଉଜ୍ଜ୍ୱଳାର ହିତାଧିକାରୀ ଭଉଣୀମାନଙ୍କ ପାଇଁସିଲିଣ୍ଡର ପିଛା 500 ଟଙ୍କା ଶସ୍ତା କରି ଦିଆଯାଇଛି । ଦେଶର80 କୋଟିରୁ ଅଧିକ ପରିବାରକୁ ମାଗଣା ରାସନ ମଧ୍ୟ କ୍ରମାଗତଭାବେ ଦିଆଯାଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ 4ପ୍ରତିଶତ ଡିଏ ବା ମହଙ୍ଗା ଭତ୍ତାର ମଧ୍ୟ ଘୋଷଣା କରାଯାଇଛି। ରେଳବାଇରେ ଆମର ଯେଉଁ ଦ୍ୱିତୀୟ ଏବଂ ତୃତୀୟଶ୍ରେଣୀର ଲକ୍ଷ- ଲକ୍ଷ ଅଣ ଗେଜେଟେଡ଼୍ କର୍ମଚାରୀ ଅଛନ୍ତି, ସେମାନଙ୍କୁ ଦୀପାବଳୀ ବୋନସ ମଧ୍ୟ ଦିଆଯାଇଛି । କୃଷକଏବଂ କର୍ମଚାରୀମାନଙ୍କ ପାଖକୁ ଏ ଯେଉଁ ଅତିରିକ୍ତ ହଜାର- ହଜାର କୋଟି ଟଙ୍କା ପହଞ୍ଚିବାକୁ ଯାଉଛି, ଏହାର ଲାଭ ସମଗ୍ରସମାଜକୁ ମିଳିବ । ଏହି ଅର୍ଥରେ ଯେଉଁ କିଣାକିଣି ହେବ, ଏହାଦ୍ୱାରା ବଜାରରେ ଯେଉଁ ଅଧିକ ଚମକ ବଢ଼ିବ, କାରବାରବଢିବ, ବ୍ୟବସାୟ ଆହୁରି ବୃଦ୍ଧି ପାଇବ ।

ମୋର ପରିବାରଜନ,

ଯେତେବେଳେ ଏଭଳି ସମ୍ବେଦନଶୀଳ ନିଷ୍ପତ୍ତି ହୋଇଥାଏ, ସେତେବେଳେ ପ୍ରତ୍ୟେକ ପରିବାରରେ ଉତ୍ସବର ଖୁସି ଆହୁରିଅଧିକ ବୃଦ୍ଧି ପାଇଥାଏ । ଆଉ ଯେତେବେଳେ ଦେଶରପ୍ରତ୍ୟେକ ପରିବାର ଖୁସି ହୋଇଥାଏ, ଯଦି ଆପଣମାନଙ୍କରଉତ୍ସବ ଭଲରେ କଟିଥାଏ, ସେତେବେଳେ ମୋତେ ମଧ୍ୟ ଅଧିକଖୁସି ମିଳିଥାଏ । ତାହା ମାଧ୍ୟମରେ ମୋର ଉତ୍ସବ ପାଳନହୋଇ ଯାଇଥାଏ ।

 

ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଆପଣମାନେ ହିଁ ହେଉଛନ୍ତି ମୋର ପରିବାର, ଏଥିପାଇଁଆପଣମାନେ ହିଁ ହେଉଛନ୍ତି ମୋର ପ୍ରାଥମିକତା । ଏହି କାର୍ଯ୍ୟଆପଣମାନଙ୍କ ପାଇଁ ହେଉଛି । ଆପଣମାନେ ଖୁସିରେ ରହିବେ, ଆପଣମାନେ ପ୍ରଗତି କରିବେ, ତେବେ ଦେଶ ପ୍ରଗତି କରିବ, ଆପଣମାନେ ଖୁସିରେ ରହିଲେ, ମୋତେ ଖୁସି ମିଳିବ ।ଆପଣମାନେ ସମର୍ଥ ହେବେ, ସେତେବେଳେ ଦେଶ ମଧ୍ୟ ସମର୍ଥହେବ ।

ଆଉ ଭାଇ ଓ ଭଉଣୀମାନେ,

ମୁଁ ଆଜି ଆପଣମାନଙ୍କୁ କିଛି ମାଗିବାକୁ ଚାହୁଁଛି, ମୁଁଆପଣମାନଙ୍କ ଠାରୁ କିଛି ମାଗିବାକୁ ଚାହୁଁଛି, ଦେବେ ? ସ୍ୱରଏଭଳି  ଧୀର ହେଲେ ଚଳିବ ନାହିଁ, ମୁଁ ଆଜି ଆପଣମାନଙ୍କୁକିଛି ମାଗିବାକୁ ଚାହୁଁଛି, ଦେବେ? ହାତ ଉପରକୁ କରି କୁହନ୍ତୁ, ନିଶ୍ଚୟ ଦେବେ । ଆଚ୍ଛା ଦେଖନ୍ତୁ ଭାଇ, ଗରିବ ମଧ୍ୟହୋଇଥିବେ, ଯଦି ତାଙ୍କ ପାଖରେ ସାଇକେଲଟିଏ ଥିବ, ତେବେନିଜ ସାଇକେଲକୁ ଠିକ୍ ଠାକ୍ ରଖିଥିବେ, ରଖୁଛନ୍ତି ନା ରଖୁନାହାନ୍ତି, ତା’ର ପରିଷ୍କାର ପରିଚ୍ଛନ୍ନ କରୁଛନ୍ତି ନା କରୁ ନାହାଁନ୍ତି, କୁହନ୍ତୁ ନା, କରୁଛନ୍ତି ନା କରୁ ନାହାଁନ୍ତି ? ଯଦି ଆପଣଙ୍କପାଖରେ ସ୍କୁଟର ଅଛି ତେବେ ସକାଳୁ ଉଠି ସ୍କୁଟରକୁ ବାରମ୍ବାରଠିକ୍ ଠାକ୍ କରି ରଖୁଛନ୍ତି ନା ରଖୁ ନାହାଁନ୍ତି ? ସଫାଇକରୁଛନ୍ତି ନା କରୁ ନାହାଁନ୍ତି, ଆପଣଙ୍କ ସ୍କୁଟର ଭଲରେ ରହୁ, ଭଲ ଲାଗିଥାଏ ନା ? ତେଣୁ ଏ ଯେଉଁ ନୂଆ- ନୂଆ ଟ୍ରେନଆସୁଛି, ତାହା ହେଉଛି କାହାର, ହେଉଛି କାହାର, ହେଉଛିକାହାର, ତେଣୁ ଏହାର ଯତ୍ନ ନେବାର ଦାୟିତ୍ୱ ହେଉଛି କାହାର, ଦାୟିତ୍ୱ ନେବେ । ଟିକେ ମଧ୍ୟ ଦାଗ ଆସିବା ଉଚିତ ନୁହେଁ, ଆମର ନୂଆ ଟ୍ରେନ ଗୁଡ଼ିକରେ ଟିକେ ମଧ୍ୟ ଦାଗ ଆସିବା ଉଚିତନୁହେଁ, ଯେପରି ହେଉଛି ଆପଣମାନଙ୍କର ଗାଡ଼ି । ସେହିଭଳିଯତ୍ନ ନେବା ଉଚିତ, ଯତ୍ନ ନେବେ, ଯତ୍ନ ନେବେ ? ପୁଣି ଥରେଆପଣ ସମସ୍ତଙ୍କୁ ନମୋ ଭାରତ ଟ୍ରେନ ପାଇଁ ବହୁତ- ବହୁତଶୁଭେଚ୍ଛା, ବହୁତ- ବହୁତ ଧନ୍ୟବାଦ !

ମୋ ସହିତ ସମ୍ପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ-

ଭାରତ ମାତା କୀ ଜୟ !

ଭାରତ ମାତା କୀ ଜୟ !  

ଭାରତ ମାତା କୀ ଜୟ !

ବହୁତ- ବହୁତ ଧନ୍ୟବାଦ !     

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”