Awards 100 ‘5G Use Case Labs’ to educational institutions across the country
Industry leaders hail the vision of PM
“The future is here and now”
“Our young generation is leading the tech revolution”
“India is not only expanding the 5G network in the country but also laying emphasis on becoming a leader in 6G”
“We believe in the power of democratization in every sector”
“Access to capital, access to resources and access to technology is a priority for our government”
“India's semiconductor mission is progressing with the aim of fulfilling not just its domestic demands but also the global requirements”
“In the development of digital technology, India is behind no developed nation”
“Technology is the catalyst that expedites the transition from a developing nation to a developed one”
“The 21st century marks an era of India's thought leadership”

ମଞ୍ଚ ଉପରେ ଉପସ୍ଥିତ କେନ୍ଦ୍ର ସରକାରରେ ମୋର ସାଥୀ, ମୋବାଇଲ ଏବଂ ଟେଲିକମ୍ ଉଦ୍ୟୋଗ ସହିତ ଜଡିତ ସମସ୍ତ ମହାନୁଭବ, ସମ୍ମାନିତ ଅତିଥିଗଣ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !

ଇଣ୍ଡିଆ ମୋବାଇଲ କଂଗ୍ରେସର ଏହି ସପ୍ତମ ସଂସ୍କରଣରେ ଆପଣ ସମସ୍ତଙ୍କ ଗହଣକୁ ଆସିବା ନିଜକୁ ନିଜ ମଧ୍ୟରେ ହେଉଛି ଏକ ସୁଖଦ ଅନୁଭବ । ଏକବିଂଶ ଶତାବ୍ଦୀର ଦ୍ରୁତଗତିରେ ବଦଳୁଥିବା ବିଶ୍ୱରେ ଏହି ଆୟୋଜନ କୋଟି- କୋଟି ଲୋକଙ୍କ ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖୁଛି । ଗୋଟିଏ ସମୟ ଥିଲା, ଯେତେବେଳେ ଆମେ ଭବିଷ୍ୟତର କଥା କହୁଥିଲେ, ସେତେବେଳେ ଏହାର ଅର୍ଥ ଆଗାମୀ ଦଶକ, ଅବା 20-30 ବର୍ଷ ପରର ସମୟ, ଅବା ପୁଣି ଆଗାମୀ ଶତାବ୍ଦୀ ହେଉ ଥିଲା । କିନ୍ତୁ ଆଜି ପ୍ରତ୍ୟେକ ଦିନ ପ୍ରଯୁକ୍ତିବିଦ୍ୟାରେ ଦ୍ରୁତ ଗତିରେ ହେଉଥିବା ପରିବର୍ତ୍ତନର କାରଣରୁ ଆମେ କହୁଛୁ ଯେ, ‘ଭବିଷ୍ୟତ ହେଉଛି ଏଠାରେ ଏବଂ ବର୍ତମାନ’, ଏବେ କିଛି ମିନିଟ ପୂର୍ବେ, ମୁଁ ଏଠାରେ ଲାଗିଥିବା ପ୍ରଦର୍ଶନୀର କିଛି ଷ୍ଟଲସବୁ ବୁଲି ଦେଖିଲି । ଏହି ପ୍ରଦର୍ଶନୀରେ ମୁଁ ସେହି ଭବିଷ୍ୟତର ଝଲକ ଦେଖିବାକୁ ପାଇଲି । ସେ ଟେଲିକମ୍ ହେଉ, ପ୍ରଯୁକ୍ତିବିଦ୍ୟା ହେଉ ଅବା ପୁଣି ଯୋଗାଯୋଗ, 6-G ହେଉ, ଏଆଇ ହେଉ, ସାଇବର ନିରାପତ୍ତା ହେଉ, ସେମିକଣ୍ଡକ୍ଟଟର ହେଉ, ଡ୍ରୋନ ଅବା ମହାକାଶ କ୍ଷେତ୍ର ହେଉ, ଗଭୀର ସମୁଦ୍ର ହେଉ, ଗ୍ରୀନ୍ ଟେକ୍ ହେଉ ଅବା ପୁଣି ଅନ୍ୟାନ୍ୟ କ୍ଷେତ୍ର, ଆଗାମୀ ସମୟ ହିଁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ହେବାକୁ ଯାଉଛି । ଆଉ ଏହା ହେଉଛି ଆମ ସମସ୍ତଙ୍କ ପାଇଁ ଖୁସିର କଥା ଯେ, ଆମ ଯୁବ ପିଢୀ ଦେଶର ଭବିଷ୍ୟତର ନେତୃତ୍ୱ ନେଉଛି, ଆମର ପ୍ରଯୁକ୍ତି ବିପ୍ଳବର ନେତୃତ୍ୱ ନେଉଛନ୍ତି।

 

ବନ୍ଧୁଗଣ,

ଆପଣମାନଙ୍କର ସ୍ମରଣ ଥିବ, ବିଗତ ବର୍ଷ ଆମେ ଏଠାରେ 5-Gର ଶୁଭାରମ୍ଭ ପାଇଁ ଏକାଠି ହୋଇଥିଲେ । ସେହି ଐତିହାସିକ କାର୍ଯ୍ୟକ୍ରମ ପରେ ସାରା ବିଶ୍ୱ ଭାରତକୁ ଆଶ୍ଚର୍ଯ୍ୟଜନକ ଦୃଷ୍ଟିରେ ଦେଖୁଥିଲା । ଶେଷରେ ଭାରତରେ ବିଶ୍ୱର 5-G, ଦ୍ରୁତ 5-G କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ଆମେ ସେହି ସଫଳତା ପରେ ମଧ୍ୟ ଅଟକିଲେ ନାହିଁ । ଆମେ 5-Gକୁ ଭାରତର ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବାର କାମ ଆରମ୍ଭ କଲୁ । ଅର୍ଥାତ ଆମେ ଶୁଭାରମ୍ଭ କ୍ଷେତ୍ର ଠାରୁ ସର୍ବ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ପହଞ୍ଚିଲୁ।

ସାଥୀଗଣ,

5-G ଶୁଭାରମ୍ଭ ସମୟର ଏକ ବର୍ଷ ମଧ୍ୟରେ ହିଁ ଭାରତରେ ପ୍ରାୟ 4 ଲକ୍ଷ 5-G ବେସ୍ ଷ୍ଟେସନ ନିର୍ମାଣ ହୋଇ ସାରିଛି । ଏହା ଦ୍ୱାରା ଦେଶର 97 ପ୍ରତିଶତ ସହର ଏବଂ 80 ପ୍ରତିଶତରୁ ଅଧିକ ଜନସଂଖ୍ୟାକୁ ପରିବ୍ୟାପ୍ତ କରାଯାଉଛି । ଭାରତରେ ଗତ ଏକ ବର୍ଷରେ ମଧ୍ୟମ ମୋବାଇଲ ବ୍ରଡବ୍ୟାଣ୍ଡ ତାହାର ଗତିରେ ପାଖାପାଖି 3 ଗୁଣ ବୃଦ୍ଧି ପାଇଛି। ମୋବାଇଲ ବ୍ରଡବ୍ୟାଣ୍ଡର ବେଗ କ୍ଷେତ୍ରରେ ଭାରତ ଏକ ସମୟ ଥିଲା ଯେତେବେଳେ 118ରେ, ଆମେ ସେଠାରେ ଅଟକି ରହିଥିଲେ, ଆଜି 43 ତମ ସ୍ଥାନରେ ପହଞ୍ଚି ଯାଇଛେ । ଆମେ ନା କେବଳ ଭାରତରେ ଦ୍ରୁତ ଗତିରେ 5-G ର ବିସ୍ତାର କରୁଛୁ, ବରଂ 6-G କ୍ଷେତ୍ରରେ ମଧ୍ୟ ନେତୃତ୍ୱ ନେବା ଦିଗରେ ମଧ୍ୟ ଅଗ୍ରସର ହେଉଛୁ। ଆମର ଏଠାରେ 2-G ସମୟରେ କ’ଣ ହୋଇଥିଲା, ବୋଧହୁଏ ନୂତନ ପିଢୀକୁ ଜଣା ନ ଥିବ । କିନ୍ତୁ ମୁଁ ଏହାର ବର୍ଣ୍ଣନା କରିବି ନାହିଁ, ନଚେତ୍ ଗଣମାଧ୍ୟମର ଲୋକ ସେହି କଥାକୁ ଧରି ବସିବେ ଆଉ କୌଣସି କଥା ବିଷୟରେ କହିବେ ନାହିଁ । କିନ୍ତୁ ଏହା ନିଶ୍ଚୟ କହିବି ଯେ, ଆମ ସମୟରେ 4-G ର ସଂପ୍ରସାରଣ ହେଲା କିନ୍ତୁ କୌଣସି ମଧ୍ୟ ଦାଗ ଲାଗିନାହିଁ। ମୋର ବିଶ୍ୱାସ ଯେ ଏବେ 6-Gରେ ଭାରତ ବିଶ୍ୱର ନେତୃତ୍ୱ ନେବ ।

ଆଉ ସାଥୀଗଣ,

ଇଣ୍ଟରନେଟ ସଂଯୋଗ ଏବଂ ବେଗରେ ସୁଧାର କେବଳ ମାନ୍ୟତା ଏବଂ ସଂଖ୍ୟାରେ ହୋଇ ନ ଥାଏ । ଇଣ୍ଟରନେଟ ସଂଯୋଗ ଏବଂ ବେଗରେ ସୁଧାର, ଜୀବନଧାରଣରେ ସୁଗମତାକୁ ମଧ୍ୟ ବୃଦ୍ଧି କରୁଛି । ଯେତେବେଳେ ଇଣ୍ଟରନେଟର ବେଗ ବଢିଥାଏ ସେତେବେଳେ ବିଦ୍ୟାର୍ଥୀମାନଙ୍କୁ ନିଜର ଶିକ୍ଷକମାନଙ୍କ ସହିତ ଅନଲାଇନ୍ ସଂଯୋଗ ହେବା ଆହୁରି ସହଜ ହୋଇ ଯାଇଥାଏ। ଯେତେବେଳେ ଇଣ୍ଟରନେଟର ବେଗ ବଢିଥାଏ ସେତେବେଳେ ନିଜର ଡାକ୍ତରଙ୍କ ସହିତ ଟେଲି ମେଡିସିନ ପାଇଁ ସଂଯୋଗ ସମୟରେ ରୋଗୀମାନଙ୍କୁ ବାଧା ବିହୀନ ଅଭିଜ୍ଞତା ହୋଇଥାଏ। ଯେତେବେଳେ ଇଣ୍ଟରନେଟର ବେଗ ବଢିଥାଏ ସେତେବେଳେ ବିଦ୍ୟାର୍ଥୀମାନଙ୍କୁ ଫାଙ୍କା ସମୟରେ କୌଣସି ମଧ୍ୟ ସ୍ଥାନରେ ପାଠପଢା ଳାଗି ଖୋଜାଖୋଜି କରିବା ପାଇଁ ଅସୁବିଧା ହୋଇ ନ ଥାଏ । ଯେତେବେଳେ ଇଣ୍ଟରନେଟର ବେଗ ବଢିଥାଏ, ସେତେବେଳେ କୃଷକ ଆହୁରି ସହଜରେ ଚାଷବାସର ନୂତନ କୌଶଳ ବିଷୟରେ ଶିଖି ପାରିଥାଏ, ବୁଝି ପାରିଥାଏ। ଯୋଯୋଗର ବେଗ ଏବଂ ଉପଳବ୍ଧତା, ସାମାଜିକ ଏବଂ ଆର୍ଥିକ, ଉଭୟ ରୂପରେ ହିଁ ବଡ଼ ପରିବର୍ତନ କରିଥାଏ।

 

 

ସାଥୀଗଣ,

ଆମେ ପ୍ରତ୍ୟେକ କ୍ଷେତ୍ରରେ ‘ଗଣତନ୍ତ୍ରର ଶକ୍ତି’ ଉପରେ ବିଶ୍ୱାସ କରିଥାଉ । ଭାରତରେ ବିକାଶର ଲାଭ ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ କ୍ଷେତ୍ରରେ ପହଞ୍ଚୁ, ଭାରତରେ ସଂସାଧନ ଗୁଡିକର ଲାଭ ସମସ୍ତଙ୍କୁ ମିଳୁ, ସମସ୍ତଙ୍କୁ ସମ୍ମାନ ଜନକ ଜୀବନ ମିଳୁ, ଆଉ ସମସ୍ତଙ୍କ ନିକଟରେ ପ୍ରଯୁକ୍ତିବିଦ୍ୟାର ଲାଭ ପହଞ୍ଚୁ, ଏହି ଦିଗରେ ଆମେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ, ଆଉ ମୋ ପାଇଁ ଏହା ହେଉଛି ସବୁଠାରୁ ବଡ଼ ସାମାଜିକ ନ୍ୟାୟ।

ନାଗରିକମାନଙ୍କ ପାଇଁ ସମ୍ବଳର ଉପଲବ୍ଧତା, ସଂସାଧନର ଉପଲବ୍ଧତା ଏବଂ ପ୍ରଯୁକ୍ତିବିଦ୍ୟାର ଉପଲବ୍ଧତା ହେଉଛି ଆମ ସରକାରଙ୍କର ପ୍ରାଥମିକତା । ସେ ମୁଦ୍ରା ଯୋଜନା ଅଧୀନରେ ବିନା ବନ୍ଧକରେ ଋଣର କଥା ହେଉ, ଅବା ସ୍ୱଚ୍ଛ ଭାରତର ଶୌଚାଳୟ, ଅବା ଜେଏଏମ୍ ତ୍ରୟ ଯୋଗୁଁ ମିଳୁଥିବା ସିଧାସଳଖ ସୁବିଧା ହସ୍ତାନ୍ତର ହେଉ, ଏହି ସବୁଥିରେ ଗୋଟିଏ କଥା ହେଉଛି ସାଧାରଣ। ଏହା ଦେଶର ସାଧାରଣ ନାଗରିକମାନଙ୍କୁ ସେହି ଅଧିକାର ଦେଇଛି, ଯାହା ସେମାନଙ୍କୁ ପୂର୍ବରୁ ମିଳିବା କଷ୍ଟକର ଥିଲା । ଆଉ ନିଶ୍ଚିତ ଭାବେ ଏଥିରେ ଟେଲିକମ୍ ଟେକ୍ନୋଲୋଜି ବଡ଼ ଭୂମିକା ଗ୍ରହଣ କରିଛି । ଭାରତ ନେଟ ପ୍ରକଳ୍ପ ଏ ପର୍ଯ୍ୟନ୍ତ ପ୍ରାୟ 2 ଲକ୍ଷ ଗ୍ରାମ ପଞ୍ଚାୟତକୁ ବ୍ରଡ ବ୍ୟାଣ୍ଡ ସଂଯୋଗ ସହିତ ଯୋଡିଛି ।

ଆମର ଅଟଳ ଟିଙ୍କରିଙ୍ଗ ଳ୍ୟାବ୍ସ ପଛରେ ମଧ୍ୟ ଏହି ଚିନ୍ତଧାରା ରହିଛି। 10 ହଜାର ଲ୍ୟାବ୍ସ ମାଧ୍ୟମରେ ଆମେ ପ୍ରାୟ 75 ଲକ୍ଷ ପିଲାମାନଙ୍କୁ କଟିଙ୍ଗ ଏଜ୍ ଟେକ୍ନୋଲୋଜି ସହିତ ଯୋଡ଼ି ପାରିଛୁ । ମୋର ବିଶ୍ୱାସ ରହିଛି ଯେ ଶୈଖିକ ଅନୁଷ୍ଠାନଗୁଡ଼ିକରେ ଶହେ 5-G ୟୁଜ କେସ୍ ଲ୍ୟାବ୍ସ ଆରମ୍ଭ ହେବାର ଆଜିକାର ଏହି ଅଭିଯାନରୁ ମଧ୍ୟ ଏହିଭଳି ବ୍ୟାପକ ଭାବେ ବଢ଼ିବାକୁ ଯାଉଛି। ନୂତନ ପିଢ଼ୀକୁ ଯୋଡ଼ିବାର ଏହା ହେଉଛି ଏକ ବହୁତ ବଡ଼ ନବସୃଜନ । କୌଣସି ମଧ୍ୟ ଅଞ୍ଚଳରୁ ଆମର ଯେତେ ଅଧିକ ମାତ୍ରାରେ ଯୁବକ ଏଥିରେ ଯୋଡ଼ି ହେବେ, ସେହି ଅଞ୍ଚଳର ବିକାଶର ସମ୍ଭାବନା, ଆଉ ସେହି ବ୍ୟକ୍ତିଙ୍କର ବିକାଶର ସମ୍ଭାବନା ସେତିକି ମାତ୍ରାରେ ଅଧିକ ହେବ । ଏହି ଲ୍ୟାବଗୁଡ଼ିକ, ଭାରତର ଯୁବକମାନଙ୍କୁ ବଡ଼- ବଡ଼ ସ୍ୱପ୍ନ ଦେଖାଇବ ଆଉ ସେଗୁଡ଼ିକୁ ହାସଲ କରିବାର ବିଶ୍ୱାସ ଜାଗ୍ରତ କରିଥାଏ । ଆଉ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଆମର ଯୁବକ, ନିଜର ଶକ୍ତି, ନିଜର ଉତ୍ସାହ ଆଉ ନିଜର ଉଦ୍ୟମର ଭାବନା ଦ୍ୱାରା, ମୋର ଦୃଢ ବିଶ୍ବାସ ଯେ ଏହା ଆପଣମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିପାରେ । ଅନେକ ଥର ସେ କୌଣସି ନିର୍ଦ୍ଦିଷ୍ଟ ଟେକ୍ନୋଲୋଜି ଦ୍ୱାରା ଏଭଳି ଏଭଳି କାର୍ଯ୍ୟ କରିଦେବେ, ଯାହା ସମ୍ପର୍କରେ ସେହି ଟେକ୍ନୋଲୋଜି ନିର୍ମାଣକାରୀ ନିଜେ ମଧ୍ୟ ଚିନ୍ତା କରି ନ ଥିବେ । ତେଣୁ, ମୁଁ ଏବେ କିଛି ଦିନ ପୂର୍ବରୁ ଗୋଟିଏ ଭିଡିଓ ଦେଖୁଥିଲି, ଆମ ଦେଶର ଲୋକମାନଙ୍କର ଚିନ୍ତାଧାରା ହେଉଛି କିଭଳି ଆଉ ଡ୍ରୋନର ଏଭଳି ମଧ୍ୟ ଉପଯୋଗ ହୋଇପାରେ, ହନୁମାନ ଜୀଙ୍କର ଏହି ରାମାୟଣର ଯେଉଁ ମଞ୍ଚସ୍ଥ ହେଉଥିଲା ନା, ସେତେବେଳେ ହନୁମାନ ଜୀଙ୍କୁ ଜଡ଼ିବୁଟୀ ଆଣିବା ପାଇଁ ଯିବାର ଥିଲା, ସେତେବେଳେ ସେ ହନୁମାନ ଜୀଙ୍କୁ ଡ୍ରୋନ ସାହାଯ୍ୟରେ ପଠାଇଲେ । ଏଥିପାଇଁ ଏହି ଅଭିଯାନ ଆମର ଯୁବକମାନଙ୍କ ମଧ୍ୟରେ ନବସୃଜନ ପରମ୍ପରାକୁ ପ୍ରୋତ୍ସାହନ ଦେବା ଦିଗରେ ହେଉଛି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ।

ବନ୍ଧୁଗଣ,

ବିଗତ କିଛି ବର୍ଷ ମଧ୍ୟରେ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା କାହାଣୀ ମଧ୍ୟରେ ଆମର ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ମଧ୍ୟ ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇ ସାରିଛି । ଏଠାରେ ଷ୍ଟାର୍ଟଅପର ଲୋକମାନେ କ’ଣ କରୁଛନ୍ତି ? ବହୁତ କମ୍ ସମୟ ମଧ୍ୟରେ ଆମେ ୟୁନିକର୍ଣ୍ଣର ଶତକ ଲଗାଇ ଦେଇଛୁ, ଆଉ ଆମ ବିଶ୍ୱର ଶୀର୍ଷ- 3 ଷ୍ଟାର୍ଟଅପ ଇକୋ ସିଷ୍ଟମ ମଧ୍ୟରୁ ଗୋଟିଏ ହୋଇ ପାରିଛୁ । 2014 ରେ ଆମ ପାଖରେ, ମୁଁ 2014 କାହିଁକି କହୁଛି ଜଣାଅଛି ନା, ତାହା ତାରିଖ ନୁହେଁ, ତାହା ହେଉଛି ଏକ ପରିବର୍ତନ । 2014 ପୂର୍ବରୁ ଭାରତ ପାଖରେ କିଛି ଶହ ଷ୍ଟାର୍ଟଅପ୍ସ ଥିଲା, କିଛି ଶତକ ସଂଖ୍ୟକ, କିନ୍ତୁ ଏବେ ଏହି ସଂଖ୍ୟା 1 ଲକ୍ଷ ଆଖପାଖରେ ପହଞ୍ଚି ଯାଇଛି । ଏହା ମଧ୍ୟ ହେଉଛି ଖୁବ ଭଲ କଥା ଯେ ଷ୍ଟାର୍ଟଅପ୍ସକୁ ମେଣ୍ଟର ଏବଂ ପ୍ରୋତ୍ସାହିତ କରିବା ପାଇଁ ଇଣ୍ଡିଆ ମୋବାଇଲ କଂଗ୍ରେସ ଆସପାୟାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ମୋର ବିଶ୍ୱାସ ରହିଛି ଯେ ଆପଣଙ୍କର ଏହି ପଦକ୍ଷେପ ଭାରତର ଯୁବକମାନଙ୍କୁ ବହୁତ ସାହାଯ୍ୟ କରିବ।

 

କିନ୍ତୁ ସାଥୀଗଣ,

ଏହି ପଦକ୍ଷେରେ ଆମକୁ ମନେ ରଖିବାକୁ ହେବ ଯେ ଆମେ କେତେ ଦୂରକୁ ଆସି ଯାଇଛୁ ଆଉ ଏତେ ଦୂରକୁ କେଉଁ ପରିସ୍ଥିତିଗୁଡ଼ିକ ପରେ ଆସିଛୁ । ଆପଣ 10-12 ବର୍ଷ ପୂର୍ବର ମୋବାଇଲ ଫୋନଗୁଡ଼ିକୁ ମନେ ପକାନ୍ତୁ । ସେତେବେଳେ ପୁରୁଣାକାଳିଆ ଫୋନର ସ୍କ୍ରିନ ବାରମ୍ବାର ହାଙ୍ଗ ହୋଇ ଯାଉଥିଲା, ଏହିଭଳି ହିଁ ହେଉଥିଲା ନା, ଟିକେ କୁହନ୍ତୁ ନା । ଆପଣ ହୁଏତ କେତେ ମଧ୍ୟ ସ୍କ୍ରିନକୁ ସ୍ୱାଇପ୍ କରି ନିଅନ୍ତୁ, ହୁଏତ ଯେତେ ମଧ୍ୟ ବଟନକୁ ଚାପନ୍ତୁ, କିଛି ମଧ୍ୟ ପ୍ରଭାବ ପଡ଼ୁ ନ ଥିଲା, ସଠିକ୍ କଥା ନା। ଆଉ ଏହିଭଳି ହିଁ ସ୍ଥିତି ସେହି ସମୟର ସରକାରଙ୍କର ମଧ୍ୟ ଥିଲା। ସେହି ସମୟରେ ଭାରତର ଅର୍ଥବ୍ୟବସ୍ଥାର କିମ୍ବା ଏମିତି କୁହନ୍ତୁ ସେତେବେଳେର ସରକାର ହିଁ ‘ହ୍ୟାଙ୍ଗ ହୋଇଗଲେ’ ଭଳି ମୋଡରେ ଥିଲେ । ଆଉ ପରିସ୍ଥିତି ତ’ ଏପରି ବିଗିଡ଼ି ଯାଇଥିଲା ଯେ, ରିଷ୍ଟାର୍ଟ କରିବା ଦ୍ୱାରା ମଧ୍ୟ କୌଣସି ଲାଭ ମିଳୁ ନ ଥିଲା..... ବ୍ୟାଟେରୀ ଚାର୍ଜ କରିବା ପରେ ମଧ୍ୟ ଲାଭ ନ ଥିଲା, ବ୍ୟାଟେରୀ ବଦଳାଇବା ଦ୍ୱାରା ମଧ୍ୟ ଲାଭ ନ ଥିଲା । 2014ରେ ଲୋକମାନେ ଏଭଳି ପୁରୁଣାକାଳିଆ ଫୋନକୁ ଛାଡ଼ିଦେଲେ ଆଉ ଏବେ ଆମକୁ, ଆମକୁ ସେବା କରିବାର ସୁଯୋଗ ଦେଲେ । ଏହି ପରିବର୍ତ୍ତନ ଦ୍ୱାରା କ’ଣ ହେଲା, ତାହା ମଧ୍ୟ ଆମକୁ ପରିଷ୍କାର ଭାବେ ଦେଖାଯାଉଛି। ସେହି ସମୟରେ ଆମେ ମୋବାଇଲ ଫୋନର ଆମଦାନୀକାରୀ ଥିଲେ, ଆଜି ଆମେ ହେଉଛେ ମୋବାଇଲ ଫୋନର ରପ୍ତାନୀକାରୀ। ସେତେବେଳେ ମୋବାଇଲ ନିର୍ମାଣରେ ଆମର ଉପସ୍ଥିତି, ପ୍ରାୟ ଥିଲା। କିନ୍ତୁ ଆଜି ଆମେ ହେଉଛେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ନିର୍ମାଣକାରୀ । ସେତେବେଳେ ଇଲେକ୍ଟ୍ରୋନିକ ମ୍ୟାନୁଫ୍ୟାକଚରିଂ ପାଇଁ କୌଣସି ସ୍ପଷ୍ଟ ଭିଜନ ନ ଥିଲା । ଆଜି ଆମେ ଇଲେକ୍ଟ୍ରୋନିକ ମ୍ୟାନୁଫ୍ୟାକଚରିଂରେ ପ୍ରାୟ 2 ଲକ୍ଷ କୋଟି ଟଙ୍କାର ରପ୍ତାନର କରୁଛୁ । ଆପଣମାନେ ଦେଖିଥିବେ ଯେ ଗୁଗଲ ମଧ୍ୟ ନିକଟରେ ଏହା ଘୋଷଣା କରିଛନ୍ତି ଯେ ସେ ନିଜର ପିକ୍ସଲ ଫୋନ ଭାରତରେ ନିର୍ମାଣ କରିବ । ସାମସଙ୍ଗର ‘ଫୋଲ୍ଡ ଫାଇଭ’ ଏବଂ ଆପ୍ପଲର ଆଇଫୋନ 15 ପୂର୍ବରୁ ହିଁ ଭାରତରେ ନିର୍ମାଣ ହେବା ଆରମ୍ଭ ହୋଇ ଗଲାଣି । ଆଜି ଆମ ସମସ୍ତଙ୍କୁ ଏହାକୁ ନେଇ ଗର୍ବ ଅନୁଭବ ହେଉଛି ଯେ ସାରା ବିଶ୍ୱ ମେଡ୍ ଇନ୍ ଇଣ୍ଡିଆ ଫୋନ୍ସର ବ୍ୟବହାର କରୁଛନ୍ତି।

ସାଥୀଗଣ,

ଆଜିର ଆବଶ୍ୟକତା ହେଉଛି ଯେ ମୋବାଇଲ ଏବଂ ଇଲେକ୍ଟ୍ରୋନିକ ମ୍ୟାନୁଫ୍ୟାକଚରିଂରେ ଆମର ଏଇ ସଫଳତାକୁ ଆହୁରି ଆଗକୁ ବଢ଼ାଇବା । ଟେକ୍ ଇକୋ ସିଷ୍ଟମରେ ହାର୍ଡଓୟାର ଏବଂ ସଫ୍ଟଓୟାର ଦୁଇଟି ଯାକର ସଫଳତା ପାଇଁ ଆବଶ୍ୟକତା ରହିଛି ଯେ ଆମେ ଭାରତରେ ସୁଦୃଢ଼ ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକଚରିଂ କ୍ଷେତ୍ରର ନିର୍ମାଣ କରିବା । ସେମିକଣ୍ଡକ୍ଟର୍ସର ବିକାଶ ପାଇଁ ସରକାର ପୂର୍ବରୁ ହିଁ ପ୍ରାୟ ଅଶୀ ହଜାର କୋଟି ଟଙ୍କାର ପିଏଲଆଇ ସ୍କିମ ଚଳାଇଛନ୍ତି । ଆଜି ସାରା ବିଶ୍ୱର ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକ, ଭାରତୀୟ କମ୍ପାନୀଗୁଡ଼ିକ ସହିତ ମିଶି ସେମିକଣ୍ଡକ୍ଟର ଆସେମ୍ବଲୀ ଏବଂ ଟେଷ୍ଟିଙ୍ଗ ସୁବିଧାରେ ନିବେଶ କରିବା ଆରମ୍ଭ କରି ଦେଇଛନ୍ତି । ଭାରତର ସେମିକଣ୍ଡକ୍ଟର ମିଶନ କେବଳ ଆମର ଘରୋଇ ଚାହିଦା ହିଁ ନୁହେଁ, ବିଶ୍ୱର ଆବଶ୍ୟକତାକୁ ପୂରଣ କରିବାର ଭିଜନକୁ ନେଇ ଆଗକୁ ବଢ଼ୁଛି।

 

ସାଥୀଗଣ,

ବିକାଶଶୀଳ ଦେଶରୁ ବିକଶିତ ଦେଶ ହେବା ଯାତ୍ରାକୁ ଯଦି କେହି ଆହୁରି ଦ୍ରୁତ କରିଥାଏ, ତେବେ ତାହା ହେଉଛି- ବୈଷୟିକ ଜ୍ଞାନ, ଆମେ ଦେଶର ବିକାଶ ପାଇଁ ଯେତେ ଅଧିକ ବୈଷୟିକ ଜ୍ଞାନର ପ୍ରୟୋଗ କରିବା, ସେତିକି ହିଁ ବିକଶିତ ହେବା ଦିଗରେ ଆମେ ଆଗକୁ ବଢ଼ି ପାରିବା । ଡିଜିଟାଲ ବୈଷୟିକ ଜ୍ଞାନରେ ଆମେ ଏଭଳି ହେଉଥିବାର ଦେଖୁଛୁ, ଯେଉଁଠାରେ ଭାରତ କୌଣସି ମଧ୍ୟ ବିକଶିତ ଦେଶଠାରୁ ପଛରେ ରହି ନାହିଁ । ଏହିଭଳି ହିଁ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ତାହାକୁ ବୈଷୟିକ ଜ୍ଞାନ ସହିତ ଯୋଡ଼ୁଛୁ । ଆମେ କ୍ଷେତ୍ର ଆଧାରରେ ଭିନ୍ନ- ଭିନ୍ନ ପ୍ଲାଟଫର୍ମ ନିର୍ମାଣ କରୁଛୁ । ଲଜିଷ୍ଟିକସ୍ ପାଇଁ ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ, ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ, କୃଷି କ୍ଷେତ୍ର ପାଇଁ ଏଗ୍ରି ଷ୍ଟାକ୍ ଏଭଳି ଅନେକ ପ୍ଲାଟଫର୍ମ ନିର୍ମାଣ କରାଯାଇଛି । ବୈଜ୍ଞାନିକ ଗବେଷଣା କ୍ବାଣ୍ଟମ ମିଶନ ଏବଂ ଜାତୀୟ ଗବେଷଣା ଫାଉଣ୍ଡେସନରେ ମଧ୍ୟ ସରକାର ବୃହତ ପରିମାଣରେ ନିବେଶ କରୁଛନ୍ତି । ଆମେ ସ୍ବତନ୍ତ୍ର ଡିଜାଇନ ଏବଂ ବୈଷୟିକ ଜ୍ଞାନ ବିକାଶକୁ ମଧ୍ୟ କ୍ରମାଗତ ଭାବେ ପ୍ରୋତ୍ସାହିତ କରୁଛୁ । ମୁଁ ଏହା ମଧ୍ୟ ଜାଣି ଖୁସି ହେଲି ଯେ, ଅନ୍ତର୍ଜାତୀୟ ଟେଲିକମ୍ ୟୁନିୟନ ଏବଂ ଭାରତୀୟ ମୋବାଇଲ କଂଗ୍ରେସ ଏକାଠି ମିଶି, ନବସୃଜନ ଏବଂ ଉଦ୍ୟମିତା ଫର୍ ଏସଡିଜି’ସ ବିଷୟରେ ଏକ ଆବିଷ୍କାର କରୁଛନ୍ତି।

ସାଥୀଗଣ,

ଏହିସବୁ ପ୍ରୟାସ ଗୁଡ଼ିକ ମଧ୍ୟରେ ଏକ ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି, ଯାହା ଆଡ଼କୁ ମୁଁ ଆପଣମାନଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି । ଏହି ଦିଗଟି ହେଉଛି, ସାଇବର ନିରାପତ୍ତା ଏବଂ ନେଟୱର୍କ ଭିତିଭୂମିର ସୁରକ୍ଷା ସମ୍ପର୍କରେ । ଆପଣମାନେ ସମସ୍ତେ ଏହା ଜାଣନ୍ତି ଯେ ସାଇବର ସୁରକ୍ଷାର ଜଟିଳତା ସବୁ କ’ଣ ରହିଛି ଆଉ ଏହାର ଦୁସ୍ପରିଣାମ କ’ଣ ସବୁ ହୋଇପାରେ। G -20 ଶିଖର ସମ୍ମିଳନୀରେ ମଧ୍ୟ ଏହି ଭାରତ ମଣ୍ଡପମ୍ ପାଭିଲିୟନରେ ସାଇବର ନିରାପତ୍ତାର ବିଶ୍ବ ଆତଙ୍କ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା । ସାଇବର ସୁରକ୍ଷା ପାଇଁ ସମଗ୍ର ଉତ୍ପାଦନ ମୂଲ୍ୟ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହାର୍ଡୱେର୍, ସଫ୍ଟୱେର୍ କିମ୍ବା ଯୋଗାଯୋଗ ହେଉ, ଯେତେବେଳେ ଆମର ମୂଲ୍ୟ ଶୃଙ୍ଖଳାର ସବୁକିଛି ଆମର ଜାତୀୟ ଡୋମେନରେ ଥାଏ, ଏହାକୁ ସୁରକ୍ଷିତ ରଖିବା ଆମ ପାଇଁ ସହଜ ହେବ। ତେଣୁ ଆଜି ଏହି ମୋବାଇଲ କଂଗ୍ରେସରେ ଆମେ ବିଶ୍ବ ଜନସାଂଖ୍ୟିକ ସମାଜକୁ କିପରି ଅସୁବିଧାରୁ ରକ୍ଷା କରିପାରିବା ସେ ବିଷୟରେ ଆଲୋଚନା କରିବା ମଧ୍ୟ ଆବଶ୍ୟକ।

ସାଥୀଗଣ, 

ଦୀର୍ଘ ସମୟ ଧରି ଭାରତ ଅନେକ ଟେକ୍ନୋଲୋଜି କ୍ଷେତ୍ରରେ ବସ୍ ବା ‌ମାଷ୍ଟର ହେବାର ଯୋଗ୍ୟତା‌ ହରାଇଛି । ଏହା ପରେ, ସେହି ସମୟ ଆସିଲା ଯେତେବେଳେ ଆମେ ପୂର୍ବରୁ ବିକଶିତ ଟେକ୍ନୋଲୋଜିରେ ଆମର ପ୍ରତିଭା ଦେଖାଇଲୁ । ଆମର ଆଇଟି ସେବା ଶିଳ୍ପକୁ, ସେଥିରେ ମଧ୍ୟ, ବିସ୍ତାର କରିବାକୁ ଆମେ କରିଥିବା ପ୍ରୟାସ ହୋଇଛି । କିନ୍ତୁ ବର୍ତ୍ତମାନ ଏକବିଂଶ ଶତାବ୍ଦୀର ଏହି ସମୟ ହେଉଛି, ଭାରତର ଚିନ୍ତାଧାରା ନେତୃତ୍ୱର ସମୟ । ଆଉ ମୁଁ ଏଠାରେ ବସିଥିବା ଆପଣ ସମସ୍ତଙ୍କୁ ଏବଂ ଶହ ଶହ ଲ୍ୟାବସ୍ ଉଦଘାଟନ ଉତ୍ସବରେ ବସିଥିବା ଯୁବକମାନଙ୍କୁ ଏହା କହୁଛି । ଆଉ ମୋତେ ବିଶ୍ୱାସ କରନ୍ତୁ ବନ୍ଧୁଗଣ, ଯେତେବେଳେ ମୁଁ କିଛି କଥା କହୁଛି, ଏହା ଏକ ଗ୍ୟାରେଣ୍ଟିଠାରୁ କମ୍ ନୁହେଁ । ଆଉ ସେଥିପାଇଁ ମୁଁ ଚିନ୍ତାଧାରା ନେତୃତ୍ୱ ବିଷୟରେ କହୁଛି । ଚିନ୍ତାନାୟକମାନେ ଏପରି ନୂତନ ପରିମାଣ ସୃଷ୍ଟି କରିପାରିବେ, ଯାହାକୁ ପରେ ସାରା ବିଶ୍ୱ ଅନୁସରଣ କରିବ।

 

ଆମେ ମଧ୍ୟ କିଛି ଡୋମେନରେ ଚିନ୍ତାଧାରା ନେତୃତ୍ୱ ମଧ୍ୟ ହୋଇ ପାରିଛୁ । ଉଦାହରଣ ସ୍ୱରୂପ, ଆମର ୟୁପିଆଇ (UPI) ହେଉଛି ଆମର ଚିନ୍ତାଧାରା ନେତୃତ୍ୱର ଫଳାଫଳ, ଯାହା ଆଜି ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାରେ ସମଗ୍ର ବିଶ୍ୱର ନେତୃତ୍ୱ ନେଉଛି । ଏପରିକି କୋଭିଡ ସମୟରେ, ଆମେ କୋୱିନ୍ ଭଳି ଯେଉଁ ପଦକ୍ଷେପ ନେଇଥିଲୁ, ଆଜି ମଧ୍ୟ ସମଗ୍ର ବିଶ୍ବରେ ଏ ବିଷୟରେ ଆଲୋଚନା ହେଉଛି । ଏହା ହେଉଛି ଏଭଳି ଏକ ସମୟ ଯେତେବେଳେ ଆମକୁ ଟେକ୍ନୋଲୋଜିର ଉତ୍କୃଷ୍ଟ ବ୍ୟବହାର ତଥା କାର୍ଯ୍ୟକାରୀ କରିବା ସହିତ ଟେକ୍ନୋଲୋଜିର ଚିନ୍ତାଧାରା ନେତୃତ୍ୱ ମଧ୍ୟ ନେବାକୁ ପଡିବ। ଭାରତରେ ପାଖରେ ଯୁବ ଜନସଂଖ୍ୟାର ଶକ୍ତି ଅଛୀ, ଜୀବନ୍ତ ଗଣତନ୍ତ୍ରର ଶକ୍ତି ଅଛି।

 

ମୁଁ ଇଣ୍ଡିଆ ମୋବାଇଲ କଂଗ୍ରେସର ଲୋକମାନଙ୍କୁ, ବିଶେଷ କରି ଏହାର ଯୁବ ସଦସ୍ୟମାନଙ୍କୁ ଆମନ୍ତ୍ରଣ କରୁଛି ଯେ, ସେମାନେ ଏହି ଦିଗକୁ ଆସନ୍ତୁ, ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସହିତ ଅଛି । ଆଜି, ଏକ ଏଭଳି ସମୟରେ ଯେତେବେଳେ ଆମେ ଏକ ବିକଶିତ ଭାରତ ହେବା ଦିଗକୁ ଯାଉଛୁ, ଚିନ୍ତାନାୟକ ଭାବେ ଆଗକୁ ବଢିବାରେ ଏହି ବଦଳୁଥିବା ସମୟ ସମଗ୍ର କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ।

ଆଉ ମୋର ବିଶ୍ୱାସ ଯେ, ଏବଂ ଏହା ମୋର ବିଶ୍ୱାସ କେବଳ ଆପଣମାନଙ୍କର କ୍ଷମତା ଯୋଗୁଁ । ମୋର ବିଶ୍ୱାସ, ଆପଣମାନଙ୍କର ସାମର୍ଥ୍ୟ ଉପରେ, ଆପଣମାନଙ୍କର କ୍ଷମତା ଉପରେ, ଆପଣମାନଙ୍କର ସମର୍ପଣ ଉପରେ ରହିଛି ଆଉ ସେଥିପାଇଁ ମୁଁ କହୁଛି ଯେ ଆମେମାନେ ଏହା କରିପାରିବା, ଆମେ ନିଶ୍ଚିତ ଭାବରେ ଏହା କରିପାରିବା । ପୁଣି ଥରେ ଆପଣମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା, ଏବଂ ମୁଁ ଦେଶର ଯୁବକ, ଦିଲ୍ଲୀ ଏବଂ ଆଖ- ପାଖ ଅଞ୍ଚଳର ଯୁବକମାନଙ୍କୁ ଅନୁରୋଧ କରିବି ଯେ, ସେମାନେ ଭରତ ମଣ୍ଡପମକୁ ଆସନ୍ତୁ ଏବଂ ଯେଉଁ ପ୍ରଦର୍ଶନୀ ଲାଗିଛି, ଯେଉଁମାନଙ୍କର ଟେକ୍ନୋଲୋଜି ପ୍ରତି ଋଚି ରହିଛି, ଭବିଷ୍ୟତରେ ଟେକ୍ନୋଲୋଜି କିଭଳି ଜୀବନର ନୂଆ- ନୂଆ କ୍ଷେତ୍ରକୁ କିପରି ସ୍ପର୍ଶ କରିବାକୁ ଯାଉଛି, ତାହାକୁ ବୁଝିବା ପାଇଁ ଏହା ହେଉଛି ଏକ ବଡ଼ ସୁଯୋଗ । ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ମୁଁ ସରକାରଙ୍କ ସମସ୍ତ ବିଭାଗକୁ ମଧ୍ୟ ଅନୁରୋଧ କରିବି ଯେ ସେମାନଙ୍କ ଯେଉଁ ଟେକ୍ନୋଲୋଜି ଦଳ ମଧ୍ୟ ଅଛନ୍ତି, ଏଠାକୁ ଆସି ଏସବୁ ଦେଖନ୍ତୁ। ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା।

ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Chronic therapies power 11% growth in Indian pharma market in May

Media Coverage

Chronic therapies power 11% growth in Indian pharma market in May
NM on the go

Nm on the go

Always be the first to hear from the PM. Get the App Now!
...
World Leaders Congratulate Prime Minister Shri Narendra Modi on Becoming India’s Longest-Serving Elected Prime Minister
June 09, 2026

Prime Minister Shri Narendra Modi received warm congratulations from world leaders on the eve of his becoming the longest-serving elected Prime Minister of India. World leaders from across the globe paid tribute to Prime Minister’s transformative governance, his advocacy for the Global South, and his vision of an inclusive and economically dynamic India.

H.E. Anura Kumara Disanayaka, the President of Sri Lanka, in a letter dated 8 June 2026 addressed to the Prime Minister, conveyed the warm congratulations of the Government and people of Sri Lanka to him, stating: “This milestone is a testament not only to your years in office, but also to the trust and confidence that the people of the world’s largest democracy have repeatedly placed in your leadership.” The President also highlighted India’s remarkable economic and social transformation and noted that Prime Minister Modi’s vision has inspired many beyond India’s borders, including Sri Lanka. Prime Minister Modi visited Sri Lanka from 4–6 April 2025, his fourth visit to the island nation, during which he was conferred the Mitra Vibhushana, Sri Lanka’s highest civilian honour accorded to a foreign dignitary. The visit reaffirmed India’s Neighbourhood First policy, with Sri Lanka among the closest beneficiaries of India’s steadfast partnership, including India’s pivotal support during Sri Lanka’s economic difficulties in 2022.

H.E. James Marape, the Prime Minister of Papua New Guinea, in a personal video message, described Prime Minister Modi as “a role model and an example of leadership”. He also stated - “Lifting over 200 million people out of poverty to good life today is an amazing feat.” Prime Minister Marape expressed Papua New Guinea’s warm friendship and its desire to further consolidate bilateral ties. Prime Minister Modi’s historic visit to Papua New Guinea in May 2023, the first-ever by an Indian Prime Minister, for the Third Forum for India–Pacific Islands Cooperation (FIPIC-III) Summit was a landmark moment in India’s engagement with the Pacific Island nations. The visit underscored India’s role as a committed partner of the Global South.

H.E. Kamla Persad-Bissessar, the Prime Minister of Trinidad and Tobago, congratulated Prime Minister Modi on this occassion, noting that “under the leadership of Prime Minister Modi, India has evolved as a leading voice on global matters.” She highlighted Prime Minister Modi’s journey from humble beginnings to leading a nation of 1.4 billion people across three terms, and underscored India’s significant achievements in foreign policy, economic growth, infrastructure, and socio-economic development. Prime Minister Modi paid a landmark visit to Trinidad and Tobago from 3–4 July 2025, the first bilateral visit by an Indian Prime Minister in 26 years, coinciding with the 180th anniversary of the arrival of Indian immigrants to Trinidad and Tobago.