କୋଚି ୱାଟର ମେଟ୍ରୋ କଲେ ଉତ୍ସର୍ଗ
ତିରୁବନ୍ତପୁରମରେ ବିଭିନ୍ନ ରେଳ ପ୍ରକଳ୍ପ ଓ ଡିଜିଟାଲ ବିଜ୍ଞାନ ଉଦ୍ୟାନର କଲେ ଶିଳାନ୍ୟାସ
“କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ କୋଚିର ୱାଟର ମେଟ୍ରୋ ଏବଂ ଅନ୍ୟାନ୍ୟ ଆଜି ନିଆଯାଇଥିବା ପଦକ୍ଷେପ ରାଜ୍ୟର ବିକାଶ ଯାତ୍ରାକୁ ଆହୁରି ଆଗେଇ ନେବ”
“କେରଳବାସୀଙ୍କ କଠିନ ପରିଶ୍ରମ ଓ ନମ୍ରତା ସେମାନଙ୍କୁ ଏକ ଅନନ୍ୟ ପରିଚୟ ଦେଇଛି”
“ବୈଶ୍ୱିକ ମାନଚିତ୍ରରେ ଭାରତ ଏକ ଉଜ୍ଜ୍ୱଳ ସ୍ଥାନ”
“ସରକାର ସମନ୍ୱୟ ଭିତିକ ସଂଘୀୟ ତନ୍ତ୍ର ଉପରେ ପ୍ରଧାନ୍ୟ ଦେଉଥିବା ରାଜ୍ୟଗୁଡିକର ବିକାଶକୁ ଦେଶର ବିକାଶର ଉତ୍ସ ଭାବେ ବିବେଚନା କରନ୍ତି”
“ଭାରତ ଅଭୂତପୂର୍ବ ଗତି ଓ ଉଚ୍ଚତାର ସହ ପ୍ରଗତି କରୁଛି”
“ସଂଯୋଗୀକରଣ ଦିଗରେ ହେଉଥିବା ପୁଞ୍ଜିନିବେଶ କେବଳ ସେଠାରେ ପରିସର ବୃଦ୍ଧି କରୁନାହିଁ, ବରଂ ଦୂରତ୍ୱ ହ୍ରାସ କରିବା ସହ ବିଭିନ୍ନ ସଂସ୍କୃତିକୁ ଜାତି,ବର୍ଣ୍ଣ, ଧନୀ ଓ ଗରିବ ନିର୍ବିଶେଷରେ ଯୋଡୁଛି”
“ଜି-୨୦ ବୈଠକ ଓ କାର୍ଯ୍ୟକ୍ରମ କେରଳକୁ ଅଧିକ ବୈଶ୍ୱିକ ଉପଲବ୍ଧି ଦେଉଛି”
“କେରଳର ସଂସ୍କୃତି ଖାଦ୍ୟ ଓ ଜଳବାୟୁରେ ସମୃଦ୍ଧି ଅନ୍ତର୍ନିହିତ”
“ଶହ ଶହ ବର୍ଷର ମନର କଥା ଦେଶ ଗଠନ ନିମନ୍ତେ ଦେଶବାସୀଙ୍କ ପାଇଁ ଉତ୍ସର୍ଗୀକୃତ ଓ ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରେରଣା ଦ୍ୱାରା ଉଦ୍‌ବୃତ”

ମୋର ଉତ୍ତମ  ମାଲାୟାଲମ୍‌ର ବନ୍ଧୁଗଣ,

ନମସ୍କାରମ !

କେରଳର ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ୍ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, କେରଳ ସରକାରଙ୍କ ମନ୍ତ୍ରୀଗଣ, ସ୍ଥାନୀୟ ସାଂସଦ ଶଶି ଥରୁର ଜୀ, ଏଠାରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର କେରଳର ପ୍ରିୟ ଭାଇ ଓ ଭଉଣୀମାନେ । କିଛି ଦିନ ପୂର୍ବରୁ ମାଲାୟାଲମ୍ ନୂଆ ବର୍ଷ ଆରମ୍ଭ ହୋଇଥିଲା । ଆପଣମାନେ ବିଷ୍ଣୁ ପର୍ବକୁ ବହୁତ ଉତ୍ସାହରେ ପାଳନ କରିଛନ୍ତି । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ମୁଁ ବହୁତ ଖୁସି ଯେ ଉଲ୍ଲାସର ଏହି ପରିବେଶରେ ମୋତେ କେରଳର ବିକାଶ ଉତ୍ସବରେ ଯୋଗ ଦେବାର ସୁଯୋଗ ମିଳିଛି । ଆଜି କେରଳକୁ ଏହାର ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ମିଳିଛି । ଆଜି କୋଚିକୁ ୱାଟର (ଜଳ) ମେଟ୍ରୋ ଉପହାର ଆକାରରେ ମିଳିଛି, ରେଳ ସହିତ ଜଡିତ ଅନେକ ପ୍ରକଳ୍ପ ମିଳିଛି । ସଂଯୋଗୀକରଣ ସହିତ ଆଜି କେରଳର ବିକାଶ ସହ ଯୋଡି ହୋଇଥିବା ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଏବଂ ଉଦଘାଟନ ହୋଇଛି । ଏହି ସମସ୍ତ ବିକାଶମୂଳକ ପ୍ରକଳ୍ପ ପାଇଁ କେରଳବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ।

 

ଭାଇ ଓ ଭଉଣୀମାନେ,

କେରଳ ବହୁତ ସଚେତନ, ବୁଦ୍ଧିମାନ ଏବଂ ଶିକ୍ଷିତ ଲୋକ ମାନଙ୍କର ରାଜ୍ୟ ଅଟେ । ଏଠାରେ ଥିବା ଲୋକ ମାନଙ୍କର ଶକ୍ତି, ନମ୍ରତା ଏବଂ ପରିଶ୍ରମ ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ଆପଣ ସମସ୍ତେ ଦେଶ ତଥା ବିଦେଶର ପରିସ୍ଥିତିକୁ ଭଲଭାବେ ଜାଣିଛନ୍ତି । ତେଣୁ, ବିଶ୍ୱରେ ବିଭିନ୍ନ ଦେଶର ସ୍ଥିତି ଏବଂ ସେମାନଙ୍କ ଅର୍ଥ ବ୍ୟବସ୍ଥା କେଉଁ ଦିଗରେ ଗତି କରୁଛି ସେ ବିଷୟରେ ମଧ୍ୟ ଆପଣମାନେ ଅବଗତ ଅଛନ୍ତି । ଏହି ବିଶ୍ୱସ୍ତରୀୟ ପରିସ୍ଥିତି ମଧ୍ୟରେ ସାରା ଦୁନିଆ ଭାରତକୁ ବିକାଶର ଏକ ଉଜ୍ଜ୍ୱଳ ସ୍ଥାନ ଭାବରେ ବିବେଚିତ କରୁଛି ଏବଂ ଭାରତର ବିକାଶର ସମ୍ଭାବନାକୁ ସ୍ୱୀକାର କରୁଛି ।

ଭାରତ ଉପରେ ବିଶ୍ୱର ଏହି ଦୃଢ଼ ବିଶ୍ୱାସ ପଛରେ ଅନେକ କାରଣ ଅଛି । ପ୍ରଥମତଃ, କେନ୍ଦ୍ରରେ ଏକ ନିର୍ଣ୍ଣାୟକ ସରକାର ରହିବା, ଏମିତି ଏକ ସରକାର ଯିଏ ଭାରତର ସ୍ୱାର୍ଥରେ ପ୍ରମୁଖ ନିର୍ଣ୍ଣୟ ନେଇଥାଏ,  ଦ୍ୱିତୀୟରେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଆଧୁନିକ ଭିତ୍ତିଭୂମି ଉପରେ ଅଭୂତପୂର୍ବ ବିନିଯୋଗ; ତୃତୀୟତଃ ଆମର ଜନସଂଖ୍ୟା ତଥା ଯୁବ ଦକ୍ଷତା ନିର୍ମାଣ ଉପରେ ନିବେଶ ; ଏବଂ ଶେଷରେ ଜୀବନର ସହଜତା ଏବଂ ବ୍ୟବସାୟ କରିବାର ସହଜତା ବିଷୟରେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା । ଆମ ସରକାର ସହଯୋଗୀ ସଂଘୀୟତା ଉପରେ ଗୁରୁତ୍ୱାରୋପ କରିଥାଏ ଏବଂ ରାଜ୍ୟ ଗୁଡିକର ବିକାଶକୁ ଦେଶର ବିକାଶର ସୂତ୍ର ଭାବରେ ବିବେଚନା କରୁଥାଏ ।

ଆମେ ଏହି ଭାବନା  ସହିତ କାର୍ଯ୍ୟ କରୁଛୁ ଯେ, ଯଦି କେରଳର ବିକାଶ ହୁଏ, ତେବେ ଭାରତର ବିକାଶ ତୀବ୍ର ହେବ । ଆଜି ଯଦି ବିଶ୍ୱରେ ଭାରତର ବିଶ୍ୱସନୀୟତା ବୃଦ୍ଧି ହୋଇଛି, ସେଥିରେ ବିଶ୍ୱବ୍ୟାପୀ ପ୍ରସାର କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଉଦ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏବଂ ଏହା ବିଦେଶରେ ରହୁଥିବା କେରଳର ଲୋକ ମାନଙ୍କୁ ବହୁତ ଲାଭବାନ୍ କରିଛି । ଯେତେବେଳେ ବି ମୁଁ କୌଣସି ଦେଶ ପରିଦର୍ଶନ କରେ, ମୁଁ ସେଠାରେ ପ୍ରାୟତଃ କେରଳର ଲୋକଙ୍କୁ ଦେଖେ । ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ଭାରତର ବୃଦ୍ଧି ପାଉଥିବା ଶକ୍ତିର ବହୁତ଼ ଲାଭ ଉଠାଉଛନ୍ତି ।

 

ଭାଇ ଓ ଭଉଣୀମାନେ,

ଗତ ନଅ ବର୍ଷ ମଧ୍ୟରେ ଭାରତରେ ସଂଯୋଗ ଭିତ୍ତିଭୂମି ନିମନ୍ତେ ଅଭୂତପୂର୍ବ ମାପର ସହିତ କାର୍ଯ୍ୟ କରାଯାଉଛି । ଚଳିତ ବର୍ଷର ବଜେଟରେ ଆମେ ମଧ୍ୟ ଭିତ୍ତିଭୂମି ପାଇଁ ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛୁ । ଆଜି ଆମେ ଦେଶର ସାଧାରଣ ପରିବହନ ଏବଂ ଲଜିଷ୍ଟିକ୍ କ୍ଷେତ୍ରକୁ ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ କରୁଛୁ । ଆମେ ଭାରତୀୟ ରେଳର ସୁବର୍ଣ୍ଣ ଯୁଗ ଆଡକୁ ଗତି କରୁଛୁ । ୨୦୧୪ ପୂର୍ବରୁ କେରଳ ପାଇଁ ହାରାହାରି ରେଳ ବଜେଟ ଯାହା ଥିଲା, ସେଥିରେ ପାଂଚ ଗୁଣ ବୃଦ୍ଧି ପାଇଁ ଆମେ ବ୍ୟବସ୍ଥା କରି ଦେଇଛୁ ।

ଗତ ନଅ ବର୍ଷ ମଧ୍ୟରେ କେରଳରେ ଗେଜ୍ ରୂପାନ୍ତର, ଦୋହରୀକରଣ ଏବଂ ବିଦ୍ୟୁତିକରଣର ଅନେକ ପ୍ରକଳ୍ପ ଶେଷ ହୋଇଛି । ତିରୁଅନନ୍ତପୁରମ ସମେତ କେରଳର ତିନୋଟି ଷ୍ଟେସନର ଆଧୁନିକୀକରଣର ଆଜି ଶୁଭାରମ୍ଭ କରାଯାଇଛି । ଏଗୁଡ଼ିକ କେବଳ ରେଳ ଷ୍ଟେସନ ହେବ ନାହିଁ, ବରଂ ମଲ୍ଟିମୋଡାଲ ପରିବହନ କେନ୍ଦ୍ରରେ ପରିଣତ ହେବ । ବନ୍ଦେ ଭାରତ ଏକ୍ସପ୍ରେସ ପରି ଆଧୁନିକ ଟ୍ରେନ୍ ମଧ୍ୟ ଆକାଂକ୍ଷୀ ଭାରତର ପରିଚୟ । ଆଜି ଆମେ ଏହି ସେମି ଦ୍ରୁତ ଗତିସମ୍ପନ୍ନ ଟ୍ରେନ୍ ଚଳାଇବାକୁ ସକ୍ଷମ ଅଟୁ , କାରଣ ଭାରତର ରେଳ ନେଟୱାର୍କ ଦ୍ରୁତ ଗତିରେ ବଦଳିବାରେ ଲାଗିଛି ଏବଂ ଅଧିକ ବେଗ ପାଇଁ ପ୍ରସ୍ତୁତ ହେଉଛି ।

ଭାଇ ଓ ଭଉଣୀମାନେ,

ବର୍ତ୍ତମାନ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସମସ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ବିଶେଷତ୍ୱ ହେଉଛି ଯେ ସେମାନେ ଆମର ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ପର୍ଯ୍ୟଟନ ସ୍ଥାନ ଗୁଡ଼ିକୁ ମଧ୍ୟ ସଂଯୋଗ କରୁଛନ୍ତି । କେରଳର ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ମଧ୍ୟ ଉତ୍ତର କେରଳକୁ ଦକ୍ଷିଣ କେରଳ ସହିତ ସଂଯୋଗ କରିବ । ବର୍ତ୍ତମାନ କୋଲାମ, କୋଟାୟାମ, ଏର୍ଣ୍ଣାକୁଲମ୍‌, ଥ୍ରିସୁର, କୋଜିକୋଡ ଏବଂ କୁନ୍ନୁର ପରି ତୀର୍ଥସ୍ଥାନକୁ ଯିବା ସହଜ ହେବ । ଆଧୁନିକ ସୁବିଧା ସହିତ ସଜ୍ଜିତ ଏହି ବନ୍ଦେ ଭାରତ ଟ୍ରେନ୍ ପରିବେଶକୁ କ୍ଷତି ନପହଂଚାଇ ଉଚ୍ଚ ବେଗରେ ଯାତ୍ରା କରିବାର ଏକ ବଡ଼ ଅଭିଜ୍ଞତା ଦେବ । ଆଜି ମଧ୍ୟ ସେମି ହାଇ ସ୍ପିଡ୍ ଟ୍ରେନ୍ ପାଇଁ ତିରୁଅନନ୍ତପୁରମ୍ - ଶୋରାନୁର ବିଭାଗକୁ ପ୍ରସ୍ତୁତ କରିବା ପାଇଁ ପ୍ରକଳ୍ପ ଆରମ୍ଭ ହୋଇଛି । ଥରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ, ଆମେ ତିରୁଅନନ୍ତପୁରମ ଠାରୁ ମାଙ୍ଗାଲୋର ପର୍ଯ୍ୟନ୍ତ ସେମି- ହାଇ ସ୍ପିଡ୍ ଟ୍ରେନ୍ ଚଳାଇବାକୁ ସମର୍ଥ ହେବୁ ।

 

ଭାଇ ଓ ଭଉଣୀମାନେ,

ଦେଶର ସାଧାରଣ ପରିବହନ ଏବଂ ସହରୀ ପରିବହନକୁ ଆଧୁନିକୀକରଣ କରିବା ପାଇଁ ଆମେ ଅନ୍ୟ ଦିଗରେ ମଧ୍ୟ କାର୍ଯ୍ୟ କରିଛୁ । ଆମର ପ୍ରୟାସ ହେଉଛି ସ୍ଥାନୀୟ ପରିସ୍ଥିତି ଅନୁକୂଳ ‘ମେଡ୍ ଇନ୍ ଇଣ୍ଡିଆ’ (ଭାରତରେ ପ୍ରସ୍ତୁତ) ସମାଧାନ ପ୍ରଦାନ କରିବା । ସେମି ହାଇ ସ୍ପିଡ୍ ଟ୍ରେନ୍ ହେଉ, ଆଞ୍ଚଳିକ ଦ୍ରୁତ ପରିବହନ ବ୍ୟବସ୍ଥା ହେଉ,  ରୋ - ରୋ ଫେରି ହେଉ ଏବଂ ରୋପୱେ ଇତ୍ୟାଦି ଆବଶ୍ୟକତା ଅନୁଯାୟୀ ବିକଶିତ ହେଉଛି । ଆପଣମାନେ ଦେଖିଥିବେ, ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ‘ମେଡ୍ ଇନ୍ ଇଣ୍ଡିଆ’ । ଆଜି ଦେଶର ଅନେକ ସହରରେ ସମ୍ପ୍ରସାରିତ ହେଉଥିବା ମେଟ୍ରୋ ‘ମେକ୍ ଇନ୍ ଇଣ୍ଡିଆ’ ଅଧୀନରେ ଅଛି । ଛୋଟ ସହରରେ ମେଟ୍ରୋ ଲାଇଟ୍ ଏବଂ ସହରୀ ରୋପୱେ ଭଳି ପ୍ରକଳ୍ପ ମଧ୍ୟ ନିର୍ମାଣ କରାଯାଉଛି ।

ଭାଇ ଓ ଭଉଣୀମାନେ,

କୋଚି ୱାଟର ମେଟ୍ରୋ ପ୍ରକଳ୍ପ ମଧ୍ୟ ‘ମେଡ୍ ଇନ୍ ଇଣ୍ଡିଆ’ ଅଟେ ; ଏହା ଅନନ୍ୟ ଅଟେ । ଏହି ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ଡଙ୍ଗାଗୁଡ଼ିକ ନିମନ୍ତେ ମୁଁ କୋଚି ସିପିୟାର୍ଡକୁ ମଧ୍ୟ ଅଭିନନ୍ଦନ ଜଣାଉଛି । କୋଚି ଆଖପାଖରେ ଥିବା ଅନେକ ଦ୍ୱୀପପୁଞ୍ଜରେ ରହୁଥିବା ଲୋକଙ୍କୁ ୱାଟର ମେଟ୍ରୋ ସୁଲଭ ଏବଂ ଆଧୁନିକ ପରିବହନ ଯୋଗାଇବ । ଏହି ଜେଟି ବସ୍ ଟର୍ମିନାଲ୍ ଏବଂ ମେଟ୍ରୋ ନେଟୱାର୍କ ମଧ୍ୟରେ ଇଣ୍ଟରମୋଡାଲ୍ ସଂଯୋଗ ମଧ୍ୟ ପ୍ରଦାନ କରିବ । ଏହା କୋଚିର ଟ୍ରାଫିକ୍ ସମସ୍ୟାକୁ ହ୍ରାସ କରିବ ଏବଂ ବ୍ୟାକ୍ ୱାଟର (ଉଜାଣି ଜଳ) ପର୍ଯ୍ୟଟନ ମଧ୍ୟ ନୂତନ ଆକର୍ଷଣ ପାଇବ । ମୁଁ ନିଶ୍ଚିତ ଯେ କେରଳରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରୟୋଗ ଦେଶର ଅନ୍ୟ ରାଜ୍ୟମାନଙ୍କ ପାଇଁ ମଧ୍ୟ ଏକ ମଡେଲ ହେବ ।

 

ବନ୍ଧୁଗଣ,

 ଭୌତିକ ସଂଯୋଗ ସହିତ ଡିଜିଟାଲ ସଂଯୋଗ ମଧ୍ୟ ଆଜି ଦେଶର ପ୍ରାଥମିକତା ଅଟେ । ଡିଜିଟାଲ୍ ସାଇନ୍ସ ପାର୍କ ପରି ଏକ ପ୍ରକଳ୍ପକୁ ମୁଁ ପ୍ରଶଂସା କରିବି । ଏହିପରି ପ୍ରକଳ୍ପ ଗୁଡ଼ିକ ଡିଜିଟାଲ୍ ଇଣ୍ଡିଆକୁ ବ୍ୟାପକ କରିବ । ଗତ କିଛି ବର୍ଷ ମଧ୍ୟରେ ଭାରତ ନିର୍ମାଣ କରିଥିବା ଡିଜିଟାଲ ବ୍ୟବସ୍ଥା ଉପରେ ସାରା ବିଶ୍ୱରେ ଆଲୋଚନା ହେଉଛି । ଦୁନିଆର ବିକଶିତ ଦେଶମାନେ ମଧ୍ୟ ଏହି ଡିଜିଟାଲ ସିଷ୍ଟମ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଭାରତ ନିଜେ ୫ଜି ଟେକ୍ନୋଲୋଜି ବିକଶିତ କରିଛି ଏବଂ ଏହା ଏହି କ୍ଷେତ୍ରରେ ନୂତନ ସମ୍ଭାବନା ଖୋଲିଛି ଏବଂ ନୂତନ ଡିଜିଟାଲ ଉତ୍ପାଦ ପାଇଁ ମାର୍ଗ ଉନ୍ମୁକ୍ତ କରିଛି । 

ଭାଇ ଓ ଭଉଣୀମାନେ,

ସଂଯୋଗୀକରଣ ଉପରେ କରାଯାଇଥିବା ନିବେଶ କେବଳ ସୁବିଧାକୁ ଉନ୍ନତ କରେ ନାହିଁ, ବରଂ ଏହା ଦୂରତାକୁ ମଧ୍ୟ ହ୍ରାସ କରେ ଏବଂ ବିଭିନ୍ନ ସଂସ୍କୃତିକୁ ସଂଯୋଗ କରେ । ସେ ରାସ୍ତା ହେଉ କିମ୍ବା ରେଳ, ଧନୀ - ଗରିବ, ଜାତି - ଧର୍ମ, ଏହା କାହା ପାଇଁ ଭିନ୍ନ ନୁହେଁ । ସମସ୍ତେ ଏହାକୁ ବ୍ୟବହାର କରନ୍ତି ଏବଂ ଏହା ହେଉଛି ସଠିକ୍ ବିକାଶ । ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ର ଭାବନାକୁ ମଜଭୁତ କରିଥାଏ । ଆଜି ଏହା ଭାରତରେ ହେଉଥିବା ଆମେ ଦେଖୁଛେ ।

ଦେଶ ଏବଂ ବିଶ୍ୱ ପାଇଁ କେରଳ ନିକଟରେ ଅନେକ କିଛି ଅଛି । ଏହାର ସଂସ୍କୃତି, ଉତ୍ତମ ବ୍ୟଞ୍ଜନ ଏବଂ ଉତ୍ତମ ଜଳବାୟୁ ଅଛି, ଯାହା ସମୃଦ୍ଧିର ସୂତ୍ର ସହିତ ଯୋଡି ହୋଇ ରହିଛି । କିଛି ଦିନ ପୂର୍ବରୁ କୁମାରକୋମରେ ଜି -୨୦ ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କେରଳରେ ଆହୁରି ଅନେକ ଜି – ୨୦ ବୈଠକ ଅନୁଷ୍ଠିତ ହେଉଛି । ଏହାର ଲକ୍ଷ୍ୟ ହେଉଛି ବିଶ୍ୱକୁ କେରଳ ସହିତ ଅଧିକ ପରିଚିତ କରାଇବା । କେରଳର ମାଟ୍ଟା ଚାଉଳ ଏବଂ ନଡ଼ିଆ ବ୍ୟତୀତ ରାଗି ପୁଟୁ ପରି ଶ୍ରୀ ଅନ୍ନ ମଧ୍ୟ ପ୍ରସିଦ୍ଧ । ଆଜି ଆମେ ଭାରତର ଶ୍ରୀ ଅନ୍ନକୁ ସମଗ୍ର ବିଶ୍ୱକୁ ନେବାକୁ ଚେଷ୍ଟା କରୁଛୁ । ଆମର କୃଷକ, ଆମର କାରିଗରମାନେ କେରଳରେ ଯାହା ଉତ୍ପାଦନ କରନ୍ତି, ଆମକୁ ସେମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାକୁ ପଡିବ । ଯେତେବେଳେ ଆମେ ସ୍ଥାନୀୟ ପାଇଁ ସ୍ୱର ଉତ୍ତୋଳନ କରିବା, ସେତେବେଳେ ଆମର ଉତ୍ପାଦଗୁଡ଼ିକ ବିଷୟରେ ବିଶ୍ୱ ସ୍ୱର ଉତ୍ତୋଳନ କରିବ । ଆମର ଉତ୍ପାଦଗୁଡ଼ିକ ବିଶ୍ୱ ସ୍ତରରେ ପହଂଚିବା ପରେ ଏକ ବିକଶିତ ଭାରତ ଗଠନ କରିବାର ପଥ ପ୍ରଶସ୍ତ ହୋଇ ପାରିବ ।

ଆପଣ ନିଶ୍ଚୟ ଦେଖିଥିବେ, ମୁଁ ପ୍ରାୟତଃ କେରଳର ଲୋକ ଏବଂ  ‘ମନ୍ କି ବାତ୍‌’ ରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକ ବିଷୟରେ କଥାବାର୍ତ୍ତା କରେ । ପ୍ରୟାସ ହେଉଛି ଯେ ଆମକୁ ସ୍ଥାନୀୟ ପାଇଁ ସ୍ୱର ଉତ୍ତୋଳନ କରିବାକୁ ପଡିବ । ଏହି ରବିବାର ‘ମନ କି ବାତ୍‌’ ର ୧୦୦ ତମ ଅଧ୍ୟାୟ ପ୍ରସାରିତ ହେବ । ରାଷ୍ଟ୍ର ନିର୍ମାଣରେ ପ୍ରତ୍ୟେକ ଦେଶବାସୀଙ୍କ ଉଦ୍ୟମକୁ ‘ମନ କି ବାତ୍‌’ ର ଏହି ଶହେ ତମ ଅଧ୍ୟାୟ ଉତ୍ସର୍ଗୀକୃତ ହୋଇଛି ଏବଂ ଏହା ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ର ଭାବନା ପାଇଁ ମଧ୍ୟ ଉତ୍ସର୍ଗୀକୃତ ହୋଇଛି । ଏକ ବିକଶିତ ଭାରତ ଗଠନ ପାଇଁ ଆମ ସମସ୍ତଙ୍କୁ ଏକଜୁଟ ହେବାକୁ ପଡିବ । ବନ୍ଦେ ଭାରତ ଏକ୍ସପ୍ରେସ ଏବଂ କୋଚି ୱାଟର ମେଟ୍ରୋ ପରି ପ୍ରକଳ୍ପଗୁଡ଼ିକ ଏ କ୍ଷେତ୍ରରେ ବହୁତ ସାହାଯ୍ୟ କରିବ । ସମସ୍ତ ବିକାଶମୂଳକ ପ୍ରକଳ୍ପ ପାଇଁ ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ଆପଣ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ।

ଭରତ ମାତାଙ୍କର - ଜୟ!

ଭରତ ମାତାଙ୍କର - ଜୟ!

ଭରତ ମାତାଙ୍କର - ଜୟ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Our private space ecosystem can become major force for India and the world, PM tells start-ups

Media Coverage

Our private space ecosystem can become major force for India and the world, PM tells start-ups
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the values of compassion and contentment
August 24, 2026

The Prime Minister, Shri Narendra Modi, said that compassion brings self-respect and contentment brings true happiness. He noted that this spirit further strengthens the bonds of cooperation and harmony in society.

The Prime Minister shared a Sanskrit Subhashitam-

“कारुण्येनात्मनो मानं तृष्णां च परितोषतः।

उत्थानेन जयेत्तन्द्रीं वितर्कं निश्चयाज्जयेत्॥”

The Subhashitam conveys that self-respect is achieved by showing kindness or compassion to others. Greed is overcome by being satisfied at one's fortune in life. One must conquer laziness, dubious reasoning and indecisiveness by exertion and entrepreneurship.

The Prime Minister wrote on X;

“करुणा से आत्म-सम्मान और संतोष से सच्ची खुशी मिलती है। इसी भाव से समाज में सहयोग और सद्भाव की डोर और सशक्त होती है।

कारुण्येनात्मनो मानं तृष्णां च परितोषतः।

उत्थानेन जयेत्तन्द्रीं वितर्कं निश्चयाज्जयेत्॥”