"ଆପଣମାନେ ହେଉଛନ୍ତି ଏହି 'ଅମୃତ କାଳ' ର 'ଅମୃତ ରକ୍ଷକ'
“ଗତ କିଛି ବର୍ଷ ମଧ୍ୟରେ, ଆମେ ଅର୍ଦ୍ଧସାମରିକ ବାହିନୀର ନିଯୁକ୍ତି ପ୍ରକ୍ରିୟାରେ ଅନେକ ବୃହତ୍ ପରିବର୍ତ୍ତନ ଆଣିଛୁ”
“ଆଇନର ଶାସନ ଦ୍ୱାରା ସୁରକ୍ଷିତ ବାତାବରଣ ବିକାଶର ଗତିକୁ ତ୍ୱରାନ୍ୱିତ କରିଥାଏ”
“ବିଗତ ୯ ବର୍ଷ ମଧ୍ୟରେ ପରିବର୍ତ୍ତନର ଏକ ନୂଆ ପର୍ଯ୍ୟାୟ ଦେଖିବାକୁ ମିଳିଛି”
"୯ ବର୍ଷ ପୂର୍ବେ ଆଜିର ଦିନରେ ଆରମ୍ଭ ହୋଇଥିବା ‘ଜନଧନ ଯୋଜନା’ ଗାମବାସୀ ଓ ଗରିବଙ୍କ ଅର୍ଥନୈତିକ ସଶକ୍ତିକରଣ କ୍ଷେତ୍ରରେ ଏକ ବୃହତ୍ ଭୂମିକା ଗ୍ରହଣ କରିଛି"
ଦେଶରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଜନଧନ ଯୋଜନାର ଭୂମିକା ପ୍ରକୃତରେ ଏକ ଅଧ୍ୟୟନର ବିଷୟ
ସରକାର ଓ ପ୍ରଶାସନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ମିଶନରେ ଆପଣମାନେ ହିଁ ମୋର ସବୁଠାରୁ ବଡ଼ ଶକ୍ତି

ନମସ୍କାର ।

ସ୍ୱାଧୀନତାର ଏହି ଅମୃତକାଳରେ, ଦେଶ ସ୍ୱାଧୀନତାର ଏବଂ ଦେଶର କୋଟି କୋଟି ଲୋକଙ୍କ ଅମୃତ- ରକ୍ଷକ ହେଇଥିବା ଅବସରରେ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା । ମୁଁ ଆପଣମାନଙ୍କୁ ଏଥିପାଇଁ ଅମୃତ ରକ୍ଷକ କହୁଛି କାରଣ ଆଜି ଯେଉଁ ଯୁବକମାନଙ୍କୁ ନିଯୁକ୍ତି ପତ୍ର ମିଳୁଛି, ସେମାନେ ଦେଶର ସେବା ସହିତ ଦେଶର ନାଗରିକମାନଙ୍କର, ଦେଶର ମଧ୍ୟ ରକ୍ଷା କରିବେ । ଏଥିପାଇଁ ଏକ ପକ୍ଷରେ ଆପଣମାନେ ହେଉଛନ୍ତି ଏହି ଅମୃତକାଳର ଲୋକ ଏବଂ ଅମୃତ ରକ୍ଷକ ମଧ୍ୟ ।

ମୋର ପରିବାରଜନ,

ଚଳିତ ଥର ରୋଜଗାର ମେଳାର ଏହି ଆୟୋଜନ ଏକ ଏଭଳି ବାତାବରଣ ମଧ୍ୟରେ ହେଉଛି, ଯେତେବେଳେ ଦେଶ ଗର୍ବ ଏବଂ ଆତ୍ମବିଶ୍ୱାସରେ ଭରପୂର ହୋଇ ରହିଛି । ଆମର ଚନ୍ଦ୍ରଯାନ ଏବଂ ତା’ର ରୋଭର ପ୍ରଜ୍ଞାନ, କ୍ରମାଗତ ଭାବେ ଚନ୍ଦ୍ରମାରୁ ଐତିହାସିକ ଫଟୋଚିତ୍ର ପଠାଉଛି । ଗର୍ବରେ ପରିପୂର୍ଣ୍ଣ ଏହି କ୍ଷଣ ଆଉ ଏଭଳି ସମୟରେ ଆପଣମାନେ ନିଜ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ଆରମ୍ଭ କରୁଛନ୍ତି । ମୁଁ ସମସ୍ତ ସଫଳ ଅଭ୍ୟର୍ଥୀମାନଙ୍କୁ ଏବଂ ତାଙ୍କ ପରିବାରର ଲୋକଙ୍କୁ ଅନେକ- ଅନେକ ଶୁଭକାମନା ଜଣାଉଛି ।

 

ସାଥୀଗଣ,

ସେନାବାହିନୀରେ ଯୋଗଦେଇ, ସୁରକ୍ଷାବଳଙ୍କ ସହିତ ମିଶି, ପୁଲିସ ସେବାରେ ଯୋଗଦେଇ, ପ୍ରତ୍ୟେକ ଯୁବକ, ତାଙ୍କର ଏହା ସ୍ୱପ୍ନ ହୋଇଥାଏ ଯେ ସେମାନେ ଦେଶ ରକ୍ଷାର ପ୍ରହରୀ ହେବେ । ଆଉ ଏଥିପାଇଁ ଆପଣମାନଙ୍କ ଉପରେ ବହୁତ ବଡ଼ ଦାୟିତ୍ୱ ରହିଥାଏ । ଏଥିପାଇଁ ଆପଣମାନଙ୍କର ଆବଶ୍ୟକତା ପ୍ରତି ମଧ୍ୟ ଆମ ସରକାର ବହୁତ ଗମ୍ଭୀର ଅଛନ୍ତି ।

ବିଗତ କିଛି ବର୍ଷରେ ଅର୍ଦ୍ଧସୈନିକ ବଳରେ ନିଯୁକ୍ତି ପ୍ରକ୍ରିୟାରେ ଆମେ ଅନେକ ବଡ଼ ପରିବର୍ତ୍ତନ କରିଛୁ । ଆବେଦନ ଠାରୁ ନେଇ ଚୟନ ପ୍ରକ୍ରିୟାରେ ଦ୍ରୁତ ଗତି ଆଣିଛୁ । ଅର୍ଦ୍ଧସୈନିକ ବଳରେ ଏବେ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା 13ଟି ସ୍ଥାନୀୟ ଭାଷାରେ ମଧ୍ୟ କରାଯାଉଛି । ପୂର୍ବରୁ ଏଭଳି ପରୀକ୍ଷା ପାଇଁ କେବଳ ହିନ୍ଦୀ ଅବା ଇଂରାଜୀକୁ ବାଛିବାର ବିକଳ୍ପ ଥିଲା, ଏବେ ମାତୃଭାଷାର ସମ୍ମାନ ବୃଦ୍ଧି ପାଇଛି । ଏହି ପରିବର୍ତ୍ତନ ଦ୍ୱାରା ଲକ୍ଷ- ଲକ୍ଷ ଯୁବକମାନଙ୍କ ପାଇଁ ନିଯୁକ୍ତି ପାଇବାର ପଥ ଉନ୍ମୁକ୍ତ ହୋଇ ଯାଇଛି ।

ଗତ ବର୍ଷ ମଧ୍ୟ ଛତିଶଗଡ଼ର ନକ୍ସଲ ପ୍ରଭାବିତ ଜିଲ୍ଲାମାନଙ୍କର ଶହ- ଶହ ଆଦିବାସୀ ମାନଙ୍କୁ ମଧ୍ୟ ନିଯୁକ୍ତି ଦିଆ ଯାଇଥିଲା । ଏହି ନିୟମରେ କେହଳ କରି ସୁରକ୍ଷା ବଳରେ ନିଯୁକ୍ତି ଦେବାର ସୁଯୋଗ ଦିଆ ଯାଇଥିଲା, ଫଳରେ ସେମାନେ ବିକାଶର ମୁଖ୍ୟ ଧାରାରେ ଯୋଡ଼ି ହେବେ । ସେହିଭଳି ସୀମାନ୍ତ ଜିଲ୍ଲା ଏବଂ ଉଗ୍ରବାଦ ପ୍ରଭାବିତ ଜିଲ୍ଲାର ଯୁବକମାନଙ୍କ ପାଇଁ କନେଷ୍ଟବଳ ନିଯୁକ୍ତି ପରୀକ୍ଷାରେ କୋଟା ବୃଦ୍ଧି କରାଯାଇଛି । ସରକାରଙ୍କ ପ୍ରୟାସ ଦ୍ୱାରା ଅର୍ଦ୍ଧସୈନିକ ବଳକୁ କ୍ରମାଗତ ଭାବେ ଦୃଢ଼ତା ମିଳିଛି ।

ସାଥୀଗଣ,

ଦେଶର ବିକାଶ ସୁନିଶ୍ଚିତ କରିବାରେ ଆପଣମାନଙ୍କର ଦାୟିତ୍ୱର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସୁରକ୍ଷାର ବାତାବରଣ, ଆଇନ କାନୁନ ବ୍ୟବସ୍ଥା, ବିକାଶର ଗତିକୁ ଦ୍ରୁତ କରି ଦେଇଥାଏ । ଆପଣମାନେ ଉତର ପ୍ରଦେଶର ଉଦାହରଣ ନେଇ ପାରିବେ । କେବେ ଉତ୍ତର ପ୍ରଦେଶ ବିକାଶ କ୍ଷେତ୍ରରେ ବହୁତ ପଛରେ ଥିଲା ଏବଂ ଅପରାଧ ମାମଲାରେ ବହୁତ ଆଗରେ । କିନ୍ତୁ ଏବେ ଆଇନର ଶାସନ ପ୍ରତିଷ୍ଠା ହେବା ଦ୍ୱାରା ୟୁପି, ବିକାଶର ନୂତନ ଶୀଖର ଛୁଉଁଛି । କେବେ ଗୁଣ୍ଡାମାନେ- ମାଫିଆମାନଙ୍କର ଆତଙ୍କରେ ରହୁଥିବା ଉତ୍ତର ପ୍ରଦେଶରେ ଆଜି ଭୟ ମୁକ୍ତ ସମାଜର ସ୍ଥାପନା ହେଉଛି । ଆଇନ ବ୍ୟବସ୍ଥାର ଏଭଳି ଶାସନ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରୁଛି । ଆଉ ଯେତେବେଳେ ଅପରାଧ ହ୍ରାସ ପାଇଛି, ସେତେବେଳେ ୟୁପିରେ ନିବେଶ ମଧ୍ୟ ବୃଦ୍ଧି ପାଉଛି, ନୂତନ ନିବେଶର ସୁଯୋଗ ଆସୁଛି । ଏହାର ବିପରୀତ ଆମେ ଏହା ମଧ୍ୟ ଦେଖୁଛେ ଯେ ଯେଉଁ ରାଜ୍ୟରେ ଅପରାଧ ଚମର ସୀମାରେ ଅଛି, ସେଠାରେ ନିବେଶ ମଧ୍ୟ ସେତେ କମ୍ ହେଉଛି, ପେଟପାଟଣାର ସମସ୍ତ କାର୍ଯ୍ୟ ବନ୍ଦ ହୋଇ ଯାଇଛି ।

ମୋର ପରିବାରଜନ,

ଆଜିକାଲି ଆପଣମାନେ କ୍ରମାଗତ ଭାବେ ପଢ଼ୁଥିବେ ଆଉ ଦେଖୁଥିବେ ମଧ୍ୟ ଯେ ଭାରତ ହେଉଛି ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅର୍ଥବ୍ୟବସ୍ଥା । ଭାରତ ଚଳିତ ଦଶକରେ ଶ୍ରେଷ୍ଠ ତିନି ଅର୍ଥବ୍ୟବସ୍ଥାରେ ସାମିଲ ହୋଇଯିବ । ଆଉ ଏହି ଗ୍ୟାରେଣ୍ଟି ମୁଁ ଆପଣମାନଙ୍କୁ ଦେଉଛି, ବଡ଼ ଦାୟିତ୍ୱର ସହିତ ମୋର ଦେଶବାସୀ, ମୋର ପରିବାରଜନଙ୍କୁ ମୋଦୀ ଏହି ଗ୍ୟାରେଣ୍ଟି ଦେଉଛି । କିନ୍ତୁ, ଯେତେବେଳେ ଆପଣମାନେ ଏହା ପଢ଼ୁଛନ୍ତି ସେତେବେଳେ ଏକ ପ୍ରଶ୍ନ ଆପଣମାନଙ୍କ ମନକୁ ନିଶ୍ଚିତ ଆସୁଥିବ ଯେ ଏହାର ଦେଶର ସାଧାରଣ ନାଗରିକଙ୍କ ଉପରେ କ’ଣ ପ୍ରଭାବ ରହିବ ? ଆଉ ଏହି ପ୍ରଶ୍ନ ହେଉଛି ବହୁତ ସ୍ୱାଭାବିକ ।

ସାଥୀଗଣ,

କୌଣସି ମଧ୍ୟ ଅର୍ଥବ୍ୟବସ୍ଥାକୁ ଆଗକୁ ବଢ଼ିବା ପାଇଁ ଏହା ଜରୁରୀ ଯେ ଦେଶର ପ୍ରତ୍ୟେକ କ୍ଷେତ୍ରର ବିକାଶ ହେଉ । ଖାଦ୍ୟ କ୍ଷେତ୍ରରୁ ନେଇ ଫାର୍ମା (ଔଷଧ) ପର୍ଯ୍ୟନ୍ତ, ମହାକାଶ ଠାରୁ ନେଇ ଷ୍ଟାର୍ଟ-ଅପ ପର୍ଯ୍ୟନ୍ତ, ଯେତେବେଳେ ପ୍ରତ୍ୟେକ କ୍ଷେତ୍ର ଆଗକୁ ବଢ଼ିବ, ସେତେବେଳେ ଅର୍ଥବ୍ୟବସ୍ଥା ମଧ୍ୟ ଆଗକୁ ବଢ଼ିବ । ଆପଣମାନେ ଫାର୍ମା (ଔଷଧ) ଉଦ୍ୟୋଗର ଉଦାହରଣ ନିଅନ୍ତୁ । ମହାମାରୀ ସମୟରେ ଭାରତର ଫାର୍ମା ଉଦ୍ୟୋଗକୁ ବହୁତ ପ୍ରଶଂସା କରାଗଲା । ଆଜି ଏହି ଉଦ୍ୟୋଗ ହେଉଛି 4 ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ । ଆଉ ଏହା ମଧ୍ୟ କୁହାଯାଉଛି ଯେ 2030 ସୁଦ୍ଧା ଭାରତର ଫାର୍ମା ଉଦ୍ୟୋଗ ପ୍ରାୟ 10 ଲକ୍ଷ କୋଟି ଟଙ୍କାର ହୋଇଯିବ । ଏବେ ଏହି ଫାର୍ମା ଉଦ୍ୟୋଗ ଆଗକୁ ବଢ଼ିବ ତେବେ ଏହାର ଅର୍ଥ କ’ଣ ହେବ? ଏହାର ଅର୍ଥ ଏହା ଯେ ଚଳିତ ଦଶକରେ ଫାର୍ମା ଉଦ୍ୟୋଗକୁ ଆଜି ତୁଳନାରେ ଅନେକ ଗୁଣ ଅଧିକ ଯୁବକମାନଙ୍କର ଆବଶ୍ୟକତା ପଡ଼ିବ । ରୋଜଗାରର ଅନେକ ନୂତନ ସୁଯୋଗ ଆସିବ ।

 

ସାଥୀଗଣ,

ଆଜି ଦେଶରେ ଅଟୋମୋବାଇଲ ଏବଂ ଅଟୋ ଯନ୍ତ୍ରାଂଶ, ଏହି ଉଦ୍ୟୋଗରେ ମଧ୍ୟ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ସମ୍ପ୍ରତି ଏହି ଦୁଇ ଉଦ୍ୟୋଗ ହେଉଛି 12 ଲକ୍ଷ କୋଟି ଟଙ୍କାରୁ ଅଧିକ । ଆଗାମୀ ବର୍ଷମାନଙ୍କରେ ଏହା ଆହୁରି ବୃଦ୍ଧି ପାଇବାର ଆଶା ରହିଛି । ଏହି ଅଭିବୃଦ୍ଧିକୁ ସମ୍ଭାଳିବା ପାଇଁ ଅଟୋମୋବାଇଲ ଉଦ୍ୟୋଗକୁ ମଧ୍ୟ ବହୁତ ବ୍ୟାପକ ସଂଖ୍ୟାରେ ନୂତନ ଯୁବକମାନଙ୍କର ଆବଶ୍ୟକ ହେବ, ନୂତନ ଲୋକଙ୍କର ଆବଶ୍ୟକତା ପଡ଼ିବ, ରୋଜଗାରର ଅସଂଖ୍ୟ ସୁଯୋଗ ସୃଷ୍ଟି ହେବ । ଆପଣମାନେ ଦେଖିଥିବେ ଯେ, ସମ୍ପ୍ରତି ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ମହତ୍ୱକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଭାରତର ଖାଦ୍ୟ ପ୍ରକ୍ରିୟାକରଣ ବଜାର ଗତ ବର୍ଷ ପାଖାପାଖି 26 ଲକ୍ଷ କୋଟି ଟଙ୍କାର ଥିଲା । ଏବେ ଆଗାମୀ 3- ସାଢ଼େ 3 ବର୍ଷରେ, ଏହି କ୍ଷେତ୍ର ପ୍ରାୟ 35 ଲକ୍ଷ କୋଟି ଟଙ୍କାର ହୋଇଯିବ । ଅର୍ଥାତ ଯେତେ ବିସ୍ତାର ହେବ, ସେତେ ଅଧିକ ଯୁବକମାନଙ୍କର ଆବଶ୍ୟକତା ପଡ଼ିବ, ସେତେ ନୂତନ ରୋଜଗାରର ସୁଯୋଗ ଉନ୍ମୁକ୍ତ ହେବ ।

ସାଥୀଗଣ,

ଭାରତରେ ଆଜି ଭିତିଭୂମିର ଦ୍ରୁତ ଗତିରେ ବିକାଶ ହେଉଛି । ବିଗତ 9 ବର୍ଷରେ କେନ୍ଦ୍ର ସରକାର 30 ଲକ୍ଷ କୋଟି ଟଙ୍କାରୁ ଅଧିକ ଭିତିଭୂମି ଉପରେ ଖର୍ଚ୍ଚ କରିଛନ୍ତି । ଏହାଦ୍ୱାରା ସାରା ଦେଶରେ ଯୋଗାଯୋଗର ବିସ୍ତାର ତ ହେଉଛି, ଏହା ପର୍ଯ୍ୟଟନ ଏବଂ ଆତିଥେୟତା କ୍ଷେତ୍ରରେ ନୂତନ ସମ୍ଭାବନାଗୁଡ଼ିକୁ ଜନ୍ମ ଦେଇଛି । ଆଉ ନୂତନ ସମ୍ଭାବନା ଗୁଡ଼ିକର ସିଧାସଳଖ ଅର୍ଥ ହେଉଛି ଅଧିକରୁ ଅଧିକ ରୋଜଗାରର ସୁଯୋଗ ସୃଷ୍ଟି ହେବାରେ ଲାଗିଛି ।

ସାଥୀଗଣ,

2030 ସୁଦ୍ଧା ଆମର ଅର୍ଥବ୍ୟବସ୍ଥାରେ ପର୍ଯ୍ୟଟନ କ୍ଷେତ୍ରର ଯୋଗଦାନ 20 ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ ହେବାର ଅନୁମାନ କରାଯାଉଛି । ବିଶ୍ୱାସ କରାଯାଉଛି ଯେ କେବଳ ଏହି ଉଦ୍ୟୋଗ ଦ୍ୱାରା 13 ରୁ 14 କୋଟି ଲୋକଙ୍କୁ ନୂତନ ରୋଜଗାରର ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି । ଏହି ସମସ୍ତ ଉଦାହରଣ ଦ୍ୱାରା ଆପଣମାନେ ବୁଝି ପାରୁଥିବେ ଯେ ଭାରତର ବିକାଶ କେବଳ ସଂଖ୍ୟାର ଦୌଡ଼ରେ ନୁହେଁ । ଏହି ବିକାଶର ଭାରତର ପ୍ରତ୍ୟେକ ନାଗରିକଙ୍କ ଜୀବନରେ ପ୍ରଭାବ ପଡ଼ିବ । ଏହାର ଅର୍ଥ ହେଉଛି ଯେ ବ୍ୟାପକ ସଂଖ୍ୟାରେ ରୋଜଗାରର ସୁଯୋଗ ପ୍ରସ୍ତୁତ ହେଉଛି ଆଉ ଏହାଦ୍ୱାରା ଆୟରେ ମଧ୍ୟ ବୃଦ୍ଧି ଏବଂ ଗୁଣାତ୍ମକ ଜୀବନ ସୁନିଶ୍ଚିତ ହେଉଛି । ଆମେ ପରିବାରରେ ମଧ୍ୟ ଦେଖୁଛେ ଯଦି ଆମେ ହେଉଛୁ କୃଷକ, ଭଲ ଫସଲ ହେଲା- ଅଧିକ ଫସଲ ଉତ୍ପାଦନ ହେଲା, ଭଲ ଦର ମିଳିଲା, ସେତେବେଳେ ଘରେ କିପରି ଚମକ ଆସି ଯାଇଥାଏ । ନୂଆ- ନୂଆ ପୋଷାକ ଆସିଥାଏ, ବାହାରକୁ ଯିବାକୁ ମନ ହୋଇଥାଏ, ନୂଆ ଜିନିଷମାନ କିଣିବାକୁ ମଧ୍ୟ ମନ ହୋଇଥାଏ । ଯଦି ଘରର ଆୟ ବଢ଼ିଥାଏ, ତେବେ ଘରର ଲୋକମାନଙ୍କ ଜୀବନରେ ମଧ୍ୟ ପରିବର୍ତନ ଆସିଥାଏ । ଯେଭଳି ପରିବାରରେ ହୋଇଥାଏ ନା, ଦେଶରେ ମଧ୍ୟ ସେହିଭଳି ହୋଇଥାଏ । ଯେପରି ଦେଶର ଆୟ ବଢ଼ିଥାଏ, ଦେଶର ଶକ୍ତି ବୃଦ୍ଧି ପାଇଥାଏ, ଦେଶରେ ସମ୍ପତି ବଢ଼ିଥାଏ ସେତେବେଳେ ଦେଶର ନାଗରିକମାନଙ୍କର ଜୀବନ ସମ୍ପନ୍ନ ହେବା ଆରମ୍ଭ ହୋଇଯାଇଥାଏ ।

ସାଥୀଗଣ,

ବିଗତ 9 ବର୍ଷରେ ଆମର ପ୍ରୟାସ ଦ୍ୱାରା ପରିବର୍ତ୍ତନର ଆଉ ଏକ ନୂତନ ଅଧ୍ୟାୟ ଦେଖିବାକୁ ମିଳୁଛି । ଗତ ବର୍ଷ ଭାରତ ରେକର୍ଡ ମାତ୍ରାରେ ରପ୍ତାନୀ କରିଛି । ଏହା ହେଉଛି ଏହି କଥାର ସଙ୍କେତ ଯେ ସାରା ବିଶ୍ୱର ବଜାରରେ ଭାରତୀୟ ସାମଗ୍ରୀର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାର ଅର୍ଥ ହେଉଛି ଯେ ଆମର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି, ଆଉ ଉତ୍ପାଦନ ପାଇଁ ଯେଉଁ ନୂତନ ଯୁବକମାନେ ସେଥିରେ ଲାଗିଛନ୍ତି, ସେହି କାରଣରୁ ରୋଜଗାର ମଧ୍ୟ ବୃଦ୍ଧି ପାଇଛି । ଆଉ ସ୍ୱାଭାବିକ ଯେ ଏଥିପାଇଁ ପରିବାରର ଆୟ ମଧ୍ୟ ବୃଦ୍ଧି ପାଉଛି । ଆଜି ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାଣ କରୁଥିବା ଦେଶ । ଦେଶରେ ମୋବାଇଲ ଫୋନର ଚାହିଦା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ସରକାରଙ୍କ ପ୍ରୟାସ, ମୋବାଇଲ ଉତ୍ପାଦନକୁ ମଧ୍ୟ ଅନେକ ଗୁଣ ବଢ଼ାଇ ଦେଇଛି । ଏବେ ଦେଶ, ମୋବାଇଲ କ୍ଷେତ୍ରରୁ ଆଗକୁ ବଢ଼ି ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ ଉପରେ ମଧ୍ୟ ଫୋକସ କରୁଛି ।

ଆଇଟି ହାର୍ଡଓୟାର ଉତ୍ପାଦନ କ୍ଷେତ୍ରରେ, ଆମେ ସେହି ସଫଳତାକୁ ଦୋହରାଇବାକୁ ଯାଉଛେ, ଯେପରି ମୋବାଇଲ କ୍ଷେତ୍ରରେ ହାସଲ କରିଛେ । ଆଉ ସେହି ଦିନ ଦୂର ନୁହେଁ, ଯେତେବେଳେ ମୋବାଇଲ ଭଳି ଭାରତରେ ନିର୍ମିତ ହେଉଥିବା ଏକରୁ ବଳି ଅନେକ ଲ୍ୟାପଟପ୍‌, ଟାବଲେଟ ଏବଂ ବ୍ୟକ୍ତିଗତ କମ୍ପ୍ୟୁଟର ଦୁନିଆରେ ଆମର ସମ୍ମାନ ବୃଦ୍ଧି କରିବ । ଭୋକାଲ ଫର ଲୋକାଲର ମନ୍ତ୍ରରେ ଆଗେଇ ଚାଲି ଭାରତ ସରକାର ମଧ୍ୟ ମେଡ୍ ଇନ୍ ଇଣ୍ଡିଆ ଲାପଟପ୍‌, କମ୍ପ୍ୟୁଟର ଭଳି ଅନେକ ଉତ୍ପାଦ କ୍ରୟ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଏହାଦ୍ୱାରା ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି ଆଉ ଯୁବକମାନଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି । ଏଥିପାଇଁ ମୁଁ ପୁଣି କହିବି ଅର୍ଥବ୍ୟବସ୍ଥାର ଏହି ସମଗ୍ର ଚକ୍ରକୁ ସମ୍ଭାଳିବା ପାଇଁ, ଏହାକୁ ସୁରକ୍ଷା ଦେବାର ବହୁତ ବଡ଼ ଦାୟିତ୍ୱ, ଆପଣ ସମସ୍ତେ ଯେତେବେଳେ ଏହି ସୁରକ୍ଷାକର୍ମୀ ଭାବେ ଆପଣଙ୍କର ଜୀବନ ଆରମ୍ଭ କରୁଛନ୍ତି, ଆପଣଙ୍କର କାର୍ଯ୍ୟ ଆରମ୍ଭ ହେଉଛି, ସେତେବେଳେ କେତେ ଦାୟିତ୍ୱ ଆପଣମାନଙ୍କ ମୁଣ୍ଡ ଉପରେ ରହିଛି, ଆପଣମାନେ ଏହାକୁ ଭଲ ଭାବେ ଅନୁମାନ କରି ପାରୁଥିବେ ।

ମୋର ପରିବାରଜନ,

9 ବର୍ଷ ପୂର୍ବେ ଆଜିର ଦିନରେ ହିଁ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହି ଯୋଜନାରେ ଗାଁ ଏବଂ ଗରିବଙ୍କ ଆର୍ଥିକ ସଶକ୍ତୀକରଣ ସହିତ ହିଁ ରୋଜଗାର ସୃଷ୍ଟିର ବହୁତ ବଡ଼ ଭୂମିକା ତୁଲାଇଛି । 9 ବର୍ଷ ପୂର୍ବେ ଦେଶରେ ବହୁତ ବଡ଼ ସଂଖ୍ୟାରେ ଲୋକମାନଙ୍କ ପାଖରେ ବ୍ୟାଙ୍କ ଖାତା ହିଁ ନ ଥିଲା, ବିଚରା ବ୍ୟାଙ୍କର ଦୁଆର ଦେଖି ନ ଥିଲେ । କିନ୍ତୁ ଜନ-ଧନ ଯୋଜନା ଯୋଗୁଁ ବିଗତ 9 ବର୍ଷରେ 50 କୋଟିରୁ ଅଧିକ ନୂତନ ବ୍ୟାଙ୍କ ଖାତା ଖୋଲା ଯାଇ ସାରିଛି । ଏହି ଯୋଜନାରେ ଗାଁ-ଗରିବଙ୍କ ପର୍ଯ୍ୟନ୍ତ ସରକାରୀ ଲାଭ ସିଧାସଳଖ ପହଂଚାଇବାରେ ତ ସହାୟତା ମିଳିଛି ଆଉ ଏହା ସହିତ ହିଁ ମହିଳାମାନଙ୍କୁ, ଦଳିତ, ପଛୁଆ, ଆଦିବାସୀମାନଙ୍କୁ ରୋଜଗାର ଏବଂ ସ୍ୱରୋଜଗାର ପାଇଁ ଏହାଦ୍ୱାରା ବହୁତ ବଳ ମିଳିଛି ।

ଯେତେବେଳେ ଗାଁ- ଗାଁରେ ବ୍ୟାଙ୍କ ଖାତା ଖୋଲିଲା, ସେତେବେଳେ ଏଥିପାଇଁ ବ୍ୟାଙ୍କିଙ୍ଗ ପ୍ରତିନିଧି ଭାବେ, ବ୍ୟାଙ୍କ ମିତ୍ର ଭାବେ ଲକ୍ଷ- ଲକ୍ଷ ଯୁବକମାନଙ୍କୁ ସୁଯୋଗ ମିଳିଲା । ବ୍ୟାଙ୍କ ମିତ୍ର ହୁଅନ୍ତୁ, ବ୍ୟାଙ୍କ ସଖୀ ହୁଅନ୍ତୁ ଏହାଦ୍ୱାରା ଆମର ହଜାର- ହଜାର ପୁଅ-ଝିଅମାନଙ୍କୁ ରୋଜଗାର ମିଳିଲା । ଆଜି 21 ଲକ୍ଷରୁ ଅଧିକ ଯୁବ ସାଥୀ ବ୍ୟାଙ୍କିଙ୍ଗ ପ୍ରତିନିଧି ଅବା ବ୍ୟାଙ୍କ ମିତ୍ର କୁହନ୍ତୁ, ଅବା ବ୍ୟାଙ୍କ ସଖୀ ଭାବେ ଗାଁ- ଗାଁରେ ସେବା ପ୍ରଦାନ କରୁଛନ୍ତି । ବ୍ୟାପକ ସଂଖ୍ୟାରେ ଡିଜିଟାଲ ସଖୀ ଭାବେ ମହିଳା ଏବଂ ବୟସ୍କ ମାନଙ୍କୁ ବ୍ୟାଙ୍କିଙ୍ଗ ସେବା ସହିତ ସଂଯୋଗ କରୁଛନ୍ତି ।

ଏହିଭଳି ଜନ ଧନ ଯୋଜନା ରୋଜଗାର ଏବଂ ସ୍ୱରୋଜଗାରର ଏକ ଆହୁରି ବଡ଼ ଅଭିଯାନ, ମୁଦ୍ରା ଯୋଜନାକୁ ବଳ ଦେଇଛି । ଏହାଦ୍ୱାରା ମହିଳାମାନଙ୍କ ସହିତ ସେହି ବର୍ଗର ଛୋଟ- ଛୋଟ ବ୍ୟବସାୟୀମାନଙ୍କ ପାଇଁ ଋଣ ନେବା ସହଜ ହେଲା, ଯେଉଁମାନେ କେବେ ଏହି ବିଷୟରେ କେବେ ଚିନ୍ତା ମଧ୍ୟ କରି ନ ଥିଲେ । ଏହି ଲୋକମାନଙ୍କ ପାଖରେ ବ୍ୟାଙ୍କକୁ ଦେବା ପାଇଁ କୌଣସି ଗ୍ୟାରେଣ୍ଟି ନ ଥିଲା । ଏଭଳି କ୍ଷେତ୍ରରେ ସରକାର ସ୍ୱୟଂ ସେମାନଙ୍କର ଗ୍ୟାରେଣ୍ଟି ନେଲେ । ମୁଦ୍ରା ଯୋଜନାରେ ଏପର୍ଯ୍ୟନ୍ତ 24 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଦିଆଯାଇ ସାରିଛି । ଏହାଦ୍ୱାରା ପ୍ରାୟ 8 କୋଟି ଏଭଳି ସାଥୀ ଅଛନ୍ତି ଯେଉଁମାନେ ପ୍ରଥମଥର କୌଣସି ବ୍ୟବସାୟ ଆରମ୍ଭ କରିଛନ୍ତି, ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ପିଏମ ସ୍ୱନିଧି ଯୋଜନା ଅଧୀନରେ ପାଖାପାଖି 43 ଲକ୍ଷ ବୁଲା ବିକାଳିଙ୍କୁ, ରାସ୍ତାକଡ଼ ଉଠା ଦୋକାନୀ, ଠେଲା ଲଗାଇ ବିକ୍ରି କରୁଥିବା ଆମର ଯେଉଁ ଲୋକ ଅଛନ୍ତି, ପ୍ରଥମ ଥର ପାଇଁ ବ୍ୟାଙ୍କରୁ ବିନା ଗ୍ୟାରେଣ୍ଟିରେ ଋଣ ମଞ୍ଜୁର ହୋଇଛି । ମୁଦ୍ରା ଏବଂ ସ୍ୱନିଧିର ହିତାଧିକାରୀମାନଙ୍କ ମଧ୍ୟରେ ବ୍ୟାପକ ସଂଖ୍ୟାରେ ମହିଳାମାନେ, ଦଳିତ, ପଛୁଆ ଏବଂ ମୋର ଆଦିବାସୀ ଯୁବକ ଅଛନ୍ତି ।

ଜନଧନ ଖାତାଗୁଡିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସୁଦୃଢ କରିବାରେ ମଧ୍ୟ ବହୁତ ସହାୟତା କରିଛି । ସଂପ୍ରତି ଯେବେ ମୁଁ ଗାଁକୁ ଯାଉଛି ଯେତେବେଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନଙ୍କୁ ସାକ୍ଷାତ କରୁଛି, ସେତେବେଳେ ସେମାନଙ୍କ ମଧ୍ୟରୁ ଅନେକ ଆସି କହୁଛନ୍ତି ମୁଁ ଲକ୍ଷପତି ଭଉଣୀ ହୋଇଯାଇଛି, ଏହି ସମସ୍ତ ଏହା ଯୋଗୁଁ ସମ୍ଭବ ହୋଇଛି । ସରକାର ଯେଉଁ ଆର୍ଥିକ ସହାୟତା କରୁଛନ୍ତି, ତାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ମହିଳାମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହେଉଛି । ଜନଧନ ଯୋଜନା ଦେଶରେ ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନକୁ ଗତି ପ୍ରଦାନ କରିବାରେ ଯେଉଁ ଭୂମିକା ତୁଲାଇଛି, ତାହା ବାସ୍ତବରେ ଆମର ବଡ଼- ବଡ଼ ବିଶ୍ୱବିଦ୍ୟାଳୟ ଗୁଡ଼ିକ ପାଇଁ ହେଉଛି ଅଧ୍ୟୟନର ବିଷୟ ।

ସାଥୀଗଣ,

ଏପର୍ଯ୍ୟନ୍ତ ରୋଜଗାର ମେଳାର ଅନେକ ଆୟୋଜନରେ ଲକ୍ଷ- ଲକ୍ଷ ଯୁବକମାନଙ୍କୁ ମୁଁ ସମ୍ବୋଧିତ କରି ସାରିଛି । ସେହି ଯୁବକମାନଙ୍କୁ ଲୋକସେବା ଅବା ଅନ୍ୟ କ୍ଷେତ୍ରରେ ରୋଜଗାର ମିଳୁଛି । ସରକାର ଏବଂ ପ୍ରଶାସନରେ ପରିବର୍ତନ ଆଣିବାର ମିଶନରେ ଆପଣ ସମସ୍ତ ଯୁବକମାନେ ହେଉଛନ୍ତି ମୋର ସବୁଠାରୁ ବଡ଼ ଶକ୍ତି । ଆପଣ ସମସ୍ତେ ସେହି ପିଢ଼ୀରୁ ଆସୁଛନ୍ତି ଯେଉଁଠାରେ ସବୁକିଛି କେବଳ ମାତ୍ର ଗୋଟିଏ କ୍ଲିକ୍ ରେ ଆସି ଯାଉଛି । ଏଥିପାଇଁ ଆପଣମାନେ ବୁଝି ପାରୁଥିବେ ଯେ ଲୋକମାନେ ପ୍ରତ୍ୟେକ ସେବା ଦ୍ରୁତ ଗତିରେ ଯୋଗାଇ ଦିଆଯିବା ପାଇଁ ଚାହୁଁଛନ୍ତି । ଆପଣମାନେ ଭଲ ଭାବେ ଜାଣିଛନ୍ତି ଯେ ଆଜିର ପିଢ଼ୀ ସମସ୍ୟାଗୁଡ଼ିକୁ ଖଣ୍ଡ-ବିଖଣ୍ଡିତ ଅବସ୍ଥାରେ ସମାଧାନ ଚାହାଁନ୍ତି ନାହିଁ, ସେମାନଙ୍କୁ ସ୍ଥାୟୀ ସମାଧାନ ଦରକାର । ଏଥିପାଇଁ, ସାଧାରଣ ସେବକ ହୋଇଥିବା କାରଣରୁ ଆପଣଙ୍କୁ ଏଭଳି ନିଷ୍ପତି ନେବାକୁ ହେବ, ଏଭଳି ଦାୟିତ୍ୱଗୁଡ଼ିକୁ ତୁଲାଇବାକୁ ହେବ, ପ୍ରତିକ୍ଷଣରେ ଏଭଳି ପ୍ରସ୍ତୁତ ରହିବାକୁ ହେବ, ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ ।

ଆପଣମାନେ ଯେଉଁ ପିଢ଼ୀ ସହିତ ସମ୍ପର୍କ ରଖୁଛନ୍ତି, ତାହା କିଛି ମଧ୍ୟ ହାସିଲ କରିବା ପାଇଁ ଲକ୍ଷ୍ୟ ରଖୁଛନ୍ତି । ଏହି ପିଢ଼ୀ କାହାର ମଧ୍ୟ ଉପକାର ନେବାକୁ ଚାହାଁନ୍ତି ନାହିଁ, ବାସ୍ ସେମାନେ ଚାହାଁନ୍ତି ଯେ କେହି ସେମାନଙ୍କ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି ନ କରୁ । ଏଥିପାଇଁ ଜନ ସେବକ ଭାବେ ଆପଣମାନଙ୍କୁ ଏହା ବୁଝିବା ହେଉଛି ବହୁତ ଆବଶ୍ୟକ ଯେ ସରକାର ଜନତାଙ୍କ ଆକାଂକ୍ଷା ଗୁଡ଼ିକୁ ପୂରଣ କରିବା ପାଇଁ, ସର୍ବଦା ଜନତାଙ୍କ ସେବା ପାଇଁ ଅଛନ୍ତି । ଆପଣମାନେ ଏହା ବୁଝି କାର୍ଯ୍ୟ କରିବେ, ତେବେ ଆଇନ ବ୍ୟବସ୍ଥା ବଜାୟ ରଖିବାରେ ମଧ୍ୟ ଆପଣମାନଙ୍କୁ ବହୁତ ସହାୟତା ମିଳିବ ।

ସାଥୀଗଣ,

ଅର୍ଦ୍ଧସୈନିକ ବଳରେ ନିଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ପୂରଣ କରିବା ସହିତ ଆପଣମାନେ ଶିଖିବାର ପ୍ରବୃତିକୁ ମଧ୍ୟ ବଜାୟ ରଖିଥାଆନ୍ତୁ । ଆପଣମାନଙ୍କ ଭଳି କର୍ମଯୋଗୀମାନଙ୍କ ପାଇଁ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ 600ରୁ ଅଧିକ ଭିନ୍ନ- ଭିନ୍ନ ପାଠ୍ୟକ୍ରମ ଉପଲବ୍ଧ ଅଛି । ସାର୍ଟିଫିକେଟ ପାଠ୍ୟକ୍ରମ ଅଛି । 20 ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଏହି ପୋର୍ଟାଲରେ ପଞ୍ଜିକୃତ କରାଇଛନ୍ତି । ସେମାନେ ଅନ ଲାଇନ୍ ଶିକ୍ଷା ଲାଭ କରୁଛନ୍ତି, ପରୀକ୍ଷା ଦେଉଛନ୍ତି ।

ମୋର ଅନୁରୋଧ ଯେ ଆପଣ ସମସ୍ତେ ମଧ୍ୟ ଏହି ପୋର୍ଟାଲ ସହିତ ପ୍ରଥମ ଦିନରୁ ଯୋଡ଼ି ହୋଇ ଯାଆନ୍ତୁ ଆଉ ପ୍ରଥମ ଦିନରୁ ଏହା ସ୍ଥିର କରି ନିଅନ୍ତୁ ମୁଁ ଅଧିକରୁ ଅଧିକ ପ୍ରୟାସ କରିବି, ଅଧିକରୁ ଅଧିକ ସାର୍ଟିଫିକେଟ କୋର୍ସ କରିବି, ଅଧିକରୁ ଅଧିକ ସାର୍ଟିଫିକେଟ ପ୍ରାପ୍ତ କରିବି । ଆଉ ଆପଣମାନେ ଦେଖନ୍ତୁ, ଯାହା ଶିଖିବେ, ଜାଣିବେ, ବୁଝିବେ ତାହା କେବଳ ପରୀକ୍ଷା ପାଇଁ ନୁହେଁ । ହେଉଛି ଆପଣମାନଙ୍କ ଜୀବନରେ ଉତମରୁ ଉତମ କର୍ତବ୍ୟ ପାଳନ କରିବା ପାଇଁ । ଏକ ଶ୍ରେଷ୍ଠ ସୁଯୋଗ ହେବାର ସାମର୍ଥ୍ୟ ସେଥିରେ ପଡ଼ି ରହିଛି ।

ସାଥୀଗଣ,

ଆପଣମାନଙ୍କର କ୍ଷେତ୍ର ହେଉଛି ୟୁନିଫର୍ମ ଦୁନିଆର, ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବି ଶାରୀରିକ ଫିଟନେସରେ ମଧ୍ୟ ଟିକେ ବୁଝାମଣା କରନ୍ତୁ । କାରଣ ଆପଣଙ୍କର କାମ ସମୟର ବନ୍ଧନ ସହିତ ବନ୍ଧା ହୋଇ ନ ଥାଏ । ଜଳବାୟୁର ପ୍ରତ୍ୟେକ ଆଘାତ ଆପଣମାନଙ୍କୁ ସହିବାକୁ ପଡ଼ିଥାଏ । ଶାରୀରିକ ଫିଟନେସ ଏହା ଆପଣମାନଙ୍କ ବିଭାଗରେ କାର୍ଯ୍ୟକରୁଥିବା ଲୋକଙ୍କ ପାଇଁ ହେଉଛି ବହୁତ ଆବଶ୍ୟକ । ଶାରୀରିକ ଫିଟନେସ ଦ୍ୱାରା ହିଁ ଅଧା କାର୍ଯ୍ୟ ଏପରି ଭାବେ ସମାପ୍ତ ହୋଇଥାଏ । ଯଦି ସଠିକ ଢ଼ଂଗରେ ଆପଣମାନେ ଠିଆ ହୋଇଛନ୍ତି, ତେବେ ଆଇନ ବ୍ୟବସ୍ଥା ସମ୍ଭାଳିବା ପାଇଁ କିଛି କରିବାକୁ ପଡ଼ି ନ ଥାଏ, ଠିଆ ହୋଇ ରହିବା ହିଁ ଯଥେଷ୍ଟ ହୋଇଥାଏ ।

ଅନ୍ୟ ପକ୍ଷରେ ମୋର ମତ ହେଉଛି ଆପଣମାନଙ୍କ ଡ୍ୟୁଟିରେ ଉତେଜନାପୂର୍ଣ୍ଣ କ୍ଷଣ ବହୁତ ଥର ଆସିଥାଏ, ଛୋଟ- ଛୋଟ କଥାରେ ଉତେଜନା ଆସି ଯାଇଥାଏ । ଯୋଗ, ଏହା ଆପଣମାନଙ୍କ ଜୀବନରେ ପ୍ରତିଦିନ ଅଭ୍ୟାସ କରିବା ଆବଶ୍ୟକ । ଆପଣମାନେ ଦେଖିବେ ସନ୍ତୁଳିତ ମନ ଆପଣମାନଙ୍କ କାର୍ଯ୍ୟ ପାଇଁ ବହୁତ ବଡ଼ ଶକ୍ତି ହେବ । ଯୋଗ- ଏହା କେବଳ ଶାରୀରିକ ବ୍ୟାୟାମ ନୁହେଁ, ସୁସ୍ଥ ମନ ପାଇଁ, ସନ୍ତୁଳିତ ମନ ପାଇଁ, ଆଉ ଆପଣମାନଙ୍କ ଭଳି ଲୋକଙ୍କ କର୍ତବ୍ୟକୁ ଚାପମୁକ୍ତ ରଖିବା ପାଇଁ ଏହା ଜୀବନର ଅଂଶ ହେବା ବହୁତ ଜରୁରୀ ।

ସାଥୀଗଣ,

ଦେଶ 2047ରେ ଯେତେବେଳେ ସ୍ୱାଧୀନତାର 100 ବର୍ଷ ପାଳନ କରିବ, ସେତେବେଳେ ଆପଣମାନେ ସରକାରରେ ବହୁତ ଉଚ୍ଚ ପଦରେ ପହଂଚି ଯାଇଥିବେ । ଏହି 25 ବର୍ଷ, ଦେଶ ତରଫରୁ ଏହି 25 ବର୍ଷ ଆପଣମାନଙ୍କ ଜୀବନରେ କେତେ ଅଦ୍ଭୁତ ସଂଯୋଗ ରହିଛି, ଏବେ ଏହି ସୁଯୋଗକୁ ଆପଣମାନଙ୍କୁ ହାତଛଡା କରିବାର ନାହିଁ । ନିଜର ସଂମ୍ପୁର୍ଣ୍ଣ ଶକ୍ତି, ସାମର୍ଥ୍ୟ, ଯେତେ ତାହାର ବିକାଶ କରିପାରିବେ କରନ୍ତୁ, ଯେତେ ସମର୍ପଣ କରିବା କଥା କରନ୍ତୁ । ଯେତେ ଅଧିକ ଜନସାଧାରଣଙ୍କ ପାଇଁ ନିଜ ଜୀବନକୁ ନିୟୋଜିତ କରିପାରିବେ, ଆପଣ ଦେଖନ୍ତୁ ଜୀବନରେ ଅଦ୍ଭୁତ ସନ୍ତୋଷ ମିଳିବ, ଏକ ଅଦ୍ଭୁତ ଆନନ୍ଦ ମିଳିବ । ଆଉ ଆପଣମାନଙ୍କର ବ୍ୟକ୍ତିଗତ ଜୀବନର ସଫଳତା ଆପଣମାନଙ୍କୁ ସନ୍ତୋଷ ଦେବ ।

ମୋର ଆପଣମାନଙ୍କୁ ବହୁତ ଶୁଭକାମନା, ଆପଣମାନଙ୍କ ପରିବାରଜନଙ୍କୁ ବହୁତ- ବହୁତ ଶୁଭେଚ୍ଛା ।

ବହୁତ- ବହୁତ ଧନ୍ୟବାଦ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation

Media Coverage

Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to brave participants of the Quit India Movement
August 09, 2026

Prime Minister Shri Narendra Modi has remembered all those who participated in the historic Quit India Movement and paid tribute to their courage and determination in India’s freedom struggle. Shri Modi said that inspired by the leadership of Mahatma Gandhi, the clarion call of the Quit India Movement infused new energy into the freedom struggle and reflected the unwavering resolve of the people of India to break free from colonial rule.

The Prime Minister posted on X:

Remembering all those who participated in the historic Quit India Movement. Their courage will always remain an inspiration for every Indian. Inspired by the leadership of Mahatma Gandhi Ji, the clarion call of Quit India infused new energy into our freedom struggle and reflected the unwavering determination of our people to break free from colonial rule.