ନବନିଯୁକ୍ତ ପ୍ରାର୍ଥୀଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କଲେ
‘‘ରୋଜଗାର ମେଳା ଯୁବପିଢ଼ିଙ୍କ ପାଇଁ ‘ବିକଶିତ ଭାରତ’ର ନିର୍ମାତା ହେବା ପାଇଁ ବାଟ ଖୋଲିଛି’’
‘‘ନାଗରିକମାନଙ୍କ ପାଇଁ ସହଜ ଜୀବନଯାପନକୁ ଆପଣ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ’’
ଯେଉଁମାନେ କେବେ କୌଣସି ସୁବିଧା ପାଇନଥିଲେ ସେମାନଙ୍କ ଦ୍ୱାରରେ ସରକାର ପହଞ୍ଚୁଛନ୍ତି
‘‘ଭାରତରେ ଭିତ୍ତିଭୂମି ବିପ୍ଳବ ଦେଖିବାକୁ ମିଳୁଛି’’
‘‘ଦେଶର ସଚ୍ଚୋଟ ଟିକସଦାତାଙ୍କ ପ୍ରତି ଅସମ୍ପୂର୍ଣ୍ଣ ପ୍ରକଳ୍ପ ଏକ ବଡ଼ ଅନ୍ୟାୟ, ଆମେ ତାହାର ସମାଧାନ କରୁଛୁ’’
‘‘ଭାରତର ଅଭିବୃଦ୍ଧି କାହାଣୀକୁ ନେଇ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକ ଆଶାବାଦୀ’’

ନମସ୍କାର !

ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ଭାରତ ସରକାରଙ୍କ ଚାକିରି ଯୋଗାଇବାର ଅଭିଯାନ ଜାରି ରହିଛି । ଆଜି 50 ହଜାରରୁ ଅଧିକ ଯୁବକ-ଯୁବତୀମାନଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ଦିଆଯାଇଛି । ଏହି ନିଯୁକ୍ତି ପତ୍ର ହେଉଛି ଆପଣ ମାନଙ୍କର କଠିନ ପରିଶ୍ରମ ଏବଂ ପ୍ରତିଭାର ଫଳାଫଳ। ମୁଁ ଆପଣମାନଙ୍କୁ ଏବଂ ଆପଣଙ୍କ ପରିବାରକୁ ବହୁତ- ବହୁତ ଅଭିନନ୍ଦନ ଜଣାଉଛି ।

ଏବେ ଆପଣମାନେ ରାଷ୍ଟ୍ର ନିର୍ମାଣର ସେହି ଧାରାରେ ଯୋଗଦେବାକୁ ଯାଉଛନ୍ତି, ଯାହା ସିଧାସଳଖ ସରକାର ଓ ଜନତା- ଜନାର୍ଦ୍ଦନଙ୍କ ସହିତ ଜଡିତ । ଭାରତ ସରକାରଙ୍କ କର୍ମଚାରୀ ଭାବରେ ଆପଣ ସମସ୍ତଙ୍କୁ ବଡ଼ ଦାୟିତ୍ବ ପୂରଣ କରିବାକୁ ପଡିବ । ଆପଣ ଯେକୌଣସି ପଦବୀରେ ରୁହନ୍ତୁ, ଆପଣ ଯେ କୌଣସି କ୍ଷେତ୍ରରେ କାମ କରନ୍ତୁ, ଆପଣଙ୍କର ସର୍ବୋଚ୍ଚ ପ୍ରାଥମିକତା ଦେଶବାସୀଙ୍କ ଜୀବନକୁ ସହଜ କରିବା ପାଇଁ ହେବା ଉଚିତ୍।

ସାଥୀଗଣ,

କିଛି ଦିନ ପୂର୍ବରୁ, 26 ନଭେମ୍ବରରେ, ଦେଶ ସମ୍ବିଧାନ ଦିବସ ପାଳନ କରିଥିଲା । ଏହା ହେଉଛି ସେହି ତାରିଖ ଯେତେବେଳେ 1949 ମସିହାରେ ଦେଶ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରୁଥିବା ସମ୍ବିଧାନ ଗ୍ରହଣ କରିଥିଲା । ସମ୍ବିଧାନର ମୁଖ୍ୟ ସ୍ଥପତି ବାବା ସାହେବ ଏଭଳି ଏକ ଭାରତ ବିଷୟରେ ସ୍ୱପ୍ନ ଦେଖିଥିଲେ ଯେଉଁଠାରେ ସମସ୍ତଙ୍କୁ ସମାନ ସୁଯୋଗ ଦେଇ ସାମାଜିକ ନ୍ୟାୟ ପ୍ରତିଷ୍ଠା ହେବ । ଦୁର୍ଭାଗ୍ୟବଶତଃ ସ୍ବାଧୀନତା ପରେ ଦେଶରେ ଦୀର୍ଘ ଦିନ ଧରି ସମାନତାର ନୀତିକୁ ଅବହେଳା କରାଯାଇଥିଲା ।

2014 ପୂର୍ବରୁ, ସମାଜର ଏକ ବଡ଼ ବର୍ଗକୁ ମୌଳିକ ସୁବିଧାରୁ ବଞ୍ଚିତ ରଖା ଯାଇଥିଲା। 2014 ରେ, ଯେତେବେଳେ ଦେଶ ଆମକୁ ସେବା କରିବାର ସୁଯୋଗ ଦେଲା ଏବଂ ସରକାର ଚଳାଇବା ଦାୟିତ୍ବ ଦେଇଥିଲା, ସେତେବେଳେ ସର୍ବପ୍ରଥମେ ଆମେ ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦେବା ମନ୍ତ୍ର ସହିତ ଆଗକୁ ବଢିବା ଆରମ୍ଭ କରିଥିଲୁ । ସରକାର ନିଜେ ସେହି ଲୋକଙ୍କ ନିକଟରେ ପହଞ୍ଚିଥିଲେ, ଯେଉଁମାନେ ଏହି ଯୋଜନାର ଲାଭ କେବେ ପାଇ ନଥିଲେ, ଯେଉଁମାନେ ଦଶକ-ଦଶକ ଧରି ସରକାରଙ୍କ ଠାରୁ କୌଣସି ସୁବିଧା ପାଇ ନଥିଲେ, ଆମେ ସେମାନଙ୍କ ଜୀବନ ପରିବର୍ତ୍ତନ କରିବାକୁ ପ୍ରୟାସ କରୁଛୁ ।

ସରକାରଙ୍କ ଚିନ୍ତାଧାରାରେ, ସରକାରଙ୍କ କାର୍ଯ୍ୟ ସଂସ୍କୃତିରେ ଏହି ପରିବର୍ତ୍ତନ ଆସିଛି, ଏଥିପାଇଁ ଆଜି ଦେଶରେ ଅଦ୍ଭୁତପୂର୍ବ ପରିଣାମ ମଧ୍ୟ ଦେଖିବାକୁ ମିଳୁଛି । ସେହି ସମାନ ଅମଲାତନ୍ତ୍ର ଅଛି, ସେହି ସମାନ ଲୋକ ଅଛନ୍ତି । ସେହି ସମାନ ଫାଇଲ ଗୁଡ଼ିକ ଅଛି, କାର୍ଯ୍ୟ କରୁଥିବା ସେହି ସମାନ ଲୋକମାନେ ମଧ୍ୟ ଅଛନ୍ତି, ସେହି ସମାନ ପଦ୍ଧତି ମଧ୍ୟ ଅଛି । କିନ୍ତୁ ଯେତେବେଳେ ସରକାର ଦେଶର ଗରିବ ମାନଙ୍କୁ, ଦେଶର ମଧ୍ୟବିତ୍ତ ବର୍ଗଙ୍କୁ ପ୍ରାଥମିକତା ଦେଲେ, ସେତେବେଳେ ସମଗ୍ର ପରିସ୍ଥିତି ବଦଳିବାକୁ ଲାଗିଲା । ବହୁତ ଦ୍ରୁତ ଗତିରେ, ଗୋଟିଏ ପରେ ଗୋଟିଏ କାର୍ଯ୍ୟ ଶୈଳୀ ବଦଳିବାରେ ଲାଗିଲା, କାର୍ଯ୍ୟ ପଦ୍ଧତି ବଦଳିବାକୁ ଲାଗିଲା, ଦାୟିତ୍ବ ସ୍ଥିର ହେବାକୁ ଲାଗିଲା ଏବଂ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ସକରାତ୍ମକ ଫଳାଫଳ ସାମ୍ନାକୁ ଆସିବାରେ ଲାଗିଲା।

ଏକ ଅଧ୍ୟୟନ ଅନୁଯାୟୀ 5 ବର୍ଷ ମଧ୍ୟରେ ଦେଶର 13 କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି । ଏହା ଦର୍ଶାଉଛି ଯେ ସରକାରଙ୍କ ଯୋଜନା ଗରିବ ଲୋକଙ୍କ ନିକଟରେ ପହଞ୍ଚିବା କେତେ ବଡ଼ ପରିବର୍ତ୍ତନ ଆଣିଥାଏ । ଆଜି ସକାଳେ ଆପଣ ନିଜେ ନିଶ୍ଚୟ ଦେଖିଥିବେ ବିକଶିତ ଭାରତ ସଂକଳ୍ପ ଯାତ୍ରା କିପରି ଗାଁ- ଗାଁକୁ ଯାଉଛି । ଆପଣମାନଙ୍କ ଭଳି ସରକାରୀ କର୍ମଚାରୀମାନେ ସରକାରୀ ଯୋଜନା ଗରିବଙ୍କ ଦ୍ୱାର ପର୍ଯ୍ୟନ୍ତ ନେଇ ଯାଉଛନ୍ତି । ସରକାରୀ ସେବାରେ ଯୋଗଦେବା ପରେ ଆପଣମାନଙ୍କୁ ମଧ୍ୟ ଏଭଳି ସମାନ ଉଦ୍ଦେଶ୍ୟ ସହିତ, ଉତ୍ତମ ଲକ୍ଷ୍ୟ ସହିତ, ଏଭଳି ସମାନ ସମର୍ପଣ ଭାବ ସହିତ, ଏଭଳି ସମାନ ନିଷ୍ଠା ସହିତ ଜନତା- ଜନାର୍ଦ୍ଦନଙ୍କ ସେବାରେ ମଧ୍ୟ ନିଜକୁ ଉତ୍ସର୍ଗ କରିବାକୁ ପଡିବ।

 

ସାଥୀଗଣ,

ଆଜିର ପରିବର୍ତ୍ତନଶୀଳ ଭାରତରେ, ଆପଣ ସମସ୍ତେ ହେଉଛନ୍ତି ଏକ ଭିତ୍ତିଭୂମି ବିପ୍ଳବର ସାକ୍ଷୀ। ଆଧୁନିକ ଏକ୍ସପ୍ରେସ- ୱେ ହେଉ, ଆଧୁନିକ ରେଳ ଷ୍ଟେସନ ହେଉ, ବିମାନ ବନ୍ଦର ହେଉ, ଜଳପଥ ହେଉ, ଆଜି ଦେଶ ଏଥିପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛି । ଆଉ ଯେତେବେଳେ ସରକାର ଏତେ ବ୍ୟାପକ ପରିମାଣରେ ଭିତ୍ତିଭୂମି ଉପରେ ଅର୍ଥ ବିନିଯୋଗ କରୁଛନ୍ତି, ନିବେଶ କରୁଛନ୍ତି, ଏହା ଅତ୍ୟନ୍ତ ସ୍ୱାଭାବିକ ଯେ, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ କାରଣ ଏହା ଯୋଗୁଁ ମଧ୍ୟ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି।

2014 ପରେ ଆସିଥିବା ଆଉ ଏକ ବଡ଼ ପରିବର୍ତ୍ତନ ହେଉଛି ଯେ ବର୍ଷ ବର୍ଷ ଧରି ଅଟକି ରହିଥିବା, ପଡି ରହିଥିବା ପ୍ରକଳ୍ପ ଗୁଡିକୁ ଖୋଜି ଖୋଜା- ଖୋଜି କରି ମିଶନ୍ ମୋଡରେ ସମ୍ପୂର୍ଣ୍ଣ କରାଯାଉଛି। ଅଧା ପନ୍ତରିଆ ଭାବେ ପଡି ରହିଥିବା ପ୍ରକଳ୍ପ କେବଳ ଯାହା ଦେଶର ସଚ୍ଚୋଟ ଟିକସଦାତାଙ୍କ ଟଙ୍କା ନଷ୍ଟ କରେ ନାହିଁ, ବରଂ ଖର୍ଚ୍ଚ ବୃଦ୍ଧି କରିଥାଏ ଏବଂ ସେମାନେ ପାଇବାକୁ ଥିବା ସୁବିଧା ମଧ୍ୟ ପାଇପାରନ୍ତି ନାହିଁ । ଏହା ମଧ୍ୟ ହେଉଛି ଆମର ଟିକସଦାତାମାନଙ୍କ ପାଇଁ ଏକ ବଡ ଅନ୍ୟାୟ ।

 ବିଗତ ବର୍ଷମାନଙ୍କରେ କେନ୍ଦ୍ର ସରକାର ଲକ୍ଷ- ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ଶୀଘ୍ର ସମୀକ୍ଷା କରି ସେଗୁଡିକୁ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିବା ପାଇଁ ନିରନ୍ତର ଦୃଷ୍ଟି ରଖିଛନ୍ତି ଏବଂ ସଫଳତା ମଧ୍ୟ ହାସଲ କରିଛନ୍ତି । ଏହା ଦ୍ବାରା ମଧ୍ୟ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଯେପରି, ବିଦର-କୁଲବର୍ଗୀ ରେଳ ଲାଇନ ଏହିପରି ଏକ ପ୍ରକଳ୍ପ ଥିଲା, ଯାହାକି 22-23 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । କିନ୍ତୁ ଏହି ପ୍ରକଳ୍ପ ମଧ୍ୟ ଅଟକି ଯାଇଥିଲା, ପଡି ରହିଥିଲା । ଆମେ 2014ରେ ଏହାକୁ ସଂପୂର୍ଣ୍ଣ କରିବାକୁ ସ୍ଥିର କଲୁ ଏବଂ ପ୍ରକଳ୍ପକୁ ମାତ୍ର 3 ବର୍ଷ ମଧ୍ୟରେ ସମାପ୍ତ କଲୁ । ସିକ୍କିମର ପାକ୍ଵୋଙ୍ଗ ବିମାନବନ୍ଦର ପରିକଳ୍ପନା ମଧ୍ୟ 2008ରେ କରାଯାଇଥିଲା । କିନ୍ତୁ 2014 ପର୍ଯ୍ୟନ୍ତ ଏହା ନିର୍ମାଣ ହେଉଥିବା ନେଇ କେବଳ କାଗଜରେ ରହିଗଲା। 2014 ପରେ, ଏହି ପ୍ରକଳ୍ପ ସହିତ ଜଡିତ ସମସ୍ତ ପ୍ରତିବନ୍ଧକ ଦୂର କରି ଦିଆଗଲା ଏବଂ ଏହା 2018 ସୁଦ୍ଧା ସମାପ୍ତ ହେଲା । ଏହାଦ୍ବାରା ମଧ୍ୟ ରୋଜଗାର ମିଳିଲା। ପାରାଦୀପ ରିଫାଇନାରୀ ବିଷୟରେ ଆଲୋଚନା ମଧ୍ୟ 20-22 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା, କିନ୍ତୁ 2013 ପର୍ଯ୍ୟନ୍ତ ବିଶେଷ କିଛି ଘଟି ନଥିଲା। ଯେତେବେଳେ ଆମ ସରକାର ଆସିଲା, ସମସ୍ତ ବିଚାରାଧୀନ ପ୍ରକଳ୍ପ ପରି, ଆମେ ପାରାଦୀପ ରିଫାଇନାରୀକୁ ମଧ୍ୟ ହାତକୁ ନେଇ ଏହାକୁ ସମ୍ପୂର୍ଣ୍ଣ କଲୁ । ଯେତେବେଳେ ଏହିଭଳି ଭିତ୍ତିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ ହୁଏ, ସେତେବେଳେ ଏହାଦ୍ବାରା  କେବଳ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ ନାହିଁ, ତାହା ଦ୍ବାରା ଅନେକ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଥାଏ ।

ସାଥୀଗଣ,

ଦେଶରେ ନିଯୁକ୍ତି ସୃଷ୍ଟି କରୁଥିବା ଏକ ବହୁତ ବଡ କ୍ଷେତ୍ର ହେଉଛି ରିଅଲ୍ ଇଷ୍ଟେଟ୍  କ୍ଷେତ୍ର । ଏହି କ୍ଷେତ୍ର ଯେଉଁ ଦିଗରେ ଯାଉଥିଲା, ବିଲଡରମାନଙ୍କ ସହିତ ମଧ୍ୟବିତ୍ତ ବର୍ଗ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ଥିଲା । ରେରା (RERA) ନିୟମ ଯୋଗୁଁ ଆଜି ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ପାରଦର୍ଶୀତା ଦେଖା ଦେଇଛି, ଏହି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆଜି ଦେଶରେ ଏକ ଲକ୍ଷରୁ ଅଧିକ ରିଏଲ୍ ଇଷ୍ଟେଟ୍ ପ୍ରକଳ୍ପ ରେରା ନିୟମ ଅଧୀନରେ ପଞ୍ଜିକୃତ ହୋଇଛି । ପୂର୍ବରୁ ପ୍ରକଳ୍ପ ଗୁଡିକ ବନ୍ଦ ହୋଇଯାଉଥିଲା, ନୂତନ ନିଯୁକ୍ତି ସୁଯୋଗ ଅଟକି ଯାଉଥିଲା। ଦେଶର ବୃଦ୍ଧି ପାଉଥିବା ଏହି ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ମଧ୍ୟ ବହୁ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ।

ସାଥୀଗଣ,

ଭାରତ ସରକାରଙ୍କ ନୀତି ଏବଂ ନିର୍ଣ୍ଣୟ ଆଜି ଦେଶର ଅର୍ଥନୀତିକୁ ନୂତନ ସ୍ତରକୁ ନେଇଛି। ଭାରତର ଅଭିବୃଦ୍ଧି ହାରକୁ ନେଇ ବିଶ୍ବର ବଡ଼- ବଡ଼ ଅନୁଷ୍ଠାନ ଗୁଡିକ ବେଶ ସକରାତ୍ମକ ମତ ରଖୁଛନ୍ତି । ସମ୍ପ୍ରତି, ପୁଞ୍ଜି ନିବେଶ ମନ୍ୟତାରେ ଜଣେ ବିଶ୍ବସ୍ତରୀୟ ନେତା ଭାରତର ଦ୍ରୁତ ଅଭିବୃଦ୍ଧି ଉପରେ ବେଶ ଭଲ ମନ୍ତବ୍ୟ ଦେଇଛନ୍ତି । ବୃଦ୍ଧି ପାଉଥିବା ନିଯୁକ୍ତି ସୁଯୋଗ, କାର୍ଯ୍ୟ କରୁଥିବା ଶ୍ରମିକଙ୍କ ବୟସ ଜନସଂଖ୍ୟା ଏବଂ ଶ୍ରମ ଉତ୍ପାଦନ ବୃଦ୍ଧି ଯୋଗୁଁ ଭାରତରେ ଅଭିବୃଦ୍ଧି ଦ୍ରୁତ ଗତିରେ ବଢି ଚାଲିବ ବୋଲି ସେମାନେ ଅନୁମାନ କରିଛନ୍ତି । ଭାରତର ବିନିର୍ମାଣ ଏବଂ ନିର୍ମାଣ କ୍ଷେତ୍ରର ଶକ୍ତି ମଧ୍ୟ ଏହାର ଏକ ପ୍ରମୁଖ କାରଣ।

 

ଏହି ସମସ୍ତ ତଥ୍ୟ ହେଉଛି ଏଇ କଥାର ପ୍ରମାଣ ଯେ, ଆଗାମୀ ଦିନରେ ମଧ୍ୟ ଭାରତରେ ରୋଜଗାର ଏବଂ ଆତ୍ମନିଯୁକ୍ତିର ଅପାର ସମ୍ଭାବନା ମଧ୍ୟ ଏହିଭଳି  ସୃଷ୍ଟି ହେବ । ଏହା ନିଜକୁ ନିଜେ ଦେଶର ଯୁବକମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜଣେ ସରକାରୀ କର୍ମଚାରୀ ଭାବେ ଏଥିରେ ମଧ୍ୟ ଆପଣଙ୍କର ଏକ ବଡ଼ ଭୂମିକା ରହିଛି । ଆପଣଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ଭାରତରେ ଘଟୁଥିବା ବିକାଶର ଲାଭ ସମାଜର ଶେଷ ବ୍ୟକ୍ତିଙ୍କ ନିକଟରେ ନିଶ୍ଚୟ ପହଞ୍ଚୁ।  କୌଣସି ଏକ କ୍ଷେତ୍ର କେତେ ଦୂର ହେଉନା କାହିଁକି, ଏହା ଆପଣମାନଙ୍କର ପ୍ରାଥମିକତା ହେବା ଉଚିତ । ଜଣେ ବ୍ୟକ୍ତି ଯେତେ ଦୂର୍ଗମ ସ୍ଥାନରେ ଥାଉନା କାହିଁକି, ଆପଣମାନଙ୍କୁ ତାଙ୍କ ପାଖରେ ପହଞ୍ଚିବାକୁ ପଡିବ। ଭାରତ ସରକାରଙ୍କ ଜଣେ କର୍ମଚାରୀ ଭାବରେ, ଯେତେବେଳେ ଆପଣ ଏହି ଆଭିମୁଖ୍ୟ ସହିତ ଆଗକୁ ବଢିବେ, ସେତେବେଳେ ବିକଶିତ ଭାରତର ସ୍ୱପ୍ନ ସାକାର ହେବ।

ସାଥୀଗଣ,

ଆଗାମୀ 25 ବର୍ଷ ଆପଣଙ୍କ ପାଇଁ ଏବଂ ଦେଶ ପାଇଁ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବହୁତ କମ୍ ପିଢୀକୁ ଏହି ପ୍ରକାରର ସୁଯୋଗ ମିଳିଛି । ଏହି ସୁଯୋଗର ପୂର୍ଣ୍ଣ ବ୍ୟବହାର କରନ୍ତୁ । ମୁଁ ମଧ୍ୟ ଅନୁରୋଧ କରୁଛି ଯେ ଆପଣ ସମସ୍ତେ ନୂତନ ଶିକ୍ଷଣ ମଡ୍ୟୁଲ୍ ‘କର୍ମଯୋଗୀ ପ୍ରାରମ୍ଭ’ରେ ଯୋଗ ଦିଅନ୍ତୁ । ଆମର କୌଣସି ମଧ୍ୟ ସାଥୀ ଏପରି ରହିବା ଉଚିତ୍ ନୁହେଁ, ଯିଏ ଏହା ସହିତ ଜଡିତ ହୋଇ ନିଜର କ୍ଷମତା ବୃଦ୍ଧି ନ କରନ୍ତୁ । ଶିଖିବାର ପ୍ରବୃତ୍ତି ଯାହା ଆପଣଙ୍କୁ ଏହି ଅବସ୍ଥାରେ ଆଣିଛି, ଶିଖିବାର ସେହି ପ୍ରବୃତ୍ତିକୁ କେବେବି ବନ୍ଦ କରିବାକୁ ଦିଅନ୍ତୁ ନାହିଁ, କ୍ରମାଗତ ଭାବରେ ଶିଖନ୍ତୁ, ନିଜକୁ କ୍ରମାଗତ ଭାବରେ ବୃଦ୍ଧି କରି ଚାଲନ୍ତୁ । ଏହା ହେଉଛି ଆପଣମାନଙ୍କର ଜୀବନର ଆରମ୍ଭ, ଦେଶ ମଧ୍ୟ ବଢୁଛି, ଆପଣମାନଙ୍କୁ ମଧ୍ୟ ବଢିବାକୁ ପଡିବ । ଏଠାକୁ ଆସି ଅଟକି ଯିବାକୁ ହେବନାହିଁ । ଆଉ ଏଥିପାଇଁ ବହୁତ ବଡ ବ୍ୟବସ୍ଥା କରାଯାଇଛି।

କର୍ମଯୋଗୀ ପ୍ରାରମ୍ଭକୁ ଏକ ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିଲା। ସେତେବେଳଠାରୁ ଲକ୍ଷ ଲକ୍ଷ ନୂତନ ସରକାରୀ କର୍ମଚାରୀ ଏହା ମାଧ୍ୟମରେ ତାଲିମ ନେଇ ସାରିଛନ୍ତି । ଯେଉଁମାନେ ମୋ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ, ପିଏମଓରେ କାର୍ଯ୍ୟ କରୁଛନ୍ତି, ସେମାନେ ସମସ୍ତେ ମଧ୍ୟ ହେଉଛନ୍ତି ବହୁତ ବୟସ୍କ ବ୍ୟକ୍ତି, ସେମାନେ ଦେଶର ଗୁରୁତ୍ୱପୂର୍ଣ୍ଣ କଥା ଗୁଡ଼ିକୁ ଦେଖୁଛନ୍ତି, କିନ୍ତୁ ସେମାନେ ସମସ୍ତେ ମଧ୍ୟ ଏହା ସହ ଜଡିତ ଅଛନ୍ତି ଏବଂ କ୍ରମାଗତ ଭାବରେ ଟେଷ୍ଟ ଦେଉଛନ୍ତି, ପରୀକ୍ଷା ଦେଉଛନ୍ତି, ପାଠ୍ୟକ୍ରମ ଶେଷ କରୁଛନ୍ତି, ଯେଉଁଥିପାଇଁ ସେମାନଙ୍କର ସାମର୍ଥ୍ୟ, ସେମାନଙ୍କର ଦକ୍ଷତା ମୋର ପିଏମଓକୁ ମଧ୍ୟ ମଜବୁତ କରେ ଏବଂ ଦେଶକୁ ମଧ୍ୟ ମଜବୁତ କରେ ।

ଆମର ଅନଲାଇନ୍ ଟ୍ରେନିଂ ପ୍ଲାଟଫର୍ମ iGoT କର୍ମଯୋଗୀରେ 800ରୁ ଅଧିକ ପାଠ୍ୟକ୍ରମ ମଧ୍ୟ ଉପଲବ୍ଧ ହେଉଛି । ନିଜ ଦକ୍ଷତା ବୃଦ୍ଧି କରିବା ପାଇଁ ଏହାକୁ ଅବଶ୍ୟ ବ୍ୟବହାର କରନ୍ତୁ । ଆଉ ଆଜି ଯେତେବେଳେ ଆପଣଙ୍କ ଜୀବନର ଏକ ନୂତନ ଶୁଭାରମ୍ଭ ହେଉଛି, ଆପଣଙ୍କ ପରିବାରର ସ୍ୱପ୍ନ ଏକ ନୂତନ ଶିଖର ପ୍ରାପ୍ତ କରୁଛି । ମୋ ତରଫରୁ, ମୁଁ ଆପଣଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ମୋର ବହୁତ-ବହୁତ ଶୁଭକାମନା ଜଣାଉଛି । ଆପଣମାନେ ଯେତେବେଳେ ସରକାରକୁ ଆସିଛନ୍ତି, ଯଦି ସମ୍ଭବ ତେବେ ଆଜି ଆପଣଙ୍କ ଡାଏରୀରେ ଗୋଟିଏ କଥା ଲେଖି ରଖନ୍ତୁ ଯେ, ଜଣେ ସାଧାରଣ ନାଗରିକ ଭାବରେ, ଆପଣଙ୍କର ବୟସ 20, 22, 25 ବର୍ଷ ଯାହା ମଧ୍ୟ ହେଉ, ସରକାରଙ୍କ ଦ୍ବାରା ଆପଣ କେଉଁଠି କେଉଁସବୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବେଳେବେଳେ ବସ୍ ଷ୍ଟେସନରେ ସମସ୍ୟା ହୋଇଥାଇପାରେ, ବେଳେବେଳେ ପୁଲିସ ଯୋଗୁଁ ଛକ ନିକଟରେ ଏକ ସମସ୍ୟା ହୋଇ ଥାଇପାରେ। କେଉଁଠାରେ ସରକାରୀ କାର୍ଯ୍ୟାଳୟରେ କୌଣସି ସ୍ଥାନରେ ଏକ ସମସ୍ୟା ଆସିଥିବ।

ଆପଣ ଟିକେ ତାହାକୁ ମନେ ପକାନ୍ତୁ ଏବଂ ନିଷ୍ପତ୍ତି ନିଅନ୍ତୁ ଯେ ମୁଁ ମୋ ଜୀବନରେ ସରକାରଙ୍କ ଠାରୁ ଯାହା କିଛି ସମସ୍ୟାର ସମ୍ମୁଖୀନ ହୋଇଛି, ଏବଂ ସେଗୁଡିକ କୌଣସି ସରକାରୀ କର୍ମଚାରୀଙ୍କ ଦ୍ବାରା ଘଟିଛି, ମୁଁ କଦାପି ଚାହିଁବି ନାହିଁ ଯେ କୌଣସି ନାଗରିକ ଅନ୍ତତ ପକ୍ଷେ ମୋ ପାଇଁ ଜୀବନରେ ଏପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ । ମୁଁ ଏପରି ଅଭ୍ୟାସ କରିବି ନାହିଁ । ଯଦି ଆପଣ ସ୍ଥିର କରିନେବେ ଯେ, ମୋ ସହିତ ଯାହା ଘଟିଛି ତାହା ଅନ୍ୟ କାହା ସହିତ ହେବ ନାହିଁ । ଆପଣ କଳ୍ପନା କରିପାରିବେ ଯେ ସାଧାରଣ ଲୋକଙ୍କ ଜୀବନରେ ଆମେ କେତେ ସାହାୟତାର କାର୍ଯ୍ୟ କରିପାରିବା । ରାଷ୍ଟ୍ର ନିର୍ମାଣ ଦିଗରେ ଆପଣଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୋ ତରଫରୁ ବହୁତ- ବହୁତ ଶୁଭକାମନା।

ବହୁତ- ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.