ଭାରତର ସଫଳତା ବିଶ୍ୱରେ ଏକ ନୂଆ ଆଶା ସଂଚାର କରିଛି : ପିଏମ
ବୈଶ୍ୱିକ ଅଭିବୃଦ୍ଧି ଦିଗରେ ଭାରତ ନେତୃତ୍ୱ ନେଉଛି : ପିଏମ
ସ୍ୱାମୀତ୍ୱ କାର୍ଡ ପ୍ରଚଳନ କରି ଗ୍ରାମୀଣ କ୍ଷେତ୍ରରେ ଉଦାହରଣ ସୃଷ୍ଟି ହୋଇଛି : ପିଏମ
ଯୁବକମାନେ ବର୍ତମାନ ଭାରତର ଏକ୍ସ ଫ୍ୟାକ୍ଟର : ପିଏମ
ଗତ ଶତାବ୍ଦୀରେ ପ୍ରଭାବ ଶୂନ୍ୟ ପ୍ରଶାସନକୁ ଆମେ ପ୍ରଭାବପୂର୍ଣ୍ଣ ଶାସନରେ ପରିଣତ କରିଛୁ : ପିଏମ
ଆଗରୁ ଘର ନିର୍ମାଣ ସରକାରଙ୍କ ନିୟନ୍ତ୍ରଣରେ ରହିଥିବା ବେଳେ ଏବେ ଏହା ଘର ମାଲିକଙ୍କ ହାତରେ ରହିଛି : ପିଏମ
କୌଣସି ରାଜନୈତିକ ପୃଷ୍ଠଭୂମି ନଥାଇ ଏକ ଲକ୍ଷ ଯୁବକଙ୍କୁ ରାଜନୀତିକୁ ଆଣିବାକୁ ତାଙ୍କ ଚିନ୍ତାଧାରା ରହିଥିବା ସେ କହିଥିଲେ ।

ନମସ୍କାର !

ଆପଣମାନେ ସବୁ ଥକି ପଡିଥିବେ? ଅର୍ଣ୍ଣବର ଉଚ୍ଚ ଶବ୍ଦ ଯୋଗୁଁ କାନ ନିଶ୍ଚିତ ଭାବେ ଥକି ଯାଇଥିବ। ବସନ୍ତୁ ଅର୍ଣ୍ଣବ, ଏହି ସମୟ ନିର୍ବାଚନର ସମୟ ନୁହେଁ। ସର୍ବ ପ୍ରଥମେ, ମୁଁ ରିପବ୍ଲିକ୍‌ ଟିଭିକୁ ତା’ର ଅଭିନବ ପ୍ରୟାସ ପାଇଁ ଅନେକ ଧନ୍ୟବାଦ ଦେଉଛି। ଆପଣମାନେ ଯୁବପିଢିକୁ ତ୍ରୂଣମୂଳ ସ୍ତରରେ ସାମିଲ କରି, ଏତେ ବଡ଼ ପ୍ରତିଯୋଗିତା କରାଇ ତାଙ୍କୁ ଏଠାକୁ ନେଇ ଆସିଛନ୍ତି। ଯେତେବେଳେ ଦେଶର ଯୁବବର୍ଗ ଜାତୀୟ ଆଲୋଚନାରେ ସାମିଲ ହୁଅନ୍ତି, ସେତେବେଳେ ବିଚାରରେ ନୂତନତା ଆସେ, ସେ ସମ୍ପୂର୍ଣ୍ଣ ପରିବେଶକୁ ଏକ ନୂତନ ଶକ୍ତିରେ ପରିପୂର୍ଣ୍ଣ କରେ ଏବଂ ଏହି ଶକ୍ତିକୁ ଆମେ ଏବେ ଏଠାରେ ମଧ୍ୟ ଅନୁଭବ କରୁଛୁ। ଏକ ପ୍ରକାରରେ ଆମେ ଯୁବକମାନଙ୍କର ଯୋଗଦାନ ଦ୍ୱାରା ପ୍ରତିବନ୍ଧକ ଗୁଡ଼ିକୁ ପ୍ରତିହତ କରିପାରୁ। ନିର୍ଦ୍ଧାରିତ ସୀମାଠାରୁ ଉପରକୁ ଯାଇପାରୁ, ଏମିତି କୌଣସି ଲକ୍ଷ୍ୟ ନାହିଁ, ଯାହାକୁ ଆମେ ପୂରଣ କରି ନ ପାରୁ। ଏମିତି କୌଣସି ଉଦ୍ଦେଶ୍ୟ ବାକି ରହେ ନାହିଁ ଯାହା ପର୍ଯ୍ୟନ୍ତ ପହଞ୍ଚି ନ ହେବ। ରିପବ୍ଲିକ୍‌ ଟିଭି ଏହି ସମ୍ମିଳନୀ ପାଇଁ ଏକ ନୂତନ କନ୍‌ସେପ୍ଟ ଉପରେ କାମ କରିଛି। ମୁଁ ଏହି ସମ୍ମିଳନୀର ସଫଳତା ପାଇଁ ଆପଣମାନଙ୍କୁ ବହୁତ-ବହୁତ ଧନ୍ୟବାଦ ଜଣାଉଛି, ଆପଣଙ୍କୁ ଅଭିନନ୍ଦନ ଜଣାଉଛି। ଏଥିରେ ମୋର ମଧ୍ୟ କିଛି ସ୍ୱାର୍ଥ ନିହିତ ଅଛି, ପ୍ରଥମତଃ ମୁଁ ପୂର୍ବରୁ ଏକ ଲକ୍ଷ ନବଯୁବକଙ୍କୁ ରାଜନୀତିକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି, ଏବଂ ସେହି ଏକ ଲକ୍ଷ ଯେଉଁମାନେ ତାଙ୍କର ପରିବାରରେ ପ୍ରଥମ ଥିବେ, ଏଥିପାଇଁ ଏହି ସମାରୋହଟି ମୋର ଉଦ୍ଦେଶ୍ୟ ପୂରଣ ପାଇଁ ଭୂମିକା ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି। ଦ୍ୱିତୀୟଟି, ମୋର ବ୍ୟକ୍ତିଗତ ଲାଭ ଅଟେ, ବ୍ୟକ୍ତିଗତ ଲାଭଟି ହେଉଛି ଯେ 2029ରେ ଯେଉଁମାନେ ଭୋଟ ଦେବାକୁ ଯିବେ, ସେମାନଙ୍କୁ ଜଣାନାହିଁ ଯେ, 2014 ପୂର୍ବରୁ ସାମ୍ପ୍ରତିକ ସମ୍ବାଦପତ୍ରର ହେଡଲାଇନ କିପରି ଥିଲା, ସେମାନେ ଜାଣନ୍ତି ନାହିଁ, 10-10, 12-12 ଲକ୍ଷ କୋଟିର ଘୋଟାଲା ହେଉ ଥିଲା, ସେମାନେ ଜାଣନ୍ତି ନାହିଁ, ଯେତେବେଳେ ସେମାନେ 2029ରେ ଭୋଟ ଦେବାକୁ ଯିବେ, ସେମାନଙ୍କ ସାମ୍ନାରେ ତୁଳନା ପାଇଁ କିଛି ନଥିବ ଏବଂ ଏଥିପାଇଁ ମତେ ସେହି ମାପଦଣ୍ଡରୁ ପାର ହେବାକୁ ହେବ, ଏବଂ ମୋର ଦୃଢ ବିଶ୍ୱାସ ଅଛି, ଯେ ପ୍ରସ୍ତୁତ କରାଯାଇଥିବା ଏହି ଭୂମିକା ସେତେବେଳେ ଏହି କାମକୁ ଶକ୍ତ କରିଦେବ।

ବନ୍ଧୁଗଣ,

ଆଜି ସମଗ୍ର ବିଶ୍ୱ କହୁଛି ଯେ ଏହା ଭାରତର ସମୟ ଅଟେ, ଏହା ଆପଣ ଶୁଣି ନାହାନ୍ତି। ଭାରତର ଉପଲବ୍ଧିଗୁଡ଼ିକ, ଭାରତର ସଫଳତାଗୁଡ଼ିକ ସାରା ବିଶ୍ୱରେ ଏକ ନୂତନ ଆଶା ସଂଚାର କରିଛି। ଯେଉଁ ଭାରତ ବିଷୟରେ କୁହାଯାଉଥିଲା, ଏହା ନିଜେ ମଧ୍ୟ ଡୁବିବ ଓ ଆମକୁ ମଧ୍ୟ ଡୁବାଇ ଦେବ, ସେହି ଭାରତ ଆଜି ବିଶ୍ୱର ବିକାଶର ନେତୃତ୍ୱର ପରିଚାଳନା କରୁଛି। ଆମ ଭାରତର ଭବିଷ୍ୟତ କଣ, ଆମକୁ ଏହା ଆଜିର ଆମ କାମ ଓ ସିଦ୍ଧିରୁ ପ୍ରତୀତ ହେଉଛି।  ସ୍ୱାଧୀନତାର 65 ବର୍ଷ ପରେ ମଧ୍ୟ ଭାରତ ବିଶ୍ୱ ଅର୍ଥନୀତିର ୧୧ ନମ୍ବରରେ ଥିଲା। ବିଗତ  ଦଶକରେ ଆମେ ବିଶ୍ୱ ଅର୍ଥନୀତିର ପାଞ୍ଚ ନମ୍ବରରେ ପହଞ୍ଚିଛୁ ଏବଂ ବର୍ତ୍ତମାନ ଦ୍ରୁତଗତିରେ ବିଶ୍ୱର ତୃତୀୟ ଅର୍ଥନୈତିକ ରାଷ୍ଟ୍ର ଦିଗକୁ ଅଗ୍ରସର ହେଉଛୁ।

 

ବନ୍ଧୁଗଣ,

ମୁଁ ଆପଣଙ୍କୁ 18 ବର୍ଷ ପୂର୍ବର କଥା ସ୍ମରଣ କରାଉଛି। ଏହା 18 ବର୍ଷର ପ୍ରମୁଖ କାରଣ, କାରଣ ଯେଉଁମାନେ 18 ବର୍ଷ ବୟସର ହୋଇଛନ୍ତି, ଯେଉଁମାନେ ପ୍ରଥମଥର ଭୋଟ ଦେଉଛନ୍ତି, ସେମାନଙ୍କୁ 18 ବର୍ଷ ପୂର୍ବ କଥା ଜଣାନାହିଁ।  ସେଥିପାଇଁ ମୁଁ ଏହି ସଂଖ୍ୟା ନେଇଛି। 18 ବର୍ଷ ପୂର୍ବରୁ ଅର୍ଥାତ୍‌ 2007ରେ ଭାରତର ବାର୍ଷିକ GDP ଏକ ଲକ୍ଷ କୋଟି ଡଲାରରେ ପହଞ୍ଚିଥିଲା। ଅର୍ଥାତ୍‌ ସହଜ ଶବ୍ଦରେ କହିବାକୁ ଗଲେ, ଏହା ହେଉଛି ସେହି ସମୟ ଯେତେବେଳେ ଏକ ବର୍ଷରେ ଭାରତରେ ଏକ ଲକ୍ଷ କୋଟି ଡଲାରର ଅର୍ଥେନୈତିକ ନେଣଦେଣ ହେଉଥିଲା। ବର୍ତ୍ତମାନ ଦେଖନ୍ତୁ ଏବେ କଣ ହେଉଛି? ବର୍ତ୍ତମାନ ଏକ କ୍ୱାଟରରେ ଗୋଟିଏ ବର୍ଷରେ ଏକ ଲକ୍ଷ କୋଟି ଡଲାର ଅର୍ଥନୈତିକ ନେଣଦେଣ ହୋଇପାରୁଛି। ଏହାର କଣ ଅର୍ଥ ପ୍ରତିଫଳିତ ହେଉଛି? 18 ବର୍ଷ ପୂର୍ବର ଭାରତରେ ଏକ ବର୍ଷରେ ଯେତିକି ଅର୍ଥନୈତିକ କାରବାର ହେଉଥିଲା, ବର୍ତ୍ତମାନ ୩ ମାସରେ ହିଁ ସେତିକି କାରବାର ହୋଇପାରୁଛି। ଏହା ଦର୍ଶାଉଛି ଯେ, ଆଜିର ଭାରତ କିପରି ଦ୍ରୁତ ଗତିରେ ଆଗକୁ ଅଗ୍ରସର ହେଉଛି। ମୁଁ ଆପଣଙ୍କୁ କିଛି ଉଦାହରଣ ଦେବି, ଯାହା ପ୍ରଦର୍ଶିତ କରୁଛି ଯେ ପୂର୍ବ ଦଶକରେ କିପରି ବଡ ପରିବର୍ତ୍ତନ ଆସିଛି ଏବଂ ଫଳାଫଳ ମଧ୍ୟ ମିଳିଛି। ପୂର୍ବ ୧୦ ବର୍ଷରେ, ଆମେ 25 କୋଟି ଲୋକଙ୍କୁ ଗରିବୀରୁ ବାହାର କରିବାରେ ସଫଳ ହୋଇଛୁ। ଏହି ସଂଖ୍ୟା କିଛି ଦେଶର ମୋଟ ଜନସଂଖ୍ୟାରୁ ମଧ୍ୟ ବେଶି। ଆପଣ ସେହି ସମୟକୁ ମନେ ପକାନ୍ତୁ, ଯେତେବେଳେ ସରକାର ନିଜେ ସ୍ୱୀକାର କରୁଥିଲେ, ପ୍ରଧାନମନ୍ତ୍ରୀ ନିଜେ କହିଥିଲେ, ଯେ ଗୋଟିଏ ଟଙ୍କା ପଠାଇଲେ ମାତ୍ର 15 ପଇସା ଗରିବଙ୍କ ପାଖରେ ପହଁଚୁଥିଲା, ସେ 85 ପଇସା କିଏ ଖାଇଯାଇଥିଲା, ଏବଂ ଇଏ ଆଜିର ସମୟ। ପୂର୍ବ ଦଶକରେ ଗରିବଙ୍କ ଖାତାରେ, DBT ମାଧ୍ୟମରେ, ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଦ୍ୱାରା 42 ଲକ୍ଷ କୋଟି ଟଙ୍କାରୁ ଅଧିକ ଟ୍ରାନ୍ସଫର କରାଯାଇଛି, 42 ଲକ୍ଷ କୋଟି ଟଙ୍କା। ଯଦି ଆପଣ ସେହି ହିସାବ କରିବେ, ଟଙ୍କାକରୁ 15 ପଇସା ହିସାବ, ତେବେ 42 ଲକ୍ଷ କୋଟିର ହିସାବ କଣ ହେବ? ବନ୍ଧୁଗଣ, ଆଜି ଦିଲ୍ଲୀରୁ ଟଙ୍କାଟିଏ ବାହାରିଲେ 100 ପଇସା ଶେଷ ସ୍ଥାନରେ ପହଞ୍ଚିପାରୁଛି।

ବନ୍ଧୁଗଣ,

10 ବର୍ଷ ପୂର୍ବରୁ ସୋଲାର ଏନର୍ଜି କ୍ଷେତ୍ରରେ ଭାରତକୁ ଦୁନିଆରେ କେହି ଗଣନା କରୁ ନଥିଲେ।  କିନ୍ତୁ ଆଜି ଭାରତ ସୋଲାର ଏନର୍ଜି କ୍ଷେତ୍ରରେ ଦୁନିଆର ଶୀର୍ଷ-5 ଦେଶ ମଧ୍ୟରୁ ଅନ୍ୟତମ ରାଷ୍ଟ୍ର ଭାବରେ ପରିଗଣିତ ହେଉଛି। ଆମେ ସୋଲାର ଏନର୍ଜି କ୍ଷମତାକୁ 30 ଗୁଣା ବଢାଇଛୁ। ସୋଲାର ମଡ୍ୟୁଲ ମାନୁଫାକ୍ଚରିଂରେ ମଧ୍ୟ 30 ଗୁଣା ବୃଦ୍ଧି ହୋଇଛି। 10 ବର୍ଷ ପୂର୍ବରୁ ଆମେ ହୋଲିର ପିଚକାରୀ ସହିତ, ଶିଶୁଙ୍କର ଖେଳନା ମଧ୍ୟ ବିଦେଶରୁ ଆମଦାନୀ କରୁଥିଲୁ। ଆଜି ଆମର ଖେଳନା ରପ୍ତାନୀରେ 3 ଗୁଣା ବୃଦ୍ଧି ହୋଇଛି। 10 ବର୍ଷ ପୂର୍ବରୁ ଆମେ ଆମର ସେନା ପାଇଁ ରାଇଫଲ୍ ମଧ୍ୟ ବିଦେଶରୁ ଆମଦାନୀ କରୁଥିଲୁ ଏବଂ ପୂର୍ବ 10 ବର୍ଷ ମଧ୍ୟରେ ଆମର ଡିଫେନ୍ସ ଏକ୍ସପୋର୍ଟ 20 ଗୁଣା ବୃଦ୍ଧି ପାଇଛି।

 

ବନ୍ଧୁଗଣ,

ଏହି 10 ବର୍ଷ ମଧ୍ୟରେ, ଆମେ ଦୁନିଆର ଦ୍ୱିତୀୟ ସବୁଠାରୁ ବଡ ଷ୍ଟିଲ୍ ଉତ୍ପାଦକ, ଦୁନିଆର ଦ୍ୱିତୀୟ ସବୁଠାରୁ ବଡ ମୋବାଇଲ୍ ଫୋନ୍ ମାନ୍ୟୁଫ୍ୟାକ୍ଚରର ଏବଂ ଦୁନିଆର ତୃତୀୟ ସବୁଠାରୁ ବଡ ଷ୍ଟାର୍ଟୱାପ୍ ଇକୋସିଷ୍ଟମ୍ ହୋଇପାରିଛୁ। ଏହି 10 ବର୍ଷରେ ଆମେ ଭିତ୍ତିଭୂମି କ୍ଷେତ୍ରରେ ବ୍ୟୟ ଅଟ୍ଟକଳକୁ, ପାଞ୍ଚ ଗୁଣା ବୃଦ୍ଧି କରିଛୁ। ଦେଶରେ ବିମାନବନ୍ଦର ସଂଖ୍ୟା ଦୁଇଗୁଣା ହୋଇଛି। ଏହି 10 ବର୍ଷରେ, ଦେଶରେ ଅପରେସନାଲ ଏମ୍ସର ସଂଖ୍ୟା ତିନି ଗୁଣା ହୋଇଛି। ଏଥିସହିତ ଏହି 10 ବର୍ଷରେ ମେଡିକାଲ୍ କଲେଜ ଏବଂ ମେଡିକାଲ୍ ସିଟ୍‌ସର ସଂଖ୍ୟା ମଧ୍ୟ ପ୍ରାୟ ଦୁଇଗୁଣା ବୃଦ୍ଧି ପାଇଛି।

ବନ୍ଧୁଗଣ,

ଆଜିର ଭାରତର ବିଚାରଶକ୍ତି କିଛି ଅନ୍ୟ ପ୍ରକାର। ଆଜିର ଭାରତ ବଡ଼ ଚିନ୍ତା କରେ, ବଡ ଲକ୍ଷ୍ୟ ସ୍ଥିର କରେ ଏବଂ ଆଜିର ଭାରତ ବଡ ଫଳାଫଳ ହାସଲ କରି ଦେଖାଏ। ଏହା ଏଇଥିପାଇଁ ସମ୍ଭବ ହୋଇପାରୁଛି, କାରଣ ଦେଶର ଚିନ୍ତାଧାରା ବଦଳି ଯାଇଛି, ଭାରତ ବଡ ଆକାଂକ୍ଷା ସହିତ ଆଗକୁ ଅଗ୍ରସର ହେଉଛି। ପୂର୍ବରୁ ଆମର ଚିନ୍ତା ଥିଲା, ହେଉଛି ତ ହେଉଛି, ଚଳୁଛି ତ ଚଳିବାକୁ ଦିଅ, ଯାହା ହେବ ହେବ, ନିଜେ ନିଜର ଦେଖ। ପୂର୍ବର ଚିନ୍ତାଧାରା କେତେ ସଂକୀର୍ଣ୍ଣ ଥିଲା। ମୁଁ ଏହାର ଗୋଟିଏ ଉଦାହରଣ ଦେଉଛି, ଏକ ସମୟ ଥିଲା, ଯଦି କୌଣସି ସ୍ଥାନରେ ମରୁଡି ହୋଇଯାଏ, ମରୁଡିଗ୍ରସ୍ତ ଅଞ୍ଚଳ ହେଲେ, ସେହି ସମୟରେ କଂଗ୍ରସର ଅନୁଶାସନ ଥିଲା, ତେଣୁ ଗାଁର ଲୋକ ମେମୋରେଣ୍ଡମ୍ ଦେଇଥିଲେ, ଗାଁ ଲୋକ କଣ ଦାବି କରିଥିଲେ, ଯେ ସାହବ ଅକାଳ ହେଉଛି, ତେବେ ସେ ସମୟରେ ରିଲିଫ୍ କାମ ଆରମ୍ଭ ହୋଇଜାଉ, ଗାତ ଖୋଳିବେ, ମାଟି ବାହାର କରିବେ, ଅନ୍ୟ ଗାତରେ ଭରିଦେଵେ, ଏହି ଦାବି କରୁଥିଲେ ଲୋକେ, କେହି କହୁଥିଲେ କଣ ଦାବି କରୁଥିଲେ, ଯେ ସାହବ ମୋର ଅଞ୍ଚଳରେ ଗୋଟିଏ ହ୍ୟାଣ୍ଡ ପମ୍ପ ଲଗାଇଦିଅ, ପାଣି ପାଇଁ ହ୍ୟାଣ୍ଡ ପମ୍ପ ଦାବି କରୁଥିଲେ, କେବେ କେବେ ସାଂସଦ କଣ ଦାବି କରୁଥିଲେ, ଗ୍ୟାସ୍ ସିଲିଣ୍ଡର ଏହାକୁ ଟିକେ ଶୀଘ୍ର ଦିଅ, ସାଂସଦ ଏହି କାମ କରୁଥିଲେ, ତାଙ୍କୁ 25 କୁପନ ମିଳୁଥିଲା ଏବଂ ସେହି 25 କୁପନ ପାର୍ଲିୟାମେଣ୍ଟ ସଦସ୍ୟ ନିଜର ସମ୍ପୁର୍ଣ୍ଣ ଅଂଚଳରେ ଗ୍ୟାସ୍ ସିଲିଣ୍ଡର ପାଇଁ ଉପଯୋଗ କରୁଥିଲେ। ଗୋଟିଏ ବର୍ଷରେ ଗୋଟିଏ MP 25 ସିଲିଣ୍ଡର ଏବଂ ଏହି ଅବସ୍ଥା 2014 ପର୍ଯ୍ୟନ୍ତ ଥିଲା। MP କଣ ଦାବି କରୁଥିଲେ, ସାହିବ ଏହି ଯୋଉ ଟ୍ରେନ୍ ଯାଉଛି ନା, ମୋ ଅଞ୍ଚଳରେ ଗୋଟିଏ ଷ୍ଟପେଜ୍‌ ଦେଇଦିଅ, ଷ୍ଟପେଜ୍‌ ଦାବି ହେଉଥିଲା। ଏ ସମସ୍ତ କଥା ମୁଁ 2014 ପୂର୍ବର କଥା କହୁଛି, ବହୁତ ପୁରୁଣା କଥା ନୁହେଁ। କଂଗ୍ରେସ୍ ଦେଶର ଲୋକମାନଙ୍କର ଆକାଂକ୍ଷାକୁ ଚାପି ଦେଇଥିଲା। ସେଥିପାଇଁ ଦେଶର ଲୋକମାନେ ଆଶା କରିବା ଛାଡିଦେଇଥିଲେ। ଧରି ନେଇଥିଲେ ଏମାନଙ୍କ ଦ୍ୱାରା କିଛି ହବନାହିଁ।  କ’ଣ କରୁଛି କରୁ। ଲୋକମାନେ କହୁଥିଲେ, ଭାଇ ଠିକ୍‌ ଅଛି, ତମେ ଏତିକି କରିପାରିବ ତ କରିଦିଅ। ଆଉ ଆଜି ଆପଣ ଦେଖନ୍ତୁ, ପରିସ୍ଥିତି ଏବଂ ଚିନ୍ତାଶକ୍ତିରେ କେତେ ଦ୍ରୁତ ଗତିରେ ପରିବର୍ତ୍ତନ ଆସିଛି। ଏବେ ଲୋକମାନେ ଜାଣିଛନ୍ତି କେଉଁମାନେ କାମ କରିପାରିବେ, କେଉଁମାନେ ଫଳାଫଳ ଆଣିପାରିବେ, ଏହା ସାଧାରଣ ନାଗରିକ ନୁହେଁ, ଆପଣ ସଦନର ଭାଷଣ ଶୁଣିବେ, ତ ବିପକ୍ଷ ମଧ୍ୟ ଏହି କଥା କହୁଛି, ମୋଦୀ ଜୀ ଏହା କାହିଁକି କରୁନାହାନ୍ତି, ଏହାର ଅର୍ଥ ସେମାନେ ଜାଣନ୍ତି ଯେ ଇୟେ କରିବେ।

 

ବନ୍ଧୁଗଣ,

ଆଜି ଯେଉଁ ଆକାଂକ୍ଷା ରହିଛି, ତାହାର ପ୍ରତିବିମ୍ବ ତାଙ୍କ କଥାରେ ଝଲସୁଛି, କହିବାର କୌଶଳ ବଦଳି ଯାଇଛି, ବର୍ତ୍ତମାନ ଲୋକଙ୍କର ଦାବି କଣ ଆସୁଛି? ଲୋକମାନେ ପ୍ରଥମେ ଷ୍ଟପେଜ୍ ମାଗୁଥିଲେ, ବର୍ତ୍ତମାନ ଆସି କହୁଛନ୍ତି କୀ, ମୋର ଏଠାରେ ମଧ୍ୟ ଏକ ବନ୍ଦେ ଭାରତ ଆରମ୍ଭ କରିଦିଅ। କିଛି ଦିନ ପୂର୍ବରୁ ମୁଁ କୁୱେତ୍‌ ଯାଇଥିଲି। ସାଧାରଣତଃ ମୁଁ ଯେତେବେଳେ ଲେବର୍ କ୍ୟାମ୍ପରେ ବାହାରକୁ ଯାଏ ମୋ ଦେଶବାସୀ ଯେଉଁଠାରେ କାମ କରୁଛନ୍ତି ମୁଁ ତାଙ୍କ ସହ ସାକ୍ଷାତ ପାଇଁ ସବୁବେଳେ ଚେଷ୍ଟା କରେ। ତେଣୁ ମୁଁ ସେଠାକାର ଲେବର କଲୋନୀକୁ ଯାଇଥିଲି, ଆମର ଯେଉଁ ଶ୍ରମିକ ଭାଇ ଭଉଣୀମାନେ ଅଛନ୍ତି, କୁୱେତ୍‌ରେ କାମ କରନ୍ତି, କିଏ 10 ବର୍ଷରୁ ତ କିଏ 15 ବର୍ଷରୁ କାମ କରୁଛନ୍ତି,  ମୁଁ ସେମାନଙ୍କ ସହିତ କଥା ହେଉଥିଲି, ବିହାରର ଜଣେ ଶ୍ରମିକ ଯେଉଁ ବ୍ୟକ୍ତି 9 ବର୍ଷରୁ କୁୱେତ୍‌ରେ କାମ କରୁଛନ୍ତି, ସେ ବେଳେ ବେଳେ ଆସନ୍ତି, ମୁଁ ଯେତେବେଳେ ତାଙ୍କ ସହିତ କଥା ହେଉଥିଲି, ସେ କହିଲେ ସାହିବ, ମୋତେ ଏକ ପ୍ରଶ୍ନ ପଚାରିବାର ଥିଲା, ମୁଁ କହିଲି ପଚାର, ସେ କହିଲେ ସାହିବ, ମୋର ଗାଁ ପାଖରେ ଡିସ୍ଟ୍ରିକ୍ଟ ହେଡ୍ କ୍ୱାର୍ଟର ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ବନାଇଦିଅନ୍ତୁ।  ମୁଁ ଏତେ ପ୍ରସନ୍ନ ହେଲି, ଯେ ମୋର ଦେଶର ନାଗରିକ ବିହାରର ଏକ ଗାଁର ଶ୍ରମିକ ଯେ 9 ବର୍ଷରୁ କୁୱେତ୍‌ରେ ମଜଦୁରୀ କରୁଛି, ସେ ବି ଚିନ୍ତାକରି ଦେଖୁଛି, ଏବେ ମୋର ଡିସ୍ଟ୍ରିକ୍ଟରେ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ହେବ। ଏହା ହେଉଛି, ଆଜିର ଭାରତର ଏକ ସାଧାରଣ ନାଗରିକର ଆକାଂକ୍ଷା। ଯାହା ବିକଶିତ ଭାରତ ଲକ୍ଷ୍ୟ ଦିଗରେ ସାରା ଭାରତକୁ ଗତି ଦେଉଛି।

ବନ୍ଧୁଗଣ,

କୌଣସି ସମାଜର, କୌଣସି ଦେଶର କ୍ଷମତା ସେତିକିବେଳେ ବୃଦ୍ଧି ପାଏ, ଯେତେବେଳେ ତା’ର ନାଗରିକମାନଙ୍କର ଅଂକୁଶ ହଟାଇ ଦିଆଯାଏ, ପ୍ରତିବନ୍ଧକ ପ୍ରତିହତ ହୋଇଥାଏ, ବାଧାବିଘ୍ନର ପାଚେରୀ ଧୂଳିସାତ୍‌ ହୁଏ। ସେତିକିବେଳେ ସେହି ଦେଶର ନାଗରିକମାନଙ୍କର ସାମର୍ଥ୍ୟ ବୃଦ୍ଧି ପାଏ, ଆକାଶର ଉଚ୍ଚତା ମଧ୍ୟ ସେମାନଙ୍କ ପାଇଁ ଛୋଟ ହୋଇଯାଏ। ସେଥିପାଇଁ, ଆମେ ନିରନ୍ତର ତାଙ୍କ ବାଧାବିଘ୍ନକୁ ହଟାଇ ଚାଲିଛୁ, ଯାହା ପୂର୍ବ ସରକାର ନାଗରିକଙ୍କ ସମ୍ମୁଖରେ ପ୍ରତିବନ୍ଧକ ଲଗାଇଥିଲେ। ଏବେ ମୁଁ ଉଦାହରଣ ଦେଉଛି ସ୍ପେସ ସେକ୍ଟର। ସ୍ପେସ ସେକ୍ଟରରେ ପୂର୍ବରୁ ସବୁ କିଛି ISROର ଦାୟିତ୍ଵରେ ଥିଲା। ISRO ନିଶ୍ଚିତ ଭାବେ ବଢିଆ କାମ କରିଛି, କିନ୍ତୁ ଅନ୍ତରୀକ୍ଷ ବିଜ୍ଞାନ ଏବଂ ଉନ୍ମୁକ୍ତତାବାଦୀଙ୍କ ପ୍ରତି ଦେଶର ଯେଉଁ ବାକି ସାମର୍ଥ୍ୟ ଥିଲା ତା’ର ଉପଯୋଗ ହୋଇପାରୁ ନଥିଲା। ସବୁ କିଛି ISROରେ ସୀମିତ ଥିଲା। ଆମେ ସାହସ କରି ସ୍ପେସ ସେକ୍ଟରକୁ ନୂତନ ଯୁବବର୍ଗଙ୍କ ପାଇଁ ଖୋଲି ଦେଲୁ। ଯେତେବେଳେ ମୁଁ ନିର୍ଣ୍ଣୟ ନେଲି, କୌଣସି ସମ୍ବାଦପତ୍ରର ଶୀର୍ଷକ ହୋଇ ନଥିଲା, କାରଣ ବୁଝିବା ମଧ୍ୟ କଷ୍ଟ ଥିଲା। ରିପବ୍ଲିକ ଟିଭିର ଦର୍ଶକମାନେ ଜାଣି ଖୁସି ହେବେ, ଯେ ଆଜି ଅଢେଇ ଶହରୁ ଅଧିକ ସ୍ପେସ ଷ୍ଟାର୍ଟଅପ୍ସ ଦେଶରେ ତିଆରି ହୋଇଛି। ଏହା ମୋ ଦେଶର ଯୁବ ପ୍ରତିଭାର କମାଲ। ସେହି ଷ୍ଟାର୍ଟଅପ୍ସ ଆଜି, ବିକ୍ରମ-ଏସ ଏବଂ ଅଗ୍ନିବାଣ ଭଳି ରକେଟ୍‌ଗୁଡିକ ତିଆରି କରୁଛି। ଠିକ୍‌ ଏହିପରି ମ୍ୟାପିଂ ସେକ୍ଟରରେ ମଧ୍ୟ ଘଟିଥିଲା, ଏତେ ପ୍ରତିବନ୍ଧକ ଥିଲା, ଆପଣ ଏକ ଏଟଲେସ୍‌ ମଧ୍ୟ ନିର୍ମାଣ କରିପାରିବେ ନାହିଁ, ପ୍ରଯୁକ୍ତିବିଦ୍ୟା ବଦଳି ସାରିଛି। ପୂର୍ବରୁ ଯଦି ଭାରତରେ କୌଣସି ମ୍ୟାପ୍ ତିଆରି କରିବାକୁ ହୁଏ, ତେବେ ସେଥିପାଇଁ ତାକୁ ସରକାରୀ ଦପ୍ତରକୁ ବର୍ଷ ବର୍ଷ ଧରି ଚକ୍କର କାଟିବାକୁ ପଡୁଥିଲା। ଆମେ ସେ ପ୍ରତିବନ୍ଧକକୁ ହଟାଇଛୁ। ଆଜି Geo-spatial mapping ସହିତ ସଂପୃକ୍ତ ତଥ୍ୟ, ନୂତନ ଷ୍ଟାର୍ଟଅପ୍‌ ଗୁଡିକର ପଥ ଉନ୍ମୁକ୍ତ କରୁଛି।

 

ବନ୍ଧୁଗଣ,

ନ୍ୟୁକ୍ଲିୟର ଏନର୍ଜୀ, ନ୍ୟୁକ୍ଲିୟର ଏନର୍ଜୀ କ୍ଷେତ୍ରକୁ ମଧ୍ୟ ପ୍ରଥମେ ସରକାରୀ ନିୟନ୍ତ୍ରଣରେ ରଖା ଯାଇଥିଲା। ବନ୍ଧନ ଥିଲା, ପାଚେରୀ ଠିଆ କରି ଦିଆଯାଇଥିଲା। ଏବେ ଏହି ବର୍ଷର ବଜେଟ୍‌ରେ ସରକାର ଏହାକୁ ମଧ୍ୟ ପ୍ରାଇଭେଟ୍ ସେକ୍ଟର ପାଇଁ ଖୋଲିବାର ଘୋଷଣା କରିଛନ୍ତି। ଏଥିରୁ 2047 ପର୍ୟନ୍ତ 100 ଗିଗାୱାଟ୍ ନ୍ୟୁକ୍ଲିୟର ଏନର୍ଜୀ କ୍ଷମତା ଯୋଡିବାର ମାର୍ଗ ମଜବୁତ ହୋଇଛି।

ବନ୍ଧୁଗଣ,

ଆପଣ ଆଶ୍ଚର୍ଯ୍ୟ ହେବେ, ଆମର ଗ୍ରାମରେ 100 ଲକ୍ଷ କୋଟି ଟଙ୍କା, Hundred lakh crore rupees, ତାଠୁ ଅଧିକ ଆର୍ଥିକ ସାମର୍ଥ୍ୟ ରହିଛି। ମୁଁ ଆପଣଙ୍କ ସାମ୍ନାରେ ପୁଣି ଥରେ ଏହି ସଂଖ୍ୟା ଦୋହରାଉଛି - 100 ଲକ୍ଷ କୋଟି ଟଙ୍କା, ଏହା କୌଣସି କ୍ଷୁଦ୍ର ସଂଖ୍ୟା ନୁହେଁ, ଏହାର ଆର୍ଥିକ ସାମର୍ଥ୍ୟ ଗାଁରେ ଯେଉଁ ଘର ଅଛି ସେହି ରୂପରେ ଅବସ୍ଥିତ ଅଛି। ମୁଁ ଆପଣକୁ ଅଧିକ ସହଜ ଭାବେ ବୁଝାଊଛି। ଏବେ ଯେପରିକି ଏଠାରେ ଦିଲ୍ଲୀ ସହରରେ ଆପଣଙ୍କ ଘର 50 ଲକ୍ଷ, 1 କୋଟି, 2 କୋଟି ମୂଲ୍ୟର ରହିଛି। ଆପଣଙ୍କ ସମ୍ପତ୍ତିର ମୂଲ୍ୟାଙ୍କନ ଅନୁସାରେ, ଆପଣଙ୍କୁ ବ୍ୟାଙ୍କରୁ ଋଣ ମଧ୍ୟ ମିଳିଯାଉଛି। ଆପଣଙ୍କ ଘର ଦିଲ୍ଲୀରେ ତ ଆପଣ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଋଣ ନେଇ ପାରିବେ। ଏବେ କିନ୍ତୁ  ପ୍ରଶ୍ନ ଉଠୁଛି ଯେ, ଘର ଦିଲ୍ଲୀରେ ନୁହେଁ, ଗାଁରେ ବି ତ ଅଛି।  ଗାଁରେ ବି ମାଲିକ ଅଛନ୍ତି। ସେଠାରେ ସେମିତି କାହିଁକି ହୋଇପାରୁ ନାହିଁ। କାରଣ ଗାଁରେ ଥିବା ଘର ଉପରେ ଲୋନ୍‌ ଏଇଥିପାଇ ମିଳେନାହିଁ କାରଣ ଗ୍ରାମରେ ଥିବା ଘରର ଲିଗଲ ଡକ୍ୟୁମେଣ୍ଟ ଠିକ୍‌ ନଥାଏ। ସଠିକ୍‌ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇନଥାଏ। ଏଥିପାଇଁ ଗାଁରେ ଥିବା ଏହି ସାମର୍ଥ୍ୟର ଉଚିତ ଲାଭ ଦେଶକୁ, ଦେଶବାସୀଙ୍କୁ ମିଳିପାରେ ନାହିଁ। ଏହା କେବଳ ଭାରତର ସମସ୍ୟା ନୁହେଁ, ବିଶ୍ୱର ବଡ଼ ବଡ଼ ଦେଶରେ ଲୋକଙ୍କ ପାଖରେ ସମ୍ପତ୍ତିର ଅଧିକାର ନାହିଁ। ବଡ ବଡ ବିଶ୍ୱସ୍ତରୀୟ ସଂସ୍ଥାଗୁଡିକ କହନ୍ତି, ଯେଉଁ ଦେଶ ତାଙ୍କ ଲୋକଙ୍କୁ ସମ୍ପତ୍ତି ଅଧିକାର ଦେଇଥାଏ, ସେ ଦେଶର GDPରେ ଅଗ୍ରଗତି ଦେଖବାକୁ ମିଳିଥାଏ।

 

ବନ୍ଧୁଗଣ,

ଭାରତରେ ଥିବା ଗାଁ’ର ଘରଗୁଡ଼ିକୁ ପ୍ରୋପର୍ଟି ରାଇଟ୍ସ ଦେବା ପାଇଁ ଆମେ ଏକ ସ୍ୱାମିତ୍ୱ ସ୍କୀମ୍ ଆରମ୍ଭ କରିଛୁ। ଏଥିପାଇଁ ଆମେ ଗାଁ-ଗାଁରେ ଡ୍ରୋନ୍ ସାହାଯ୍ୟରେ ସର୍ଭେ କାର୍ଯ୍ୟ କରାଉଛୁ। ଗାଁର  ପ୍ରତ୍ୟେକଟି ଘରର ମ୍ୟାପିଂ କରାଉଛୁ। ଆଜି ସାରା ଦେଶରେ ଗାଁ’ ଘରର ପ୍ରୋପର୍ଟି କାର୍ଡ ଲୋକମାନଙ୍କୁ ଦିଆଯାଉଛି। ଦୁଇ କୋଟିରୁ ଅଧିକ ପ୍ରୋପର୍ଟି କାର୍ଡ ସରକାର ବାଣ୍ଟିସାରିଲେଣି ଏବଂ ଏହି କାମ ନିରନ୍ତର ଜାରି ରହିଛି। ପ୍ରୋପର୍ଟି କାର୍ଡ ନଥିବା କାରଣରୁ ପୂର୍ବରୁ ଗାଁ’ଗୁଡିକର ଅନେକ ଗଣ୍ଡଗୋଳ ହେଉଥିଲା। ଲୋକମାନେ ଅଦାଲତର ଚକ୍କର କାଟୁଥିଲେ। ଏହା ଏବେ ବନ୍ଦ ହୋଇଛି। ଏହି ପ୍ରୋପର୍ଟି କାର୍ଡ୍‌ରେ ଏବେ ଗାଁର ଲୋକମାନଙ୍କୁ ବ୍ୟାଙ୍କରୁ ଲୋନ୍ ମିଳୁଛି, ଏଥିରେ ଗାଁ’ର ଲୋକମାନେ ନିଜର ବ୍ୟବସାୟ ଆରମ୍ଭ କରୁଛନ୍ତି, ସ୍ୱରୋଜଗାର କରୁଛନ୍ତି। ଏବେ ମୁଁ ଗୋଟିଏ ଦିନ ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ ଭିଡିଓ କନ୍‌ଫରେନ୍‌ସ ମାଧ୍ୟମରେ ଲାଭାର୍ଥୀମାନଙ୍କ ସହିତ କଥା ହେଉଥିଲି, ମୋତେ ରାଜସ୍ଥାନର ଏକ ଭଉଣୀ ମିଳିଲେ, ସେ କହିଲେ ଯେ ‘ମୁଁ ମୋର ଗାଁରେ ପ୍ରୋପର୍ଟି କାର୍ଡ ମିଳିବା ପରେ 9 ଲକ୍ଷ ଟଙ୍କାର ଲୋନ୍ ନେଲି। ସେହି ଟଙ୍କାରେ ମୁଁ ବ୍ୟବସାୟ ଆରମ୍ଭ କରିଛି ଓ ଅଧା ଲୋନ୍ ବ୍ୟାଙ୍କକୁ ଫେରସ୍ତ ଦେଇଛି। ଏବେ ମୋତେ ପୂରା ଲୋନ୍ ଫେରସ୍ତ କରିବାରେ ଆଉ ବେଶି ସମୟ  ଲାଗିବ ନାହିଁ। ମୋତେ ଅଧିକ ଲୋନ୍ ମିଳିବାର  ସମ୍ଭାବନା ବୃଦ୍ଧି ପାଇଛି।‘ କେତେ ଆତ୍ମବିଶ୍ୱାସ ବଢିଛି।

ବନ୍ଧୁଗଣ,

ଏହି ଯେତେ ବି ଉଦାହରଣ ମୁଁ ଦେଇଛି, ତାହାର ସବୁଠାରୁ ବଡ ହିତାଧିକାରୀ ମୋର ଦେଶର ଯୁବକଙ୍କ ପାଇଁ। ସେହି ଯୁବବର୍ଗ, ଯାହା ବିକଶିତ ଭାରତର ସବୁଠାରୁ ବଡ ଷ୍ଟକହୋଲ୍ଡର। ଯେଉଁ ଯୁବବର୍ଗ, ଆଜିର ଭାରତର X-Factor। ଏହି Xର ଅର୍ଥ ହେଉଛି, Experimentation Excellence ଏବଂ Expansion, Experimentation ଅର୍ଥାତ୍‌ ଆମର ଯୁବବର୍ଗ ପାରମ୍ପରିକ ପ୍ରଣାଳୀରୁ ଆଗକୁ ଅଗ୍ରସର ହୋଇ ନୂଆ ଦିଗ ଆପଣାଇଛନ୍ତି। Excellence ଅର୍ଥାତ୍‌ ନବଯୁବକମାନେ Global Benchmark ନିର୍ଦ୍ଧାରଣ କରିଛନ୍ତି। Expansion  ଅର୍ଥାତ୍‌ ନବପ୍ରବର୍ତ୍ତନକୁ ଆମ ଦେଶର ଯୁବବର୍ଗ ୧୪୦ କୋଟି ଦେଶବାସୀଙ୍କ ପାଇଁ ସ୍କେଲ-ଅପ୍‌ କରିଛନ୍ତି। ଆମର ଯୁବପିଢି, ଦେଶର ବଡ ସମସ୍ୟାଗୁଡ଼ିକର ସମାଧାନ ଦେଇପାରିବେ, କିନ୍ତୁ ଏହି ଶକ୍ତିର ସଦୁପଯୋଗ ପୂର୍ବରୁ ହୋଇପାରିନାହିଁ। ହାକାଥନ ପ୍ରକ୍ରିୟାରେ ଯୁବକମାନେ, ଦେଶର ସମସ୍ୟାର ସମାଧାନ ଦେଇପାରିବେ, ଏହା ଉପରେ ପୂର୍ବରୁ ସରକାର ଚିନ୍ତା ବି କରି ନଥିଲେ। ଆଜି ଆମେ ପ୍ରତି ବର୍ଷ ସ୍ମାର୍ଟ ଇଣ୍ଡିଆ ହାକାଥନର ଆୟୋଜନ କରୁଛୁ। ଏପର୍ଯ୍ୟନ୍ତ 10 ଲକ୍ଷ ଯୁବକ ଏହାର ଅଂଶ ହୋଇସାରିଲେଣି, ସରକାରର ଅନେକ ମନ୍ତ୍ରଣାଳୟ ଓ ବିଭାଗ ଗଭର୍ନାନ୍ସ ଜଡିତ ଅନେକ ସମସ୍ୟା  ସେମାନଙ୍କ ସାମ୍ନାରେ ଉପସ୍ଥାପନ କରି କହିଲେଣି, କୁହନ୍ତୁ ଏହାର ସମାଧାନ କ’ଣ ହୋଇପାରିବ? ହାକାଥନରେ ଆମର ଯୁବକମାନେ ପ୍ରାୟ 2500 ସମାଧାନ ବିକଶିତ କରି ଦେଶକୁ ଦେଇଛନ୍ତି। ମୋତେ ଖୁସି ଲାଗୁଛି ଯେ ଆପଣମାନେ ମଧ୍ୟ ହାକାଥନର ଏହି ସଂସ୍କୃତିକୁ ଆଗକୁ ବଢାଇଛନ୍ତି। ଏବଂ ଯେଉଁ ଯୁବକମାନେ ବିଜୟ ହାସଲ କରିଛନ୍ତି, ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି ଏବଂ ମୋତେ ଖୁସି ଲାଗୁଛି ଯେ ମୋତେ ସେମାନଙ୍କ ସହିତ ସାକ୍ଷାତ କରବାର ସୁଯୋଗ ମିଳିଛି।

 

ବନ୍ଧୁଗଣ,

ବିଗତ 10 ବର୍ଷରେ ଦେଶରେ ଏକ new age governance କୁ ଅନୁଭବ କରାଯାଇଛି। ବିଗତ ଦଶକରେ ଆମେ, Impact less administration କୁ Impactful Governanceରେ ବଦଳାଇଛୁ। ଆପଣ ଯେତେବେଳେ କ୍ଷେତ୍ରକୁ ଯାଆନ୍ତି, ଲୋକମାନେ ସାଧାରଣତଃ କହିଥାନ୍ତି, ଯେ ଆମକୁ ଶାସକୀୟ ସ୍କୀମର ବେନିଫିଟ୍ ପ୍ରଥମ ଥର ମିଳିଛି। ଏହା ନୁହେଁ ଯେ ସେ ସରକାରୀ ସ୍କୀମ୍‌ଗୁଡିକ ପୂର୍ବରୁ ନଥିଲା। ସ୍କୀମ୍‌ଗୁଡ଼ିକ ପୂର୍ବରୁ ଥିଲା, କିନ୍ତୁ ଏହି ସ୍ତରର last mile delivery ପ୍ରଥମ ଥର ପାଇଁ ସୁନିଶ୍ଚିତ ହୋଇଛି। ଆପଣ ଅବଶ୍ୟ ପିଏମ୍ ଆବାସ ସ୍କୀମର ହିତାଧିକାରୀମାନଙ୍କର ସାକ୍ଷାତ୍‌କାର କାର୍ଯ୍ୟକ୍ରମ ଚଲାନ୍ତି। ପୂର୍ବରୁ କାଗଜରେ ଗରିବମାନଙ୍କର ଘର ଗୃହୀତ ହେଉଥିଲା। ଆଜି ଆମେ ଜମିରେ ଗରିବମାନଙ୍କର ଘର ଗଢ଼ିବାରେ ବ୍ୟସ୍ତ। ପୂର୍ବରୁ ଘର ତିଆରିର ସମ୍ପୂର୍ଣ୍ଣ ପ୍ରକ୍ରିୟା, ସରକାର ଚାଳିତ ଥିଲା। କେମିତି ଘର ହେବ, କେଉଁ ସାମାଗ୍ରୀ ଲାଗିବ, ଏହା ସରକାର ନିର୍ଦ୍ଧାରଣ କରୁଥିଲେ। ଆମେ ଏହାକୁ ମାଲିକ ଚାଳିତ କରିଥିଲୁ। ସରକାର, ଲାଭାର୍ଥୀଙ୍କ ଆକାଉଣ୍ଟକୁ ଅର୍ଥ ପଠାଉଛି, କେମିତି ଘର ହେବ, ଏହା ଲାଭାର୍ଥୀ ନିଜେ ନିର୍ଣୟ କରୁଛି। ଘରର ଡିଜାଇନ ପାଇଁ ଆମେ ଦେଶବ୍ୟାପୀ ପ୍ରତିଯୋଗିତା କରିଥିଲୁ, ଘରର ମୋଡେଲ ସାମ୍ନାରେ ରଖାଯାଇଥିଲା, ଡିଜାଇନ ପାଇଁ ମଧ୍ୟ ଲୋକଙ୍କୁ ସାମିଲ କରାଯାଇଥିଲା, ଜନ ଭାଗୀଦାରି ଦ୍ୱାରା ବିଷୟଗୁଡିକ ନିର୍ଣୟ କରାଯାଇଥିଲା। ଏହାଦ୍ୱାରା ଘରଗୁଡିକର ଗୁଣବତ୍ତା ମଧ୍ୟ ଭଲ ହୋଇଛି ଏବଂ ଘରଗୁଡ଼ିକ ତ୍ୱରିତ ଗତିରେ ପୂର୍ଣ୍ଣ ହେବାରେ ଲାଗିଛି। ପୂର୍ବରୁ ଇଟା-ପଥର ଯୋଗାଇ ଅଧା-ଅଧୂରା ଘର ଦିଆଯାଇଥିଲା, ଆମେ ଗରିବକୁ ତାଙ୍କର ସ୍ଵପ୍ନର ଘର ବନାଇ ଦେଇଛୁ। ଏଥିରେ ନଳରୁ ପାଣି ଆସେ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ କନେକ୍ସନ୍ ହୁଏ, ସୌଭାଗ୍ୟ ଯୋଜନାର ବିଦ୍ୟୁତ କନେକ୍ସନ୍ ହୁଏ, ଆମେ କେବଳ ଚାରି କାନ୍ଥ ଛିଡା ନ କରାଇ ସେହି ଘରଗୁଡିକରେ ଜୀବନ ଖଞ୍ଜିଛୁ।

ବନ୍ଧୁଗଣ,

କୌଣସି ଦେଶର ବିକାଶ ପାଇଁ ନିତ୍ୟାନ୍ତ ଆବଶ୍ୟକ ହେଉଛି ସେହି ଦେଶର ସୁରକ୍ଷା, ଜାତୀୟ ସୁରକ୍ଷା। ବିଗତ ଦଶକରେ ଆମେ ସୁରକ୍ଷା ଉପରେ ମଧ୍ୟ ବହୁତ ଅଧିକ କାମ କରିଛୁ। ଆପଣ ମନେ ପକାନ୍ତୁ, ପୂର୍ବରୁ ଟିଭିରେ ପ୍ରାୟ, ସିରିୟଲ ବମ୍ ବ୍ଲାଷ୍ଟର ବ୍ରେକିଙ୍ଗ ନ୍ୟୁଜ୍ ପ୍ରଚାର କରାଯାଉଥିଲା, ସ୍ଲିପର୍ ସେଲ୍ ନେଟଓ୍ୱର୍କ ଆଧାରିତ ବିଶେଷ କାର୍ଯ୍ୟକ୍ରମ ପ୍ରସାରିତ ହୁଏ। ଆଜି  ଏ ସବୁ ଟିଭି ସ୍କ୍ରିନ୍ ଏବଂ ଭାରତରୁ ଦୁଇଟି ଯାକ ସ୍ଥାନରୁ ଉଭେଇ ଯାଇଛି। ନହେଲେ ପୂର୍ବରୁ ଆପଣ ଟ୍ରେନ୍‌ରେ ଯାଉଥିଲେ, ବିମାନ ବନ୍ଦରକୁ ଯାଉଥିଲେ, ଫିଙ୍ଗାଯାଇଥିବା କୌଣସି ବ୍ୟାଗ୍ ପଡିଥିଲେ ତାକୁ ଛୁଇଁବେ ନାହିଁ, ଏମିତି ସୂଚନା ଆସୁଥିଲା। ଆଜି ସେହି 18-20 ବର୍ଷର ନବଯୁବକମାନେ ସେମିତି କୌଣସି ପ୍ରଚାର ପ୍ରସାର ଶୁଣି ନଥିବେ। ଆଜି ଦେଶରେ ନକ୍ସଲବାଦ ମଧ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିବାର ସମୟ ଗଣୁଛି। ପୂର୍ବରୁ ଯେଉଁଠାରେ ଶହେରୁ ଅଧିକ ଜିଲ୍ଲା, ନକ୍ସଲବାଦର ନିୟନ୍ତ୍ରଣରେ ରହିଥିଲା, ଆଜି ଏହା ଦୁଇ ଡର୍ଜନରୁ ବି କମ୍‌ ଜିଲ୍ଲାରେ ସୀମିତ ରହିଛି। ଏହା କେବଳ ଏଥିପାଇଁ ସମ୍ଭବ ହୋଇପାରିଛି, ଯେତେବେଳେ ଆମେ nation firstର ଭାବନାରେ କାମ କରିଛୁ। ଆମେ ଏହି କ୍ଷେତ୍ରରେ ସରକାରୀ ବ୍ୟବସ୍ଥାକୁ  ତ୍ରୂଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇଛୁ। ଦେଖୁ ଦେଖୁ ଏହି ଜିଲ୍ଲାରେ ହଜାର ହଜାର କିଲୋମିଟର ଲମ୍ବା ସଡକ ନିର୍ମାଣ କରାଯାଇଛି, ସ୍କୁଲ, ଡାକ୍ତରଖାନା ତିଆରି ହୋଇଛି।  4G ମୋବାଇଲ୍ ନେଟୱର୍କ ପହଁଚି ଯାଇଛି ଏବଂ ପରିଣାମ ଆଜି ଦେଶ ଦେଖୁଛି।

ବନ୍ଧୁଗଣ,

ସରକାରଙ୍କର ନିର୍ଣ୍ଣାୟକ ବିଚାର ଯୋଗୁଁ ଆଜି ନକ୍ସଲବାଦ ଜଙ୍ଗଲରୁ ସଫା ହେଉଛି, କିନ୍ତୁ ଏବେ ଏହା ଅର୍ବାନ ସେଣ୍ଟରରେ ବିସ୍ତାରିତ ହେଉଛି। ଅର୍ବାନ୍‌ ନକ୍ସଲୀମାନେ ତାଙ୍କର ଜାଲ ଏତେ ଦୃତଗତିରେ ବିସ୍ତାର କରୁଛନ୍ତି, ଯେ ଯେଉଁ ବାସ୍ତବିକ ଦଳଗୁଡ଼କ ଅର୍ବାନ ନକ୍ସଲର ବିରୋଧୀ ଥିଲେ, ଯାହାର ଚିନ୍ତାଧାରା ଗାନ୍ଧୀଜୀଙ୍କ ପ୍ରେରଣାରୁ ପ୍ରେରିତ ଥିଲା, ଯାହା ଭାରତର ମୌଳିକତା ସହିତ ସଂଯୁକ୍ତ ଥିଲା, ସେଠାରେ ଆଜି ଅର୍ବାନ ନକ୍ସଲ ବୃହତ୍ ସ୍ଥାନ ନେଇଛି। ଆଜି ସେଠାରେ ଅର୍ବାନ ନକ୍ସଲୀମାନଙ୍କର ସ୍ୱର, ଅର୍ବାନ୍‌ ନକ୍ସଲୀମାନଙ୍କର ଭାଷା ଶୁଣାଯାଉଛି। ଏଥିରୁ ଆମେ ବୁଝି ପାରିବା ଯେ ଏମାନଙ୍କର ଚେର କେତେ ଗଭୀର। ଆମକୁ ମନେ ରଖିବାକୁ ପଡିବ ଅର୍ବାନ୍‌ ନକ୍ସଲୀ, ଭାରତର ବିକାଶ ଏବଂ ଆମର ଐତିହ୍ୟ, ଦୁଇଟି ଯାକର ଘୋର ବିରୋଧୀ। ତେବେ ଅର୍ଣ୍ଣବ ମଧ୍ୟ ଅର୍ବାନ ନକ୍ସଲୀମାନଙ୍କୁ ଏକ୍ସପୋଜ୍‌ କରିବାର ଦାୟିତ୍ୱ ଗ୍ରହଣ କରିଛି। ବିକଶିତ ଭାରତ ପାଇଁ ବିକାଶ ମଧ୍ୟ ଅତ୍ୟାବଶ୍ୟକ ଓ ଐତିହ୍ୟକୁ ମଜବୁତ୍‌ କରିବା ମଧ୍ୟ ଆବଶ୍ୟକ। ଏହି କାରଣରୁ ଆମେ ଅର୍ବାନ ନକ୍ସଲୀମାନଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ।

ବନ୍ଧୁଗଣ,

ଆଜିର ଭାରତ, ପ୍ରତ୍ୟେକ ଚ୍ୟାଲଞ୍ଜ ସହ ଟକ୍‌କର ଦେଇ ନୂତନ ଶିଖରକୁ ଛୁଉଁଛି। ମୋର ବିଶ୍ୱାସ ଅଛି ଯେ ରିପବ୍ଲିକ୍‌ ଟିଭି ନେଟୱର୍କର ଆପଣ ସମସ୍ତେ ନେସନ୍ ଫଷ୍ଟର ଭାବନାରେ ପ୍ରେରିତ ହୋଇ ସାମ୍ବାଦିକତାକୁ ନୂତନ ଦିଗ ଦେବେ। ଆପଣ ବିକଶିତ ଭାରତର ଆକାଂକ୍ଷାକୁ ନିଜ ପତ୍ରକାରିତା ମାଧ୍ୟମରେ ପ୍ରାଧାନ୍ୟ ଦେବେ, ଏହି ବିଶ୍ୱାସ ସହିତ, ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ, ଅନେକ ଅନେକ ଶୁଭକାମନା।

ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
British Couple Praises 'Excellent' Indian Railways After Travelling With 2-Month-Old Baby

Media Coverage

British Couple Praises 'Excellent' Indian Railways After Travelling With 2-Month-Old Baby
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings to the people of Sikkim on Statehood Day
May 16, 2026

The Prime Minister, Shri Narendra Modi, today extended greetings to the people of Sikkim on the occasion of the State’s Statehood Day, marking a historic milestone as Sikkim celebrates its 50th Statehood Day this year. Shri Modi remarked that the contribution of Sikkim to India’s development journey is deeply valued and appreciated. Recalling his recent visit to Sikkim during the 50th Statehood Day celebrations, the Prime Minister said that he was deeply touched by the warmth and affection shown by the people of the State.

Shri Modi posted on X:

“Greetings to my sisters and brothers on their Statehood Day. The contribution of Sikkim to India’s development is deeply valued. Wishing the people of the state good health and prosperity.

This occasion comes at a time when Sikkim is marking 50th Statehood Day celebrations. A few days ago, I had the good fortune of being among the people of Sikkim for the celebrations. The warmth I received in Sikkim will remain a part of my memory. The Central Government will keep supporting Sikkim’s growth trajectory in the times to come.”