ଶିବମୋଗା ବିମାନବନ୍ଦରର ଉଦଘାଟନ କରିଛନ୍ତି
ଦୁଇଟି ରେଳ ପ୍ରକଳ୍ପ ଏବଂ ଏକାଧିକ ସଡକ ବିକାଶ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
ବହୁମୁଖୀ ଗ୍ରାମ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଚନ୍ତି
୪୪ ସ୍ମାର୍ଟ ସିଟି ପ୍ରକଳ୍ପର ଉଦଘାଟନ କରିଛନ୍ତି
“ଏହା କେବଳ ବିମାନବନ୍ଦର ନୁହେଁ ବରଂ ଏକ ଅଭିଯାନ ଯେଉଁଠାରେ ଯୁବ ପୀଢିଙ୍କ ସ୍ୱପ୍ନ ପୂରଣ ହୋଇପାରିବ”
“ରେଳପଥ, ସଡ଼କପଥ, ଆକାଶପଥ ଏବଂ ଡିଜିଟାଲ ସଂଯୋଗୀକରଣ କର୍ଣ୍ଣାଟକର ଅଗ୍ରଗତିର ରାସ୍ତା ଖୋଲା ଯାଇଛି”
“ଭାରତରେ ବିମାନ ଯାତ୍ରା ପାଇଁ ଉତ୍ସାହ ସର୍ବୋଚ୍ଚ ସ୍ତରରେ ଥିବା ସମୟରେ ଶିବମୋଗାଠାରେ ବିମାନବନ୍ଦରର ଉଦଘାଟନ କରାଯାଇଛି”
“ବର୍ତ୍ତମାନ ଏୟାର ଇଣ୍ଡିଆ ନୂତନ ଭାରତର ସମ୍ଭାବନା ଭାବରେ ମାନ୍ୟତା ପାଇଛି ଯେଉଁଠାରେ ଏହା ସଫଳତାର ଉଚ୍ଚତା ବଢାଉଛି”
“ଉତ୍ତମ ଯୋଗାଯୋଗ ସହିତ ଭିତ୍ତିଭୂମି ସମଗ୍ର ଅଞ୍ଚଳରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛି”
“ଡବଲ୍‌-ଇଞ୍ଜିନ ସରକାର ଗାଁ, ଗରିବ, ଆମ ମା ଏବଂ ଭଉଣୀମାନଙ୍କର ଅଟେ”

କର୍ଣ୍ଣାଟକ ଦା,

ଏଲ୍ଲା ସହୋଦରା ସହୋଦରିୟାରିଗେ, ନନ୍ନା ନମସ୍କାରାଗଲୁ !

ସିରିଗନ୍ନଡମ୍ ଗେଲ୍‌ଗେ, ସିରିଗନ୍ନଡମ୍ ବାଲଗେ

ଜୟ ଭାରତ ଜନନୀୟ ତନୁଜାତେ !

ଜୟା  ହେ କର୍ଣ୍ଣାଟକ ମାତେ !

ଏକ ଭାରତ ଶ୍ରେଷ୍ଠ ଭାରତ ନିମନ୍ତେ ଏଭଳି ସମର୍ପଣ ଭାବ ରଖୁଥିବା ରାଷ୍ଟ୍ରକବି କୁଭେମ୍ପୁଙ୍କ ମାଟିକୁ ମୁଁ ଶ୍ରଦ୍ଧାର ସହିତ ପ୍ରଣାମ କରୁଛି । ଆଜି ମୋତେ ପୁଣି ଥରେ କର୍ଣ୍ଣାଟକର ବିକାଶ ସହିତ ଜଡିତ ହଚାର ହଜାର କୋଟି ଟଙ୍କାର ପ୍ରକଳ୍ପ ଗୁଡିକୁ ଲୋକର୍ପଣ କରିବା ନିମନ୍ତେ ଏବଂ ଶିଳାନ୍ୟାସ କରିବା ପାଇଁ ସୌଭାଗ୍ୟ ମିଳିଛି ।

Frie

ବର୍ତ୍ତମାନ ମୁଁ  ଶିମୋଗାରେ ଅଛି ଏବଂ ଏହି ଠାରୁ ମୁଁ ବେଲାଗାଭିକୁ ଯାତ୍ରା କରିବି । ଆଜି ଶିମୋଗାକୁ ନିଜର ବିମାନ ବନ୍ଦର ମିଳି ଯାଇଛି । ଦୀର୍ଘ ସମୟ ଧରି ଏଥିପାଇଁ ଦାବି କରା ଯାଉଥିଲା, ଆଜି ତାହା ପୂରଣ ହୋଇ ପାରିଛି । ଶିମୋଗା ବିମାନବନ୍ଦର ବହୁତ ସୁନ୍ଦର ଭାବେ ତିଆରି ହୋଇଛି, ଏହା ବହୁତ ସୁନ୍ଦର । ଏହି ବିମାନ ବନ୍ଦରରେ ମଧ୍ୟ କର୍ଣ୍ଣାଟକର ପରମ୍ପରା ଏବଂ ପ୍ରଯୁକ୍ତିର ଅଦ୍ଭୁତ ସଙ୍ଗମ ଦେଖିବାକୁ ମିଳୁଛି । ଏବଂ ଏହା କେବଳ ଏକ ବିମାନ ବନ୍ଦର ନୁହେଁ, ଏହି କ୍ଷେତ୍ର ଯୁବକ ମାନଙ୍କର ସ୍ୱପ୍ନର ନୂତନ ଉଡାଣର  ଏକ ଅଭିଯାନ ଅଟେ । ଆଜି ସଡକ ଏବଂ ରେଳ ସହିତ ଜଡିତ ଅନେକ ପ୍ରକଳ୍ପ  ଗୁଡିକର ମଧ୍ୟ ଶିଳାନ୍ୟାସ କରାଯାଇଛି । ସମସ୍ତ ଘରକୁ  ପାଇପ୍ ମାଧ୍ୟମରେ ଜଳ ଯୋଗାଣ ପ୍ରକଳ୍ପ ଗୁଡିକ ଉପରେ କାର୍ଯ୍ୟ ଆରମ୍ଭ କରା ଯାଉଛି । ବିକାଶର ଏଭଳି ସମସ୍ତ ପ୍ରକାରର ପ୍ରକଳ୍ପ ଗୁଡିକ ନିମନ୍ତେ ମୁଁ ଶିମୋଗା ଏବଂ ଏହାର ଆଖପାଖର ସମସ୍ତ ଜିଲ୍ଲା ଗୁଡିକର, ସେଠାକାର ସମସ୍ତ ନାଗରିକ ମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ପ୍ରଦାନ କରୁଛି ।

ବନ୍ଧୁଗଣ,

ଆଜିର ଦିନ ଆଉ ଏକ କାରଣରୁ ବହୁତ ସ୍ୱତନ୍ତ୍ର ଅଟେ । ଆଜି କର୍ଣ୍ଣାଟକର ଲୋକପ୍ରିୟ ଜନ ନେତା ବି. ଏସ୍‌, ୟେଦୁରପ୍ପା ଜୀ’ ଙ୍କର ଜନ୍ମଦିନ ଅଟେ । ମୁଁ ତାଙ୍କର ଦୀର୍ଘ ଆୟୁଷ କାମନା କରୁଛି । ସେ ନିଜର ଜୀବନ ଗରିବ ମାନଙ୍କର କଲ୍ୟାଣ ନିମନ୍ତେ, କୃଷକ ମାନଙ୍କର କଲ୍ୟାଣ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ୟେଦୁରପ୍ପା ଜୀ’ ଅଳ୍ପ କିଛି ଦିନ ତଳେ କର୍ଣ୍ଣାଟକ ବିଧାନସଭାରେ ଯେଉଁ ଭାଷଣ ଦେଇଥିଲେ, ତାହା ସାଧାରଣ ଜୀବନ ଜୀଉଁଥିବା ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ପ୍ରେରଣାଦାୟୀ ଅଟେ । ସଫଳତାର ଏହି ଶିଖର ଦେଶରେ ପହଂଚି ମଧ୍ୟ କେଉଁଭଳି ଭାବେ ବ୍ୟବହାରରେ ବିନମ୍ରତା ବଜାୟ ରହିବା ଆବଶ୍ୟକ , ତାହା ଆମ ଭଳି ସବୁ ବ୍ୟକ୍ତି ବିଶେଷଙ୍କୁ, ଆମର ଆଗାମୀ ପିଢ଼ି ମାନଙ୍କ ନିମନ୍ତେ ୟେଦୁରପ୍ପା ଜୀ’ ଙ୍କର ଭାଷଣ, ତାଙ୍କର ଜୀବନ ସବୁବେଳ ପାଇଁ ପ୍ରେରଣାଦାୟକ ଅଟେ ।

ବନ୍ଧୁଗଣ,

ମୋର ଆପଣ ସମସ୍ତଙ୍କୁ ଗୋଟିଏ ଅନୁରୋଧ ଅଛି, ଆପଣ କରିବେ? ଯଦି ଆପଣଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି, ତେବେ ମୋବାଇଲ୍ ଫୋନ୍ ବାହାର କରନ୍ତୁ ଏବଂ ଏହାର ଫ୍ଲାସ୍ ଲାଇଟ୍ ଜଳାନ୍ତୁ ଏବଂ ୟେଦୁରପ୍ପା ଜୀଙ୍କୁ ସମ୍ମାନ ଗ୍ରଦର୍ଶନ କରନ୍ତୁ । ୟେଦୁରପ୍ପା ଜୀ’ଙ୍କ ସମ୍ମାନ ଉଦ୍ଦେଶ୍ୟରେ ସମସ୍ତଙ୍କ ମୋବାଇଲରେ ଫ୍ଲାସ୍ ଲାଇଟ୍ ଜଳି ରହିବା ଉଚିତ୍ । ସେ ୫୦ – ୬୦  ବର୍ଷର ସାର୍ବଜନୀନ ଜୀବନ, ନିଜର ସମ୍ପୂର୍ଣ୍ଣ ଯୁବାବସ୍ଥା ଏକ ବିଚାର ନିମନ୍ତେ ଅତିବାହିତ କରିଛନ୍ତି । ସମସ୍ତେ ନିଜ ମୋବାଇଲ୍ ଫୋନର ଫ୍ଲାସ୍ ଲାଇଟ୍ ଅନ୍ କରି ଶ୍ରଦ୍ଧେୟ ୟେଦୁରପ୍ପା ଜୀଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ୍ । ବହୁତ ଭଲ, ବହୁତ ବଢ଼ିଆ । ଭାରତ ମାତାଙ୍କର ଜୟ ହେଉ । ଯେତେବେଳେ ମୁଁ ବିଜେପି ସରକାର ସମୟରେ କର୍ଣ୍ଣାଟକର ବିକାଶ ଯାତ୍ରାକୁ ଦେଖେ, ସେତେବେଳେ ମୁଁ ଏହା ଦେଖିବାକୁ ପାଇଥାଏ :  କର୍ଣ୍ଣାଟକ, ଅଭିବ୍ରୃଦ୍ଧିୟା ରଥାଦା, ମେଲେ! ଇ ରଥାଭୁ, ପ୍ରଗତିୟା ପଥାଦା ମେଲେ!

ଅର୍ଥାତ୍ ଗତ କିଛି ବର୍ଷ ଭିତରେ କର୍ଣ୍ଣାଟକ ବିକାଶ ଅଭିବୃଦ୍ଧିର ରଥରେ ଚାଲି ସାରିଛି । ଏହି ଅଭିବୃଦ୍ଧି ରଥ, ପ୍ରଗତି ପଥରେ ଦୌଡିବାରେ ଲାଗିଛି । ଏହି ପ୍ରଗତି ପଥ, ରେଳ ପଥ, ସଡକପଥ, ବାୟୁପଥ ଏବଂ ଆଇୱେଜ୍ ଅର୍ଥାତ୍ ଡିଜିଟାଲ୍ ସଂଯୋଗର ଅଟେ ।

ବନ୍ଧୁଗଣ,

ଆମେ ସମସ୍ତେ ଜାଣୁ ଯେ ଏହା ଏକ ଯାନ ହେଉ କିମ୍ବା ସରକାର, ଯେତେବେଳେ ଏଥିରେ ଏକ ଡବଲ୍ ଇଞ୍ଜିନ୍ ବ୍ୟବହାର କରା ଯାଇଥାଏ,  ଏହାର ଗତି ବହୁଗୁଣିତ ହୋଇଥାଏ । କର୍ଣ୍ଣାଟକର ଅଭିବୃଦ୍ଧି ରଥ ଏଭଳି ଏକ ଡବଲ୍ ଇଞ୍ଜିନ ଉପରେ ଚାଲୁଛି, ଅର୍ଥାତ୍  ଏହା ଦ୍ରୁତ ଗତିରେ ଆଗେଇ ଚାଲିଛି । ବିଜେପିର ଡବଲ ଇଞ୍ଜିନ୍ ସରକାର ଆଉ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି । ଏହା ପୂର୍ବରୁ ଯେତେବେଳେ କର୍ଣ୍ଣାଟକର ବିକାଶ ବିଷୟରେ ଆଲୋଚନା କରା ଯାଉଥିଲା, ଏହା କେବଳ ବଡ ବଡ ସହର ଗୁଡ଼ିକ ମଧ୍ୟରେ ସୀମିତ ଥିଲା । କିନ୍ତୁ ଡବଲ୍ ଇଞ୍ଜିନ୍ ସରକାର ଏହି ବିକାଶକୁ କର୍ଣ୍ଣାଟକର ଗ୍ରାମାଂଚଳ ପର୍ଯ୍ୟନ୍ତ, ଟାୟାର - ୨ ସହର ଏବଂ ଟାୟାର - ୩ ସହର ପର୍ଯ୍ୟନ୍ତ ପହଂଚାଇବା ପାଇଁ ନିରନ୍ତର ଭାବେ ପ୍ରଚେଷ୍ଟା କରୁଛନ୍ତି । ଶିମୋଗାର ବିକାଶ ହେଉଛି ଏହି ଚିନ୍ତାଧାରାର ଫଳାଫଳ ।

ଭାଇ ଏବଂ ଭଉଣୀ ମାନେ,

ଶିମୋଗାର ଏହି ବିମାନ ବନ୍ଦର ଏଭଳି ଏକ ସମୟରେ ଆରମ୍ଭ ହେଉଛି, ଯେତେବେଳେ ଭାରତରେ ବିମାନ ଯାତ୍ରାକୁ ନେଇ ବହୁତ ଉତ୍ସାହ ଲାଗି ରହିଛି । ଆପଣମାନେ ଅଳ୍ପଦିନ ତଳେ ନିଶ୍ଚୟ ଦେଖିଥିବେ ଯେ,  ଏୟାର ଇଣ୍ଡିଆ ଦୁନିଆର ସବୁଠୁ ବଡ ବିମାନ କିଣିବା ପାଇଁ ଏକ ଚୁକ୍ତି କରିଛି । ୨୦୧୪ ପୂର୍ବରୁ, ଯେତେବେଳେ ଏୟାର ଇଣ୍ଡିଆ ବିଷୟରେ ଆଲୋଚନା କରା ଯାଉଥିଲା, ଏହା କେବଳ ନକାରାତ୍ମକ ଖବର ପାଇଁ କରା ଯାଉଥିଲା । କଂଗ୍ରେସ ଶାସନ କାଳରେ ଏୟାର ଇଣ୍ଡିଆ ସ୍କାମ ପାଇଁ ତଥା କ୍ଷତିଗ୍ରସ୍ତ ବ୍ୟବସାୟ ମଡେଲ ଭାବରେ ଜଣାଶୁଣା ଥିଲା । ଆଜି ଏୟାର ଇଣ୍ଡିଆ, ଭାରତର ନୂତନ ଶକ୍ତି ଭାବରେ, ସାରା ବିଶ୍ୱରେ ନୂଆ ଉଚ୍ଚତା, ନୂତନ ଉଡାନ ସହିତ ଆଗେଇ ଚାଲିଛି ।

ଆଜି ସାରା ବିଶ୍ୱରେ ଭାରତର ବିମାନ ଚଳାଚଳ ବଜାର ସମ୍ପର୍କରେ ଚର୍ଚ୍ଚା ହେଉଛି । ଆଗାମୀ ସମୟରେ ଭାରତରେ ହଜାର ହଜାର ବିମାନର ଆବଶ୍ୟକତା ପଡିବାକୁ ଯାଉଛି । ଏହି ବିମାନ ଗୁଡ଼ିକରେ କାମ କରିବା ପାଇଁ ହଜାର ହଜାର ଯୁବକ ଆବଶ୍ୟକ ହେବେ । ବର୍ତ୍ତମାନ ସୁଦ୍ଧା, ଯଦିଓ ଆମେ ଏହି ବିମାନ ଗୁଡ଼ିକୁ ବିଦେଶରୁ ଆମଦାନୀ କରୁଛୁ, ସେହି ଦିନ ଆଉ ଦୂର ନୁହେଁ , ଯେତେବେଳେ ଭାରତର ନାଗରିକମାନେ ଭାରତରେ ନିର୍ମିତ ଯାତ୍ରୀବାହୀ ବିମାନରେ ଯାତ୍ରା କରିବେ । ଆଗକୁ ବିମାନ ଚଳାଚଳ କ୍ଷେତ୍ରରେ ନିଯୁକ୍ତି ପାଇଁ ଅନେକ ସମ୍ଭାବନା ଖୋଲିବାକୁ ଯାଉଛି ।

ବନ୍ଧୁଗଣ,

ଆଜି ଭାରତରେ ବିମାନ ଭ୍ରମଣର ଯେଉଁ ସମ୍ପ୍ରସାରଣ ହୋଇଛି, ତାହା ବିଜେପି ସରକାରଙ୍କ ନୀତି ଏବଂ ନିଷ୍ପତ୍ତି ଯୋଗୁଁ ହୋଇ ପାରିଛି । ୨୦୧୪ ମସିହା ପୂର୍ବରୁ ଦେଶର କେବଳ ବଡ ବଡ ସହରରେ ବିମାନ ବନ୍ଦର ଉପରେ ଧ୍ୟାନ ଦିଆ ଯାଇଥିଲା । ଛୋଟ ସହର ଗୁଡିକ ମଧ୍ୟ ବାୟୁପଥ ସହିତ ସଂଯୁକ୍ତ ହେବା ଉଚିତ, ଏହା କଂଗ୍ରେସର ଚିନ୍ତାଧାରା ଭିତରେ ନଥିଲା । ଆମେ ଏହି ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ସ୍ଥିର କଲୁ । ୨୦୧୪ ମସିହାରେ ଦେଶରେ ୭୪ଟି ବିମାନ ବନ୍ଦର ଥିଲା । ଅର୍ଥାତ୍ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଦେଶରେ କେବଳ ୭୪ ବିମାନ ବନ୍ଦର ଥିଲା । ଯେତେବେଳେ କି ବିଜେପି ସରକାର ଏହାର ୯ ବର୍ଷ ଶାସନ ସମୟ ମଧ୍ୟରେ ୭୪ ଟି ନୂଆ ବିମାନ ବନ୍ଦର ନିର୍ମାଣ କରିଛି । ଦେଶର ଅନେକ ଛୋଟ ସହରରେ ମଧ୍ୟ ସେମାନଙ୍କର ନିଜସ୍ୱ ଆଧୁନିକ ବିମାନ ବନ୍ଦର ଅଛି । ଏଥିରୁ ବିଜେପି ସରକାର କେଉଁ ଭଳି ଗତିରେ କାମ କରୁଛନ୍ତି,  ତାହା ଆପଣ କଳ୍ପନା କରିପାରିବେ । ଗରିବ ଲୋକ ମାନଙ୍କ ପାଇଁ କାମ କରୁଥିବା ବିଜେପି ସରକାର ଆଉ ଏକ ବଡ କାମ କରିଛନ୍ତି । ଆମେ ସ୍ଥିର କଲୁ ଯେ ହାୱାଇ ଚପଲ ପିନ୍ଧିଥିବା ବ୍ୟକ୍ତି ମଧ୍ୟ ହାୱାଇ (ବିମାନ) ଯାତ୍ରା କରିବାକୁ ସମର୍ଥ ହେବା ଉଚିତ୍ । ସେଥିପାଇଁ ଆମେ ଖୁବ୍ କମ୍ ମୂଲ୍ୟରେ ବିମାନ ଟିକେଟ ଯୋଗାଇବା ପାଇଁ ଉଡାଣ ଯୋଜନା ଆରମ୍ଭ କରିଥିଲୁ । ଆଜି, ଯେତେବେଳେ ମୁଁ ମୋର ଅନେକ ଗରିବ ଭାଇ ଓ ଭଉଣୀ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରୁଥିବାର ଦେଖେ, ଏହା ମୋତେ ସନ୍ତୋଷ ପ୍ରଦାନ କରିଥାଏ । ଶିମୋଗାର ଏହି ବିମାନ ବନ୍ଦର ମଧ୍ୟ ଏହାର ସାକ୍ଷୀ ହେବ ।

ବନ୍ଧୁଗଣ,

ପ୍ରକୃତି, ସଂସ୍କୃତି ଏବଂ କୃଷି କ୍ଷେତ୍ରର ଭୂମି ଶିମୋଗା ପାଇଁ ଏହି ନୂତନ ବିମାନ ବନ୍ଦର ବିକାଶର ନୂତନ ଦ୍ୱାର ଖୋଲିବାକୁ ଯାଉଛି । ଶିମୋଗା ପଶ୍ଚିମଘାଟ ପାଇଁ ପ୍ରସିଦ୍ଧ ମଲେ - ନାଡୁର ପ୍ରବେଶ ଦ୍ୱାର ଅଟେ । ଯେତେବେଳେ ପ୍ରକୃତିର କଥା ଆସେ, ଏଠାକାର ସବୁଜିମା, ବନ୍ୟଜନ୍ତୁ ଅଭୟାରଣ୍ୟ, ନଦୀ ଓ ପର୍ବତ ଆଶ୍ଚର୍ଯ୍ୟଜନକ ଅଟେ । ଆପଣଙ୍କ ପାଖରେ ମଧ୍ୟ ପ୍ରସିଦ୍ଧ ଜୋଗ୍ ଜଲପାତା ଅଛି । ଏଠାରେ ପ୍ରସିଦ୍ଧ ହାତୀ ଶିବିର, ସିଂହାଧାମ୍ ପରି ସିଂହ ସଫାରି ଅଛି । ଆଗୁମ୍ବେ ପର୍ବତର ସୂର୍ଯ୍ୟାସ୍ତର ଦୃଶ୍ୟକୁ ଉପଭୋଗ କରିବାକୁ କିଏ ଇଚ୍ଛା କରିବ ନାହିଁ? ଏଠାରେ ଏକ କଥା ଅଛି, ଗଙ୍ଗା ସ୍ନାନା, ତୁଙ୍ଗା ପାନା । ଯିଏ ଗଙ୍ଗାରେ ସ୍ନାନ କରିନାହିଁ, ତୁଙ୍ଗା ନଦୀର ଜଳପାନ କରିନାହିଁ, ତା’ ଜୀବନରେ କିଛି ତ ନିଶ୍ଚୟ ବାକି ରହିଛି ।

ବନ୍ଧୁଗଣ,

ଯେତେବେଳେ ଆମେ ସଂସ୍କୃତି ବିଷୟରେ ଚର୍ଚ୍ଚା କରୁ, ଶିମୋଗାର ମଧୁର ଜଳ ରାଷ୍ଟ୍ରକବି କୁଭେମ୍ପୁଙ୍କ ଶବ୍ଦରେ ମଧୁରତା ଯୋଗ କରିଥାଏ । ଦୁନିଆର ଏକ ମାତ୍ର ସଂସ୍କୃତ ଗ୍ରାମ - ମାତୁରୁ ଏହି ଜିଲ୍ଲାରେ ରହିଛି । ଏବଂ ଏହା ଏଠାରୁ ମଧ୍ୟ ବେଶି ଦୂରରେ ନୁହେଁ । ଦେବୀ ସିଙ୍ଗଧୁରୁ ଚୌଡେଶ୍ୱରୀ, ଶ୍ରୀକୋଟ ଆଞ୍ଜନେୟ, ଶ୍ରୀ ଶ୍ରୀଧର ସ୍ୱାମୀ ଜୀଙ୍କ ଆଶ୍ରମ, ବିଶ୍ୱାସ ଏବଂ ଆଧ୍ୟାତ୍ମିକତା ସହ ଜଡିତ ଏହି ସ୍ଥାନ ଗୁଡିକ ମଧ୍ୟ ଶିମୋଗାରେ ରହିଛି । ଶିମୋଗାର ଇସୁରୁ ଗାଁ, ଯେଉଁଠାରେ "ୟେସୁରୁ ବିଟ୍ଟରୁ - ଇସୁରୁ ବିଡେଭୁ’ ସ୍ଲୋଗାନ ବ୍ରିଟିଶମାନଙ୍କ ବିରୁଦ୍ଧରେ ପ୍ରତିଧ୍ୱନିତ ହୋଇଥିଲା, ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣାସ୍ଥଳୀ ଅଟେ ।

ଭାଇ ଏବଂ ଭଉଣୀମାନେ,

ପ୍ରକୃତି ଏବଂ ସଂସ୍କୃତି ସହିତ ଶିମୋଗାର କୃଷି ମଧ୍ୟ ବିବିଧତାପୂର୍ଣ୍ଣ ଅଟେ । ୟେରିଜନ ହେଉଛି ଦେଶର ସବୁଠାରୁ ଉର୍ବର ଅଞ୍ଚଳ ଗୁଡିକ ମଧ୍ୟରୁ ଗୋଟିଏ ଅଟେ । ଏଠାରେ ମିଳୁଥିବା ବିଭିନ୍ନ ଫସଲ, ଏହି କ୍ଷେତ୍ରକୁ ଏକ କୃଷି କେନ୍ଦ୍ର ଭାବରେ ଉପସ୍ଥାପିତ କରିଥାଏ । ଚା, ସୁପାରୀ, ମସଲା ଠାରୁ ଆରମ୍ଭ କରି ବିଭିନ୍ନ ଫଳ ଏବଂ ପନିପରିବା ଆମ ଶିମୋଗା ଅଞ୍ଚଳରେ ଉପଲବ୍ଧ ହୋଇଥାଏ । ଶିମୋଗାର ପ୍ରକୃତି, ସଂସ୍କୃତି ଏବଂ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ଏଠାରେ ବହୁତ ବଡ ଆବଶ୍ୟକତା ଥିଲା । ଏହି ଆବଶ୍ୟକତା ଥିଲା ସଂଯୋଗ, ଉତ୍ତମ ସଂଯୋଗ । ଡବଲ ଇଞ୍ଜିନ୍ ସରକାର ଏହି ଆବଶ୍ୟକତାକୁ ପୂରଣ କରୁଛନ୍ତି ।

ବିମାନ ବନ୍ଦର ନିର୍ମାଣ ସହିତ କେବଳ ସ୍ଥାନୀୟ ଲୋକ ସୁବିଧା ପାଇବେ ନାହିଁ, ଦେଶ ଏବଂ ବିଦେଶରୁ ପର୍ଯ୍ୟଟକମାନେ ଏହି ସ୍ଥାନକୁ ଆସିବା ସହଜ ହେବ । ଯେତେବେଳେ ପର୍ଯ୍ୟଟକମାନେ ଆସନ୍ତି, ସେମାନେ ସେମାନଙ୍କ ସହିତ ଡଲାର ଏବଂ ପାଉଣ୍ଡ ନେଇ ଆସିଥାନ୍ତି,  ଏବଂ ଏକ ପ୍ରକାରରେ ଦେଖିଲେ,  ଏହି କ୍ଷେତ୍ରରେ ମଧ୍ୟ ଚାକିରିର ସୁଯୋଗ ଅଛି । ଯେତେବେଳେ ରେଳ ସଂଯୋଗ ଉନ୍ନତ ହୋଇଥାଏ, ସୁବିଧା ଏବଂ ପର୍ଯ୍ୟଟନ ସହିତ କୃଷକମାନଙ୍କୁ ମଧ୍ୟ ନୂତନ ବଜାର ଉପଲବ୍ଧ ହୋଇଥାଏ । କୃଷକମାନେ ସେମାନଙ୍କର ଫସଲକୁ କମ୍ ମୂଲ୍ୟରେ ସାରା ଦେଶର ବଜାରକୁ ପଠାଇଥାନ୍ତି ।

ବନ୍ଧୁଗଣ,

ଯେତେବେଳେ ଶିମୋଗା – ଶିକାରୀପୁରା - ରାନୀବେନୁର ନୂତନ ଲାଇନ ସମ୍ପୂର୍ଣ୍ଣ ହେବ, ଶିମୋଗା ବ୍ୟତୀତ ହାଭେରୀ ଏବଂ ଦାୱନ ଗେରେ ଜିଲ୍ଲା ମଧ୍ୟ ଏହା ଯୋଗୁଁ ଉପକୃତ ହେବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଲାଇନରେ କୌଣସି ଲେଭଲ୍ କ୍ରସିଂ ହେବ ନାହିଁ । ଅର୍ଥାତ୍ ଏହା ଏକ ସୁରକ୍ଷିତ ରେଳ ଲାଇନ ହେବ ଏବଂ ଏହା ଉପରେ ଦ୍ରୁତ ଗତି ସମ୍ପନ୍ନ ଟ୍ରେନ୍ ଚଳାଚଳ କରିବ । କୋଟେଗଙ୍ଗୋର ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସ୍ୱଳ୍ପ ରହଣୀ ଷ୍ଟେସନ ଥିଲା । ବର୍ତ୍ତମାନ ଏକ ନୂତନ କୋଚିଂ ଟର୍ମିନାଲ୍ ନିର୍ମାଣ ସହିତ ଏହାର ଗୁରୁତ୍ୱ ବୃଦ୍ଧି ପାଇବ, ଏହାର କ୍ଷମତା ବୃଦ୍ଧି ପାଇବ । ବର୍ତ୍ତମାନ ଏହାକୁ ୪ ଟି ରେଳ ଲାଇନ, ୩ଟି ପ୍ଲାଟଫର୍ମ ଏବଂ ଗୋଟିଏ ରେଳ କୋଚିଂ ଡିପୋ ସହିତ ବିକଶିତ କରାଯାଉଛି । ଏହା ସହିତ ନୂତନ ଟ୍ରେନ୍ ଏଠାରୁ ଦେଶର ଅନ୍ୟାନ୍ୟ ସ୍ଥାନକୁ ଚାଲିପାରିବ । ବାୟୁ ପରିବହନ ଏବଂ ରେଳ ପରିବହନ ସହିତ ବର୍ତ୍ତମାନ ସଡକ ପଥ ମଧ୍ୟ ଉନ୍ନତ ହୋଇଛି, ଏହା ଯୋଗୁଁ ଯୁବକମାନେ ବହୁ ପରିମାଣରେ ଉପକୃତ ହେଉଛନ୍ତି । ଶିମୋଗା ଏକ ଶିକ୍ଷା କେନ୍ଦ୍ର ଅଟେ । ଭଲ ସଂଯୋଗ ସହିତ, ନିକଟସ୍ଥ ଜିଲ୍ଲାର ଯୁବକ ବନ୍ଧୁମାନଙ୍କୁ ଏଠାକୁ ଆସିବା ସହଜ ହେବ । ଏହା ନୂତନ ବ୍ୟବସାୟ ପାଇଁ ଏବଂ ନୂତନ ଶିଳ୍ପ ପାଇଁ ମଧ୍ୟ ରାସ୍ତା ଉନ୍ମୁକ୍ତ କରିବ । ଅର୍ଥାତ୍ ଉନ୍ନତ ସଂଯୋଗ ସହିତ ଜଡିତ ଭିତ୍ତିଭୂମି, ଏହି ସମ୍ପୂର୍ଣ୍ଣ କ୍ଷେତ୍ରରେ ନିଯୁକ୍ତିର ନୂତନ ଅବସର ସୃଷ୍ଟି କରିବାକୁ ଯାଉଛି ।

ଭାଇ ଏବଂ ଭଉଣୀମାନେ,

ଶିମୋଗା ଏବଂ ଏହି ଅଞ୍ଚଳର ମାଆ ଏବଂ ଭଉଣୀ ମାନଙ୍କର ଜୀବନକୁ ସହଜ କରିବାକୁ ମଧ୍ୟ ଏକ ବଡ ଅଭିଯାନ ଚାଲିଛି । ଏହା ହେଉଛି ପ୍ରତ୍ୟେକ ଘରକୁ ପାଇପ୍ ଜଳ ଯୋଗାଣ ପାଇଁ ଅଭିଯାନ । ଶିମୋଗା ଜିଲ୍ଲାରେ ୩ ଲକ୍ଷରୁ ଅଧିକ ପରିବାର ଅଛନ୍ତି । ଜଳ ଜୀବନ ମିଶନ ଆରମ୍ଭ ହେବା ପୂର୍ବରୁ, ଏଠାରେ ପ୍ରାୟ ୯୦,୦୦୦ ପରିବାର ସେମାନଙ୍କ ଘରେ ଟ୍ୟାପ୍ ସଂଯୋଗ ପାଇଥିଲେ । ଡବଲ୍ ଇଞ୍ଜିନ୍ ସରକାର ଏପର୍ଯ୍ୟନ୍ତ ପ୍ରାୟ ଦେଢ଼଼ ଲକ୍ଷ ନୂତନ ପରିବାରକୁ ପାଇପ୍ ଜଳ ସଂଯୋଗ ସୁବିଧା ଯୋଗାଇ ଦେଇଛନ୍ତି । ବାକି ପରିବାରକୁ ଟ୍ୟାପ୍ ଜଳ ଯୋଗାଣ କରିବା ପାଇଁ ଅନେକ ପ୍ରକଳ୍ପ ଗୁଡିକରେ ମଧ୍ୟ କାର୍ଯ୍ୟ ଚାଲିଛି । ଗତ ସାଢ଼େ ୩ ବର୍ଷରେ କର୍ଣ୍ଣାଟକରେ ୪୦ ଲକ୍ଷ ଗ୍ରାମୀଣ ପରିବାର ମାନଙ୍କ ପର୍ଯ୍ୟନ୍ତ ପାଇପ୍ ମାଧ୍ୟମରେ ଜଳ ଯୋଗାଣ କରାଯାଇଛି ।

ବନ୍ଧୁଗଣ,

ବିଜେପି ସରକାର ଗ୍ରାମ, ଗରିବ ଏବଂ କୃଷକ ମାନଙ୍କର ସରକାର, ବିଜେପି ସରକାର ଗରିବଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଥିବା ସରକାର, ବିଜେପି ସରକାର ମାଆ ଓ ଭଉଣୀ ମାନଙ୍କର ଆତ୍ମ ସମ୍ମାନ, ମାଆ ଏବଂ ଭଉଣୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା, ମାଆ ଏବଂ ଭଉଣୀଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଥିବା ସରକାର । ସେଥିପାଇଁ ଆମେ ଭଉଣୀମାନଙ୍କ ସହିତ ଜଡିତ ପ୍ରତ୍ୟେକ ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରିଛୁ । ଶୌଚାଳୟ ହେଉ, ରୋଷେଇ ଘରେ ଗ୍ୟାସ୍ ହେଉ କିମ୍ବା ଟ୍ୟାପରୁ ପାଣି ହେଉ, ଏଗୁଡିକର ଅନୁପସ୍ଥିତି ଆମ ଭଉଣୀ ଏବଂ ଝିଅ ମାନଙ୍କୁ ଅଧିକ ଅସୁବିଧାରେ ପକାଉଥିଲା । ଆଜି ଆମେ ଏହାକୁ ଦୂର କରୁଛୁ । ଜଳ ଜୀବନ ମିଶନ ଦ୍ୱାରା ଡବଲ ଇଞ୍ଜିନ୍ ସରକାର ସମସ୍ତଙ୍କ ଘରକୁ ଜଳ ଯୋଗାଣ କରିବା ନିମନ୍ତେ ସଚ୍ଚୋଟତାର ସହିତ ପ୍ରୟାସ ଜାରି ରଖିଛି ।

ବନ୍ଧୁଗଣ,

କର୍ଣ୍ଣାଟକର ଲୋକମାନେ ଭଲ ଭାବରେ ଜାଣନ୍ତି ଯେ, ଏହା ହେଉଛି ଭାରତର ଅମୃତ କାଳ, ଏକ ବିକଶିତ ଭାରତ ତିଆରି କରିବାର ସମୟ । ସ୍ୱାଧୀନତା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସୁଯୋଗ ଆସିଛି । ପ୍ରଥମ ଥର ପାଇଁ ସମଗ୍ର ବିଶ୍ୱରେ ଭାରତ ସମ୍ପର୍କରେ ଏତେ ଚର୍ଚ୍ଚା ହେଉଛି । ସମଗ୍ର ବିଶ୍ୱରୁ ନିବେଶକମାନେ ଭାରତ ଆସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଯେତେବେଳେ ପୁଞ୍ଜି ନିବେଶ ଆସେ, ଏହାର ବହୁତ ଲାଭ କର୍ଣ୍ଣାଟକ ପାଇଁ ହୋଇଥାଏ ଏବଂ ଏଠାରେ ଥିବା ଯୁବକମାନଙ୍କ ପାଇଁ ବହୁତ ଲାଭ ପ୍ରଦାନ କରିଥାଏ । ସେଥିପାଇଁ କର୍ଣ୍ଣାଟକ ଡବଲ ଇଞ୍ଜିନ ସରକାରଙ୍କୁ ବାରମ୍ବାର ସୁଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଛି ।

ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ କର୍ଣ୍ଣାଟକର ବିକାଶର ଏହି ଅଭିଯାନ ବର୍ତ୍ତମାନ ଆହୁରି ଅଧିକ ଦ୍ରୁତ ହେବାକୁ ଯାଉଛି । ଆମକୁ ଏକାଠି ଆଗକୁ ବଢ଼ିବାକୁ ପଡିବ, ଆମକୁ ଏକାଠି ଚାଲିବାକୁ ପଡିବ । ଆମ କର୍ଣ୍ଣାଟକର ଲୋକ ମାନଙ୍କର, ଶିମୋଗାର ଲୋକ ମାନଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ଆମକୁ ଏକାଠି ଚାଲିବାକୁ ପଡିବ । ପୁଣି ଥରେ, ଏହି ବିକାଶମୂଳକ ପ୍ରକଳ୍ପ ଗୁଡିକ ପାଇଁ ମୁଁ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଜଣାଉଛି । ମୋ ସହିତ କୁହନ୍ତୁ - ଭାରତ ମାତାଙ୍କର ଜୟ ହେଉ । ଭାରତ ମାତାଙ୍କର ଜୟ ହେଉ । ଭାରତ ମାତାଙ୍କର ଜୟ ହେଉ ।

ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in fire mishap in Arpora, Goa
December 07, 2025
Announces ex-gratia from PMNRF

The Prime Minister, Shri Narendra Modi has condoled the loss of lives in fire mishap in Arpora, Goa. Shri Modi also wished speedy recovery for those injured in the mishap.

The Prime Minister informed that he has spoken to Goa Chief Minister Dr. Pramod Sawant regarding the situation. He stated that the State Government is providing all possible assistance to those affected by the tragedy.

The Prime Minister posted on X;

“The fire mishap in Arpora, Goa is deeply saddening. My thoughts are with all those who have lost their loved ones. May the injured recover at the earliest. Spoke to Goa CM Dr. Pramod Sawant Ji about the situation. The State Government is providing all possible assistance to those affected.

@DrPramodPSawant”

The Prime Minister also announced an ex-gratia from PMNRF of Rs. 2 lakh to the next of kin of each deceased and Rs. 50,000 for those injured.

The Prime Minister’s Office posted on X;

“An ex-gratia of Rs. 2 lakh from PMNRF will be given to the next of kin of each deceased in the mishap in Arpora, Goa. The injured would be given Rs. 50,000: PM @narendramodi”