ପ୍ରଧାନମନ୍ତ୍ରୀଙ୍କ ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀର ବିଂଶତମ ସମାରୋହ କାର୍ଯ୍ୟକ୍ରମରେ ଉଦବୋଧନ
ଶିଖର ବୈଠକ ସଫଳତା ପାଭିଲିୟନ ଓ ବିଜ୍ଞାନ ନଗରୀକୁ କଲେ ଉଦଘାଟନ
ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଶିଳ୍ପଦ୍ୟୋଗୀଙ୍କ ପ୍ରଶଂସା
“ଉତ୍ସାହୀ ଗୁଜରାଟ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ବନ୍ଧନ”
“ଆମେ କେବଳ ପୁନର୍ଗଠନ ବିଷୟ ଭାବୁ ନ ଥିଲୁ, ଆମେ ରାଜ୍ୟର ଭବିଷ୍ୟତ ନେଇ ମଧ୍ୟ ଯୋଜନା କରୁଥିଲୁ ଓ ଆମେ ଉତ୍ସାହୀ ଗୁଜରାଟ ଶିଖର ସମ୍ମିଳନୀକୁ ଏହାର ମୁଖ୍ୟ ମାଧ୍ୟମ କରିଦେଲୁ”
“ସୁଶାସନ, ନ୍ୟାୟୋଚିତ ଓ ନୀତିଗତ ପ୍ରଶାସନ, ଏକ ସମାନୁପାତିକ ଅଭିବୃଦ୍ଧି ଓ ସ୍ୱଚ୍ଛତା ହେଉଛି ଗୁଜରାଟର ମୁଖ୍ୟ ଆକର୍ଷଣ”
“ଧାରଣା, କଳ୍ପନା ଓ ଦ୍ରୁତ କ୍ରିୟାନ୍ଵୟନ ହେଉଛି ଉତ୍ସାହୀ ଗୁଜରାଟର ମୂଳ ଉପାଦାନ”
“ଉତ୍ସାହୀ ଗୁଜରାଟ ଗୋଟିଏ କାର୍ଯ୍ୟକ୍ରମରୁ ଊର୍ଦ୍ଧ୍ବକୁ ଉଠି ଏକ ପ୍ରତିଷ୍ଠାନ ପାଲଟିଛି”
“ବିଶ୍ୱରେ ଭାରତର ୨୦୧୪ରେ ଲକ୍ଷ୍ୟ ରଖିଥିବା ଅଭିବୃଦ୍ଧି ଇଞ୍ଜିନ ବର୍ତ୍ତମାନ ଆନ୍ତର୍ଜାତିକ ସଂସ୍ଥା ଓ ବିଶେଷଜ୍ଞଙ୍କ ମଧ୍ୟରେ ଅନୁରଣିତ ହେଉଛି” “ବିଗତ ୨୦ ବର୍ଷ ତୁଳନାରେ ଆଗାମୀ ୨୦ ବର୍ଷ ଅଧିକ ଗୁରୁତ୍ୱପୂର୍ଣ୍ଣ”

ମଂଚ ଉପରେ ବିରାଜମାନ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୁପେନ୍ଦ୍ର ଭାଇ ପଟେଲ, ସଂସଦରେ ମୋର ସାଥୀ ଶ୍ରୀମାନ ସି. ଆର ପାଟିଲ, ଗୁଜରାଟ ସରକାରଙ୍କର ମନ୍ତ୍ରିଗଣ, ଉଦ୍ୟୋଗ ଜଗତର ସମସ୍ତ ବରିଷ୍ଠ ସାଥୀ, ଅନ୍ୟ ମହାନୁଭବ ଆଉ ଏଠାରେ ଉପସ୍ଥିତ ମୋର ସମସ୍ତ ପରିବାରଜନ ।

20 ବର୍ଷ ପୂର୍ବେ ଆମେ ଗୋଟିଏ ଛୋଟିଆ ବୀଜ ବପନ କରିଥିଲୁ । ଆଜି ତାହା ଏତେ ବିଶାଳ ଏବଂ ବୃହତ ଭାଇବ୍ରାଂଟ ବୃକ୍ଷ ହୋଇ ଯାଇଛି । ଉତ୍ସାହୀ ଗୁଜରାଟ ସମ୍ମିଳନୀର 20 ବର୍ଷ ପୂରଣ ହେବା ଉପଲକ୍ଷେ ଆଜି ଆପଣମାନଙ୍କ ଗହଣକୁ ଆସି ମୋତେ ବହୁତ ଖୁସି ଅନୁଭବ ହେଉଛି । ମୋର ସ୍ମରଣ ଅଛି, କିଛି ବର୍ଷ ପୂର୍ବେ ମୁଁ ଥରେ କହିଥିଲି ଯେ ଉତ୍ସାହୀ ଗୁଜରାଟ ଏହା କେବଳ ବ୍ରାଣ୍ଡିଂର ଆୟୋଜନ ମାତ୍ର ନୁହେଁ, ବରଂ ହେଉଛି ଏହାଠାରୁ ଅଧିକ ବଡ଼ ସମ୍ବନ୍ଧର ଆୟୋଜନ । ବିଶ୍ୱ ପାଇଁ ଏହି ସଫଳ ଶିଖର ସମ୍ମିଳନୀ ଏକ ବ୍ରାଣ୍ଡ ହୋଇପାରେ, କିନ୍ତୁ ମୋ ପାଇଁ ଏହା ହେଉଛି ଏକ ସୁଦୃଢ଼ ସମ୍ବନ୍ଧର ପ୍ରତୀକ । ଏହା ହେଉଛି ସେହି ବନ୍ଧନ ଯାହା ମୋର ଏବଂ ଗୁଜରାଟର 7 କୋଟି ନାଗରିକଙ୍କ ସହିତ, ସେମାନଙ୍କ ସାମର୍ଥ୍ୟ ସହିତ ଜଡ଼ିତ । ଏହା ହେଉଛି ସେହି ବନ୍ଧନ ଯାହା, ମୋ ପାଇଁ ଅନେକ ଅସୀମ ସ୍ନେହ ଉପରେ ଆଧାରିତ ।

 

ସାଥୀଗଣ,

ଆଜି ମୋତେ ସ୍ୱାମୀ ବିବେକାନନ୍ଦ ଜୀଙ୍କ କଥା ମଧ୍ୟ ସ୍ମରଣ ଆସୁଛି । ସ୍ୱାମୀ ବିବେକାନନ୍ଦ ଜୀ କହିଥିଲେ ଯେ, ପ୍ରତ୍ୟେକ କାର୍ଯ୍ୟକୁ ତିନି ପର୍ଯ୍ୟାୟ ଦେଇ ଯିବାକୁ ପଡ଼ିଥାଏ । ‘ପ୍ରଥମ ପର୍ଯ୍ୟାୟରେ ଲୋକ ତାହାକୁ ଉପହାସରେ ଉଡାଇ ଦେଇ ଥାଆନ୍ତି, ପୁଣି ତାହାର ବିରୋଧ କରିଥାଆନ୍ତି ଆଉ ପରେ ପୁଣି ତାକୁ ସ୍ୱୀକାର କରି ନେଇ ଥାଆନ୍ତି । ଆଉ ବିଶେଷ କରି ସେତେବେଳେ, ଯେତେବେଳେ ସେହି ଚିନ୍ତାଧାରା ସେହି ସମୟର ଆଗକୁ ହୋଇଥାଏ ।’ 20 ବର୍ଷ ହେଉଛି ଏକ ଦୀର୍ଘ ସମୟ । ଆଜିକାର ଯୁବ ପିଢ଼ୀର ସାଥୀମାନଙ୍କୁ ଜଣା ନଥିବ ଯେ 2001ରେ ଆସିଥିବା ଭୀଷଣ ଭୂକମ୍ପ ପରେ ଗୁଜରାଟର ସ୍ଥିତି କ’ଣ ଥିଲା । ଭୂକମ୍ପ ପୂର୍ବରୁ ହିଁ ଗୁଜରାଟ ଦୀର୍ଘ ସମୟ ଧରି ଭୟଙ୍କର ମରୁଡ଼ି ସ୍ଥିତି ସହିତ ଲଢ଼େଇ କରୁଥିଲା । ଏହା ପରେ ଯେଉଁ ଭୂକମ୍ପ ଆସିଲା, ସେଥିରେ ହଜାର- ହଜାର ଲୋକଙ୍କ ମୃତ୍ୟୁ ହୋଇଗଲା । ସେଥିରେ ଲକ୍ଷ- ଲକ୍ଷ ଲୋକ ପ୍ରଭାବିତ ହେଲେ, ସେମାନଙ୍କୁ ନିଜ ଘର ଛାଡ଼ିବାକୁ ପଡ଼ିଲା । ମରୁଡ଼ି ଏବଂ ଭୂକମ୍ପ ବ୍ୟତୀତ ସେହି ସମୟରେ ଗୁଜରାଟରେ ଆଉ ଏକ ବଡ଼ ଘଟଣା ହେଲା । ମାଧବପୁରା ମର୍କେଂଟାଇଲ ସମବାୟ ବ୍ୟାଙ୍କ ଭୁଷୁଡ଼ି ପଡ଼ିଲା, ଏଥିଯୋଗୁଁ ଆହୁରି 133 ସମବାୟ ବ୍ୟାଙ୍କ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଲା । ସମଗ୍ର ଗୁଜରାଟର ଆର୍ଥିକ ଜୀବନରେ ହାହାକାର ସୃଷ୍ଟି ହୋଇ ଯାଇଥିଲା । ଏକ ପ୍ରକାରରେ ଗୁଜରାଟର ଆର୍ଥିକ କ୍ଷେତ୍ର ସଙ୍କଟ ମଧ୍ୟକୁ ଆସି ଯାଇଥିଲା । ସେହି ସମୟରେ ମୁଁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲି, ମୋ ପାଇଁ ଏହି ଭୂମିକା ମଧ୍ୟ ନୂଆ ଥିଲା, ଶାସନ ଚଳାଇବାର କୌଣସି ଅନୁଭବ ନ ଥିଲା, କିନ୍ତୁ ଆହ୍ୱାନ ବହୁତ ବଡ଼ ଥିଲା । ଏହା ମଧ୍ୟରେ ଆଉ ଏକ ଘଟଣା ଘଟିଗଲା । ଗୋଧ୍ରାର ହୃଦୟବିଦାରକ ଘଟଣା ଘଟିଲା ଆଉ ତା’ପରବର୍ତୀ ପରିସ୍ଥିତିରେ ଗୁଜରାଟରେ ହିଂସାର ନିଆଁ ଜଳି ଉଠିଲା । ଏଭଳି ବିକଟ ପରିସ୍ଥିତିର ବୋଧହୁଏ କେହି କଳ୍ପନା କରି ନ ଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଯଦିଓ ସେହି ସମୟରେ ମୋ ପାଖରେ ଅଧିକ ଅନୁଭବ ନ ଥିଲା, କିନ୍ତୁ ମୋର ଗୁଜରାଟ ଉପରେ, ନିଜର ଗୁଜରାଟର ଲୋକଙ୍କ ଉପରେ ଅତୁଟ ଭରସା ଥିଲା । ଯଦିଓ ଯେଉଁ ଲୋକମାନେ ଏଜେଣ୍ଡା ନେଇକରି ଚାଲି ଥାଆନ୍ତି, ସେମାନେ ସେହି ସମୟରେ ମଧ୍ୟ ଘଟଣାଗୁଡ଼ିକୁ ନିଜ ପଦ୍ଧତିରେ ବିଶ୍ଳେଷଣ କରିବାରେ ଲାଗି ପଡ଼ିଥିଲେ । ଏହା କୁହାଗଲା ଯେ, ଗୁଜରାଟରୁ ଯୁବକ, ଗୁଜରାଟରୁ ଉଦ୍ୟୋଗ, ଗୁଜରାଟରୁ ବ୍ୟବସାୟୀ ସମସ୍ତେ ବାହାରକୁ ଚାଲିଯିବେ, ପଳାୟନ କରିବେ ଆଉ ଗୁଜରାଟ ତ ଏଭଳି କ୍ଷତିଗ୍ରସ୍ତ ହେବ, ଏପରି ନଷ୍ଟ ହୋଇଯିବ ଯେ ଦେଶ ପାଇଁ ବହୁତ ବଡ଼ ବୋଝ ହୋଇଯିବ । ବିଶ୍ୱରେ ଗୁଜରାଟକୁ ବଦନାମ କରିବା କରିବାର ଷଡ଼ଯନ୍ତ୍ର ରଚନା କରାଯାଇଛି । ଏକ ନିରାଶାର ପରିବେଶ ସୃଷ୍ଟି କରିବାର ଚେଷ୍ଟା କରାଗଲା । କୁହାଗଲା ଯେ ଗୁଜରାଟ କେବେ ହେଲେ ମଧ୍ୟ ନିଜ ଗୋଡ଼ରେ ଠିଆ ହୋଇ ପାରିବ ନାହିଁ । ସେହି ସଙ୍କଟରେ ମଧ୍ୟ ମୁଁ ସଙ୍କଳ୍ପ ନେଲି ଯେ ପରିସ୍ଥିତି ଯେମିତି ମଧ୍ୟ ହେଉ ନା କାହିଁକି, ଗୁଜରାଟକୁ ଏହା ମଧ୍ୟରୁ ବାହାରକୁ ବାହାର କରି ହିଁ ରହିବି । ଆମେ ଗୁଜରାଟର କେବଳ ପୁନଃନିର୍ମାଣ ହିଁ ନୁହେଁ, ବରଂ ତାହାଠାରୁ ଆଗକୁ ମଧ୍ୟ ଯିବା କଥା ଚିନ୍ତା କରୁଥିଲୁ । ଆଉ ଏହାର ଏକ ପ୍ରମୁଖ ମାଧ୍ୟମ ଆମେ ପ୍ରସ୍ତୁତ କଲୁ ଉତ୍ସାହୀ ଗୁଜରାଟ ସମ୍ମିଳନୀକୁ । ଏହା ଗୁଜରାଟର ଆତ୍ମବିଶ୍ୱାସ ବୃଦ୍ଧି କରିବା ଏବଂ ତାହା ମାଧ୍ୟମରେ ବିଶ୍ୱ ସହିତ ଆଖିରେ ଆଖି ମିଶାଇ କଥା କହିବାର ଏହା ମାଧ୍ୟମ ହୋଇଗଲା । ଏହା ଗୁଜରାଟ ସରକାରଙ୍କର ନିଷ୍ପତି ନେବାର ପ୍ରକ୍ରିୟା ଏବଂ କେନ୍ଦ୍ରୀଭୂତ ଅଭିବ୍ୟକ୍ତିକୁ, ସମଗ୍ର ବିଶ୍ୱକୁ ଦେଖାଇବାର ଏକ ମାଧ୍ୟମ ହେଲା । ଏହା ଗୁଜରାଟ ସମେତ ଭାରତର ଔଦ୍ୟୋଗିକ କ୍ଷମତାକୁ ବିଶ୍ୱ ସମ୍ମୁଖରେ ଉଜାଗର କରିବାର ମାଧ୍ୟମ ହେଲା । ଏହା ଭାରତରେ ରହିଥିବା ଭିନ୍ନ- ଭିନ୍ନ କ୍ଷେତ୍ରର ଅସୀମିତ ସମ୍ଭାବନା ଗୁଡ଼ିକୁ ଦେଖିବାର ମାଧ୍ୟମ ହେଲା । ଏହା ଭାରତର ପ୍ରତିଭାକୁ ଦେଶ ଭିତରେ ଉପଯୋଗ କରିବାର ମାଧ୍ୟମ ହେଲା । ଏହା ଭାରତର ଦିବ୍ୟତା, ଭବ୍ୟତା ଏବଂ ସାଂସ୍କୃତିକ ପରମ୍ପରାକୁ ବିଶ୍ୱକୁ ଦେଖାଇବାର ଆଉ ଏକ ମାଧ୍ୟମ ହୋଇଗଲା । ଆମେ କେତେ ସୂକ୍ଷ୍ମତାର ସହିତ କାର୍ଯ୍ୟ କଲୁ ତାହାର ଉଦାହରଣ ହେଉଛି ଭାଇବ୍ରେଂଟ ଗୁଜରାଟର ସମୟ । ଆମେ ଉତ୍ସାହୀ ଗୁଜରାଟ ସେତେବେଳେ କଲୁ ଯେତେବେଳେ ଗୁଜରାଟରେ ନବରାତ୍ରି ଏବଂ ଗରବାର ଧୂମ ରହିଥାଏ । ଆମେ ଏହାକୁ ଗୁଜରାଟର ଔଦ୍ୟୋଗିକ ବିକାଶର ପର୍ବ କରି ଦେଲୁ ।

ସାଥୀଗଣ,

ମୁଁ ଆଜି ଆପଣ ସମସ୍ତଙ୍କୁ ଆଉ ଗୋଟିଏ କଥା ମନେ ପକାଇ ଦେବାକୁ ଚାହୁଁଛି । 20 ବର୍ଷ ହେବାକୁ ଯାଉଛି, ପ୍ରତ୍ୟେକ ପ୍ରକାରର ଖଟା-ମିଠା କଥା ମନେ ପଡ଼ିବା ହେଉଛି ବହୁତ ସ୍ୱାଭାବିକ । ଆଜି ବିଶ୍ୱ ଉତ୍ସାହୀ ଗୁଜରାଟର ସଫଳତାକୁ ଦେଖୁଛି । କିନ୍ତୁ ଉତ୍ସାହୀ ଗୁଜରାଟର ଆୟୋଜନ ଏଭଳି ପରିବେଶରେ କରାଗଲା, ଯେତେବେଳେ କି ସେତେବେଳର କେନ୍ଦ୍ର ସରକାର ମଧ୍ୟ ଗୁଜରାଟର ବିକାଶକୁ ନେଇ ଅଣଦେଖା ମନୋଭାବ ପ୍ରଦର୍ଶନ କରୁଥିଲେ । ମୁଁ ସବୁବେଳେ ହିଁ କହିଛି ଯେ ଗୁଜରାଟର ବିକାଶରେ ଦେଶର ବିକାଶ । କିନ୍ତୁ ସେହି ସମୟରେ କେନ୍ଦ୍ର ସରକାର ଚଳାଉଥିବା ଲୋକମାନେ ଗୁଜରାଟର ବିକାଶକୁ ମଧ୍ୟ ରାଜନୀତି ସହିତ ଯୋଡ଼ି ଦେଖୁଥିଲେ । କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ସେତେବେଳେ ଉତ୍ସାହୀ ଗୁଜରାଟ ସମ୍ମିଳନୀକୁ ଆସିବାକୁ ମନା କରି ଦେଉଥିଲେ । ବ୍ୟକ୍ତିଗତ ଭାବେ ସେମାନେ ମୋତେ କହୁଥିଲେ ଯେ ନାହିଁ ନାହିଁ ଆମେ ନିଶ୍ଚିତ ଆସିବୁ, ଜଣାନାହିଁ ପଛରୁ ବେତ ପାହାର ହେଉଥିଲା ଆଉ ସେମାନେ ଆସିବାକୁ ମନା କରି ଦେଉଥିଲେ । ସହଯୋଗ କରିବା ତ ବହୁତ ଦୂରର କଥା, ସେମାନେ ପ୍ରତିବନ୍ଧକ ସୃଷ୍ଟି କରିବାରେ ମଧ୍ୟ ଲାଗି ରହୁଥିଲେ । ବିଦେଶୀ ନିବେଶକମାନଙ୍କୁ ଧମକ- ଚମକ ଦିଆ ଯାଉଥିଲା ଯେ ଗୁଜରାଟ ଯାଆନ୍ତୁ ନାହିଁ । ଏତେ ଡରାଇବା ପରେ ମଧ୍ୟ ବିଦେଶୀ ନିବେଶକ ଗୁଜରାଟ ଆସିଲେ । ଯେତେବେଳେ ମଧ୍ୟ ଏଠାରେ ଗୁଜରାଟରେ ସେମାନଙ୍କୁ କୌଣସି ସ୍ୱତନ୍ତ୍ର ପ୍ରୋତ୍ସାହନ ଦିଆ ଯାଉ ନ ଥିଲା । ସେମାନେ ଏଠାକୁ ଆସୁଥିଲେ, କାରଣ ସେମାନଙ୍କୁ ଏଠାରେ ସୁଶାସନ, ସୁନ୍ଦର ଶାସନ, ନୀତି ଅନୁଗାମୀ ଶାସନ, ଅଭିବୃଦ୍ଧିର ସମାନ ବ୍ୟବସ୍ଥା, ଆଉ ସ୍ୱଚ୍ଛ ସରକାରଙ୍କର ଅନୁଭବ ଦୈନନ୍ଦିନ ଜୀବନରେ ଆସୁଥିଲା । ଆପଣମାନେ କଳ୍ପନା କରି ପାରୁଥିବେ... ଯେତେବେଳେ ଭାଇବ୍ରେଂଟ ଗୁଜରାଟର ଶୁଭାରମ୍ଭ କରାଯାଇଥିଲା, ସେତେବେଳେ ଗୁଜରାଟରେ ବଡ଼- ବଡ଼ ହୋଟେଲ ମଧ୍ୟ ନ ଥିଲା ଯେଉଁଠାରେ ଏତେ ସବୁ ବିଦେଶୀ ଅତିଥିମାନଙ୍କର ରହିବାର ବ୍ୟବସ୍ଥା କରାଯାଇ ପାରିବ । ଯେତେବେଳେ ସମସ୍ତ ସରକାରୀ ଗେଷ୍ଟ ହାଉସ ଭର୍ତି ହୋଇ ଯାଉଥିଲା, ସେତେବେଳେ ଆମ ସାମ୍ନାରେ ଏହି ପ୍ରଶ୍ନ ଆସୁଥିଲା ଯେ ଏବେ ବଳି ଯାଇଥିବା ଲୋକମାନେ କେଉଁଠି ରହିବେ । ଏଭଳି ପରିସ୍ଥିତିରେ ବ୍ୟବସାୟ କେନ୍ଦ୍ରଗୁଡ଼ିକୁ ମୁଁ କହିଲି ଯେ ଭାଇ ଟିକେ ଆପଣଙ୍କର ଯେଉଁ ଗେଷ୍ଟ ହାଉସ ଇତ୍ୟାଦି ରହିଛି ତେବେ ସେଗୁଡ଼ିକୁ ଛାଡ଼ି ଦିଅନ୍ତୁ ଫଳରେ ସେମାନଙ୍କର କାମରେ ଆସିଯିବ । ଏପରିକି ବିଶ୍ୱବିଦ୍ୟାଳୟର ଗେଷ୍ଟ ହାଉସକୁ ମଧ୍ୟ ଆମେ ଉପଯୋଗ କରିଛୁ । ସେମାନଙ୍କ ଗେଷ୍ଟ ହାଉସରେ ଅତିଥିମାନଙ୍କର ରହିବାର ବ୍ୟବସ୍ଥା କରାଗଲା। କିଛି ଲୋକଙ୍କୁ ବଡେଦ୍ରାରେ ମଧ୍ୟ ରହିବାକୁ ପଡ଼ିଥିଲା ।

 

ସାଥୀଗଣ,

ମୋର ମନେଅଛି, 2009ରେ ଯେତେବେଳେ ଉତ୍ସାହୀ ଗୁଜରାଟର ଆୟୋଜନ କରାଗଲା, ସେତେବେଳେ ସମଗ୍ର ବିଶ୍ୱରେ ମାନ୍ଦା ଅବସ୍ଥାର ପରିବେଶ ଜାରି ରହିଥିଲା, ମାନ୍ଦା ଅବସ୍ଥାର କବଜାରେ ସାରା ବିଶ୍ୱ ରହିଥିଲା । ଆଉ ସମସ୍ତେ ମୋତେ କହିଲେ, ଆମ ଅଫିସରମାନେ ମଧ୍ୟ ମୋତେ କହୁଥିଲେ ଯେ ସାହେବ ଚଳିତ ଥର ଉତ୍ସାହୀ ଗୁଜରାଟକୁ ସ୍ଥଗିତ କରି ଦିଅନ୍ତୁ, ଫ୍ଲପ୍ ହୋଇଯିବ, କେହି ଆସିବେ ନାହିଁ । କିନ୍ତୁ ମୁଁ ସେହି ସମୟରେ ମଧ୍ୟ କହିଲି ଆଜ୍ଞା ନୁହେଁ, ଏହା ବନ୍ଦ ହେବ ନାହିଁ, ଏହା ହେବ, ଯଦି ବିଫଳ ହୋଇଯିବ, ତେବେ ଆଲୋଚନା ହେବ ଆଉ କ’ଣ ହେବ, କିନ୍ତୁ ଅଭ୍ୟାସ ଛାଡ଼ି ଦେବା ଉଚିତ ନୁହେଁ । ଆଉ ସେତେବେଳେ ମଧ୍ୟ ଉତ୍ସାହୀ ଗୁଜରାଟ ସମ୍ମିଳନୀ ହେଲା ଯେତେବେଳେ ସମଗ୍ର ବିଶ୍ୱ ମାନ୍ଦା ଅବସ୍ଥାରେ ଗତି କରୁଥିଲା । କିନ୍ତୁ 2009ର ଭାଇବ୍ରେଂଟ ଗୁଜରାଟରେ ସଫଳତାର ଆଉ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଗଲା ।

ସାଥୀଗଣ,

ଉତ୍ସାହୀ ଗୁଜରାଟର ସଫଳତା, ଏହାର ବିକାଶ ଯାତ୍ରାରୁ ମଧ୍ୟ ବୁଝା ଯାଇପାରେ । 2003ରେ ଏହି ସମ୍ମିଳନୀରେ ପ୍ରାୟ 100 ଅଂଶଗ୍ରହଣକାରୀ ଏବଂ ପ୍ରତିନଧି ଯୋଡ଼ି ହୋଇଥିଲେ । ବହୁତ ଛୋଟିଆ କାର୍ଯ୍ୟକ୍ରମ ଥିଲା । ଆଜି 40 ହଜାରରୁ ଅଧିକ ଅଂଶଗ୍ରହଣକାରୀ ଏବଂ ପ୍ରତିନଧି ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି । 2003ରେ ଏହି ସମ୍ମିଳନୀରେ କେବଳ ହାତଗଣତି ମାତ୍ର ଦେଶର ଅଂଶଗ୍ରହଣ ରହିଥିଲା, ଆଜି 135 ଦେଶ ଏଥିରେ ଅଂଶଗ୍ରହଣ କରୁଛନ୍ତି । 2003ରେ ଏହି ସମ୍ମିଳନୀର ପ୍ରାରମ୍ଭରେ, ପାଖାପାଖି 30 ପ୍ରଦର୍ଶନକାରୀ ଆସିଥିଲେ, ଏବେ 2ହଜାରରୁ ଅଧିକ ପ୍ରଦର୍ଶନକାରୀ ଏହି ସମ୍ମିଳନୀକୁ ଆସୁଛନ୍ତି ।

ସାଥୀଗଣ,

ଉତ୍ସାହୀ ଗୁଜରାଟର ସଫଳତା ପଛରେ କେତେକ ନିର୍ଦ୍ଦିଷ୍ଟ କାରଣ ରହିଛି । ଏହାର ସଫଳତାରେ ଚିନ୍ତାଧାରା, କଳ୍ପନା ଏବଂ କାର୍ଯ୍ୟାନ୍ୱୟନ ଭଳି ପ୍ରମୁଖ ତତ୍ୱ ସାମିଲ ରହିଛି । ଯଦି ମୁଁ ଚିନ୍ତାଧାରାର କଥା କହିବି, ତେବେ, ଉତ୍ସାହୀ ଗୁଜରାଟ ଏଭଳି ଏକ ଅନନ୍ୟ ପରିକଳ୍ପନା ଥିଲା, ଯାହା ସମ୍ପର୍କରେ ଭାରତରେ ବହୁତ କମ୍ ଲୋକ ଶୁଣିଥିଲେ । କିନ୍ତୁ ସମୟ ସହିତ ମିଳିଥିବା ସଫଳତା ଯୋଗୁଁ ଲୋକଙ୍କୁ ଏହାର ଗୁରୁତ୍ୱ ବୁଝା ପଡ଼ିଲା । କିଛି ସମୟ ପରେ, ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ନିଜ ଭଳି ବ୍ୟବସାୟ ଏବଂ ନିବେଶ ସମ୍ମିଳନୀର ଆୟୋଜନ ଆରମ୍ଭ କରିଦେଲେ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, କଳ୍ପନା ଶକ୍ତି । ଆମେ ଭିନ୍ନ ଭାବେ ଚିନ୍ତା କରିବାର ସାହସ ଦେଖାଇଲୁ । ଆମେ ସେହି ଦିନଗୁଡ଼ିକରେ ପ୍ରାଦେଶିକ ସ୍ତରରେ ହିଁ କିଛି ବହୁତ ବଡ଼ ବିଷୟ ଚିନ୍ତା କରୁଥିଲୁ, ଏଭଳି କିଛି ଯାହା ଦେଶ ସ୍ତରରେ ମଧ୍ୟ ହୋଇ ପାରି ନ ଥିବ । ଆମେ ଗୋଟିଏ ଦେଶକୁ ନିଜର ସହଯୋଗୀ ଦେଶ କରିବାର ସାହସ ଦେଖାଇଲୁ, ଆଉ ବିକଶିତ ଦେଶକୁ । ଗୋଟିଏ ଛୋଟିଆ ରାଜ୍ୟ ବିଶ୍ୱର ଏକ ବିକଶିତ ଦେଶକୁ ନିଜର ସହଯୋଗୀ ଦେଶ କରି ଦେବ, ଏହି ଚିନ୍ତାଧାରା ଆଜି ମଧ୍ୟ କିଛି ଭିନ୍ନ ଲାଗୁଥିବ ସେହି ସମୟ କଥା ଟିକେ କଳ୍ପନା କରନ୍ତୁ କ’ଣ ହୋଇଥିବ ? କିନ୍ତୁ କରି ଦେଲୁ । ଦେଶର କୌଣସି ଗୋଟିଏ ରାଜ୍ୟ ପାଇଁ ଏହା ଏକ ବହୁତ ବଡ଼ କଥା ଥିଲା ।

 

ସାଥୀଗଣ,

ଆଇଡିଆ ଏବଂ କଳ୍ପନା କେତେ ମଧ୍ୟ ଭଲ ହେଉ, କିନ୍ତୁ ଏଥିପାଇଁ ସମଗ୍ର ବ୍ୟବସ୍ଥାକୁ ନିୟୋଜିତ କରିବା ଏବଂ ଫଳାଫଳ ଯୋଗାଇ ଦେବା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ଏଭଳି ଏକ କାର୍ଯ୍ୟ, ଯେଉଁଥିପାଇଁ ବଡ଼ ପ୍ଲାନିଙ୍ଗ, ଦକ୍ଷତା ବିକାଶରେ ନିବେଶ, ପ୍ରତ୍ୟେକ ତଥ୍ୟ ଉପରେ ଦୃଷ୍ଟି, ଏବଂ ଅଥକ ପରିଶ୍ରମର ଆବଶ୍ୟକତା ହୋଇଥାଏ । ଫଳରେ ଏହି ସ୍କେଲର ଆୟୋଜନ ହୋଇ ପାରିବ । ମୁଁ ପୂର୍ବରୁ ମଧ୍ୟ କହିଛି, ସମାନ ଅଫିସର, ସମାନ ଉତ୍ସ, ଏବଂ ସମାନ ନିୟମ ସହିତ ଆମେ ଏଭଳି କିଛି କଲୁ, ଯାହା ସମ୍ପର୍କରେ କେହି କେବେ ଚିନ୍ତା କରି ନ ଥିଲେ ।

ସାଥୀଗଣ,

ଉତ୍ସାହୀ ଗୁଜରାଟ ସମ୍ମିଳନୀର ଆଉ ଏକ ପରିଚୟକୁ ନୋଟ କରିବା ଭଳି । ଆଜି ଭାଇବ୍ରେଂଟ ଗୁଜରାଟ ଏକକାଳୀନ ନିବେଶରୁ ଏକ ପ୍ରତିଷ୍ଠାନ ହୋଇ ଯାଇଛି, ଯାହାର ବ୍ୟବସ୍ଥା ଏବଂ ପ୍ରକ୍ରିୟା ସରକାରଙ୍କ ଭିତରେ ଏବଂ ସରକାରଙ୍କ ବାହାରେ ବର୍ଷ ସାରା ସ୍ୱତଃ ଚାଲୁ ରହିଥାଏ । ମୁଖ୍ୟମନ୍ତ୍ରୀ ବଦଳିଲେ, ପ୍ରାୟ- ପ୍ରାୟ ପୁରୁଣା ଆଗଧାଡ଼ିର ଅଫିସରମାନେ ସବୁ ଅବସର ନେଇଗଲେ, ଯେଉଁମାନେ 2001ରେ ପ୍ରଥମଥର ଗୁଜରାଟ ଆସିଥିବେ ଏଭଳି ଅଫିସର ଆଜି ଗୁଜରାଟକୁ ସମ୍ଭାଳୁଛନ୍ତି । ବରିଷ୍ଠ ହୋଇ ଯାଇଛନ୍ତି । ସମୟ ବଦଳିଲା, କିନ୍ତୁ ଗୋଟିଏ କଥା ବଦଳିଲା ନାହିଁ । ପ୍ରତ୍ୟେକ ଥର ଭାଇବ୍ରାଂଟ ଗୁଜରାଟ ସଫଳତାର ନୂତନ ଉଚ୍ଚତା ପର୍ଯ୍ୟନ୍ତ ପହଂଚୁଛି । ଏଭଳି ଏଇଥିପାଇଁ ହେଲା, କାରଣ ଆମେ ପ୍ରକ୍ରିୟାଗୁଡ଼ିକୁ ସଂସ୍ଥାଗତ କରି ଦେଲୁ । ଏହି ସଫଳତାର ଯେଉଁ ନିରନ୍ତରତା ରହିଛି, ସେଥିପାଇଁ ଏହି ଶକ୍ତି ହେଉଛି ଏହାର ଆଧାର । ଆଉ ଏଥିପାଇଁ ଭିତିଭୂମି ଉପରେ ମଧ୍ୟ ସେହିଭଳି ଭାବେ ଗୁରୁତ୍ୱ ଦେଲେ, ସେତେବେଳେ କେବେ ଟାଗୋର ହଲରେ କାର୍ଯ୍ୟକ୍ରମ ହେଉଥିଲା, ପୁଣି କେବେ ଏଠାରେ ବିଜ୍ଞାନ ସିଟିରେ ହିଁ ତମ୍ବୁ ପକାଇ କାର୍ଯ୍ୟକ୍ରମ କରିଥିଲୁ ଆଉ ଆଜି ମହାତ୍ମା ମନ୍ଦିର ହୋଇଗଲା ।

ସାଥୀଗଣ,

ଯେଉଁ ଭାବନା ସହିତ ଆମେ ଉତ୍ସାହୀ ଗୁଜରାଟ ସମ୍ମିଳନୀକୁ ଆଗକୁ ବଢ଼ାଇଲୁ, ସେମିତି ସାଧାରଣ ଭାବେ ଆମ ଦେଶରେ କମ୍ ମାତ୍ରାରେ ଦେଖିବାକୁ ମିଳିଥାଏ । ଆମେ ଏହି ସମ୍ମିଳନୀକୁ ଗୁଜରାଟରେ ତ’ କରୁଥିଲୁ କିନ୍ତୁ ଆମେ ଏହା ମାଧ୍ୟମରେ ପ୍ରତ୍ୟେକ ରାଜ୍ୟକୁ ଲାଭ ପହଂଚାଇବାକୁ ଚାହୁଁଥିଲୁ । ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଆମର ଏହି ଭାବନାକୁ ଆଜି ପର୍ଯ୍ୟନ୍ତ ବୁଝି ପାରିଛନ୍ତି । ସେମାନେ ନିଜର ପରିସର ମଧ୍ୟରେ ସଙ୍କୁଚିତ ହୋଇ ବସି ରହି ଯାଇଛନ୍ତି । ଜଣେ ଗୁଜରାଟର ମୁଖ୍ୟମନ୍ତ୍ରୀ ସେହି ସମୟରେ ଦେଶର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରନ୍ତି ଯେ ସମ୍ମିଳନୀ ହେଉଛି ଆପଣ ମଧ୍ୟ ନିଜର ଝଣ୍ଡା ପୋତି ଦିଅନ୍ତୁ, ଆପଣ ମଧ୍ୟ ଆପଣଙ୍କର ଷ୍ଟଲ ଲଗାନ୍ତୁ, ଆପଣ ମଧ୍ୟ କର୍ମଶାଳା କରନ୍ତୁ । ଭାଇବ୍ରାଂଟ ଗୁଜରାଟ ସମ୍ମିଳନୀରେ ମଧ୍ୟ ଅନ୍ୟ ରାଜ୍ୟଗୁଡ଼ିକୁ ସାମିଲ ହେବାର ସୁଯୋଗ ଦିଆ ଯାଉଥିଲା । ଆମେ ରାଜ୍ୟଗୁଡ଼ିକୁ ନିମନ୍ତ୍ରଣ କରିଥିଲୁ । ଆପଣ ମଧ୍ୟ ଆସନ୍ତୁ, ଆପଣଙ୍କର ଶକ୍ତି ଏଥିରେ ଲଗାନ୍ତୁ, ଲାଭ ଉଠାନ୍ତୁ । ଆମେ ରାଜ୍ୟ କର୍ମଶାଳାର ଆୟୋଜନ କଲୁ, ଯେଉଁଥିରେ ବହୁତ ରାଜ୍ୟ ଆସୁଥିଲେ ଆଉ ଭାଇବ୍ରାଂଟ ସମ୍ମିଳନୀ ସମୟରେ କେଉଁଠି ଓଡ଼ିଶାରେ ସମ୍ମିଳନୀ ଚାଲୁ ରହିଥିଲା, କେଉଁଠି ତେଲଗୁ ସମ୍ମିଳନୀ ଚାଲୁ ରହିଥିଲା, କେଉଁଠାରେ ହରିୟାଣା, ଜମ୍ମୁ-କଶ୍ମୀରର ସମ୍ମିଳନୀ ଚାଲୁ ରହିଥିଲା । ଏହା ବ୍ୟତୀତ ଗୁଜରାଟରେ ଆୟୁର୍ବେଦର ଗୋଟିଏ ସମଗ୍ର ଦେଶର ସମ୍ମିଳନୀ, ପ୍ରୋଗ୍ରେସିଭ ପାର୍ଟନରର ଏକ ବହୁତ ବଡ଼ ସମ୍ମିଳନୀ, ଅଲ ଇଣ୍ଡିଆ ଲୟର୍ସ ସମ୍ମିଳନୀ । ଏଭଳି ଭିନ୍ନ- ଭିନ୍ନ ପ୍ରକାରର ସମ୍ମିଳନୀ ଏହାର ମଧ୍ୟ ତାନା-ବାନା ଆମେ କ୍ରମାଗତ ଭାବେ ହୋଇ ଚାଲିଥିଲୁ । ଆମେ ଗୁଜରାଟର ବିକାଶକୁ ମଧ୍ୟ ଜାତୀୟ ଦୃଷ୍ଟିକୋଣ ଭାବେ କରୁଥିଲୁ ।

 

ସାଥୀଗଣ,

ବିଂଶ ଶତାବ୍ଦୀରେ ଆମର ଗୁଜରାଟ, ଆମର ପରିଚୟ କ’ଣ ଥିଲା ? ଆମେ ଗୋଟିଏ ବ୍ୟବସାୟିକ ରାଜ୍ୟ ଭାବେ ପରିଚିତ ହେଉଥିଲୁ । ଗୋଟିଏ ଜାଗରୁ ନେଉଥିଲୁ, ଆଉ ଏକ ଜାଗାରେ ଦେଉଥିଲୁ । କିନ୍ତୁ ବିଂଶ ଶତାବ୍ଦୀର ଏହି ଛବିକୁ ଛାଡ଼ି ଏକବିଂଶ ଶତାବ୍ଦୀରେ ଗୁଜରାଟ ବାଣିଜ୍ୟ ସହିତ ଏକ କୃଷି ଶକ୍ତି କେନ୍ଦ୍ର ହେଲା, ଏକ ଅର୍ଥନୈତିକ କେନ୍ଦ୍ର ହେଲା ଆଉ ଏକ ଶିଳ୍ପାଂଚଳ ଏବଂ ମ୍ୟାନୁଫ୍ୟାକଚରିଂ ଇକୋ ସିଷ୍ଟମ ଭାବେ ତାହାର ଏକ ପରିଚୟ ସୃଷ୍ଟି ହୋଇ ପାରିଛି । ଏହା ବ୍ୟତୀତ ଗୁଜରାଟର ବାଣିଜ୍ୟ- ଆଧାରିତ ପ୍ରତିପତି ମଧ୍ୟ ଖୁବ ସୁଦୃଢ଼ ହୋଇଛି । ଏହି ସବୁଗୁଡ଼ିକର ପଛରେ ଉତ୍ସାହୀ ଗୁଜରାଟ ଭଳି ଆୟୋଜନର ସଫଳତା ରହିଛି, ଯେଉଁ ଚିନ୍ତାଧାରା, ନବସୃଜନ ଏବଂ ଶିଳ୍ପଗୁଡ଼ିକର ଇନକ୍ୟୁବେଟର ଭଳି କାର୍ଯ୍ୟ କରୁଛି । ଆମ ପାଖରେ ବିଗତ 20 ବର୍ଷର, ହଜାର- ହଜାର ସଫଳତାର କାହାଣୀ ଓ ମାମଲା ଅଧ୍ୟୟନ ରହିଛି । ପ୍ରଭାବଶାଳୀ ନୀତି ନିର୍ମାଣ ଏବଂ କୁଶଳ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଦ୍ୱାରା ହିଁ ଏହା ସମ୍ଭବପର ହୋଇ ପାରିଛି । ବୟନ ଏବଂ ହସ୍ତଶିଳ୍ପରେ ନିବେଶ ଏବଂ ରୋଜଗାର ପ୍ରଦାନ କ୍ଷେତ୍ରରେ ଅଦ୍ଭୁତପୂର୍ବ ଅଭିବୃଦ୍ଧି ହୋଇଛି । ଯେଉଁ କାରଣରୁ ଆମର ରପ୍ତାନୀ ମଧ୍ୟ ରେକର୍ଡ ସ୍ଥାପନ କରୁଛି । ବିଗତ 2 ଦଶକରେ ଆମେ ଭିନ୍ନ- ଭିନ୍ନ କ୍ଷେତ୍ରରେ ନୂତନ ଶିଖରରେ ପହଂଚିଛୁ । ଅଟୋମୋବାଇଲ କ୍ଷେତ୍ରରେ 2001 ତୁଳନାରେ, ଆମର ନିବେଶ ପ୍ରାୟତଃ 9 ଗୁଣ ବଢ଼ିଛି । ଆମର ଉତ୍ପାଦନ ଆଉଟପୁଟରେ 12 ଗୁଣ ବୃଦ୍ଧି ହୋଇଛି । କେମିକାଲ କ୍ଷେତ୍ରରେ ଗୁଜରାଟ ଦେଶ ଏବଂ ବିଶ୍ୱର ସମସ୍ତ କମ୍ପାନୀର ପସନ୍ଦ ହୋଇ ଯାଇଛି । ଆଜି ଭାରତର ଡାଇଜ୍ (ରଙ୍ଗ) ଏବଂ ମଧ୍ୟସ୍ଥ ଉତ୍ପାଦନ କ୍ଷେତ୍ରରେ (intermediates manufacturing) ଗୁଜରାଟର ଯୋଗଦାନ ପ୍ରାୟ 75 ପ୍ରତିଶତ ରହିଛି । କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ କ୍ଷେତ୍ରରେ ଗୁଜରାଟର ଅଂଶ ହେଉଛି ଦେଶରେ ସର୍ବାଧିକ । ଆଜି, ଗୁଜରାଟରେ 30 ହଜାରରୁ ଅଧିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ କାର୍ଯ୍ୟ କରୁଛି । ଫାର୍ମା କ୍ଷେତ୍ରରେ ଗୁଜରାଟ ଏକ ସୃଜନାତ୍ମକ-ପରିଚାଳିତ, ଜ୍ଞାନ-କୈନ୍ଦ୍ରିକ ଫାର୍ମା ଉଦ୍ୟୋଗ ଭାବେ ବିକଶିତ ହେଉଛି । ଡାକ୍ତରୀ ଉପକରଣ ଉତ୍ପାଦନରେ 50 ପ୍ରତିଶତରୁ ଅଧିକ ଏବଂ ହୃଦରୋଗ ଷ୍ଟେଂଟ ଉତ୍ପାଦନ କ୍ଷେତ୍ରରେ ଗୁଜରାଟର ଅଂଶ ହେଉଛି ପାଖାପାଖି ୮୦ ପ୍ରତିଶତ । ରତ୍ନପଥର ଏବଂ ଅଳଙ୍କାର ଉଦ୍ୟୋଗରେ ଗୁଜରାଟର ସଫଳତା ହେଉଛି ବହୁତ ଅଧିକ । ସାରା ବିଶ୍ୱରେ ପ୍ରକ୍ରିୟାକୃତ ହୀରାର 70 ପ୍ରତିଶତରୁ ଅଧିକ ଅଂଶ ହେଉଛି ଗୁଜରାଟର । ଭାରତର ହୀରା ରପ୍ତାନୀ କ୍ଷେତ୍ରରେ ଗୁଜରାଟର ଯୋଗଦାନ ହେଉଛି 80 ପ୍ରତିଶତ । ସେହିଭଳି ସିରାମିକ କ୍ଷେତ୍ରର କଥା କହିବା ତେବେ ଗୁଜରାଟର କେବଳ ମୋରବୀ କ୍ଷେତ୍ର ଦେଶର ସିରାମିକ ବଜାରରେ 90 ପ୍ରତିଶତ ଅଂଶଧନ ରଖିଥାଏ । ଏଠାରେ ସିରାମିକ ଟାଇଲ୍ସ, ସାନିଟାରୀ ଓୟାର ଏବଂ ଭିନ୍ନ- ଭିନ୍ନ ସିରାମିକ ଉତ୍ପାଦର ପ୍ରାୟ 10 ହଜାର ଉତ୍ପାଦନ ୟୁନିଟ ଅଛି । ଗୁଜରାଟ ମଧ୍ୟ ହେଉଛି ଭାରତର ଶ୍ରେଷ୍ଠ ରପ୍ତାନୀକାରୀ । ବିଗତ ବର୍ଷ ରାଜ୍ୟ ପ୍ରାୟ 2 ବିଲିୟନ ଡଲାର ରପ୍ତାନୀ କରିଥିଲା । ଆଗାମୀ ସମୟରେ ପ୍ରତିରକ୍ଷା ଉତ୍ପାଦନରେ ବହୁତ ବଡ଼ କ୍ଷେତ୍ର ହେବ ।

ସାଥୀଗଣ,

ଆମେ ଉତ୍ସାହୀ ଗୁଜରାଟର ଶୁଭାରମ୍ଭ କରିଥିଲୁ, ସେତେବେଳେ ଆମର ଲକ୍ଷ୍ୟ ଏହା ଥିଲା କି ଏହା ରାଜ୍ୟ ତଥା ଦେଶର ସମୃଦ୍ଧିର ବିକାଶ ଇଞ୍ଜିନ ହେବ । ବୁଝି ହେଉଛି ମୁଁ କ’ଣ କହୁଛି? ଯତେବେଳେ ଆମେ ଏଠାରେ କାର୍ଯ୍ୟ କରୁଥିଲୁ, ସେତେବେଳେ ଆମର କଳ୍ପନା ଥିଲା, ଆମର ଚିନ୍ତାଧାରା ଥିଲା ଯେ ଗୁଜରାଟ ଦେଶର ବିକାଶ ଇଞ୍ଜିନ ହେଉ, ଧରି ନିଅନ୍ତୁ କିଛି ଲୋକ ବୁଝି ପାରିଲେ । ଦେଶ ଏହି ପରିକଳ୍ପନାର ସତ୍ୟତାକୁ ଦେଖିଛି । 2014ରେ ଯେତେବେଳେ ଦେଶ ଆମକୁ ସେବା କରିବାର ସୁଯୋଗ ଦେଲା, ସେତେବେଳେ ଆମର ଲକ୍ଷ୍ୟ ମଧ୍ୟ ବିସ୍ତାର ହେଲା ଆଉ ଆମର ଲକ୍ଷ୍ୟ ଥିଲା ଯେ ଭାରତ ସାରା ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ ପାଲଟୁ । ଆଜି ଅନ୍ତରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ, ବିଶେଷଜ୍ଞମାନେ ଏହି ସ୍ୱରରେ କଥା ହେଉଛନ୍ତି । ଆଜି ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅର୍ଥବ୍ୟବସ୍ଥା ହୋଇଛି । ଏବେ ଆମେ ଏକ ଏଭଳି ସ୍ଥାନରେ ଠିଆ ହୋଇଛୁ, ଯେଉଁଠାରେ ଭାରତ ବୈଶ୍ୱିକ ଅର୍ଥନୀତିର ଶକ୍ତିକେନ୍ଦ୍ର ହେବାକୁ ଯାଉଛି । ଏବେ ଭାରତକୁ ବିଶ୍ୱ ତରଫରୁ ଏହା ହେଉଛି ମୋର ଆପଣମାନଙ୍କୁ ଗ୍ୟାରେଂଟି । ଆପଣ ନିଜର ଆଖି ସାମ୍ନାରେ ଦେଖିବେ, କିଛି ବର୍ଷ ମଧ୍ୟରେ ହିଁ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ବଡ଼ ଅର୍ଥବ୍ୟବସ୍ଥା ମଧ୍ୟରେ ରହିବ । ଏହା ହେଉଛି ମୋଦୀର ଗ୍ୟାରେଂଟି । ଏଥିପାଇଁ ମୁଁ ଏଠାରେ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ, ଭାରତର ଉଦ୍ୟୋଗଜଗତକୁ ଏକ ଅନୁରୋଧ କରୁଛି । ଆପଣ ସମସ୍ତେ ଏଭଳି କ୍ଷେତ୍ର ବିଷୟରେ ଚିନ୍ତା କରନ୍ତୁ ଯେଉଁଠାରେ ଭାରତ ନିଜର ନୂତନ ସମ୍ଭାବନା ସୃଷ୍ଟି କରି ପାରିବ, ଅବା ପୁଣି ନିଜ ସ୍ଥିତି ଅଧିକ ଉନ୍ନତ କରି ପାରିବ । ଆମକୁ ଏହା ମଧ୍ୟ ଚିନ୍ତା କରିବାକୁ ହେବ ଯେ ଉତ୍ସାହୀ ଗୁଜରାଟ କିଭଳି ଏହି ମିଶନକୁ ଗତି ପ୍ରଦାନ କରିବ । ଯେପରି ଭାରତ ଆଜି ବିଶ୍ୱରେ ନିରନ୍ତରତା ପାଇଁ, ସେହି ବିଷୟରେ ଆଜି ବିଶ୍ୱର ନେତୃତ୍ୱ ନେଉଛି, ନେତୃତ୍ୱ ପ୍ରଦାନ କରୁଛି, ଆମର ଷ୍ଟାର୍ଟ ଅପ ଇକୋ ସିଷ୍ଟମକୁ କିଭଳି ଏହି ଶୀଖର ସମ୍ମିଳନୀରେ ଅଧିକରୁ ଅଧିକ ଲାଭ ମିଳିବ, ଆମକୁ ଏହା ମଧ୍ୟ ଚିନ୍ତା କରିବାକୁ ହେବ । ଆଜି ଏଗ୍ରିଟେକ୍ ହେଉଛି ଏକ ବିକଶିତ କ୍ଷେତ୍ର, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଛି । ଶ୍ରୀ-ଅନ୍ନର ବୃଦ୍ଧି ପାଉଥିବା ଉପଯୋଗ ଦ୍ୱାରା ଆମର ଯେଉଁ ମିଲେଟ୍ସ ଅଛି, ତାହା ଆଜି ବିଶ୍ୱର ବଡ଼- ବଡ଼ ଭୋଜନର ଶୁଭାରମ୍ଭରେ ଡାଇନିଂ ଟେବୁଲରେ ନିଜର ସ୍ଥାନ ସୃଷ୍ଟି କରି ପାରିଛି । ଶ୍ରୀ-ଅନ୍ନର ଉପଯୋଗ ଦ୍ୱାରା ନୂତନ ଅବସର ପ୍ରସ୍ତୁତ ହେଉଛି । ପ୍ରକ୍ରିୟାକରଣ, ପ୍ୟାକେଜିଂ, ସେଥିରେ ପରିବର୍ତନ ଏବଂ ବିଶ୍ୱ ବଜାର ପର୍ଯ୍ୟନ୍ତ ପହଂଚିବାର ସମ୍ଭାବନା ବହୁତ ନୂତନ ସୁଯୋଗ ନେଇକରି ଆସିଛି ।

 

ଆଜି ଦୃଢ଼ ଭାବେ ସଂଯୁକ୍ତ ବିଶ୍ୱରେ ଆର୍ଥିକ ସହଯୋଗର ଆନୁଷ୍ଠାନିକ ଆବଶ୍ୟକତା ବହୁତ ବୃଦ୍ଧି ପାଉଛି । ଗୁଜରାଟ ନିକଟରେ ପୂର୍ବରୁ ହିଁ ଗିଫ୍ଟ ସିଟି ଅଛି, ଯାହାର ପ୍ରସଙ୍ଗିକତା ପ୍ରତ୍ୟେକ ଦିନ ବୃଦ୍ଧି ପାଉଛି । ଗିଫ୍ଟ ସିଟିରେ ଆମର ସରକାରଙ୍କର ସାମଗ୍ରିକ ଆଭିମୁଖ୍ୟର ପ୍ରତିବିମ୍ବ ଦେଖିବାକୁ ମିଳୁଛି। ଏଠାରେ କେନ୍ଦ୍ର, ରାଜ୍ୟ ଏବଂ ଆଇଏଫଏସସିର କର୍ତୃପକ୍ଷ ମିଳିମିଶି କାର୍ଯ୍ୟ କରୁଛନ୍ତି ଫଳରେ ବିଶ୍ୱର ଶ୍ରେଷ୍ଠ ନିୟନ୍ତ୍ରିତ ବାତାବରଣ ପ୍ରସ୍ତୁତ ହେବ । ଆମକୁ ଏହାର ବୈଶ୍ୱିକ ପ୍ରତିଦ୍ୱନ୍ଦି ଆର୍ଥିକ ବଜାର କ୍ଷେତ୍ର କରିବାର ପ୍ରୟାସ ଦ୍ରୁତ ଗତିରେ କରିବା ଆବଶ୍ୟକ । ଏଥିପାଇଁ ଆମେ ଆମର ବୃହତ ଘରୋଇ ଚାହିଦାର ଲାଭ ଉଠାଇ ପାରିବା । ଭାଇବ୍ରେଂଟ ଗୁଜରାଟ ସମ୍ମୁଖରେ ଏହା ଲକ୍ଷ୍ୟ ରହିଛି ଯେ ତାହା କିପରି ଗିଫ୍ଟ ସିଟିକୁ ଆହୁରି ଅଧିକ ସଶକ୍ତ କରିବ, ଫଳରେ ଏହାର ବୈଶ୍ୱିକ ଉପସ୍ଥିତି ବୃଦ୍ଧି ପାଇବ ।

ସାଥୀଗଣ,

ଉତ୍ସାହୀ ଗୁଜରାଟର ସଫଳତାର ଚର୍ଚ୍ଚା ମଧ୍ୟରେ, ମୁଁ ଏହା ମଧ୍ୟ କହିବି ଯେ ଏହା ଅଟକି ଯିବାର ସମୟ ନୁହେଁ । ବିଗତ 20 ବର୍ଷ ଠାରୁ ଆଗାମୀ 0 ବର୍ଷ ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ଉତ୍ସାହୀ ଗୁଜରାଟର 40 ବର୍ଷ ପୂରଣ ହେବ, ସେତେବେଳେ ଭାରତ ନିଜ ସ୍ୱାଧୀନତାର ଶତାବ୍ଦୀ ବର୍ଷ ନିକଟରେ ପହଂଚି ଯାଇଥିବ । ଏହି ସମୟ ହେଉଛି ଯେତେବେଳେ ଭାରତକୁ ଏକ ଏଭଳି ରୋଡ଼ ମ୍ୟାପ ପ୍ରସ୍ତୁତ କରିବାକୁ ହେବ, ଯାହା ତାହାକୁ 2047 ପର୍ଯ୍ୟନ୍ତ ଏକ ବିକଶିତ ଏବଂ ଆତ୍ମନିର୍ଭର ରାଷ୍ଟ୍ର ଭାବେ ଆମେ ତାହାକୁ ବିଶ୍ୱ ସାମ୍ନାରେ ପ୍ରସ୍ଥାପିତ କରିବା । ମୋର ବିଶ୍ୱାସ ଯେ ଆପଣ ସମସ୍ତେ ମଧ୍ୟ ଏହି ଦିଗରେ ନିଶ୍ଚିତ କାର୍ଯ୍ୟ କରିବେ, ନିଶ୍ଚିତ ପଦକ୍ଷେପ ଉଠାଇବେ, ନିଶ୍ଚିତ ଆଗକୁ ଆସିବେ । ଏବେ ଉତ୍ସାହୀ ଗୁଜରାଟ ଜାନୁଆରୀରେ ହେବାକୁ ଅଛି । ରାଜ୍ୟ ସରକାର ଏବଂ ଏଠାକାର ଉଦ୍ୟୋଗ ଜଗତର ସାଥୀ ସମ୍ପୂର୍ଣ୍ଣ ଶକ୍ତିର ସହିତ ମଧ୍ୟ ଲାଗିଛନ୍ତି, କିନ୍ତୁ ମୋ ପାଇଁ ଏହା ହେଉଛି ଖୁସିର କଥା ଯେ ଆଜି ଯେତେବେଳେ ଆପଣମାନେ ମୋତେ ଡାକିଛନ୍ତି, ମୁଁ ମଧ୍ୟ 20 ବର୍ଷ ଛୋଟ ହୋଇଗଲି ଆଉ ସେହି ପୁରୁଣା ସ୍ମୃତିରେ ହଜିଗଲି, ସେହି ଭୟଙ୍କର ବିଷାଦରୁ ଗୁଜରାଟ କିଭଳି ବାହାରି ଆସିଛି ଆଉ କେଉଁଠାରେ ପହଂଚି ଯାଇଛି । ଜୀବନରେ ଏହାଠାରୁ ବଡ଼ ଆତ୍ମସନ୍ତୋଷ ଆଉ କ’ଣ ହୋଇପାରେ ବନ୍ଧୁଗଣ? ମୁଁ ପୁଣିଥରେ ଏହି 20 ବର୍ଷକୁ ମନେ ପକାଇବା ପାଇଁ ଗୁଜରାଟ ସରକାରଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ମୋତେ ଆପଣମାନଙ୍କ ଗହଣକୁ ଆସି ବିଗତ ଦିନକୁ ସ୍ମରଣ କରିବାର ସୁଯୋଗ ଦେଲେ, ସେଥିପାଇଁ ମୁଁ ବହୁତ- ବହୁତ କୃତଜ୍ଞ,

ବହୁତ- ବହୁତ ଶୁଭକାମନା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
Booth strength, people’s trust and grassroots outreach - PM Modi’s interaction with BJP Karyakartas from West Bengal
April 14, 2026
The citizens across West Bengal have described the BJP’s Sankalp Patra (manifesto) as practical, implementable and focused on holistic development and welfare: PM Modi
PM Modi constantly reiterated to the BJP karyakartas of West Bengal that booth-level strength is the foundation of electoral success
The scale of victory in West Bengal will directly translate into relief and better governance for its people: PM Modi to BJP karyakartas

PM Modi interacted with BJP karyakartas from across West Bengal under the ‘Mera Booth, Sabse Mazboot’ initiative, extending his best wishes for the Bengali New Year to all citizens of the state.


During the interaction, the PM reflected on his recent visits across various parts of West Bengal, highlighting the remarkable enthusiasm, energy and growing support for the BJP among the people. He credited this momentum to the tireless efforts and dedication of booth-level karyakartas.

The PM appreciated the positive response to the BJP’s Sankalp Patra (manifesto), stating that citizens across the state have described it as practical, implementable, and focused on holistic development and welfare.

During the interaction, several karyakartas shared their on-the-ground experiences, highlighting key concerns among the people, including safety, employment, corruption, political violence, and governance challenges. Women karyakartas spoke about concerns over security and dignity, while youth-related issues such as migration due to lack of opportunities were also raised.

PM Modi acknowledged these concerns and emphasised the need for continuous engagement with citizens at the grassroots level. He urged karyakartas to strengthen booth-level organisation through regular outreach and small group meetings, actively connect with women, youth, farmers and first-time voters , clearly communicate the benefits and vision outlined by the BJP, ensure transparency, development and safety, use social media and digital tools effectively to amplify facts and counter misinformation.
He also stressed the importance of documenting and communicating local issues, ensuring that the voices of the people are consistently heard and represented.

The PM constantly reiterated that booth-level strength is the foundation of electoral success, stating that “Booth jeeta, toh chunav jeeta.” He expressed confidence that the growing trust of the people in BJP presents a significant opportunity to bring transformation in West Bengal.

Concluding the interaction, PM Modi said that the scale of victory in West Bengal will directly translate into relief and better governance for its people. He encouraged all karyakartas to work with renewed energy, expand outreach, and ensure that every household becomes a partner in this journey of development.