ଅଯୋଧ୍ୟା ଓ ଏହାର ଆଖପାଖ ଅଞ୍ଚଳରେ ୧୧,୧୦୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେବ
ଜାନୁଆରୀ ୨୨ ତାରିଖକୁ ସାରା ବିଶ୍ୱ ଉତ୍ସାହର ସହ ଅପେକ୍ଷା କରିଛି, ମୁଁ ମଧ୍ୟ ଏହାକୁ ଅପେକ୍ଷା କରିଛି
ଅଯୋଧ୍ୟାରୁ ନୂଆ ଶକ୍ତି ପାଉଛି ବିକଶିତ ଭାରତ ଅଭିଯାନ
ଆଜିର ଭାରତ ଉଭୟ ପ୍ରାଚୀନ ଓ ଆଧୁନିକକୁ ଅନ୍ତର୍ଭୁକ୍ତ କରି ଆଗକୁ ବଢ଼ୁଛି
କେବଳ ଅବଧ ଅଞ୍ଚଳ ନୁହେଁ, ଅଯୋଧ୍ୟା ସମଗ୍ର ଉତ୍ତରପ୍ରଦେଶର ବିକାଶକୁ ନୂଆ ଦିଗ ଦେବ
ମହର୍ଷି ବାଲ୍ମିକିଙ୍କ ରାମାୟଣ ହେଉଛି ଜ୍ଞାନର ମାର୍ଗ ଯାହା ଆମକୁ ଶ୍ରୀରାମଙ୍କ ସହ ଯୋଡିଥାଏ
"ଆଧୁନିକ ଅମୃତ ଭାରତ ଟ୍ରେନ୍ ରେ ଗରିବଙ୍କ ପାଇଁ ସେବା ଭାବନା ରହିଛି"
"ଜାନୁଆରୀ ୨୨ ରେ ପ୍ରତ୍ୟେକ ଘରେ ଶ୍ରୀରାମ ଜ୍ୟୋତି ଜଳାନ୍ତୁ"
ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଜାନୁୟାରୀ ୨୨ ତାରିଖ ପରେ ଅଯୋଧ୍ୟା ଗସ୍ତ ପାଇଁ ଯୋଜନା କରନ୍ତୁ
"ମକର ସଂକ୍ରାନ୍ତି ଦିନ ଜାନୁଆରୀ ୧୪ ରୁ ସାରା ଦେଶର ତୀର୍ଥସ୍ଥଳରେ ସ୍ୱଚ୍ଛତାର ଏକ ବିରାଟ ଅଭିଯାନ ସହିତ ଭବ୍ୟ ରାମ ମନ୍ଦିର ଉତ୍ସବ ପାଳନ କରନ୍ତୁ"
ଆଜି ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ଦେଶର ବିଶ୍ୱାସ ରହିଛି କାରଣ ମୋଦୀ ଦେଇଥିବା ଗ୍ୟାରେଣ୍ଟି କୁ ପୂରଣ କରିବା ପାଇଁ ସମସ୍ତ ପ୍ରୟାସ କରିଥାନ୍ତି । ଅଯୋଧ୍ୟା ମଧ୍ୟ ଏହାର ସାକ୍ଷୀ।

ଅଯୋଧ୍ୟାରେ ସମସ୍ତ ଲୋକମାନଙ୍କୁ ମୋର ପ୍ରଣାମ  ଜାନୁଆରୀ ୨୨ତାରିଖରେ ହେବାକୁ ଥିବା ଏହି ଐତିହାସିକ ମୁହୂର୍ତ୍ତକୁ ଆଜି ସମଗ୍ର ବିଶ୍ୱ ଉତ୍ସୁକତାର ସହ ଅପେକ୍ଷା କରିଛି। ତେଣୁ ଅଯୋଧ୍ୟା ବାସୀଙ୍କ ମଧ୍ୟରେ ଉତ୍ସାହ ଓ ବହୁତ ଆନନ୍ଦ ହେବା ସ୍ୱାଭାବିକ। ମୁଁ ଭାରତ  ମାଟିର କୋଣ ଅନୁକୋଣ  ଏବଂ ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କର ମୁଁ ଉପାସକ ଅଟେଏବଂ ମୁଁ ମଧ୍ୟ ଆପଣଙ୍କ ପରି ସେତିକି ଉତ୍ସାହିତ ଅଛିଆମ ସମସ୍ତଙ୍କ ଏହି ଉତ୍ସାହଏହି ଆନନ୍ଦ କିଛି ସମୟ ପୂର୍ବରୁ ଅଯୋଧ୍ୟାର ରାସ୍ତାରେ ଦେଖିବାକୁ ମିଳିଥିଲା। ଏମିତି ଲାଗୁଥିଲା ଯେମିତି ପୂରା ଅଯୋଧ୍ୟା ସହର ରାସ୍ତାକୁ ଓହ୍ଲାଇଆସିଛି। ଏହି ଭଲପାଇବା ଏବଂ ଆଶୀର୍ବାଦ ପାଇଁ ମୁଁ ଆପଣସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।  ମୋ ସହିତ ଯୋଗ ଦିଅନ୍ତୁ -

ସିୟାବର ରାମଚନ୍ଦ୍ର କି -- ଜୟ!

ସିୟାବର ରାମଚନ୍ଦ୍ର କି -- ଜୟ!

ସିୟାବର ରାମଚନ୍ଦ୍ର କି -- ଜୟ!

ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ମନ୍ତ୍ରୀମଣ୍ଡଳରେ ମୋର ସହକର୍ମୀ, ଜ୍ୟୋତିରାଦିତ୍ୟ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ ଏବଂ ଭିକେ ସିଂ ଜୀ, ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ ଏବଂ ବ୍ରଜେଶ ପାଠକ ଜୀ, ୟୁପି ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସମସ୍ତ ସାଂସଦ ଓ ବିଧାୟକଗଣ ଏବଂ ମୋ ବହୁ ସଂଖ୍ୟାରେ ଏଠାକୁ ଆସିଥିବା ମୋର ପରିବରଗଣ ! ଦେଶରେ ଡିସେମ୍ବର ୩୦ ତାରିଖର ବହୁତ ଐତିହାସିକ ମହତ୍ତ୍ୱ ରହିଛି । ୧୯୪୩ ମସିହା ଆଜିର ଦିନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଣ୍ଡାମାନରେ ପତାକା ଉତ୍ତୋଳନ କରି ଭାରତର ସ୍ୱାଧୀନତା ଘୋଷଣା କରିଥିଲେ । ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ ଏହି ପବିତ୍ର ଦିନରେ ଆମେ ସ୍ୱାଧୀନତାର 'ଅମୃତ କାଳ'ର ସଂକଳ୍ପ ନେଇ ଆଗକୁ ବଢ଼ୁଛୁ। ଆଜି ଅଯୋଧ୍ୟା ‘ବିକଶିତ ଭାରତ'ର ବିକାଶକୁ ତ୍ୱରାନ୍ୱିତ କରିବା ଅଭିଯାନରେ ନୂଆ ଶକ୍ତି ନିବେଶ କରୁଛି। ଆଜି ଏଠାରେ ୧୫ ହଜାର କୋଟିରୁ ଅଧିକ ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରାଯାଇଛି। ଏହି ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକ ପୁଣି ଥରେ ଜାତୀୟ ମାନଚିତ୍ରରେ ଗର୍ବର ସହ ଓ ଆଧୁନିକ ଅଯୋଧ୍ୟା ପ୍ରତିଷ୍ଠା କରିବ। କରୋନା ଭଳି ବିଶ୍ଵ ମହାମାରୀ ମଧ୍ୟରେ ଏହି ପ୍ରୟାସ ଅଯୋଧ୍ୟାବାସୀଙ୍କ ଅକ୍ଳାନ୍ତ ସମର୍ପଣର ଫଳ । ଏହି ପ୍ରକଳ୍ପ ପାଇଁ ମୁଁ ଅଯୋଧ୍ୟାର ସମସ୍ତ ବାସିନ୍ଦାଙ୍କୁ ଅଭିନନ୍ଦନ ଜଣାଉଛି ।

 

ମୋ ପରିବାର ସଦସ୍ୟମାନେ,

ବିକାଶର ନୂଆ ଶୀର୍ଷରେ ପହଞ୍ଚିବାକୁ ଚାହୁଁଥିବା ବିଶ୍ୱର ଯେ କୌଣସି ଦେଶକୁ ନିଜର ଐତିହ୍ୟକୁ ବଜାୟ ରଖିବାକୁ ପଡ଼ିବ। ଆମର ଐତିହ୍ୟ ଆମକୁ ପ୍ରେରଣା ଦେଇଥାଏ ଏବଂ ଆମକୁ ସଠିକ୍ ଦିଗରେ ମାର୍ଗଦର୍ଶନ କରିଥାଏ | ତେଣୁ ଆଜିର ଭାରତ ଉଭୟ ପ୍ରାଚୀନ ଓ ଆଧୁନିକତାକୁ ଗ୍ରହଣ କରି ଆଗେଇ ଚାଲିଛି। ଏକ ସମୟ ଥିଲା ଯେତେବେଳେ ରାମଲଲା ଅଯୋଧ୍ୟାରେ ଏକ ତମ୍ବୁରେ ରହୁଥିଲେ। ଆଜି ପକ୍କାଘର କେବଳ ନାହିଁ ବରଂ ପକ୍କା ଘର ଦେଶର ୪ କୋଟି ଗରିବ ଲୋକଙ୍କୁ  ମିଳିଛି। ଆଜି ଭାରତ କେବଳ ନିଜର ତୀର୍ଥସ୍ଥଳଗୁଡ଼ିକର ସୌନ୍ଦର୍ଯ୍ୟକରଣ କରୁଥିବା ବେଳେ ଅନ୍ୟପଟେ ଆମ ଦେଶ ମଧ୍ୟ ଡିଜିଟାଲ ଟେକ୍ନୋଲୋଜି ଦୁନିଆରେ ଚମକି ଚାଲିଛି । ଆଜି କାଶୀ ବିଶ୍ୱନାଥ ଧାମର ପୁନଃନିର୍ମାଣ ସହ ଦେଶରେ ୩୦ ହଜାରରୁ ଅଧିକ ପଞ୍ଚାୟତ କୋଠା ନିର୍ମାଣ କରାଯାଉଛି। ଆଜି କେବଳ କେଦାରନାଥ ଧାମର ପୁନଃନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇନାହିଁ ବରଂ ଦେଶରେ ୩୧୫ରୁ ଅଧିକ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ଆଜି କେବଳ ମହାକାଳରେ ମହାଲୋକ ନିର୍ମାଣ ହୋଇନାହିଁ ବରଂ ପ୍ରତି ଘରକୁ ପାଣି ପହଞ୍ଚାଇବା ପାଇଁ ୨ ଲକ୍ଷରୁ ଅଧିକ ଟାଙ୍କି ନିର୍ମାଣ କରାଯାଇଛି। ଗୋଟିଏ ପଟେ ଆମେ ଚନ୍ଦ୍ର, ସୂର୍ଯ୍ୟ ଓ ସମୁଦ୍ରର ଗଭୀରତା ମାପ କରୁଥିବା ବେଳେ ଅନ୍ୟପଟେ ଭାରତରେ ରେକର୍ଡ ସଂଖ୍ୟକ ପୌରାଣିକ ମୂର୍ତ୍ତି କୁ ଫେରାଇ ନେଉଛୁ । ଅଯୋଧ୍ୟାରେ ଆଜିର ଭାରତର ମନୋଭାବ ସ୍ପଷ୍ଟ ଦେଖିବାକୁ ମିଳୁଛି। ଆଜି ଏଠାରେ ଉନ୍ନତିର ଉତ୍ସବ ଦେଖିବାକୁ ମିଳୁଛି ଏବଂ କିଛି ଦିନ ପରେ ପରମ୍ପରାର ଉତ୍ସବ ମଧ୍ୟ ପାଳନ ହେବ। ଆଜି ଏଠାରେ ବିକାଶର ମହିମା ଦୃଶ୍ୟମାନ ହେଉଥିବା ବେଳେ କିଛି ଦିନ ମଧ୍ୟରେ ଐତିହ୍ୟର ମହିମା ଓ ଦେବତ୍ୱ ଦୃଶ୍ୟମାନ ହେବ। ଏହା ହେଉଛି ଭାରତ। 'ବିକାଶ' ଏବଂ 'ବିରାଟ' (ଐତିହ୍ୟ)ର ମିଳିତ ଶକ୍ତି ଏକବିଂଶ ଶତାବ୍ଦୀରେ ଭାରତକୁ ସବୁଠାରୁ ଆଗକୁ ନେଇଯିବ।

 

ମୋ ପରିବାର ସଦସ୍ୟ,

ପ୍ରାଚୀନ କାଳରେ ଅଯୋଧ୍ୟା କିପରି ଥିଲା ସେ ବିଷୟରେ ନିଜେ ମହର୍ଷି ବାଲ୍ମିକି ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି  କୋସଲନାମ  ସୁଧିତଃ ସ୍ଫିତୋ ଜନପଦ ମହାନ, ନିବିଷ୍ଟ ସରାୟୁତିରେ ପ୍ରଭୂତ ଧନ ଧାନ୍ୟ ବାନ। ଅର୍ଥାତ୍ କୁ କୁହନ୍ତି ଯେ ମହାନ ଅଯୋଧ୍ୟାପୁରୀ ଧନ ଧାନ୍ୟରେ ପରିପୂର୍ଣ୍ଣ ଥିଲା ଏବଂ ସମୃଦ୍ଧିର ଶୀର୍ଷରେ ଥିଲା । ଅର୍ଥାତ୍ ଅଯୋଧ୍ୟା ଜ୍ଞାନ ଓ ନୌରାଶ୍ୟ ଥିଲା ତାହାର ବୌଭବ ମଧ୍ୟ ଶିଖରରେ ଥିଲା।   ପ୍ରାଚୀନ ପରିଚୟ ସହିତ ପୁନର୍ବାର ଅଯୋଧ୍ୟାକୁ ଯୋଡ଼ିବା  ଆବଶ୍ୟକ ।

ସାଥିମାନେ,

ଆଗାମୀ ଦିନରେ ଅଯୋଧ୍ୟା କେବଳ ଅବଧ ଅଞ୍ଚଳ ପାଇଁ ବିକାଶର କେନ୍ଦ୍ରବିନ୍ଦୁ ହେବ ନାହିଁ ବରଂ ସମଗ୍ର ଉତ୍ତର ପ୍ରଦେଶର ପ୍ରଗତିରେ ସହାୟକ ହେବ। ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବା ପରେ ସହରକୁ ଆସୁଥିବା ଲୋକଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିବ। ଏହାକୁ ଦୃଷ୍ଟିରେ ରଖି ଆମ ସରକାର ଅଯୋଧ୍ୟାରେ ହଜାର ହଜାର କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ହାତକୁ ନେଉଛନ୍ତି ଏବଂ ଏହାକୁ ସ୍ମାର୍ଟ ସିଟି ରେ ପରିଣତ କରୁଛନ୍ତି। ଆଜି ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣ, ନୂଆ ଫୁଟପାଥ, ଫ୍ଲାଏ ଓଭର ଓ ପୋଲ ନିର୍ମାଣ ହେଉଛି। ଅଯୋଧ୍ୟାକୁ ଆଖପାଖ ଜିଲ୍ଲା ସହ ସଂଯୋଗ କରିବା ପାଇଁ ପରିବହନ ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ମଧ୍ୟ ପ୍ରୟାସ କରାଯାଉଛି।

 

ସାଥିମାନେ,

ଆଜି ଅଯୋଧ୍ୟା ଧାମ ବିମାନ ବନ୍ଦର ଏବଂ ଅଯୋଧ୍ୟା ଧାମ ରେଳ ଷ୍ଟେସନକୁ ଉଦଘାଟନ କରିବାର ସୌଭାଗ୍ୟ ମୋତେ ମିଳିଛି । ମୁଁ ଖୁସି ଯେ ଅଯୋଧ୍ୟା ବିମାନବନ୍ଦରକୁ ମହର୍ଷି ବାଲ୍ମିକିଙ୍କ ନାମରେ ନାମିତ କରାଯାଇଛି । ମହର୍ଷି ବାଲ୍ମିକି ମହାକାବ୍ୟ ରାମାୟଣ ମାଧ୍ୟମରେ ଆମକୁ ଭଗବାନ ରାମଙ୍କ ଗୁଣ ସହିତ ପରିଚିତ କରାଇଥିଲେ । ଭଗବାନ ରାମ ମହର୍ଷି ବାଲ୍ମୀକିଙ୍କ ବିଷୟରେ କହିଥିଲେ “ତୁମେ ତ୍ରିକାଳଦର୍ଶୀ ମୁନିନାଥ, ବିଶ୍ୱ ବନ୍ଦର ଜିମି ତୁମରେ ହାଥା” ଅର୍ଥାତ୍ ହେଉଛି ମୁନିନାଥ ! ଆପଣ ତ୍ରିକାଳଦର୍ଶୀ ଅଟନ୍ତି । ସମ୍ପୂର୍ଣ୍ଣ ବିଶ୍ୱ ଆପରଙ୍କ ପାଇଁ ହାତରେ ଥିବା କୋଳି ସଦୃଶ ସମାନ ଅଟେ । ଏହି ତ୍ରିକାଳଦର୍ଶୀ ବାଲ୍ମୀକିଙ୍କ ନାମରେ ଅଯୋଦ୍‌ୟା ଧାମ ବିମାନବନ୍ଦର ନାମ, ଏହି ବିମାନ ବନ୍ଦରକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଧନ୍ୟ କରିବ ।  ମହର୍ଷି ବାଲ୍ମିକିଙ୍କ ଦ୍ୱାରା ଲିଖିତ ରାମାୟଣ ହେଉଛି ଜ୍ଞାନର ମାର୍ଗ ଯାହା ଆମକୁ ଭଗବାନ ଶ୍ରୀରାମଙ୍କ ସହିତ ସଂଯୋଗ କରିଥାଏ । ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନ ବନ୍ଦର ଧାମ ଆମକୁ ଦିବ୍ୟ ଏବଂ ଭବ୍ୟ ରାମ ମନ୍ଦିର ସହିତ ଯୋଡ଼ିବ । ନବନିର୍ମିତ ଏହି ବିମାନବନ୍ଦରରେ ବାର୍ଷିକ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବାର କ୍ଷମତା ରହିଛି। ଦ୍ବିତୀୟ ପର୍ଯ୍ୟାୟ ଶେଷ ହେବା ପରେ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରତିବର୍ଷ ୬୦ ଲକ୍ଷ ଯାତ୍ରୀ ଯାତ୍ରା କରିବେ। ବର୍ତ୍ତମାନ ଅଯୋଧ୍ୟା ଧାମ ରେଳ ଷ୍ଟେସନରେ ଦୈନିକ ୧୦ରୁ ୧୫ ହଜାର ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି । ଷ୍ଟେସନର ସମ୍ପୂର୍ଣ୍ଣ ବିକାଶ ପରେ ଅଯୋଧ୍ୟା ଧାମ ରେଳ ଷ୍ଟେସନ ପ୍ରତିଦିନ ୬୦ଲକ୍ଷ ଲୋକଙ୍କୁ ସେବା ଯୋଗାଇବାରେ ସକ୍ଷମ ହେବ ।

ସାଥିମାନେ,

ଆଜି ଅଯୋଧ୍ୟାରେ ବିମାନବନ୍ଦର ଓ ରେଳ ଷ୍ଟେସନର ଉଦଘାଟନ ବ୍ୟତୀତ ବିଭିନ୍ନ ପଥ ଓ ମାର୍ଗ ମଧ୍ୟ ଉଦଘାଟିତ ହୋଇଛି । ରାମ ପଥ, ଭକ୍ତି ପଥ, ଧର୍ମ ପଥ ଏବଂ ଶ୍ରୀରାମ ଜନ୍ମଭୂମି ପଥ ସୁରୁଖୁରୁରେ ଯାତ୍ରା ସୁନିଶ୍ଚିତ କରିବ । ଆଜି ଅଯୋଧ୍ୟାରେ ପାର୍କିଂ ସ୍ପେସ୍ ମଧ୍ୟ ଉଦଘାଟିତ ହୋଇଛି। ନୂତନ ମେଡିକାଲ କଲେଜ ସହ ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ ହେବ । ସରୟୁ ନଦୀର ଶୁଦ୍ଧତା ବଜାୟ ରଖିବା ପାଇଁ ଡବଲ ଇଞ୍ଜିନ ସରକାରଙ୍କ ତରଫରୁ ପ୍ରୟାସ ଜାରି ରହିଥିବା ବେଳେ ଏହାର ଜଳରେ ପ୍ରଦୂଷଣ ରୋକିବା ପାଇଁ କାମ ଆରମ୍ଭ ହୋଇଛି । 'ରାମ କି ପାଡି' ଅଞ୍ଚଳକୁ ନୂଆ ରୂପ ଦିଆଯାଇଛି। ସରୟୁ ନଦୀ କୂଳରେ ନୂତନ ଘାଟ ପାଇଁ ବିକାଶ ଚାଲିଛି । ଏହି ଅଞ୍ଚଳର ସମସ୍ତ ପ୍ରାଚୀନ କୂଅର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ଲତା ମଙ୍ଗେଶକର ଛକ ହେଉ କି ରାମକଥା ସ୍ଥଳ, ଅଯୋଧ୍ୟାର ପରିଚୟ ବଢ଼ାଇବାରେ ସମସ୍ତେ ଯୋଗଦାନ ଦେଉଛନ୍ତି। ଅଯୋଧ୍ୟାରେ ଆଗାମୀ ଟାଉନସିପ୍ ଏଠାକାର ବାସିନ୍ଦାଙ୍କ ଜୀବନକୁ ସହଜ କରିବ। ଅଯୋଧ୍ୟାରେ ରୋଜଗାର ଓ ଆତ୍ମନିଯୁକ୍ତି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ, ଟ୍ୟାକ୍ସି ଡ୍ରାଇଭର, ରିକ୍ସା ଚାଳକ, ହୋଟେଲ ମାଲିକ, ଢାବା, ପ୍ରସାଦ ବିକ୍ରେତା, ଫୁଲ ବିକ୍ରେତା, ପୂଜା ସାମଗ୍ରୀ ବିକ୍ରେତା ଏବଂ ଆମର କ୍ଷୁଦ୍ର ଦୋକାନୀମାନେ ସେମାନଙ୍କ ଆୟ ବୃଦ୍ଧି କରିବେ।

 

ମୋ ପରିବାର ସଦସ୍ୟମାନେ,

ବନ୍ଦେ ଭାରତ ଓ ନମୋ ଭାରତ ଟ୍ରେନ୍ ପରେ ଅମୃତ ଭାରତ ଏକ୍ସପ୍ରେସ୍ ନାମକ ଏକ ନୂଆ ଟ୍ରେନ୍ ସିରିଜ୍ ଆରମ୍ଭ ହେବା ସହ ରେଳବାଇର ଆଧୁନିକୀକରଣ ଦିଗରେ ଆଜି ଦେଶ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବନ୍ଦେ ଭାରତ, ନମୋ ଭାରତ ଓ ଅମୃତ ଭାରତ ଟ୍ରେନ୍ ର ଏହି ତ୍ରିଶକ୍ତି  ଭାରତୀୟ ରେଳବାଇରେ ବିପ୍ଳବ ଆଣିବ। ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ପ୍ରଥମ ଅମୃତ ଭାରତ ଏକ୍ସପ୍ରେସ୍ ଅଯୋଧ୍ୟା ଦେଇ ଗତି କରୁଛି। ଦିଲ୍ଲୀ-ଦରଭଙ୍ଗା ଅମୃତ ଭାରତ ଏକ୍ସପ୍ରେସ ଦିଲ୍ଲୀ, ୟୁପି ଏବଂ ବିହାରର ଲୋକଙ୍କ ପାଇଁ ଯାତ୍ରା ଅନୁଭୂତିକୁ ଆଧୁନିକୀକରଣ କରିବ । ଏହା ଦ୍ୱାରା ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର, ଯେଉଁଠାରେ ରାମଲଲାଙ୍କୁ ସ୍ଥାନ ଦିଆଯିବ, ବିହାରବାସୀଙ୍କ ପାଇଁ ଯାତ୍ରା ଅଧିକ ସୁବିଧାଜନକ ହେବ। ଏହି ଅତ୍ୟାଧୁନିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ବିଶେଷ କରି ଆମର ଗରିବ ପରିବାର ଏବଂ ସହକର୍ମୀମାନଙ୍କୁ ସାହାଯ୍ୟ କରିବ । ଶ୍ରୀ ରାମଚରିତ ମାନସରେ ଗୋସ୍ୱାମୀ ତୁଳସୀ ଦାସ କହିଛନ୍ତି- ପରହିତ ସରସ, ଧରମ ନେହିଁ ଭାଇ । ପରପୀଡା ସମ ନାହଁ ଉଦ୍ଦମାଇ । ଅର୍ଥାତ୍ ଅନ୍ୟର ସେବା କରିବାରେ ଏହାଠାରୁ ବଡ଼ ଧର୍ମ ଓ କର୍ତ୍ତବ୍ୟ ଆଉ କିଛି ନାହିଁ। ଗରିବଙ୍କ ସେବା ଉପରେ ଧ୍ୟାନ ଦେଇ ଆଧୁନିକ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏହି ଭାବନା ସହିତ ଆରମ୍ଭ କରାଯାଇଛି। ଯେଉଁମାନେ ଅଧିକାଂଶ ସମୟରେ କାମ ପାଇଁ ଦୂରକୁ ଯାତ୍ରା କରନ୍ତି, ସୀମିତ ରୋଜଗାର କରନ୍ତି, ସେମାନେ ଆଧୁନିକ ସୁବିଧା ଏବଂ ଆରାମଦାୟକ ଯାତ୍ରାର ଲାଭ ପାଇବାକୁ ଯୋଗ୍ୟ ଅଟନ୍ତି । ଜଣେ ଗରିବ ବ୍ୟକ୍ତିଙ୍କ ଜୀବନର ମର୍ଯ୍ୟାଦା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ।  ଏହି ନୀତି ରେ ଏହି ଟ୍ରେନଗୁଡିକୁ  ରଚନା କରାଯାଇଛି । ଆଜି ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକର ନାଗରିକମାନେ ମଧ୍ୟ ସେମାନଙ୍କ ରାଜ୍ୟର ପ୍ରଥମ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ପାଇଛନ୍ତି। ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ପାଇଁ ମୁଁ ଏହି ରାଜ୍ୟଗୁଡ଼ିକୁ ମଧ୍ୟ ଅଭିନନ୍ଦନ ଜଣାଉଛି।

 

ମୋ ପରିବାର ସଦସ୍ୟମାନେ,

ବିକାଶ ଓ ଐତିହ୍ୟକୁ ଯୋଡ଼ିବାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଦେଶର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ କାଶୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଦେଶର ୩୪ଟି ରୁଟରେ ଚଳାଚଳ କରୁଛି। ଏହି ଟ୍ରେନ୍ ଗୁଡ଼ିକ କାଶୀ, ବୈଷ୍ଣୋ ଦେବୀ କଟ୍ରା, ଉଜ୍ଜୈନ, ପୁଷ୍କର, ତିରୁପତି, ଶିରିଡି, ଅମୃତସର, ମଦୁରାଇ ଏବଂ ଆହୁରି ଅନେକ ବିଶ୍ୱାସ ଏବଂ ଭକ୍ତିର ପ୍ରମୁଖ କେନ୍ଦ୍ରକୁ ସଂଯୋଗ କରୁଛି । ଏହି କ୍ରମରେ ଆଜି ଅଯୋଧ୍ୟାକୁ ବନ୍ଦେ ଭାରତ ଏକ୍ସପ୍ରେସର ଉପହାର ମଧ୍ୟ ମିଳିଛି । ଅଯୋଧ୍ୟା ଧାମ ଜଙ୍କସନ୍ - ଆନନ୍ଦ ବିହାର ବନ୍ଦେ ଭାରତ ଆଜି ଉଦ୍ ଘାଟିତ ହୋଇଛି। ଏହାବ୍ୟତୀତ କଟରା-ଦିଲ୍ଲୀ, ଅମୃତସର-ଦିଲ୍ଲୀ, କୋଏମ୍ବାଟୁର-ବେଙ୍ଗାଲୁରୁ, ମାଙ୍ଗାଲୁରୁ-ମଡଗାଓଁ ଏବଂ ଜାଲନା-ମୁମ୍ବାଇ ମଧ୍ୟରେ ନୂଆ ବନ୍ଦେ ଭାରତ ସେବା ଆରମ୍ଭ କରାଯାଇଛି। ବନ୍ଦେ ଭାରତ କେବଳ ଗତି ପାଇଁ ନୁହେଁ; ଏହା ଆଧୁନିକତାର ପ୍ରତୀକ ଏବଂ 'ଆତ୍ମନିର୍ଭର ଭାରତ' ପାଇଁ ଗର୍ବର ଉତ୍ସ । ଖୁବ୍ କମ୍ ସମୟ ମଧ୍ୟରେ ବନ୍ଦେ ଭାରତ ଦେଢ଼ କୋଟିରୁ ଅଧିକ ଯାତ୍ରୀଙ୍କୁ ସେବା ଯୋଗାଇଦେଇଛି ଏବଂ ଏହା ଯୁବପିଢ଼ିଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟ ହୋଇପାରିଛି।

ସାଥିମାନେ,

ଗୌରବମୟ ଇତିହାସ ରଖୁଥିବା ଆମ ଦେଶ ପ୍ରାଚୀନ କାଳରୁ ତୀର୍ଥଯାତ୍ରା ପାଇଁ ଗୁରୁତ୍ୱ ବହନ କରିଆସିଛି । ବଦ୍ରିନାଥ ବିଶାଲରୁ ସେତୁବନ୍ଧ ରାମେଶ୍ୱରମ, ଗଙ୍ଗୋତ୍ରୀରୁ ଗଙ୍ଗାସାଗର, ଦ୍ୱାରକାଧୀଶରୁ ଜଗନ୍ନାଥ ପୁରୀ, ଦ୍ଵାଦଶଟି ଜ୍ୟୋତିର୍ଲିଙ୍ଗଯାତ୍ରା, ଚାରିଧାମ ଯାତ୍ରା, କୈଳାସ ମାନସରୋବର ଯାତ୍ରା, କାୱାଡ ଯାତ୍ରା, ଶକ୍ତି ପୀଠର ଯାତ୍ରା, ପଣ୍ଡରରପୁର ଯାତ୍ରା- ଏଗୁଡ଼ିକ ଭାରତର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଚାଲିଛି। ତାମିଲନାଡୁରେ ମଧ୍ୟ ଶିବସ୍ଥାଣ ପଦ ଯାତୟାତରେ, ମୁରୁଗୁନୁ କ୍ୱୁଭାଡି ୟତିରେରାଇ, ବୈଷ୍ଣବ ତିରୁପା-ପଦି ୟଟ୍ଟିରାଇ, ଅମ୍ମାନ ତିରୁତ୍ତାଲ ୟାତିରେ ଭଳି ପ୍ରସିଦ୍ଧ ତୀର୍ଥସ୍ଥଳୀ ରହିଛି । କେରଳର ସାବରିମାଲା ଯାତ୍ରା, ଆନ୍ଧ୍ର-ତେଲେଙ୍ଗାନାର ମେଦାରାମର ସାମ୍ମାକ୍କା ଓ ସରକା ଯାତ୍ରା, ନାଗୋବା ଯାତ୍ରାରେ ମଧ୍ୟ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। କେରଳରେ ଭଗବାନ ରାମ ଏବଂ ତାଙ୍କ ଭାଇ ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କ ବାସଭବନକୁ ଏକ ଅଜଣା ତୀର୍ଥଯାତ୍ରା ରହିଛି। ଏହାକୁ ନାଲମ ବାଲାମ ଯାତ୍ରା ବୋଲି କୁହାଯାଏ । ଏତଦ୍ ବ୍ୟତୀତ ଗୋବର୍ଦ୍ଧନ ପରିକ୍ରମା, ପଞ୍ଚକୋଶୀ ପରିକ୍ରମା, ଚୌରାସୀ କୋଶି ପରିକ୍ରମା ସମେତ ସମଗ୍ର ଦେଶରେ ଅନେକ ତୀର୍ଥଯାତ୍ରା ଓ ପରିକ୍ରମା ଚାଲିଛି। ଏହି ପ୍ରତ୍ୟେକ ଯାତ୍ରା ଭଗବାନଙ୍କ ପ୍ରତି ଭକ୍ତଙ୍କ ସମ୍ପର୍କ ଏବଂ ଭକ୍ତିକୁ ମଜବୁତ କରିଥାଏ । ଭଗବାନ ବୁଦ୍ଧଙ୍କ ସହ ଜଡିତ ସ୍ଥାନ ଯଥା ଲୁମ୍ବିନୀ, କପିଳବସ୍ତୁ, ସାରନାଥ ଓ କୁଶୀନଗରରେ ବୌଦ୍ଧ ତୀର୍ଥଯାତ୍ରା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବିହାରର ରାଜଗିରରେ ବୌଦ୍ଧ ଅନୁଗାମୀମାନଙ୍କ ପାଇଁ ଏକ ତୀର୍ଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଜୈନମାନେ ପାୱାଗଡ଼, ସମ୍ମେଦ ଶିଖରଜୀ, ପାଲିତାନା ଏବଂ କୈଳାସ ତୀର୍ଥଯାତ୍ରା କୁ ଯାତ୍ରା ଆରମ୍ଭ କରନ୍ତି । ଶିଖମାନେ ପାଞ୍ଚଟି ତଖତ ଏବଂ ଗୁରୁ ଧାମ ଯାତ୍ରାରେ ତୀର୍ଥଯାତ୍ରା କରନ୍ତି । ଉତ୍ତର-ପୂର୍ବ, ବିଶେଷ କରି ଅରୁଣାଚଳ ପ୍ରଦେଶରେ ଭବ୍ୟ ପର୍ଶୁରାମ କୁଣ୍ଡ ଯାତ୍ରା ଦେଖିବାକୁ ମିଳେ। ସାରା ଦେଶରେ ଏହି ବିବିଧ ତୀର୍ଥଯାତ୍ରା ପାଇଁ ଶ୍ରଦ୍ଧାଳୁମାନେ ଅତୁଟ ବିଶ୍ୱାସ ସହିତ ଏକତ୍ରିତ ହୁଅନ୍ତି । ଶହ ଶହ ବର୍ଷ ଧରି ଚାଲି ଆସୁଥିବା ଏହି ଯାତ୍ରା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି । ଅଯୋଧ୍ୟାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ଏଠାକୁ ଆସୁଥିବା ପ୍ରତ୍ୟକ ରମଭକ୍ତଙ୍କ ପାଇଁ ଅଯୋଧ୍ୟା ଧାମର ଯାତ୍ରାକୁ, ଭଗବାନଙ୍କ ଦର୍ଶନକୁ ଆହୁରି ସହଜ କରିବ  ।

 

ସାଥିମାନେ,

ଏହି ଐତିହାସିକ ମୁହୂର୍ତ୍ତ ଆମ ସମସ୍ତଙ୍କ ଜୀବନରେ ବହୁତ ସୌଭାଗ୍ୟର ସହ ଆସିଛି । ଆମକୁ ଦେଶ ପାଇଁ ଏକ ନୂତନ ସଂକଳ୍ପ ନେବାକୁ ହେବ ଏବଂ ନିଜକୁ ନୂତନ ଶକ୍ତିରେ ଭରିବାକୁ ପଡିବ | ଏଥିପାଇଁ ମୁଁ ଅଯୋଧ୍ୟାର ପବିତ୍ର ଭୂମିରୁ ସମସ୍ତ ୧୪୦ କୋଟି ଦେଶବାସୀଙ୍କୁ ପ୍ରାର୍ଥନା କରୁଛି। ମୁଁ ଅଯୋଧ୍ୟାରେ ଭଗବାନ ରାମ ଙ୍କ ସହରରୁ ପ୍ରାର୍ଥନା କରୁଛି, ୧୪୦ କୋଟି ଦେଶବାସୀଙ୍କ ସହ ହାତ ମିଳାଇ ପ୍ରାର୍ଥନା କରୁଛି ଯେ ଜାନୁଆରୀ ୨୨ ତାରିଖରେ ଯେତେବେଳେ ଭଗବାନ ରାମଙ୍କୁ ଅଯୋଧ୍ୟାରେ ବିରାଜିତ କରାଯାଏ, ସେତେବେଳେ ନିଜ ଘରେ ଭଗବାନ ରାମଙ୍କ ଦିବ୍ୟ ଦୀପ ଜଳାନ୍ତୁ ଏବଂ ଦୀପାବଳି ପାଳନ କରନ୍ତୁ । ଜାନୁଆରୀ ୨୨ ତାରିଖରେ ସମଗ୍ର ଦେଶରେ ଉଜ୍ଜ୍ୱଳତା ଦେଖିବାକୁ ମିଳିବ। କିନ୍ତୁ ଏହା ସହିତ ମୋର ସମସ୍ତ ଦେଶବାସୀଙ୍କ ନିକଟରେ ଏକ ଆନ୍ତରିକ ପ୍ରାର୍ଥନା ଅଛି । ଜାନୁଆରୀ ୨୨ ରେ ସମସ୍ତେ ବ୍ୟକ୍ତିଗତ ଭାବେ ଅଯୋଧ୍ୟା ଆସି ଏହି କାର୍ଯ୍ୟକ୍ରମ ଦେଖିବାକୁ ଚାହାଁନ୍ତି, କିନ୍ତୁ ଆପଣ ଏହା ମଧ୍ୟ ଜାଣନ୍ତି ଯେ ସମସ୍ତଙ୍କ ପାଇଁ ଆସିବା ସମ୍ଭବ ନୁହେଁ । ସମସ୍ତଙ୍କ ପାଇଁ ଅଯୋଧ୍ୟାରେ ପହଞ୍ଚିବା ଅତ୍ୟନ୍ତ କଷ୍ଟକର ଏବଂ ସେଥିପାଇଁ ମୁଁ ହାତ ଯୋଡି ସାରା ଦେଶର ସମସ୍ତ ରାମ ଭକ୍ତ, ବିଶେଷ କରି ଉତ୍ତରପ୍ରଦେଶର ରାମ ଭକ୍ତମାନଙ୍କୁ ପ୍ରାର୍ଥନା କରୁଛି । ମୋର ଅନୁରୋଧ ହେଉଛି ଆପଣମାନେ ସମସ୍ତେ ଜାନୁଆରୀ ୨୩ ପରେ ଆପଣଙ୍କ ସୁବିଧା ଅନୁଯାୟୀ ଅଯୋଧ୍ୟା କୁ ଆସନ୍ତୁ । ୨୨ ତାରିଖରେ ଅଯୋଧ୍ୟା ଆସିବାର ଯୋଜନା କରନ୍ତୁ ନାହିଁ। ଯାହାଦ୍ୱାରା ଭଗବାନ ରାମ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି । ଭଗବାନ ରାମଙ୍କୁ କଷ୍ଟ ଦେବା ପାଇଁ ଆମେ ଭକ୍ତମାନେ କେବେ ବି ଏପରି କାର୍ଯ୍ୟ କରିପାରିବା ନାହିଁ । ଯଦି ଭଗବାନ ରାମ ଆସୁଛନ୍ତି, ତେବେ ଆସନ୍ତୁ କିଛି ଦିନ ଅପେକ୍ଷା କରିବା, ଆମେ ୫୫୦ ବର୍ଷ ଅପେକ୍ଷା କରିଛନ୍ତି, ଆଉ କିଛି ଦିନ ଅପେକ୍ଷା କରିବୁ । ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ, ବ୍ୟବସ୍ଥା ଦୃଷ୍ଟିକୋଣରୁ ମୁଁ ଆପଣମାନଙ୍କୁ ବାରମ୍ବାର ଅନୁରୋଧ କରୁଛି ଯେ ଜାନୁଆରି ୨୨ ତାରିଖରେ ଏଠାରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ ନାହିଁ। ଏବେ ଅଯୋଧ୍ୟାରେ ଭଗବାନ ରାମଙ୍କ ନୂତନ, ଭବ୍ୟ, ଦିବ୍ୟ ମନ୍ଦିର ଆଗାମୀ ଶତାବ୍ଦୀ ପର୍ଯ୍ୟନ୍ତ ଦର୍ଶନ ପାଇଁ ଉପଲବ୍ଧ । ଆପଣ ଜାନୁଆରୀ, ଫେବୃଆରୀ କିମ୍ବା ମାର୍ଚ୍ଚରେ ଆସନ୍ତୁ , କିମ୍ବା ଆପଣ ଗୋଟିଏ କିମ୍ବା ଦୁଇ ବର୍ଷ ପରେ ଆସନ୍ତୁ । ସେଠାରେ ମନ୍ଦିର ରହିଛି। ତେଣୁ ଜାନୁଆରୀ ୨୨ ତାରିଖରେ ଏଠାରେ ପହଞ୍ଚିବା ପାଇଁ ଭିଡ଼ ଏଡ଼ାଇବା ଉଚିତ, ଯାହାଫଳରେ ଏଠାରେ ବ୍ୟବସ୍ଥା, ମନ୍ଦିରର ପ୍ରଶାସକ, ମନ୍ଦିରର ଟ୍ରଷ୍ଟ, ଯେଉଁମାନେ ୩-୪ ବର୍ଷ ଧରି ଦିନରାତି ପରିଶ୍ରମ କରି ଏପରି ପବିତ୍ର କାର୍ଯ୍ୟ କରିଛନ୍ତି, ସେମାନଙ୍କୁ ଆମ ତରଫରୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ଏବଂ ତେଣୁ ମୁଁ ସେମାନଙ୍କୁ ବାରମ୍ବାର ଅନୁରୋଧ କରୁଛି ଯେ ୨୨ ତାରିଖରେ ଏଠାରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ ନାହିଁ | କିଛି ଲୋକ ଅଛନ୍ତି, ସେହି ନିମନ୍ତ୍ରିତ ଲୋକମାନେ ଏଠାକୁ ଆସିବେ ଏବଂ ୨୩ ତାରିଖ ପରେ ସମସ୍ତ ଦେଶବାସୀଙ୍କ ପାଇଁ ଆସିବା ବହୁତ ସହଜ ହେବ ।

ସାଥିମାନେ,

ଆଜି ଅଯୋଧ୍ୟାରେ ରହୁଥିବା ମୋର ଭାଇ ଭଉଣୀମାନଙ୍କୁ ମୋର ଆନ୍ତରିକ ଅନୁରୋଧ ଯେ ଆପଣମାନେ ଦେଶ ତଥା ବିଶ୍ୱର ଅଗଣିତ ଅତିଥିଙ୍କ ପାଇଁ ପ୍ରସ୍ତୁତ ହୁଅନ୍ତୁ । ଅଯୋଧ୍ୟାକୁ ପ୍ରତିଦିନ ଲୋକ ଆସିବେ ଏବଂ ଲକ୍ଷ ଲକ୍ଷ ଲୋକ ଆସିବେ । ସେମାନେ ସେମାନଙ୍କ ସୁବିଧାରେ ଆସିବେ; କିଛି ଗୋଟିଏ ବର୍ଷରେ ଆସିବ, କିଛି ଦୁଇ ବର୍ଷରେ ଆସିବ, କିଛି ୧୦ ବର୍ଷରେ ଆସିବ, କିନ୍ତୁ ଲକ୍ଷ ଲକ୍ଷ ଲୋକ ଆସିବେ । ଆଉ ଏହି ଦର୍ଶନ ପରମ୍ପରା ଅନନ୍ତକାଳ ପର୍ଯ୍ୟନ୍ତ ଜାରି ରହିବ । ତେଣୁ ଅଯୋଧ୍ୟାବାସିନ୍ଦା ମଧ୍ୟ ଏକ ସଂକଳ୍ପ ନେବା ଦରକାର। ଏବଂ ଏହି ସଂକଳ୍ପ ହେଉଛି ଅଯୋଧ୍ୟା ସହରକୁ ଭାରତର ସବୁଠାରୁ ସ୍ୱଚ୍ଛ ସହର ରେ ପରିଣତ କରିବା । ସ୍ୱଚ୍ଛ ଅଯୋଧ୍ୟାର ଦାୟିତ୍ୱ ଅଯୋଧ୍ୟାବାସିନ୍ଦାଙ୍କ ଉପରେ ରହିଛି। ଏଥିପାଇଁ ଆମକୁ ମିଳିମିଶି ପ୍ରତ୍ୟେକ ପଦକ୍ଷେପ ନେବାକୁ ପଡ଼ିବ। ଆଜି ମୁଁ ଦେଶର ସମସ୍ତ ତୀର୍ଥସ୍ଥଳ ଓ ମନ୍ଦିରକୁ ମୋର ଅନୁରୋଧ ଦୋହରାଉଛି । ସାରା ଦେଶବାସୀଙ୍କୁ ମୋର ପ୍ରାର୍ଥନା ଯେ ଜାନୁଆରୀ ୧୪, ମକର ସଂକ୍ରାନ୍ତିର ଏକ ସପ୍ତାହ ପୂର୍ବରୁ ଦେଶର ସମସ୍ତ ଛୋଟ ବଡ଼ ତୀର୍ଥସ୍ଥଳରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ କରାଯାଉ । ଜାନୁଆରୀ ୧୪ରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ଭାରତର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ମନ୍ଦିରରେ ସ୍ୱଚ୍ଛତା ଅଭିଯାନ ଚଳାଇବା ଉଚିତ । ଭଗବାନ ରାମ ସମଗ୍ର ଦେଶର ଅଟନ୍ତି ଏବଂ ଯେତେବେଳେ ଭଗବାନ ରାମ ଆସୁଛନ୍ତି, ସେତେବେଳେ ଆମର କୌଣସି ମନ୍ଦିର, ଆମର କୌଣସି ତୀର୍ଥସ୍ଥଳ ଏବଂ ଏହାର ଆଖପାଖ ଅପରିଷ୍କାର ହେବା ଉଚିତ  ନୁହେଁ ।

 

ସାଥିମାନେ

ବର୍ତ୍ତମାନ କିଛି ସମୟ ପୂର୍ବରୁ  ଅଯୋଧ୍ୟା ସହରରେ ଆଉ ଏକ  ସୌଭାଗ୍ୟ ପ୍ରାପ୍ତ ହେଲା ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ଯୋଜନାରେ ଦଶମ କୋଟି ହିତାଧିକାରୀ ଭଉଣୀଙ୍କ ଘରେ ଚା' ପିଇବାର ସୁଯୋଗ ପାଇଥିବା କଥା ଆଜି ମୁଁ ଖୁସିରେ ଜଣାଇଛି । ୨୦୧୬ ମେ' ୧ ତାରିଖରେ ଯେତେବେଳେ ଆମେ ଉତ୍ତରପ୍ରଦେଶର ବାଲିଆରୁ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲୁ, ସେତେବେଳେ କେହି ଭାବି ନଥିଲେ ଯେ ଏହି ଯୋଜନା ସଫଳତାର ଏତେ ଶୀର୍ଷରେ ପହଞ୍ଚିବ। ଏହି ଯୋଜନା ଲକ୍ଷ ଲକ୍ଷ ପରିବାର, ଅଗଣିତ ମା' ଓ ଭଉଣୀଙ୍କ ଜୀବନରେ ସ୍ଥାୟୀ ପରିବର୍ତ୍ତନ ଆଣିଛି ଏବଂ ଜାଳେଣି କାଠରେ ରୋଷେଇ କରିବାର ବନ୍ଧନରୁ ମୁକ୍ତି ଦେଇଛି।

ସାଥିମାନେ

ଆମ ଦେଶରେ ଗ୍ୟାସ ସଂଯୋଗ ଯୋଗାଇବା କାର୍ଯ୍ୟ ୬୦-୭୦ ବର୍ଷ ପୂର୍ବେ ଅର୍ଥାତ୍ ୬-୭ ଦଶନ୍ଧି ତଳେ ଆରମ୍ଭ ହୋଇଥିଲା। ତେବେ ୨୦୧୪ ବେଳକୁ ସ୍ଥିତି ଏପରି ହୋଇଥିଲା ଯେ ୫୦-୫୫ ବର୍ଷରେ ମାତ୍ର ୧୪ କୋଟି ଗ୍ୟାସ୍ ସଂଯୋଗ ଦିଆଯାଇଥିଲା। ଅର୍ଥାତ୍ ପାଞ୍ଚ ଦଶନ୍ଧିମଧ୍ୟରେ ମାତ୍ର ୧୪ କୋଟି ଗ୍ୟାସ୍ ସଂଯୋଗ ହୋଇଥିବା ବେଳେ ଆମ ସରକାର ଏକ ଦଶନ୍ଧିମଧ୍ୟରେ ୧୮ କୋଟି ନୂଆ ଗ୍ୟାସ୍ ସଂଯୋଗ ପ୍ରଦାନ କରିଛନ୍ତି। ଆଉ ଏହି ୧୮ କୋଟି ରୁ ୧୦ କୋଟି ଗ୍ୟାସ ସଂଯୋଗ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଯୋଗାଇ ଦିଆଯାଇଛି । ଯେତେବେଳେ ଗରିବଙ୍କ ସେବା କରିବାର ଭାବନା ଆସି ଥାଏ, ସେତେବେଳେ ଉଦ୍ଦେଶ୍ୟ ମହାନ ହୁଏ, ଯେତେବେଳେ ଏହି ଉପାୟରେ କାର୍ଯ୍ୟ ହୁଏ ଏବଂ ଏହିପରି ଫଳାଫଳ ମିଳିଥାଏ । ଆଜିକାଲି କିଛି ଲୋକ ମୋତେ ପଚାରୁଛନ୍ତି ମୋଦିଙ୍କ ଗ୍ୟାରେଣ୍ଟିରେ ଏତେ ଶକ୍ତି କାହିଁକି ?

 

ମୋଦିଙ୍କ ଗ୍ୟାରେଣ୍ଟି ରେ ଏତେ ଶକ୍ତି ରହିଛି କାରଣ ଯେତେବେଳେ ମୋଦି କିଛି କୁହନ୍ତି, ସେତେବେଳେ ସେ ତାକୁ ପୂରଣ କରିବା ପାଇଁ ନିଜ ଜୀବନ କୁ ଉତ୍ସର୍ଗ କରିଦିଅନ୍ତି । ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଆଜି ଦେଶରେ ବିଶ୍ୱାସ ରହିଛି କାରଣ ଯେତେବେଳେ ମୋଦି ଗ୍ୟାରେଣ୍ଟି ଦିଅନ୍ତି, ସେତେବେଳେ ସେ ଏହାକୁ ପୂରଣ କରିବା ପାଇଁ ଦିନରାତି ପରିଶ୍ରମ କରିଥାନ୍ତି । ଅଯୋଧ୍ୟାର ଏହି ସହର ମଧ୍ୟ ଏହାର ସାକ୍ଷୀ। ଆଜି ମୁଁ ଅଯୋଧ୍ୟାବାସୀଙ୍କୁ ଆଶ୍ୱାସନା ଦେଉଛି ଯେ ଆମେ ଏହି ପବିତ୍ର ସହରର ବିକାଶରେ କୌଣସି କସରତ ଛାଡିବୁ ନାହିଁ । ଭଗବାନ ରାମ ଆମ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ ଏବଂ ଏହି କାମନାରେ ମୁଁ ମୋର ଭାଷଣ ଶେଷ କରୁଛି। ମୁଁ ଭଗବାନ ରାମଙ୍କ ଚରଣକୁ ପ୍ରଣାମ କରୁଛି । ବିକାଶମୂଳକ ପଦକ୍ଷେପ ପାଇଁ ସମସ୍ତଙ୍କୁ ଅଭିନନ୍ଦନ । ମୋ   କୁହନ୍ତୁ:

ଜୟ ସିୟା ରାମ !

ଜୟ ସିୟା ରାମ !

ଜୟ ସିୟା ରାମ !

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଆପଣଙ୍କୁ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer

Media Coverage

Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses gratitude to Deputy Chairman of Rajya Sabha Shri. Harivansh Ji for his wishes
June 10, 2026

Prime Minister Shri Narendra Modi today expressed heartfelt gratitude to Deputy Chairman of Rajya Sabha, Shri. Harivansh Ji for his wishes. The Prime Minister stated that this occasion gives the inspiration to work for the country with even greater dedication, loyalty, and commitment.

Shri Modi emphasized that with the mantra of 'Sabka Saath, Sabka Vikas', the government is committed to the all-round development of India.

The Prime Minister posted on X:

"शुभकामनाओं के लिए आपका हृदय से आभार माननीय हरिवंश जी। यह अवसर देश के लिए और अधिक समर्पण, निष्ठा एवं प्रतिबद्धता के साथ कार्य करने की प्रेरणा देता है। 'सबका साथ, सबका विकास' के मंत्र के साथ हम भारतवर्ष के चौतरफा विकास के लिए प्रतिबद्ध हैं।

@harivansh1956"