“ଡିଜିଟାଲ ଅର୍ଥନୀତି ଉପରେ ଆଲୋଚନା ପାଇଁ ବେଙ୍ଗାଲୁରୁ ହିଁ ଶ୍ରେଷ୍ଠ ସ୍ଥାନ”
“ଭାରତରେ ଡିଜିଟାଲ ଅବସ୍ଥାନ୍ତର ଏହାର ନବୋନ୍ମେଷ ଉପରେ ଦୃଢ ଆସ୍ଥା ଓ ଦୃଢ କାର୍ଯ୍ୟକାରିତାର ଅଙ୍ଗୀକାରବଦ୍ଧତା ଦ୍ୱାରା ପରିଚାଳିତ”
“ଦେଶ ପ୍ରଯୁକ୍ତି ବିଦ୍ୟାକୁ ଯଥା ସମ୍ଭବ ଉପଯୋଗ କରି ପ୍ରଶାସନିକ ଅବସ୍ଥାନ୍ତର ଆଣିବା ସହ ଏହାକୁ ଅଧିକ ଦକ୍ଷ, ସମାବେଶୀ, ଦୃଢ଼ ଓ ସ୍ୱଚ୍ଛ କରିଛି”
“ଭାରତରେ ଡିଜିଟାଲ ସାଧାରଣ ଭିତ୍ତିଭୂମି ବୈଶ୍ବିକ ଆହ୍ୱାନର ମୁକାବିଲା ନିମନ୍ତେ ସୁଦୃଢ, ଅତିକ୍ରମଣୀୟ ଓ ସମସ୍ତ ସମାଧାନର ସୂତ୍ର ପ୍ରଦାନ କରୁଛି”
“ଏପରି ବିବିଧତା ନିମନ୍ତେ ଭାରତ ସମାଧାନର ଏକ ଆଦର୍ଶ ପରୀକ୍ଷାଗାର । ଯେଉଁ ସମାଧାନ ସୂତ୍ର ଭାରତରେ ସଫଳତା ଲାଭ କରେ, ତାହା ବିଶ୍ୱର ଯେକୌଣସି ସ୍ଥାନରେ ପ୍ରୟୋଗ କରାଯାଇପାରେ”
“ଜି-୨୦ ଉଚ୍ଚସ୍ତରୀୟ ନୀତିକୁ ଆଧାର କରି ଏକ ଦୃଢ, ଆସ୍ଥାମୂଳକ ଏବଂ ନମନୀୟ ଡିଜିଟାଲ ଅର୍ଥନୀତି ପାଇଁ ସହମତି ଗୁରୁତ୍ୱପୂର୍ଣ୍ଣ”
“ପ୍ରଯୁକ୍ତି ଭିତ୍ତିକ ସମାଧାନ ମାନବ ସମାଜ ସମ୍ମୁଖୀନ ହେଉଥିବା ଆହ୍ୱାନ ଦିଗରେ ପ୍ରୟୋଗ କରାଯିବା ଉଚିତ । ଆମଠାରୁ ଏହା ‘ଚାରୋଟି ସି’ ଆବଶ୍ୟକ କରେ । ତାହା ହେଉଛି କନଭିକସନ(ଦୃଢ଼ତା), କମିଟିମେଣ୍ଟ( ଅଙ୍ଗୀକାରବଦ୍ଧତା), କୋ ଅଡିସନ(ସମନ୍ୱୟ) ଏବଂ କୋଲାବରେସନ (ସହଭାଗିତା)

ମହାନୁଭବ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ, ନମସ୍କାର!

 

ମୁଁ ‘ନମ୍ମୋ ବେଙ୍ଗାଲୁରୁ'ରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଏହା ଏକ ଏମିତି ସହର ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ ଏବଂ ଉଦ୍ୟୋଗର ଭାବନାର ଘର ଅଟେ ।  ଡିଜିଟାଲ ଅର୍ଥନୀତି ବିଷୟରେ ଆଲୋଚନା କରିବା ପାଇଁ ବେଙ୍ଗାଲୁରୁ ଠାରୁ ଭଲ ସ୍ଥାନ ଆଉ ନାହିଁ!

ସାଥିମାନେ,

ବିଗତ ୯ ବର୍ଷ ମଧ୍ୟରେ ଭାରତର ଡିଜିଟାଲ ପରିବର୍ତ୍ତନ ଅଭୂତପୂର୍ବ । ଏହା ୨୦୧୫ ରେ ଆମର ଡିଜିଟାଲ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ ସହିତ ଆରମ୍ଭ ହୋଇଥିଲା । ଏହା ଅଭିନବତା ଉପରେ ଆମର ଅତୁଟ ବିଶ୍ୱାସ ଦ୍ୱାରା ପରିଚାଳିତ । ଏହାର ତ୍ୱରିତ କାର୍ଯ୍ୟକାରିତା ପାଇଁ ଆମର ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ ହୋଇଛି । ଏବଂ, ଏହା ଆମର ଅନ୍ତର୍ଭୁକ୍ତୀକରଣ ଭାବନା ଦ୍ୱାରା ପ୍ରେରିତ, କାହାକୁ ମଧ୍ୟ ପଛରେ ଛାଡ଼ି ଦେଇନାହିଁ । ଏହି ପରିବର୍ତ୍ତନର ବ୍ୟାପକତା, ଗତି ଏବଂ ପରିସର କଳ୍ପନା ବାହାରେ। ବର୍ତ୍ତମାନ ଭାରତରେ ୮୫୦ ନିୟୁତରୁ ଅଧିକ ଇଣ୍ଟରନେଟ୍ ଉପଭୋକ୍ତା ଅଛନ୍ତି, ଯେଉଁମାନେ ଦୁନିଆର ସବୁଠାରୁ ଶସ୍ତା ଡାଟା ଖର୍ଚ୍ଚ ଉପଭୋଗ କରୁଛନ୍ତି। ଶାସନକୁ ଅଧିକ ଦକ୍ଷ, ଅନ୍ତର୍ଭୁକ୍ତ, ଦ୍ରୁତ ଏବଂ ପାରଦର୍ଶୀ କରିବା ପାଇଁ ଆମେ ପ୍ରଯୁକ୍ତିବିଦ୍ୟାର ଲାଭ ଉଠାଇ ପାରିଛୁ। ଆମର ସ୍ୱତନ୍ତ୍ର ଡିଜିଟାଲ ପରିଚୟ ମଞ୍ଚ, ଆଧାର, ଆମର ତିନି ବିଲିୟନରୁ ଅଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରିଛୁ। ଭାରତରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ JAM ଟ୍ରିନିଟି- ଜନଧନ ବ୍ୟାଙ୍କ ଆକାଉଣ୍ଟ, ଆଧାର ଏବଂ ମୋବାଇଲର ଶକ୍ତିକୁ ଆମେ ବ୍ୟବହାର କରିଛୁ। ପ୍ରତି ମାସରେ, ଆମର ତୁରନ୍ତ ପେମେଣ୍ଟ ପ୍ରଣାଳୀରେ ୟୁପିଆଇରେ ପାଖାପାଖି ୧୦ ବିଲିୟନ କାରବାର ହୋଇଥାଏ । ବିଶ୍ୱର ବାସ୍ତବିକ ସମୟରେ ପେମେଣ୍ଟର ୪୫ ପ୍ରତିଶତରୁ ଅଧିକ ଭାରତରେ ହୋଇଥାଏ । ସରକାରୀ ସହାୟତାର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଦ୍ବାରା ସମସ୍ୟାକୁ ଦୂର କରାଯାଉଛି ଏବଂ ସେ ୩୩ ବିଲିୟନ ଡଲାରରୁ ଅଧିକ ସଞ୍ଚୟ କରିଛି। କୋୱିନ୍ ପୋର୍ଟାଲ୍ ଭାରତର କୋଭିଡ୍ ଟିକାକରଣ ଅଭିଯାନକୁ ସମର୍ଥନ କରିଥିଲା। ଏହା ଡିଜିଟାଲ ଯାଞ୍ଚଯୋଗ୍ୟ ସାର୍ଟିଫିକେଟ୍ ସହିତ ୨ ବିଲିୟନରୁ ଅଧିକ ଟିକା ଡୋଜ୍ ଯୋଗାଇବାରେ ସାହାଯ୍ୟ କରିଥିଲା। ଗତି-ଶକ୍ତି ମଞ୍ଚ ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ଟେକ୍ନୋଲୋଜି ଏବଂ ସ୍ଥାନୀୟ ଯୋଜନାର ବ୍ୟବହାର କରିଥାଏ। ଏହା ଯୋଜନା କରିବା, ଖର୍ଚ୍ଚ ହ୍ରାସ କରିବା ଏବଂ ବିତରଣର ବେଗ ବଢ଼ାଇବାରେ ସହାୟକ ହେଉଛି। ଆମର ଅନଲାଇନ୍ ସର୍ବସାଧାରଣ କ୍ରୟ ମଞ୍ଚ ସରକାରୀ ଇ-ମାର୍କେଟପ୍ଲେସ୍ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ସଚ୍ଚୋଟତା ଆଣିଛି । ଡିଜିଟାଲ ବାଣିଜ୍ୟ ପାଇଁ ଓପନ୍ ନେଟୱାର୍କ ଇ-କମର୍ସକୁ ଗଣତାନ୍ତ୍ରିକ କରୁଛି। ଡିଜିଟାଲ ବାଣିଜ୍ୟ ପାଇଁ ଖୋଲା ନେଟଓ୍ବର୍କ ଇ-କମର୍ସ ଲୋକତନ୍ତ୍ରୀକରଣ କରାଯାଉଛି। ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ କାରବାର ପ୍ରଣାଳୀରେ ପାରଦର୍ଶିତା ଏବଂ ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହିତ କରୁଛି। ଏହା ଭାରତର ସମସ୍ତ ବିବିଧ ଭାଷାରେ ଡିଜିଟାଲ ଅନ୍ତର୍ଭୁକ୍ତୀକରଣକୁ ସମର୍ଥନ କରିବ।

ମହାମହିମ,

ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ବିଶ୍ୱସ୍ତରୀୟ ଆହ୍ୱାନଗୁଡିକ ପାଇଁ ସ୍କେଲେବଲ୍, ସୁରକ୍ଷିତ ଏବଂ ଅନ୍ତର୍ଭୁକ୍ତ ସମାଧାନ ପ୍ରଦାନ କରିଥାଏ। ଭାରତ ଅସାଧାରଣ ଭାବରେ ବିବିଧ ଦେଶ ଅଟେ। ଆମ ପାଖରେ ଏକାଧିକ ଭାଷା ଏବଂ ଶହ ଶହ ଉପଭାଷା ଅଛି । ଏଠାରେ ପୃଥିବୀର ପ୍ରତ୍ୟେକ ଧର୍ମ ଏବଂ ଅଗଣିତ ସାଂସ୍କୃତିକ ପ୍ରଥା ଘର କରି ରହିଛି। ପ୍ରାଚୀନ ପରମ୍ପରାଠାରୁ ଆରମ୍ଭ କରି ଅତ୍ୟାଧୁନିକ ଜ୍ଞାନକୌଶଳ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଭାରତରେ କିଛି ନା କିଛି ରହିଛି। ଏଭଳି ବିବିଧତା ସହିତ, ସମାଧାନ ପାଇଁ ଭାରତ ଏକ ଆଦର୍ଶ ପରୀକ୍ଷଣ ପରୀକ୍ଷାଗାର ଅଟେ । ଭାରତରେ ସଫଳ ହେଉଥିବା ଏକ ସମାଧାନ କୁ ବିଶ୍ୱର ଯେକୌଣସି ସ୍ଥାନରେ ସହଜରେ ପ୍ରୟୋଗ କରାଯାଇପାରିବ । ଭାରତ ନିଜର ଅନୁଭୂତି କୁ ବିଶ୍ୱ ସହ ବାଣ୍ଟିବାକୁ ପ୍ରସ୍ତୁତ । କୋଭିଡ୍ ମହାମାରୀ ସମୟରେ ଆମେ ଆମର କୋୱିନ୍ ପ୍ଲାଟଫର୍ମକୁ ବିଶ୍ୱସ୍ତରୀୟ ଉନ୍ନତି ପାଇଁ ପ୍ରଦାନ କରିଛୁ । ବର୍ତ୍ତମାନ ଆମେ ଏକ ଅନଲାଇନ୍ ଗ୍ଲୋବାଲ ପବ୍ଲିକ ଡିଜିଟାଲ ଗୁଡ୍ସ ରିପୋଜିଟୋରୀ - ଇଣ୍ଡିଆ ଷ୍ଟେକ୍ ସୃଷ୍ଟି କରିଛୁ । ଏହାକୁ ସୁନିଶ୍ଚିତ କରିବା ପାଇଁ, ବିଶେଷ କରି ଗ୍ଲୋବାଲ ସାଉଥର ଆମ ଭାଇ ଭଉଣୀମାନଙ୍କ ସହିତ କେହି ମଧ୍ୟ ପଛରେ ରହିବେ ନାହିଁ।

ମହାମହିମ,

ମୁଁ ଖୁସି ଯେ ଆପଣ ଏକ ଜି-୨୦ ଭର୍ଚୁଆଲ ଗ୍ଲୋବାଲ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ରିପୋଜିଟୋରୀ ତିଆରି କରିବା ପାଇଁ କାମ କରୁଛନ୍ତି । ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ପାଇଁ କମନ୍ ଫ୍ରେମୱାର୍କର ଅଗ୍ରଗତି ସମସ୍ତଙ୍କ ପାଇଁ ଏକ ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ନିରପେକ୍ଷ ଡିଜିଟାଲ ଇକୋ-ସିଷ୍ଟମ ସୃଷ୍ଟି କରିବାରେ ସାହାଯ୍ୟ କରିବ ଡିଜିଟାଲ ଦକ୍ଷତାର ଗୋଟିଏ ଦେଶ ସହ ଅନ୍ୟ ଦେଶର ତୁଳନାକୁ ସୁଗମ କରିବା ପାଇଁ ଏକ ରୋଡମ୍ୟାପ୍ ବିକଶିତ କରିବ। ଡିଜିଟାଲ ସ୍କିଲିଂ ଉପରେ ଏକ ଭର୍ଚୁଆଲ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବା। ଆପଣଙ୍କ ଏହି ସମସ୍ତ ପ୍ରୟାସକୁ ମଧ୍ୟ ସ୍ବାଗତ କରୁଛି। ଭବିଷ୍ୟତ ପାଇଁ ପ୍ରସ୍ତୁତ ଥିବା କର୍ମଚାରୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏଗୁଡ଼ିକ ଆପଣଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ । ଯେମିତି ଯେମିତି ଡିଜିଟାଲ ଅର୍ଥନୀତି ବିଶ୍ୱସ୍ତରରେ ବିସ୍ତାରିତ ହେବା ସହିତ ଏହା ସୁରକ୍ଷା ବିପଦ ଏବଂ ଆହ୍ୱାନର ସମ୍ମୁଖୀନ ହେବ । ଏହି ପରିପ୍ରେକ୍ଷୀରେ, ଏକ ସୁରକ୍ଷିତ, ବିଶ୍ୱସନୀୟ ଏବଂ ସୁଦୃଢ଼ ଡିଜିଟାଲ ଅର୍ଥନୀତି ପାଇଁ ଜି-୨୦ ଉଚ୍ଚସ୍ତରୀୟ ନୀତି ଉପରେ ସାଧାରଣ ସହମତି କରିବା ଜରୁରୀ ।

ବନ୍ଧୁଗଣ,

 

ବୈଷୟିକ ଜ୍ଞାନକୌଶଳ ଆମକୁ ସେହି ଭାବରେ ସଂଯୋଗ କରିଛି ଯାହା ପୂର୍ବରୁ କେବେ ହୋଇନଥିଲା । ଏଥିରେ ସମସ୍ତଙ୍କ ପାଇଁ ଅନ୍ତର୍ଭୁକ୍ତ ଓ ନିରନ୍ତର ବିକାଶର ପ୍ରତିଶ୍ରୁତି ରହିଛି। ଜି-୨୦ରେ ଆମ ପାଖରେ ଏକ ସମାବେଶୀ, ସମୃଦ୍ଧ ଏବଂ ସୁରକ୍ଷିତ ବିଶ୍ୱ ଡିଜିଟାଲ ଭବିଷ୍ୟତର ଭିତ୍ତିପ୍ରସ୍ତର ସ୍ଥାପନ କରିବାର ଏକ ଅନନ୍ୟ ସୁଯୋଗ ରହିଛି । ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ମାଧ୍ୟମରେ ଆମେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଉତ୍ପାଦକତାକୁ ଅଗ୍ରଗତି କରିପାରିବା । ଆମେ କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ଦ୍ୱାରା ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରୋତ୍ସାହିତ କରିପାରିବା । ଆମେ ଏକ ବିଶ୍ୱସ୍ତରୀୟ ଡିଜିଟାଲ ସ୍ୱାସ୍ଥ୍ୟ ଇକୋ-ସିଷ୍ଟମ ନିର୍ମାଣ ପାଇଁ ଢାଞ୍ଚା ସ୍ଥାପନ କରିପାରିବା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ପାଇଁ ଆମେ ଏକ ଢାଞ୍ଚା ମଧ୍ୟ ପ୍ରସ୍ତୁତ କରିପାରିବା । ବାସ୍ତବରେ, ମାନବିକତାର ସମକକ୍ଷ ହେଉଥିବା ଆହ୍ୱାନର ମୁକାବିଲା କରିବା ପାଇଁ ଆମେ ପ୍ରଯୁକ୍ତି ଭିତ୍ତିକ ସମାଧାନର ଏକ ସମ୍ପୂର୍ଣ୍ଣ ଇକୋ-ସିଷ୍ଟମ ନିର୍ମାଣ କରିପାରିବା | ଆମଠାରୁ କେବଳ ଚାରିଟି ‘ସି’ର ଆବଶ୍ୟକତା ରହିଛି - ଦୃଢ଼ବିଶ୍ୱାସ, ପ୍ରତିବଦ୍ଧତା, ସମନ୍ୱୟ ଏବଂ ସହଯୋଗ । ଏବଂ, ମୋର କୌଣସି ସନ୍ଦେହ ନାହିଁ ଯେ ଆପଣଙ୍କ ଦଳ ଆମକୁ ସେହି ଦିଗରେ ଆଗେଇ ନେଇଯିବ। ମୁଁ ଆପଣସମସ୍ତଙ୍କୁ ବହୁତ ଫଳପ୍ରଦ ଆଲୋଚନାର କାମନା କରୁଛି । ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From the lens of FM Nirmala Sitharaman: Weaving a fabric of enterprise on the loom of traditional skills

Media Coverage

From the lens of FM Nirmala Sitharaman: Weaving a fabric of enterprise on the loom of traditional skills
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to the great revolutionary Mangal Pandey ji
July 19, 2026

Prime Minister Shri Narendra Modi today, paid tributes to the great revolutionary Mangal Pandey ji on his birth anniversary. Shri Modi remarked that his courageous life continues to fill every Indian with pride even today, and his saga of valor will keep inspiring every generation of the nation.

Shri Modi posted on X;

महान क्रांतिकारी मंगल पांडे जी को उनकी जयंती पर शत-शत नमन। मातृभूमि के स्वाभिमान और सम्मान की रक्षा के लिए उन्होंने अपना सर्वस्व न्योछावर कर दिया। उनका साहसिक जीवन आज भी हर भारतीय को गर्व से भर देता है। राष्ट्रभक्ति से ओतप्रोत उनकी शौर्यगाथा देश की हर पीढ़ी को प्रेरित करती रहेगी।