ନମସ୍କାର ବନ୍ଧୁଗଣ,

ସଂସଦର ଏହି ଅଧିବେଶନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ହିନ୍ଦୁସ୍ତାନର ଚାରିଆଡ଼େ ଏହି ଆଜାଦୀ କା ଅମୃତ ମହୋତ୍ସବ ନିମନ୍ତେ ସୃଜନଶୀଳ, ସକାରାତ୍ମକ, ଜନହିତ ଲାଗି, ରାଷ୍ଟ୍ରହିତ ଲାଗି ଉଦ୍ଦିଷ୍ଟ, ସାଧାରଣ ନାଗରିକମାନଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ସେହି ସ୍ୱପ୍ନକୁ ପୂରଣ କରିବା ଲାଗି ସାଧାରଣ ନାଗରିକମାନେ ମଧ୍ୟ ନିଜର କୌଣସି ନା କୌଣସି ଦାୟିତ୍ୱ ନିର୍ବାହ କରିବା ଲାଗି ପ୍ରୟାସ କରୁଛନ୍ତି। ଏସବୁ ଖବର ଭାରତର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ ସଙ୍କେତ।

ପୂର୍ବରୁ ମଧ୍ୟ ଆମେ ଦେଖିଛୁ, ଗତ କିଛି ଦିନ ତଳେ ସମ୍ବିଧାନ ଦିବସ ଆୟୋଜନ କରାଯାଇଥିଲା। ନୂତନ ସଂକଳ୍ପ ନେଇ ସମ୍ବିଧାନର ଭାବନାକୁ ସାକାର କରିବା ଲାଗି ପ୍ରତ୍ୟେକ ନାଗରିକ ନିଜର ଦାୟିତ୍ୱ ନିର୍ବାହ କରିବା ଲାଗି ଶପଥ କରିଥିଲେ। ସାରା ଦେଶ ମଧ୍ୟ ଏକ ସଂକଳ୍ପ ନେଲା। ଏହି ପରିପ୍ରେକ୍ଷୀରେ ଆମେ ଚାହୁଁଛୁ ଓ ସାରା ଦେଶ ମଧ୍ୟ ଚାହୁଁଛି ଯେ ସଂସଦରେ ଫଳପ୍ରଦ ଆଲୋଚନା ହେଉ। ଭାରତୀୟ ସଂସଦର ଚଳିତ ଅଧିବେଶନ ଏବଂ ଆଗାମୀ ଅଧିବେଶନରେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଭାବନା, ସେମାନଙ୍କର ଲକ୍ଷ୍ୟ, ସ୍ୱାଧୀନତାର ଅମୃତ ମହୋତ୍ସବର ଭାବନା ଅନୁକୂଳ ଏବଂ ଦେଶ ହିତ ପାଇଁ ଆଲୋଚନା କରାଯାଉ। ଦେଶର ପ୍ରଗତି ଓ ବିକାଶ ପାଇଁ ନୂଆ ଉପାୟ ଓ ମାର୍ଗର ସନ୍ଧାନ କରାଯାଉ। ଏହି ଆଲୋଚନାରୁ ଦୂରଗାମୀ ପ୍ରଭାବ ବିସ୍ତାର କରୁଥିବା ସକାରାତ୍ମକ ନିଷ୍ପତ୍ତି ଗ୍ରହଣ କରାଯାଉ। ମୁଁ ଆଶା କରୁଛି ଯେ ଭବିଷ୍ୟତରେ ସଂସଦର ସୁପରିଚାଳନାରେ କେତେ ଯୋଗଦାନ ଦିଆଗଲା ତାହାର ମୂଲ୍ୟାଙ୍କନ କରାଯିବ। କିଏ କେତେ ଜୋର ଲଗାଇ ସଂସଦ ଅଧିବେଶନରେ ବାଧା ଉତ୍ପନ୍ନ କଲା ସେହି ମାନଦଣ୍ଡକୁ ନେଇ ମୂଲ୍ୟାଙ୍କନ କରାଯିବ ନାହିଁ। ସଂସଦରେ କେତେ ଘଣ୍ଟା କାମ ହେଲା, କେତେ ସକାରାତ୍ମକ କାର୍ଯ୍ୟ ହେଲା ସେହି ମାନଦଣ୍ଡକୁ ଗ୍ରହଣ କରାଯିବା ଉଚିତ୍। ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା, ବିସ୍ତୃତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ସରକାର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରହିଛନ୍ତି ଏବଂ ସ୍ୱାଧୀନତାର ଏହି ଅମୃତ ମହୋତ୍ସବ କାଳରେ ଆମେ ଚାହୁଁଛୁ ଯେ ସଂସଦରେ ପ୍ରଶ୍ନ ଉତ୍ଥାପନ କରାଯାଉ, କିନ୍ତୁ ସଂସଦରେ ଶାନ୍ତି ମଧ୍ୟ ବଜାୟ ରହୁ।

ଆମେ ଚାହୁଁଛୁ, ସଂସଦରେ ସରକାରଙ୍କ ବିରୋଧରେ, ସରକାରୀ ନୀତି ବିରୋଧରେ ସ୍ୱର ଅଧିକ ପ୍ରଖର ହେବା ଉଚିତ୍, କିନ୍ତୁ ସଂସଦର ଗରିମା, ବାଚସ୍ପତିଙ୍କ ଗରିବା, ପଦବୀର ଗରିମା ବଜାୟ ରଖି ଆମେ ଏପରି ଆଚରଣ କରିବା ଯାହା ଆଗାମୀ ଦିନରେ ଦେଶର ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିବ। ବିଗତ ଅଧିବେଶନ ପରେ କରୋନାର ଏକ ବିକଟ ପରିସ୍ଥିତିରେ ମଧ୍ୟ ଦେଶ ୧୦୦ କୋଟିରୁ ଅଧିକ ଡୋଜ୍ କୋଭିଡ ଟିକାକରଣର ଉପଲବ୍ଧି ହାସଲ କରିପାରିଛି। ଏବେ ଆମେ ୧୫୦ କୋଟି ଡୋଜ୍ ଟିକାକରଣ ଦିଗରେ ଅଗ୍ରସର ହେଉଛୁ। ନୂଆ ଭାରିଆଣ୍ଟର ଖବର ମଧ୍ୟ ଆମକୁ ଆହୁରି ଅଧିକ ସତର୍କ ଓ ସଜାଗ କରି ଦେଇଛି। ମୁଁ ସଂସଦର ସମସ୍ତ ସାଥୀମାନଙ୍କୁ ମଧ୍ୟ ସତର୍କ ରହିବା ଲାଗି ନିବେଦନ କରୁଛି। ଆପଣମାନଙ୍କୁ ମଧ୍ୟ ସତର୍କ ରହିବା ଲାଗି ଅନୁରୋଧ କରୁଛି। କାରଣ ପ୍ରତି ଏ ସଙ୍କଟପୂର୍ଣ୍ଣ ସମୟରେ ଆପଣମାନଙ୍କର, ଦେଶବାସୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଆମେ ପ୍ରାଥମିକତା ଦେଉଛୁ।

ଦେଶର ୮୦ କୋଟିରୁ ଅଧିକ ନାଗରିକମାନଙ୍କୁ ଏହି କରୋନା କାଳର ସଙ୍କଟରେ ଯେମିତି ଅଧିକ କଷ୍ଟ ହେବ ନାହିଁ ସେଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦେବା ଲାଗି ଯୋଜନା କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ଏହାକୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପାଖାପାଖି ୨ ଲକ୍ଷ ୬୦ ହଜାର କୋଟି ଟଙ୍କା ବ୍ୟୟରେ, ୮୦ କୋଟିରୁ ଅଧିକ ଗରିବ ଦେଶବାସୀଙ୍କ ଘରେ ଖାଦ୍ୟର ବ୍ୟବସ୍ଥା କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ମୁଁ ଆଶା କରୁଛି ଯେ ଆମେ ସମସ୍ତେ ଏହି ଅଧିବେଶନରେ, ମିଳିମିଶି ରାଷ୍ଟ୍ର ହିତରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା। ସାଧାରଣ ଜନତାଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବା ଲାଗି ବିଭିନ୍ନ ନିଷ୍ପତ୍ତି ନେବା। ମୁଁ ଏହି ଆଶା କରୁଛି...

ଅନେକ ଅନେକ ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional