ମହାମହିମଗଣ,

ମହାଶୟମାନେ,

ନମସ୍କାର,

ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀକୁ ଏକ ଭବ୍ୟ ଢଙ୍ଗରେ ଆୟୋଜନ କରିଥିବାରୁ ମୁଁ ରାଷ୍ଟ୍ରପତି ଲୁଲାଙ୍କ ପ୍ରତି ହାର୍ଦ୍ଦିକ କୃତଜ୍ଞତା ପ୍ରକାଶ କରୁଛି। ବ୍ରାଜିଲ ଅଧ୍ୟକ୍ଷତାରେ, ବ୍ରିକ୍ସ ଅଧୀନରେ ଆମର ସହଯୋଗ ନୂତନ ଗତି ଏବଂ ଶକ୍ତି ହାସଲ କରିଛି। ଯେଉଁ ନୂତନ ଶକ୍ତି ମିଳିଛି ତାହା ଏକ ଏସପ୍ରେସୋ ନୁହେଁ, ବରଂ ଏକ ଡବଲ୍ ଏସପ୍ରେସୋ ସଟ୍! ଏଥିପାଇଁ, ମୁଁ ରାଷ୍ଟ୍ରପତି ଲୁଲାଙ୍କ ଦୂରଦୃଷ୍ଟି ଏବଂ ତାଙ୍କର ଅଟଳ ପ୍ରତିବଦ୍ଧତାକୁ ପ୍ରଶଂସା କରୁଛି। ଭାରତ ପକ୍ଷରୁ, ବ୍ରିକ୍ସ ପରିବାରରେ ଇଣ୍ଡୋନେସିଆର ଯୋଗଦାନ ପାଇଁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ପ୍ରବୋବୋଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି।

ବନ୍ଧୁଗଣ,

ଗ୍ଲୋବାଲ୍ ସାଉଥ୍ ପ୍ରାୟତଃ ଦ୍ୱୈତ ମାନଦଣ୍ଡର ଶିକାର ହୋଇ ରହିଆସିଛି। ବିକାଶ, ସମ୍ବଳ ବିତରଣ, କିମ୍ବା ସୁରକ୍ଷା-ସମ୍ବନ୍ଧୀୟ ପ୍ରସଙ୍ଗ ହେଉ, ଗ୍ଲୋବାଲ୍ ସାଉଥର ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଇନାହିଁ। ଜଳବାୟୁ ପାଣ୍ଠିଯୋଗାଣ, ଦୀର୍ଘସ୍ଥାୟୀ ବିକାଶ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରସାର ଭଳି ପ୍ରସଙ୍ଗରେ, ଗ୍ଲୋବାଲ୍ ସାଉଥକୁ ପ୍ରାୟତଃ କେବଳ ସାଙ୍କେତିକ ଇଙ୍ଗିତ ଛଡ଼ା କିଛି ମିଳିନାହିଁ।

 

ବନ୍ଧୁଗଣ,

ବିଂଶ ଶତାବ୍ଦୀରେ ଗଠିତ ବିଶ୍ୱସ୍ତରୀୟ ପ୍ରତିଷ୍ଠାନରେ ମାନବ ଜାତିର ଦୁଇ-ତୃତୀୟାଂଶ ଭାଗକୁ ପର୍ଯ୍ୟାପ୍ତ ରୂପେ ପ୍ରତିନିଧିତ୍ୱ ମିଳିନାହିଁ। ଆଜିର ବିଶ୍ୱ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଥିବା ଦେଶଗୁଡ଼ିକୁ ନିଷ୍ପତ୍ତି ଗ୍ରହଣ ମଞ୍ଚରେ ଉଚିତ ସ୍ଥାନ ଦିଆଯାଇ ନାହିଁ। ଏହା କେବଳ ପ୍ରତିନିଧିତ୍ୱର ପ୍ରଶ୍ନ ନୁହେଁ, ବରଂ ବିଶ୍ୱସନୀୟତା ଏବଂ ପ୍ରଭାବଶାଳୀତାର ମଧ୍ୟ। ଗ୍ଲୋବାଲ୍ ସାଉଥ୍ ବିନା, ଏହି ପ୍ରତିଷ୍ଠାନଗୁଡ଼ିକ ଏପରି ଏକ ଅଚଳ ମୋବାଇଲ୍ ପରି ଯେଉଁଥିରେ ସିମ କାର୍ଡ ଅଛି, କିନ୍ତୁ କୌଣସି ନେଟୱାର୍କ ନାହିଁ। ଏହି ପ୍ରତିଷ୍ଠାନଗୁଡ଼ିକ ଏକବିଂଶ ଶତାବ୍ଦୀର ଆହ୍ୱାନଗୁଡ଼ିକର ମୁକାବିଲା କରିବାକୁ ଅକ୍ଷମ। ବିଶ୍ୱର ବିଭିନ୍ନ ସ୍ଥାନରେ ଚାଲିଥିବା ସଂଘର୍ଷ ହେଉ, ମହାମାରୀ, ଆର୍ଥିକ ସଙ୍କଟ, କିମ୍ବା ସାଇବର ଓ ମହାକାଶ କ୍ଷେତ୍ରରେ ନୂତନ ଭାବରେ ଦେଖାଯାଉଥିବା ଆହ୍ୱାନ ଏହି ପ୍ରତିଷ୍ଠାନଗୁଡ଼ିକ ପାଖରେ କୌଣସି ସମାଧାନ ନାହିଁ।

ବନ୍ଧୁଗଣ,

ଆଜି ବିଶ୍ୱକୁ ଏକ ନୂତନ ବହୁଧ୍ରୁବୀୟ ଏବଂ ସମାବେଶୀ ବିଶ୍ୱ ବ୍ୟବସ୍ଥାର ଆବଶ୍ୟକତା ଅଛି। ବିଶ୍ୱ ପ୍ରତିଷ୍ଠାନରେ ବ୍ୟାପକ ସଂସ୍କାର ସହିତ ଏହାକୁ ଆରମ୍ଭ କରିବାକୁ ପଡିବ। ସଂସ୍କାର କେବଳ ପ୍ରତୀକାତ୍ମକ ହେବା ଉଚିତ ନୁହେଁ, ବରଂ ସେଗୁଡ଼ିକର ପ୍ରକୃତ ପ୍ରଭାବ ମଧ୍ୟ ଦୃଶ୍ୟମାନ ହେବା ଉଚିତ। ପ୍ରଶାସନିକ ଢାଞ୍ଚା, ମତଦାନ ଅଧିକାର ଏବଂ ନେତୃତ୍ୱ ପଦବୀରେ ପରିବର୍ତ୍ତନ ହେବା ଉଚିତ। ନୀତି ନିର୍ଦ୍ଧାରଣରେ ଗ୍ଳୋବାଲ ସାଉଥ ଦେଶଗୁଡ଼ିକର ଆହ୍ୱାନକୁ ପ୍ରାଥମିକତା ଦିଆଯିବା ଉଚିତ।

ବନ୍ଧୁଗଣ,

ବ୍ରିକ୍ସର ବିସ୍ତାର ଏବଂ ନୂତନ ବନ୍ଧୁଙ୍କ ଯୋଗଦାନ ପ୍ରମାଣ କରେ ଯେ ବ୍ରିକ୍ସ ଏପରି ଏକ ସଂଗଠନ ଯାହା ସମୟ ଅନୁଯାୟୀ ନିଜକୁ ପରିବର୍ତ୍ତନ କରିବାର କ୍ଷମତା ରଖେ। ଏବେ ଆମକୁ ଜାତିସଂଘ ସୁରକ୍ଷା ପରିଷଦ, ଡବ୍ଲୁଟିଓ ଏବଂ ବହୁପକ୍ଷୀୟ ବିକାଶ ବ୍ୟାଙ୍କ ଭଳି ପ୍ରତିଷ୍ଠାନରେ ସଂସ୍କାର ପାଇଁ ସମାନ ଇଚ୍ଛାଶକ୍ତି ଦେଖାଇବାକୁ ପଡିବ। ଏଆଇ ଯୁଗରେ ପ୍ରଯୁକ୍ତିବିଦ୍ୟା ପ୍ରତି ସପ୍ତାହରେ ପରିବର୍ତ୍ତନ ହେଉଛି, ଏକ ବିଶ୍ୱସ୍ତରୀୟ ସଂସ୍ଥା ପ୍ରତି ଅଶୀ ବର୍ଷରେ ଥରେ ମଧ୍ୟ ଅପରିବର୍ତ୍ତନୀୟ ରହିବା ଗ୍ରହଣୀୟ ନୁହେଁ। ଏକବିଂଶ ଶତାବ୍ଦୀର ସଫ୍ଟୱେର୍କୁ ବିଂଶ ଶତାବ୍ଦୀର ଟାଇପ୍-ରାଇଟର ଦ୍ୱାରା ଚଲେଇହେବ ନାହିଁ!

 

ବନ୍ଧୁଗଣ,

ଭାରତ ସବୁବେଳେ ନିଜର ସ୍ୱାର୍ଥ ଠାରୁ ଊର୍ଦ୍ଧ୍ବକୁ ଯାଇ ମାନବତାର ହିତରେ କାମ କରିବାକୁ ନିଜର ଦାୟିତ୍ବ ବୋଲି ଭାବିଥାଏ। ଆମେ ବ୍ରିକ୍ସ ଦେଶଗୁଡ଼ିକ ସହିତ ମିଶି, ସବୁ ବିଷୟରେ, ସୃଜନଶୀଳ ଯୋଗଦାନ ଦେବା ପାଇଁ ସମ୍ପୂର୍ଣ୍ଣ ରୂପେ ସଂକଳ୍ପବଦ୍ଧ ରହିଛି। ଅନେକ ଅନେକ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026