“ଭୂମିକମ୍ପରେ ହୋଇଥିବା ଧ୍ୱଂସଲୀଳାକୁ ପଛରେ ପକାଇ ଭୁଜ ଓ କଚ୍ଛବାସୀ ସେମାନଙ୍କ ଅଞ୍ଚଳ ନିମନ୍ତେ କଠିନ ପରିଶ୍ରମ ବଳରେ ନୂତନ ଭାଗ୍ୟର ଫର୍ଦ୍ଧ ଯୋଡୁଛନ୍ତି”
“ଉନ୍ନତ ସ୍ୱାସ୍ଥସେବା କେବଳ ରୋଗର ଉପଚାର ପାଇଁ ନୁହେଁ, ବରଂ ଏହା ସାମାଜିକ ନ୍ୟାୟକୁ ପ୍ରୋତ୍ସାହନ ଦେଇଥାଏ”
“ଯେତେବେଳେ ଗରିବଙ୍କୁ ସକ୍ତା ଓ ଉତ୍କୃଷ୍ଠ ଉପଚାର ମିଳିଥାଏ, ତାର ବ୍ୟବସ୍ଥା ପ୍ରତି ବିଶ୍ୱାସ ଦୃଢ ହୋଇଥାଏ । ସେମାନେ ଉପଚାର ବାବଦ ଖର୍ଚ୍ଚରୁ ମୁକ୍ତି ପାଇଲେ କଠିନ ପରିଶ୍ରମ କରି ସଂକଳ୍ପବଦ୍ଧ ଭାବେ ଦାରିଦ୍ର‌୍ୟରୁ ବର୍ତ୍ତିଯିବା ପାଇଁ ଲାଗିପଡନ୍ତି”

ନମସ୍କାର,

ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୟ ସ୍ୱାମୀନାରାୟଣ । ମୋର କଚ୍ଛର ଭାଇଭଉଣୀମାନେ କେମିତି ଅଛନ୍ତି ? ଭଲରେ ଅଛନ୍ତି ତ ? ଆଜି କେ କେ ପଟେଲ ସୁପର ସ୍ପେସିଆଲିଟି ହସ୍ପିଟାଲ ଆମର ସେବାରେ ଲୋକାର୍ପଣ ହେବାକୁ ଯାଉଛି । ଆପଣମାନଙ୍କୁ ସମସ୍ତଙ୍କୁ ଏହି ଅବସରରେ ମୋର ବହୁତ ବହୁତ ଶୁଭକାମନା ।

ଗୁଜରାର ଲୋକପ୍ରିୟ ସରଳ ଏବଂ କର୍ମଠ ମୁଖ୍ୟମନ୍ତ୍ରୀ ଆମର ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ମହାନ୍ତ ସ୍ୱାମୀ ପୂଜ୍ୟ ଧର୍ମନନ୍ଦନ ଦାସଜୀ, କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଜୀ, ଗୁଜରାଟ ବିଧାନସଭାର ଅଧ୍ୟକ୍ଷ ନୀମାବେନ ଆଚାର୍ଯ୍ୟ, ଗୁଜରାଟ ସରକାରର ଅନ୍ୟ ମନ୍ତ୍ରୀଗଣ, ସଂସଦରେ ମୋର ସାଧୀ ଶ୍ରୀ ବିନୋଦ ଛାବ୍ରା, ଅନ୍ୟ ଜନପ୍ରିୟ ପ୍ରତିନିଧିଗଣ, ଏଠାରେ ଉପସ୍ଥିତ ଶ୍ରଦ୍ଧେୟା ସନ୍ଥଗଣ, କଛର ଲେବା ପଟେଲ ଇଜୁକେଶନ ଏବଂ ମେଡ଼ିକାଲ ଟ୍ରଷ୍ଟର ଅଧ୍ୟକ୍ଷ ଗୋପାଳଭାଇ ଗୋରାଛିୟାଜୀ, ଅନ୍ୟ ସମସ୍ତ ଟ୍ରଷ୍ଟି, ସମାଜର ପ୍ରମୁଖ ସାଥୀଗଣ, ଦେଶ ଏବଂ ଦୁନିଆର ଆସିଥିବା ସମସ୍ତ ଦାନୀ ସଜ୍ଜନ ମହାନୁଭବଗଣ ଏବଂ ସମସ୍ତ ସେବାରଜ ଓ କର୍ମଚାରୀ ତଥା କଚ୍ଛର ମୋର ପ୍ରିୟ ଭାଉ ଓ ଭଉଣୀଗଣ,

ଆରୋଗ୍ୟ ସହିତ ଜଡ଼ିତ ଏତେ ବଡ଼ କାର୍ଯ୍ୟକ୍ରମ ନିମନ୍ତେ କଚ୍ଛବାସୀମାନଙ୍କୁ ମୁଁ ବହୁତ ବହୁତ ବଧେଇ ଜଣାଉଛି । ଗୁଜରାଟର ଭାଇମାନଙ୍କୁ ମଧ୍ୟ ମୋର ବଧେଇ । ଭୂକମ୍ପରେ ଧ୍ୱସ୍ତକୁ ପଛରେ ଛାଡ଼ି ଭୁଜ ଓ କଚ୍ଛର ଲୋକମାନେ ଏବେ ନିଜ ନିଜ ପରିଶ୍ରମ ଦ୍ୱାରା ଏହି କ୍ଷେତ୍ରର ନୂତନ ଭାଗ୍ୟ ରଚନା କରିଛନ୍ତି । ଆଜି ଏହି କ୍ଷେତ୍ରରେ ଅନେକ ଆଧୁନିକ ମେଡ଼ିକାଲ ସେବା ମହଜୁଦ ରହିଛି । ଏହି ଦିଗରେ ଭୁଜକୁ ଆଜି ଏକ ଆଧୁନିକ ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରାପ୍ତ ହେବାକୁ ଯାଉଛି । ଏହା କଚଚ୍ଚକଛର ପ୍ରଥମ ଦାତବ୍ୟ ସୁପର ସ୍ପେସିଆଲିଟି ହସ୍ପିଟାଲ ହେବ । ଏହି ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସୁବିଧା ନିମନ୍ତେ କଚ୍ଛକୁ ବହୁତ ବହୁତ ବଧେଇ । ୨୦୦ ଶଯ୍ୟା ବିଶିଷ୍ଟ ଏହି ସୁପର ସ୍ପେସିଆଲିଟି ହସ୍ପିଟାଲ କଚ୍ଛ କ୍ଷେତ୍ରର ଲକ୍ଷ ଲକ୍ଷ ଲୋକଙ୍କୁ ସଦାସର୍ବଦା ତଥା ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବ । ଏହି ହସ୍ପିଟାଲ ଆମର ସୈନିକମାନଙ୍କୁ ଏବଂ ଅର୍ଦ୍ଧସୈନିକ ବଳଙ୍କ ପରିବାରଙ୍କୁ ଏବଂ ବ୍ୟାପାର ଜଗତ ସହିତ ଜଡ଼ିତ ଅନେକ ଲୋକଙ୍କ ନିମନ୍ତେ ଉତ୍ତମ ଚିକିତ୍ସା ପ୍ରଦାନର ଗ୍ୟାରେଣ୍ଟି ଭାବେ ଆମ ସମ୍ମୁଖରେ ଉଭା ହେବାକୁ ଯାଉଛି ।

ସାଥୀଗଣ,

ଉତ୍ତମ ସ୍ୱାସ୍ଥ୍ୟ ସୁବିଧା କେବଳ ରୋଗର ଉପଚାର ପର୍ଯ୍ୟନ୍ତ ସୀମିତ ହୋଇ ରହିନଥାଏ । ଏହା ସାମାଜିକ ନ୍ୟାୟକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ, ସୁପ୍ରତିଷ୍ଠିତ କରିଥାଏ । ଯେତେବେଳେ କୌଣସି ଜଣେ ଗରିବ ଲୋକକୁ ଶସ୍ତା ଓ ଉତ୍ତମ ଚିକିତ୍ସା ସୁବିଧା ସହଜରେ ଉପଲବ୍ଧ ହୋଇଥାଏ ସେତେବେଳେ ତା’ର ସମଗ୍ର ବ୍ୟବସ୍ଥା ଉପରେ ମଧ୍ୟ ଆସ୍ଥା ସୁଦୃଢ଼ ହୋଇଥାଏ । ଚିକିତ୍ସା ପାଇଁ ଆବଶ୍ୟକ ଖର୍ଚ୍ଚଭଳି ଚିନ୍ତାରୁ ତାକୁ ମୁକ୍ତି ମିଳିଥାଏ । ସେତେବେଳେ ସେ ନିଶ୍ଚିନ୍ତ ହୋଇ ଦାରିଦ୍ର୍ୟରୁ ବାହାରିବା ନିମନ୍ତେ ତା’ର ପ୍ରୟାସ ଜାରି ରଖିଥାଏ । ବିଗତ ବର୍ଷମାନଙ୍କରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେତିକି ଯୋଜନା କାର୍ଯ୍ୟକାରୀ କରାଯାଇଛି ତାହା ଏହି ଚିନ୍ତାଧାରାରୁ ହିଁ ସୃଷ୍ଟି । ଆୟୁଷ୍ମାନ ଭାରତ ଯୋଜନା ଏବଂ ଜନ ଔଷଧି ଯୋଜନା ମାଧ୍ୟମରେ ପ୍ରତି ବର୍ଷ ଗରିବ ଏବଂ ମଧ୍ୟମ ବର୍ଗର ଲକ୍ଷ ଲକ୍ଷ ପରିବାରଙ୍କୁ କୋଟି କୋଟି ଟଙ୍କା ଚିକିତ୍ସା ଖର୍ଚ୍ଚ ବାବଦରେ ଖର୍ଚ୍ଚ କରିବାର ବୋଝରୁ ଏବେ ମୁକ୍ତି ମିଳିଛି । ସ୍ୱାସ୍ଥ୍ୟ ଏବଂ ନିରାମୟ କେନ୍ଦ୍ର, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ସଂସାଧନ ଯୋଜନା ଭଳି ଅଭିଯାନ ଚିକିତ୍ସାକୁ ସମସ୍ତ ନିମନ୍ତେ ସୁଲଭ କରିବା ଦିଗରେ ସହାୟକ ହୋଇପାରିଛି ।

ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ରୋଗୀମାନଙ୍କ ପାଇଁ ସୁବିଧା ଆହୁରି ବୃଦ୍ଧି ପାଇବ । ଆୟୁଷ୍ମାନ ସ୍ୱାସ୍ଥ୍ୟ ସଂସାଧନ ମିଶନ ମାଧ୍ୟମରେ ଆଧୁନିକ ଏବଂ କ୍ରିଟିକାଲ ସ୍ୱାସ୍ଥ୍ୟସେବା ସଂସାଧନକୁ ଜିଲ୍ଲା ଏବଂ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ପହଞ୍ଚା ଯାଉଛି । ଦୋରେ ଆଜି ଡଜନ ଡଜନ ଏମ୍ସ ସହିତ ଅନେକ ସୁପର ସ୍ପେସିଆଲିଟି ହସ୍ପିଟାଲମାନ ନିର୍ମାଣ କରାଯାଉଛି । ଦେଶର ପ୍ରତ୍ୟେକ ଜିଲ୍ଲାରେ ମେଡ଼ିକାଲ କଲେଜର ନିର୍ମାଣ କରାଯିବା ଲକ୍ଷ୍ୟ ହୋଇଥାଉ କିମ୍ବା ମେଡ଼ିକାଲ ଶିକ୍ଷାକୁ ସମସ୍ତଙ୍କ ପହଞ୍ଚ ଭିତରେ ରଖିବା ଲକ୍ଷ୍ୟ ହୋଇଥାଉ, ଏହା ଦ୍ୱାର ଆଗାମୀ ଦଶବର୍ଷ ଭିତରେ ଦେଶକୁ ରେକର୍ଡ଼ ସଂଖ୍ୟକ ନୂତନ ଡାକ୍ତର ପ୍ରାପ୍ତ ହେବାକୁ ଯାଉଛି ।

ଏବଂ ଏହାର ଲାଭ ଏବେ ଆମର କଚ୍ଛକୁ ମଧ୍ୟ ମିଳିବାକୁ ଯାଉଛି । ଏଠାକାର ଗୋପାଳଭାଇ ମୋତେ କହୁଥିଲେ, ମୁଁ ଲାଲକିଲ୍ଲା ମଞ୍ଚରୁ କହିଥିଲି ଯେ ସ୍ୱାଧୀନତାର ଅମୃତ ମହୋତ୍ସବରେ ପ୍ରତ୍ୟେକଙ୍କର କୌଣସି ନା କୌଣସି ଯୋଗଦାନ ରହିବା ଆବଶ୍ୟକ ଏବଂ ଆଜି ସେହି ସଂକଳ୍ପ ସଂପୂର୍ଣ୍ଣ ହେବାକୁ ଯାଉଛି । ସେଥିପାଇଁ ସତରେ ଏଭଳି କର୍ତ୍ତବ୍ୟ ଭାବନା, ସମାଜ ପ୍ରତି ନିଷ୍ଠାର ଭାବ ପ୍ରକଟ କରିବା, ସମାଜ ପ୍ରତି ସଦ୍ଭାବନା- ସଂବେଦନା, ଏହା ହେଉଛି ଆମମାନଙ୍କର ସବୁଠାରୁ ବଡ଼ ପୁଂଜି ଏବଂ କଚ୍ଛର ଏହା ଏକ ବିଶେଷତା ଭାବେ ରହିଆସିଛି । ଆପଣମାନେ କେଉଁଠାକୁ ବି ଯାଆନ୍ତୁ, କେଉଁଠାରେ ବି ପରସ୍ପରଙ୍କୁ ଭେଟନ୍ତୁ, କଚ୍ଛବାସୀ ବୋଲି ନିଜର ପରିଚୟ ଦିଅନ୍ତୁ, ଏହା ପରେ କେହି ଆପଣମାନଙ୍କୁ କେବେ ପଚାରିବେ ନାହିଁ ଯେ ଆପଣ କେଉଁ ଗାଁର ବାସିନ୍ଦା, କେଉଁ ଜାତିର... କେହି କିଛି ହେଲେ ପଚାରିବେ ନାହିଁ । ଆପଣ ତୁରନ୍ତ ତାଙ୍କର ହୋଇଯିବେ । ଏହା ହେଉଛି କଚ୍ଛର ବିଶେଷତା ଏବଂ କଚ୍ଛର କର୍ତ୍ତବ୍ୟ ଭାବେ ଏହା ପରିଚିତ ହୋଇଆସିଛି ଏବଂ ଏହିପରି ଭାବେ ଆପଣମାନେ ଏବେ ଏକ ସମୟରେ ପାଦ ଥାପୁଛନ୍ତି । ସେଥିପାଇଁ ଆପଣମାନେ ଏଠାରେ ଓ କେବଳ ଏଠାରେ ନୁହେଁ , ଯାହା ଭୂପେନ୍ଦ୍ରଭାଇ ଏବେ ଏବେ କହିଲେ, ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ ଜିଲ୍ଲା, ବାସ୍ତବରେ କାହାକୁ ବି ଆମେମାନେ ଯେତେବେଳେ ଅସମୟରେ ପସନ୍ଦ ଆସିଥାଏ ତ ସେହି ସଂପର୍କ ଅତୁଟ ବନିଯାଇଥାଏ । କଚ୍ଛରେ ଭୂକମ୍ପ ଯୋଗୁ ଯେଉଁ ଦୟନୀୟ ସ୍ଥିତି ସୃଷ୍ଟି ହୋଇଥିଲା, ଏଭଳି ପରିସ୍ଥିତିରେ ମୋର ଆପଣମାନଙ୍କ ସହ ଯେଉଁ ଘନିଷ୍ଠ ସମ୍ବନ୍ଧ ଯୋଡ଼ି ହୋଇଯାଇଥିଲା, ଏ ନିବିଡ଼ତା ହେଉଛି ତାହାର ପରିଣାମ । ମୁଁ ନା କଛକୁ ଛାଡ଼ିପାରିବି, ନା କଚ୍ଛ ମୋତେ ଛାଡ଼ି ପାରିବ । ଏଭଳି ସୌଭାଗ୍ୟ ସାର୍ବଜନୀନ ଜୀବନରେ ବହୁତ କମ୍ ଲୋକଙ୍କୁ ପ୍ରାପ୍ତ ହୋଇଥାଏ ଏବଂ ମୋ ପାଇଁ ଏହା ଏକ ଗର୍ବର କଥା । ଗୁଜରାଟ ଆଜି ଚତୁର୍ଦ୍ଦିଗରୁ ପ୍ରଗତି କରିଚାଲିଛି ।

ଗୁଜରାଟର ବିକାଶର କଥା କେବଳ ଗୁଜରାଟରେ ନୁହେଁ ଅପରନ୍ତୁ ଦେଶରେ ବି ଏହାର ସୁଖ୍ୟାତି ବ୍ୟାପିସାରିଛି । ଆପଣମାନେ ଚିନ୍ତା କରି ଦେଖନ୍ତୁ, ଆଜକୁ ଦୁଇ ଦଶନ୍ଧି ପୂର୍ବେ ଗୁଜରାଟରେ ମାତ୍ର ନଅଟି ମେଡ଼ିକାଲ କଲେଜ ଥିଲା । ଦୁଇ ଦଶନ୍ଧି ପୂର୍ବରୁ ମାତ୍ର ନଅଟି ମେଡ଼ିକାଲ କଲେଜ ଏବଂ ସେତେବେଳେ ଗୁଜରାଟର ଯୁବକଯୁବତୀମାନଙ୍କୁ ଡାକ୍ତର ହେବାକୁ ମାତ୍ର ବାର ଶହ ସିଟ୍‌ ଉପଲବ୍ଧ ଥିଲା । ଆଜି ରାଜ୍ୟରେ ଗୋଟିଏ ଏମ୍ସ ଅଛି, ଏବଂ ତିନି ଡଜନରୁ ଅଧିକ ମେଡ଼ିକାଲ କଲେଜ ରହିଛି । ଯେତେବେଳେ ଦୁଇ ଦଶନ୍ଧି ପୂର୍ବରୁ ମାତ୍ର ହଜାରେ ପିଲାଙ୍କୁ ସେଥିରେ ସ୍ଥାନ ମିଳୁଥିଲା ଏବଂ ଛଅ ହଜାର ଛାତ୍ରଛାତ୍ରୀ ଡାକ୍ତର ହେବାର ସ୍ୱପ୍ନ ସାକାର କରିପାରୁଛନ୍ତି ଏବଂ ସେଥିପାଇଁ ବ୍ୟବସ୍ଥା ରହିଛି । ୨୦୨୧ ମସିହାରେ ୫୦ ସିଟ୍‌ର ସହିତ ରାଜକୋଟରେ ଏମ୍ସ ଅନୁଷ୍ଠାନ ଆରମ୍ଭ କରାଯାଇଛି । ଅହମ୍ମଦାବାଦ, ରାଜକୋଟରେ ମେଡ଼ିକାଲ କଲେଜର ଅପଗ୍ରେଡେସନର କାର୍ଯ୍ୟ ଜାରି ରହିଛି । ଭାବନଗର ମେଡ଼ିକାଲ କଲେଜର ଅପଗ୍ରେଡେସନ କାମ ପାଖାପାଖି ସଂପୂର୍ଣ୍ଣ ହୋଇସାରିଛି । ସିଭିଲ ହସ୍ପିଟାଲ ଅହମ୍ମଦାବାଦରେ ୧୫୦୦ ବେଡ଼୍‌ବାଲା ଏବଂ ମୋ ଦୃଷ୍ଟିରେ ଏହା ବହୁତ ବଡ଼ ଗୋଟିଏ କାମ । ମାତୃ ଏବଂ ଶିଶୁ, ମାତା ଏବଂ ସନ୍ତାନମାନଙ୍କୁ ସେମାନଙ୍କ ନିମନ୍ତେ ଉଚିତ ଅର୍ଥରେ ଗୋଟିଏ ବଳିଷ୍ଠ ବ୍ୟବସ୍ଥାବାଲା ସଂପୂର୍ଣ୍ଣ ସଂରଚନା ନିଜର ଏଠାରେ ସୃଷ୍ଟି ହୋଇଛି । କାର୍ଡିଓଲୋଜି ବିଭାଗ ରହିଛି, ଗବେଷଣା ହୋଇଥାଉ, ଏହାପାଇଁ ମଧ୍ୟ ୮୦୦ ବେଡ଼ର ଏକ ପୃଥକ୍‌ ହସ୍ପିଟାଲ ରହିଛି ଯେଉଁଠାରେ ଗବେଷଣା କାମ ହେଉଛି । ଗୁଜରାଟରେ କ୍ୟାନସର ଅନୁସନ୍ଧାନ କାମ ବି ବେଶ୍‌ ଦ୍ରୁତଗତିରେ ଚାଲିଛି । କେବଳ ଏତିକି ନୁହେଁ, ଆମ ପୂରା ଦେଶରେ କିଡ଼ନୀ ରୋଗୀ ଏବଂ ଡାଏଲିସିସ୍‌ର ବ୍ୟବସ୍ଥାର ଏକ ବଡ଼ ସଂକଟ ସ୍ଥିତି ଥିଲା । ଯେଉଁଠାରେ ଡାଏଲିସିସ୍‌ ସପ୍ତାହକୁ ଦୁଇଥର କରିବାର ଆବଶ୍ୟକତା ରହିଛି, ମାସରେ ଦୁଇଥର ହିଁ ରୋଗୀମାନଙ୍କୁ ଏଥିପାଇଁ ସୁଯୋଗ ମିଳିପାରୁଥିଲା । ଭାବିପାରୁଥିବେ, ରୋଗୀର ଅବସ୍ଥା କ’ଣ ହେଉଥିବ । ଆଜି ପ୍ରତି ଜିଲ୍ଲାରେ ମାଗଣାରେ ଡାଏଲିସିସି ସେବା ଆମେ ଆରମ୍ଭ କରିଛୁ । ତେଣୁ ଗୋଟିଏ ଦିଗରୁ ଏହି ଦିଗରେ ବେଶ୍‌ ଦ୍ରୁତ ଗତିରେ କାର୍ଯ୍ୟ ଜାରି ରହିଛି ।

କିନ୍ତୁ ମୋର ଆପଣମାନଙ୍କୁ ସମସ୍ତ ଭାଇ ଭଉଣୀମାନଙ୍କୁ ଗୋଟିଏ କଥା କହିବାର ଅଛି । ଏହି ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଆମେ ଯେତେ ହସ୍ପିଟାଲ ସ୍ଥାପନ କରୁନା କାହିଁକି, ଲକ୍ଷ ଲକ୍ଷ ନୂଆ ଶଯ୍ୟା ସୃଷ୍ଟି କରୁନା କାହିଁକି, କିନ୍ତୁ ଏହା ଦ୍ୱାରା କଦାପି ଆମର ସମସ୍ୟା ସମାଧାନ ହୋଇପାରିବ ନାହିଁ । ପରନ୍ତୁ ଆମେ ସମାଜ ଭିତରେ ଏଭଳି ଜାଗରଣ ଆଣିବା, ଆମେ ସମସ୍ତେ ନିଜର କର୍ତ୍ତବ୍ୟ ପାଳନ କରିବା ଏବଂ ଏଭଳି ବାତାବରଣ ଓ ଏଭଳି ସ୍ଥିତି ସୃଷ୍ଟି କରିବା ଯଦ୍ୱାରା ଆମକୁ ଯେପରି ହସପିଟାଲକୁ କେବେ ଯିବାକୁ ନପଡ଼ୁ । ଏହିସବୁ ସମସ୍ୟାର ଉପାୟ ହେଲା ଏହା ଯେ ହସ୍ପିଟାଲ ଯିବାକୁ ପଡ଼ିବନାହିଁ ଏବଂ ଖୁବ୍‌ ସୁନ୍ଦର ହସ୍ପିଟାଲର ଉଦ୍ଘାଟନ ହେଉଥିବ । କିନ୍ତୁ ମୋତେ ଯେଉଁ ଶୁଭକାମନା ଦେବାର ଅଛି ତା’ହେଲେ ତାହା ମୁଁ କାହିଁକି ଦେବି ? ମୁଁ ଶୁଭକାମନା ଦେବି, ଆମର କେ କେ ପଟେଲ ରିସର୍ଚ୍ଚ ଟ୍ରଷ୍ଟରେ ଏତେସବୁ ଅର୍ଥ, କୋଟି କୋଟି ଟଙ୍କା ବ୍ୟୟ ସେମାନେ କରିଛନ୍ତି, ସୁନ୍ଦର ହସ୍ପିଟାଲ ନିର୍ମାଣ କରିଛନ୍ତି । କିନ୍ତୁ ଭଗବାନ ଆଶୀର୍ବାଦ ଦିଅନ୍ତୁ ଯେ କାହାକୁ ରୋଗୀ ଭାବେ ହସ୍ପିଟାଲ ଆସିବାକୁ ନପଡ଼ୁ । ହସ୍ପିଟାଲ ଖାଲି ବରଂ ରହୁ । ଆମକୁ ଏଭଳି ଦିନ ଦେଖିବାର ଅଛି । ହସ୍ପିଟାଲ ଖାଲି କେତେବେଳେ ରହିପାରିବ, ଯେତେବେଳେ ଆମେ ସ୍ୱଚ୍ଛତା ଉପରେ ଅଧିକ ଧ୍ୟାନ ଦେବା । ସ୍ୱଚ୍ଛତା ସମ୍ମୁଖରେ ଲୋକମାନେ ଜୋରସୋର ଭାବେ ପ୍ରତିବଦ୍ଧ ହେବେ, ଘରର ମଇଳାକୁ କେଉଁଠାରେ ବାହାରେ ଫିଙ୍ଗିବାନାହିଁ ଏବଂ ମଇଳାକୁ ଆମେ ସଦାବେଳେ ଘୃଣା କରିବା ଓ ଯାହା ପରିବେଶକୁ କଳୁଷିତ କରୁଥିବ, ରୋଗ ସୃଷ୍ଟି କରୁଥିବ ତାହା ବାହାରେ ପକାଇବା ନାହିଁ । ତାହା ଆଦୌ ବାହାରେ ମିଳିବନାହିଁ । ସେହିଭଳି ପାଣି, ଶୁଦ୍ଧ ପାନୀୟ ଜଳ, ଆମେ ଏଥିପାଇଁ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନ ଆରମ୍ଭ କଲୁ, ଶୌଚାଳୟ ନିର୍ମାଣ କରିବାର ଅଭିଯାନ ଚଳାଇଲୁ, ଖୋଲାସ୍ଥାନକୁ ଶୌଚମୁକ୍ତ ରଖିବା ସକାଶେ ଅଭିଯାନ ଆରମ୍ଭ କଲୁ ଏବଂ ଏଥିରେ ସମାଜ ମଧ୍ୟ ଆମ ସହିତ ପୂର୍ଣ୍ଣ ମାତ୍ରାରେ ସହଯୋଗ କଲା । ଏକଥା ସମସ୍ତଙ୍କୁ ଜଣା ଯେ ଏହି କରୋନା ଲଢ଼େଇରେ ଆମେ ଢ଼େର୍‌ ମାତ୍ରାରେ ଲାଗିଥିଲୁ କାରଣ ମୂଳଭୂତ ଶରୀର ମଜଭୁତ ରହିଲେ ଏହି ଲଢ଼େଇରେ ଆମେ ଜିଣିପାରିବୁ । ଏତେବଡ଼ ତୋଫାନ ଆସିଲା ପୁଣି ଆମେ ତାହା ବିରୁଦ୍ଧରେ ଲଢ଼ିଚାଲିଲୁ କାରଣ ଏପର୍ଯ୍ୟନ୍ତ କରୋନା ସଂପୂର୍ଣ୍ଣ ରୂପେ ଦୂର ହୋଇନାହିଁ । ତେଣୁ ଆମକୁ କେବେ ଏହି ଭୁଲ କରିବାକୁ ପଡ଼ିବନାହିଁ । ସେହିଭଳି ଅନ୍ୟ ସଚେତନତା ଏବଂ ଜଳ ଜୀବନ ମିଶନ ଦ୍ୱାରା ନଳଯୋଗେ ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା କାମ ସମଗ୍ର ଦେଶରେ ଏବେ ଜାରି ରହିଛି । ଯେମିତି ଶୁଦ୍ଧ ପାନୀୟ ଜଳ ମିଳିପାରିବ ସେହିଭଳି ପୋଷଣ, ସେଥିରେ ବି ଜଙ୍କ୍‌ ଫୁଡ଼ ଖାଇବାନାହିଁ ଏବଂ ପୋଷ୍ଟ ଅଫିସରେ ଯେମିତି ସବୁକିଛି ଚିଠିପତ୍ର ପକାଯାଏ ସେହିଭଳି ସବୁକିଛି ପକାଇଲେ ଶରୀରକୁ ଲାଭ ହେବ ଏବଂ ତାହା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ନୁହେଁ ଏବଂ ସେଥିପାଇଁ ଯେଉଁ ଡାକ୍ତମାନେ ବସିଛନ୍ତି, ସେମାନେ ହସୁଛନ୍ତି ମୋ କଥା ଶୁଣି, କାରଣ ଆହାର ଭିତରେ ଏକଥା ଶାସ୍ତ୍ରରେ ବି କୁହାଯାଇଛି, ଆହାର ଯେତିକି ନିୟମିତତା ହେବ, ଏଥିରେ ଯେତିକି ସଂଯମ ରକ୍ଷା କରାଯିବ, ତାହା ପାଳନ କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଆଚାର୍ଯ୍ୟ ବିନୋବାଜୀ, ଯାହାଙ୍କୁ ଲୋକମାନେ ପଢ଼ିଥିବେ ସେମାନେ ଏକଥା ଅବଶ୍ୟ ଭଲଭାବେ ଜାଣିଥିବେ, ସେ କେତେ ଭଲ କଥା କହିଯାଇଛନ୍ତି । ଆଚାର୍ଯ୍ୟ ବିନୋବାଜୀ କହିଥିଲେ ଯେ ବ୍ରତ କରିବା ସହଜ, ଆପଣ ସହଜରେ ବ୍ରତ ପାଳନ କରିପାରନ୍ତି , କିନ୍ତୁ ସଂଯମପୂର୍ଣ୍ଣ ଭୋଜନ କରିବା ମୁସ୍କିଲ କାମ । ଟେବୁଲ ଉପରେ ବସିଛନ୍ତି ଏବଂ ଚାରି ପାଞ୍ଚ ପ୍ରକାର ଖାଦ୍ୟ ଆସିବ ତ ମନ ସେଇଆଡ଼କୁ ଯିବା ସ୍ୱାଭାବିକ । 

ଆଜି ବଡ଼ ଚିନ୍ତା ହେଉଛି ଯେ ଲୋକମାନଙ୍କ ଶରୀରର ଓଜନ ବଢ଼ିଯାଉଛି । ଏବେ ଏଠାରେ ବସିଥିବା ଅଧିକତର ଲୋକଙ୍କ ଭିତରୁ ଅଧିକାଂଶଙ୍କ ଶରୀରର ଓଜନ ଅଧିକ । ଏଥିରେ ଆପଣମାନେ ଲାଜ କରିବାର କିଛି ନାହିଁ । ଓଜନ ବଢ଼ୁଛି, ଡାଇବେଟିସ୍‌ ରୋଗ ଘରେ ଘରେ ପହଂଚିବାରେ ଲାଗିଛି । ଏହା ଏଭଳି ଏକ ଜିନିଷ ଏବଂ ଡାଇବେଟିସ୍‌ ନିଜେ ଏପରି ଏକ ରୋଗ, ଯାହା ବିଶ୍ୱବ୍ୟାପୀ ସବୁ ବେମାରୀକୁ ଆମନ୍ତ୍ରଣ ଜଣାଇଥାଏ । ଏବେ ଆମକୁ ନିଜର ଓଜନ ହ୍ରାସ କରିବା ନିମନ୍ତେ କେହି କେ କେ ହସ୍ପିଟାଲର ବାଟ ଦେଖିବାକୁ ପଡ଼ିବ । ଆମେ ଡାଇବେଟିସରୁ ବଂଚିବାକୁ ହେଲେ ଆମକୁ ସକାଳେ ଚାଲିବାକୁ ହେବ । ଚାଲବୁଲ ହେବ କି ନାହିଁ, ଯାହା ଆମେ ସମସ୍ତେ କରିଥାଏ । ପୁଣି ସ୍ୱାସ୍ଥ୍ୟ ରକ୍ଷା ନିମନ୍ତେ ଯାହା ମୌଳିକ କାର୍ଯ୍ୟ ତାହା ସଂପାଦନ କଲେ ଆମକୁ ହସ୍ପିଟାଲ ଯିବାକୁ ପଡ଼ିବନାହିଁ । ସେହିପରି ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ ଦ୍ୱାରା ଆମେ ସମଗ୍ର ବିଶ୍ୱରେ ଯୋଗ ନିମନ୍ତେ ଅଭିଯାନ ଜାରି ରଖିଛୁ । ସମଗ୍ର ବିଶ୍ୱ ଯୋଗକୁ ସ୍ୱୀକାର କରିଛନ୍ତି । ଏଥର ଆପଣମାନେ ଅବଶ୍ୟ ଦେଖିଥିବେ, କରୋନା ବେଳେ ଆମର ଯୋଗ ଏବଂ ଆମର ଆୟୁର୍ବେଦ ଉପରେ ପାଖାପାଖି ସମଗ୍ର ବିଶ୍ୱର ନଜର ନିବଦ୍ଧ ହୋଇଥିଲା । ବିଶ୍ୱର ପ୍ରତ୍ୟେକ ଦେଶରେ କିଛି ନା କିଛି କାର୍ଯ୍ୟକୁ ଆପଣ ଦେଖନ୍ତୁ, ଆମର ହଳଦୀ ସବୁଠାରୁ ଅଧିକ ମାତ୍ରାରେ ରପ୍ତାନୀ ହୋଇଛି । କରୋନା କାଳରେ କାହିଁକି ଲୋକମାନେ ଜାଣିବାକୁ ପାଇଲେ ଯେ ଭାରତର ଯେଉଁ ଜଡ଼ିବୁଟିମାନ ରହିଛି, ସେସବୁ ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟୀ ଅଟେ । କିନ୍ତୁ ଆମେ ନିଜେ ଯଦି ଏହାକୁ ଛାଡ଼ିଦେବା ଓ ସେଥିପାଇଁ ଆମକୁ ସେପଟକୁ ଯିବାକୁ ପଡ଼ିବ । ମୁଁ ମୋର କଚ୍ଛ ଭାଇଭଉଣୀମାନଙ୍କୁ କହିବାକୁ ଚାହେଁଯେ ଏଥର ଯେତେବେଳ ଜୁନ୍‌ ମାସରେ ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସର ଆସିବ ସେତେବେଳେ କ’ଣ କଚ୍ଛ ବିଶ୍ୱ ରେକର୍ଡ଼ ସୃଷ୍ଟି କରିପାରିବ ? ଏତେ ଜବରଦସ୍ତ ବିଶାଳ କଚ୍ଛ ଭିତରେ ଯୋଗର କାର୍ଯ୍ୟକ୍ରମ ହୋଇପାରିବ କି ନାହିଁ ? କଚ୍ଛର କୌଣସି ଏଭଳି ଗାଁ ରହିବନାହିଁ, ଏବେ ତ ଏଥିପାଇଁ ଆହୁରି ଦେଢ଼- ଦୁଇ ମାସ ବାକି ଅଛି । ଏତେ ପରିଶ୍ରମ କର, ଏତେ ପରିଶ୍ରମ କର ଯେ ଉତ୍ତମରୁ ଉତ୍ତମ ଯୋଗ କାର୍ଯ୍ୟକ୍ରମ ଆମେ କରିପାରିବା । ଆପଣମାନେ ଦେଖିବେ କେବେ ହସ୍ପିଟାଲ ଯିବାର ଆବଶ୍ୟକତା ଆପଣମାନେ ଅନୁଭବ କରିବେନାହିଁ କି ତାହାର ଆବଶ୍ୟକ ପଡ଼ିବନାହିଁ । ମୋର ଯାହା ଇଚ୍ଛା ଯେ କାହାକୁ ବି କେ କେ ହସ୍ପିଟାଲକୁ ଆସିବାକୁ ନପଡ଼ୁ । ମୋର ଇଚ୍ଛା ଆପଣମାନେ ପୂରଣ କରିପାରିବେ ନିଜେ ସୁସ୍ଥ ରହି । ହଁ ଦୁର୍ଘଟଣା ଘଟିଲେ ତ ଯିବାକୁ ଅବଶ୍ୟ ପଡ଼ିବ । ତାହା ତ କାହାରି ହାତରେ ନାହିଁ । କିନ୍ତୁ ମୋର ମତ ଏହା ଯେ ସବୁକଥାକୁ ଆମେ ଆଗ୍ରହର ସହିତ ସଂପାଦନ କରିବା ଉଚିତ । 

ଏବେ ଯେତେବେଳେ ମୁଁ କଚ୍ଛର କିଛି ଭାଇଭଉଣୀମାନଙ୍କୁ ଭେଟୁଛି ସେତେବେଳେ ମୋର ତ ହକ୍‌ ହେବ ଯେ ଆପଣମାନଙ୍କ ପାଖରେ କିଛି ନା କିଛି ମାଗୁଣି ରଖିବାକୁ ଏବଂ ଆପଣମାନଙ୍କୁ କିଛି ଦେବାକୁ । ହକ୍‌ର ସହିତ ମୁଁ କହୁଛି ଯେ ଏବେ ଦେଖନ୍ତୁ, ବିଶ୍ୱର ଏତେ ସବୁ ଦେଶରେ ଆପଣମାନେ କଚ୍ଛର ଭାଇଭଉଣୀମାନେ ବସବାସ କରୁଛନ୍ତି । ଆମର କଚ୍ଛର ରଣୋତ୍ସବ ଦେଖିବା ସକାଶେ ସମଗ୍ର ଦେଶରୁ ଲୋକ ଆମମାନଙ୍କ ନିକଟକୁ ଆସିବା ଆରମ୍ଭ କରିଛନ୍ତି । କଚ୍ଛରେ ଲୋକଗହଳି ବଢ଼ିବାରେ ଲାଗିଛି । କଚ୍ଛର ଆର୍ଥିକ ବ୍ୟବସ୍ଥାରେ ମଧ୍ୟ ବୃଦ୍ଧି ଘଟୁଛି । ଏହାଦ୍ୱାରା କଥା ଏଇଆ ହେବ ଯେ କଚ୍ଛର ଆତିଥ୍ୟକୁ ସମଗ୍ର ଭାରତ ପ୍ରଶଂସା କରିବାକୁ ଆରମ୍ଭ କରିଛି । ଭାଇ, କଚ୍ଛ, ଅର୍ଥାତ୍‌ କଚ୍ଛର ଏଇ ଯୋଜନା ଏବେ କଥା କହିବା ଆରମ୍ଭ କରିଛି । ଆଜି ମୋତେ ଗୋଟିଏ କଥା କହନ୍ତୁ ଯେ କଚ୍ଛର ରଣୋତ୍ସବରେ ଏତେସବୁ ଶ୍ରମ ସରକାର ସ୍ୱୀକାର କରୁଛନ୍ତି, କଚ୍ଛର ଲୋକମାନେ ସେମାନଙ୍କର ଆତିଥ୍ୟ ପ୍ରଦର୍ଶନ କରୁଛନ୍ତି, ଲୋକମାନେ ଏହି କାର୍ଯ୍ୟକ୍ରମର ଏତେ ଜୟ ଜୟକାର କରୁଛନ୍ତି । କିନ୍ତୁ ବିଦେଶୀ ଅତିଥିମାନେ କଚ୍ଛର ରଣୋତ୍ସବରେ ଦୃଶ୍ୟ ହେଉନାହାନ୍ତି, ଏହା କେମିତି କଥା ? ଏହା କିପରି ଗ୍ରହଣୀୟ ? ଆମର ହେଲ୍‌ଥ ଟୁରିଜିମ୍‌ରେ ଲୋକମାନେ ଦେଶ ବିଦେଶରୁ ଆସନ୍ତୁ, ଏଥିପାଇଁ ହସ୍ପିଟାଲମାନ ସ୍ଥାପନ କରାଯାଉଛି । କିନ୍ତୁ ପର୍ଯ୍ୟଟନ ନିମନ୍ତେ ସେମାନେ କିପରି ଆସିପାରିବେ ସେ କାର୍ଯ୍ୟ ମଧ୍ୟ ଆରମ୍ଭ କରନ୍ତୁ । ମୋର ଏହା କଚ୍ଛ ଭାଇଭଉଣୀମାନଙ୍କୁ ନିବେଦନ ଏବଂ ବିଶେଷ କରି ଆମର ଲେଉଆ ପଟେଲ ସମାଜର ଭାଇଭଉଣୀମାନେ ଯେଉଁମାନେ ଏଠାରେ ଉପସ୍ଥିତ ଅଛନ୍ତି, ସେମାନେ ଭାରତରେ ବି ବିଭିନ୍ନ ସ୍ଥାନରେ ବସବାସ କରୁଛନ୍ତି ଏବଂ ବିଶ୍ୱବ୍ୟାପି ରହିଛନ୍ତି । ପ୍ରତି ବର୍ଷ ମୁଁ ଚାହୁଁଛି ଯେ ଆପଣମାନେ ଏହାର ହିସାବ ରଖନ୍ତୁ ଏବଂ ନିଜର ଗୋପାଳଭାଇ ତ ହିସାବକିତାବ ରଖିବାରେ ଦୋରସ୍ତ । ସେମାନେ ଏହି ଦାୟିତ୍ୱକୁ ପକ୍କା ସଂପାଦନ କରିପାରିବେ । ମୋର ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ ଯେ ପ୍ରତି ବର୍ଷ ବିଦେଶରେ ବସବାସ କରୁଥିବା ପ୍ରତ୍ୟେକ କଚ୍ଛ ପରିବାର ଅତି କମ୍‌ରେ ପାଞ୍ଚଜଣ ବିଦେଶୀ ନାଗରିକଙ୍କୁ ଆମର କଚ୍ଛର ରଣ ଉତ୍ସବ ଦେଖିବା ନିମନ୍ତେ ଏଠାକୁ ପଠାଇବାର ପ୍ରୟାସ କରନ୍ତୁ । ଆପଣମାନେ ମୋତେ ଏକଥା କହନ୍ତୁ ଯେ ଆମର କଚ୍ଚର ରଣ ଉତ୍ସବ କେତେ ସୁନ୍ଦର ଓ ଭରପୂର ଲାଗିବ ଏବଂ ବିଶ୍ୱବ୍ୟାପୀ ବାସ୍ତବ ରୂପରେ କଚ୍ଛର ପରିଚୟ ଘଟିପାରିବ । ଏହା ବହୁତ ବଡ଼ କାମ ନୁହେଁ । ଆପଣମାନଙ୍କ ଲାଗି ଆପଣମାନେ ସେଠାରୁ ଲୋକମାନଙ୍କୁ ଆକର୍ଷିତ କରିଆଣିପାରିବେ । ସେତେବେଳେ ଆପଣମାନେ ଭୁଜକୁ ଆସିପାରିବେ । ବିଦେଶରେ ବେମାର ପଡ଼ିଲେ କହନ୍ତି କଚ୍ଛରେ ଭୁଜ ଯାଇ ଗୋଟିଏ ସପ୍ତାହ ସେ ଜଳବାୟୁରେ ରହିଆସ, ସେଠାକାର ଆବହାୱାରେ ସ୍ୱାସ୍ଥ୍ୟ ପୁଣି ଫେରିଆସିବ, ତୁମେ ସୁସ୍ଥ ହୋଇଯିବ । ଏହା କଚ୍ଛ ଲାଗି ଆମମାନଙ୍କ ମନରେ ଥିବା ପ୍ରେମ, ଶ୍ରଦ୍ଧାର ନିଦର୍ଶନ ଏବଂ ଯେତେବେଳେ ମନରେ ଏଭଳି ପ୍ରେମ ରହିଛି ସେତେବେଳେ ଆମେ ଅତି କମ୍‌ରେ ପାଞ୍ଚଜଣ ବିଦେଶୀ ଲୋକ, ଯେଉଁମାନେ ଭାରତୀୟ ହୋଇନଥିବେ, ସେମାନଙ୍କୁ କଚ୍ଛର ରଣ ଉତ୍ସବକୁ ଆଣିପାରିବା ଏବଂ ସେଥିପାଇଁ ଚଳିତ ବର୍ଷ ଡିସେମ୍ବର ମାସରେ ସେମାନଙ୍କୁ ଆମକୁ ଏଠାକୁ ପଠାଇବାକୁ ପଡ଼ିବ । ଦ୍ୱିତୀୟ କଥାଟି ହେଉଛି ସର୍ଦ୍ଦାର ପଟେଲ ସାହେବଙ୍କୁ ଏତେବଡ଼ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ପରେ । ସର୍ଦ୍ଦାର ସାହେବଙ୍କର ଏତେ ବଡ଼ ସ୍ମାରକ ଏଠାରେ ସ୍ଥାପନ କରାଯାଇଛି ଯାହା ଆପଣମାନଙ୍କ ସମସ୍ତଙ୍କ ଲାଗି ଗର୍ବ ଓ ଗୌରବର ବିଷୟ କି ନୁହେଁ ? ଆପଣମାନେ ତ ମୋର ପ୍ରଶଂସା କରିଚାଲନ୍ତୁ, ମୋତେ ସାବ୍ୱାସୀ ଦେଇଚାଲନ୍ତି କି ମୋଦୀ ସାହେବ, ଆପଣ ଗୋଟିଏ ବହୁତ ବଡ଼ କାମ କରିଛନ୍ତି । ଗୁଜରାଟ ସରକାରଙ୍କୁ ଅଭିନନ୍ଦନ ଜଣାଇଚାଲ ଯେ ବହୁତ ଭଲ କାମ କରିଛନ୍ତି ବୋଲି । କିନ୍ତୁ କଥା ଏତିକିରେ ସମାପ୍ତ ହୋଇଯିବନାହିଁ । 

ଭାଇମାନେ, ମୋର ଇଚ୍ଛା ଯେ ବିଶ୍ୱବ୍ୟାପୀ କଚ୍ଛର ରଣ ଉତ୍ସବରେ ଯେତେବେଳେ ପାଞ୍ଚଜଣ ଲେଖାଏଁ ବିଦେଶୀ ପର୍ଯ୍ୟଟକ ଆସିବାକୁ ଆମେ ପ୍ରୟାସ କରିବା ସେହିଭଳି ପାଞ୍ଚଜଣ ଲୋକ ଷ୍ଟାଚୁ ଅଫ୍‌ ୟୁନିଟି ସ୍ଥଳ ଦେଖିବାକୁ ମଧ୍ୟ ଆସନ୍ତୁ । ଆପଣମାନେ ଦେଖିବେ, ଗୁଜରାଟର ପର୍ଯ୍ୟଟନର କିଭଳି ବିକାଶ ଘଟିବ ଏବଂ ପର୍ଯ୍ୟଟନ ଏଭଳି ଲାଭବାନ ହେବ ଏବଂ ଗରିବ ଲୋକମାନେ ଏଥିରୁ ବେଶ୍‌ ଦି’ପଇସା ରୋଜଗାର କରିପାରିବେ । ଅତି କମ୍‌ରେ ପୁଂଜି ଲଗାଣ ଦ୍ୱାରା ଅଧିକରୁ ଅଧିକ ଲାଭ ମିଳିପାରିବ । ଆପଣମାନେ ଦେଖନ୍ତୁ, କଚକଛର ରଣ ଉତ୍ସବରେ ଆପଣମାନେ ଦେଖିଛନ୍ତି ଯେ ଛୋଟରୁ ଅତି ଛୋଟ ସାମଗ୍ରୀ ପ୍ରସ୍ତୁତ କରି ବିକିବା ଫଳରେ ବାର ମାସର କାମ ମାତ୍ର ଦୁଇମାସରେ ହୋଇଯିବ । ପର୍ଯ୍ୟଟକ ଆସିବେ ତ ରିକ୍ସାବାଲାଙ୍କ କମେଇ ବଢ଼ିବ, ଟାକ୍ସିବାଲାଙ୍କର ମଧ୍ୟ ରୋଜଗାର ବଢ଼ିବ ଏବଂ ଚା’ ବିକିଲାବାଲାଙ୍କର ମଧ୍ୟ ଉପାର୍ଜନ ବଢ଼ିବ । ସେଥିପାଇଁ ମୋର ଆପଣମାନଙ୍କୁ ସମସ୍ତଙ୍କୁ ଏହା ବିନମ୍ର ନିବେଦନ ଯେ ଆମକୁ କଚ୍ଛକୁ ଏକ ବଡ଼ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାକୁ ପଡ଼ିବ । ସେଥିପାଇଁ ମୋର ଆଶା ରହିବ ଯେ ବିଦେଶରେ ବସବାସ କରୁଥିବା ମୋର କଚ୍ଛ ଭାଇଭଉଣୀମାନେ ଏ ଦିଗରେ ମନ ସ୍ଥିର କରନ୍ତୁ ଯେ ପ୍ରତି ପରିବାର ପ୍ରତିଥର ୫ ଜଣ ଲୋକଙ୍କୁ ଯୋଗାଡ଼ କରି ପ୍ରୋତ୍ସାହିତ କରିବେ ଏବଂ ଭାରତ ପଠେଇବା ନିମନ୍ତେ ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିବେ । ସେମାନଙ୍କୁ ସବୁକଥା ବୁଝାଇ କହିବେ, ଭାରତ କେମିତି ଯିବ, ଆପଣମାନଙ୍କୁ ସେଠାରେ କିପରି ଭବ୍ୟ ଆତିଥ୍ୟ ମିଳିବ । ମୁଁ ଏକଥା ଶତ ପ୍ରତିଶତ ଗ୍ୟାରେଣ୍ଟିର ସହ କହିପାରେ ଯେ ଏବେ ପର୍ଯ୍ୟଟନ ନିମନ୍ତେ ଭାରତକୁ ଆସିବା ସକାଶେ ଲୋକମାନଙ୍କ ମନରେ ଏକ ଆକର୍ଷଣ ସୃଷ୍ଟି ହୋଇସାରିଛି । ଏଠାରେ କରୋନା ପୂର୍ବରୁ ବହୁତ ସଂଖ୍ୟକ ପର୍ଯ୍ୟଟକ ଆସିବା ଆରମ୍ଭ କରିଥିଲେ କିନ୍ତୁ କରୋନ ମହାମାରୀ କାରଣରୁ ସେମାନଙ୍କ ଉପରେ ରୋକ ଲାଗିଯାଇଥିଲା । ପୁଣି ଥରେ ସେମାନଙ୍କ ଆଗମନ ଆରମ୍ଭ ହୋଇସାରିଛି ଏବଂ ଆପଣ ମୋତେ ଏ ଦିଗରେ ସହଯୋଗ କରନ୍ତୁ ଓ ଚାରି ଦିଗରେ ଆପଣମାନଙ୍କର ଜୟ ଜୟକାର ଶୁଭିବ । ମୋର ଏହା ଇଚ୍ଛା ଯେ ଆପଣମାନେ ସମସ୍ତେ ଏ ଦିଗରେ କାର୍ଯ୍ୟ କରିବା ଆରମ୍ଭ କରନ୍ତୁ । ଆଉ ଗୋଟିଏ ଅର୍ଥାତ୍‌ ଦ୍ୱିତୀୟ କାମଟି ହେଲା କଚ୍ଛର ଭାଇମାନଙ୍କ ଠାରୁ ମୋର ଏହି ପ୍ରତ୍ୟାଶା ରହିଛି । ଏବେ ଆପଣମାନେ ଦେଖନ୍ତୁ ଆମର ମାଲଧାରୀଭାଇ କଚ୍ଛରେ ଦୁଇ ଚାରି ମାସ ଅଟକି ରହିଥାନ୍ତି ଏବଂ ପୁଣି ଛଅ ଆଠମାସ ନିଜ ନିଜର ପଶୁଧନକୁ ନେଇ ସଡ଼କ ଉପରକୁ ଚାଲିଯାଇଥାନ୍ତି । ମାଇଲ ମାଇଲ ପର୍ଯ୍ୟନ୍ତ ଚାଲିଥାନ୍ତି । ଆମ କଚ୍ଛକୁ କ’ଣ ଏହା ଶୋଭା ପାଏ ? ଯେଉଁ ସମୟରେ ଆପଣମାନଙ୍କୁ କଚ୍ଛ ଛାଡ଼ିବାକୁ ପଡ଼ିଥିଲା ବିଶ୍ୱବ୍ୟାପୀ କଚ୍ଛର ଲୋକମାନଙ୍କୁ କାହିଁକି ଯିବାକୁ ପଡ଼ିଥିଲା, ଜଳାଭାବ ଯୋଗୁ ସେତେବେଳେ କଚ୍ଛରେ ବସବାସ କରିବା ବେଶ୍‌ କଷ୍ଟକର ବ୍ୟାପାର ଥିଲା । ଶିଶୁମାନେ ଦୁଃଖୀ ଥିଲେ, ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଥିପାଇଁ ବିଶ୍ୱର ଚାରିଆଡ଼େ ଯାଇ ପରିଶ୍ରମ କରି ନିଜର ଗୁଜରାଣ ମେଣ୍ଟାଇବା ସକାଶେ ରୋଜଗାର ପନ୍ଥା ଆପଣାଇଥିଲେ । ସେମାନେ କାହାରି ପାଖରେ କେବେ ହାତ ପତାଇ ଭିକ ମାଗିନଥିଲେ ଏବଂ ସେମାନେ ନିଜ ପାଦରେ ପରିଶ୍ରମ କରି ଠିଆ ହୋଇଛନ୍ତି । ଯେଉଁଠାକୁ ସେମାନେ ଯାଇଛନ୍ତି ନିଜର ସମାଜର ଉପକାର କରିଛନ୍ତି । କିଏ ସ୍କୁଲ ଚଲାଉଛି, ତ କିଏ ଗୋଶାଳା ଚଳାଉଛି । ଯେଉଁଠାକୁ ବି ଯାଇଥାନ୍ତୁ କଚ୍ଛିମାଂଡ଼ୁ କୌଣସି ନା କୌଣସି ପ୍ରକାର କାମ କରୁଛନ୍ତି । ଏବେ ଯେତେବେଳେ ଆମେ ଏତେ ସବୁ କାମ କରୁଛୁ ସେତେବେଳେ ମୋର ଆପଣମାନଙ୍କୁ ଏକ ନିବେଦନ ରହିବ । ଖାସ୍‌କରି ମାଲଧାରୀ ଭାଇମାନଙ୍କୁ ମୋର ନିବେଦନ ରହିବ ଯେ ପୂର୍ବରୁ ଠିକ୍‌ ଅଛି ଆପଣମାନେ ନିଜ ନିଜର ପଶୁମାନଙ୍କୁ ନେଇ ଅନ୍ୟତ୍ର ଯାଉଥିଲେ, କିନ୍ତୁ ଏବେ କଚ୍ଛରେ ପ୍ରଚୁର ଜଳ ଉପଲବ୍ଧ ହେଉଛି । 

ଏବେ କଚ୍ଛରେ ସବୁଜିମା ବି ଫେରିଆସିଛି । ଏବେ କଚ୍ଛରେ ଜିରା ଫସଲ ଉପୁଜି ପାରୁଛି, ଶୁଣିକରି ଆପଣ ଅବଶ୍ୟ ଖୁସି ହେବେ ଯେ କଚ୍ଛରେ ଜିରା ଫସଲ ଉତ୍ପାଦିତ ହେଉଛି । କଚ୍ଛରେ ଫଳୁଥିବା ଆମ୍ବ ବିଦେଶକୁ ରପ୍ତାନୀ ହେଉଛି ଶୁଣି ଆପଣମାନେ କେତେ ଖୁସି ହେଉଛନ୍ତି ସତରେ । ଆମେ ତ କମଲମ ପାଇଁ ଏବେ ନିଜର ପରିଚୟ ସୃଷ୍ଟି କରିପାରିଛୁ । ଆମ ପାଖରେ ଖଜୁର ଠାରୁ ନେଇ କ’ଣ ନାହିଁ ଆମ କଚ୍ଛରେ । ପୁଣି ମୋର ମାଲଧାରୀ ଭାଇମାନଙ୍କୁ ଆଉ ଏତେ ଅକ୍ଳାନ୍ତ ପରିଶ୍ରମ କରି ବୁଲିବାର କୌଣସି ଆବଶ୍ୟକତା ନାହିଁ । ଏକଥା ଆଉ ଚଳିବନି । ଏବେ ଏଠାରେ ଘାସର ଚାରା ମଧ୍ୟ ଉପଲବ୍ଧ । ଆମକୁ ଏଠାରେ ସ୍ଥାୟୀ ଭାବେ ବସବାସ କରିବାକୁ ହେବ । ଏବେ ତ ଏଠାକାର ଡାଏରୀ ମଧ୍ୟ ଆସିଗଲାଣି । ଏବେ ତ ଆପଣମାନଙ୍କ ପାଇଁ ପାଞ୍ଚ ଆଙ୍ଗୁଳିରେ ଘିଅ ଲାଗିଛି ଏଭଳି ଦିନ ଆସିଯାଇଛି । ସେଥିପାଇଁ ନିଜର ମାଲଧାରୀ ଭାଇମାନଙ୍କୁ ଭେଟନ୍ତୁ ଏବଂ ସେମାନଙ୍କୁ ବୁଝାନ୍ତୁ ଯେ ଏବେ ସେମାନେ ନିଜର ପ୍ରାଣୀଧନକୁ ନେଇ ଏଣେତେଣେ ବୁଲିବାର କୌଣସି ଆବଶ୍ୟକତା ନାହିଁ, ସେମାନେ ତାହା ବନ୍ଦ କରନ୍ତୁ ଓ ଏଠାରେ ସ୍ଥାୟୀ ଭାବେ ବସବାସ କରନ୍ତୁ । ଏଠାରେ ରହିଲେ ଆପଣମାନଙ୍କର କିଛି ବୋଲି କିଛି ଅସୁବିଧା ହେବନାହିଁ । ଆପଣମାନେ ଏଠାରେ ରହନ୍ତୁ ଏବଂ ନିଜର ପିଲାମାନଙ୍କୁ ପଢ଼ାନ୍ତୁ ତ, କାରଣ ଏଭଳି ବୁଲା ଲୋକଙ୍କ ପିଲାମାନେ ସାଧାରଣତଃ ପାଠ ପଢ଼ିନଥାନ୍ତି । ଏହି କଥା ଭାବିଲାବେଳେ ମୋ ମନରେ ଦୁଃଖ ଆସୁଛି । ଏ ଦିଗରେ ମୋତେ ଆପଣମାନଙ୍କ ସହଯୋଗ ଆବଶ୍ୟକ ଏବଂ ଏକ ମହତ କାମ ଆପଣମାନେ କରିବାର ମୁଁ ଅପେକ୍ଷା ରଖିବି । ଆମେ ସ୍ୱାଧୀନତାର ଅମୃତ ମହୋତ୍ସବରେ ୭୫ଟି ପୁଷ୍କରିଣୀ ପ୍ରତି ଜିଲ୍ଲାରେ ଖୋଳିବାକୁ କହିଛୁ । ଆମର କଚ୍ଛରେ ଦୁଇ ତିନି ବର୍ଷରେ ପୁଷ୍କରିଣୀ ଭରିବା ଭଳି ବର୍ଷା ଆସିଥାଏ । ଅନେକ ଥର ତ ପାଞ୍ଚବର୍ଷରେ ବର୍ଷା ପାଣିରେ ପୁଷ୍କରିଣୀ ଭରି ନଥାଏ । ଅନେକ ଥର ତ ମୁଁ ଦେଖିଛି ଯେ ପିଲା ଜନ୍ମ ହୋଇଥାନ୍ତି, ସେମାନେ ଚାରିବର୍ଷର ହୋଇଥାନ୍ତି, କିନ୍ତୁ ସେମାନେ ବର୍ଷା କଣ ତାହା ଦେଖିନଥାନ୍ତି । ଏଭଳି ଦିନ ଆମର କଚ୍ଛ ଲୋକମାନେ ଦେଖିଛନ୍ତି, ଭୋଗିଛନ୍ତି । ବର୍ତ୍ତମାନ ସମୟରେ ମୋର ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ ଯେ ୭୫ଟି ଭବ୍ୟ ପୁଷ୍କରିଣୀ ଐତିହାସିକ ପୁଷ୍କରିଣୀ କଚ୍ଛରେ ଆମେ ସୃଷ୍ଟି କରିପାରିବା । ସେଥିପାଇଁ ଭାରତରେ ଯେଉଁ କଚ୍ଛର ବାସିନ୍ଦା ବିକ୍ଷିପ୍ତ ଭାବେ ବସବାସ କରୁଛନ୍ତି, ମୁମ୍ବାଇରେ ତ ଆପଣମାନେ ଢେର୍‌ ମାତ୍ରାରେ ବସବାସ କରୁଛନ୍ତି, କେରଳରେ ବି ରହୁଛନ୍ତି, ଆସାମରେ ବହୁତ ସଂଖ୍ୟାରେ ଆପଣମାନେ ରହୁଛନ୍ତି । ଯେଉଁଠାରେ ବି ଥାଆନ୍ତୁ, ଆପଣମାନଙ୍କ ସଂଖ୍ୟା କମ୍‌ ନୁହେଁ । ଭାରତର ଅଧାରୁ ଅଧିକ ଜିଲ୍ଲାରେ କଚ୍ଛର ଭାଇଭଉଣୀମାନେ ପହଂଚି ସାରିଛନ୍ତି । 

୭୫ଟି ଜଳାଶୟ, ଆପଣମାନେ ମାନନ୍ତୁ ଯେ ଛତିଶଗଡ଼ରେ କଚ୍ଛୀ ସମାଜ ଅଛନ୍ତି ତ ସେମାନେ ଗୋଟିଏ ଜଳାଶୟ ସମ୍ଭାଳନ୍ତୁ, ମୁମ୍ବାଇର କଚ୍ଛୀ ସମାଜ ପାଞ୍ଚଟି ପୁଷ୍କରିଣୀର ଦାୟିତ୍ୱ ବହନ କରନ୍ତୁ ଏବଂ ସେଭଳି ଜଳାଶୟ ଛୋଟମୋଟ ହେବା ଅନୁଚିତ । ଆମର ନିମାବେନ୍‌ଙ୍କ ୫୦ ଟ୍ରକ୍‌ ଭିତରେ ରହିଛି ତ ତାହା ଯେପରି ଦୃଶ୍ୟ ହେଉନଥିବ ସେପରି ଗଭୀର ହେବା ଦରକାର ସେସବୁ ପୁଷ୍କରିଣୀ । ଆପଣମାନେ ଦେଖନ୍ତୁ, ପାଣି ସଂଗ୍ରହ ହେବାକୁ ଦୁଇ ବର୍ଷ ଲାଗିଯାଇପାରେ, ତିନିବର୍ଷ ଲାଗିଯାଇପାରେ । ଦୁଇ ଇଞ୍ଚ ପାଣି ଆସୁଥିବ କିନ୍ତୁ ଯେତେବେଳେ ପୁଷ୍କରିଣୀଟି ସଂପୂର୍ଣ୍ଣ ରୂପେ ଭରିଯିବ ତାହା କଚ୍ଛର ସବୁଠାରୁ ବଡ଼ ଶକ୍ତି ବନିଯିବ । କଚ୍ଛ ପାଇଁ ମୁଁ ଯାହା କରିଛି, ତା’ଠାରୁ ଅଧିକ କଚ୍ଛବାସୀ ମୋ କଥାକୁ ମାନି ଢ଼େର୍‌ ଅଧିକ କିଛି କରିଛନ୍ତି । ଯେତେବେଳେ ଆପଣମାନେ ଅଧିକ କାମ କରନ୍ତି ସେତେବେଳେ ଆପଣମାନଙ୍କ ଅଧିକ କାମ କରିବାକୁ ମନ ହୋଇଥାଏ । ଆପଣମାନେ ଯଦି କିଛି ନକରନ୍ତି ସେତେବେଳେ ନମସ୍ତେ କହି ପଳାଇଯାଆନ୍ତି, କିନ୍ତୁ ଆପଣମାନେ ଯେତେବେଳେ କିଛି କରନ୍ତି ଆହୁରି ଅଧିକ କାମ କରିବାକୁ ପ୍ରେରଣା ପାଇଥାନ୍ତି । ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ ମୋର ବିନମ୍ର ନିବେଦନ ଆପଣମାନେ ସମସ୍ତେ ମନରେ କର୍ତ୍ତବ୍ୟଭାବ ପୋଷଣ କରି କଚ୍ଛକୁ ନୂତନ ଶୀର୍ଷରେ ନୂତନ କୀର୍ତ୍ତିମାନ ସ୍ଥାପନ କରନ୍ତୁ ଏବଂ ତାହା ପର୍ଯ୍ୟଟନ କ୍ଷେତ୍ର ହୋଇଥାଉ କିମ୍ବା ଜଳ ସଂଗ୍ରହ, ଉଭୟ କାର୍ଯ୍ୟ ଯେପରି ବିଶ୍ୱରେ ପ୍ରସିଦ୍ଧି ଲାଭ କରିବ । କଚ୍ଛୀ ହୋଇଥାଅ କିମ୍ବା ଭାରତର କୋଣ ଅନୁକୋଣରେ ବସବାସ କରୁଥିବା କଚ୍ଛର ନାଗରିକ ହୋଇଥାଅ, ଆଗେଇ ଆସ ଆମେ ସମସ୍ତେ ମିଳିମିଶି ଭୂପେନ୍ଦ୍ରଭାଇଙ୍କ ନେତୃତ୍ୱରେ ଗୁଜରାଟକୁ ଦ୍ରୁତ ଗତିରେ ଆଗକୁ ଆଗେଇ ନେବା ଦିଗରେ କାର୍ଯ୍ୟ କରିବା, ନିଜର କର୍ତ୍ତବ୍ୟ ସଂପାଦନ କରିବା ।

ଏହି ପ୍ରତୀକ୍ଷାର ସହ ସମସ୍ତଙ୍କୁ ଜୟ ସ୍ୱାମୀନାରାୟଣ, ମୋର ବହୁତ ବହୁତ ଶୁଭକାମନା । ଧନ୍ୟବାଦ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
With HPV vaccine rollout, AIIMS oncologist says it’s the beginning of the end for cervical cancer in India

Media Coverage

With HPV vaccine rollout, AIIMS oncologist says it’s the beginning of the end for cervical cancer in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Jammu and Kashmir team on their first-ever Ranji Trophy victory
February 28, 2026

The Prime Minister has congratulated the Jammu and Kashmir team for their first-ever Ranji Trophy win.

The Prime Minister stated that this historic triumph reflects the remarkable grit, discipline, and passion of the team. Highlighting that it is a proud moment for the people of Jammu and Kashmir, he noted that the victory underscores the growing sporting passion and talent in the region.

The Prime Minister expressed hope that this feat will inspire many young athletes to dream big and play more.

The Prime Minister shared on X post;

"Congratulations to the Jammu and Kashmir team for their first ever Ranji Trophy win! This historic triumph reflects remarkable grit, discipline and passion of the team. It is a proud moment for the people of Jammu and Kashmir and it highlights the growing sporting passion and talent there. May this feat inspire many young athletes to dream big and play more."