ପ୍ରଧାନମନ୍ତ୍ରୀ ୮,୧୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ
ଉତ୍ତରାଖଣ୍ଡ ନିର୍ମାଣ ପାଇଁ ସଂଘର୍ଷ କରିଥିବା ପ୍ରତ୍ୟେକ ବ୍ୟକ୍ତି ଆଜି ଏହି ସୁନ୍ଦର ରାଜ୍ୟ ଯେଉଁ ଶିଖରରେ ପହଞ୍ଚିଛି ତାହା ଦେଖି ଖୁସି ହେବା ସ୍ୱାଭାବିକ: ପ୍ରଧାନମନ୍ତ୍ରୀ
ଏହା ଉତ୍ତରାଖଣ୍ଡର ଉତଥାନ ଏବଂ ପ୍ରଗତି ପାଇଁ ପ୍ରକୃତରେ ଏକ ନିର୍ଣ୍ଣାୟକ ଯୁଗ: ପ୍ରଧାନମନ୍ତ୍ରୀ
ଦେବଭୂମି ଉତ୍ତରାଖଣ୍ଡ ହେଉଛି ଭାରତର ଆଧ୍ୟାତ୍ମିକ ଜୀବନର ହୃଦସ୍ପନ୍ଦନ: ପ୍ରଧାନମନ୍ତ୍ରୀ
ଉତ୍ତରାଖଣ୍ଡର ପ୍ରକୃତ ପରି ଚୟ ଏହାର ଆଧ୍ୟାତ୍ମିକ ଶକ୍ତିରେ ନିହିତ: ପ୍ରଧାନମନ୍ତ୍ରୀ

ଦେବଭୂମି ଉତ୍ତରାଖଣ୍ଡର ମୋର ଭାଇ-ବନ୍ଧୁ, ବଡ଼ ଭଉଣୀ-ସାନ ଭଉଣୀ, ବୟସ୍କ-ଯୁବକ । ଆପଣ ସମସ୍ତଙ୍କୁ ମୋର ନମସ୍କାର ।

ଉତ୍ତରାଖଣ୍ଡର ରାଜ୍ୟପାଳ ଗୁରମୀତ ସିଂହ ଜୀ, ମୁଖ୍ୟମନ୍ତ୍ରୀ ଭାଇ ପୁଷ୍କର ସିଂହ, କେନ୍ଦ୍ରରେ ମୋର ସହଯୋଗୀ ଅଜୟ ଟମଟା,ବିଧାନସଭା ଅଧ୍ୟକ୍ଷ ଭଉଣୀ ରିତୁ ଜୀ,ଉତ୍ତରାଖଣ୍ଡ ସରକାର ମନ୍ତ୍ରୀଗଣ, ମଞ୍ଚରେ ଉପସ୍ଥିତ ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ସାଂସଦଗଣ, ଆଶୀର୍ବାଦ ଦେବାକୁ ବହୁ ସଂଖ୍ୟାରେ ଆସିଥିବା ପୂଜ୍ୟ ସନ୍ଥଗଣ, ଅନ୍ୟ ସମସ୍ତ ମହାନୁଭବ ଏବଂ ଉତ୍ତରାଖଣ୍ଡର ମୋ ଭାଇ ଓ ଭଉଣୀମାନେ ।

ବନ୍ଧୁଗଣ,

୯ ନଭେମ୍ବରର ଏହି ଦିବସ ଲମ୍ବା ତପସ୍ୟାର ଫଳ । ଆଜିର ଦିନ ଆମ ସମସ୍ତଙ୍କୁ ଗର୍ବ ଅନୁଭବ କରାଇଥାଏ । ଉତ୍ତରାଖଣ୍ଡର ଦେବତୁଲ୍ୟ ଜନତା ବର୍ଷବର୍ଷ ଧରି ଯେଉଁ ସ୍ୱପ୍ନ ଦେଖିଥିଲେ, ଯାହାକି ଅଟଳ ଜୀଙ୍କ ସରକାରରେ ୨୫ ବର୍ଷ ପୂର୍ବେ ପୂରଣ ହୋଇଥିଲା ଏବଂ ଏବେ ବିଗତ ୨୫ ବର୍ଷର ଯାତ୍ରା ପରେ, ଆଜି ଉତ୍ତରାଖଣ୍ଡ ଯେଉଁ ଶୀର୍ଷରେ ପହଞ୍ଚିଛି, ଏହାକୁ ଦେଖି ପ୍ରତ୍ୟେକ ସେହି ବ୍ୟକ୍ତିକୁ ଖୁସି ଲାଗିବା ସ୍ୱାଭାବିକ, ଯେଉଁମାନେ କି ଏହି ସୁନ୍ଦର ରାଜ୍ୟର ନିର୍ମାଣ ପାଇଁ ସଂଘର୍ଷ କରିଥିଲେ । ଯାହାର ପାହାଡ଼ ପ୍ରତି ଭଲପାଇବା ଅଛି, ଯାହାକୁ ଉତ୍ତରାଖଣ୍ଡର ସଂସ୍କୃତି, ଏଠାକାର ପ୍ରାକୃତିକ ସୁନ୍ଦରତା, ଦେବଭୂମିର ଲୋକଙ୍କ ପ୍ରତି ଭଲପାଇବା ଅଛି, ସେମାନଙ୍କର ମନ ଆଜି ପ୍ରଫୁଲ୍ଲିତ ଏବଂ ଆନନ୍ଦିତ ।

 

ବନ୍ଧୁଗଣ,

ମୋ ପାଇଁ ଏହା ଖୁସିର କଥା ଯେ, ଡବଲ ଇଞ୍ଜିନର ବିଜେପି ସରକାର ଉତ୍ତରାଖଣ୍ଡକୁ ଶୀର୍ଷତାର ନୂତନ ସ୍ଥାନରେ ପହଞ୍ଚାଇବାକୁ ନିରନ୍ତର ଉଦ୍ୟମ କରୁଛି । ଉତ୍ତରାଖଣ୍ଡର ରଜତ ଜୟନ୍ତୀ ଅବସରରେ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ଏହି ଅବସରରେ ଉତ୍ତରାଖଣ୍ଡର ସେହି ସଂଗ୍ରାମୀମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନେ ଆନ୍ଦୋଳନରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେ ସମୟର ସମସ୍ତ ଆନ୍ଦୋଳନକାରୀଙ୍କ ନିକଟରେ ମଧ୍ୟ ମୁଁ ମୁଣ୍ଡ ନୁଆଁଉଛି ।

ବନ୍ଧୁଗଣ,

ଆପଣ ସମସ୍ତେ ଜାଣନ୍ତି ଉତ୍ତରାଖଣ୍ଡ ସହ ମୋର ସମ୍ପର୍କ କେତେକ ଗଭୀର । ଯେତେବେଳେ ମୁଁ ଆଧ୍ୟାତ୍ମିକ ଯାତ୍ରାରେ ଏଠାକୁ ଆସୁଥିଲି, ଏଠାରେ ପାହାଡ଼ରେ ରହୁଥିବା ମୋ ଭାଇଭଉଣୀଙ୍କ ସଂଘର୍ଷ, ସେମାନଙ୍କ ପରିଶ୍ରମ, କଷ୍ଟକୁ ଅତିକ୍ରମ କରିବାରେ ସେମାନଙ୍କ ଦୃଢ଼ତା ମୋତେ ସର୍ବଦା ପ୍ରେରଣା ଦେଉଥିଲା ।

ବନ୍ଧୁଗଣ,

ଏଠାରେ ବିତାଇଥିବା ସମୟରେ ଉତ୍ତରାଖଣ୍ଡର ଅସୀମ ସାମର୍ଥ୍ୟ ସହ ମୋର ପରିଚୟ ହୋଇଥିଲା । ତେଣୁ ଯେତେବେଳେ ବାବା କେଦାରନାଥଙ୍କ ଦର୍ଶନ ପରେ ମୁଁ କହିଥିଲି, ଏହି ଦଶନ୍ଧି ଉତ୍ତରାଖଣ୍ଡର, ଏହା କେବଳ ମୋ ମୁହଁରୁ ବାହାରିଥିବା ଏକ ବାକ୍ୟ ନଥିଲା, ମୁଁ ଯେତେବେଳେ ଏହା କହିଥିଲି, ଆପଣମାନଙ୍କ ଉପରେ ମୋର ପୁରା ଭରସା ଥିଲା । ଆଜି ଯେତେବେଳେ ଉତ୍ତରାଖଣ୍ଡ ତାର ୨୫ ବର୍ଷ ପୂରଣ କରୁଛି, ମୋର ବିଶ୍ୱାସ ଆହୁରି ଦୃଢ଼ ହୋଇଗଲା କି ଏହା ଉତ୍ତରାଖଣ୍ଡର ଉତ୍କର୍ଷର କାଳଖଣ୍ଡ ।

 

ବନ୍ଧୁଗଣ,

  ୨୫ ବର୍ଷ ପୂର୍ବେ ଯେତେବେଳେ ଉତ୍ତରାଖଣ୍ଡ ଗଠନ ହୋଇଥିଲା, କିଛି କମ୍ ଆହ୍ୱାନ ନଥିଲା । ସମ୍ମଳ ସୀମିତ ଥିଲା, ରାଜ୍ୟର ବଜେଟ ଛୋଟ ଥିଲା, ଆୟର ସ୍ରୋତ ବହୁତ କମ୍ ଥିଲା, ଅନେକ ଆବଶ୍ୟକତା କେବଳ କେନ୍ଦ୍ରୀୟ ସହାୟତାରେ ପୂରଣ ହେଉଥିଲା । କିନ୍ତୁ ଆଜି ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ଏଠାକୁ ଆସିବା ପୂର୍ବରୁ ରଜତ ଜୟନ୍ତୀ ଉତ୍ସବ ଉପଲକ୍ଷେ ଆୟୋଜିତ ଆକର୍ଷଣୀୟ ପ୍ରଦର୍ଶନୀ ବୁଲିଥିଲି । ଏହି ପ୍ରଦର୍ଶନୀ ବୁଲିବାକୁ ମୁଁ ଆପଣମାନଙ୍କୁ, ଉତ୍ତରାଖଣ୍ଡର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରୁଛି । ଏଠାରେ ଉତ୍ତରାଖଣ୍ଡର ବିଗତ ୨୫ ବର୍ଷ ଯାତ୍ରାର ଝଲକ ପ୍ରଦର୍ଶିତ ହୋଇଛି । ଭିତ୍ତିଭୂମି, ଶିକ୍ଷା, ଉଦ୍ୟୋଗ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶକ୍ତି ଏବଂ ଗ୍ରାମୀଣ ବିକାଶ ଭଳି ଅନେକ କ୍ଷେତ୍ରର ବିକାଶର ଗାଥା ବେଶ୍ ପ୍ରଶଂସନୀୟ । ୨୫ ବର୍ଷ ପୂର୍ବେ ଉତ୍ତରାଖଣ୍ଡ ବଜେଟର ଆକାର ଥିଲା ମାତ୍ର ୪ ହଜାର କୋଟି ଟଙ୍କା । ଆଜି ୨୫ ବର୍ଷ ବୟସରେ ପହଞ୍ଚିଥିବା ଯୁବକଙ୍କ ଧାରଣା ନାହିଁ ସେତେବେଳେ ସମୟ କିଭଳି ଥିଲା । ସେ ସମୟରେ ରାଜ୍ୟର ବାର୍ଷିକ ବଜେଟ ଥିଲା ୪ ହଜାର କୋଟି ଟଙ୍କା । ଆଜି ଏହା ଏକ ଲକ୍ଷ କୋଟି ଟଙ୍କାକୁ ଟପିଯାଇଛି । ଏହି ୨୫ ବର୍ଷରେ ଉତ୍ତରାଖଣ୍ଡରେ ବିଦ୍ୟୁତ ଉତ୍ପାଦନ ଚାରିଗୁଣା ହୋଇପାରିଛି । ୨୫ ବର୍ଷରେ ରାଜ୍ୟରେ ମୋଟ ସଡ଼କର ଲମ୍ବ ଦୁଇ ଗୁଣ ହୋଇଛି । ପୂର୍ବରୁ ଏଠାକୁ ଛଅ ମାସରେ ମାତ୍ର ୪ ହଜାର ବିମାନଯାତ୍ରୀ ଆସୁଥିବା ବେଳେ ଏବେ ଦୈନିକ ଆସୁଛନ୍ତି ୪ ହଜାରରୁ ଅଧିକ ବିମାନଯାତ୍ରୀ ।

ବନ୍ଧୁଗଣ,

ଏହି ୨୫ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ କଲେଜର ସଂଖ୍ୟା ଦଶଗୁଣାରୁ ଅଧିକ ହୋଇଛି । ପୂର୍ବରୁ ସେଠାରେ ଗୋଟିଏ ମାତ୍ର ମେଡିକାଲ କଲେଜ ଥିଲା । ଏବେ ସେଠାରେ ୧୦ଟି ମେଡିକାଲ କଲେଜ ରହିଛି । ୨୫ ବର୍ଷ ତଳେ ଟିକାକରଣ ୨୫ ପ୍ରତିଶତରୁ ଅଧିକ ହେଉ ନଥିଲା, ୭୫ ପ୍ରତିଶତରୁ ଅଧିକ ବିନା ଟିକାକରଣରେ ଜୀବନ ଆରମ୍ଭ କରୁଥିଲେ । କିନ୍ତୁ ଆଜି ଉତ୍ତରାଖଣ୍ଡର ପ୍ରାୟ ପ୍ରତ୍ୟେକ ଗ୍ରାମରେ ସମ୍ପୂର୍ଣ୍ଣ ଟିକାକରଣ ହୋଇପାରିଛି । ଏହାର ଅର୍ଥ, ଉତ୍ତରାଖଣ୍ଡର ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି । ବିକାଶର ଯାତ୍ରା, ଅତି ଅଦ୍ଭୁତ । ଏହି ପରିବର୍ତ୍ତନ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାର ନୀତିର ଫଳ, ଉତ୍ତରାଖଣ୍ଡର ପ୍ରତ୍ୟେକ ଲୋକଙ୍କ ସଂକଳ୍ପର ଫଳ । ପୂର୍ବରୁ ପାହାଡ଼ ଚଢ଼ିବା ବିକାଶର ପଥକୁ ଅବରୋଧ କରୁଥିଲା । ଏବେ କିନ୍ତୁ ସେହି ରାସ୍ତା ଆଗକୁ ଯିବାର ବାଟ ଦେଖାଇଛି ।

ବନ୍ଧୁଗଣ,

କିଛି କ୍ଷଣ ପୂର୍ବେ ଉତ୍ତରାଖଣ୍ଡର ଯୁବକ ଓ ଉଦ୍ୟୋଗୀଙ୍କ ସହ କଥା ହେଉଥିଲି । ରାଜ୍ୟର ଅଭିବୃଦ୍ଧିକୁ ନେଇ ସେମାନେ ବେଶ୍ ଉତ୍ସାହୀ ଅଛନ୍ତି । ମୋର କିଛିଟା ତ୍ରୁଟି ହୋଇପାରେ, କିନ୍ତୁ ଉତ୍ତରାଖଣ୍ଡର ଲୋକଙ୍କ ଭାବନାକୁ ମୁଁ ଗଡ଼ୱାଲୀରେ କହିବି, ୨୦୪୭ ମସିହା ବେଳକୁ ଭାରତ ଯେତେବେଳେ ବିକଶିତ ରାଷ୍ଟ୍ରଙ୍କ ସହ ଛିଡ଼ା ହୋଇଥିବ, ମୋ ଉତ୍ତରାଖଣ୍ଡ, ମୋ ଦେବଭୂମି ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବ ।

 

ବନ୍ଧୁଗଣ,

ଉତ୍ତରାଖଣ୍ଡର ବିକାଶର ଯାତ୍ରାକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଏଠାରେ ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଗଲା । ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଏବଂ କ୍ରୀଡ଼ା କ୍ଷେତ୍ରର ଏହି ସବୁ ପ୍ରକଳ୍ପ ଏଠାରେ ରୋଜଗାରର ନୂତନ ସୁଯୋଗ ସୃଷ୍ଟି କରିବ । ଜମରାଣୀ ଓ ସଙ୍ଗ୍ ଡ୍ୟାମ ପ୍ରକଳ୍ପ ଡେରାଡୁନ ଓ ହଳଦ୍ୱାନୀ ସହରର ପାନୀୟ ଜଳ ସମସ୍ୟା ଦୂର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ସମସ୍ତ ପ୍ରକଳ୍ପ ଗୁଡ଼ିକରେ ୮ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବ । ମୁଁ ଉତ୍ତରାଖଣ୍ଡବାସୀଙ୍କ ଏହି ସବୁ ପ୍ରକଳ୍ପ ପାଇଁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଉତ୍ତରାଖଣ୍ଡ ସରକାର ଏବେ ସେଓ ଓ କିୱି ଚାଷୀଙ୍କୁ ଡିଜିଟାଲ ମୁଦ୍ରା ଜରିଆରେ ରିହାତି ପ୍ରଦାନ ଆରମ୍ଭ କରିଛନ୍ତି । ଏହାଦ୍ୱାରା ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଆର୍ଥିକ ସହାୟତାର ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଟ୍ରାକିଙ୍ଗ ସମ୍ଭବ ହୋଇପାରୁଛି । ଏହି ପଦକ୍ଷେପ ପାଇଁ ମୁଁ ରାଜ୍ୟ ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଏଥିରେ ଜଡ଼ିତ ଥିବା ଅନ୍ୟ ସମସ୍ତ ଅଂଶୀଦାରଙ୍କୁ ପ୍ରଶଂସା କରୁଛି ।

ବନ୍ଧୁଗଣ,

ଦେବଭୂମି ଉତ୍ତରାଖଣ୍ଡ ଭାରତର ଆଧ୍ୟାତ୍ମିକ ଜୀବନର ହୃଦସ୍ପନ୍ଦନ । ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ, ବଦ୍ରିନାଥ, ଜାଗେଶ୍ୱର ଏବଂ ଆଦି କୈଳାସ ଭଳି ଅଗଣିତ ତୀର୍ଥସ୍ଥଳ ଆମ ଗଭୀର ଆସ୍ଥାର ପ୍ରତୀକ । ପ୍ରତି ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ପବିତ୍ର ଧାମ ପରିଦର୍ଶନ କରୁଛନ୍ତି । ସେମାନଙ୍କ ଯାତ୍ରା ଭକ୍ତିର ମାର୍ଗ ଖୋଲିବା ସହ ଉତ୍ତରାଖଣ୍ଡର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରୁଛି ।

ବନ୍ଧୁଗଣ,

ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ସହ ଉତ୍ତରାଖଣ୍ଡର ବିକାଶର ଗଭୀର ସମ୍ପର୍କ ରହିଛି । ତେଣୁ ରାଜ୍ୟରେ ଏବେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର କାମ ଚାଲୁ ରହିଛି । ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ପ୍ରକଳ୍ପର ପ୍ରଗତି ହେଉଛି । ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସ ୱେ ପ୍ରାୟ ଶେଷ ପର୍ଯ୍ୟାୟରେ । ଗୌରୀକୁଣ୍ଡ-କେଦାରନାଥ ଏବଂ ଗୋବିନ୍ଦ ଘାଟ-ହେମକୁଣ୍ଡ ସାହିବ ରୋପୱେର ଶିଳାନ୍ୟାସ ହୋଇଛି । ଏହି ପ୍ରକଳ୍ପ ଉତ୍ତରାଖଣ୍ଡର ବିକାଶକୁ ନୂଆ ଗତି ଦେଉଛି ।

ବନ୍ଧୁଗଣ,

ଉତ୍ତରାଖଣ୍ଡ ୨୫ ବର୍ଷ ମଧ୍ୟରେ ବିକାଶର ଏକ ଲମ୍ବା ରାସ୍ତା ସମ୍ପୂର୍ଣ୍ଣ କରିଛି । ଏବେ ଆମ ସମ୍ମୁଖରେ ଏହା ପ୍ରଶ୍ନ ଯେ, ଆଗାମୀ ୨୫ ବର୍ଷରେ ଉତ୍ତରାଖଣ୍ଡକୁ ଆମେ କେଉଁଭଳି ଶୀର୍ଷରେ ଦେଖିବାକୁ ଚାହୁଁଛନ୍ତି? ଆପଣମାନେ ଏହା ଶୁଣିଥିବେ, ‘ଯେଉଁଠି ଇଚ୍ଛାଶକ୍ତି ଅଛି, ସେଇଠି ରାସ୍ତା ଅଛି’ । ତେଣୁ ଥରେ ଆମେ ଆମ ଲକ୍ଷ୍ୟ ସମ୍ପର୍କରେ ସ୍ପଷ୍ଟ ଜାଣିବା ପରେ ସେଠାରେ ପହଞ୍ଚିବା ପାଇଁ ରୋଡମ୍ୟାପ ସ୍ୱତଃ ପ୍ରସ୍ତୁତ ହୋଇଯିବ । ଏବଂ ଏହି ଲକ୍ଷ୍ୟ ବାବଦରେ ଚର୍ଚ୍ଚା ପାଇଁ ନଭେମ୍ବର ୯ ଠାରୁ ଅଧିକ ଉତ୍ତମ ଦିବସ ଆଉ କ’ଣ ଅଛି?

 

ବନ୍ଧୁଗଣ,

ଉତ୍ତରାଖଣ୍ଡର ଅସଲ ପରିଚୟ ତାହାର ଆଧ୍ୟାତ୍ମିକ ଶକ୍ତି । ଯଦି ଉତ୍ତରାଖଣ୍ଡ ଏହା ନିଷ୍ପତ୍ତି ନେଇଯିବ, ଏହା ନିଜକୁ ମାତ୍ର କେଇ ବର୍ଷ ମଧ୍ୟରେ ‘ବିଶ୍ୱର ଆଧ୍ୟାତ୍ମିକ ରାଜଧାନୀ’ ଭାବେ ପ୍ରତିଷ୍ଠା କରିପାରିବ । ଏଠାର ମନ୍ଦିର, ଆଶ୍ରମ, ଯୋଗ ଏବଂ ଯୋଗକେନ୍ଦ୍ର ଗୁଡ଼ିକୁ ବୈଶ୍ୱିକ ନେଟୱର୍କ ସହ ଯୋଡ଼ିହେବ ।

ବନ୍ଧୁଗଣ,

ଦେଶବିଦେଶର ଲୋକ ଏଠାକୁ ସୁସ୍ଥ ହେବାକୁ ଆସୁଛନ୍ତି । ଏଠାକାର ଜଡ଼ିବୁଟି ଏବଂ ଆୟୁର୍ବେଦ ଔଷଧର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଗତ ୨୫ ବର୍ଷରେ ଉତ୍ତରାଖଣ୍ଡରେ ଅରୋମେଟିକ ପ୍ଲାଣ୍ଟସ, ଆୟୁର୍ବେଦୀୟ ଜଡ଼ିବୁଟି, ଯୋଗ ଏବଂ ୱେଲନେସ ପର୍ଯ୍ୟଟନ ଅଭୂତପୂର୍ବ ପ୍ରଗତି କରିଛି । ଏବେ ସମୟ ଆସିଛି ଉତ୍ତରାଖଣ୍ଡର ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଯୋଗ କେନ୍ଦ୍ର, ଆୟୁର୍ବେଦ କେନ୍ଦ୍ର, ନ୍ୟାଚୁରୋପାଥି ସଂସ୍ଥାନ, ହୋମ୍-ଷ୍ଟେ ଆଦିକୁ ନେଇ ଏକ ସମ୍ପୂର୍ଣ୍ଣ ୱେଲନେସ୍ ପ୍ୟାକେଜ କରାଯାଇପାରିବ । ଏହା ଆମ ବିଦେଶୀ ପର୍ଯ୍ୟଟକମାନେଙ୍କୁ ବହୁତ ଆକର୍ଷିତ କରିବ ।

ବନ୍ଧୁଗଣ,

ଆପଣମାନେ ଜାଣନ୍ତି ଭାରତ ସରକାର ସୀମାରେ ଭାଇବ୍ରାଣ୍ଟ ଭିଲେଜ ଯୋଜନାକୁ ଗୁରୁତ୍ୱ ଦେଉଛନ୍ତି । ମୁଁ ଚାହୁଁଛି କି ଉତ୍ତରାଖଣ୍ଡର ପ୍ରତ୍ୟେକ ଭାଇବ୍ରାଣ୍ଟ ଭିଲେଜ ଏକ ଛୋଟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେଉ । ସେଠାରେ ହୋମ-ଷ୍ଟେ ରହୁ, ସ୍ଥାନୀୟ ଭୋଜନ ଏବଂ ସଂସ୍କୃତିକୁ ପ୍ରୋତ୍ସାହନ ମିଳୁ । ଆପଣ କଳ୍ପନା କରନ୍ତୁ, ଯେତେବେଳେ ବାହାରୁ ଆସୁଥିବା ପର୍ଯ୍ୟଟକ ଘରୋଇ ପରିବେଶରେ ଡୁବକେ, ଚୁଡକାନେ, ରୋଟ-ଆରସା, ରସ-ଭାତ ଏବଂ ଝାଙ୍ଗୋରେ କୀ କ୍ଷୀର ଭଳି ପାରମ୍ପରିକ ଖାଦ୍ୟ ଖାଇବେ, ତାଙ୍କୁ କେତେ ଆନନ୍ଦ ମିଳିବ? ଏହି ଖୁସି ସେମାନଙ୍କୁ ଥରେ କି ଦୁଇ ଥର ନୁହେଁ, ବାରମ୍ବାର ଉତ୍ତରାଖଣ୍ଡକୁ ଆକର୍ଷିତ କରିବ ।

ବନ୍ଧୁଗଣ,

ଏବେ ଆମେ ଉତ୍ତରାଖଣ୍ଡରେ ଲୁକ୍କାୟିତ ରହିଥିବା ସମ୍ଭାବନାର ବିସ୍ତାର ଉପରେ ଫୋକସ କରିବାର ଆବଶ୍ୟକତା ରହିଛି । ହରେଲା, ଫୁଲଦେଇ ଏବଂ ଭିତାଉଲି ଭଳି ସ୍ଥାନୀୟ ଉତ୍ସବରେ ଯେଉଁ ପର୍ଯ୍ୟଟକମାନେ ସାମିଲ ହେଉଛନ୍ତି, ସେମାନେ ଜୀବନବ୍ୟାପୀ ଏହି ଅନୁଭବକୁ ମନେ ରଖୁଛନ୍ତି । ଏଠାକାର ମେଳା ସେତିକି ଜୀବନ୍ତ । ନନ୍ଦା ଦେବୀ ମେଳା, ଜୌଲଜୀବୀ ମେଳା, ବାଗେଶ୍ୱରଙ୍କ ଉତ୍ତରାୟଣୀ ମେଳା, ଦେବୀଧୁରା ମେଳା, ଶ୍ରାବଣୀ ମେଳା ଏବଂ ବଟର ଫେଷ୍ଟିଭାଲ ଉତ୍ତରାଖଣ୍ଡର ଆତ୍ମା । ଏଠାକର ସ୍ଥାନୀୟ ମେଳାକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେବାକୁ ହେଲେ ‘ଗୋଟିଏ ଜିଲ୍ଲା, ଗୋଟିଏ ମେଳା’ ଭଳି ଅଭିଯାନ ଚଲାଯାଇପାରିବ ।

 

ବନ୍ଧୁଗଣ,

ଉତ୍ତରାଖଣ୍ଡର ସମସ୍ତ ପାହାଡ଼ିଆ ଜିଲ୍ଲାରେ ଉତ୍ତମ ଫଳ ଚାଷର ସମ୍ଭାବନା ରହିଛି । ଏସବୁ ପାହାଡ଼ିଆ ଜିଲ୍ଲାଗୁଡ଼ିକୁ ହର୍ଟିକଲଚର ସେଣ୍ଟରରେ ପରିଣତ କରିବାକୁ ଆମେ ଗୁରୁତ୍ୱ ଦେବା ଉଚିତ । ବ୍ଲୁବେରୀ, କିୱି, ହର୍ବଲ ଏବଂ ଔଷଧିୟ ପ୍ଲାଣ୍ଟ ଭବିଷ୍ୟତର ଚାଷ । ଉତ୍ତରାଖଣ୍ଡରେ ଖାଦ୍ୟ ପ୍ରକ୍ରିୟାକରଣ, ହସ୍ତଶିଳ୍ପ, ଅର୍ଗାନିକ ପ୍ରଡକ୍ଟସ ଆଦି ପାଇଁ ଏମଏସଏମଇକୁ ସଶକ୍ତ ବନାଇବା ଜରୁରୀ ।

ବନ୍ଧୁଗଣ,

ଉତ୍ତରାଖଣ୍ଡରେ ବାର ମାସ ଧରି ପର୍ଯ୍ୟଟନର ସମ୍ଭାବନା ସର୍ବଦା ରହିଛି । ଏବେ ଏଠାରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆସିଛି, ତେଣୁ ମୁଁ ପ୍ରସ୍ତାବ ଦେଇଥିଲି ଏବେ ବାରମାସ ପର୍ଯ୍ୟଟନର ବୃଦ୍ଧି ପାଇଁ ଉଦ୍ୟମ ହେବା ଉଚିତ । ଶୀତ ଦିନିଆ ପର୍ଯ୍ୟଟନକୁ ଉତ୍ତରାଖଣ୍ଡ ଏକ ନୂଆ ଦିଗ ଦେଉଥିବାରୁ ମୁଁ ଆନନ୍ଦିତ । ମୋତେ ମିଳିଥିବା ତଥ୍ୟ ଉତ୍ସରାହ ବଢ଼ାଇବା ଭଳି । ଶୀତ ଦିନେ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପିଥୋରାଗଡ଼ରେ ୧୪ ହଜାର ଫୁଟରୁ ଉଚ୍ଚରେ ହାଇ-ଆଲଟିଚୁ୍ୟଡ ମାରାଥନ ଆୟୋଜିତ ହୋଇଛି । ଆଦି କୈଳାସ ପରିକ୍ରମା ରନ୍ ମଧ୍ୟ ସମଗ୍ର ଦେଶ ପାଇଁ ଏକ ପ୍ରେରଣା । ତିନି ବର୍ଷ ପୂର୍ବେ ୨ ହଜାରରୁ କମ୍ ଶ୍ରଦ୍ଧାଳୁ ଆଦି କୈଳାସ ଯାତ୍ରାରେ ସାମିଲ ହେଉଥିଲେ । ଆଜି ଏହି ସଂଖ୍ୟା ୩୦ ହଜାରକୁ ବୃଦ୍ଧି ପାଇଛି । କିଛି ଦିନ ତଳେ କେଦାର ନାଥଙ୍କ କବାଟ ଏହି ଋତୁ ପାଇଁ ବନ୍ଦ ହୋଇଛି । ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ଭକ୍ତ କେଦାରନାଥ ଧାମ ଦର୍ଶନ ପାଇଁ ଆସିଥିଲେ । ତୀର୍ଥାଟନ, ବାରମାସୀ ପର୍ଯ୍ୟଟନ ଉତ୍ତରାଖଣ୍ଡର ଏଭଳି ଏକ ସାମର୍ଥ୍ୟ ଯାହାକି ଏହାକୁ ନିରନ୍ତର ବିକାଶର ଶୀର୍ଷକୁ ନେଇପାରିବ । ଇକୋ ଟୁରିଜମ ପାଇଁ ମଧ୍ୟ ସମ୍ଭାବନା ରହିଛି । ଆଡଭେଞ୍ଚର ଟୁରିଜମ ପାଇଁ ମଧ୍ୟ ବହୁତ ସମ୍ଭାବନା ରହିଛି । ଦେଶବ୍ୟାପୀ ଯୁବପିଢ଼ିଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ର ହୋଇପାରିବ ।

ବନ୍ଧୁଗଣ,

ଉତ୍ତରାଖଣ୍ଡ ଏବେ ଚଳଚ୍ଚିତ୍ର ସୁଟିଂର ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି । ରାଜ୍ୟର ନୂତନ ଚଳଚ୍ଚିତ୍ର ନୀତି ସୁଟିଙ୍ଗକୁ ଆହୁରି ସହଜ କରିଛି । ଉତ୍ତରାଖଣ୍ଡ ବିବାହ ଗନ୍ତବ୍ୟସ୍ଥଳ ଭାବେ ମଧ୍ୟ ଲୋକପ୍ରିୟତା ହାସଲ କରୁଛି । ଆପଣମାନେ ଜାଣନ୍ତି, ମୁଁ ‘ୱେଡ ଇନ୍ ଇଣ୍ଡିଆ’ ଅଭିଯାନକୁ ପ୍ରୋତ୍ସାହିତ କରୁଛି । ‘ୱେଡ ଇନ୍ ଇଣ୍ଡିଆ’ ପାଇଁ ଉତ୍ତରାଖଣ୍ଡ ରାଜ୍ୟରେ ବିଶ୍ୱସ୍ତରୀୟ ବିବାହ ସୁବିଧାର ବିକାଶ କରିବା ଆବଶ୍ୟକ । ଏହି ଲକ୍ଷ୍ୟ ପୂରଣ ପାଇଁ ୫-୭ଟି ପ୍ରମୁଖ ଗନ୍ତବ୍ୟ ସ୍ଥଳକୁ ଚିହ୍ନଟ କରି ପ୍ରମୁଖ ବିବାହ ସ୍ଥଳ ଭାବେ ସେଗୁଡ଼ିକର ବିକାଶ କରାଯିବା ଉଚିତ ।

 

ବନ୍ଧୁଗଣ,

ଦେଶ ଆତ୍ମନିର୍ଭର ଭାରତର ସଂକଳ୍ପ ନେଇଛି । ଏହି ଲକ୍ଷ୍ୟ ପୂରଣର ରାସ୍ତା ‘ଭୋକାଲ ଫର ଲୋକାଲ’ ମାଧ୍ୟମରେ ଯାଇଛି । ଉତ୍ତରାଖଣ୍ଡ ସର୍ବଦା ଏହି ଦୃଷ୍ଟିକୋଣକୁ ଗ୍ରହଣ କରିଛି । ସ୍ଥାନୀୟ ଉତ୍ପାଦ ସହିତ ଏହାର ଗଭୀର ସମ୍ପର୍କ, ସେମାନଙ୍କର ବ୍ୟବହାର ଏବଂ ଦୈନନ୍ଦିନ ଜୀବନରେ ସେମାନଙ୍କର ସମନ୍ୱୟ ଏହାର ପରାମ୍ପରାର ଅବିଚ୍ଛେଦ୍ୟ ଅଂଶ । ମୁଁ ଖୁସି ଯେ,ଉତ୍ତରାଖଣ୍ଡ ସରକାର ଭୋକାଲ ଫର ଲୋକାଲ ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି । ଫଳସ୍ୱରୂପ ଉତ୍ତରାଖଣ୍ଡରୁ ୧୫ରୁ ଅଧିକ କୃଷିଜାତ ଉତ୍ପାଦ ଜିଆଇ ଟ୍ୟାଗ ପାଇପାରିଛନ୍ତି । ଏହା ଗର୍ବର ବିଷୟ ଯେ, ବେଦୁ ଫଳ ଏବଂ ବଦ୍ରି ଗାଈ ଘିଅକୁ ନିକଟରେ ଜିଆଇ ଟ୍ୟାଗ ପ୍ରଦାନ କରାଯାଇଛି । ବଦ୍ରି ଗାଈ ଘିଅ ପ୍ରତ୍ୟେକ ପାହାଡ଼ିଆର ଘରର ଗର୍ବ । ବେଦୁ ଏବେ ପାହାଡ଼ିଆ ଗାଁରୁ ବାହାରି ରାଜ୍ୟ ବାହାର ବଜାରରେ ପହଞ୍ଚିପାରିଛି । ଏଥିରୁ ତିଆରି ଉତ୍ପାଦ ଗୁଡ଼ିକ ଏବେ ଜିଆଇ ଟ୍ୟାଗ ସହ ଆସିବ ଏବଂ ଏହା ଯେଉଁଠାକୁ ଯିବ ସେଠାରେ ଉତ୍ତରାଖଣ୍ଡର ପରିଚୟ ବହନ କରିବ ।  ଏପରି ଜିଆଇ ଟ୍ୟାଗ ହୋଇଥିବା ଉତ୍ପାଦ ଗୁଡ଼ିକୁ ଦେଶର ଘରେ ଘରେ ପହଞ୍ଚାଇବା ଦିଗରେ ଆମ ନିଶ୍ଚିତ ହେବା ଉଚିତ ।

ବନ୍ଧୁଗଣ,

ମୁଁ ଖୁସି ଯେ, ‘ହାଉସ ଅଫ ହିମାଲୟାଜ୍’ ଉତ୍ତରାଖଣ୍ଡର ଏକ ବଡ଼ ବ୍ରାଣ୍ଡ ଭାବେ ଉଭା ହେଉଛି ଏବଂ ଉତ୍ତରାଖଣ୍ଡର ସ୍ଥାନୀୟ ପରିଚୟକୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରୁଛି । ଏହି ବ୍ରାଣ୍ଡ ଅଧୀନରେ ରାଜ୍ୟର ବିଭିନ୍ନ ଉତ୍ପାଦ ଗୁଡ଼ିକୁ ବିଶ୍ୱ ବଜାରରେ ପ୍ରତିଯୋଗିତା ପାଇଁ ସାମୂହିକ ପରିଚୟ ଦିଆଯାଇଛି । ରାଜ୍ୟର ଅନେକ ଉତ୍ପାଦ ଏବେ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ, ଯଦ୍ୱାରା ଗ୍ରାହକଙ୍କ ନିକଟରେ ଏହା ସିଧାସଳଖ ପହଞ୍ଚିପାରୁଛି ଏବଂ ଚାଷୀ, କାରିଗର ଏବଂ ଛୋଟ ଉଦ୍ୟୋଗୀଙ୍କ ପାଇଁ ନୂଆ ବଜାର ଖୋଲିପାରୁଛି । ଆମେ ବର୍ତ୍ତମାନ ଏହି ବ୍ରାଣ୍ଡିଂ ପ୍ରୟାସରେ ନୂତନ ଶକ୍ତି ଆଣିବା ଉଚିତ ଏବଂ ବ୍ରାଣ୍ଡେଡ ଉତ୍ପାଦ ଗୁଡ଼ିକର ବଣ୍ଟନ ବ୍ୟବସ୍ଥାରେ ନିରନ୍ତର ଉନ୍ନତିର ଆବଶ୍ୟକତା ରହିଛି ।

ବନ୍ଧୁଗଣ,

ଆପଣମାନେ ଜାଣନ୍ତି, ବିଗତ ବର୍ଷ ମାନଙ୍କରେ ବିକାଶଯାତ୍ରାରେ ଉତ୍ତରାଖଣ୍ଡ ଅନେକ ଗୁଡ଼ିଏ ଆହ୍ୱାନର ସମ୍ମୁଖୀନ ହୋଇଛି । କିନ୍ତୁ ଦୃଢ଼ ବିଜେପି ସରକାର ଏହି ଆହ୍ୱାନ ଗୁଡ଼ିକୁ ନିରନ୍ତର ଭାବେ ଦୂର କରିଛି ଏବଂ ବିକାଶର ଗତିକୁ ମନ୍ଥର ହେବାକୁ ଦେଇନାହିଁ । ଉତ୍ତରାଖଣ୍ଡର ଧାମି ସରକାର ଆନ୍ତିକତାର ସହ ସମାନ ନାଗରିକ ସଂହିତାର କାର୍ଯ୍ୟାନ୍ୱୟନ କରିଛନ୍ତି ଏବଂ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ରାଜ୍ୟ ସରକାର ଧର୍ମାନ୍ତରୀକରଣ ବିରୋଧୀ ଆଇନ ଏବଂ ଦଙ୍ଗା ନିୟନ୍ତ୍ରଣ ଆଇନ ଭଳି ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସାହସିକ ପଦକ୍ଷେପ ନେଇଛନ୍ତି । ଜମି ଜବରଦଖଲ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍ତରାଖଣ୍ଡ ସରକାର ତ୍ୱରିତ ଓ ସମ୍ବେଦନଶୀଳ ପ୍ରତିକ୍ରିୟା ସହ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରୟାସ କରିଛନ୍ତି ।

 

ବନ୍ଧୁଗଣ,

ଆଜି ଆମେ ରାଜ୍ୟ ପ୍ରତିଷ୍ଠାର ରଜତ ଜୟନ୍ତୀ ଉତ୍ସବ ମନାଉଛନ୍ତି, ମୋର ପୁରା ବିଶ୍ୱାସ ଅଛି କି ଆଗାମୀ ବର୍ଷ ମାନଙ୍କରେ ଆମ ଉତ୍ତରାଖଣ୍ଡ ବିକାଶର ନୂଆ ଶୀର୍ଷତାକୁ ଛୁଇଁବ, ନିଜ ସଂସ୍କୃତି, ନିଜ ପରିଚୟକୁ ସେହି ଗର୍ବର ସହ ଆଗକୁ ବଢ଼ାଇବ । ପୁଣି ଥରେ ଉତ୍ତରାଖଣ୍ଡର ସମସ୍ତ ଜନସାଧାରଣଙ୍କୁ ରଜତ ଜୟନ୍ତୀ ସମାରୋହର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ଏବଂ ମୁଁ ଏହା ଆଶା କରୁଛି କି ଆଜିଠୁ ୨୫ ବର୍ଷ ପରେ, ଯେତେବେଳେ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତ ପାଳନ କରିବ, ସେତେବେଳେ ଉତ୍ତରାଖଣ୍ଡ କେଉଁଭଳି ଶୀର୍ଷକୁ ଛୁଇଁବ, ସେହି ଲକ୍ଷ୍ୟ ଏବେଠୁ ସ୍ଥିର କରିନେବା ଉଚିତ, ରାସ୍ତା ବାଛିନେବା ଉଚିତ ଏବଂ ଅପେକ୍ଷ କରିବା ବଦଳରେ ଆଗେଇ ଚାଲିବା ଉଚିତ । ମୁଁ ଆପଣଙ୍କୁ ଏହା ଭରସା ଦେଉଛି କି ଭାରତ ସରକାର ସର୍ବଦା ଉତ୍ତରାଖଣ୍ଡ ସରକାରଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି ଏବଂ ପ୍ରତ୍ୟେକ ପଦକ୍ଷେପରେ ସହଯୋଗ ଦେବାକୁ ପ୍ରସ୍ତୁତ । ଉତ୍ତରାଖଣ୍ଡର ପ୍ରତ୍ୟେକ ପରିବାର, ନାଗରିକଙ୍କ ସୁଖ, ସମୃଦ୍ଧି ଏବଂ ଉଜ୍ୱଳ ଭବିଷ୍ୟ କାମନା କରୁଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଚଳିତ ବର୍ଷ  ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ, ତେଣୁ ମୋ ସହ ଏକାଠି କୁହନ୍ତୁ-

ବନ୍ଦେ ମାତରମ୍!

ବନ୍ଦେ ମାତରମ୍!

ବନ୍ଦେ ମାତରମ୍!

ବନ୍ଦେ ମାତରମ୍!

ବନ୍ଦେ ମାତରମ୍!

ବନ୍ଦେ ମାତରମ୍!

ବନ୍ଦେ ମାତରମ୍!

ବନ୍ଦେ ମାତରମ୍!

ବନ୍ଦେ ମାତରମ୍!

ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s AI moment: Sarvam turns unicorn at $1.5 billion valuation

Media Coverage

India’s AI moment: Sarvam turns unicorn at $1.5 billion valuation
NM on the go

Nm on the go

Always be the first to hear from the PM. Get the App Now!
...
Today, the world does not suffer from a shortage of resources; it suffers from a shortage of trust: PM Modi at G7 Summit in Evian, France
June 16, 2026

राष्ट्रपति मैक्रों,
Your Excellencies,

नमस्कार!

G-7 समिट में हमारे गर्मजोशी भरे स्वागत के लिए मैं राष्ट्रपति मैक्रों का हार्दिक आभार व्यक्त करता हूँ।

Friends,

आज का विश्व पहले से कहीं अधिक inter-connected और inter-dependent है। किसी भी देश की ऊर्जा सुरक्षा, खाद्य सुरक्षा, स्वास्थ्य सुरक्षा, साइबर सुरक्षा और आर्थिक समृद्धि केवल उसकी सीमाओं के भीतर तय नहीं होती। Mobility, data, capital, technology, ये सभी हमें आपस में जोड़ते हैं।

ऐसे समय में Partnerships का महत्व स्वाभाविक रूप से बढ़ जाता है। लेकिन साझेदारियाँ तभी सफल होती हैं जब उनके केंद्र में विश्वास हो। आज सबसे महत्वपूर्ण Strategic Asset कोई mineral, technology या market नहीं, बल्कि आपसी विश्वास है।

विश्वास कि टेक्नॉलजी और supply chains को हथियार के रूप में नहीं, global good के लिए इस्तेमाल किया जाएगा। विश्वास कि विकास के अवसर कुछ देशों तक सीमित नहीं रहेंगे। विश्वास कि वैश्विक संस्थान सभी देशों की आकांक्षाओं को पूरा करने में सक्षम होंगे।

Friends,

पिछली सदी में मानवता को दो विश्व युद्धों से गुज़रना पड़ा। अनेक बलिदानों के बाद विश्व समुदाय ने शांति, स्थिरता और समृद्धि की ओर बढ़ने के लिए व्यवस्थाएं विकसित की। इन व्यवस्थाओं का आधार भी trust ही था।

किन्तु अनेक दशकों से, अनेक पीढ़ियों के योगदान से बनाए गए विश्वास को आज चोट पहुँच रही है। कोविड ने हमें आईना दिखाया कि trust और solidarity के दावे कितने खोखले थे।

Today the world does not suffer from a shortage of resources; it suffers from a shortage of trust. And the future of our partnerships depends on building this trust.

अमेरिका के राष्ट्रपति रोनल्ड रेगन ने कहा था: Trust but Verify. यह आज के समय में भी प्रासंगिक है। भावी पीढ़ियों के प्रति हमारा दायित्व है कि हम नए युग के अनुरूप trusted rules based order का निर्माण करें।

Friends,

भारत ने सदैव विश्व को एक परिवार के रूप में देखा है। हमारे सभी प्रयास “सर्वजन हिताय, सर्वजन सुखाय” यानि, welfare and happiness for all के मूल सिद्धांत पर आधारित रहे हैं।

भारत का अनुभव दिखाता है कि विकास सबसे अधिक प्रभावी तब होता है जब वह लोगों की आकांक्षाओं से जुड़ा हो। यही सिद्धांत हमारी अंतरराष्ट्रीय साझेदारियों का भी आधार है। इसी सोच के साथ भारत ने International Solar Alliance, Coalition for Disaster Resilient Infrastructure, ग्लोबल बायोफ्यूल्स एलायंस, Mission LiFE, और “एक पेड़ माँ के नाम” जैसी वैश्विक पहलों को आगे बढ़ाया है।

संकट के समय भारत ने First Responder के रूप में सभी देशों की सहायता करना अपना दायित्व समझा है। कोविड महामारी के दौरान भारत ने डेढ़ सौ से अधिक देशों को दवाइयाँ और vaccines उपलब्ध कराईं।

श्रीलंका में cyclone हो, अफगानिस्तान में भूकंप हो, मोज़ाम्बिक में floods हों, या क्यूबा और जमैका में hurricane, भारत ने सदैव "Humanity First" के सिद्धांत पर कार्य किया है। हमारी विकास साझेदारियाँ भी इसी भावना को प्रतिबिंबित करती हैं। हमारे प्रयास पार्टनर देशों में capacity building और कौशल विकास पर केन्द्रित रहे हैं।

भारत का मानना है: The true test of partnership is not what we build for others, but what we enable others to build for themselves.

Friends,

आज ग्लोबल साउथ की विश्व समुदाय से बहुत उम्मीदें हैं। किन्तु उनकी अपेक्षा सहारे की नहीं, साथ की है। वे वैश्विक विकास के लाभार्थी नहीं, उसके भागीदार बनना चाहते हैं।

हमें donor–recipient की सोच से आगे बढ़कर, equal पार्टनर्स के रूप में काम करना होगा। उनके पास-पास नहीं, साथ-साथ चलना होगा। साझेदारी को dependency के बजाय, dignity से जोड़ना होगा। इन प्रयासों से हम भावी पीढ़ियों के सतत विकास की मजबूत नींव रख सकेंगे।

Friends,

अंतरराष्ट्रीय साझेदारियाँ और वैश्विक एकजुटता तभी सार्थक बन सकती हैं, जब हम साझा चुनौतियों का मिलकर समाधान करें। भारत का दृढ विश्वास है कि विश्व के विभिन्न हिस्सों में चल रहे तनावों और युद्धों का स्थायी समाधान dialogue, diplomacy और अंतरराष्ट्रीय सहयोग के मार्ग से ही संभव है।

हम west asia में शांति प्रयासों में हुई प्रगति का स्वागत करते हैं। इस संघर्ष से west asia में हमारे मित्र देशों को जान-माल का नुकसान झेलना पड़ा है। होर्मुज़ स्ट्रेट में maritime ट्रेड में आई बाधा के कारण पूरे विश्व की अर्थव्यवस्था को नुकसान पहुंचा। भारत के कई civilians को जान गंवानी पड़ी। Global maritime ट्रेड के माध्यम से सभी देशों को आपस में जोड़ने वाले नाविकों की सुरक्षा हमारा दायित्व है। हमें यह सुनिश्चित करना होगा कि समुद्री मार्ग सुरक्षित रहें, और Seafarers बिना भय के अपना कार्य कर सकें।

Friends,

भारत इन विषयों पर सभी पार्टनर्स के साथ मिलकर काम करने के लिए पूरी तरह से तैयार है।

बहुत-बहुत धन्यवाद।