ସେୟାର
 
Comments
“India's dairy sector is characterized by ‘production by masses’ more than ‘mass production’”
“ Dairy Cooperative in India is unique in the whole world and can be a good business model for poor countries”
“Dairy cooperatives collect milk twice a day from about two crore farmers in more than two lakh villages in the country and deliver it to the customers”
“More than 70 per cent of the money that is received from the customers goes directly to the farmer”
“Women are the real leaders of India's dairy sector”
“At more than eight and a half lakh crore rupees, the dairy sector is more than the combined value of wheat and rice production”
“India produced 146 million tonnes of milk in 2014. It has now increased to 210 million tonnes. That is, an increase of about 44 per cent”
“Indian milk production is increasing at 6 per cent annual rate against 2 per cent global growth”
“India is building the largest database of dairy animals and every animal associated with the dairy sector is being tagged”
“We have resolved that by 2025, we will vaccinate 100% of the animals against Foot and Mouth Disease and Brucellosis”
“Our scientists have also prepared indigenous vaccine for Lumpy Skin Disease”
“ India is working on a digital system which will capture the end-to-end activities of the livestock sector”

ଉତ୍ତର ପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ପୁରୁଷୋତ୍ତମ ରୂପାଲା ମହାଶୟ, ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ଅନ୍ତରାଷ୍ଟ୍ରୀୟ ଦୁଗ୍ଧ ମହାସଂଘର ଅଧ୍ୟକ୍ଷ ପି.ବ୍ରଜାଲେ ମହାଶୟ, ଆଇଡିଏଫର ମହାନିର୍ଦ୍ଦେଶିକା କ୍ୟାରୋଲନି ଏମଣ୍ଡ ମହାଶୟା, ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ!

ମୁଁ ଖୁସୀ ଯେ ଆଜି ଦୁଗ୍ଧ ବା ଡାଏରୀ କ୍ଷେତ୍ରର ସାରା ବିଶ୍ୱର ବିଶେଷଜ୍ଞମାନେ ଆଉ ନବସୃଜନକାରୀମାନେ ଭାରତରେ ଏକଜୁଟ ହୋଇଛନ୍ତି। ମୁଁ ବିଶ୍ୱ ଦୁଗ୍ଧ ସମ୍ମିଳନୀରେ ଭିନ୍ନ- ଭିନ୍ନ ଦେଶରୁ ଆସିଥିବା ସମସ୍ତ ମହାନୁଭବଙ୍କୁ ଭାରତର କୋଟି- କୋଟି ପଶୁମାନଙ୍କ ତରଫରୁ, ଭାରତର କୋଟି- କୋଟି ନାଗରିକମାନଙ୍କ ତରଫରୁ, ଭାରତ ସରକାରଙ୍କ ତରଫରୁ ହୃଦୟ ସହୁ ବହୁତ- ବହୁତ ସ୍ୱାଗତ ଜଣାଉଛି। ଦୁଗ୍ଧ ବା ଡାଏରୀ କ୍ଷେତ୍ରର ସାମର୍ଥ୍ୟ ନା କେବଳ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରିଥାଏ, ବରଂ ଏହା ସାରା ବିଶ୍ୱରେର କୋଟି- କୋଟି ଲୋକମାନଙ୍କର ଜୀବନ ଜୀବିକାର ମଧ୍ୟ ହେଉଛି ପ୍ରମୁଖ ସାଧନ। ମୋର ବିଶ୍ୱାସ ରହିଛି, ଏହି ସମ୍ମିଳନୀ, ଚିନ୍ତାଧାରା, ବୈଷୟିକ ଜ୍ଞାନ, ସର୍ବେକ୍ଷଣ ଏବଂ ଦୁଗ୍ଧ ବା ଡାଏରୀ କ୍ଷେତ୍ର ସହିତ ଜଡ଼ିତ ପରମ୍ପରା ସ୍ତରରେ ଜଣେ ଅନ୍ୟ ଜଣଙ୍କର ସୂଚନା ବୃଦ୍ଧି କରିବାରେ ଆଉ ଜଣେ ଅନ୍ୟ ଜଣଙ୍କ ଠାରୁ ଶିଖିବାରେ ବହୁତ ବଡ଼ ଭୂମିକା ତୁଲାଇବ।

ସାଥୀଗଣ,

ଆଜିର ଏହି ଆୟୋଜନ ଏଭଳି ଏକ ସମୟରେ ହେଉଛି, ଯେତେବେଳେ ଭାରତ ନିଜର ସ୍ୱାଧୀନତାର 75 ବର୍ଷ ପୂରଣ କରିଛି। ଏହା ମଧ୍ୟ ହେଉଛି ସଂଯୋଗ ଯେ ଆଜିକାର ଏହି ଆୟୋଜନ ଦ୍ୱାରା, ଭାରତର 75 ଲକ୍ଷରୁ ଅଧିକ ଦୁଗ୍ଧ ବା ଡାଏରୀ କ୍ଷେତ୍ରର କୃଷକମାନେ ମଧ୍ୟ ଟେକ୍ନୋଲୋଜି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଆମ ସହିତ ଯୋଡ଼ି ହୋଇଛନ୍ତି। ଏହି ପ୍ରକାରର ସମ୍ମିଳନୀ ପାଇଁ ଆଉ ସେଥିରେ ଶେଷ ମାଇଲର ହିତାଧିକାରୀ ଆମର ଏହିଭଳି କୃଷକ ଭାଇ ଭଉଣୀ ହୋଇ ଥାଆନ୍ତି। ମୁଁ ବିଶ୍ୱ ଦୁଗ୍ଧ ସମ୍ମିଳନୀରେ ମୋର କୃଷକ ସାଥୀମାନଙ୍କୁ ମଧ୍ୟ ସ୍ୱାଗତ କରୁଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି।

ସାଥୀଗଣ,

ପଶୁଧନ ଏବଂ ଦୁଗ୍ଧ ସହିତ ଜଡ଼ିତ ବ୍ୟବସାୟ ଭାରତର ହଜାର- ହଜାର ବର୍ଷର ପୁରୁଣା ସଂସ୍କୃତିର ଏକ ଅଭିନ୍ନ ଅଂଶ ହୋଇ ରହିଛି। ଆମର ଏହି ପରମ୍ପରା ଭାରତର ଡାଏରୀ କ୍ଷେତ୍ରକୁ କିଛି ବିଶେଷତ୍ୱ ଗୁଡ଼ିକ ସହିତ ସଶକ୍ତ କରି ଦେଇଛି। ଏହି ସମ୍ମିଳନୀରେ ଅନ୍ୟାନ୍ୟ ଦେଶମାନଙ୍କରୁ ଯେଉଁ ବିଶେଷଜ୍ଞମାନେ ଆସିଛନ୍ତି, ମୁଁ ସେମାନଙ୍କ ସାମ୍ନାରେ ଏହି ବିଶେଷତ୍ୱ ଗୁଡ଼ିକୁ ବିଶେଷ ଭାବେ ଉଲ୍ଲେଖ କରିବାକୁ ଚାହୁଁଛି।

ସାଥୀଗଣ,

ବିଶ୍ୱର ଅନ୍ୟ ବିକଶିତ ଦେଶମାନଙ୍କଠାରୁ ଭିନ୍ନ, ଭାରତ ଦୁଗ୍ଧ ବା ଡାଏରୀ କ୍ଷେତ୍ରର ପ୍ରକୃତ ଶକ୍ତି ହେଉଛନ୍ତି କ୍ଷୁଦ୍ର ଚାଷୀମାନେ। ଭାରତରେ ଦୁଗ୍ଧ ବା ଡାଏରୀ କ୍ଷେତ୍ରର ପରିଚୟ ହେଉଛି ‘ମାସ୍ ପ୍ରଡକସନ୍’ ବା ସାମୁହିକ ଉତ୍ପାଦନରୁ ଅଧିକ ‘ପ୍ରଡକସନ ବାଏ ମାସେସ୍’ ବା ସମୂହ ଦ୍ୱାରା ଉତ୍ପାଦନ। ଭାରତରେ ଦୁଗ୍ଧ ବା ଡାଏରୀ କ୍ଷେତ୍ର ସହିତ ଜଡ଼ିତ ଅଧିକାଂଶ କୃଷକମାନଙ୍କ ପାଖରେ ହୁଏତ ଗୋଟିଏ ପଶୁ ରହିଥିବେ, 2ଟି ରହିଥିବେ ନଚେତ ତିନୋଟି ରହିଥିବେ। ଏହି କ୍ଷୁଦ୍ର ଚାଷୀମାନଙ୍କର ପରିଶ୍ରମ ଆଉ ସେମାନଙ୍କର ପଶୁଧନ କାରଣରୁ ଆଜି ଭାରତ ସମଗ୍ର ବିଶ୍ୱରେ ହେଉଛି ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନ କରୁଥିବା ଦେଶ। ଆଜି ଭାରତର 8 କୋଟିରୁ ଅଧିକ ପରିବାରଙ୍କୁ ଏହି କ୍ଷେତ୍ର ରୋଜଗାର ଯୋଗାଉଛି। ଭାରତରେ ଦୁଗ୍ଧ ବା ଡାଏରୀ କ୍ଷେତ୍ରର ଏହି ଅନନ୍ୟତା ଆପଣଙ୍କୁ ଅନ୍ୟ କୌଣସି ସ୍ଥାନରେ ହୁଏତ କ୍ୱଚିତ କେବେ କେଉଁଠାରେ ଦେଖିବାକୁ ମିଳି ଯାଇପାରେ। ଆଜି ବିଶ୍ୱ ଦୁଗ୍ଧ ସମ୍ମିଳନୀରେ ଏହାର ଚର୍ଚ୍ଚା ମୁଁ ଏଥିପାଇଁ ମଧ୍ୟ କରୁଛି, କାରଣ ବିଶ୍ୱର ଅନେକ ଗରିବ ଦେଶର କୃଷକମାନଙ୍କ ପାଇଁ ଏହା ଏକ ଉନ୍ନତ ମାନର ବ୍ୟବସାୟ ମଡେଲ ହୋଇ ପାରିବ।

ସାଥୀଗଣ,

ଭାରତରେ ଦୁଗ୍ଧ ବା ଡାଏରୀ କ୍ଷେତ୍ରର ଏହି ବିଶେଷତ୍ୱକୁ ଆଉ ଏକ ଅନନ୍ୟ ଗୁଣ ଯୋଗୁଁ ଜବରଦସ୍ତ ସାହାଯ୍ୟ ମିଳିଥାଏ। ଆମର ଦୁଗ୍ଧ ବା ଡାଏରୀ କ୍ଷେତ୍ରର ଦ୍ୱିତୀୟ ବିଶେଷତ୍ୱ ହେଉଛି, ଭାରତରେ ଦୁଗ୍ଧ ବା ଡାଏରୀ କ୍ଷେତ୍ରର ସମବାୟ ବ୍ୟବସ୍ଥା। ଆଜି ଭାରତରେ ଦୁଗ୍ଧ ବା ଡାଏରୀ କ୍ଷେତ୍ରରେ ସମବାୟର ଏଭଳି ଏକ ବିଶାଳ ନେଟୱର୍କ ରହିଛି, ଯାହାର ଉଦାହରଣ ସାରା ବିଶ୍ୱରେ ଖୋଜି ପାଇବା ଅସମ୍ଭବ। ଏହି ଦୁଗ୍ଧ ବା ଡାଏରୀ କ୍ଷେତ୍ରର ସମବାୟ ଦେଶର ଦୁଇ ଲକ୍ଷରରୁ ଅଧିକ ଗାଁମାନଙ୍କରେ, ପ୍ରାୟତଃ ଦୁଇ କୋଟି କୃଷକୁ ଦିନକୁ ଦୁଇ ଥର ଦୁଗ୍ଧ ଜମା କରୁଛନ୍ତି, ଆଉ ତାହାକୁ ଗ୍ରାହକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଉଛନ୍ତି। ଏହି ସମଗ୍ର ପ୍ରକ୍ରିୟାରେ ମଝିରେ କୌଣସି ମଧ୍ୟ ମଧ୍ୟସ୍ଥି ନଥାନ୍ତି, ଆଉ ଗ୍ରାହକମାନଙ୍କ ଠାରୁ ଯେଉଁ ଟଙ୍କା ମିଳିଥାଏ, ତାହାର 70 ପ୍ରତିଶତରୁ ମଧ୍ୟ ଅଧିକ ସିଧାସଳଖ କୃଷକମାନଙ୍କର ପକେଟକୁ ହିଁ ଯାଇଥାଏ। କେବଳ ଏତିକି ନୁହେଁ, ଯଦି ମୁଁ ଗୁଜରାଟ ରାଜ୍ୟର କଥା କହିବି ତେବେ ଏ ସମସ୍ତ ଟଙ୍କା ସିଧାସଳଖ ଭାବେ ମହିଳାମାନଙ୍କ ବ୍ୟାଙ୍କ ଜମାଖାତାକୁ ଯାଇଥାଏ । ସମଗ୍ର ବିଶ୍ୱରେ ଏତେ ବଡ଼ ଅନୁପାତ ଅନ୍ୟ କୌଣସି ଦେଶରେ ନାହିଁ। ଏବେ ଭାରତରେ ଚାଲିଥିବା ଡିଜିଟାଲ ବିପ୍ଳବ ଯୋଗୁଁ ଦୁଗ୍ଧ ବା ଡାଏରୀ କ୍ଷେତ୍ରର ଅଧିକାଂଶ କାରବାର ବହୁତ ଦ୍ରୁତ ଗତିରେ ହେବାରେ ଲାଗିଛି। ମୁଁ ବୁଝିପାରୁଛି ଭାରତର ଦୁଗ୍ଧ ସମବାୟର ଅଧ୍ୟୟନ, ସେ ସଂପର୍କରେ ତଥ୍ୟ, ଦୁଗ୍ଧ ବା ଡାଏରୀ କ୍ଷେତ୍ରରେ ବିକାଶ କରାଯାଇଥିବା ଡିଜିଟାଲ କାରବାର ବ୍ୟବସ୍ଥା, ବିଶ୍ୱରେ ଅନେକ ଗୁଡିଏ ଦେଶର କୃଷକମାନଙ୍କର ବହୁତ କାର୍ଯ୍ୟରେ ଆସି ପାରିବ।

ଏଥିପାଇଁ ଭାରତର ଡାଏରୀ କ୍ଷେତ୍ରର ଆଉ ଏକ ବଡ଼ ଶକ୍ତି ହେଉଛି, ଆଉ ଏକ ବଡ଼ ଅଦ୍ୱିତୀୟ ଗୁଣ ହେଉଛି, ଆମ ଭାରତ ପାଖରେ ଥିବା ଦେଶୀ ପ୍ରଜାତି ଗାଈମାନଙ୍କର, ମଇଁଷିମାନଙ୍କର ସ୍ଥାନୀୟ ପ୍ରଜାତି, ସେମାନେ କଠିନରୁ ଅତି କଠିନ ପରିବେଶରେ ମଧ୍ୟ ଜୀବିତ ରହି ପାରିବା ପାଇଁ ଜଣାଶୁଣା। ମୁଁ ଆପଣମାନଙ୍କୁ ଗୁଜରାଟର ବନ୍ନୀ ମଇଁଷିଙ୍କର ଉଦାହରଣ ଦେବାକୁ ଚାହିଁବି। ଏହି ବନ୍ନି ମଇଁଷି କଚ୍ଛର ମରୁଭୂମି ଏବଂ ସେଠାକାର ପରିସ୍ଥିତି ସହିତ ଏଭଳି ଖାପ ଖୁଆଇ ଯାଇଛନ୍ତି ଦେଖି ବହୁବାର ଆଶ୍ଚର୍ଯ୍ୟ ଲାଗେ। ଦିନରେ ବହୁତ ହିଁ ଭୟଙ୍କର ଖରା ହୋଇଥାଏ, ବହୁତ ଗରମ ହୋଇଥାଏ, ଟାଣ ଖରା ହୋଇଥାଏ। ଏଥିପାଇଁ ଏହି ବନ୍ନି ମଇଁଷି ରାତିର କମ୍ ତାପମାତ୍ରାରେ ଘାସ ଚରିବା ପାଇଁ ବାହାରନ୍ତି। ବିଦେଶରୁ ଆସିଥିବା ଆମର ସାଥୀ, ଏହା ଜାଣି ମଧ୍ୟ ଚମକି ପଡ଼ିବେ ଯେ ସେହି ସମୟରେ ବନ୍ନି ମଇଁଷି ସହିତ କେହି ତାହାର ପାଳକ, ତାହାର କୃଷକ ତା’ସହିତ ନ ଥାଆନ୍ତି, ସେ ଗାଁ ପାଖରେ ଥିବା ବନେ ଚାରଣଭୂଇଁକୁ ନିଜେ ଯାଇଥାଏ। ମରୁଭୂମିରେ କମ୍ ପାଣି ରହିଥାଏ, ଏଥିପାଇଁ ବହୁତ କମ୍ ପାଣିରେ ମଧ୍ୟ ବନ୍ନି ମଇଁଷିର କାମ ଚଳି ଯାଇଥାଏ। ବନ୍ନି ମଇଁଷି ରାତିରେ 10- 10, 15-15 କିଲୋମିଟର ଦୂରକୁ ଯାଇ ଚରିବା ପରେ ମଧ୍ୟ ସକାଳେ ଆପେ ଆପେ ନିଜେ ଘରକୁ ଚାଲି ଆସିଥାଏ। ଏଭଳି ବହୁତ କମ୍ ଶୁଣିବାକୁ ମିଳିଥାଏ ଯେ କାହାର ବନ୍ନି ମଇଁଷି ହଜି ଯାଇଛି କିମ୍ବା ଭୁଲରେ ଆଉ କାହା ଘରକୁ ପଳେଇ ଯାଇଛି। ମୁଁ ଆପଣମାନଙ୍କୁ କେବଳ ବନ୍ନି ମଇଁଷିର ହିଁ ଉଦାହରଣ ଦେଇଛି, କିନ୍ତୁ ଭାରତରେ ମୁର୍ରାହ, ମେହସାଣା, ଜାଫରାବାଦୀ, ନୀଲୀ ରବୀ, ପଣ୍ଢରପୁରୀ ଭଳି ଅନେକ ପ୍ରକାର ପ୍ରଜାତିର ମଇଁଷି ଆଜି ମଧ୍ୟ ନିଜ- ନିଜ ଉପାୟରେ ବିକଶିତ ହେଉଛନ୍ତି। ସେହିଭଳି ଗାଈ ହୁଅନ୍ତୁ, ସେଥିରେ ଗୀର ଗାଈ, ସହିୱାଲ, ରାଠୀ, କଙ୍କରେଜ, ଥାରପରକର, ହରିୟାଣା, ଏଭଳି କେତେ ହିଁ ଗାଈମାନଙ୍କର ପ୍ରଜାତି, ଯେଉଁମାନେ ଭାରତର ଡାଏରୀ କ୍ଷେତ୍ରକୁ ଅଦ୍ୱିତୀୟ କରି ଗଢ଼ି ତୋଳିଛନ୍ତି। ଭାରତୀୟ ପ୍ରଜାତିର ଏହି ଅଧିକାଂଶ ପଶୁ, ଜଳବାୟୁ ଉପଯୋଗୀ ମଧ୍ୟ ହୋଇ ଥାଆନ୍ତି ଆଉ ସେତିକି ହିଁ ସହନଶୀଳ ମଧ୍ୟ।

ସାଥୀଗଣ,

ଏ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କୁ ଭାରତର ଡାଏରୀ କ୍ଷେତ୍ରର ତିନୋଟି ଅନନ୍ୟତା ବିଷୟରେ କହିଲି, ଯାହାକି ହେଉଛି ଏହାର ପରିଚୟ। କ୍ଷୁଦ୍ର ଚାଷୀମାନଙ୍କର ଶକ୍ତି, ସମବାୟର ଶକ୍ତି ଆଉ ଭାରତୀୟ ପ୍ରଜାତିର ପଶୁମାନଙ୍କର ଶକ୍ତି ମିଶି ଭିନ୍ନ ଏକ ଶକ୍ତି ସୃଷ୍ଟି ହୋଇଥାଏ। କିନ୍ତୁ ଭାରତର ଡାଏରୀ କ୍ଷେତ୍ରର ଏକ ଚତୁର୍ଥାଂଶର ଅନନ୍ୟ ଗୁଣ ମଧ୍ୟ ରହିଛି, ଯାହାର ସେତେ ପରିମାଣରେ ଚର୍ଚ୍ଚା ହୋଇ ପାରେ ନାହିଁ, ଯାହାକୁ ସେତେ ପରିମାଣରେ ପରିଚୟ ମିଳି ପାରେ ନାହିଁ। ବିଦେଶରୁ ଆସିଥିବା ଆମର ଅତିଥିଗଣ ସମ୍ଭବତଃ ଏହା ଜାଣି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଯେ ଭାରତର ଡାଏରୀ କ୍ଷେତ୍ରରେ ସ୍ତ୍ରୀ ଶକ୍ତି 70 ପ୍ରତିଶତ କାର୍ଯ୍ୟବଳର ପ୍ରତିନିଧିତ୍ୱ କରନ୍ତି। ଭାରତର ଡାଏରୀ କ୍ଷେତ୍ରର ଅସଲୀ କର୍ଣ୍ଣଧାର ହେଉଛନ୍ତି ସ୍ତ୍ରୀ, ହେଉଛନ୍ତି ମହିଳାମାନେ। କେବଳ ଏତିକି ହିଁ ନୁହେଁ, ଭାରତର ଡାଏରୀ ସମବାୟରେ ମଧ୍ୟ ଏକ ତୃତୀୟାଂଶରୁ ଅଧିକ ସଦସ୍ୟ ହିଁ ହେଉଛନ୍ତି ମହିଳା। ଆପଣ ଅନୁମାନ ଲଗାଇ ପାରୁଥିବେ, ଭାରତରେ ଯେଉଁ ଡାଏରୀ କ୍ଷେତ୍ର ହେଉଛି ସାଢ଼େ ଆଠ ଲକ୍ଷ କୋଟି ଟଙ୍କାର, ଯାହାର ମୂଲ୍ୟ ଧାନ ଏବଂ ଗହମର ସମୁଦାୟ ଉତ୍ପାଦନରୁ ମଧ୍ୟ ଅଧିକ, ତାହାର ପ୍ରେରଣା ପ୍ରଦାନକାରୀ ଶକ୍ତି, ହେଉଛନ୍ତି ଭାରତର ଗ୍ରାମୀଣ କ୍ଷେତ୍ରରେ ରହୁଥିବା ମହିଳା, ଆମର ମାଆମାନେ, ଆମର ଝିଅମାନେ। ମୁଁ ବିଶ୍ୱ ଡାଏରୀ ସମ୍ମିଳନୀ ସହିତ ଜଡ଼ିତ ସମସ୍ତ ମହାନୁଭବମାନଙ୍କୁ ଭାରତର ନାରୀଶକ୍ତିର ଏହି ଭୂମିକାକୁ ପରିଚୟ ପ୍ରଦାନ କରିଥିବା ହେତୁ, ଏହାକୁ ବିଭିନ୍ନ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପର୍ଯ୍ୟନ୍ତ ନେଇ ଯିବା ପାଇଁ ମଧ୍ୟ ଅନୁରୋଧ କରିବି।

ସାଥୀଗଣ,

2014 ପରଠାରୁ ଆମ ସରକାର ଭାରତର ଡାଏରୀ କ୍ଷେତ୍ରର ସାମର୍ଥ୍ୟକୁ ବୃଦ୍ଧି କରିବା ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତି। ଆଜି ଏହାର ପରିଣାମ ଦୁଗ୍ଧ ଉତ୍ପାଦନଠାରୁ ନେଇ କୃଷକମାନଙ୍କର ବଢ଼ିଥିବା ଆୟରେ ମଧ୍ୟ ଦୃଷ୍ଟିଗୋଚର ହେଉଛି। 2014ରେ ଭାରତରେ 146 ମିଲିୟନ ଟନ ଦୁଗ୍ଧ ଉତ୍ପାଦନ ହେଉଥିଲା । ଏବେ ଏହା ବଢ଼ି 210 ମିଲିୟନ ଟନ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଅର୍ଥାତ ପ୍ରାୟତଃ 44 ପ୍ରତିଶତର ଅଭିବୃଦ୍ଧି । ଆଜି ସମଗ୍ର ବିଶ୍ୱରେ ଦୁଗ୍ଧ ଉତ୍ପାଦନ 2 ପ୍ରତିଶତ ହାରରେ ବୃଦ୍ଧି ପାଉଛି, ଯେତେବେଳେ କି ଭାରତରେ ଏହାର ଗତି 6 ପ୍ରତିଶତରୁ ମଧ୍ୟ ହେଉଛି ଅଧିକ। ଭାରତରେ ଦୁଗ୍ଧର ମୁଣ୍ଡପିଛା ଉପଲବ୍ôଧ ସମଗ୍ର ବିଶ୍ୱରେ ରହିଥିବା ହାରାହାରି ଠାରୁ କାହିଁ କେତେ ଅଧିକ। ବିଗତ 3- 4 ବର୍ଷରେ ହିଁ ଭାରତର କ୍ଷୁଦ୍ର ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ଆମ ସରକାର ପ୍ରାୟ 2 ଲକ୍ଷ କୋଟି ଟଙ୍କା ସିଧାସଳଖ ଭାବେ ହସ୍ଥାନାନ୍ତରିତ କରିଛନ୍ତି। ଏହାର ବହୁତ ବଡ଼ ଅଂଶ ଡାଏରୀ କ୍ଷେତ୍ର ସହିତ ଜଡ଼ିତ କୃଷକମାନଙ୍କ ଖାତାକୁ ମଧ୍ୟ ଯାଇଛି।

ସାଥୀଗଣ,

ଆଜି ଆମର ଫୋକସ ଦେଶରେ ଏକ ସନ୍ତୁଳିତ ଡାଏରୀ ଇକୋସିଷ୍ଟମର ପ୍ରତିଷ୍ଠା ଉପରେ ରହିଛି। ଏଭଳି ଏକ ଇକୋସିଷ୍ଟମ ଯେଉଁଥିରେ ଆମର ଧ୍ୟାନ ଦୁଗ୍ଧ ଏବଂ ତାହା ସହିତ ଜଡ଼ିତ ଉତ୍ପାଦଗୁଡ଼ିକର ଗୁଣାତ୍ମକ ମାନ ଉପରେ ହିଁ ରହିଛି,  ବରଂ ଅନ୍ୟାନ୍ୟ ଆହ୍ୱାନଗୁଡ଼ିକର ସମାଧାନ ଉପରେ ମଧ୍ୟ ରହିଛି। କୃଷକମାନଙ୍କର ଅତିରିକ୍ତ ଆୟ, ଗରିବଙ୍କ ସଶକ୍ତିକରଣ, ସ୍ୱଚ୍ଛତା, ରସାୟନ ମୁକ୍ତ ଚାଷ, ସ୍ୱଚ୍ଛ ଶକ୍ତି ଏବଂ ପଶୁମାନଙ୍କର ଯତ୍ନ, ଏ ସବୁଗୁଡ଼ିକ ପରସ୍ପର ମଧ୍ୟରେ ଯୋଡ଼ି ହୋଇଛନ୍ତି। ଅର୍ଥାତ ଆମର ଡାଏରୀ କ୍ଷେତ୍ରକୁ, ପଶୁପାଳନକୁ ଭାରତର ଗାଁମାନଙ୍କରେ ସବୁଜ ଏବଂ ଦୀର୍ଘସ୍ଥାୟୀ ବିକାଶର ବହୁତ ବଡ଼ ମାଧ୍ୟମ କରୁଛି। ରାଷ୍ଟ୍ରୀୟ ଗୋକୁଳ ମିଶନ, ଗୋବରଧନ ଯୋଜନା, ଡାଏରୀ କ୍ଷେତ୍ରର ଡିଜିଟାଇଜେସନ ଆଉ ପଶୁମାନଙ୍କର ସାର୍ବଜନୀନ ଟିକାକରଣ, ହେଉଛି ଏହି ଦିଗରେ ହେଉଥିବା ପ୍ରୟାସମାନ। କେବଳ ଏତିକି ହିଁ ନୁହେଁ, ଭାରତରେ ଯେଉଁ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବନ୍ଦ କରିବାର ଅଭିଯାନ ଚଲାଇଛୁ, ତାହା ପରିବେଶ ଦୃଷ୍ଟିରୁ ହେଉଛି ଗୁରୁତ୍ୱପୁର୍ଣ୍ଣ କିନ୍ତୁ ଯିଏ ମଧ୍ୟ ଜୀବେ ଦୟାରେ ବିଶ୍ୱାସ କରୁଛନ୍ତି, ଯିଏ ପଶୁଧନରେ, ସେମାନଙ୍କର କଲ୍ୟାଣରେ ବିଶ୍ୱାସ କରୁଛନ୍ତି, ସେମାନଙ୍କୁ ଜଣାଅଛି ଯେ ପ୍ଲାଷ୍ଟିକ ପଶୁମାନଙ୍କ ପାଇଁ କେତେ କ୍ଷତିକାରକ ସାବ୍ୟସ୍ତ ହେବାରେ ଲାଗିଛି। ଗାଈ ଏବଂ ମଇଁଷିମାନଙ୍କ ପାଇଁ କେତେ କ୍ଷତିକାରକ ହେବାରେ ଲାଗିଛି। ସେମାନେ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ମଧ୍ୟ ବନ୍ଦ କରିବା ପାଇଁ, ଶେଷ କରିବାର ଆମେ କ୍ରମାଗତ ପ୍ରୟାସ ଆରମ୍ଭ କରିଛୁ।  

ସାଥୀଗଣ,

ଭାରତର ଡାଏରୀ କ୍ଷେତ୍ରର ଯେତେ ବଡ଼ ମାତ୍ରା ଅଛି, ତାହାକୁ ବିଜ୍ଞାନ ସହିତ ଯୋଡି ଆହୁରି ବ୍ୟାପକ କରାଯାଉଛି। ଭାରତ ଡାଏରୀ ପଶୁମାନଙ୍କର ସବୁଠାରୁ ବଡ଼ ଡାଟା ବେସ୍ ପ୍ରସ୍ତୁତ କରୁଛି। ଡାଏରୀ କ୍ଷେତ୍ର ସହିତ ଜଡିତ ପଶୁଙ୍କ ଟ୍ୟାଗିଙ୍ଗ କରାଯାଉଛି। ଆଧୁନିକ ଟେକ୍ନୋଲୋଜି ସହାୟତାରେ ଆମେ ପଶୁମାନଙ୍କର ବାୟୋମେଟ୍ରିକ ଚିହ୍ନଟ କରୁଛୁ। ଆମେ ଏହାର ନାମ ଦେଇଛୁ- ପଶୁ ଆଧାର। ପଶୁ ଆଧାର ଜରିଆରେ ପଶୁମାନଙ୍କର ଡିଜିଟାଲ ଚିହ୍ନଟ କରାଯାଉଛି, ଯାହା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ରଖାଯିବା ସହିତ ଡାଏରୀ ଉତ୍ପାଦ ସହିତ ଜଡିତ ବଜାରକୁ ବ୍ୟାପକ କରିବାରେ ସହାୟତା ମିଳିବ। 

ସାଥୀଗଣ,

ଆଜି ଭାରତର ବହୁତ ବଡ଼ ଗୁରୁତ୍ୱ ପଶୁପାଳନ କ୍ଷେତ୍ରରେ ଉଦ୍ୟମଶୀଳତା, ଉଦ୍ୟୋଗକୁ ପ୍ରେତ୍ସାହନ ଦେବା ଉପରେ ମଧ୍ୟ ରହିଛି। ଦୁଗ୍ଧ ବା ଡାଏରୀ ସହିତ ଜଡିତ କ୍ଷୁଦ୍ର ଚାଷୀଙ୍କ ଶକ୍ତିକୁ ଆମେ କୃଷକ ଉତ୍ପାଦକ ସଂଘ ଏବଂ ମହିଳାମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସମ୍ମିଳିତ କରୁଛୁ, ସେମାନଙ୍କୁ ବଡ଼ ବଜାର ଶକ୍ତି ଭାବେ ଉଭା କରାଉଛୁ। ନିଜର ଯୁବ ପ୍ରତିଭାକୁ ଆମେ କୃଷି  ଏବଂ ଦୁଗ୍ଧ ବା ଡାଏରୀ କ୍ଷେତ୍ରରେ ଷ୍ଟାର୍ଟ ଅପ୍ସର ନିର୍ମାଣରେ ମଧ୍ୟ ଉପଯୋଗ କରୁଛୁ। ଆପଣମାନଙ୍କୁ ଏହା ମଧ୍ୟ ଜାଣି ଭଲ ଲାଗିବ ଯେ ଭାରତରେ ବିଗତ 5-6 ବର୍ଷରେ କୃଷି  ଏବଂ ଦୁଗ୍ଧ ବା ଡାଏରୀ କ୍ଷେତ୍ରରେ 1 ହଜାରରୁ ଅଧିକ ଷ୍ଟାର୍ଟ ଅପ୍ସ ପ୍ରତିଷ୍ଠା ହୋଇଛି। 

ସାଥୀଗଣ,

ଭାରତ କିଭଳି ଭାବେ ଅନନ୍ୟ ପ୍ରୟାସ କରୁଛି, ତାହାର ଏକ ଉଦାହରଣ ମଧ୍ୟ ହେଉଛି ଗୋବରଧନ ଯୋଜନା। ଏବେ ଆମର ରୂପାଲା ମହାଶୟ ଗୋବରର ଅର୍ଥ ବ୍ୟବସ୍ଥା ଉପରେ ମହତ୍ୱ ବିଷୟରେ ବର୍ଣ୍ଣନା କରୁଥିଲେ। ଆଜି ଭାରତରେ ପଶୁମାନଙ୍କ ଗୋବରରୁ ଜୈବ ଗ୍ୟାସ ଏବଂ ଜୈବ- ସିଏନଜି ପ୍ରସ୍ତୁତ କରିବାର ବହୁତ ବଡ଼ ଅଭିଯାନ ଚାଲୁ ରହିଛି। ଆମର ପ୍ରୟାସ ରହିଛି ଯେ ଦୁଗ୍ଧ ବା ଡାଏରୀ ପ୍ଲାଣ୍ଟଗୁଡିକ ନିଜ ଆବଶ୍ୟକତାର ଅଧିକାଂଶ ବିଦ୍ୟୁତ ଶକ୍ତି ଗୋବର ଦ୍ୱାରା ହିଁ ପୂରଣ କରନ୍ତୁ। ଏହା ଦ୍ୱାରା କୃଷକମାନଙ୍କୁ ଗୋବରରୁ ମଧ୍ୟ ଅର୍ଥ ମିଳିବାର ପଥ ପ୍ରସ୍ତୁତ ହେଉଛି। ଏହି ପ୍ରକ୍ରିୟାରେ ଯେଉଁ ଜୈବିକ ଖତ ପ୍ରସ୍ତୁତ ହେଉଛି, ତାହାଦ୍ୱାରା କୃଷକମାନଙ୍କୁ ଚାଷ ପାଇଁ ଏକ ଶସ୍ତା ମାଧ୍ୟମ ମିଳି ଯିବ। ଏହାଦ୍ୱାରା ଚାଷବାସ ଖର୍ଚ୍ଚ ମଧ୍ୟ କମିଯିବ ଏବଂ ମୃତ୍ତିକା ମଧ୍ୟ ସୁରକ୍ଷିତ ରହିବ। ଭାରତରେ ଆଜି ନେଚୁରାଲ ଫାର୍ମିଂ ଉପରେ ଜୈବିକ କୃଷି ଉପରେ ମଧ୍ୟ ଅଭୂତପୂର୍ବ ଗୁରୁତ୍ୱ ଦିଆଯାଉଛି, ଯେଉଁଥିରେ ପଶୁମାନଙ୍କର ବହୁତ ବଡ଼ ଭୂମିକା ରହିଛି।       

ସାଥୀଗଣ,

ମୁଁ ସର୍ବଦା କହୁଥାଏ ଯେ, ଚାଷରେ ମୋନୋକଲଚର ହିଁ ସମାଧାନ ନୁହେଁ, ବରଂ ବିବିଧତାର ବହୁତ ଆବଶ୍ୟକତା ରହିଛି। ଏହା ମଧ୍ୟ ପଶୁପାଳନ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଥାଏ। ଏଥିପାଇଁ ଆଜି ଭାରତରେ ଦେଶୀ ପ୍ରଜାତି ଏବଂ ଶଙ୍କର ପ୍ରଜାତି ଉଭୟ ଉପରେ ଧ୍ୟାନ ଦିଆ ଯାଉଛି। ଏହାଦ୍ୱାରା ଜଳବାୟୁ ପରିବର୍ତ୍ତନ ଦ୍ୱାରା ହେବାକୁ ଥିବା କ୍ଷତିର ଆଶଂକା ମଧ୍ୟ ହ୍ରାସ କରାଯାଇ ପାରିବ। 

ସାଥୀଗଣ,

ଆଉ ଏକ ବଡ଼ ସଂକଟ ହେଉଛି ପଶୁମାନଙ୍କୁ ହେଉଥିବା ରୋଗ। ପଶୁ ଯେତେବେଳେ ରୋଗରେ ପଡିଥାଏ ସେତେବେଳେ ତାହା କୃଷକର ଜୀବନକୁ ପ୍ରଭାବିତ କରିଥାଏ, ତାହାର ଆୟକୁ ପ୍ରଭାବିତ କରିଥାଏ। ତାହା ପଶୁଙ୍କ ଦକ୍ଷତା, ତାହାର ଦୁଗ୍ଧ ଏବଂ ଏହା ସହିତ ଜଡିତ ଅନ୍ୟାନ୍ୟ ଉତ୍ପାଦର ଗୁଣବତ୍ତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏଥିପାଇଁ ଆମେ ଭାରତରେ ପ୍ରାଣୀମାନଙ୍କର ସାର୍ବଜନୀନ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଉଛୁ। ଆମେ ସଂକଳ୍ପ ନେଇଛୁ ଯେ 2025 ସୁଦ୍ଧା ଆମେ ଶତ ପ୍ରତିଶତ ପ୍ରାଣୀମାନଙ୍କର ପାଦ ଏବଂ ମୁଖ ଓ ବ୍ରୁସଲୋସିସର ଟିକାକରଣ କରିବୁ। ଆମେ ଏହି ଦଶକର ଶେଷ ସୁଦ୍ଧା ଏଇସବୁ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତିର ଲକ୍ଷ୍ୟ ନେଇ ଚାଲୁଛୁ।     

ସାଥୀଗଣ,

ଆଜି ଆପଣମାନଙ୍କ ଗହଣରେ ଚର୍ଚ୍ଚା କରିବା ଅବସରରେ ମୁଁ ଦୁଗ୍ଧ ବା ଡାଏରୀ କ୍ଷେତ୍ର ସାମ୍ନାରେ ଉଭା ହୋଇଥିବା ସର୍ବଶେଷ ଆହ୍ୱାନ ସଂପର୍କରେ ମଧ୍ୟ ଆଲୋଚନା କରିବି। ବିଗତ କିଛି ସମୟ ମଧ୍ୟରେ ଭାରତର ଅନେକ ରାଜ୍ୟରେ ଲମ୍ପି ନାମକ ରୋଗ ଦ୍ୱାରା ପଶୁଧନର କ୍ଷତି ହୋଇଛି। ବିଭିନ୍ନ ରାଜ୍ୟ ସରକାରଙ୍କ ସହିତ ମିଶି କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି। ଆମର ବୈଜ୍ଞାନିକ ଲମ୍ପି ଚର୍ମ ରୋଗର ସ୍ୱଦେଶୀ ଟିକା ମଧ୍ୟ ବିକଶିତ କରିଛନ୍ତି। ଟିକା ବ୍ୟତୀତ ଦ୍ରୁତଗତିରେ ପରୀକ୍ଷଣ, ପଶୁମାନଙ୍କର ଯାତାୟତ ଉପରେ କଟକଣା ଜାରି କରି ଏହି ରୋଗକୁ କାବୁ କରିବାର ପ୍ରୟାସ କରୁଛନ୍ତି।    

ସାଥୀଗଣ,

ପ୍ରାଣୀମାନଙ୍କର ଟିକାକରଣ ହେଉ ଅବା ଅନ୍ୟାନ୍ୟ ବୈଷୟିକ ଜ୍ଞାନ, ଭାରତ ସମଗ୍ର ବିଶ୍ୱର ଦୁଗ୍ଧ ବା ଡାଏରୀ କ୍ଷେତ୍ରକୁ ଯୋଗଦାନ ଦେବା ପାଇଁ ଏବଂ ସମସ୍ତ ସହଯୋଗୀ  ଦେଶମାନଙ୍କଠାରୁ ଶିଖିବା ପାଇଁ ସଦା ସର୍ବଦା ତତ୍ପର ରହିଛି। ଭାରତ ନିଜର ଖାଦ୍ୟ ନିରାପତ୍ତା ମାନଦଣ୍ଡ ଉପରେ ମଧ୍ୟ ବହୁତ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ଆଜି ଭାରତ ପ୍ରାଣୀ ପାଳନ କ୍ଷେତ୍ରରେ ଏଭଳି ଏକ ଡିଜିଟାଲ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛି, ଯାହା ଏହି କ୍ଷେତ୍ରର ସର୍ବଶେଷ କାର୍ଯ୍ୟକ୍ରମକୁ ଧରି ରଖିବ ବା ଲିପିବଦ୍ଧ କରିବ। ଏହା ଦ୍ୱାରା ଏହି କ୍ଷେତ୍ରରେ ସଂସ୍କାର ପାଇଁ ଆବଶ୍ୟକ ସଠିକ ସୂଚନା ମିଳିପାରିବ। ଏହିଭଳି ଅନେକ ବୈଷୟିକ ଜ୍ଞାନକୁ ନେଇ ସାରା ବିଶ୍ୱରେ କାର୍ଯ୍ୟ ହେଉଛି, ତାହାକୁ ଏହି ସମ୍ମିଳନୀ ନିଜ ସାମ୍ମୁଖରେ ରଖିବ। ଏହା ସହିତ ଜଡିତ ସର୍ବେକ୍ଷଣକୁ ଆମେ କିପରି ନିଜ ନିଜ ମଧ୍ୟରେ ଆଦାନ ପ୍ରଦାନ କରିପାରିବା, ତାହା ପାଇଁ ପଥ ପରିସ୍କାର କରିବ। ମୁଁ ଦୁଗ୍ଧ ବା ଡାଏରୀ କ୍ଷେତ୍ରର ବିଶ୍ୱ ନେତୃତ୍ୱଙ୍କୁ ଭାରତରେ ଦୁଗ୍ଧ ବା ଡାଏରୀ କ୍ଷେତ୍ରକୁ ସଶକ୍ତ କରିବା ଅଭିଯାନରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରୁଛି। ମୁଁ ଅନ୍ତରାଷ୍ଟ୍ରୀୟ ଦୁଗ୍ଧ ମହାସଂଘକୁ ମଧ୍ୟ ସେମାନଙ୍କର ଉଚ୍ଚମାନର କାର୍ଯ୍ୟ ଏବଂ ଯୋଗଦାନ ପାଇଁ ମଧ୍ୟ ପ୍ରଶଂସା କରୁଛି। ଆପଣ ସମସ୍ତଙ୍କୁ, ବିଦେଶରୁ ଯେଉଁ ଅତିଥିମାନେ ଆସିଛନ୍ତି, ମୁଁ ପୁଣି ଥରେ ସ୍ୱାଗତ କରୁଛି,ସେମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଦୀର୍ଘ ସମୟ ପରେ ପାଖା-ପାଖି 5 ଦଶକ ପରେ ଭାରତକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରବାର ସୁଯୋଗ ମିଳିଲା, ଆପଣ ସମସ୍ତଙ୍କ ସହିତ ବିଚାର ବିମର୍ଶ କରିବାର ସୁଯୋଗ ମିଳିଲା ଆଉ ଏଠାରେ ମନ୍ଥନରୁ ଯେଉଁ ଅମୃତ ବାହାରିବ, ଏହାଦ୍ୱାରା ଏହି ଅମୃତକାଳରେ ଦେଶର ଗ୍ରାମୀଣ ଜୀବନର ଅର୍ଥ ବ୍ୟବସ୍ଥାକୁ ବିକଶିତ କରିବାରେ, ଦେଶର ପଶୁଧନର ସାମର୍ଥ୍ୟକୁ ଅଧିକ ସୁଦୃଢ କରିବାରେ ଏବଂ ଦେଶର ଗରିବରୁ ଗରିବଙ୍କ ସଶକ୍ତିକରଣରେ ମଧ୍ୟ ବହୁତ ବଡ଼ ଯୋଗଦାନ ଦେବ, ଏହି କାମନା ଓ ଆଶା ସହିତ ଆପଣମାନଙ୍କୁ  ବହୁତ -ବହୁତ କୃତଜ୍ଞତା।

ବହୁତ -ବହୁତ ଶୁଭକାମନା। ଧନ୍ୟବାଦ।          

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s Digital India vision an accelerator of progress: Google CEO Pichai

Media Coverage

PM Modi’s Digital India vision an accelerator of progress: Google CEO Pichai
...

Nm on the go

Always be the first to hear from the PM. Get the App Now!
...
PM greets Indian Navy on Navy Day
December 04, 2022
ସେୟାର
 
Comments

The Prime Minister, Shri Narendra Modi has greeted all navy personnel and their families on the occasion of Navy Day.

In a tweet, the Prime Minister said;

"Best wishes on Navy Day to all navy personnel and their families. We in India are proud of our rich maritime history. The Indian Navy has steadfastly protected our nation and has distinguished itself with its humanitarian spirit during challenging times."