Not only other participants but also compete with yourself: PM Modi to youngsters
Khelo India Games have become extremely popular among youth: PM Modi
Numerous efforts made in the last 5-6 years to promote sports as well as increase participation: PM Modi

ମଞ୍ଚରେ ଉପସ୍ଥିତ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସାଥି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ, ଶ୍ରୀ କିରଣ ରିଜୀଜୁ ମହୋଦୟ, ଓଡିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ ମହୋଦୟ, ଶ୍ରୀ ତୁଷାରକାନ୍ତି ବେହେରା ମହୋଦୟ ଏବଂ ସାରା ଦେଶରୁ ଆସିଥିବା ଯୁବ ସାଥୀଗଣ ।

ମୁଁ ଆପଣଙ୍କ ସହିତ ଟେକ୍ନୋଲଜି ମାଧ୍ୟମରେ ଯୋଡି ହୋଇ ରହିଛି, କିନ୍ତୁ ଯେଉଁ ପରିବେଶ ଅଛି, ଯେଉଁ ଉତ୍ସାହ ଅଛି, ଯେଉଁ ଭାବନା ଅଛି, ଯେଉଁ ଶକ୍ତି ଅଛି, ତାହାକୁ ମୁଁ ଅନୁଭବ କରିପାରୁଛି ।

ଆଜି ଓଡିଶାରେ ନୂଆ ଇତିହାସ ସୃଷ୍ଟି ହୋଇଛି । ଭାରତ ଇତିହାସରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଜିଠାରୁ ଆରମ୍ଭ ହେଉଛି । ଏହା ଭାରତୀୟ କ୍ରୀଡ଼ା ପାଇଁ କେବଳ ଏକ ଐତିହାସିକ ସୋପାନ ନୁହେଁ ବରଂ କ୍ରୀଡ଼ାର ଭବିଷ୍ୟତ ପାଇଁ ମଧ୍ୟ ଏକ ବହୁତ ବଡ଼ ପଦକ୍ଷେପ । ଆଜି ଭାରତ ବିଶ୍ୱର ହାତଗଣତି ରାଷ୍ଟ୍ର ମଧ୍ୟରେ ସାମିଲ ହୋଇପାରିଛି ଯେଉଁଠି ଏହି ସ୍ତରରେ  ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ କରାଯାଉଛି ।

ଓଡ଼ିଶାର ଜନସାଧାରଣ ଏବଂ ଏଠାକାର ସରକାରଙ୍କୁ ତଥା ଏହି କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ସାରା ଦେଶରୁ ଆସିଥିବା 3 ହଜାରରୁ ଊର୍ଦ୍ଧ୍ଵ କ୍ରୀଡ଼ାବିତଙ୍କୁ ଅନେକ ଅନେକ ଶୁଭକାମନା ।

ସାଥୀଗଣ,

ଆଗାମୀ ଦିନରେ 200ରୁ ଊର୍ଦ୍ଧ୍ଵ ପଦକ ଜିତିବାର ଲକ୍ଷ୍ୟ ସହିତ ଆପଣମାନଙ୍କୁ ନିଜ ପ୍ରଦର୍ଶନରେ ସୁଧାର ଆଣିବାର ସୁଯୋଗ ମିଳିବ । ନିଜର ସାମର୍ଥ୍ୟକୁ ନୂତନ ଉଚ୍ଚତାରେ ପହଁଚାଇବାର ଅବସର ମିଳିବ ।

ଭୁବନେଶ୍ୱରରେ ଆପଣମାନେ ଅନ୍ୟମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ନିଜ ସହ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଭୁବନେଶ୍ୱରରେ ଆପଣମାନେ କରିଥିବା ପରିଶ୍ରମ, ଆପଣମାନଙ୍କ ସ୍ୱପ୍ନକୁ, ପରିବାରର ସ୍ୱପ୍ନକୁ ଓ ଭାରତର ସ୍ୱପ୍ନକୁ ଆଗକୁ ନେବାରେ ସହାୟକ ହେବ ।

ଏହି ସମାରୋହର ମଶାଲଧାରୀ ଦୂତୀ ଚାନ୍ଦଙ୍କ ଭଳି ଅନେକ କ୍ରୀଡ଼ାବିତ ଆପଣମାନଙ୍କ ପାଇଁ ପ୍ରେରଣା । ଆପଣମାନେ ମେଡାଲ ଜିତନ୍ତୁ ଏବଂ ଦେଶକୁ ଫିଟ ରଖିବା ପାଇଁ ଅନୁପ୍ରାଣିତ ମଧ୍ୟ କରନ୍ତୁ । ଏହି ଭାବନା ନେଇ ପଡ଼ିଆକୁ ଓହ୍ଲାଇବାର ଅଛି ।

ସାଥୀଗଣ,

ଆଜିର ଦିନ କେବଳ ଏକ ପ୍ରତିଯୋଗିତାର ଆରମ୍ଭ ନୁହେଁ, ବରଂ ଭାରତରେ କ୍ରୀଡ଼ା ଆନ୍ଦୋଳନର ପରବର୍ତ୍ତୀ ପର୍ଯ୍ୟାୟର ଆରମ୍ଭ ।

ଖେଲୋ ଇଣ୍ଡିଆ ଅଭିଯାନ ଦେଶର କୋଣଅନୁକୋଣରେ ଖେଳ ପ୍ରତି ଆଗ୍ରହ ବୃଦ୍ଧି କରିଛି । ଏହା ଯୁବ ପ୍ରତିଭା ଚିହ୍ନଟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ହେଉଥିବା ଏହି ରାଷ୍ଟ୍ରବ୍ୟାପୀ ଅଭିଯାନକୁ ଆଉ ଗୋଟିଏ ସୋପାନ ଆଗକୁ ନେଇ ବିଶ୍ୱବିଦ୍ୟାଳୟ ସ୍ତରରେ ଏହାକୁ ଆରମ୍ଭ କରାଯାଇଛି ।

ଖେଲୋ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯିବା ଫଳରେ ଦେଶରେ କିଭଳି ପରିବର୍ତ୍ତନ ଆସିଛି ତା’ର ଉଦାହରଣ ନିକଟରେ ଗୌହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଦେଖିବାକୁ ମିଳିଛି ।

ବନ୍ଧୁଗଣ,

2018ରେ ଖେଲୋ ଇଣ୍ଡିଆ ଅଭିଯାନ ଆରମ୍ଭ କରିବା ସମୟରେ ପ୍ରତିଯୋଗୀଙ୍କ ସଂଖ୍ୟା ସାଢ଼େ ତିନି ହଜାର ଥିଲା, ମାତ୍ର ତିନି ବର୍ଷ ମଧ୍ୟରେ ଏହା ବୃଦ୍ଧି ପାଇଁ 6 ହଜାରରୁ ଅଧିକ ହୋଇଯାଇଛି, ଅର୍ଥାତ ପାଖାପାଖି ଦୁଇଗୁଣ ।

କେବଳ ସଂଖ୍ୟା ବଢି ନାହିଁ, ଖେଳ ଓ ଖେଳାଳୀ ତଥା କ୍ରୀଡ଼ା ଭିତ୍ତିଭୂମି ସ୍ତରରେ ମଧ୍ୟ ଲଗାତାର ସୁଧାର ହୋଇଛି । ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସରେ 80ଟି ରେକର୍ଡ ଭାଙ୍ଗିଥିଲା । ଏଥିମଧ୍ୟରୁ 56ଟି ରେକର୍ଡ କେବଳ ଆମର ଝିଅମାନେ ଭାଙ୍ଗିଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଅଭିଯାନ ଫଳରେ ଛୋଟ ସହର, ଗାଁ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ସହରରୁ, ଗରିବ ପରିବାରରୁ ଆସିଥିବା କ୍ରୀଡ଼ା ପ୍ରତିଭା ସଫଳତା ହାସଲ କରିବାର ସୁଯୋଗ ପାଉଛନ୍ତି ।

ଏମାନେ ଦେଶ ପାଇଁ ନୂଆ ଆଶା ସଂଚାର କରିଛନ୍ତି । ପୂର୍ବରୁ ଏହି ପ୍ରତିଭାମାନେ ସୁବିଧାସୁଯୋଗ ଅଭାବରୁ ଆଗକୁ ବଢ଼ିପାରୁନଥିଲେ । ଗତ 5-6 ବର୍ଷ ଧରି ଭାରତରେ କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ଲଗାତାର ପ୍ରୟାସ କରାଯାଉଛି ।

ସାଥୀଗଣ,

ପ୍ରତିଭା ଚିହ୍ନଟ, ତାଲିମ କିମ୍ବା ଚୟନ ପ୍ରକ୍ରିୟା ହେଉ ପ୍ରତ୍ୟେକ ସ୍ତରରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରାଯାଉଛି । ଯାହାର ଫଳସ୍ୱରୂପ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ଯୁବ କ୍ରୀଡ଼ାବିତଙ୍କ ପ୍ରଦର୍ଶନରେ ଯଥେଷ୍ଟ ସୁଧାର ଆସିପାରିଛି ।

ସାଥୀଗଣ,

ଖେଲୋ ଇଣ୍ଡିଆ ଅଭିଯାନ ଯୁବ ପ୍ରତିଭା ଚିହ୍ନଟ ପାଇଁ ଏକ ବହୁତ ବଡ଼ ମାଧ୍ୟମ ହୋଇପାରିଛି । ଏହା ମାଧ୍ୟମରେ ଚୟନ କରାଯାଇଥିବା ଶ୍ରେଷ୍ଠ ପ୍ରତିଭାମାନଙ୍କୁ ବାର୍ଷିକ ପାଖାପାଖି 6 ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ ଏମାନଙ୍କୁ ଦେଶର 100ରୁ ଅଧିକ କ୍ରୀଡ଼ା ଏକାଡେମୀରେ ତାଲିମ ନେବାର ସୁଯୋଗ ମଧ୍ୟ ମିଳୁଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି 3 ହଜାର ଏପରି ଖେଳାଳିଙ୍କୁ ଚୟନ କରାଯାଇଛି । ଖେଲୋ ଇଣ୍ଡିଆ ମୋବାଇଲ ଆପର ମଧ୍ୟ ଶୁଭାରମ୍ଭ କରାଯାଇଛି । ଯୁବକଯୁବତୀ ଏହି ମୋବାଇଲ ଆପକୁ ଡାଉନଲୋଡ କରି ଦେଶରେ କ୍ରୀଡ଼ା କ୍ଷେତ୍ରର ସମସ୍ତ ସୂଚନା ବିଷୟରେ ଜାଣିପାରିବେ ।

ଏହାବ୍ୟତୀତ ଅଲିମ୍ପିକ୍ସ ପୋଡିୟମ ଯୋଜନା ଅନ୍ତର୍ଗତ ଦେଶର ପ୍ରତିଭାଶାଳୀ କ୍ରୀଡ଼ାବିତଙ୍କୁ  ଉଚ୍ଚସ୍ତରୀୟ  ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯାଉଛି । ଏହି ଯୋଜନା ଅନ୍ତର୍ଗତ ଦେଶର ପାଖାପାଖି 100 ଶୀର୍ଷ କ୍ରୀଡ଼ାବିତଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ଏମାନେ ହେଉଛନ୍ତି ସେହି ଖେଳାଳି ଯେଉଁମାନେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ଲାଗି ସମ୍ଭାବ୍ୟ ତାଲିକାରେ ସ୍ଥାନ ପାଇଛନ୍ତି ।

ସାଥୀଗଣ,

ଏହି ଯୋଜନାର ଲାଭ ପାଉଥିବା ଖେଳାଳି ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆନ ଗେମ୍ସ, ଏସିଆନ ପାରା ଗେମ୍ସ, ଯୁବ ଅଲିମ୍ପିକ୍ସ ଭଳି ଭିନ୍ନ ଭିନ୍ନ ମୁକାବିଲାରେ 200ରୁ ଅଧିକ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ସେହିପରି ଉତ୍କୃଷ୍ଟ କ୍ରୀଡ଼ାବିତଙ୍କ ପାଇଁ ଆଜୀବନ ପେନସନ ସୁବିଧା କରାଯାଇଛି ।

ସାଥୀଗଣ,

ଦେଶର କ୍ରୀଡ଼ାବିତମାନେ ଶ୍ରେଷ୍ଠ ପ୍ରଦର୍ଶନ ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ସେମାନଙ୍କ ପାଇଁ ଅନ୍ୟ ସମସ୍ତ ଚିନ୍ତା ଦେଶ କରୁଛି । ପାଠପଢ଼ା ସହିତ ଖେଳ ଜାରି ରଖାଯିବା ଉଚିତ । ଏହାଦ୍ୱାରା ଫିଟନେସର ସ୍ତର ବୃଦ୍ଧି ପାଇବ । ଆମର ଖେଳାଳି, ଆମର ଯୁବକମାନେ ପ୍ରତ୍ୟେକ ପ୍ରକାରର କ୍ୟାରିଅର ପାଇଁ ଫିଟ ରୁହନ୍ତୁ, ସେଥିପାଇଁ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଭଳି ସଂସ୍ଥାନ ନିର୍ମାଣ କରାଯାଉଛି ।

ସାଥୀଗଣ,

ଦେଶର ଯୁବକମାନଙ୍କ ଫିଟନେସ ହେଉ କିମ୍ବା ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାରତର ସଫଳତା, ସେଥିପାଇଁ  ଆମକୁ ସମ୍ପୂର୍ଣ୍ଣ ସାମର୍ଥ୍ୟର ସହିତ ପ୍ରୟାସ କରିବାକୁ ହେବ ।

ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଔପଚାରିକ ଘୋଷଣା କରୁଛି ।

ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା ।

ଶ୍ରୀମାନ ନବୀନ ମହୋଦୟଙ୍କୁ, ଓଡିଶା ସରକାରଙ୍କୁ, ଏତେ ବଡ ସମାରୋହ ଯୋଜନା ଦାୟିତ୍ଵ ମୁଣ୍ଡାଇବା ଲାଗି ଧନ୍ୟବାଦ ଜଣାଉଛି, ସେମାନଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି ଏବଂ ଜୟ ଜଗନ୍ନାଥ ଉଚ୍ଚାରଣ କରି, ଜଗନ୍ନାଥଙ୍କ କୃପା ସହିତ ଆମେ ଜଗତ ଜିଣିବା ଲାଗି ଆଗେଇଯିବା, ଏହାସହିତ ମୁଁ ଆପଣମାନଙ୍କୁ, ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଦେଉଛି ।

ବହୁତ ବହୁତ ଧନ୍ୟବାଦ । 

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.