Dedicates Fertilizer plant at Ramagundam
“Experts around the world are upbeat about the growth trajectory of Indian economy”
“A new India presents itself to the world with self-confidence and aspirations of development ”
“Fertilizer sector is proof of the honest efforts of the central government”
“No proposal for privatization of SCCL is under consideration with the central government”
“The Government of Telangana holds 51% stake in SCCL, while the Central Government holds 49%. The Central Government cannot take any decision related to the privatization of SCCL at its own level”

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଈ ସଭକୁ, ବିଚ୍ଚେ-ସିନା ରଇତୁଲୁ

ସୋଦରା, ସୋଦରୀ- ମନୁଲକୁ, ନମସ୍କାର- ମୁଲୁ ।

ତେଲଙ୍ଗାନାର ରାଜ୍ୟପାଳ ଡକ୍ଟର ତମିଲିସାଈ ସୌନ୍ଦରରାଜନ ମହୋଦୟା, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ କିଶନ ରେଡ୍ଡି ମହାଶୟ, ଭଗୱନ୍ତ ଖୁବା ମହାଶୟ, ସଂସଦରେ ମୋର ସାଥୀ ବନ୍ଦୀ ସଂଜୟ କୁମାର ମହାଶୟ, ଶ୍ରୀ ଭେଙ୍କଟେଶ ନେଥା ମହାଶୟ, ଅନ୍ୟ ମହାନୁଭବ, ଭାଇ ଓ ଭଉଣୀମାନେ ।

ରାମାଗୁଣ୍ଡମର ମାଟିରୁ ସମଗ୍ର ତେଲଙ୍ଗାନାକୁ ମୋର ଆଦର ପୂର୍ବକ ନମସ୍କାର ! ଆଉ ଏବେ ମୋତେ ଅବଗତ କରାଯାଇଛି ଏବଂ ମୁଁ ମଧ୍ୟ ଟିଭି ସ୍କ୍ରିନରେ ଦେଖୁଥିଲି ଯେ ଏବେ ତେଲଙ୍ଗାନାର 70 ବିଧାନସଭା କ୍ଷେତ୍ରରେ, 70 ବିଧାନସଭା ନିର୍ବାଚନ ମଣ୍ଡଳୀରେ, ହଜାର ହଜାର କୃଷକ ଭାଇ- ଭଉଣୀ ସେମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆମ ସହିତ ଯୋଡି ହୋଇଛନ୍ତି । ମୁଁ ସେହି ସମସ୍ତ କୃଷକ ଭାଇ- ଭଉଣୀମାନଙ୍କୁ ମଧ୍ୟ ସେମାନଙ୍କୁ ସ୍ୱାଗତ କରୁଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀଗଣ,

ଆଜି ତେଲେଙ୍ଗାନା ପାଇଁ 10 ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟରେ ବିକାଶ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି । ଏହି ପ୍ରକଳ୍ପ ସବୁ ଏଠାକାର କୃଷି ଏବଂ ଉଦ୍ୟୋଗ, ଦୁଇଟି ଯାକକୁ ଶକ୍ତି ପ୍ରଦାନ କରିବାକୁ ଯାଉଛି । ସାର କାରଖାନା ହେଉ, ନୂତନ ରେଳ ଲାଇନ ହେଉ, ରାଜପଥ ହେଉ, ଏଗୁଡ଼ିକ ଦ୍ୱାରା ଉଦ୍ୟୋଗ ଗୁଡ଼ିକୁ ମଧ୍ୟ ବିସ୍ତାର ମିଳିବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ତେଲେଙ୍ଗାନାରେ ରୋଜଗାରର ନୂତନ ସୁଯୋଗମାନ ସୃଷ୍ଟି ହେବ, ସାଧାରଣ ଜନତାଙ୍କର ସହଜରେ ସହାବସ୍ଥାନ ମଧ୍ୟ ବୃଦ୍ଧି ହେବ । ଏହିସବୁ ପ୍ରକଳ୍ପଗୁଡ଼ିକ ପାଇଁ ଦେଶବାସୀଙ୍କୁ, ତେଲେଙ୍ଗାନାର ଲୋକମାନଙ୍କୁ ମୁଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ବିଗତ ଦୁଇ ଅଢ଼େଇ ବର୍ଷ ଧରି ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ଲଢ଼ୁଛି, ଅନ୍ୟ ପଟେ ଯେଉଁ ସଂଘର୍ଷ ଚାଲୁ ରହିଛି, ବ୍ୟତିବ୍ୟସ୍ତତାର ପରିସ୍ଥିତି ଚାଲୁ ରହିଛି, ମିଲିଟାରୀ କାର୍ଯ୍ୟାନୁଷ୍ଠାନ ହେଉଛି, ତାହାର ପରିଣାମ ମଧ୍ୟ, ତାହାର ପ୍ରଭାବ ମଧ୍ୟ ଦେଶ ଏବଂ ବିଶ୍ୱ ଉପରେ ପଡ଼ୁଛି । କିନ୍ତୁ ଏହି ପ୍ରତିକୂଳ ପରିସ୍ଥିତିଗୁଡ଼ିକ ମଧ୍ୟରେ ଆଜି ଆମେ ସମସ୍ତେ ସମଗ୍ର ବିଶ୍ୱରେ ଆଉ ଏକ କଥାକୁ ବିଶେଷ ଭାବେ ଶୁଣିବାକୁ ପାଉଛେ । ବିଶ୍ୱର ସମସ୍ତ ବିଶେଷଜ୍ଞ କହୁଛନ୍ତି ଯେ ଭାରତ ଖୁବ ଶୀଘ୍ର ବିଶ୍ୱର ତୃତୀୟ ସର୍ବ ବୃହତ ଅର୍ଥନୀତି ହେବ, ସେହି ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ସମସ୍ତ ବିଶେଷଜ୍ଞ ଏହା ମଧ୍ୟ କହୁଛନ୍ତି ଯେ ଯେତେ ବିକାଶ 90 ପରର 30 ବର୍ଷରେ ହୋଇଛି, ଏବେ ସେହି ପରିମାଣରେ ବିକାଶ କେବଳ ମାତ୍ର କିଛି ବର୍ଷ ମଧ୍ୟରେ ହେବାକୁ ଯାଉଛି । ତେବେ ଏପରି ଅଦ୍ଭୁତପୂର୍ବ ବିଶ୍ୱାସ ଆଜି ବିଶ୍ୱକୁ, ଆର୍ଥିକ ଜଗତର ବିଦ୍ୱାନମାନଙ୍କୁ ଏତେ ପରିମାଣରେ ବିଶ୍ୱାସ ଆଜି ଭାରତ ଉପରେ କାହିଁକି ରହିଛି ? ଏହାର ସବୁଠାରୁ ବଡ଼ କାରଣ ହେଉଛି ଭାରତରେ ବିଗତ 8 ବର୍ଷରେ ହୋଇଥିବା ପରିବର୍ତ୍ତନ । ବିଗତ 8 ବର୍ଷ ମଧ୍ୟରେ ଦେଶ କାମ କରିବାର ପୁରୁଣା କଳା-କୌଶଳକୁ ପରିବର୍ତ୍ତନ କରି ଦେଇଛି । ଏହି 8 ବର୍ଷ ମଧ୍ୟରେ ଶାସନକୁ ନେଇ ରହିଥିବା ଧାରଣାରେ ମଧ୍ୟ ପରିବର୍ତ୍ତନ ଆସିଛି । ତାହା ଭିତିଭୂମି ହେଉ, ତାହା ସରକାରୀ ପ୍ରକ୍ରିୟା ହେଉ, ତାହା ବ୍ୟବସାୟ ସୁଗମତା ହେଉ, ଏହିସବୁ ପରିବର୍ତ୍ତନ ଗୁଡ଼ିକୁ ପ୍ରେରିତ କରୁଛି ଭାରତର ଆକାଂକ୍ଷୀ ସମାଜ, ଆଜି ବିକଶିତ ହେବାର ଆକାଂକ୍ଷାକୁ ନେଇ, ଆତ୍ମବିଶ୍ୱାସରେ ଭରି ରହିଥିବା ନୂତନ ଭାରତ ବିଶ୍ୱ ସାମ୍ନାରେ ରହିଛି ।

ଭାଇ ଓ ଭଉଣୀମାନେ,

ବିକାଶ ହେଉଛି ଆମ ପାଇଁ 24 ଘଣ୍ଟା, ସାତ ଦିନ, 12 ମାସ ଆଉ ସମଗ୍ର ଦେଶରେ ଚାଲୁଥିବା ମିଶନ । ଆମେ ଗୋଟିଏ ପ୍ରକଳ୍ପର ଲୋକାର୍ପଣ କରୁଛୁ, ତେବେ ଅନେକ ନୂତନ ପ୍ରକଳ୍ପ ଗୁଡ଼ିକ ଉପରେ କାର୍ଯ୍ୟ କରିବାକୁ ଆରମ୍ଭ କରି ଦେଉଛୁ । ଏହା ଆମେ ଆଜି ଏଠାରେ ମଧ୍ୟ ଦେଖୁଛୁ । ଆଉ ଆମର ଏହା ମଧ୍ୟ ପ୍ରୟାସ ରହିଥାଏ ଯେ ଯେଉଁ ପ୍ରକଳ୍ପର ଶିଳାନ୍ୟାସ ହେବ, ତାହାକୁ ନେଇ ଦ୍ରୁତ ଗତିରେ କାର୍ଯ୍ୟ ହେଉ, ଆଉ ତାହା ଦ୍ରୁତ ଗତିରେ ସମ୍ପୂର୍ଣ୍ଣ ହେଉ । ରାମାଗୁଣ୍ଡମର ଏହି ସାର କାରଖାନା ହେଉଛି ଏହାର ଏକ ଉଦାହରଣ । ବର୍ଷ 2016ରେ ଏହାର ଶିଳାନ୍ୟାସ କରିଥିଲୁ ଆଉ ଆଜି ଏହାକୁ ରାଷ୍ଟ୍ରକୁ ସମର୍ପିତ କରି ଦିଆ ଯାଇଛି ।

ଭାଇ ଓ ଭଉଣୀମାନେ,

ଏକବିଂଶ ଶତାବ୍ଦୀର ଭାରତ, ବଡ଼ ଲକ୍ଷ୍ୟକୁ ସ୍ଥିର କରି, ସେଗୁଡ଼ିକୁ ଦ୍ରୁତ ଗତିରେ ପ୍ରାପ୍ତ କରି ହିଁ ଆଗକୁ ବଢ଼ି ପାରିବ । ଆଉ ଆଜି ଯେତେବେଳେ ଲକ୍ଷ୍ୟ ବଡ଼ ହୋଇଥାଏ, ତେବେ ନୂତନ ପଦ୍ଧତିକୁ ଆପଣାଇବାକୁ ପଡ଼ିଥାଏ, ନୂତନ ବ୍ୟବସ୍ଥାମାନ ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଆଜି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଶ୍ୱସ୍ଥତାର ସହିତ ଏହି ପ୍ରୟାସରେ ଲାଗି ପଡ଼ିଛନ୍ତି । ଦେଶର ନୂତନ ସାର କ୍ଷେତ୍ର ମଧ୍ୟ ଏହାର ସାକ୍ଷୀ ହେବାକୁ ଯାଉଛି । ବିଗତ ଦଶକ ଗୁଡ଼ିକରେ ଆମେ ଦେଖିଛୁ ଯେ ସାର ପାଇଁ ଦେଶ ପ୍ରାୟତଃ ବିଦେଶରୁ ଆମଦାନୀ କରି ତାହାକୁ ନେଇ ଆମର ଆବଶ୍ୟକତା ମେଣ୍ଟାଉଥିଲେ । ୟୁରିଆର ଚାହିଦା ପୂରଣ କରିବା ପାଇଁ ଯେଉଁ ସବୁ କାରଖାନାମାନ ନିର୍ମାଣ କରାଯାଇଥିଲା, ସେସବୁ ମଧ୍ୟ ପୁରୁଣା ଟେକ୍ନୋଲୋଜି ହୋଇଥିବା କାରଣରୁ ବନ୍ଦ ହୋଇ ସାରିଥିଲା । ଯେଉଁଗୁଡ଼ିକ ମଧ୍ୟରେ ରାମାଗୁଣ୍ଡମର ସାରକାରଖାନା ମଧ୍ୟ ଥିଲା । ଏହା ବ୍ୟତୀତ ଆଉ ଏକ ବଡ଼ ଅସୁବିଧା ରହିଥିଲା । ଏତେ ମହଙ୍ଗା ୟୁରିଆ ବିଦେଶରୁ ଆସୁଥିଲା, କିନ୍ତୁ ତାହା କୃଷକମାନଙ୍କ ପାଖରେ ପହଞ୍ଚିବା ପରିବର୍ତ୍ତେ ଅବୈଧ କାରଖାନା ଗୁଡ଼ିକରେ ଚୋରି କରି ପହଞ୍ଚା ଯାଉଥିଲା । ଏହା ଫଳରେ କୃଷକମାନଙ୍କୁ ୟୁରିଆ ପାଇବା ପାଇଁ ହିଁ ରାତି- ରାତି ଧରି ଧାଡ଼ି ବାନ୍ଧି ଲାଇନରେ ଠିଆ ହେବାକୁ ପଡ଼ୁଥିଲା ଆଉ ଅଧିକାଂଶ ସମୟରେ ଲାଠି ମଧ୍ୟ ସହ୍ୟ କରିବାକୁ ପଡ଼ୁଥିଲା । 2014 ପୂର୍ବରୁ ପ୍ରତି ବର୍ଷ, ପ୍ରତ୍ୟେକ ସିଜିନରେ ଏହି ସମସ୍ୟା କୃଷକମାନଙ୍କ ସାମ୍ନାକୁ ଆସୁଥିଲା ।

ସାଥୀଗଣ,

2014 ପରେ କେନ୍ଦ୍ର ସରକାର ପ୍ରଥମ କାର୍ଯ୍ୟ ଏହା କଲେ ଯେ ୟୁରିଆର ଶତ ପ୍ରତିଶତ ନିମ ଲେପନ କରିଦେଲେ । ଏହା ଫଳରେ ୟୁରିଆର କଳାବଜାରୀ ବନ୍ଦ ହୋଇଗଲା । ରାସାୟନିକ କାରଖାନାରେ ଯେଉଁ ୟୁରିଆ ପହଞ୍ଚି ଯାଉଥିଲା, ତାହା ବନ୍ଦ ହୋଇଗଲା । ଚାଷଜମିରେ କେତେ ପରିମାଣରେ ୟୁରିଆ ପକାଇବାକୁ ପଡ଼ିବ, ଏହାକୁ ଜାଣିବା ପାଇଁ କୃଷକମାନଙ୍କ ପାଖରେ ବହୁତ ସୁବିଧା ନ ଥିଲା, ରାସ୍ତା ନ ଥିଲା । ଏଥିପାଇଁ ଆମେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦେବା ପାଇଁ ଏକ ଅଭିଯାନ ସମଗ୍ର ଦେଶରେ ଚଳାଇଲୁ । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ମିଳିବା ଦ୍ୱାରା କୃଷକମାନଙ୍କୁ ଏହି ସୂଚନା ମିଳିଲା, ଯେ ଭାଇ ଯଦି ଆମକୁ ଉତ୍ପାଦନ ବୃଦ୍ଧି କରିବାକୁ ଅଛି ତେବେ ଅକାରଣରେ ୟୁରିଆର ଉପଯୋଗର କୌଣସି ଆବଶ୍ୟକତା ନାହିଁ, ସେ ମାଟିର ପ୍ରକୃତି ସମ୍ପର୍କରେ ଜାଣି ପାରିଲା ।

ସାଥୀଗଣ,

ଆମେ ୟୁରିଆରେ ଆତ୍ମନିର୍ଭରତାକୁ ନେଇ ଏକ ବହୁତ ବଡ଼ କାର୍ଯ୍ୟ ଆରମ୍ଭ କଲୁ । ଏଥିପାଇଁ ଦେଶର ଯେଉଁ 5ଟି ବଡ଼ ସାର କାରଖାନା ବର୍ଷ ବର୍ଷ ଧରି ବନ୍ଦ ପଡ଼ି ରହିଥିଲା, ସେଗୁଡ଼ିକୁ ପୁଣିଥରେ ଆରମ୍ଭ କରିବା ଜରୁରୀ ଥିଲା । ଏବେ ଆଜି ଦେଖନ୍ତୁ ୟୁପିର ଗୋରଖପୁରରେ ସାର ଉତ୍ପାଦନ ଆରମ୍ଭ ହୋଇ ଯାଇଛି । ରାମାଗୁଣ୍ଡମର ସାର କାରଖାନାର ମଧ୍ୟ ଲୋକାର୍ପଣ ହୋଇ ଯାଇଛି । ଏବେ ଏହି ପାଞ୍ଚୋଟି କାରଖାନା ଚାଲୁ ହୋଇଯିବ ତେବେ ଦେଶକୁ 60 ଲକ୍ଷ ଟନ ୟୁରିଆ ମିଳିବାକୁ ଲାଗିବ । ଅର୍ଥାତ ହଜାର ହଜାର କୋଟି ଟଙ୍କା ବିଦେଶ ଯିବାରୁ ରହିଯିବ ଆଉ କୃଷକମାନଙ୍କୁ ଆହୁରି ସହଜରେ ୟୁରିଆ ମିଳିପାରିବ । ରାମାଗୁଣ୍ଡମର ସାର କାରଖାନା ଦ୍ୱାରା ତେଲଙ୍ଗାନା ସହିତ ହିଁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ମହାରାଷ୍ଟ୍ରର କୃଷକମାନଙ୍କୁ ମଧ୍ୟ ସହାୟତା ମିଳି ପାରିବ । ଏହି କାରଖାନା କାରଣରୁ ଏହାର ଆଖପାଖରେ ଅନ୍ୟାନ୍ୟ ବ୍ୟବସାୟର ସୁଯୋଗ ମଧ୍ୟ ସୃଷ୍ଟି ହେବ, ଲଜିଷ୍ଟିକ ଏବଂ ପରିବହନ ସହିତ ଜଡ଼ିତ କାର୍ଯ୍ୟ ଯୋଡ଼ି ହେବ । ଅର୍ଥାତ 6 ହଜାର କୋଟି ଟଙ୍କା ଯାହା କେନ୍ଦ୍ର ସରକାର ଏଠାରେ ନିବେଶ କରିଛନ୍ତି, ଏହା ଫଳରେ କେତେ ହଜାର କୋଟି ଟଙ୍କାର ଲାଭ ତେଲଙ୍ଗାନାର ଯୁବକମାନଙ୍କୁ ହେବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

ଦେଶର ସାର ସହିତ ଜଡ଼ିତ କ୍ଷେତ୍ରକୁ ଆଧୁନିକ କରିବା ପାଇଁ ଆମେ ନୂତନ ଟେକ୍ନୋଲୋଜି ଉପରେ ମଧ୍ୟ ସେତିକି ଗୁରୁତ୍ୱାରୋପ କରୁଛୁ । ଭାରତ ୟୁରିଆର ନାନୋ ଟେକ୍ନୋଲୋଜିକୁ ବିକଶିତ କରିଛି । ଗୋଟିଏ ବସ୍ତା ୟୁରିଆରୁ ଯେଉଁ ଲାଭ ହେଉଛି, ତାହା ନାନୋ ୟୁରିଆର ଗୋଟିଏ ବୋତଲରୁ ହିଁ ମିଳିବାକୁ ଯାଉଛି ।

ସାଥୀଗଣ,

ସାର କ୍ଷେତ୍ରରେ ଆତ୍ମନିର୍ଭରତା ହେଉଛି କେତେ ପରିମାଣରେ ଆବଶ୍ୟକ, ଏହା ଆମେ ଆଜିର ବୈଶ୍ୱିକ ପରିସ୍ଥିତିକୁ ଲକ୍ଷ୍ୟ କରି ଆହୁରି ଅଧିକ ମାତ୍ରାରେ ଅନୁଭବ କରୁଛୁ । କରୋନା ଆସିଲା, ଯୁଦ୍ଧ ହେଲା, ତେବେ ସେତେବେଳେ ସାରର ମୂଲ୍ୟ ବୃଦ୍ଧି ହୋଇଗଲା । କିନ୍ତୁ ଆମେ ସେହି ଦରବୃଦ୍ଧିର ବୋଝ ଆମର କୃଷକ ଭାଇ-ଭଉଣୀମାନଙ୍କ ଉପରେ ପଡ଼ିବାକୁ ଦେଲୁ ନାହିଁ । ୟୁରିଆର ପ୍ରତ୍ୟେକ ବ୍ୟାଗ ଯାହାକୁ କେନ୍ଦ୍ର ସରକାର ବିଦେଶରୁ ଆଣନ୍ତି, ସେହି ପାଖାପାଖି ଏକ ବସ୍ତା, ଏକ ବସ୍ତା ସାର ବାହାରୁ ଆଣୁ ତେବେ ତାହାକୁ 2 ହଜାର ଟଙ୍କାରେ କିଣୁଛୁ, ଭାରତ ସରକାର 2 ହଜାର ଟଙ୍କା ଦେଇ ଆଣୁଛନ୍ତି । କିନ୍ତୁ କୃଷକଙ୍କ ଠାରୁ 2 ହଜାର ଟଙ୍କା ଆଣୁ ନାହିଁ । ସବୁ ଖର୍ଚ୍ଚ ଭାରତ ସରକାର ଉଠାଉଛନ୍ତି, କେବଳ 270 ଟଙ୍କାରେ ଏହି ସାର ବସ୍ତା କୃଷକମାନଙ୍କୁ ମିଳୁଛି । ଏହିଭଳି ଭାବେ ଡିଏପିର ଏକ ବ୍ୟାଗ ମଧ୍ୟ ସରକାରଙ୍କୁ ପ୍ରାୟତଃ 4 ହଜାର ଟଙ୍କା ପଡ଼ି ଯାଉଛି । କିନ୍ତୁ, କୃଷକଙ୍କ ଠାରୁ 4 ହଜାର ଟଙ୍କା ଆଣୁ ନାହିଁ । ଏହି ଏକ ବ୍ୟାଗ ଉପରେ ମଧ୍ୟ ସରକାର, ଗୋଟିଏ-ଗୋଟିଏ ବ୍ୟାଗ ଉପରେ ଅଢ଼େଇ ହଜାର ଟଙ୍କାରୁ ମଧ୍ୟ ଅଧିକ ରିହାତି ଦେଉଛନ୍ତି ।

ସାଥୀଗଣ,

ବିଗତ 8 ବର୍ଷରେ କୃଷକଙ୍କୁ ଶସ୍ତା ସାର ଦେବା ପାଇଁ ହିଁ କେନ୍ଦ୍ର ସରକାର, ଏହି ପରିସଂଖ୍ୟାନକୁ ମଧ୍ୟ ମନେ ରଖିବେ ଭାଇମାନେ କହିବେ, ଲୋକମାନଙ୍କୁ କୃଷକମାନଙ୍କୁ ସାର ଜନିତ ବୋଝ କମ୍ କରିବା ପାଇଁ ଏହି 8 ବର୍ଷ ମଧ୍ୟରେ, ସେମାନଙ୍କୁ ଶସ୍ତା ଦରରେ ସାର ମିଳୁ, ଏଥିପାଇଁ ସାଢ଼େ ନଅ ଲକ୍ଷ କୋଟି ଟଙ୍କା ଅର୍ଥାତ ପ୍ରାୟ 10 ଲକ୍ଷ କୋଟି ଟଙ୍କା ଭାରତ ସରକାର ଖର୍ଚ୍ଚ କରି ସାରିଛନ୍ତି । ଏହି ବର୍ଷ ହିଁ କେନ୍ଦ୍ର ସରକାର ଅଢ଼େଇ ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ ଟଙ୍କା କୃଷକମାନଙ୍କୁ ଶସ୍ତାରେ ସାର ଯୋଗାଇ ଦେବା ପାଇଁ ଖର୍ଚ୍ଚ କରିବେ। ଅଢ଼େଇ ଲକ୍ଷ କୋଟି ଟଙ୍କା । ଏହା ବ୍ୟତୀତ ଆମ ସରକାର ପିଏମ୍ କିଷାନ ସମ୍ମାନ ନିଧି ମାଧ୍ୟମରେ ମଧ୍ୟ ପ୍ରାୟ 2 ଲକ୍ଷ ପଚିଶି କୋଟି ଟଙ୍କା ସିଧାସଳଖ ଭାବେ କୃଷକମାନଙ୍କର ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରି ସାରିଛନ୍ତି । କୃଷକମାନଙ୍କର ହିତକୁ ସର୍ବାଗ୍ରେ ରଖିବା ଭଳି ସରକାର ଯେତେବେଳେ ଦିଲ୍ଲୀରେ ଅଛନ୍ତି ତେବେ କୃଷକମାନଙ୍କର ମଙ୍ଗଳ ପାଇଁ ଏଭଳି ଅନେକ ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଉଛନ୍ତି, କାର୍ଯ୍ୟ କରୁଛନ୍ତି।

ସାଥୀଗଣ,

ଦଶକ ଦଶକ ଧରି ଆମ ଦେଶର କୃଷକ ସାର ସହିତ ଜଡ଼ିତ ଆଉ ଏକ ସମସ୍ୟା ସହିତ ମଧ୍ୟ ସଂଗ୍ରାମ କରି ଚାଲିଥିଲେ । ଦଶକ ଦଶକ ଧରି ସାରର ଏଭଳି ବଜାର ସୃଷ୍ଟି ହୋଇ ଯାଇଥିଲା, ଯେଉଁଥିରେ ଭିନ୍ନ- ଭିନ୍ନ ପ୍ରକାରର ସାର, ଭିନ୍ନ- ଭିନ୍ନ ପ୍ରକାରର ସାରର ବ୍ରାଣ୍ଡ ଏସବୁ ବଜାରରେ ବିକ୍ରି ହେଉଥିଲା । ଏହି କାରଣରୁ କୃଷକମାନଙ୍କ ସହିତ ମଧ୍ୟ ବହୁ ସମୟରେ ବହୁ ପରିମାଣରେ ଠକାମୀ ହେଉଥିଲା । ଏବେ କେନ୍ଦ୍ର ସରକାର ଏହାଠାରୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରିବାର ଶୁଭାରମ୍ଭ କରିଛନ୍ତି । ଏବେ ଦେଶରେ ୟୁରିଆର କେବଳ, କେବଳ ଆଉ ମାତ୍ର କେବଳ ଗୋଟିଏ ବ୍ରାଣ୍ଡର ହିଁ ହେବ, ଭାରତ-ୟୁରିଆ- ଭାରତ ବ୍ରାଣ୍ଡ । ଏହାର ମୂଲ୍ୟ ମଧ୍ୟ ହେଉଛି ସ୍ଥିରୀକୃତ ଆଉ ଗୁଣାତ୍ମକ ମାନ ମଧ୍ୟ ହେଉଛି ସ୍ଥିରୀକୃତ । ଏହି ସବୁ ପ୍ରୟାସ ଏହି କଥାର ମଧ୍ୟ ହେଉଛି ପ୍ରମାଣ ଯେ ଦେଶର କୃଷକ, ବିଶେଷ ଭାବେ କ୍ଷୁଦ୍ର ଚାଷୀମାନଙ୍କ ପାଇଁ କିଭଳି ଆମେ ବ୍ୟବସ୍ଥାକୁ ପରିବର୍ତ୍ତନ କରୁଅଛୁ ।

ସାଥୀଗଣ,

ଆମ ଦେଶରେ ଆଉ ଏକ ଆହ୍ୱାନ ରହିଛି ଯୋଗାଯୋଗ ଜନିତ ଭିତିଭୂମିର । ଆଜି ଦେଶ ଏହି ଅଭାବକୁ ମଧ୍ୟ ଦୂର କରୁଛି । ଦେଶର ସମସ୍ତ ରାଜ୍ୟଗୁଡ଼ିକରେ ରାଜପଥ, ଆଧୁନିକ ରେଳ ପଥ, ବିମାନବନ୍ଦର, ଜଳପଥ ଏବଂ ଇଣ୍ଟରନେଟ ହାଇୱେ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି । ଏବେ ଏହାକୁ ପିଏମ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ମାଧ୍ୟମରେ ନୂତନ ଉର୍ଜ୍ଜା ମିଳୁଛି । ଆପଣମାନେ ମନେ ପକାନ୍ତୁ ଆଗରୁ କ’ଣ ହେଉଥିଲା? ଉଦ୍ୟୋଗ ଗୁଡ଼ିକ ପାଇଁ ସ୍ୱତନ୍ତ୍ର ଜୋନ ଘୋଷଣା ହେଉଥିଲା । କିନ୍ତୁ ସେ ପର୍ଯ୍ୟନ୍ତ ସଡ଼କ, ବିଜୁଳି, ପାଣି ଯାହା ସବୁ ପ୍ରାଥମିକ ସୁବିଧା ରହିଛି, ତାହା ମଧ୍ୟ ପହଞ୍ଚିବାରେ କେତେ- କେତେ ବର୍ଷ ଲାଗି ଯାଉଥିଲା । ଏବେ ସେହି କାର୍ଯ୍ୟ ଶୈଳୀକୁ ଆମେ ବଦଳାଉୁଛୁ । ଏବେ ଇନଫ୍ରା ପ୍ରକଳ୍ପରେ ମଧ୍ୟ ସମସ୍ତ ହୀତଧାରକ ଏବଂ ପ୍ରକଳ୍ପ ସହିତ ଜଡ଼ିତ ସମସ୍ତ ଏଜେନ୍ସିଗୁଡ଼ିକ ଏକା ସହିତ ମିଳିମିଶି, ଏକ ସ୍ଥିରୀକୃତ ରଣନୀତିକୁ ନେଇ କାର୍ଯ୍ୟ କରୁଛନ୍ତି । ଏହା ଫଳରେ ପ୍ରକଳ୍ପଗୁଡ଼ିକ ଲଟକିବା, ଅଟକିବା ଭଳି ସମ୍ଭାବନା ଶେଷ ହୋଇ ଯାଉଛି ।

ସାଥୀଗଣ,

ଭଦ୍ରାଦ୍ରି କୋତ୍ତାଗୁଡେମ ଏହି ଜିଲ୍ଲା ଏବଂ ଖମ୍ମମ ଜିଲ୍ଲାକୁ ଯୋଡ଼ୁଥିବା ନୂତନ ରେଳ ଲାଇନ ଆଜି ଆପଣଙ୍କ ସେବା ପାଇଁ ସମର୍ପିତ ହେଉଛି । ଏହି ରେଳ ଲାଇନ ଦ୍ୱାରା ଏଠାକାର ସ୍ଥାନୀୟ ଲୋକମାନଙ୍କୁ ତ, ହିଁ ଲାଭ ହେବ, ସମଗ୍ର ତେଲଙ୍ଗାନାକୁ ମଧ୍ୟ ଲାଭ ହେବ । ଏହା ଫଳରେ ତେଲଙ୍ଗାନାର ବିଜୁଳି କ୍ଷେତ୍ରକୁ ମଧ୍ୟ ଲାଭ ହେବ, ଉଦ୍ୟୋଗଗୁଡ଼ିକୁ ମଧ୍ୟ ଲାଭ ହେବ ଆଉ ଯୁବକମାନଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବ । ନିରନ୍ତର ପ୍ରୟାସ ସବୁ କାରଣରୁ 4 ବର୍ଷରେ ଏହି ରେଳ ଲାଇନ ନିର୍ମାଣ ହୋଇ ମଧ୍ୟ ପ୍ରସ୍ତୁତ ରହିଛି ଆଉ ବିଦ୍ୟୁତକରଣ ମଧ୍ୟ ହୋଇ ସାରିଛି । ଏହା ଫଳରେ କମ୍ ଖର୍ଚ୍ଚରେ କୋଇଲା ବିଜୁଳି କାରଖାନା ପର୍ଯ୍ୟନ୍ତ ପହଞ୍ଚି ପାରିବ ଆଉ ପ୍ରଦୂଷଣ ମଧ୍ୟ କମ୍ ହେବ ।

ସାଥୀଗଣ,

ଆଜି ଯେଉଁ 3ଟି ରାଜପଥର ପ୍ରସସ୍ତିକରଣର କାର୍ଯ୍ୟ ଆରମ୍ଭ ହୋଇଛି, ତାହା ଦ୍ୱାରା କୋଇଲା ବେଲ୍ଟ, ଔଦ୍ୟୋଗିକ ବେଲ୍ଟ ଆଉ ଆଖୁ ଚା​ଷୀମାନଙ୍କୁ ସିଧା ସଳଖ ଲାଭ ହେବ । ଏଠାରେ ମଧ୍ୟ ହଳଦୀର ଉତ୍ପାଦନ ବୃଦ୍ଧି କରିବା ପାଇଁ ଆମର କୃଷକ ଭାଇ ଭଉଣୀମାନେ ଲାଗି ପଡ଼ିଛନ୍ତି । ଆଖୁ କୃଷକ ହୁଅନ୍ତୁ, ହଳଦୀ ଉତ୍ପାଦନ କରୁଥିବା କୃଷକ ହୁଅନ୍ତୁ, ଏଠାରେ ସୁବିଧାମାନ ବୃଦ୍ଧି ହେବ ତେବେ ସେମାନଙ୍କ ପାଇଁ ନିଜର ଉତ୍ପାଦନକୁ ପରିବହନ କରିବା ପାଇଁ ସହଜ ହୋଇଯିବ । ଏହି ଭଳି ଭାବେ କୋଇଲାର ଖଣି ଏବଂ ବିଜୁଳି କାରଖାନା ମଧ୍ୟରେ ସଡ଼କ ଚଉଡ଼ା ହେବା ଦ୍ୱାରା ସୁବିଧା ହେବ, କମ୍ ସମୟ ଲାଗିବ । ହାଇଦ୍ରାବାଦ– ୱାରଙ୍ଗଲ ଶିଳ୍ପ କରିଡର, କକାତିଆ ମେଗା ଟେକ୍ସଟାଇଲ ପାର୍କର ଚଉଡ଼ା ସଡ଼କ ସହିତ ଯୋଗାଯୋଗ, ଏମାନଙ୍କର ସାମର୍ଥ୍ୟକୁ ମଧ୍ୟ ବୃଦ୍ଧି କରିବ ।

ସାଥୀଗଣ,

ଯେତେବେଳେ ଦେଶ ବିକାଶ କରିଥାଏ, ବିକାଶ କାର୍ଯ୍ୟରେ ଗତି ଆସିଥାଏ, ସେତେବେ ଅନେକ ଥର ରାଜନୈତିକ ସ୍ୱାର୍ଥ ପାଇଁ, କିଛି ବିକୃତ ମାନସିକତା ଥିବା ଲୋକ, କିଛି ଶକ୍ତି ସେମାନଙ୍କ ନିଜର ଗୁଜବ ତନ୍ତ୍ର, ଗୁଜବ ପ୍ରସାର​‌ କରିବା ପାଇଁ ସମସ୍ତ କୌଶଳ ଚଳାଇବା ଆରମ୍ଭ କରି ଦିଅନ୍ତି, ସେମାନେ ଲୋକମାନଙ୍କୁ ଉତ୍ତେଜିତ କରିବା ଆରମ୍ଭ କରିଦିନ୍ତି । ଆଜିକାଲି ତେଲଙ୍ଗାନାରେ 'ସିଙ୍ଗାରେଣୀ କୋଇଳରିଜ୍ କମ୍ପାନୀ ଲିମିଟେଡ୍- ଏସସିସିଏଲ' ଏବଂ ବିଭିନ୍ନ କୋଇଲା ଖଣି ସମ୍ପର୍କରେ ଗୁଜବ ପ୍ରଚାରିତ ହେଉଛି । ଆଉ ମୁଁ ଶୁଣିଛି ଯେ ହାଇଦ୍ରାବାଦରୁ ସେମାନଙ୍କୁ ଏହି ହାୱା ପ୍ରଦାନ କରାଯାଉଛି । ସେଥିରେ ନୂଆ ନୂଆ ରଙ୍ଗ ଭରାଯାଉଛି । ଆଜି, ଯେତେବେଳେ ମୁଁ ଆପଣମାନଙ୍କ ଗହଣକୁ ଆସିଛି, ସେତେବେଳେ ମୁଁ ଆପଣମାନଙ୍କୁ କିଛି ସୂଚନା ଦେବାକୁ ଚାହୁଁଛି, ମୁଁ କିଛି ତଥ୍ୟ ଆପଣମାନଙ୍କ ସାମ୍ନାରେ ରଖିବାକୁ ଚାହୁଁଛି। ହଁ, ମୁଁ ଆପଣମାନଙ୍କୁ କିଛି ତଥ୍ୟ କହିବାକୁ ଚାହେଁ । ଏହି ଗୁଜବ ପ୍ରଚାର କରୁଥିବା ଲୋକମାନେ ଜାଣନ୍ତି ନାହିଁ ଯେ ସେମାନଙ୍କର ଏହି ମିଥ୍ୟା ଧରା ପଡିଯିବ। ଏହାକୁ ସବୁଠାରୁ ବଡ ମିଥ୍ୟା ବୋଲି ବିବେଚନା କରନ୍ତୁ ଏବଂ ସାମ୍ବାଦିକ ବନ୍ଧୁମାନେ ଏଠାରେ ବସିଛନ୍ତି, କେବଳ ଏହାକୁ ଟିକେ ଭଲ ଭାବରେ ଦେଖନ୍ତୁ। ତେଲଙ୍ଗାନା ରାଜ୍ୟ ସରକାର ଏସସିସିଏଲରେ 51% ଅଂଶଧନ ରହିଛି, ଯେତେବେଳେ କି ଭାରତ ସରକାରଙ୍କ ମାତ୍ର 49% ଅଂଶଧନ ରହିଛି । ଏସସିସିଏଲର ଘରୋଇକରଣ ସହ ଜଡିତ କୌଣସି ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ନିଜ ସ୍ତରରେ କରିପରିବେ ନାହିଁ, 51% ସେମାନଙ୍କ ପାଖରେ ଅଛି । ମୁଁ ପୁଣି ଥରେ ଦୋହରାଇବାକୁ ଚାହିଁବି ଯେ ଏସସିସିଏଲର ଘରୋଇକରଣର କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖରେ ବିଚାରାଧିନ ନାହିଁ ଏବଂ ନା, ହିଁ କେନ୍ଦ୍ର ସରକାରଙ୍କ କୌଣସି ଉଦ୍ଦେଶ୍ୟ ରହିଛି । ଆଉ ସେଥିପାଇଁ ମୁଁ ମୋର ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରୁଛି ଯେ କୌଣସି ଗୁଜବ ପ୍ରତି ଟିକେ ମଧ୍ୟ ଧ୍ୟାନ ଦିଅନ୍ତୁନାହିଁ । ମିଥ୍ୟାର ଏହି ବ୍ୟବସାୟୀମାନଙ୍କୁ ହାଇଦ୍ରାବାଦରେ ରହିବାକୁ ଦିଅନ୍ତୁ।

ସାଥୀଗଣ,

ଆମେ ସମସ୍ତେ, ଦେଶର କୋଇଲା ଖଣିକୁ ନେଇ ହଜାର- ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଦେଖିଛୁ । ଏହି ଦୁର୍ନୀତିରେ ଦେଶ ସହିତ ଶ୍ରମିକ, ଗରିବ ଏବଂ ଏହି ଖଣିଗୁଡିକ ଥିବା ଅଞ୍ଚଳର କ୍ଷତି ହୋଇଛି । ଆଜି ଦେଶରେ ବୃଦ୍ଧି ପାଉଥିବା କୋଇଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋଇଲା ଖଣିଗୁଡିକର ନିଲାମ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ କରାଯାଉଛି । ଆମ ସରକାର ମଧ୍ୟ ଯେଉଁଠାରୁ ଖଣିଜ ପଦାର୍ଥ ଉତ୍ତୋଳନ ହେଉଛି, ତାହାର ଲାଭ ସେଠାରେ ରହୁଥିବା ଲୋକଙ୍କୁ ଦେବା ପାଇଁ, ଡିଏମଏଫ ଅର୍ଥାତ୍ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠା କରିଛନ୍ତି । ଏହି ପାଣ୍ଠି ଅଧୀନରେ ହଜାର ହଜାର କୋଟି ଟଙ୍କା ମଧ୍ୟ ରାଜ୍ୟଗୁଡିକୁ ପ୍ରଦାନ କରାଯାଇଛି।

ଭାଇ ଓ ଭଉଣୀମାନେ,

ଆମେ 'ସମସ୍ତଙ୍କର ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ବାସ ଏବଂ ସମସ୍ତଙ୍କର ପ୍ରୟାସ’ (ସାବକା ସାଥ, ସାବକା ବିକାଶ, ସାବକା ବିଶ୍ୱାସ ଏବଂ ସାବକା ପ୍ରୟାସ)ର ମନ୍ତ୍ରରେ ଆଗେଇ ଚାଲି ତେଲଙ୍ଗାନାକୁ ଆଗକୁ ବଢାଇ ନେବାକୁ ଚାହୁଁଛୁ । ତେଲଙ୍ଗାନାର ଦ୍ରୁତ ବିକାଶ ପାଇଁ ଆପଣ ସମସ୍ତଙ୍କ ଆଶୀର୍ବାଦ ଆମକୁ ମିଳୁଥିବ, ଏହି ବିଶ୍ୱାସ ସହିତ ଆପଣଙ୍କୁ ପୁଣି ଥରେ ଏହି ଅନେକ ଗୁଡିଏ ବିକାଶ ମୂଳକ କାର୍ଯ୍ୟ ପାଇଁ ଅନେକ ଅନେକ ଅଭିନନ୍ଦନ। ମୋର କୃଷକ ଭାଇମାନଙ୍କୁ ବିଶେଷ ଅଭିନନ୍ଦନ ଏବଂ ଆପଣ ଏତେ ବିପୁଳ ସଂଖ୍ୟାରେ ଆସିଛନ୍ତି, ହାଇଦ୍ରାବାଦର କିଛି ଲୋକଙ୍କୁ ଆଜି ନିଦ ଆସିବ ନାହିଁ । ଏତେ ବିପୁଳ ସଂଖ୍ୟାରେ ଆସିଥିବାରୁ ମୁଁ ଆପଣମାନଙ୍କ ନିକଟରେ ବହୁତ କୃତଜ୍ଞ । ଧନ୍ୟବାଦ।

ମୋ ସହିତ କୁହନ୍ତୁ । ଭାରତ ମାତା କୀ ଜୟ। ଦୁଇ ମୁଠା ବନ୍ଦ କରି ଏବଂ ସପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ।

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଧନ୍ୟବାଦ ! 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tractor sales grew 28% in July on better monsoon, rural demand

Media Coverage

Tractor sales grew 28% in July on better monsoon, rural demand
NM on the go

Nm on the go

Always be the first to hear from the PM. Get the App Now!
...
You have not just increased the number of medals, you have prepared an entire generation: PM Modi to CWG Champions
August 10, 2026

प्रधानमंत्री – मेरे यहां, मुझे यहां लगभग 12-13 साल हो गए इसी मकान में, अगर मैंने regularly और हर बार किसी को रिसिव किया है, किसी को मैं मिला हूं, तो खिलाड़ी हैं। पिछले 10-12 साल हो गए, आप लोगों के पुरुषार्थ के कारण, भारत को लगातार विजय दिलाने के आपके प्रयासों के कारण और उत्तरोत्तर सफलता में नई ऊंचाईयां पार करने की परंपरा के कारण, जो काम शायद हम स्कूलों में जाकर कहें कि नहीं नहीं भई खेलना चाहिए, ये करना चाहिए, वो काम स्कूलों में जाकर के हम कर सकते थे, उससे ज्यादा आपका मेडल उनको inspire करता है।

प्रधानमंत्री – तुमने मुझे वादा किया था पिछली बार कि तुम्हारी दोनों बेटियां खिलाड़ी बन जाएंगी?

खिलाड़ी - हाँ जी अभी वे उमर की छोटी हैं, अगले कॉमनवेल्थ में एक घर में तीन मेडल लाकर दिखाएंगी।

प्रधानमंत्री – पक्का।

खिलाड़ी – हाँ जी।

खिलाड़ी – जब मैं दौड़ रहा था, जब मेरा इवेंट था 29 को, तो उस दिन गुरुपूर्णिमा थी, तो उस दिन मेरे गुरू को मैंने एक गिफ्ट दे दिया।

प्रधानमंत्री – बड़ी शान बढ़ाई आपने। इतनी आंसू टपक रहे थे, मुझे लगता है कि आंसू के हर बूंद से जैसे गोल्ड मेडल टपक रहा है।

खिलाड़ी – मैं बहुत ज्यादा खुशी थी, इमोशनल भी थे उसी दिन, खुशी ज्यादा था और मैं इसलिए रोई थी कि मेरा पेरिस आलंपिक में मेरा 1 Kg में मेडल रह गई थी और एक प्लेयर्स की लाइफ में क्या क्या हमको फेस करना पड़ता है। तो ये 4 साल के अंदर में कितना क्या क्या कुछ मैंने फेस किया था, हर टाइम injury ही चल रहे थे और family problem, वो सब हो रहा था। तो बहुत मुश्किल से मैं ये 4 साल फेस किया था। तो वो सब जब पोडियम में जब मैं खड़ी थी सर और हमारी जो फ्लैग ऊपर जाते हैं और हमारे नेशनल एंथम जब बजते हैं तो सर हम रुक नहीं सकते सर, अपना आप आंसू निकलते हैं।

प्रधानमंत्री – बहुत बहुत बढ़िया

प्रधानमंत्री – आपके इस अचीवमेंट को सिर्फ आपका अचीवमेंट मानता हूं, ऐसा नहीं है, ये आपका विजय आने वाली पीढ़ियों के लिए बहुत बड़ी प्रेरणा बन जाता है।

खिलाड़ी – सब डर रहे थे हमसे कि इंडिया के साथ फाइट आ गई, अब तो हम पहली फाइट ही हार जायेंगे, हमारा मेडल भी नहीं आयेगा।

प्रधानमंत्री – यानी मान के चलते हैं।

खिलाड़ी – हाँ सर।

प्रधानमंत्री – क्या हुआ, वो restaurant वालों से झगड़ा कर रही थी?

खिलाड़ी – हम लोगों का जो इतना अच्छा परफॉर्मेंस था, लास्ट डे था और सब जीत के गए थे और पूरा इंडिया के लोग थे। तो थोड़ा सा मुझे बुरा लग रहा। तो मैंने उनको अच्छे से बोला रिक्वेस्ट किया था सर, फिर उन्होंने मान भी लिया, अभी चेंज भी हो गया सर।

प्रधानमंत्री – इस विजय की परिस्थिति खुशी, आनंद, अपने साथियों के साथ और गेम पूरे हो चुके हैं। तो हसी मजाक मस्ती का मूड ऐसे समय उस मैप पर नजर जाना और उसको रजिस्टर करना और तुरंत सिर्फ मेडल लेते समय देश खड़ा हो जाता है ऐसा नहीं, भीतर से देश का भाव मैं सच बताता हूँ ये वीडियो सामान्य नहीं है आपका, लंबे समय तक लोगों को याद रहेगा। ये बॉक्सिंग वालों से भी दुनिया के खिलाड़ी अब डरने लगे हैं।

खिलाड़ी – जरूर सर, पुरे सभी डरे हुए थे। एक के बाद एक गोल्ड मेडल गोल्ड मेडल आ रहे थे और मतलब पूरा लास्ट में ऐसे धमाका जैसा हो गया बिल्कुल। जिस तरीके से हम लोगों को सपोर्ट मिल रहा है, हमें बैक टू बैक कंपटीशन मिल रहा है वो एक बहुत बड़ी बात है और हमारे जितने भी यंग एथलीट है वो लोग सभी जैसे खेलो इंडिया स्कीम से आए हुए हैं और ये एक बहुत बड़ा changes ला रहा है पूरे स्पोर्ट्स में ही।

प्रधानमंत्री – अगर आप लोग खेलो इंडिया की प्रतिष्ठा बढ़ाते हैं और प्रतिष्ठा सिर्फ वहां जाकर के रिबिन काटने से नहीं होगी। आप वैसे ही खेलेंगे जैसे एक छोटा विद्यार्थी, एक छोटा नौजवान, छोटा खिलाड़ी खेलता है। यह बहुत बड़ा कंट्रीब्यूशन करेगा। क्योंकि अभी तो हमें बहुत आगे जाना है, बहुत मेडल लाना है। कारगिल विजय दिवस पर किसकी विजय हुई थी?

खिलाड़ी – उस दिन कारगिल डे था वैसे और जिस दिन मैंने पाकिस्तान के साथ फाइट किया था सर, वो उसी दिन का था। तो मैं एक इंडियन आर्मी से हूं, तो मैंने उस दिन मैं पहले से बहुत वो था कि सर पाकिस्तान को हराना है। तो मैंने वो पाकिस्तान एक तरफ मैंने 5-0 से हराया, तो मैंने हमारा इंडियन आर्मी का कारगिल हीरोज़ को मैंने डेडिकेट किया किया था सर।

प्रधानमंत्री – आपको यह याद रहना और आप स्वयं फौज से हैं तो, मैं जरूर मानता हूं कि देश के वीर जवानों को आपने जो भाव प्रकट किया ना कि, मैं कारगिल के विजेताओं को मेरा मेडल समर्पित करता हूं। उसने उस विजय पर चार चांद लगा दिए और जिसको पराजित करना था उसी को किया आपने।

खिलाड़ी – वो पाकिस्तान की बात चल रही है, मुझे किस्सा याद आ गया सर। 2015 वर्ल्ड मिलिट्री गेम थे और मेरी पाकिस्तान के साथ पहली फाइट आ गई थी और वर्ल्ड मिलिट्री गेम थे तो मिलिट्री वाले के फोन आए कि भई पाकिस्तान से नहीं हारना है। तो फिर मैं फर्स्ट राउंड 4-1 से जीत गया। सेकंड राउंड 3-2 से जीत गया, पर दोनों के सर लग गए आपस में, तो दोनों के लग गए कट और फाइट तो मैं जीत गया।

प्रधानमंत्री – हाँ

खिलाड़ी – उसके बाद फिर दोनों चले गए हॉस्पिटल में टांके लगवाने के लिए। फिर 2014 में आप फर्स्ट टाइम प्रधानमंत्री जी बने थे और जो हमारे साथ आर्मी का कोच गया हुआ था उसका नाम नरेंद्र राणा था और फिर वो कई देर तक सोच के मेरे को बोला कि भाईजान एक बात बोलूं, मैं हां बोलो, बोला भाईजान आपका नाम नरेंद्र है। आपके कोच का नाम नरेंद्र है, आपके प्रधानमंत्री का नाम नरेंद्र है, तो मुझे नरेंद्र नाम से नफरत हो गई है।

प्रधानमंत्री – सिर्फ आपने मेडल की संख्या बढ़ाई ऐसा नहीं है। आपने एक पीढ़ी को तैयार किया।

खिलाड़ी – मेरे मन में भी धक-धक धक-धक हो रहा है सर।

प्रधानमंत्री – आप चिंता मत कीजिए।

खिलाड़ी – पर..

प्रधानमंत्री – आप चाहें तो आपको बोलने में भी मेडल मिलने वाला है।

खिलाड़ी – मेरे फ्रेंड सर्कल में किसी ने बोला था कि मैं उनको कुछ बोलती थी भई तुम्हारे अच्छे के लिए तुम करो। तो अक्सर मुझे वो बोलते थे कि तू के मोदी ते मिल रही है?

प्रधानमंत्री – हाँ

खिलाड़ी – हरियाणवी में बोल देते हैं सर कि क्या तू मोदी से मिली हुई है, कि तेरी बात माने। तो आज मैं आपसे मिली हूं सर। मैं उनको बोल पाऊंगी कि हां मैं मोदी जी से मिली हूं।

खिलाड़ी – कॉमनवेंल्थ गेम्स में मैंने सिल्वर मेडल जीता, फिर मैंने क्रेडिट साहब को दिया, सपना तो था एक बार मेडल जीत के लेके आने के लिए, बट ट्रेनिंग का सेंटर नहीं था, मैंने SAI आने के बाद मैं बहुत ट्रेनिंग करके मेडल जीत पा रहा, इसलिए बहुत खुशी से मैंने सर को क्रेडिट दिया था क्योंकि बहुत इंप्रूव हुआ।

प्रधानमंत्री – मेरे लिए बहुत बड़ा सम्मान का विषय है, मेहनत आपने की और मुझे याद किया, मैं आपका बहुत आभारी हूं दोस्त।

प्रधानमंत्री – वाराणसी में खेल तुम प्रैक्टिस कर रही थी ना?

खिलाड़ी – जी सर।

प्रधानमंत्री – कैसा बना है स्टेडियम?

खिलाड़ी – सर अच्छा बना है, वहां पर मैं 10-12 दिन के लिए ट्रेनिंग करने गई थी, क्योंकि मैं मंदिर गई थी तो वहां पर ही ट्रेनिंग करके आई थी। और मैं वहां पे मतलब सेटल भी होना चाहती हूं क्योंकि मुझे काशी विश्वनाथ बहुत अच्छा लगता है सर।

प्रधानमंत्री – भोपाल में ट्रेनिंग कर रही थी ना?

खिलाड़ी – जी सर।

प्रधानमंत्री – तो उज्जैन जाते थे कि नहीं?

खिलाड़ी – जी सर उज्जैन भी गई थी सर।

प्रधानमंत्री – अच्छा महाकाल के पास भी गई।

खिलाड़ी – जी सर।

प्रधानमंत्री – काशी विश्वनाथ के पास हो आई एक बार।

खिलाड़ी – जी सर।

प्रधानमंत्री – सावन महीना तो अभी है।

खिलाड़ी – वहां घर जाके फिर उसके बाद जाऊंगी सर।

प्रधानमंत्री – ठीक है।

खिलाड़ी – साई ने भी सर बहुत सपोर्ट किया है मुझे। इसके कारण ही मैं यहां तक पहुंची हूं सर। और मैं खेलो इंडिया स्कीम में भी थी 2018 में जो फर्स्ट खेलो इंडिया हुआ था, उसमें मेरा सिल्वर मेडल था, वहां पे भी मैंने आपको देखा था ओपनिंग सेरेमनी में, तो उसमें मेरा मेडल था, तो मेरे को स्कीम भी मिल गया और मैं यहां तक पहुंची हूं सर।

प्रधानमंत्री – स्पोर्ट्स व्यवस्था एक बात है, लेकिन देश मेडल तब प्राप्त करता है जब देश में स्पोर्ट्स कल्चर बनता है। दोस्तों आपने बहुत बड़ा काम किया है। देश का नाम रोशन किया है। आपको मैं बहुत बधाई देता हूं और आप विश्वास कीजिए आगे भी आप विजयी होंगे और फिर से एक बार यहीं पर हम मिलेंगे। बहुत-बहुत धन्यवाद। बहुत-बहुत शुभकामनाएं।

प्रधानमंत्री – ये लगातार तीसरी बार देश को मेडल दिलवाया है।

खिलाड़ी – थैंक यू सर।

प्रधानमंत्री – बहुत आशीर्वाद बेटा।

खिलाड़ी – और थैंक यू सो मच मैं सर के हाथ से लड्डू खा रही मेरा कल बर्थडे था तो आज सर के हाथ से…

प्रधानमंत्री – बहुत बधाई वाह।

प्रधानमंत्री – मुस्कुराओ यार ।

प्रधानमंत्री – जो खेलेगा वो खिलेगा।