India to host Chess Olympiad for the first time
FIDE President thanks PM for his leadership
“This honour is not only the honour of India, but also the honour of this glorious heritage of chess”
“I hope India will create a new record of medals this year”
“If given the right support and the right environment, no goal is impossible even for the weakest”
“Farsightedness informs India’s sports policy and schemes like Target Olympics Podium Scheme (TOPS) which have started yielding results”
“Earlier youth had to wait for the right platform. Today, under the 'Khelo India' campaign, the country is searching and shaping these talents”
“Give your hundred percent with zero percent tension or pressure”

ଚେସ୍ ଅଲମ୍ପିଆଡର ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର କ୍ୟାବିନେଟର ମୋର ସହକର୍ମୀ, ଅନ୍ତର୍ଜାତୀୟ ଚେସ୍ ଫେଡେସେନର ସଭାପତି ଆରକେଡି ଡବରକୋୱିଚ, ଅଲଇଣ୍ଡିଆ ଚେସ୍ ଫେଡେରେସନର ସଭାପତି, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିଶନର, ଚେସ୍ ଏବଂ ଅନ୍ୟାନ୍ୟ କ୍ରୀଡ଼ା ସଂଗଠନ ସହିତ ଜଡ଼ିତ ପ୍ରତିନିଧିଗଣ, ରାଜ୍ୟ ସରକାରଙ୍କ ପ୍ରତିନିଧିଗଣ, ଅନ୍ୟ ସମସ୍ତ ମାନ୍ୟଗଣ ବ୍ୟକ୍ତି, ଚେସ୍ ଅଲମ୍ପିଆଡ ଦଳର ସଦସ୍ୟ ଏବଂ ଚେସର ଅନ୍ୟ ଖେଳାଳିଗଣ, ମହିଳା ଏବଂ ଭଦ୍ର ଲୋକମାନେ!

ଆଜି ଚେସ୍ ଅଲମ୍ପିଆଡ ଖେଳ ପାଇଁ ପ୍ରଥମ ମଶାଲ ଯାତ୍ରା ଭାରତରୁ ଆରମ୍ଭ ହୋଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଭାରତ ଚେସ ଅଲମ୍ପିଆଡ ଖେଳକୁ ଆୟୋଜନ ମଧ୍ୟ କରିବାକୁ ଯାଉଛି । ଆମେ ଗର୍ବିତ ଯେ ଏହା ଏକ ଖେଳ ନିଜ ଜନ୍ମ ସ୍ଥାନରୁ ବାହାରି ସାରା ବିଶ୍ୱରେ ନିଜର ଚିହ୍ନ ଛାଡ଼ି ଦେଇଯାଉଛି । ଅନେକ ଦେଶ ପାଇଁ ଏହା ଏକ ଉତ୍ସାହ ପାଲଟିଛି । ଆମେ ଖୁସି ଯେ ଚେସ, ଏତେବଡ଼ ଅନ୍ତର୍ଜାତୀୟ ଇଭେଣ୍ଟ ଭାବରେ ନିଜର ଜନ୍ମ ସ୍ଥାନରେ ପୁଣିଥରେ ଆସି ଏକ ସମାରୋହ ପାଳନ କରୁଛି । ଭାରତରେ ଶତାବ୍ଦୀ ପୂର୍ବରୁ ଏହି ଖେଳର ସତରଞ୍ଜ ଆକାରରେ ସମଗ୍ର ବିଶ୍ୱକୁ ଯାଇଥିଲା । ଆଜି ଚେସର ପ୍ରଥମ ଅଲମ୍ପିଆଡ ମଶାଲ ମଧ୍ୟ ଭାରତରୁ ବାହାରୁଛି । ଆଜି ଯେତେବେଳେ ଭାରତ ନିଜର ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି, ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଏହି ଚେସ ଅଲମ୍ପିଆଡର ଏହି ମଶାଲ ମଧ୍ୟ ଦେଶର ୭୫ଟି ସହରକୁ ଯିବ । ଅନ୍ତର୍ଜାତୀୟ ଚେସ ଫେଡେରେସନ - ଫିଡେର ଏହି ନିଷ୍ପତ୍ତି ପାଇଁ ମୁଁ ବହୁତ ଖୁସି । ପ୍ରତ୍ୟେକ ଚେସ ଅଲମ୍ପିଆଡ ଖେଳ ପାଇଁ ମଶାଲ ଶୋଭାଯାତ୍ରା ଭାରତରୁ ଆରମ୍ଭ ହେବ ବୋଲି ଫିଡେ ନିଷ୍ପତ୍ତି ନେଇଛି, ଏହି ସମ୍ମାନ କେବଳ ଭାରତର ସମ୍ମାନ ନୁହେଁ, ବରଂ ଚେସର ଏହି ଗୌରବମୟ ଐତିହ୍ୟର ସମ୍ମାନ ମଧ୍ୟ । ମୁଁ ଏଥିପାଇଁ ଫିଡେ ଏବଂ ଏବଂ ଏହାର ସମସ୍ତ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ୪୪ତମ ଚେସ ଅଲମ୍ପିଆଡରେ ଅଂଶଗ୍ରହଣ କରୁଥିବା ସମସ୍ତ ଖେଳାଳିମାନଙ୍କୁ ସେମାନଙ୍କର ଉକ୍ରୃଷ୍ଟ ପ୍ରଦର୍ଶନ ପାଇଁ ମୋର ଶୁଭେଚ୍ଛା ମଧ୍ୟ ଜଣାଉଛି । ଏହି ଖେଳରେ ଆପଣମାନଙ୍କ ମଧ୍ୟରୁ ଯିଏ ମଧ୍ୟ ଜିତିବ ସେହି ବିଜୟ କ୍ରୀଡ଼ାବିତଙ୍କର ବିଜୟ ହେବ । ମହାବଲୀପୁରମରେ ଭଲ ଭାବରେ ଖେଳିବେ, ଖେଳର ଆବେଗକୁ ସର୍ବାଗ୍ରେ ରଖି ଖେଳିବେ ।

ସାଥୀମାନେ,

ହଜାର ହଜାର ବର୍ଷ ଧରି ବିଶ୍ୱ ପାଇଁ ‘ତମସୋ ମା ଜ୍ୟୋତିର୍ଗମୟ’ ଏହାର ମନ୍ତ୍ର ଗୁଞ୍ଜରିତ ହେଉଛି ଅର୍ଥାତ ଆମେ ଅନ୍ଧକାରରୁ ଆଲୋକ ଆଡ଼କୁ ନିରନ୍ତର ଭାବେ ବଢ଼ୁଛୁ । ଆଲୋକର ଅର୍ଥ ହେଉଛି ମାନବିକତା ପାଇଁ ଏକ ଉତ୍ତମ ଭବିଷ୍ୟତ । ଆଲୋକର ଅର୍ଥ ହେଉଛି, ଏକ ସୁଖୀ ଏବଂ ସୁସ୍ଥ ଜୀବନ ଆଲୋକର ଅର୍ଥ ହେଉଛି ପ୍ରତ୍ୟେକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ପ୍ରୟାସ ଏବଂ ସେଥିପାଇଁ, ଭାରତ ଗୋଟିଏ ପଟେ ଗଣିତ, ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନ ପରି କ୍ଷେତ୍ରରେ ଅନୁସନ୍ଧାନ କରିଥିବା ବେଳେ ଅନ୍ୟପଟେ ଆୟୁର୍ବେଦ, ଯୋଗ ଏବଂ କ୍ରୀଡ଼ାକୁ ଜୀବନର ଏକ ଅଂଶ କରିପାରିଛି । ଭାରତରେ କୁସ୍ତି ଏବଂ କବାଡ଼ି ମଲ୍ଲଖମ୍ବ ଭଳି ଏପରି କ୍ରୀଡ଼ାର ଆୟୋଜନ ହେଉଥିଲା, ଯାହା ଫଳରେ ଆମେ ଏକ ସୁସ୍ଥ ଶରୀର ସହିତ ଦକ୍ଷ ଯୁବପିଢ଼ିକୁ ପ୍ରସ୍ତୁତ କରିପାରିବା । ସେହି ସମୟରେ ଆମର ପିତୃପୁରୁଷମାନେ ବିଶ୍ଳେଷଣ କରିବା ଏବଂ ସମସ୍ୟାର ସମାଧାନ ମସ୍ତିଷ୍କ ପାଇଁ ଚତୁରଙ୍ଗ କିମ୍ବା ଚେସ ପରି ଖେଳର ଉଦ୍ଭାବନ କଲେ । ସତରଞ୍ଜ ଭାରତ ମାଧ୍ୟମରେ ବିଶ୍ୱର ଅନେକ ଦେଶରେ ପହଞ୍ଚô ବହୁତ ଲୋକପ୍ରିୟ ହେଲା । ଆଜି ବିଦ୍ୟାଳୟରେ ଚେସ ଯୁବକମାନଙ୍କ ପାଇଁ ତଥା ପିଲାମାନଙ୍କ ପାଇଁ ଏକ ଶିକ୍ଷା ଉପକରଣ ଭାବରେ ବ୍ୟବହୃତ ହେଉଛି । ଚେସ ଶିଖୁଥିବା ଯୁବକମାନେ ବିଭିନ୍ନ କ୍ଷେତ୍ରରେ ସମସ୍ୟାର ସମାଧାନକାରୀ ହୋଇ ଯାଉଛନ୍ତି । ସତରଞ୍ଜର ସେହି ଚାଦର ଠାରୁ ଆରମ୍ଭ କରି ଡିଜିଟାଲ ଚେସ କମ୍ପୁଟରରେ ଖେଳାଯିବା ପର୍ଯ୍ୟନ୍ତ ଭାରତ ପ୍ରତ୍ୟେକ ପଦକ୍ଷେପରେ ଚେସର ଏହି ଦୀର୍ଘ ଯାତ୍ରାକୁ ସାକ୍ଷୀ କରି ରଖିଛି । ଏହି ଖେଳକୁ ନୀଳକଣ୍ଠ ବୈଦ୍ୟନାଥ, ଲାଲା ରାଜା ବାବୁ ଏବଂ ତେରୁବେଙ୍ଗଦାଚାର୍ଯ୍ୟ ଶାସ୍ତ୍ରୀଙ୍କ ଭଳି ମହାନ ଖେଳାଳିଙ୍କୁ ଦେଇଛି । ଆଜି ମଧ୍ୟ ଆମର ଉପସ୍ଥିତ ଥିବା ବିଶ୍ୱନାଥ ଆନନ୍ଦ ଜୀ, କୋନେରୁ ହମ୍ପି, ବିଦିତ ଦିବ୍ୟା ଦେଶମୁଖଙ୍କ ଭଳି ଅନେକ ପ୍ରତିଭା ସତରଞ୍ଜରେ ଆମର ତ୍ରିରଙ୍ଗାର ସମ୍ମାନ ବଢ଼ାଉଛନ୍ତି । ବର୍ତ୍ତମାନ ଆମର କନ୍ନେରୁ ହମ୍ପି ଜୀଙ୍କ ସହିତ ଚେସ ସମ୍ପର୍କରେ ଆନୁଷ୍ଠାନିକ ପଦକ୍ଷେପ ବିଷୟରେ ଏକ ଆକର୍ଷଣୀୟ ଅନୁଭୁତି ନେଲି ।

ସାଥୀମାନେ,

ମୋତେ ଏହା ଦେଖି ଖୁସି ଲାଗୁଛି ଯେ ଗତ ୭/୮ ବର୍ଷ ମଧ୍ୟରେ ଭାରତ ଚେସରେ ନିଜର ପ୍ରଦର୍ଶନକୁ କ୍ରମାଗତ ଭାବରେ ଉନ୍ନତ କରିଛି । ୪୧ତମ ଚେସ ଅଲମ୍ପିଆଡରେ ବ୍ରୋଞ୍ଜ ଆକାରରେ ଭାରତ ପ୍ରଥମ ପଦକ ଜିତିଛି । ୨ଠ୨ଠ ଏବଂ ୨ଠ୨୧ର ଭର୍ଚୁଆଲ ଚେସ ଅଲମ୍ପିଆଡରେ ମଧ୍ୟ ଭାରତ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ଜିତିଛି । ପୂର୍ବ ଅପେକ୍ଷା ଏଥର ଆମ ପାଖରେ ଅଧିକ ଖେଳାଳି ଚେସ ଅଲମ୍ପିଆଡରେ ଯୋଗ ଦେଉଛନ୍ତି । ସେଥିପାଇଁ ମୋତେ ଆଶା ଅଛି ଯେ ଏଥର ଭାରତ ନୂତନ ପଦକ ନେବାରେ ରେକର୍ଡ ସୃଷ୍ଟି କରିବ । ଯେମିତି ମୋର ଆଶା ଅଛି, ଆପଣ ସମସ୍ତଙ୍କର ମଧ୍ୟ ଅଛି ନା?

ସାଥୀମାନେ,

ମୁଁ ଚେସ ବିଷୟରେ ଅଧିକ ଜ୍ଞାନବାନ ନୁହେଁ କିନ୍ତୁ ଯଥେଷ୍ଟ ବୁଝିପାରୁଛି ଯେ ଚେସ ପଛରେ ଥିବା ଭାବନା ଏବଂ ଏହାର ନିୟମର ଅର୍ଥ ବହୁତ ଗଭୀର ହୋଇଥାଏ । ଯେପରି ଚେସର ପ୍ରତ୍ୟେକ ମୋହରରେ ନିଜସ୍ୱ ଶକ୍ତି ଅଛି ,ହାର ମଧ୍ୟ ଏକ ଅନନ୍ୟ ଦକ୍ଷତା ଅଛି । ଯଦି ଆପଣ ଏକ ମୋହର ସଠିକ ଭାବରେ ପଦକ୍ଷେପ ନେବେ, ଏହାର ଶକ୍ତି ସଠିକ ଭାବରେ ବ୍ୟବହାର କରିବେ ତେବେ ଏହା ସବୁଠାରୁ ଶକ୍ତିଶାଳୀ ହୋଇଯାଇଥାଏ । ଏପରିକି ଏକ ଦୁର୍ବଳ ବୋଲି ବିବେଚନା କରାଯାଉଥିବା ଏକ ପାଦ ମଧ୍ୟ ସବୁଠାରୁ ଶକ୍ତିଶାଳୀ ପାଦ ହୋଇପାରେ । ଯଦି ଆବଶ୍ୟକତା ଅଛି, ତେବେ କେବଳ ସତର୍କତାର ସହିତ, ସଠିକ ପଦକ୍ଷେପ ନେବାକୁ, ସଠିକ ପଦକ୍ଷେପ ଉଠାଇବାକୁ ହେବ । ତା’ପରେ ସେ ପ୍ରତି ପାଦରେ କିମ୍ବା ସୈନିକଙ୍କ ଚେସ ବୋର୍ଡରେ ଏକ ହାତି, ଓଟ କିମ୍ବା ମନ୍ତ୍ରୀ ଭଳି ଶକ୍ତି ମଧ୍ୟ ହାସଲ କରି ନେଇଥାଏ ।

ସାଥୀମାନେ,

ଚେସ ବୋର୍ଡର ଏହି ବିଶେଷତା ଆମକୁ ଜୀବନର ବଡ଼ ବାର୍ତ୍ତା ଦେଇଥାଏ । ସଠିକ ସମର୍ଥନ ଏବଂ ସଠିକ ପରିବେଶକୁ ଦୃଷ୍ଟିରେ ରଖି ଦୁର୍ବଳମାନଙ୍କ ପାଇଁ ମଧ୍ୟ କୌଣସି ଲକ୍ଷ୍ୟ ଅସମ୍ଭବ ହୋଇ ନ ଥାଏ । ଯେକୌଣସି ପୃଷ୍ଠଭୂମିରେ ଯେ କେହି, ସେମାନେ ଯେତେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ପ୍ରଥମ ପଦକ୍ଷେପ ନେବା ସମୟରେ ଯଦି ସେମାନେ ସଠିକ ସାହାଯ୍ୟ ପାଇଥାନ୍ତି, ତେବେ ସେମାନେ ଶକ୍ତିଶାଳୀ ହୋଇ ମନମୁତାବକ ଫଳ ଆଣିପାରିଥାଆନ୍ତି ।

ସାଥୀମାନେ,

ଚେସ ଖେଳର ଅନ୍ୟ ଏକ ବଡ଼ ବୈଶିଷ୍ଟ୍ୟ ହେଉଛି ଦୂରଦୃଷ୍ଟି । ଚେସ ଆମକୁ କହିଥାଏ ଯେ ସ୍ୱଳ୍ପମିଆଦୀ ସଫଳତା ଅପେକ୍ଷା ପ୍ରକୃତ ସଫଳତା ଦୂରଦୃଷ୍ଟି ରଖୁଥିବା ଖେଳାଳିମାନଙ୍କୁ ହିଁ ମିଳିଥାଏ । ଯଦି ମୁଁ ଆଜି ଭାରତର କ୍ରୀଡ଼ା ନୀତି ବିଷୟରେ କହିବି, କ୍ରୀଡ଼ା କ୍ଷେତ୍ରରେ ପଲିସୀର କଥା କହିବି ତେବେ କ୍ରୀଡ଼ା କ୍ଷେତ୍ରରେ ଟିଓପିଏସ ଅର୍ଥାତ ଟାର୍ଗେଟ ଅଲମ୍ପିକ ପୋଡିୟମ ସ୍କିମ ଏବଂ ଖେଲୋ ଇଣ୍ଡିଆ ଭଳି ଯୋଜନା ଏହି ଚିନ୍ତାଧାରା ସହିତ କାର୍ଯ୍ୟ କରୁଛି ଏବଂ ଆମେ ଏହାର ଫଳାଫଳକୁ ମଧ୍ୟ କ୍ରମାଗତ ଭାବରେ ଦେଖୁଛୁ ।  ଆଜି ନବ ଭାରତର ଯୁବକମାନେ ପ୍ରତ୍ୟେକ ଖେଳରେ ଚମକ୍ରାର ଖେଳ ପ୍ରଦର୍ଶନ କରୁଛନ୍ତି । ଗତ କିଛି ସମୟ ମଧ୍ୟରେ ଆମେ ଅଲମ୍ପିକ୍ସ, ପାରା-ଅଲମ୍ପିକ୍ସ ଏବଂ ବଧିର-ଅଲମ୍ପିକ୍ସ ଭଳି ବଡ଼ ବିଶ୍ୱସ୍ତରୀୟ କ୍ରୀଡ଼ା ଇଭେଣ୍ଟକୁ ଦେଖିଛୁ । ଭାରତୀୟ ଖେଳାଳିମାନେ ଏହି ସମସ୍ତ ଇଭେଣ୍ଟରେ ଚମକ୍ରାର ଖେଳ ପ୍ରଦର୍ଶନ କରିଛନ୍ତି, ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ଏବଂ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଆମେ ପ୍ରଥମ ଥର ପାଇଁ ୭ଟି ପଦକ ଜିତିଛୁ, ପାରା ଅଲମ୍ପିକରେ ପ୍ରଥମ ଥର ପାଇଁ ୧୯ ପଦକ ଜିତିଲୁ, ନିକଟରେ ଭାରତ ଆଉ ଏକ ସଫଳତା ହାସଲ କରିଛି । ସାତ ଦଶନ୍ଧି ମଧ୍ୟରେ ଆମେ ପ୍ରଥମ ଥର ପାଇଁ ଥୋମାସ କପ୍ ଜିତିଲୁ । ଆମର ତିନିଜଣ ମହିଳା ବକ୍ସର ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ଜିତିଛନ୍ତି । ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା କିଛିଦିନ ପୂର୍ବରୁ ଆଉ ଏକ ଅନ୍ତର୍ଜାତୀୟ ପଦକ ଜିତି ଏକ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି । ଆମେ ଅନୁମାନ କରିପାରିବା ଆଜି ଭାରତର ପ୍ରସ୍ତୁତିରେ ଗତି କ’ଣ । ଭାରତର ଯୁବକମାନଙ୍କ ଉତ୍ସାହ କ’ଣ! ଆମେ ବର୍ତ୍ତମାନ ୨ଠ୨୪ ପ୍ୟାରିସ ଅଲମ୍ପିକ୍ସ ଏବଂ ୨ଠ୨୮ ଲସ ଆଞ୍ଜେଲ୍ସ ଅଲମ୍ପିକ୍ସକୁ ଟାର୍ଗେଟ କରିବା ଦିଗରେ କାର୍ଯ୍ୟ କରୁଛୁ । ଟିଓପିଏସ ସ୍କିମ ଅଧିନରେ ବର୍ତ୍ତମାନ ଶହ ଶହ ଖେଳାଳିଙ୍କୁ ସମର୍ଥନ କରାଯାଉଛି । କ୍ରୀଡ଼ା ଜଗତରେ ଯେପରି ଭାରତ ଏକ ନୂତନ ଶକ୍ତି ଭାବରେ ଉଭା ହେଉଛି ସେହିଭଳି ଭାରତର ଖେଳାଳିମାନେ ମଧ୍ୟ କ୍ରୀଡ଼ା ଜଗତରେ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶର ଛୋଟ ସହରର ଯୁବକମାନେ କ୍ରୀଡ଼ା ଜଗତରେ ବିଶ୍ୱରେ ଆମର ପରିଚୟକୁ ଊଦ୍ଧ୍ୱର୍ରେ ଉଡ଼ାଇବାକୁ ଆଗକୁ ଆସୁଛନ୍ତି ।

ସାଥୀମାନେ,

ଯେତେବେଳେ ପ୍ରତିଭା ସଠିକ ସୁଯୋଗ ସହିତ ସଂଯୋଗ ହୁଏ ସେତେବେଳେ ସଫଳତାର ସୁଫଳ ନିଜେ ମୁଣ୍ଡ ନୁଅାଁଇ ନିଜକୁ ସ୍ୱାଗତ କରିଥାଏ ଏବଂ ଆମ ଦେଶରେ ପ୍ରତିଭାର ଅଭାବ ନାହିଁ । ଦେଶର ଯୁବକମାନଙ୍କ ମଧ୍ୟରେ ସମର୍ପଣଭାବ, ଉତ୍ସର୍ଗୀକୃତ ଏବଂ ଶକ୍ତିର କୌଣସି ଅଭାବ ନାହିଁ । ପୂର୍ବରୁ ଆମର ଏହି ଯୁବକମାନଙ୍କୁ ସଠିକ ପ୍ଲାଟଫର୍ମ ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା । ଆଜି ‘ଖେଲୋ ଇଣ୍ଡିଆ’ ଅଭିଯାନ ଅଧିନରେ ଦେଶ ନିଜେ ଏହି ପ୍ରତିଭାକୁ ମଧ୍ୟ ଖୋଜୁଛି ଏବଂ ଏହା ମଧ୍ୟ ଖୋଜୁଛି । ଆଜି ‘ଖୋଲା ଇଣ୍ଡିଆ’ ଅଭିଯାନ ଅଧିନରେ ଦେଶର ଦୁର୍ଗମ ଅଞ୍ଚଳ, ଗ୍ରାମ ଏବଂ ସହରର ଆଦିବାସୀ ଅଞ୍ଚଳରୁ ହଜାର ହଜାର ଯୁବକଙ୍କୁ ଚୟନ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲାରେ ଆଧୁନିକ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କରାଯାଉଛି । ଦେଶର ନୂତନ ଜାତୀୟ ଶିକ୍ଷାନୀତିରେ କ୍ରୀଡ଼ାକୁ ଅନ୍ୟ ବିଷୟଗୁଡ଼ିକ ସହିତ ସମାନ ପ୍ରାଥମିକତା ଦିଆଯାଇଛି । କ୍ରୀଡ଼ା ଜଗତରେ ଯୁବଗୋଷ୍ଠୀଙ୍କ ପାଇଁ ଖେଳିବା ବ୍ୟତୀତ ଯୁବକମାନଙ୍କ ପାଇଁ ମଧ୍ୟ ଅନେକ ନୂତନ ସୁଯୋଗ ସୃଷ୍ଟି ହୋଇଛି । କ୍ରୀଡ଼ା, ବିଜ୍ଞାନ, କ୍ରୀଡ଼ା ଫିଜିଓ, କ୍ରୀଡ଼ା ଅନୁସନ୍ଧାନ ଏଭଳି ଅନେକ ନୂତନ ଦିଗ ଯୋଡ଼ି ହୋଇଯାଉଛି । ଦେଶରେ ଅନେକ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ମଧ୍ୟ ଖୋଲାଯାଉଛି ଯାହାକି ଆପଣଙ୍କ ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ ମିଳିପାରିବ ।

ସାଥୀମାନେ,

ଆପଣମାନେ ସବୁ ଖେଳାଳି ଯେତେବେଳେ ଖେଳ ପଡ଼ିଆରେ କିମ୍ବା କୌଣସି ଟେବୁଲ ଉପରେ କିମ୍ବା ଚେସ ବୋର୍ଡ ସାମ୍ନାରେ ରହୁଥାନ୍ତି, କୁହନ୍ତୁ ସେତେବେଳେ କେବଳ ସେମାନଙ୍କର ବିଜୟ ପାଇଁ ନୁହେଁ, ବରଂ ନିଜ ଦେଶ ପାଇଁ ଖେଳିଥାନ୍ତି । ଏମିତି ହେବା ସ୍ୱାଭାବିକ ଅଟେ ଯେ କୋଟି କୋଟି ଲୋକଙ୍କ ଆଶା ଏବଂ ଅପେକ୍ଷା ଆକାଂକ୍ଷାର ଚାପ ମଧ୍ୟ ଆପଣଙ୍କ ଉପରେ ରହିଥାଏ । କିନ୍ତୁ ମୁଁ ଚାହିଁବି ଯେ ଆପଣ ଏହା ଉପରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ ଯେ ଦେଶ ଆପଣଙ୍କର କଠିନ ପରିଶ୍ରମ  ଏବଂ ନିଷ୍ଠାକୁ ଦେଖୁଛି । ଆପଣଙ୍କୁ ଶତ ପ୍ରତିଶତ ଦେବାକୁ ପଡ଼ିବ । ଆପଣ ଆପଣଙ୍କର ଶତ ପ୍ରତିଶତ ଦିଅନ୍ତୁ କିନ୍ତୁ ଶୂନ ଶତକଡ଼ା ଚାପ ସହିତ, ଟେନସନମୁକ୍ତ ହୋଇ । ଜିତିବା ଯେତିକି ଖେଳର ଅଂଶ ହୋଇଥାଏ ପୁନର୍ବାର ଜିତିବା ପାଇଁ କଠିନ ପରିଶ୍ରମ କରିବା ମଧ୍ୟ ଖେଳର ଏକ ଅଂଶ ହୋଇଥାଏ । ଚେସ ଖେଳରେ ଗୋଟିଏ ଭୁଲରେ ଖେଳିଥିବା ଖେଳକୁ ବଦଳାଇବାର ସମ୍ଭାବନା ଅଛି କିନ୍ତୁ ଏହା ହେଉଛି ଚେସ । ଯେଉଁଠାରେ ଆପଣ ମନର ଗୋଟିଏ ନିଷ୍ପତ୍ତି ସହିତ ହାରିଯାଇଥିବା ଖେଳକୁ ଓଲଟାଇ ପାରିବେ । ତେଣୁ ଆପଣ ଏହି ଖେଳରେ ଯେତେ ଶାନ୍ତ ରହିବେ, ଆପଣ ନିଜ ମନକୁ ଯେତେ ଅଧିକ ନିୟନ୍ତ୍ରଣରେ ରଖିବେ, ସେତିକି ଭଲ ଖେଳ ପ୍ରଦର୍ଶନ କରିପାରିବେ । ଏହି କାର୍ଯ୍ୟରେ ଯୋଗ ଏବଂ ଧ୍ୟାନ ଆପଣଙ୍କୁ ବହୁତ ସାହାଯ୍ୟ କରିଥାଏ । ୨୧ ଜୁନ ଅନ୍ତର୍ଜାତୀୟ ଯୋଗ ଦିବସ । ମୁଁ ଚାହିଁବି ଯୋଗକୁ ଆପଣଙ୍କ ଜୀବନର ଏକ ନିୟମିତ ଅଂଶ କରିବା ସହିତ ଯୋଗ ଦିବସକୁ ବହୁତ ଉତ୍ସାହର ସହିତ ପ୍ରୋତ୍ସାହିତ କରି ପ୍ରଚାର କରନ୍ତୁ । ଏହା ସହିତ ଆପଣ ଆହୁରି ଲକ୍ଷ ଲକ୍ଷ ଲୋକଙ୍କୁ ଦିଗ ଦେଖାଇ ପାରିବେ । ମୋତେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆପଣ ସମସ୍ତେ ଏହି ନିଷ୍ଠାର ସହିତ ଖେଳ ପଡ଼ିଆରେ ପ୍ରବେଶ କରିବେ ଏବଂ ଆପଣଙ୍କ ଦେଶର ଗୌରବ ବଢ଼ାଇବେ । ମୁଁ ଆପଣ ସମସ୍ତଙ୍କୁ ପୁଣିଥରେ ବହୁତ ବହୁତ ଧନ୍ୟବାଦ ଦେଉଛି । ପୁଣିଥରେ, କ୍ରୀଡ଼ା ଜଗତକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି, ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s address during inauguration of the Swami Vivekananda Cultural Youth Centre-Viveka Smaraka in Mysuru
August 01, 2026

एल्लरिगू नन्ना नमस्कारगलु।

रामकृष्ण मठ और रामकृष्ण मिशनबेलूर मठ के अध्यक्ष परम पूज्य स्वामी गौतमानंद जी महाराज, श्री रामकृष्ण आश्रम, मैसुरू के अध्यक्ष पूज्य स्वामी मुक्तिदानंद जी, रामकृष्ण मठ और रामकृष्ण मिशन के ट्रस्टी पूज्य स्वामी यादवेंद्रानंद जी, राज्यपाल श्री थावरचंद गहलोत जी, मुख्यमंत्री श्री डी.के. शिवकुमार जी, सांसद यदुवीर कृष्णदत्त चामराज वाडियार जी, विधायक विजयेंद्र येदियुरप्पा जी, के. हरीश गौड़ा जी, अन्य महानुभाव, पूज्य संतगण और भाईयों और बहनों।

सर्वप्रथम मैं मैसूरू की अधिष्ठात्री देवी मां चामुंडेश्वरी को प्रणाम करता हूं। अभी दो दिन पहले ही हम सभी ने गुरू पूर्णिमा भी मनाई है। आप सब जानते हैं, मेरी यात्रा जहां से शुरू हुई और आज मैं जहां हूं, इसमें राम कृष्ण मिशन का बहुत अहम योगदान है। मैं तीन महीने पहले हावड़ा में बेलूर मठ गया था। सभी पूज्य संतों से सतसंग करने का अवसर मिला था। मेरा सौभाग्य है कि आज मुझे फिर मैसूरू में श्री रामकृष्ण आश्रम से जुड़े संतों से, मेरे गुरू बंधुओं से मिलने का, उनसे आशीर्वाद लेने का अवसर मिला है। आप सभी की उपस्थिति की वजह से, आज मैसूरू की इस पवित्र भूमि पर मुझे एक अलग ही ऊर्जा अनुभव हो रही है। मैं आप सभी संतों के चरणों में सादर प्रणाम करता हूं।

साथियों,

मैसूरू भारत की अनादि सांस्कृतिक चेतना का केंद्र रहा है। यहां के मंदिर, यहां की परंपराएं और उत्सव, मैसूरू का दशहरा, यहां के भव्य महल, इसका संगीत और साहित्य, भारत की विरासत इस शहर के कण-कण में रची बसी है। और यह देखकर बहुत संतोष मिलता है। इस शहर ने इस विरासत को उसी कुशलता से सहेजा भी है, संवारा भी है। श्री रामकृष्ण आश्रम और स्वामी विवेकानंद जी की स्मृतियां भी मैसुरू की विरासत का ही एक समृद्ध हिस्सा हैं। कुछ देर पहले मैं उस ऐतिहासिक भवन में भी गया था, जहां स्वामी विवेकानंद जी ने अपने प्रवास के दौरान कुछ समय बिताया था। कर्नाटका के कितने ही विद्वान और मनीषी इस स्थान से जुड़े रहे हैं। राष्ट्रकवि कुवेम्पु जैसे महापुरुष जब मैसुरू में थे, उनका भी श्रीरामकृष्ण आश्रम से गहरा जुड़ाव था। आज स्वामी विवेकानंद कल्चरल यूथ सेंटर, यानी विवेका स्मारका के उद्घाटन के जरिए, हम इस मिशन को नया विस्तार दे रहे हैं। इसके लिए मैं श्रीरामकृष्ण आश्रम और इससे जुड़े सभी विद्वानों को हार्दिक बधाई देता हूं।

साथियों,

व्यक्ति से विभूति का निर्माण एकाएक नहीं होता। इसके लिए हमें जीवन की अनगिनत परीक्षाएँ देनी होती हैं। साधना करनी होती है, तप करना होता है, खुद को तपाना पड़ता है, खपाना पड़ता है। ख्याति के बाद तो संसार पीछे खड़ा होता है। लेकिन, तप के समय महान विभूतियों को पहचानना आसान नहीं होता। जो साधक को तपस्या में पहचानता है, वो उसकी सिद्धि का सहभागी भी होता है।

इसलिए भाइयों बहनों,

स्वामी विवेकानंद के जीवन में मैसुरू का इतना अहम योगदान था। करीब 130 वर्ष पहले, स्वामी जी, एक युवा संन्यासी के रूप में भ्रमण करते हुए मैसुरू आए थे। तब उनकी प्रसिद्धि वैसी नहीं थी। लेकिन, विचार उतने ही ऊंचे थे। उस समय उन्हें जिन लोगों ने पहचाना, जो उनके साथ जुड़े, उनमें से एक प्रमुख नाम मैसुरू के तत्कालीन महाराजा का भी था। जब स्वामी विवेकानंद जी अमेरिका में थे, तो उन्होंने वहाँ से मैसुरू के तत्कालीन महाराजा को एक पत्र लिखा था। उसमें उन्होंने स्वयं महाराजा के सहयोग का उल्लेख किया था।

साथियों,

स्वामी विवेकानंद जी ने भारतीय चेतना को आत्मसात किया था। उन्होंने शास्त्रों को आत्मसात किया था जो कहते हैं- “परं परोपकारार्थं यो जीवति स जीवति”। अर्थात्, वास्तव में वही जीता है जो दूसरों के लिए जीता है। इसी मंत्र पर चलते हुए, मैसुरू के इस श्री रामकृष्ण आश्रम ने पिछले वर्ष अपने सौ साल पूरे किए हैं। शिक्षा और स्वास्थ्य से जुड़ी सेवाएँ हों, या प्राकृतिक आपदा में राहत कार्य, श्री रामकृष्ण आश्रम ने स्वामी विवेकानंद जी की विरासत को जीवंत रखा है। मुझे विश्वास है विवेका स्मारका साधकों और श्रद्धालुओं के लिए आत्मिक उत्थान का तीर्थ बनेगा। स्वामी विवेकानंद जी की प्रेरणा थी- ‘शिव ज्ञाने जीव सेवा’। यानी जीव की सेवा ही शिव की सेवा है। हमें इस विवेका स्मारक में इसलिए, ऐसे युवाओं को गढ़ना है, जिनके लिए समाज और राष्ट्र के हित, गरीब-वंचित के दुःख, अपने सुख-दुःख से ऊपर हों। जिन युवाओं के लिए राष्ट्र प्रथम ही सर्वोपरि मंत्र हो, मां भारती की सेवा ही जिनका जीवन लक्ष्य हो।

साथियों,

स्वामी विवेकानंद जी युवाओँ की शिक्षा को राष्ट्र निर्माण का मजबूत आधार मानते थे। उन्होंने स्वयं ये देखा था कि कैसे दुनिया के देश अपने युवाओं को शिक्षित बना रहे हैं। लेकिन दुर्भाग्य से तब भारत गुलाम था। भारत के युवा भी गुलामी की जंजीरों में जक़ड़े हुए थे। उस दौर से लेकर अब तक, भारत के युवा ने एक लंबी यात्रा तय की है। भारत का जो युवा कभी जंजीरों में था, आज वो युवा दुनिया के विकास को गति दे रहा है।

· आज भारत की अर्थव्यवस्था, सबसे तेजी से आगे बढ़ रही है।

· किसकी वजह से? भारत के युवाओँके सामर्थ्य से।

· आज भारत में दुनिया की तीसरा सबसे बड़ा स्टार्ट-अप इकोसिस्टम है।

· किसकी वजह से? भारत के युवाओँ के सामर्थ्य से।

· आज भारत दुनिया का दूसरा सबसे बड़ा मोबाइल फोन निर्माता बन चुका है।

· किसकी वजह से?

· भारत के युवाओं के सामर्थ्य से।

· आज भारत से बने Digital Solutions, दुनिया के अनेक देशों के लिए प्रेरणा बन रहे हैं।

· किसकी वजह से?

· भारत के युवाओं के सामर्थ्य से।

· आज भारत सेमीकंडक्टर मैन्युफैक्चरिंग की नई यात्रा पर तेज़ी से आगे बढ़ रहा है।

· किसकी वजह से?

· भारत के युवाओं के सामर्थ्य से।

· आज भारत AI, Deep Tech, Space Technology और Innovation के नए अध्याय लिख रहा है।

· किसकी वजह से?

· भारत के युवाओं के सामर्थ्य से।

अभी कुछ दिन पहले ही हमने देखा है, भारत के युवाओं ने अंतरिक्ष में कमाल कर दिया है। पहली बार युवाओं का बनाया हुआ एक प्राइवेट कंपनी का रॉकेट, अंतरिक्ष तक पहुंचा है। आज कोई भी सेक्टर हो, भारत युवा अपना दम-खम दिखा रहा है। हम सभी अपने आसपास देख रहे हैं, आज छोटे से छोटे व्यवसाय में लगा युवा, भारत की डिजिटल इकॉनमी को आगे बढ़ा रहा है। वो मुद्रा लोन के जरिए नई शुरुआत कर रहा है। वो देश की स्टार्टअप revolutionको लीड कर रहा है। आत्मनिर्भर भारत का अभियान हो, मेक इन इंडिया का अभियान हो, इसकी सफलता के पीछे भारत के युवाओं की ही ताकत है।

साथियों,

किसी भी देश में, युवाओं का सामर्थ्य तभी उस राष्ट्र की शक्ति बनता है, जब उसे सही अवसर मिले, जब उसे सही दिशा मिले, और जब उसे अपनी ही धरती पर बड़े सपने देखने, उन्हें पूरा करने का भरोसा मिले। और इसमें बहुत बड़ी भूमिका हमारे शिक्षा संस्थानों की होती है। मुझे खुशी है कि आज भारत में शिक्षण संस्थाओँ की संख्या लगातार बढ़ रही है। पिछले 12 वर्षों में, 650 से ज्यादा नई यूनिवर्सिटीज बनी हैं। पिछले 12 वर्षों में करीब 14 हजार नए कॉलेज बने हैं। 4 हजार से ज्यादा नई ITI बनाई गई हैं। 9 नए आई.आई.एम, 7 नई आई.आई.टी, और13 नए एम्स भी स्थापित किए गए हैं। आज देश में MBBS की सीटें करीब 1 लाख 40 हजार हो चुकी हैं। मेडिकल कॉलेजों की संख्या बढ़कर 823 हो गई है।

साथियों,

एक ओर हम एजुकेशन इनफ्रास्ट्रक्चर को modernize कर रहे हैं। साथ ही, शिक्षा व्यवस्था को भी आधुनिक जरूरतों के हिसाब से ढाला जा रहा है। नेशनल एजुकेशन पॉलिसी, भारत के युवाओँ को 21वीं सदी के अनुरूप तैयार करने का माध्यम बन रही है।

साथियों,

स्कूली शिक्षा में भी बड़े स्तर पर काम हुआ है। देशभर में 14 हजार से ज्यादा पीएम श्री स्कूल विकसित किए गए हैं। शिक्षा केवल किताबी न रहे, बच्चों में इनोवेशन और साइंटिफिक टेंपरामेंट विकसित हो, इसके लिए,10 हजार से ज्यादा अटल टिंकरिंग लैब्स स्थापित हुई हैं।

साथियों,

स्वामी विवेकानंद जी, राष्ट्र उत्थान के लिए शिक्षा के साथ-साथ समानता को भी उतना ही अहम मानते थे। शिक्षा में भेदभाव न हो, अवसरों में भेदभाव न हो, आज ये देश का विज़न बन गया है। आज बेटियाँ भी सैनिक स्कूलों में एड्मिशन ले रहीं हैं। एनडीए में बेटियां राष्ट्र के लिए योगदान दे रही हैं। आज मेडिकल और इंजीनियरिंग जैसी पढ़ाई मातृभाषा में करने की सुविधा हो गई है। इससे, भाषा के आधार पर अवसरों में होने वाले भेदभाव पर लगाम लग रही है।

साथियों,

युवा शक्ति का स्वस्थ, अनुशासित और आत्मविश्वास से भरे रहना उतना ही जरूरी है। जो देश खेलों को महत्व देते हैं, वहां के युवाओं में इन तीनों गुणों का तेजी से विकास होता है। इसलिए आज खेलों को राष्ट्र निर्माण की एक महत्वपूर्ण धारा के रूप में देखा जा रहा है। खेलो इंडिया यूथ गेम्स, यूनिवर्सिटी गेम्स, पैरा गेम्स और विंटर गेम्स जैसे आयोजनों ने देशभर के युवाओं को अपनी प्रतिभा दिखाने का मंच दिया है। आज देशभर में आधुनिक स्पोर्ट्स इंफ्रास्ट्रक्चर का विस्तार हो रहा है, खेलो इंडिया सेंटर के माध्यम से सुविधाएं बढ़ रही हैं, गांवों से लेकर छोटे शहरों तक नई प्रतिभाओं की पहचान की जा रही है।

और साथियों,

आज इस अभियान के परिणाम भी साफ - साफ दिखाई दे रहे हैं। अंतरराष्ट्रीय खेल प्रतियोगिताओं में भारत का प्रदर्शन बेहतर होता जा रहा है। हमारे खिलाड़ी नए-नए कीर्तिमान बना रहे हैं, हमारी बेटियां देश का गौरव बढ़ा रही हैं।

साथियों,

स्वामी विवेकानंद जी की तरह, हमें विवेका स्मारका, बड़े उद्देश्य के लिए कार्य करने की प्रेरणा देता है। ऐसे स्थान पर मैं हमारे युवाओं से कुछ आग्रह करना चाहता हूं।

साथियों,

मैसुरू को अक्सर भारत के सबसे स्वच्छ शहरों में स्थान मिला है। मैं इसके लिए यहां के लोगों को हृदय से बधाई देता हूं। क्या इस अवसर पर हम ये संकल्प ले सकते हैं, कि भविष्य में स्वच्छता के संकल्प को निरंतर मजबूत करते रहेंगे। हमें यहाँ की प्राकृतिक संपदाओं को संरक्षित करना चाहिए। हमें पर्यावरण से जुड़े संकल्प लेने चाहिए। हमें पानी की हर बूंद बचाने के लिए मिशन मोड में काम करना होगा।

साथियों,

आज ही यहां ‘वाल्मीकि रामायण’ के कन्नड़ा अनुवाद का विमोचन भी हुआ है। मैं कन्नड़ा भाषा से जुड़ी एक अपील भी करना चाहता हूं। कर्नाटका महान लेखकों और कवियों की धरती है। कन्नड़ा भाषी लोग हमेशा से पढ़ने की संस्कृति के लिए जाने जाते हैं। स्मार्टफोन के इस युग में इस स्वभाव को और बढ़ावा मिलना चाहिए। क्या हम युवा पीढ़ी को कन्नड़ा साहित्य से गहराई से जुड़ने के लिए प्रेरित कर सकते हैं।

साथियों,

मैसुरू अपने सिल्क, चंदन और हस्तशिल्प के लिए प्रसिद्ध है। जब भी हम किसी को उपहार दें, तो क्या हम ये सुनिश्चित कर सकते हैं कि वो किसी भारतीय के हाथों और पसीने से बनी चीज हो? इससे हमारी संस्कृति को बढ़ावा मिलेगा, साथ ही, एक और परिवार को आर्थिक सहायता भी मिलेगी।

साथियों,

स्वामी विवेकानंद जी ने जिस तरह के भारत का सपना देखा था, उसे पूरा करने का दायित्व आज की पीढ़ी पर है। मुझे विश्वास है, विवेका स्मारका इसके लिए एक ऊर्जा स्रोत का काम करेगा। मैं एक बार फिर, यहां एकत्र पूज्य संतजनों गुरू बंधुओं और मैसुरू के लोगों को नमन करते हुए मेरी वाणी को विराम देता हूं। आप सबका बहुत-बहुत धन्यवाद।