୮୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଗୁଡିକର ଉଦଘାଟନ କରିଛନ୍ତି
"ରାଜକୋଟ ସୌରାଷ୍ଟ୍ରର ଅଭିବୃଦ୍ଧି ଇଞ୍ଜିନ ଭାବରେ ସ୍ୱୀକୃତ ହୋଇଥାଏ’
"ମୁଁ ସବୁବେଳେ ରାଜକୋଟ ନିକଟରେ ଥିବା ମୋର ଋଣକୁ ପରିଶୋଧ କରିବାକୁ ଚେଷ୍ଟା କରିଥାଏ’
"ଆମେ ‘ସୁଶାସନ'ର ନିଶ୍ଚିତତା ନେଇ ଆସିଛୁ ଏବଂ ଆମେ ଏହାକୁ ପୂରଣ କରୁଛୁ’
;ସରକାରଙ୍କ ପ୍ରାଥମିକତା ହେଉଛି ଉଭୟ ନବ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ଶ୍ରେଣୀ’
ବାୟୁ ସେବାର ସମ୍ପ୍ରସାରଣ ଭାରତର ବିମାନ ଚଳାଚଳ କ୍ଷେତ୍ରକୁ ନୂତନ ଉଚ୍ଚତା ଦେଇଛି "
"ଜୀବନର ସହଜତା ଏବଂ ଉନ୍ନତ ଜୀବନଶୈଳୀ ସରକାରଙ୍କ ପାଇଁ ପ୍ରାଥମିକତା ମଧ୍ୟରେ ରହିଛି’
"ଆଜି ରେରା ଆଇନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଟଙ୍କା ଲୁଟିବାରୁ ପ୍ରତିରୋଧ କରୁଛି’
"ଆଜି ଆମ ପଡୋଶୀ ଦେଶରେ ମୁଦ୍ରାସ୍ଫୀତି ୨୫- ୩୦ ପ୍ରତିଶତ ହାରରେ ବୃଦ୍ଧି ପାଉଛି । କିନ୍ତୁ ଭାରତରେ ସେପରି ନୁହେଁ’

ସମସ୍ତେ କିପରି ଅଛନ୍ତି ? ସୁଖରେ?

ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୂପେନ୍ଦ୍ର ଭାଇ ପଟେଲ, ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମହାଶୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭାଇ ବିଜୟ ରୂପାଣୀ ମହାଶୟ, ସି ଆର ପାଟିଲ ମହାଶୟ ।

ସାଥୀଗଣ,

ଏବେ ବିଜୟ ମଧ୍ୟ ମୋ କାନରେ କହୁଥିଲେ ଆଉ ମୁଁ ମଧ୍ୟ ନୋଟିସ କରୁଅଛି ଯେ ରାଜକୋଟରେ କାର୍ଯ୍ୟକ୍ରମ ହେବ, ଛୁଟିର ଦିନ ହୋଇ ନ ଥିବ ଆଉ ଦ୍ୱିପ୍ରହରର ସମୟ ହୋଇଥିବ, ରାଜକୋଟରେ କେହି ଏହି ସମୟରେ ସଭା କରିବା କଥା ଚିନ୍ତା ମଧ୍ୟ କରି ନ ଥିବେ, ସେଠାରେ ଏତେ ବିପୁଳ ସଂଖ୍ୟାରେ ବିଶାଳ ଜନସଭା, ଆଜି ରାଜକୋଟ, ରାଜକୋଟର ସବୁ ରେକର୍ଡ ଭାଙ୍ଗି ଦେଇଛି । ନ ହେଲେ ତ ବର୍ଷ ବର୍ଷ ଧରି ଆମେ ଦେଖୁଛୁ ଯେ ସନ୍ଧ୍ୟା 8ଟା ସମୟ ପରେ ଠିକ୍ ରହିବ ଭାଇ, ଆଉ ରାଜକୋଟକୁ ଏମିତିରେ ମଧ୍ୟ ଦ୍ୱିପ୍ରହରରେ ଶୋଇବା ପାଇଁ ସମୟ ଦରକାର ।

ଆଜି ରାଜକୋଟ ସହିତ ସମଗ୍ର ସୌରାଷ୍ଟ୍ର ଏବଂ ଗୁଜରାଟ ପାଇଁ ହେଉଛି ବହୁତ ବଡ଼ ଦିନ । କିନ୍ତୁ ପ୍ରାରମ୍ଭରେ ମୁଁ ସେହି ପରିବାରଙ୍କ ପ୍ରତି ନିଜର ସମ୍ବେଦନା ବ୍ୟକ୍ତ କରିବାକୁ ଚାହୁଁଛି, ଯେଉଁମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଆସିଥିବା ଯୋଗୁଁ ବହୁତ କ୍ଷତି ଉଠାଇବାକୁ ପଡ଼ିଛି । କିଛି ଦିନ ପୂର୍ବରୁ ହିଁ ବାତ୍ୟା ଆସିଥିଲା ଆଉ ପୁଣି ବନ୍ୟା ମଧ୍ୟ ବହୁତ ମାତ୍ରାରେ ଧ୍ୱଂସ କରିଦେଲା । ସଙ୍କଟର ଏହି ସମୟରେ ଆଉ ଥରେ ପୁଣି ଜନତା ଏବଂ ସରକାର ଏକାଠି ମିଳିମିଶି ଏହାର ମୁକାବିଲା କରିଛନ୍ତି। ସମସ୍ତ ପ୍ରଭାବିତ ପରିବାରଙ୍କର ଜୀବନ ଶୀଘ୍ରରୁ ଖୁବ ଶୀଘ୍ର ସାମାନ୍ୟ ହେଉ, ଏଥିପାଇଁ ଭୂପେନ୍ଦ୍ର ଭାଇଙ୍କ ସରକାର ସବୁ ପ୍ରକାରର ପ୍ରୟାସ କରୁଛନ୍ତି । କେନ୍ଦ୍ର ସରକାର ମଧ୍ୟ, ରାଜ୍ୟ ସରକାରଙ୍କୁ ଯେଉଁ ମଧ୍ୟ ସହଯୋଗର ଆବଶ୍ୟକତା ରହିଛି, ତାହା ପୂରଣ କରୁଛନ୍ତି ।

 

ଭାଇମାନେ ଓ ଭଉଣୀମାନେ,

ବିଗତ ବର୍ଷରେ ରାଜକୋଟକୁ ଆମେ ପ୍ରତ୍ୟେକ ପ୍ରକାରରେ ଆଗକୁ ବଢ଼ିବାର ଦେଖିଛୁ । ଏବେ ରାଜକୋଟର ପରିଚୟ, ସୌରାଷ୍ଟ୍ରର ବିକାଶ ଇଞ୍ଜିନ ଭଳି ମଧ୍ୟ ହେଉଛି । ଏଠାରେ ଏତେ କିଛି ରହିଛି । ଉଦ୍ୟୋଗ- କାମଧନ୍ଦା ରହିଛି, ବ୍ୟବସାୟ ରହିଛି, ସଂସ୍କୃତି ରହିଛି, ଖାଦ୍ୟପେୟ ରହିଛି । କିନ୍ତୁ ଗୋଟିଏ ଅଭାବ ଅନୁଭୂତ ହେଉଥିଲା, ଆଉ ଆପଣମାନେ ସମସ୍ତେ ମଧ୍ୟ ମୋତେ ବାରମ୍ବାର ଜଣାଉଥିଲେ । ଆଉ ସେହି ଅଭାବ ମଧ୍ୟ ଆଜି ପୂରଣ ହୋଇ ଯାଇଛି ।

ଏବେ କିଛି ସମୟ ପୂର୍ବରୁ ମୁଁ ନୂତନ ଭାବେ ନିର୍ମାଣ ହୋଇଥିବା ବିମାନବନ୍ଦରରେ ଥିଲି, ସେତେବେଳେ ଆପଣମାନଙ୍କର ସ୍ୱପ୍ନ ପୂରଣ ହୋଇଥିବା ଖୁସିକୁ ମୁଁ ଅନୁଭବ କଲି । ଆଉ ମୁଁ ସବୁବେଳେ କହୁଛି, ଏହା ହେଉଛି ରାଜକୋଟ, ଯିଏ ମୋତେ ବହୁତ କିଛି ଶିଖାଇଲା । ମୋତେ ପ୍ରଥମ ଥର ପାଇଁ ବିଧାୟକ କଲା । ମୋର ରାଜନୈତିକ ଯାତ୍ରାର ଶୁଭାରମ୍ଭ, ତାହାକୁ ସବୁଜ ପତାକା ଦେଖାଇବାର କାର୍ଯ୍ୟ ରାଜକୋଟ କରିଛି । ଆଉ ଏଥିପାଇଁ ରାଜକୋଟର ଋଣ ମୋ ଉପରେ ସଦା ସର୍ବଦା କାୟମ ରହିଛି । ଆଉ ମୋର ଏହା ମଧ୍ୟ ଚେଷ୍ଟା ରହିଛି ଯେ ସେହି ଋଣକୁ କମ୍ କରି ଚାଲିବି ।

ଆଜି ରାଜକୋଟକୁ ନୂତନ ଏବଂ ବଡ଼, ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ମିଳି ସାରିଛି । ଏବେ ରାଜକୋଟ ଠାରୁ ଦେଶ ସହିତ ବିଶ୍ୱର ଅନେକ ସହରଗୁଡ଼ିକ ପାଇଁ ମଧ୍ୟ ସିଧାସଳଖ ଉଡାଣ ସମ୍ଭବ ହୋଇ ପାରିବ । ଏହି ବିମାନବନ୍ଦର ଦ୍ୱାରା ଯାତ୍ରା କରିବା ତ’ ସହଜ ହେବ ହିଁ, ଏହି ସମଗ୍ର ଅଂଚଳର ଉଦ୍ୟୋଗଗୁଡ଼ିକୁ ମଧ୍ୟ ବହୁତ ଲାଭ ହେବ । ଆଉ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି, ପ୍ରାରମ୍ଭିକ ଦିନଗୁଡ଼ିକ ଥିଲା, ଅଧିକ ଅନୁଭବ ତ’ ନ ଥିଲା ଆଉ ଗୋଟିଏ ଥର ମୁଁ କହିଥିଲି ଯେ ଏହା ମୋର ମିନି ଜାପାନ ହେବାକୁ ଯାଉଛି, ସେତେବେଳେ ବହୁତ ଲୋକ ମୋତେ ପରିହାସ କରିଥିଲେ । କିନ୍ତୁ ଆଜି ଆପଣ ସେହି ଶବ୍ଦକୁ ସତ୍ୟ କରି ଦେଖାଇ ଦେଇଛନ୍ତି ।

 

ସାଥୀଗଣ,

ଏଠାକାର କୃଷକମାନଙ୍କ ପାଇଁ ମଧ୍ୟ ଏବେ ଫଳ-ପନି ପରିବାକୁ ଦେଶ- ବିଦେଶର ମଣ୍ଡି ପର୍ଯ୍ୟନ୍ତ ପଠାଇବା ସହଜ ହୋଇଯିବ । ଅର୍ଥାତ ରାଜକୋଟକୁ କେବଳ ଗୋଟିଏ ବିମାନବନ୍ଦର ନୁହେଁ, ବରଂ ଏହି ସମଗ୍ର ଅଂଚଳର ବିକାଶକୁ ନୂତନ ଉର୍ଜ୍ଜା ପ୍ରଦାନ କରିବାକୁ ଯାଉଛି, ନୂତନ ଉଡାଣ ପ୍ରଦାନ କରିବା ଭଳି ଏକ ଶକ୍ତିକେନ୍ଦ୍ର (ପାୱାର ହାଉସ) ମିଳିଛି ।

ଆଜି ଏଠାରେ ସଉନୀ ଯୋଜନା ମାଧ୍ୟମରେ ଅନେକ ପ୍ରକଳ୍ପର ଲୋକାର୍ପଣ ମଧ୍ୟ ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ପୂରଣ ହେବା ଦ୍ୱାରା ସୌରାଷ୍ଟ୍ରର ଡଜନ ଡଜନ ଗାଁର କୃଷକମାନଙ୍କୁ ସିଂଚନ ଏବଂ ପିଇବା ପାଣି ଉପଲବ୍ଧ ହୋଇ ପାରିବ । ଏହା ବ୍ୟତୀତ ରାଜକୋଟର ବିକାଶ ସହିତ ଜଡ଼ିତ ମଧ୍ୟ ଅନେକ ପ୍ରକଳ୍ପର ଲୋକାର୍ପଣ ଆଜି ଏହିଠାରେ କରିବାର ସୁଯୋଗ ମିଳିଛି । ମୁଁ ଏହି ସମସ୍ତ ପ୍ରକଳ୍ପଗୁଡ଼ିକ ପାଇଁ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ।

 

ସାଥୀଗଣ,

ବିଗତ 9 ବର୍ଷରେ କେନ୍ଦ୍ର ସରକାର ସମାଜର ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ କ୍ଷେତ୍ରର ଜୀବନକୁ ସହଜ କରିବା ପାଇଁ କାର୍ଯ୍ୟ କରିଛନ୍ତି । ଆମେ ଭଲ ଶାସନର, ସୁଶାସନର ଗ୍ୟାରେଂଟି ଦେଇ ଆସିଛୁ । ଆଜି ଆମେ ସେହି ଗ୍ୟାରେଂଟିକୁ ପୂରଣ କରି ଦେଖାଉଛୁ । ଆମେ ଗରିବ ହେଉ, ଦଳିତ ହେଉ, ପଛୁଆ ବର୍ଗ ହେଉ, ଆଦିବାସୀ ହେଉ, ସମସ୍ତଙ୍କ ଜୀବନକୁ ଉନ୍ନତ କରିବା ଲାଗି ନିରନ୍ତର କାର୍ଯ୍ୟ କରିଛୁ ।

ଆମ ସରକାରଙ୍କର ପ୍ରୟାସ ଦ୍ୱାରା, ଆଜି ଦେଶରେ ଦାରିଦ୍ର‌୍ୟତା ଦ୍ରୁତ ଗତିରେ ହ୍ରାସ ହ୍ରାସ ପାଉଛି। ଏବେ ନିକଟରେ ଯେଉଁ ରିପୋର୍ଟ ଆସିଛି, ତାହା କହୁଛି ଯେ ଆମ ସରକାରର 5 ବର୍ଷରେ, ସାଢ଼େ ତେର କୋଟି ଲୋକ, ଦାରିଦ୍ର‌୍ୟତାରୁ ବାହାରକୁ ବାହାରି ଆସିଛନ୍ତି । ଅର୍ଥାତ ଆଜି ଭାରତରେ ଦାରିଦ୍ର‌୍ୟତାରୁ ବାହାରକୁ ବାହାରି, ଏକ ନିଓ ମିଡିଲ କ୍ଲାସ, ନୂତନ ମଧ୍ୟମ ବର୍ଗର ସୃଜନ ହେଉଛି । ଏଥିପାଇଁ ଆମ ସରକାରଙ୍କର ପ୍ରାଥମିକତାରେ ମଧ୍ୟବିତ ମଧ୍ୟ ରହିଛନ୍ତି, ନିଓ- ମଧ୍ୟବିତ ମଧ୍ୟ ରହିଛନ୍ତି, ଏକ ପ୍ରକାରରେ ସମ୍ପୂର୍ଣ୍ଣ ମଧ୍ୟବିତ ରହିଛନ୍ତି ।

ସାଥୀଗଣ,

ମନେ ପକାନ୍ତୁ,  2014 ପୂର୍ବରୁ ମଧ୍ୟବିତ ବର୍ଗର ଏକ ସାଧାରଣ ଅଭିଯୋଗ କ’ଣ ରହୁଥିଲା? ଲୋକମାନେ କହୁଥିଲେ, ଯୋଗାଯୋଗ କେତେ ଖରାପ ରହିଛି, ଆମର କେତେ ସମୟ ଆସିବା- ଯିବାରେ ହିଁ ନଷ୍ଟ ହୋଇ ଯାଉଛି । କେଉଁଠାରୁ ବାହାର ଦେଶରୁ ଲୋକମାନେ ଆସୁଥିଲେ, ବାହାରର ଫିଲ୍ମଗୁଡ଼ିକୁ ଦେଖୁଥିଲେ, ଟିଭି ଉପରେ ବିଶ୍ୱର ନିଜର ଦୃଷ୍ଟି ଯାଉଥିଲା, ସେତେବେଳେ ତାଙ୍କ ମନରେ ପ୍ରଶ୍ନ ଉଠୁଥିଲା, ଚିନ୍ତା କରୁଥିଲେ ଯେ ଆମ ଦେଶରେ କେବେ ଏଭଳି ହେବ, କେତେବେଳେ ଏଭଳି ସଡ଼କ ନିର୍ମାଣ ହେବ, କେବେ ଏଭଳି ବିମାନବନ୍ଦର ନିର୍ମାଣ ହେବ । ସ୍କୁଲ, ଅଫିସ ଯିବା ଆସିବାରେ ଅସୁବିଧା, ବ୍ୟବସାୟ କାରବାର କରିବାରେ ଅସୁବିଧା । ଯୋଗାଯୋଗର ଏହିଭଳି ପରିସ୍ଥିତି ଦେଶରେ ରହିଥିଲା । ଆମେ ଗତ ୯ ବର୍ଷରେ ଏହି ଅସୁବିଧାକୁ ଦୂର କରିବା ପାଇଁ ସବୁ ପ୍ରକାରର ପ୍ରୟାସ କରିଛୁ । 2014ରେ କେବଳ 4ଟି ସହରରେ ମେଟ୍ରୋ ନେଟୱର୍କ ରହିଥିଲା । ଆଜି ଦେଶର 20ରୁ ଅଧିକ ସହରଗୁଡ଼ିକରେ ମେଟ୍ରୋ ନେଟୱର୍କ ପହଂଚି ସାରିଛି । ଆଜି ଦେଶର 25ଟି ଭିନ୍ନ- ଭିନ୍ନ ରୁଟରେ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ ଚଳାଚଳ କରୁଛି । 2014ରେ ଦେଶରେ ପାଖାପାଖି 70ଟି ବିମାନବନ୍ଦର ଥିଲା । ଏବେ ଏମାନଙ୍କର ସଂଖ୍ୟା ବଢ଼ି ଦୁଇ ଗୁଣରୁ ମଧ୍ୟ ଅଧିକରେ ପହଂଚି ଯାଇଛି ।

ବିମାନ ସେବାର ବିସ୍ତାର ଭାରତର ଏୟାର ଲାଇନ୍ସ କ୍ଷେତ୍ରକୁ ବିଶ୍ୱରେ ନୂତନ ଶୀଖର ପ୍ରଦାନ କରିଛି । ଆଜି ଭାରତର କମ୍ପାନୀଗୁଡ଼ିକ, ଲକ୍ଷ- ଲକ୍ଷ କୋଟି କୋଟି ଟଙ୍କାର ନୂତନ ବିମାନ କିଣୁଛନ୍ତି । କେଉଁଠାରେ ଗୋଟିଏ ନୂଆ ସାଇକେଲ ଆସି ଯାଉଛି, ନୂଆ ଗାଡ଼ି ଆସି ଯାଉଛି, ସ୍କୁଟର ନୂଆ ଆସିଗଲା ତେବେ ଚର୍ଚ୍ଚା ହେଉଛି । ଆଜି ହିନ୍ଦୁସ୍ତାନରେ ଏକ ହଜାର ନୂତନ ବିମାନର ଅର୍ଡର ବୁକ୍ ଅଛି । ଆଉ ସମ୍ଭାବନା ରହିଛି, ଆଗାମୀ ଦିନମାନଙ୍କରେ ଦୁଇ ହଜାର ବିମାନ ପାଇଁ ଅର୍ଡର ହେବ । ଆଉ ଆପଣମାନଙ୍କର ମନେଥିବ, ମୋର ମନେଅଛି, ଗୁଜରାଟର ନିର୍ବାଚନ ସମୟରେ ମୁଁ ଆପଣମାନଙ୍କୁ କହିଥିଲି- ସେହି ଦିନ ଆଉ ଦୂରରେ ନାହିଁ ଯେତେବେଳେ ଗୁଜରାଟ ବିମାନ ମଧ୍ୟ ନିର୍ମାଣ କରିବ । ଆଜି ଗୁଜରାଟ ଏହି ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।

 

ଭାଇ ଓ ଭଉଣୀମାନେ,

ସହଜରେ ସହାବସ୍ଥାନ, ଗୁଣାତ୍ମକ ଜୀବନ, ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ଗୁଡ଼ିକ ମଧ୍ୟରୁ ହେଉଛି ଅନ୍ୟତମ । ପୂର୍ବରୁ ଦେଶର ଲୋକମାନଙ୍କୁ କେଉଁ- କେଉଁ ଭଳି ଅସୁବିଧା ମଧ୍ୟ ଦେଇ ଗତି କରିବାକୁ ପଡ଼ୁଥିଲା, ଏହା ମଧ୍ୟ ଆମେ ଭୁଲି ପାରିବୁ ନାହିଁ । ବିଜୁଳି- ପାଣିର ଦେୟ ପଇଠ କରିବା ହେଉ, ତେବେ ଲାଇନ୍ । ହସ୍ପାତାଳରେ ଚିକିତ୍ସା କରିବାକୁ ହେବ ତେବେ ଲମ୍ବା ଲାଇନ । ବୀମା ଏବଂ ପେନସନ ନେବାକୁ ଅଛି ତେବେ ମଧ୍ୟ ଭରପୂର ସମସ୍ୟାମାନ । ଟିକସ ରିଟର୍ଣ୍ଣ ଫାଇଲ କରିବାକୁ ଅଛି ତେବେ ମଧ୍ୟ ଅସୁବିଧା ମଧ୍ୟ ଦେଇ ଗତି କରିବା । ଆମେ ଡିଜିଟାଲ ଇଣ୍ଡିଆ ଦ୍ୱାରା ଏହିସବୁ ସମସ୍ୟା ଗୁଡ଼ିକର ସମାଧାନ ଦେଲୁ । ବ୍ୟାଙ୍କ ଯାଇ କାମ କରାଇବା ପୂର୍ବରୁ କେତେ ସମୟ ଏବଂ ଉର୍ଜ୍ଜା ଲାଗି ଯାଉଥିଲା । ଆଜି ଆପଣଙ୍କର ବ୍ୟାଙ୍କ ଆପଣଙ୍କର ମୋବାଇଲ ଫୋନରେ ରହିଛି । ଏହା ମଧ୍ୟ କେତେ ଜଣଙ୍କର ମନେ ନ ଥିବ ଯେ ପୂର୍ବ ଥର କେବେ ସେମାନେ ବ୍ୟାଙ୍କକୁ ଯାଇଥିଲେ । ଯିବାର ଆବଶ୍ୟକତା ହିଁ ପଡ଼ୁ ନାହିଁ ।

ସାଥୀଗଣ,

ଆପଣମାନେ ସେହି ଦିନକୁ ମଧ୍ୟ ମନେ ପକାନ୍ତୁ ଯେତେବେଳେ ଟିକସ ରିଟର୍ଣ୍ଣ ଫାଇଲ କରିବା ମଧ୍ୟ ବଡ଼ ଆହ୍ୱାନର କାର୍ଯ୍ୟ ହେଉଥିଲା । ଏହା ପାଇଁ କାହାକୁ ଖୋଜ, ଏଠାକୁ ଯାଅ ସେଠାକୁ ଦୌଡ଼ । ଏହି ସବୁକିଛି ହିଁ ହୋଇ ଚାଲିଥିଲା । ଆଜି କିଛି ସମୟ ମଧ୍ୟରେ ଆପଣ ସହଜରେ ଅନ୍ ଲାଇନ ରିଟର୍ଣ୍ଣ ଫାଇଲ କରି ପାରିବେ । ଯଦି ଫେରସ୍ତ ହେବାକୁ ଥାଏ ତେବେ ତାଙ୍କର ପଇସା ମଧ୍ୟ କିଛି ଦିନ ମଧ୍ୟରେ ଆପଣଙ୍କ ଖାତାକୁ ଆସି ଯାଉଛି, ନଚେତ ପୂର୍ବରୁ କେତେ- କେତେ ମାସ ଲାଗି ଯାଉଥିଲା ।

ସାଥୀଗଣ,

ମଧ୍ୟବିତ ଲୋକଙ୍କ ପାଖରେ ନିଜର ଘର ହେଉ, ଏହାକୁ ନେଇ ମଧ୍ୟ ପୂର୍ବ ସରକାରଙ୍କର କୌଣସି ଚିନ୍ତା ନ ଥିଲା । ଆମେ ଗରିବଙ୍କ ଘରର କଥା ମଧ୍ୟ ଚିନ୍ତା କଲୁ ଆଉ ମଧ୍ୟବିତ ପରିବାରଙ୍କ ଘର ପାଇଁ ରହିଥିବା ସ୍ୱପ୍ନକୁ ମଧ୍ୟ ପୂରଣ କରିବା ପାଇଁ ବ୍ୟବସ୍ଥା କଲୁ । ପିଏମ ଆବାସ ଯୋଜନା ମାଧ୍ୟମରେ ଆମେ ମଧ୍ୟମ ବର୍ଗର ପରିବାରଙ୍କୁ ଘର ନିର୍ମାଣ ପାଇଁ ବିଶେଷ ରିହାତି ଦେଲୁ । ଏହା ମାଧ୍ୟମରେ 18 ଲକ୍ଷ ଟଙ୍କ ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା ପରିବାରଙ୍କୁ ସାହାଯ୍ୟ ଦିଆଗଲା । ଏପର୍ଯ୍ୟନ୍ତ ଦେଶର ମଧ୍ୟମବର୍ଗର 6 ଲକ୍ଷରୁ ଅଧିକ ପରିବାର ଏହାର ଲାଭ ଉଠାଇ ସାରିଛନ୍ତି । ଏଠାରେ ଗୁଜରାଟରେ ମଧ୍ୟ 60 ହଜାରରୁ ଅଧିକ ପରିବାର କେନ୍ଦ୍ର ସରକାରଙ୍କର ଏହି ଯୋଜନାର ଲାଭ ଉଠାଇଛନ୍ତି ।

ସାଥୀଗଣ,

କେନ୍ଦ୍ରରେ ଯେତେବେଳେ ପୁରୁଣା ସରକାର ଥିଲେ, ସେତେବେଳେ ପ୍ରାୟ ସମୟରେ ଏହା ଶୁଣୁଥିଲେ ଯେ ଘର ନାମରେ ଠକାମୀ ହୋଇଗଲା, ଅନେକ- ଅନେକ ବର୍ଷ ପର୍ଯ୍ୟନ୍ତ ଘର ଦଖଲ କରିବାର ଅଧିକାର ମିଳୁ ନ ଥିଲା । କୌଣସି ଆଇନ କାନୁନ ନ ଥିଲା । କେହି ପଚାରିଲାବାଲା ନ ଥିଲା । ଇଏ ହେଉଛନ୍ତି ଆମ ସରକାର ଯିଏ ରେରା ଆଇନ ପ୍ରସ୍ତୁତ କଲେ, ଲୋକଙ୍କ ହିତକୁ ସୁରକ୍ଷିତ କଲେ । ରେରା ଆଇନ ଯୋଗୁଁ ଆଜି ଲକ୍ଷ- ଲକ୍ଷ ଲୋକଙ୍କ ଅର୍ଥ ଲୁଟ ହେବାରୁ ରକ୍ଷା ପାଇଗଲା ।

ଭାଇ ଓ ଭଉଣୀମାନେ,  

ଆଜି ଦେଶରେ ଏତେ କାର୍ଯ୍ୟ ହେଉଛି, ଦେଶ ଆଗକୁ ବଢୁଛି, ସେତେବେଳେ କିଛି ଲୋକଙ୍କୁ କଷ୍ଟ ଲାଗିବା ବହୁତ ସ୍ୱଭାବିକ କଥା । ଯେଉଁ ଲୋକମାନେ ଦେଶର ଜନତାଙ୍କୁ ସବୁବେଳେ ଦୁଃଖ କଷ୍ଟରେ ରଖୁଥିଲେ, ଯେଉଁ ଲୋକମାନଙ୍କର ଦେଶର ଜନତାଙ୍କ ଆବଶ୍ୟକତା ଏବଂ ଆକାଂକ୍ଷାର କୌଣସି ଅର୍ଥ ନ ଥିଲା, ସେହି ଲୋକମାନେ ଦେଶର ଜନତାଙ୍କ ସ୍ୱପ୍ନ ପୂରଣ ହେଉଥିବା ଦେଖି, ଆଜି ଟିକେ ଅଧିକ ଚିଡ଼ି ଯାଇଛନ୍ତି ।

ଆଉ ଏଥିପାଇଁ ଆପଣମାନେ ଦେଖୁଛନ୍ତି, ଆଜିକାଲି ଏହି ଭ୍ରଷ୍ଟାଚାରୀମାନେ ଏବଂ ବରିବାରବାଦୀମାନେ ନିଜ ଗୋଷ୍ଠୀର ନାମ ମଧ୍ୟ ବଦଳାଇ ଦେଇଛନ୍ତି । ସେହି ପୁରୁଣା ଚେହେରା ଅଛନ୍ତି, ପୁରୁଣା ପାପ ମଧ୍ୟ ଅଛି, ପଦ୍ଧତି ଓ ଶୈଳୀ ମଧ୍ୟ ପୁରୁଣା ଅଛି କିନ୍ତୁ ଗୋଷ୍ଠୀ ବା ମେଂଟର ନାମ ବଦଳି ଯାଇଛି । ସେମାନଙ୍କର ପଦ୍ଧତି ଓ ଶୈଳୀ ମଧ୍ୟ ସେହି ପୁରୁଣା ଅଛି । ସେମାନଙ୍କର ଉଦ୍ଦେଶ୍ୟ ମଧ୍ୟ ତାହା ହିଁ ରହିଛି । ଯେତେବେଳେ ମଧ୍ୟମ ବର୍ଗଙ୍କୁ କିଛି ଶସ୍ତାରେ ମିଳିଥାଏ, ତେବେ ସେମାନେ କହୁଛନ୍ତି ଯେ କୃଷକମାନଙ୍କୁ ଉଚିତ ମୂଲ୍ୟ ମିଳୁ ନାହିଁ । ଯେତେବେଳେ କୃଷକଙ୍କୁ ଅଧିକ ମୂଲ୍ୟ ମିଳୁଛି, ସେମାନେ କୁହନ୍ତି ବଜାର ଦର ବୃଦ୍ଧି ପାଉଛି । ଏହି ଦୋମୁହାଁ କଥା, ହେଉଛି ଏମାନଙ୍କର ରାଜନୀତି ।

ଆଉ ଆପଣ ଦେଖନ୍ତୁ, ଦର ବୃଦ୍ଧି ବିଷୟରେ ଏମାନଙ୍କର ଟ୍ରାକ ରେକର୍ଡ କ’ଣ ଅଛି ? ଯେତେବେଳେ ସେମାନେ କେନ୍ଦ୍ରରେ କ୍ଷମତାରେ ଥିଲେ, ସେତେବେଳେ ସେମାନେ ମହଙ୍ଗା ଦରକୁ 10 ପ୍ରତିଶତ ପର୍ଯ୍ୟନ୍ତ ପହଂଚାଇ ଦେଇ ଥିଲେ । ଯଦି ଆମ ସରକାର ଦର ବୃଦ୍ଧିକୁ କାବୁ କରି ନ ଥାନ୍ତି ତେବେ ଆଜି ଭାରତରେ ମୂଲ୍ୟ ଆକାଶ ଛୁଆଁ ହୋଇଥାନ୍ତା । ଯଦି ଦେଶରେ ଆଜି ପୂର୍ବ ସରକାର ଥାଆନ୍ତା ତେବେ ଆଜି, କ୍ଷୀର ଲିଟର ପିଛା 300 ଟଙ୍କା, ଡାଲି କେଜି ପ୍ରତି 500 ଟଙ୍କାରେ ବିକ୍ରି ହେଉଥାନ୍ତା । ପିଲାମାନଙ୍କର ସ୍କୁଲ ଫି ଠାରୁ ନେଇ ଯିବା- ଆସିବା ଭଡ଼ା ପର୍ଯ୍ୟନ୍ତ, ସବୁକିଛି ଅନେକ ଗୁଣ ହୋଇ ଯାଇ ଥାଆନ୍ତା ।

କିନ୍ତୁ ସାଥୀଗଣ, ଇଏ ହେଉଛନ୍ତି ଆମ ସରକାର ଯିଏ କରୋନା ମହାମାରୀ ସତ୍ୱେ, ଋଷ –ୟୁକ୍ରେନ ଯୁଦ୍ଧ ସତ୍ୱେ ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖିଛନ୍ତି । ଆଜି ଆମ ଆଖପାଖ ଦେଶରେ 25-30 ପ୍ରତିଶତ ହାରରେ ମହଙ୍ଗା ଦର ବୃଦ୍ଧି ପାଇଛି । କିନ୍ତୁ ଭାରତରେ ଏପରି ହୋଇ ନାହିଁ । ଆମେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ସହିତ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାର ପ୍ରୟାସ କରି ଆସିଛୁ ଆଉ ଆଗକୁ ମଧ୍ୟ କରି ଚାଲିବୁ ।

ଭାଇ ଓ ଭଉଣୀମାନେ,

ଗରିବମାନଙ୍କର ଖର୍ଚ୍ଚ ବଂଚାଇବା, ମଧ୍ୟମବର୍ଗଙ୍କ ଖର୍ଚ୍ଚ ବଂଚାଇବା ସହିତ ଆମ ସରକାର ଏହା ମଧ୍ୟ ପ୍ରୟାସ କରିଛନ୍ତି ଯେ ମଧ୍ୟମ ବର୍ଗଙ୍କ ପକେଟରେ ଅଧିକରୁ ଅଧିକ ସଂଚୟ ହେଉ । ଆପଣମାନଙ୍କର ସ୍ମରଣ ଥିବ, 9 ବର୍ଷ ପୂର୍ବ ପର୍ଯ୍ୟନ୍ତ ବର୍ଷକୁ 2 ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ଉପରେ ଟିକସ ଲାଗି ଯାଉଥିଲା । ଆଜି 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କ ପାଇଁ ଟିକସ କେତେ ଅଛି, ଜିରୋ, ଶୂନ୍ୟ । 7 ଲକ୍ଷ ଆୟ ଉପରେ ମଧ୍ୟ ଟିକସ ଲାଗୁ ନାହିଁ । ଏହାଦ୍ୱାରା ସହରରେ ରହୁଥିବା ମଧ୍ୟମବର୍ଗ ପରିବାରର ପ୍ରତ୍ୟେକ ବର୍ଷ ହଜାର ହଜାର ଟଙ୍କା ବଂଚି ଯାଉଛି । ଆମେ କ୍ଷୁଦ୍ର ସଂଚୟ ଉପରେ ଅଧିକ ସୁଧ ଦେବା ପାଇଁ ମଧ୍ୟ ପଦକ୍ଷେପ ଉଠାଇଛୁ । ଚଳିତ ବର୍ଷ ଇପିଏଫଓ ଉପରେ 8.25 ପ୍ରତିଶତ ପର୍ଯ୍ୟନ୍ତ ସୁଧ ବୃଦ୍ଧି କରି ଦିଆଯାଇଛି।

ସାଥୀଗଣ,

ଆମ ସରକାରଙ୍କ ନୀତି- ନିଷ୍ପତି ଦ୍ୱାରା କିପରି ଅଧିକ ଅର୍ଥ ସଂଚୟ ହେଉଛି, ଏହାର ଆଉ ଏକ ଉଦାହରଣ ହେଉଛି ଆପଣମାନଙ୍କର ମୋବାଇଲ ଫୋନ୍ ମଧ୍ୟ । ବୋଧହୁଏ, ଆପଣମାନଙ୍କର ଏହା ଉପରକୁ ଧ୍ୟାନ ଆସି ନ ଥିବ । ଆଜି ଧନୀ ହୁଅନ୍ତୁ ଅବା ଗରିବ, ଅଧିକାଂଶ ଲୋକଙ୍କ ପାଖରେ ନିଶ୍ଚିତ ଫୋନ୍ ଅଛି । ଆଜି ପ୍ରତ୍ୟେକ ଭାରତୀୟ ହାରାହାରି ପ୍ରତ୍ୟେକ ମାସରେ ପାଖାପାଖି 20 ଜିବି ଡାଟା ବ୍ୟବହାର କରୁଛନ୍ତି । ଆପଣମାନେ ଜାଣିଛନ୍ତି 2014ରେ 1 ଜିବି ଡାଟାର ମୂଲ୍ୟ କେତେ ଥିଲା ? 2014 ରେ 1 ଜିବି ଡାଟା ପାଇଁ ଆପଣଙ୍କୁ 3ଶହ ଟଙ୍କା ଦେବାକୁ ପଡ଼ୁଥିଲା । ଯଦି ସେହି ପୁରୁଣା ସରକାର ଆଜି ଥାଆନ୍ତେ, ତେବେ ଆପଣଙ୍କ ମୋବାଇଲର ବିଲ ହିଁ ପ୍ରତି ମାସରେ ଅତି କମ୍ ରେ 600 ଟଙ୍କା ଦେବାକୁ ପଡ଼ୁ ଥାଆନ୍ତା । ଯେତେବେଳେ କି ଆଜି 20 ଜିବି ଡାଟା ପାଇଁ ତିନି- ଚାରି ଶହ ଟଙ୍କାର ବିଲ ଆସୁଛି । ଅର୍ଥାତ ଆଜି ଲୋକଙ୍କର ମୋବାଇଲ ବିଲ ବାବଦରେ ପ୍ରତ୍ୟେକ ମାସରେ ପାଖାପାଖି 5 ହଜାର ଟଙ୍କା ସଂଚୟ ହେଉଛି ।

ସାଥୀଗଣ,

ଯେଉଁ ପରିବାରରେ ବରିଷ୍ଠ ନାଗରିକ, ବୃଦ୍ଧ ପିତାମାତା, ଜେଜେବାପା-ଜେଜେମାଆ ଅଛନ୍ତି ଏବଂ ଯଦି ସେମାନଙ୍କର ପରିବାରରେ କିଏ କୌଣସି ରୋଗରେ ପଡିଛନ୍ତି, ତେଣୁ ପରିବାରରେ ସେମାନଙ୍କୁ ନିୟମିତ ଔଷଧ କିଣିବାକୁ ଓ ଖାଇବାକୁ ପଡିବ, ଆମ ସରକାର ମଧ୍ୟ ଯୋଜନା ମାଧ୍ୟମରେ ସେମାନଙ୍କୁ ଅନେକ ସଞ୍ଚୟ କରିବାରେ ସହାୟତା କରୁଛନ୍ତି । ପୂର୍ବରୁ ଏହି ଲୋକଙ୍କୁ ବଜାରରୁ ଅଧିକ ମୂଲ୍ୟରେ ଔଷଧ କିଣିବାକୁ ପଡୁଥିଲା । ସେମାନଙ୍କୁ ଏହି ଚିନ୍ତାରୁ ମୁକ୍ତ କରିବା ପାଇଁ ଆମେ ଜନ ଔଷଧି କେନ୍ଦ୍ରରେ ଶସ୍ତା ଦରରେ ଔଷଧ ଦେବା ଆରମ୍ଭ କରିଛୁ । ଏହି ଜନ ଔଷଧି ଷ୍ଟୋରଗୁଡିକ ଯୋଗୁ ଗରିବ ଏବଂ ମଧ୍ୟବିତ୍ତ ବର୍ଗର ପରିବାର ପ୍ରାୟ 20,000 କୋଟି ଟଙ୍କା ସଞ୍ଚୟ କରିଛନ୍ତି । ଗରିବଙ୍କ ପାଇଁ ଏକ ସମ୍ବେଦନଶୀଳ ସରକାର, ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଏକ ସମ୍ବେଦନଶୀଳ ଏହି ସରକାର ଗୋଟିଏ ପରେ ଗୋଟିଏ ସେହି ପଦକ୍ଷେପ ନେଉଛନ୍ତି ଯାହା ଦ୍ବାରା ସାଧାରଣ ନାଗରିକଙ୍କ ପକେଟରେ କୌଣସି ବୋଝ ନ ପଡୁ ।

ଭାଇ ଓ ଭଉଣୀମାନେ,

ଏଠାରେ ଗୁଜୁରାଟର ବିକାଶ ପାଇଁ,  ସୌରାଷ୍ଟ୍ରର ବିକାଶ ପାଇଁ ମଧ୍ୟ ଆମ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହ କାର୍ଯ୍ୟ କରୁଛନ୍ତି । ଗୁଜୁରାଟ ଠାରୁ, ସୌରାଷ୍ଟ୍ର ଠାରୁ ଜଳ ଅଭାବର ଅର୍ଥ କ’ଣ ଭଲଭାବେ କିଏ ଜାଣିଥିବେ ?  ସାଉନି ଯୋଜନା ପୂର୍ବରୁ ସ୍ଥିତି କ’ଣ ଥିଲା ଏବଂ  ସାଉନି ଯୋଜନା ପରେ କ’ଣ ପରିବର୍ତ୍ତନ ଆସିଛି, ଏହା ଆମକୁ ସୌରାଷ୍ଟ୍ରରେ ଦେଖିବାକୁ ମିଳିଛି । ସୌରାଷ୍ଟ୍ରରେ ଡଜନେ ଡ୍ୟାମ, ହଜାର- ହଜାର ଚେକ ଡ୍ୟାମ ଆଜି ଜଳର ଉତ୍ସ ପାଲଟିଛି। ହର ଘର ଜଳ ଯୋଜନା ଅଧୀନରେ ଗୁଜରାଟର କୋଟି- କୋଟି ପରିବାର ବର୍ତ୍ତମାନ ଟ୍ୟାପ୍ ଯୋଗେ ପିଇବା ପାଣି ପାଉଛନ୍ତି।

ସାଥୀଗଣ,

ଏହା ହେଉଛି ସୁଶାସନର ଏକ ମଡେଲ, ଯାହା ଦେଶରେ ବିଗତ 9 ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ, ଜନସାଧାରଣଙ୍କ ସେବା କରି ଏବଂ ସେମାନଙ୍କର ଆବଶ୍ୟକତା ପୂରଣ କରି ଆମେ ଏହି ମଡେଲକୁ ସିଦ୍ଧ କରିଛୁ । ଏଭଳି ସୁଶାସନ, ଯେଉଁଥିରେ ସମାଜର ପ୍ରତ୍ୟେକ ବର୍ଗର, ପ୍ରତ୍ୟେକ ପରିବାରର ଆବଶ୍ୟକତା ଏବଂ ଆକାଂକ୍ଷାକୁ ଧ୍ୟାନରେ ରଖାଯାଉଛି । ବିକଶିତ ଭାରତ ନିର୍ମାଣ ପାଇଁ ଏହା ହେଉଛି ଆମର ପଥ । ଏହି ପଥରେ ଚାଲି, ଆମକୁ ଅମୃତକାଳର ସଂକଳ୍ପକୁ ସିଦ୍ଧ କରିବାକୁ ହେବ ।

ରାଜକୋଟରୁ ଏତେ ବ୍ୟାପକ ସଂଖ୍ୟାରେ ଆପଣଙ୍କର ଆସିବା, ଆପଣ ସମସ୍ତଙ୍କୁ ଏକ ନୂତନ ବିମାନବନ୍ଦର ମିଳିବା ତାହା ପୁଣି ଅନ୍ତର୍ଜାତୀୟ ବିମାନବନ୍ଦର ମିଳିବା ଏବଂ ଅନ୍ୟାନ୍ୟ ଅନେକ ପ୍ରକଳ୍ପର ଆଜିର ଦୃଶ୍ୟ, ମୋର ସୌରାଷ୍ଟ୍ରର ଲୋକମାନଙ୍କୁ, ମୋର ଗୁଜୁରାଟର ରାଜକୋଟବାସୀଙ୍କୁ ମିଳିଛି । ମୁଁ ଏହି ସବୁକିଛି ପାଇଁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଆଉ ଭୁପେନ୍ଦ୍ର ଭାଇଙ୍କ ସରକାର ଆପଣମାନଙ୍କର ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବାରେ କୌଣସି ଅବହେଳା କରିବେ ନାହିଁ, ଏହା ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି।

ପୁଣି ଥରେ, ଏହି ସ୍ବାଗତ ଏବଂ ସମ୍ମାନ ପାଇଁ, ଏହି ଭଲପାଇବା ପାଇଁ ମୁଁ ଆପଣମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।

ବହୁତ- ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer

Media Coverage

Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses gratitude to Deputy Chairman of Rajya Sabha Shri. Harivansh Ji for his wishes
June 10, 2026

Prime Minister Shri Narendra Modi today expressed heartfelt gratitude to Deputy Chairman of Rajya Sabha, Shri. Harivansh Ji for his wishes. The Prime Minister stated that this occasion gives the inspiration to work for the country with even greater dedication, loyalty, and commitment.

Shri Modi emphasized that with the mantra of 'Sabka Saath, Sabka Vikas', the government is committed to the all-round development of India.

The Prime Minister posted on X:

"शुभकामनाओं के लिए आपका हृदय से आभार माननीय हरिवंश जी। यह अवसर देश के लिए और अधिक समर्पण, निष्ठा एवं प्रतिबद्धता के साथ कार्य करने की प्रेरणा देता है। 'सबका साथ, सबका विकास' के मंत्र के साथ हम भारतवर्ष के चौतरफा विकास के लिए प्रतिबद्ध हैं।

@harivansh1956"