ଭାରତ ସ୍ୱାଧୀନତାର ୭୫ତମ ବର୍ଷ ଅବସରରେ ଏକ ନୂତନ ଭାରତର ଆବଶ୍ୟକତା ଏବଂ ଆକାଂକ୍ଷା ଅନୁଯାୟୀ ଦେଶର ରାଜଧାନୀ ବିକାଶରେ ଭାରତ ଆଉ ଏକ ପଦକ୍ଷେପ ନେଇଛି: ପ୍ରଧାନମନ୍ତ୍ରୀ
ରାଜଧାନୀରେ ଏକ ଆଧୁନିକ ପ୍ରତିରକ୍ଷା ସୌଧ ର୍ନିମାଣ ଦିଗରେ ଏକ ବଡ ପଦକ୍ଷେପ: ପ୍ରଧାନମନ୍ତ୍ରୀ
କୌଣସି ଦେଶର ରାଜଧାନୀ ସେହି ଦେଶର ଚିନ୍ତାଧାରା, ନିଷ୍ଠା, ଶକ୍ତି ଏବଂ ସଂସ୍କୃତିର ପ୍ରତୀକ: ପ୍ରଧାନମନ୍ତ୍ରୀ
ଭାରତ ହେଉଛି ଗଣତନ୍ତ୍ରର ଜନନୀ, ଭାରତର ରାଜଧାନୀ ଏପରି ହେବା ଉଚିତ, ଯେଉଁଠାରେ ନାଗରିକ, ଜନତା କେନ୍ଦ୍ରସ୍ଥଳରେ ରହିବେ: ପ୍ରଧାନମନ୍ତ୍ରୀ
ସରକାରଙ୍କ ଫୋକସରେ ଥିବା ସହଜ ଜୀବନ ଯାପନ ଓ ସହଜ ବ୍ୟବସାୟ କ୍ଷେତ୍ରରେ ଆଧୁନିକ ଭିତ୍ତିଭୂମିର ପ୍ରମୁଖ ଭୂମିକା ରହିଛି : ପ୍ରଧାନମନ୍ତ୍ରୀ
ଯେତେବେଳେ ନୀତି ଏବଂ ଉଦ୍ଦେଶ୍ୟ ସ୍ପଷ୍ଟ ହେବ, ମନୋବଳ ଦୃଢ ହେବ ଏବଂ ପ୍ରୟାସ ସଚ୍ଚୋଟ ହେବ ସେତେବେଳେ ସବୁକିଛି ସମ୍ଭବ: ପ୍ରଧାନମନ୍ତ୍ରୀ
ଧାର୍ଯ୍ୟ ସମୟ ପୂର୍ବରୁ ପ୍ରକଳ୍ପକାର୍ଯ୍ୟ ସରିବା ହେଉଛି ପରିବର୍ତ୍ତିତ ଆଭିମୁଖ୍ୟ ଏବଂ ଚିନ୍ତାଧାରାର ଏକ ପ୍ରଦର୍ଶନ: ପ୍ରଧାନମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ବରିଷ୍ଠ ସହକର୍ମୀ ଶ୍ରୀମାନ ରାଜନାଥ ସିଂ ଜୀ,ହରଦୀପ ସିଂହ ପୁରୀ ଜୀ, ଅଜୟ ଭଟ୍ଟ ଜୀ, କୌଶଲ କିଶୋର ଜୀ, ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ ଜେନେରାଲ ବିପନ ରାୱତ ଜୀ, ତିନି ସେନାର ମୁଖ୍ୟ, ବରିଷ୍ଠ ଅଧିକାରୀଗଣ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାଥିଗଣ ।

ଆଜି ସ୍ୱାଧୀନତାର ୭୫ବର୍ଷରେ ଆମେ ନୂତନ ଭାରତର ଆବଶ୍ୟକତା  ଏବଂ ଆକାଂକ୍ଷା ଅନୁଯାୟୀ ଦେଶର ରାଜଧାନୀର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛୁ । ଏହି ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସ ଆମର ସୈନ୍ୟବାହିନୀର କାର୍ଯ୍ୟକୁ ଅଧିକ ସୁବିଧାଜନକ,ଅଧିକ ପ୍ରଭାବଶାଳୀ କରିବା ପାଇଁ ଆମର ପ୍ରୟାସକୁ ଆହୁରି ସଶକ୍ତ କରିବାକୁ ଯାଉଛି । ଏହି ନୂତନ ସୁବିଧା ପାଇଁ ପ୍ରତିରକ୍ଷା ସହିତ ଜଡିତ ସମସ୍ତ ସାଥୀଙ୍କୁ ମୁଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ସାଥୀଗଣ,

ଆପଣମାନେ ସମସ୍ତେ ଜାଣିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତିରକ୍ଷା ସମ୍ବନ୍ଧୀୟ ଜଡିତ ଆମର କାର୍ଯ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନିର୍ମିତ ହାଟମେଣ୍ଟସ (ଛୋଟଘର) । ସେ ସମୟରେ ଘୋଡାଶାଳ ଏବଂ ବ୍ୟାରେକ ସମ୍ବନ୍ଧିତ ଆବଶ୍ୟକତା ଅନୁଯାୟୀ ନିର୍ମାଣ କରାଯାଇଥିଲା । ସ୍ୱାଧୀନତା ପରବର୍ତ୍ତୀ ଦଶନ୍ଧିଗୁଡିକରେ ଏଗୁଡିକୁ ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ଥଳସେନା, ନୌସେନା ଏବଂ ବାୟୁସେନା ମନ୍ତ୍ରଣାଳୟର କାର୍ଯ୍ୟାଳୟ ଭାବରେ ବିକଶିତ କରିବା ପାଇଁ ବିଭିନ୍ନ ସମୟରେ  ଅଳ୍ପ ବହୁତ ମରାମତି କରାଯାଉଥିଲା, ଯଦି କୌଣସି ଉପରିସ୍ଥ ଅଧିକାରୀଙ୍କର ଆଗମନ ଥାଏ ତା’ ହେଲେ ସେଗୁଡିକକୁ ଆଉ ଟିକେ ଅଧିକ ପେଣ୍ଟିଂ କରାଯାଇଥାଏ । ଆଉ ଏହା ଉପରି ଚାଲିଥିଲା, ମୁଁ ଯେତେବେଳେ ଏଗୁଡିକୁ ସୂକ୍ଷ୍ମ ଭାବରେ ଦେଖିଲି ସେତେବେଳେ ମୋ ମନରେ ପ୍ରଥମେ ଭାବିଲି ଯେ ଏତେ ଖରାପ ଅବସ୍ଥାରେ ଆମର ପ୍ରମୁଖ ସେନାର ଲୋକମାନେ ଦେଶ ସୁରକ୍ଷା ପାଇଁ କାର୍ଯ୍ୟ କରନ୍ତି, ଆମର ଦିଲ୍ଲୀ ଗଣମାଧ୍ୟମ କାହିଁକି ଏହି ଅବସ୍ଥା ବିଷୟରେ ଲେଖିନାହିଁ ? ଏହା ମୋ ମନରେ ଥିଲା, ଏହା ଏପରି ଏକ ସ୍ଥାନ ଥିଲା ଯାହାକୁ ନେଇ ନିଶ୍ଚୟ ସମାଲୋଚନା କରିଥାନ୍ତା ଯେ, ଭାରତ ସରକାର କ’ଣ କରୁଛନ୍ତି । କିନ୍ତୁ ମୁଁ ଜାଣି ନାହିଁ ଯେ, କେହି ମଧ୍ୟ କାହିଁକି ଏଥିପ୍ରତି ଧ୍ୟାନ ଦେଇନାହାଁନ୍ତି । ଏହି ହାଟମେଣ୍ଟ (ଛୋଟ ଘର) ଗୁଡିକରେ ହେଉଥିବା ବିଭିନ୍ନ ଅସୁବିଧା ଗୁଡିକ ସମ୍ପର୍କରେ ଆପଣମାନେ ଜାଣିଛନ୍ତି ।

ଆଜି ଯେତେବେଳେ ଭାରତ ଏକବିଂଶ ଶତାବ୍ଦୀର ସାମରିକ କ୍ଷେତ୍ରକୁ ଆମେ ସମ୍ପୂର୍ଣ୍ଣଭାବେ ଆଧୁନିକୀକରଣ କରିବାକୁ ଲାଗିପଡିଛୁ, ସେତେବେଳେ ଅ।।ମେ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବାକୁ ଲାଗିଛୁ ।

ସୀମା ଭିତ୍ତିଭୂମିର ଆଧୁନିକୀକରଣ କରାଯାଉଛି । ବିଭିନ୍ନ ମାଧ୍ୟମରେ  ସୈନ୍ୟବାହିନୀ ଗୁଡିକ ମଧ୍ୟରେ ସମନ୍ୱୟ ଭଲ ହେଉଛି । ସେନା ପାଇଁ ଆବଶ୍ୟକ ଉପକରଣ ଆଣିବା ପାଇଁ ଯେଉଁ ପ୍ରକ୍ରିୟା ଚାଲିଥିଲା ତାହା ତୀବ୍ର ହୋଇପାରୁଛି । ସେତେବେଳେ  ଦେଶର ସୁରକ୍ଷା ସହିତ ଜଡିତ କାର୍ଯ୍ୟ ଦଶନ୍ଧି ଦଶନ୍ଧି ଧରି ପୁରୁଣା ହାଟମେଣ୍ଟ (ଛୋଟଘର)ଗୁଡିକରେ ହେଉ, ଏହା କିପରି ସମ୍ଭବ ହୋଇପାରିବ ଏବଂ ଏଥିପାଇଁ ପରିସ୍ଥିତିର ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ମୁଁ ଏହା ମଧ୍ୟ କହିବାକୁ ଚାହେଁ ଯେ, ଯେଉଁ ଲୋକମାନେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପର ସମାଲୋଚନା କରୁଥିଲେ । ସେମାନେ ଅତ୍ୟନ୍ତ ଚତୁରତାର ସହ ମଧ୍ୟ ଏହା କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ଏକ ଅଂଶ । ୭୦୦୦ରୁ ଅଧିକ ସେନାର ସୈନ୍ୟ ଅଧିକାରୀ ଯେଉଁଠି କାମ କରନ୍ତି ସେହି ବ୍ୟବସ୍ଥା ବିକଶିତ ହେଉଛି। ଏହା ସମ୍ପର୍କରେ ସେମାନେ ସମ୍ପୂର୍ଣ୍ଣ ଭାବେ ଚୁପ୍ ରହୁଥିଲେ କାରଣ ସେମାନେ ଜାଣିଥିଲେ ଯେ, ଭ୍ରମ ସୃଷ୍ଟି କରିବାର ସେମାନଙ୍କର ଗୁପ୍ତ ଉଦ୍ଦେଶ୍ୟ । ସେତେବେଳେ ଧରାପଡିଯିବ ଯେତେବେଳେ ଏହା ଲୋକଲୋଚନକୁ ଆସିବ । ଆଜି ଦେଶ ଦେଖୁଛି ଯେ, କେନ୍ଦ୍ରୀୟ ଭିସ୍ତାକୁ ନେଇ ଆମେ କ’ଣ କରୁଛୁ । ଏବେ କେଜି ମାର୍ଗ ଏବଂ ଆଫ୍ରିକା ଆଭେନ୍ୟୁରେ ନିର୍ମିତ ଏହି ଆଧୁନିକ କାର୍ଯ୍ୟାଳୟଗୁଡିକ ଦେଶର ସୁରକ୍ଷା ସହ ଜଡିତ ସମସ୍ତ କାର୍ଯ୍ୟକୁ ସଫଳତାର ସହ କାର୍ଯ୍ୟକାରୀ କରିବା, ରାଜଧାନୀରେ ଏକ ଆଧୁନିକ ପ୍ରତିରକ୍ଷା ଏନ୍‌କ୍ଲେଭ ସୃଷ୍ଟି ଦିଗରେ ଏହା ଏକ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଉଭୟ କମ୍ପାସ୍‌ରେ ଆମର ଯବାନ ଏବଂ କର୍ମଚାରୀ ପାଇଁ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଛି ଏବଂ ମୁଁ ମଧ୍ୟ ଆଜି ଦେଶବାସୀଙ୍କ ସାମ୍ନାରେ ମୋ ମନରେ ଥିବା ବିଚାରକୁ ଉଲ୍ଲେଖ କରିବାକୁ ଚାହୁଁଛି ।

୨୦୧୪ରେ, ଆପଣମାନେ ମୋତେ ସେବା କରିବାର ସୌଭାଗ୍ୟ ପ୍ରଦାନ କରିଥିଲେ ଏବଂ ସେତେବେଳେ ମୋତେ ଲାଗିଥିଲା ଯେ, ସରକାରୀ କାର୍ଯ୍ୟାଳୟର ଅବସ୍ଥା ଭଲ ନାହିଁ, ସଂସଦ ଗୃହର ଅବସ୍ଥା ଭଲ ନାହିଁ ଏବଂ ୨୦୧୪ରେ ଆସିବା ପରେ ହିଁ ଏହି କାମ କରିପାରିଥାନ୍ତି, କିନ୍ତୁ ମୁଁ ସେହି ରାସ୍ତା ବାଛିଲି ନାହିଁ । ସର୍ବପ୍ରଥମେ ମୁଁ ଦେଶର ଗୌରବ, ଭାରତ ପାଇଁ ବଞ୍ଚୁଥିବା, ଯେଉଁମାନେ ମାତୃଭୂମି ପାଇଁ ସହୀଦ ହୋଇଗଲେ, ଭାରତ ପାଇଁ ଲଢୁଥିବା ଆମ ଦେଶ ବୀର ଯବାନ ସେମାନଙ୍କ ପାଇଁ ସ୍ମାରକୀ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲି । ଆଜି ଯେଉଁ କାମ ସ୍ୱାଧୀନତା ପରେ ପରେ ହିଁ ହୋଇଯିବା କଥା ଥିଲା ସେହି କାମ ୨୦୧୪ ପରେ ଆରମ୍ଭ ହେଲା ଏବଂସେହି କାର୍ଯ୍ୟ ସମାପ୍ତ କରିବା ପରେ ଆମେ ଆମର କାର୍ଯ୍ୟାଳୟକୁ ସଜାଡିବା ପାଇଁ କେନ୍ଦ୍ରୀୟ ଭିସ୍ତା କାର୍ଯ୍ୟ ହାତକୁ ନେଇଥିଲୁ । ସର୍ବପ୍ରଥମେ ଆମେ ଆମ ଦେଶର ସାହାସୀ ସହିଦ, ସାହାସୀ ସୈନ୍ୟମାନଙ୍କୁ ମନେ ପକାଇଲୁ ।

ଏ ଯେଉଁ ନିର୍ମାଣ ହୋଇଛି ସେଠାରେ କାମ କରିବା ସହିତ ଆବାସିକ ପରିସର ମଧ୍ୟ ତିଆରି ହୋଇଛି । ଯେଉଁ ଯବାନମାନେ୨୪ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କାର୍ଯ୍ୟରେ ଲାଗିରହିଥାନ୍ତି ସେମାନଙ୍କ ପାଇଁ ଆବଶ୍ୟକ ଆବାସ, ରୋଷେଇଘର, ମେସ୍‌, ସ୍ୱାସ୍ଥ୍ୟ ସମ୍ବନ୍ଧିତ ଆଧୁନିକ ସୁବିଧା ଏସବୁର ମଧ୍ୟ ନିର୍ମାଣ କରାଯାଇଛି । ଦେଶର କୋଣ ଅନୁକୋଣରୁ ଯେଉଁ ହଜାର ହଜାର ସଂଖ୍ୟାରେ ସେବା ନିବୃତ ସୈନିକ ନିଜ ପୁରୁଣା ସରକାରୀ କାର୍ଯ୍ୟ ପାଇଁ ଏଠାକୁ ଆସନ୍ତି ସେମାନଙ୍କ ପାଇଁ ମଧ୍ୟ ବିଶେଷଧ୍ୟାନ ଦିଆଯାଇଛି ।

ଯେମିତିକି ସେମାନଙ୍କୁ ଅଧିକ କଷ୍ଟ କରିବାକୁ ନ’ ପଡେ ସେଥିପାଇଁ ଆବଶ୍ୟକ କନେକ୍ଟିଭିଟି ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ଖୁସିର କଥା ଯେ, ଯେଉଁ ବିଲ୍‌ଡିଂ ତିଆରି ହୋଇଛି ତାହା ପର୍ଯ୍ୟାବରଣ ଅନୁକୂଳ ଅଟେ ଏବଂ ରାଜଧାନୀର ବିଭିନ୍ନ ଭବନଗୁଡିକର ଯେଉଁ ପୁରାତନ ରଙ୍ଗ ରୂପ ଆଦି ରହିଛି, ଯାହାକି ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ବହନ କରେ ତାକୁ ପୂର୍ବବତ ରଖାଯାଇଛି । ଭାରତର କଳାକାରମାନଙ୍କର ଚିତ୍ତାକର୍ଷକ କଳାକୃତି ଆତ୍ମ ନିର୍ଭର ଭାରତର ପ୍ରତୀକଗୁଡିକୁ ମଧ୍ୟ ଏହାର ପରିସରରେ ସ୍ଥାନ ଦିଆଯାଇଛି ଅର୍ଥାତ୍ ଦିଲ୍ଲୀର  ସଜୀବତା ଏବଂ ଏଠାକାର ପର୍ଯ୍ୟାବରଣକୁ ସୁରକ୍ଷିତ ରଖିବା ସହିତ ଆମର ସାଂସ୍କୃତିକ ବିବିଧତାର ଆଧୁନିକ ସ୍ୱରୂପକୁ  ଯେ କେହି ହେଲେ ମଧ୍ୟ ଏଠାରେ ଅନୁଭବ କରିବ ।

ଭାରତର ରାଜଧାନୀ ଭାବରେ ଦିଲ୍ଲୀ ୧୦୦ ବର୍ଷରୁ  ଅଧିକ ସମୟ ଧରି କାର୍ଯ୍ୟ କରୁଛି । ୧୦୦ବର୍ଷରୁ ଅଧିକ ଏହି କାଳଖଣ୍ଡ ମଧ୍ୟରେ ଏଠାକାର ଜନସଂଖ୍ୟା ଏବଂ ଅନ୍ୟାନ୍ୟ ପରିସ୍ଥିତିରେ ଏକ ବହୁତ ବଡ ପାର୍ଥକ୍ୟ ଆସିସାରିଛି । ଆମେ ଯେତେବେଳେ ରାଜଧାନୀ ସମ୍ପର୍କରେ କଥା କହୁ ତାହା କେବଳ ଏକ ସହର ହୋଇ ରହେନାହିଁ । କୌଣସି ଦେଶର ରାଜଧାନୀ ସେହି ଦେଶର ଚିନ୍ତାଧାରା, ସେହି ଦେଶର ସଂକଳ୍ପ, ସେହି ଦେଶର ସାମର୍ଥ୍ୟ ଏବଂ ସେହି ଦେଶର ସଂସ୍କୃତିର ଏକ ପ୍ରତୀକ ଅଟେ । ଭାରତ ଗଣତନ୍ତ୍ରର ଜନନୀ ଅଟେ । ତେଣୁ ଭାରତର ରାଜଧାନୀ ଏଭଳି ହେବା ଆବଶ୍ୟକ ଯାହାର କେନ୍ଦ୍ରରେ ଜନସାଧାରଣ ରୁହନ୍ତୁ, ଜନତା ହିଁ ଈଶ୍ୱର । ଆଜି ଆମେ ଯେତେବେଳେ ଇଜ୍ ଅଫ ଲିଭିଂ, ଇଜ୍ ଅଫ ଡୁଇଁ ବିଜିନେସ୍ ଉପରେ ଧ୍ୟାନ ଦେଉଛୁ ସେତେବେଳେ ସେଠାରେ ଆଧୁନିକ ଭିତ୍ତିଭୂମିର ମଧ୍ୟ ସେହିଭଳି ଏକ ବଡ ଭୂମିକା ରହିଛି ।

କେନ୍ଦ୍ରୀୟ ଭିସ୍ତା ସହିତ ଜଡିତ ଯେଉଁ କାର୍ଯ୍ୟ ଆଜି ହେଉଛି,ତାହାର ମୂଳରେ ମଧ୍ୟ ଏହି ଚିନ୍ତାଧାରା ରହିଛି । ଏ ସମ୍ପର୍କରେ ସବିଶେଷ ତଥ୍ୟ ଆଜି ଆରମ୍ଭ ହୋଇଥିବା କେନ୍ଦ୍ରୀୟ ଭିସ୍ତା ୱେବସାଇଟ୍‌ରେ ମଧ୍ୟ ଦେଖାଯାଇପାରିବ।

ବନ୍ଧୁଗଣ,

ରାଜଧାନୀର ଆକାଂକ୍ଷା ଅନୁରୂପ ଦିଲ୍ଲୀଠାରେ ନୂତନ ନିର୍ମାଣ ପାଇଁ ବିଗତ ବର୍ଷଗୁଡିକରେ ଅନେକ ଗୁରତ୍ୱ ଦିଆଯାଇଛି । ସମଗ୍ର ଦେଶରୁ ନିର୍ବାଚିତ ହୋଇ ଆସୁଥିବା ଜନପ୍ରତିନିଧିମାନଙ୍କ ପାଇଁ ନୂତନ ଆବାସ ହେଉ, ଆମ୍ବେଦକରଙ୍କ ସ୍ମୃତି ବହନ କରୁଥିବା ପ୍ରୟାସ ହେଉ, ଅନ୍ୟାନ୍ୟ  ନୂତନ ଭବନ ହେଉ ସେଗୁଡିକ ଉପରେ ଲଗାତାର ଭାବରେ କାର୍ଯ୍ୟ ଜାରି ରହିଛି । ଆମର ସୈନ୍ୟବାହିନୀ, ଆମର ସହିଦ ଯେଉଁମାନେ ବଳିଦାନ ଦେଇଛନ୍ତି ସେମାନଙ୍କର ସମ୍ମାନ ଏବଂ ସୁବିଧା ସହିତ ସମ୍ପୃକ୍ତ ରାଷ୍ଟ୍ରୀୟ ସ୍ମାରକୀ ମଧ୍ୟ ଏଥିରେ ସାମିଲ ରହିଛି । ଏତେ ଦଶନ୍ଧି ପରେ ସୈନ୍ୟବାହିନୀ, ଅର୍ଦ୍ଧସାମରିକ ବାହିନୀ ଏବଂ ପୁଲିସ ବାହିନୀର ସହିଦମାନଙ୍କ ସକାଶେ ରାଷ୍ଟ୍ରୀୟ ସ୍ମାରକୀ ଆଜି ଦିଲ୍ଲୀର ଗୌରବ ବୃଦ୍ଧି କରୁଛି ଏବଂ ଏଗୁଡିକର ଏକ ବିଶେଷତ୍ୱ ହେଉଛି ଯେ, ଏଗୁଡିକ ମଧ୍ୟରେ ଏକ ଅଧିକାଂଶ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପୂର୍ଣ୍ଣ କରାଯାଇପାରିଛି । ନ ହେଲେ ସରକାର ଗୁଡିକର ପରିଚୟ ଏମିତି - ଏମିତି ହୁଏ, ଏମିତି ଚଳେ, କିଛି କଥା ନାହିଁ ୪-୬ ମାସ ଡେରି ହେବା ତ ସ୍ୱାଭାବିକ। ଆମେ ସରକାରରେ ନୂତନ କାର୍ଯ୍ୟ ସଂସ୍କୃତି ଆଣିବା ପାଇଁ ନିଷ୍ଠାପୂର୍ବକ ପ୍ରୟାସ କରିଛୁ, ଯଦ୍ୱାରା କି କାର୍ଯ୍ୟ ହେଉ ନିର୍ଦ୍ଧାରିତ ଖର୍ଚ୍ଚରୁ ମଧ୍ୟ କମ୍ ଖର୍ଚ୍ଚରେ ହେଉ ପଛେ ପ୍ରଫେସନାଲିଜମ୍ ରହୁ, ଦକ୍ଷତା ରହୁ ଏସମସ୍ତ ବିଷୟଗୁଡିକ ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ । ଏଭଳି ଚିନ୍ତାଧାରା ଏବଂ ଦୃଷ୍ଟିଭଙ୍ଗୀରେ ଆସିଥିବା ଦକ୍ଷତା ଆଜିର ଘଟଣା ହେଉଛି ଏକ ବହୁତ ବଡ ଉଦାହରଣ ।

ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସର ଯେଉଁ କାର୍ଯ୍ୟ ୨୪ମାସରେ ସମ୍ପୂର୍ଣ୍ଣ ହେବା କଥା ଥିଲା ତାହା କେବଳ ୧୨ ମାସର ରେକର୍ଡ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇପାରିଛି । ଅର୍ଥାତ୍ ୫୦ ପ୍ରତିଶତ ସମୟକୁ ସଂଚୟ କରାଯାଇପାରିଛି । ତା ମଧ୍ୟ ଏଭଳି ଏକ ସମୟରେ ଯେତେବେଳେ  କରୋନା ଦ୍ୱାରା ସୃଷ୍ଟ ବିଭିନ୍ନ ପରିସ୍ଥିତିରେ ଶ୍ରମିକଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅନେକ ପ୍ରକାରର ଆହ୍ୱାନଗୁଡିକ ଆମ ସମ୍ମୁଖରେ ରହିଥିଲା । କରୋନା ସମୟରେ ଅନେକ ଶ୍ରମିକ ଏହି ପ୍ରକଳ୍ପରେ ରୋଜଗାର ପାଇଛନ୍ତି । ଏହି ନିର୍ମାଣ କାର୍ଯ୍ୟ ସହିତ ସମ୍ପୃକ୍ତ ସମସ୍ତ ଶ୍ରମିକ ଭାଇ, ସମସ୍ତ ଇଞ୍ଜିନିୟର, ସମସ୍ତ କର୍ମଚାରୀ, ଅଧିକାରୀ ଏମାନେ ସମସ୍ତେ ସମୟ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ କରିଥିବା ପାଇଁ ଧନ୍ୟବାଦର ଯୋଗ୍ୟ ଅଟନ୍ତି ଏବଂ ଏହା ସହିତ କରୋନାକୁ ନେଇ ଯେତେବେଳେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଏକ ପ୍ରଶ୍ନ ଚିହ୍ନ ଲାଗି ସାରିଥିଲା । ସେହି ସମୟରେ ମଧ୍ୟ ରାଷ୍ଟ୍ର ନିର୍ମାଣ ପାଇଁ ଉଦ୍ଦିଷ୍ଟ ଏହି ପବିତ୍ର କାର୍ଯ୍ୟରେ ଯେଉଁ ଯେଉଁ ଲୋକମାନେ ନିଜ ନିଜର ଯୋଗଦାନ ଦେଇଛନ୍ତି , ସମଗ୍ର ଦେଶ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଏଥିରୁ ଏହା ପ୍ରଦର୍ଶିତ ହେଉଛି ଯେତେବେଳେ ନିତି ଏବଂ ଉଦ୍ଦେଶ୍ୟରେ ସ୍ୱଚ୍ଛତା ରହେ, ଇଚ୍ଛାଶକ୍ତି ପ୍ରବଳ ଥାଏ , ନିଷ୍ଠାପର ପ୍ରୟାସ ହୁଏ , କୌଣସି ଜିନିଷ ଅସମ୍ଭବ ହୋଇ ରହେ ନାହିଁ , ସବୁ କିଛି ସମ୍ଭବ ହୋଇଥାଏ ।

ମୋର ବିଶ୍ୱାସ ଯେ ଦେଶର ନୂତନ ସଂସଦ ଭବନର ନିର୍ମାଣ ମଧ୍ୟଯେମିତିକି ହରଦୀନ ଜୀ ଅତ୍ୟନ୍ତ ବିଶ୍ୱାସର ସହିତ କହୁଥିଲେ ତାହା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ହିଁ ସମ୍ଭବ ହେବ ।

ବନ୍ଧୁଗଣ,

ଆଜି ନିର୍ମାଣ କାର୍ଯ୍ୟରେ ଯେଉଁ କ୍ଷିପ୍ରତା ଦେଖାଦେଇଛି ସେଥିରେ ନୂତନ ନିର୍ମାଣ ପ୍ରଯୁକ୍ତିର ମଧ୍ୟ ବହୁତ ବଡ ଭୂମିକା ରହିଛି । ପ୍ରତିରକ୍ଷା କାର୍ଯ୍ୟାଳୟ  କମ୍ପେ୍ଲକ୍ସରେ ମଧ୍ୟ ପାରମ୍ପରିକ ଆରସିସି ନିର୍ମାଣ ବଦଳରେ ଲାଇଟ ଗେଜ ଷ୍ଟିଲ ଫ୍ରେମ ପ୍ରଯୁକ୍ତିର ଉପଯୋଗ କରାଯାଇଛି । ନୂତନ ପ୍ରଯୁକ୍ତି ଯୋଗୁଁ ଏହି ଭବନ ଅଗ୍ନି ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପଦରୁ ମଧ୍ୟ ସୁରକ୍ଷିତ । ଏହି ନୂତନ ପରିସର ନିର୍ମାଣ ହେବା ଦ୍ୱାରା ୧୦-୧୨ ଏକରରୁ ଅଧିକ ଅଞ୍ଚଳରେ ରହିଥିବା ପୁରୁଣ ହଟ୍‌ମେଣ୍ଟସ୍ ଗୁଡିକର ପରିଚାଳନା ପାଇଁ ପ୍ରତ୍ୟେକବର୍ଷ ଯେଉଁ ଖର୍ଚ୍ଚ କରିବାକୁ ପଡୁଥିଲା ତାହା ମଧ୍ୟ ସଞ୍ଚୟ ହୋଇପାରିବ । ମୁଁ ଖୁସି ଯେ, ଆଜି କେବଳ ଦିଲ୍ଲୀ ନୁହେଁ ବରଂ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ସ୍ମାର୍ଟ ସୁବିଧାର ବିକାଶ କରିବ । ଗରିବ ଲୋକଙ୍କ ପାଇଁ ପକ୍କାଘର ତିଆରି କରିବା ସକାଶେ ଆଧୁନିକ ନିର୍ମାଣ ଟେକ୍ନୋଲୋଜି ଉପରେ ଜୋର ଦିଆଯାଉଛି । ଦେଶର ୬ଟି ସହରରେ ଚାଲିଥିବା ବତୀଘର ପ୍ରକଳ୍ପ ଏଭଳି ଏକ ବହୁତ ବଡ ପରୀକ୍ଷା । ଯେଉଁ ଗତି ଏବଂ ଯେଉଁ ମାତ୍ରାରେ ଆମେ ଆମର ସହରଗୁଡିକର ପରିବର୍ତ୍ତନ କରିବାକୁ ଚାହୁଁଛି ତାହା କେବଳ ନୂତନ ଟେକ୍ନୋଲୋଜିର ବ୍ୟାପକ ଉପଯୋଗ ଦ୍ୱାରା ହିଁ ସମ୍ଭବ ହୋଇପାରିବ ।

ବନ୍ଧୁଗଣ,

ଆଜି ନିର୍ମାଣ କାର୍ଯ୍ୟରେ ଯେଉଁ କ୍ଷିପ୍ରତା ଦେଖାଦେଇଛି ସେଥିରେ ନୂତନ ନିର୍ମାଣ ପ୍ରଯୁକ୍ତିର ମଧ୍ୟ ବହୁତ ବଡ ଭୂମିକା ରହିଛି । ପ୍ରତିରକ୍ଷା କାର୍ଯ୍ୟାଳୟ  କମ୍ପେ୍ଲକ୍ସରେ ମଧ୍ୟ ପାରମ୍ପରିକ ଆରସିସି ନିର୍ମାଣ ବଦଳରେ ଲାଇଟ ଗେଜ ଷ୍ଟିଲ ଫ୍ରେମ ପ୍ରଯୁକ୍ତିର ଉପଯୋଗ କରାଯାଇଛି । ନୂତନ ପ୍ରଯୁକ୍ତି ଯୋଗୁଁ ଏହି ଭବନ ଅଗ୍ନି ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପଦରୁ ମଧ୍ୟ ସୁରକ୍ଷିତ । ଏହି ନୂତନ ପରିସର ନିର୍ମାଣ ହେବା ଦ୍ୱାରା ୧୦-୧୨ ଏକରରୁ ଅଧିକ ଅଞ୍ଚଳରେ ରହିଥିବା ପୁରୁଣ ହଟ୍‌ମେଣ୍ଟସ୍ ଗୁଡିକର ପରିଚାଳନା ପାଇଁ ପ୍ରତ୍ୟେକବର୍ଷ ଯେଉଁ ଖର୍ଚ୍ଚ କରିବାକୁ ପଡୁଥିଲା ତାହା ମଧ୍ୟ ସଞ୍ଚୟ ହୋଇପାରିବ । ମୁଁ ଖୁସି ଯେ, ଆଜି କେବଳ ଦିଲ୍ଲୀ ନୁହେଁ ବରଂ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ସ୍ମାର୍ଟ ସୁବିଧାର ବିକାଶ କରିବ । ଗରିବ ଲୋକଙ୍କ ପାଇଁ ପକ୍କାଘର ତିଆରି କରିବା ସକାଶେ ଆଧୁନିକ ନିର୍ମାଣ ଟେକ୍ନୋଲୋଜି ଉପରେ ଜୋର ଦିଆଯାଉଛି । ଦେଶର ୬ଟି ସହରରେ ଚାଲିଥିବା ବତୀଘର ପ୍ରକଳ୍ପ ଏଭଳି ଏକ ବହୁତ ବଡ ପରୀକ୍ଷା । ଯେଉଁ ଗତି ଏବଂ ଯେଉଁ ମାତ୍ରାରେ ଆମେ ଆମର ସହରଗୁଡିକର ପରିବର୍ତ୍ତନ କରିବାକୁ ଚାହୁଁଛି ତାହା କେବଳ ନୂତନ ଟେକ୍ନୋଲୋଜିର ବ୍ୟାପକ ଉପଯୋଗ ଦ୍ୱାରା ହିଁ ସମ୍ଭବ ହୋଇପାରିବ ।

 

ବନ୍ଧୁଗଣ,

ଯେଉଁ ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପେ୍ଲକ୍ସ ତିଆରି କରାଯାଇଛି, ଏହା କାର୍ଯ୍ୟ ସଂସ୍କୃତିରେ ଆସିଥିବା ଏକ ପରିବର୍ତ୍ତନ  ଏବଂ ସରକାରଙ୍କ ପ୍ରାଥମିକତାର ଏକ ପ୍ରତିବିମ୍ବ ଅଟେ । ସେହି ପ୍ରାଥମିକତା ହେଉଛି ଉପଲବ୍ଧ ଜମିର ସଦୁପଯୋଗ, ଏବଂ କେବଳ ଜମି ହିଁ ନୁହଁ ଆମର ବିଶ୍ୱାସ ରହିଛି ଏବଂ ଆମର ପ୍ର୍ରୟାସ ମଧ୍ୟ ରହିଛି ଯେ, ଆମର ଯାହା ମଧ୍ୟ ସମ୍ବଳ ଅଛି, ଆମର ଯାହା ମଧ୍ୟ ପ୍ରାକୃତିକ ସମ୍ପଦ ରହିଛ. ସେଗୁଡିକର ସଠିକ ଉପଯୋଗ ହେବା ଉଚିତ । ଏଭଳି ସମ୍ପଦର ମନଇଚ୍ଛା ଉପଯୋଗ କରିବା ଦ୍ୱାରା ଯେଉଁ କ୍ଷତି ହୁଏ  ତାହା ଦେଶ ପାଇଁ ଉଚିତ ନୁହେଁ ଏବଂ ଆମର ଏଭଳି ଚିନ୍ତାଧାରାର ପରିଣାମ ସ୍ୱରୂପ ସରକାରଙ୍କ ବିଭିନ୍ନ ବିଭାଗ ପାଖରେ ଯେଉଁ ଜମି ରହିଛି ସେଗୁଡିକର ସଠିକ ଉପଯୋଗ ସଠିକ ଯୋଜନା ସହିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଜିର ଏହି ନୂତନ ପରିସର ପାଖାପାଖି ୧୩ଏକର ଜମି ଉପରେ ନିର୍ମିତ ହୋଇଛି । ଦେଶବାସୀ ଆଜି ଯେତେବେଳେ ଶୁଣିବେ ଯେଉଁ ଲୋକମାନେ ଆମର ଦିନରାତି କାର୍ଯ୍ୟରେ ସମାଲୋଚନା କରନ୍ତି, ସେମାନଙ୍କ ଚେହେରାକୁ ସାମ୍ନାରେ ରଖି ଏହି ବିଷୟଗୁଡିକୁ ଦେଶବାସୀ ଶୁଣିବା ଉଚିତ । ଦିଲ୍ଲୀ ଭଳି ଏତେ ବଡ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୬୨ ଏକର ଜମିରେ ରାଜଧାନୀ ମଧ୍ୟରେ ଏତେ ବିଶାଳ ସ୍ଥାନରେ ଏ ଯେଉଁ ହଟ୍‌ମେଂଟସ୍ ଗୁଡିକ ତିଆରି ହୋଇଥିଲା । ସେଗୁଡିକୁ ସେଠାରୁ ଅନ୍ୟତ୍ର ସ୍ଥାନ୍ତାନ୍ତରିତ କରାଗଲା ଏବଂ ଉତ୍ତମ କିସମର ଆଧୁନିକ ବ୍ୟବସ୍ଥା କେବଳ ୧୩ ଏକର ଜମିରେ ନିର୍ମାଣ କରାଗଲା । ଏହାଦ୍ୱାରା ଦେଶର ସମ୍ପତ୍ତିର କେତେବଡ ସଦୁପଯୋଗ ହେଉଛି ଅର୍ଥାତ୍ ଏତେ ବଡ ଏବଂ ଆଧୁନିକ ସୁବିଧା ଯୁକ୍ତ ବ୍ୟବସ୍ଥା ପାଇଁ ପାଖାପାଖି ୫ଗୁଣ କମ୍ ଜମିର ଉପଯୋଗ ହୋଇଛି । ସ୍ୱାଧୀନତାର ଅମୃତବେଳା ଅର୍ଥାତ୍‌୍ ଆଗାମୀ ୨୫ ବର୍ଷ ମଧ୍ୟରେ ନୂତନ ଆତ୍ମନିର୍ଭର ଭାରତର ନିର୍ମାଣ ଏହି ମିଶନ  ସମସ୍ତଙ୍କ ପ୍ରଚେଷ୍ଟା ଦ୍ୱାରା ହିଁ ସମ୍ଭବ ହୋଇଛି । ସରକାରୀ ବ୍ୟବସ୍ଥାର ଉତ୍ପାଦନ  କ୍ଷମତା ଏବଂ ଦକ୍ଷତା ବୃଦ୍ଧି ପାଇଁ ଯେଉଁ ବୃହତ କାର୍ଯ୍ୟ ଆଜି ଦେଶ ହାତକୁ ନେଇଛି । ଏଠାରେ ତିଆରି ହୋଇଥିବା ଭବନ ସେହି ସ୍ୱପ୍ନକୁ ସମର୍ଥନ କରୁଛି ।  ସେହି ସଂକଳ୍ପକୁ ରୂପ ଦେବା ପାଇଁ ବିଶ୍ୱାସ ସୃଷ୍ଟି କରୁଛି । କମନ କେନ୍ଦ୍ରୀୟ ସଚିବାଳୟ ହେଉ କିମ୍ବା କନେକ୍‌ଟେଡ୍‌ କନଫରେନ୍ସ ହଲ କିମ୍ବା ମେଟ୍ରୋ ଭଳି / ଟ୍ରାନ୍ସପୋର୍ଟ  ପାଇଁ ସୁଲଭ କନେକ୍ଟଟିଭିଟି ହେଉ ଏସବୁ କିଛି ରାଜଧାନୀକୁ ଜନତା ଅନୁକୂଳ ତିଆରି କରିବାରେ ସାହାଯ୍ୟ କରିବ । ଆମେ ସମସ୍ତେ ନିଜର ଲକ୍ଷ୍ୟକୁ ଶୀଘ୍ରତାର ସହିତ ହାସଲ କରୁ  । ଏହି କାମନା ସହିତ ମୁଁ ପୁଣି ଥରେ ଆପଣମାନଙ୍କୁ ଶୁଭକାମନା ଦେଉଛି ।

ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's beauty, personal care market seen at $39 billion by 2030: Flipkart

Media Coverage

India's beauty, personal care market seen at $39 billion by 2030: Flipkart
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends birthday greetings to President of India, Smt. Droupadi Murmu
June 20, 2026

The Prime Minister, Shri Narendra Modi has extended warm birthday greetings to the President of India, Smt. Droupadi Murmu.

The Prime Minister said that her journey, marked by courage, simplicity, humility and unwavering commitment to public service, continues to inspire people across the country.

Shri Modi noted that through her many years in public life, the President has served the nation in an outstanding manner and has been especially passionate about the wellbeing of the underprivileged and marginalised.

The Prime Minister stated that her steadfast dedication to India’s development is very motivating.

Shri Modi prayed for her long and healthy life in the service of the nation and said that he looks forward to meeting her later in the day at a programme in Odisha.

The Prime Minister wrote on X;

“Warm birthday greetings to the President of India, Smt. Droupadi Murmu Ji. Her journey, marked by courage, simplicity, humility and unwavering commitment to public service, continues to inspire people across the country.

Through her many years in public life, she has served the nation in an outstanding manner, especially passionate about the wellbeing of the underprivileged and marginalised. Her steadfast dedication to India’s development is very motivating.

May she be blessed with a long and healthy life in the service of the nation. I look forward to meeting her later today at the programme in Odisha.

@rashtrapatibhvn”