ଉତ୍ତରପ୍ରଦେଶର ୭୫ଟି ଜିଲ୍ଲାର ୭୫,୦୦୦ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପିଏମଏୟୁ ଘର ଚାବି
ସ୍ମାର୍ଟସିଟି ମିଶନ ଓ ଅମୃତ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ଉତ୍ତରପ୍ରଦେଶର ୭୫ଟି ସହରୀ ବିକାଶ ପ୍ରକଳ୍ପ
ଲକ୍ଷ୍ନୌର କାନପୁର, ବାରାଣାସୀ, ପ୍ରୟାଗରାଜ, ଗୋରଖପୁର, ଝାନ୍‌ସୀ ଏବଂ ଗାଜିଆବାଦକୁ FAME-II ଅଧୀନରେ ୭୫ଟି ବସ୍‌ର ଯାତ୍ରାରମ୍ଭ
ଲକ୍ଷ୍ନୌର ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟ (ବିବିଏୟୁ)ରେ ଅଟଳ ବିହାରୀ ବାଜପେୟୀ ଚେୟାର ସ୍ଥାପନ ଘୋଷଣା
ଆଗ୍ରା, କାନପୁର ଓ ଲଳିତପୁରର ତିନିଜଣ ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଅଣଆନୁଷ୍ଠାନିକ ମତ ବିନିମୟ
“ପିଏମଏୱାଇ ଯୋଜନା ଅଧୀନରେ ୧.୧୩କୋଟି ଆବାସ ସହରରେ ନିର୍ମିତ ହେଉଥିବାବେଳେ, ସେଥିରୁ ୫୦ଲକ୍ଷ ନିର୍ମିତ ଗୃହ ଗରିବଙ୍କୁ ହସ୍ତାନ୍ତର ହୋଇଛି”
&ପିଏମଏୱାଇ ଅଧୀନରେ ତିନିକୋଟି ଘର ନିର୍ମିତ ହୋଇଛି। ଆପଣ ତା’ ବାବଦ ଖର୍ଚ୍ଚ ଅନୁମାନ କରିପାରୁଥିବେ, ତା’ର ହିତାଧିକାରୀମାନେ ଲକ୍ଷପତି ହୋଇପାରିଛନ୍ତି”
“ଏଲଇଡି ବିଜୁଳିବତୀ ଲଗାଇ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାମାନେ ପ୍ରାୟ ହଜାର କୋଟି ଟଙ୍କା ବଞ୍ଚାଇ ପାରିଛନ୍ତି”

ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ଏବଂ ଲକ୍ଷ୍ନୌର ହିଁ ସାଂସଦ, ମୋର ବରିଷ୍ଠ ସାଥୀ, ଶ୍ରୀମାନ ରାଜନାଥ ସିଂହ ଜୀ, ଶ୍ରୀ ହରଦୀପ୍ସିଂହ ପୁରୀ ଜୀ, ମହେନ୍ଦ୍ରନାଥ ପାଣ୍ଡେ ଜୀ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବପ୍ରସାଦ ମୌର୍ଯ୍ୟ ଜୀ, ଶ୍ରୀ ଦିନେଶ ଶର୍ମା ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଶ୍ରୀମାନ କୌଶଲ କିଶୋର ଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରିଗଣ, ସାଂସଦ, ବିଧାୟକଗଣ, ଦେଶର ଭିନ୍ନ-ଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ଆଦରଣୀୟ ମନ୍ତ୍ରୀଗଣ, ଅନ୍ୟ ସମସ୍ତ ମହାନୁଭବ ଏବଂ ଉତ୍ତର ପ୍ରଦେଶର ମୋର ପ୍ରିୟ ଭଉଣୀ ଓ ଭାଇମାନେ!

ଲକ୍ଷ୍ନୌ ଆସିବାବେଳକୁ ଅବଧର ଏହି କ୍ଷେତ୍ରର ଇତିହାସ, ମଲିହାବାଦୀ ଦଶହରୀ ଭଳି ମିଠା ଭାଷା, ଖାଦ୍ୟପେୟ, କୁଶଳ କାରିଗରୀ, କଳା-ସ୍ଥାପତ୍ୟ ସବୁକିଛି ଆଗରେ ଦେଖାଯାଇଥାଏ । ମୋତେ ଭଲ ଲାଗୁଛି ଯେ, ତିନିଦିନ ପର୍ଯ୍ୟନ୍ତ ଲକ୍ଷ୍ନୌଠାରେ ନିଉ ଇଣ୍ଡିଆ ଅର୍ବାନମାନେ ଭାରତର ସହରର ନୂଆ ସ୍ୱରୂପ ଉପରେ ସମଗ୍ର ଦେଶର ବିଶେଷଜ୍ଞମାନେ ଏକତ୍ରିତ ହୋଇ ବିଚାରବିମର୍ଶ କରିବାକୁ ଯାଉଛନ୍ତି । ଏଠାରେ ଯେଉଁ ପ୍ରଦର୍ଶନୀ ଲାଗିଛି, ତାହା ସ୍ୱାଧୀନତାର ଅମୃତ ମହୋତ୍ସବରେ ୭୫ ବର୍ଷର ଉପଲବ୍ଧି ଏବଂ ଦେଶର ନୂଆ ସଂକଳ୍ପକୁ ଭଲ ଭାବେ ପ୍ରଦର୍ଶିତ କରୁଛି । ମୁଁ ଅନୁଭବ କରୁଛି ଗତ ଦିନଗୁଡ଼ିକରେ ଯେତେବେଳେ ପ୍ରତିରକ୍ଷା କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ସେହି ସମୟରେ ଯେଉଁ ପ୍ରଦର୍ଶନୀ ଲାଗିଥିଲା, କେବଳ ଲକ୍ଷ୍ନୌଠାରେ ନୁହେଁ ପୁରା ଉତ୍ତର ପ୍ରଦେଶ ତାହାକୁ ଦେଖିବାକୁ ପହଞ୍ଚିଥିଲା । ମୁଁ ଏଥର ବି ଚାହୁଁଛି ଯେ ଯେଉଁ ପ୍ରଦର୍ଶନୀ ଲାଗୁଛି, ତାହା ଆପଣମାନେ ନିଶ୍ଚିତ ଦେଖନ୍ତୁ । ଆମେ ସମସ୍ତେ ମିଳିମିଶି ଦେଶକୁ କେଉଁଠାରୁ କେଉଁଠିକୁ ନେଇପାରିବା, ଆମ ବିଶ୍ୱାସକୁ ଜାଗ୍ରତ କରିବାର ଏହା ହେଉଛି ଭଲ ପ୍ରଦର୍ଶନୀ, ଆପଣ ନିଶ୍ଚିତ ଦେଖିବା ଦରକାର ।

ଆଜି ଉତ୍ତର ପ୍ରଦେଶର ସହରଗୁଡ଼ିକର ବିକାଶ ସହିତ ଜଡ଼ିତ ୭୫ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି । ଆଜି ହିଁ ଉତ୍ତର ପ୍ରଦେଶର ୭୫ଟି ଜିଲ୍ଲାର ୭୫ ହଜାର ଲାଭାର୍ଥୀମାନଙ୍କୁ ସେମାନଙ୍କ ନିଜର ପକ୍କା ଘରର ଚାବି ମିଳିଛି । ଏହି ସମସ୍ତ ସାଥୀ ଚଳିତ ବର୍ଷ ଦଶହରା, ଦୀପାବଳୀ, ଛଟ୍, ଗୁରୁ ପର୍ବ, ଇଦ୍-ଏ-ମିଲାଦ ଆଗକୁ ଆସିବାକୁ ଥିବା ସେମାନଙ୍କର ଉତ୍ସବ, ନିଜ ନୂଆ ଘରେ ହିଁ ପାଳନ କରିବେ । ଏବେ କିଛି ଲୋକମାନଙ୍କ ସହିତ କଥାବାର୍ତ୍ତା କରି ମୋତେ ବହୁତ ସନ୍ତୋଷ ମିଳିଲା । ଏବଂ ଭୋଜନ ପାଇଁ ନିମନ୍ତ୍ରଣ ମଧ୍ୟ ମିଳିଛି । ମୋତେ ଏହି କଥା ପାଇଁ ଖୁସି ଲାଗୁଛି ଯେ ଦେଶରେ ପିଏମ୍ ଆବାସ ଯୋଜନା ମାଧ୍ୟମରେ ଯେଉଁ ଘର ଦିଆଯାଉଛି, ସେଥିରୁ ୮ଠ ପ୍ରତିଶତରୁ ଅଧିକ ଘର ଉପରେ ମାଲିକାନା ଜଣେ ମହିଳାଙ୍କର ରହିଛି କିମ୍ବା ମିଳିତ ମାଲିକାନା ରହିଛି ଏବଂ ମୋତେ ଏହା ମଧ୍ୟ କୁହାଯାଇଛି ଯେ ଉତ୍ତର ପ୍ରଦେଶ ସରକାର ମହିଳାମାନଙ୍କୁ ଘର ସହିତ ଯୋଡ଼ିବାର ଏକ ଭଲ ନିଷ୍ପତ୍ତି ନେଇଛନ୍ତି । ୧ଠ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘରଗୁଡ଼ିକର ପଞ୍ଜିକରଣ କଲାବେଳେ ମହିଳାମାନଙ୍କୁ ଷ୍ଟାମ୍ପ ଡିଉଟିରେ ୨ ପ୍ରତିଶତର ରିହାତି ଦିଆଯାଉଛି । ଏହା ବହୁତ ପ୍ରଶଂସନୀୟ ନିଷ୍ପତ୍ତି ଅଟେ । କିନ୍ତୁ ଏହା ସହିତ ଆମେ ଯେତେବେଳେ ଏକଥା କରିଥାଉ ମହିଳାମାନଙ୍କ ନାମରେ ଯଦି ମାଲିକାନା ହୁଏ ତାହା କିନ୍ତୁ ଆମ ମନ ଭିତରେ ନଥାଏ । କିନ୍ତୁ ମୁଁ ଆପଣମାନଙ୍କୁ ଟିକିଏ ସେହିଦୁନିଆକୁ ନେଇଯାଉଛି, ଯେଉଁଠାରେ ଆପଣମାନଙ୍କୁ ଆଭାସ ହେବ ଯେ ଏହି ନିଷ୍ପତ୍ତି କେତେ ମହତ୍ୱପୂର୍ଣ୍ଣ ଅଟେ ।

ଆପଣ ଦେଖନ୍ତୁ, କୌଣସି ବି ପରିବାରକୁ ଯାଆନ୍ତୁ ଭଲ, ଭୁଲ୍ ବୋଲି ମୁଁ କହୁନାହିଁ । ମୁଁ କେବଳ ସେ ବିଷୟରେ କହୁଛି । ଯଦି ଘର ଅଛି ତ ସ୍ୱାମୀଙ୍କ ନାମରେ, କ୍ଷେତ ଅଛି ତ ସ୍ୱାମୀଙ୍କ ନାମରେ, ଗାଡ଼ି ଅଛି ତ ସ୍ୱାମୀଙ୍କ ନାମରେ, ସ୍କୁଟର ଅଛି ତ ସ୍ୱାମୀଙ୍କ ନାମରେ । ଦୋକାନ ଅଛି ତ ସ୍ୱାମୀଙ୍କ ନାମରେ, ଯଦି ସ୍ୱାମୀ ନଥିବେ ତା'ହେଲେ ପୁଅ ନାମରେ, ତ ସେହି ମାଆ ନାମରେ କିଛି ନଥାଏ କି ମହିଳାଙ୍କ ନାମରେ କିଛି ମଧ୍ୟ ନଥାଏ । ଏକ ସୁସ୍ଥ ସମାଜ ପାଇଁ ସନ୍ତୁଳନ କରିବାକୁ କିଛି ପଦକ୍ଷେପ ନେବାକୁ ପଡ଼ିଥାଏ ଏବଂ ଏଥିପାଇଁ ଆମେ ନିଷ୍ପତ୍ତି ନେଇଛୁ କି ସରକାର ଯେଉଁ ଘର ଦେବେ ତାହାର ମାଲିକାନା ଜଣେ ମହିଳାଙ୍କୁ ଦିଆଯିବ ।

ବନ୍ଧୁଗଣ,

ଆଜି ଲକ୍ଷ୍ନୌ ପାଇଁ ଆଉ ଏକ ଶୁଭେଚ୍ଛା ଜଣାଇବାର ଅବସର ଅଟେ । ଲକ୍ଷ୍ନୌଠାରେ ଅଟଳ ଜୀଙ୍କ ରୂପରେ ଏକ ଦୂରଦ୍ରଷ୍ଟା, ମା' ଭାରତୀଙ୍କ ପାଇଁ ଦେଶକୁ ଏକ ସମର୍ପିତ ରାଷ୍ଟ୍ରନାୟକ ଦେଇଛନ୍ତି । ଆଜି ତାଙ୍କରି ସ୍ମୃତିରେ, ବାବା ସାହେବ ଭୀମରାଓ ଆମ୍ବେଦକର ୟୁନିଭର୍ସିଟିରେ ଅଟଳ ବିହାରୀ ବାଜପେୟୀ ଚେୟାର ସ୍ଥାପିତ କରାଯାଉଛି । ମୋତେ ବିଶ୍ୱାସ ଅଛି ଯେ ଏହି ଚେୟାର ଅଟଳ ଜୀଙ୍କ ଦୂରଦୃଷ୍ଟି, ତାଙ୍କ କାର୍ଯ୍ୟ, ରାଷ୍ଟ୍ର ନିର୍ମାଣରେ ତାଙ୍କର ଯୋଗଦାନକୁ ବିଶ୍ୱ ଲୋକଲୋଚନକୁ ଆଣିବ । ଯେମିତି ଭାରତର ୭୫ ବର୍ଷର ବିଦେଶ ନୀତିରେ ଅନେକ ମୋଡ଼ ଆସିଥିଲା, କିନ୍ତୁ ଅଟଳ ଜୀ ଏହାକୁ ନୂଆ ଦିଗ ଦେଇଥିଲେ । ଦେଶର ସଂଯୋଗୀକରଣ, ଲୋକଙ୍କୁ ସଂଯୋଗୀକରଣ ପାଇଁ ସେମାନଙ୍କର ପ୍ରୟାସ ଆଜିର ଭାରତର ସଶକ୍ତ ଆଧାରଶୀଳା ଅଟେ । ଆପଣ ଭାବନ୍ତୁ, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଏବଂ ଅନ୍ୟପକ୍ଷରେ ସ୍ୱର୍ଣ୍ଣ ଚତୁଃର୍ଭୁଜ-ଉତ୍ତର ପୂର୍ବ, ପୂର୍ବ-ପଶ୍ଚିମ ଏବଂ ଉତ୍ତର-ଦକ୍ଷିଣ, ପୂର୍ବ-ପଶ୍ଚିମ କରିଡର ଅର୍ଥାତ ଉଭୟ ଆଡ଼କୁ ଏକାସଙ୍ଗେ ଦୃଷ୍ଟି ଦେବା ଏବଂ ଉଭୟ ପଟେ ବିକାଶ ପାଇଁ ପ୍ରୟାସ କରିବା ।

ବନ୍ଧୁଗଣ!

ବହୁବର୍ଷ ପୂର୍ବରୁ ଯେତେବେଳେ ଅଟଳ ଜୀ ଜାତୀୟ ରାଜପଥ ମାଧ୍ୟମରେ ଦେଶର ମହାନଗରୀଗୁଡ଼ିକୁ ଯୋଡ଼ିବାର ବିଚାର ରଖିଥିଲେ ସେତେବେଳେ କିଛି ଲୋକମାନଙ୍କୁ ଏହା ବିଶ୍ୱାସ ହେଉନଥିଲା କି ଏହା କ'ଣ ସମ୍ଭବ । ୬-୭ ବର୍ଷ ପୂର୍ବେ ଯେବେ ମୁଁ, ଗରିବମାନଙ୍କ ପାଇଁ କୋଟି କୋଟି ପକ୍କା ଘର, କୋଟି କୋଡ଼ି ଶୌଚାଳୟ, ଶୀଘ୍ର ଚାଲୁଥିବା ରେଲ୍, ସହରରେ ପାଇପ୍ ଯୋଗେ ଗ୍ୟାସ୍, ଅପ୍ଟିକାଲ୍ ଫାଇଭର ଭଳି ବଡ଼ ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟର କଥା କହିବା, ତେବେ ମଧ୍ୟ କିଛି ଲୋକଙ୍କର ଆଦତ୍ ଯେ ସେମାନେ ଭାବୁଥିବେ ଯେ, ଏତେ ସବୁକିଛି କେମିତି ହୋଇପାରିବ । କିନ୍ତୁ ଆଜି ଏହି ଅଭିଯାନରେ ଭାରତର ସଫଳତା, ଦୁନିଆ ଦେଖୁଛି । ଭାରତ ଆଜି ପିଏମ ଆବାସ ଯୋଜନା ଅନ୍ତର୍ଗତ ଯେତେଗୁଡ଼ିଏ ପକ୍କା ଘର ତିଆରି କରୁଛି, ତାହା ବିଶ୍ୱର ଅନେକ ଦେଶର ସମଗ୍ର ଜନସଂଖ୍ୟାରୁ ମଧ୍ୟ ଅଧିକ ।

ଗୋଟିଏ ସମୟ ଥିଲା ଯେତେବେଳେ ଘରର ସ୍ୱୀକୃତି ଠାରୁ ନେଇ ତାହା ନିର୍ମାଣ ପର୍ଯ୍ୟନ୍ତ ବର୍ଷ ବର୍ଷ ସମୟ ଲାଗୁଥିଲା । ଯେଉଁ ଘର ତିଆରି ବି ହେଉ ସେ ଘର ରହିବା ଯୋଗ୍ୟ ଥିଲା କି ନାହିଁ ସେ ପ୍ରଶ୍ନ ନିଶ୍ଚିତ ଭାବେ ପଚରାଯାଉଥିଲା । ଘରର ଆକାର ଛୋଟ, କନଷ୍ଟ୍ରକସନ ମେଟେରିଆଲ ଖରାପ, ଆବଣ୍ଟନରେ ଗଡ଼ବଡ଼ୀ । ଏହିସବୁ ମୋ ଗରିବ ଭାଇ ଓ ଭଉଣୀଙ୍କ ଭାଗ୍ୟରେ ଥିଲା । ୨ଠ୧୪ରେ ଦେଶ ମୋତେ ସେବା କରିବାକୁ ଅବସର ଦେଲା ଏବଂ ମୁଁ ଉତ୍ତର ପ୍ରଦେଶର ବିଶେଷ ଭାବେ ଆଭାରୀ ଯେ ଆପଣମାନେ ମୋତେ ଦେଶର ସଂସଦକୁ ପହଞ୍ଚାଇଛନ୍ତି । ଯେତେବେଳେ ଆପଣମାନେ ମୋତେ ଦାୟିତ୍ୱ ଦେଲେ ସେତେବେଳେ ମୁଁ ନିଜର ଦାୟିତ୍ୱ ନିର୍ବାହ କରିବାରେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ପ୍ରୟାସ କରିଛି ।

ବନ୍ଧୁଗଣ,

୨ଠ୧୪ ପୂର୍ବରୁ ଯେଉଁ ସରକାର ଥିଲା, ସେ ଦେଶରେ ସହରୀ ଆବାସ ଯୋଜନା ସମ୍ପର୍କରେ ମାତ୍ର ୧୩ ଲକ୍ଷ ଘର ପାଇଁ ମଞ୍ଜୁର କରିଥିଲେ, ସଂଖ୍ୟା ମନେ ରହିବ? ଗତ ସରକାର ୧୩ ଲକ୍ଷ ଘର, ସେଥିରୁ ମାତ୍ର ୮ ଲକ୍ଷ ଘର ତିଆରି କରିଥିଲେ । ୨ଠ୧୪ ପରେ ଆମ ସରକାର ପିଏମ୍ ଆବାସ ଯୋଜନା ଅନ୍ତର୍ଗତ ସହରରେ ୧ କୋଟି ୧୩ ଲକ୍ଷରୁ ଅଧିକ ଘର ନିର୍ମାଣ କରିବାକୁ ମଞ୍ଜୁରୀ ଦେଇଛନ୍ତି । କେଉଁଠି ୧୩ ଲକ୍ଷ ଏବଂ କେଉଁଠି ୧ କୋଟି ୧୩ ଲକ୍ଷ! ଏଥିରୁ ୫ଠ ଲକ୍ଷରୁ ଅଧିକ ଘର ତିଆରି କରି ତାହାକୁ ଗରିବମାନଙ୍କୁ ହସ୍ତାନ୍ତର କରାଯାଇଛି ।

ବନ୍ଧୁଗଣ,

ଇଟା-ପଥରକୁ ଯୋଡ଼ି ଘର ତ ତିଆରି କରାଯାଇପାରିବ, କିନ୍ତୁ ତାହାକୁ ଘର କହିପାରିବା ନାହିଁ । କିନ୍ତୁ ସେହି ଘର ସେତେବେଳେ ତିଆରି ହୋଇଥାଏ, ଯେତେବେଳେ ସେଥିରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ସ୍ୱପ୍ନ ଯୋଡ଼ି ହୋଇଥାଏ, ଆପଣାପଣ ଥାଏ, ପରିବାରର ସଦସ୍ୟ ପ୍ରାଣପଣେ ଗୋଟିଏ ଲକ୍ଷ୍ୟ ନେଇ ଏକତ୍ରିତ ହେଲେ ସେତେବେଳେ କୋଠା ଘର ହୋଇଯାଇଥାଏ ।

ବନ୍ଧୁଗଣ,

ଆମେମାନେ ଘରର ଡିଜାଇନ୍ ଠାରୁ ଆରମ୍ଭ କରି ଘରର ନିର୍ମାଣ ପର୍ଯ୍ୟନ୍ତ ସମସ୍ତ ସ୍ୱାଧୀନତା ଲାଭାର୍ଥୀମାନଙ୍କୁ ଦେଇଦେଇଛୁ । ତାଙ୍କ ଇଚ୍ଛା ଉପରେ ସେମାନେ ଯେମିତି ଘର ତିଆରି କରିବେ । ଦିଲ୍ଲୀରେ ଏୟାର କଣ୍ଡିସନର ଘରେ ବସି କିଏ ଏହା ନିଷ୍ପତ୍ତି ନେଇପାରିବେ ନାହିଁ ଯେ ଝରକା ଏପଟେ ହେବ କି ସେପଟେ ହେବ । ୨ଠ୧୪ ପୂର୍ବରୁ ସରକାରୀ ଯୋଜନାରେ ଘର କେଉଁ ସାଇଜରେ ହେବ, ଏହାର କୌଣସି ସ୍ପଷ୍ଟ ନୀତି ହିଁ ନଥିଲା, କେଉଁଠି ୧୫ ସ୍କୋୟାରମିଟରର ଘର ତିଆରି ହୋଇଥାଏ ତ କେଉଁଠି ୧୭ ସ୍କୋୟାରମିଟରରେ । ଏତେ ଛୋଟ ଜାଗାରେ ଯାହା ନିର୍ମାଣ ହେଉଥିଲା, ତାହା ମଧ୍ୟରେ ରହିବା ମଧ୍ୟ କଷ୍ଟକର ଥିଲା ।

୨ଠ୧୪ ପରେ ଆମ ସରକାର ଘରର ସାଇଜକୁ ନେଇ ଏକ ସ୍ପଷ୍ଟ ନୀତି ତିଆରି କଲେ । ଆମେ ଏହି ନିଷ୍ପତ୍ତି ନେଲୁ ଯେ, ୨୨ ସ୍କୋୟାରମିଟରରୁ ଛୋଟ କୌଣସି ଘର ତିଆରି ହେବ ନାହିଁ । ଆମେ ଘରର ସାଇଜ୍ ବଢ଼ାଇବା ସହ ପଇସା ସିଧାସଳଖ ଲାଭାର୍ଥୀମାନଙ୍କ ବ୍ୟାଙ୍କ ଖାତାକୁ ପଠାଇବା ଆରମ୍ଭ କଲୁ । ଗରିବମାନଙ୍କ ବ୍ୟାଙ୍କ ଖାତାକୁ ଘର ବନାଇବା ପାଇଁ ପଠାଯାଇଥିବା ଏ ଅର୍ଥ କେତେ ଅଛି, ଏହାର ଆଲୋଚନା ଖୁବ୍ କମ୍ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ପିଏମ୍ ଆବାସ ଯୋଜନା - ସହରୀ ଅନ୍ତର୍ଗତ କେନ୍ଦ୍ର ସରକାର ପାଖା-ପାଖି ୧ ଲକ୍ଷ କୋଟି ଟଙ୍କା, ଗରିବମାନଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରିଛନ୍ତି ।

ବନ୍ଧୁଗଣ,

ଆମର ଏଠାରେ କିଛି ମହାନୁଭବ କହୁଛନ୍ତି ଯେ ମୋଦିଙ୍କୁ ଆମେ ପ୍ରଧାନମନ୍ତ୍ରୀ ତ କରିଲୁ, ମୋଦି କରିଛନ୍ତି କଣ? ଆଜି ପ୍ରଥମ କରି ମୁଁ ଏହି କଥା କହୁଛି ଯାହା ପରେ ବଡ଼-ବଡ଼ ବିରୋଧୀ, ଯିଏ ଦିନରାତି ଆମର ବିରୋଧ କରିବାରେ ହିଁ ନିଜ ଶକ୍ତି ଖଟଉଛନ୍ତି, ସେ ମୋର ଏ ଭାଷଣ ଶୁଣିବା ପରେ ଆକ୍ରାମକ ହୋଇପଡ଼ିବେ, ମୁଁ ଜାଣିଛି । ହେଲେ ମଧ୍ୟ ମୋତେ ଲାଗିଛି ଯେ ମୋତେ ଜଣାଇବା ଦରକାର ।

ମୋର ଯେଉଁ ସାଥୀ, ଯିଏ ମୋର ପରିବାର ଲୋକ ଅଛନ୍ତି, ବସ୍ତିଗୁଡ଼ିକରେ ଜୀବନ କାଟୁଥିଲେ, ଯାହାଙ୍କ ପାଖରେ ପକ୍କା ଛାତ ଘର ନଥିଲା, ଏମିତି ୩ କୋଟି ପରିବାରକୁ ଏହି କାର୍ଯ୍ୟକାଳରେ ଗୋଟିଏ ହିଁ ଯୋଜନାରୁ ଲକ୍ଷପତି ହେବାର ଅବସର ମିଳିଗଲା । ଏହି ଦେଶରେ ମୋଟା-ମୋଟି ଭାବେ ଚିନ୍ତାକଲେ ୨୫-୩ଠ କୋଟି ପରିବାର, ସେଥିରୁ ଏତେ ଛୋଟ କାର୍ଯ୍ୟକାଳରେ ୩ କୋଟି ଗରିବ ପରିବାର ଲକ୍ଷପତି ହେବା, ଏହା ଏମିତିରେ ବହୁତ ବଡ଼ କଥା । ଏବେ ଆପଣ କହିବେ ମୋଦି ଏତେ ବଡ଼ ଦାବି କରୁଛନ୍ତି କେମିତି? ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଦେଶରେ ପାଖା-ପାଖି ୩ କୋଟି ଘର ତିଆରି ହୋଇଛି । ଆପଣ ତାହାର ଖର୍ଚ୍ଚର ପରିମାଣ ଚିନ୍ତା କରନ୍ତୁ । ଏ ଲୋକମାନେ ଏବେ ଲକ୍ଷପତି । ୩ କୋଟି ପକ୍କା ଘର ତିଆରି କରି ଆମେ ଗରିବ ପରିବାରକଙ୍କର ସବୁଠାରୁ ବଡ଼ ସ୍ୱପ୍ନକୁ ପୂରଣ କରିଛୁ ।

ବନ୍ଧୁଗଣ,

ମୋତେ ସେ ଦିନଗୁଡ଼ିକ ମଧ୍ୟ ମନରେ ଆସେ, ଯେତେବେଳେ ସମସ୍ତ ପ୍ରୟାସ ସତ୍ତ୍ୱେ ଉତ୍ତର ପ୍ରଦେଶ, ଘର ନିର୍ମାଣ କ୍ଷେତ୍ରରେ ଆଗକୁ ବଢ଼ି ପାରୁନଥିଲା । ଆଜି ଲକ୍ଷ୍ନୌରେ ଅଛି ମୋତେ ଲାଗୁଛି ଯେ ଟିକେ ବିସ୍ତୃତ ଭାବେ ଏହି କଥା ଜଣାଇବା ଦରକାର! କହିବା ଦରକାର ନା, ଆପଣ ପସ୍ତୁତ ଅଛନ୍ତି? ଆମର ଅର୍ବାନ୍ ପ୍ଲାନିଂ କେମିତି ରାଜନୀତିର ଶିକାର ହୋଇଯାଇଥାଏ, ଏହା ବୁଝିବା ପାଇଁ ମଧ୍ୟ ଉତ୍ତର ପ୍ରଦେଶର ଲୋକମାନଙ୍କୁ ଜାଣିବା ଜରୁରୀ ଅଟେ ।

ବନ୍ଧୁଗଣ,

ଗରିବଙ୍କ ପାଇଁ ଘର ତିଆରି କରିବାକୁ ଏହି ପଇସା କେନ୍ଦ୍ର ସରକାର ଦେଉଥିଲେ, ଏହାସତ୍ତ୍ୱେ ୨ଠ୧୭ ପୂର୍ବରୁ, ଯୋଗୀ ଜୀ ଆସିବା ପୂର୍ବର କଥା କହୁଛି, ୨ଠ୧୭ ପୂର୍ବରୁ ଉତ୍ତର ପ୍ରଦେଶରେ ଯେଉଁ ସରକାର ଥିଲେ, ସେ ଗରିବମାନଙ୍କ ପାଇଁ ଘର ତିଆରି କରିବାକୁ ଚାହୁଁ ହିଁ ନଥିଲେ । ଗରିବମାନଙ୍କ ପାଇଁ ଘର ତିଆରି କର, ଏଥିପାଇଁ ମୋତେ ପୂର୍ବରୁ ଯେଉଁ ସରକାରରେ ଥିଲେ ତାଙ୍କୁ ଅନୁରୋଧ କରିବାକୁ ପଡୁଥିଲା, ୨ଠ୧୭ ପୂର୍ବରୁ ପିଏମ୍ ଆବାସ ଯୋଜନା ଅନ୍ତର୍ଗତ ୧୮ ହଜାର ଘରକୁ ସ୍ୱୀକୃତି ଦିଆଗଲା । କିନ୍ତୁ ଯେଉଁ ସରକାର ଏଠାରେ ଥିଲା, ସେ ଗରିବମାନଙ୍କୁ ପିଏମ୍ ଆବାସ ଯୋଜନା ଅନ୍ତର୍ଗତ ୧୮ଟି ଘର ମଧ୍ୟ ତିଆରି କରି ହେଲାନାହିଁ ।

ଆପଣ କଳ୍ପନା କରିପାରୁଥିବେ ୧୮ ହଜାର ଘରର ସ୍ୱୀକୃତି ଏବଂ ୧୮ଟି ଘର ତିଆରି ନହେବା ମୋ ଦେଶର ଭାଇ-ଭଉଣୀମାନେ ଏ କଥା ଆପଣଙ୍କୁ ଚିନ୍ତା କରିବାକୁ ହେବ । ଆପଣ କଳ୍ପନା କରିପାରୁଥିବେ ୧୮ ହଜାର ଘର ପାଇଁ ମଞ୍ଜୁରୀ ଥିଲା କିନ୍ତୁ ସେହି ଲୋକମାନେ ଗରିବମାନଙ୍କ ପାଇଁ ୧୮ଟି ଘର ମଧ୍ୟ ତିଆରି କଲେ ନାହିଁ । ପଇସା ଥିଲା, ଘରକୁ ସ୍ୱୀକୃତି ଥିଲା କିନ୍ତୁ ସେତେବେଳେ ଯେଉଁ ଉତ୍ତର ପ୍ରଦେଶକୁ ଚଳଉଥିଲେ, ସେ ସେଥିରେ ଲଗାତାର ବାଧା ସୃଷ୍ଟି କରୁଥିଲେ । ତାଙ୍କର ସେହି କାର୍ଯ୍ୟ ଉତ୍ତର ପ୍ରଦେଶର ଲୋକମାନେ, ଉତ୍ତର ପ୍ରଦେଶର ଗରିବ କେବେ ମଧ୍ୟ ଭୁଲିପାରିବେ ନାହିଁ ।

ସାଥୀମାନେ, ମୁଁ ଖୁସି ଯେ ଯୋଗୀଜୀଙ୍କ ସରକାର ଆସିବା ପରେ ଉତ୍ତର ପ୍ରଦେଶରେ ସହରୀ ଗରିବମାନଙ୍କୁ ୯ ଲକ୍ଷ ଘର ତିଆରି କରିଦିଆଯାଇଛି । ସହରରେ ରହୁଥିବା ଆମର ଭାଇ-ଭଉଣୀମାନଙ୍କ ପାଇଁ ଏବେ ଉତ୍ତର ପ୍ରଦେଶରେ ୧୪ ଲକ୍ଷ ଘର ନିର୍ମାଣ ଅଲଗା-ଅଲଗା ପର୍ଯ୍ୟାୟରେ ରହିଛି । ଏବେ ଘରେ ବିଜୁଳି, ପାଣି, ଗ୍ୟାସ୍, ଶୌଚାଳୟ ଭଳି ସୁବିଧାମାନ ମିଳୁଛି, ଗୃହ ପ୍ରବେଶ ମଧ୍ୟ ସମ୍ପୂର୍ଣ୍ଣ ଖୁସିର ସହ, ସ୍ୱାଭିମାନର ସହ କରୁଛନ୍ତି । କିନ୍ତୁ ମୁଁ ଯେତେବେଳେ ଉତ୍ତର ପ୍ରଦେଶ ଆସିଛି ସେତେବେଳେ କିଛି ହୋମୱାର୍କ ମଧ୍ୟ ଦେବାକୁ ଚାହୁଁଛି । ଦେବି? କିନ୍ତୁ ଆପଣଙ୍କୁ କରିବାକୁ ପଡ଼ିବ, କରିବେ? କରିବେ ନା? ଦେଖନ୍ତୁ ମୁଁ ଖବରକାଗଜରେ ପଢ଼ିଥିଲି ଏବଂ ତା' ସହିତ ମୁଁ ଯୋଗୀଜୀଙ୍କୁ ମଧ୍ୟ ବୋଧହୁଏ ପଚାରିଥିଲି । ସବୁଥର ଦୀପାବଳିରେ ଅଯୋଧ୍ୟାରେ କହିଥାନ୍ତି ସାଢ଼େ ୭ ଲକ୍ଷ ଦୀପର କାର୍ଯ୍ୟକ୍ରମ ହେବ । ମୁଁ ଉତ୍ତର ପ୍ରଦେଶକୁ କହୁଛି କି ଆଲୋକ ପାଇଁ ପ୍ରତିଯୋଗିତା ସକାଶେ ବାହାରିପଡନ୍ତୁ । ଦେଖନ୍ତୁ ଅଯୋଧ୍ୟା ଅଧିକ ଦୀପ ଜଳଉଛି କି ଏ ଯେଉଁ ୯ ଲକ୍ଷ ଘର ଦିଆଯାଇଛି, ସେଥିରେ ୯ ଲକ୍ଷ ଘରେ ୧୮ ଲକ୍ଷ ଦୀପ ପ୍ରଜ୍ୱଳିତ କରନ୍ତୁ । ହୋଇପାରିବ କି? ଏହି ୯ ଲକ୍ଷ ପରିବାର ଗତ ୭ ବର୍ଷ ମଧ୍ୟରେ ଯାହାକୁ ଘର ମିଳିଛି, ସେମାନେ ଦୁଇ-ଦୁଇଟି ଦୀପ ନିଜ ଘର ବାହାରେ ଜଳାନ୍ତୁ । ଅଯୋଧ୍ୟାରେ ସାଢ଼େ ୭ ଲକ୍ଷ ଦୀପ ଜଳିବ ମୋର ଗରିବ ପରିବାରବର୍ଗଙ୍କ ଘରେ ୧୮ ଲକ୍ଷ ଦୀପ ଜଳିବ । ପ୍ରଭୁ ଶ୍ରୀରାମଜୀ ଖୁସି ହେବେ ।

ଭାଇ ଓ ଭଉଣୀମାନେ,

ଗତ ଦଶକଗୁଡ଼ିକରେ ଆମ ସହରରେ ବଡ଼-ବଡ଼ କୋଠା ତିଆରି ହୋଇଛି ନିଶ୍ଚୟ । କିନ୍ତୁ ଏହି କୋଠାଗୁଡ଼ିକର ନିର୍ମାଣ ଯେଉଁମାନେ କରିଛନ୍ତି ସେମାନେ ବସ୍ତିରେ ହିଁ ଜୀବନ ଅତିବାହିତ କରିଛନ୍ତି । ବସ୍ତିଗୁଡ଼ିକର ସ୍ଥିତି ଏମିତି ଯେଉଁଠି ପାଣି ଏବଂ ଶୌଚାଳୟ ଭଳି ମୌଳିକ ସୁବିଧାଗୁଡ଼ିକ ନାହିଁ । ବସ୍ତିରେ ରହୁଥିବା ଆମର ଭାଇ-ଭଉଣୀମାନଙ୍କୁ ଏବେ ପକ୍କାଘର ତିଆରି ହେବା ଦ୍ୱାରା ବହୁତ ଆରାମ ମିଳୁଛି । ଗାଁରୁ ସହର କାମ କରିବାକୁ ଆସୁଥିବା ଶ୍ରମିକମାନଙ୍କୁ ଉଚିତ୍ ଭଡ଼ାରେ ଘର ମିଳୁ, ସେଥିପାଇଁ ସରକାର ଯୋଜନା ଆରମ୍ଭ କରିଛନ୍ତି ।

ବନ୍ଧୁଗଣ,

ସହରୀ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କର ସମସ୍ୟା ଏବଂ ଆହ୍ୱାନକୁ ଦୂର କରିବାକୁ ଆମ ସରକାର ବହୁତ ଗମ୍ଭୀର ପ୍ରୟାସ କରିଛି । ରିଅଲ୍ ଇଷ୍ଟେଟ୍ ରେଗୁଲେଟରୀ ଅଥରିଟୀ ଅର୍ଥ ରେରା ଆଇନ୍ ମଧ୍ୟ ଏହିଭଳି ଏକ ବଡ଼ ପଦକ୍ଷେପ ଏହି ଆଇନ ଦ୍ୱାରା ସମ୍ପୂର୍ଣ୍ଣ ଗୃହ ନିର୍ମାଣ କ୍ଷେତ୍ରକୁ ଅବିଶ୍ୱାସ ଏବଂ ଧୋକାଦାରୀରୁ ବାହାର କରିବାରେ ବହୁତ ବଡ଼ ସାହାଯ୍ୟ କରିଛି । ଏହି ଆଇନ ଦ୍ୱାରା ଘର କିଣିଥିବା ଲୋକଙ୍କୁ ଠିକ୍ ସମୟରେ ନ୍ୟାୟ ମଧ୍ୟ ମିଳିପାରୁଛି । ଆମେ ସହରରେ ପଡ଼ିରହିଥିବା ଅସମ୍ପୂର୍ଣ୍ଣ ଘରଗୁଡ଼ିକୁ ପୂରା କରିବା ପାଇଁ ହଜାର କୋଟି ଟଙ୍କାର ବିଶେଷ ପାଣ୍ଠି ଗଠନ କରିଛୁ ।

ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିମାନେ ଘର ସମ୍ପର୍କିତ ନିଜ ସ୍ୱପ୍ନ ପୂରଣ କରିପାରନ୍ତୁ । ସେଥିପାଇଁ ପ୍ରଥମ ଥର ଘର କିଣୁଥିବା ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ସାହାଯ୍ୟ ମଧ୍ୟ ଦିଆଯାଉଛି । ତାଙ୍କୁ କମ୍ ସୁଧ ଦରରେ ମଧ୍ୟ ସାହାଯ୍ୟ ମିଳିଥାଏ । ଏମିତିରେ ମଡେଲ୍ ଟେନେଂସି ଆକ୍ଟ ମଧ୍ୟ ରାଜ୍ୟଗୁଡ଼ିକୁ ପଠାଯାଇଛି ଏବଂ ମୁଁ ଖୁସି ଯେ ଉତ୍ତର ପ୍ରଦେଶ ସରକାର ତୁରନ୍ତ ଏହାକୁ ଲାଗୁ ମଧ୍ୟ କରିଦେଇଛନ୍ତି । ଏହି ଆଇନରେ ଘରେ ମାଲିକ ଏବଂ ଭଡ଼ାଟିଆ, ଦୁଇଜଣଙ୍କର ବହୁ ପୁରୁଣା ସମସ୍ୟା ଦୂର ହେଉଛି । ଏଥିରେ ଭଡ଼ା ଘର ମିଳିବାରେ ସୁବିଧା ହୋଇଥାଏ ଏବଂ ଭଡ଼ା ଘର ବଜାରକୁ ମଧ୍ୟ ଶକ୍ତି ମିଳିବ, ଅଧିକ ନିବେଶ ଏବଂ ରୋଜଗାର ପାଇଁ ଅବସର ମିଳିବ ।

ଭାଇ ଓ ଭଉଣୀମାନେ,

କରୋନା କାଳରେ ୱାର୍କ ଫ୍ରମ ହୋମକୁ ନେଇ ଯେଉଁ ନୂଆ ନିୟମ ତିଆରି ହେଲା, ସେଥିରେ ସହରୀ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଜୀବନ ଆହୁରି ସୁବିଧାଜନକ ହୋଇଛି । ରିମୋଟ୍ ୱାର୍କିଂ ସହଜ ହେବା ଦ୍ୱାରା କରୋନା କାଳରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ବହୁତ ଆଶ୍ୱସ୍ତ ମିଳିଲା ।

ଭାଇ ଓ ଭଉଣୀମାନେ,

ଯଦି ଆପଣ ମନେ ପକେଇବେ ତା'ହେଲେ, ୨ଠ୧୪ ପୂର୍ବରୁ ଆମର ସହରର ସଫା-ସୁତରାକୁ ନେଇ ପ୍ରାୟ ଆମେ ନକରାତ୍ମକ ଆଲୋଚନା ହିଁ ଶୁଣୁଥିଲୁ । ଅପରିଚ୍ଛନ୍ନତାକୁ ସହରୀ ଜୀବନର ସ୍ୱଭାବ ବୋଲି ଧରି ନିଆଯାଇଥିଲା । ପରିଷ୍କାର-ପରିଚ୍ଛନ୍ନତା ପ୍ରତି ବିମୁଖ ହେବା ଦ୍ୱାରା ସହରଗୁଡ଼ିକର ସୌନ୍ଦର୍ଯ୍ୟ, ସହରକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ପ୍ରଭାବ ପଡ଼ି ହିଁ ଥାଏ । ସହରରେ ରହୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବହୁତ ବଡ଼ ସଂକଟ ଆସିଥାଏ । ଏହି ସ୍ଥିତିକୁ ବଦଳାଇବା ପାଇଁ ଦେଶ ସ୍ୱଚ୍ଛ ଭାରତ ମିଶନ ଏବଂ ଅମୃତ ମିଶନ ଅନ୍ତର୍ଗତ ବହୁତ ବଡ଼ ଅଭିଯାନ ଚଳାଉଛନ୍ତି ।

ଗତବର୍ଷଗୁଡ଼ିକରେ ସହରରେ ୬ଠ ଲକ୍ଷରୁ ଅଧିକ ବେସରକାରୀ ଶୌଚାଳୟ ଏବଂ ୬ ଲକ୍ଷରୁ ଅଧିକ ସାମୁଦାୟିକ ଶୌଚାଳୟ ତିଆରି ହୋଇଛି । ୭ ବର୍ଷ ପୂର୍ବ ପର୍ଯ୍ୟନ୍ତ ଯେଉଁଠି ମାତ୍ର ୧୮ ପ୍ରତିଶତ ଅଳିଆର ପ୍ରକ୍ରିୟାକରଣ ହୋଇପାରୁଥିଲା ତାହା ଆଜି ୭ଠ ପ୍ରତିଶତକୁ ବୃଦ୍ଧି ପାଇଛି । ଏଠାରେ ଉତ୍ତର ପ୍ରଦେଶରେ ମଧ୍ୟ ବର୍ଜ୍ୟ ପ୍ରକ୍ରିୟାକରଣର କ୍ଷମତା ଗତବର୍ଷଗୁଡ଼ିକରେ ବିକଶିତ କରାଯାଇଛି ଏବଂ ଆଜି ମୁଁ ପ୍ରଦର୍ଶନୀରେ ଦେଖିଲି, ଏମିତି ଅନେକ ଜିନିଷ ଏଠାରେ ରଖାଯାଇଛି ଏବଂ ମନକୁ ଶାନ୍ତି ଦେବା ଭଳି ଦୃଶ୍ୟ ଥିଲା । ଏବେ ସ୍ୱଚ୍ଛ ଭାରତ ଅଭିଯାନ ୨.ଠ ଅନ୍ତର୍ଗତ ସହରରେ ସୃଷ୍ଟି ହେଉଥିବା ଅଳିଆର ପାହାଡ଼ଗୁଡ଼ିକୁ ହଟାଇବାକୁ ମଧ୍ୟ ଅଭିଯାନ ଆରମ୍ଭ କରାଗଲାଣି ।

ବନ୍ଧୁଗଣ,

ଏଲଇଡି ଲାଇଟ ସହରର ଭବ୍ୟତା ବଢ଼ାଇବା କ୍ଷେତ୍ରରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସରକାର ଅଭିଯାନ ମାଧ୍ୟମରେ ୯ଠ ଲକ୍ଷରୁ ଅଧିକ ପୁରୁଣା ଷ୍ଟ୍ରିଟ୍ ଲାଇଟ୍କୁ ଏଲ୍ଇଡିରେ ପରିବର୍ତ୍ତନ କରିଛନ୍ତି । ଏଲଇଡି ଷ୍ଟ୍ରିଟ ଲାଇଟ ଲାଗିବା ଦ୍ୱାରା ପୌରାଞ୍ଚଳଗୁଡ଼ିକ ମଧ୍ୟ ପାଖାପାଖି ୧ ହଜାର କୋଟି ଟଙ୍କା ସଞ୍ଚୟ କରିପାରୁଛନ୍ତି । ଏଲ୍ଇଡି ଦ୍ୱାରା ସହରରେ ରହୁଥିବା ଲୋକମାନଙ୍କର ବିଜୁଳି ବିଲ ମଧ୍ୟ କମ୍ ହେଉଛି । ଯେଉଁ ଏଲଇଡି ବଲ୍ ପ୍ରଥମେ ୩ ଶହ ଟଙ୍କାରୁ ମଧ୍ୟ ଅଧିକ ପଡୁଥିଲା, ତାହାକୁ ସରକାର ଉଜାଲା ଯୋଜନା ଅନ୍ତର୍ଗତ ୫ଠ-୬ଠ ଟଙ୍କାରେ ଦେଉଛନ୍ତି । ଏହି ଯୋଜନା ମାଧ୍ୟମରେ ପାଖାପାଖି ୩୭ କୋଟି ଏଲ୍ଇଡି ବଲ୍ ବଣ୍ଟନ କରାଯାଇଛି । ଏହି କାରଣରୁ ଗରିବ ଏବଂ ମଧ୍ୟମ ବର୍ଗର ପାଖାପାଖି ୨୪ ହଜାର କୋଟି ଟଙ୍କା ବିଜୁଳି ବିଲ୍ରେ ସଞ୍ଚୟ ହୋଇପାରିଛି ।

ସାଥୀମାନେ,

ଏକବିଂଶ ଶତାବ୍ଦୀର ଭାରତରେ ସହରର କାୟାକଳ୍ପର ସବୁଠାରୁ ପ୍ରମୁଖ ମାଧ୍ୟମ ହେଉଛି- ଟେକ୍ନୋଲୋଜୀର ଅଧିକରୁ ଅଧିକ ବ୍ୟବହାର । ସହରରେ ବିକାଶ ସହ ଯୋଡ଼ି ହୋଇଥିବା ଯେଉଁ ସଂସ୍ଥା ରହିଛି, ଯେଉଁ ସିଟି ପ୍ଲାନର ଅଛନ୍ତି, ସେମାନଙ୍କ ନିଜ ଦୃଷ୍ଟିଭଙ୍ଗୀରେ ପ୍ରଯୁକ୍ତିକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପଡ଼ିବ ।

ବନ୍ଧୁଗଣ,

ଯେତବେଳେ ଆମେମାନେ ଗୁଜୁରାଟରେ ଛୋଟ ଅଞ୍ଚଳରେ ରହୁଥିଲୁ ଏବଂ ଯେତେବେଳେ ଲକ୍ଷ୍ନୌର କଥା ଆସୁଥିଲା ସେତେବେଳେ ଲୋକମାନଙ୍କ ମୁହଁରୁ ବାହାରୁଥିଲା ଯେ ଭାଇ ଲକ୍ଷ୍ନୌର କୌଣସି ସ୍ଥାନକୁ ଯାଆନ୍ତୁ ଶୁଣିବାକୁ ମିଳିବ- ପ୍ରଥମେ ଆପଣ- ପ୍ରଥମେ ଆପଣ, ଏହି କଥା ହୋଇଥାଏ । ଆଜି ମଜାକରେ ହେଉ ପଛେ ଆମକୁ ଟେକ୍ନୋଲୋଜୀକୁ ମଧ୍ୟ କହିବାକୁ ହେବ- ପ୍ରଥମେ ଆପଣ! ଭାରତରେ ଗତ ୬-୭ ବର୍ଷରେ ସହରୀ କ୍ଷେତ୍ରରେ ବହୁତ ବଡ଼ ପରିବର୍ତ୍ତନ ଟେକ୍ନୋଲୋଜୀରେ ଆସିଛି । ଦେଶକୁ ୭ଠରୁ ଅଧିକ ସହରରେ ଆଜି ଯେଉଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ଚାଲୁଛି ତାହାର ଆଧାର ଟେକ୍ନୋଲୋଜୀ ହିଁ ଅଟେ । ଆଜି ଦେଶର ସହରରେ ସିସିଟିଭି କ୍ୟାମେରାରର ଯେଉଁ ନେଟ୍ୱର୍କ ବିଛାଯାଉଛି, ଟେକ୍ନୋଲୋଜୀ ହିଁ ତାହାକୁ ମଜବୁତ କରୁଛି, ଦେଶର ୭୫ଟି ସହରରେ ଯେଉଁ ୩ଠ ହଜାରରୁ ଅଧିକ ଆଧୁନିକ ସିସିଟିଭି କ୍ୟାମେରା ଲାଗିଛି ସେଥିପାଇଁ ଅପରାଧୀମାନଙ୍କୁ ଶହେ ଥର ଚିନ୍ତା କରିବାକୁ ପଡୁଛି । ଏହି ସିସିଟିଭି, ଅପରାଧୀମାନଙ୍କୁ ଦଣ୍ଡ ଦେବାରେ ମଧ୍ୟ ସାହାଯ୍ୟ କରୁଛି ।

ବନ୍ଧୁଗଣ,

ଆଜି ଭାରତର ସହରରେ ହଜାରେ ଟନ୍ ଅଳିଆର ନିସ୍କାସନ କରାଯାଉଛି, ପ୍ରକ୍ରିୟାକରଣ ହେଉଛି, ସଡ଼କର ନିର୍ମାଣରେ ଲଗାଯାଉଛି, ତାହା ମଧ୍ୟ ଟେକ୍ନୋଲୋଜୀ ପାଇଁ । ବର୍ଜ୍ୟରୁ ସମ୍ବଳ ସୃଷ୍ଟି ପାଇଁ ଅନେକ ପ୍ରକଳ୍ପ ମୁଁ ଆଜି ପ୍ରଦର୍ଶନୀରେ ଦେଖିଛି ।

ବନ୍ଧୁଗଣ,

ଆଜି ଦେଶବ୍ୟାପୀ ଯେଉଁ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ତିଆରି କରାଯାଉଛି, ଆଧୁନିକ ଟେକ୍ନୋଲୋଜୀର କ୍ଷମତା ଆହୁରି ବଢୁଛି, ଏହା ନ୍ୟାସନାଲ କମନ ମୋବିଲିଟି କାର୍ଡ ଭଳି ଟେକ୍ନୋଲୋଜୀର ଅବଦାନ, ଆଜି ଏହି କାର୍ଯ୍ୟକ୍ରମରେ ୭୫ଟି ଇଲେକ୍ଟ୍ରିକ ବସକୁ... ସବୁଜ ପତାକା ଦେଖାଯାଇଛି । ଏହା ମଧ୍ୟ ଆଧୁନିକ ଟେକ୍ନୋଲୋଜୀର ହିଁ ପ୍ରତିଫଳନ ଅଟେ ।

 

 

 

 

 

 

 

ସାଥୀମାନେ,

ମୁଁ ଏବେ ଲାଇଟ୍ ହାଉସ୍ ପ୍ରୋଜେକ୍ଟ ଅନ୍ତର୍ଗତ ଲକ୍ଷ୍ନୌରେ ତିଆରି ହେଉଥିବା ଘରକୁ ଦେଖିଲି । ଏହି ଘରେ ଯେଉଁ ଟେକ୍ନୋଲୋଜୀର ବ୍ୟବହାର କରାଯାଉଛି, ସେଥିରେ ପ୍ଲାଷ୍ଟର ଏବଂ ପେଣ୍ଟର ଆବଶ୍ୟକ ପଡ଼ିବ ନାହିଁ । ଏଥିରେ ପ୍ରଥମରୁ ତିଆରି ହୋଇଥିବା ପୁରା-ପୁରା କାନ୍ଥରେ ଉପଯୋଗ କରାଯିବ । ଏଥିରେ ଘର ଆହୁରି ଶୀଘ୍ର ତିଆରି ହୋଇପାରିବ । ମୋତେ ବିଶ୍ୱାସ ଅଛି ଯେ, ଏଠାରେ ଲକ୍ଷ୍ନୌରେ ଦେଶର ଅନ୍ୟ ସ୍ଥାନରୁ ଯେଉଁ ସାଥୀ ଆସିବେ, ସେ ଏହି ପ୍ରୋଜେକ୍ଟରୁ ବହୁତ କିଛି ଶିଖିଯାଇପାରିବେ ଏବଂ ନିଜ ସହରରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ କରିବେ ।

ବନ୍ଧୁଗଣ,

ଟେକ୍ନୋଲୋଜୀ କେମିତି ଗରିବଙ୍କ ଜୀବନ ପରିବର୍ତ୍ତନ କରିଦେଉଛି, ଏହାର ଏକ ଉଦାହରଣ ପିଏମ୍ ସ୍ୱନିଧି ଯୋଜନା । ଲକ୍ଷ୍ନୌ ଭଳି କେତେକ ସହରରେ ଅନେକ ପ୍ରକାରର ବଜାରର ପରମ୍ପରା ରହିଛି । କେଉଁଠି ବୁଧବାର ବଜାର ଲାଗିଥାଏ, କେଉଁଠି ଗୁରୁବାର ବଜାର ଲାଗିଥାଏ, କେଉଁଠି ଶନିବାର ବଜାର ଲାଗିଥାଏ, ଆଉ ଏହି ବଜାରଗୁଡ଼ିକୁ ଅଧିକ ଚଳଚଞ୍ଚଳ କରିଥାନ୍ତି ଆମର ବୁଲା ବିକାଳି ଭାଇ-ଭଉଣୀମାନେ । ଆମର ଏହି ଭାଇ-ଭଉଣୀମାନଙ୍କ ପାଇଁ ଏବେ ଟେକ୍ନୋଲୋଜୀ ଏକ ସାଥୀ ହୋଇଆସିଛି । ପିଏମ୍ ସ୍ୱନିଧି ଯୋଜନା ଅନ୍ତର୍ଗତ ବୁଲା ବିକାଳିମାନଙ୍କୁ, ଉଠା ଦୋକାନୀମାନଙ୍କୁ ବ୍ୟାଙ୍କ ସହ ଯୋଡ଼ାଯାଉଛି । ଏହି ଯୋଜନା ମାଧ୍ୟମରେ ୨୫ ଲକ୍ଷରୁ ଅଧିକ ସାଥୀମାନଙ୍କୁ ୨୫ଠଠ କୋଟି ଟଙ୍କାରୁ ଅଧିକ ସାହାଯ୍ୟ କରାଯାଇଛି । ଏଥିରେ ମଧ୍ୟ ୟୁପିରେ ୭ ଲକ୍ଷରୁ ଅଧିକ ସାଥୀମାନଙ୍କୁ ଲାଭ ମିଳିଛି । ଏବେ ସେମାନଙ୍କର ବ୍ୟାକିଂ ହିଷ୍ଟ୍ରି ତିଆରି ହେଉଛି, ଏବଂ ଅଧିକରୁ ଅଧିକ ଡିଜିଟାଲ୍ ନେଣ-ଦେଣ କରୁଛନ୍ତି ।

ମୋତେ ଏହି କଥା ଉପରେ ଖୁସି ଲାଗୁଛି ଯେ, ସ୍ୱନିଧି ଯୋଜନାର ସବୁଠୁ ଅଧିକ ଲାଭ ପହଞ୍ଚାଉଥିବା ପୁରା ଦେଶରେ ୩ଟି ସହର ମଧ୍ୟରୁ ଦୁଇଟି ଆମର ଉତ୍ତର ପ୍ରଦେଶର ହିଁ ଅଛି । ପୁରା ଦେଶରେ ନମ୍ବର ୱାନ୍ ହେଉଛି ଲକ୍ଷ୍ନୌ ଏବଂ ନମ୍ବର ଟୁରେ ଅଛି କାନପୁର । କରୋନାର ଏହି ସମୟରେ ଏହା ବହୁତ ବଡ଼ ସାହାଯ୍ୟ । ମୁଁ ଯୋଗୀଜୀଙ୍କ ସରକାରକୁ ଏଥିପାଇଁ ପ୍ରଂଶସା କରୁଛି ।

 

 

ବନ୍ଧୁଗଣ,

ଆଜି ଯେତେବେଳେ ଆମର ବୁଲା ବିକାଳି ସାଥୀମାନଙ୍କ ଦ୍ୱାରା ଡିଜିଟାଲ୍ ଦେଣ-ନେଣର କଥା କହୁଛି, ମୋତେ ଏହା ମନେପଡୁଛି ଯେ ପ୍ରଥମେ ଏମିତି ଏହାର ମଜାକ୍ ଉଡ଼ାଯାଉଥିଲା । କୁହାଯାଉଥିଲା ଯେ କମ୍ ପାଠ ପଢ଼ିଥିବା ଲୋକ କେମିତି ଡିଜିଟାଲ୍ ନେଣ-ଦେଣ କରିପାରିବେ । କିନ୍ତୁ ସ୍ୱନିଧି ଯୋଜନା ସହ ଯୋଡ଼ି ହୋଇଥିବା ବୁଲା ବିକାଳିମାନେ, ବର୍ତ୍ତମାନ ପର୍ଯ୍ୟନ୍ତ ୭ କୋଟିରୁ ଅଧିକ ଥର ଡିଜିଟାଲ୍ ନେଣ-ଦେଣ କାରବାର କରିସାରିଛନ୍ତି । ଏବେ ହୋଲ୍ସେଲ୍ ବେପାରୀମାନେ ମଧ୍ୟ କିଛି କିଣିବାକୁ ଯାଉଛନ୍ତି, ସେତେବେଳେ ସେମାନେ ଡିଜିଟାଲ୍ ପେମେଣ୍ଟ ହିଁ କରୁଛନ୍ତି । ଆଜି ଏହିଭଳି ସାଥୀମାନଙ୍କ ପାଇଁ ଭାରତ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିପାରିଛି । ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ଅର୍ଥାତ ଗତ ୩ ମାସରେ ପ୍ରତ୍ୟେକ ମାସରେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥର ଡିଜିଟାଲ୍ ନେଣ-ଦେଣ ହୋଇଛି । ଅର୍ଥାତ ବ୍ୟାଙ୍କ୍କୁ ଲୋକମାନଙ୍କର ଯିବା ଆସିବା କମ୍ ହେଉଛି । ଏହି ପରିବର୍ତ୍ତନଶୀଳ ଭାରତ ଏବଂ ଟେକ୍ନୋଲୋଜୀକୁ ଆପଣାଇ ନେଇଥିବା ଭାରତର ଶକ୍ତିକୁ ପ୍ରଦର୍ଶିତ କରୁଛି ।

ବନ୍ଧୁଗଣ,

ଗତବର୍ଷଗୁଡ଼ିକରେ ଭାରତରେ ଟ୍ରାଫିକ୍ ସମସ୍ୟା ଏବଂ ପ୍ରଦୂଷଣର ଆହ୍ୱାନ, ଉଭୟ ଉପରେ ସାମଗ୍ରିକ ଦୃଷ୍ଟିଭଙ୍ଗୀ ସହିତ କାମ ହୋଇଛି । ମେଟ୍ରୋ ହେଉଛି ଏହାର ଏକ ବହୁତ ଭଲ ଉଦାହରଣ । ଆଜି ଭାରତ ମେଟ୍ରୋ ସେବାକୁ ସମଗ୍ର ଦେଶର ବଡ଼ ବଡ଼ ସହରରେ କ୍ଷୀପ୍ରତାର ସହିତ ବିସ୍ତାର କରୁଛି ।

୨ଠ୧୪ରେ ଯେଉଁଠି ୨୫ଠ କିଲୋମିଟରରୁ କମ୍ ରୁଟ୍ ଉପରେ ମେଟ୍ରୋ ଚାଲୁଥିଲା, ସେଠାରେ ଆଜି ପ୍ରାୟ ସାଢ଼େ ସାତ ଶହ କିଲୋମିଟରରେ ମେଟ୍ରୋ ଦୌଡୁଛି । ଆଉ ମୋତେ ଆଜି ଜଣେ ଅଫିସର କହୁଥିଲେ ଯେ ଏକ ହଜାର ପଚାଶ କିଲୋମିଟର ଉପରେ କାମ ଚାଲୁଛି । ଉତ୍ତର ପ୍ରଦେଶରେ ମଧ୍ୟ ୬ଟି ସହରରେ ଆଜି ମେଟ୍ରୋ ନେଟୱର୍କର ବିସ୍ତାର ହେଉଛି । ଶହେରୁ ଅଧିକ ସହରରେ ଇଲେକ୍ଟ୍ରିକ ବସର ସଞ୍ଚାଳନର ଲକ୍ଷ୍ୟ ହେଉ କିମ୍ବା ପୁଣି ଉଡାନ ଯୋଜନା, ଏହା ମଧ୍ୟ ସହରୀ ବିକାଶକୁ ପ୍ରୋତ୍ସାହିତ କରୁଛି । ଏକବିଂଶ ଶତାବ୍ଦୀର ଭାରତ, ଏବେ ମଲ୍ଟି ମଡେଲ୍ କନେକ୍ଟିଭିଟିର ବଳ ସହିତ ଆଗକୁ ବଢ଼ିବ ଏବଂ ଏହାର ପ୍ରସ୍ତୁତି ବହୁତ ଜୋରରେ ଚାଲିଛି ।

ସାଥୀମାନେ,

ସହରୀ ଭିତ୍ତିଭୂମିର ଏହି ସମସ୍ତ ପ୍ରକଳ୍ପ ସବୁଠାରୁ ବଡ଼ ସକରାତ୍ମକ ପ୍ରଭାବ ହେଉଛି- ରୋଜଗାର । ସହରଗୁଡ଼ିକରେ ମେଟ୍ରୋର କାମ ହେଉ କିମ୍ବା ଗୃହ ନିର୍ମାଣ, ବିଜୁଳି - ପାଣିର କାମ ହେଉ, ଏହା ବହୁତ ବଡ଼ ସଂଖ୍ୟାରେ ରୋଜଗାରର ନୂଆ ଅବସର ତିଆରି କରିଥାନ୍ତି । ବିଶେଷଜ୍ଞମାନେ ଏହାକୁ ଫୋର୍ଥ ମଲ୍ଟିପ୍ଲାୟର ବୋଲି କହନ୍ତି । ଏଥିପାଇଁ ଆମକୁ ଏହି ପ୍ରକଳ୍ପଗୁଡ଼ିକର ଅଗ୍ରଗତିକୁ ବଜାୟ ରଖିବାକୁ ପଡ଼ିବ ।

 



 

 

 

 

ଭାଇ ଓ ଭଉଣୀମାନେ,

ଉତ୍ତର ପ୍ରଦେଶରେ ପୁରା ଭାରତର, ଭାରତୀୟ ସଂସ୍କୃତିର ପ୍ରାଣବାୟୁ ଭରିହୋଇ ରହିଛି । ଏହା ପ୍ରଭୁ ଶ୍ରୀରାମଙ୍କ ଭୂମି ଅଟେ, ଶ୍ରୀକୃଷ୍ଣଙ୍କ ଭୂମି ଅଟେ, ଭଗବାନ ବୁଦ୍ଧଙ୍କର ଭୂମି ଅଟେ । ଉତ୍ତର ପ୍ରଦେଶର ସମୃଦ୍ଧ ଐତିହ୍ୟକୁ ସଜାଡ଼ିବା, ସହରଗୁଡ଼ିକୁ ଆଧୁନିକ କରି ଗଢ଼ିବା ଆମର ଦାୟିତ୍ୱ । ୨ଠ୧୭ ପୂର୍ବରୁ ଉତ୍ତର ପ୍ରଦେଶ ଏବଂ ପରବର୍ତ୍ତୀ ଉତ୍ତର ପ୍ରଦେଶ ମଧ୍ୟରେ କେତେ ଅନ୍ତର ରହିଛି ତାହା ଲୋକମାନେ ଭଲ ଭାବେ ଜାଣିଛନ୍ତି । ପୂର୍ବେ ବିଜୁଳି କମ ଆସୁଥିଲା, ବେଶୀ ଯାଉଥିଲା, ଯଦି ଆସୁଥିଲା ତା'ହେଲେ ସେଠାକୁ ଆସୁଥିଲା ଯେଉଁଠିକୁ ନେତା ଚାହୁଁଥିଲେ । ବିଜୁଳି ସୁବିଧା ନୁହଁ ବରଂ ରାଜନୀତିର ଏକ ଉପକରଣ ଥିଲା, ସଡ଼କ କେବଳ ସେତେବେଳେ ହିଁ ତିଆରି ହେଉଥିଲେ ଯେତେବେଳେ ସେଥିପାଇଁ ସୁପାରିସ ଥିଲା, ପାଣିର ସ୍ଥିତି ବିଷୟରେ ଆପଣ ସମସ୍ତଙ୍କୁ ଜଣାଥିବ?

ଏବେ ବିଜୁଳି ସମସ୍ତଙ୍କୁ, ସବୁ ସ୍ଥାନରେ, ସମାନ ଭାବେ ମିଳୁଛି । ଏବେ ଗରିବଙ୍କ ଘରେ ମଧ୍ୟ ବିଜୁଳି ଆସୁଛି । ଗାଁର ସଡ଼କ ଏବେ କୌଣସି ସୁପାରିସର ବଶବର୍ତ୍ତୀ ନୁହେଁ । ଅର୍ଥାତ୍ ସହରୀ ବିକାଶ ପାଇଁ ଯେଉଁ ଇଚ୍ଛାଶକ୍ତିର ଆବଶ୍ୟକତା ଅଛି, ତାହା ମଧ୍ୟ ଆଜି ଉତ୍ତର ପ୍ରଦେଶରେ ମହଜୁଦ ଅଛି ।

ମୋତେ ବିଶ୍ୱାସ ଅଛି, ଆଜି ଉତ୍ତର ପ୍ରଦେଶର ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ହୋଇଛି, ତାହା ଯୋଗୀଜୀଙ୍କ ନେତୃତ୍ୱରେ, ତାହା ତ୍ୱରିତ ଭାବେ ପୂରଣ କରାଯିବ ।

ପୁଣି ଥରେ ଆପଣମାନଙ୍କୁ ବିକାଶ ପ୍ରକଳ୍ପଗୁଡ଼ିକ ପାଇଁ ବହୁତ ବହୁତ ଶୁଭେଚ୍ଛା ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.