ମାନନୀୟ ଅଧ୍ୟକ୍ଷ ମହାଶୟ, ମାନନୀୟ ରାଷ୍ଟ୍ରପତି ମହୋଦୟଙ୍କଠାରୁ ମିଳିତ ସଦନକୁ ଯେଉଁ ଶିକ୍ଷା ମିଳିଛି, ତାଙ୍କର ଯେଉଁ ଅଭିଭାଷଣ ପ୍ରଦାନ କରିଛନ୍ତି, ତାହା 130 କୋଟି ଭାରତୀୟଙ୍କର ଆଶା ଏବଂ ଆକାଂକ୍ଷାକୁ ପ୍ରତିଫଳନ କରୁଛି । ମୁଁ ଏହି ସଦନରେ ମାନନୀୟ ରାଷ୍ଟ୍ରପତି ମହୋଦୟଙ୍କର ଅଭିଭାଷଣକୁ ସମର୍ଥନ ଦେବା ପାଇଁ ଆପଣମାନଙ୍କ ଗହଣରେ ପ୍ରସ୍ତୁତ ହୋଇଛି ।

45ରୁ ଅଧିକ ଜଣ ମାନନୀୟ ସଦସ୍ୟଗଣ ଏହି ଅଭିଭାଷଣ ଉପରେ ନିଜର ବିଚାର ରଖିଛନ୍ତି । ଏହା ହେଉଛି ବରିଷ୍ଠ ଲୋକମାନଙ୍କର ସଦନ, ଅନୁଭବୀ ମହାପୁରୁଷମାନଙ୍କର ଗୃହ । ଚର୍ଚ୍ଚାକୁ ସମୃଦ୍ଧ କରିବା ପାଇଁ ପ୍ରତ୍ୟେକଙ୍କର ପ୍ରୟାସ ରହିଛି । ଶ୍ରୀମାନ ଗୁଲାମ ନବୀ ଆଜାଦ ମହାଶୟ, ଶ୍ରୀମାନ ଆନନ୍ଦ ଶର୍ମା, ଭୁପେନ୍ଦ୍ର ଯାଦବ ମହାଶୟ, ସୁଧାଂଶ ତ୍ରିବେଦୀ ମହାଶୟ, ସୁଧାକର ଶେଖର ମହାଶୟ, ରାମଚନ୍ଦ୍ର ପ୍ରସାଦ ମହାଶୟ, ରାମଗୋପାଳ ମହାଶୟ, ସତୀଶ ଚନ୍ଦ୍ର ମିଶ୍ରା ମହାଶୟ, ସଞ୍ଜୟ ରାଉତ ମହାଶୟ, ସ୍ୱପ୍ନ ଦାସ ମହାଶୟ, ପ୍ରସନ୍ନ ଆଚାର୍ଯ୍ୟ, ଏ. ନବନୀତ ମହାଶୟ, ଏଭଳି ସମସ୍ତେ ଅନେକ ମାନନୀୟ ସଦସ୍ୟଗଣ ନାନା ପ୍ରକାରରେ ନିଜସ୍ୱ ବିଚାର ଉପସ୍ଥାପନ କରିଛନ୍ତି ।

ଯେତେବେଳେ ମୁଁ ଆପଣମାନଙ୍କର ସମସ୍ତ ପ୍ରକାରର ଭାଷଣ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରୁଥିଲି, କେତେଗୁଡ଼ିଏ ନୂତନ କଥା ଏଥିମଧ୍ୟରୁ ବାହାର କରି ଆସିଛି । ଏହି ସଦନ ଏହି କଥା ପାଇଁ ଗର୍ବ କରି ପାରିବ କି ଗୋଟିଏ ପ୍ରକାରରେ ଆମର ବିଗତ ଅଧିବେଶନ ବହୁତ ହିଁ ଫଳପ୍ରଦ ରହିଥିଲା ଏବଂ ସମସ୍ତ ଆଦରଣୀୟ ସଦସ୍ୟଙ୍କ ସହଯୋଗ କାରଣରୁ ଏହା ସମ୍ଭବ ହୋଇ ପାରିଥିଲା । ଆଉ ଏଥିପାଇଁ ସଦନର ସମସ୍ତ ମାନ୍ୟଗଣ୍ୟ ସଦସ୍ୟବୃନ୍ଦ ହେଉଛନ୍ତି ଅଭିନନ୍ଦନର ଅଧିକାରୀ ।

କିନ୍ତୁ ଏହା ହେଉଛି ଅନୁଭବୀ ଏବଂ ବରିଷ୍ଠ ମହାନୁଭବଙ୍କ ସଦନ, ଏଥିପାଇଁ ସ୍ୱାଭାବିକ ଭାବେ ଦେଶର ମଧ୍ୟ ବହୁତ ଆଶା ରହିଥିଲା, ଟ୍ରେଜେରୀ ବେଞ୍ଚରେ ବସିଥିବା ଲୋକମାନଙ୍କର ବହୁତ ଆଶା ରହିଥିଲା ଏବଂ ମୋର ସ୍ୱୟଂ ନିଜର ମଧ୍ୟ ବହୁତଗୁଡ଼ିଏ ଆଶା ରହିଥିଲା କି ଆପଣଙ୍କର ପ୍ରୟାସ ଫଳରେ ବହୁତଗୁଡ଼ିଏ ଭଲ କଥା ଦେଶର କାର୍ଯ୍ୟ ନିମନ୍ତେ ମିଳିବ, ମୋ ଭଳି ନୂଆ ଲୋକମାନଙ୍କୁ ଉତ୍ତମ ମାର୍ଗଦର୍ଶନ ମିଳିବ । କିନ୍ତୁ ଏଭଳି ଲାଗୁଛି କି ନୂତନ ଦଶକରେ ମୋର ଏ ଯେଉଁ ଆଶା ରହିଥିଲା, ସେଥିରେ ମୋତେ ନିରାଶା ହେବାକୁ ପଡ଼ିଛି ।

ଏଭଳି ଲାଗୁଛି କି ଆପଣମାନେ ଯେଉଁଠାରେ ରହି ଯାଇଛନ୍ତି ସେଠାରୁ ଆଉ ଆଗକୁ ବଢ଼ିବାର ନାଆଁ ଧରୁ ନାହାଁନ୍ତି, ସେହିଠାରେ ରହି ଯାଇଛନ୍ତି । ଆଉ କେବେ କେବେ ତ ଲାଗୁଛି କି ପଛକୁ ଚାଲି ଯାଉଛନ୍ତି । ଭଲ ହୋଇ ଥାଆନ୍ତା ହତାଶା-ନିରାଶାର ପରିବେଶ ସୃଷ୍ଟି ନକରି, ନୂତନ ଉତ୍ସାହ, ନୂତନ ବିଚାରଧାରା, ନୂତନ ଉର୍ଜ୍ଜା, ଏହା ସହିତ ଆପଣ ସମସ୍ତଙ୍କ ମାଧ୍ୟମରେ ଦେଶକୁ ଦିଗଦର୍ଶନ ମିଳିଥାଆନ୍ତା, ସରକାରଙ୍କୁ ମାର୍ଗଦର୍ଶନ ମିଳିଥାଆନ୍ତା । କିନ୍ତୁ ବୋଧହୁଏ ସ୍ଥିର ରହିବାକୁ ଆପଣ ନିଜର ଲକ୍ଷ୍ୟ ସ୍ଥିର କରି ଦେଇଛନ୍ତି । ଆଉ ଏଥିରେ ମୋତେ କାକା ହାଥରସୀଙ୍କର ଗୋଟିଏ ବ୍ୟଙ୍ଗ କାବ୍ୟ ମନେ ପଡ଼ି ଯାଉଛି ।

ବହୁତ ଭଲ ଢଙ୍ଗରେ ସେ କହିଥିଲେ-

          ପ୍ରକୃତି ବଦଲତି କ୍ଷଣ-କ୍ଷଣ ଦେଖୋ,

          ବଦଲ ରହେ ଅଣୁ, କଣ-କଣ ଦେଖୋ

          ତୁମ ନିଷ୍କ୍ରିୟ ସେ ପଡ଼େ ହୁଏ ହୋ

          ଭାଗ୍ୟବାଦ ପର ଅଡେ ହୁଏ ହୋ

          ଛୋଡୋ ମିତ୍ର! ପୁରାନୀ ଡଫଲୀ,

          ଜୀବନ ମେଁ ପରିବର୍ତ୍ତନ ଲାଓ

          ପରମ୍ପରା ସେ ଉଁଚେ ଉଠକର,

          କୁଛ ତୋ ଷ୍ଟାଣ୍ଡାର୍ଡ ବନାଓ ।

ମାନନୀୟ ସଭାପତି ମହାଶୟ, ଚର୍ଚ୍ଚା ଆରମ୍ଭ କରି ଯେତେବେଳେ ଗୁଲାମ ନବୀ ମହାଶୟ କଥା କହୁଥିଲେ, କିଛି ଆକ୍ରୋଶ ମଧ୍ୟ ରହିଥିଲା, ସରକାରଙ୍କୁ କେତେଗୁଡ଼ିଏ କଥାକୁ ନେଇ ଗାଳିଗୁଲଜ ଦେବାର ପ୍ରୟାସ ମଧ୍ୟ ଥିଲା, କିନ୍ତୁ ତାହା ହେଉଛି ଖୁବ ସ୍ୱାଭାବିକ ବିଷୟ । କିନ୍ତୁ ଯେତେବେଳେ ସେ କିଛି ଏପରି କଥା କହିଦେଲେ ଯାହା ମେଳ ଖାଉ ନଥିଲା । ଏବେ ସେ ଯେମିତି କହିଲେ କି ଜମ୍ମୁ-କଶ୍ମୀରର ନିଷ୍ପତ୍ତି ସଦନରେ ଚର୍ଚ୍ଚା କରାନଯାଇ ନିଆଯାଇଥିଲା । ସମଗ୍ର ଦେଶ ସାରା ଦିନ ଟିଭିରେ ହୋଇଥିବା ଚର୍ଚ୍ଚା ଦେଖିଛି, ଶୁଣିଛି । ଏହା ଠିକ ଯେ 2ଟା ବେଳ ପର୍ଯ୍ୟନ୍ତ କିଛି ଲୋକ ଭ୍ୟାନରେ ଥିଲେ କିନ୍ତୁ ବାହାରୁ ଯେତେବେଳେ ଖବର ଆସିବାକୁ ଲାଗିଲା ତ ସମସ୍ତେ ବୁଝିଗଲେ କି ଭାଇ ଏବେ ଟିକେ ଫେରିଯିବା ହିଁ ଭଲ । ଦେଶ ଦେଖିଛି, ବ୍ୟାପକ ରୂପେ ଚର୍ଚ୍ଚା କରାଯାଇଛି ଏବଂ ବିସ୍ତୃତ ଭାବେ ଚର୍ଚ୍ଚା ହେଲା ପରେ ନିଷ୍ପତ୍ତି ନିଆ ଯାଇଛି ଏବଂ ଏହି ନିଷ୍ପତ୍ତି ସଦନ ନେଇଛି । ସମ୍ମାନନୀୟ ସଦସ୍ୟଗଣ ନିଜର ଭୋଟ ଦେଇ ନିଷ୍ପତ୍ତି ନେଇଛନ୍ତି ।

କିନ୍ତୁ ଯେତେବେଳେ ଆମେ ଯେତେବେଳେ ଏହି କଥା ଶୁଣିଥାଉ, ତ ଏହା ମଧ୍ୟ ମନେ ରଖିବା, ଏବଂ ଆଜାଦ ସାହେବ ମୁଁ ଆପଣଙ୍କର ମନେ ରଖିବା ଶକ୍ତିକୁ ଟିକେ ଜାଗ୍ରତ କରାଇବାକୁ ଚାହୁଁଛି । ପୁରୁଣା କାରନାମାକୁ ଏତେ ଶୀଘ୍ର ଲୋକମାନେ ଭୁଲନ୍ତି ନାହିଁ । ଯେତେବେଳେ ତେଲଙ୍ଗାନା ଗଠନ ହେଲା, ସେତେବେଳେ ଏହି ସଦନର ଅବସ୍ଥା କ’ଣ ଥିଲା । କବାଟ ବନ୍ଦ କରାଯାଇଥିଲା, ଟିଭିର ପ୍ରସାରଣ ବନ୍ଦ କରି ଦିଆଯାଇଥିଲା । ଚର୍ଚ୍ଚା କରିବା ପାଇଁ କୌଣସି ସ୍ଥାନ ହିଁ ବାକି ନଥିଲା ଆଉ ଯେଉଁଭଳି ଅବସ୍ଥାରେ ତାହାକୁ ଗୃହୀତ କରାଯାଇଥିଲା, ତାହାକୁ କେହି ଭୁଲି ପାରିବେ ନାହିଁ । ଆଉ ଏଥିପାଇଁ ଆମକୁ ଆପଣ ପରାମର୍ଶ ଦିଅନ୍ତୁ, କିନ୍ତୁ ସତ୍ୟକୁ ମଧ୍ୟ ସ୍ୱୀକାର କରିବାକୁ ହେବ ।

ଦଶକ ପରେ ଆପଣମାନଙ୍କୁ ଏକ ନୂତନ ରାଜ୍ୟ ଗଠନ କରିବାର ସୁଯୋଗ ମିଳିଥିଲା । ଉଦ୍ଦିପନା, ଉତ୍ସାହର ସହିତ ସମସ୍ତଙ୍କୁ ସାଙ୍ଗରେ ନେଇ ଆପଣ ଏହି କାର୍ଯ୍ୟଟି କରି ପାରି ଥାଆନ୍ତେ । ଏବେ ଆନନ୍ଦ ମହାଶୟ କହୁଥିଲେ, ରାଜ୍ୟଗୁଡ଼ିକୁ ପଚାରିଲୁ, ଅମକକୁ ପଚାରିଲୁ, ସମକଙ୍କୁ ପଚାରିଲୁ, ବହୁତ କିଛି କହୁଥିଲେ । ଆରେ ଅତିକମରେ ତ ଆନ୍ଧ୍ର-ତେଲଙ୍ଗାନାର ଲୋକମାନଙ୍କୁ ପଚାରିଥାଆନ୍ତେ କି ତାଙ୍କର କ’ଣ ଇଚ୍ଛା ଥିଲା । କିନ୍ତୁ ଆପଣ ଯାହା କିଛି କଲେ ତାହା ହେଉଛି ଇତିହାସ ଏବଂ ସେହି ସମୟର ପ୍ରଧାନମନ୍ତ୍ରୀ ଆଦରଣୀୟ ମନମୋହନ ସିଂହ ମହୋଦୟ ଲୋକସଭାରେ ଗୋଟିଏ କଥା କହିଥିଲେ ଆଉ ମୁଁ ବୁଝୁଛି କି ତାହାକୁ ଆଜି ଆମେ ସମସ୍ତେ ମନେ ପକାଇବା ଉଚିତ ।

ସେ କହିଥିଲେ- ତେଲଙ୍ଗାନା ପ୍ରସଙ୍ଗରେ ଚାଲିଥିବା ବିରୋଧ ଭାରତର ଗଣତନ୍ତ୍ର ପ୍ରତି ଘୋର ଆଘାତ । ଅଟଳ ମହାଶୟଙ୍କ ସରକାର ଉତ୍ତରାଖଣ୍ଡ ଗଠନ କରିଥିଲେ, ଝାଡ଼ଖଣ୍ଡ କଲେ, ଛତିଶଗଡ଼ କଲେ, ସଂପୂର୍ଣ୍ଣ ସମ୍ମାନର ସହିତ, ଶାନ୍ତିର ସହିତ, ସଦ୍ଭାବର ସହିତ । ଆଉ ଆଜି ଏହି ତିନୋଟି ରାଜ୍ୟ ନିଜ-ନିଜ ଉପାୟରେ ଦେଶର ପ୍ରଗତିରେ ନିଜର ଯୋଗଦାନ ଦେଉଛନ୍ତି । ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖକୁ ନେଇ ଯେଉଁ ସବୁ ନିଷ୍ପତ୍ତି ନିଆ ଯାଇଛି ସଂପୂର୍ଣ୍ଣ ଭାବେ ଚର୍ଚ୍ଚା କରି ଏବଂ ଦୀର୍ଘ ସମୟର ଚର୍ଚ୍ଚା କରିବା ପରେ ନିଆଯାଇଛି ।

ଏଠାରେ ଜମ୍ମୁ-କଶ୍ମୀରର ସ୍ଥିତି ଉପରେ କିଛି ପରିସଂଖ୍ୟାନ ପ୍ରସ୍ତୁତ କରାଯାଇଛି । କିଛି ପରିସଂଖ୍ୟାନ ମୋ ପାଖରେ ମଧ୍ୟ ଅଛି । ମୋତେ ମଧ୍ୟ ଲାଗୁଛି କି ଏହି ସଦନ ସମ୍ମୁଖରେ ମୋତେ ମଧ୍ୟ ସେଗୁଡ଼ିକୁ ବିସ୍ତୃତ ଭାବେ ଉପସ୍ଥାପନ କରିବା ଦରକାର ।

2018 ଜୁନ20ରେ– ସେଠାକାର ସରକାର ଭଙ୍ଗ ହେବା ପରେ ନୂତନ ବ୍ୟବସ୍ଥା ପ୍ରସ୍ତୁତ ହେଲା । ରାଜ୍ୟପାଳ ଶାସନ ଜାରି କରାଯାଇଥିଲା, ତା’ପରେ ରାଷ୍ଟ୍ରପତି ଶାସନ ଆସିଲା ଏବଂ 370 ହଟାଇବାର ନିଷ୍ପତ୍ତି ହେଲା । ଆଉ ତା’ପରେ ମୁଁ କହିବାକୁ ଚାହିଁବି ପ୍ରଥମ ଥର ସେଠାକାର ଗରିବ ସାଧାରଣ ବର୍ଗଙ୍କୁ ସଂରକ୍ଷଣର ଲାଭ ମିଳିଲା ।

ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ପାହାଡୀ ଭାଷୀ ଲୋକମାନଙ୍କୁ ସଂରକ୍ଷଣର ଲାଭ ମିଳିଲା ।

ଜମ୍ମୁ-କଶ୍ମୀରରେ ପ୍ରଥମ ଥର ମହିଳାଙ୍କୁ ଏହି ଅଧିକାର ମିଳିଲା କି ସେମାନେ ଯଦି ରାଜ୍ୟ ବାହାରେ ବିବାହ କରନ୍ତି ତ ତାଙ୍କର ସମ୍ପତ୍ତି ଛଡ଼ା ଯିବ ନାହିଁ ।

ପ୍ରଥମ ଥର ପାଇଁ ସ୍ୱାଧୀନତା ପରେ ସେଠାରେ ଗୋଷ୍ଠୀ ଉନ୍ନୟନ ପରିଷଦର ନିର୍ବାଚନ ହେଲା ।

ପ୍ରଥମ ଥର ଜମ୍ମୁ-କଶ୍ମୀରରେ ରେରାର ନିୟମ ଲାଗୁ ହେଲା ।

ପ୍ରଥମ ଥର ଜମ୍ମୁ-କଶ୍ମୀରରେ ଷ୍ଟାର୍ଟ-ଅପ୍ ନୀତି, ବାଣିଜ୍ୟ ଏବଂ ରପ୍ତାନୀ ନୀତି, ଭଣ୍ଡାରଣ ନୀତି ମଧ୍ୟ ପ୍ରସ୍ତୁତ ହେଲା ଲାଗୁ ମଧ୍ୟ ହୋଇଗଲା ।

ପ୍ରଥମ ଥର, ଆଉ ଏହା ତ ଦେଶକୁ ଆଶ୍ଚର୍ଯ୍ୟ ଲାଗିବ, ପ୍ରଥମ ଥର ଜମ୍ମୁ-କଶ୍ମୀରରେ ଦୁର୍ନୀତି ବିରୋଧୀ ବ୍ୟୁରୋ ସ୍ଥାପନା ହେଲା ।

ପ୍ରଥମ ଥର ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାବାଦୀମାନଙ୍କୁ ସୀମା ଆରପଟୁ ହିଁ ହେଉଥିବା ପାଣ୍ଠି ଯୋଗାଣ ଉପରେ ନିୟନ୍ତ୍ରଣ ଆସିଲା ।

ପ୍ରଥମ ଥର ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାବାଦୀମାନଙ୍କର ସତ୍କାର ସମାଗମର ପରମ୍ପରା ସମାପ୍ତ ହୋଇଗଲା ।

ପ୍ରଥମ ଥର ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ ସେଠାରେ ଜମ୍ମୁ-କଶ୍ମୀର ପୁଲିସ ଏବଂ ସୁରକ୍ଷା ବଳ ମିଳିମିଶି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରୁଛନ୍ତି ।

ପ୍ରଥମ ଥର ଜମ୍ମୁ-କଶ୍ମୀରର ପୁଲିସ କର୍ମୀଙ୍କୁ ସେହି ଭତ୍ତାର ଲାଭ ମିଳିଛି ଯାହା ଅନ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କୁ ଦଶକ ଦଶକ ଧରି ମିଳୁଥିଲା ।

ପ୍ରଥମ ଥର ଏବେ ଜମ୍ମୁ-କଶ୍ମୀରର ପୁଲିସ କର୍ମୀ ଏଲଟିସି ନେଇ କନ୍ୟାକୁମାରୀ, ଉତ୍ତର- ପୂର୍ବାଂଚଳ କିମ୍ବା ଆଣ୍ଡାମାନ-ନିକୋବର ବୁଲିବାକୁ ଯାଇ ପାରିବେ ।

ଆଦରଣୀୟ ସଭାପତି ମହୋଦୟ, ରାଜ୍ୟପାଳ ଶାସନ ପରେ 18 ମାସ ମଧ୍ୟରେ ସେଠାରେ 4400ରୁ ଅଧିକ ସରପଞ୍ଚ ଏବଂ 35 ହଜାରରୁ ଅଧିକ ପଞ୍ଚଙ୍କ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ହେଲା ।

18 ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ 2.5 ଲକ୍ଷ ଶୌଚାଳୟର ନିର୍ମାଣ ହେଲା,        

18 ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ 3 ଲକ୍ଷ 30 ହଜାର ଘରକୁ ବିଜୁଳି ସଂଯୋଗ ଦିଆଗଲା ।

18 ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ 3.5 ଲକ୍ଷରୁ ଅଧିକ ଲୋକଙ୍କୁ ଆୟୁଷ୍ମାନ ଯୋଜନାର ଗୋଲ୍ଡ କାର୍ଡ ଦଆଯାଇ ସାରିଛି ।

ମାତ୍ର 18 ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ସେଠାକାର ଦେଢ଼ ଲକ୍ଷ ବୟସ୍କ, ମହିଳା ଏବଂ ଦିବ୍ୟାଙ୍ଗମାନଙ୍କୁ ପେନସନ୍ ଯୋଜନା ସହିତ ସାମିଲ କରାଯାଇଛି ।

ଆଜାଦ ସାହେବ ଏହା ମଧ୍ୟ କହିଛନ୍ତି ଯେ ପୂର୍ବରୁ ମଧ୍ୟ ବିକାଶ ହେଉଥିଲା । ଆମେ କେବେ ଏହା କହିନୁ । କିନ୍ତୁ ବିକାଶ କିପରି ହେଉଥିଲା, ମୁଁ ନିଶ୍ଚୟ ଏକ ଉଦାହରଣ ଦେବାକୁ ଚାହିଁବି ।

ପିଏମ ଆବାସ ଯୋଜନା ଅଧିନରେ 2018 ମାର୍ଚ୍ଚ ମାସ ପର୍ଯ୍ୟନ୍ତ କେବଳ 3.5 ହଜାର ଘର ନିର୍ମାଣ ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ସାଢ଼େ ତିନି ହଜାର । 2 ବର୍ଷରୁ କମ୍ ସମୟରେ ମଧ୍ୟ ଏହି ଯୋଜନା ଅଧିନରେ 24 ହଜାରରୁ ଅଧିକ ଗୃହ ନିର୍ମାଣ ହୋଇଛି ।

ଏବେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ, ସ୍କୁଲଗୁଡ଼ିକର ସ୍ଥିତିରେ ସୁଧାର ଆଣିବା ପାଇଁ, ଡାକ୍ତରଖାନାଗୁଡ଼ିକର ଆଧୁନିକୀକରଣ କରିବାରେ, ଜଳସେଚନ ବ୍ୟବସ୍ଥାକୁ ଠିକ୍ କରିବାରେ, ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ପିଏମ ପ୍ୟାକେଜ୍ ସମେତ ଅନ୍ୟାନ୍ୟ ବହୁତଗୁଡ଼ିଏ ଯୋଜନାଗୁଡ଼ିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଯାଉଛି ।

ଆଦରଣୀୟ ଭାଇକୋ ମହାଶୟ, ତାଙ୍କର ନିଜର ଏକ ଷ୍ଟାଇଲ ଅଛି, ସବୁବେଳେ ବହୁତ ଭାବପ୍ରବଣ ରୁହନ୍ତି । ସେ କହିଲେ କି 2019 ଅଗଷ୍ଟ 5 ତାରିଖ ଜମ୍ମୁ-କଶ୍ମୀର ପାଇଁ ହେଉଛି ଏକ କଳାଦିନ । ଭାଇକୋ ମହାଶୟ, ଏହା ଏକ କଳା ଦିବସ ନୁହେଁ, ଏହା ହେଉଛି ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେଲାବାଲାଙ୍କ ପାଇଁ ଏକ କଳାଦିବସ ସାବ୍ୟସ୍ତ ହୋଇଛି । ସେଠାକାର ଲକ୍ଷ ଲକ୍ଷ ପରିବାରଙ୍କ ପାଇଁ ଏକ ନୂତନ ବିଶ୍ୱାସ, ଏକ ନୂତନ ଆଶାର କିରଣ ଆଜି ଦୃଷ୍ଟିଗୋଚର ହେଉଛି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ, ଏଠାରେ ଉତ୍ତର-ପୂର୍ବାଂଚଳର ମଧ୍ୟ ଚର୍ଚ୍ଚା ହୋଇଛି । ଆଜାଦ ସାହେବ କହୁଛନ୍ତି କି ଉତ୍ତର-ପୂର୍ବାଂଚଳ ଜଳୁଛି । ଯଦି ଜଳୁଥାଆନ୍ତା, ତ ସର୍ବପ୍ରଥମେ ନିଜ ନିଜର ସାଂସଦମାନଙ୍କର ପ୍ରତିନିଧିଦଳଙ୍କୁ ପଠାଯାଇ ଥାଆନ୍ତା ଆଉ ସାମ୍ବାଦିକ ସମ୍ମିଳନୀ ତ ନିଶ୍ଚିତ କରି ଥାଆନ୍ତେ, ଫଟୋ ମଧ୍ୟ ପ୍ରକାଶିତ ହୋଇ ଥାଆନ୍ତା । ଆଉ ଏଥିପାଇଁ ମୋତେ ଲାଗୁଛି କି ଆଜାଦ ସାହେବଙ୍କ ତଥ୍ୟ ହେଉଛି 2014 ପୂର୍ବର । ଆଉ ଏଥିପାଇଁ ମୁଁ ତାଜା ତଥ୍ୟ ଦେବାକୁ ଚାହିଁବି ଯେ, ଉତ୍ତର-ପୂର୍ବାଂଚଳରେ ଶାନ୍ତିର ସହିତ ଆଜି ଭାରତର ବିକାଶ ଯାତ୍ରାର ଏକ ଅଗ୍ରୀମ ଭାଗିଦାର ପାଲଟିଛି । 40-40, 50-50 ବର୍ଷ ଧରି ଉତ୍ତର-ପୂର୍ବାଂଚଳରେ ଯେଉଁ ହିଂସାତ୍ମକ ଆନ୍ଦୋଳନ ଚାଲୁଥିଲା, ଅବରୋଧ ହେଉଥିଲା ଏବଂ ଯେ କେହି ଜାଣିଛନ୍ତି ଯେ କେତେ ବଡ଼ ଚିନ୍ତାର ବିଷୟ ଥିଲା । କିନ୍ତୁ ଆଜି ଏହି ଆନ୍ଦୋଳନ ସମାପ୍ତ ହୋଇଛି, ଅବରୋଧ ବନ୍ଦ ହୋଇଛି ଏବଂ ଶାନ୍ତିର ପଥରେ ସମଗ୍ର ଉତ୍ତର-ପୂର୍ବାଂଚଳ ଆଗକୁ ଅଗ୍ରସର ହେଉଛି ।

ମୁଁ ଗୋଟିଏ କଥା ନିଶ୍ଚୟ ଆଲୋଚନା କରିବାକୁ ଚାହିଁବି- ପ୍ରାୟ-ପ୍ରାୟ 30-25 ବର୍ଷ ଧରି ‘ବ୍ରୁ’ ଜନଜାତିର ସମସ୍ୟା, ସଂପର୍କରେ ଆପଣ ଅବଗତ ଅଛନ୍ତି, ଆମେ ମଧ୍ୟ ଅବଗତ ଅଛୁ । ପ୍ରାୟ 30 ହଜାର ଲୋକ ଅନିଶ୍ଚିତାର ଜୀବନ ଜୀଉଁ ଥିଲେ । ଏକ ଛୋଟିଆ ଘରେ, ତାହା ମଧ୍ୟ ଏକ ଛୋଟ କୁଡିଆ ଭଳି ଅସ୍ଥାୟୀ ଭାବେ  ତିଆରି ହୋଇଥିଲା । ଯେଉଁଥିରେ 100-100 ଲୋକଙ୍କୁ ବାଧ୍ୟ ହୋଇ ରହିବାକୁ ପଡୁଥିଲା । ତିନି- ତିନି ଦଶକ ଧରି ଏପରି ଚାଲୁଥିଲା, କମ୍ ଯନ୍ତ୍ରଣା ନ ଥିଲା । ଆଉ ସେମାନଙ୍କ ପାପ କିଛି କମ ନଥିଲା । ଏବେ ମଜା ଦେଖନ୍ତୁ, ଉତ୍ତର-ପୂର୍ବାଂଚଳରେ ବହୁତ- ଗୁଡିଏ ରାଜ୍ୟରେ ଆପଣଙ୍କ ଦଳର ସରକାର ଥିଲା । ଏବେ ତ୍ରିପୁରାରେ ଆପଣଙ୍କର ସହଯୋଗୀ ଦଳର ସରକାର ଥିଲା, ଆପଣଙ୍କର ବନ୍ଧୁ ଥିଲେ, ପ୍ରିୟ ବନ୍ଧୁ । ଆପଣ ଚାହିଁଥାଆନ୍ତେ ତ ମିଜୋରାମ ସରକାର ଆପଣଙ୍କ ସାଥୀରେ ଥାଆନ୍ତା, ତ୍ରିପୁରାରେ ଆପଣଙ୍କ ବନ୍ଧୁ ବସିଥିଲେ, କେନ୍ଦ୍ରରେ ଆପଣ ବସିଥିଲେ । ଯଦି ଆପଣ ଚାହିଁ ଥାଆନ୍ତେ ତ ‘ବ୍ରୁ’ ଜନଜାତିଙ୍କ ସମସ୍ୟାର ସୁଖଦ ସମାଧାନ ଆଣି ପାରି ଥାଆନ୍ତେ । କିନ୍ତୁ ଆଜି, ଏତେ ବର୍ଷ ପରେ ସେହି ସମସ୍ୟାର ସମାଧାନ ଏବଂ ସ୍ଥାୟୀ ସମାଧାନ କରିବାରେ ଆମେ ସଫଳ ହୋଇଛୁ ।

ମୁଁ କେବେ ଚିନ୍ତା କରୁଛି କି ଏତେ ବଡ଼ ସମସ୍ୟା ଉପରେ ଏତେ ଉଦାସୀନ କାହିଁକି ଥିଲେ ? କିନ୍ତୁ ଏବେ ମୋତେ ବୁଝା ପଡ଼ୁଛି କି ଉଦାସୀନତାର କାରଣ ଏହା ଥିଲା କି ‘ବ୍ରୁ’ ଜାତିଙ୍କର ଯେଉଁ ଲୋକ ନିଜ ଘରଠାରୁ, ଗାଁରୁ ଅଲଗା ହୋଇ ଯାଇଥିଲେ, ସେମାନଙ୍କୁ କ୍ଷତିଗ୍ରସ୍ତ କରି ଦିଆ ଯାଇଥିଲା, ସେମାନେ ଅସୀମିତ କଷ୍ଟରେ ଥିଲେ, କିନ୍ତୁ ଭୋଟ ବହୁତ ସୀମିତ ଥିଲା । ଆଉ ଏହା ଭୋଟର ହିଁ ଖେଳ ଥିଲା, ଯେଉଁଥିପାଇଁ ଅନେକ ଅସୀମିତ କଷ୍ଟକୁ ଆମେ କେବେ ଅନୁଭବ କରି ପାରିଲେ ନାହିଁ ଆଉ ସେମାନଙ୍କ ସମସ୍ୟାର ସମାଧାନ ଆମେ କରି ପାରିଲେ ନାହିଁ । ଏହା ହେଉଛି ଆମର ପୁରୁଣା ଇତିହାସ, ଆମେ ଭୁଲିବା ନାହିଁ ।

ଆମର ଚିନ୍ତାଧାରା ହେଉଛି ଭିନ୍ନ, ଆମେ ‘ସମସ୍ତଙ୍କର ସହିତ – ସମସ୍ତଙ୍କର ବିକାଶ- ସମସ୍ତଙ୍କର ବିଶ୍ୱାସ’ ଏହି ମନ୍ତ୍ରକୁ ନେଇ ସଂପୂର୍ଣ୍ଣ ଦାୟିତ୍ୱ ଏବଂ ସମ୍ବେଦନାର ସହିତ, ଯାହା ମଧ୍ୟ ଆମମାନଙ୍କ ଦ୍ୱାରା ହୋଇ ପାରିବ, ଆମେ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଲାଗି ପଡ଼ିଛୁ । ଆଉ ଆମେ ସେମାନଙ୍କର କଷ୍ଟକୁ ବୁଝି ପାରୁଛୁ । ଆଜି ବଡ଼ ଗର୍ବ ଅନୁଭବ କରି ପାରୁଛୁ କି ଦେଶର 29 ହଜାର ଲୋକଙ୍କୁ ନିଜର ଘର ମିଳିବ, ନିଜର ଏକ ପରିଚୟ ସୃଷ୍ଟି ହେବ, ନିଜର ଏକ ଜାଗା ମିଳିବ । ସେମାନେ ନିଜ ସ୍ୱପ୍ନ ବୁଣି ପାରିବେ, ନିଜ ପିଲାଙ୍କ ଭବିଷ୍ୟତକୁ ସ୍ଥିର କରି ପାରିବେ । ଆଉ ଏଥିପାଇଁ ‘ବ୍ରୁ’ ଜନଜାତିଙ୍କ ପ୍ରତି, ଆଉ ଏହି ସଂପୂର୍ଣ୍ଣ ଉତ୍ତର-ପୂର୍ବାଂଚଳର ସମସ୍ୟାଗୁଡ଼ିକର ହେଉଛି ସମାଧାନର ପଥ ।

ମୁଁ ବୋଡୋଙ୍କ ସମ୍ବନ୍ଧରେ ବିସ୍ତୃତ ଭାବରେ କହିବାକୁ ଚାହୁଁ ନାହିଁ, କିନ୍ତୁ ସେମାନେ ମଧ୍ୟ ନିଜସ୍ୱ ଭାବେ ଏକ ବହୁତ-ବହୁତ ମହତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଛି । ଆଉ ତାହାର ବିଶେଷତ୍ୱ ମଧ୍ୟ ହେଉଛି ସମସ୍ତ ଅସ୍ତ୍ରଶସ୍ତ୍ରଧାରୀ ଗୋଷ୍ଠୀ, ସମସ୍ତ ହିଂସାର ପଥରେ ଯାଉଥିବା ଗୋଷ୍ଠୀ, ଏକାଠି ହୋଇ ଆସିଥିଲେ । ଆଉ ସମସ୍ତେ ବୁଝାମଣା ପତ୍ରରେ ଲେଖିଛନ୍ତି ଯେ ଏହା ପରେ ବୋଡୋ ଆନ୍ଦୋଳନର ସମସ୍ତ ଦାବୀ ସମାପ୍ତ ହୋଇଛି, କିଛି ବାକି ନାହିଁ, ଏହା ବୁଝାମଣା ପତ୍ରରେ ଲେଖା ହୋଇଛି ।

ଶ୍ରୀମାନ ସୁଖେନ୍ଦୁ ଶେଖର ମହାଶୟଙ୍କ ସମେତ ଅନେକ ବନ୍ଧୁ ଏଠାରେ ଆର୍ଥିକ ବିଷୟରେ ଆଲୋଚନା କରିଛନ୍ତି । ଯେତେବେଳେ ସର୍ବଦଳୀୟ ବୈଠକ ହୋଇଥିଲା, ସେତେବେଳେ ମଧ୍ୟ ମୁଁ ସମସ୍ତଙ୍କୁ ମୁଁ ଅନୁରୋଧ କରି କହିଥିଲି, ଏହି ଅଧିବେଶନ କାଳରେ ସଂପୂର୍ଣ୍ଣ ଭାବେ, ସାମଗ୍ରିକ ଭାବେ ଆମେ ଆର୍ଥିକ ବିଷୟରେ ଚର୍ଚ୍ଚା କରିବା ପାଇଁ ନିଜକୁ ସମର୍ପିତ କରିବା ଦରକାର । ଗଭୀର ଭାବେ ଚର୍ଚ୍ଚା ହେବା ଉଚିତ । ସମସ୍ତ ପକ୍ଷ ଜାଗ୍ରତ ରହି ଏ ବିଷୟରେ ଚର୍ଚ୍ଚା କରିବା ପାଇଁ ଆସିବା ଦରକାର । ଆଉ ଯାହା ମଧ୍ୟ ପ୍ରତିଭା ଆମ ଲୋକଙ୍କ ସମସ୍ତଙ୍କ ପାଖରେ ଅଛି, ଏଠାରେ ହୁଅନ୍ତୁ, ସେଠାରେ ହୁଅନ୍ତୁ, କୌଣସି ଭିନ୍ନ କଥା ନୁହେଁ, କିନ୍ତୁ ଆମେ ମିଳିମିଶି ଏଭଳି ନୂଆ କଥା କହିବା, ଏଭଳି ନୂଆ କଥା ଖୋଜିବା, ନୂତନ ପଥ ବିକାଶ କରିବା, ଆଉ ଆଜି ଯେଉଁ ବିଶ୍ୱର ଆର୍ଥିକ ପରିସ୍ଥିତି ଅଛି, ତାହାର ଅଧିକତମ ଲାଭ ଭାରତ କିଭଳି ଭାବେ ନେଇ ପାରିବ, ଭାରତ ନିଜ ମୂଳଦୁଆ କିପରି ମଜଭୁତ କରି ପାରିବ, ଭାରତ କିପରି ନିଜର ଆର୍ଥିକ ହିତକୁ ସମ୍ପ୍ରସାରିତ କରି ବଢ଼ାଇ ପାରିବ, ତାହା ଉପରେ ଆମେ ଗଭୀର ଚର୍ଚ୍ଚା କରିବା, ଏହା ମୁଁ ସର୍ବ ଦଳୀୟ ବୈଠକରେ ସମସ୍ତଙ୍କ ସାମ୍ନାରେ ଅନୁରୋଧ କରିଥିଲି । ଆଉ ମୁଁ ଚାହିଁବି କି ଏହି ଅଧିବେଶନକୁ ସଂପୂର୍ଣ୍ଣ ଭାବେ ଦେଶର ଆର୍ଥିକ ବିଷୟରେ ଆମକୁ ସମର୍ପିତ କରିବା ଆବଶ୍ୟକ ।

ବଜେଟ ବିଷୟରେ ଚର୍ଚ୍ଚା ହେବାକୁ ଅଛି, ତାକୁ ଆହୁରି ବିସ୍ତୃତ ଭାବରେ ତାହା ଉପରେ ଚର୍ଚ୍ଚା କରିବା ଆଉ ଅମୃତ ହିଁ ବାହାରିବ । କିଛି ଯୁକ୍ତିତର୍କ ହୋଇଯିବ, ତୁ-ତୁ-ମେଁ-ମେଁ ହୋଇଯିବ, କିଛି ଆରୋପ-ପ୍ରତ୍ୟାରୋପ ହୋଇଯିବ, ପୁଣି ମଧ୍ୟ ମୁଁ ବୁଝି ପାରୁଛି ସେହି ମନ୍ଥନରୁ ଅମୃତ ହିଁ ବାହାରିବ ଆଉ ଏଥିପାଇଁ ମୁଁ ପୁଣିଥରେ ସମସ୍ତଙ୍କୁ ଆମନ୍ତ୍ରିତ କରୁଛି କି ଅର୍ଥବ୍ୟବସ୍ଥା ଉପରେ, ଆର୍ଥିକ ସ୍ଥିତି ଉପରେ, ଆର୍ଥିକ ନୀତିଗୁଡ଼ିକ ଉପରେ, ଆର୍ଥିକ ପରିସ୍ଥିତିଗୁଡ଼ିକ ଉପରେ ଏବଂ ଡକ୍ଟର ମନମୋହନ ସିଂହ ମହାଶୟଙ୍କ ଭଳି ଅନୁଭବୀ ମହାନୁଭବ ଆମ ମଧ୍ୟରେ ଅଛନ୍ତି, ନିଶ୍ଚିତ ଦେଶକୁ ଲାଭ ମିଳିବ । ଆଉ ଆମକୁ କରିବା ଉଚିତ, ଆମର ମନ ଏହି ବିଷୟରେ ସଂପୂର୍ଣ୍ଣ ଉନ୍ମୁକ୍ତ ରହିଛି ।

କିନ୍ତୁ ଏଠାରେ ଯେଉଁ ଅର୍ଥବ୍ୟବସ୍ଥା ସମ୍ବନ୍ଧରେ ଚର୍ଚ୍ଚା ହୋଇଛି, ଦେଶକୁ ନିରାଶ ହେବାର କୌଣସି କାରଣ ନାହିଁ । ଆଉ ନିରାଶା ସୃଷ୍ଟି କରି ଆମେ କିଛି ପାଇବା ବାଲା ମଧ୍ୟ ନୁହେଁ । ଆଜି ମଧ୍ୟ ଦେଶର ଅର୍ଥବ୍ୟବସ୍ଥାର ଯେଉଁ ବିଶ୍ୱସ୍ତରର ସିଦ୍ଧାନ୍ତ ଅଛି, ମାନଦଣ୍ଡ ଅଛି, ସେହି ସମସ୍ତ ମାନଦଣ୍ଡରେ ଆଜି ମଧ୍ୟ ଦେଶର ଅର୍ଥବ୍ୟବସ୍ଥା ସୁଦୃଢ଼ ଅଛି, ମଜଭୁତ ଅଛି ଏବଂ ଆଗକୁ ଯିବା ପାଇଁ ସ୍ୱପ୍ନ, ଶକ୍ତି ସହିତ ଅଛି । ବଂଶାନୁକ୍ରମିକ ଭାବେ ଏହି ଗୁଣବତ୍ତା ତା’ମଧ୍ୟରେ ରହିଛି ।

ଆଉ କୌଣସି ମଧ୍ୟ ଦେଶ ଛୋଟ ଚିନ୍ତାଧାରା ଦ୍ୱାରା ଆଗକୁ ବଢ଼ି ପାରିବା ନାହିଁ ଆଜ୍ଞା । ଏବେ ଦେଶର ଯୁବପିଢି ଆମଠାରୁ ଆଶା କରୁଛି କି ଆମେ ବୃହତ ଚିନ୍ତାଧାରା ରଖୁ, ଦୂର ଦୃଷ୍ଟି ସମ୍ପନ୍ନ ହୋଇ ଚିନ୍ତାକରୁ, ଅଧିକ ଚିନ୍ତାକରୁ ଏବଂ ଅଧିକ ଶକ୍ତିର ସହିତ ଆଗକୁ ବଢ଼ୁ । ଏହି ମୂଳମନ୍ତ୍ରକୁ ନେଇ 5 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥାକୁ ନେଇକରି ଆମେ ଦେଶକୁ ଆଗକୁ ଅଗ୍ରସର କରାଇବାର ପ୍ରୟାସ କରିବା, ଯୋଡ଼ିବାର ପ୍ରୟାସ କରିବା । ନିରାଶା କରିବାର କୌଣସି ମଧ୍ୟ ଆବଶ୍ୟକତା ନାହିଁ । ପ୍ରଥମ ଦିନରୁ ଆମେ କହି ଦେଇଛୁ ନାହିଁ-ନାହିଁ, ଏହା ତ ସମ୍ଭବ ନୁହେଁ । ଆରେ ଭାଇ, ଯାହା ସମ୍ଭବ ନୁହେଁ ତ ପୁଣି କ’ଣ ସମ୍ଭବ ? ତାହା କରିବା ଦରକାର କି ? ପ୍ରତ୍ୟେକ ଥର ଆମକୁ ଏତିକି ହିଁ କରିବାର ଅଛି, କେହି ଦି ପାଦ ଚାଲୁଛି ତ ସେଠାକୁ ଯିବା ଉଚିତ କି ? କେବେ ତ ପାଞ୍ଚ ପାଦ ପାଇଁ ସାହସ କରିବା, କେବେ ତ ସାତ ପାଦ ଯିବା ପାଇଁ ସାହସ କରନ୍ତୁ, କେବେ ତ ମୋ ସହିତ ଆସନ୍ତୁ ।

ଏହି ନିରାଶା ଦେଶର କେବେ ଉନ୍ନତି କରି ପାରିବ ନାହିଁ, ଆଉ ଏଥିପାଇଁ 5 ଟ୍ରିଲିୟନ ଡଲାରର ଅର୍ଥନୀତିର କଥା କରିବାର ସୁଖଦ ପରିଣାମ ଏହା ହୋଇଛି କି ଯେଉଁମାନେ ବିରୋଧ କରୁଛନ୍ତି, ସେମାନଙ୍କୁ ମଧ୍ୟ 5 ଟ୍ରିଲିୟନ ଡଲାରର କଥା କହିବାକୁ ପଡ଼ୁଛି । ଯେ କୌଣସି ଲୋକଙ୍କୁ 5 ଟ୍ରିଲିୟନ ଡଲାର ଅର୍ଥନୀତିର ଆଧାର ଉପରେ କହିବାକୁ ପଡ଼ୁଛି । ଏହା ତ ହେଉଛି ବହୁତ ବଡ଼ ପରିବର୍ତ୍ତନ । ନଚେତ ଆମେ ଏହିପରି ବିଷୟରେ ଖେଳି ଚାଲିଥିଲୁ । ଏବେ ବିଶ୍ୱ ସାମ୍ନାରେ ଖେଳିବାର ଏକ କାନଭାସ୍ ତ ପ୍ରସ୍ତୁତ କରି ଦେଇଛୁ । ମାନସିକତାରେ ତ ଆମେ ପରିବର୍ତ୍ତନ ଆଣିଛୁ: ଆଉ ଏଥିପାଇଁ, ଆଉ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ଗାଁ ଏବଂ ସହରରେ ଭିତ୍ତିଭୂମି ହେଉ, ଏମଏସଏମଇ ହେଉ, ବୟନଶିଳ୍ପ କ୍ଷେତ୍ର ହେଉ, ଯେଉଁଠାରେ ରୋଜଗାରର ସମ୍ଭାବନା ଅଛି ।

ଆମେ ଚାହୁଁଛୁ, ଟେକ୍ନୋଲୋଜିକୁ ପ୍ରୋତ୍ସାହନ ମିଳୁ, ଷ୍ଟାର୍ଟ-ଅପକୁ ପ୍ରୋତ୍ସାହନ ମିଳୁ । ପର୍ଯ୍ୟଟନର ବହୁତ ବଡ଼ ସୁଯୋଗ ଅଛି । ଆମକୁ ବିଗତ 70 ବର୍ଷରେ ପର୍ଯ୍ୟଟନକୁ ଭାରତରେ ଯେଉଁଭଳି ଭାବରେ ଆମେ ବ୍ରାଣ୍ଡ୍ ଭାବେ ପ୍ରସ୍ତୁତ କରିବାର ଦରକାର ଥିଲା, କୌଣସି ନା କୌଣସି କାରଣରୁ ଆମେ ତାହାକୁ ହରାଇ ବସିଛୁ । ଆଜି ମଧ୍ୟ ସୁଯୋଗ ରହିଛି, ଆଉ ଆଜି ଭାରତକୁ ଭାରତର ଦୃଷ୍ଟିରେ ପର୍ଯ୍ୟଟନକୁ ବିକାଶ କରିବା ଉଚିତ, ପାଶ୍ଚାତ୍ୟ ଦୃଷ୍ଟିରେ ଭାରତର ପର୍ଯ୍ୟଟନକୁ ଆମେ ବିକାଶ କରି ପାରିବା ନାହିଁ, ସାରା ଦୁନିଆକୁ, ଭାରତକୁ ଦେଖିବା ପାଇଁ ଆସିବା ଦରକାର । ନଚେତ୍ ତାହାକୁ ହସି-ଖେଳି ଦୁନିଆକୁ ଦେଖାଇବାର ଅଛି ତ ଦୁନିଆରେ ବହୁତ ଦେଖିବାକୁ ମିଳୁଛି, ସେମାନେ ସେଠାକୁ ଚାଲି ଯାଇ ଥାଆନ୍ତି ।

ମେକ୍ ଇନ୍ ଇଣ୍ଡିଆ ଉପରେ ଆମେ ଗୁରୁତ୍ୱ ଦେଇଛୁ, ତାହାର ସୁଫଳ ଆମକୁ ଦୃଷ୍ଟିଗୋଚର ହେଉଛି । ବିଦେଶୀ ନିବେଶର ପରିସଂଖ୍ୟାନ ଆପଣମାନେ ଦେଖୁଥିବେ ।

ଟିକସ ଖସଡାକୁ ନେଇକରି ଆମେ ସମସ୍ତ ପ୍ରକ୍ରିୟାକୁ ସରଳ କରିବା ପାଇଁ ଆମେ କ୍ରମାଗତ ଭାବେ ପ୍ରୟାସ କରି ଚାଲିଛୁ । ଆଉ ଦୁନିଆରେ ମଧ୍ୟ ବ୍ୟବସାୟ ସୁଗମତାର ରାଙ୍କିଙ୍ଗ ହେଉ କିମ୍ବା ସହଜରେ ସହାବସ୍ଥାନର ବିଷୟ ହେଉ, ଆମେ ଏକା ସହିତ ଦୁଇଟିଯାକ… ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମୋର ଭଲଭାବେ ମନେ ଅଛି କି ଯେତେବେଳେ ମୁଁ ଗୁଜରାଟରେ ଥିଲି ତ ଅନେକ ବଡ଼ ବଡ଼ ବିଦ୍ୱାନ ଯେଉଁମାନେ ପ୍ରବନ୍ଧ ବା ସ୍ତମ୍ଭ ଲେଖୁଥିଲେ, ସେମାନେ କହୁଥିଲେ, ଆମ ଦେଶର ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଦେବା ଆବଶ୍ୟକ । ଆଉ ଯଦି ଏହା ହୋଇଯିବ ତ ଏକ ବହୁତ ବଡ଼ ପରିବର୍ତ୍ତନ ହୋଇଛି ବୋଲି ମାନି ନେବାକୁ ହେବ । ଏଭଳି ଆମେ ବହୁତ ଥର ପଢ଼ିଛୁ । ଇଏ ହେଉଛନ୍ତି ସେହି ସରକାର ଯିଏ ବହୁତଗୁଡ଼ିଏ ବ୍ୟାଙ୍କ ମିଶ୍ରଣ କରିଦେଲେ, ଖୁବ୍ ସହଜରେ କରିଦେଲେ । ଆଉ ଆଜି ସୁଦୃଢ ବ୍ୟାଙ୍କଗୁଡ଼ିକର କ୍ଷେତ୍ର ପ୍ରସ୍ତୁତ ହୋଇଗଲା ଯାହା ଆଗାମୀ ଦିନରେ ଦେଶର ଅର୍ଥନୀତିର ମେରୁଦଣ୍ଡକୁ ସୁଦୃଢ କରିଦେବ, ଗତି ପ୍ରଦାନ କରିବ ।

ଆଜି  ବିନିର୍ମାଣ କ୍ଷେତ୍ରରେ ଏକ ନୂତନ ଦୃଷ୍ଟିକୋଣ ମଧ୍ୟ ଦେଖିବାକୁ ହେବ ଯେ ଯଦି ବ୍ୟାଙ୍କରେ ଅର୍ଥ ଫସି ରହିଯାଏ ତ’ ତାହାର କ’ଣ କାରଣ ଥିଲ ।  ମୁଁ ପୂର୍ବ ସରକାରଙ୍କର ସମୟ ସଂପର୍କରେ ବିସ୍ତୃତ ଭାବେ କହିଥିଲି ଏବଂ ବାରମ୍ବାର କାହାକୁ ମଧ୍ୟ ନିଚା ଦେଖାଇବାର ପ୍ରୟାସ କରୁ ନାହିଁ । ଦେଶ ସମ୍ମୁଖରେ ସତ୍ୟତା ରଖିବା ଦରକାର, ଏହାକୁ ରଖି ଆଗକୁ ବଢିବା ପାଇଁ ହିଁ  ଲାଗିଛୁ । ଏହି ଭଳି କଥାରେ ନିଜର ସମୟ ବ୍ୟର୍ଥରେ ବିତାଉ ନାହିଁ, ନଚେତ କହିବା ପାଇଁ ବହୁତ କିଛି ଅଛି ।

ଗୋଟିଏ ବିଷୟ ଏଭଳି ଚର୍ଚ୍ଚାକୁ ଆସିଛି ଯେ ଜିଏସଟିରେ ବାରମ୍ବାର ପରିବର୍ତ୍ତନ ଆସିଲା । ଏହାକୁ ଭଲ ଭାବନ୍ତୁ ଅବା ଖରାପ । ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ଭାରତର ସଂଙ୍ଘୀୟ ଢାଞ୍ଚାର ଏହା ହେଉଛି ଏକ ବହୁତ ବଡ଼ ଉପଲବ୍ଧି, ଜିଏସଟି ବ୍ୟବସ୍ଥା । ଏବେ ରାଜ୍ୟଗୁଡିକର ଭାବନାଗୁଡିକ ସେଥିରେ ପ୍ରକଟିତ ହେଉଛି । କଂଗ୍ରେସ ଶାସିତ ରାଜ୍ୟ ଗୁଡିକ ତରଫରୁ ମଧ୍ୟ ସେଠାରେ ଅନେକ ବିଷୟ ଆସୁଛି । କ’ଣ ଆମେ ଏହା କହି ବନ୍ଦ କରିଦେବା କି ନାହିଁ ଆମେ ଯାହା କରିଦେଲୁ ତାହା ହିଁ ଶେଷ ନିଷ୍ପତ୍ତି, ସମସ୍ତ ବୁଦ୍ଧି କେବଳ ଭଗବାନ ଆମକୁ ହିଁ ଦେଇ ଦେଇଛନ୍ତି ?  ସେଥିରେ ଆମେ କୌଣସି ସଂସ୍କାର ଆଣିବା ନାହିଁ, ଚାଲ, ଏପରି କରିବା କି ? ଆମର ଏପରି ଚିନ୍ତାଧାରା ନାହିଁ, ଆମର ମତ ହେଉଛି ସମୟ ଅନୁସାରେ ପରିବର୍ତ୍ତନ ଯେଉଁଠାରେ ଆବଶ୍ୟକ ସେଠାରେ କରିବା ଦରକାର । ହେଉଛି ଏତେ ବଡ଼ ଦେଶ, ହେଉଛି ଏତେ ବଡ଼ ବିଷୟ । ଯେତେବେଳେ ରାଜ୍ୟର ବଜେଟ୍ ଆସିଥାଏ ବିକ୍ରି କରରେ ଆପଣମାନେ ଦେଖିଥିବେ କି ବଜେଟ ଶେଷ ହେଉ ହେଉ ବିକ୍ରି କର ହେଉ ଅବା ଅନ୍ୟ କୌଣସି ଟିକସ ହେଉ, ଅନେକ ଚର୍ଚ୍ଚା ହୋଇଥାଏ ଆଉ ପରେ ଶେଷରେ ପରିବର୍ତ୍ତନ କରିବାକୁ ପଡିଥାଏ ରାଜ୍ୟମାନଙ୍କୁ । ଏବେ ସେହି ବିଷୟ ରାଜ୍ୟଗୁଡିକରୁ ଦୂର କରି ଏକାଠି ହୋଇ ଯାଇଛି ତ ଟିକେ ଅଧିକ ଲାଗୁଛି ।

ଦେଖନ୍ତୁ, ମୁଁ ବୁଝି ପାରୁଛି କି ଏଠାରେ କୁହାଯାଇଛି ଜିଏସଟି ବହୁତ ସରଳ ହେବା ଦରକାର, ଅମୁକ ହେବା ଦରକାର, ସମୁକ ହେବା ଦରକାର ଥିଲା । ମୁଁ ଟିକେ ପଚାରିବାକୁ ଚାହୁଁଛି,  ପଚାରିବାକୁ ଚାହୁଁଛି କି ଯଦି ଏତେ ଜ୍ଞାନ ଆପଣଙ୍କ ପାଖରେ ଥିଲା, ଏତେ ହିଁ ସରଳ କରିବାର ସ୍ପଷ୍ଟ ଦୃଷ୍ଟିକୋଣ ଥିଲା, ତ ଏହାକୁ କାହିଁକି ଲଟକାଇ ରଖିଥିଲ ଭାଇ । ହଁ, ଏହି ଭ୍ରମ ସୃଷ୍ଟି କରନ୍ତୁ ନାହିଁ ।

ମୁ କହୁଛି, ମୁଁ ଶୁଣାଉଛି, ଆଜି ଆପଣମାନଙ୍କୁ ଶୁଣିବା ଦରକାର । ପ୍ରଣବ ଦା’ ଯେତେବେଳେ ଅର୍ଥମନ୍ତ୍ରୀ ଥିଲେ, ସେତେବେଳେ ସେ ଗୁଜରାଟ ଆସିଥିଲେ, ଆମେ ବିସ୍ତୃତ ଭାବେ ଚର୍ଚ୍ଚା କରିଥିଲୁ । ମୁଁ ତାଙ୍କୁ ପଚାରିଥିଲି କି ଦାଦା ଏ ଯେଉଁ ଟେକ୍ନୋଲୋଜି ପରିଚାଳିତ ବ୍ୟବସ୍ଥା ଅଛି ଏହା ବିଷୟରେ କ’ଣ ହୋଇଛି । ତାହା ବ୍ୟତୀତ ତ, ଚାଲି ପାରିବା ନାହିଁ । ତ ଦାଦା କହିଲେ, ରହିଯାଅ ଭାଇ, ତୁମର ପ୍ରଶ୍ନ- ସେ ନିଜର ସଚିବଙ୍କୁ ଡାକିଲେ… କହିଲେ ଦେଖ ଭାଇ, ଏ ମୋଦୀ ମହାଶୟ କ’ଣ କହୁଛନ୍ତି । ତ, ମୁଁ କହିଲି କି ଦେଖନ୍ତୁ ଭାଇ, ଏ ଯେଉଁ ଟେକ୍ନୋଲୋଜି ପରିଚାଳିତ ବ୍ୟବସ୍ଥା ଅଛି, ଟେକ୍ନୋଲୋଜି ବିନା ତ ଆଗକୁ ବଢ଼ିବାର ନାହିଁ । ତ ସେ କହିଲେ, ନାହିଁ, ଏବେ – ଏବେ ଆମେ ନିଷ୍ପତ୍ତି ନେଇଛୁ ଏବଂ ଆମେ କୌଣସି କମ୍ପାନୀକୁ ଭଡା ସୁତ୍ରରେ ନେବା ଆଉ ଆମକୁ କରିବାର ଅଛି । ମୁଁ ସେହି ସମୟର କଥା କହୁଛି ଯେତେବେଳେ ମୋତେ ଜିଏସଟି ବିଷୟରେ କହିବାକୁ ଆସିଥିଲେ, ସେତେବେଳେ ମଧ୍ୟ ଏହି ବ୍ୟବସ୍ଥା ନ ଥିଲା । ଦ୍ୱିତୀୟ କଥା, ସେତେବେଳେ ମୁଁ କହିଥିଲି କି ଆପଣଙ୍କୁ ଜିଏସଟିକୁ ସଫଳ କରିବା ପାଇଁ ଯେତେକ ବିନିର୍ମାଣ କରୁଥିବା ରାଜ୍ୟ ଅଛି ସେମାନଙ୍କର ଅସୁବିଧାକୁ ଆପଣଙ୍କୁ ସମାଧାନ କରିବାକୁ ହେବ । ତାମିଲନାଡୁ ହେଉ, କର୍ଣ୍ଣାଟକ ହେଉ, ଗୁଜରାଟ ହେଉ, ମହାରାଷ୍ଟ୍ର ହେଉ । ବୃହତର ଭାବେ ଦେଖିବାକୁ ଗଲେ ସେମାନେ ସବୁ ହେଉଛନ୍ତି ବିନିର୍ମାଣକାରୀ ରାଜ୍ୟ । ଯେଉଁ ଉପଭୋଗକାରି ରାଜ୍ୟ ଅଛନ୍ତି, ଯେଉଁ ଉପଭୋକ୍ତାର ରାଜ୍ୟ ଅଛନ୍ତି ସେମାନଙ୍କ ପାଇଁ ସେତେ କଷ୍ଟକର ନୁହେଁ । ଆଉ ମୁଁ ଆଜି ବଡ଼ ଗର୍ବର ସହିତ କହୁଛି କି ଯେତେବେଳେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଥିଲେ ସେ ଏହି କଥାର ସମାଧାନ କଲେ, ଏହାର ସାମଧାନ କରିଥିଲେ । ଆଉ ତା’ ପରେ ଜିଏସଟି ସହିତ ସମଗ୍ର ଦେଶ ଚାଲିଛି ।

ଆଉ ଏଥିପାଇଁ  ମୁଁ ସେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ଯେଉଁ ପ୍ରସଙ୍ଗ ଉଠାଇଥିଲି, ପ୍ରଧାନମନ୍ତ୍ରୀ ଭାବେ ସେହି ପ୍ରସଙ୍ଗକୁ ସମାଧାନ କରିଛି । ଆଉ ସମାଧାନ କରି ଜିଏସଟିର ମାର୍ଗ ପ୍ରଶସ୍ତ କରିଛି ।

କେବଳ ଏତିକି ମାତ୍ର ନୁହେଁ, ଯଦି ଆମେ ପରିବର୍ତ୍ତନର କଥା କହୁଛୁ ତ, କେବେ କହୁଛନ୍ତି କି ଭାଇ ବାରମ୍ବାର ପରିବର୍ତ୍ତନ କାହିଁକି ? ମୁଁ ବୁଝାଉଛି ଯେ ଆମର ମହାପୁରୁଷମାନେ ଏତେ ବଡ଼ ମହାନ ସମ୍ବିଧାନ ଦେଲେ, ସେଥିରେ ମଧ୍ୟ ସେମାନେ ସଂସ୍କାର ପାଇଁ ବ୍ୟବସ୍ଥା ରଖିଛନ୍ତି । ପ୍ରତ୍ୟେକ ବ୍ୟବସ୍ଥାରେ ସଂସ୍କାରକୁ ସର୍ବଦା ସ୍ୱାଗତ କରିବା ଦରକାର ଆଉ ଆମେ ଦେଶ ହିତରେ ପ୍ରତ୍ୟେକ ନୂତନ ଏବଂ ଭଲ ପ୍ରସ୍ତାବକୁ ନେଇ ଚାଲିଥାଉ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ, ଭାରତର ଅର୍ଥ ବ୍ୟବସ୍ଥାରେ ଗୋଟିଏ କଥା ଅଛି, ଯାହା ଏବେ ମଧ୍ୟ ବହୁତ କମ୍ ସାମ୍ନାକୁ ଆସିଛି, ଯେଉଁ ଦିଗ ପ୍ରତି ଧ୍ୟାନ ଯିବାର ଆବଶ୍ୟକତା ଅଛି । ଦେଶରେ ଯେଉଁ ବଡ଼ ପରିବର୍ତ୍ତନ ଆସୁଛି ସେଥିରେ ଆମର ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ସହର ବହୁତ ଦ୍ରୁତ ଗତିରେ ସକ୍ରିୟତାର ସହିତ ଯୋଗଦାନ କରୁଛନ୍ତି । ଆପଣ କ୍ରୀଡାରେ ଦେଖନ୍ତୁ ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ସହରର ପିଲା ଆଗକୁ ଆସୁଛନ୍ତି । ଆପଣ ଶିକ୍ଷାରେ ଦେଖନ୍ତୁ ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ସହର ପିଲା ଆସୁଛନ୍ତି, ଆଗକୁ ଆସୁଛନ୍ତି । ଷ୍ଟାର୍ଟଅପ୍ ଦେଖନ୍ତୁ, ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ସହରରେ ସବୁଠାରୁ ଅଧିକ ଷ୍ଟାର୍ଟଅପ ଆଗକୁ ଗତି କରୁଛନ୍ତି ।

ଆଉ ଏଥିପାଇଁ ଆମ ଦେଶର ଯେଉଁ ଆକାଂକ୍ଷୀତ ଯୁବକ ଅଛନ୍ତି, ଯେଉଁମାନେ ବଡ଼ ଆର୍ଥକ ଅବା ପାରିବାରିକ ବୋଝ ତଳେ ଚାପି ହୋଇ ନାହାନ୍ତି, ସେମାନେ ଏକ ବଡ଼ ନୂତନ ଶକ୍ତିର ସହିତ ବିକଶିତ ହେଉଛନ୍ତି ଆଉ ଆମେ ଏହି ଛୋଟ ସହର, ଛୋଟ ଗାଁରେ, ସେମାନଙ୍କର ଅର୍ଥ ବ୍ୟବସ୍ଥାରେ କିଛି ନା କିଛି ପ୍ରଗତି ଆସୁ, ସେହି ଦିଗରେ ବହୁତ ସୂକ୍ଷ୍ମ ଭାବେ କାର୍ଯ୍ୟ କରିବା ଦିଗରେ ପ୍ରଚେଷ୍ଟା କରିଛୁ ।

ଆମ ଦେଶରେ ଡିଜିଟାଲ  କାରବାର, ଏହି ସଦନରେ ଡିଜିଟାଲ କାରବାରର ଯେଉଁ ଭାଷଣ ଅଛି, ଭାଷଣ ଦେଇଥିବା ବାଲା ମଧ୍ୟ ନିଜର ଭାଷଣ  ବାହାର କରି ପଢିବେ ତ ସେମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି ମୁଁ ଏପରି କହିଥିଲି ? କିଛି ଲୋକ ତ ମୋବାଇଲକୁ ନେଇ ଥଟ୍ଟା କରିଥିଲେ । ସେହି ଲୋକମାନେ ଡିଜିଟାଲ ବ୍ୟାଙ୍କିଙ୍ଗ, ବିଲିଙ୍ଗ ବ୍ୟବସ୍ଥାର… ଅର୍ଥାତ ମୁଁ ଆଶ୍ଚର୍ଯ୍ୟ ହୋଇଗଲି  କି ଆଜି ଛୋଟ ଛୋଟ ସ୍ଥାନରେ ଡିଜିଟାଲ କାରବାର ସବୁଠାରୁ ଅଧିକ ଦେଖିବାକୁ ମିଳୁଛି ଏବଂ ଆଧୁନିକ ଭିତ୍ତିଭୂମି ନିର୍ମାଣରେ ମଧ୍ୟ ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ସହର ଆଗକୁ ବଢୁଛି । ଆମର ରେଳପଥ, ଆମର ରାଜପଥ, ଆମର ବିମାନ ବନ୍ଦର, ତାହାର ସମସ୍ତ ଶୃଙ୍ଖଳା- ଏବେ ଦେଖନ୍ତୁ ଉଡାନ ଯୋଜନା, ଏବେ- ଏବେ ପଅରିଦିନ 250ତମ ରୁଟ୍ (ପଥ)ର ଶୁଭାରମ୍ଭ ହୋଇଛି, ଦୁଇ ଶହ ଏବଂ ପଚାଶ ତମ ପଥ ଭାରତ ମଧ୍ୟରେ । କେତେ ଦ୍ରୁତ ଗତିରେ  ଆମର ବିମାନ ଯାତ୍ରାର ବ୍ୟବସ୍ଥା ବଦଳୁଛି । ଆଉ ଆଗାମୀ ଦିନରେ ଆହୁରି ଅଧିକ ।

ଆମେ ବିଗତ ପାଞ୍ଚ ବର୍ଷରେ, ଆମ ପାଖରେ କାର୍ଯ୍ୟକ୍ଷମ ଥିବା 65 ବିମାନ ବନ୍ଦର ଥିଲା, ଆଜି 100କୁ ଆମେ ଅତିକ୍ରମ କରି ଦେଇଛୁ । 65 କାର୍ଯ୍ୟକ୍ଷମରୁ 100ଟିକୁ କାର୍ଯ୍ୟକ୍ଷମ କରି ଦେଇଛୁ । ଆଉ ଏହି ସମସ୍ତ ସେହି ନୂଆ-ନୂଆ ଅଞ୍ଚଳର ଶକ୍ତି ବୃଦ୍ଧି କରିବ ।

ସେହି ପ୍ରକାରରେ ବିଗତ ପାଞ୍ଚ ବର୍ଷରେ କେବଳ ସରକାର ହିଁ ବଦଳି ନାହିଁ, ଆମେ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆଣିଛୁ । ଆମେ ଅଭିବ୍ୟକ୍ତିରେ ମଧ୍ୟ ବଦଳିଛୁ । ଏବେ ଡିଜିଟାଲ ଇଣ୍ଡିଆର କଥା କହିବା । ବ୍ରଡବ୍ୟାଣ୍ଡ ସଂଯୋଗ, ଏବେ ବ୍ରଡବ୍ୟାଣ୍ଡ ସଂଯୋଗର କଥା ଆସିବ ତ ପୂର୍ବରୁ କାମ ଆରମ୍ଭ ହୋଇଥିଲା, ସଂଯୋଗ ହୋଇଥିଲା, କିନ୍ତୁ ସେହି ଯୋଜନାର କାର୍ଯ୍ୟଶୈଳୀ ଆଉ ଚିନ୍ତାଧାରା ଏତେ ମର୍ଯ୍ୟାଦା ରଖିଲା ଯେ କେବଳ 59 ଗ୍ରାମ ପଂଚାୟତ ପର୍ଯ୍ୟନ୍ତ ବ୍ରଡବ୍ୟାଣ୍ଡ ସଂଯୋଗ ପହଞ୍ଚିଥିଲା । ଆଜି 5 ବର୍ଷରେ ଶହେ ପଚିଶ ଲକ୍ଷରୁ ଅଧିକ ଗାଁରେ ବ୍ରଡବ୍ୟାଣ୍ଡ ସଂଯୋଗ ପହଞ୍ଚିଯାଇଛି । ଆଉ କେବଳ ବ୍ରଡବ୍ୟାଣ୍ଡ ପହଞ୍ଚାଇବା ହିଁ ନୁହେଁ ବରଂ ପବ୍ଲିକ ସ୍କୁଲ, ଗାଁ  ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମଧ୍ୟ ତଥା ସବୁଠାରୁ ବଡ଼ କଥା ସାଧାରଣ ସେବା କେନ୍ଦ୍ର, ତାକୁ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି ।

2014ରେ ଯେତେବେଳେ ଆମେ କ୍ଷମତାକୁ ଆସିଲୁ, ସେତେବେଳେ ଆମ ଦେଶରେ 80 ହଜାର ଜନ ସେବା କେନ୍ଦ୍ର ଥିଲା । ଆଜି ଏମାନଙ୍କର ସଂଖ୍ୟା ବୃଦ୍ଧି ପାଇ 3 ଲକ୍ଷ 65 ହଜାର ଜନ ସେବା କେନ୍ଦ୍ର ଅଛି ଏବଂ ଗାଁର ଯୁବକମାନେ ଏହାକୁ ଚଲାଉଛନ୍ତି । ଆଉ ଗାଁର ଆବଶ୍ୟକତା ପୂରଣ କରିବା ପାଇଁ ସେମାନେ ସଂପୂର୍ଣ୍ଣ ଭାବରେ ଟେକ୍ନୋଲୋଜି ସେବା ଦେଉଛନ୍ତି ।

12 ଲକ୍ଷରୁ ଅଧିକ ଗ୍ରାମୀଣ ଯୁବକ ନିଜ ଗାଁରେ ହିଁ ରହୁଛନ୍ତି । ସନ୍ଧ୍ୟାରେ ମା-ବାପାଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି, ବିଲବାଡ଼ି କାର୍ଯ୍ୟରେ ମଧ୍ୟ ସହାୟତା କରୁଛନ୍ତି । 12 ଲକ୍ଷରୁ ଅଧିକ ଗ୍ରାମୀଣ ଯୁବକ ଏହି ରୋଜଗାର ମାଧ୍ୟମରେ ନୂତନ ଭାବେ ସାମିଲ ହୋଇଛନ୍ତି ।

ଏହା ଦେଶ ପାଇଁ ଗର୍ବର କଥା, ଆଉ ହେବା ଉଚିତ ମଧ୍ୟ । ଆମ ସରକାରକୁ ସମାଲୋଚନା କରିବା ପାଇଁ ଡିଜିଟାଲ କାରବାରକୁ କିଛି ଲୋକ ଥଟ୍ଟାରେ ଉଡାଇ ଦେଇଥିଲେ, ଭୀମ ଆପ ଏବେ ବିଶ୍ୱର ଅର୍ଥନୈତିକ କ୍ଷେତ୍ରରେ ଡିଜିଟାଲ କାରବାର ପାଇଁ ବହୁତ ଶକ୍ତିଶାଳୀ ଏବଂ ସୁରକ୍ଷିତ ମଞ୍ଚ ଭାବେ ତାହାର ସ୍ୱୀକୃତି ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱର ଅନେକ ଦେଶ ଏହି ବିଷୟରେ ଜ୍ଞାନ ପାଇବା ପାଇଁ ସିଧାସଳଖ ଯୋଗାଯୋଗ କରୁଛନ୍ତି । ଏହା ଦେଶ ପାଇଁ ଗୌରବର କଥା ଯେ କେହି ନରେନ୍ଦ୍ର ମୋଦୀ ଏହାକୁ ପ୍ରସ୍ତୁତ କରି ନାହାଁନ୍ତି । ଆମ ଦେଶର ଯୁବକମାନଙ୍କ ବୁଦ୍ଧି, ପ୍ରତିଭାର ପରିଣାମ ହେଉଛି ଯେ ଆଜି ଡିଜିଟାଲ କାରବାର ପାଇଁ ଏକ ଉତ୍ତମରୁ ସର୍ବୋତ୍ତମ ମଞ୍ଚ ଆମ ପାଖରେ ଅଛି ।

ଅଧ୍ୟକ୍ଷ ମହୋଦୟ, ଆଉ ଏହି ଜାନୁଆରୀ ମାସରେ ଭୀମ ଆପରୁ ମୋବାଇଲ ଫୋନ ମାଧ୍ୟମରେ ମୋଟ କାରବାର ଦୁଇ ଲକ୍ଷ 16 ହଜାର କୋଟି ଟଙ୍କା ହୋଇଛି । ଅର୍ଥାତ ଆମ ଦେଶ କିଭଳି ଭାବେ ପରିବର୍ତ୍ତନକୁ ସ୍ୱୀକାର କରୁଛି ।

ରୁପେ କାର୍ଡ – ରୁପେ କାର୍ଡର ଶୁଭାରମ୍ଭ ବିଷୟରେ ଆପଣମାନଙ୍କୁ ଜଣାଅଛି । ବହୁତ କମ୍ ସଂଖ୍ୟାରେ, ହଜାର ହଜାର ସଂଖ୍ୟାରେ କିଛି ରୁପେ କାର୍ଡ ଥିଲା, ବୋଧହୁଏ ଡେବିଟ କାର୍ଡ ଆଦିର କାରବାରରେ ବିଶ୍ୱରେ ଆମର ଯୋଗଦାନ 0.6 ପ୍ରତିଶତ ରହିଥିଲା, ଆଜି ଏହା ପ୍ରାୟ 50 ପ୍ରତିଶତରେ ପହଂଚିଛି । ଆଉ ଆଜି ରୁପେ ଡେବିଟ କାର୍ଡ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବିଶ୍ୱର ଅନେକ ଦେଶରେ ଏହାର ସ୍ୱୀକୃତି ବୃଦ୍ଧି ପାଇବାରେ ଲାଗିଛି, ଭାରତର ରୁପେ କାର୍ଡ, ନିଜର ଏକ ପରିଚୟ ସୃଷ୍ଟି କରୁଛି, ଯାହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ, ଏହି ପ୍ରକାରରେ ଏହି ସରକାରଙ୍କର ଅଭିବ୍ୟକ୍ତିର ଆଉ ଏକ ବିଷୟ ହେଉଛି- ଜଳ ଜୀବନ ମିଶନ । ଆମେ ମୌଳିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ 100 ପ୍ରତିଶତ ମାର୍ଗରେ ଯିବା ପାଇଁ ପ୍ରୟାସ କରୁଛୁ-

ଶୌଚାଳୟ – ତ 100 ପ୍ରତିଶତ

ଘର – ତ 100 ପ୍ରତିଶତ

ବିଜୁଳି – ତ 100 ପ୍ରତିଶତ

ଗାଁରେ ବିଜୁଳି – ତ 100 ପ୍ରତିଶତ

ଆମେ ଗୋଟିଏ-ଗୋଟିଏ କଥାରେ ଦେଶକୁ ସମସ୍ୟା ବା ଅସୁବିଧାରୁ ମୁକ୍ତି ଦେବା ପାଇଁ ଅଭିବ୍ୟକ୍ତି ନେଇ ଚାଲୁଛୁ ।

ଆମେ ଘରେ-ଘରେ ଶୁଦ୍ଧ ପିଇବା ପାଣି ପହଂଚାଇବାର ଏକ ବହୁତ ବଡ଼ ଅଭିଯାନ ଆରମ୍ଭ କରିଛୁ, ଏହି ମିଶନର ବିଶେଷତ୍ୱ ହେଉଛି ଯେ ଏହା ଯଦିଓ କେନ୍ଦ୍ର ସରକାରଙ୍କର ମିଶନ, ଅର୍ଥ କେନ୍ଦ୍ର ସରକାର ଖର୍ଚ୍ଚ କରିବେ, ପରିଚାଳନା ପ୍ରକ୍ରିୟା କେନ୍ଦ୍ର ସରକାରଙ୍କର ହେବ, କିନ୍ତୁ ବାସ୍ତବରେ କାର୍ଯ୍ୟାନ୍ୱୟନ, ପ୍ରତ୍ୟକ୍ଷ ଯାହାକୁ ଆମେ କହି ପାରିବା, ତୃଣମୂଳ ସ୍ତରରେ ଅଣୁ ୟୁନିଟ ଭାବେ, ଆମର ଗାଁ, ଗାଁର ନିର୍ବାଚିତ କମିଟି, ସେମାନେ ନିଜେ ଏହା ସ୍ଥିର କରିବେ, ସେମାନେ ମଧ୍ୟ ଏହାର ଯୋଜନା ପ୍ରସ୍ତୁତ କରିବେ ଆଉ ଏମାନଙ୍କ ଦ୍ୱାରା ଘରେ-ଘରେ ପାଣି ପହଂଚାଇବାର ବ୍ୟବସ୍ଥା ହେବ ଆଉ ଏହି ଯୋଜନାକୁ ମଧ୍ୟ ଆମେ ଆଗକୁ ବଢ଼ାଉଛୁ ।

ଆମର ସହଭାଗୀ ସଙ୍ଘୀୟ ବ୍ୟବସ୍ଥାର ଏକ ଉତ୍ତମ ଉଦାହରଣ- 100ରୁ ଅଧିକ ଆକାଂକ୍ଷୀ ଜିଲ୍ଲା । ଆମ ଦେଶରେ ଭୋଟ ବ୍ୟାଙ୍କର ରାଜନୀତି ପାଇଁ ଆଗରେ- ପଛରେ ବହୁତ କିଛି କରାଗଲା, କିନ୍ତୁ ଦେଶର ଏହି ସବୁ ଅଞ୍ଚଳ ମଧ୍ୟ ପଛରେ ରହିଗଲା । ସେମାନଙ୍କ ଆଡ଼କୁ ଆମକୁ ଧ୍ୟାନ ଦେବାର ନିଶ୍ଚିତ ଆବଶ୍ୟକତା ଥିଲା, ଯେଉଁଥିରେ ବହୁତ ବିଳମ୍ବ ହୋଇ ଯାଇଛି । ମୁଁ ପଢିଲି କି କୌଣସି ଏଭଳି ମାନଦଣ୍ଡ ଅଛି ଯେଉଁଥିରେ ଅନେକ ରାଜ୍ୟର କିଛି ଜିଲ୍ଲା ସଂମ୍ପୂର୍ଣ୍ଣ ଭାବେ ପଛରେ ରହି ଯାଇଛନ୍ତି । ଯଦି ଆମେ ତାହାକୁ ମଧ୍ୟ ଠିକ୍ କରିନେବା ତ ଦେଶ ବିକାଶର ତୁଳନାତ୍ମକ ଅନୁପାତ ବହୁତ ମାତ୍ରାରେ ସୁଧୁରି ଯିବ । ଆଉ କେଉଁଠି- କେଉଁଠି ତ, ଏଭଳି ଜିଲ୍ଲା ଅଛି ଯେଉଁଠାରେ ଅଧିକାରୀମାନେ ମଧ୍ୟ ଅବସର ନେବାକୁ ଯାଉଛନ୍ତି, ଏଭଳି ହିଁ ରହିବ । ଅର୍ଥାତ ଉର୍ଜାବାନ, ତେଜସ୍ୱୀ, ଅଧିକାରୀମାନଙ୍କୁ କେହି  ସେଠାକୁ ପଠାଉ ନ ଥିଲେ । ସେମାନଙ୍କୁ ଲାଗୁଥିଲା ଇଏ ତ ଗଲା । ଆମେ ତାକୁ ବଦଳାଇଲୁ । ଆକାଂକ୍ଷୀ 100ରୁ ଅଧିକ ଜିଲ୍ଲାକୁ ଚିହ୍ନଟ କରାଯାଇଛି, ଭିନ୍ନ ଭିନ୍ନ ରାଜ୍ୟର ଜିଲ୍ଲା ଅଛି ଆଉ ରାଜ୍ୟଗୁଡିକୁ ମଧ୍ୟ କୁହାଯାଇଛି ଯେ ଆପଣ ମଧ୍ୟ ନିଜର ସେଠାରେ 50 ଏଭଳି ଆକାଂକ୍ଷୀ ବ୍ଲକ ଚିହ୍ନଟ କରନ୍ତୁ ଏବଂ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପ୍ରଶାସନିକ ବ୍ୟବସ୍ଥା, ପ୍ରଶାସନରେ ପରିବର୍ତ୍ତନ ଆଣନ୍ତୁ ଏବଂ ସେଥିରେ ପରିବର୍ତ୍ତନ ଆଣିବାର ପ୍ରୟାସ କରନ୍ତୁ ।

ଆଜି ଅନୁଭବ ହେଉଛି କି ଜିଲ୍ଲାସ୍ତରରେ ମଧ୍ୟ, ଏହି ଆକାଂକ୍ଷୀ ଜିଲ୍ଲା ଏକ ସହଭାଗୀ ସଙ୍ଘୀୟ ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ସଂସ୍ଥା ଭାବେ ଏକ ବହୁତ ସୁଖଦ ଅନୁଭବ ସହିତ ଆଗକୁ ଅଗ୍ରସର ହେଉଛି ଏବଂ ଏକ ପ୍ରକାରରେ ଜିଲ୍ଲାର ଅଧିକାରୀଙ୍କ ମଧ୍ୟରେ ଯେଉଁ ପ୍ରତିଦ୍ୱନ୍ଦିତା ଚାଲିଛି, ଅନଲାଇନ୍, ଯେ କେହି ପ୍ରୟାସ କରୁଛି କି ସେହି ଜିଲ୍ଲା ଟିକାକରଣରେ ଆଗକୁ ଚାଲି ଯାଇଛି, ମୁଁ ମଧ୍ୟ ଏହି ସପ୍ତାହରେ କାର୍ଯ୍ୟ କରିବି, ଟିକାକରଣରେ ଆଗକୁ ଚାଲିଯିବି । ଅର୍ଥାତ ଗୋଟିଏ ପ୍ରକାରରେ ଲୋକଙ୍କ ପାଇଁ ସୁବିଧା ସୁଯୋଗ ବୃଦ୍ଧି କରିବାର ଏକ ଉତ୍ତମ କାର୍ଯ୍ୟ ସେଠାରେ ହେଉଛି ।

ଆମେ ଆୟୁଷ୍ମାନ ଭାରତରେ ମଧ୍ୟ- କାରଣ ଏହି ଜିଲ୍ଲା ଏପରି ଅଛି ଯେଉଁଠାରେ ସ୍ୱାସ୍ଥ୍ୟ ସେବା ମଧ୍ୟ ସେହି ପ୍ରକାରର ଅଛି । ଚଳିତ ଥର ଆମେ ଅଗ୍ରାଧିକାର ଦେଇଛୁ କି ସେଠାକାର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଉ ଫଳରେ ଆମର ସେହି କ୍ଷେତ୍ର ସେଠାରେ ଆଗକୁ ବଢିପାରୁ ।

ଆଗକୁ ଆକାଂକ୍ଷୀ ଜିଲ୍ଲାର ଲୋକଙ୍କ ମଧ୍ୟରେ ଆମର ଆଦିବାସୀ ଭାଇ ଭଉଣୀ ହୁଅନ୍ତୁ, ଆମର ଦିବ୍ୟାଙ୍ଗ ହୁଅନ୍ତୁ, ସରକାର ସଂମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ ତାହାକୁ କାର୍ଯ୍ୟ କରିବା ଦିଗରେ ପ୍ରୟାସ କରୁଛନ୍ତି ।

ବିଗତ ପାଞ୍ଚ ବର୍ଷରେ ହିଁ ଦେଶର ସମସ୍ତ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବାର କାର୍ଯ୍ୟ କରାଯାଉଛି । ସାରା ଦେଶରେ ଆଦିବାସୀମାନେ ଦେଶର ସ୍ୱାଧୀନତା ପାଇଁ ଯେଉଁ ଯୋଗଦାନ ଦେଇଛନ୍ତି ତାହାକୁ ନେଇ ସଂଗ୍ରହାଳୟ ନିର୍ମାଣ ହେଉ, ଗବେଷଣା ସଂସ୍ଥା  ପ୍ରତିଷ୍ଠା ହେଉ ଆଉ ଦେଶର  ସୁରକ୍ଷାରେ- ଦେଶ ଗଠନ କରିବାରେ ସେମାନଙ୍କର କେତେବଡ଼ ଭୂମିକା ଥିଲା, ତାହା ଏକ ପ୍ରେରଣାର କାରଣ ପାଲଟିବ, ଦେଶକୁ ଏକାଠି କରିବାର ମଧ୍ୟ କାରଣ ପାଲଟିବ, ଆଉ ସେଥି ପାଇଁ ମଧ୍ୟ କାର୍ଯ୍ୟ କରାଯାଉଛି ।

ଆମର ଆଦିବାସୀ ପିଲାମାନଙ୍କ ମଧ୍ୟରେ ଅନେକ ପ୍ରତିଭା ସମ୍ପନ୍ନ ପିଲା ଅଛନ୍ତି, ସେମାନଙ୍କୁ ସୁଯୋଗ ମିଳି ପାରୁ ନାହିଁ । କ୍ରୀଡ଼ା ହେଉ, ଶିକ୍ଷା ହେଉ, ଯଦି ସେମାନଙ୍କୁ ସୁଯୋଗ ମିଳିବ । ଆମେ ଏକଲବ୍ୟ ସ୍କୁଲ ଦ୍ୱାରା ସେହି ଉତ୍ତମ ପ୍ରକାରର ସ୍କୁଲଗୁଡ଼ିକର ପ୍ରତିଷ୍ଠା କରି ଏଭଳି ପ୍ରତିଭା ସମ୍ପନ୍ନ ପିଲାମାନଙ୍କୁ ସୁଯୋଗ ପ୍ରଦାନ କରିବା ଦିଗରେ ବହୁତ ବଡ଼ କାର୍ଯ୍ୟ କରିଛୁ ।

ଆଦିବାସୀ ପିଲାମାନଙ୍କ ସହିତ- ପ୍ରାୟ 30 ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଅଂଚଳରେ ଏବଂ ବନ-ଧନ-ଯାହାକିଛି ଜଙ୍ଗଲଜାତ ପଦାର୍ଥ ଦ୍ରବ୍ୟ ରହିଛି, ସେଗୁଡ଼ିକ ପାଇଁ ମଧ୍ୟ ଏମଏସପି, ତାହାକୁ ଗୁରୁତ୍ୱ ପ୍ରଦାନ କରି ସେଗୁଡ଼ିକୁ ମଧ୍ୟ ଆଗକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିଛୁ ।

ମହିଳା ସଶକ୍ତିକରଣର କ୍ଷେତ୍ରରେ ମଧ୍ୟ ରାଷ୍ଟ୍ରପତି ମହୋଦୟଙ୍କର ଅଭିଭାଷଣରେ ଏହି  କଥାଗୁଡ଼ିକର ଉଲ୍ଲେଖ ଖୁବ ସଂକ୍ଷେପରେ ମଧ୍ୟ ରହିଛି । କିନ୍ତୁ ଆମେ ଦେଶର ଇତିହାସରେ ପ୍ରଥମ ଥର ପାଇଁ ସୈନିକ ସ୍କୁଲରେ ଝିଅମାନଙ୍କର ନାମ ଲେଖାକୁ ସ୍ୱୀକୃତି ଦେଇଛୁ । ସେନା ପୁଲିସରେ ମହିଳାଙ୍କ ନିଯୁକ୍ତିର କାର୍ଯ୍ୟ ମଧ୍ୟ ଜାରି ରହିଛି ।

ଦେଶରେ ମହିଳାଙ୍କ ସୁରକ୍ଷା ଦୃଷ୍ଟିକୋଣରୁ 600ରୁ ଅଧିକ ୱାନ ଷ୍ଟପ୍ କେନ୍ଦ୍ର ନିର୍ମାଣ କରାଯାଇ ସାରିଛି । ଦେଶର ସବୁ ସ୍କୁଲଗୁଡ଼ିକରେ ଷଷ୍ଠରୁ ନେଇ 12ଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ(ସେଲ୍ଫ ଡିଫେନ୍ସ)ର ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି ।

ଯୌନ ଅପରାଧୀମାନଙ୍କୁ ଚିହ୍ନଟ କରାଯିବା ପାଇଁ ଏକ ରାଷ୍ଟ୍ରୀୟ ଡାଟାବେସ ପ୍ରସ୍ତୁତ କରାଯାଇଛି ଆଉ ଯେଉଁଥିରେ ଏଭଳି ଲୋକମାନଙ୍କ ଉପରେ ଦୃଷ୍ଟି ରଖିବାକୁ ହେବ । ଏହା ବ୍ୟତୀତ ମାନବ ଚାଲାଣ ବିରୁଦ୍ଧରେ ମଧ୍ୟ ଗୋଟିଏ ୟୁନିଟ ସ୍ଥାପିତ କରିବାର ଯୋଜନା ଆମେ ମଧ୍ୟ ପ୍ରସ୍ତୁତ କରିଛୁ ।

ପିଲାମାନଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନର ହିଂସା ମାମଲାକୁ ରୋକିବା ପାଇଁ ପୋକ୍ସୋ ଆଇନରେ ସଂଶୋଧନ କରି ଏହା ମାଧ୍ୟମରେ ଆଗାମୀ ଦିନମାନଙ୍କରେ ଅପରାଧୀଙ୍କ ପରିସରକୁ ଆହୁରି ବ୍ୟାପକ କରାଯାଇଛି । ଫଳରେ ଏହି ଅପରାଧଗୁଡ଼ିକୁ ଆମେ ଦଣ୍ଡ ପରିସର ମଧ୍ୟକୁ ଆଣି ପାରିବା । ଏଭଳି ମାମଲାଗୁଡ଼ିକରେ ନ୍ୟାୟ ଖୁବଶୀଘ୍ର ମିଳୁ, ତେଣୁ ସାରା ଦେଶରେ ଏକ ହଜାରରୁ ଅଧିକ ଫାଷ୍ଟ ଟ୍ରାକ ଅଦାଲତ ପ୍ରତିଷ୍ଠା କରାଯିବ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ, ସଦନରେ ସିଏଏ ଉପରେ କୌଣସି ଚର୍ଚ୍ଚା ହୋଇଛି । ଏଠାରେ ବାରମ୍ବାର ଏହା ଜଣାଇବା ପାଇଁ ଚେଷ୍ଟା କରାଯାଇଛି କି ଅନେକଗୁଡ଼ିଏ ଅଂଚଳରେ ପ୍ରଦର୍ଶନ ନାମରେ ଅରାଜକତା ଖେଳାଇ ଦିଆଗଲା, ଯେଉଁ ହିଂସା ହେଲା, ତାହାକୁ ହିଁ ଆନ୍ଦୋଳନର ଅଧିକାର ବୋଲି ମାନି ନିଆଗଲା । ବାରମ୍ବାର ସମ୍ବିଧାନର କଥା ଦୋହରାଗଲା, ତାହାରି ନାମରେ ଅଗଣତାନ୍ତ୍ରିକ କାର୍ଯ୍ୟକଳାପକୁ ଘୋଡାଇବାର ପ୍ରୟାସ କରାଗଲା । ମୋତ କଂଗ୍ରେସର ଅସହାୟତା କଥା ବୁଝା ପଡ଼ୁଛି, କିନ୍ତୁ କେରଳର ଲେଫ୍ଟ ଫ୍ରଣ୍ଟରେ ଆମର ଯେଉଁ ବନ୍ଧୁମାନେ ଅଛନ୍ତି, ସେମାନେ ଟିକେ ବୁଝିବା ଦରକାର । ଏଠାକୁ ଆସିବା ପୂର୍ବରୁ ସେମାନଙ୍କୁ ଜଣାଥିବା ଦରକାର କି କେରଳର ମୁଖ୍ୟମନ୍ତ୍ରୀ- ସେ କହିଛନ୍ତି କି କେରଳରେ ଯେଉଁ ପ୍ରଦର୍ଶନ କରାଯାଉଛି ସେଥିରେ ବିଛିନ୍ନତାବାଦୀଙ୍କ ହାତ ଥିବା କଥା ବିଧାନସଭାରେ କହିଛନ୍ତି ।

କେବଳ ଏତିକି ନୁହେଁ, ସେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି । ଯେଉଁ ଅରାଜକତା ପାଇଁ କେରଳରେ ଆପଣ ଚିନ୍ତିତ ରହିଛନ୍ତି ତାହାର ସମର୍ଥନ ଆପଣ ଦିଲ୍ଲୀରେ କିମ୍ବା ଦେଶର ଅନ୍ୟ ଅଞ୍ଚଳରେ କିଭଳି କରି ପାରିବେ ।

ନାଗରିକତା ସଂଶୋଧନ ଆଇନକୁ ନେଇ ଯାହା କିଛି ମଧ୍ୟ କୁହାଯାଉଛି, ତାହା,  ଯାହା କିଛି ମଧ୍ୟ ପ୍ରଚାରିତ କରାଯାଉଛି, ତାହାକୁ ନେଇ ସମସ୍ତ ସାଥୀ ନିଜକୁ ନିଜେ ପ୍ରଶ୍ନ ପଚାରିବା ଦରକାର । କ’ଣ ଦେଶକୁ ଭୁଲ-ସୂଚନା ପ୍ରଦାନ କରିବା, ଭ୍ରମିତ କରିବା, ଏଭଳି ପ୍ରବୃତିକୁ ଆମ ସମସ୍ତଙ୍କୁ ରୋକିବା ଉଚିତ କି ଉଚିତ ନୁହେଁ? କ’ଣ ଏହା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ କି କର୍ତ୍ତବ୍ୟ ନୁହେଁ? କ’ଣ ଆମକୁ ଏଭଳି ଅଭିଯାନର ଅଂଶ ବିଶେଷ ହୋଇ ଯିବା ଦରକାର କି ? ଏବେ ମାନି ନିଅନ୍ତୁ କାହାର କୌଣସି ରାଜନୈତିକ ଲାଭ ହେବାକୁ ନାହିଁ, ମାନି ନିଅନ୍ତୁ । ଆଉ ଏଥିପାଇଁ ଏହି ରାସ୍ତା ସଠିକ ନୁହେଁ, ମିଳିମିଶି ବସି ଟିକେ ଚିନ୍ତା କରିବା ଯେ ଆମେ ସଠିକ ମାର୍ଗରେ ଚାଲୁଛେ କି  । ଆଉ ଏହା ହେଉଛି କିଭଳି ଦୁଇ ପ୍ରକାରର ଚରିତ୍ର, ଆପଣ ଘଣ୍ଟା ଘଣ୍ଟା ସଂଖ୍ୟାଲଘୁଙ୍କ କଥାର ସାହାରା ନେଉଛନ୍ତି, ବହୁତ ଗୁଡ଼ିଏ ଚମତ୍କାର ଶବ୍ଦର ଉପଯୋଗ କରି କହୁଛନ୍ତି, ଆନନ୍ଦ ମହାଶୟଙ୍କ କଥା ଏବେ ମୁଁ ଶୁଣୁଥିଲି ।  କିନ୍ତୁ ଅତୀତର ଭୁଲ କାରଣରୁ ଯେଉଁ ସଂଖ୍ୟାଲଘୁ ପଡୋଶୀ ହୋଇ ଯାଇଛନ୍ତି, ତାଙ୍କ ବିରୁଦ୍ଧରେ ଯାହା କିଛି ଚାଲୁ ରହିଛି, ତାହାର କଷ୍ଟ ଆପଣମାନଙ୍କୁ କାହିଁକି ହେଉ ନାହିଁ ? ଦେଶର ଆଶା ରହିଛି କି ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଲୋକମାନଙ୍କୁ ଭୟଭୀତ ନ କରାଇ ସଠିକ ସୂଚନା ଦେବା ଦରକାର । ଏହା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ । ଏହା ହେଉଛି ବଡ଼ ଆଶ୍ଚର୍ଯ୍ୟର ବିଷୟ କି ବିରୋଧୀ ଦଳର ଅନେକ ସାଥୀ ଏହି ଦିନମାନଙ୍କରେ ବହୁତ ଉତ୍ସାହିତ ହୋଇ ଯାଇଛନ୍ତି । ଯେଉଁମାନେ କେବେ ନୀରବ ଥିଲେ ଆଜିକାଲି ସେମାନେ ପ୍ରତିକ୍ରିୟାଶୀଳ ହୋଇ ଯାଇଛନ୍ତି । ପ୍ରଭାବ ହେଉଛି ସଭାପତି ମହୋଦୟଙ୍କର । କିନ୍ତୁ ମୁଁ ଆଜି ଚାହୁଁଛି କି ଏହି ସଦନ ହେଉଛି ବଡ଼ ଏବଂ ବରିଷ୍ଠମାନଙ୍କର ତ କିଛି ମହାପୁରୁଷମାନଙ୍କ କଥା ମୁଁ ଆଜି ଟିକେ ପଢ଼ି ଆପଣମାନଙ୍କୁ ଶୁଣେଇବାକୁ ଚାହୁଁଛି ।

ପ୍ରଥମ ବୟାନ ହେଉଛି- “ଏହି ସଦନର ମତାମତ ଏହା ଯେ, ପାକିସ୍ତାନର ପୂର୍ବ ପ୍ରାନ୍ତରେ ରହୁଥିବା ସଂଖ୍ୟାଲଘୁ ସମୁଦାୟଙ୍କର ଜୀବନ, ସଂପଦ ଓ ସମ୍ମାନ ଅସୁରକ୍ଷିତ ହୋଇ ପଡିଥିବା ଏବଂ ସାଧାରଣତଃ ସେମାନଙ୍କର ମାନବାଧିକାର ଖଣ୍ଡନକୁ ଦୃଷ୍ଟିରେ ରଖି ଭାରତ ସରକାର ପାକିସ୍ତାନର ସେହିଭାଗରେ ରହୁଥିବା ଲୋକଙ୍କ ପ୍ରତି ସମସ୍ତ କଟକଣାକୁ କୋହଳ କରି, ସ୍ଥାନାନ୍ତରିତ ହୋଇ ଆସିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ଯେଉଁମାନେ ପୂର୍ବ ପାକିସ୍ତାନରୁ, ଭାରତକୁ ପଳାଇ ଆସିଛନ୍ତି, ବିଶ୍ୱର ମତାମତ ଅନୁସାରେ ସେମାନଙ୍କ ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।”

ଏହା ହେଉଛି ସଦନରେ କୁହାଯାଇଥିବା କଥା । ଏବେ ଆପଣମାନଙ୍କୁ ଲାଗୁଥିବ କି ଏହା କୌଣସି ଜନସଂଘର ନେତା ହିଁ କହି ପାରିଥିବେ, ନ ହେଲେ ଏଭଳି କଥା କିଏ ଆଉ କହିଥିବେ । ସେହି ସମୟରେ ତ ଭାଜପା ନଥିଲା, ଜନସଂଘ ଥିଲା । ତ ସେମାନେ ଚିନ୍ତା କରିଥିବେ ଜନସଂଘ ବାଲା କହିପାରିଥିବେ । କିନ୍ତୁ ଏହି ବକ୍ତବ୍ୟ କୌଣସି ବିଜେପି କିମ୍ବା ଜନସଂଘ ନେତାଙ୍କର ନୁହେଁ ।

ସେହି ମହାପୁରୁଷଙ୍କର ଅନ୍ୟ ଗୋଟିଏ ବାକ୍ୟ ମୁଁ କହିବାକୁ ଚାହୁଁଛି, ସେ କହିଛନ୍ତି – ‘ଯେ ପର୍ଯ୍ୟନ୍ତ ପୂର୍ବ ପାକିସ୍ତାନର ସମ୍ପର୍କ ରହିଛି, ତାହାର ଏହି ନିଷ୍ପତ୍ତିରୁ ଜଣାପଡ଼ୁଛି କି ସେଠାରେ ରହିଥିବା ସମସ୍ତ ଅଣ-ମୁସଲମାନ ଯେତେ ମଧ୍ୟ ଅଛନ୍ତି, ସେମାନଙ୍କୁ ବାହାର କରି ଦିଆଯାଉ । ତାହା ହେଉଛି ଏକ ଇସଲାମିକ ରାଷ୍ଟ୍ର । ଗୋଟିଏ ଇସଲାମିକ ରାଷ୍ଟ୍ର ହିସାବରେ ସେ ଏହା ଚିନ୍ତାକରେ କି ଏଠାରେ ଇସଲାମକୁ ମାନୁଥିବା ଲୋକମାନେ ହିଁ ରହି ପାରିବେ ଏବଂ ଅଣ-ଇସଲାମର ଲୋକମାନେ ରହି ପାରିବେ ନାହିଁ । ଯଦିଓ ଏବେ, ହିନ୍ଦୁଙ୍କୁ ବାହାର କରାଯାଉଛି, ଖ୍ରୀଷ୍ଟିୟାନଙ୍କୁ ମଧ୍ୟ ବାହାର କରୁଛନ୍ତି । ମୁଁ ଭାବୁଛି କି ପ୍ରାୟ 37 ହଜାରରୁ ଅଧିକ ଖ୍ରୀଷ୍ଟିୟାନ ଆଜି ସେଠାରୁ ହିନ୍ଦୁସ୍ତାନକୁ ଆସି ଯାଇଛନ୍ତି । ବୌଦ୍ଧ ଧର୍ମାବଲମ୍ବୀଙ୍କୁ ମଧ୍ୟ ସେଠାରୁ ବାହାର କରାଯାଉଛି ।’

ଏହା ମଧ୍ୟ କୌଣସି ଜନସଂଘର କିମ୍ବା ଭାଜପା ନେତାଙ୍କର ବକ୍ତବ୍ୟ ନୁହେଁ । ଆଉ ମୁଁ ସଦନକୁ ଜଣାଇବାକୁ ଚାହିଁବି ଏହି ଶବ୍ଦ ହେଉଛି ସେହି ମହାପୁରୁଷଙ୍କର ଯିଏ ହେଉଛନ୍ତି ଦେଶର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ଜଣେ, ଏହା ହେଉଛି ଶ୍ରଦ୍ଧେୟ ଲାଲ ବାହାଦୁର ଶାସ୍ତ୍ରୀଙ୍କ ବକ୍ତବ୍ୟ । ଏବେ ଆପଣ ତାଙ୍କୁ ମଧ୍ୟ ସାଂପ୍ରଦାୟିକ କହିଦେବେ । ଆପଣ ତାଙ୍କୁ ମଧ୍ୟ ହିନ୍ଦୁ ଏବଂ ମୁସଲିମଙ୍କ ମଧ୍ୟରେ ଗୋଟିଏ ବିଭାଜକ କହିଦେବେ ।

ଏହି ବୟାନ ଲାଲ ବାହାଦୁର ଶାସ୍ତ୍ରୀ ମହୋଦୟ ସଂସଦରେ 3 ଅପ୍ରେଲ, 1964ରେ ଦେଇଥିଲେ। ସେହି ସମୟରେ ନେହରୁ ମହାଶୟ ପ୍ରଧାନମନ୍ତ୍ରୀ ଥିଲେ । ସେତେବେଳେ ଧାର୍ମିକ ପ୍ରତାଡନା କାରଣରୁ ଭାରତ ଆସୁଥିବା ଶରଣାର୍ଥୀଙ୍କ ଉପରେ ସଂସଦରେ ଚର୍ଚ୍ଚା ହେଉଥିଲା । ସେହି ସମୟରେ ଶାସ୍ତ୍ରୀଜୀ ଏହି କଥା କହିଥିଲେ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ, ଏବେ ମୁଁ ଆଦରଣୀୟ ସଦନକୁ ଆଉ ଏକ ବୟାନ ବିଷୟରେ କହୁଛି । ଆଉ ଏହାକୁ ମୁଁ ବିଶେଷ କରି ମୋର ସମାଜବାଦୀ ବନ୍ଧୁମାନଙ୍କୁ ସମର୍ପିତ କରୁଛି । କାରଣ ବୋଧହୁଏ ଏହିଠାରୁ ସେମାନଙ୍କୁ ପ୍ରେରଣା ମିଳି ପାରିବ । ଟିକେ ଧ୍ୟାନ ସହକାରେ ଶୁଣନ୍ତୁ।

‘ହିନ୍ଦୁସ୍ତାନର ମୁସଲମାନ ବଞ୍ଚନ୍ତୁ ଆଉ ପାକିସ୍ତାନର ହିନ୍ଦୁ ବଞ୍ଚନ୍ତୁ । ମୁଁ ଏହିକଥାକୁ ଆଦୌ ଗ୍ରହଣ କରି ପାରୁନାହିଁ ଯେ ପାକିସ୍ତାନର ହିନ୍ଦୁ ହେଉଛନ୍ତି ପାକିସ୍ତାନର ନାଗରିକ ତେଣୁ ଆମକୁ ସେମାନଙ୍କର ଚିନ୍ତା କରିବା ଉଚିତ ନୁହେଁ । ପାକିସ୍ତାନର ହିନ୍ଦୁ ଯେଉଁଠାର ନାଗରିକ ହୁଅନ୍ତୁ ନା କାହିଁକି, କିନ୍ତୁ ତାଙ୍କର ରକ୍ଷା କରିବା ଆମର ହେଉଛି ସେତିକି କର୍ତ୍ତବ୍ୟ ଯେତିକି ହିନ୍ଦୁସ୍ତାନର ହିନ୍ଦୁ କିମ୍ବା ମୁସଲମାନଙ୍କର ।’

ଏହା କିଏ କହିଥିଲେ । ଏହା ମଧ୍ୟ କୌଣସି ଜନସଂଘ, ଭାଜପାବାଲାଙ୍କର ନୁହେଁ । ଏହା ହେଉଛି ଶ୍ରୀମାନ ରାମ ମନୋହର ଲୋହିୟା ମହାଶୟଙ୍କର କଥା । ଆମର ସମାଜବାଦୀ ସାଥୀ, ଆମକୁ ମାନନ୍ତୁ ଅବା ନ ମାନନ୍ତୁ, କିନ୍ତୁ ଅତିକମରେ ଲୋହିୟା ମହୋଦୟ, ଆପଣ ତାଙ୍କ କଥାକୁ ଅମାନ୍ୟ କରିବାର କାର୍ଯ୍ୟଟି କରନ୍ତୁ ନାହିଁ, ଏହା ହେଉଛି ସେମାନଙ୍କୁ ମୋର ଅନୁରୋଧ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ, ମୁଁ ସଦନରେ ଶାସ୍ତ୍ରୀଜୀଙ୍କର ଆଉ ଏକ ବୟାନ ପଢିବାକୁ ଚାହୁଁଛି। ଏହି ବୟାନ ସେ ଶରଣାର୍ଥୀମାନଙ୍କ ଉପରେ ରାଜ୍ୟ ସରକାରମାନଙ୍କର ଭୂମିକା ଉପରେ ଦେଇଥିଲେ । ଆଜି ଭୋଟ ବ୍ୟାଙ୍କର ରାଜନୀତି ଯୋଗୁଁ ରାଜ୍ୟଗୁଡିକ ମଧ୍ୟରେ ବିଧାନସଭାରେ ପ୍ରସ୍ତାବ ଗୃହୀତ କରି ଯେଉଁ ପ୍ରକାରର ଖେଳ ଖେଳା ଯାଉଛି, ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କର ଏହି ଭାଷଣକୁ ଆପଣମାନେ ଶୁଣି ନିଅନ୍ତୁ । ଆପଣମାନଙ୍କୁ ଜଣାପଡିବ କି ଆପଣ କେଉଁଆଡକୁ ଯାଉଥିଲେ, କେଉଁଠିଥିଲେ, ଆପଣମାନଙ୍କୁ କ’ଣ ହୋଇଯାଇଛି ।

ଅଧ୍ୟକ୍ଷ ମହୋଦୟ, ଲାଲ ବାହାଦୂର ଶାସ୍ତ୍ରୀଜୀ କହିଥିଲେ –

 “ଆମର ସମସ୍ତ ରାଜ୍ୟ ସରକାରମାନେ ଏହାକୁ (ଶରଣାର୍ଥୀ ବସ୍ତି) ରାଷ୍ଟ୍ରୀୟ ପ୍ରଶ୍ନ ଭାବେ ଭାବୁଛନ୍ତି । ଏଥିପାଇଁ ଆମେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛୁ ଆଉ ଏପରି କରିବା ଦ୍ୱାରା ଆମକୁ ବହୁତ ଖୁସି ଲାଗୁଛି । କି ବିହାର, କି ଓଡ଼ିଶା, କି ମଧ୍ୟ ପ୍ରଦେଶ ଆଉ କି ଉତ୍ତର ପ୍ରଦେଶ, ଅବା ମହାରାଷ୍ଟ୍ର, ଅବା ଆନ୍ଧ୍ର ପ୍ରଦେଶ, ସମସ୍ତ ଅଞ୍ଚଳ, ସମସ୍ତ ପ୍ରଦେଶ ଭାରତ ସରକାରଙ୍କୁ ଲେଖିଛନ୍ତ କି ସେମାନେ ଏମାନଙ୍କୁ ନିଜ ରାଜ୍ୟରେ ରଖିବା ପାଇଁ ପ୍ରସ୍ତୁତ ଅଛନ୍ତି । କିଏ କହିଛନ୍ତି ପଚାଶ ହଜାର ଲୋକ, କିଏ କହିଛନ୍ତି ପନ୍ଦର ହଜାର ପରିବାର, କିଏ କହିଛନ୍ତି ଦଶ ହଜାର ପରିବାର ରହିବାର ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ଅଛନ୍ତି ।”

ଶାସ୍ତ୍ରୀଜୀଙ୍କ ଏହି ବୟାନ, ହେଉଛି ସେତେବେଳର ଯେତେବେଳେ 1964 ରେ ଦେଶରେ ଅଧିକାଂଶ କଂଗ୍ରେସର ହିଁ ସରକାର ଥିଲା । ଆଜି ଯଦି ଆମେ ଏହି ଭଲ କାର୍ଯ୍ୟ ହିଁ କରୁଛୁ, ଆଉ ଆପଣ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି କାହିଁକି ନା ଏହା ହେଉଛି ଆପଣଙ୍କର ଭୋଟ ବ୍ୟାଙ୍କର ରାଜନୀତି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ, ମୁଁ ଆଉ ଏକ ଉଦାହରଣ ଦେବାକୁ ଚାହୁଁଛି- 25 ନଭେମ୍ବର, 1947ରେ, ଦେଶ ସ୍ୱାଧୀନ ହେବାର କିଛି ମାସ ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି ଏକ ପ୍ରସ୍ତାବ ଗୃହୀତ କରାଇଥିଲା । 25 ନଭେମ୍ବର, 1947ରେ, ଦେଶ ସ୍ୱାଧୀନ ହେବାର କିଛି ମାସରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ପ୍ରସ୍ତାବ କ’ଣ କହୁଛି –

 “କଂଗ୍ରେସ ପୁଣି ଥରେ ପାକିସ୍ତାନରୁ ଆସିଥିବା ସେହି ଅଣ-ମୁସଲିମ ମାନଙ୍କୁ ସମସ୍ତ ପ୍ରକାରର ସୁରକ୍ଷା ପ୍ରଦାନ କରିବ, ଯେଉଁମାନେ ସୀମା ପାର ହୋଇ ଆସିଛନ୍ତି ଏବଂ ଭାରତକୁ ଆସିଛନ୍ତି, ସେମାନଙ୍କର ସମ୍ମାନ ଏବଂ ଜୀବନକୁ ବଂଚାଇବା ପାଇଁ ଏହା କରିବାକୁ ପଡ଼ିବ ।”

ଏହି ଅଣ-ମୁସଲମାନ ମାନଙ୍କ ପାଇଁ ଯଦି ଆପଣ ଆଜି ଯେଉଁ ଭାଷା କହୁଛନ୍ତି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ, ମୁଁ ମାନୁ ନାହିଁ କି 25 ନଭେମ୍ବର, 1947ରେ, କଂଗ୍ରେସ ସାମ୍ପ୍ରଦାୟିକ ଥିଲା, ମୁଁ ମାନୁ ନାହିଁ । ଆଉ ଆଜି ହଠାତ ଧର୍ମ ନିରପେକ୍ଷ ହୋଇ ଯାଇଛି, ଏପରି ମଧ୍ୟ ମୁଁ ମାନୁ ନାହିଁ । 25 ନଭେମ୍ବର, 1947ରେ, ଆପଣମାନେ ଅଣ-ମୁସଲମାନ ଲେଖିବା ବଦଳରେ ଆପଣମାନେ ଲେଖି ପାରି ଥାଆନ୍ତେ କି ପାକିସ୍ତାନରୁ ଆସିଥିବା ସବୁ ଲୋକଙ୍କୁ, କାହିଁକି ଏପରି ଲେଖିଲେ ନାହିଁ । କାହିଁକି ଅଣ-ମୁସଲମାନ ଲେଖିଲେ?

ବିଭାଜନ ପରେ ଯେଉଁ ହିନ୍ଦୁ ପାକିସ୍ତାନରେ ରହି ଯାଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଆମର ଦଳିତ ଭାଇ ଭଉଣୀ ଥିଲେ । ଆଉ ଏହି ଲୋକମାନଙ୍କୁ ବାବା ସାହେବ ଆମ୍ବେଦକର କହିଥିଲେ –

 “ଯେଉଁ ଅନୁସୂଚିତ ଜାତିର ଲୋକମାନେ ଆଜି ବାଧ୍ୟ ହୋଇ ପାକିସ୍ତାନରେ ରହୁଛନ୍ତି, ମୁଁ ସେମାନଙ୍କୁ କହିବାକୁ ଚାହୁଁଛି କି ସେମାନେ ଭାରତ ଫେରି ଆସନ୍ତୁ….”

ବାବା ସାହେବ ଆମ୍ବେଦକର ମଧ୍ୟ ଏହି ସନ୍ଦେଶ ଦେଇଥିଲେ । ଏହି ସମସ୍ତ ବୟାନ ଯେଉଁ ମହାନ ବ୍ୟକ୍ତିତ୍ୱଙ୍କର, ସେମାନେ ହେଉଛନ୍ତି ଏହି ଦେଶର ରାଷ୍ଟ୍ରନିର୍ମାତା । କ’ଣ ସେମାନେ ସମସ୍ତେ ସାମ୍ପ୍ରଦାୟିକ ଥିଲେ ? କଂଗ୍ରେସ ଏବଂ ତାଙ୍କର ସାଥୀ ଦଳ ଦେଶର ରାଷ୍ଟ୍ର ନିର୍ମାତାମାନଙ୍କୁ ମଧ୍ୟ ଭୋଟ ବ୍ୟାଙ୍କର ରାଜନୀତି ଯୋଗୁଁ ଭୁଲିବାରେ ଲାଗିଛନ୍ତି । ଏହା ହେଉଛି ଦେଶ ପାଇଁ ଚିନ୍ତାର ବିଷୟ ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ, 1997ରେ ଏଠାରେ ଅନେକ ସାଥୀ ଉପସ୍ଥିତ ଥିବେ । ହୋଇପାରେ କି ସଦନରେ ମଧ୍ୟ କିଏ ଥିବେ, ତାହା ସେହି ବର୍ଷ ଥିଲା, ଯେତେବେଳେ ତତ୍କାଳୀନ ସରକାରଙ୍କ ନିର୍ଦ୍ଦେଶରେ ହିନ୍ଦୁ ଏବଂ ଶିଖମାନଙ୍କୁ ବ୍ୟବହାର କରିବା ଆରମ୍ଭ ହେଲା । ପୂର୍ବରୁ ହେଉ ନଥିଲା, ଯୋଡ଼ାଗଲା ଏହାକୁ । 2011ରେ ଏଥିରେ ପାକିସ୍ତାନରୁ ଆସୁଥିବା ଖ୍ରୀଷ୍ଟିୟାନ ଏବଂ ବୁଦ୍ଧିଷ୍ଟ ଶବ୍ଦକୁ ଏକ ବର୍ଗ କରାଯାଇଥିଲା । ଏହା ସବୁ 2011ରେ ହୋଇଥିଲା ।

ବର୍ଷ 2003ରେ ଲୋକସଭାରେ ନାଗରିକ ସଂଶୋଧନ ବିଲ ପ୍ରସ୍ତୁତ କରାଗଲା । ନାଗରିକ ସଂଶୋଧନ ବିଲ 2003 ଉପରେ ସଂସଦର ଯେଉଁ ସ୍ଥାୟୀ କମିଟି ଚର୍ଚ୍ଚା କଲେ ଏବଂ ପୁଣି ତାକୁ ଆଗକୁ ବଢ଼ାଇଲେ, ସେହି କମିଟିରେ ଥିବା ଅନେକ କଂଗ୍ରେସର ସଦସ୍ୟ ଆଜି ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି, ଯେଉଁମାନେ ସେହି କମିଟିରେ ଥିଲେ ଏବଂ ସଂସଦର ସ୍ଥାୟୀ କମିଟିର ଏହି ରିପୋର୍ଟରେ କୁହାଗଲା “ପଡୋଶୀ ଦେଶରୁ ଆସୁଥିବା ସଂଖ୍ୟାଲଘୁଙ୍କୁ ଦୁଇଟି ଭାଗରେ ଦେଖାଯାଉ, ଗୋଟିଏ ହେଉଛି ଧର୍ମ ଆଧାରିତ କାରଣରୁ ଆସୁଥିବା ଏବଂ ଅନ୍ୟଟି ହେଉଛି– ସେହି ଅବୈଧ ଶରଣାର୍ଥୀ ଯେଉଁମାନେ ଜମିଜମା ଗଣ୍ଡଗୋଳ କାରଣରୁ ଆସି ଥାଆନ୍ତି ।” ଏହି କମିଟିର ହେଉଛି ରିପୋର୍ଟ । ଆଜି ଯେତେବେଳେ ଏହି ସରକାର ସେହି କଥାକୁ କରୁଛନ୍ତି ଏହା ଉପରେ 17 ବର୍ଷ ପରେ କାହିଁକି ହେଉଛି.. କାହିଁକି ହେଉଛି.. ବୋଲି ହଙ୍ଗାମା ହେଉଛି ।

28 ଫେବୃୟାରୀ, ଅଧ୍ୟକ୍ଷ ମହୋଦୟ, 28 ଫେବୃୟାରୀ 2004ରେ କେନ୍ଦ୍ର ସରକାର ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ରାଜସ୍ଥାନର ଦୁଇଟି ଜିଲ୍ଲାର ଏବଂ ଗୁଜରାଟର ଚାରୋଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ଅଧିକାର ଦିଆଗଲା କି ସେମାନେ ପାକିସ୍ତାନରୁ ଆସିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ହିନ୍ଦୁଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରି ପାରିବେ । ଏହି ନିୟମ 2005 ଏବଂ 2006ରେ ମଧ୍ୟ ଲାଗୁ ହେଲା । 2005 ଏବଂ 2006ରେ ଆପଣମାନେ ହିଁ ଥିଲେ । ସେତେବେଳେ ସମ୍ବିଧାନର ସେହି ମୂଳ ଭାବନାକୁ କୌଣସି ବିପଦ ହୋଇ ନଥିଲା, ତାହାର ବିରୁଦ୍ଧାଚରଣ କରୁ ନଥିଲା?

ଆଜିଠାରୁ 10 ବର୍ଷ ପୂର୍ବ ପର୍ଯ୍ୟନ୍ତ ଏସବୁ ଠିକ ଥିଲା, ରହିଥିଲା, ଯାହା ଉପରେ କେବେ କୌଣସି ପାଟି ଶୁଭୁ ନଥିଲା, ଆଜି ହଠାତ୍ ଆପଣମାନଙ୍କର ଦୁନିଆ ବଦଳି ଯାଇଛି । ପରାଜୟ, ପରାଜୟ ଆପଣଙ୍କୁ ଏତେ ପରିମାଣରେ ବିଚଳିତ କରୁଥିବ, ମୁଁ ଏହା କେବେ ଚିନ୍ତା ମଧ୍ୟ କରି ନଥିଲି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ, ଏନପିଆରର ମଧ୍ୟ ବହୁତ ଚର୍ଚ୍ଚା ହେଉଛି । ଜନଗଣନା ଏବଂ ଏନପିଆର ହେଉଛି ସାଧାରଣ ପ୍ରଶାସନିକ ଗତିବିଧି ସବୁ ଯେଉଁଗୁଡ଼ିକ ପୂର୍ବରୁ ମଧ୍ୟ କରାଯାଇ ଆସୁଛି । କିନ୍ତୁ ଯେତେବେଳେ ଭୋଟ ବ୍ୟାଙ୍କ ରାଜନୀତିର ଏଭଳି ଅସହାୟତା ରହିବ ତ ନିଜେ 2010ରେ ଏନପିଆରକୁ ଆଣିଥିବା ଲୋକ ଆଜି ଲୋକମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି, ବିରୋଧ କରୁଛନ୍ତି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ, ଯଦି ଆପଣ ଜନଗଣନାକୁ ଦେଖିବେ ତ ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଦଶକରେ କିଛି ପ୍ରଶ୍ନ ରହିଥିବ, ଦ୍ୱିତୀୟ ଦଶକରେ କିଛି ପ୍ରଶ୍ନ ବାହାର କରି ଦିଆ ଯାଇଥିବ, କିଛି ଯୋଡ଼ା ଯାଇଥିବ । ଯେଉଁଭଳି ଭାବେ ଆବଶ୍ୟକତା ରହିଥାଏ, ପ୍ରତ୍ୟେକ ଥର ଏହା ଶାସନର ବିଷୟ ବସ୍ତୁ ହୋଇଥାଏ, ଛୋଟ-ମୋଟ ପରିବର୍ତ୍ତନ ହୋଇ ଚାଲିଥାଏ । ଆମେ କେବେ ହେଲେ ମଧ୍ୟ ଗୁଜବ ପ୍ରସାରିତ କରିବା ଭଳି କାର୍ଯ୍ୟ କରିବା ନାହିଁ । ଆମ ଦେଶରେ ପୂର୍ବରୁ କେବେ ହେଲେ ମଧ୍ୟ ମାତୃଭାଷାର ଏତେ ବଡ଼ ସଙ୍କଟ ଦେଖା ଯାଇ ନଥିଲା । ଆଜି ସୁରଟରେ ଓଡ଼ିଶାରୁ ପ୍ରବାସୀ ହୋଇ ଆସିଥିବା ଲୋକ ବହୁତ ବଡ଼ ମାତ୍ରାରେ ରହୁଛନ୍ତି । ଆଉ ଗୁଜରାଟ ସରକାର ଏହା କହିବେ କି ଆମେ ଓଡିଆ ସ୍କୁଲ ଚଲାଇବୁ ନାହିଁ, ତ କେଉଁ ପର୍ଯ୍ୟନ୍ତ ଚାଲିବ । ମୁଁ ମାନୁଛି କି ସରକାରଙ୍କ ପାଖରେ ଏହି କଥାର ସୂଚନା ରହିଥିବା ଦରକାର ଯେ କିଏ, କେଉଁ ମାତୃଭାଷା କହୁଛି, ତାହାର ବାପା କେଉଁ ଭାଷାରେ କଥା ହେଉଥିଲେ, ସେତେବେଳେ ଯାଇ ସୁରଟରେ ଓଡିଆ ସ୍କୁଲଗୁଡ଼ିକୁ ଖୋଲା ଯାଇ ପାରିବ । ଆଗରୁ ସ୍ଥାନାନ୍ତରିତ ହେଉ ନଥିଲା, ଆଜି ଯେତେବେଳେ ସ୍ଥାନାନ୍ତରିତ ହେଉଛନ୍ତି ସେତେବେଳେ ଏହି କଥାର ଆବଶ୍ୟକତା ପଡ଼ୁଛି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ, ପୂର୍ବରୁ ଆମ ଦେଶରେ ସ୍ଥାନାନ୍ତରଣ ବହୁତ କମ୍ ମାତ୍ରାରେ ହେଉଥିଲା । ସମୟକ୍ରମେ ସହରଗୁଡ଼ିକ ପ୍ରତି ମୋହ ଜାଗ୍ରତ ହେବା, ସହରଗୁଡ଼ିକର ବିକାଶ ହେବା, ଲୋକମାନଙ୍କର ଆଶା ଆକାଂକ୍ଷାରେ ପରିବର୍ତ୍ତନ ଆସିବା, ତ ବିଗତ 30-40ବର୍ଷ ଧରି ଲଗାତାର ଭାବେ ଆମେ ଦେଖି ଆସୁଛେ କି ଅଧିକ ସ୍ଥାନାନ୍ତରଣ ଦୃଷ୍ଟିଗୋଚର ହେଉଛି । ଆଜି ଏହି ସ୍ଥାନାନ୍ତରଣରେ ମଧ୍ୟ, ଆଜି ଯେ ପର୍ଯ୍ୟନ୍ତ ନ ଜାଣିବେ କି କେଉଁ ଜିଲ୍ଲାରୁ ଅଧିକ ପରିମାଣରେ ସ୍ଥାନାନ୍ତର ହେଉଛନ୍ତି, କେଉଁମାନେ ଜିଲ୍ଲା ଛାଡି ଯାଉଛନ୍ତି, ଏହି ସୂଚନା ବିନା ସେହି ଜିଲ୍ଲାର ବିକାଶକୁ ଆପଣ ପ୍ରାଥମିକତା ଦେଇ ପାରିବେ ନାହିଁ ।

ଏହା ଆପଣମାନଙ୍କ ପାଇଁ ଆବଶ୍ୟକ ଯେ ଆପଣ ଏବଂ ଅନ୍ୟମାନେ ଏତେ ପରିମାଣରେ ଗୁଜବ ଖେଳାଇ ଦେଉଛନ୍ତି, ଲୋକମାନଙ୍କୁ ପଥଭ୍ରଷ୍ଟ କରୁଛନ୍ତି, ଆପଣ ତ 2010ରେ ଏନପିଆର ଆଣିଲେ । ଆମେ 2014ରୁ ଏଠାରେ ବସିଛୁ, କ’ଣ ଏହି ଏନପିଆରକୁ ନେଇ ଆମେ କେବେ ହେଲେ ମଧ୍ୟ କାହା ପାଇଁ କୌଣସି ପ୍ରଶ୍ନ ଚିହ୍ନ ଠିଆ କରିଛୁ କି, ରେକର୍ଡ ତ ଆମ ପାଖରେ ରହିଛି । କାହିଁକି ନାହିଁ, କାହିଁକି ମିଛ କହୁଛନ୍ତି ? କାହିଁକି ବୋକା ବନାଉଛନ୍ତି ? ଆପଣଙ୍କର ଏନପିଆରର ରେକର୍ଡ ଆମ ପାଖରେ ଅଛି । ଆପଣଙ୍କ ସମୟର ଏନପିଆର ରେକର୍ଡ ରହିଛି । ଏହି ଦେଶର କୌଣସି ମଧ୍ୟ ନାଗରିକଙ୍କୁ ସେହି ଏନପିଆର ଆଧାରରେ ପ୍ରତାଡିତ କରାଯାଇ ନାହିଁ ।

କେବଳ ଏତିକି ହିଁ ନୁହେଁ, ଆଦରଣୀୟ ଅଧ୍ୟକ୍ଷ ମହୋଦୟ, ୟୁପିଏର ତତ୍କାଳୀନ ସ୍ୱରାଷ୍ଟ୍ରମନ୍ତ୍ରୀ ଏନପିଆରର ଶୁଭାରମ୍ଭ ସମୟରେ ପ୍ରତ୍ୟେକ ସାଧାରଣ ଜନତା, ସାଧାରଣ ବାସସ୍ଥାନ ଆଧାରରେ ଏନପିଆରରେ ପଞ୍ଜିକରଣର ଆବଶ୍ୟକତା ଉପରେ ବିଶେଷ ଭାବେ ଗୁରୁତ୍ୱ ଦେଇ କହିଥିଲେ କି ପ୍ରତ୍ୟେକଙ୍କୁ ଏହି ପ୍ରୟାସର ଅଂଶ ବିଶେଷ ହେବା ଉଚିତ । ସେ ଔପଚାରିକ ଭାବେ ଗଣମାଧ୍ୟମକୁ ମଧ୍ୟ ନିବେଦନ କରିଥିଲେ କି ଗଣମାଧ୍ୟମ ଏନପିଆରର ପ୍ରଚାର କରନ୍ତୁ । ଲୋକମାନଙ୍କୁ ଶିକ୍ଷିତ କରାନ୍ତୁ, ଲୋକମାନେ ଏନପିଆର ସହିତ ଯୋଡ଼ି ହୁଅନ୍ତୁ । ତ ସେ ସମୟର ସ୍ୱରାଷ୍ଟ୍ରମନ୍ତ୍ରୀ ସାର୍ବଜନୀନ ଭାବେ ନିବେଦନ କରିଥିଲେ ।

ୟୁପିଏ 2010ରେ ଏନପିଆର ଲାଗୁ କରାଇଲେ, 2011ରେ ଏନପିଆର ପାଇଁ ବାୟୋମେଟ୍ରିକ ଡାଟା ମଧ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଲେ ।

ଆପଣ ଯେତେବେଳେ 2014ରେ ସରକାରରୁ ଚାଲିଗଲେ, ସେ ପର୍ଯ୍ୟନ୍ତ ଏନପିଆର ମାଧ୍ୟମରେ କୋଟି କୋଟି ନାଗରିକଙ୍କର ଫଟୋ ସ୍କାନ କରି ରେକର୍ଡ ପ୍ରସ୍ତୁତ କରିବାର କାର୍ଯ୍ୟ କରାଯାଇ ସାରିଥିଲା ଏବଂ ବାୟୋମେଟ୍ରିକ ଡାଟା ସଂଗ୍ରହ କାର୍ଯ୍ୟ ପ୍ରଗତି ପଥରେ ଥିଲା । ଏହା ହେଉଛି ଆପଣଙ୍କ କାର୍ଯ୍ୟକାଳର କଥା ଯାହା ମୁଁ ଜଣାଉଛି ।

 ଆଜି ଆମେ ଯେତେବେଳେ ଆପଣଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସେହି ଏନପିଆର ରେକର୍ଡଗୁଡ଼ିକୁ 2015ରେ ଅପଡେଟ୍ କଲୁ । ଆଉ ସେହି ଏନପିଆର ରେକର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଭଳି ସରକାରଙ୍କର ତମାମ ଯୋଜନାଗୁଡ଼ିକରେ ରହି ଯାଇଥିବା ହିତାଧିକାରୀଙ୍କୁ ଚିହ୍ନଟ କରି ସେଥିରେ ସାମିଲ କରିବା ପାଇଁ ଆପଣଙ୍କ ଦ୍ୱାରା କରାଯାଇଥିବା ଏନପିଆର ରେକର୍ଡର ସକରାତ୍ମକ ଉପଯୋଗ ଆମେ କଲୁ ଏବଂ ଗରିବଙ୍କୁ ଲାଭ ପହଂଚାଇଲୁ ।

କିନ୍ତୁ ଆଜି ଦେଶରେ ରାଜନୈତିକ ପରିସ୍ଥିତି ସୃଷ୍ଟି କରି ଆପଣ ଏନପିଆରକୁ ବିରୋଧ କରୁଛନ୍ତି, ଆଉ କୋଟି କୋଟି ଗରିବଙ୍କୁ ସରକାରଙ୍କର ଏହି ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ଅଂଶୀଦାର ହେବାରୁ ରୋକୁଛନ୍ତି ଯାହା ହେଉଛି ପାପ । ନିଜର ତୁଚ୍ଛ ରାଜନୈତିକ ସ୍ୱାର୍ଥ ଓ ଗୌଣ ମାନସିକତା ପାଇଁ ଯେଉଁମାନେ ମଧ୍ୟ ଏହା କରୁଛନ୍ତି, ସେମାନଙ୍କର ଗରିବ ବିରୋଧି ମାନସିକତା ପ୍ରକଟ ହେଉଛି ।

2020 ଜନଗଣନା ସହିତ ହିଁ ଆମେ ଏନପିଆର ରେକର୍ଡକୁ ଅପଡେଟ କରିବାକୁ ଚାହୁଁଛୁ, ଫଳରେ ଗରିବଙ୍କ ପାଇଁ ଚାଲୁ ରହିଥିବା ଏହିସବୁ ଯୋଜନା ଆହୁରି ଅଧିକ ପ୍ରଭାବଶାଳୀ ଢ଼ଂଗରେ ଏବଂ ସଚ୍ଚୋଟତାର ସହିତ ସେମାନଙ୍କ ନିକଟରେ ପହଂଚିପାରୁ । କିନ୍ତୁ କାହିଁକି ନା ଆଜି ଆପଣ ବିରୋଧି ଦଳରେ ଅଛନ୍ତି, ତ ଆପଣଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏନପିଆର ଆପଣଙ୍କୁ ହିଁ ଖରାପ ଦେଖା ଯିବାକୁ ଲାଗିଲାଣି ।

ଆଦରଣୀୟ ଅଧ୍ୟକ୍ଷ ମହୋଦୟ, ସମସ୍ତ ରାଜ୍ୟ ଏନପିଆରର ସରକାରୀ ବିଜ୍ଞପ୍ତି ଜାରି କରି ଅନୁମୋଦନ କରିଛନ୍ତି । ଏବେ କିଛି ରାଜ୍ୟଗୁଡ଼ିକ ହଠାତ୍ ଭାବେ ଭିନ୍ନ ମୋଡ ନେଇ ନେଇଛନ୍ତି ଆଉ ଏଥିରେ କେଁ ରଖିଛନ୍ତି, ଆଉ ଜାଣିଶୁଣି ଏହାର ମହତ୍ଵ ଏବଂ ଗରିବଙ୍କ ପାଇଁ ଏହାର ଲାଭକୁ ଅଣଦେଖା କରୁଛନ୍ତି । ଯେଉଁ କାର୍ଯ୍ୟଗୁଡ଼ିକୁ ଆପଣ 70 ବର୍ଷରେ କରି ନଥିଲେ, ସେମାନଙ୍କୁ ବିପକ୍ଷରେ ବସି ଏଭଳି କଥା କହିବା ଆଦୌ ଶୋଭା ପାଉ ନାହିଁ ।

କିନ୍ତୁ ଯେଉଁ କାର୍ଯ୍ୟଟିକୁ ଆପଣମାନେ ବ୍ୟବସ୍ଥିତ ଢ଼ଂଗରେ ଆଣିଲେ, ଆଗକୁ ବଢ଼ାଇଲେ, ଗଣମାଧ୍ୟମରେ ପ୍ରଚାର କରାଇଲେ, ଏବେ ତାହାକୁ ହିଁ ଅଛୁଆଁ କହି ତାହାକୁ ବିରୋଧ କରିବାରେ ଲାଗି ପଡ଼ିଛନ୍ତି ! ଏହା ହେଉଛି ଏହି କଥାର ପ୍ରମାଣ କି ଆପଣଙ୍କର କଥା କେବଳ ଏବଂ କେବଳ ଭୋଟବ୍ୟାଙ୍କର ରାଜନୀତି ହିସାବରେ ସ୍ଥିର ହୋଇଥାଏ । ଯଦି ତୁଷ୍ଟିକରଣର ପ୍ରଶ୍ନ ରହିଛି ତ ବିକାଶ ଏବଂ ବିଭାଜନ ମଧ୍ୟରୁ ଆପଣ ଧାରରେ ଚାଲିବା ଭଳି ବିଭାଜନର ରାସ୍ତାକୁ ହିଁ ଧରିନେବେ ।

ଏଭଳି ଅବସରବାଦୀ ବିରୋଧ ଦ୍ୱାରା କୌଣସି ଦଳର ଲାଭ କିମ୍ବା କ୍ଷତି ହୋଇପାରେ, କିନ୍ତୁ ଏହା ଫଳରେ ସୁନିଶ୍ଚିତ ଭାବେ ଦେଶର କ୍ଷତି ହେବ । ଦେଶରେ ଅବିଶ୍ୱାସର ସ୍ଥିତି ସୃଷ୍ଟି ହେବ । ଏଥିପାଇଁ ମୋର ଅନୁରୋଧ ରହିବ କି ଆମେ ସତ୍ୟକୁ, ସଠିକ ସ୍ଥିତିକୁ ହିଁ ଜନତାଙ୍କ ସାମନାକୁ ଆଣିବା ।

ଏହି ଦଶକରେ ଦୁନିଆକୁ ଭାରତଠାରୁ ବହୁତଗୁଡ଼ିଏ ଆଶା ଆକାଂକ୍ଷା ରହିଛି ଏବଂ ଭାରତୀୟମାନଙ୍କୁ ମଧ୍ୟ ଆମଠାରୁ ବହୁତ କିଛି ଆଶା ରହିଛି । ଏହି ଆଶାଗୁଡ଼ିକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କର ପ୍ରୟାସ 130 କୋଟି ଭାରତବାସୀଙ୍କ ଆକାଂକ୍ଷା ଅନୁରୂପ ହେବା ଦରକାର ।

ଏହା ସେତେବେଳେ ଯାଇ ସମ୍ଭବ ଯେତେବେଳେ ରାଷ୍ଟ୍ର ହିତର ସମସ୍ତ ମାମଲାରେ ସଦନ ସଂଗଚ୍ଛଧ୍ୱମ୍, ସମ୍ବଦଧ୍ୱମ୍ ଅର୍ଥାତ ସାଥୀରେ ଚାଲ, ଗୋଟିଏ ସୁର ନେଇ ଆଗକୁ ବଢ଼, ଏହି ସଂକଳ୍ପ ଦ୍ୱାରା ଚାଲୁଛୁ । ତର୍କ ହେଉ, ଆଲୋଚନା ହେଉ ଏବଂ ତା’ପରେ ନିଷ୍ପତ୍ତି ହେଉ ।

ଶ୍ରୀମାନ ଦିଗବିଜୟ ସିଂହ ଏଠାରେ ଏକ କବିତା ଶୁଣାଇଲେ, ତ ମୋର ମଧ୍ୟ ଏକ କବିତା ମନେ ପଡ଼ିଗଲା ।

ମୋର କୌଣସି ଘର ନାହିଁ, କେବଳ ଖୋଲା ସ୍ଥାନ

ଯେଉଁଠି ଭରି ରହିଛି ସତ୍ୟ ଦୟା, ଆଶା ଏବଂ ସ୍ୱପ୍ନ

ଆଶା ରଖିଛି ମୋ ଦେଶକୁ ବିକଶିତ ଏବଂ ମହାନ ଭାବେ ଦେଖିବା ପାଇଁ,

ସ୍ୱପ୍ନ ରହିଛି ସୁଖ ଏବଂ ଶାନ୍ତିକୁ ଚାରିପଟେ ଦେଖିବା ପାଇଁ !!

ମୋତେ ଭାରତର ମହାନ ସୁପୁତ୍ର, ପୂର୍ବ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମଙ୍କର ଏହି ପଂକ୍ତି ଭଲ ଲାଗିଲା, ମୋତେ ଏହା ଭଲ ଲାଗିଲା ଏବଂ ଆପଣଙ୍କୁ ଆପଣଙ୍କ ପସନ୍ଦର ପଂକ୍ତି ସବୁ ଭଲ ଲାଗିଲା । ଏହି ଲୋକକଥା ମଧ୍ୟ ଆପଣ ଶୁଣିଥିବେ ‘ଜାକି ରହି ଭାବନା ଯୈସୀ, ପ୍ରଭୁ ସୁରତ ଦେଖି ନିତ୍ ତୈସୀ’.. ଅର୍ଥାତ ଯାହାର ମନ ଯେଡେ ତାହାର ପ୍ରଭୁ ସେଡ଼େ । ଏବେ ନିଷ୍ପତ୍ତି ଆପଣଙ୍କୁ ନେବାର ଅଛି, କି ନିଜର ପସନ୍ଦ ବଦଳାନ୍ତୁ କିମ୍ବା ଏକବିଂଶ ଶତାବ୍ଦୀରେ ବିଂଶ ଶତାବ୍ଦୀର ଉଦାଷ ଭାବନା ନେଇ ବଂଚି ରୁହନ୍ତୁ ।

ଏହି ନୂତନ ଭାରତ ଆଗକୁ ବଢ଼ି ଚାଲିଛି । ଏହା କର୍ତ୍ତବ୍ୟ ପଥରେ ଆଗକୁ ବଢ଼ି ଚାଲିଛି ଏବଂ କର୍ତ୍ତବ୍ୟରେ ହିଁ ସବୁ ଅଧିକାରଗୁଡ଼ିକର ସାର ରହିଛି, ଏହା ତ ହେଉଛି ମହାତ୍ମାଗାନ୍ଧୀଙ୍କ ସନ୍ଦେଶ ।

ଆସନ୍ତୁ, ଆମେ ଗାନ୍ଧୀଜୀ କହିଥିବା କର୍ତ୍ତବ୍ୟ ପଥରେ ଆଗକୁ ବଢ଼ି, ଏକ ସମୃଦ୍ଧ, ସମର୍ଥ ଏବଂ ସଂକଳ୍ପିତ ନୂତନ ଭାରତ ନିର୍ମାଣରେ ଲାଗି ପଡ଼ିବା । ଆମ ସମସ୍ତଙ୍କର ସାମୂହିକ ପ୍ରୟାସ ଦ୍ୱାରା ହିଁ ଭାରତର ପ୍ରତ୍ୟେକ ଆକାଂକ୍ଷା, ପ୍ରତ୍ୟେକ ସଂକଳ୍ପ ସିଦ୍ଧି ହେବ ।

ଆଉ ଥରେ ପୁଣି ରାଷ୍ଟ୍ରପତି ମହୋଦୟଙ୍କର ଏବଂ ଆପଣ ସମସ୍ତ ସଦସ୍ୟଙ୍କୁ ମୁଁ ହୃଦୟର ସହିତ ବହୁତ-ବହୁତ କୃତଜ୍ଞତା ଜଣାଉଛି, ଆଉ ମୁଁ ଏହି ଭାବନାର ସହିତ ଯେ, ଦେଶର ଏକତା ଏବଂ ଅଖଣ୍ଡତାକୁ ପ୍ରାଥମିକତା ଦେଇ, ଭାରତର ସମ୍ବିଧାନର ଉଚ୍ଚ ଭାବନାକୁ ଆଦର ଜଣାଇ ଆମେ ସମସ୍ତେ ମିଳିମିଶି ଚାଲିବା, ଦେଶକୁ ଆଗକୁ ବଢ଼ାଇବା ପାଇଁ ଆମେ ନିଜର ଯୋଗଦାନ ଦେବା, ଏହି ଭାବନା ସହିତ ମୁଁ ଆଉ ଥରେ ପୁଣି ଆଦରଣୀୟ ରାଷ୍ଟ୍ରପତି ମହୋଦୟଙ୍କ ପ୍ରତି ନିଜର କୃତଜ୍ଞତା ବ୍ୟକ୍ତ କରୁଛି ଆଉ ଏହି ଚର୍ଚ୍ଚାକୁ ସମୃଦ୍ଧ କରିଥିବା ସମସ୍ତ ଆଦରଣୀୟ ସଦସ୍ୟମାନଙ୍କ ପ୍ରତି ମୋର କୃତଜ୍ଞତା ବ୍ୟକ୍ତ କରୁଛି ।

ବହୁତ-ବହୁତ ଧନ୍ୟବାଦ । 

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”