"ବନ୍ଦେ ମାତରମ୍ ଆମ ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ପ୍ରଦାନ କରିଥିଲା: ପ୍ରଧାନମନ୍ତ୍ରୀ
ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଆମେ "ବନ୍ଦେ ମାତରମ୍"ର ୧୫୦ ବର୍ଷ ପୂର୍ତ୍ତି ପାଳନ କରୁଛେ : ପ୍ରଧାନମନ୍ତ୍ରୀ
"ବନ୍ଦେ ମାତରମ୍" ହେଉଛି ସେହି ଶକ୍ତି ଯାହା ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଆମକୁ ପ୍ରେରଣା ଦେଇଥାଏ: ପ୍ରଧାନମନ୍ତ୍ରୀ
"ବନ୍ଦେ ମାତରମ୍" ହଜାର ହଜାର ବର୍ଷ ଧରି ଭାରତରେ ଗଭୀର ଭାବେ ପ୍ରଭାବ ବିସ୍ତାର କରିଥିବା ଏକ ଚିନ୍ତାଧାରାକୁ ପୁନର୍ଜୀବିତ କରିଥିଲା: ପ୍ରଧାନମନ୍ତ୍ରୀ
"ବନ୍ଦେ ମାତରମ୍"ରେ ହଜାର ହଜାର ବର୍ଷର ସାଂସ୍କୃତିକ ଶକ୍ତି ଥିଲା, ଏଥିରେ ସ୍ୱାଧୀନତାର ଆତ୍ମା ଏବଂ ସ୍ୱାଧୀନ ଭାରତର ଦୃଷ୍ଟିକୋଣ ମଧ୍ୟ ଥିଲା: ପ୍ରଧାନମନ୍ତ୍ରୀ
ଲୋକଙ୍କ ସହିତ "ବନ୍ଦେ ମାତରମ୍"ର ଗଭୀର ସମ୍ପର୍କ ଆମ ସ୍ୱାଧୀନତା ଆନ୍ଦୋଳନର ଯାତ୍ରାକୁ ପ୍ରତିଫଳିତ କରେ: ପ୍ରଧାନମନ୍ତ୍ରୀ
"ବନ୍ଦେ ମାତରମ୍" ଆମର ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ଏବଂ ଦିଗଦର୍ଶନ ଦେଇଥିଲା: ପ୍ରଧାନମନ୍ତ୍ରୀ
"ବନ୍ଦେ ମାତରମ୍" ହେଉଛି ଏକ ସର୍ବାଙ୍ଗୀନ ମନ୍ତ୍ର ଯାହା ସ୍ୱାଧୀନତା, ତ୍ୟାଗ, ଶକ୍ତି, ପବିତ୍ରତା, ସମର୍ପଣ ଏବଂ ସ୍ଥିରତାକୁ ପ୍ରେରଣା ଦେଇଥିଲା: ପ୍ରଧାନମନ୍ତ୍ରୀ

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ମୁଁ ଆପଣଙ୍କୁ ଓ ଗୃହର ସବୁ ମାନନୀୟ ସଦସ୍ୟଙ୍କୁ ଏହି ଅବସରରେ ଏକ ସାମୂହିକ ଚର୍ଚ୍ଚାର ମାହୋଲ ସୃଷ୍ଟି କରିଥିବାରୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଯେଉଁ ମନ୍ତ୍ର ଓ ଯେଉଁ ଜୟଘୋଷ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଊର୍ଜ୍ଜା ଓ ପ୍ରେରଣା ଦେଇଥିଲା, ତ୍ୟାଗ ଓ ତପସ୍ୟାର ମାର୍ଗ ଦେଖାଇଥିଲା, ସେହି ବନ୍ଦେ ମାତରମର ପୁଣ୍ୟ ସ୍ମରଣ କରିବା, ଏହି ପବିତ୍ର ଗୃହରେ ଆମ ସମସ୍ତଙ୍କ ଲାଗି ବହୁତ ବଡ ସୌଭାଗ୍ୟ । ଆଉ ଆମ ସମସ୍ତଙ୍କ ଲାଗି ଗର୍ବର କଥା ଯେ, ବନ୍ଦେ ମାତରମର ଦେଢ ଶହ ବର୍ଷ ନିମିତ ଏହି ଐତିହାସିକ ଅବସରରେ ଆମେ ସାକ୍ଷୀ ପ୍ରସ୍ତୁତ କରୁଛୁ । ଏହା ଏପରି ଏକ କାଳଖଣ୍ଡ ଯାହା ଆମ ଇତିହାସର ଅଗଣିତ ଘଟଣାବଳୀକୁ ଆଗକୁ ନେଇ ଆସୁଛି । ଏହି ଚର୍ଚ୍ଚା ସଂସଦର ପ୍ରତିବଦ୍ଧତାକୁ ପ୍ରକଟ କରୁଛି । ଯଦି ଆମେ ମିଳିମିଶି ଏହାର ସଦୁପଯୋଗ କରନ୍ତି ତେବେ ଆସୁଥିବା ପିଢି ଲାଗି, ପ୍ରତି ପିଢି ଲାଗି ଏହା ଶିକ୍ଷାର କାରଣ ହୋଇପାରିବ । 

ଆଦରଣୀୟ ଅଧ୍ୟକ୍ଷ ମହୋଦୟ,

ଇଏ ଏପରି ଏକ କାଳଖଣ୍ଡ, ଯେବେ ଇତିହାସର ବହୁ ପ୍ରେରଣାଦାୟୀ ପ୍ରସଙ୍ଗ ପୁଣିଥରେ ଆମ ଆଗରେ ପ୍ରତୀୟମାନ ହେଉଛି । ଏବେ ଏବେ ଆମେ ଆମ ସମ୍ବିଧାନର ୭୫ ବର୍ଷ ଗୌରବପୂର୍ଣ୍ଣ ପୂର୍ତି ପାଳନ କରିଲୁ । ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଭଗବାନ ବିର୍ସା ମୁଣ୍ଡାଙ୍କ ଦେଢ ଶହ ବର୍ଷ ଜୟନ୍ତୀ ଦେଶ ପାଳନ କରୁଛି । ଆଉ ଏବେ ଏବେ ଆମେ ଗୁରୁ ତେଗ ବାହାଦୂରଜୀଙ୍କର ୩୫୦ ତମ ବଳିଦାନ ଦିବସ ପାଳନ କରିଲୁ । ଆଜି ବନ୍ଦେ ମାତରମର ଦେଢ ଶହ ବର୍ଷ ପୂର୍ତି ପାଇଁ ସଂସଦର ସାମୂହିକ ଊର୍ଜ୍ଜାକୁ ଅନୁଭବ କରିବାକୁ ପ୍ରୟାସ କରୁଛୁ । ବନ୍ଦେ ମାତରମର ଦେଢ ଶହ ବର୍ଷର ଏହି ଯାତ୍ରା ବହୁ ଉତଥାନ ପତନ ଦେଇ ଗତି କରିଛି ।

କିନ୍ତୁ ଆଦରଣୀୟ ଅଧ୍ୟକ୍ଷଜୀ,

ବନ୍ଦେ ମାତରମର ଯେବେ ୫୦ ବର୍ଷ ହେଲା, ସେବେ ପରାଧୀନତା ଭିତରେ ବଂଚିବାକୁ ଦେଶ ବାଧ୍ୟ ହେଉଥିଲା । ଯେବେ ବନ୍ଦେ ମାତରମର ୧୦୦ ବର୍ଷ ହେଲା ସେବେ ଦେଶ ଜରୁରୀକାଳୀନ ପରିସ୍ଥିତି ଦେଇ ଗତି କରୁଥିଲା । ଯେବେ ବନ୍ଦେ ମାତରମର ୧୦୦ ବର୍ଷ ଅତ୍ୟନ୍ତ ଉତମ ଥିଲା ସେବେ ଭାରତୀୟ ସମ୍ବିଧାନକୁ ହତ୍ୟା କରାଗଲା । ଯେବେ ବନ୍ଦେ ମାତରମର ୧୦୦ ବର୍ଷ ପୂର୍ତି ହେଲା, ସେବେ ଦେଶ ଭକ୍ତି ଲାଗି ଜୀବନ-ମରଣ ସହ ସଂଘର୍ଷ କରୁଥିବା ଲୋକଙ୍କୁ ଜେଲ ଭିତରେ ବନ୍ଦୀ କରାଗଲା । ଯେଉଁ ବନ୍ଦେ ମାତରମ ଗୀତ ଦେଶର ସ୍ୱାଧୀନତା ଲାଗି ଊର୍ଜ୍ଜା ଦେଉଥିଲା, ତାର ୧୦୦ ବର୍ଷ ପୂର୍ତିରେ ଦୁର୍ଭାଗ୍ୟବଶତଃ ଆମ ଇତିହାସରେ ଏକ କଳା କାଳଖଣ୍ଡ ଉଜାଗର ହେଲା । ସେତେବେଳେ ଲୋକତନ୍ତ୍ରର ଅସ୍ପଷ୍ଟ ବଳୟ ଭିତରେ ଆମେ ଥିଲେ ।

ଆଦରଣୀୟ ଅଧ୍ୟକ୍ଷ,

ଦେଢ ଶହ ବର୍ଷ ସେହି ମହାନ ଅଧ୍ୟାୟକୁ, ସେହି ଗୌରବକୁ ପୁନଃ ସ୍ଥାପନ କରିବାର ଏକ ଅବସର । ଆଉ ମୁଁ ସ୍ୱୀକାର କରୁଛି ଯେ, ଉଭୟ ସଦନ ଓ ଦେଶ ଏହି ଅବସରକୁ ଯିବା ପାଇଁ ଦେବ ନାହିଁ । ଏହି ବନ୍ଦେ ମାତରମ ୧୯୪୭ରେ ଦେଶକୁ ସ୍ୱାଧୀନତା ଦେଇଥିଲା । ସ୍ୱତନ୍ତ୍ରତା ସଂଗ୍ରାମର ଭାବନାତ୍ମକ ନେତୃତ୍ୱ ଏହି ବନ୍ଦେ ମାତରମର ଜୟ ଘୋଷରେ ନିହିତ ଥିଲା ।

ଆଦରଣୀୟ ଅଧ୍ୟକ୍ଷ,

ଆପଣଙ୍କ ଆଗରେ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତି ଲାଗି ଚର୍ଚ୍ଚା ଆରମ୍ଭ କରିବାକୁ ମୁଁ ଛିଡା ହୋଇଛି । ଏଠାରେ କୌଣସି ପ୍ରତିପକ୍ଷ ନାହାନ୍ତି । କାରଣ ଆମେ ଯେଉଁସବୁ ଏଠି ଚର୍ଚ୍ଚା କରିବାକୁ ସମବେତ ହୋଇଛୁ ପ୍ରକୃତପକ୍ଷେ ଆମେ ଋଣ ସ୍ୱୀକାର କରିବାକୁ ପଡିବ ଯେ, ଯେଉଁ ବନ୍ଦେ ମାତରମ ଲାଗି ଲକ୍ଷାଧିକ ଲୋକ ସ୍ୱାଧୀନତା ଲାଗି ଆନ୍ଦୋଳନ ଚଳାଉଥିଲେ ତାର ପରିମାଣସ୍ୱରୂପ ଆମେ ଆଜି ଏଠି ବସିପାରିଛେ । ଆଉ ସେଥିପାଇଁ ଆମର ସବୁ ସାଂସଦ ଓ ଜନ ପ୍ରତିନିଧିଙ୍କ ଲାଗି ବନ୍ଦେ ମାତରମର ଋଣ ସ୍ୱୀକାର କରିବା ଲାଗି ଏହା ଏକ ପବିତ୍ର ମୂହୁର୍ତ । ଆଉ ଏହି ପ୍ରେରଣାକୁ ନେଇ ସ୍ୱାଧୀନତା ଲାଗି ଦେଶ ଯେଉଁ ସଂଗ୍ରାମ କଲା । ଉତର, ଦକ୍ଷିଣ, ପୂର୍ବ, ପଶ୍ଚିମ ସବୁ ଦିଗରେ ସାରା ଦେଶ ଏକ ସ୍ୱରରେ ବନ୍ଦେ ମାତରମ ଗାନ କରି ଆଗକୁ ବଢିଲା । ପୁଣିଥରେ ଅବସର ଆସିଛି ଯେବେ ଆମେ ଏକାଠି ଚାଲିବା, ଦେଶକୁ ସାଙ୍ଗରେ ନେଇ ଚାଲିବା, ସ୍ୱାଧୀନତା ଲାଗି ଯେଉଁମାନେ ସ୍ୱପ୍ନ ଦେଖିଥିଲେ ତାକୁ ସାକାର କରିବା ଲାଗି ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତି ସମସ୍ତଙ୍କ ଲାଗି ପ୍ରେରଣାର ସୂତ୍ର ପାଲଟୁ । ଆମ ସମସ୍ତଙ୍କ ଊର୍ଜ୍ଜାର କେନ୍ଦ୍ର ପାଲଟୁ । ଆଉ ଦେଶ ଆତ୍ମ ନିର୍ଭର ହେଉ । ୨୦୪୭ ସୁଦ୍ଧା ଆମେ ବିକଶିତ ଭାରତ ନିର୍ମାଣ କରିବା । ଏହି ସଂକଳ୍ପ ଦୋହରାଇବା ଲାଗି ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତି ଆମ ପାଇଁ ଏକ ବିରାଟ ସୁଯୋଗ ।

ଆଦରଣୀୟ ଅଧ୍ୟକ୍ଷ,

ଦାଦା ଆପଣ ସୁସ୍ଥ ଅଛନ୍ତି ତ । ନା, ଏହି ବୟସରେ ବେଳେ ବେଳେ ଏମିତି ହୋଇଯାଏ ।

ଆଦରଣୀୟ ଅଧ୍ୟକ୍ଷ,

ବନ୍ଦେ ମାତରମର ଏହି ଅଧ୍ୟାୟ ୧୮୫୭ରେ ବଙ୍କିମ ଚନ୍ଦ୍ର କରିଥିଲେ । ଆଉ ଗୀତ ଏପରି ଏକ ସମୟରେ ଲେଖାଯାଇଥିଲା ଯେବେ ୧୮୫୭ ସ୍ୱତନ୍ତ୍ରତା ସଂଗ୍ରାମ ପରେ ଅଂଗ୍ରେଜ ସମ୍ମେଳନ ବିକ୍ଷିପ୍ତ ହୋଇ ରହିଥିଲା । ଭାରତ ଉପରେ ଚାପ ପ୍ରୟୋଗ କରାଯାଉଥିଲା । ଅନେକ ଜାଗାରେ ଜୁଲମ କରାଯାଉଥିଲା । ଭାରତୀୟମାନଙ୍କୁ ଅଂଗ୍ରେଜମାନଙ୍କ ଦ୍ୱାରା ବାଧ୍ୟ କରାଯାଉଥିଲା । ଅଂଗ୍ରେଜମାନଙ୍କର ରାଷ୍ଟ୍ରିୟ ଗୀତ – ଗଡ ସେଭ ଦି କୁଇନକୁ ପ୍ରତି ଘରେ ପହଂଚାଇବାକୁ ଷଡଯନ୍ତ୍ର କରାଯାଉଥିଲା । ଏପରି ସମୟରେ ବଙ୍କିମ ବାବୁ ଚ୍ୟାଲେଞ୍ଜ କଲେ । ଇଟାର ଜବାବ ପଥରେ ଦେଲେ । ବନ୍ଦେ ମାତରମର ଜନ୍ମ ହେଲା । ଏହାର କିଛି ବର୍ଷ ପରେ ୧୮୮୨ରେ ଯେବେ ଆନନ୍ଦ ମଠ ଲେଖାଗଲା ସେବେ ସେହି ଗୀତକୁ ସେଥିରେ ସନ୍ନିବେଶିତ କରାଗଲା ।

ଆଦରଣୀୟ ଅଧ୍ୟକ୍ଷ,

ବନ୍ଦେ ମାତରମ ସେହି ଚିନ୍ତାଧାରାକୁ ପୁନର୍ଜୀବିତ କରିଥିଲା । ଯାହା ଭାରତବର୍ଷର ଶିରା ପ୍ରଶିରାରେ ପ୍ରଧାବିତ ହେଉଥିଲା । ସେହି ଭାବକୁ, ସେହି ସଂସ୍କାରକୁ, ସେହି ସଂସ୍କୃତିକୁ, ସେହି ପରମ୍ପରାକୁ ସେ ଅତି ଉତମ ଶବ୍ଦରେ ଉତମ ଭାବର ସହ ବନ୍ଦେ ମାତରମକୁ ଭେଟି ଦେଇଥିଲା । ବନ୍ଦେ ମାତରମ କେବଳ ସ୍ୱାଧୀନତା ଲାଗି ଏକ ମନ୍ତ୍ର ନଥିଲା । କେବଳ ଅଂଗ୍ରେଜ ଯିବା, ଆମେ ଛିଡା ହେବା ଓ ଆମ ରାସ୍ତାରେ ଚାଲିବା ଏତିକି ମାତ୍ର ପର୍ଯ୍ୟନ୍ତ ଏହା ସୀମିତ ନଥିଲା ବରଂ ଏହାଠାରୁ ଅଧିକ ମାତ୍ରାରେ ଆଗରେ ରହିଥିଲା । ଏହି ମାତୃଭୂମିକୁ ପରାଧୀନତାର କବଳରୁ ମୁକ୍ତ କରିବା ହିଁ ସ୍ୱାଧୀନତା ସଂଗ୍ରାମ ଥିଲା । ଆମ ମା ଭାରତୀକୁ ସେହି ପରାଧୀନ ଶୃଙ୍ଖଳରୁ ମୁକ୍ତ କରିବା ଲାଗି ଅଭିପ୍ରେରିତ ଥିଲା । ଆଉ ବନ୍ଦେ ମାତରମର ପୃଷ୍ଠଭୂମି ଆମେ ଦେଖିବା । ତାର ସଂସ୍କାର ତରିକାକୁ ଦେଖିବା । ବେଦ କାଳରୁ ଆମର ଏଠି ଗୋଟିଏ କଥା ପ୍ରଚଳିତ ରହିଛି । ଯେବେ ବନ୍ଦେ ମାତରମ କହିଥାଉ ସେବେ ସେହି ବେଦ ବାକ୍ୟର କଥା ମନେପଡେ । ବେଦ କାଳରୁ କୁହାଯାଇଆସୁଛି ଯେ, ମାତା ଭୂମିଃ, ପୁତ୍ରୋହଂ ପୃଥିବ୍ୟାଃ । ଅର୍ଥାତ ଏହି ଭୂମି ମୋର ମାତା ଓ ମୁଁ ପୃଥିବୀର ପୁତ୍ର ଅଟେ ।       

ଆଦରଣୀୟ ଅଧ୍ୟକ୍ଷ,

ଏହା ସେହି ବିଚାର ଯାହା ପ୍ରଭୁ ଶ୍ରୀରାମ ଲଙ୍କାକୁ ଛାଡିଥିବା ବେଳେ କହିଥିଲେ । ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସି । ବନ୍ଦେ ମାତରମ ଏହି ମହାନ ଆଧୁନିକ ପରମ୍ପରାର ଏକ ଆଧୁନିକ ଅବତାର ଅଟେ ।

ଆଦରଣୀୟ ଅଧ୍ୟକ୍ଷ,

ବଙ୍କିମ ଚନ୍ଦ୍ର ଯେବେ ବନ୍ଦେ ମାତରମର ରଚନା କରିଥିଲେ, ସ୍ୱାଭାବିକ ଭାବରେ ତାହା ସ୍ୱତନ୍ତ୍ରତା ଆନ୍ଦୋଳନର ସ୍ୱର ପାଲଟିଗଲା । ଏଥିପାଇଁ ବନ୍ଦେ ମାତରମର ସ୍ତୁତିରେ ଲେଖା ଯାଇଛି ଯେ, ସ୍ୱତନ୍ତ୍ରତାର ବେଦି ଉପରେ ମାତୃଭୂମି ମଧୁମୟ ।  ସ୍ୱତନ୍ତ୍ରତାର ବେଦି ଉପରେ ମାତୃଭୂମି ମଧୁମୟ ।  ସ୍ୱାର୍ଥର ବଳିଦାନ । ଇଏ ହେଉଛି ବନ୍ଦେ ମାତରମର ଶବ୍ଦ । ସଞ୍ଜିବନୀ ମନ୍ତ୍ର ବି । ଇଏ ବିଶ୍ୱ ବିଜୟିନୀ ମନ୍ତ୍ର । ଶକ୍ତିର ଆହ୍ୱାନ । ଇଏ ଶବ୍ଦ ବନ୍ଦେ ମାତରମ । ଛାତି ଚିରି କରି ବୀର ପୁରୁଷଙ୍କ ଅଭିମାନ । ଇଏ ଶବ୍ଦ ବନ୍ଦେ ମାତରମ ।

ଆଦରଣୀୟ ଅଧ୍ୟକ୍ଷ,

କିଛି ଦିନ ପୂର୍ବରୁ ଯେବେ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତି ପାଳନ କରାଗଲା ସେବେ ସେହି ଆୟୋଜନରେ ମୁଁ ଏକଥା କହିଥିଲି ଯେ, ବନ୍ଦେ ମାତରମ ହଜାର ବର୍ଷର ସାଂସ୍କୃତିକ ଊର୍ଜ୍ଜା ମଧ୍ୟ ଥିଲା । ସେଥିରେ ସ୍ୱାଧୀନତା ରହିଥିଲା । ଆଉ ସ୍ୱାଧୀନ ଭାରତର ଦର୍ଶନ ବି ନିହିତ ଥିଲା । ଅଂଗ୍ରେଜମାନଙ୍କ ସେହି ସମୟରେ ଏକ ଫ୍ୟାସନ ହୋଇଯାଇଥିଲା । ଭାରତକୁ କମଜୋର, ନିକ୍କମା, ଅଳସୁଆ, କର୍ମହୀନ ଏପରି ଯେତେ ତଳକୁ ଦେଖାଇ ହେବ ତାହା କରାଯାଉଥିଲା । ଏପରି ଏକ ଫ୍ୟାସନରେ ପରିଣତ ହୋଇଥିଲା । ସେବେ ଏପରି ଚିନ୍ତାଧାରା ବିରୁଦ୍ଧରେ ବଙ୍କିମ ବାବୁ ସାମର୍ଥ୍ୟର ପରିଚୟ କରାଇବା ଲାଗି ଭାରତର ସାମର୍ଥ୍ୟଶାଳୀ ରୂପ ପ୍ରକଟ କରିବା ଲାଗି ବନ୍ଦେ ମାତରମରେ ଲେଖିଥିଲେ, ତ୍ୱ ହି ଦୁର୍ଗା ଦଶପ୍ରହରଣଧାରିଣୀ, କମଳା କମଳାଦରବିହାରିଣୀ, ବାଣି ବିଦ୍ୟାଦାୟିନୀ । ନମାମି ତ୍ୱାଂ ନମାମି କମଳାମ, ଅମଲାମ ଅତୁଲାଂ ସୁଜାଲା ସୁଫଳାଂ ମାତରମ । ବନ୍ଦେ ମାତରମ । ଅର୍ଥାତ ଭାରତ ମାତା ଜ୍ଞାନ ଓ ସମୃଦ୍ଧିର ଦେବୀ ବି ଅଟନ୍ତି । ଆଉ ଶତ୍ରୁ ଆଗରେ ଅସ୍ତ୍ର ଶସ୍ତ୍ର ଧାରଣ କରୁଥିବା ମା ଚଣ୍ଡି ବି ଅଟନ୍ତି । 

ଆଦରଣୀୟ ଅଧ୍ୟକ୍ଷ,

ଏହି ଶବ୍ଦ, ଏହି ଭାବ, ଏହି ପ୍ରେରଣା, ପରାଧୀନତାର ହତାସା ଭିତରେ ଆମ ଭାରତୀୟଙ୍କ ବିଶ୍ୱାସ ବଢାଉଥିଲା । ଏହି ବାକ୍ୟ ସେବେ କୋଟି କୋଟି ଭାରତୀୟଙ୍କୁ ବିଶ୍ୱାସ ଦେଲା ଯେ, ଲଢେଇ କୌଣସି ଜମି ପାଇଁ ନୁହେଁ, ଇଏ ଲଢେଇ କେବଳ ଶାସନ କରିବା ପାଇଁ ନୁହେଁ, ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରି ହଜାର ବର୍ଷ ପରମ୍ପରା, ମହାନ ସଂସ୍କୃତି, ଗୌରବପୂର୍ଣ୍ଣ ଇତିହାସକୁ ଆଉଥରେ ଜନ୍ମ ଦେବା ପାଇଁ ରହିଥିବା ସଂକଳ୍ପ ଏଥିରେ ରହିଛି ।

ଆଦରଣୀୟ ଅଧ୍ୟକ୍ଷ,

ବନ୍ଦେ ମାତରମ ଯାହା ଜନଗଣମନଙ୍କ ସହ ସମ୍ବନ୍ଧିତ ହୋଇ ରହିଥିଲା ଇଏ ଆମ ସ୍ୱତନ୍ତ୍ରତା ସଂଗ୍ରାମର ଲମ୍ବା ଗାଥାକୁ ଅଭିବ୍ୟକ୍ତ କରୁଛି ।

ଆଦରଣୀୟ ଅଧ୍ୟକ୍ଷ,

ଯଦି କେବେ ନଦୀର ଚର୍ଚ୍ଚା ହୋଇଥାଏ – ତାହା ସିନ୍ଧୁ ହେଉ ଅବା ସରସ୍ୱତୀ କିମ୍ବା କାବେରୀ, ଗୋଦାବରୀ, ଗଙ୍ଗା, ଯମୁନା ଏପରି ନଦୀ ସହ ସାଂସ୍କୃତିକ ଧାରାର ପ୍ରବାହ କିମ୍ବା ବିକାଶ ଯାତ୍ରା ପ୍ରବାହ, ଜନଜୀବନ ଯାତ୍ରା ପ୍ରଭାବ ଯୋଡି ହୋଇ ରହିଛି । କଣ କେହି କେବେ ଭାବିଛନ୍ତି କି ସ୍ୱାଧୀନତା ସଂଗ୍ରାମର ପ୍ରତିଟି ସୋପାନ, ସେହି ପୂରା ଯାତ୍ରା ବନ୍ଦେ ମାତରମ ସହ ଯୋଡି ହୋଇରହିଥିଲା । ତାହାରି କୂଳରେ ପଲ୍ଲବିତ ହେଉଥିଲା । ଏଭଳି ଭାବ କାବ୍ୟ ସମ୍ଭବତଃ ଦୁନିଆରେ ଉପଲବ୍ଧି ହେବନି ।  

ଆଦରଣୀୟ ଅଧ୍ୟକ୍ଷ,

୧୮୫୭ ପରେ ବହୁତ କାଳ ଯାଏ ରହିପାରିବା ସେମାନଙ୍କ ପକ୍ଷେ ମୁସ୍କିଲ ବୋଲି ଅଂଗ୍ରେଜ ବୁଝି ସାରିଥିଲେ । ଯେତେବେଳ ଯାଏ ଭାରତକୁ ଭାଗ ଭାଗ କରାଯାଇନି, ଭାରତରେ ଲୋକଙ୍କୁ ପରସ୍ପର ବିରୁଦ୍ଧରେ ମତେଇ ଦିଆଯାଇନି, ସେତେବେଳ ଯାଏ ଏଠି ଶାସନ କରିବା ମୁସ୍କିଲ । ଅଂଗ୍ରେଜମାନେ ବିଭାଜନ ଓ ଶାସନକୁ ପସନ୍ଦ କଲେ । ଫଳରେ ବଙ୍ଗଳା ପ୍ରଦେଶକୁ ଏହାର ପ୍ରୟୋଗଶାଳା କରିଲେ । କାରଣ ଅଂଗ୍ରେଜମାନେ ଜାଣିଥିଲେ ଯେ, ଗୋଟିଏ ସମୟ ଥିଲା ଯେବେ ବଙ୍ଗଳାର ବୌଦ୍ଧିକ ସାମର୍ଥ୍ୟ ସାରା ଦେଶକୁ ପରିଚାଳିତ କରୁଥିଲା । ଦେଶକୁ ବଳ ଦେଉଥିଲା । ଦେଶକୁ ପ୍ରେରଣା ଦେଉଥିଲା । ଆଉ ଏଥିପାଇଁ ଅଂଗ୍ରେଜମାନେ ଚାହୁଁଥିଲେ ଯେ, ବଙ୍ଗଳାର ଏହି ଯେଉଁ ସାମର୍ଥ୍ୟ ତାହା ପୂରା ଦେଶର ଶକ୍ତିର ଏକପ୍ରକାର କେନ୍ଦ୍ରବିନ୍ଦୁ ଅଟେ । ଆଉ ସେଥିପାଇଁ ଅଂଗ୍ରେଜମାନେ ପ୍ରଥମେ ବଙ୍ଗଳାର ବିଭାଜନ କରିବାକୁ ଆରମ୍ଭ କଲେ । ଆଉ ଅଂଗ୍ରେଜମାନେ ଭାବୁଥିଲେ ଯେ, ଥରେ ବଙ୍ଗଳା ବିଭାଜିତ ହୋଇଗଲା ଯଦି ସାରା ଦେଶ ବିଭାଜିତ ହୋଇଯିବ । ଆଉ ଏକଥା ଚନ୍ଦ୍ର ସୂର୍ଯ୍ୟ ରହିଥିବା ଯାଏ କାମ କରୁଥିବ ବୋଲି ବିଶ୍ୱାସ ରହିଥିଲା । ଯେବେ ୧୯୦୫ରେ ଅଂଗ୍ରେଜମାନେ ବଙ୍ଗଳାର ବିଭାଜନ କରିଲେ । ଯେବେ ସେମାନେ ଏହି ପାପ କରିଲେ ସେବେ ବନ୍ଦେ ମାତରମ ଚଟ୍ଟାଣ ପରି ଛିଡା ହୋଇରହିଥିଲା । ବଙ୍ଗଳାର ଏକତା ଲାଗି ଗଳି ଗଳିରେ ଏହି ଗୀତ ନାଦରେ ପରିଣତ ହେଲା । ଆଉ ସେହି ନାରା ପ୍ରେରଣା ଦେଉଥିଲା । ଅଂଗ୍ରେଜମାନେ ବଙ୍ଗଳା ବିଭାଜନ ପରେ ଭାରତ ବିଭାଜନ ବୀଜ ଆହୁରି ବିପଣନ କରିବାକୁ ଲାଗିଲେ । କିନ୍ତୁ ବନ୍ଦେ ମାତରମ ଗୋଟିଏ ସ୍ୱର, ଗୋଟିଏ ସୂତ୍ର ଭାବରେ ଅଂଗ୍ରେଜମାନଙ୍କ ଲାଗି ଆହ୍ବାନରେ ପରିଣତ ହୋଇଗଲା । ଆଉ ଦେଶ ଲାଗି ଚଟ୍ଟାଣରେ ପରିଣତ ହେଲା ।

ଆଦରଣୀୟ ଅଧ୍ୟକ୍ଷ,

ବଙ୍ଗଳାର ତ ବିଭାଜନ ହେଲା । କିନ୍ତୁ ବିରାଟ ବଡ ସ୍ୱଦେଶୀ ଆନ୍ଦୋଳନ ଛିଡା ହେବାରେ ଲାଗିଲା । ଆଉ ସେବେ ବନ୍ଦେ ମାତରମ ଚାରିଆଡେ ଗୁଞ୍ଜରିତ ହେଉଥିଲା । ଅଂଗ୍ରେଜମାନେ ବୁଝି ସାରିଥିଲେ ଯେ, ବଙ୍ଗ ଭୂମିରୁ ନିର୍ଗତ ବଙ୍କିମ ବାବୁଙ୍କର ଏହି ଭାବସୂତ୍ର, ବଙ୍କିମ ବାବୁ କୁହନ୍ତି ଧନ୍ୟବାଦ ଧନ୍ୟବାଦ ଆପଣଙ୍କ ଭାବନାକୁ ମୁଁ ଆଦର କରୁଛି । ବଙ୍କିମ ବାବୁ, ଧନ୍ୟବାଦ ଦାଦା ଧନ୍ୟବାଦ, ଆପଣଙ୍କୁ ଦାଦା ବୋଲି ସମ୍ବୋଧନ କରିପାରିବି ନା, ନହେଲେ ସେଥିରେ ବି ଆପଣଙ୍କର ନାରାଜି ହୋଇଯିବ । ବଙ୍କିମ ବାବୁଙ୍କର ଏହି ଭାବ ଯାହା ବିଶ୍ୱ ପ୍ରସ୍ତୁତ କରିଥିଲା ତାଙ୍କରି ଭାବ ଗୀତ ମାଧ୍ୟମରେ ଅଂଗ୍ରେଜମାନଙ୍କୁ ଦୋହଲାଇ ଦେଇଥିଲେ । ଅଂଗ୍ରେଜମାନେ ଏଥିପାଇଁ କେତେ ଦୁର୍ବଳ ହୋଇପଡିଲେ । ଆଉ ଏହି ଗୀତର ଶକ୍ତି ଏତେ ଥିଲା ଯେ ଅଂଗ୍ରେଜମାନେ ଏହାକୁ ସରକାରୀ ଭାବରେ ନିଷିଦ୍ଧ କରିବାକୁ ପ୍ରଯତ୍ନ କରିଥିଲେ । ଗାଇଲେ ଦଣ୍ଡ, ପ୍ରକାଶିତ କଲେ ଦଣ୍ଡ, କେବଳ ଏତିକି ନୁହେଁ ବନ୍ଦେ ମାତରମ ଶବ୍ଦ କହିଲେ ବି ଦଣ୍ଡ ପରି କଠୋର ଦଣ୍ଡ ଲାଗୁ କରିଦେଇଥିଲେ । ଆମ ଦେଶର ସ୍ୱାଧୀନତା ଆନ୍ଦୋଳନରେ ହଜାର ହଜାର ମହିଳା ଅଂଶଗ୍ରହଣ କରିଥିଲେ । ଗୋଟିଏ ଘଟଣାର ଅବତାରଣା କରିବାକୁ ଚାହେଁ । ବାରିସାଲରେ ବନ୍ଦେ ମାତରମ ଗାଇବାକୁ ନେଇ ବହୁ ବଡ ଜୁଲମ ବା ଅତ୍ୟାଚାର ହୋଇଥିଲା । ସେହି ବାରିସାଲ ଆଜି ଭାରତର ଅଙ୍ଗ ହୋଇ ରହିନି । ଆଉ ସେହି ସମୟରେ ବାରିସାଲର ଆମ ମା, ଉଭଣୀ, ଛୋଟ ପିଲା ପଡିଆକୁ ଓହ୍ଲାଇଥିଲେ । ବନ୍ଦେ ମାତରମର ସ୍ୱାଭିମାନ ଲାଗି । ଏହି ପ୍ରତିବନ୍ଧକର ଲଢେଇ ମଇଦାନରେ ସେମାନେ ଓହ୍ଲାଇଥିଲେ । ଆଉ ସେହି ସମୟରେ ବାରିସାଲର ବୀର ରମଣୀ ସରୋଜିନୀ ଘୋଷ ଯିଏ ସେହି ସମୟର ଭାବନାକୁ ଦେଖି କହିଥିଲେ ଯେ, ଯେତେବେଳ ଯାଏ ସେହି ପ୍ରତିବନ୍ଧକ ହଟିନି ସେତେବେଳ ଯାଏ ସେ ଚୁଡି ପିନ୍ଧିବେ ନାହିଁ । ଭାରତରେ ତାହା ଏକ ଜମାନା ଥିଲା । ଯେତେବେଳେ ଚୁଡି ପିନ୍ଧି କାଢିବା ଏକ ବିଶେଷ ଅବସ୍ଥାକୁ ସୂଚିତ କରୁଥିଲା । କିନ୍ତୁ ସେପରି ଏକ ସମୟରେ ବନ୍ଦେ ମାତରମ ଉପରୁ ପ୍ରତିବନ୍ଧକ ନହଟିବା ଯାଏ ସେ ନିଜର ସୁନାର ଚୁଡି ପିନ୍ଧିବେ ନାହିଁ ବୋଲି ବ୍ରତ ରଖିଥିଲେ । ଆମ ଦେଶର ବାଳକମାନେ ବି ପଛରେ ରହିନଥିଲେ । ସେମାନଙ୍କୁ କଠୋର ଦଣ୍ଡ ମିଳୁଥିଲା । ଅଳ୍ପ ବୟସରୁ ସେମାନଙ୍କୁ ଜେଲର ଚାରି କାନ୍ଥ ଦେଖିବାକୁ ମିଳୁଥିଲା । ଆଉ ସେହି ସମୟରେ ବଙ୍ଗଳାରେ ବନ୍ଦେ ମାତରମର ପ୍ରଭାତ ଫେରି ଲାଗୁଥିଲା । ଅଂଗ୍ରେଜମାନଙ୍କୁ ନାକରେ ପାଣି ପିଆଇ ଦେଉଥିଲା । ଆଉ ସେହି ସମୟରେ ଗୋଟିଏ ଗୀତ ଗୁଞ୍ଜୁରି ଉଠୁଥିଲା । ଯାଏ ଯାବେ ଜୀବନୋ ଚୋଲେ, ଯାଏ ଯାବେ ଜୀବନୋ ଚୋଲେ, ଜୋଗୋତୋ ମାଞ୍ଝେ ତୋମାର କାନ୍ଧେ ବନ୍ଦେ ମାତରମ ବୋଲେ (ବଙ୍ଗାଳିରେ) ଅର୍ଥାତ ହେ ମା! ଜଗତରେ ତୁମ କାମ କରିବାରେ ଆଉ ବନ୍ଦେ ମାତରମ କହିବାରେ ଯଦି ଜୀବନ ଚାଲିଯାଏ ତେବେ ଜୀବନ ଧନ୍ୟ ହୋଇଗଲା ବୋଲି ବଙ୍ଗଳାର ଗଳିରେ ଛୋଟ ପିଲାମାନେ କହୁଥିଲେ । ଏହି ଗୀତ ସେହି ଛୋଟ ପିଲାମାନଙ୍କର ସ୍ୱର ଥିଲା । ଆଉ ସେହି ପିଲାମାନଙ୍କର ସାହସ ଦେଶକୁ ବଳ ଯୋଗାଉଥିଲା । ବଙ୍ଗଳାର ଗଳିରୁ ଶୁଭୁଥିବା ଶବ୍ଦ ଦେଶର ଆବାଜରେ ପରିଣତ ହେଲା । ୧୯୦୫ରେ ହରିତପୁର ପାଖ ଏକ ଗାଁରେ ବହୁତ ଛୋଟ ଛୋଟ ପିଲା ଯେବେ ବନ୍ଦେ ମାତରମର ନାରା ଲଗାଉଥିଲେ ସେବେ ଅଂଗ୍ରେଜମାନେ ସେମାନଙ୍କୁ ଚାବୁକ ପ୍ରହାର କରୁଥିଲେ । ପ୍ରତିଟି କ୍ଷେତ୍ରରେ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରିବାକୁ ପଡୁଥିଲା । ଏଭଳି ମାତ୍ରାରେ ଅତ୍ୟାଚାର ହେଉଥିଲା । ୧୯୦୬ରେ ନାଗପୁରରେ ନୀଳ ସହର ହାଇସ୍କୁଲର ଛାତ୍ରମାନଙ୍କ ଉପରେ ବି ଅଂଗ୍ରେଜମାନେ ଏଭଳି ଅତ୍ୟାଚାର କରିଥିଲେ । ଭୁଲ ଏହା ଥିଲା ଯେ, ସେମାନେ ଗୋଟିଏ ସ୍ୱରରେ ବନ୍ଦେ ମାତରମ ଗାନ କରି ଛିଡା ହୋଇଥିଲେ । ସେମାନେ ବନ୍ଦେ ମାତରମ ଲାଗି ମନ୍ତ୍ରର ମାହାତ୍ମ୍ୟ ନିଜ ସାମର୍ଥ୍ୟ ସହକାରେ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଥିଲେ । ଫାଶି ଖୁଂଟରେ ଚଢୁଥିବା ସାହାସୀ ବୀରମାନେ ଶେଷ ପର୍ଯ୍ୟନ୍ତ ବନ୍ଦେ ମାତରମ ଗାନ କରୁଥିଲେ । ଖୁଦିରାମ ବୋଷ, ମଦନଲାଲ ଢିଙ୍ଗରା, ରାମପ୍ରସାଦ ବିସ୍ମିଲ, ଅସଫାକ ଉଲ୍ଲା ଖାନ, ରୋଶନ ସିଂ, ରାଜେନ୍ଦ୍ରନାଥ ଲାହିଡି, ରାମକୃଷ୍ଣ ବିଶ୍ୱାସଙ୍କ ପରି ଅନେକ ବନ୍ଦେ ମାତରମ ଗାନ କରି କରି ଫାଶି ଖୁଂଟରେ ଝୁଲି ପଡିଥିଲେ । କିନ୍ତୁ ଦେଖନ୍ତୁ ଏହା ଅଲଗା ଅଲଗା ଜେଲ ଓ ଅଂଚଳରେ ହେଉଥିଲା । ପ୍ରକ୍ରିୟା କରୁଥିବା ଚେହେରା ଓ ଚରିତ୍ର ଅଲଗା ଥିଲେ । ଯାହା ଉପରେ ଅତ୍ୟାଚାର ହେଉଥିଲା ସେମାନଙ୍କ ଭାଷା ବି ଅଲଗା ଥିଲା । କିନ୍ତୁ ଏକ ଭାରତ, ଶ୍ରେଷ୍ଠ ଭାରତ – ଏମାନଙ୍କ ସମସ୍ତଙ୍କ ମନ୍ତ୍ର ଗୋଟିଏ ଥିଲା, ବନ୍ଦେ ମାତରମ । ଚଟଗାଁଓର ସ୍ୱରାଜକ୍ରାନ୍ତି ଯୁବକମାନେ ଯେଉଁମାନେ ଅଂଗ୍ରେଜମାନଙ୍କୁ ଚ୍ୟାଲେଞ୍ଜ କରିଥିଲେ ସେମାନେ ବି ଇତିହାସର ଚମକୁଥିବା ନାମ ଅଟନ୍ତି । ହରଗୋପାଲ କୌଲ, ପୁଲିନ ବିକାଶ ଘୋଷ, ତ୍ରିପୁର ସେନଙ୍କ ପରି ଲୋକେ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି । ୧୯୩୪ରେ ମାଷ୍ଟର ସୂର୍ଯ୍ୟ ସେନଙ୍କୁ ଯେବେ ଫାଶି ଦିଆଯାଇଥିଲା ସେବେ ସେ ନିଜ ସାଥୀମାନଙ୍କୁ ଏକ ପତ୍ର ଲେଖିଥିଲେ । ସେହି ପତ୍ରରେ ଗୋଟିଏ ମାତ୍ର ଶବ୍ଦ ଥିଲା ତାହା ହେଉଛି ବନ୍ଦେ ମାତରମ ।

ଆଦରଣୀୟ ଅଧ୍ୟକ୍ଷ,

ଆମ ଦେଶବାସୀଙ୍କୁ ଗର୍ବ ହେବା ଉଚିତ ଯେ, ଦୁନିଆର ଇତିହାସରେ କୌଣସି ଜାଗାରେ ଏପରି କାବ୍ୟ ନାହିଁ, ଏପରି ଭାବ ଗୀତ ନାହିଁ, ଯାହା ବନ୍ଦେ ମାତରମ ଅଟେ । ପୂରା ବିଶ୍ୱକୁ ବୁଝିବା ଦରକାର ଯେ, ପରାଧୀନ ସମୟରେ ବି ଏପରି ଲୋକେ ଆମର ଏଠି ଜନ୍ମ ନେଇଥିଲେ ଯେଉଁମାନେ ଏପରି ଭାବ ଗୀତର ରଚନା କରିପାରିଥିଲେ । ଏହା ବିଶ୍ୱ ପାଇଁ ବଡ ବିଚିତ୍ର କଥା । ଆମକୁ ଗର୍ବର ସହିତ କହିବା କଥା । ତେବେ ଦୁନିଆ ତାକୁ ପାଳନ କରିବାକୁ ସକ୍ଷମ ହେବ । ଇଏ ଆମ ସ୍ୱତନ୍ତ୍ରତାର ମନ୍ତ୍ର ଥିଲା । ଇଏ ବଳିଦାନର ମନ୍ତ୍ର ଥିଲା । ଇଏ ଊର୍ଜ୍ଜାର ମନ୍ତ୍ର ଥିଲା । ଇଏ ସାତ୍ୱିକତାର ମନ୍ତ୍ର ଥିଲା । ଇଏ ସମର୍ପଣର ମନ୍ତ୍ର ଥିଲା । ଇଏ ତ୍ୟାଗ ଓ ତପସ୍ୟାର ମନ୍ତ୍ର ଥିଲା । ସଙ୍କଟ ସାମ୍ନା କରିବାର ଇଏ ଏକ ମନ୍ତ୍ର ଥିଲା । ଆଉ ଏହି ମନ୍ତ୍ର ବନ୍ଦେ ମାତରମ ଥିଲା । ଆଉ ଏଥିପାଇଁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଲେଖିଥିଲେ, ଗୋଟିଏ କାର୍ଯ୍ୟ ସୋମ୍ପିୟାଛି ସହସ୍ର ଜୀବନ - ବନ୍ଦେ ମାତରମ (ବଙ୍ଗଳାରେ) ଅର୍ଥାତ ଗୋଟିଏ ସୂତ୍ରରେ ବନ୍ଧା ହୋଇଥିବା ସହସ୍ର ମନ, ଗୋଟିଏ କାର୍ଯ୍ୟରେ ଅର୍ପିତ ସହସ୍ର ଜୀବନ, ବନ୍ଦେ ମାତରମ । ଇଏ ରବୀନ୍ଦ୍ରନାଥ ଟାଗୋର ଲେଖିଥିଲେ ।

ଆଦରଣୀୟ ଅଧ୍ୟକ୍ଷ,

ସେହି କାଳଖଣ୍ଡରେ ବନ୍ଦେ ମାତରମର ରେକର୍ଡିଂ ଅଲଗା ଅଲଗା ପ୍ରାନ୍ତରେ ପହଂଚିଲା ଏବଂ ଲଣ୍ଡନରେ କ୍ରାନ୍ତିକାରୀମାନଙ୍କ ଏକପ୍ରକାର ତୀର୍ଥ ଭୂମିରେ ପରିଣତ ହୋଇଥିଲା । ସେହି ଲଣ୍ଡନର ଇଣ୍ଡିଆ ହାଉସରେ ବୀର ସାବରକର ବନ୍ଦେ ମାତରମ ଗୀତ ଗାଇଥିଲେ । ଆଉ ସେଠି ଏହି ଗୀତ ବାରମ୍ବାର ଗୁଞ୍ଜରିତ ହେଉଥିଲା । ଦେଶ ପାଇଁ ଜୀଉଁଥିବା ଓ ମରୁଥିବା ଲୋକଙ୍କ ପାଇଁ ଏହା ଏକ ବଡ ପ୍ରେରଣା ସ୍ରୋତ ଥିଲା । ସେହି ସମୟରେ ବିପିନ ଚନ୍ଦ୍ର ପାଲ, ମହର୍ଷି ଅରବିନ୍ଦ ଘୋଷ ଖବରକାଗଜ ପ୍ରକାଶିତ କଲେ ଓ ତାର ନାମ ବି ବନ୍ଦେ ମାତରମ ରଖିଥିଲେ । ନଗର ନଗରରେ ଅଂଗ୍ରେଜମାନଙ୍କ ନିଦ ହଜାଇବା କାମ ଏହି ବନ୍ଦେ ମାତରମ କରୁଥିଲା । ତେଣୁ ସେମାନେ ଏପରି ନାମକରଣ କରିଥିଲେ । ଅଂଗ୍ରେଜମାନେ ଏହି ଖବରକାଗଜ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ପ୍ୟାରିସରୁ ମାଡାମ ଭିକାଜୀ କାମା ଏକ ଖବରକାଗଜ ବାହାର କରିଥିଲେ । ଆଉ ତାର ନାମ ସେ ବନ୍ଦେ ମାତରମ ରଖିଥିଲେ । 

ଆଦରଣୀୟ ଅଧ୍ୟକ୍ଷ,

ବନ୍ଦେ ମାତରମ ଭାରତକୁ ସ୍ୱାବଲମ୍ବନର ରାସ୍ତା ଦେଖାଇଥିଲା । ସେହି ସମୟରେ ଦିଆସିଲି ଖୋଳରୁ ଆରମ୍ଭ କରି ବଡ ବଡ ଜାହାଜ ଉପରେ ବି ବନ୍ଦେ ମାତରମ ଲେଖିବାର ପରମ୍ପରା ଆରମ୍ଭ ହୋଇଗଲା । ବାହାର କମ୍ପାନୀଗୁଡିକୁ ଚ୍ୟାଲେଞ୍ଜ କରିବାର ଏକ ମାଧ୍ୟମରେ ପରିଣତ ହେଲା । ସ୍ୱଦେଶୀର ଏକ ମନ୍ତ୍ର ହୋଇଗଲା । ସ୍ୱଦେଶୀର ମନ୍ତ୍ର ପରି ସ୍ୱାଧୀନତାର ମନ୍ତ୍ର ବିସ୍ତାରିତ ହେବାରେ ଲାଗିଲା ।

ଆଦରଣୀୟ ଅଧ୍ୟକ୍ଷ,

ଆଉ ଗୋଟିଏ ଘଟଣାର ଅବତାରଣା ମୁଁ କରିବାକୁ ଚାହୁଁଛି । ୧୯୦୭ରେ ଯେବେ ଚିଦାମ୍ବରମ ପିଲାଇ ସ୍ୱଦେଶୀ ଜାହାଜ ନିର୍ମାଣ କରିବାକୁ ବାହାରିଲେ ସେବେ ତା ଉପରେ ସେ ବନ୍ଦେ ମାତରମ ଲେଖିଥିଲେ । ରାଷ୍ଟ୍ରକବି ସୁବ୍ରମଣ୍ୟମ ଭାରତୀ ବନ୍ଦେ ମାତରମକୁ ତାମିଲ ଭାଷାରେ ଅନୁବାଦ କରିଥିଲେ । ସ୍ତୁତି ଗୀତ ଲେଖିଥିଲେ । ତାଙ୍କର ବହୁ ତାମିଲ ଦେଶଭକ୍ତି ଗୀତ ଭିତରୁ ବନ୍ଦେ ମାତରମ ପ୍ରତି ଶ୍ରଦ୍ଧା ସଫାସଫା ନଜରକୁ ଆସୁଛି । ପ୍ରାୟ ସବୁ ଲୋକଙ୍କୁ ଲାଗେ, ତାମିଲନାଡୁ ଲୋକେ ବି ଜାଣିବା ଦରକାର, କିନ୍ତୁ ସବୁ ଲୋକଙ୍କୁ ଏହା ମାଲୁମ ନାହିଁ ଯେ, ଭାରତର ଧ୍ୱଜା ଗୀତ ସୁବ୍ରମଣ୍ୟମ ଭାରତୀ ବି ଲେଖିଥିଲେ । ସେହି ଧ୍ୱଜ ଗୀତ ଯେଉଁଠି ବନ୍ଦେ ମାତରମ ଲେଖାଯାଇଥିଲା ତାମିଲରେ ସେହି ଧ୍ୱଜ ଗୀତର ଶୀର୍ଷକ ଥିଲା । ଥାଇଁ ମାନିକୋଡି ପରିର, ଥାଝୁଣ୍ଡୁ ପାନିନତୁ ପୁକାଝନଥିଦା ଭରିର (ତାମିଲରେ) ଅର୍ଥାତ ଦେଶପ୍ରେମୀ ଦର୍ଶନ କରି ନିଅନ୍ତୁ, ସବିନୟ ଅଭିନନ୍ଦନ କରିନିଅନ୍ତୁ, ମୋ ମା’ର ଦିବ୍ୟ ଧ୍ୱଜାର ବନ୍ଦନ କରି ନିଅନ୍ତୁ ।

ଆଦରଣୀୟ ଅଧ୍ୟକ୍ଷ,

ବନ୍ଦେ ମାତରମ ଉପରେ ମହାତ୍ମା ଗାନ୍ଧୀଙ୍କର ଭାବନା କଣ ରହିଥିଲା ତାହା ଆଜି ମୁଁ ଏହି ସଦନରେ ରଖିବାକୁ ଚାହୁଁଛି । ଦକ୍ଷିଣ ଆଫ୍ରିକାରୁ ଏକ ସାପ୍ତାହିକୀ ପତ୍ରିକା ଇଣ୍ଡିଆନ ଓପିନିୟନ ପ୍ରକାଶିତ ହେଉଥିଲା । ଆଉ ଏହି ଇଣ୍ଡିଆନ ଓପିନିୟନରେ ୨ ଡିସେମ୍ବର ୧୯୦୫ରେ ମହାତ୍ମା ଗାନ୍ଧୀ ଯାହା ଲେଖିଥିଲେ ତାକୁ ମୁଁ ଉଦ୍ଧାର କରୁଛି । ମହାତ୍ମା ଗାନ୍ଧୀ ଲେଖିଥିଲେ ଯେ, ବନ୍ଦେ ମାତରମ ଗୀତ ଯାହା ବଙ୍କିମ ଚନ୍ଦ୍ର ଲେଖିଥିଲେ ତାହା ପୂରା ବଙ୍ଗଳାରେ ଲୋକପ୍ରିୟ ହୋଇଗଲା । ସ୍ୱଦେଶୀ ଆନ୍ଦୋଳନ ସମୟରେ ବଙ୍ଗଳାରେ ବଡ ବଡ ସଭା ହେଲା । ଯେଉଁଠି ଲକ୍ଷାଧିକ ଲୋକ ଏକାଠି ହୋଇଥିଲେ । ଆଉ ବଙ୍କିମର ଏହି ଗୀତ ଗାନ କଲେ । ଗାନ୍ଧିଜୀ ଆଗକୁ ଲେଖିଛନ୍ତି ଯେ, ଏହା ବହୁତ ମହତ୍ୱପୂର୍ଣ୍ଣ ଅଟେ । ଏହା ୧୯୦୫ ମସିହାର କଥା । ସେ ଲେଖିଥିଲେ, ଏହି ଗୀତ ଏତେ ଲୋକପ୍ରିୟ ହୋଇଗଲା ଯେ ଏହା ଜାତୀୟ ଗୀତରେ ପରିଣତ ହେଲା । ଏହାର ଭାବନା ମହାନ ଅଟେ ଏବଂ ଏହା ଅନ୍ୟ ରାଷ୍ଟ୍ର ଗୀତ ଅପେକ୍ଷା ଅଧିକ ମଧୁର ଅଟେ । ଏହାର ଏକମାତ୍ର ଉଦ୍ଦେଶ୍ୟ ଥିଲା ଆମ ଭିତରେ ଦେଶଭକ୍ତି ଭାବ ଉଦ୍ରେକ କରିବା । ଇଏ ଭାରତକୁ ମା ରୂପରେ ଦେଖି ଏହାର ସ୍ତୁତି କରୁଥିଲା ।

ଆଦରଣୀୟ ଅଧ୍ୟକ୍ଷ,

ଯେଉଁ ବନ୍ଦେ ମାତରମ ୧୯୦୫ରେ ମହାତ୍ମା ଗାନ୍ଧୀଙ୍କୁ ଜାତୀୟ ଗୀତ ଭାବରେ ଦେଖାଯାଉଥିଲା, ଦେଶର ପ୍ରତିଟି କୋଣରେ, ପ୍ରତି ବ୍ୟକ୍ତିର ଜୀବନରେ, ଯିଏ ବି ଦେଶମାତୃକା ଲାଗି ବଂଚୁଥିଲା ସେ ସମସ୍ତଙ୍କ ଲାଗି ବନ୍ଦେ ମାତରମର ଶକ୍ତି ବହୁତ ବଡ ଥିଲା । ବନ୍ଦେ ମାତରମ ଏତେ ବଡ ଥିଲା, ଯାହାର ଭାବନା ଏତେ ମହାନ ଥିଲା, ତେବେ ପଛ ଶତାବ୍ଦୀରେ ଏହା ପ୍ରତି ଏତେ ଅନ୍ୟାୟ କାହିଁକି ହେଲା । ବନ୍ଦେ ମାତରମ ସହ ବିଶ୍ୱାସଘାତ କାହିଁକି ହେଲା । ଏହି ଅନ୍ୟାୟ କାହିଁକି ହେଲା । ଏହା କେଉଁ ଶକ୍ତି ଥିଲା ଯାହାର ଇଚ୍ଛା ଖୋଦ ବାପୁଙ୍କ ଭାବନା ଉପରେ ଭାରି ପଡିଥିଲା । ଯିଏ ବନ୍ଦେ ମାତମର ପରି ପବିତ୍ର ଭାବନାକୁ ବି ବିବାଦୀୟ କରିଥିଲା । ମୁଁ ଭାବୁଛି ଯେ, ଆଜି ଆମେ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତି କରୁଛେ । ଏହା ଚର୍ଚ୍ଚା ବି କରୁଛେ । ତେଣୁ ଆମେ ସେହି ପରିସ୍ଥିତିକୁ ଆମ ଉତର ପିଢିକୁ ବି ଜଣାଇବା ଉଚିତ । ଯାହା ପାଇଁ ବନ୍ଦେ ମାତରମ ସହ ବିଶ୍ୱାସଘାତ କରାଗଲା । ବନ୍ଦେ ମାତରମ ପ୍ରତି ମୁସଲିମ ଲିଗର ବିରୋଧ ରାଜନୀତି ବି କ୍ରିୟାଶୀଳ ହେଲା । ୧୫ ଅକ୍ଟୋବର ୧୯୩୭ରେ ମହମ୍ମଦ ଅଲି ଜିନା ଲକ୍ଷ୍ନୌରୁ ବନ୍ଦେ ମାତରମ ବିରୁଦ୍ଧରେ ନାରା ଦେବାକୁ ଆରମ୍ଭ କଲେ । ପୁଣି କଂଗ୍ରେସର ସେକାଳର ଅଧ୍ୟକ୍ଷ ଜବାହର ଲାଲ ନେହେରୁଙ୍କ ସିଂହାସନକୁ ଦୋହଲାଇ ଦେଲା । ମୁସଲିମ ଲିଗର ଆଧାରହୀନ ଜବାବକୁ ମୁହଁତୋଡ ଜବାବ ଦେଇ ବୟାନକୁ ନିନ୍ଦା କରି ବନ୍ଦେ ମାତରମ ପ୍ରତି ନିଜର ଓ କଂଗ୍ରେସ ଦଳର ନିଷ୍ଠାକୁ ପ୍ରକଟ କଲେ, କିନ୍ତୁ ଫଳ ଓଲଟା ହେଲା । ଏହା ସେମାନେ ଏପରି କାହିଁକି କରିଲେ । ସେମାନେ ତ ପଚାରିଲେ ନାହିଁ । ହେଲେ ବନ୍ଦେ ମାତରମର ସଂଶୋଧନ କରିବାକୁ ଆରମ୍ଭ କଲେ । ବିରୋଧର ୫ ଦିନ ପରେ ୨୦ ଅକ୍ଟୋବରରେ ନେହେରୁ ନେତାଜୀ ସୁଭାଷ ବାବୁଙ୍କୁ ଚିଠି ଲେଖିଲେ । ସେହି ଚିଠିରେ ଜିନ୍ନାଙ୍କ ଭାବନା ସହ ସ୍ୱର ମିଳାଇ ନେହେରୁ କହିଥିଲେ ଯେ, ବନ୍ଦେ ମାତରମର ଆନନ୍ଦ ମଠବାଲା ପୃଷ୍ଠଭୂମି ମୁସଲମାନଙ୍କୁ ବିରକ୍ତ କରିପାରେ । ମୁଁ ନେହେରୁଙ୍କ ଏହି ଉଦ୍ଦୃତି ପଢୁଛି । ନେହେରୁ କହୁଥିଲେ, ମୁଁ ବନ୍ଦେ ମାତରମର ପୃଷ୍ଠଭୂମି ପଢିଛି । ନେହେରୁ ପୁଣି ଲେଖିଛନ୍ତି, ଇଏ ଯେଉଁ ପୃଷ୍ଠଭୂମି ତାହା ମୁସଲିମାନଙ୍କୁ ବିରକ୍ତ କରାଇବ ।

ବନ୍ଧୁଗଣ,

ଏହା ପରେ କଂଗ୍ରେସ ପକ୍ଷରୁ ବୟାନ ଆସିଲା ଯେ, ୨୬ ଅକ୍ଟୋବରରୁ କୋଲକାତାରେ ଏକ ବୈଠକ ହେବ । ଯେଉଁଠି ବନ୍ଦେ ମାତରମର ଉପଯୋଗ ସମ୍ପର୍କରେ ସମୀକ୍ଷା କରାଯିବ । ବଙ୍କିମ ବାବୁଙ୍କ ବଙ୍ଗଳା, ବଙ୍କିମ ବାବୁଙ୍କ କୋଲକାତା ଏବଂ ଏହାକୁ ଚୟନ କରାଗଲା । ଏହା ଉପରେ ସମୀକ୍ଷା କରିବା ନିଶ୍ଚିତ କରାଗଲା । ପୂରା ଦେଶ ହତପ୍ରଭ ଥିଲା । ପୂରା ଦେଶ ହଇରାଣରେ ଥିଲା । ପୂରା ଦେଶରେ ଦେଶଭକ୍ତମାନେ ଏହି ପ୍ରସ୍ତାବ ବିରୁଦ୍ଧରେ ଦେଶର କୋଣ ଅନୁକୋଣରେ ପ୍ରଭାତ ଫେରି ବାହାର କରିଥିଲେ । ବନ୍ଦେ ମାତରମର ଗୀତ ଗାନ କଲେ । କିନ୍ତୁ ଦୁର୍ଭାଗ୍ୟ ଯେ, ୨୬ ଅକ୍ଟୋବରରେ କଂଗ୍ରେସ ବନ୍ଦେ ମାତରମ ଉପରେ ବୁଝାମଣା କରିଲା । ବନ୍ଦେ ମାତରମର ବିଭକ୍ତିକରଣ ଫଇସଲା କ୍ରମେ ଭାଗ ଭାଗ କରିଦେଲେ । ଏହି ନିଷ୍ପତି ବିରୁଦ୍ଧରେ ନକାବ ପିନ୍ଧାଗଲା । ଇଏ ସାମାଜିକ ସଦଭାବର କାମ ଅଟେ । କିନ୍ତୁ ଇତିହାସ ଏକଥାର ପ୍ରମାଣ ଦିଏ ଯେ, ମୁସଲିମ ଆଗରେ କଂଗ୍ରେସ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲା । ତୁଷ୍ଟିକରଣ ରାଜନୀତି ଆଗରେ କଂଗ୍ରେସର ଏହା ଏକ ତରିକା ଥିଲା ।

ଆଦରଣୀୟ ଅଧ୍ୟକ୍ଷ,

ତୁଷ୍ଟିକରଣ ରାଜନୀତିର ପ୍ରଭାବରେ ବନ୍ଦେ ମାତରମର ବିଭକ୍ତୀକରଣ ଲାଗି କଂଗ୍ରେସ ନିଜକୁ ନୁଆଁଇଲା । ଏଥିପାଇଁ ଭାରତ ବିଭାଜନ କାଳରେ କଂଗ୍ରେସକୁ ମୁଣ୍ଡ ନୁଆଁଇବାକୁ ପଡିଥିଲା । ମୋତେ ଲାଗୁଛି ଯେ, କଂଗ୍ରେସ ଆଉଟସୋର୍ସ କରିଦେଲା । ଦୁର୍ଭାଗ୍ୟ ଯେ, କଂଗ୍ରେସର ନୀତି ଯେମିତିକୁ ସେମିତି ରହିଛି । କେବଳ ଏତିକି ନୁହେଁ ଆଇଏନସି ଶେଷରେ ଏମଏମସିରେ ପରିଣତ ହେଲା । ଆଜି ବି କଂଗ୍ରେସ ଓ ଏହାର ସାଥୀ ଏବଂ ଯାହା ଯାହା ସାଥୀରେ ଏହା ଯୋଡି ହୋଇ ରହିଛି ସମସ୍ତେ ବନ୍ଦେ ମାତରମ ଉପରେ ବିବାଦ ଛିଡା କରାଇବାକୁ ଚାହୁଁଛନ୍ତି ।

ଆଦରଣୀୟ ଅଧ୍ୟକ୍ଷ,

କୌଣସି ରାଷ୍ଟ୍ରର ଚରିତ୍ର ଏହାର ଦୃଢତା ବା ସାହାସ ଏହାର ଉତମ କାଳଖଣ୍ଡରୁ ଅଧିକ, ଯେବେ ଚ୍ୟାଲେଞ୍ଜ କାଳଖଣ୍ଡ ଆସେ, ଯେବେ ସଙ୍କଟର କାଳଖଣ୍ଡ ଆସେ, ସେବେ ପ୍ରକଟ ହୋଇଥାଏ । ଉଜାଗର ହୋଇ ପ୍ରକୃତ ପକ୍ଷେ କସଟିରେ କଷି ହୋଇଥାଏ । ଯେବେ କସଟିର କାଳ ଆସେ, ତେବେ ଏହା ଆମେ କେତେ ଦୃଢ, କେତେ ସଶକ୍ତ ଓ ସାମର୍ଥ୍ୟବାନ ତାହା ସିଦ୍ଧ ହୋଇଥାଏ । ୧୯୪୭ରେ ଭାରତ ସ୍ୱାଧୀନତା ଲାଭ କରିବା ପରେ ଦେଶର ଚ୍ୟାଲେଞ୍ଜରେ ପରିବର୍ତନ ଘଟିଲା । ଦେଶର ପ୍ରାଥମିକତାରେ ପରିବର୍ତନ ଆସିଲା । ଦେଶର ଚରିତ୍ର, ଦେଶର ସାହାସ ତାହା ହିଁ ରହିଲା । ସେଥିରୁ ପ୍ରେରଣା ମିଳିବାରେ ଲାଗିଲା । ଭାରତ ଉପରେ ଯେବେ ଯେବେ ସଙ୍କଟ ଆସିଲା, ପ୍ରତିଥର ବନ୍ଦେ ମାତରମ ଭାବରେ ଭାରତ ଆଗକୁ ବଢିବାରେ ଲାଗିଲା । ମଝି କାଳଖଣ୍ଡ କିପରି ଅତିବାହିତ ହେଲା, ତାହା ଯିବାକୁ ଦିଅନ୍ତୁ । କିନ୍ତୁ ଆଜି ବି ଯେବେ ଅଗଷ୍ଟ ପନ୍ଦର ଓ ଜାନୁୟାରୀ ଛବିଶର କଥା ଉଠେ, ସେବେ ପ୍ରତି ଘରେ ତ୍ରିରଙ୍ଗାର କଥା ଉଠିଥାଏ । ଚାରିଆଡେ ସେହି ଭାବ ଦେଖିବାକୁ ମିଳେ । ତ୍ରିରଙ୍ଗା ଉଡିଥାଏ । ଗୋଟିଏ ସମୟରେ ଦେଶରେ ଖାଦ୍ୟ ସଙ୍କଟ ଆସିଲା । ସେତେବେଳେ ବି ବନ୍ଦେ ମାତରମର ଭାବ ରହିଥିଲା । ମୋ ଦେଶର କୃଷକମାନଙ୍କ ଅନ୍ନ ଭଣ୍ଡାର ଭରି ଦିଆଗଲା । ଆଉ ଏହା ପଛରେ ହିଁ ବନ୍ଦେ ମାତରମର ଭାବ ରହିଥିଲା । ଯେବେ ଭାରତର ସ୍ୱାଧୀନତା ବିପନ୍ନ କରିବାକୁ ଚେଷ୍ଟା କରାଗଲା, ସେବେ ସମ୍ବିଧାନ ପଛରେ ଛୁରୀ ଭୁସି ଦିଆଗଲା । ଜରୁରୀ ପରିସ୍ଥିତି ଥୋପେଇ ଦିଆଗଲା । ଏହି ବନ୍ଦେ ମାତରମର ଶକ୍ତିକୁ ନେଇ ଦେଶ ପୁଣିଥରେ ଛିଡା ହେଲା ଓ ଏହାକୁ ପରାସ୍ତ କଲା । ଦେଶ ଉପରେ ଯେବେ ଯୁଦ୍ଧ ଥୋପେଇ ଦିଆଗଲା, ଦେଶକୁ ଯେବେ ସଂଘର୍ଷ କରିବାକୁ ପଡୁଥିଲା, ଏହି ବନ୍ଦେ ମାତରମର ଭାବରେ ଦେଶର ଜବାନ ସୀମାରେ ଅଟକି ଗଲା ଓ ମା ଭାରତୀଙ୍କ ବିଜୟ ବାନା ଉଡାଇଲା । ବିଜୟ ପ୍ରାପ୍ତ କରିବାରେ ଲାଗିଲା । କରୋନା ପରି ବୈଶ୍ୱିକ ମହାସଙ୍କଟ ଆସିଲା । ଏହି ଦେଶ ସେହି ଭାବରେ ପୁଣି ଛିଡା ହେଲା । ତାକୁ ମଧ୍ୟ ପରାସ୍ତ କରି ଆଗକୁ ବଢିବାରେ ଲାଗିଲା ।

ଆଦରଣୀୟ ଅଧ୍ୟକ୍ଷ,

ଇଏ ରାଷ୍ଟ୍ରର ଏକ ଶକ୍ତି । ଇଏ ରାଷ୍ଟ୍ରକୁ ଭାବନା ସହ ଯୋଡିବାର ଏକ ସାମର୍ଥ୍ୟବାନ ଊର୍ଜ୍ଜା ପ୍ରବାହ । ଇଏ ଚେତନା ପ୍ରବାହ । ଇଏ ସଂସ୍କୃତିର ଅବିରତ ପ୍ରବାହିତ ଧାରାର ଏକ ପ୍ରତିବିମ୍ବ । ତାର ଏକ ପ୍ରକଟିକରଣ । ଇଏ ବନ୍ଦେ ମାତରମ ଆମ ପାଇଁ କେବଳ ସ୍ମରଣ କରିବାର ଏକ କାଳଖଣ୍ଡ ନୁହେଁ । ଏକ ନୂଆ ଊର୍ଜ୍ଜା । ନୂଆ ପ୍ରେରଣା କୋଳେଇ ନେବାର ଏକ କାଳଖଣ୍ଡରେ ପରିଣତ ହୋଇଯାଉ ଏବଂ ଆମେ ଏହାପ୍ରତି ସମର୍ପିତ ହୋଇ ଚାଲିବା ଉଚିତ । ମୁଁ ପ୍ରଥମରୁ କହିଛି ଯେ, ଆମ ଉପରେ ବନ୍ଦେ ମାତରମର ବହୁ କରଜ ବାକି ରହିଛି । ଯାହା ରାସ୍ତା ତିଆରି କରିଲା । ଯେଉଁ ରାସ୍ତା ଦେଇ ଆମେ ଏଇଠି ପହଂଚି ପାରିଛେ । ଆଉ ସେଥିପାଇଁ ଆମର ଋଣ ସୁଝିବା ଦରକାର । ପ୍ରତି ଚ୍ୟାଲେଞ୍ଜକୁ ଅତିକ୍ରମ କରିବାକୁ ଭାରତ ପାଖରେ ସାମର୍ଥ୍ୟ ରହିଛି । ବନ୍ଦେ ମାତରମ ଭାବର ଏହି ପ୍ରଭାବ ରହିଛି । ବନ୍ଦେ ମାତରମ କେବଳ ଗୀତ କିମ୍ବା ଭାବ ଗୀତ ନୁହେଁ । ଇଏ ଆମ ପାଇଁ ଏକ ପ୍ରେରଣା । କର୍ତବ୍ୟ ଲାଗି ଆମକୁ ମୁଣ୍ଡ ନୁଆଁଇବାକୁ ପଡିବ । ତେଣୁ ନିରନ୍ତର ଭାବରେ ଏହା ଆମକୁ କରିବାକୁ ପଡିବ । ଆମେ ଆତ୍ମ ନିର୍ଭର ଭାରତର ସ୍ୱପ୍ନକୁ ଧରି ଚାଲିଛେ । ତାକୁ ପୂରଣ କରିବାକୁ ପଡିବ । ବନ୍ଦେ ମାତରମ ଆମର ପ୍ରେରଣା । ଆମେ ସ୍ୱଦେଶୀ ଆନ୍ଦୋଳନକୁ ଶକ୍ତି ଦେବାକୁ ଚାହୁଁଛୁ । ସମୟ ବଦଳି ଥାଇପାରେ । ରୂପ ବଦଳିଥାଇ ପାରେ । କିନ୍ତୁ ପୂଜ୍ୟ ବାପୁଜୀ ଯେଉଁ ଭାବ ବ୍ୟକ୍ତ କରିଥିଲେ, ସେହି ଭାବ ଆଜିବି ଆମ ପାଖରେ ମହଜୁଦ ରହିଛି । ଆଉ ବନ୍ଦେ ମାତରମ ଆମକୁ ଯୋଡୁଛି । ସ୍ୱତନ୍ତ୍ର ଭାରତ ଦେଶର ମହାପୁରୁଷମାନଙ୍କର ସ୍ୱପ୍ନ ଥିଲା । ଦେଶର ଆଜିର ପିଢିଙ୍କ ସ୍ୱପ୍ନ ହେଉଛି ସମୃଦ୍ଧ ଭାରତ । ବନ୍ଦେ ମାତରମର ଭାବନା ସ୍ୱାଧୀନ ଭାରତର ବୀଜ ବପନ କରିଥିଲା । ସମୃଦ୍ଧ ଭାରତର ଭାବନାକୁ ଉଦ୍ରେକ କରିବ ବନ୍ଦେ ମାତରମର ଭାବନା । ସେହି ଭାବନାକୁ ନେଇ ଆମକୁ ଆଗକୁ ବଢିବାକୁ ହେବ । ଆଉ ଆମକୁ ଆତ୍ମ ନିର୍ଭର ଭାରତ ନିର୍ମାଣ କରିବାର ରହିଛି । ୨୦୪୭ରେ ଭାରତ ବିକଶିତ ଭାରତରେ ରୂପାନ୍ତରିତ ହୋଇକରି ରହିବ । ଯଦି ସ୍ୱାଧୀନତାର ପଚାଶ ବର୍ଷ ପୂର୍ବରୁ କୌଣସି ବ୍ୟକ୍ତି ସ୍ୱାଧୀନତାର ସ୍ୱପ୍ନ ଦେଖିପାରେ, ତେବେ ୨୫ ବର୍ଷ ପରେ ବି ଆମେ ସମୃଦ୍ଧ ଭାରତର ସ୍ୱପ୍ନ ଦେଖିପାରିବୁ । ବିକଶିତ ଭାରତର ସ୍ୱପ୍ନ ବି ଦେଖିପାରିବୁ । ଆଉ ଏହି ସ୍ୱପ୍ନ ପାଇଁ ଆମେ ନିଜକୁ ଉତ୍ସର୍ଗୀକୃତ ବି କରିପାରିବୁ । ଏହି ମନ୍ତ୍ର ଓ ସଂକଳ୍ପ ସହ ବନ୍ଦେ ମାତରମ ଆମକୁ ପ୍ରେରଣା ଦେଇଆସୁଛି । ବନ୍ଦେ ମାତରମର ଋଣ ଆମକୁ ସ୍ୱୀକାର କରିବାକୁ ପଡିବ । ବନ୍ଦେ ମାତରମର ଭାବନା ସହ ଆମକୁ ଚାଲିବାକୁ ପଡିବ । ଦେଶବାସୀଙ୍କୁ ସାଥିରେ ନେଇକରି ଚାଲିବାକୁ ପଡିବ । ଏହି ସ୍ୱପ୍ନକୁ ପୂରା କରିବାକୁ ମିଳିମିଶି ଚାଲିବାକୁ ପଡିବ । ଏହି ଭାବରେ ଆଜିର ଚର୍ଚ୍ଚା ଆରମ୍ଭ ହେଲା । ମୋତେ ପୂରା ବିଶ୍ୱାସ ରହିଛି ଯେ ସଂସଦର ଦୁଇ ଗୃହରେ ସାରା ଦେଶରେ ଏହି ଭାବନା ଜାଗ୍ରତ କରିବା ପାଇଁ ଏହି ଭାବ ସୃଷ୍ଟି ହେବ । ଦେଶକୁ ପ୍ରେରିତ କରିବାର ଭାବ ଉତ୍ପନ୍ନ ହେବ । ଦେଶର ନୂଆ ପିଢିକୁ ଊର୍ଜ୍ଜା ଦେବାର କାରଣ ପାଲଟିବ । ଏହି ଶବ୍ଦ ସହ ମୋତେ ଆପଣ ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ।

ବନ୍ଦେ ମାତରମ ।

ବନ୍ଦେ ମାତରମ ।

ବନ୍ଦେ ମାତରମ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Products Must Be Synonymous With Top Quality: PM Modi

Media Coverage

Indian Products Must Be Synonymous With Top Quality: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of Republic Day
January 26, 2026

The Prime Minister, Shri Narendra Modi said that Republic Day is a powerful symbol of India’s freedom, Constitution and democratic values. He noted that the occasion inspires the nation with renewed energy and motivation to move forward together with a firm resolve towards nation-building.

The Prime Minister shared a Sanskrit Subhashitam on the occasion-
“पारतन्त्र्याभिभूतस्य देशस्याभ्युदयः कुतः। अतः स्वातन्त्र्यमाप्तव्यमैक्यं स्वातन्त्र्यसाधनम्॥”

The Subhashitam conveys that a nation that is dependent or under subjugation cannot progress. Therefore, only by adopting freedom and unity as our guiding principles can the progress of the nation be ensured.

The Prime Minister wrote on X;

“गणतंत्र दिवस हमारी स्वतंत्रता, संविधान और लोकतांत्रिक मूल्यों का सशक्त प्रतीक है। यह पर्व हमें एकजुट होकर राष्ट्र निर्माण के संकल्प के साथ आगे बढ़ने की नई ऊर्जा और प्रेरणा देता है।

पारतन्त्र्याभिभूतस्य देशस्याभ्युदयः कुतः।

अतः स्वातन्त्र्यमाप्तव्यमैक्यं स्वातन्त्र्यसाधनम्॥”