ମହାମହିମ,

 

ଆମକୁ ଦିଆଯାଇଥିବା ଭବ୍ୟ ସ୍ୱାଗତ ପାଇଁ ମୁଁ ହୃଦୟର ସହିତ କୃତଜ୍ଞତା ପ୍ରକାଶ କରୁଛି। ଗତ ବର୍ଷ କାଜାନରେ ଆମର ଆଲୋଚନାଗୁଡ଼ିକ ବହୁତ ସଫଳ ଏବଂ ଫଳଦାୟକ ହୋଇଥିଲା। ତାହା ପରେ ଆମର ସମ୍ପର୍କ ସକାରାତ୍ମକ ଦିଗ ନେଇଛି। ସୀମାରେ ସମ୍ପର୍କରେ ସୁଧାର ଆସିବା ପରେ ଶାନ୍ତି ଏବଂ ସ୍ଥିରତାର ବାତାବରଣ ରହିଛି। ସୀମା ପରିଚାଳନା ଉପରେ ଆମର ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ଏକ ବୁଝାମଣା ହୋଇଛି। କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ ହୋଇଛି ଏବଂ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ମଧ୍ୟ ପୁନଃ ଆରମ୍ଭ ହେଉଛି। ଆମର ସହଯୋଗ ଉଭୟ ଦେଶର ୨୮୦ କୋଟି ଲୋକଙ୍କ ସ୍ୱାର୍ଥ ସହିତ ଜଡିତ। ଏହା ସମଗ୍ର ମାନବତାର କଲ୍ୟାଣ ପାଇଁ ମଧ୍ୟ ପଥ ପ୍ରଶସ୍ତ କରିବ। ଆମେ ପାରସ୍ପରିକ ବିଶ୍ୱାସ, ସମ୍ମାନ ଏବଂ ସମ୍ବେଦନଶୀଳତା ଉପରେ ଆଧାରିତ ଆମର ସମ୍ପର୍କକୁ ଆହୁରି ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧ ଅଟୁ।

ମହାମହିମ,

ଏସସିଓରେ ଚୀନ୍ ସଫଳ ଅଧ୍ୟକ୍ଷତା ପାଇଁ ମୁଁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଚୀନ୍ ଗସ୍ତ ପାଇଁ ନିମନ୍ତ୍ରଣ କରିଥିବାରୁ ଏବଂ ଆଜି ଆମର ବୈଠକ ପାଇଁ ପୁଣି ଥରେ ଧନ୍ୟବାଦ ଜ୍ଞାପନ କରୁଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026