“ଲତାଜୀଙ୍କ ଦିବ୍ୟ ସ୍ୱରରେ ସାରା ବିଶ୍ୱକୁ ଚମତକୃତ କରିଥିଲେ”
“ଅଯୋଧ୍ୟାରେ ଭବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମ ଅଧିଷ୍ଠିତ ହେବା ବେଳ ଆସିଯାଇଛି”
“ଭଗବାନ ରାମଙ୍କ କୃପାରୁ ମନ୍ଦିରର ଦୃଢ଼ ନିର୍ମାଣ ଦେଖି ସମଗ୍ର ଦେଶ ଆତ୍ମହରା ହୋଇପଡ଼ିଛି”
“ଏତିହ୍ୟରେ ଗର୍ବ’ର ଏହି ଦୃଢ଼ୋକ୍ତି ମଧ୍ୟ ଦେଶର ବିକାଶ ପାଇଁ ଏକ ନୂତନ ଅଧ୍ୟାୟ”
“ଭଗବାନ ରାମ ଆମ ସଭ୍ୟତାର ପ୍ରତୀକ ଓ ଆମ ନୈତିକତା, ମୂଲ୍ୟବୋଧ, ମର୍ଯ୍ୟାଦା ଓ କର୍ତ୍ତବ୍ୟର ଜୀବନ୍ତ ଆଦର୍ଶ”
“ଲତା ଦିଦିଙ୍କ ସଂଗୀତ ଆମ ବିବେକକୁ ଭଗବାନ ରାମଙ୍କ ଠାରେ ନିମ୍ମଜିତ କରି ରଖିଛି”
“ଲତାଜୀଙ୍କ ଦ୍ୱାରା ଉଚ୍ଚାରିତ ସଂଗୀତ କେବଳ ତାଙ୍କ ସ୍ୱରର ଝଙ୍କାର ନୁହେଁ, ବରଂ ତାଙ୍କ ବିଶ୍ୱାସ, ଆଧ୍ୟାତ୍ମିକତା ଓ ପବିତ୍ରତାର ମିଶ୍ରଣ”
“ଯୁଗ ଯୁଗ ଧରି ଲତାଜୀଙ୍କ କଣ୍ଠ ସ୍ୱର ଏହି ଦେଶର ପ୍ରତ୍ୟେକ ଧୂଳିକଣାକୁ ସଂଯୋଗ କରୁଥିବ”

ନମସ୍କାର!

ଆଜି ଆମ ସମସ୍ତଙ୍କର ଶ୍ରଧେୟ ଏବଂ ସ୍ନେହ ମୂର୍ତ୍ତି ଲତା ଦିଦିଙ୍କର ଜନ୍ମଦିନ ଅଟେ । ଆଜି ସଂଯୋଗବଶତଃ ନବରାତ୍ରୀର ତୃତୀୟ ଦିନ, ମା’ ଚନ୍ଦ୍ରଘଣ୍ଟାଙ୍କର ସାଧନାର ପର୍ବ ମଧ୍ୟ ଅଟେ । କୁହାଯାଇଛି ଯେକୌଣସି ସାଧକ-ସାଧିକା ଯେତେବେଳେ କଠୋର ସାଧନା କରିଥାଏ, ସେତେବେଳେ ମା’ ଚନ୍ଦ୍ରଘଣ୍ଟାଙ୍କର କୃପାରୁ ତାଙ୍କୁ ଦିବ୍ୟ ସ୍ୱରର ଅନୁଭୂତ ହୋଇଥାଏ । ଲତା ଜୀ, ମା’ ସରସ୍ୱତୀଙ୍କର ଏକ ଏମିତି ହିଁ ସାଧିକା ଥିଲେ, ଯିଏ ସମଗ୍ର ବିଶ୍ୱକୁ ନିଜର ଦିବ୍ୟ ସ୍ୱର ମାଧ୍ୟମରେ ଅଭିଭୂତ କରି ଦେଇଥିଲେ । ସାଧନା ଲତା ଜୀ କରିଥିଲେ, ବରଦାନ ଆମ ସମସ୍ତଙ୍କୁ ମିଳିଲା । ଅଯୋଧ୍ୟା ଠାରେ ଲତା ମଙ୍ଗେସକର ଛକରେ ସ୍ଥାପିତ କରାଯାଇଥିବା ମା’ ସରସ୍ୱତୀଙ୍କର ଏହି ବିଶାଳ ବୀଣା, ସଂଗୀତର ସେହି ସାଧନାର ପ୍ରତୀକ ହେବ । ମୋତେ କୁହାଯାଇଛି ଯେ ଛକ ପରିସରରେ ସରୋବରରେ ଜଳରେ ଶଙ୍ଖ ମଲମଲ ନିର୍ମିତ ୯୨ଟି ଶ୍ୱେତ ପଦ୍ମ, ଲତା ଜୀଙ୍କର ଜୀବନ ଅବଧିକୁ ଦର୍ଶାଉଛି । ମୁଁ ଏହି ଅଭିନବ ପ୍ରୟାସ ପାଇଁ ଯୋଗୀ ଜୀଙ୍କ ସରକାରଙ୍କୁ, ଅଯୋଧ୍ୟା ବିକାଶ ପ୍ରାଧିକରଣର ଏବଂ ଅଯୋଧ୍ୟାର ଜନତାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କ ପକ୍ଷରୁ ଭାରତ ରତ୍ନ ଲତା ଜୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଉଛି। ମୁଁ ପ୍ରଭୁ ଶ୍ରୀରାମଙ୍କ ଠାରେ କାମନା କରୁଛି, ତାଙ୍କ ଜୀବନର ଯେଉଁ ଲାଭ ଆମକୁ ମିଳିଛି, ସେହି ଲାଭ ତାଙ୍କ ସ୍ୱର ମାଧ୍ୟମରେ ଆଗାମୀ ପିଢ଼ିକୁ ମଧ୍ୟ ମିଳୁଥାଉ ।

ସାଥୀମାନେ,

ଲତା ଦିଦିଙ୍କ ସହିତ ଯୋଡ଼ି ହୋଇଥିବା ମୋର ଅନେକ ସ୍ମୃତି ରହିଛି, ଅନେକ ଭାବନାତ୍ମକ ଏବଂ ସ୍ନେହଭରା ସ୍ମୃତିମାନ ରହିଛି । ଯେତେବେଳେ ମଧ୍ୟ ମୋର ତାଙ୍କ ସହିତ କଥାବାର୍ତ୍ତା ହୋଇଥାଏ, ତାଙ୍କର ବାଣୀର ଯୁଗ ପରିଚିତ ମଧୁରତା ପ୍ରତ୍ୟେକ ଥର ମୋତେ ମନ୍ତ୍ରମୁଗ୍ଧ କରି ଦେଉଥିଲା । ଦିଦି ପ୍ରାୟ ମୋତେ କହୁଥିଲେ- “ମନୁଷ୍ୟ ବୟସରେ ନୁହେଁ, କର୍ମରେ ବଡ଼ ହୋଇଥାଏ ଏବଂ ଯିଏ ଦେଶ ପାଇଁ ଯେତେ ଅଧିକ କରିବ, ସେ ସେତିକି ହିଁ ବଡ଼ ହେବ ।” ମୁଁ ମାନୁଛି ଯେ ଅଯୋଧ୍ୟାରେ ଏହି ଲତା ମଙ୍ଗେସକର ଛକ ଏବଂ ତା’ ସହିତ ଜଡ଼ିତ ଏମିତି ସମସ୍ତ ସ୍ମୃତିଗୁଡ଼ିକ ଆମକୁ ଦେଶ ପ୍ରତି କର୍ତ୍ତବ୍ୟବୋଧର ମଧ୍ୟ ଅନୁଭବ କରାଇବ ।

ସାଥୀମାନେ,

ମୋର ମନେ ଅଛି, ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ସମ୍ପୂର୍ଣ୍ଣ ହୋଇଥିଲା, ସେତେବେଳେ ମୋ ନିକଟକୁ ଲତା ଦିଦିଙ୍କର ଫୋନ ଆସିଥିଲା । ସେ ବହୁତ ଭାବବିହ୍ୱଳ ହୋଇ ପଡ଼ିଥିଲେ, ବହୁତ ଖୁସି ଥିଲେ, ବହୁତ ଆନନ୍ଦିତ ହେଉଥିଲେ ଏବଂ ବହୁତ ଆଶୀର୍ବାଦ ଦେଉଥିଲେ । ତାଙ୍କୁ ବିଶ୍ୱାସ ହେଉ ନ ଥିଲା ଯେ ପରିଶେଷରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେଉଛି। ଆଜି ମୋତେ ଲତା ଦିଦି ଗାଇଥିବା ଭଜନ ମଧ୍ୟ ମନେ ପଡୁଛି- “ମନ କି ଆଯୋଧ୍ୟା ତବତକ ସୁନୀ, ଜବତକ ରାମ ନା ଆୟେ” । ଅଯୋଧ୍ୟାର ଭବ୍ୟ ମନ୍ଦିରରେ ଶ୍ରୀରାମ ଆସିବେ ଏବଂ ତା’ ପୂର୍ବରୁ କୋଟି କୋଟି ଲୋକମାନଙ୍କ ମଧ୍ୟରେ ରାମ ନାମର ପ୍ରାଣ ପ୍ରତିଷ୍ଠା କରିଥିବା ଲତା ଦିଦିଙ୍କ ନାମ, ଅଯୋଧ୍ୟା ସହର ସହିତ ସବୁଦିନ ପାଇଁ ସ୍ଥାପିତ ହୋଇଗଲା । ସେହି ରାମଚରିତ ମାନସରେ କୁହାଯାଇଛି- “ରାମ ତେ ଅଧିକ ରାମ କର ଦାସା” । ଅର୍ଥାତ, ରାମଜୀଙ୍କ ଭକ୍ତ ରାମଜୀଙ୍କ ପୂର୍ବରୁ ମଧ୍ୟ ଆସିଥାନ୍ତି । ସମ୍ଭବତଃ ଏଥିପାଇଁ ରାମ ମନ୍ଦିରର ସୁନ୍ଦର ଭାବରେ ନିର୍ମାଣ ହେବା ପୂର୍ବରୁ ତାଙ୍କର ଆରାଧନା କରୁଥିବା ତାଙ୍କର ଭକ୍ତ ଲତା ଦିଦିଙ୍କ ସ୍ମୃତିରେ ତିଆରି ହୋଇଥିବା ଏହି ଛକ ମଧ୍ୟ ମନ୍ଦିର ପୂର୍ବରୁ ତିଆରି ହୋଇଛି ।

ସାଥୀମାନେ,

ପ୍ରଭୁ ରାମ ଆମ ସଭ୍ୟତାର ପ୍ରତୀକ ପୁରୁଷ ଅଟନ୍ତି । ରାମ ଆମର ନୈତିକତାର, ଆମର ମୂଲ୍ୟବୋଧର, ଆମର ମର୍ଯ୍ୟାଦା, ଆମର କର୍ତ୍ତବ୍ୟର ଜୀବନ୍ତ ଆଦର୍ଶ ଅଟନ୍ତି । ଅଯୋଧ୍ୟା ଠାରୁ ନେଇ ରାମେଶ୍ୱରମ ପର୍ଯ୍ୟନ୍ତ, ରାମ ଭାରତବର୍ଷର କୋଣ ଅନୁକୋଣରେ ସମାହିତ ହୋଇଛନ୍ତି । ଭଗବାନ ରାମଙ୍କର ଆଶୀର୍ବାଦରେ ଆଜି ଯେଉଁ ଦ୍ରୁତ ଗତିରେ ଭବ୍ୟ ରାମ ମନ୍ଦିରର ନିର୍ମାଣ ହେଉଛି, ତାହାର ଚିତ୍ର ସମଗ୍ର ଦେଶକୁ ରେମାଞ୍ଚôତ କରୁଛି । ଆମର ଏହି ‘ଏତିହ୍ୟ ଉପରେ ଗର୍ବ’ର ପୁନଃପ୍ରତିଷ୍ଠା ମଧ୍ୟ ଅଟେ ଏବଂ ବିକାଶର ନୂତନ ଅଯୋଧ୍ୟା ମଧ୍ୟ ଅଟେ । ମୋତେ ଖୁସି ଲାଗୁଛି ଯେ ଯେଉଁ ସ୍ଥାନରେ ଲତା ଛକର ବିକଶିତ କରାଯାଇଛି, ସେହି ଅଯୋଧ୍ୟାରେ ସାଂସ୍କୃତିକ ମହତ୍ତ୍ୱର ବିଭିନ୍ନ ସ୍ଥାନକୁ ଯୋଡ଼ିବାର ପ୍ରମୁଖ ସ୍ଥଳ ମଧ୍ୟରୁ ଅନ୍ୟତମ । ଏହି ଛକ, ରାମଙ୍କର ନିକଟବର୍ତ୍ତୀ ଅଟେ ଏବଂ ସରଜୁର ପାବନ ଧାର ମଧ୍ୟ ଏହା ନିକଟରୁ ବେଶୀ ଦୂର ନୁହେଁ । ଲତା ଦିଦିଙ୍କ ନାମରେ ଛକର ନିର୍ମାଣ ପାଇଁ ଏହାଠାରୁ ଉତ୍ତମ ସ୍ଥାନ ଆଉ କ’ଣ ହୋଇଥାନ୍ତା? ଯେମିତି ଅଯୋଧ୍ୟା ଏତେ ଯୁଗ ପରେ ମଧ୍ୟ ରାମକୁ ଆମ ମନ ମଧ୍ୟରେ ସାକାର କରି ରଖିଛନ୍ତି, ସେହିପରି ଲତା ଦିଦିଙ୍କର ଭଜନଗୁଡ଼ିକ ମଧ୍ୟ ଆମର ଅନ୍ତର୍ମନକୁ ରାମମୟ କରି ରଖିଛି । ମାନସର ମନ୍ତ୍ର ‘ଶ୍ରୀରାମଚନ୍ଦ୍ର କୃପାଳ ଭଜମନ, ହରଣ ଭବ ଭୟ ଦାରୁଣମ’ ହେଉ, କିମ୍ବା ‘ପାୟୋ ଜୀ ମୈନେ ରାମ ରତନ ଧନ ପାୟୋ’, ଅଗଣିତ ଏମିତି ଭଜନ ରହିଛି । ବାପୁଙ୍କର ପ୍ରିୟ ଭଜନ ‘ବୈଷ୍ଣୋବ ଜନ’ ହେଉ, କିମ୍ବା ପୁଣି ପ୍ରତ୍ୟେକ ଜନତାଙ୍କ ମନ ରହିଥିବା ‘ତୁମ ଆଶା ବିଶ୍ୱାସ ହମାରେ ରାମ’ ଏହିଭଳି ମଧୁର ଗୀତ ହେଉ! ଲତା ଜୀଙ୍କର ସ୍ୱରରେ ତାହାକୁ ଶୁଣି ଅନେକ ଦେଶବାସୀ ଭଗବାନ ରାମଙ୍କର ଦର୍ଶନ କରିଛନ୍ତି । ଆମେ ଲତା ଦିଦିଙ୍କର ସ୍ୱରର ଦିବ୍ୟ ଆକର୍ଷଣର ମଧୁରତାରେ ରାମଙ୍କର ଅଲୌକିକ ମାଧୁର୍ଯ୍ୟକୁ ଅନୁଭବ କରିଛି ।

ଏବଂ ସାଥୀମାନେ,

ସଂଗୀତରେ ଏହି ପ୍ରଭାବ କେବଳ ଶବ୍ଦରୁ ଏବଂ ସ୍ୱରରୁ ଆସି ନ ଥାଏ । ଏହି ପ୍ରଭାବ ସେତେବେଳେ ଆସିଥାଏ, ଯେତେବେଳେ ଭଜନ ଗାଇବାରେ ସେହି ଭାବନା ଥିବ, ସେହି ଭକ୍ତି ଥିବ, ରାମଙ୍କ ସହିତ ସେହି ସମ୍ବନ୍ଧ ଥିବ, ରାମଙ୍କ ପାଇଁ ସେ ସମର୍ପିତ ଥିବ । ଏଥିପାଇଁ, ଲତା ଜୀଙ୍କ ଦ୍ୱାରା ଉଚ୍ଚାରିତ ମନ୍ତ୍ରରେ, ଭଜନଗୁଡ଼ିକରେ କେବଳ ତାଙ୍କର କଣ୍ଠ ନୁହେଁ ବରଂ ତାଙ୍କର ଆସ୍ଥା, ଆଧ୍ୟାତ୍ମିକତା ଏବଂ ପବିତ୍ରତା ମଧ୍ୟ ଗୁଞ୍ଜରିତ ହୋଇଥାଏ ।

ସାଥୀମାନେ,

ଲତା ଦିଦିଙ୍କର ସ୍ୱରରେ ଆଜି ମଧ୍ୟ ‘ବନେ୍ଦ ମାତରମ’ର ଆହ୍ୱାନ ଶୁଣି ଆମର ଆଖି ସମ୍ମୁଖରେ ଭାରତ ମାତାଙ୍କର ଏକ ବିରାଟ ସ୍ୱରୂପ ନଜରକୁ ଆସି ଯାଇଥାଏ । ଯେଉଁଭଳି ଭାବରେ ଲତା ଦିଦି ସବୁବେଳେ ନାଗରିକ କର୍ତ୍ତବ୍ୟକୁ ନେଇ ବହୁତ ସଜାକ ରହିଥିଲେ । ସେହିଭଳି ଭାବରେ ଏହି ଛକ ମଧ୍ୟ ଅଯୋଧ୍ୟାରେ ରହୁଥିବା ଲୋକମାନଙ୍କୁ, ଅଯୋଧ୍ୟା ଆସୁଥିବା ଲୋକମାନନଙ୍କୁ କର୍ତ୍ତବ୍ୟ ପରାୟଣତାର ପ୍ରେରଣା ଦେବ । ଏହି ଛକ, ଏହି ବୀଣା, ଆଯୋଧ୍ୟାର ବିକାଶ ଏବଂ ଅଯୋଧ୍ୟାର ପ୍ରେରଣାକୁ ମଧ୍ୟ ଆହୁରି ଅଧିକ ଗୁଞ୍ଜରିତ କରିବ । ଲତା ଦିଦିଙ୍କ ନାମରେ ତିଆରି ହୋଇଥିବା ଏହି ଛକ, ଆମ ଦେଶରେ କଳାଜଗତ ସହିତ ଜଡ଼ିତ ଲୋକମାନଙ୍କ ପାଇଁ ମଧ୍ୟ ପ୍ରେରଣାସ୍ଥଳୀ ଭାବରେ କାର୍ଯ୍ୟ କରିବ । ଏହା ସୂଚିତ କରିବ ଯେ ଭାରତର ମୂଳଦୁଆ ସହିତ ଯୋଡ଼ି ହୋଇ ରହି, ଆଧୁନିକତା ଆଡ଼କୁ ଅଗ୍ରସର ହେବାକୁ ଯାଇ, ଭାରତର କଳା ଏବଂ ସଂସ୍କୃତିକୁ ବିଶ୍ୱର କୋଣ ଅନୁକୋଣ ପର୍ଯ୍ୟନ୍ତ ପହଂଚାଇବା, ଏହା ମଧ୍ୟ ଆମର କର୍ତ୍ତବ୍ୟ ଅଟେ । ଭାରତର ହଜାର ହଜାର ବର୍ଷ ପୁରାତନ ଐତିହ୍ୟ ଉପରେ ଗର୍ବିତ ହେବା, ଭାରତର ସଂସ୍କୃତିକୁ ନୂତନ ପିଢ଼ଇ ପର୍ଯ୍ୟନ୍ତ ପହଂଚାଇବା, ଏହା ମଧ୍ୟ ଆମର ଦାୟିତ୍ୱ ଅଟେ । ଏଥିପାଇଁ ଲତା ଦିଦିଙ୍କ ଭଳି ସମର୍ପଣ ଏବଂ ନିଜର ସଂସ୍କୃତି ପ୍ରତି ଅଗାଧ ଭଲପାଇବା ଅନିବାର୍ଯ୍ୟ ଅଟେ ।

ମୋତେ ବିଶ୍ୱାସ ଅଛି, ଭାରତର କଳା ଜଗତର ପ୍ରତ୍ୟେକ ସାଧକଙ୍କୁ ଏହି ଛକରୁ ବହୁତ କିଛି ଶିଖିବାକୁ ମିଳିବ । ଲତା ଦିଦିଙ୍କ ସ୍ୱର ଯୁଗ ଯୁଗ ପର୍ଯ୍ୟନ୍ତ ଦେଶର କୋଣ ଅନୁକୋଣକୁ ଯୋଡ଼ି ରଖିବ, ଏହି ବିଶ୍ୱାସର ସହିତ, ଅଯୋଧ୍ୟାବାସୀଙ୍କ ଠାରୁ ମଧ୍ୟ ମୋର କିଛି ଆଶା ରହିଛି, ବହୁତ ନିକଟ ଭବିଷ୍ୟତରେ ରାମ ମନ୍ଦିର ନିର୍ମାଣ ହେବ, ଦେଶର କୋଟି କୋଟି ଲୋକ ଅଯୋଧ୍ୟା ଆସିବେ, ଆପଣ କଳ୍ପନା କରି ପାରୁଥିବେ ଅଯୋଧ୍ୟାବାସୀଙ୍କୁ ଅଯୋଧ୍ୟାକୁ କେତେ ଅବଶ୍ୟମ୍ଭାବୀ କରିବାକୁ ହେବ, କେତେ ସୁନ୍ଦର କରିବାକୁ ହେବ, କେତେ ସ୍ୱଚ୍ଛ କରିବାକୁ ହେବ ଏବଂ ଏହି ପ୍ରସ୍ତୁତି ଆଜିଠାରୁ ହିଁ କରିବା ଆବଶ୍ୟକ ଏବଂ ଏହି କାର୍ଯ୍ୟ ଅଯୋଧ୍ୟାର ପ୍ରତ୍ୟେକ ନାଗରିକଙ୍କୁ କରିବାକୁ ହେବ, ପ୍ରତ୍ୟେକ ଅଯୋଧ୍ୟାବାସୀଙ୍କୁ କରିବାକୁ ହେବ, ସେତେବେଳେ ଯାଇ ଅଯୋଧ୍ୟାର ଗୌରବ, ଯେତେବେଳେ କୌଣସି ଯାତ୍ରୀ ଆସିବେ, ସେତେବେଳେ ରାମ ମନ୍ଦିରର ଶ୍ରଦ୍ଧା ସହିତ ଅଯୋଧ୍ୟାର ବ୍ୟବସ୍ଥାଗୁଡ଼ିକୁ, ଅଯୋଧ୍ୟାର ଭବ୍ୟତାକୁ, ଅଯୋଧ୍ୟାର ଆତିଥ୍ୟକୁ ଅନୁଭବ କରି ଯିବେ । ମୋର ଅଯୋଧ୍ୟାର ଭାଇ ଓ ଭଉଣୀମାନେ ପ୍ରସ୍ତୁତି ବର୍ତ୍ତମାନ ଠାରୁ ଆରମ୍ଭ କରିଦିଅନ୍ତୁ ଏବଂ ଲତା ଦିଦିଙ୍କର ଜନ୍ମଦିନ ସବୁଦିନ ପାଇଁ ପ୍ରେରଣା ଦେଉଥାଉ । ଚାଲନ୍ତୁ ବହୁତଗୁଡ଼ିଏ କଥା ହୋଇଗଲା, ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch