ମାନ୍ୟବର

ନମସ୍କାର

ଆଜି ଅଧିବେଶନର ପ୍ରସଙ୍ଗ ବହୁତ ପ୍ରାସଙ୍ଗିକ, ଆମର ଭାବୀ ପିଢ଼ିର ଭବିଷ୍ୟତ ସହ ଯୋଡ଼ି ହୋଇ ରହିଛି । ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ଏସଡିଜିକୁ ଗତି ଦେବା ପାଇଁ ଆମେ ବାରାଣସୀ କାର୍ଯ୍ୟକାରିତା ଯୋଜନାକୁ ଆଦରିଥିଲୁ ।

୨୦୩୦ ପର୍ଯ୍ୟନ୍ତ ଅକ୍ଷୟ ଶକ୍ତିକୁ ତିନି ଗୁଣା ଶକ୍ତି କ୍ଷମତା ହାରକୁ ଦୁଇ ଗୁଣା କରିବାକୁ ସଂକଳ୍ପ ନେଇଥିଲୁ । ବ୍ରାଜିଲ ଅଧ୍ୟକ୍ଷତାରେ ଏହାକୁ ଲାଗୁ କରିବାକୁ ପ୍ରାଥମିକତା ଦିଆଯାଇଛି । ଆମେ ଏହାକୁ ସ୍ୱାଗତ କରୁଛୁ ।

ଏହି ପ୍ରସଙ୍ଗରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରତି ଭାରତର ପ୍ରତିବଦ୍ଧତା ଏବଂ ପ୍ରୟାସ ସମ୍ପର୍କରେ କହୁଛି ।

ବିଗତ ଏକ ଦଶନ୍ଧିରେ ଭାରତରେ ୪ କୋଟିରୁ ଅଧିକ ପରିବାରଙ୍କୁ ଘର ଉପଲବ୍ଧ କରାଯାଇଛି । ବିଗତ ୫ ବର୍ଷରେ ୧୨ କୋଟିରୁ ଅଧିକ ପରିବାରଙ୍କୁ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ କରାଯାଇଛି । ୧୦ କୋଟିରୁ ଅଧିକ ପରିବାରଙ୍କୁ ସ୍ୱଚ୍ଛ ଜାଳେଣି ଉପଲବ୍ଧ କରାଯାଇଛି ଏବଂ ୧୧.୫ କୋଟିରୁ ଅଧିକ ପରିବାରଙ୍କ ସକାଶେ ଶୌଚାଳୟ ପ୍ରସ୍ତୁତ କରାଯାଇଛି ।

 

 

ବନ୍ଧୁଗଣ

ଆମର ପ୍ରଚେଷ୍ଟା ଭାରତର ଲୋକଙ୍କ ପ୍ରଗତିଶୀଳ ଭାବନା ଏବଂ ପରମ୍ପରା ଉପରେ ଆଧାରିତ । ଯେଉଁଠି କି ପୃଥିବୀକୁ ମା’, ନଦୀକୁ ଜୀବନଦାୟିନୀ ଏବଂ ବୃକ୍ଷକୁ ଦେବତୁଲ୍ୟ ଗଣ୍ୟ କରାଯାଇଥାଏ ।

ପ୍ରକୃତିର ରକ୍ଷଣାବେକ୍ଷଣକୁ ଆମେ ନୈତିକ ଓ ମୌଳକ କର୍ତ୍ତବ୍ୟ ବୋଲି ଭାବିଥାଉ । ଭାରତ ପ୍ରଥମ ଜି-୨୦ ଦେଶ ଯିଏ କି ପ୍ୟାରିସ ପ୍ରତିବଦ୍ଧତାକୁ ଧାର୍ଯ୍ୟ ସମୟ ପୂର୍ବରୁ ପୂରଣ କରିପାରିଛି ।

ଏବେ ଆମେ ଅଧିକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛୁ । ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି ଲକ୍ଷ୍ୟ ମଧ୍ୟରୁ ୨୦୦ ଗିଗାୱାଟ ଲକ୍ଷ୍ୟ ହାସଲ ହୋଇସାରିଲାଣି ।

ଆମେ ସବୁଜ ଇନ୍ଧନ ଦିଗରେ ପରିବର୍ତ୍ତନକୁ ଜନଆନ୍ଦୋଳନରେ ପରିଣତ କରିଛୁ । ପ୍ରାୟ ୧୦ ନିୟୁତ ପରିବାର ବିଶ୍ୱର ସବୁଠୁ ବଡ଼ ସୋଲାର ରୁଫ୍ ଟପ୍ କାର୍ଯ୍ୟକ୍ରମ ସହ ଯୋଡ଼ଇ ହୋଇଛନ୍ତି ।

ଆମର ଚିନ୍ତାଧାରା କେବଳ ଆମ ମଧ୍ୟରେ ସୀମିତ ନାହିଁ, ଆମେ ସମ୍ପୂର୍ଣ୍ଣ ମାନବତାର ମଙ୍ଗଳ ପାଇଁ ଚିନ୍ତା କରିଥାଉ । ବୈଶ୍ୱିକ ସ୍ତରରେ ‘ଶତତ ଜୀବନଶୈଳୀ’କୁ ଆଗେଇ ନେବା ପାଇଁ ‘ମିଶନ ଲାଇଫ’ ଅର୍ଥାତ୍ ‘ପରିବେଶ ପାଇଁ ଜୀବନଶୈଳୀ’ର ଶୁଭାରମ୍ଭ କରାଯାଇଛି ।

ଖାଦ୍ୟ ନଷ୍ଟ କେବଳ ଯେ ଅଙ୍ଗାରକାମ୍ଳ ପ୍ରଦୂଷଣକୁ ବଢ଼ାଇଥାଏ ତାହା ନୁହେଁ, ଏହା ବୁଭୁକ୍ଷୁତାକୁ ମଧ୍ୟ ବଢ଼ାଇଥାଏ । ଆମକୁ ଏହି ପ୍ରସଙ୍ଗରେ ମଧ୍ୟ କାମ କରିବାକୁ ପଡ଼ିବ ।

ଆମେ ଆନ୍ତର୍ଜାତିକ ସୌର ମେଣ୍ଟର ଶୁଭାରମ୍ଭ କରିଛୁ । ୧୦୦ରୁ ଅଧିକ ଦେଶ ଏହା ଯୋଡ଼ି ହୋଇଛନ୍ତି । ‘ଗୋଟିଏ ସୂର୍ଯ୍ୟ ଗୋଟିଏ ବିଶ୍ୱ ଗୋଟିଏ ଗ୍ରୀଡ଼୍‌’ ଅଭିଯାନ ସ୍ୱରୂପରେ ଆମେ ଶକ୍ତି ସଂଯୋଗ କ୍ଷେତ୍ରରେ ସହଯୋଗ କରୁଛୁ ।

ଭାରତ ସବୁଜ ଇନ୍ଧନ ନବୋନ୍ମେଷ କେନ୍ଦ୍ର ଏବଂ ବୈଶ୍ୱି ଜୈବିକ ମେଣ୍ଟର ଶୁଭାରମ୍ଭ କରିଛି । ଆମେ ଭାରତରେ ଏକ ବ୍ୟାପକ ୱେଷ୍ଟ-ଟୁ-ଏନର୍ଜି ଅଭିଯାନ ମଧ୍ୟ ଚଳାଇଛୁ । ଆମେ ସମ୍ବେଦନଶୀଳ ଖଣିଜ ସହ ସମ୍ପର୍କିତ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଚକ୍ରାକାର ଆଭିମୁଖ୍ୟ ଗୁରୁତ୍ୱ ଦେଉଛୁ । ‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନରେ ଆମେ ଭାରତରେ ଚଳିତ ବର୍ଷ ପ୍ରାୟ ୧୦୦ କୋଟି ବୃକ୍ଷରୋପଣ କରିଛୁ । ଭାରତ ଆପାଦକାଳୀନ ପ୍ରତିରୋଧ ମୌଳିକ ଢାଞ୍ଚାର ବ୍ୟବସ୍ଥା କରିଛି । ଏହି ଅନୁସାରେ ଏବେ ବିପର୍ଯ୍ୟୟ ପରବର୍ତ୍ତୀ ବ୍ୟବସ୍ଥା ଏବଂ ପୁନର୍ଗଠନ କାର୍ଯ୍ୟକଗୁ ଗୁରୁତ୍ୱ ଦିଆଯାଉଛି ।

 

ବନ୍ଧୁଗଣ

ଗ୍ଲୋବାଲ ସାଉଥ ଦେଶ, ଅର୍ଥାତ ବିକାଶଶୀଳ କ୍ଷୁଦ୍ର ଦ୍ୱୀପ ଗୁଡ଼ିକ ପାଇଁ ଆର୍ଥିକ ବିକାଶ ପ୍ରାଥମିକତା । ଡିଜିଟାଲ ଯୁଗ ଏବଂ ଏଆଇର ବର୍ଦ୍ଧିତ ପ୍ରଭାବ ସହିତ ଏକ ସନ୍ତୁଳିତ ଏବଂ ଉପଯୁକ୍ତ ଶକ୍ତି ମିଶ୍ରଣର ଆବଶ୍ୟକତା ଅଛି ଏବଂ ଏହାର ଗୁରୁତ୍ୱ ବଢ଼ିଯାଏ । ଏପରି ସ୍ଥିତିରେ ଗ୍ଲୋବାଲ ସାଉଥ୍‌କୁ ଇନ୍ଧନ ପରିବର୍ତ୍ତନ ପାଇଁ ଉଚିତ ଏବଂ ପ୍ରତିବଦ୍ଧ ଜଳବାୟୁ ଆର୍ଥିକ ସହାୟତା ର ଗୁରୁତ୍ୱ ବଢ଼ିଯାଏ । ଟେକ୍ନୋଲୋଜି ଏବଂ ଅର୍ଥ ଉପଲବ୍ଧ କରାଇବା ପାଇଁ ବିକଶିତ ଦେଶଗୁଡ଼ିକୁ ପ୍ରତିବଦ୍ଧତା ଗୁଡ଼ିକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ଆବଶ୍ୟକ ।

ଭାରତ ତାର ସଫଳ ଅନୁଭବକୁ ସମସ୍ତ ଦେଶ ଗୁଡ଼ିକ ସହିତ, ବିଶେଷ ଭାବେ ଗ୍ଲୋବାଲ ସାଉଥ୍ ସହିତ ବାଣ୍ଟିଥାଉ । ଏହି ଦିଗରେ ତୃତୀୟ ବୈଶ୍ୱିକ ଶିଖର ସମ୍ମିଳନୀରେ ଆମେ ଗ୍ଲୋବାଲ ଡେଭଲପମେଣ୍ଟ କମ୍ପାକ୍ଟ ର ଘୋଷଣା ମଧ୍ୟ କରିଛୁ । ମୁଁ ଆପଣ ସମସ୍ତଙ୍କୁ ଆମର ପଦକ୍ଷେପ ଏବଂ ପ୍ରୟାସ ସହ ଯୋଡ଼ି ହେବାକୁ ଅନୁରୋଧ କରୁଛୁ ।

ଧନ୍ୟବାଦ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi