“ଭାରତର ସ୍ୱାଧୀନତାର ଅମୃତ କାଳରେ ଆମେ ସୌରାଷ୍ଟ୍ର ତାମିଲ ସଙ୍ଗମମ ଭଳି ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମର ସାକ୍ଷୀ ରହିଛୁ”
“ତାମିଲ ସୌରାଷ୍ଟ୍ର ସଙ୍ଗମମ ହେଉଛି ସର୍ଦ୍ଦାର ପଟେଲ ଏବଂ ସୁବ୍ରମଣ୍ୟମ ଭାରତୀଙ୍କ ଦେଶପ୍ରେମର ସଂକଳ୍ପ”
“ଭାରତ ଏପରି ଏକ ଦେଶ ଯିଏ ଏହାର ବିବିଧତାକୁ ଏକ ବିଶେଷତା ଭାବରେ ଦେଖେ”
“ଆମର ଐତିହ୍ୟକୁ ନେଇ ଅଧିକ ଗର୍ବ କରିବା ଯେତେବେଳେ ଆମେ ଏହାକୁ ଜାଣିବା, ଦାସତ୍ୱର ମାନସିକତାରୁ ମୁକ୍ତ ହୋଇ ନିଜକୁ ଜାଣିବାକୁ ଚେଷ୍ଟା କରିବା”
“ସୌରାଷ୍ଟ୍ର ଏବଂ ତାମିଲନାଡୁ ପଶ୍ଚିମ ଏବଂ ଦକ୍ଷିଣର ଏହି ସାଂସ୍କୃତିକ ମିଶ୍ରଣ ହେଉଛି ଏକ ପ୍ରବାହ ଯାହା ହଜାରେ ବର୍ଷ ଧରି ଚାଲିଆସୁଛି”
“ଭାରତ କଠିନରୁ କଠନି ପରିସ୍ଥିତିରେ ମଧ୍ୟ ଅଭିନବ କରିବାର ଶକ୍ତି ରହିଛି”

ୱଣକ୍କମ୍ ସୌରାଷ୍ଟ୍ର ! ୱଣକ୍କମ୍ ତାମିଲନାଡୁ !

ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୂପେନ୍ଦ୍ର ଭାଇ ପଟେଲ, ନାଗାଲ୍ୟାଣ୍ଡର ରାଜ୍ୟପାଳ ଶ୍ରୀ ଏଲ. ଗଣେଶନ ମହୋଦୟ, ଝାଡଖଣ୍ଡର ରାଜ୍ୟପାଳ ସି.ପି ରାଧାକୃଷ୍ଣନ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଭାଇ ପୁରୁଷୋତମ ରୂପାଲା ମହାଶୟ, ଏଲ. ମୁରୁଗନ ମହାଶୟ, ମିନାକ୍ଷୀ ଲେଖି ମହାଶୟା, ଏହି କାର୍ଯ୍ୟକ୍ରମ ସହିତ ଜଡିତ ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ, ସୌରାଷ୍ଟ୍ର ତମିଲ୍ ସଙ୍ଗମମ୍‌, ନିଗଲ୍‌- ଚିୟିଲ୍‌, ପଙ୍ଗେର- କବନ୍ଦିରୁକ୍କୁମ, ତମିଲଗ ସୌନ୍ଦନଗଲ ଉନୌବରୌୟୁମ୍‌, ବରୁଗ ବରୁଗ ଏନ ପରୱେରକିରେନ୍ । ଉନଗଲ ଅନୌବରୌୟୁମ୍‌, ଗୁଜରାଟ ମଣିଣଲ, ଇଣ୍ଡ୍ରୁ ସନ୍ଦିତଦିଲ ପେରୁ ମଗିଲଚି ।

ସାଥୀଗଣ,

ଏକଥା ସତ ଯେ ଅତିଥି ସତ୍କାରର ସୁଖ ହେଉଛି ବହୁତ ଅନନ୍ୟ । କିନ୍ତୁ, ଯେତେବେଳେ କୌଣସି ନିଜର ଲୋକ ହିଁ ବର୍ଷ ବର୍ଷ ପରେ ଘରକୁ ଫେରି ଆସିଥାଏ, ସେତେବେଳେ ସେହି ସୁଖର ସେହି ଉତ୍ସାହ ଏବଂ ଉଲ୍ଲାସର କଥା କିଛି ଭିନ୍ନ ହୋଇଥାଏ । ଆଜି ସେହି ଗଦଗଦ୍ ହୃଦୟରେ ସୌରାଷ୍ଟ୍ରର ପ୍ରତ୍ୟେକ ଲୋକ, ତାମିଲନାଡ଼ୁରୁ ଆସିଥିବା ନିଜର ଭାଇ ଏବଂ ଭଉଣୀମାନଙ୍କ ସ୍ୱାଗତ କରିବା ପାଇଁ ଆଖିରୁ ନିଦ ହଜେଇ ଦେଇଛନ୍ତି । ଆଜି ସେହି ଗଦଗଦ୍ ହୃଦୟରେ ମୁଁ ମଧ୍ୟ ତାମିଲନାଡ଼ୁରୁ ଆସିଥିବା ମୋର ନିଜର ଲୋକମାନଙ୍କ ଗହଣରେ ଭର୍ଚ୍ଚୁଆଲ ମାଧ୍ୟମରେ ଉପସ୍ଥିତ ଅଛି ।

ମୋର ସ୍ମରଣ ଅଛି, ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ 2010ରେ ମଦୁରାଇରେ ମୁଁ ଏଭଳି ଭବ୍ୟ ସୌରାଷ୍ଟ୍ର ସଙ୍ଗମର ଆୟୋଜନ କରିଥିଲି । ସେହି ଆୟୋଜନରେ ଆମର 50 ହଜାରରୁ ଅଧିକ ସୌରାଷ୍ଟ୍ରର ଭାଇ- ଭଉଣୀ ଭାଗ ନେବାକୁ ଆସିଥିଲେ । ଆଉ ଆଜି, ସୌରାଷ୍ଟ୍ର ମାଟିରେ ସ୍ନେହ ଏବଂ ଆପଣାର ଭାବର ସେହି ଲହର ଦେଖିବାକୁ ମିଳୁଛି । ଏତେ ବିଶାଳ ସଂଖ୍ୟାରେ ଆପଣ ସମସ୍ତେ ତାମିଲନାଡ଼ୁରୁ ନିଜର ପୁର୍ବ ପୁରୁଷଙ୍କ ମାଟିକୁ ଆସିଛନ୍ତି, ନିଜ ଘରକୁ ଆସିଛନ୍ତି । ଆପଣଙ୍କ ମୁଖମଣ୍ଡଳରେ ଖୁସି ଦେଖି ମୁଁ କହି ପାରୁଛି, ଆପଣମାନେ ଏଠାରୁ ଅନେକ ସ୍ମୃତି ଏବଂ ଭାବୁକ ଅନୁଭବ ନିଜ ସାଙ୍ଗରେ ନେଇକରି ଯିବେ ।

ଆପଣମାନେ ସୌରାଷ୍ଟ୍ରର ପର୍ଯ୍ୟଟନର ମଧ୍ୟ ଭରପୁର ଆନନ୍ଦ ନେଇଛନ୍ତି । ସୌରାଷ୍ଟ୍ରରୁ ତମିଲନାଡୁ ପର୍ଯ୍ୟନ୍ତ ଦେଶକୁ ଯୋଡିଥିବା ସର୍ଦ୍ଦାର ପଟେଲଙ୍କ(ଷ୍ଟାଚ୍ୟୁ ଅଫ୍ ୟୁନିଟି) ଏକତାର ପ୍ରତିମୂର୍ତିକୁ, ତାକୁ ମଧ୍ୟ ଆପଣ ଦର୍ଶନ କରିଛନ୍ତି । ଅର୍ଥାତ, ଅତୀତର ଅମୂଲ୍ୟ ସ୍ମୃତି ଗୁଡିକ, ବର୍ତମାନର ନିଜସ୍ୱଭାବ ଓ ଅନୁଭବ, ଏବଂ ଭବିଷ୍ୟତ ପାଇଁ ସଂକଳ୍ପ ଏବଂ ପ୍ରେରଣା, ‘ସୌରାଷ୍ଟ୍ର- ତମିଲ ସଂଙ୍ଗମମ୍‌’ ସେଥିରେ ଆମେ ଏହି ସବୁକୁ ଏକାଠି ଦର୍ଶନ କରୁଛୁ । ମୁଁ ଏହି ଅଦ୍ଭୁତ ଆୟୋଜନ ପାଇଁ ସୌରାଷ୍ଟ୍ର ଏବଂ ତମିଲନାଡୁର ସମସ୍ତ ଲୋକଙ୍କୁ ଶୁଭେଚ୍ଛା ଜଣାଉଛି, ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ସାଥୀଗଣ,

ଆଜି ସ୍ୱାଧୀନତାର ଅମୃତକାଳରେ ଆମେ ସୌରାଷ୍ଟ୍ର-ତମିଲ ସଙ୍ଗମମ୍ ଭଳି ସାଂସ୍କୃତିକ ଆୟୋଜନର ଏକ ନୂତନ ପରମ୍ପରାର ସାକ୍ଷୀ ପାଲଟୁଛେ । ଆଜକୁ କିଛି ମାସ ପୂର୍ବେ ହିଁ ବନାରସରେ କାଶୀ- ତମିଲ ସଙ୍ଗମମ୍ ର ଆୟୋଜନ ହୋଇଥିଲା, ଯାହାକୁ ନେଇ ସାରା ଦେଶରେ ବହୁତ ଚର୍ଚ୍ଚା ହୋଇଥିଲା । ଏହାପରେ ଦେଶର ଭିନ୍ନ- ଭିନ୍ନ ଭାଗରେ ଏଭଳି କାର୍ଯ୍ୟକ୍ରମର ଅନେକ ସ୍ୱତଃସ୍ଫୂର୍ତ ପ୍ରୟାସ ଆରମ୍ଭ ହୋଇଛି । ଆଉ, ଆଜି ସୌରାଷ୍ଟ୍ରର ମାଟିରେ ପୁଣି ଥରେ ଆମେ ଭାରତର ଦୁଇ ପ୍ରାଚୀନ ଧାରାର ସଙ୍ଗମ ହେଉଥିବା ଦେଖୁଛୁ ।

‘ସୌରାଷ୍ଟ୍ର ତମିଲ ସଙ୍ଗମମ୍‌’ର ଏହି ଆୟୋଜନ କେବଳ ଗୁଜରାଟ ଏବଂ ତାମିଲନାଡ଼ୁର ସଙ୍ଗମ ନୁହେଁ । ଏହା ଦେବୀ ମିନାକ୍ଷୀ ଏବଂ ଦେବୀ ପାର୍ବତୀଙ୍କ ରୂପରେ ହେଉଛି ‘ଏକ ଶକ୍ତି’ର ଉପାସନା ଉତ୍ସବ ମଧ୍ୟ । ଏହା ଭଗବାନ ସୋମନାଥ ଏବଂ ଭଗବାନ ରାମନାଥଙ୍କ ‘ଏକ ଶିବ’ର ଭାବନା ଉତ୍ସବ ମଧ୍ୟ । ଏହି ସଙ୍ଗମମ୍ ନାଗେଶ୍ୱର ଏବଂ ସୁନ୍ଦରେଶ୍ୱରଙ୍କ ମାଟିର ହେଉଛି ସଙ୍ଗମ । ଏହା ହେଉଛି ଶ୍ରୀକୃଷ୍ଣ ଏବଂ ଶ୍ରୀ ରଙ୍ଗନାଥଙ୍କ ମାଟିର ସଙ୍ଗମ । ଏହି ସଙ୍ଗମ ହେଉଛି- ନର୍ମଦା ଏବଂ ବୈଗଇର । ଏହି ସଙ୍ଗମ ହେଉଛି- ଡାଣ୍ଡିଆ ଏବଂ କୋଲାଟ୍ଟମର! ଏହି ସଙ୍ଗମ ହେଉଛି- ଦ୍ୱାରିକା ଏବଂ ମଦୁରାଇ ଭଳି ପବିତ୍ର ଧାମର ପରମ୍ପରାଗୁଡ଼ିକର! ଆଉ, ଏହି ସୌରାଷ୍ଟ୍ର- ତମିଲ ସଙ୍ଗମମ୍ ହେଉଛି ସର୍ଦ୍ଦାର ପଟେଲ ଏବଂ ସୁବ୍ରମଣ୍ୟମ ଭାରତୀଙ୍କ ରାଷ୍ଟ୍ର -ପ୍ରଥମ ସହିତ ଓତଃପ୍ରୋତ ସଂକଳ୍ପର! ଆମକୁ ଏହି ସଂକଳ୍ପକୁ ନେଇ ଆଗକୁ ବଢ଼ିବାର ଅଛି । ଆମକୁ ଏହି ସଂସ୍କୃତିକ ପରମ୍ପରାକୁ ନେଇ ରାଷ୍ଟ୍ର ନିର୍ମାଣ ପାଇଁ ଆଗକୁ ଅଗ୍ରସର ହେବାର ଅଛି ।

ସାଥୀଗଣ,

ଭାରତ ହେଉଛି ବିବିଧତାର ବିଶେଷତ୍ୱକୁ ନେଇ ବଂଚୁଥିବା ଦେଶ । ଆମେ ହେଉଛେ ବିବିଧତାକୁ ପାଳନ କରୁଥିବା ଲୋକ । ଆମେ ଭିନ୍ନ- ଭିନ୍ନ ଭାଷା ଏବଂ ଉପଭାଷାକୁ, ଭିନ୍ନ ଭିନ୍ନ କଳା ଏବଂ ବିବିଧତାକୁ ପାଳନ କରୁଛେ । ଆମର ଆସ୍ଥା ଠାରୁ ନେଇ ଆମର ଆଧ୍ୟାତ୍ମ ପର୍ଯ୍ୟନ୍ତ, ପ୍ରତ୍ୟେକ ସ୍ଥାନରେ ବିବିଧତାମାନ ରହିଛି । ଆମେ ଶିବ ପୂଜା କରୁଛେ, କିନ୍ତୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗରେ ପୂଜା ପଦ୍ଧତିରେ ନିଜସ୍ୱ ବିବିଧତାମାନ ରହିଛି । ଆମେ ବ୍ରହ୍ମର ମଧ୍ୟ ‘ଏକୋ ଅହମ୍ ବହୁ ଶ୍ୟାମ’ ଭାବେ ଭିନ୍ନ ଭିନ୍ନ ରୂପରେ ଅନୁସନ୍ଧାନ କରୁଛେ, ତାହାର ଉପାସନା କରୁଛେ । ଆମେ ‘ଗଙ୍ଗେ ଚ ଯମୁନେ ଚୈବ, ଗୋଦାବରୀ ସରସ୍ୱତୀ’ ଭଳି ମନ୍ତ୍ରରେ ଦେଶର ଭିନ୍ନ- ଭିନ୍ନ ନଦୀଗୁଡ଼ିକୁ ପ୍ରଣାମ କରୁଛେ ।

ଏହି ବିବିଧତା ଆମକୁ ଭାଗ ଭାଗ କରୁ ନାହିଁ, ବରଂ ଆମର ବନ୍ଧନକୁ, ଆମର ସମ୍ବନ୍ଧକୁ ସୁଦୃଢ଼ କରୁଛି । କାରଣ ଆମେ ଜାଣିଛେ, ଭିନ୍ନ- ଭିନ୍ନ ଧାରା ଯେତେବେଳେ ଏକାଠି ହୋଇ ଯାଇଥାଏ, ସେତେବେଳେ ସଙ୍ଗମର ସୃଜନ ହୋଇଥାଏ । ଏଥିପାଇଁ, ଆମେ ନଦୀମାନଙ୍କ ସଙ୍ଗମରୁ ନେଇ କୁମ୍ଭ ଭଳି ଆୟୋଜନରେ ଚିନ୍ତାଧାରାର ସଙ୍ଗମ ପର୍ଯ୍ୟନ୍ତ, ଏହି ପରମ୍ପରାଗୁଡ଼ିକୁ ଶତାବ୍ଦୀ– ଶତାବ୍ଦୀ ଧରି ପାଳନ କରି ଆସୁଛୁ ।

ଏହା ହେଉଛି ସଙ୍ଗମର ଶକ୍ତି, ଯାହାକୁ ସୌରାଷ୍ଟ୍ର ତମିଲ ସଙ୍ଗମମର ଆଜି ଏକ ନୂତନ ସ୍ୱରୂପରେ ଆଗକୁ ବଢ଼ାଉଛି । ଆଜି ଯେତେବେଳେ ଦେଶର ଏକତା ଏଭଳି ମହାପର୍ବ ରୂପରେ ଆକାର ନେଉଛି, ସେତେବେଳେ ସର୍ଦ୍ଦାର ସାହେବ ଆମକୁ ନିଶ୍ଚିତ ଆଶୀର୍ବାଦ ଦେଉଥିବେ । ଏହା ଦେଶର ସେହି ହଜାର- ହଜାର, ଲକ୍ଷ- ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରିବ, ଯେଉଁମାନେ ନିଜର ବଳିଦାନ ଦେଇ ‘ଏକ ଭାରତ- ଶ୍ରେଷ୍ଠ ଭାରତ’ ସ୍ୱପ୍ନ ଦେଖିଥିଲେ ।

ସାଥୀଗଣ,

ଆଜି ଯେତେବେଳେ ଆମେ ସ୍ୱାଧୀନତାର 75 ପୂରଣ କରିଛେ, ସେତେବେଳେ ଦେଶ ନିଜ ‘ପରମ୍ପରା ଉପରେ ଗର୍ବ’ର ପଂଚ ପ୍ରାଣ’ର ଆହ୍ୱାନ କରିଛି । ନିଜର ପରମ୍ପରା ଉପରେ ସେତେବେଳେ ଆହୁରି ଅଧିକ ଗର୍ବ ବୃଦ୍ଧି ପାଇବ, ଯେତେବେଳେ ଆମେ ତାକୁ ଜାଣିବା, ପରାଧୀନତାର ମାନସିକତାରୁ ମୁକ୍ତ ହୋଇ ନିଜକୁ ନିଜେ ଜାଣିବାର ପ୍ରୟାସ କରିବା! କାଶୀ- ତମିଲ ସଙ୍ଗମମ୍ ହେଉ ଅବା ସୌରାଷ୍ଟ୍ର ତମିଲ ସଙ୍ଗମମ୍‌, ଏହି ଆୟୋଜନ ଏଥି ପାଇଁ ଏକ ପ୍ରଭାବୀ ଅଭିଯାନ ପାଲଟୁଛି ।

ଆପଣ ଦେଖନ୍ତୁ, ଗୁଜରାଟ ଏବଂ ତାମିଲନାଡ଼ୁ ମଧ୍ୟରେ ଏଭଳି କେତେ କିଛି ରହିଛି ଯାହାକୁ ଜାଣିଶୁଣି ଆମ୍ଭମାନଙ୍କର ଗୋଚର ବାହାରେ ରଖାଗଲା । ବିଦେଶୀ ଆକ୍ରମଣଗୁଡ଼ିକ ସମୟରେ ସୌରାଷ୍ଟ୍ରରୁ ତାମିଲନାଡ଼ୁକୁ ପଳାୟନ ବିଷୟରେ ଅଳ୍ପ ବହୁତେ ଚର୍ଚ୍ଚା ଇତିହାସର କିଛି ସୂଚନା ପର୍ଯ୍ୟନ୍ତ ସୀମିତ କରି ରଖାଗଲା ! କିନ୍ତୁ ତାହା ପୂର୍ବରୁ ମଧ୍ୟ, ଏହି ଦୁଇ ରାଜ୍ୟଙ୍କ ମଧ୍ୟରେ ପୌରାଣିକ ସମୟରୁ ଏକ ଗଭୀର ସମ୍ପର୍କ ରହି ଆସିଛି । ସୌରାଷ୍ଟ୍ର ଏବଂ ତମିଲନାଡ଼ୁର, ପଶ୍ଚିମ ଏବଂ ଦକ୍ଷିଣର ଏହି ସାଂସ୍କୃତିକ ସମନ୍ୱୟ ହେଉଛି ଏଭଳି ଏକ ପ୍ରବାହ ଯାହା ହଜାର- ହଜାର ବର୍ଷ ଧରି ଗତିଶୀଳ ରହିଛି ।

ସାଥୀଗଣ,

ଆଜି ଆମ ପାଖରେ 2047ର ଭାରତ ପାଇଁ ଲକ୍ଷ୍ୟ ରହିଛି । ଆମର ନିଜର ପରାଧୀନତା ଏବଂ ତା’ପରେ 7 ଦଶକର ସମୟର ଆହ୍ୱାନଗୁଡ଼ିକ ମଧ୍ୟ ରହିଛି । ଆମକୁ ଦେଶକୁ ଆଗକୁ ନେଇ ଯିବାର ଅଛି, କିନ୍ତୁ ରାସ୍ତାରେ ଆମକୁ ଭାଙ୍ଗିବା ଭଳି ଶକ୍ତିମାନ ମଧ୍ୟ ମିଳିବ, ପଥଭ୍ରଷ୍ଟ କରାଇବା ଭଳି ଲୋକ ମଧ୍ୟ ମିଳିବେ । କିନ୍ତୁ, ଭାରତ କଠିନରୁ କଠିନ ପରିସ୍ଥିତିଗୁଡ଼ିକରେ ମଧ୍ୟ କିଛି ନୂଆ କରି ଦେଖାଇବାର ଶକ୍ତି ରଖିଛି, ସୌରାଷ୍ଟ୍ର ଏବଂ ତାମିଲନାଡ଼ୁର ପାରସ୍ପରିକ ଇତିହାସ ଆମକୁ ଏହି ବିଶ୍ୱାସ ପ୍ରଦାନ କରିଥାଏ ।

ଆପଣମାନେ ସ୍ମରଣ କରନ୍ତୁ, ଯେତେବେଳେ ଭାରତ ଉପରେ ବିଦେଶୀ ଆକ୍ରମଣକାରୀଙ୍କ ଆକ୍ରମଣ ଆରମ୍ଭ ହେଲା, ସୋମନାଥଙ୍କ ରୂପରେ ଦେଶର ସଂସ୍କୃତି ଏବଂ ସମ୍ମାନ ଉପରେ ପ୍ରଥମ ଥର ପାଇଁ ଏତେ ବଡ଼ ଆକ୍ରମଣ ହେଲା, ଶତାବ୍ଦୀ- ଶତାବ୍ଦୀ ପୂର୍ବରୁ ସେହି ସମୟରେ ଆଜିଭଳି ସଂସାଧନ ନ ଥିଲା । ସୂଚନା ପ୍ରଯୁକ୍ତି ବିଦ୍ୟାର ସମୟ ନ ଥିଲା, ଯାତାୟାତ ପାଇଁ ଦ୍ରୁତ ଟ୍ରେନ ଏବଂ ଉଡ଼ାଜାହାଜ ନ ଥିଲା । କିନ୍ତୁ ଆମର ପୂର୍ବ ପୁରୁଷମାନଙ୍କୁ ଏହିକଥା ଜଣାଥିଲା ଯେ- ହିମାଲୟାତ୍ ସମାରଭ୍ୟ, ୟାବତ୍ ଇନ୍ଦୁ ସରୋବରମ୍ । ତଂ ଦେବ- ନିର୍ମିତଂ ଦେଶଂ, ହିନ୍ଦୁସ୍ଥାନଂ ପ୍ରଚକ୍ଷତେ । । ଅର୍ଥାତ, ହିମାଳୟ ଠାରୁ ନେଇ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ, ଏହି ସମଗ୍ର ଦେବଭୂମି ହେଉଛି ଆମର ନିଜର ଭାରତ ଦେଶ । ଏଥିପାଇଁ ସେମାନଙ୍କୁ ଏହି ଚିନ୍ତା ହୋଇ ନ ଥିଲା ଯେ ଏତେ ଦୂର, ନୂତନ ଭାଷା, ନୂତନ ଲୋକ, ନୂତନ ବାତାବରଣ ଥିବ, ତେବେ ସେମାନେ ସେଠାରେ କିପରି ରହିବେ । ବ୍ୟାପକ ସଂଖ୍ୟାରେ ଲୋକ ନିଜ ଆସ୍ଥା ଏବଂ ପରିଚୟର ରକ୍ଷା ପାଇଁ ସୌରାଷ୍ଟ୍ର ଏବଂ ତମିଲନାଡୁ ଚାଲିଗଲେ । ତାମିଲନାଡ଼ୁର ଲୋକମାନେ ସେମାନଙ୍କୁ ଖୋଲା ହୃଦୟରେ, ପରିବାରଭାବ ସହିତ ସ୍ୱାଗତ କଲେ, ସେମାନଙ୍କୁ ନୂତନ ଜୀବନ ପାଇଁ ସମସ୍ତ ସ୍ଥାୟୀ ସୁବିଧାମାନ ଦେଲେ । ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଏହାଠାରୁ ବଡ଼ ଏବଂ ଶ୍ରେଷ୍ଠ ଉଦାହରଣ ଆଉ କ’ଣ ହୋଇପାରେ?

ସାଥୀଗଣ,

ମହାନ ସନ୍ଥ ତିରୁବଲ୍ଲବର ଜୀ କହିଥିଲେ- ଅଗନ୍ ଅମନ୍ଦ୍ରୁ, ସେୟାଲ୍ ଉରେୟୁମ୍ ମୁଗନ୍ ଅମନ୍ଦ୍ରୁ, ନଲ୍ ବିରୁନ୍ଦୁ, ଓମ୍ବୁବାନ୍ ଇଲ୍ ଅର୍ଥାତ, ସୁଖ- ସମୃଦ୍ଧି ଏବଂ ଭାଗ୍ୟ ସେହି ଲୋକମାନଙ୍କ ସାଙ୍ଗରେ ରହିଥାଏ, ଯେଉଁମାନେ ଅନ୍ୟମାନଙ୍କ ସହିତ ନିଜର ଏଠାରେ ଖୁସି ଖୁସି ସ୍ୱାଗତ କରି ଥାଆନ୍ତି । ଏଥିପାଇଁ ଆମକୁ ସାଂସ୍କୃତିକ ବିଭେଦ ନୁହେଁ ବରଂ ସମନ୍ୱୟ ଉପରେ ଗୁରୁତ୍ୱ ଦେବାର ଅଛି । ଆମକୁ ସଂଘର୍ଷ ପାଇଁ ନୁହେଁ, ସଙ୍ଗମ ଏବଂ ସମାଗମକୁ ଆଗକୁ ବଢ଼ାଇବାର ଅଛି । ଆମକୁ ଭେଦଭାବ ଖୋଜିବା ନୁହେଁ, ଆମକୁ ଭାବନାତ୍ମକ ସମ୍ବନ୍ଧ ସୃଷ୍ଟି କରିବାର ଅଛି ।

ତାମିଲନାଡ଼ୁରେ ବସବାସ କରୁଥିବା ସୌରାଷ୍ଟ୍ରର ମୌଳିକ ଅଧିବାସୀ ଏବଂ ତମିଲଗମର ଲୋକମାନେ ଏହାକୁ ବଂଚାଇ ଦେଖାଇଛନ୍ତି । ଆପଣ ସମସ୍ତେ ତମିଲକୁ ଗ୍ରହଣ କରୁଛନ୍ତି, କିନ୍ତୁ ଏହା ସହିତ ସୌରାଷ୍ଟ୍ରର ଭାଷାକୁ, ଖାଦ୍ୟପେୟକୁ, ରୀତିନୀତିକୁ ମନେ ରଖିଛନ୍ତି । ଏହା ହେଉଛି ଭାରତର ସେହି ଅମର ପରମ୍ପରା, ଯାହା ସମସ୍ତଙ୍କୁ ସାଙ୍ଗରେ ନେଇ ସମାବେଶ ସହିତ ଆଗକୁ ବଢ଼ୁଛି, ସମସ୍ତଙ୍କୁ ସ୍ୱୀକାର କରି ଆଗକୁ ବଢ଼ୁଛି ।

ମୁଁ ଖୁସି ଯେ, ଆମେ ସମସ୍ତେ ଆମର ପୂର୍ବ ପୁରୁଷଙ୍କ ସେହି ଯୋଗଦାନକୁ କର୍ତବ୍ୟ ଭାବ ସହିତ ଆଗକୁ ବଢ଼ାଉଛୁ । ମୁଁ ଚାହିଁବି ଯେ ଆପଣ ସ୍ଥାନୀୟ ସ୍ତରରେ ମଧ୍ୟ ଦେଶର ଭିନ୍ନ ଭିନ୍ନ ଭାଗର ଲୋକଙ୍କୁ ଏହିଭଳି ଆମନ୍ତ୍ରିତ କରନ୍ତୁ, ସେମାନଙ୍କୁ ଭାରତକୁ ଜାଣିବା ଏବଂ ଜୀଇଁବାର ସୁଯୋଗ ଦିଅନ୍ତୁ । ମୋର ବିଶ୍ୱାସ ଯେ, ସୌରାଷ୍ଟ୍ର ତମିଲ ସଙ୍ଗମମ୍ ଏହି ଦିଗରେ ଏକ ଐତିହାସିକ ପଦକ୍ଷେପ ଭାବେ ସାବ୍ୟସ୍ତ ହେବ ।

ଆପଣମାନେ ଏହି ଭାବନା ସହିତ, ପୁଣିଥରେ ତାମିଲନାଡ଼ୁରୁ ଆପଣମାନେ ଏତେ ବିପୁଳ ସଂଖ୍ୟାରେ ଆସିଲେ । ମୁଁ ନିଜେ ଆସି ସ୍ୱୟଂ ଆପଣମାନଙ୍କୁ ସ୍ୱାଗତ କରିଥାଆନ୍ତି, ସେତେବେଳେ ମୋତେ ଆହୁରି ଭଲ ଆନନ୍ଦ ଆସି ଥାଆନ୍ତା, କିନ୍ତୁ ସମୟ ଅଭାବରୁ ମୁଁ ଆସି ପାରିଲି ନାହିଁ । କିନ୍ତୁ ଆଜି ଭର୍ଚୁଆଲ ମାଧ୍ୟମରେ ମୋତେ ଆପଣ ସମସ୍ତଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଛି । କିନ୍ତୁ ଯେଉଁ ଭାବନା ଏହି ସମଗ୍ର ସଙ୍ଗମମ୍ ରେ ଆମେ ଦେଖିଛୁ, ସେହି ଭାବନାକୁ ଆମକୁ ଆଗକୁ ବଢ଼ାଇବାର ଅଛି । ସେହି ଭାବନାକୁ ଆମକୁ ବଂଚାଇ ରଖିବାର ଅଛି । ଆଉ ସେହି ଭାବନା ପାଇଁ ଆମର ଆଗାମୀ ପିଢ଼ୀକୁ ମଧ୍ୟ ପ୍ରସ୍ତୁତ କରିବାର ଅଛି । ଏହି ଭାବନାର ସହିତ ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ !

ୱଣକ୍କମ୍‌ ! 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"