କେନ୍ଦ୍ରରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ସ୍ଥାପିତ
‘‘ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି କେବଳ ଆମର ସାସ୍କୃତିକ ମୂଲ୍ୟବୋଧକୁ ମଜଭୁତ କରିବ ନାହିଁ ବରଂ ଉଭୟ ଦେଶ ମଧ୍ୟରେ ସମ୍ପର୍କର ପ୍ରତୀକ ମଧ୍ୟ ହେବ’’
‘‘ଭାରତ କେବଳ ଏକ ରାଷ୍ଟ୍ର ନୁହେଁ, ଏକ ବିଚାର ଓ ସଂସ୍କୃତି ମଧ୍ୟ ଅଟେ’’
‘‘ଅନ୍ୟମାନଙ୍କ କ୍ଷତିର ମୂଲ୍ୟ ଆଧାରରେ ଭାରତ ନିଜ ପ୍ରଗତିର ସ୍ୱପ୍ନ ଆଦୌ ଦେଖି ନ ଥାଏ’’
‘‘ସ୍ୱାଧୀନତା ସଂଗ୍ରାମୀମାନେ ଏଭଳି ଏକ ଭାରତର ସ୍ୱପ୍ନ ଦେଖିଥିଲେ ଯାହା ଆଧୁନିକ ତଥା ପ୍ରଗତିଶୀଳ ହେବ ଏବଂ ତତସହିତ ଏହା ନିଜର ବିଚାର, ଦର୍ଶନ ଓ ମୂଳଭିତ୍ତି ସହିତ ଜଡ଼ିତ ରହିଥିବ’’
‘‘ସର୍ଦ୍ଦାର ପଟେଲ ହଜାର ହଜାର ବର୍ଷ ପୂର୍ବପ୍ରଦତ୍ତ ସମ୍ପତ୍ତିର ସ୍ମରଣ ନିମନ୍ତେ ସୋମନାଥ ମନ୍ଦିରର ପୁନରୁଦ୍ଧାର କରିଥିଲେ’’
‘‘ଆଜାଦୀ କା ଅମୃତ ମହୋତ୍ସବ ବେଳେ, ଆମେ ସର୍ଦ୍ଦାର ପଟେଲଙ୍କ ନୂଆ ଭାରତ ନିର୍ମାଣର ସଂକଳ୍ପ ପ୍ରତି ପୁଣି ନିଜକୁ ସମର୍ପଣ କରୁଛୁ’’
‘‘ଭାରତର ଅମୃତ ସଂକଳ୍ପ ବିଶ୍ୱ ସ୍ତରରେ ପ୍ରସାରିତ ହେବାରେ ଲାଗିଛି ଓ ବିଶ୍ୱକୁ ଯୋଡ଼ୁଛି’’
‘‘ଆମର କଠିନ ପରିଶ୍ରମ କେବଳ ଆମ ପାଇଁ ନୁହେଁ । ଭାରତର ପ୍ରଗତି ସହ ସମଗ୍ର ମାନବତାର କଲ୍ୟାଣ ଯୋଡ଼ି ହୋଇଛି’’

ନମସ୍କାର !

ଆପଣ ସମସ୍ତଙ୍କୁ ଆଜାଦୀ କା ଅମୃତ ମହୋତ୍ସବ ଓ ଗୁଜରାଟ ଦିବସର ଶୁଭକାମନା । କାନାଡାରେ ଭାରତୀୟ ସଂସ୍କତି ଓ ମୂଲ୍ୟବୋଧ ଉଦଜୀବିତ ରଖିବାରେ ଓଣ୍ଟାରିଓ ସ୍ଥିତ ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ରର ଭୂମିକା ସମ୍ପର୍କରେ ଆପଣମାନେ ସମସ୍ତେ ଅବଗତ ଅଛନ୍ତି । ମୋ କାନାଡା ପରିଦର୍ଶନ କାଳରେ ମୁଁ ଏହା ଅଙ୍ଗେ ନିଭାଇଛି ଓ ଆପଣମାନେ ଏଥିରେ କିପରି ସଫଳ ହୋଇ ନିଜର ସଫଳତାର ଛାପ ଛାଡ଼ିଛନ୍ତି ତାହା ମଧ୍ୟ ଦେଖିଛି । ୨୦୧୫ ମସିହାର କାନାଡାର ଭାରତୀୟ ବଂଶୋଦ୍ଭବମାନେ ଯେଉଁ ସ୍ନେହ ଓ ପ୍ରେମ ଦେଇଥିଲେ ସେଭଳି ସ୍ମରଣୀୟ ଘଟଣା କେହିବି ଭୂଲିପାରିବେ ନାହିଁ । ମୁଁ ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ର ଓ ଏଥିସହ ସଂଶ୍ଳିଷ୍ଟ ଓ ଏହି ଅଭିନବ ଉଦ୍ୟମରେ ସାମିଲ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ସନାତନ ମନ୍ଦିରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏହି ପ୍ରତିମୂର୍ତ୍ତି କେବଳ ସାଂସ୍କୃତିକ ମୂଲ୍ୟବୋଧକୁ ସୁଦୃଢ଼ କରିବ ନାହିଁ, ଏବଂ ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏକ ପ୍ରତୀକ ହୋଇରହିବ ।

ବନ୍ଧୁଗଣ, ପୃଥିବୀର ଯେ କୌଣସି ସ୍ଥାନରେ ଜଣେ ଭାରତୀୟ ଯେତେ ପିଢ଼ିଧରି ରହୁଥିଲେ ମଧ୍ୟ ତାର ଭାରତୀୟତା, ତାର ଭାରତ ପ୍ରତି ଆନୁଗତ୍ୟ ସାମାନ୍ୟତମ ହ୍ରାସ ମଧ୍ୟ ପାଏ ନାହିଁ । ଯେଉଁ ଦେଶରେ ଜଣେ ଭାରତୀୟ ରହିଲେ ମଧ୍ୟ ସେ ସେହି ଦେଶ ନିମନ୍ତେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଓ ସାଧୁତାର ସହ ସେବା କରିଥାଏ । ତାର ପୂର୍ବପୁରୁଷଙ୍କ କର୍ତ୍ତବ୍ୟବୋଧ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ସଦାସର୍ବଦା ତାର ହୃଦୟର କୋଣରେ ଅନୁରଣିତ ହୋଇଥାଏ । ଏହା ଏଇଥିପାଇଁ ଯେ ଭାରତ ଏକ ଦେଶ ହେବା ସହିତ ଏହାର ଏକ ପରମ୍ପରା, ଏକ ଆଦର୍ଶଗତ ବ୍ୟବସ୍ଥା ଓ ଧର୍ମବିଧି ବିଧାନ ରହିଛି । ଭାରତ ସବୁ ଭାବନାର ଉପରେ ‘ବସୁଧୈବ କୁଟୁମ୍ବକମ’ର କଥା କହେ । ଭାରତ କେବେ ବି ଆଉ କାହାରି କ୍ଷତିରେ ନିଜର ଉତଥାନ ଚାହେଁ ନାହିଁ । ଭାରତ ସବୁବେଳେ ସମଗ୍ର ମାନବତା ଓ ବିଶ୍ୱର ମଙ୍ଗଳ ଚାହେଁ, ସେଥିପାଇଁ କାନାଡା ହେଉ ବା ଅନ୍ୟ ଯେ କୌଣସି ଦେଶ ଯେତେବେଳେ ଗୋଟେ ଚିରନ୍ତର ମନ୍ଦିର ଭାରତୀୟ ସଂସ୍କୃତି ପ୍ରତି ଉତ୍ସର୍ଗ କରାଯାଏ, ତାହା ସେ ଦେଶର ମୂଲ୍ୟବୋଧକୁ ମଧ୍ୟ ସମୃଦ୍ଧ କରିଥାଏ ।

ସେ ଦୃଷ୍ଟିରୁ ଆପଣମାନେ ଯଦି ଭାରତୀୟ ସ୍ୱାଧୀନତାର ଅମୃତ ମହୋତ୍ସବ କାନାଡାରେ ପାଳନ କରନ୍ତି ତାହେଲେ ଏହା ଦୁଇ ଦେଶର ଗଣତାନ୍ତ୍ରିକ ଐତିହ୍ୟ ପାଳନର ସମକକ୍ଷ ହେବ । ମୋର ବିଶ୍ୱାସ ଭାରତର ସ୍ୱାଧୀୀନତାର ଅମୃତ ମହୋତ୍ସବ ପାଳନ କାନାଡାବାସୀଙ୍କୁ ମଧ୍ୟ ଭାରତକୁ ଅତି ନିକଟରୁ ଦେଖିବାର ସୁଯୋଗ ଦେବ ।

ବନ୍ଧୁଗଣ,

ଅମୃତ ମହୋତ୍ସବ ସହ ମିଶିଥିବା ଘଟଣା, ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ର ପରିସର ଏବଂ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ସମସ୍ତ ଭାରତର ଏକ ମହାନ ଦୃଶ୍ୟ ପରିବେଷଣ କରିଥାଏ । ଆମ ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନତା ସଂଗ୍ରାମ କାଳରେ କି କି ସ୍ୱପ୍ନ ଦେଖିଥିଲେ ? କିପରି ସେମାନେ ଏକ ସ୍ୱାଧୀନ ଦେଶ ପାଇଁ ସଂଗ୍ରାମ କରିଥିଲେ । ଏକ ଭାରତ ଯାହା ଆଧୁନିକ, ଏକ ଭାରତ ଯାହା ପ୍ରଗତିମୁଖୀ ଏବଂ ତା ସହିତ ଏକ ଭାରତ ଯାହା ତାର ମୂଳ ଚିନ୍ତାଧାରା ସହ ଜଡିତ ତାର ଦର୍ଶନ ସହ ଏକାତ୍ମା । ସେଥିପାଇଁ ସର୍ଦ୍ଦାର ସାହେବ ସୋମନାଥ ମନ୍ଦିରର ପୁନରୁଦ୍ଧାର କରି ଭାରତକୁ ଏହାର ହଜାର ହଜାର ବର୍ଷର ତତ୍ତ୍ୱକୁ ମନେ ପକାଇ ଦେଇଥିଲେ, ଯାହା ସ୍ୱାଧୀନତା ପରେ ବି ଏକ ନୂତନ ପରିସ୍ଥିତିରେ ମଧ୍ୟ ଦଣ୍ଡାୟମାନ ରଖୁଛି । ଗୁଜରାଟ ଏହି ସାଂସ୍କୃତିକ ମହାଯଜ୍ଞର ସାକ୍ଷୀ ।

ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ଆମେ ଏହିପରି ଏକ ନୂତନ ଭାରତ ସୃଷ୍ଟି ପାଇଁ ସଂକଳ୍ପ ନେଉଛୁ । ଆମେ ସର୍ଦ୍ଦାର ସାହେବଙ୍କ ସଂକଳ୍ପକୁ ସେହି ସ୍ୱପ୍ନ ସାକାର କରିବା ପାଇଁ ଦୋହରାଉଛୁ । ଏଥିପାଇଁ ଏକତାର ପ୍ରତିମୂର୍ତ୍ତି ଦେଶ ପାଇଁ ଏକ ବିରାଟ ଉତ୍ସାହ । ଏକତାର ପ୍ରତିମୂର୍ତ୍ତି ଭାବେ ସର୍ଦ୍ଦାର ସାହେବଙ୍କ ଏକ ଅବିକଳ ପ୍ରତିମୂର୍ତ୍ତି କାନାଡାର ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ରରେ ସ୍ଥାପିତ ହେବ ।

ବନ୍ଧୁଗଣ,

ଆଜିର ଘଟଣା ଏକ ପ୍ରତୀକ ଯେ ଭାରତର ଅମୃତ ସଂକଳ୍ପ କେବଳ ଭାରତର ସୀମା ମଧ୍ୟରେ ଆବଦ୍ଧ ନୁହେଁ । ଏହି ସଂକଳ୍ପ ସମଗ୍ର ପୃଥିବୀରେ ପ୍ରସାରିତ ହୋଇ ସାରା ପୃଥିବୀକୁ ସଂଯୋଗ କରୁଛି । ଆଜି ଆମେ ଯେତେବେଳେ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେଉଛୁ । ଆମେ ମଧ୍ୟ ସମଗ୍ର ବିଶ୍ୱର ନୂତନ ପ୍ରଗତିର ସମ୍ଭାବନା ଦେଇ କଥା ହେଉଛୁ । ଆମେ ଯେତେବେଳେ ଯୋଗର ପ୍ରସାର ନେଇ କଥା ହେଉଛୁ ଆମେ ସର୍ବେସନ୍ତୁ ନିରାମୟ ପୃଥିବୀର ସମସ୍ତଙ୍କ ଭଲକାମନା କରୁଛୁ ।

ଜଳବାୟୁ ପରିବର୍ତ୍ତନ ସ୍ଥାୟୀ ଓ ନିରନ୍ତର ବିକାଶ ବିଷୟ ସମଗ୍ର ମାନବତା ପାଇଁ ଭାରତ ପ୍ରତିନିଧିତ୍ୱ କରୁଛି । ଏହି ଅଭିଯାନକୁ ଭାରତରେ ଆଗେଇ ନେବା ପାଇଁ ସମୟ ଉପନୀତ । ଆମର କଠିନ ପରିଶ୍ରମ କେବଳ ଆମ ପାଇଁ ନୁହଁ, ଏହା ସମଗ୍ର ମାନବ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ । ଏହାର ଭାରତର ପ୍ରଗତି ସହ ସଂଶ୍ଳିଷ୍ଟ ଓ ଆମକୁ ଏହା ସାରା ପୃଥିବୀକୁ ଅବଗତ କରାଇବାକୁ ହେବ ସମସ୍ତ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବଙ୍କର ଏଥିପାଇଁ ଏକ ପ୍ରମୁଖ ଭୂମିକା ରଖିଛି । ଭାରତର ଚିନ୍ତାଧାରା, ଉଦ୍ୟମକୁ ବିଶ୍ୱରେ ପରିଚିତ କରାଇବା ନିମନ୍ତେ ଅମୃତ ମହୋତ୍ସବର ଏହି ସବୁ କାର୍ଯ୍ୟକ୍ରମ ଏକ ମାଧ୍ୟମ ହେବା ଉଚିତ ଓ ଏହା ଆମର ପ୍ରାଥମିକତା ହେବା ବିଧେୟ । ମୋର ବିଶ୍ୱାସ ଯେ ଆମର ଏହି ସବୁ ଆଦର୍ଶ ଅନୁସରଣ କରି, ଆମେ ଏକ ନୂତନ ଭାରତ ଗଠନ କରିବା ସହ ଏକ ଉନ୍ନତ ବିଶ୍ୱର ସ୍ୱପ୍ନକୁ ମଧ୍ୟ ସାକାର କରିବା । ଏହାକୁ ମନରେ ରଖି ଆପଣ ସମସ୍ତଙ୍କୁ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The Bishkek Balancing Act: How India’s dual engagements define its strategic autonomy

Media Coverage

The Bishkek Balancing Act: How India’s dual engagements define its strategic autonomy
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi