“ଆଧ୍ୟାତ୍ମିକ ସ୍ଥୂଳ ଭାବନା ସହ ବିଶ୍ୱାସ ସାମାଜିକ ସଚେତନତା ପ୍ରସାରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ”
“ରାମନବମୀ ମହାଆଡମ୍ବର ସହ ଅଯୋଧ୍ୟା ଓ ସାରା ଦେଶରେ ପାଳିତ ହେଉଛି”
ଜଳ ସଂରକ୍ଷଣ ଓ ଜୈବିକ କୃଷି ଉପରେ ଗୁରୁ୍‌ତ୍ୱ
“ପୁଷ୍ଟି ହୀନତାର ଯନ୍ତ୍ରଣା ସମୂଳେ ଦୂର ହେବା ବାଞ୍ଛନୀୟ”
“କୋଭିଡ ଭୂତାଣୁ ପ୍ରଚଣ୍ଡ ପ୍ରତାରଣାତ୍ମକ ଓ ଆମକୁ ଏହା ବିରୁଦ୍ଧରେ ସତର୍କ ରହିବା ଦରକାର”

 ଓମିୟା ମାତା କି ଜୟ!

ଗୁଜରାଟର ଲୋକପ୍ରିୟ ସରଳ ତଥା ନିଷ୍ଠାପର ମୁଖ୍ୟମନ୍ତ୍ରୀ, ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଭାଇ ପୁରୁଷୋତ୍ତମ ରୂପାଲା, ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀଗଣ, ସଂସଦରେ ମୋର ସହକର୍ମୀ, ଅନ୍ୟ ସମସ୍ତ ବିଧାୟକଗଣ, ସମସ୍ତ ପଞ୍ଚାୟତ, ପୌର ସଂସ୍ଥାଗୁଡ଼ିକର ସମସ୍ତ ନବନିର୍ବାଚିତ ଜନପ୍ରତିନିଧି, ଉମା ଧାମ୍ ଘାଟିଲାର ଅଧ୍ୟକ୍ଷ ବାଲାଜୀଭାଇ ଫାଲଡୁ, ଅନ୍ୟାନ୍ୟ ଅଧିକାରୀଗଣ ତଥା ସମାଜର ଦୂର ଦୂରାନ୍ତରୁ ଆସିଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ମା ଏବଂ ଭଉଣୀମାନେ- ଯାହାଙ୍କୁ ମୁଁ ମା’ଓମିୟାଙ୍କର ୧୪ତମ ପାଠୋତ୍ସବ ଅବସରରେ ଆଜି ବିଶେଷ ପ୍ରଣାମ କରୁଛି । ଆପଣ ସମସ୍ତଙ୍କୁ ଏହି ଶୁଭ ଅବସରରେ ଅନେକ ଅନେକ ଶୁଭକାମନା, ଅନେକ ଅଭିନନ୍ଦନ ।

ଗତ ଡିସେମ୍ବରରେ ମୁଁ ମାତା ଓମିୟା ଧାମ ମନ୍ଦିର ଏବଂ ଓମିୟା ଧାମ କ୍ୟାମ୍ପସର ଶିଳାନ୍ୟାସ କରିବାର ସୌଭାଗ୍ୟ ପାଇଥିଲି । ଏବଂ ଘାଟିଲାର ଏହି ଭବ୍ୟ ସମାରୋହକୁ  ଆଜି ମୋତେ ଆପଣମାନେ ନିମନ୍ତ୍ରଣ କରିଛନ୍ତି । ଏଥିପାଇଁ ମୋତେ ବହୁତ ଖୁସି ଲାଗୁଛି । ଯଦି ମୁଁ ସିଧାସଳଖ ଆସିଥାନ୍ତି, ତେବେ ମୁଁ ଅଧିକ ଖୁସି ହୋଇଥାନ୍ତି, କିନ୍ତୁ ମୁଁ ସିଧାସଳଖ ଆସିପାରିଲି ନାହିଁ, ତଥାପି ଦୂରରୁ ପୁରୁଣା ମାନ୍ୟଗଣ୍ୟ ବ୍ୟକ୍ତିଙ୍କର ଦର୍ଶନ ହୋଇପାରିବ, ତାହା ମଧ୍ୟ ମୋ ପାଇଁ ଖୁସିର ଏକ ମୁହୂର୍ତ୍ତ ।

ଆଜି ଚୈତ୍ର ନବରାତ୍ରିର ନବମ ଦିନ ଅଟେ । ମୁଁ ଆପଣ ସମସ୍ତଙ୍କର ଶୁଭକାମନା କରୁଛି । ମା’ ସିଦ୍ଧିଦାତ୍ରୀ ଆପଣ ସମସ୍ତଙ୍କର ଇଚ୍ଛା ପୂରଣ କରନ୍ତୁ । ଆମର ଗିରନାର ହେଉଛି ଜପ ଏବଂ ତପର ଭୂମି । ଗିରନାର ଧାମରେ ବିରାଜମାନ ମାତା ଅମ୍ବା । ଏବଂ ସେହିଭଳି ଭାବରେ ଶିକ୍ଷା ଏବଂ ଦୀକ୍ଷାର ସ୍ଥାନ ମଧ୍ୟ ଏହି ଗିରନାର ଧାମ ଅଟେ । ଏବଂ ପ୍ରଭୁ ଦତ୍ତାତ୍ରେୟ ଯେଉଁଠି ବିରାଜମାନ ହୋଇଛନ୍ତି, ସେହି ପୂଣ୍ୟ ଭୂମିକୁ ମୁଁ ପ୍ରଣାମ କରୁଛି । ସେଠାରେ ମା’ଙ୍କର ମଧ୍ୟ ଆଶୀର୍ବାଦ ରହିଛି ଯେ ଆମ ଏକତ୍ରିତ ହୋଇ ଗୁଜରାଟ ବିଷୟରେ ସର୍ବଦା ଚିନ୍ତା କରୁଛୁ, ଗୁଜରାଟର ବିକାଶ ପାଇଁ ପ୍ରତ୍ୟକ୍ଷ ଭାବେ ଚେଷ୍ଟା କରୁଛୁ, ଗୁଜରାଟର ବିକାଶ ପାଇଁ ସର୍ବଦା କିଛି ନା କିଛି ଯୋଗଦାନ ଦେଉଛୁ ଏବଂ ଏକାଠି ମିଳିମିଶି କରୁଛୁ ।

ମୁଁ ସର୍ବଦା ସାମୁହିକତାର ଶକ୍ତିକୁ ଅନୁଭବ କରିଛି । ଆଜି ପ୍ରଭୁ ରାମଚନ୍ଦ୍ର ଜୀଙ୍କର ଆବିର୍ଭାବ ମହୋତ୍ସବ ମଧ୍ୟ ଅଟେ, ଅଯୋଧ୍ୟାରେ ଅତି ଆନନ୍ଦ ଉତ୍ସାହର ସହ ଏହି ମହୋତ୍ସବ ପାଳନ କରାଯାଉଛି । ତାହା ମଧ୍ୟ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ।

ଆପଣ ସମସ୍ତଙ୍କ ମଧ୍ୟକୁ ଆସିବା ମୋ ପାଇଁ ନୂଆ କଥା ନୁହେଁ, ମାତା ଓମିୟାଙ୍କ ଚରଣ ନିକଟକୁ ଯିବା କଥା ମଧ୍ୟ ନୁଆ କଥା ନୂହେଁ । ଗତ ୩୫ ବର୍ଷ ମଧ୍ୟରେ ବୋଧହୁଏ ଏହା କେବେ ହୋଇନାହିଁ ଯେ କେଉଠି ନା କେଉଁଠି, କେବେ ନା କେବେ, ମୋର ଆପଣମାନଙ୍କ ମଧ୍ୟକୁ ଆସିବା ହୋଇନାହି । ସେହିଭଳି ଭାବରେ ଆଜି ପୁଣିଥରେ, ମୁଁ ଜାଣିଛି, କେହିଜଣେ ମୋତେ କହିଥିଲେ, ୨ଠଠ୮ରେ ଲୋକାର୍ପଣ କରିବା ପାଇଁ ଏଠାକୁ ଆସିବାର ଅବସର ମିଳିଥିଲା । ଏହି ପବିତ୍ର ସ୍ଥାନ ଗୋଟିଏ ଶ୍ରଦ୍ଧାର କେନ୍ଦ୍ର ଭାବେ ରହିଛି ।  କିନ୍ତୁ ମୁଁ ଜାଣିବାକୁ ପାଇଲି ଯେ ଏହା ମଧ୍ୟ ଏକ ସାମାଜିକ ଚେତନାର କେନ୍ଦ୍ରରେ ପରିଣତ ହୋଇଯାଇଛି । ଏବଂ ଏହା ମଧ୍ୟ ପର୍ଯ୍ୟଟନର କେନ୍ଦ୍ର ପାଲଟିଯାଇଛି । ୬ଠରୁ ଅଧିକ କୋଠରୀ ନିର୍ମାଣ କରାଯାଇଛି, ବହୁତଗୁଡ଼ିଏ ବିବାହ ମଣ୍ଡପ ନିର୍ମାଣ କରାଯାଇଛି, ଏକ ବିଶାଳ ଭୋଜନ ଗୃହ ନିର୍ମାଣ କରାଯାଇଛି । କୌଣସି ପ୍ରକାରରେ, ମା’ ଓମିୟାଙ୍କ ଆଶୀର୍ବାଦ ଦ୍ୱାରା, ମା’ ଓମିୟାଙ୍କର ଭକ୍ତମାନଙ୍କୁ ଏବଂ ସମାଜରେ ଚେତନା ପ୍ରକଟ ସୃଷ୍ଟି ପାଇଁ ଯେଉଁସବୁ ଆବଶ୍ୟକତା ରହିଛି ତାହା ସବୁ ପୂରଣ କରିବାକୁ ଉଦ୍ୟମ ଆପଣ ସମସ୍ତଙ୍କ ଦ୍ୱାରା ହୋଇପାରିଛି । ଏବଂ ୧୪ ବର୍ଷ ଏତେ ସମୟ ମଧ୍ୟରେ ଯେଉଁ ବୃଦ୍ଧି ଘଟିଛି ସେଥିପାଇଁ ଏଠାକାର ସମସ୍ତ ଚାଷୀ, ସମସ୍ତ ତତ୍ତ୍ୱାବଧାରକ ଏବଂ ମା’ ଓମିୟାଙ୍କର ଭକ୍ତମାନଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ବର୍ତ୍ତମାନ ଆମର ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଭାବପ୍ରବଣତାର କଥା କହିଛନ୍ତି । ସେ କହିଲେ ଯେ ଏହି ପୃଥିବୀ ହେଉଛି ଆମର ମାତା ଏବଂ ଯଦି ମୁଁ ଓମିୟା ମାତାଙ୍କର ଜଣେ ଭକ୍ତ, ତେବେ ମୋର ଏହି ପୃଥିବୀ ମା’ଙ୍କୁ ଆଘାତ କରିବାର କୌଣସି କାରଣ ନାହିଁ । ବିନା କାରଣରେ ଆମେ ଆମ ମା’ଙ୍କୁ ଔଷଧ ଦେବା କି? ବିନା କାରଣରେ ଆପଣ ରକ୍ତଦାନ କରିବେ କି? ଆମେ ଜାଣୁ ଯେ ଜଣେ ମାତା ଯେତିକି ଚାହିଁବେ ତାଙ୍କୁ ସେତିକି ହିଁ ଦେବାକୁ ପଡ଼ିବ । କିନ୍ତୁ ଆମେ ପୃଥିବୀ ମା’ ପାଇଁ କିପରି ଅନୁମାନ କରିବୁ ଯେ ସେ ଏହା ଚାହାନ୍ତି, ସେ ତାହା ଚାହାନ୍ତି... ତା’ପରେ ମା’ ମଧ୍ୟ ବିରକ୍ତ ହୋଇଯିବା ଉଚିତ ନୁହେଁ...?

ଏବଂ ସେହି କାରଣରୁ ଆମେ ଦେଖୁଛୁ ଯେ କେତେ ଅସୁବିଧା ଆସୁଛି । ଏହି ପୃଥିବୀ ମା’ଙ୍କୁ ବଞ୍ଚାଇବା ଏକ ବଡ଼ ଅଭିଯାନ । ଅତୀତରେ ଆମେ ଜଳ ସଂକଟରେ ଜୀବନ ବିତାଉଥିଲୁ । ମରୁଡ଼ିକୁ ନେଇ ଆମର ସବୁବେଳେ ଚିନ୍ତାର ବିଷୟ ଥିଲା । କିନ୍ତୁ ଯେବେଠାରୁ ଆମେ ଚେକ୍ ଡ୍ୟାମର ଅଭିଯାନ ଆରମ୍ଭ କଲୁ, ଜଳ ସଞ୍ଚୟର ଅଭିଯାନ ଆରମ୍ଭ କଲୁ, Per Drop More Crop, Drip Irrigationର ଅଭିଯାନ କାର୍ଯ୍ୟକାରୀ କଲୁ, ସୌନି ଯୋଜନା କାର୍ଯ୍ୟକାରୀ କଲୁ, ଜଳ ପାଇଁ ବହୁତ ଚେଷ୍ଟା କଲୁ ।

ଗୁଜରାଟରେ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି ଏବଂ ଅନ୍ୟ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଉଥିଲି, ଆମକୁ ଏଠାରେ ଜଳ ପାଇଁ ଏତେ ଅଧିକ ଖର୍ଚ୍ଚ କରିବାକୁ ପଡୁଛି, ପରିଶ୍ରମ କରିବାକୁ ପଡୁଛି । ଆମ ସରକାରଙ୍କ ଅଧିକାଂଶ ସମୟ ଜଳ ଯୋଗାଇବାରେ ଅତିବାହିତ ହୋଇଯାଉଛି । ସେତେବେଳେ ଅନ୍ୟ ରାଜ୍ୟମାନେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ, କାରଣ ସେମାନଙ୍କୁ ଏହି ଅସୁବିଧାର ଅନୁମାନ ନ ଥିଲା । ଆମେ ଧୀରେ ଧୀରେ ସେହି ଅସୁବିଧାରୁ ବାହାରକୁ ଆସିଲୁ, କାରଣ ଆମେ ଜନ ଆଂଦୋଳନ ଆରମ୍ଭ କଲୁ । ଆପଣ ସମସ୍ତଙ୍କ ସହଯୋଗରେ ଏକ ଜନ ଆଂଦୋଳନ କଲୁ ଏବଂ ଜନ ଆଂଦୋଳନ ଜନ କଲ୍ୟାଣ ପାଇଁ କଲୁ । ଏବଂ ଆଜି ଜଳ ପାଇଁ ସଚେତନତା ଆସିଛି। କିନ୍ତୁ ତଥାପି ମୁଁ ମାନୁଛି ଯେ ଜଳ ସଂରକ୍ଷଣ ପାଇଁ ଆମେ ଉଦାସ ହେବା ଉଚିତ ନୁହଁ । କାରଣ ପ୍ରତ୍ୟେକ ବର୍ଷା ପୂର୍ବରୁ ଏହା କରିବା ଆମର ଏକ କାମ । ପୋଖରୀଗୁଡ଼ିକୁ ଗଭୀରତାରେ ପରିଣତ କରିବାକୁ ପଡ଼ିବ, ନାଳଗୁଡ଼ିକୁ ସଫା କରିବାକୁ ପଡ଼ିବ, ଏହିସବୁ ଯେତେଗୁଡ଼ିଏ କାର୍ଯ୍ୟ କରିବା ତେବେ ଯାଇ ପାଣି ସଞ୍ଚୟ ହୋଇପାରିବ, ସେତେବେଳେ ଜଳ ଜମା ହୋଇ ପୃଥିବୀକୁ ଓହ୍ଲାଇବ । ସେହିଭଳି ଭାବରେ ବର୍ତ୍ତମାନ ତାଙ୍କୁ କିପରି ରାସାୟନିକ ପଦାର୍ଥରୁ ମୁକ୍ତି ମିଳିବ ସେ ବିଷୟରେ ଚିନ୍ତା କରିବାକୁ ପଡ଼ିବ । ନଚେତ୍ ଦିନେ ଧରିତ୍ରୀ ମା’ କହିବ ଯେ, ଏବେ ଏହା ବହୁତ ହୋଇଗଲା... ତୁମେ ଯାଅ... ମୁଁ ତୁମର ସେବା କରିବି ନାହିଁ । ଏବଂ ଆପଣ ଯେତେ ଝାଳ ବୁହାଇବେ, ଯେତେ ମହଙ୍ଗା ମଞ୍ଜି ବୁଣିବେ, ସେଥିରେ କୌଣସି ଅମଳ ହେବ ନାହିଁ । ଏଣୁ ଏହି ପୃଥିବୀ ମା’କୁ ଉଦ୍ଧାର କରିବାକୁ ପଡ଼ିବ। ଏବଂ ଏଥିପାଇଁ ଏହା ଭଲ ଯେ ଗୁଜରାଟରେ ଆମକୁ ଏଭଳି ଜଣେ ରାଜ୍ୟପାଳ ମିଳିଛନ୍ତି, ଯିଏ ପ୍ରାକୃତିକ ଚାଷ ପାଇଁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ । ମୁଁ ଜାଣିବାକୁ ପାଇଛି ଯେ ସେ ଗୁଜରାଟର ପ୍ରତ୍ୟେକ ତହସିଲକୁ ଯାଇ ପ୍ରାକୃତିକ ଚାଷ ପାଇଁ ଅନେକ କୃଷି ସମ୍ମିଳନୀର ଆୟୋଜନ କରିଥିଲେ । ମୋତେ ଖୁସି ଲାଗୁଛି ଯେ- ରୂପାଲା ଜୀ କହୁଥିଲେ ଯେ ଲକ୍ଷ ଲକ୍ଷ ସଂଖ୍ୟାରେ କୃଷକ ପ୍ରାକୃତିକ ଚାଷ ଆଡ଼କୁ ମୁହାଁଉଛନ୍ତି ଏବଂ ସେମାନେ ପ୍ରାକୃତିକ ଚାଷକୁ ଆପଣାଇବାକୁ ଚାହୁଁଛନ୍ତି । ଏହା ଜାଣି ମୁଁ ଗର୍ବ ଅନୁଭବ କରୁଛି । ଏହା ମଧ୍ୟ ସତ୍ୟ ଯେ ଖର୍ଚ୍ଚ ମଧ୍ୟ ସଞ୍ଚୟ ହୋଇପାରୁଛି । ବର୍ତ୍ତମାନ ଯେତେବେଳେ ମୁଖ୍ୟମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି, ଆମକୁ ଜଣେ କୋମଳ ଏବଂ ନିଷ୍ଠାପର ମୁଖ୍ୟମନ୍ତ୍ରୀ ମିଳିଛନ୍ତି, ସେତେବେଳେ ଆମ ସମସ୍ତଙ୍କର ଦାୟିତ୍ୱ ଯେ ଆମେ ତାଙ୍କର ଭାବନାକୁ ସାକାର କରିବା । ଗୁଜରାଟର ପ୍ରତ୍ୟେକ ଗାଁରୁ କୃଷକମାନେ ପ୍ରାକୃତିକ ଚାଷ ପାଇଁ ଆଗକୁ ଆସନ୍ତୁ । ମୁଁ ଏବଂ କେଶୁ ଭାଇ ଯେପରି ଜଳ ପାଇଁ କଠିନ ପରିଶ୍ରମ କରିଛୁ, ସେହିପରି ଭୂପେନ୍ଦ୍ର ଭାଇ ଧରିତ୍ରୀ ମା’ ପାଇଁ କଠିନ ପରିଶ୍ରମ କରୁଛନ୍ତି ।

ଏହି ଧରିତ୍ରୀ ମା’କୁ ବଞ୍ଚାଇବାରେ ତାଙ୍କର ଯେଉଁ ପରିଶ୍ରମ ରହିଛି, ସେଥିରେ ଗୁଜରାଟର ସମସ୍ତ ଲୋକ ଯୋଗଦେବା ଉଚିତ । ଏବଂ ମୁଁ ଦେଖିଛି ଯେ ଆପଣ ଯେଉଁ କାମ ହାତକୁ ନେଇଥାନ୍ତି, ସେଥିରେ ଆପଣ କଦାପି ପଛଘୁଞ୍ଚା ଦିଅନ୍ତି ନାହିଁ । ମୋର ମନେ ଅଛି ଯେ ଉଁଝାରେ ବେଟି ବଚାଓ ବିଷୟରେ ମୁଁ ବହୁତ ଚିନ୍ତିତ ଥିଲି । ମାତା ଓମିୟାଙ୍କର ଏକ ତୀର୍ଥ ହେଉ ଏବଂ ଝିଅମାନଙ୍କର ସଂଖ୍ୟା ହ୍ରାସ ପାଉଥିଲା । ତା’ପରେ ମୁଁ ଥରେ ମାତା ଓମିୟାଙ୍କ ପାଦ ତଳେ ଯାଇ ସମାଜର ଲୋକଙ୍କୁ ଏକତ୍ରିତ କରି କହିଲି ଯେ, ତୁମେ ସମସ୍ତେ ପ୍ରତିଜ୍ଞା କର ମୋତେ କଥା ଦିଅ ଯେ ଝିଅମାନଙ୍କୁ ବଞ୍ଚାଇବାକୁ ହେବ । ଏବଂ ମୁଁ ଗର୍ବିତ ଯେ ଗୁଜରାଟରେ ମା’ ଓମିୟାଙ୍କ ଭକ୍ତମାନେ, ମା’ ଖୋଡ଼ାଲ ଧାମ୍ର ଭକ୍ତମାନେ ଏବଂ ସମଗ୍ର ଗୁଜରାଟ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏବଂ ଗୁଜରାଟରେ ଝିଅମାନଙ୍କୁ ବଞ୍ଚାଇବା ପାଇଁ ମାତୃ ଗର୍ଭରେ ଝିଅମାନଙ୍କର ହତ୍ୟା ନ ହେଉ, ସେଥିପାଇଁ ବହୁତ ସଚେତନ କରାଯାଇଥିଲା । ଆଜି ଆପଣ ଦେଖୁଛନ୍ତି ଯେ ଗୁଜରାଟର ଝିଅମାନେ କ’ଣ ଚମକ୍ରାର କରୁଛନ୍ତି, ଆମର ମହେଶାଣାଙ୍କ ଝିଅ ଦିବ୍ୟାଙ୍ଗ, ଅଲମ୍ପିକକୁ ଯାଇ ପତାକା ଉଡ଼ାଇ ଆସୁଛନ୍ତି । ଏଥର ଅଲମ୍ପିକକୁ ଯେଉଁ ଖେଳାଳିମାନେ ଯାଇଥିଲେ ସେମାନଙ୍କ ମଧ୍ୟରେ ଗୁଜରାଟର ୬ ଜଣ ଝିଅ ଥିଲେ । କାହାକୁ ଗର୍ବ ଲାଗିବ ନାହିଁ- ସେଥିପାଇଁ ମୁଁ ଭାବୁଛି ଯେ ମାତା ଓମିୟାଙ୍କର ପ୍ରକୃତ ଭକ୍ତି ହେଉଛି ଯେ ଏହି ଶକ୍ତି ଆମ ଭିତରେ ଆସେ, ଏବଂ ଏହି ଶକ୍ତି ସାହାଯ୍ୟରେ ଆମେ ଆଗକୁ ବଢ଼ିବା । ଆମେ ପ୍ରାକୃତିକ କୃଷି ଉପରେ ଯେତେ ଅଥିକ ଗୁରୁତ୍ୱ ଦେବୁ, ଯେତେ ଭୂପେନ୍ଦ୍ର ଭାଇଙ୍କୁ ଅଧିକ ସାହାଯ୍ୟ କରିବ, ଆମର ପୃଥିବୀ ମା’ସବୁଜ- ସବୁଜିମାରେ ଭରପୂର ହୋଇଯିବ । ଗୁଜରାଟ ଖେଳି ଉଠିବ । ଆଜି ଆଗକୁ ଅଗ୍ରଗତି କରିଛୁ କିନ୍ତୁ ଅଧିକ ଆହୁରି ଖେଳି ଉଠିବ ।

ଏବଂ ମୋ ମନକୁ ଦ୍ୱିତୀୟ ବିଚାର ମଧ୍ୟ ଆସୁଛି, ଆମର ଗୁଜରାଟରେ ପିଲାମାନେ ପୁଷ୍ଟିହୀନ, ତାହା ଭଲ ନୁହେଁ । ଘରେ ମା’ କୁହନ୍ତି ଏହାକୁ ଖାଇନିଅ । କିନ୍ତୁ ସେ ତାହାକୁ ଖାଆନ୍ତି ନାହିଁ । ଦାରିଦ୍ର୍ୟତା ନାହିଁ କିନ୍ତୁ ଖାଇବା ଅଭ୍ୟାସ ଏପରି ଯେ ଶରୀର ପୁଷ୍ଟିକର ହୋଇପାରେ ନାହିଁ । ଯଦି କୌଣସି ଝିଅଙ୍କର ରକ୍ତହୀନତା ଥାଏ ଏବଂ ୨୪ ବର୍ଷ ମଧ୍ୟରେ ବିବାହ କରେ, ତେବେ ତାଙ୍କ ପେଟରେ କିଭଳି ଭାବେ ପିଲା ବଢ଼ିବ । ଯଦି ମାଆ ସଶକ୍ତ ହୋଇ ନ ଥିବ ପିଲାଟିର କ’ଣ ହେବ? ତେଣୁ ଝିଅମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ଅଧିକ ଚିନ୍ତା କରିବା ଉଚିତ୍ । ଏବଂ ସାଧାରଣ ଭାବରେ ସମସ୍ତ ପିଲାମାନଙ୍କର ସ୍ୱାସ୍ଥ୍ୟ ଚିନ୍ତା କରାଯିବା ଉଚିତ ।

ମୋତେ ବିଶ୍ୱାସ ଅଛି ଯେ ଯଦି ମାତା ଓମିୟାଙ୍କର ସମସ୍ତ ଭକ୍ତମାନେ ଗାଁ ଗାଁକୁ ଯାଇ ୫-୧ଠ ପିଲା ମିଶି- କୌଣସି ସମାଜର ହୁଅନ୍ତୁ- ସେମାନେ ଆଉ ପୁଷ୍ଟିହୀନ ହେବେ ନାହିଁ । ଆମେ ଏପରି ନିଷ୍ପତ୍ତି ନେବା ଉଚିତ । କାରଣ ପିଲାଟି ଶକ୍ତିଶାଳୀ ହେବ, ତେବେ ପରିବାର ଶକ୍ତିଶାଳୀ ହେବ ଏବଂ ସମାଜ ମଧ୍ୟ ସଶକ୍ତ ହେବ ଏବଂ ଦେଶ ମଧ୍ୟ ଶକ୍ତିଶାଳୀ ହେବ । ଆପଣ ପାଟୋତ୍ସବ କରୁଛନ୍ତି । ଆଜି ରକ୍ତଦାନ କାର୍ଯ୍ୟକ୍ରମ ବିନା ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଛି । ବର୍ତ୍ତମାନ ଏହା କର, ମା’ ଓମିୟା ଟ୍ରଷ୍ଟ ମାଧ୍ୟମରେ ଗାଁ ଗାଁରେ ଏକ ସୁସ୍ଥ ଶିଶୁ ପ୍ରତିଯୋଗିତାର ଆୟୋଜନ କର । ଦୁଇ, ତିନି, ଚାରି ବର୍ଷର ପିଲାମାନଙ୍କର ତପାସ ହେବା ଉଚିତ ଏବଂ ସୁସ୍ଥ ଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବା ଉଚିତ । ସମଗ୍ର ପରିବେଶ ବଦଳିଯିବ । ଏହା ଏକ ଛୋଟ କାମ କିନ୍ତୁ ଆମେ ଏହାକୁ ଭଲ ଭାବେ କରିପାରିବା ।

ବର୍ତ୍ତମାନ ମୋତେ କୁହାଯାଇଥିଲା ଯେ ଏଠାରେ ଅନେକ ବିବାହ ହଲ ନିର୍ମାଣ କରାଯାଇଛି । ବର୍ଷଯାକ କୌଣସି ବିବାହ ହୁଏ ନାହିଁ । ସେହି ସ୍ଥାନର କ’ଣ ବ୍ୟବହାର ହୋଇଥାଏ? ଆମେ ସେଠାରେ କୋଚିଂ କ୍ଲାସ ଚଳାଇ ପାରିବା, ଗରିବ ପିଲାମାନେ ଏଠାକୁ ଆସନ୍ତୁ, ସମାଜର ଲୋକମାନେ ଅଧ୍ୟାପନା କରିବା ଉଚିତ। ୧ ଘଣ୍ଟା ପାଇ, ୨ ଘଣ୍ଟା ପାଇଁ ସ୍ଥାନଟିର ଯଥେଷ୍ଟ ବ୍ୟବହାର ହୋଇପାରିବ । ସେହିଭଳି ଯୋଗର କେନ୍ଦ୍ର ମଧ୍ୟ ସେଠାରେ ହୋଇପାରିବ । ପ୍ରତ୍ୟେକ ଦିନ ସକାଳେ ମା’ ଓମିୟାଙ୍କର ମଧ୍ୟ ଦର୍ଶନ ହୋଇଯିବ । ସେଠାରେ ଘଣ୍ଟେ ଦୁଇ ଘଣ୍ଟା ପାଇଁ ଯୋଗ କାର୍ଯ୍ୟକ୍ରମ ହେବା ଉଚିତ । ତେବେ ଯାଇ ଏହି ସ୍ଥାନଟିର ଭଲ ବ୍ୟବହାର ହୋଇପାରିବ । ସ୍ଥାନଟିକୁ ଅଧିକରୁ ଅଧିକ ବ୍ୟବହାର ହେବାର ଆବଶ୍ୟକତା ରହିଛି । ତେବେ ଯାଇ ସେତେବେଳେ ଏହା ପ୍ରକୃତ ଅର୍ଥରେ ସାମାଜିକ ଚେତନାର କେନ୍ଦ୍ର ହୋଇପାରିବ । ଏଥିପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ ।

ଏବେ ସ୍ୱାଧୀନତାର ଅମୃତ ମହୋତ୍ସବର ସମୟ- ଗୋଟିଏ ଭାବେ ଦେଖିବାକୁ ଗଲେ ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ । ୨ଠ୪୭ ମସିହାରେ ଯେତେବେଳେ ଦେଶ ସ୍ୱାଧୀନତାର ୧ଠଠ ବର୍ଷର ଉତ୍ସବ ପାଳନ କରୁଥିବ, ସେତେବେଳେ ଆମେ କେଉଁଠାରେ ଥିବା, ଆମ ଗାଁ କେଉଁଠାରେ ଥିବ, ଆମ ସମାଜ କେଉଁଠାରେ ଥିବ, ଆମ ଦେଶ କେଉଁଠାରେ ପହଞ୍ଚôଥିବ, ଏହି ସ୍ୱପ୍ନ ଏବଂ ସଂକଳ୍ପ ପ୍ରତ୍ୟେକ ନାଗରିକଙ୍କ ଠାରେ ଜନ୍ମ ହେବା ଉଚିତ । ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବ ପୂର୍ବରୁ ଆମେ ଏପରି ଚେତନା ଆଣିପାରିବା, ଯାହା ଫଳରେ ସମାଜରେ ଭଲ କାର୍ଯ୍ୟ ହୋଇପାରିବ । ଯାହା ଆମର ନୂତନ ପିଢ଼ିକୁ ସନ୍ତୁଷ୍ଟି ଆଣିଦେବ। ଏବଂ ସେଥିପାଇଁ ଏକ ଛୋଟ ଚିନ୍ତାଧାରା ମୋ ମନକୁ ଆସିଛି ଯେ ସ୍ୱାଧୀନତାର ଅମୃତ ମହୋତ୍ସବରେ ପ୍ରତ୍ୟେକ ଜିଲ୍ଲା ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି, ତେଣୁ ୭୫ ଅମୃତ ସରୋବର ନିର୍ମାଣ ହୋଇପାରିବ । ସେଠାରେ ପୁରୁଣା ସରୋବର ଅଛି, ସେଗୁଡ଼ିକୁ ବଡ଼, ଗଭୀର ଏବଂ ଉନ୍ନତ କର । ଗୋଟିଏ ଜିଲ୍ଲାରେ ୭୫, ଆପଣ କଳ୍ପନା କରନ୍ତୁ, ଆଜିଠାରୁ ୨୫ ବର୍ଷ ପରେ ଯେତେବେଳେ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରାଯିବ ସେତେବେଳେ ସେହି ପିଢ଼ି ଦେଖିବେ ଯେ ଆମ ଗାଁର ଲୋକମାନେ ୭୫ ବର୍ଷ ପରେ ଏହି ପୋଖରୀ ନିର୍ମାଣ କରିଥିଲେ । ଏବଂ ଯଦି କୌଣସି ଗାଁରେ ପୋଖରୀ ଅଛି, ତେବେ ଶକ୍ତି ମିଳିଥାଏ । ପାଣି ଥିବାବେଳେ ପାଟିଦାର ପାଣିଦାର ହୋଇଯାଏ ।ସେଥିପାଇଁ ଆମେ ମଧ୍ୟ ମା’ ଓମିୟାଙ୍କ ମାର୍ଗ ଦର୍ଶନରେ ଏହି ୭୫ ପୋଖରୀର ଅଭିଯାନ ନେଇପାରିବା । ଏବଂ ଏହା ଏକ ବଡ଼ କାମ ନୁହେଁ, ଆମେ ଲକ୍ଷ ଲକ୍ଷ ଚେକ୍ ଡ୍ୟାମ ନିର୍ମାଣ କରିଛୁ, ଆମେ ଏପରି ଲୋକ । ଆପଣ କଳ୍ପନା କରନ୍ତୁ ଯେ ଏହା କେତେବଡ଼ ସେବା ହେବ । ୧୫ ଅଗଷ୍ଟ ୨ଠ୨୩ ପୂର୍ବରୁ କାର୍ଯ୍ୟ ସମାପ୍ତ କରିବା । ସମାଜକୁ ପ୍ରେରଣା ମଳିବ, ଏହିପରି କାର୍ଯ୍ୟ କରାଯିବ । ମୁଁ କହୁଛି ପ୍ରତ୍ୟେକ ୧୫ ଅଗଷ୍ଟରେ ପୋଖରୀ ନିକଟରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଗାଁର ବରିଷ୍ଠ ଲୋକଙ୍କୁ ଡାକି କରିବା ଉଚିତ, ଆମଭଳି ନେତାମାନଙ୍କୁ ଆମନ୍ତ୍ରଣ କରନ୍ତୁ ନାହିଁ। ଗାଁର ବରିଷ୍ଠଙ୍କୁ ଡାକିବା ଏବଂ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ଆୟୋଜନ କରିବା ହେଉଛି ଧ୍ୱଜା ବନ୍ଧନର କାର୍ଯ୍ୟକ୍ରମ କରିବା ।

ଆଜି ପ୍ରଭୁ ରାମଚନ୍ଦ୍ର ଜୀଙ୍କର ଜନ୍ମ ଦିନ । ଯେତେବେଳେ ଆମେ ପ୍ରଭୁ ରାମଚନ୍ଦ୍ର ଜୀଙ୍କୁ ମନେ ପକାଉ, ଶବରୀଙ୍କୁ ମଧ୍ୟ ମନେ ପକାଇଥାଉ, କେୱାଟଙ୍କୁ ମନେ ପକାଉ, ନିଶାଦ ରାଜାଙ୍କୁ ମଧ୍ୟ ମନେ ପକାଉ, ସମାଜର ଏତେ ଛୋଟ ଲୋକଙ୍କ ନାମ ଜାଣିବାକୁ ଲାଗେ ଯେ ପ୍ରଭୁ ରାମଙ୍କର ଅର୍ଥ ହେଉଛନ୍ତି ଏମାନେ ସମସ୍ତେ । ଏହାର ଅର୍ଥ ହେଉଛି ଯେ ସମାଜର ପଛୁଆ ସମ୍ପ୍ରଦାୟର ଦାୟିତ୍ୱ ନେଇଥାନ୍ତି, ଭବିଷ୍ୟତରେ ସେହିମାନେ ଲୋକଙ୍କ ମନରେ ସମ୍ମାନର ସ୍ଥାନ ପାଇଥାନ୍ତି । ମା’ ଓମିୟାଙ୍କର ଭକ୍ତମାନେ ସମାଜର ପଛୁଆ ଲୋକଙ୍କୁ ଯେକୌଣସି ସମାଜର ଦୁଃଖୀ, ଗରିବ ବୋଲି ଭାବନ୍ତି । ପ୍ରଭୁ ରାମଙ୍କୁ ଭଗବାନ ଏବଂ ପୂର୍ଣ୍ଣ ପୁରୁଷୋତ୍ତମ କୁହାଯାଏ । ତାହାର ମୂଳରେ ଥାଏ ସେ ସମାଜର ଛୋଟ ଛୋଟ ଲୋକଙ୍କ ପାଇଁ ଯେଉଁଭଳି ଭାବରେ ଏବଂ ସେମାନଙ୍କ ମଧ୍ୟରେ କିପରି ଜୀବନଯାପନ କରୁଥିଲେ, ତାଙ୍କର ମହିମା କମ୍ ନ ଥିଲା । ମା’ଓମିୟାଙ୍କ ଭକ୍ତମାନେ ମଧ୍ୟ ନିଜେ ଆଗକୁ ବଢ଼ନ୍ତୁ, କେହି ଯେପରି ପଛରେ ରହି ନ ଯାଆନ୍ତୁ, ସେ ସମ୍ପର୍କରେ ମଧ୍ୟ ଚିନ୍ତା କରିବା ଉଚିତ । ସେତେବେଳେ ଆମର ଆଗକୁ ବଢ଼ିବା ଠିକ୍ ହେବ । ନଚେତ୍ ଯିଏ ପଛରେ ରହିଯାଇଥିବ ସେ ଆଗକୁ ଯାଉଥିବା ଲୋକକୁ ପଛକୁ ଟାଣିବ । ସେତେବେଳେ ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ, ସେଥିପାଇଁ ଆଗକୁ ବଢ଼ିବା ସହିତ ଯଦି ଆମେ ଆମ ପଛରେ ଥିବା ଲୋକଙ୍କୁ ଆଗକୁ ଆଣିବା ତେବେ ଆମେ ମଧ୍ୟ ଆଗକୁ ବଢ଼ିପାରିବା ।

ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସ୍ୱାଧୀନତାର ଏହି ଅମୃତ ମହୋତ୍ସବ ଆଜି ପ୍ରଭୁ ରାମଙ୍କର ଆବିର୍ଭାବର ମହୋତ୍ସବ ଏବଂ ମା’ ଓମିୟାଙ୍କର ପାଟୋତ୍ସବ ଏବଂ ଯେଉଁଭଳି ଭାବରେ ଏତେ ସଂଖ୍ୟକ ଲୋକ ଏକତ୍ରିତ ହୋଇଛନ୍ତି, ଆମେ ଯେଉଁଭଳି ଭାବରେ ଆଗକୁ ବଢ଼ିବାକୁ ଚାହୁଁଛୁ, ଆପଣ ଦେଖନ୍ତୁ, କରୋନା- କେତେ ବଡ଼ ସଂକଟ ଆସିଲା, ଏବଂ ବର୍ତ୍ତମାନ ସଂକଟ ଟଳିଛି । ଏମିତି ଆମେ ବିଶ୍ୱାସ କରୁନାହୁଁ କାରଣ ଏବେ ମଧ୍ୟ ଏହା କୌଣସି ନା କୌଣସି ସ୍ଥାନରେ ଦୃଶ୍ୟମାନ ହେଉଛି । ଏହି ରୋଗ ବହୁତ ବହୁରୂପୀ । ଏହାର ସାମ୍ନାରେ ପ୍ରତିବନ୍ଧିତ କରିବାକୁ ପ୍ରାୟ ୧୮୫ କୋଟି ଡୋଜ୍ । ଯେତେବେଳେ ଦୁନିଆର ଲୋକମାନେ ଏହା ଶୁଣୁଛନ୍ତି ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଏହା କିପରି ସମ୍ଭବ ହେଲା- ଆପଣ ସମସ୍ତଙ୍କର ସମାଜର ସହଯୋଗ ହେତୁ। ସେଥିପାଇଁ ଆମେ ଯେତେ ବୃହତ ସ୍ତରରେ ସଚେତନତା ଆଣିବା । ବର୍ତ୍ତମାନ ସ୍ୱଚ୍ଛତାର ଅଭିଯାନ, ସହଜ, ଆମର ପ୍ରକୃତି କାହିଁକି ହେବ ନାହିଁ, ଆମେ ପ୍ଲାଷ୍ଟିକ ବ୍ୟବହାର କରିବୁ ନାହିଁ- କାହିଁକି ଆମର ପ୍ରକୃତି ହେବ ନାହିଁ, ଗୋଟିଏ ଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଆମେ ବ୍ୟବହାର କରିବୁ ନାହିଁ । ଗାଈକୁ ପୂଜା କରନ୍ତି, ମା’ ଓମିୟାଙ୍କ ଭକ୍ତ ଅଟନ୍ତି, ପଶୁ ପ୍ରତି ଆଦର ରହିଛି କିନ୍ତୁ ଯଦି ଯେ ପ୍ଲାଷ୍ଟିକ ଖାଏ ତେବେ ମା’ ଓମିୟାଙ୍କ ଭକ୍ତ ଭାବେ ଏହା ଠିକ୍ ନୁହେଁ । ଯଦି ଆମେ ଏହିସବୁ ଜିନିଷ ସହିତ ଆଗକୁ ବଢ଼ିବା, ତେବେ... ଏବଂ ମୋତେ ଖୁସି ଲାଗିବ ଯେ ଆପଣ ସାମାଜିକ କାର୍ଯ୍ୟଗୁଡ଼ିକୁ ଯୋଡ଼ିବାରେ ଲାଗିଛନ୍ତି । ପାଟୋତ୍ସବ ସହିତ ପୂଜା ପାଠ, ଶ୍ରଦ୍ଧା, ଆସ୍ଥା, ଧର୍ମ ଯାହା ଘଟେ ତାହା ହୋଇଥାଏ, ପରନ୍ତୁ ତା’ଠାରୁ ଆଗକୁ ଯାଇ ଆପଣ ସମଗ୍ର ଯୁବପିଢ଼ିଙ୍କୁ ସାଥୀରେ ନେଇ ଯାହା ରକ୍ତଦାନ ଆଜି କରିଥିବେ ସେଥିପାଇଁ ମୋର ବହୁତ ବହୁତ ଶୁଭେଚ୍ଛା । ଦୂରରୁ ହେଲେ ମଧ୍ୟ ଆପଣମାନଙ୍କ ମଧ୍ୟକୁ ଆସିବାର ସୁଯୋଗ ପାଇବା ମୋ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ବିଷୟ ଅଟେ । ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ । ମା’ ଓମିୟାଙ୍କ ପାଦ ତଳେ ପ୍ରଣାମ!

ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour