ଆଷାଢ଼ ପୂର୍ଣ୍ଣିମା-ଧମ୍ମ ଚକ୍ର ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
କରୋନା ମହାମାରୀ ସମୟରେ ଭଗବାନ ବୁଦ୍ଧଙ୍କର ଅଧିକ ପ୍ରାସଙ୍ଗିକତା ରହିଛି: ପ୍ରଧାନମନ୍ତ୍ରୀ
ଆମେ ବୁଦ୍ଧଙ୍କ ମାର୍ଗରେ ଯାଇ ସବୁଠୁ କଠିନ ଆହ୍ୱାନର ମଧ୍ୟ କିଭଳି ସାମ୍ନାକୁ କରିପାରିବା, ତାହା ଭାରତ କରିଦେଖାଇଛି: ପ୍ରଧାନମନ୍ତ୍ରୀ
ସଂକଟ ସମୟରେ ସାରା ବିଶ୍ୱ ତାଙ୍କ ବାଣୀଗୁଡ଼ିକରେ ଥିବା ଶକ୍ତିର ଅନୁଭବ କରିଛି: ପ୍ରଧାନମନ୍ତ୍ରୀ

ନମୋ ବୁଦ୍ଧାୟା!

ନମୋ ଗୁରୁଭ୍ୟୋ!

ମାନନୀୟ ରାଷ୍ଟ୍ରପତି, ଅନ୍ୟ ଅତିଥିବୃନ୍ଦ, ଦେବୀ ଓ ସଜ୍ଜନ!

 

ଆପଣମାନଙ୍କୁ ସମସ୍ତଙ୍କୁ ଧମ୍ମ ଚକ୍ର ଦିବସ ଓ ଆଷାଢ଼ ପୂର୍ଣ୍ଣିମା ଅବସରରେ ଅନେକ ଅନେକ ଅଭିନନ୍ଦନ । ଆଜି ଆମେ ଗୁରୁ ପୂର୍ଣ୍ଣିମା ମଧ୍ୟ ପାଳନ କରୁଛେ, ଏବଂ ଆଜିର ଦିନରେ ଭଗବାନ ବୁଦ୍ଧ ମହାଜ୍ଞାନ ପ୍ରାପ୍ତି କରିବା ପରେ ନିଜର ପ୍ରଥମ ଜ୍ଞାନ ସଂସାରକୁ ପ୍ରଦାନ କରିଥିଲେ । ଆମ ଦେଶରେ କୁହାଯାଇଛି ଯେ, ଯେଉଁଠି ଜ୍ଞାନ ଅଛି ସେଇଠି ପରିପୂର୍ଣ୍ଣତା ଅଛି । ଏବଂ ପ୍ରଚାରକ ଯେବେ ନିଜେ ବୁଦ୍ଧ ହୁଅନ୍ତି, ସେତେବେଳେ ଏହା ସ୍ୱାଭାବିକ ହୋଇଥାଏ ଯେ ଏହି ଦର୍ଶନ ବିଶ୍ୱର କଲ୍ୟାଣ ସହ ସମାନାର୍ଥକ ପାଲଟିଯାଏ । ତ୍ୟାଗ ଓ ସହନଶୀଳତାର ନିଅାଁରେ ଜଳି ବୁଦ୍ଧ ଯେବେ କୁହନ୍ତି, ତେବେ ତାଙ୍କ ମୁହଁରୁ କେବଳ ଶବ୍ଦ ବାହାରି ନ ଥାଏ, ବରଂ ଧମ୍ମ ଚକ୍ରର ପ୍ରାରମ୍ଭ ହୋଇଥାଏ । ସେତେବେଳେ ସେ ନିଜର କେବଳ ୫ ଶିଷ୍ୟଙ୍କୁ ଉପଦେଶ ପ୍ରଦାନ କରିଥିଲେ, କିନ୍ତୁ ଆଜି ପୂରା ବିଶ୍ୱ ତାଙ୍କ ଦର୍ଶନର ଅନୁଗାମୀ, ବୁଦ୍ଧରେ ଆସ୍ଥା ରଖୁଥିବା ଲୋକ ।

ବନ୍ଧୁଗଣ,

ସାରନାଥରେ ଭଗବାନ ବୁଦ୍ଧ ପୂରା ଜୀବନର, ପୂରା ଜ୍ଞାନର ସୂତ୍ର ଆମକୁ ବତାଇଛନ୍ତି । ସେ ଦୁଃଖ ସମ୍ପର୍କରେ ଆମକୁ କହିଥିଲେ, ଦୁଃଖର କାରଣ କ’ଣ ତାହା ବୁଝାଇଥିଲେ, ଦୁଃଖଗୁଡ଼ିକ ଉପରେ କିଭଳି ବିଜୟ ମିଳିବ, ତାହା ବାବଦରେ ମଧ୍ୟ ବର୍ଣ୍ଣନା କରିଥିଲେ । ଏହି ବିଜୟ କିଭଳି ମିଳିବ, ତାହାର ରାସ୍ତା ବତାଇଥିଲେ ବୁଦ୍ଧ । ଭଗବାନ ବୁଦ୍ଧ ଆମକୁ ଜୀବନ ପାଇଁ ଅଷ୍ଟାଙ୍ଗ ସୂତ୍ର, ଆଠ ମନ୍ତ୍ର ପ୍ରଦାନ କରିଥିଲେ । ସେଗୁଡ଼ିକ ହେଉଛି ‘ସମ୍ମାଦିଠି’ (ଭଲ ଭାବେ ବୁଝିବା), ‘ସମ୍ମାସଂକପ୍ପା’ (ଠିକ ପ୍ରତିକାର), ‘ସମ୍ମାବଚା’ (ସୁବଚନ), ‘ସମ୍ମାକାମାନ୍ତ’ (ଉଚିତ ବ୍ୟବହାର), ସମ୍ମା ଆଜିଭା’ (ଉଚିତ ଜୀବିକା), ‘ସମ୍ମା ବାୟାମ’ (ଠିକ ଉଦ୍ୟମ), ‘ସମ୍ମା ସତୀ’ (ଉତ୍ତମ ମନ), ଏବଂ ‘ସମ୍ମା ସମାଧି’ (ଉଚିତ ଏକାଗ୍ରତା ସମାହିତ ଅଥବା ସଂଯୋଜନ ) । ମନ, ବାଣୀ ଓ ସଂକଳ୍ପରେ ଆମେ କର୍ମ ଓ ପ୍ରୟାସରେ ଯଦି ସନ୍ତୁଳନ ରଖିବା, ତେବେ ଆମେ ଦୁଃଖରୁ ବାହାରି ପ୍ରଗତି ଏବଂ ସୁଖକୁ ହାସଲ କରିପାରିବା । ଏହି ସନ୍ତୁଳନକୁ ଆମକୁ ସୁସମୟରେ ଜନ କଲ୍ୟାଣର ପ୍ରେରଣା ଦେଇଥାଏ, ଏବଂ ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟ ଧରିବା ପାଇଁ ଶକ୍ତି ପ୍ରଦାନ କରିଥାଏ ।

ବନ୍ଧୁଗଣ!

ଆଜି କରୋନା ମହାମାରୀ ସମୟରେ ଭଗବାନ ବୁଦ୍ଧ ପୁଣି ଅଧିକ ପ୍ରାସଙ୍ଗିକ ହୋଇଯାଇଛନ୍ତି । ବୁଦ୍ଧଙ୍କ ମାର୍ଗରେ ପରିଚାଳିତ ହୋଇ ଆମେ କେମିତି ସବୁଠୁ କଠିନ ପରିସ୍ଥିତିର ସାମ୍ନା କରିପାରିବା, ତାହା ଭାରତ କରିଦେଖାଇଛି । ଆଜି ସମସ୍ତ ଦେଶ ଏକତ୍ର ହୋଇ ଆଗକୁ ବଢୁଛନ୍ତି ଏବଂ ବୁଦ୍ଧଙ୍କ ବାଣୀକୁ ପାଥେୟ କରି ପରସ୍ପରର ଶକ୍ତି ବନୁଛନ୍ତି । ଏହିଭଳି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ‘ପ୍ରାର୍ଥନା ସହ ଯତ୍ନ’ ବେଶ୍ ପ୍ରଶଂସାଯୋଗ୍ୟ ହୋଇଛି ।

 

ବନ୍ଧୁଗଣ,

ଧମ୍ମପଦ କୁହେ-

ନ ହି ୱେରେନ୍ ୱେରାନି,

ସମ୍ମନ୍ତିଧ କୁଦାଚନମ୍ ।

ଅୱେରେନ ଚ ସମ୍ମାନ୍ତି,

ଏସ ଧମ୍ମୋ ସନନ୍ତତୋ  । ।

 

ଅର୍ଥାତ, ଶତ୍ରୁତା ଦ୍ୱାରା ଶତ୍ରୁତା ଶାନ୍ତ ପଡ଼ି ନ ଥାଏ । ବରଂ ପ୍ରେମ ଓ ବିଶାଳ ହୃଦୟ ଦ୍ୱାରା ଶତ୍ରୁତାର ଅନ୍ତ ଘଟିଥାଏ । ଦୁଃଖ ସମୟରେ, ବିଶ୍ୱ ଏହି ପ୍ରେମ ଓ ସଦଭାବର ଶକ୍ତିକୁ ଭଲ ଭାବେ ଅନୁଭବ କରିଛି । ବୁଦ୍ଧଙ୍କର ଏହି ଜ୍ଞାନ, ମାନବତାର ଏହି ଅନୁଭୂତି ଅଧିକ ସମୃଦ୍ଧ ହୋଇଚାଲିଲେ, ସଫଳତା ଓ ସମୃଦ୍ଧିର ନୂଆ ଉଚ୍ଚତାକୁ ବିଶ୍ୱ ଛୁଇଁପାରିବ ।

 

ଏହି ଶୁଭେଚ୍ଛା ସହ, ଆପଣମାନଙ୍କୁ ସମସ୍ତଙ୍କୁ ଆଉଥରେ ଅନେକ ଅଭିନନ୍ଦନ ଜଣାଉଛି! ସୁସ୍ଥ ରୁହନ୍ତୁ ଏବଂ ମାନବତାର ସେବା କରନ୍ତୁ!

 

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.