ସହଯୋଗ, ମିଳିତ ପ୍ରୟାସ ଓ ସହଭାଗିତା ପାଇଁ ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ମହାରାଷ୍ଟ୍ର ଓ କେରଳରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ : ପ୍ରଧାନମନ୍ତ୍ରୀ
ଟେଷ୍ଟ ଟ୍ରାକ୍, ଟ୍ରିଟ୍ ଓ ଟିକା ହେଉଛି ପରିକ୍ଷିତ ଏବଂ ପ୍ରମାଣିତ ରଣନୀତି : ପ୍ରଧାନମନ୍ତ୍ରୀ
ସମ୍ଭାବ୍ୟ ତୃତୀୟ ଲହର ନିରାକରଣ ପାଇଁ ଆମକୁ ତତ୍ପରତା ପୂର୍ବକ ପଦକ୍ଷେପ ନେବାକୁ ପଡ଼ିବ : ପ୍ରଧାନମନ୍ତ୍ରୀ
ବିଶେଷ କରି ଗ୍ରାମୀଣ କ୍ଷେତ୍ରରେ ଥିବା ଭିତ୍ତିଭୂମି ଅଭାବ ଦୂର କରାଯିବା ଉଚିତ୍ : ପ୍ରଧାନମନ୍ତ୍ରୀ
କରୋନା ଏବେ ବି ଯାଇନାହିଁ, ଅନଲକିଂ ପରବର୍ତ୍ତୀ ବ୍ୟବହାର ଚିନ୍ତାର ବିଷୟ : ପ୍ରଧାନମନ୍ତ୍ରୀ
ସମ୍ଭାବ୍ୟ ତୃତୀୟ ଲହର ନିରାକରଣ ପାଇଁ ଆମକୁ ତତ୍ପରତା ପୂର୍ବକ ପଦକ୍ଷେପ ନେବାକୁ ପଡ଼ିବ : ପ୍ରଧାନମନ୍ତ୍ରୀ

ନମସ୍କାର ଆଜ୍ଞା!

କରୋନା ବିରୋଧରେ ଦେଶର ଲଢେଇରେ ଅନେକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆପଣମାନେ ସମସ୍ତେ ନିଜ ନିଜର ମତ ରଖିଛନ୍ତି । ଏବେ ଦୁଇ ଦିନ ପୂର୍ବରୁ ମୁଁ ଉତର ପୂର୍ବର ସମସ୍ତ ସମ୍ମାନିତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହି ବିଷୟରେ ଆଲୋଚନା କରିବାର ସୁଯୋଗ ପାଇଥିଲି । କାରଣ ଯେଉଁଠି ଯେଉଁଠି ଚିନ୍ତାଜନକ ସ୍ଥିତି ରହିଛି ସେହି ସବୁ ରାଜ୍ୟ ସହିତ ମୁଁ ବିଶେଷ ଭାବରେ କଥାବାର୍ତା କରୁଛି ।

ବନ୍ଧୁଗଣ,

ଗତ ଦେଢ ବର୍ଷ ମଧ୍ୟରେ କେବଳ ପାରସ୍ପରିକ ସହଯୋଗ ଓ ମିଳିତ ପ୍ରୟାସରେ ଦେଶ ଏତେ ବଡ ମହାମାରୀର ମୁକାବିଲା କରିପାରିଛି । ସମସ୍ତ ରାଜ୍ୟ ସରକାର ଯେପରି ପରସ୍ପରଠାରୁ ଶିଖିବାର ପ୍ରୟାସ କରିଛନ୍ତି, ସର୍ବୋତମ ନୀତିଗୁଡିକ ସମ୍ପର୍କରେ ବୁଝିବା ପାଇଁ ପ୍ରୟାସ କରିଛନ୍ତି, ପରସ୍ପରକୁ ସହଯୋଗ କରିବାକୁ ପ୍ରଚେଷ୍ଟା କରିଛନ୍ତି ଏବଂ ଆମେ ଅନୁଭବରୁ କହିପାରିବା ଯେ ଏହିଭଳି ପ୍ରୟାସଗୁଡିକ ଦ୍ୱାରା ହିଁ ଆମେ ଆଗକୁ ଏହି ଯୁଦ୍ଧରେ ବିଜୟୀ ହୋଇପାରିବା ।

ବନ୍ଧୁଗଣ,

ଆପଣମାନେ ସମସ୍ତେ ଏହି ବିଷୟରେ ଜାଣିଛନ୍ତି ଯେ ବର୍ତମାନ ଆମେ ଏଭଳି ଏକ ମୋଡରେ ଛିଡା ହୋଇଛୁ ଯେଉଁଠାରେ ଲଗାତାର ଭାବେ ତୃତୀୟ ଲହରର ଆଶଙ୍କା କରାଯାଉଛି । ଦେଶର ଅଧିକାଂଶ ରାଜ୍ୟରେ ମାମଲା ସଂଖ୍ୟା ଯେଉଁଭଳି ଭାବରେ ହ୍ରାସ ପାଇଥିଲା, ସେଥିରୁ ମାନସିକ ଭାବରେ କିଛି ଆଶ୍ୱସ୍ତି ଅନୁଭବ ହେଉଥିଲା । ବିଶେଷଜ୍ଞମାନେ ଏହି ନିମ୍ନଗାମୀ ଧାରାକୁ ଦେଖି ଏହି ଆଶା ମଧ୍ୟ କରୁଥିଲେ ଯେ ଖୁବଶୀଘ୍ର ଦେଶ ଦ୍ୱିତୀୟ ଲହରରୁ ସମ୍ପୁର୍ଣ୍ଣ ଭାବେ ମୁକ୍ତ ହୋଇଯିବ । କିନ୍ତୁ କେତେକ ରାଜ୍ୟରେ ମାମଲାଗୁଡିକର କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟା ଏବେ ମଧ୍ୟ ଚିନ୍ତାଜନକ ହୋଇ ରହିଛି ।

ବନ୍ଧୁଗଣ,

ଆଜି ଏଠି ଛଅଟି ରାଜ୍ୟ ଆମ ସହ ଅଛନ୍ତିି । ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ଗତ ସପ୍ତାହରେ ପାଖାପାଖି ୮୦ ପ୍ରତିଶତ ନୂତନ ସଂକ୍ରମଣ ମାମଲା ଆପଣମାନେ ଯେଉଁ ରାଜ୍ୟର ସେହିସବୁ ରାଜ୍ୟରୁ ଚିହ୍ନଟ ହୋଇଛି । ୮୪ ପ୍ରତିଶତ ଦୁଃଖଦ ମୃତ୍ୟୁ ମଧ୍ୟ ଏହିସବୁ ରାଜ୍ୟରେ ହୋଇଛି । ପ୍ରାରମ୍ଭରେ ବିଶେଷଜ୍ଞମାନେ ଏହା ଅନୁମାନ କରୁଥିଲେ ଯେ, ଯେଉଁଠାରେ ଦ୍ୱିତୀୟ ଲହରର ପ୍ରାରମ୍ଭ ହୋଇଥିଲା, ସେଠାରେ ପରିସ୍ଥିତି ଅନ୍ୟ ସ୍ଥାନଗୁଡିକ ତୁଳନାରେ ପ୍ରଥମେ ନିୟନ୍ତ୍ରଣକୁ ଆସିବ । କିନ୍ତୁ ମହାରାଷ୍ଟ୍ର ଓ କେରଳରେ ମାମଲା ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଏହା ବାସ୍ତବରେ ଆମ ସମସ୍ତଙ୍କ ପାଇଁ, ଦେଶ ପାଇଁ ଗଭୀର ଚିନ୍ତାର ବିଷୟ । ଆପଣମାନେ ସମସ୍ତେ ଏ ସମ୍ପର୍କରେ ଅବଗତ ଯେ ଦ୍ୱିତୀୟ ଲହର ପୂର୍ବରୁ ଜାନୁଆରୀ-ଫେବୃଆରୀ ମାସରେ ମଧ୍ୟ ଆମକୁ ଏହିଭଳି ଧାରା ଦେଖିବାକୁ ମିଳିଥିଲା । ଏଥିପାଇଁ, ଏହି ଆଶଙ୍କା ସ୍ୱାଭାବିକ ଭାବେ ବଢି ଯାଉଛି ଯେ ଯଦି ପରିସ୍ଥିତି ନିୟନ୍ତ୍ରଣକୁ ନ ଆସେ ତାହାହେଲେ ଅସୁବିଧା ହୋଇପାରେ । ଏହା ଅତ୍ୟନ୍ତ ଜରୁରୀ ଯେ ଯେଉଁସବୁ ରାଜ୍ୟରେ ମାମଲା ସଂଖ୍ୟା ବୃଦ୍ଧି ପାଉଛି, ସେହିସବୁ ରାଜ୍ୟଗୁଡିକୁ ତତ୍ପର ପଦକ୍ଷେପ ଗ୍ରହଣ ପୂର୍ବକ ତୃତୀୟ ଲହରର ଯେକୌଣସି ଆଶଙ୍କାକୁ ଏଡାଇବାକୁ ପଡିବ ।

ବନ୍ଧୁଗଣ,

ବିଶେଷଜ୍ଞମାନେ କୁହନ୍ତି ଯେ ଦୀର୍ଘ ସମୟ ଧରି କ୍ରମାଗତ ଭାବେ ମାମଲା ବଢି ଚାଲିଲେ କରୋନାର ଭୂତାଣୁରେ କାୟା ପରିବର୍ତନର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ଏବଂ ନୂଆ ନୂଆ ସ୍ୱରୂପର ଭୂତାଣୁଙ୍କ ବିପଦ ବଢି ଯାଇଥାଏ । ଏଥିପାଇଁ ତୃତୀୟ ଲହରକୁ ରୋକିବା ସକାଶେ କରୋନା ବିରୁଦ୍ଧରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯିବା ନିତାନ୍ତ ଆବଶ୍ୟକ ଅଟେ । ଏହି ଦିଗରେ ସେହି ଏକା ରଣନୀତି, ଯାହାକୁ ଆପଣ ନିଜ ରାଜ୍ୟରେ ଆପଣାଇ ସାରିଛନ୍ତି, ସମଗ୍ର ଦେଶ ତାହାକୁ କାର୍ଯ୍ୟକାରୀ କରିଛି । ଏବଂ ତାହାର ଏକ ଅନୁଭବ ମଧ୍ୟ ଆମ ନିକଟରେ ରହିଛି । ଯାହା ଆପଣମାନଙ୍କ ପାଇଁ ମଧ୍ୟ ପରିକ୍ଷୀତ ଓ ପ୍ରମାଣିତ ପଦ୍ଧତି ଅଟେ । ପରୀକ୍ଷା, ଚିହ୍ନଟ, ଚିକିତ୍ସା ଏବଂ ଏବେ ଟିକା, ଏହି ପ୍ରତିଷେଧକ ରଣନୀତି ଉପରେ ଦୃଷ୍ଟିନିବିଦ୍ଧ କରି ଆମକୁ ଆଗକୁ ବଢିବାକୁ ପଡିବ । କ୍ଷୁଦ୍ର ଅବରୋଧ ଅଂଚଳଗୁଡିକ ଉପରେ ଆମକୁ ବିଶେଷଭାବରେ ଧ୍ୟାନ ଦେବାକୁ ହେବ । ଯେଉଁସବୁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି, ଯେଉଁଠାରେ ଅଧିକ ସଂଖ୍ୟାରେ ମାମଲା ଚିହ୍ନଟ ହେଉଛି, ସେସବୁ ସ୍ଥାନରେ ସେତିକି ହିଁ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଉଚିତ । ଏବେ ଯେତେବେଳେ ମୁଁ ଉତର ପୂର୍ବ ରାଜ୍ୟର ବନ୍ଧୁମାନଙ୍କ ସହ କଥାବାର୍ତା କରୁଥିଲି ସେତେବେଳେ ଗୋଟିଏ କଥା ଜଣାପଡିଲା ଯେ କେତେକ ରାଜ୍ୟ ଲକଡାଉନ ହିଁ କାର୍ଯ୍ୟକାରୀ କରି ନଥିଲେ । କିନ୍ତୁ କ୍ଷୁଦ୍ର ଅବରୋଧ ଅଂଚଳ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଏବଂ ସେହି କାରଣରୁ ସେମାନେ ପରିସ୍ଥିତିକୁ ସମ୍ଭାଳିବାରେ ସକ୍ଷମ ହୋଇଥିଲେ । ପରୀକ୍ଷଣ କ୍ଷେତ୍ରରେ ମଧ୍ୟ ଏଭଳି ଜିଲ୍ଲାଗୁଡିକ ପ୍ରତି ବିଶେଷ ଧ୍ୟାନ ଦେଇ ସମଗ୍ର ରାଜ୍ୟରେ ପରୀକ୍ଷଣକୁ ଅଧିକ ବ୍ୟାପକ କରାଯିବା ଉଚିତ୍ । ଯେଉଁ ସବୁ ଜିଲ୍ଲାରେ, ଯେଉଁ ଯେଉଁ ଅଂଚଳରେ ଅଧିକ ସଂଖ୍ୟାରେ ସଂକ୍ରମଣ ରହିଛି, ସେଠାରେ ପ୍ରତିଷେଧକ ମଧ୍ୟ ଆମ ପାଇଁ ଏକ ରଣନୈତିକ ଉପକରଣ ଅଟେ । ଟିକାର ପ୍ରଭାବଶାଳୀ ବ୍ୟବହାର ଦ୍ୱାରା କରୋନା କାରଣରୁ ସୃଷ୍ଟି ହେଉଥିବା ସମସ୍ୟାଗୁଡିକୁ ହ୍ରାସ କରାଯାଇପାରିବ । ଅନେକ ରାଜ୍ୟ, ଏବେ ଆମକୁ ଯେଉଁ ସୁବିଧା ମିଳିଛି, ତାହାର ବ୍ୟବହାର ନିଜର ଆରଟିପିସିଆର ଟେଷ୍ଟିଂ କ୍ଷମତା ବୃଦ୍ଧି କରିବାରେ ମଧ୍ୟ ଉପଯୋଗ କରୁଛନ୍ତି । ଏହା ମଧ୍ୟ ଏକ ପ୍ରଶଂସନୀୟ ଏବଂ ଜୁରରୀ ପଦକ୍ଷେପ । ଅଧିକରୁ ଅଧିକ ଆରଟି-ପିସିଆର ପରୀକ୍ଷା ଭୂତାଣୁକୁ ପ୍ରତିହତ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିବ ।

ବନ୍ଧୁଗଣ,

ଦେଶର ସମସ୍ତ ରାଜ୍ୟକୁ ନୂତନ ଆଇସିୟୁ ଶଯ୍ୟା ନିର୍ମାଣ, ପରୀକ୍ଷଣ କ୍ଷମତା ବୃଦ୍ଧି ଏବଂ ଅନ୍ୟାନ୍ୟ ସମସ୍ତ ଆବଶ୍ୟକତା ପାଇଁ ପାଣ୍ଠି ଉପଲବଧ କରାଯାଉଛି । କେନ୍ଦ୍ର ସରକାର ନିକଟରେ ୨୩ ହଜାର କୋଟି ଟଙ୍କାରୁ ଅଧିକ ଜରୁରୀକାଳୀନ କୋଭିଡ ଚିକିତ୍ସା ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି । ମୁଁ ଚାହିଁବି ଯେ ସ୍ୱାସ୍ଥ୍ୟ ଭୂତିଭୂମୀକୁ ଆହୁରି ସୁଦୃଢ କରିବା ପାଇଁ ଏହି ବଜେଟର ଉପଯୋଗ କରାଯାଉ । ରାଜ୍ୟଗୁଡିକରେ ଯାହାବି ‘ଢାଂଚାଗତ ବ୍ୟବଧାନ’ ରହିଛି ସେଗୁଡିକୁ ଖୁବ୍ ଶୀଘ୍ର ପୂରଣ କରାଯାଉ । ବିଶେଷକରି ଗ୍ରାମୀଣ ଇଲାକା ଉପରେ ଆମକୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ଏଥିସହ ସବୁ ରାଜ୍ୟରେ ସୂଚନା ପ୍ରଯୁକ୍ତି ବ୍ୟବସ୍ଥା, କଂଟ୍ରୋଲ ରୁମ ଏବଂ କଲ ସେଂଟର ନେଟୱର୍କକୁ ମଜବୁତ୍ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାଦ୍ୱାରା ସମ୍ବଳ ଗୁଡିକର ତଥ୍ୟ, ସେଗୁଡିକର ସୂଚନା ନାଗରିକମାନଙ୍କୁ ପାରଦର୍ଶୀ ଉପାୟରେ ମିଳିଥାଏ ।  ଚିକିତ୍ସା ପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଏଠି ସେଠି ଦୌଡିବାକୁ ପଡି ନଥାଏ ।

ବନ୍ଧୁଗଣ,

ମତେ କୁହାଯାଇଛି ଯେ ଆପଣମାନଙ୍କ ରାଜ୍ୟକୁ ୩୩୨ଟି ପିଏସଏ ପ୍ଲାଂଟ ଆବଂଟିତ କରାଯାଇଛି, ସେଥିମଧ୍ୟରୁ ୫୩ଟି ସ୍ଥାପିତ ହୋଇସାରିଛି । ମୁଁ ସମସ୍ତ ରାଜ୍ୟଗୁଡିକୁ ଅନୁରୋଧ କରୁଛି ଯେ ଏହିସବୁ ପିଏସଏ ଅକ୍ସିଜେନ ପ୍ଲାଂଟଗୁଡିକୁ ଖୁବ ଶୀଘ୍ର ସମ୍ପୁର୍ଣ୍ଣ କରନ୍ତୁ । କୌଣସି ଏକ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବରେ ଏହି କାର୍ଯ୍ୟରେ ନିୟୋଜିତ କରନ୍ତୁ, ଏବଂ ୧୫ରୁ ୨୦ ଦିନ ମଧ୍ୟରେ ମିଶନ ଆକାରରେ ଏହି କାର୍ଯ୍ୟକୁ ଆପଣ ସମ୍ପୁର୍ଣ୍ଣ କରାନ୍ତୁ ।

ବନ୍ଧୁଗଣ,

ପିଲାମାନଙ୍କୁ ନେଇ ମଧ୍ୟ ଆଉ ଏକ ଚିନ୍ତା ରହିଛି । ପିଲାମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଆମକୁ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ପଡିବ ।

ବନ୍ଧୁଗଣ,

ଆମେ ଦେଖୁଛୁ ଯେ ଗତ ଦୁଇ ସପ୍ତାହ ମଧ୍ୟରେ ୟୁରୋପର ଅନେକ ଦେଶରେ ଖୁବ ଦୃତ ଗତିରେ ମାମଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯଦି ଆମେ ପଶ୍ଚିମ ଆଡକୁ ଦେଖିବା ତେବେ ୟୁରୋପର ଦେଶ ହେଉ ବା ଆମେରିକାର, ଏବଂ ପୂର୍ବ ପଟେ ବାଂଲାଦେଶ, ମାୟାାଁମାର, ଇଣ୍ଡୋନେସିଆ, ଥାଇଲାଣ୍ଡରେ ମାମଲା ସଂଖ୍ୟା ଖୁବ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏକ ପ୍ରକାର କହିବାକୁ ଗେଲେ କେଉଁଠାରେ ଚାରି ଗୁଣା, କେଉଁଠାରେ ଆଠ ଗୁଣା କେଉଁଠାରେ ଦଶ ଗୁଣା ପର୍ଯ୍ୟନ୍ତ ଏହି ସଂଖ୍ୟା ବୃଦ୍ଧି ପାଇଛି । ଏହା ସମଗ୍ର ବିଶ୍ୱ ପାଇଁ ଏବଂ ଆମ ପାଇଁ ମଧ୍ୟ ଏକ ଚେତାବନୀ ଅଟେ, ଏକ ଖୁବ ବଡ ସତର୍କ ଘଂଟି ଅଟେ । ଆମକୁ ଲୋକମାନଙ୍କୁ ବାରମ୍ବାର ଏକଥା ମନେ ପକାଇ ଦେବାକୁ ହେବ ଯେ କରୋନା ଆମ ମଧ୍ୟରୁ ଚାଲି ଯାଇ ନାହିଁ । ଆମର ଏଠାରେ ଅନଲକ ପରେ ଅଧିକାଂଶ ସ୍ଥାନରୁ ଯେଉଁଭଳି ଚିତ୍ର ନଜରକୁ ଆସୁଛି ତାହା ଏହି ଚିନ୍ତାକୁ ଆହୁରି ଅଧିକ ବଢାଇ ଦେଉଛି । ଏହି କଥା ମୁଁ ଏବେ ଉତର ପୂର୍ବାଂଚଳର ସମସ୍ତ ବନ୍ଧୁମାନଙ୍କ ଦୃଷ୍ଟିକୁ ଆଣିଥିଲି ଏବଂ ସେହିଦିନ ଆଲୋଚନା କରିଥିଲି । ମୁଁ ପୁଣି ଆଜି ଆଉଥରେ ସେ ସମ୍ପର୍କରେ ଦୃଢ ଭାବରେ ଦୋହରାଇବାକୁ ଚାହୁଁଛି । ଆଜି ଯେଉଁସବୁ ରାଜ୍ୟଗୁଡିକ ଆମ ସହ ଯୋଡି ୋଇଛନ୍ତି, ସେସବୁ ରାଜ୍ୟରେ ଅନେକ ବଡ ବଡ ମହନଗର ରହିଛି, ସେଠାରେ ଖୁବ୍ ସଘନ ଜନସଂଖ୍ୟା ମଧ୍ୟ ରହିଛି । ଆମକୁ ଏହା ମଧ୍ୟ ଧ୍ୟାନରେ ରଖିବାକୁ ହେବ । ସର୍ବସାଧାରଣ ସ୍ଥାନରେ ଭିଡ ନହେବା ପାଇଁ ଆମକୁ ସଜାଗ, ସତର୍କ ଓ କଠୋର ହେବାକୁ ପଡିବ । ସରକାରଙ୍କ ସହିତ ଅନ୍ୟ ରାଜନୈତିକ ଦଳ, ସାମାଜିକ ସଂଗଠନ, ଏନଜିଓ ଏବଂ ନାଗରିକ ସମାଜକୁ ସାଙ୍ଗରେ ନେଇ ଆମକୁ ଲୋକମାନଙ୍କୁ ସଚେତନ କରାଇବାକୁ ହେବ । ମୋର ବିଶ୍ୱାସ ଅଛି ଯେ ଆପଣମାନଙ୍କ ବ୍ୟାପକ ଅଭିଜ୍ଞତା ଏ ଦିଗରେ ବିଶେଷଭାବେ ସହାୟକ ହେବ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ଆପଣମାନେ ସମୟ ବାହାର କରିଥିବାରୁ ଆପଣ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ! ଏବଂ ଯେପରି ସମସ୍ତ ସମ୍ମାନିତ ମୁଖ୍ୟମନ୍ତ୍ରୀମାନେ ଯେଉଁଭଳି ଭାବେ ଉଲ୍ଲେଖ କଲେ ଯେ ମୁଁ ସବୁ ସମୟରେ ଉପଲବ୍ଧ ଅଛି । ଆମମାନଙ୍କ ମଧ୍ୟରେ  ସମ୍ପର୍କ ଅତୁଟ ରହିଛି । ଆଗକୁ ମଧ୍ୟ ମୁଁ ସବୁବେଳେ ଉପଲବଧ ରହିବି । ଯାହାଦ୍ୱାରା ଆମେ ସମସ୍ତେ ମିଶି ଏହି ସଙ୍କଟରୁ ମାନବ ଜାତିକୁ ରକ୍ଷା କରିବାର ଏହି ଅଭିଯାନରେ ଏକାଠି କାର୍ଯ୍ୟ କରିବା ସହ ନିଜ ନିଜ ରାଜ୍ୟକୁ ମଧ୍ୟ ସୁରକ୍ଷା ଦେଇପାରିବା । ମୁଁ ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଜଣାଉଛି । ଅନେକ ଅନେକ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
States benefit from GST reform

Media Coverage

States benefit from GST reform
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”