“ଯେତେବେଳେ ମହିଳାମାନେ ସମୃଦ୍ଧ ହୁଅନ୍ତି, ବିଶ୍ୱ ସମୃଦ୍ଧ ହୁଏ”
“ଭାରତର ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡିକରେ ର୍ନିବାଚିତ ୪୬% ପ୍ରତିନିଧି ମହିଳା ଅଟନ୍ତି, ଯାହା ୧.୪ ନିୟୁତ”
“ଭାରତର ମହିଳାମାନେ "ମିଶନ ଲାଇଫ୍” - ପରିବେଶ ପାଇଁ ଜୀବନଶୈଳୀର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି”
“ପ୍ରକୃତି ସହିତ ସେମାନଙ୍କର ଘନିଷ୍ଠତାକୁ ଦୃଷ୍ଟିରେ ରଖି ମହିଳାମାନେ ଜଳବାୟୁ ପରିବର୍ତ୍ତନ ପାଇଁ ଅଭିନବ ସମାଧାନର ଦାୟିତ୍ୱ ତୁଲାଉଛନ୍ତି”
“ବଜାର, ମୂଲ୍ୟ-ଶୃଙ୍ଖଳା ଏବଂ ଆର୍ଥିକ ସ୍ଥିତି ଉପରେ ଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ଆମକୁ କାର୍ଯ୍ୟ କରିବାକୁ ପଡିବ”
“ଭାରତର ଜି -୨୦ ଅଧ୍ୟକ୍ଷତା ଅଧୀନରେ ‘ମହିଳା ସଶକ୍ତିକରଣ' ଉପରେ ଏକ ନୂତନ ‘କାର୍ଯ୍ୟ ଗୋଷ୍ଠୀ’ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି”

ମାନ୍ୟଗଣ୍ୟ ବ୍ୟକ୍ତିମାନେ, ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ, ନମସ୍କାର!

ମୁଁ ମହାତ୍ମା ଗାନ୍ଧୀଙ୍କ ସ୍ଥାପନ ଦିବସ ଅବସରରେ, ଗାନ୍ଧୀନଗର ଠାରେ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି, ଯାହାଙ୍କ ନାମ ମହାତ୍ମା ଗାନ୍ଧୀଙ୍କ ନାମରେ ରଖାଯାଇଛି । ମୁଁ ଖୁସି ଅଛି ଯେ ଆପଣମାନଙ୍କୁ ଅହମ୍ମଦାବାଦ ଠାରେ ଗାନ୍ଧୀ ଆଶ୍ରମ ପରିଦର୍ଶନ କରିବାର ସୁଯୋଗ ମିଳିଛି । ଆଜି ସମଗ୍ର ବିଶ୍ୱ ଜଳବାୟୁ ପରିବର୍ତ୍ତନ, ବୈଶ୍ୱିକ ତାପମାନ ଏବଂ ସ୍ଥାୟୀ ସମାଧାନ ଖୋଜିବାରେ ତତ୍ପରତା ସମ୍ପର୍କରେ ଆଲୋଚନା କରୁଛନ୍ତି । ଗାନ୍ଧୀ ଆଶ୍ରମରେ, ଆପଣ ଗାନ୍ଧୀଙ୍କର ଜୀବନ-ଶୈଳୀର ସରଳତା ଏବଂ ସ୍ଥିରତା, ଆତ୍ମନିର୍ଭରତା ଏବଂ ସମାନତାର ତାଙ୍କର ଦୂରଦର୍ଶୀ ବିଚାରଗୁଡ଼ିକ ପ୍ରତ୍ୟକ୍ଷ ଭାବରେ ଦେଖିବେ, ମୋର ବିଶ୍ୱାସ ଅଛି ଯେ ଆପଣଙ୍କୁ ଏହା ପ୍ରେରଣାଦାୟକ ଲାଗିବ । ଆପଣଙ୍କୁ ଦାଣ୍ଡି କୁଟୀର ସଂଗ୍ରହାଳୟରେ ମଧ୍ୟ ଏହାର ଅନୁଭବ ମିଳିବ, ଏକ ଏମିତି ସୁଯୋଗ ତାହା ଯେମିତି ବାକି ରହିଯିବା କଥା ନୁହେଁ । ମୋ ପାଇଁ ଏଠାରେ ଏହା କରିବା ଅପ୍ରସାଙ୍ଗିକ ହେବ ନାହିଁ ଯେ ଗାନ୍ଧିଜୀଙ୍କ ପ୍ରସିଦ୍ଧ ଚରଖା, ଗଙ୍ଗବୈଦ ନାମ ଜଣେ ମହିଳାଙ୍କ ନିକଟରେ ଗୋଟିଏ ଗାଁରୁ ମିଳିଥିଲା । ଯେମିତିକି ଆପଣ ଜାଣିଛନ୍ତି, ତାଙ୍କ ପରେ ଗାନ୍ଧିଜୀ ସବୁବେଳେ ଖଦି ପିନ୍ଧୁଥିଲେ ।

ସାଥୀମାନେ,

ଯେତେବେଳେ ମହିଳାମାନେ ସମୃଦ୍ଧ ହୋଇଥାନ୍ତି, ସେତେବେଳେ ଦୁନିଆ ସମୃଦ୍ଧ ହୋଇଥାଏ । ସେମାନଙ୍କର ଆର୍ଥିକ ସଶକ୍ତୀକରଣ ବିକାଶକୁ ପ୍ରୋତ୍ସାହିତ କରିଥାଏ । ଶିକ୍ଷା ପର୍ଯ୍ୟନ୍ତ ତାହାର ବିସ୍ତାର ବୈଶ୍ୱିକ ପ୍ରଗତିକୁ ପ୍ରେରିତ କରିଥାଏ । ତାହାର ନେତୃତ୍ୱ ସମାବେଶିତାକୁ ପ୍ରୋତ୍ସାହିତ କରିଥାଏ ଏବଂ ତାଙ୍କର ସ୍ୱର ସକାରାତ୍ମକ ପରିବର୍ତ୍ତନକୁ ପ୍ରେରିତ କରିଥାଏ । ମହିଳାମାନଙ୍କୁ ସଶକ୍ତ କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ମହିଳା-ନେତୃତ୍ୱ ଥିବା ବିକାଶ ଦୃଷ୍ଟିକୋଣ ଅଟେ । ଭାରତ ଏହି ଦିଗରେ ପଦକ୍ଷେପ ନେଉଛି ।

ସାଥୀମାନେ,

ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସ୍ୱୟଂ ଏକ ପ୍ରେରକ ଉଦାହରଣ ହୋଇପାରିଛନ୍ତି । ସେ ଏକ ସାଧାରଣ ଆଦିବାସୀ ପୃଷ୍ଠଭୂମିରୁ ଆସିଛନ୍ତି । କିନ୍ତୁ ବର୍ତ୍ତମାନ ଦୁନିଆର ସବୁଠାରୁ ବଡ଼ ଲୋକତନ୍ତ୍ରର ନେତୃତ୍ୱ ନେଇଛନ୍ତି ଏବଂ ଦୁନିଆର ଦ୍ୱିତୀୟ ସବୁଠାରୁ ବଡ଼ ସୁରକ୍ଷା ସେନାର କମାଣ୍ଡର-ଇନ-ଚିଫ ଭାବରେ କାର୍ଯ୍ୟ କରୁଛନ୍ତି । ଲୋକତନ୍ତ୍ରର ଏହି ଜନନୀରେ ‘ମତଦାନର ଅଧିକାର’ ଭାରତୀୟ ସମ୍ବିଧାନ ଦ୍ୱାରା ଆରମ୍ଭରୁ ହିଁ ମହିଳାମାନଙ୍କ ସହିତ ସମସ୍ତ ନାଗରିକମାନଙ୍କୁ ସମାନ ଭାବରେ ପ୍ରଦାନ କରାଯାଇଥିଲା । ନିର୍ବାଚନ ଲଢ଼ିବାର ଅଧିକାର ମଧ୍ୟ ସମାନ ଆଧାରରେ ଦିଆଗଲା । ନିର୍ବାଚିତ ମହିଳା ପ୍ରତିନିଧି ଆର୍ଥିକ, ପର୍ଯ୍ୟାବରଣ ଏବଂ ସାମାଜିକ ପରିବର୍ତ୍ତନର ପ୍ରମୁଖ ପ୍ରତିନିଧି ରହି ଆସିଛନ୍ତି । ୧୪ ଲକ୍ଷରୁ ଜନସଂଖ୍ୟା ସହିତ, ଭାରତରେ ଗ୍ରାମୀଣ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ୪୬ ପ୍ରତିଶତ ନିର୍ବାଚିତ ପ୍ରତିନିଧି ମହିଳାମାନେ ଅଛନ୍ତି । ସ୍ୱ-ସହାୟତା ଗୋଷ୍ଠୀମାନଙ୍କରେ ମହିଳାମାନଙ୍କର ସକ୍ରିୟତା ମଧ୍ୟ ପରିବର୍ତ୍ତନ ପାଇଁ ଏକ ଶକ୍ତିଶାଳୀ ଶକ୍ତି ରହି ଆସିଛି । ମହାମାରୀ ସମୟରେ, ଏହି ସ୍ୱୟଂ ସହାୟତା ଗୋଷ୍ଠୀ ଏବଂ ନିର୍ବାଚିତ ମହିଳା ପ୍ରତିନିଧି ଆମର ଗୋଷ୍ଠୀମାନଙ୍କ ପାଇଁ ସମର୍ଥନର ସ୍ତମ୍ଭ ହୋଇ ବାହାରିଲେ । ସେମାନେ ମାସ୍କ ଏବଂ ସାନିଟାଇଜର ତିଆରି କଲେ ଏବଂ ଏହା ସହିତ ସଂକ୍ରମଣରୁ ବଂଚିବା ବିଷୟରେ ସଚେତନତା ସୃଷ୍ଟି କଲେ । ଭାରତରେ ୮୦ ପ୍ରତିଶତରୁ ଅଧିକ ନର୍ସ ଏବଂ ଧାଈ ମହିଳାମାନେ ଅଛନ୍ତି, ମହାମାରୀ ସମୟରେ ଆମର ସୁରକ୍ଷାର ପ୍ରଥ ପଂକ୍ତି ଥିଲା ଏବଂ ଆମକୁ ସେମାନଙ୍କର ଉପଲବ୍ଧି ଉପରେ ଗର୍ବ ହେଉଛି ।

ଏତିକି ନୁହେଁ, ଭାରତରେ ପ୍ରାୟତଃ ୪୩ ପ୍ରତିଶତ ଏସଟିଇଏମ ଅର୍ଥାତ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ସ୍ନାତକ ମହିଳାମାନେ ଅଛନ୍ତି । ଭାରତରେ ପ୍ରାୟତଃ ଏକ ଚତୁର୍ଥାଂଶ ଅନ୍ତରୀକ୍ଷ ବୈଜ୍ଞାନିକ ମହିଳାମାନେ ଅଛନ୍ତି। ଚନ୍ଦ୍ରଯାନ, ଗଗନଯାନ ଏବଂ ମିଶନ ମଙ୍ଗଳ ଭଳି ଆଧାର ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକର ସଫଳତା ପଛରେ ମହିଳା ବୈଜ୍ଞାନିକମାନଙ୍କର ପ୍ରତିଭା ଏବଂ କଠିନ ପରିଶ୍ରମରେ ଅଧିକ ସଂଖ୍ୟାରେ ମହିଳାମାନେ ପ୍ରବେଶ କରୁଛନ୍ତି । ନାଗରିକ ଭଳି ଉଡ୍ଡୟନ କ୍ଷେତ୍ରରେ ଆମ ମହିଳା ପାଇଲଟମାନଙ୍କର ଉଚ୍ଚତମ ପ୍ରତିଶତ ମଧ୍ୟରେ ରହିଛି । ଏହା ସହିତ ଭାରତୀୟ ବାୟୁସେନାରେ ମହିଳା ପାଇଲଟ ବର୍ତ୍ତମାନ ଲଡାକୁ ବିମାନ ଉଡ଼ାଣ କଲେଣି । ଆମର ସମସ୍ତ ସଶସ୍ତ୍ର ବାହିନୀରେ ମହିଳା ଅଧିକାରୀମାନଙ୍କୁ ପରିଚାଳନା ଭୂମିକାରେ ଏବଂ ଲଡ଼ାକୁ ମୋଚୋଁ ଉପରେ ନିଯୁକ୍ତି କରାଯାଇଛି ।

ସାଥୀମାନେ,

ଭାରତ ଏବଂ ଗ୍ଲୋବାଲ ସାଉଥରେ ମହିଳାମାନେ ଗ୍ରାମୀଣ କୃଷି ପରିବାରଗୁଡ଼ିକ ରାସ୍ତାକଡ଼ରେ ଛୋଟ ବ୍ୟବସାୟୀ ଏବଂ ଦୋକାନୀ ଭାବରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ପ୍ରକୃତି ସହିତ ସେମାନଙ୍କର ନବୀନ ସମାଧାନ ସରଳ ସାଧନ ରଖୁଛନ୍ତି । ମୋର ମନେ ଅଛି ଯେ କେମିତି ଭାବରେ ମହିଳାମାନେ ୧୮ତମ ଶତାବ୍ଦୀରେ ଭାରତରେ ପ୍ରଥମ ପ୍ରମୁଖ ଜଳବାୟୁ କାର୍ଯ୍ୟ କରିବାର ନେତୃତ୍ୱ ନେଇଥିଲେ । ଅମୃତା ଦେବୀଙ୍କ ନେତୃତ୍ୱରେ ରାଜସ୍ଥାନର ବିଶ୍ରୋଇ ସମୁଦାୟ ‘ଚିପକୋ ଆନ୍ଦୋଳନ’ ଆରମ୍ଭ କରିଥିଲେ । ଏହି ଅନ୍ତିୟନ୍ତ୍ରିତ ଲଙ୍ଗିଙ୍ଗକୁ ରୋକିବା ପାଇଁ ବୃକ୍ଷକୁ କୋଳାଗ୍ରତ କରିବା ଏକ ଆନ୍ଦୋଳନ ଥିଲା । ସେ ଅନେକ ଅନ୍ୟ ଗ୍ରାମାଞ୍ଚଳ ସହିତ ପ୍ରକୃତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ନେଇଥିଲେ । ଭାରତରେ ମହିଳାମାନେ ‘ମିଶନ ଲାଇଫ’- ପର୍ଯ୍ୟାବରଣ ପାଇଁ ଜୀବନଶୈଳୀର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ରହିଛନ୍ତି । ସେମାନେ ପାରମ୍ପରିକ ଜ୍ଞାନର ଆଧାର ଉପରେ କାର୍ଯ୍ୟ ପୁନଃ ଉପଯୋଗ, ପୁନଃ ପ୍ରକ୍ରିୟାକରଣ ଏବଂ ପୁନଃ ପ୍ରୟୋଜନ କରିଥାନ୍ତି । ବିଭିନ୍ନ ବିଭାଗ ଅନ୍ତର୍ଗତ ମହିଳାମାନେ ସକ୍ରିୟ ଭାବରେ ସୋଲାର ପ୍ୟାନେଲ ଏବଂ ଲାଇଟ ତିଆରି କରିବାର ପ୍ରଶିକ୍ଷଣ ନେଉଛନ୍ତି । ‘ସୋଲାର ମାମା’ ଗ୍ଲୋବାଲ ସାଉଥରେ ଆମର ସହଯୋଗୀ ଦେଶମାନଙ୍କ ସହିତ ସଫଳ ସହଯୋଗୀ ରହି ଆସିଛନ୍ତି ।

ସାଥୀମାନେ,

ମହିଳା ଉଦ୍ୟୋଗୀମାନଙ୍କର ବୈଶ୍ୱିକ ଅର୍ଥନୀତିରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଭାରତରେ ମହିଳା ଉଦ୍ୟୋଗୀମାନଙ୍କର ଭୂମିକା ନୂଆ ନୁହେଁ । ଦଶନ୍ଧି ପୂର୍ବରୁ ୧୯୫୯ରେ ମୁମ୍ବାଇରେ ସାତ ଜଣ ଗୁଜରାଟୀ ମହିଳାମାନେ ଏକ ଐତିହାସିକ ସରକାରୀ ଆନ୍ଦୋଳନ- ଶ୍ରୀ ମହିଳା ଗୃହ ଉଦ୍ୟୋଗ ତିଆରି କରିବା ପାଇଁ ଏକା ସହିତ ଆସିଥିଲେ । ସେତେବେଳ ଠାରୁ ସେମାନେ ଲକ୍ଷ ଲକ୍ଷ ମହିଳାମାନଙ୍କୁ ଏବଂ ସେମାନଙ୍କ ପରିବାରର ଜୀବନକୁ ପରିବର୍ତ୍ତନ କରିନେଲେ । ସେମାନଙ୍କର ସବୁଠାରୁ ପ୍ରସିଦ୍ଧ ଉତ୍ପାଦ ଲିଜ୍ଜତ ପାପଡ଼, ବୋଧହୁଏ ଗୁଜରାଟରେ ଆପଣଙ୍କ ମେନ୍ୟୁରେ ଥିବ । ଆମର ସହକାରୀ ଆନ୍ଦୋଳନର ଆଉ ଏକ ସଫଳତା ଯେ କାହାଣୀ ଦୁଗ୍ଧ କ୍ଷେତ୍ରରେ ଅଟେ । ଏହା ମଧ୍ୟ ମହିଳାମାନଙ୍କ ଦ୍ୱାରା ସଂଚାଳିତ ହେଉଛି । କେବଳ ଗୁଜରାଟରେ ଦୁଗ୍ଧ କ୍ଷେତ୍ରରେ ୩.୬ ମିଲିୟନ ମହିଳାମାନେ କାମ କରୁଛନ୍ତି ଏବଂ ସମଗ୍ର ଭାରତରେ ଏପରି ଅନେକ ପ୍ରେରଣାମୂଳକ କାହାଣୀମାନ ରହିଛି । ଭାରତରେ ପ୍ରାୟତଃ ୧୫ ପ୍ରତିଶତ ୟୁନିକର୍ଣ୍ଣ ଷ୍ଟାଟଅପର ସଂସ୍ଥାପନ ଅତି କମରେ ଜଣେ ମହିଳା । ମହିଳାମାନଙ୍କ ନେତୃତ୍ୱ ଥିବା ଏହି ୟୁନିକର୍ଣ୍ଣର ସଂଯୁକ୍ତ ମୂଲ୍ୟ ୪୦ ବିଲୟନ ଡଲାରରୁ ଅଧିକ ଅଟେ । ଆମର ଲକ୍ଷ୍ୟ ଏକ ଏମିତି ସ୍ତରର ମଞ୍ଚ ପ୍ରସ୍ତୁତ କରିବା ଆବଶ୍ୟକ ଯେଉଁଠି ଉପଲବ୍ଧି ହାସଲ କରୁଥିବା ମହିଳାମାନଙ୍କ ମାନକ ପ୍ରସ୍ତୁତ ହୋଇଯାଉ । ଆମକୁ ସେହି ପ୍ରତିବନ୍ଧକକୁ ଦୂର କରିବାର ଶୃଙ୍ଖଳାରେ ଏବଂ ଲାଭଦାୟକ ଅର୍ଥ ପର୍ଯ୍ୟନ୍ତ ତାଙ୍କର ଦୃଷ୍ଟିକୋଣକୁ ଅଟକାଉଛି । ଏହା ସହିତ ଆମକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ଯେ ଦେଖାରେଖା ଏବଂ ଘରୋଇ କାର୍ଯ୍ୟର ବୋଝକୁ ଉଚିତ ମୂଲ୍ୟର ସମାଧାନ କରାଯାଇପାରିବ ।

ମହାମହିମ,

ମହିଳା ଉଦ୍ୟୋଗୀ, ନେତୃତ୍ୱ ଏବଂ ଶିକ୍ଷା ଉପରେ ଆପଣଙ୍କ ଧ୍ୟାନ କେନ୍ଦ୍ରିତ କରିବା ସ୍ୱାଭାବିକ ଅଟେ, ମୋତେ ଏହି କଥାର ମଧ୍ୟ ପ୍ରସନ୍ନତା ଅଛି ଯେ ଆପଣ ମହିଳାମାନଙ୍କ ପାଇଁ ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତା ବଢ଼ାଇବା ପାଇଁ ‘ଟେକ-ଇକ୍ୱିଇଟି ପ୍ଲାଟଫର୍ମ’ର ଶୁଭାରମ୍ଭ କରିଛନ୍ତି ଏବଂ ମୋତେ ଖୁସି ଲାଗୁଛି ଯେ ଭାରତୀୟ ଅଧ୍ୟକ୍ଷତା ଅନ୍ତର୍ଗତ ‘ମହିଳା ସଶକ୍ତୀକରଣ’ ଉପରେ ଏକ ନୂଆ କାର୍ଯ୍ୟ ସମୂହ ତିଆରି କରିବାର ନିର୍ଣ୍ଣୟ ନିଆଯାଇଛି । ଗାନ୍ଧୀନଗର ଠାରେ ଆପଣଙ୍କ ଅନେକ ପ୍ରୟାସ ବିଶ୍ୱସ୍ତରରେ ମହିଳାମାନଙ୍କ ଅପାର ଆଶା ଏବଂ ବିଶ୍ୱାସ ପ୍ରଦାନ କରିବ । ମୁଁ ଆପଣଙ୍କର ଉପଯୋଗୀ ଏବଂ ସଫଳ ବୈଠକ ପାଇଁ ଶୁଭକାମନା ଜଣାଉଛି । ଧନ୍ୟବାଦ ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi