ଏକ ଭୟଙ୍କର ଦୁର୍ଘଟଣା ଘଟିଗଲା। ମୁଁ ଅସହନୀୟ ବେଦନା ଅନୁଭବ କରୁଛି ଏବଂ ଅନେକ ରାଜ୍ୟର ନାଗରିକ ଏହି ଯାତ୍ରାରେ କିଛି ନା କିଛି ହରାଇଛନ୍ତି। ଯେଉଁ ଲୋକମାନେ ନିଜର ଜୀବନ ହରାଇଛନ୍ତି, ତାହା ଅତି ଯନ୍ତ୍ରଣାଦାୟକ। ସମ୍ବେଦନହୀନ ମନକୁ ମଧ୍ୟ ଏହି ଘଟଣା ବିଚଳିତ କରିଦେବ।

ଯେଉଁ ପରିବାର ଲୋକ ଆହତ ହୋଇଛନ୍ତି ସେମାନଙ୍କ ପାଇଁ ମଧ୍ୟ ସରକାର ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସବୁମତେ ଉଦ୍ୟମ କରୁଛନ୍ତି। ଆମେ ଯେଉଁ ପରିଜନଙ୍କୁ ହରାଇଛୁ, ସେମାନଙ୍କୁ ତ’ ଆଉ ଫେରାଇ ଆଣିପାରିବୁ ନାହିଁ। କିନ୍ତୁ, ଏହି ଦୁଃଖଦ ମୁହୂର୍ତ୍ତରେ ସରକାର ସେହି ପରିଜନଙ୍କ ଦୁଃଖର ସହଭାଗୀ ହେବା ଲାଗି ସେମାନଙ୍କ ସହ ଛିଡ଼ା ହୋଇ ରହିଛି। ସରକାର ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି, ସବୁପ୍ରକାରର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବ, ସେମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ ।

ଓଡ଼ିଶା ସରକାର, ସ୍ଥାନୀୟ ପ୍ରଶାସନର ସବୁ ଅଧିକାରୀମାନେ ଏଭଳି ଏକ ପରିସ୍ଥିତିରେ ନିଜ ପାଖରେ ଯେତିକି ସମ୍ବଳ ରହିଛି ସେଥିରେ ଲୋକମାନଙ୍କୁ ସହାୟତା କରିବା ଲାଗି ଯେପରି ଭାବେ ପ୍ରୟାସ କଲେ ସେଥିପାଇଁ ମୁଁ ପ୍ରଶଂସା କରୁଛି। ଏଠାକାର ନାଗରିକମାନଙ୍କୁ ମଧ୍ୟ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି କାରଣ ସେମାନେ ଏହି ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ରକ୍ତଦାନ କାର୍ଯ୍ୟ ହେଉ କିମ୍ବା ଉଦ୍ଧାର କାର୍ଯ୍ୟରେ ସହାୟତା, ସବୁଥିରେ ଯଥାସମ୍ଭବ ସହଯୋଗ ପାଇଁ ଚେଷ୍ଟା କରିଛନ୍ତି। ବିଶେଷ କରି ଏହି ଅଞ୍ଚଳର ଯୁବକମାନେ ରାତିସାରା କଠିନ ପରିଶ୍ରମ କରିଛନ୍ତି।

ମୁଁ ଏହି କ୍ଷେତ୍ରର ନାଗରିକମାନଙ୍କୁ ମଧ୍ୟ ଆଦରପୂର୍ବକ ପ୍ରଣାମ ଜଣାଉଛି ଯେ, ସେମାନଙ୍କ ସହଯୋଗ କାରଣରୁ ଅପରେସନ ଦ୍ରୁତ ଗତିରେ ଆଗକୁ ବଢ଼ିପାରିଛି । ରେଳବାଇ ନିଜର ସମ୍ପୂର୍ଣ୍ଣ ଶକ୍ତି, ସବୁ ବ୍ୟବସ୍ଥା ଉଦ୍ଧାର କାର୍ଯ୍ୟରେ ଲଗାଇବା ଏବଂ ଯଥାଶୀଘ୍ର ରେଳଧାରଣା ମରାମତି କରିବା, ଯାତାୟାତ କାମକୁ ଦ୍ରୁତଗତିରେ ପୁଣିଥରେ ସ୍ୱାଭାବିକ କରିବା, ଏହି ତିନୋଟି ଦିଗରୁ ସୁବିଚାରିତ ରୂପରେ ପ୍ରୟାସ ଆଗକୁ ବଢ଼ାଉଛି ।

କିନ୍ତୁ ଏହି ଦୁଃଖଦ ମୁହୂର୍ତ୍ତରେ, ମୁଁ ଘଟଣାସ୍ଥଳକୁ ଯାଇ ସବୁକିଛି ଦେଖି ଆସିଛି । ଡାକ୍ତରଖାନାରେ ମଧ୍ୟ ଯେଉଁ ଆହତ ନାଗରିକମାନେ ଥିଲେ, ସେମାନଙ୍କ ସହିତ ମୁଁ କଥା ହୋଇଛି। ସେମାନଙ୍କ ଯନ୍ତ୍ରଣାକୁ ବ୍ୟକ୍ତ କରିବା ଲାଗି ମୋ ପାଖରେ ଶବ୍ଦ ନାହିଁ। କିନ୍ତୁ ପରମାତ୍ମା ଆମ ସମସ୍ତଙ୍କୁ ଶକ୍ତି ଦିଅନ୍ତୁ, ଆମକୁ ଯଥାଶୀଘ୍ର ଏହି ଦୁଃଖଦ ମୁହୂର୍ତ୍ତରୁ ମୁକ୍ତି ମିଳୁ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ, ଏହି ଘଟଣାରୁ ଆମକୁ ଅନେକ କିଛି ଶିକ୍ଷା ମିଳିବ। ଆମେ ନିଜ ବ୍ୟବସ୍ଥାରେ ନାଗରିକମାନଙ୍କ ସୁରକ୍ଷାକୁ ଆହୁରି ଅଧିକ ପ୍ରାଥମିକତା ଦେଇ ଆଗକୁ ବଢ଼ିପାରିବୁ। ଦୁଃଖର ଏହି ମୁହୂର୍ତ୍ତରେ, ଆମେ ସମସ୍ତେ ଏହି ପରିଜନମାନଙ୍କ ପାଇଁ ପ୍ରାର୍ଥନା କରିବା।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi At SRCC:

Media Coverage

PM Modi At SRCC: "Those Who Pushed India Into 'Fragile 5' Can't Digest 7.8%"
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."