The Indian diaspora in Guyana has made an impact across many sectors and contributed to Guyana’s development: PM
You can take an Indian out of India, but you cannot take India out of an Indian: PM
Three things, in particular, connect India and Guyana deeply,Culture, cuisine and cricket: PM
India's journey over the past decade has been one of scale, speed and sustainability: PM
India’s growth has not only been inspirational but also inclusive: PM
I always call our diaspora the Rashtradoots,They are Ambassadors of Indian culture and values: PM

ମହାମାନ୍ୟ ରାଷ୍ଟ୍ରପତି ଇରଫାନ ଅଲ୍ଲୀ

ପ୍ରଧାନମନ୍ତ୍ରୀ ମାର୍କ ଫିଲିପ୍ସ

ଉପରାଷ୍ଟ୍ରପତି ଭାରତ ଜଗଦେଓ

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ରାମୋଟାର

ଗୁଆନା କ୍ୟାବିନେଟର ସଦସ୍ୟମାନେ

ଭାରତ-ଗୁଆନା ସମୁଦାୟର ସଦସ୍ୟମାନେ

ବନ୍ଧୁଗଣ!

ନମସ୍କାର!

ସୀତାରାମ!

ଆଜି ମୁଁ ଆପଣମାନଙ୍କ ସହ ଥିବାରୁ ବହୁତ ଖୁସି । ପ୍ରଥମତ ଆମ ସହ ଯୋଗ ଦେଇଥିବାରୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ । ମୁଁ ଆସିବା ଦିନରୁ ମିଳୁଥିବା ଭଲପାଇବା ଓ ସ୍ନେହରେ ମୁଁ ଅଭିଭୂତ । ରାଷ୍ଟ୍ରପତି ଅଲ୍ଲୀ ତାଙ୍କର ଘରର ଦ୍ୱାର ମୋ ପାଇଁ ଖୋଲିଥିବାରୁ ଧନ୍ୟବାଦ । ଦୟାଳୁ ଭାବନା ଓ ଉତ୍ସାହ ପାଇଁ ତାଙ୍କ ପରିବାରଙ୍କୁ ଧନ୍ୟବାଦ । ଆତିଥେୟତାର ଆତ୍ମା ଆମ ସଂସ୍କୃତିର ହୃଦୟରେ ରହିଛି । ବିଗତ ଦୁଇ ଦିନ ଧରି ମୁଁ ତାହା ଅନୁଭବ କରିପାରୁଛି । ରାଷ୍ଟ୍ରପତି ଅଲ୍ଲୀ ଏବଂ ତାଙ୍କ ଜେଜେ ମା’ଙ୍କ ସହ ଆମେ ଏକ ବୃକ୍ଷରୋପଣ କରିଛୁ । ଏହା ‘ଏକ ପେଡ଼୍ ମା କେ ନାମ୍‌’ ତଥା ‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନର ଅଂଶବିଶେଷ । ଏହା ଏକ ଆବେଗିକ ମୁହୂର୍ତ୍ତ ଥିଲା ଯାହା କି ସର୍ବଦା ମୋର ମନେ ରହିବ ।

 

ବନ୍ଧୁଗଣ,

ଗୁୟାନାର ସର୍ବୋଚ୍ଚ ଜାତୀୟ ପୁରସ୍କାର ‘ଅର୍ଡର ଅଫ ଏକ୍ସିଲେନ୍ସ’ ଗ୍ରହଣ କରି ମୁଁ ଅତ୍ୟନ୍ତ ସମ୍ମାନିତ ମନେ କରୁଛି । ଏହି ସଦଭାବନା ଲାଗି ମୁଁ ଗୁୟାନାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି । ୧୪୦ କୋଟି ଭାରତୀୟଙ୍କ ପାଇଁ ଏହା ଏକ ସମ୍ମାନ । ୩ ଲକ୍ଷ ଭାରତ-ଗୁୟାନା ସମୁଦାୟ ଏବଂ ଗୁୟାନାର ବିକାଶରେ ସେମାନେ ଭୂମିକାକୁ ଏହି ସମ୍ମାନ ସ୍ୱୀକୃତି ଦେଉଛି ।

ବନ୍ଧୁଗଣ,

ଦୁଇ ଦଶନ୍ଧି ତଳେ ଆପଣଙ୍କ ଦେଶ ଭ୍ରମଣ କରିଥିବାର ସ୍ମୃତି ଏବେ ବି ମୋ ମନରେ ଉଜ୍ଜୀବିତ ରହିଛି । ସେତେବେଳେ ମୁଁ କୌଣସି ସରକାରୀ ପଦବିରେ ନ ଥିଲି । ମୁଁ ଜଣେ ପର୍ଯ୍ୟଟକ ଭାବେ ସମ୍ପୂର୍ଣ୍ଣ ଜିଜ୍ଞାସାରେ ଗୁୟାନା ଆସିଥିଲି । ଏବେ ଅନେକ ନଦୀର ଏହି ଦେଶକୁ ମୁଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ପୁଣି ଆସିଛି । ସେ ସମୟ ଏବଂ ବର୍ତ୍ତମାନ ମଧ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇଛି । କିନ୍ତୁ ମୋ ଗୁୟାନା ଭାଇ ଓ ଭଉଣୀମାନଙ୍କ ଭଲ ପାଇବା ଓ ସ୍ନେହ ସେହିପରି ରହିଛି! ମୋ ଅନୁଭବ ଏହା ସିଦ୍ଧ କରୁଛି କି ଜଣେ ଭାରତୀୟକୁ ଆପଣ ଭାରତ ବାହାରକୁ ନେଇଯାଇପାରନ୍ତି, କିନ୍ତୁ ଜଣେ ଭାରତୀୟ ପାଖରୁ ଭାରତକୁ ନେଇପାରିବେନି ।

ବନ୍ଧୁଗଣ,

ଆଜି ମୁଁ ଭାରତ ଆରାଇଭାଲ ସ୍ମାରକ ପରିଦର୍ଶନ କରିଛି । ପ୍ରାୟ ଦୁଇ ଶତାବ୍ଦୀ ପୂର୍ବେ ଆପଣଙ୍କ ପୂର୍ବପୁରୁଷ ମାନଙ୍କ କଷ୍ଟଦାୟକ ଯାତ୍ରାକୁ ଏହା ଜୀବନ୍ତ କରୁଛି । ସେମାନେ ଭାରତର ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିଲେ । ସେମାନେ ସେମାନଙ୍କ ସହ ବିବିଧ ସଂସ୍କୃତି, ପରମ୍ପରା ଓ ଭାଷା ନେଇ ଆସିଥିଲେ । କାଳାଦିକ୍ରମେ ଏହି ନୂତନ ଭୂମିକୁ ସେମାନେ ନିଜର ଘର ଭାବେ ବାଛିନେଲେ । ଆଜି ସେହି ଭାଷା, କାହାଣୀ ଓ ପରମ୍ପରା ସମୃଦ୍ଧ ଗୁୟାନା ସଂସ୍କୃତିର ଅଂଶବିଶେଷ ପାଲଟିଛି ଭାରତ-ଗୁୟାନା ସମୁଦାୟର ଏହି ଉତ୍ସାହକୁ ମୁଁ ସାଲ୍ୟୁଟ କରୁଛି । ଆପଣମାନେ ସ୍ୱାଧୀନତା ଓ ଗଣତନ୍ତ୍ର ପାଇଁ ଲଢ଼ିଥିଲେ । ଗୁୟାନାକୁ ଦ୍ରୁତି ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ ଦେଶରେ ପରିଣତ କରିବାକୁ ଆପଣମାନେ ଉଦ୍ୟମ କରିଛନ୍ତି । ବିନମ୍ର ପ୍ରାରମ୍ଭରୁ ଆପଣ ଶୀର୍ଷରେ ପହଞ୍ଚିପାରିଛନ୍ତି । ଶ୍ରୀ ଛେଦି ଜଗନ ଏକଦା କହିଥିଲେ, “ଜଣେ କିଭଳି ଭାବେ ଜନ୍ମ ହୋଇଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ସେମାନେ କଣ ହେବାକୁ ଚାହୁଁଛନ୍ତି ତାହା ଗୁରୁତ୍ୱ ରଖେ” । ସେ ମଧ୍ୟ ଏହି ନୀତିରେ ବଂଚିଥିଲେ । ଏକ ଶ୍ରମିକ ପରିବାରର ପୁଅ ହୋଇ ମଧ୍ୟ ସେ ବିଶ୍ୱସ୍ତରୀୟ ନେତା ହୋଇପାରିଥିଲେ । ରାଷ୍ଟ୍ରପତି ଇରଫାନ ଅଲ୍ଲୀ, ଉପରାଷ୍ଟ୍ରପତି ଭରତ ଜଗଦେଓ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ରାମୋଟାର, ଏମାନେ ସମସ୍ତେ ଭାରତ-ଗୁୟାନା ସମୁଦାୟର ରାଷ୍ଟ୍ରଦୂତ । ଭାରତ-ଗୁୟାନା ବୁଦ୍ଧିଜୀବୀଙ୍କ ମଧ୍ୟରେ ଅନ୍ୟତମ ଯୋଶେଫ ରୁହୋମନ, ପ୍ରଥମ ଭାରତ-ଗୁୟାନା ସମୁଦାୟର କମି ରାମଚରିତାର ଲାଲ୍ଲା, ପ୍ରସିଦ୍ଧ ମହିଳା କବି ଶାନା ୟାରଦାନ, ଏଭଳି ଅନେକ ଇଣ୍ଡୋ-ଗୁୟାନିଜ ବ୍ୟକ୍ତ ଶିକ୍ଷା, କଳା, ସଂଗୀତ ଏବଂ ଔଷଧ କ୍ଷେତ୍ର ଉପରେ ପ୍ରଭାବ ପକାଇ ପାରିଛନ୍ତି ।

 

ବନ୍ଧୁଗଣ,

ଆମର ସାମଞ୍ଜସ୍ୟତା ଆମର ବନ୍ଧୁତ୍ୱରେ ମୂଳଦୁଆ ପକାଇଛି । ବିଶେଷ କରି ତିନୋଟି ପ୍ରସଙ୍ଗ ଭାରତ ଓ ଗୁୟାନାକୁ ଗଭୀର ଭାବେ ଯୋଡ଼ିଛି । ସଂସ୍କୃତି, ଖାଦ୍ୟ ଏବଂ କ୍ରିକେଟ । ମୁଁ ନିଶ୍ଚିତ, ଏଇ କିଛି ସପ୍ତାହ ତଳେ ଆପଣମାନେ ଦୀପାବଳି ପାଳନ କରିଥିବେ । ଆଗାମୀ କିଛି ମାସ ମଧ୍ୟରେ ଭାରତ ଯେତେବେଳେ ହୋଲି ପାଳନ କରିବ, ଗୁୟାନା ଫଗୱା ପାଳନ କରିବ । ଚଳିତ ବର୍ଷ ଦୀପାବଳି ସ୍ୱତନ୍ତ୍ର ଥିଲା, କାରଣ ୫୦୦ ବର୍ଷ ପରେ ରାମଲାଲା ଅଯୋଧ୍ୟାକୁ ଫେରିଛନ୍ତି । ଭାରତର ଲୋକମାନେ ଏହା ମନେ ରଖିଛନ୍ତି ଯେ, ଅଯୋଧ୍ୟାର ରାମମନ୍ଦିର ନିର୍ମାଣ ପାଇଁ ଗୁୟାନାରୁ ପବିତ୍ର ଜଳ ଓ ଶିଳା ପଠାଯାଇଥିଲା । ଦୁଇ ଦେଶକୁ ସମୁଦ୍ର ଭାଗ କରୁଥିଲେ ମଧ୍ୟ ତୁମର ସାଂସ୍କୃତିକ ସମ୍ପର୍କ ଭାରତ ମାତା ସହ ଗଭୀର । ଆଜି ଯେତେବେଳେ ମୁଁ ଆର୍ଯ୍ୟ ସମାଜ ସ୍ମାରକ ଓ ସରସ୍ୱତୀ ବିଦ୍ୟା ନିକେତନ ସ୍କୁଲ ଭ୍ରମଣ କଲି ଏହା ଅନୁଭବ କରିପାରିଲି । ଉଭୟ ଭାରତ ଓ ଗୁୟାନା ଆମର ସମୃଦ୍ଧ ଓ ବିବିଧ ସଂସ୍କୃତିକୁ ନେଇ ଗର୍ବିତ । ଆମେ ବିବିଧତା ଦେଖୁଛୁ ଯାହାକି କେବଳ କହିବା ପାଇଁ ନୁହେଁ ବରଂ ଉତ୍ସବରେ ପରିଣତ । ଆମ ଦେଶମାନେ ଏହା ପ୍ରମାଣ କରିଛନ୍ତି କିପରି ଆମର ସାଂସ୍କୃତିକ ବିବିଧତା ଆମର ଦୃଢ଼ ଶକ୍ତି ।

ବନ୍ଧୁଗଣ,

ଯେଉଁଠାକୁ ଭାରତୀୟମାନେ ଯାଆନ୍ତି ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ସେମାନଙ୍କ ସହ ନେଇ ଯାଇଥାନ୍ତି । ତାହା ହେଲା ଖାଦ୍ୟ! ଇଣ୍ଡୋ-ଗୁୟାନିଜି ସମୁଦାୟର ମଧ୍ୟ ଏକ ସ୍ୱତନ୍ତ୍ର ଖାଦ୍ୟ ପରମ୍ପରା ରହିଛି ଯାହାକି ଉଭୟ ଭାରତୀୟ ଓ ଗୁୟାନିଜି ଜିନିଷରେ ପ୍ରସ୍ତୁତ । ମୁଁ ଜାଣିଛି ଡାଲ-ପୁରୀ ଏଠାରେ ଲୋକପ୍ରିୟ । ରାଷ୍ଟ୍ରପତି ଅଲ୍ଲୀଙ୍କ ଘରେ ମୁଁ କରିଥିବା ସାତଟି ତରକାରୀର ଭୋଜନ ଅତ୍ୟନ୍ତ ସୁସ୍ୱାଦୁ ଥିଲା । ଏହା ଏକ ସ୍ୱତନ୍ତ୍ର ସ୍ମୃତି ଭାବେ ମୋର ରହିବ ।

 

ବନ୍ଧୁଗଣ,

କ୍ରିକେଟ ପ୍ରତି ଥିବା ଭଲ ପାଇବା ମଧ୍ୟ ଆମ ଦୁଇ ଦେଶକୁ ସଂଯୋଗ କରୁଛି । ଏହା କେବଳ ଏକ କ୍ରୀଡ଼ା ନୁହେଁ । ଏହା ଏକ ଜୀବନଶୈଳୀ ଯାହାକି ରାଷ୍ଟ୍ରୀୟ ପରିଚୟ ସହ ଯୋଡ଼ି ହୋଇ ରହିଛି । ଗୁୟାନାର ପ୍ରୋଭିଡେନ୍ସ ନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ଆମ ବନ୍ଧୁତ୍ୱର ଏକ ପ୍ରତୀକ ଭାବେ ଛିଡ଼ା ହୋଇଛି । କହ୍ନେଇ, କାଳୀଚରଣ ଏବଂ ଚନ୍ଦ୍ରପଲ ଆଦି ନାମ ଗୁଡ଼ିକ ଭାରତରେ ବେଶ୍ ଜଣାଶୁଣା । କ୍ଲାଇବ ଲଏଡ଼ ଏବଂ ତାଙ୍କ ଟିମ୍ ଅନେକ ପିଢ଼ିର ପସନ୍ଦ ଥିଲା । ଏହି ଅଞ୍ଚଳର ଯୁବ ଖେଳାଳିମାନଙ୍କର ଭାରତରେ ଅନେକ ପ୍ରଶଂସକ ଅଛନ୍ତି । ସେହି ମହାନ୍ କ୍ରିକେଟରମାନଙ୍କ ମଧ୍ୟ କେତେକ ଏବେ ଆମ ସହ ଅଛନ୍ତି । ଚଳିତ ବର୍ଷ ଆପଣମାନେ ଆୟୋଜନ କରିଥିବା ଟି-୨୦ ବିଶ୍ୱକପ୍‌କୁ ଆମର ଅନେକ କ୍ରିକେଟ ପ୍ରଶଂସକ ଉପଭୋଗ କରିଛନ୍ତି । ‘ନୀଳ ଜର୍ସିର ଦଳ’ ଗୁୟାନାରେ ଖେଳିବା ବେଳେ ଆପଣମାନ ଯେଉଁ ଚିୟର୍ସ ଦେଉଥିଲେ ତାହା ଭାରତରେ ମଧ୍ୟ ଶୁଭାଯାଉଥିଲା ।

ବନ୍ଧୁଗଣ,

ଗୁୟାନାର ସଂସଦକୁ ଉଦବୋଧନ ଦେବାର ସମ୍ମାନ ମୋତେ ଆଜି ମିଳିଥିଲା । ଗଣତନ୍ତ୍ରର ସୃଷ୍ଟି ହୋଇଥିବା ଦେଶରୁ ଆସିଥିବାରୁ କାରିବିୟାନ ଅଞ୍ଚଳର ଅନ୍ୟତମ ଉତ୍ସାହୀ ଗଣତନ୍ତ୍ରରେ ମୁଁ ଆତ୍ମାର ସମ୍ପର୍କ ଅନୁଭବ କରିପାରିଛି । ଆମ ଇତିହାସର ସମ୍ପର୍କ ଆମକୁ ରଜ୍ଜୁରେ ବାନ୍ଧି ରଖିଛି । ଔପନିବେଶବାଦ ବିରୋଧରେ ସଂଗ୍ରାମ, ଲୋକତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଭଲପାଇବା ଏବଂ ବିବିଧତା ପ୍ରତି ସମ୍ମାନ ଆଦି କ୍ଷେତ୍ରରେ ଆମ ମଧ୍ୟରେ ସାମଞ୍ଜସ୍ୟତା ରଖିଛି । ଆମେ ମଧ୍ୟ ଏପରିକ ଏକ ସଂଯୋଗିତ ଭବିଷ୍ୟତ ଚାହୁଁଛୁ । ଅଭିବୃଦ୍ଧି ଓ ବିକାଶର ଆକାଂକ୍ଷା, ଅର୍ଥନୀତି ଓ ଇକୋଲୋଜି ପାଇଁ ପ୍ରତିବଦ୍ଧତା ଏବଂ ସମାବେଶୀ ବିଶ୍ୱ ନୀତି ପ୍ରତି ବିଶ୍ୱାସ ଏଥିରେ ଅନ୍ତର୍ଗତ ।

ବନ୍ଧୁଗଣ,

ମୁଁ ଜାଣେ ଗୁୟାନାର ଜନସାଧାରଣ ଭାରତର ଶୁଭେଚ୍ଛୁ । ଭାରତରେ ହେଉଥିବା ବିକାଶ ଉପରେ ଆପଣମାନେ ଭଲ ଭାବେ ଦୃଷ୍ଟି ରଖିଛନ୍ତି । ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଯାତ୍ରା ଗତି ଓ ଶତତ ବିକାଶର ଏକ ସମାହାର । ମାତ୍ର ଦଶ ବର୍ଷ ମଧ୍ୟରେ ଭାରତ ଦଶମ ବୃହତ୍ତମ ଅର୍ଥନୀତିରୁ ପଞ୍ଚମ ବୃହତ ଅର୍ଥନୀତିକୁ ଉନ୍ନୀତ ହୋଇପାରିଛି । ଅତିଶୀଘ୍ର ଆମେ ତୃତୀୟ ବୃହତ୍ତମ ଅର୍ଥନୀତି ହେବୁ । ଆମ ଯୁବପିଢ଼ି ଆମକୁ ବିଶ୍ୱରେ ତୃତୀୟ ବୃହତ୍ତମ ଷ୍ଟାର୍ଟ-ଅପ ଇକୋସିଷ୍ଟମ କରିପାରିଛନ୍ତି । ଭାରତ ଇ-କମର୍ସ, ଏଆଇ, ଫିନଟେକ୍‌, କୃଷି, ଟେକ୍ନୋଲୋଜି ଏବଂ ଏପରି ଅନେକ କ୍ଷେତ୍ରରେ ବିଶ୍ୱସ୍ତରୀୟ ହବ୍ ହୋଇପାରିଛି । ଆମେ ମଙ୍ଗଳ ଓ ଚନ୍ଦ୍ରରେ ପହଞ୍ଚିପାରିଛୁ । ହାଇ-ୱେରୁ ଆଇ-ୱେ, ଏୟାରୱେଜ ରୁ ରେଲୱେ ପର୍ଯ୍ୟନ୍ତ ଆମେ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରୁଛୁ । ଆମର ସେବା କ୍ଷେତ୍ର ବେଶ୍ ଦୃଢ଼ । ନିର୍ମାଣ କ୍ଷେତ୍ରରେ ଏବେ ମଧ୍ୟ ଆମେ ଦୃଢ଼ ହେଉଛୁ । ଭାରତ ଏବେ ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ମୋବାଇଲ ଫୋନ୍ ନିର୍ମାତା ହୋଇପାରିଛି ।

 

ବନ୍ଧୁଗଣ,

ଭାରତର ଅଭିବୃଦ୍ଧି କେବଳ ପ୍ରେରଣାଦାୟକ ନୁହେଁ ବରଂ ସମାବେଶୀ । ଆମର ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ଗରିବଙ୍କୁ ସଶକ୍ତ କରୁଛି । ଆମେ ଲୋକମାନଙ୍କ ପାଇଁ ୫୦୦ ନିୟୁତ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିଛୁ । ଆବଶ୍ୟକ ଥିବା ଲୋକମାନଙ୍କ ପାଇଁ ଆମେ ୩୦ ନିୟୁତରୁ ଅଧିକ ଘଣ ନିର୍ମାଣ କରିଛୁ । ମାତ୍ର ଗୋଟିଏ ଦଶନ୍ଧିରେ ଆମେ ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର‌୍ୟରୁ ବାହାର କରିପାରିଛୁ । ଏପରିକି ଗରିବମାନଙ୍କ ମଧ୍ୟରେ ଆମ ଯୋଜନା ମହିଳାମାନଙ୍କୁ ବେଶୀ ଫାଇଦା ଦେଇଛି । ଲକ୍ଷ ଲକ୍ଷ ମହିଳା ଉଦ୍ୟୋଗୀରେ ପରିଣତ ହୋଇ ନିଯୁକ୍ତି ଓ ସୁଯୋଗ ସୃଷ୍ଟି କରୁଛନ୍ତି ।

ବନ୍ଧୁଗଣ,

ଯେତେବେଳେ ଏହି ବ୍ୟାପକ ଅଭିବୃଦ୍ଧି ହେଉଛି, ଆମେ ସ୍ଥିରତା ଉପରେ ମଧ୍ୟ ଗୁରୁତ୍ୱ ଦେଉଛୁ । ମାତ୍ର ଗୋଟିଏ ଦଶନ୍ଧିରେ ଆମ ସୌରଶକ୍ତି କ୍ଷମତା ୩୦ ଗୁଣା ହୋଇପାରିଛି! କଳ୍ପନା କରିପାରୁଛନ୍ତି କି! ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ବ୍ଲେଣ୍ଡିଙ୍ଗ ସହ ଆମେ ସବୁଜ ଗତିଶୀଳତା ଆଡ଼କୁ ଆଗେଇ ଚାଲିଛୁ । ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରରେ ଅନେକ ପଦକ୍ଷେପରେ ଆମେ ମଧ୍ୟ କେନ୍ଦ୍ରୀୟ ଭୂମିକା ନେଇପାରିଛୁ । ଗ୍ଲୋବାଲ ସାଉଥକୁ ସଶକ୍ତ କରିବା ଦିଗରେ ଆନ୍ତର୍ଜାତିକ ସୌର ମେଣ୍ଟ,ବୈଶ୍ୱିକ ଜୈବିକ ମେଣ୍ଟ, ବିପର୍ଯ୍ୟୟ ନିରୋଧୀ ଢାଞ୍ଚା ପାଇଁ ମେଣ୍ଟ ଆଦି ଅନେକ କ୍ଷେତ୍ରକୁ ଆମେ ବିଶେଷ ଗୁରୁତ୍ୱ ଦେଇଛୁ ।  ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ ଆଲିଆନ୍ସରେ ମଧ୍ୟ ଆମେ ଅଗ୍ରସର ହୋଇଛୁ । ଜାଗୁଆର ପାଇଁ ପରିଚିତ ଗୁୟାନା ଏଥିରୁ ଫାଇଦା ପାଇପାରିବ ।

ବନ୍ଧୁଗଣ,

ଗତବର୍ଷ ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ଆମେ ଆତିଥେୟତା ପ୍ରଦାନ କରିଥିଲୁ । ଆମେ ମଧ୍ୟ ପ୍ରଧାନମନ୍ତ୍ରୀ ମାର୍କ ଫିଲିପ୍ସ ଓ ଉପରାଷ୍ଟ୍ରପତି ଭରତ ଜଗଦେଓଙ୍କୁ ଭାରତରେ ସ୍ୱାଗତ କରିଥିଲୁ । ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଆମେ ମିଳିମିଶି କାମ କରିଛୁ । ଏହି ସହଯୋଗକୁ ଶକ୍ତିରୁ ଉଦ୍ୟୋଗ, ଆୟୁର୍ବେଦରୁ କୃଷି, ମୌଳିକ ଢାଞ୍ଚାରୁ ନବାଚାର, ସ୍ୱାସ୍ଥ୍ୟସେବାରୁ ମାନବ ସମ୍ବଳ, ଅନ୍ନଦାତାରୁ ବିକାଶ ଆଦି କ୍ଷେତ୍ରରେ ବୃଦ୍ଧି କରିବାକୁ ଆମେ ଆଜି ସହମତ ହୋଇଛୁ । ଆମ ସହଭାଗିତା ବ୍ୟାପକ ଅଞ୍ଚଳରେ ଗୁରୁତ୍ୱ ରଖେ । ଗତକାଲି ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଏହାର ଉଦାହରଣ । ଜାତିସଂଘର ସଦସ୍ୟ ଭାବେ ଆମେ ବହୁପକ୍ଷୀୟ ସୁଧାରବାଦ ଉପରେ ବିଶ୍ୱାସ ରଖୁ । ବିକାଶଶୀଳ ଦେଶ ଭାବେ ଗ୍ଲୋବାଲ ସାଉଥର ଶକ୍ତି ଆମେ ବୁଝିପାରିଛୁ । ରଣନୀତିକ ସ୍ୱୟଂଶାସନ ଓ ସମାବେଶୀ ବିକାଶକୁ ସମର୍ଥନ ଆମେ ଚାହୁଁ । ଶତତ ବିକାଶ ଏବଂ ଜଳାବାୟୁ ନ୍ୟାୟ ଆମେ ଚାହୁଁ । ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବୈଶ୍ୱିକ ସମସ୍ୟାର ସମାଧାନ ପାଇଁ ଆମେ ଆହ୍ୱାନ କରୁଛୁ ।

 

ବନ୍ଧୁଗଣ,

ମୁଁ ସର୍ବଦା ପ୍ରବାସୀ ଭାରତୀୟଙ୍କୁ ଆମର ରାଷ୍ଟ୍ରଦୂତ ଭାବେ ବିବେଚନା କରିଆସିଛି । ଜଣେ ଆମ୍ବାସଡର ଜଣେ ରାଜଦୂତ, କିନ୍ତୁ ଆପଣ ସମସ୍ତେ ମୋ ପାଇଁ ଜଣେ ଜଣେ ରାଜଦୂତ । ମା’ର କୋଳ ଠାରୁ ଖୁସି ଆଉ କିଛି ନାହିଁ ବୋଲି କୁହାଯାଏ । ଇଣ୍ଡୋ-ଗୁୟାନିଜ ସମୁଦାୟ ଉଭୟ ଆଡ଼ୁ ଆଶୀର୍ବାଦ ପାଇଛନ୍ତି । ଗୁୟାନାକୁ ଆପଣମାନେ ମାତୃଭୂମି ଭାବେ ପାଇଥିବା ବେଳେ ଭାରତ ପୈତୃକ ଭୂମି ଭାବେ ରହିଛି । ଭାରତ ଏବେ ସୁଯୋଗର ଭୂମି ହୋଇପାରିଥିବାରୁ ଆପଣମାନେ ଦୁଇ ଦେଶକୁ ଯୋଡ଼ିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ।

 

ବନ୍ଧୁଗଣ,

ଭାରତକୁ ଜାନିୟେ କ୍ୱିଜ୍ ଆରମ୍ଭ କରାଯାଇଛି । ଅଂଶ ଗ୍ରହଣ କରିବାକୁ ମୁଁ ଆପଣମାନଙ୍କୁ ଆହ୍ୱାନ ଦେଉଛି । ଗୁୟାନାର ବନ୍ଧୁମାନଙ୍କୁ ମଧ୍ୟ ଏଥିପାଇଁ ଉତ୍ସାହିତ କରନ୍ତୁ । ଭାରତକୁ ଏବଂ ଏହାର ମୂଲ୍ୟବୋଧ, ସଂସ୍କୃତି ଏବଂ ବିବିଧତାକୁ ବୁଝିବା ପାଇଁ ଏହା ଏକ ଉତ୍ତମ ସୁଯୋଗ

ବନ୍ଧୁଗଣ,

ଆସନ୍ତା ବର୍ଷ ଜାନୁଆରୀ ୧୩ ତାରିଖରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ପ୍ରୟାଗରାଜରେ ମହାକୁମ୍ଭ ଅନୁଷ୍ଠିତ ହେବ । ପରିବାର ଓ ବନ୍ଧୁମାନଙ୍କ ସହ ଏଥିରେ ସାମିଲ ହେବାକୁ ଆପଣମାନଙ୍କୁ ଆହ୍ୱାନ କରୁଛି । ଆପଣମାନେ ମଧ୍ୟ ବସ୍ତି ଓ ଗୋଣ୍ଡା ଯାଇପାରନ୍ତି, ଯେଉଁଠାରୁ ଆପଣମାନଙ୍କ ମଧ୍ୟରୁ ଅନେକ ଆସିଛନ୍ତି । ଅଯୋଧ୍ୟାର ରାମମନ୍ଦିର ମଧ୍ୟ ଆପଣମାନେ ପରିଦର୍ଶନ କରିପାରନ୍ତି । ଆଉ ଏକ ନିମନ୍ତ୍ରଣ ରହିଛି । ଏହା ହେଲେ ଆସନ୍ତା ଜାନୁଆରୀ ମାସରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବ । ଯଦି ଆପଣମାନେ ଆସିବେ ତେବେ ପୁରୀର ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇପାରିବେ । ଏବେ ଅନେକ କାର୍ଯ୍ୟକ୍ରମ ଓ ନିମନ୍ତ୍ରଣ ଥିବାରୁ ଆପଣମାନଙ୍କ ମଧ୍ୟରୁ ଅନେକଙ୍କୁ ଶୀଘ୍ର ଭାରତରେ ଦେଖିବାକୁ ପାଇପାରିବି ବୋଲି ଆଶା କରୁଛି । ପୁଣିଥରେ ମୋ ପାଇଁ ଆପଣମାନଙ୍କ ଦେଇଥିବା ଭଲପାଇବା ଓ ସ୍ନେହ ପାଇଁ ଧନ୍ୟବାଦ ।

 

 

ଧନ୍ୟବାଦ

ବହୁତ ବହୁତ ଧନ୍ୟବାଦ

ଏବଂ ମୋ ବନ୍ଧୁ ଅଲ୍ଲୀଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ । ବହୁତ ଧନ୍ୟବାଦ ।      

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Defence Exports Explode: ₹40,000 Crore Milestone Signals a New Manufacturing Era

Media Coverage

India’s Defence Exports Explode: ₹40,000 Crore Milestone Signals a New Manufacturing Era
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s remarks during inauguration of Swaminarayan Hindu Temple in Paris
September 06, 2026

पूज्य महंत स्वामी, फ्रांस सरकार के सम्मानित प्रतिनिधिगण, उपस्थित अतिथिगण, इंडियन कम्युनिटी के मेरे साथी, देश दुनिया से जुड़े सभी हरि भक्त, देवियों और सज्जनों, जय स्वामीनारायण!

आज फ्रांस की राजधानी पेरिस में भव्य स्वामीनारायण मंदिर का लोकार्पण हो रहा है। यह लोकार्पण भारत और फ्रांस के सांस्कृतिक संबंधों का नया युग स्तंभ है। पूज्य संत जनों और सनातन परंपरा के श्रेष्ठ जनों के आशीर्वाद के साथ आज इस लोकार्पण का मंच ‘वसुधैव कुटुम्बकम’ के भाव का मंच बन गया है। भगवान स्वामीनारायण की कृपा और हमारे संतों का स्नेह, संतों का आशीर्वाद, मेरा सौभाग्य है कि मुझे ऐसे पुण्य अवसरों से जुड़ने का अवसर हमेशा मिलता रहता है। आज भी मैं भले ही पेरिस में आप सबके बीच उपस्थित नहीं हूं, लेकिन मन से और हृदय से, मैं स्वयं को आपके बीच ही अनुभव कर रहा हूं।

साथियों,

आज इस अवसर पर मैं परम पूज्य प्रमुख स्वामी जी महाराज का भी श्रद्धापूर्वक स्मरण करता हूं। प्राचीन काल में भारत का जो सांस्कृतिक आध्यात्मिक वैभव था, उन्होंने उसके पुनर्जागरण का एक अभियान शुरू किया था। आज उसका प्रकाश यूरोप समेत पूरी दुनिया में फैल रहा है। 2024 में अबू धाबी में भव्य मंदिर का लोकार्पण हुआ था। आज वहां हजारों लोग दर्शन करने जाते हैं और अब यहां पेरिस में स्वामीनारायण मंदिर का निर्माण सृजन की यह निरंतरता, यह संतों की संकल्प शक्ति का ही प्रमाण है। मैं पुनीत कार्य के लिए पूज्य महंत स्वामी का आभार प्रकट करता हूं, मैं उनके चरणों में प्रणाम करता हूं। मैं BAPS स्वामीनारायण संस्था को और करोड़ों हरि भक्तों को इस अवसर पर हृदय की गहराई से बधाई देता हूं।

साथियों,

BAPS के माध्यम से जब अलग-अलग देश में मंदिरों की प्राण प्रतिष्ठा होती है, तो वहां भारत के प्राचीन विचार और मानवीय मूल्य भी साथ-साथ ही जाते हैं और भारत का विचार कहता है ‘समानं मनः सह चित्तमेषाम्’ अर्थात हमारे मन समान हो, हमारे हृदय साथ जुड़े। इसलिए आज जब फ्रांस में इतना भव्य मंदिर बनकर तैयार हुआ है, यह फ्रांस की विविधता को तो समृद्ध करेगा ही, इससे भारत और फ्रांस के सांस्कृतिक संबंधों को भी ऊर्जा मिलेगी।

साथियों,

बीते वर्षों में भारत और फ्रांस के संबंध नई ऊंचाइयों तक पहुंचे हैं। मेरे मित्र, प्रेसिडेंट मैक्रों के साथ मिलकर दोनों देश एक Special Global Strategic Partnership बना रहे हैं। Technology, AI और Defence से लेकर Space और Climate Action तक हम एक नई गति और नई ऊर्जा के साथ मिलकर के आगे बढ़ रहे हैं। हम 2026 को India-France Year of Innovation के रूप में भी सेलिब्रेट कर रहे हैं। भारत-फ्रांस की ये Strategic Partnership इसलिए भी खास है, क्योंकि ये हमारे पुराने सांस्कृतिक-राजनैतिक सम्बन्धों की मजबूत बुनियाद पर टिकी है। इतिहास गवाह है, फ्रांस में भारतीय सैनिकों के बलिदान का इतिहास आज भी मन-मंदिर में जीवित है। भाषा से जुड़े विषयों में रुचि रखने वाले लोग यह भी जानते हैं कि फ्रेंच स्कॉलर्स ने संस्कृत को लोकप्रिय बनाने में कितनी अहम भूमिका निभाई है। रामकृष्ण परमहंस और स्वामी विवेकानंद पर रोमाँ रोलाँ की की लेखनी हमारी सोसाइटीज़ को और करीब लाई है। पेरिस से पुडुचेरी के अरबिंदो आश्रम तक 'The mother' की spiritual journey, उसने कितने ही भारतीय और फ्रेंच साधकों को inspire किया है।

साथियों,

दशकों पहले श्रील प्रभुपाद स्वामी भी फ्रांस आए थे। इस्कॉन के जरिए भारत फ्रांस के बीच आध्यात्मिक सम्बन्धों का नया अध्याय उन्होंने शुरू किया था। आज योग भी भारत-फ्रांस के people to people कनेक्ट का एक माध्यम बन चुका है। 'इंटरनेशनल योगा डे' पर एफिल टॉवर के सामने से आने वाली तस्वीरें फ्रांस में योग की लोकप्रियता का उदाहरण बनती हैं और अब BAPS के इस भव्य मंदिर के जरिए, हमारे उन सांस्कृतिक सम्बन्धों में एक नया अध्याय जुड़ रहा है।

साथियों,

इन दिनों, भारत फ्रांस Joint Ventures की संभावनाओं पर बातें होती हैं। स्वामीनारायण मंदिर ने इस संभावना में भी एक नया आयाम जोड़ा है। यह मंदिर 'मेड इन इंडिया' है और 'बिल्ट इन फ्रांस' है। इसके काफी पत्थरों को भारत में तराशा गया है। भारत की प्राचीन प्रतिभा यहाँ फ्रांस में आधुनिक इंजीनियरिंग से आकर जुड़ चुकी है। पेरिस में इस भव्य मंदिर ने आकार लिया है। इसलिए, मैं आशा करता हूँ, यह मंदिर सदियों तक भारत और फ्रांस के बीच सहयोग और संभावनाओं का भी प्रतीक बनकर उभरेगा।

साथियों,

स्वामीनारायण मंदिर हमेशा से भक्ति के साथ-साथ सेवा का माध्यम भी रहे हैं। मुझे बताया गया है, यह मंदिर भी सेवा प्रकल्पों का वैसा ही केंद्र बनेगा। मुझे विश्वास है कि यहाँ से भारतीय संस्कृति के जो स्वर निकलेंगे, उनका लाभ पूरे यूरोप में लोगों को मिलेगा। भविष्य में मुझे जब भी समय मिलेगा, मैं इस मंदिर में दर्शन करने का प्रयास अवश्य करूंगा। इन्हीं शब्दों के साथ, एक बार फिर आज के इस लोकार्पण समारोह में सम्मिलित सभी अतिथिगणों को, सभी परिवारों को, सभी हरि भक्तों को और पूरी Indian Diaspora को मेरी ओर से इस शुभारंभ पर्व की ढेरों शुभकामनाएं!

बहुत-बहुत धन्यवाद!

मर्सी बोकू!

जय स्वामीनारायण!