ବାନଶ ଗୋଷ୍ଠୀ ବେତାର କେନ୍ଦ୍ରର କଲେ ଉଦଘାଟନ
ବାନଶକଣ୍ଟା ଜିଲ୍ଲା ଦିୟୋଦରଠାରେ ଛଅ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଦୁଗ୍ଧଜାତ ପଦାର୍ଥ ପରିସର ଓ ଆଳୁ ପ୍ରକ୍ରିୟାକରଣ କାରଖାନା ଦେଶ ଉଦ୍ଦେଶ୍ୟରେ ସମର୍ପିତ
ପାଲନପୁରର ବାନଶ ଡାଏରୀ କାରଖାନାଠାରେ ଲହୁଣି ଜାତୀୟ ବସୁର ଉତ୍ପାଦନ ଛେନାଜାତୀୟ ଗୁଣ୍ଡ ପ୍ରକଳ୍ପର ସଂପ୍ରସାରଣ
ଗୁଜରାଟର ଦାମାଠାରେ ଜୈବିକ ଖତ ଓ ଗ୍ୟାସ ପ୍ରକଳ୍ପ ପ୍ରତିଷ୍ଠା ଶହେଟନ ସାମର୍ଥ୍ୟଯୁକ୍ତ ଚାରିଟି ଗୋବର ଗ୍ୟାସ ପ୍ଲାଣ୍ଟ ଖିମନା, ରତ୍ନପୁରା, ଭିଲଡି ଓ ରାଧନପୁରଠାରେ ଶିଳାନ୍ୟାସ
“ଗତ କେତେବର୍ଷ ମଧ୍ୟରେ ବାନଶ ଡାଏରୀ ସ୍ଥାନୀୟ ଗୋଷ୍ଠୀ ବିଶେଷ କରି ଚାଷୀ ଓ ମହିଳାଙ୍କୁ ସଶକ୍ତ କରିଛି”
“ଯେଉଁଭଳି ଭାବେ ବାନଶକଣ୍ଟା କୃଷି କ୍ଷେତ୍ରରେ ପ୍ରଗତି ହାସଲ କରିଛି ତାହା ବାସ୍ତବିକ ପ୍ରଶଂସନୀୟ । ଚାଷୀମାନେ ନୂତନ ପ୍ରଯୁକ୍ତି ବିଦ୍ୟାକୁ ଆପଣେଇଛନ୍ତି, ଜନ ସଂରକ୍ଷଣ ଉପରେ ପ୍ରାଧାନ୍ୟ ଦେଇଛନ୍ତି ଓ ଫଳାଫଳ ସମସ୍ତଙ୍କ ଆଗରେ”
“ଗୁଜରାଟର ଦେଢ଼ କୋଟି ବିଦ୍ୟାର୍ଥୀ, ୪.୫ ଲକ୍ଷ ଶିକ୍ଷକ ଓ ୫୪ ହଜାର ବିଦ୍ୟାଳୟ ନିମନ୍ତେ ବିଦ୍ୟା ସମୀକ୍ଷା କେନ୍ଦ୍ର ଏକ ଶକ୍ତି କେନ୍ଦ୍ର ଭାବେ ଉଭା ହୋଇଛି”
“ଗୁଜରାଟର ଦେଢ଼ କୋଟି ବିଦ୍ୟାର୍ଥୀ, ୪.୫ ଲକ୍ଷ ଶିକ୍ଷକ ଓ ୫୪ ହଜାର ବିଦ୍ୟାଳୟ ନିମନ୍ତେ ବିଦ୍ୟା ସମୀକ୍ଷା କେନ୍ଦ୍ର ଏକ ଶକ୍ତି କେନ୍ଦ୍ର ଭାବେ ଉଭା ହୋଇଛି”
“ମୁଁ ଆପଣମାନଙ୍କ ସହ ଜଣେ ଭାଗୀଦାର ଭାବେ ରହିବାକୁ ପସନ୍ଦ କରିବି”

ନମସ୍କାର!

ଆପଣମାନେ ସମସ୍ତେ ଭଲରେ ଅଛନ୍ତି । ଏବେ ଆପଣମାନଙ୍କୁ କ୍ଷମା ମାଗି ପ୍ରାରମ୍ଭରେ ମତେ ଟିକେ ହିନ୍ଦୀ କହିବାକୁ ପଡିବ । କାରଣ ଏହି ଗଣମାଧ୍ୟମ ବନ୍ଧୁମାନଙ୍କର ଅନୁରୋଧ ଥିଲା, ଯେ ଆପଣ ହିନ୍ଦୀରେ କଥା ହେଲେ ଭଲ ହେବ, ତେଣୁ ମୁଁ ଅନୁଭବ କଲି ଯେ ସବୁ ତ ନୁହେଁ, କିନ୍ତୁ କିଛି ସେମାନଙ୍କର କଥା ବି ମାନି ନିଆଯାଉ ।

ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମିଷ୍ଟଭାଷୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ସଂସଦରେ ମୋର ବରିଷ୍ଠ ସାଥୀ, ଗୁଜରାଟ ରାଜ୍ୟ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀମାନ ସି ଆର ପାଟିଲ, ଗୁଜରାଟ ସରକାରର ମନ୍ତ୍ରୀ ଭାଇ ଜଗଦୀଶ ପଂଚାଲ, ଏହି ମାଟିର ସନ୍ତାନ, ଶ୍ରୀ କିର୍ତୀ ସିଂହ ବାଘେଲା, ଶ୍ରୀ ଗଜେନ୍ଦ୍ର ସିଂହ ପରମାର, ସାଂସଦଗଣ ଶ୍ରୀ ପରବତ ଭାଇ, ଶ୍ରୀ ଭରତ ସିଂହ ଡାଭି, ଦିନେଶ ଭାଇ ଅନାବାଡିଆ, ବନସ ଡାଏରୀର ଚେୟାରମ୍ୟାନ ଉର୍ଜାବାନ ମୋର ସାଥୀ ଭାଇ ଶଙ୍କର ଚୌଧୁରୀ, ଅନ୍ୟ ମହାନୁଭବ, ଭାଇ ଓ ଭଉଣୀମାନେ!

ମାତା ନରେଶ୍ୱରୀ ଏବଂ ମାତା ଅମ୍ବାଜୀଙ୍କର ଏହି ପବିତ୍ର ଭୂମୀକୁ ମୁଁ ଶତ ଶତ ପ୍ରଣାମ କରୁଛି! ଆପଣ ସମସ୍ତଙ୍କୁ ମଧ୍ୟ ମୋର ପ୍ରଣାମ! ବୋଧହୁଏ ଜୀବନରେ ପ୍ରଥମ ଥର ଏଭଳି ଅବସର ଆସିଥିବ ଯେ ଏକ ସଙ୍ଗରେ ଦେଢ- ଦୁଇ ଲକ୍ଷ ମାଆ- ଭଉଣୀମାନେ ଆଜି ଏଠାରେ ମତେ ଆଶୀର୍ବାଦ ଦେଉଛନ୍ତି, ଆମ ସମସ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି । ଏବଂ ଆପଣମାନେ ଯେତେବେଳେ ଆଶୀର୍ବାଦ ଦେଉଥିଲେ ସେତେବେଳେ ମୁଁ ମୋ ମନର ଭାବାବେଗକୁ ନିୟନ୍ତ୍ରଣ କରି ପାରୁନଥିଲି । ଆପଣମାନଙ୍କ ଆଶୀର୍ବାଦ, ମାଆ ଜଗଦମ୍ବାଙ୍କ ଭୂମୀର ମାଆମାନଙ୍କ ଆଶୀର୍ବାଦ, ମୋ ପାଇଁ ଏକ ଅମୂଲ୍ୟ ଆଶୀର୍ବାଦ ଅଟେ, ଅମୂଲ୍ୟ ଶକ୍ତିର କେନ୍ଦ୍ର ଅଟେ, ଅମୂଲ୍ୟ ଉର୍ଜାର କେନ୍ଦ୍ର ଅଟେ । ମୁଁ ବନସର ସମସ୍ତ ମାଆମାନଙ୍କୁ, ଭଉଣୀମାନଙ୍କୁ ସାଦର ପ୍ରଣାମ କରୁଛି ।

ଭାଇ ଓ ଭଉଣୀମାନେ,

ଗତ ଘଂଟେ ଦୁଇ ଘଂଟା ଭିତରେ ମୁଁ ଏଠାରେ ବିଭିନ୍ନ ସ୍ଥାନକୁ ଯାଇଛି । ଦୁଗ୍ଧ ଉତ୍ପାଦନ କ୍ଷେତ୍ର ସହ ଜଡିତ ସରକାରୀ ଯୋଜନାଗୁଡିକର ହିତାଧିକାରୀ, ପ୍ରାଣୀଧନ ପାଳକ ଭଉଣୀମାନଙ୍କ ସହ ମଧ୍ୟ ମୋର ଅତି ବିସ୍ତୃତ ଭାବେ କଥାବାର୍ତା ହୋଇଛି । ଏହି ଯେଉଁ ନୂତନ ସଙ୍କୁଳ ପ୍ରସ୍ତୁତ ହୋଇଛି, ଆଳୁ ପ୍ରକ୍ରିୟାକରଣ କେନ୍ଦ୍ର ରହିଛି, ସେସବୁ ମଧ୍ୟ ପରିଦର୍ଶନ କରିବାର ସୁଯୋଗ ମତେ ମିଳିଲା । ଏହି ପୁରା ସମୟ ମଧ୍ୟରେ ଯାହା କିଛି ବି ମୁଁ ଦେଖିଲି, ଯାହା ଆଲୋଚନା ହେଲା, ମତେ ଯେଉଁ ସୂଚନା ଦିଆଗଲା, ସେସବୁ ଦ୍ୱାରା ମୁଁ ଖୁବ ପ୍ରଭାବିତ ହୋଇଛି ଏବଂ ମୁଁ ଡାଏରୀର ସମସ୍ତ ସାଥୀମାନଙ୍କୁ ଏବଂ ଆପଣମାନଙ୍କୁ ହୃଦୟରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ଭାରତରେ ଗାଁର ଅର୍ଥ ବ୍ୟବସ୍ଥାକୁ, ମାଆ ଓ ଭଉଣୀମାନଙ୍କ ସଶକ୍ତିକରଣକୁ କିପରି ଅଧିକ ବଳ ଦିଆଯାଇପାରିବ, ସମବାୟ ଆନ୍ଦୋଳନ କିପରି ଆତ୍ମନିର୍ଭର ଭାରତ ଅଭିଯାନକୁ ଶକ୍ତି ପ୍ରଦାନ କରିପାରିବ, ଏ ସବୁ କିଛି ଏଠାରେ ପ୍ରତ୍ୟକ୍ଷ ଭାବରେ ଅନୁଭବ କରାଯାଇପାରିବ । କିଛି ମାସ ପୂର୍ବରୁ ମତେ ମୋ ସଂସଦୀୟ କ୍ଷେତ୍ର ବାରଣାସୀରେ ବନସ କାଶୀ ସଙ୍କୁଳର ଶିଳାନ୍ୟାସ କରିବାର ସୁଯୋଗ ମିଳିଥିଲା ।

ମୁଁ ବନସ ଡାଏରୀକୁ ମୋ ହୃଦୟରୁ କୃତଜ୍ଞତା ଜଣାଉଛି ଯେ ବନସ ଡାଏରୀ କାଶୀରେ ମୋ ନିର୍ବାଚନ କ୍ଷେତ୍ରରେ ଆସି ମଧ୍ୟ ସେଠାକାର ଚାଷୀମାନଙ୍କର ସେବା କରିବାର, ପ୍ରାଣୀ ଧନ ପାଳକମାନଙ୍କର ସେବା କରିବାର, ଗୁଜରାଟ ମାଟିରୁ ବନସ ଡାଏରୀ ସଙ୍କଳ୍ପ ନେଲା ଏବଂ ଏବେ ଏହାକୁ ପୂର୍ଣ୍ଣ ରୂପ ଦିଆଯାଉଛି । ମୁଁ ଏଥିପାଇଁ କାଶୀର ସାଂସଦ ଭାବରେ ଆପଣ ସମସ୍ତଙ୍କ ନିକଟରେ ଋଣୀ, ମୁଁ ଆପଣ ସମସ୍ତଙ୍କର ଋଣୀ ଏବଂ ଏଥିପାଇଁ ମୁଁ ବିଶେଷ ଭାବରେ ବନସ ଡାଏରୀକୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଆଜି ଏଠାରେ ବନସ ଡାଏରୀ ସଙ୍କୁଳର ଲୋକାର୍ପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମୋର ଖୁସି ଅନେକ ଗୁଣା ବଢିଯାଇଛି ।

ଭାଇ ଓ ଭଉଣୀମାନେ,

ଆଜି ଏଠାରେ ଯାହା ମଧ୍ୟ ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି, ତାହା ଆମର ପାରମ୍ପରିକ ଶକ୍ତିରୁ ଭବିଷ୍ୟତ ନିର୍ମାଣର ଉତମ ଉଦାହରଣ ଅଟେ । ବନସ ଡାଏରୀ ସଙ୍କୁଳ, ଚିଜ୍ ଏବଂ ହ୍ୱେ ପ୍ଲାଂଟ, ଏସବୁ ତ ଡାଏରୀ କ୍ଷେତ୍ରର ବିସ୍ତାର ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ, ବନସ ଡାଏରୀ ଏହା ମଧ୍ୟ ପ୍ରମାଣିତ କରିଛି ଯେ ସ୍ଥାନୀୟ ଚାଷୀମାନଙ୍କ ଆୟ ବୃଦ୍ଧି କରିବା ପାଇଁ ଅନ୍ୟ ସମାଧାନଗୁଡିକର ମଧ୍ୟ ଉପଯୋଗ କରାଯାଇପାରିବ ।

ଏବେ କୁହନ୍ତୁ, ଆଳୁ ଓ ଦୁଗ୍‌ଧର କୌଣସି ସମ୍ପର୍କ ଅଛି କି, କୌଣସି ତାଳମେଳ ଅଛି କି? କିନ୍ତୁ ବନସ ଡାଏରୀ ଏ ସମ୍ପର୍କ ମଧ୍ୟ ଯୋଡି ଦେଇଛି । ଦୁଗଧ, ଛାଚ୍‌, ଦହି, ପନିର, ଆଇସକ୍ରିମ ସହିତ ଆଳୁ ଟିକ୍କି, ଆଳୁ ଭେଜ, ଫ୍ରେଂଚ୍ ଫ୍ରାଇଜ, ହେସ ବ୍ରାଉନ୍‌, ବର୍ଗର, ପେଟିସ ଭଳି ଉତ୍ପାଦଗୁଡିକୁ ମଧ୍ୟ ବନସ ଡାଏରୀ ଚାଷୀମାନଙ୍କର ସାମର୍ଥ୍ୟରେ ପରିଣତ କରିଛି । ଏହା ଭାରତର ଲୋକାଲକୁ ଗ୍ଳୋବାଲ କରିବା ଦିଗରେ ମଧ୍ୟ ଏକ ଉତମ ପଦେକ୍ଷେପ ଅଟେ ।

ବନ୍ଧୁଗଣ,

ବନସକଂଠା ଭଳି ସ୍ୱଳ୍ପ ବର୍ଷା ହେଉଥିବା ଜିଲ୍ଲାର ଶକ୍ତି ହେଉଛି କାଂକରେଜ ଗାଈ, ମେହସାନୀ ମଇଁଷୀ ଏବଂ ଏଠାକାର ଆଳୁ କିପରି ଚାଷୀମାନଙ୍କର ଭାଗ୍ୟ ବଦଳାଇ ଦେଇପାରେ, ଏହି ମଡେଲ ଆଜି ଆମେ ବନସକଂଠାରେ ଦେଖି ପାରିବା । ବନସ ଡାଏରୀ ତ ଚାଷୀମାନଙ୍କୁ ଆଳୁର ଉତମ ବିହନ ମଧ୍ୟ ଉପଲବଧ କରାଉଛି ଏବଂ ଆଳୁର ଭଲ ମୂଲ୍ୟ ମଧ୍ୟ ଦେଉଛି । ଏହା ଦ୍ୱାରା ଆଳୁ ଚାଷୀମାନଙ୍କର କୋଟି କୋଟି ଟଙ୍କା ରୋଜଗାରର ଏକ ନୂତନ କ୍ଷେତ୍ର ଉନ୍ମୁକ୍ତ ହୋଇଛି । ଏବଂ ଏହା କେବଳ ଆଳୁ ପର୍ଯ୍ୟନ୍ତ ସିମୀତ ନୁହେଁ । ମୁଁ ନିରନ୍ତର ମଧୁର ବିପ୍ଳବର କଥା କହିଛି, ମହୁ ଦ୍ୱାରା ଚାଷୀମାନଙ୍କୁ ଅତିରିକ୍ତ ଆୟ ସହ ଯୋଡିବା ପାଇଁ ଆହ୍ୱାନ ଦେଇଛି, ଏହା ମଧ୍ୟ ବନସ ଡାଏରୀ ଖୁବ ଗଭୀର ଭାବରେ ଆପଣାଇଛି । ମୁଁ ଏହା ଜାଣି ମଧ୍ୟ ଖୁସି ଯେ, ବନସକଂଠାର ଆଉ ଏକ ଶକ୍ତି - ଏଠାକାର ବାଦାମ ଏବଂ ସୋରିଷକୁ ନେଇ ମଧ୍ୟ ଡାଏରୀ ଏକ ବଡ ଯୋଜନା ପ୍ରସ୍ତୁତ କରିଛି । ଖାଇବା ତେଲରେ ଆତ୍ମନିର୍ଭରଶୀଳତା ପାଇଁ ସରକାର ଯେଉଁ ଅଭିଯାନ ଚଳାଇଛନ୍ତି, ତାହାକୁ ଶକ୍ତି ଦେବା ପାଇଁ ଆପଣଙ୍କ ସଂସ୍ଥା, ତୈଳ କାରଖାନା ମଧ୍ୟ ସ୍ଥାପନ କରୁଛି । ଏହି ତୈଳ ପ୍ରକ୍ରିୟାକରଣ ଚାଷୀମାନଙ୍କ ପାଇଁ ବହୁତ ବଡ ପ୍ରୋତ୍ସାହନ ହେବ ।

ଭାଇ ଓ ଭଉଣୀମାନେ,

ଆଜି ଏଠାରେ ଏକ ବାୟୋ ସିଏନଜି ପ୍ଲାଂଟର ଲୋକାର୍ପଣ କରାଯାଇଛି ଏବଂ ୪ଟି ଗୋବର ଗ୍ୟାସ ପ୍ଲାଂଟର ଶିଳାନ୍ୟାସ କରାଯାଇଛି । ବନସ ଡାଏରୀ ଦେଶବ୍ୟାପୀ ଏଭଳି ଅନେକ ପ୍ଲାଂଟ ସ୍ଥାପନ କରିବାକୁ ଯାଉଛି । ଏହା ‘କଚରେ ସେ କଂଚନ’ ବା ଆବର୍ଜନାରୁ ଉତମ ଜିନିିଷ ପ୍ରସ୍ତୁତ କରିବା ନେଇ ସରକାରଙ୍କ ଅଭିଯାନକୁ ସାହାଯ୍ୟ କରିବ । ଗୋବର ଧନ ମାଧ୍ୟମରୁ ଏକ ସଙ୍ଗେ ଅନେକ ଲକ୍ଷ୍ୟ ହାସଲ କରାଯାଇ ପାରିବ । ପ୍ରଥମେ ତ ଏଥିରୁ ଗାଁରେ ସ୍ୱଚ୍ଛତାକୁ ଶକ୍ତି ମିଳୁଛି, ଦ୍ୱିତୀୟତଃ, ଏଥିରୁ ପ୍ରାଣୀ ଧନ ପାଳକମାନଙ୍କୁ ଗୋବରର ମଧ୍ୟ ମୂଲ୍ୟ ମିଳୁଛି, ତୃତୀୟତଃ, ଗୋବରରୁ ବାୟୋ- ସିଏନଜି ଏବଂ ବିଜୁଳି ଭଳି ଉତ୍ପାଦ ପ୍ରସ୍ତୁତ କରାଯାଉଛି । ଏବଂ ଚତୁର୍ଥରେ, ଏହି ସମ୍ପୁର୍ଣ୍ଣ ପ୍ରକ୍ରିୟାରେ ଯେଉଁ ଜୈବିକ ସାର ମିଳୁଛି, ସେଥିରୁ ଚାଷୀମାନଙ୍କୁ ବହୁତ ସହାୟତା ମିଳିବ ଏବଂ ଆମ ମାଟି ମାଆର ସୁରକ୍ଷାରେ ମଧ୍ୟ ଆମେ ଆଉ ଗୋଟିଏ ପାଦ ଆଗକୁ ବଢିବା । ଏଭଳି ପ୍ରୟାସ ଯେତେବେଳେ ବନସ ଡାଏରୀ ମାଧ୍ୟମରେ ସମଗ୍ର ଦେଶରେ ପହଂଚିବ, ତ ନିଶ୍ଚିତ ଭାବରେ ଆମର ଗ୍ରାମୀଣ ଅର୍ଥ ବ୍ୟବସ୍ଥା ସୁଦୃଢ ହେବ, ଗାଁ ମଜବୁତ୍ ହେବ, ଆମର ଭଉଣୀ ଓ ଝିଅମାନେ ସଶକ୍ତ ହେବେ ।

ବନ୍ଧୁଗଣ,

ଗୁଜରାଟ ଆଜି ସଫଳତାର ଯେଉଁ ଶିଖରରେ ଅଛି, ବିକାଶର ଯେଉଁ ସୋପାନରେ ଅଛି, ତାହା ପ୍ରତି ଗୁଜୁରାଟିକୁ ଗର୍ବରେ ଭରି ଦେଉଛି । ଏହାର ଅନୁଭବ ମୁଁ ଗତକାଲି ଗାନ୍ଧୀ ନଗରର ବିଦ୍ୟା ସମୀକ୍ଷା କେନ୍ଦ୍ରରେ ମଧ୍ୟ କଲି । ଗୁଜରାଟର ପିଲାମାନଙ୍କ ଭବିଷ୍ୟତକୁ, ଆମର ଆଗାମୀ ପିଢୀକୁ ପ୍ରସ୍ତୁତ କରିବା ପାଇଁ, ବିଦ୍ୟା ସମୀକ୍ଷା କେନ୍ଦ୍ର ଏକ ବହୁତ ବଡ ଶକ୍ତି ଭାବେ ଉଭା ହେବାରେ ଲାଗିଛି । ଆମର ସରକାରୀ ପ୍ରାଥମିକ ପାଠଶାଳା, ତା ପାଇଁ ଏତେ ବଡ ପ୍ରଯୁକ୍ତିର ଉପଯୋଗ, ଏସବୁ ବିଶ୍ୱ ପାଇଁ ଏକ ଆଶ୍ଚର୍ଯ୍ୟ ଅଟେ ।

ସେମିତି ତ ମୁଁ ଏହି କ୍ଷେତ୍ର ସହ ପୂର୍ବରୁ ଯୋଡି ହୋଇ ରହିଛି, କିନ୍ତୁ ଗୁଜରାଟ ସରକାରଙ୍କ ନିମନ୍ତ୍ରଣ କ୍ରମେ ଗତକାଲି ମୁଁ ବିଶେଷ ଭାବରେ ଗାନ୍ଧୀ ନଗରରେ ଏହା ଦେଖିବାକୁ ଯାଇଥିଲି । ବିଦ୍ୟା ସମୀକ୍ଷା କେନ୍ଦ୍ରର ଯେଉଁ ବିସ୍ତାରିତ କାର୍ଯ୍ୟ ରହିଛି, ଏଥିରେ ପ୍ରଯୁକ୍ତି ବିଦ୍ୟାର ଯେଉଁ ଉତ୍କୃଷ୍ଟ ଉପଯୋଗ କରାଯାଇଛି, ସେସବୁ ଦେଖି ମତେ ବହୁତ ଭଲ ଲାଗିଲା । ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇଙ୍କ ନେତୃତ୍ୱରେ ଏହି ବିଦ୍ୟା ସମୀକ୍ଷା କେନ୍ଦ୍ର, ସମଗ୍ର ଦେଶକୁ ଦିଗଦର୍ଶନ ଦେବାର କେନ୍ଦ୍ର ପାଲଟି ଯାଇଛି ।

ଆପଣମାନେ ଚିନ୍ତା କରନ୍ତୁ, ପୂର୍ବରୁ ମତେ ଏକ ଘଂଟା ପାଇଁ ହିଁ ସେଠାକୁ ଯିବାର ଥିଲା, କିନ୍ତୁ ମୁଁ ସେଠାରେ ସମସ୍ତ ଜିନିଷକୁ ଦେଖିବା ଓ ବୁଝିବାରେ ଏମିତି ହଜି ଗଲି ଯେ ଏକ ଘଂଟାର କାର୍ଯ୍ୟକ୍ରମରେ ଦୁଇ- ଅଢେଇ ଘଂଟା ପର୍ଯ୍ୟନ୍ତ ସେଠାରେ ଲାଖି ରହିଗଲି । ମୋର ସେସବୁ ଉପରେ ଏତେ ରୁଚି ବଢିଗଲା । ମୁଁ ବିଦ୍ୟାଳୟର ପିଲାମାନଙ୍କ ସହ, ଶିକ୍ଷକମାନଙ୍କ ସହ ମଧ୍ୟ ଖୁବ ବିସ୍ତୃତ ଭାବରେ କଥାବାର୍ତା କଲି । ଅନେକ ପିଲା ଭିନ୍ନ ଭିନ୍ନ ସ୍ଥାନରୁ ଯୋଡି ହୋଇଥିଲେ - ଦକ୍ଷିଣ ଗୁଜରାଟ, ଉତର ଗୁଜରାଟ, କଚ୍ଛ, ସୌରାଷ୍ଟ୍ର ।

ଆଜି ଏହି ବିଦ୍ୟା ସମୀକ୍ଷା କେନ୍ଦ୍ର ଗୁଜରାଟର ୫୪ ହଜାରରୁ ଅଧିକ ସ୍କୁଲରୁ ସାଢେ ୪ ଲକ୍ଷରୁ ଅଧିକ ଶିକ୍ଷକ ଏବଂ ଦେଢ କୋଟିରୁ ଅଧିକ ବିଦ୍ୟାର୍ଥୀଙ୍କର ଏକ ପ୍ରତ୍ୟକ୍ଷ ଉର୍ଜାର, ଶକ୍ତିର କେନ୍ଦ୍ର ପାଲଟି ଯାଇଛି । ଏହି କେନ୍ଦ୍ରକୁ ଆର୍ଟିଫିସିଆଲ ଇଂଟେଲିଜେନସ, ମେଶିନ ଲର୍ଣ୍ଣିଂ, ବିଗ ଡେଟା ଏନାଲିସିସ, ଏଭଳି ଆଧୁନିକ ସୁବିଧା ସହ ସୁସଜ୍ଜିତ କରାଯାଇଛି ।

ବିଦ୍ୟା ସମୀକ୍ଷା କେନ୍ଦ୍ର ପ୍ରତି ବର୍ଷ ୫୦୦ କୋଟି ଡେଟା ସେଟ୍‌ର ବିଶ୍ଳେଷଣ କରିଥାଏ । ଏଥିରେ ଆସେସମେଂଟ ଟେଷ୍ଟ, ପାଠ୍ୟକ୍ରମର ଅନ୍ତିମ ପରୀକ୍ଷା, ବିଦ୍ୟାଳୟର ସ୍ୱୀକୃତି, ପିଲା ଏବଂ ଶିକ୍ଷକଙ୍କ ଉପସ୍ଥାନ ସମ୍ବନ୍ଧୀୟ କାର୍ଯ୍ୟଗୁଡିକ କରାଯାଇଥାଏ । ସମଗ୍ର ରାଜ୍ୟର ସ୍କୁଲଗୁଡିକରେ ଏକ ପ୍ରକାରର ସମୟ ସାରଣୀ, ପ୍ରଶ୍ନପତ୍ର, ଯାଂଚ, ଏସବୁରେ ମଧ୍ୟ ବିଦ୍ୟା ସମୀକ୍ଷା କେନ୍ଦ୍ରର ପ୍ରମୁଖ ଭୂମିକା ରହିଛି । ଏହି କେନ୍ଦ୍ର ଯୋଗୁଁ ବିଦ୍ୟାଳୟଗୁଡିକକରେ ପିଲାମାନଙ୍କ ଉପସ୍ଥାନ ୨୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଶିକ୍ଷା କ୍ଷେତ୍ରରେ ଏହି ଆଧୁନିକ କେନ୍ଦ୍ର, ସମଗ୍ର ଦେଶରେ ବିରାଟ ପରିବର୍ତନ ଆଣିପାରିବ । ମୁଁ ଭାରତ ସରକାରଙ୍କ ସମ୍ବନ୍ଧିତ ମନ୍ତ୍ରଣାଳୟ ଏବଂ ଅଧିକାରୀମାନଙ୍କୁ ମଧ୍ୟ କହିବି ଯେ ବିଦ୍ୟା ସମୀକ୍ଷା କେନ୍ଦ୍ରର ନିଶ୍ଚିତ ଭାବେ ଅଧ୍ୟୟନ କରନ୍ତୁ । ବିଭିନ୍ନ ରାଜ୍ୟର ସମ୍ପୃକ୍ତ ମନ୍ତ୍ରଣାଳୟ ମଧ୍ୟ ଗାନ୍ଧୀନଗର ଆସନ୍ତୁ, ଏହାର ବ୍ୟବସ୍ଥାର ଅଧ୍ୟୟନ କରନ୍ତୁ । ବିଦ୍ୟା ସମୀକ୍ଷା କେନ୍ଦ୍ର ଭଳି ଆଧୁନିକ ବ୍ୟବସ୍ଥାର ଲାଭ ଦେଶର ଯେତେ ଅଧିକ ପିଲାଙ୍କୁ ମିଳିବ, ଭାରତର ଭବିଷ୍ୟତ ସେତେ ଉଜ୍ଜ୍ୱଳ ହେବ ।

ଏବେ ମୁଁ ଭାବୁଛି ଏବେ ମତେ ଆପଣମାନଙ୍କ ସହିତ ନିଜର ବନସ ଭଳି କଥା ହେବା ଦରକାର, ସର୍ବ ପ୍ରଥମେ ଯେତେବେଳେ ବନସ ଡାଏରୀ ସହ ଯୋଡିହୋଇ ବନସର ଭୂମୀକୁ ଆସିବାର ଅଛି ତ ଶ୍ରୀମାନ ଗଲବା କାକାଙ୍କ ପାଇଁ ଶ୍ରଦ୍ଧା ପୂର୍ଣ୍ଣ ଭାବରେ ମୋ ମଥା ନତ ହୋଇଯାଏ । ଏବଂ ୬୦ ବର୍ଷ ପୂର୍ବେ ଚାଷୀ ପୁତ୍ର ଗଲବା କାକା ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଆଜି ବିଶାଳ ବଟ ବୃକ୍ଷରେ ପରିଣତ ହୋଇଛି, ଏବଂ ବନସକଂଠାର ପ୍ରତି ଘରେ ସେ ଏକ ନୂତନ ଆର୍ଥିକ ଶକ୍ତି ସୃଷ୍ଟି କରିଛନ୍ତି, ସେଥିପାଇଁ ଗଲବା କାକାଙ୍କୁ ଆଦରପୂର୍ବକ ମୁଁ ପ୍ରଣାମ କରୁଛି । ଦ୍ୱତୀୟରେ ମୁଁ ବନସକଂଠାର ମାଆ ଓ ଭଉଣୀମାନଙ୍କୁ ପ୍ରଣାମ କରୁଛି, ମୁଁ ଦେଖିଛି ପ୍ରାଣୀଧନ ପାଳନର କାର୍ଯ୍ୟ , ମୋ ବନସକଂଠାର ମାଆ ଓ ଭଉଣୀମାନେ, ଘରେ ଯେପରି ସନ୍ତାନମାନଙ୍କୁ ପାଳନ କରିଥାଆନ୍ତି, ତାଠାରୁ ମଧ୍ୟ ଅଧିକ ସ୍ନେହ ମମତାର ସହ ସେମାନଙ୍କ ପ୍ରାଣୀମାନଙ୍କର ଲାଳନ ପାଳନ ଥାଆନ୍ତି । ପ୍ରାଣୀମାନଙ୍କୁ ଯଦି ଚାରା ନ ମିଳେ, ପାଣି ନ ମିଳେ ତ ମୋ ବନସକଂଠାର ମାଆ ଭଉଣୀମାନେ ନିଜେ ପାଣି ପିଇବାକୁ କୁଣ୍ଠାବୋଧ କରିଥାଆନ୍ତି । କେତେବେଳେ ବିବାହ ପାଇଁ, ପର୍ବ ପର୍ବାଣୀ ପାଇଁ ଘର ଛାଡି ବାହାରକୁ ଯିବାକୁ ହୁଏ ତ, ସେତେବେଳେ ବନସର ମୋର ମାଆ ଭଉଣୀମାନେ ନିଜ ପ୍ରିୟ ପରିଜନଙ୍କ ବିବାହ ଛାଡି ଦେଇଥାଆନ୍ତି, କିନ୍ତୁ ପ୍ରାଣୀମାନଙ୍କୁ ଏକୁଟିଆ ଛାଡି ନଥାନ୍ତି । ଏହା ତ୍ୟାଗ ଏବଂ ତପସ୍ୟା ଅଟେ, ଏଥିପାଇଁ ଏହା ମାଆ ଓ ଭଉଣୀମାନଙ୍କ ତପସ୍ୟାର ସୁଫଳ ଯେ ଆଜି ବନସ ସମୃଦ୍ଧ ହୋଇଛି । ଏଥିପାଇଁ ମୋର ଦ୍ୱିତୀୟ ପ୍ରଣାମ ଏହି ବନସକଂଠାର ମାଆ ଓ ଭଉଣୀମାନଙ୍କ ପ୍ରତି, ମୁଁ ଆଦର ପୂର୍ବକ ସେମାନଙ୍କୁ ପ୍ରଣାମ କରୁଛି । କରୋନା ସମୟରେ ମଧ୍ୟ ବନସ ଡାଏରୀ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲା, ଗଲବା କାକାଙ୍କ ନାମରେ ମେଡିକାଲ କଲେଜର ନିର୍ମାଣ କଲା ଏବଂ ଏବେ ଏହି ମୋର ବନସ ଡାଏରୀ ଆଳୁର ଚିନ୍ତା କରୁଛି, ପ୍ରାଣୀମାନଙ୍କ ଚିନ୍ତା କରୁଛି, ଦୁଗଧର ଚିନ୍ତା କରୁଛି, ଗୋବରର ଚିନ୍ତା କରୁଛି, ମହୁର ଚିନ୍ତା କରୁଛି, ଉର୍ଜା କେନ୍ଦ୍ର କାର୍ଯ୍ୟକାରୀ କରୁଛି, ଏବଂ ଏବେ ପିଲାମାନଙ୍କ ଶିକ୍ଷାର ମଧ୍ୟ ଚିନ୍ତା କରୁଛି ।

କହିବାକୁ ଗଲେ ବନସ ଡାଏରୀ ଏବଂ ବନସକଂଠାର ସମବାୟ ଆନ୍ଦୋଳନ ସମଗ୍ର ବନସକଂଠାର ଉଜ୍ଜ୍ୱଳ ଭବିଷ୍ୟତର କେନ୍ଦ୍ର ପାଲଟି ଯାଇଛି । ସେଥିପାଇଁ ମଧ୍ୟ ଏକ ଦୂରଦୃଷ୍ଟିସମ୍ପନ୍ନ ବ୍ୟବସ୍ଥା ହେବା ଆବଶ୍ୟକ, ଏବଂ ଗତ ସାତ- ଆଠ ବର୍ଷରେ ଯେଉଁଭଳି ଭାବରେ ଡାଏରୀର ବିସ୍ତାର ହୋଇଛି, ଏବଂ ମୋର ଏଥିରେ ରୁଚି ରହିବାର କାରଣ ଏଥିରେ ମୋ ଦ୍ୱାରା ଯାହା ହୋଇପାରୁଛି, ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମଧ୍ୟ ସବୁବେଳେ ଉପସ୍ଥିତ ରହୁଥିଲି, ଏବଂ ଏବେ ମତେ ଆପଣମାନେ ଦିଲ୍ଲୀ ପଠାଇଛନ୍ତି, ସେତେବେଳେ ମଧ୍ୟ ମୁଁ ଆପଣମାନଙ୍କୁ ଛାଡି ନାହିଁ । ଆପଣମାନଙ୍କ ସାଥିରେ ରହି ଆପଣମାନଙ୍କ ସୁଖ ଦୁଃଖରେ ସବୁବେଳେ ଆପଣମାନଙ୍କ ସାଥିରେ ରହିଛି । ଆଜି ବନସ ଡାଏରୀ ଉତର ପ୍ରଦେଶ, ହରିଆଣା, ରାଜସ୍ଥାନ ଏବଂ ଓଡିଶାରେ ସୋମନାଥଙ୍କ ଭୂମୀରୁ ଜଗନ୍ନାଥଙ୍କ ଭୂମୀ ପର୍ଯ୍ୟନ୍ତ, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡର ଅନେକ ପ୍ରାଣୀ ଧନ ପାଳକମାନଙ୍କ ପାଇଁ ଅଧିକରୁ ଅଧିକ ଲାଭ ପ୍ରଦାନ କଲା ଭଳି କାର୍ଯ୍ୟ କରୁଛି । ଆଜି ବିଶ୍ୱର ସର୍ବବୃହତ ଦୁଗଧ ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରେ ଆମ ଭାରତ, ଯେଉଁଠାରେ କୋଟି କୋଟି ଚାଷୀଙ୍କ ଜୀବିକା ଯେତେବେଳେ ଦୁଗଧ ଦ୍ୱାରା ଚାଲୁଛି, ସେତେବେଳେ ଗୋଟିଏ ବର୍ଷରେ ପ୍ରାୟ ଅନେକ ଥର ତଥ୍ୟ ଦେଖି ମଧ୍ୟ କିଛି ଲୋକ, ବଡ ବଡ ଅର୍ଥନୀତିଜ୍ଞ ମଧ୍ୟ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଆମ ଦେଶରେ ବାର୍ଷିକ ସାଢେ ଆଠ ଲକ୍ଷ କୋଟିରୁ ଅଧିକ ଦୁଗଧ ଉତ୍ପାଦନ ହୋଇଥାଏ । ଗାଆଁରେ ବିକେନ୍ଦ୍ରିକୃତ ଆର୍ଥିକ ବ୍ୟବସ୍ଥା ତାହାର ଉଦାହରଣ ଅଟେ । ତା ତୁଳନାର ଗହମ ଓ ଚାଉଳର ଉତ୍ପାଦନ ମଧ୍ୟ ସାଢେ ଆଠ ଲକ୍ଷ କୋଟି ନୁହେଁ । ତାଠାରୁ ମଧ୍ୟ ଅଧିକ ଦୁଗ୍‌ଧର ଉତ୍ପାଦନ ଅଟେ । ଏବଂ ଡାଏରୀ କ୍ଷେତ୍ରର ସବୁଠାରୁ ଅଧିକ ଲାଭ କ୍ଷୁଦ୍ର ଚାଷୀମାନଙ୍କୁ ମିଳିଥାଏ, ଦୁଇ ଗୁଣ୍ଠ, ତିନି ଗୁଣ, ପାଂଚ ଗୁଣ ଜମି ଥିବ, ବର୍ଷାର ନାଁ ଗନ୍ଧ ନଥିବ, ପାଣିର ମଧ୍ୟ ଅଭାବ ଥିବ, ସେତେବେଳେ ଆମ ଚାଷୀଭାଇମାନଙ୍କ ପାଇଁ ଜୀବନ କଷ୍ଟକର ହୋଇଯିବ । ସେତେବେଳେ ପ୍ରାଣୀ ପାଳନ କରି ପରିବାରର ଭରଣ ପୋଷଣ କରିଥାଏ, ପେଟ ପୋଷିଥାଏ ଏହି ଡାଏରୀ କ୍ଷୁଦ୍ର ଚାଷୀମାନଙ୍କ ସକାଶେ ଖୁବ ଅଧିକ ଚିନ୍ତା କରିଛି । ଏବଂ କ୍ଷୁଦ୍ର ଚାଷୀମାନଙ୍କ ବଡ ଚିନ୍ତା, ଏହି ସଂସ୍କାର ନେଇ ମୁଁ ଦିଲ୍ଲୀ ଗଲି, ଦିଲ୍ଲୀରେ ମଧ୍ୟ ମୁଁ ସମଗ୍ର ଦେଶର କ୍ଷୁଦ୍ର ଚାଷୀମାନଙ୍କର, ଛୋଟ ଛୋଟ ଚାଷୀମାନଙ୍କର ବଡ ବଡ କାମ କରିବାର, ଦାୟିତ୍ୱ ନେବାର କାର୍ଯ୍ୟ ନେଲି । ଏବଂ ଆଜି ବର୍ଷକୁ ତିନି ଥର ଦୁଇ ଦୁଇ ହଜାର ଟଙ୍କା ଲେଖାଏଁ ଚାଷୀମାନଙ୍କ ଖାତାରେ ସିଧାସଳଖ ଜମା କରୁଛି । ପୂର୍ବର ପ୍ରଧାନମନ୍ତ୍ରୀ କହୁଥିଲେ ଯେ ଦିଲ୍ଲୀରୁ ଏକ ଟଙ୍କା ବାହାରିବ ତ ୧୫ ପଇସା ପହଂଚିବ । ଏହି ପ୍ରଧାନମନ୍ତ୍ରୀ ଏ କଥା କହୁଛି, ଦିଲ୍ଲୀରୁ ଏକ ଟଙ୍କା ବାହାରିବ ତ ୧୦୦ରୁ ୧୦୦ ପଇସା ଯାହା ଘରେ ପହଂଚିବା ଦରକାର, ତା ଘରେ ପହଂଚୁଛି । ଏବଂ ଚାଷୀମାନଙ୍କ ଖାତାରେ ଜମା ହେଉଛି । ଏଭଳି ଅନେକ କାର୍ଯ୍ୟ ଆଜି ଯେତେବେଳେ ଭାରତ ସରକାର, ଗୁଜରାଟ ସରକାର, ଗୁଜରାଟର ସମବାୟ ଆନ୍ଦୋଳନ ଏସବୁ ସାଙ୍ଗ ହୋଇ କରୁଛନ୍ତି, ସେତେବେଳେ ମୁଁ ଏହି ସବୁ ଆନ୍ଦୋଳନକୁ ହୃଦୟର ସହ ଅଭିନନ୍ଦନ ଜଣାଉଛି । ସେମାନଙ୍କର ଗୁଣଗାନ ହେଉ, ଏବେ ଭୂପେନ୍ଦ୍ର ଭାଇ ଅତ୍ୟନ୍ତ ଭାବନାତ୍ମକ କଥାଟିଏ କହିଲେ, ଜୈବିକ କୃଷିର, ବନସକଂଠା ଯେତେବେଳେ ଗୋଟିଏ କଥା ବୁଝିଯାଏ, ସେତେବେଳେ ବନସକଂଠା କେବେ ବି ସେହି କଥାକୁ ହାତ ଛଡା କରେ ନାହିଁ, ଏ କଥା ମୁଁ ମୋ ନିଜ ଅନୁଭବରୁ କହୁଛି । ଆରମ୍ଭରେ ପରିଶ୍ରମ କରିବାକୁ ପଡିଥାଏ, ମୋର ତ ମନେ ଅଛି ବିଜୁଳି ଛାଡ କର, ବିଜୁଳି ଛାଡ କର କହି କହି ମୁଁ ଥକି ଯାଇଥିଲି । ଏବଂ ବନସର ଲୋକମାନଙ୍କୁ ଲାଗୁଥିଲା ଯେ ୟେ ମୋଦିକୁ କିଛି ଜଣା ପଡୁନାହିଁ, ଓଲଟା ଆମକୁ କହୁଛନ୍ତି ବିଜୁଳିରୁ ବାହାରକୁ ଆସ, ଏବଂ ମୋର ବିରୋଧ କରୁଥିଲେ, କିନ୍ତୁ ଯେତେବେଳେ ବନସର ଚାଷୀମାନେ ବୁଝିପାରିଲେ ସେମାନେ ମୋ ଠାରୁ ଦଶ ପାଦ ଆଗକୁ ଗଲେ । ଏବଂ ଜଳ ସଂରକ୍ଷଣର ବଡ ଅଭିଯାନ ଚଳାଇଲେ, ବୁନ୍ଦା ଜଳସେଚନକୁ ଆପଣାଇଲେ, ଏବଂ ଆଜି ବନସ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିବାର କାର୍ଯ୍ୟ, ଆଜି ମୋର ଏହି ବନସକଂଠା କରିଚାଲିଛି । ମୋର ସମ୍ପୁର୍ଣ୍ଣ ବିଶ୍ୱାସ ଯେ, ଯେତେବେଳେ ମାତା ନର୍ମଦା ଆସି ବନସ ସହ ଆସ ମିଶିିଛନ୍ତି, ସେତେବେଳେ ଏହି ଜଳକୁ ଈଶ୍ୱରଙ୍କ ପ୍ରସାଦ ଭାବେ ଗହଣ କରି, ପାଣିକୁ ପରସ ମଣି ଏବଂ ଏଥର ଆଜାଦୀର ଅମୃତ ମହୋତ୍ସବ ପାଳନ କରାଯାଉଛି, ସ୍ୱାଧୀନତାକୁ ୭୫ ବର୍ଷ ହୋଇଛି, ସେତେବେଳେ ମୋର ବନସ ଜିଲ୍ଲାକୁ ଅନୁରୋଧ ଯେ ସେମାନେ ୭୫ଟି ଏଭଳି ବଡ ବଡ ପୁଷ୍କରିଣୀ ଖୋଳନ୍ତୁ ଯାହାଦ୍ୱାରା ବନସର ଏହି ଶୁଖିଲା ଭୂଇଁ ଯେଉଁଠାରେ କିଛି ମଧ୍ୟ କଅଁଳି ନ ଥାଏ, ଏବଂ ଯେତେବେଳେ ଥରେ ଦୁଇଥର ବର୍ଷାର ପାଣି ପଡିବ, ସହେି ପାଣି ସଙ୍ଗେ ସଙ୍ଗେ ବହିଯାଇ ସେଠାରେ ପହଂଚିଯାଉ, ଏଭଳି ବ୍ୟବସ୍ଥା କରନ୍ତୁ ଯେ ପାଣିରେ ଏହି ପୋଖରି ଭର୍ତି ହେବାର ପ୍ରାରମ୍ଭ ଯଦି ହେବ, ତେବେ ମୋର ବିଶ୍ୱାସ ଅଛି ଯେ, ଏହି ଭୂମୀ ଅମୃତମୟୀ ହୋଇ ଯିବ । ଏଥିପାଇଁ ମୋର ଆଶା ଯେ ଜୁନ ମାସ ପୂର୍ବରୁ, ବର୍ଷା ଆସୂୁ ତା ପୂର୍ବରୁ, ଆସନ୍ତା ଦୁଇ ତିନି ମାସ ମଧ୍ୟରେ ଏହି ଅଭିଯାନକୁ ଜୋରଦାର କରାଯାଉ । ଏବଂ ୨୦୨୩ରେ ଅଗଷ୍ଟ ୧୫ ତାରିଖରେ ଆଜାଦୀର ଅମୃତ ମହୋତ୍ସବ ସମୟରେ,ମାତ୍ର ଏହି ଗୋଟିଏ ବର୍ଷରେ ବନସ ଜିଲ୍ଲାରେ ଅତି କମରେ ୭୫ଟି ବଡ ପୁଷ୍କରିଣୀ ତିଆରି ହୋଇଯାଉ, ଏବଂ ପାଣିରେ ଉବୁଟୁବୁ ହୋଇ ଭରି ରହୁ । ସେତେବେଳେ ଆଜି ଯେଉଁ ଛୋଟ ମୋଟ ଅସୁବିଧା େଦେଖା ଦେଉଛି, ସେଥିରୁ ଆମେ ମୁକୁଳି ପାରିବା ଆସିବା ଏବଂ ମୁଁ ଆପଣମାନଙ୍କର ଅନନ୍ୟ ସାଥୀ ଅଟେ । ଯେପରି କ୍ଷେତରେ ଜଣେ ସାଥୀ ନିଜର କାମ କରିଥାଏ, ସେହିଭଳି ମୁଁ ମଧ୍ୟ ଆପଣଙ୍କର ସାଥୀ ଅଟେ । ଏବଂ ଏଥିପାଇଁ ଆପଣମାନଙ୍କ ସାଥୀ ରୂପରେ ଆପଣଙ୍କ ସହି ଛିଡା ହୋଇ କାମ କରିବାକୁ ଚାହୁଁଛି । ଏବେ ତ ଆମ ନଡାବେଟରେ ପର୍ଯ୍ୟଟନର କେନ୍ଦ୍ର ତିଆରି ହୋଇଯାଇଛି, ଭାରତର ସୀମା ବର୍ତୀ ଜିଲ୍ଲାଗୁଡିକର ବିକାଶ କିପରି ହୋଇପାରିବ, ଭାରତର ସୀମାକୁ କିଭଳି ଜୀବନ୍ତ କରାଯାଇପାରିବ ତାର ଉଦାହରଣ ଗୁଜରାଟ ପ୍ରଦାନ କରିଛି । କଚ୍ଛର ସୀମାରେ ରଣ ଉତ୍ସବ ସମ୍ପୁର୍ଣ୍ଣ କଚ୍ଛର ଇଲାକାକୁ ସେଠାକାର ଗାଁଗୁଡିକୁ ଆର୍ଥିକ ରୂପରେ ଜୀବନ୍ତ କରିଦେଇଛି । ଏବେ ନଡାବେଟ ଯାହା ସମୀ ଦର୍ଶନର କାର୍ଯ୍ୟକ୍ରମ ଆରମ୍ଭ କରିଛି, ସେହି କାରଣରୁ ମୋର ଏହି ମୋର ଏହି ବନସ ଏବଂ ପାଟଣ ଜିଲ୍ଲାର ସୀମାବର୍ତୀ ଅଂଚଳରେ ଥିବା ଗାଁଗୁଡିକ ପାଇଁ ମଧ୍ୟ, ଏହି ପର୍ଯ୍ୟଟନ କାରଣରୁ ଗାଆଁଗୁଡିକରେ ଚମକ ଆସିବ । ଦୂର ସୁଦୂର ଗାଆଁଗୁଡିକରେ ମଧ୍ୟ ପେଟପାଟଣାର ସୁଯୋଗ ମିଳିବା ଆରମ୍ଭ ହୋଇଯିବ, ବିକାଶ ପାଇଁ କେତେ ଯେ ପଥ ଉନ୍ମୁକ୍ତ ହୋଇପାରିବ, ପ୍ରକୃତିର କୋଳରେ ରହି କଠିନରୁ କଠିନ ପରିସ୍ଥିତିରେ କିଭଳି ପରିବର୍ତନ ଅଣାଯାଇପାରେ, ତାହାର ଏକ ଉତମ ଉଦାହରଣ ଆପଣମାନଙ୍କ ସମ୍ମୁଖରେ ଅଛି । ସେତେବେଳେ ମୁଁ ବନସର ଗୁଜରାଟର ନାଗରିକମାନଙ୍କୁ ଏବଂ ଏକପ୍ରକାର ଦେଶର ନାଗରିକମାନଙ୍କୁ ଏହି ଅମୂଲ୍ୟ ରତ୍ନ ସେମାନଙ୍କ ପାଦରେ ସମର୍ପଣ କରୁଛି । ଏବେ ଏହି ସୁଯୋଗ ପାଇଁ ବନସ ଡାଏରୀ ମତେ ଚୟନ କରିଛି । ସେଥିପାଇଁ ବନସ ଡାଏରୀ ନିକଟରେ ମଧ୍ୟ କୃତଜ୍ଞ । ମୋ ସହିତ ଦୁଇ ହାତ ଉପରକୁ କରି ଜୋରରେ କୁହନ୍ତୁ । ଭାରତ ମାତା କି ଜୟ । ଆପଣମାନଙ୍କ ସ୍ୱର ଆହୁରି ଜୋରଦାର ହେବା ଦରକାର ।

ଭାରତ ମାତା କି ଜୟ, ଭାରତ ମାତା କି ଜୟ!

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of His Majesty King Harald V of Norway
August 28, 2026

The Prime Minister, Shri Narendra Modi condoled the passing of His Majesty King Harald V of the Kingdom of Norway. Recalling his meeting with His Majesty during his visit to Norway earlier this year, Shri Modi remembered his warmth and profound sense of service to the people and nation of Norway.

The Prime Minister posted on X;

“Deeply saddened by the passing of His Majesty King Harald V of the Kingdom of Norway.

I fondly recall meeting His Majesty during my visit to Norway earlier this year and was deeply touched by his warmth and profound sense of service to his nation.

My heartfelt condolences to the Royal Family and the people of Norway.