“Sardar Patel is not just a historical figure but lives in the heart of every countryman”
“This land mass where 130 crore Indian live is an integral part of our soul, dreams and aspirations,”
“Sardar Patel wanted a strong, inclusive, sensitive and alert India”
“Inspired by Sardar Patel, India is becoming fully capable of meeting external and internal challenges”
“Country’s resolve and capabilities in Water, sky, land and space are unprecedented and the nation has started moving on the path of new mission of Aatmnirbharta”
“This ‘Azadi ka Amrit Kaal’ is of unprecedented growth, achieving difficult goals and building India of Sardar Saheb’s dreams”
“If along with government, people’s ‘Gatishakti’ is also leveraged, nothing is impossible”

ନମସ୍କାର!

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ବହୁତ ବହୁତ ଶୁଭକାମନା! ଏକ ଭାରତ, ଶ୍ରେଷ୍ଠ ଭାରତ ପାଇଁ ଯିଏ ଜୀବନର ପ୍ରତ୍ୟେକ କ୍ଷଣ ସମର୍ପିତ କରିଥିଲେ, ଏଭଳି ରାଷ୍ଟ୍ର ନାୟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଆଜି ଦେଶ ନିଜର ଶ୍ରଦ୍ଧାଞ୍ଜଳି ଜଣାଉଛି ।

ସର୍ଦ୍ଦାର ପଟେଲ ମହାଶୟ କେବଳ ଇତିହାସରେ ନୁହେଁ ବରଂ ଆମ ଦେଶବାସୀଙ୍କ ହୃଦୟରେ ମଧ୍ୟ ଅଛନ୍ତି। ଆଜି ସାରା ଦେଶରେ ଏକତାର ସନ୍ଦେଶକୁ ନେଇ ଆଗକୁ ବଢୁଥିବା ଆମର ଉର୍ଜ୍ଜାବାନ ସାଥୀ ଭାରତର ଅଖଣ୍ଡତା ପ୍ରତି ହେଉଛନ୍ତିି ଅଖଣ୍ଡ ଭାବର ପ୍ରତୀକ। ଏହି ଭାବନା ଆମ ଦେଶର କୋଣ- ଅନୁକୋଣରେ ରହି ରାଷ୍ଟ୍ରୀୟ ଏକତା ପରେଡରେ, ଷ୍ଟଚ୍ୟୁ ଅଫ୍ ୟୁନିଟି(ଏକତାର ପ୍ରତିମୂର୍ତୀ)ଠାରେ ହୋଇଥିବା ଆୟୋଜନକୁ ଭଲଭାବେ ଦେଖୁଛନ୍ତି।

ସାଥୀଗଣ,

ଭାରତ କେବଳ ଏକ ଭୌଗଳିକ ଭୂଖଣ୍ଡ ନୁହେଁ ବରଂ ହେଉଛି, ଆଦର୍ଶ, ସଂକଳ୍ପ, ସଭ୍ୟତା- ସଂସ୍କୃତିର ଉଦାର ମାନଦଣ୍ଡରେ ପରିପୂର୍ଣ୍ଣ ରାଷ୍ଟ୍ର। ଧରଣୀମାତାର ଯେଉଁ ଭୂ-ଭାଗରେ ଆମ 130 କୋଟିରୁ ଅଧିକ ଭାରତୀୟ ରହୁଛନ୍ତି, ତାହା ଆମ ଆତ୍ମାର, ଆମ ସ୍ୱପ୍ନର, ଆମ ଆକାଂକ୍ଷାର ହେଉଛି ଅଖଣ୍ଡ ଅଂଶ। ଶହ ଶହ ବର୍ଷ ଧରି ଭାରତର ସମାଜରେ, ପରମ୍ପରା ଗୁଡିକରେ, ଗଣତନ୍ତ୍ରର ଯେଉଁ ସୁଦୃଢ ମୂଳଦୁଆ ବିକଶିତ ହୋଇଛି ସେଥିରେ ଏକ ଭାରତ ଭାବନାକୁ ସମୃଦ୍ଧ କରିଛି। କିନ୍ତୁ ଆମକୁ ଏହା ମଧ୍ୟ ସ୍ମରଣ ରଖିବାକୁ ହେବ ଯେ ନାବ ବା ଡଙ୍ଗାରେ ବସିଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଡଙ୍ଗାର ଧ୍ୟାନ ରଖିବାକୁ ହୋଇଥାଏ। ଆମେ ଏକାଠି ରହିବା, ତେବେ ଯାଇ ଆଗକୁ ବଢ଼ି ପାରିବା, ସେତେବେଳେ ଯାଇ ଦେଶ ନିଜର ଲକ୍ଷ୍ୟଗୁଡ଼ିକୁ ପ୍ରାପ୍ତ କରି ପାରିବ।

ସାଥୀଗଣ,

ସର୍ଦ୍ଦାର ପଟେଲ ସବୁବେଳେ ଚାହୁଁଥିଲେ ଯେ, ଭାରତ ସଶକ୍ତ ହେଉ, ଭାରତ ସମାବେଶୀ ମଧ୍ୟ ହେଉ, ଭାରତ ସମ୍ବେଦନଶୀଳ ହେଉ, ଆଉ ଭାରତ ସତର୍କ ମଧ୍ୟ ହେଉ, ବିନମ୍ର ମଧ୍ୟ ହେଉ, ବିକଶିତ ମଧ୍ୟ ହେଉ। ସେ ସର୍ବଦା ଦେଶହିତକୁ ସର୍ବୋପରି ରଖିଥିଲେ। ଆଜି ତାଙ୍କରି ପ୍ରେରଣା ଫଳରେ ଭାରତ, ବାହ୍ୟ ଏବଂ ଆଭ୍ୟନ୍ତରିଣ, ପ୍ରତ୍ୟେକ ପ୍ରକାରର ଆହ୍ୱାନଗୁଡ଼ିକ ସହିତ ମୁକାବିଲା କରିବା ପାଇଁ ସକ୍ଷମ ହେଉଛି। ବିଗତ 7 ବର୍ଷ ମଧ୍ୟରେ ଦେଶ ଦଶକ ଦଶକ ଧରି ରହି ଆସିଥିବା ପୁରୁଣା ଅଦରକାରୀ ଆଇନଗୁଡ଼ିକରୁ ମୁକ୍ତି ପାଇଛି, ରାଷ୍ଟ୍ରୀୟ ଏକତାକୁ ଯୋଡ଼ୁଥିବା ଆଦର୍ଶକୁ ନୂତନ ଶୀଖର ଦେଇଛି। ଜମ୍ମୁ- କଶ୍ମୀର ହେଉ, ଉତର-ପୂର୍ବାଂଚଳ ହେଉ ଅବା ସୁଦୂର ହିମାଚଳର କୌଣସି ଗାଁ, ଆଜି ସମସ୍ତେ ପ୍ରଗତିର ପଥରେ ଅଗ୍ରସର ହେଉଛନ୍ତି। ଦେଶରେ ହେଉଥିବା ଆଧୁନିକ ଭିତିଭୂମିର ନିର୍ମାଣ, ଦେଶରେ ଭୌଗୋଳିକ ଏବଂ ସାଂସ୍କୃତିକ ଦୂରତା ହ୍ରାସ କରିବାରେ କାର୍ଯ୍ୟ କରାଯାଉଛି। ଯେତେବେଳେ ଦେଶର ଲୋକଙ୍କୁ ଗୋଟିଏ ଭାଗରୁ ଅନ୍ୟ ଭାଗକୁ ଯିବା ପାଇଁ ପୂର୍ବରୁ ଶହେ ଥର ଚିନ୍ତା କରିବାକୁ ପଡ଼ୁଥିଲା, ତେବେ ପୁଣି କାର୍ଯ୍ୟ କିପରି ଚାଲିବ ? ଯେତେବେଳେ ଦେଶର କୋଣ-ଅନୁକୋଣରେ ପହଂଚିବା ସହଜ ହେବ, ସେତେବେଳେ ଲୋକଙ୍କ ମଧ୍ୟରେ ହୃଦୟର ଦୂରତା ମଧ୍ୟ ହ୍ରାସ ପାଇବ, ଦେଶର ଏକତା ବୃଦ୍ଧି ପାଇବ। ଏକ ଭାରତ- ଶ୍ରେଷ୍ଠ ଭାରତର ଏହି ଭାବନାକୁ ସୁଦୃଢ଼ କରି, ଆଜି ଦେଶରେ ସାମାଜିକ, ଆର୍ଥିକ ଏବଂ ସାମ୍ବିଧାନିକ ଏକୀକରଣର ମହାଯଞ୍ଜ ଚାଲୁ ରହିଛି। ଜଳ- ସ୍ଥଳ- ଆକାଶ- ଅନ୍ତରୀକ୍ଷ, ପ୍ରତ୍ୟେକ କ୍ଷେତ୍ରରେ ଭାରତର ସାମର୍ଥ୍ୟ ଏବଂ ସଂକଳ୍ପ ହେଉଛି ଅଦ୍ଭୂତପୂର୍ବ। ନିଜ ହିତର ସୁରକ୍ଷା ପାଇଁ ଭାରତ ଆତ୍ମନିର୍ଭରର ନୂଆ ମିଶନ ନେଇ ଆଗେଇ ଚାଲିଛି।

ଆଉ ସାଥୀଗଣ,

ଏଭଳି ସମୟରେ ଆମକୁ ସର୍ଦ୍ଦାର ସାହେବଙ୍କ ଗୋଟିଏ କଥା ସ୍ମରଣ ରଖିବା ଉଚିତ। ସେ କହିଥିଲେ-

‘ସମ୍ମିଳିତ ପ୍ରୟାସ ଦ୍ୱାରା ଆମେ ଦେଶକୁ ଏକ ନୂତନ ମହାନତା ଆଡ଼କୁ ନେଇ ଯାଇ ପାରିବା, ଯେତେବେଳେ କି ଏକତାର ଅଭାବ ଆମକୁ ନୂଆ ବିପର୍ଯ୍ୟୟ ନେଇ ସତର୍କ କରାଇବ।’

ଏକତାର ଅଭାବ ଯେଉଁଠି ନୂତନ ସଂକଟ ଆଣିଥାଏ, ସମସ୍ତଙ୍କର ସାମୁହିକ ପ୍ରୟାସ ଦେଶକୁ ନୂତନ ଶୀଖରକୁ ନେଇ ଯାଇଥାଏ। ସ୍ୱାଧୀନ ଭାରତର ନିର୍ମାଣରେ ସମସ୍ତଙ୍କର ପ୍ରୟାସ ସେତେବେଳେ ଯେତିକି ପ୍ରାସଙ୍ଗିକତା ରହିଥିଲା, ତା’ଠାରୁ କେତେ ଅଧିକ ସ୍ୱାଧୀନତାର ଏହି ଅମୃତକାଳରେ ହେବାକୁ ଯାଉଛି। ସ୍ୱାଧୀନତାର ଏହି ଅମୃତକାଳ, ହେଉଛି ବିକାଶର ଅଦ୍ଭୂତପୂର୍ବ ଗତିର, ହେଉଛି କଠିନ ଲକ୍ଷ୍ୟଗୁଡ଼ିକୁ ହାସଲ କରିବାର। ଏହି ଅମୃତକାଳ ହେଉଛି ସର୍ଦ୍ଦାର ସାହେବଙ୍କ ସ୍ୱପ୍ନର ନବ ଭାରତ ନିର୍ମାଣର।

ସାଥୀଗଣ,

ସର୍ଦ୍ଦାର ସାହେବ ଆମ ଦେଶକୁ ଏକ ଶାରୀର ଭାବେ ଦେଖୁଥିଲେ, ଏକ ଜୀବନ୍ତ ଶାଖା ରୂପେ ଦେଖୁଥିଲେ, ଏଥିପାଇଁ ତାଙ୍କର ଏକ ଭାରତର ଅର୍ଥ ଏହା ମଧ୍ୟ ଥିଲା, ଯେଉଁଥିରେ ପ୍ରତ୍ୟେକଙ୍କ ପାଇଁ ଏକ ସମାନ ସୁଯୋଗ ରହୁ, ଏକ ସମାନ ସ୍ୱପ୍ନ ଦେଖିବାର ଅଧିକାର ରହୁ। ଆଜିଠାରୁ ଅନେକ ଦଶକ ପୂର୍ବେ, ସେହି ସମୟରେ ମଧ୍ୟ, ଅନେକ ଆନ୍ଦୋଳନର ଶକ୍ତି ଏହା ଥିଲା ଯେ ସେଥିରେ ମହିଳା- ପୁରୁଷ, ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ସମ୍ପ୍ରଦାୟର ସାମୁହିକ ଶକ୍ତି ଲାଗୁଥିଲା। ଏଥିପାଇଁ, ଆଜି ଯେତେବେଳେ ଆମେ ଏକ ଭାରତର କଥା କହୁଛେ, ସେତେବେଳେ ସେହି ଏକ ଭାରତର ସ୍ୱରୂପ କ’ଣ ହେବା ଉଚିତ? ସେହି ଏକ ଭାରତର ସ୍ୱରୂପ ଏଭଳି ହେବା ଉଚିତ- ଏକ ଏଭଳି ଭାରତ, ଯେଉଁଥିରେ ମହିଳାମାନଙ୍କ ପାଖରେ ସମାନ ପ୍ରକାରର ସୁଯୋଗ ରହୁ! ଏକ ଏଭଳି ଭାରତ, ଯେଉଁଠାରେ ଦଳିତ- ବଂଚିତ- ଆଦିବାସୀ-ବନବାସୀ, ଦେଶର ପ୍ରତ୍ୟେକ ନାଗରିକ ନିଜକୁ ଏକ ସମାନ ପ୍ରକାରର ଅନୁଭବ କରିପାରିବେ ! ଏକ ଏଭଳି ଭାରତ, ଯେଉଁଠାରେ ଘର, ବିଜୁଳି, ପାଣି ଭଳି ସୁବିଧା ଗୁଡ଼ିକରେ ଭେଦଭାବ ନଥିବ, ଏକ ସମାନ ଧରଣର ଅଧିକାର ରହିବ ! ଏହା ହିଁ ଆଜି ଦେଶ କରୁଛି। ଏହି ଦିଗରେ ମୁଁ ପ୍ରତିଦିନ ନୂଆ ଲକ୍ଷ୍ୟ ପ୍ରସ୍ତୁତ କରୁଛି। ଆଉ ଏହାସବୁ ହେଉଛି କାରଣ ଯେ, ଆଜି ଦେଶର ପ୍ରତ୍ୟେକ ସଂକଳ୍ପରେ ‘ସବକା ପ୍ରୟାସ’ ବା ସମସ୍ତଙ୍କର ପ୍ରୟାସ ଯୋଡ଼ି ହୋଇ ରହିଛି।

ସାଥୀଗଣ,

ଯେତେବେଳେ ସମସ୍ତଙ୍କର ପ୍ରୟାସ ହୋଇଥାଏ, ସେତେବେଳେ ତାହାଦ୍ୱାରା କ’ଣ ପରିଣାମ ଆସିଥାଏ, ଏହା ଆମେ କରୋନା ବିରୋଧୀ ଦେଶର ଲଢ଼େଇରେ ମଧ୍ୟ ଦେଖିଛେ। ନୂଆ କୋଭିଡ଼ ହସ୍ପାତାଳ ଠାରୁ ନେଇ ଭେଂଟିଲେଟର ପର୍ଯ୍ୟନ୍ତ, ଜରୁରୀ ଔଷଧ ପ୍ରସ୍ତୁତିରୁ ନେଇ 100 କୋଟି ଡୋଜ୍ ଟିକାକରଣ ସୋପାନକୁ ଅତିକ୍ରମ କରିବା ପର୍ଯ୍ୟନ୍ତ, ଏହା ପ୍ରତ୍ୟେକ ଭାରତୀୟ, ପ୍ରତ୍ୟେକ ସରକାର, ପ୍ରତ୍ୟେକ ଉଦ୍ୟୋଗ, ଅର୍ଥାତ ସମସ୍ତଙ୍କ ପ୍ରୟାସ ଦ୍ୱାରା ହିଁ ସମ୍ଭବ ହୋଇ ପାରିଛି। ସମସ୍ତଙ୍କର ପ୍ରୟାସର ଏହି ଭାବନାକୁ ଆମେ ଏବେ ବିକାଶ ପାଇଁ ଗତିର, ଆତ୍ମନିର୍ଭର ଭାରତର ଗଠନର ଆଧାର କରିବାର ଅଛି। ଏହି ନିକଟରେ ମଧ୍ୟ ସରକାରୀ ବିଭାଗର ମିଳିତ ଶକ୍ତିକୁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ରୂପରେ ଏକ ପ୍ଲାଟଫର୍ମକୁ ଅଣା ଯାଇଛି। ବିଗତ ବର୍ଷରେ ଯେଉଁ ଅନେକ ସଂସ୍କାର କରାଯାଇଛି, ତାହାର ସାମୁହିକ ପରିଣାମ ହେଉଛି ଯେ ଭାରତ ନିବେଶର ଏକ ଆକର୍ଷକ କେନ୍ଦ୍ର ପାଲଟି ଯାଇଛି।

ଭାଇ  ଭଉଣୀମାନେ,

ସରକାରଙ୍କ ସହିତ ସମାଜର ଗତିଶକ୍ତି ମଧ୍ୟ ଯୋଡ଼ି ହୋଇ ଯାଇଥାଏ, ସେତେବେଳେ ବଡ଼ରୁ ବଡ଼ ସଂକଳ୍ପର ସିଦ୍ଧି କଠିନ ହୋଇ ନଥାଏ, ସବୁକିଛି ସମ୍ଭବ ହୋଇଥାଏ। ଆଉ ଏଥିପାଇଁ, ଆଜି ଆବଶ୍ୟକ ଯେ, ଯେତେବେଳେ ମଧ୍ୟ ଆମେ କୌଣସି କାମ କରିବା, ସେତେବେଳେ ନିଶ୍ଚୟ ଚିନ୍ତା କରିବା ଯେ ଆମର ବ୍ୟାପକ ରାଷ୍ଟ୍ରୀୟ ଲକ୍ଷ୍ୟ ଉପରେ ତାହାର କ’ଣ ପ୍ରଭାବ ପଡ଼ିବ। ଯେଭଳି ସ୍କୁଲ- କଲେଜରେ ପାଠ ପଢ଼ୁଥିବା ଯୁବକ ଗୋଟିଏ ଲକ୍ଷ୍ୟ ନେଇ ଚାଲିଥାଏ ଯେ ସେ କିଭଳି ଏକ କ୍ଷେତ୍ରରେ ନୂଆ ନବସୃଜନ କରି ପାରିବ। ସଫଳତା- ଅସଫଳତା ନିଜ ସ୍ଥାନରେ ଅଛି, କିନ୍ତୁ ପ୍ରୟାସ କରିବା ହେଉଛି ବହୁତ ଆବଶ୍ୟକ। ଏହିଭଳି ଭାବେ ଯେତେବେଳେ ଆମେ ବଜାରରେ କିଣାକିଣି କରୁଛୁ ତେବେ ନିଜର ପସନ୍ଦ- ନାପସନ୍ଦ ସହିତ ଏହା ମଧ୍ୟ ଦେଖିବା ଯେ ଆମେ କ’ଣ ଏହାଦ୍ୱାରା ଆତ୍ମନିର୍ଭର ଭାରତରେ ସହଯୋଗ କରୁଛୁ କିମ୍ବା ଆମେ ତାହାର ଓଲଟା କରୁଛେ। ଭାରତର ଶିଳ୍ପ ମଧ୍ୟ, ବିଦେଶୀ କଂଚାମାଲର ଅବା ଉପକରଣ ଉପରେ ନିର୍ଭରତାର ଲକ୍ଷ୍ୟ ସ୍ଥିର କରି ପାରିବେ। ଆମର କୃଷକ ମଧ୍ୟ ଦେଶର ଆବଶ୍ୟକତା ଅନୁସାରେ ନୂତନ ଚାଷ ଏବଂ ନୂତନ ଫସଲକୁ ଆପଣାଇ ଆତ୍ମନିର୍ଭର ଭାରତରେ ଭାଗିଦାରୀ ସୁଦୃଢ଼ କରି ପାରିବେ। ଆମର ସମବାୟ ସଂସ୍ଥାସବୁ ମଧ୍ୟ ଦେଶର ଛୋଟ- ଛୋଟ କୃଷକମାନଙ୍କୁ ସୁଦୃଢ଼ କରନ୍ତୁ, ଆମେ ଆମର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଉପରେ ଯେତିକି ପରିମାଣରେ ନିଜର ଧ୍ୟାନ କେନ୍ଦ୍ରିତ କରିବା, ସେମାନଙ୍କର ମଙ୍ଗଳ ପାଇଁ ଆଗକୁ ଆସିବା, ଗାଁର ଅତ୍ୟନ୍ତ ଦୂର-ଦୂରାନ୍ତର ସ୍ଥାନ ପର୍ଯ୍ୟନ୍ତ ଆମେ ଏକ ନୂତନ ବିଶ୍ୱାସ ସୃଷ୍ଟି କରି ପାରିବା ଆଉ ଆମକୁ ଏହି ଦିଗରେ ସଂକଳ୍ପ ନେବା ପାଇଁ ଆଗକୁ ଆସିବାକୁ ପଡ଼ିବ।

ସାଥୀଗଣ,

ଏହି କଥାଗୁଡ଼ିକ ସାଧାରଣ ଲାଗି ପାରେ, କିନ୍ତୁ ଏହାର ଫଳାଫଳ ଅଦ୍ଭୂତପୂର୍ବ ହେବ। ବିଗତ ବର୍ଷମାନଙ୍କରେ ଆମେ ଦେଖିଛୁ ଯେ ଛୋଟ ବୋଲି ଭାବୁଥିବା ସ୍ୱଚ୍ଛତା ଭଳି ବିଷୟକୁ ମଧ୍ୟ ଜନଭାଗିଦାରୀ କିଭଳି ରାଷ୍ଟ୍ରର ଶକ୍ତି ଭାବେ ଗଢ଼ି ତୋଳିଛିି। ଜଣେ ନାଗରିକ ହିସାବରେ ଯେତେବେଳେ ଆମେ ଏକ ଭାରତ ନିର୍ମାଣ କରି ଆଗକୁ ବଢ଼ିଲେ, ଆମକୁ ସଫଳତା ମଧ୍ୟ ମିଳିଲା ଆଉ ଆମେ ଭାରତର ଶ୍ରେଷ୍ଠତାରେ ମଧ୍ୟ ନିଜର ଯୋଗଦାନ ଦେଲେ। ଆପଣ ସବୁବେଳେ ମନେ ରଖନ୍ତ- ଛୋଟରୁ ଅତି ଛୋଟ କାମ ମଧ୍ୟ ହେଉଛି ମହାନ, ଯଦି ତାହା ପଛରେ ଉତମ ଭାବନା ରହିଛି। ଦେଶର ସେବା କରିବାରେ ଯେଉଁ ଆନନ୍ଦ ରହିଛି, ଯେଉଁ ସୁଖ ଅଛି, ତାହାର ବର୍ଣ୍ଣନା ଶବ୍ଦରେ କରାଯାଇ ପାରିବ ନାହିଁ । ଦେଶର ଅଖଣ୍ଡତା ଏବଂ ଏକତା ପାଇଁ, ନିଜର ନାଗରିକ କର୍ତବ୍ୟକୁ ପୂରଣ କରି, ଆମର ପ୍ରତ୍ୟେକ ପ୍ରୟାସ ହିଁ ହେବ ସର୍ଦ୍ଦାର ପଟେଲଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ । ନିଜର ସିଦ୍ଧିଗୁଡ଼ିକର ପ୍ରେରଣା ନେଇ ଆମେ ଆଗକୁ ବଢ଼ିବା, ଦେଶର ଏକତା, ଦେଶର ଶ୍ରେଷ୍ଠତାକୁ ନୂତନ ଶୀଖରରେ ପହଂଚାଇବା, ଏହି କାମନା ସହିତ ଆପଣ ସମସ୍ତଙ୍କୁ ପୁଣିଥରେ ରାଷ୍ଟ୍ରୀୟ ଏକତା ଦିବସର ବହୁତ-ବହୁତ ଶୁଭେଚ୍ଛା ।

ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Leads International Yoga Day Event In Kolkata, Says It Has Become 'World's Biggest Festival'

Media Coverage

PM Modi Leads International Yoga Day Event In Kolkata, Says It Has Become 'World's Biggest Festival'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in mishap in Tiruvallur district of Tamil Nadu
June 21, 2026

The Prime Minister, Shri Narendra Modi has expressed deep grief over the loss of lives due to a mishap in Tiruvallur district of Tamil Nadu.

The Prime Minister conveyed his condolences to those who have lost their loved ones.

Shri Modi also prayed for the speedy recovery of the injured.

The Prime Minister’s Office posted on X;

“Deeply pained to hear about the loss of lives due to a mishap in Tiruvallur district of Tamil Nadu. My condolences to those who have lost their loved ones. Praying for the speedy recovery of the injured: PM @narendramodi”