ପ୍ରଧାନମନ୍ତ୍ରୀ ‘ମ୍ୟୁଜିୟମ ମ୍ୟାପ୍ ଅଫ ଇଣ୍ଡିଆ’ର ଏକ ଦୂରଦର୍ଶୀ ଅବଧାରଣା ଉପସ୍ଥାପନ କଲେ
ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ସଂଗ୍ରହାଳୟର ଏକ ବ୍ୟାପକ ସମନ୍ୱିତ ଡାଟାବେସର ବିକାଶ ପାଇଁ ଦେଲେ ପ୍ରସ୍ତାବ
ଏମର୍ଜେନ୍ସିର ୫୦ ବର୍ଷ ପୂର୍ତ୍ତି ଅବସରରେ ଏମର୍ଜେନ୍ସି ସମୟର ସମସ୍ତ ଆଇନଗତ ଲଢ଼େଇର ଏକ ସଂକଳନ ପ୍ରସ୍ତୁତ କରି ସଂରକ୍ଷଣ ହେବା ଉଚିତ: ପ୍ରଧାନମନ୍ତ୍ରୀ
ବିକାଶ, ଐତିହ୍ୟ ଓ ସ୍ଥିରତାର ପ୍ରତୀକ ସ୍ୱରୂପ ତିନମୂର୍ତ୍ତି ହାଉସରେ ପ୍ରଧାନମନ୍ତ୍ରୀ ଏକ କପୁର ଚାରା ରୋପଣ କଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ତିନମୂର୍ତ୍ତି ହାଉସଠାରେ ପ୍ରାଇମ ମିନିଷ୍ଟର୍ସ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ (ପିଏମଏମଏଲ) ସୋସାଇଟିର ୪୭ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ବିଶ୍ୱବ୍ୟାପୀ ସଂଗ୍ରହାଳୟ ଗୁଡ଼ିକ ଅତ୍ୟଧିକ ମହତ୍ୱ ରଖେ ଏବଂ ଇତିହାସ ସମ୍ପର୍କରେ ଆମକୁ ଅଭିଜ୍ଞତା ଦେବାର କ୍ଷମତା ରଖେ । ସଂଗ୍ରହାଳୟ ପ୍ରତି ଲୋକଙ୍କୁ ଆକର୍ଷିତ କରିବା ଲାଭି କ୍ରମାଗତ ପ୍ରଚେଷ୍ଟାର ଆବଶ୍ୟକତା ଏବଂ ସମାଜରେ ସେମାନଙ୍କର ସମ୍ମାନ ବୃଦ୍ଧି ଜରୁରି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ‘ମ୍ୟୁଜିୟମ ମ୍ୟାପ୍ ଅଫ ଇଣ୍ଡିଆ’ର ଏକ ଦୂରଦର୍ଶୀ ଅବଧାରଣା ଉପସ୍ଥାପନ କରିଥିଲେ । ଏହା ଦେଶବ୍ୟାପୀ ଥିବା ସଂଗ୍ରହାଳୟର ଏକୀକୃତ ସାଂସ୍କୃତିକ ଏବଂ ସୂଚନାତ୍ମକ ପରିଦୃଶ୍ୟକୁ ବର୍ଣ୍ଣନା କରୁଛି ।

 

ପ୍ରଯୁକ୍ତି ବିଦ୍ୟାର ବର୍ଦ୍ଧିତ ବ୍ୟବହାରକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ସଂଗ୍ରହାଳୟର ଏକ ବ୍ୟାପକ ସମନ୍ୱିତ ଡାଟାବେସର ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ । ସଂଗ୍ରହାଳୟର ଗୁଣବତ୍ତା ମାନାଙ୍କ, ଭିଜିଟରଙ୍କ ସଂଖ୍ୟା ଆଧାରରେ ଏହା ହେବା ଆବଶ୍ୟକ । ସଂଗ୍ରହାଳୟ ଯେଉଁମାନେ ପରିଚାଳନା କରୁଛନ୍ତି, ସେମାନେ ଦକ୍ଷତା ଗଠନ ଏବଂ ଜ୍ଞାନ ଆଦାନପ୍ରଦାନକୁ ଦୃଷ୍ଟିରେ ରଖି ନିୟମିତ କର୍ମଶାଳା ଆୟୋଜନ କରିବାକୁ ସେ ମଧ୍ୟ    ପ୍ରସ୍ତାବ ଦେଇଥିଲେ ।

ଦେଶର ସଂଗ୍ରହାଳୟ ଗୁଡ଼ିକ ଉପରେ ନୂତନ ଚିନ୍ତାଧାରା ଏବଂ ଦୃଷ୍ଟିକୋଣ ଆଣିବାକୁ ପ୍ରତ୍ୟେକ ରାଜ୍ୟରେ ୩୫ ବର୍ଷରୁ କମ୍ ବୟସର ୫ଜଣ ବ୍ୟକ୍ତିଙ୍କୁ ନେଇ ଗୋଟିଏ ଲେଖାଏ କମିଟି ଗଠନ ଭଳି ନୂତନ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

 

ସମସ୍ତ ପ୍ରଧାନମନ୍ତ୍ରୀମାନଙ୍କ ଉପରେ ଏକ ସଂଗ୍ରହାଳୟ ନିର୍ମାଣ ହୋଇଥିବାରୁ ଏହା ସମସ୍ତଙ୍କ ପ୍ରତି ନ୍ୟାୟ ହୋଇପାରିଛି, ଏପରିକି ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପ୍ରତି ମଧ୍ୟ । ୨୦୧୪ ମସିହା ପୂର୍ବରୁ ଏହା ହୋଇପାରିନଥିଲା ।

ଭାରତୀୟ ସଂଗ୍ରହାଳୟରେ ସଂରକ୍ଷିତ ଥିବା ସମୃଦ୍ଧ ଐତିହ୍ୟ ବାବଦରେ ସଚେତନତା ସୃଷ୍ଟି କରିବାକୁ ଦେଶର ଶ୍ରେଷ୍ଠ ଇନଫ୍ଲୁଏନ୍ସର ମାନଙ୍କୁ ନିୟୋଜିତ କରିବା ସହ ସେମାନଙ୍କୁ ଓ ବିଭିନ୍ନ ଦୂତାବାସର ଅଧିକାରୀମାନଙ୍କୁ ସଂଗ୍ରହାଳୟ ବୁଲିବାକୁ ନିମନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏମର୍ଜେନ୍ସିର ୫୦ ବର୍ଷ ପୂର୍ତ୍ତି ଅବସରରେ ଏମର୍ଜେନ୍ସି ସମୟର ସମସ୍ତ ଆଇନଗତ ଲଢ଼େଇର ଏକ ସଂକଳନ ପ୍ରସ୍ତୁତ କରି  ସଂରକ୍ଷଣ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

 

ସମସ୍ତ ନଥିପତ୍ରକୁ ବ୍ୟବସ୍ଥିତ ଢଙ୍ଗରେ ସଂରକ୍ଷଣ ଏବଂ ଉପସ୍ଥାପନର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଜୋର୍ ଦେଇଥିଲେ । ସେ କହିଥିଲେ, ବର୍ତ୍ତମାନର ବ୍ୟବସ୍ଥା ଓ ରେକର୍ଡକୁ ସୁଦୃଢ଼ କରିବା ଫଳରେ ଆମେ ଏହା ନିଶ୍ଚିତ ହୋଇପାରିବା ଯେ ଭବିଷ୍ୟତ ପିଢ଼ି ଓ ଗବେଷକମାନେ ନିର୍ଦ୍ଦିଷ୍ଟ ଭାବେ ବର୍ତ୍ତମାନର ସମୟକୁ ବୁଝିପାରିବେ ଏବଂ ପଢ଼ିପାରିବେ ।

ପିଏମଏମଏଲ ସୋସାଇଟିର ଅନ୍ୟ ସଦସ୍ୟମାନେ ମଧ୍ୟ ସେମାନଙ୍କ ମତାମତ ଦେଇଥିଲେ ଏବଂ ସଂଗ୍ରହାଳୟ ଓ ଲାଇବ୍ରେରୀର ବିକାଶ ପାଇଁ ନିଜ ଦୃଷ୍ଟିକୋଣ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ବିକାଶ, ଏତିହ୍ୟ ଓ ସ୍ଥିରତାର ପ୍ରତୀକ ସ୍ୱରୂପ ତିନମୂର୍ତ୍ତି ହାଉସ ଲନରେ ପ୍ରଧାନମନ୍ତ୍ରୀ ଏକ କପୁର ଚାରା ରୋପଣ କରିଥିଲେ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over mishap in Coimbatore
April 17, 2026

The Prime Minister, Shri Narendra Modi, has expressed deep anguish over the mishap in Coimbatore, Tamil Nadu.

Shri Modi said that he is distressed to hear about the incident and extended his heartfelt condolences to those who have lost their loved ones. He also prayed for the speedy recovery of those injured in the mishap.

The Prime Minister’s Office posted on X;

“Distressed to hear about the mishap in Coimbatore, Tamil Nadu. I extend my heartfelt condolences to those who have lost their loved ones in the mishap. Prayers for the speedy recovery of those injured: PM @narendramodi”