“ଐତିହାସିକ ଉତଥାନ ପତନ ମଧ୍ୟରେ ମଣିପୁରବାସୀଙ୍କ ଏକତା ଓ ନମନୀୟତା ସେମାନଙ୍କ ପ୍ରକୃତ ଶକ୍ତି”
“ବନ୍ଦ ଓ ଅବରୋଧରୁ ମୁକ୍ତି ଓ ଶାନ୍ତି ନିମନ୍ତେ ମଣିପୁର ହକଦାର”
“ମଣିପୁରକୁ ଦେଶର କ୍ରୀଡା ଶକ୍ତିକେନ୍ଦ୍ର କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ”
“ମଣିପୁରକୁ ଉତ୍ତର-ପୂର୍ବ ଆକ୍ଟଇଷ୍ଟ ନୀତିର କେନ୍ଦ୍ର କରିବା ପାଇଁ ମଣିପୁରର ଏକ ମୁଖ୍ୟ ଭୂମିକା ରହିଛି”
“ମଣିପୁରର ଅଭିବୃଦ୍ଧି ଯାତ୍ରା ପଥରେ ଥିବା ବାଧାବିଘ୍ନ ଘୁଞ୍ଚିଯାଇଛି ଓ ଆଗାମୀ ୨୫ ବର୍ଷ ମଣିପୁର ବିକାଶର ହେବ ଅମୃତ କାଳ”

ଖୁରମଜରୀ!

ନମସ୍କାର

ମଣିପୁର ଲୋକମାନଙ୍କୁ ୫ଠ ବର୍ଷର ସମାପ୍ତି ହେବା ଅବସରରେ ବହୁତ ବହୁତ ଅଭିନନ୍ଦନ!

ମଣିପୁର ଆଜି ଏକ ରାଜ୍ୟ ଭାବରେ ଯେଉଁ ଶିଖରରେ ପହଞ୍ଚôଛି, ସେଥିପାଇଁ ଅନେକ ଲୋକ ନିଜର ଦୃଢ଼ତା ଏବଂ ବଳିଦାନ ଦେଇଛନ୍ତି । ମୁଁ ଆଦରପୂର୍ବକ ସମ୍ମାନର ସହିତ ଏହିପରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଣାମ କରୁଛି । ଗତ ୫ଠ ବର୍ଷ ମଧ୍ୟରେ ମଣିପୁର ଅନେକ ଉତ୍ଥାନ ପତନ ଦେଖିଛି । ସମସ୍ତ ପରିସ୍ଥିତିକୁ ସାମ୍ନା କରି ମଣିପୁରର ସମସ୍ତ ଲୋକ ଏକ ପ୍ରକାରର ଜୀବନଯାପନ କରୁଥିଲେ, ଏହା ହେଉଛି ମଣିପୁରର ପ୍ରକୃତ ଶକ୍ତି । ଗତ ୭ ବର୍ଷ ମଧ୍ୟରେ ଆପଣମାନଙ୍କ ନିକଟକୁ ଆସିବା ଏବଂ ଆପଣମାନଙ୍କ ଆଶା, ଆକାଂକ୍ଷା ଏବଂ ଆବଶ୍ୟକତାର ପ୍ରଥମ ହିସାବ ନେବାକୁ ଆସିବା ପାଇଁ ମୋର ନିରନ୍ତର ପ୍ରୟାସ ଜାରି ରହିଥିଲା । ଏହା ମଧ୍ୟ ଏକ କାରଣ ଯେଉଁଥିରେ ମୁଁ ଆପଣମାନଙ୍କର ଆଶା, ଆପଣମାନଙ୍କର ଭାବନାକୁ ଭଲ ଭାବରେ ବୁଝିବାକୁ ସକ୍ଷମ ହେଲି ଏବଂ ଆପଣମାନଙ୍କର ସମସ୍ୟାର ସମାଧାନ ପାଇଁ ନୂତନ ଉପାୟ ଖୋଜିଲି । ମଣିପୁର ଶାନ୍ତି ପାଇବାକୁ ଯୋଗ୍ୟ, ଯାହା ବନ୍ଦ ଅବରୋଧରୁ ମୁକ୍ତି ପାଇବାର ଯୋଗ୍ୟ ବିବେଚିତ ହେଉଛି । ମଣିପୁରର ଲୋକଙ୍କ ପାଇଁ ଏହା ଏକ ବଡ଼ ଆକାଂକ୍ଷା ରହିଛି । ଆଜି ମୋତେ ଖୁସି ଲାଗୁଛି ଯେ, ମଣିପୁରର ଲୋକମାନେ ବୀରେନ ସିଂହ ଜୀଙ୍କ ନେତୃତ୍ୱରେ ଏହା ହାସଲ କରିଛନ୍ତି । ଦୀର୍ଘ ସମୟ ଅପେକ୍ଷା ପରେ ଏହା ହାସଲ କରିଛନ୍ତି । ଆଜି ବିକାଶ ବିନା କୌଣସି ଭେଦଭାବରେ ମଣିପୁରର ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ବର୍ଗରେ ପହଂଚିପାରୁଛି । ବ୍ୟକ୍ତିଗତ ଭାବେ ମୋ ପାଇଁ ଏହା ଅତ୍ୟନ୍ତ ସନ୍ତୋଷଜନକ ବିଷୟ ।

ସାଥୀମାନେ,

ମୁଁ ଏହା ଦେଖି ବହୁତ ଖୁସି ଯେ ଆଜି ମଣିପୁର ନିଜର ସାମର୍ଥ୍ୟକୁ ବିକାଶରେ ଲଗାଉଛି, ଏଠିକାର ଯୁବଗୋଷ୍ଠୀମାନଙ୍କର ସାମର୍ଥ୍ୟ ବିଶ୍ୱ ପଟ୍ଟଳରେ ଉଜ୍ୱଳ ହୋଇ ଆସୁଛି । ଆଜି ଯେତେବେଳେ ଆମେ ଖେଳ ପଡ଼ିଆରେ ମଣିପୁରର ପୁଅ ଓ ଝିଅମାନଙ୍କର ଆଗ୍ରହ ଏବଂ ଉତ୍ସାହ ଦେଖୁଛୁ, ସେତେବେଳେ ସମଗ୍ର ଦେଶର ମଥା ଗର୍ବର ସହିତ ଉପରକୁ ହୋଇଯାଇଥାଏ । ମଣିପୁରର ଯୁବକମାନଙ୍କର ସାମର୍ଥ୍ୟକୁ ଦୃଷ୍ଟିରେ ରଖି, ଆମେ ରାଜ୍ୟକୁ ଦେଶର ଏକ କ୍ରୀଡ଼ା ଶକ୍ତି ଗୃହରେ ପରିଣତ କରିବା ପାଇଁ ପଦକ୍ଷେପ ନେଇଛୁ । ଦେଶର ପ୍ରଥମ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପଛରେ ଏହି ଚିନ୍ତାଧାରା ରହିଛି । କ୍ରୀଡ଼ା, କ୍ରୀଡ଼ା ସହିତ ଜଡ଼ିତ ଶିକ୍ଷା, କ୍ରୀଡ଼ା ପ୍ରବନ୍ଧନ ଏବଂ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ବଡ଼ ପ୍ରୟାସ ଅଟେ । କେବଳ କ୍ରୀଡ଼ା ନୁହେଁ, ମଣିପୁରର ଯୁବକମାନେ ଷ୍ଟାର୍ଟଅପ ଏବଂ ଉଦ୍ୟୋଗୀତା କ୍ଷେତ୍ରରେ ମଧ୍ୟ ଚମକ୍ରାର କାର୍ଯ୍ୟ କରୁଛନ୍ତି । ଏଥିରେ ମଧ୍ୟ ଭଉଣୀ ଏବଂ ଝିଅମାନଙ୍କର ଭୂମିକା ପ୍ରଶଂସନୀୟ ରହିଛି । ମଣିପୁର ନିକଟରେ ହସ୍ତତନ୍ତର ଯେଉଁ ଶକ୍ତି ରହିଛି ତାହାକୁ ସମୃଦ୍ଧ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଛନ୍ତି ।

ସାଥୀମାନେ,

ଉତ୍ତର-ପୂର୍ବକୁ ଆକ୍ଟ ଇଷ୍ଟ ପଲିସିର କେନ୍ଦ୍ର କରିବା ପାଇଁ ଆମେ ଯେଉଁ ଦୃଷ୍ଟି ନେଇ ଆଗକୁ ବଢୁଛୁ ସେଥିରେ ମଣିପୁରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଯାତ୍ରୀବାହୀ ଟ୍ରେନ ପାଇଁ ଆପଣଙ୍କୁ ୫ଠ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା । ଏତେ ଦୀର୍ଘ ସମୟ ପରେ, ଅନେକ ଦଶନ୍ଧି ପରେ, ଆଜି ରେଳ ଇଞ୍ଜିନ ମଣିପୁରରେ ପହଞ୍ଚôଛି ଏବଂ ଯେତେବେଳେ ଆମେ ଏହି ସ୍ୱପ୍ନକୁ ସାକାର କରୁଥିବାରୁ ଦେଖୁଛୁ, ସେତେବେଳେ ପ୍ରତ୍ୟେକ ମଣିପୁରବାସୀ କହୁଛନ୍ତି ଯେ ଏହା ଡବଲ ଇଞ୍ଜିନ ସରକାରଙ୍କ କମାଲ । ଏତିକି ମୌଳିକ ସୁବିଧା ଏଠାରେ ପହଂଚିବାକୁ ଦଶନ୍ଧି ସମୟ ଲାଗିଗଲା, କିନ୍ତୁ ବର୍ତ୍ତମାନ ମଣିପୁରର ସଂଯୋଗୀକରଣ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ଆଜି ହଜାର ହଜାର କୋଟି କୋଟି ମୂଲ୍ୟର ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକ ଉପରେ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏଥିରେ ଜିରବମ-ତୁପୁଲ-ଇମ୍ଫାଲ ରେଳ ଲାଇନ ମଧ୍ୟ ଅନ୍ତର୍ଭୁକ୍ତ । ଇମ୍ଫାଲ ବିମାନବନ୍ଦରର ଆନ୍ତର୍ଜାତୀୟ ସ୍ଥିତି ଉତ୍ତର-ପୂର୍ବ, କୋଲକାତା, ବାଙ୍ଗାଲୋର ଏବଂ ଦିଲ୍ଲୀ ସହିତ ବିମାନ ଯୋଗାଯୋଗ ଉନ୍ନତ ହୋଇପାରିଛି । ଭାରତ- ମ୍ୟାମାର-ଥାଇଲାଣ୍ଡ ତ୍ରିପାକ୍ଷିକ ରାଜପଥର ମଧ୍ୟ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଉତ୍ତର-ପୂର୍ବରେ ୯ ହଜାର କୋଟି ଟଙ୍କାର ଯେଉଁ ନାଚୁରାଲ ଗ୍ୟାସ ପାଇପଲାଇନ ବିଛାଯାଉଛି ତାହାର ସୁଫଳ ମଧ୍ୟ ମଣିପୁରବାସୀଙ୍କୁ ମିଳିବ ।

ଭାଇ ଓ ଭଉଣୀମାନେ,

୫ଠ ବର୍ଷର ଯାତ୍ରା ପରେ ଆଜି ମଣିପୁର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଛିଡ଼ା ହୋଇଛି । ମଣିପୁର ଦ୍ରୁତ ବିକାଶ ଦିଗରେ ଯାତ୍ରା ଆରମ୍ଭ କରିଦେଇଛି । ଯେଉଁ ବାଧାଗୁଡ଼ିକ ଥିଲା ତାହା ବର୍ତ୍ତମାନ ଦୂର ହୋଇଯାଇଛି । ଏଠାରୁ ବର୍ତ୍ତମାନ ଆମକୁ ପଛକୁ ଫେରି ଦେଖିବା ନାହିଁ । ଯେତେବେଳେ ଆମ ଦେଶ ସ୍ୱାଧୀନତାର ୧ଠଠ ବର୍ଷ ପୂରଣ କରିବ, ସେତେବେଳେ ମଣିପୁରକୁ ପୂର୍ଣ୍ଣ ରାଜ୍ୟ ହେବା ପାଇଁ ୭୫ ବର୍ଷ ହେବ । ସେଥିପାଇଁ ମଣିପୁର ପାଇଁ ମଧ୍ୟ ଏହା ହେଉଛି ବିକାଶର ଅମୃତ କାଳ । ଆମକୁ ମନେ ରଖିବାକୁ ହେବ ଯେ, ମଣିପୁରର ବିକାଶକୁ ଦୀର୍ଘ ସମୟ ଧରି ଯେଉଁ ଶକ୍ତିମାନେ ରୋକିଥିଲେ, ସେମାନେ ପୁନର୍ବାର ଯେପରି ମୁଣ୍ଡ ଉଠାଇବାକୁ ସୁଯୋଗ ପାଇବେ ନାହିଁ । ବର୍ତ୍ତମାନ ଆମକୁ ଆଗାମୀ ଦଶନ୍ଧି ପାଇଁ ନୂତନ ସ୍ୱପ୍ନ, ନୂତନ ସଂକଳ୍ପ ସହିତ ଚାଲିବାକୁ ପଡ଼ିବ । ମୁଁ ବିଶେଷ ଭାବରେ ଯୁବଗୋଷ୍ଠୀର ପୁଅ ଏବଂ ଝିଅମାନଙ୍କୁ ଆଗ୍ରହ ପ୍ରକାଶ କରିବି ଯେ ତୁମମାନଙ୍କୁ ଆଗକୁ ଆସିବାକୁ ପଡ଼ିବ । ତୁମର ଉଜ୍ୱଳ ଭବିଷ୍ୟତ ସମ୍ପର୍କରେ ମୁଁ ବହୁତ ଆଶ୍ୱସ୍ତ ଅଛି । ବିକାଶର ଡବଲ ଇଞ୍ଜିନ ସହିତ ମଣିପୁରକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବାକୁ ପଡ଼ିବ । ମଣିପୁରର ମୋର ପ୍ରିୟ ଭାଇ ଓ ଭଉଣୀମାନେ, ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା!

ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's airport passenger handling capacity crosses 580 million: Govt

Media Coverage

India's airport passenger handling capacity crosses 580 million: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the effort and dedication of India's Youth
August 04, 2026

The Prime Minister, Shri Narendra Modi, shared a Sanskrit Subhashitam applauding the effort and dedication of India's Youth:

"न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥"

Shri Modi said that through continuous effort and dedication, our talents are honed and refined, and our youth is imbibing these very qualities and bringing glory to India.

The Prime Minister posted on X:

निरंतर प्रयास और साधना से हमारी प्रतिभा और निखरती है। आज हमारे युवा इन्हीं गुणों को आत्मसात कर दुनियाभर में देश का नाम रोशन कर रहे हैं।

न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥