ଯେତେବେଳେ ଚିପ୍‌ସ୍ କାମ ନ କରେ, ସେତେବେଳେ ଆପଣଙ୍କ କୋଡ କରେ କାମ ଆଇଟି କ୍ଷେତ୍ରକୁ କହିଲେ ପ୍ରଧାନମନ୍ତ୍ରୀ
ପ୍ରଯୁକ୍ତି ଶିଳ୍ପକୁ ବିଭିନ୍ନ ନିୟନ୍ତ୍ରଣରୁ ମୁକ୍ତ କରିବାକୁ ସରକାର ଚେଷ୍ଟା କରୁଛନ୍ତି : ପ୍ରଧାନମନ୍ତ୍ରୀ
ନୂତନ ସୁଯୋଗର ଫାଇଦା ନେବାକୁ ଯୁବ ଶିଳ୍ପଦ୍ୟୋଗୀ ସ୍ୱାଧୀନ ହେବା ଦରକାର: ପ୍ରଧାନମନ୍ତ୍ରୀ

ନମସ୍କାର!


ଚଳିତଥରର ନାସକମ୍ ଟେକ୍ନୋଲୋଜି ଓ ନେତୃତ୍ୱ ଫୋରମ୍ ମୋ ଦୃଷ୍ଟିରେ ଖୁବ୍ ସ୍ୱତନ୍ତ୍ର । ଏହା ଏକ ଏଭଳି ସମୟ ଯେତେବେଳେ ବିଶ୍ୱ ଭାରତକୁ ପୁର୍ବ ଅପେକ୍ଷା ଅଧିକ ଆଶା ଓ ଭରସାର ସହ ଦେଖୁଛି ।
ଆମର ଏଠାରେ କୁହାଯାଏ - ନା ଦୈନ୍ୟମ୍‌, ନା ପଳାୟନମ୍‌! ଅର୍ଥାତ୍‌, ଆହ୍ୱାନ ଯେତେ ବି କଷ୍ଟ ହେଉନା କାହିଁକି, ଆମେ ନିଜକୁ ଦୁର୍ବଳ ଭାବିବା ଉଚିତ୍ ନୁହେଁ କିମ୍ବା ଆହ୍ୱାନକୁ ଡରି ପଳାୟନ କରିବା ଉଚିତ୍ ନୁହେଁ । କରୋନା ସମୟରେ ଭାରତର ଜ୍ଞାନ-ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା କେବଳ ନିଜକୁ ପ୍ରମାଣିତ କରିନାହିଁ, ବରଂ ନିଜକୁ ବିକଶିତ ମଧ୍ୟ କରିଛି । ଏକଦା ସମୟ ଥିଲା ଯେତେବେଳେ ଆମେ ବସନ୍ତ ଟିକା ପାଇଁ ମଧ୍ୟ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲୁ । ଆଉ ଆଜି ଆମେ ଏଭଳି ଏକ ସମୟରେ ଉପନୀତ ହୋଇଛୁ ଯେତେବେଳେ ଅନେକ ଦେଶକୁ ମେଡ ଇନ ଇଣ୍ଡିଆ କରୋନା ଟିକା ଯୋଗାଇ ଦେଉଛୁ । କରୋନା ସମୟରେ ଭାରତ ଯେଉଁସବୁ ସମାଧାନ ଦେଲା, ତାହା ଆଜି ସମଗ୍ର ବିଶ୍ୱ ପାଇଁ ପ୍ରେରଣା । ଏବଂ ଯେପରି ଏବେ ଆପଣମାନଙ୍କ କଥା ଶୁଣିବାକୁ ମତେ ସୁଯୋଗ ମିଳିଲା ତଥା ଯେମିତି କିଛି ସିଇଓମାନେ କହିଲେ ଯେ, ଏଥିରେ ମଧ୍ୟ ଭାରତର ପ୍ରଯୁକ୍ତି ବିଦ୍ୟା ଶିଳ୍ପ ଉଲ୍ଲେଖନୀୟ ସଫଳତା ହାସଲ କରିଛିି । When the chips were down, your code kept things running. ଯେତେବେଳେ ସମଗ୍ର ଦେଶ ଚାରି କାନ୍ଥରେ ସିମୀତ ଥିଲା ସେତେବେଳେ ଆପଣମାନେ ଘରେ ରହି ସମଗ୍ର ଉଦ୍ୟୋଗ କ୍ଷେତ୍ରକୁ ସହଜରେ ଚଳାଉଥିଲେ । ଗତ ବର୍ଷର ପରିସଂଖ୍ୟାନ ବିଶ୍ୱକୁ ଚକିତ କରିଥାଇପାରେ ମାତ୍ର ଆପଣମାନଙ୍କ କ୍ଷମତାକୁ ଦେଖିଲେ ଭାରତବାସୀଙ୍କୁ ଏହା ଖୁବ୍ ସ୍ୱାଭାବିକ ଲାଗୁଥିଲା ।


ବନ୍ଧୁଗଣ,
ଏଭଳି ପରିସ୍ଥିତିରେ ଯେତେବେଳେ ସବୁ କ୍ଷେତ୍ର କରୋନା ଦ୍ୱାରା ପ୍ରଭାବିତ ଥିଲା, ସେତେବେଳେ ମଧ୍ୟ ଆପଣମାନେ ପାଖାପାଖି ୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛନ୍ତି । ଯେତେବେଳେ ଅଭିବୃଦ୍ଧି ନିମ୍ନଗାମୀ ହେବ ବୋଲି ଆଶଙ୍କା କରାଯାଉଥିଲା, ସେତେବେଳେ ମଧ୍ୟ ଯଦି ଭାରତର ଆଇଟି କ୍ଷେତ୍ର ନିଜ ରାଜସ୍ୱରେ ୪ ବିଲିୟନ ଡଲାର ଯୋଡି ପାରିଥିଲା, ତେବେ ଏହା ନିଶ୍ଚିତଭାବେ ପ୍ରଶଂସନୀୟ, ଏବଂ ଆପଣଙ୍କର ସମସ୍ତ ଟିମ୍ ଅଭିନନ୍ଦନର ଅଧିକାରୀ ଅଟନ୍ତି । ଏହି ସମୟରେ ଲକ୍ଷ ଲକ୍ଷ ନୂଆ ରୋଜଗାର ଦେଇ ଆଇଟି ଶିଳ୍ପ ଏହା ପ୍ରମାଣିତ କରିଛି ଯେ ଏହା ଭାରତର ବିକାଶର ଏକ ମଜବୁତ ସ୍ତମ୍ଭ । ଆଜି ସମସ୍ତ ତଥ୍ୟ, ସମସ୍ତ ସୂଚକାଙ୍କ ଏହା ଦେଖାଉଛି ଯେ ଆଇଟି ଶିଳ୍ପର ଏହି ଅଭିବୃଦ୍ଧିର ଗତିଶୀଳତା ଏକ ନୂତନ ଶିଖର ଛୁଇଁବାକୁ ଯାଉଛି ।


ବନ୍ଧୁଗଣ,
ନୂତନ ଭାରତ, ପ୍ରତ୍ୟେକ ଭାରତବାସୀ, ପ୍ରଗତି ପାଇଁ ଅଧୀର । ଆମ ସରକାର, ନୂତନ ଭାରତର, ଭାରତର ଯୁବପିଢୀର ଏହି ଭାବନାକୁ ବୁଝନ୍ତି । ୧୩୦ କୋଟିରୁ ଅଧିକ ଭାରତୀୟଙ୍କ ଆଶା ଆଙ୍କାକ୍ଷା ଆମକୁ ଦୃତ ଗତିରେ ଆଗକୁ ବଢିବାକୁ ପ୍ରେରିତ କରୁଛି । ନୂତନ ଭାରତକୁ ନେଇ ସରକାରଙ୍କ ନିକଟରୁ ଯେତିକି ଆଶା କରାଯାଉଛି, ସେତିକି ଆପଣମାନଙ୍କଠାରୁ ବି, ବେଶର ବେସରକାରୀ କ୍ଷେତ୍ରରୁ ମଧ୍ୟ ଆଶା କରାଯାଉଛି ।

ବନ୍ଧୁଗଣ,
ଭାରତର ଆଇଟି ଶିଳ୍ପ ବହୁ ବର୍ଷ ପୂର୍ବରୁ ବିଶ୍ୱସ୍ତରରେ ନିଜର ପଦଚିହ୍ନ ମଜବୁତ୍ କରିସାରିଛି । ଭାରତୀୟ ବିଶେଷଜ୍ଞମାନେ ସମଗ୍ର ବିଶ୍ୱକୁ ସେବା ଓ ସମାଧାନ ଯୋଗାଇ ଦେବାରେ ବିଶେଷ ଯୋଗଦାନ ଦେବା ସହିତ ଏଥିରେ ଅଗ୍ରଣୀ ଭୂମିକା ତୁଲାଉଥିଲେ । ମାତ୍ର କେତେକ କାରଣ ଥିଲା ଯାହାଫଳରେ ଭାରତର ଘରୋଇ ବଜାରକୁ ଏହାର ଆଇଟି ଶିଳ୍ପର ଲାଭ ମିଳିପାରୁନଥିଲା । ଏହି କାରଣରୁ ଭାରତରେ ଡିଜିଟାଲ ବିଭାଜନ ବୃଦ୍ଧି ପାଇବାରେ ଲାଗିଲା । ଏକ ପ୍ରକାର କହିବାକୁ ଗଲେ ଦୀପ ତଳ ଅନ୍ଧାର ଭଳି କଥା ଆମ ସମ୍ମୁଖରେ ଥିଲା । ଆମ ସରକାରଙ୍କ ନୀତି ଓ ନିଷ୍ପତି ଏହାର ସାକ୍ଷୀ ଯେ ଆମ ସରକାର କିଭଳି ଏହି ଆଭିମୁଖ୍ୟକୁ ବଦଳାଇ ଦେଇଛନ୍ତି ।


ବନ୍ଧୁଗଣ,
ଆମ ସରକାର ଏହା ଭଲଭାବେ ଜାଣନ୍ତି ଯେ ବାନ୍ଧିରଖିଲେ ଭବିଷ୍ୟତର ନେତୃତ୍ୱ ବିକଶିତ ହୋଇପାରିବ ନାହିଁ । ଏଥିପାଇଁ ସରକାରଙ୍କ ଦ୍ୱାରା ପ୍ରଯୁକ୍ତିଭିତିକ ଶିଳ୍ପକୁ ଅନାବଶ୍ୟକ ନିୟନ୍ତ୍ରଣରୁ, ବନ୍ଧନରୁ ମୁକ୍ତ କରିବାର ପ୍ରୟାସ ଜାରି ରହିଛି । ଜାତୀୟ ଡିଜିଟାଲ ଯୋଗାଯୋଗ ନୀତି ଏହିଭଳି ଏକ ପ୍ରୟାସ ଥିଲା । ଭାରତକୁ ବିଶ୍ୱସ୍ତରୀୟ ସଫ୍ଟୱାର ଉତ୍ପାଦନର ପେଣ୍ଠରେ ପରିଣତ କରିବା ପାଇଁ ଜାତୀୟ ନୀତି ମଧ୍ୟ ପ୍ରଣୟନ କରାଗଲା । ସଂସ୍କାରର ଏହି ପ୍ରକ୍ରିୟା କରୋନା ସମୟରେ ମଧ୍ୟ ଜାରି ରହିଲା । କରୋନା କାଳରେ ହିଁ “ଅନ୍ୟାନ୍ୟ ସେବା ପ୍ରଦାନକାରୀ” ମାର୍ଗଦର୍ଶିକା ମଧ୍ୟ ଜାରି କରାଗଲା, ଏବେ ଯୋଉ କଥା


ବିଷୟରେ ଆପଣମାନେ ଆଲୋଚନା କରୁଥିଲେ । ଏହାଦ୍ୱାରା ନୂଆ ପରିସ୍ଥିତିରେ କାମ କରିବା ଆପଣମାନଙ୍କ ପାଇଁ ସହଜ ହେଲା, ଆପଣମାନଙ୍କ କାର୍ଯ୍ୟକୁ ଖୁବ୍ କମ୍ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିଲା । ଆଜି ଯେମିତି ଆପଣମାନଙ୍କ ଭିତରୁ କିଛି ବନ୍ଧୁ ସୂଚନା ଦେଲେ, ୯୦ ପ୍ରତିଶତରୁ ବି ଅଧିକ ଲୋକ ନିଜ ଘରୁ କାମ କରୁଛନ୍ତି, କେବଳ ଏତିକି ନୁହେଁ, କିଛି ଲୋକ ତ ସେମାନଙ୍କ ନିଜ ଜନ୍ମିତ ଗାଁରୁ କାମ କରୁଛନ୍ତି । ଦେଖନ୍ତୁ ଏହା ନିଜ ମଧ୍ୟରେ ଏକ ବିରାଟ ଶକ୍ତି ଭାବେ ଉଭା ହେବାକୁ ଯାଉଛି । ୧୨ଟି ପ୍ରମୁଖ ସେବା କ୍ଷେତ୍ରରେ ସୂଚନା ପ୍ରଯୁକ୍ତିକୁ ସାମିଲ କରିବାର ଲାଭ ମଧ୍ୟ ଆପଣମାନଙ୍କୁ ମିଳିବାକୁ ଯାଉଛି ।

ବନ୍ଧୁଗଣ,
ଦୁଇ ଦିନ ପୂର୍ବରୁ ହିଁ ଏକ ଗୁରୁତ୍ୱପୂର୍ଣ୍ଣ ନୀତିରେ ସଂସ୍କାର ଅଣାଯାଇଛି, ଯାହାକୁ ଆପଣମାନେ ସମସ୍ତେ ମଧ୍ୟ ସ୍ୱାଗତ କରିଛନ୍ତି । ମ୍ୟାପ୍ ଓ ଜିଓ ସ୍ପାଶିଆଲ୍ ଡାଟାକୁ ନିୟନ୍ତ୍ରଣରୁ ମୁକ୍ତ କରି, ଏହାକୁ ଶିଳ୍ପ ପାଇଁ ଉନ୍ମୁକ୍ତ କରିବା, ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଏଭଳି ଏକ ପଦକ୍ଷେପ ଯାହା ଏହି ଫୋରମ୍‌ର ବିଷୟବସ୍ତୁ – “ଏକ ଅଧିକ ଉତମ ସ୍ୱାଭାବିକ ବ୍ୟବସ୍ଥା ପାଇଁ ଭବିଷ୍ୟତକୁ ଆକାର ପ୍ରଦାନ”ସହ ସାମଞ୍ଜସ୍ୟ ରଖିଛି । ମୁଁ ଭାବୁଛିି ଯେ ଆପଣଙ୍କ ଶିଖର ସମ୍ମିଳନୀର ଯାହା କାର୍ଯ୍ୟ, ତାହାକୁ ସରକାର କରିଦେଇଛନ୍ତି, ଏହା ଏଭଳି ଏକ ପଦକ୍ଷେପ ଯାହା ଆମର ପ୍ରଯୁକ୍ତିଭିତିକ ଷ୍ଟାର୍ଟ ଅପ୍ ପରିବେଶକୁ ସଶକ୍ତ କରିବାକୁ ଯାଉଛି । ଏହା ଏଭଳି ଏକ ପଦକ୍ଷେପ, ଯାହା କେବଳ ପ୍ରଯୁକ୍ତି ଶିଳ୍ପ ନୁହେଁ ବରଂ ଆତ୍ମନିର୍ଭର ଭାରତର ବ୍ୟାପକ ଅଭିଯାନକୁ ମଜବୁତ୍ କରୁଛି । ମୋର ମନେଅଛି, ଆପଣମାନଙ୍କ ମଧ୍ୟରୁ ଅନେକ ଉଦ୍ୟମୀ, ମ୍ୟାପ ଓ ଜିଓ ସ୍ୱାଶିଆଲ ଡାଟାଭିତିକ କଟକଣା ଏବଂ ନାଲି ଫିତା କାର୍ଯ୍ୟ ସଂସ୍କୃତି ସହିତ ସମ୍ପୃକ୍ତ ବିଷୟଗୁଡିକୁ ପୃଥକ୍ ପୃଥକ୍ ମଂଚରେ ଉପସ୍ଥାପିତ କରୁଛନ୍ତି ।
ଏବେ ଗୋଟିଏ କଥା କହୁଛି ଯେ, ଏହିସବୁ ବିଷୟଗୁଡିକ ମଧ୍ୟରୁ ସବୁଠାରୁ ଯାହା ଉପରେ ଅଧିକ କଟକଣା ରଖାଯାଉଥିଲା, ତାହା ନିରାପତା ସହ ଜଡିତ ଥିଲା, ସବୁବେଳେ ଏହା କୁହାଯାଉଥିଲା ଯେ ଯଦି ଏହା ଲୋକଲୋଚନକୁ ଆସିବ ତାହାହେଲେ ନିରାପତା ପ୍ରତି ବିପଦ ସୃଷ୍ଟି ହେବ । ଏହି ପ୍ରସଙ୍ଗ ବାରମ୍ବାର ଉଠୁଥିଲା, କିନ୍ତୁ ନିରାପତା ପ୍ରସଙ୍ଗଗୁଡିକୁ ମଧ୍ୟ ପରିଚାଳନା କରିବା ପାଇଁ ଆତ୍ମବିଶ୍ୱାସ ଏକ ବହୁତ ବଡ ଶକ୍ତି ଅଟେ । ଏବଂ ଆଜି ଭାରତ ଆତ୍ମବିଶ୍ୱାସରେ ଭରପୁର ହୋଇଯାଇଛି, ସୀମାରେ ଆମେ ଏହା ଦେଖୁଛୁ ଏବଂ ତାହେଲେ ଯାଇ ଏହିଭଳି ନିଷ୍ପତି ହିଁ ସମ୍ଭବ ହୋଇପାରୁଛି । ଏହି ନିଷ୍ପତି କେବଳ ପ୍ରଯୁକ୍ତି ପରିସୀମା ମଧ୍ୟରେ ସୀମିତ ନାହିଁ, ଏହି ନିଷ୍ପତି ଏକ ପ୍ରଶାସନିକ ସଂସ୍କାର ଅଟେ, ଏହି ନିଷ୍ପତି କେବଳ ସରକାରୀ ନୀତିନିୟମରୁ ଓହରି ଯିବା ଏଭଳି ମଧ୍ୟ ନୁହେଁ, ଏହି ନିର୍ଣ୍ଣୟ ଭାରତର ସାମର୍ଥ୍ୟର ପରିଚାୟକ ଅଟେ । ଭାରତ ବିଶ୍ୱାସ କରେ ଯେ ଏହିଭଳି ନିଷ୍ପତି ନେବା ପରେ ମଧ୍ୟ ଆମେ ଦେଶକୁ ସୁରକ୍ଷିତ ରଖିପାରିବା ସହିତ ଏହାର ଯୁବଶକ୍ତିକୁ ବିଶ୍ୱରେ ନିଜର ଶକ୍ତି ପ୍ରଦର୍ଶନ ପାଇଁ ସୁଯୋଗ ମଧ୍ୟ ପ୍ରଦାନ କରିପାରିବା । ଯେତେବେଳେ ଆପଣମାନଙ୍କ ଭଳି ବନ୍ଧୁମାନଙ୍କ ସହ ମୋର ଆଲୋଚନା ହେଉଥିଲା ସେତେବେଳେ ଏହି ସମସ୍ୟାକୁ ମୁଁ ଅନୁଭବ କରୁଥିଲି । ଆମର ଯୁବ ଉଦ୍ୟମୀମାନଙ୍କୁ, ଆମର ଷ୍ଟାର୍ଟଅପମାନଙ୍କୁ, ବିଶ୍ୱରେ ସୃଷ୍ଟି ହେଉଥିବା ନୂତନ ସୁଯୋଗର ଲାଭ ଉଠାଇବା ପାଇଁ ସମ୍ପୁର୍ଣ୍ଣ ସ୍ୱାଧୀନତା ମିଳିବା ଆବଶ୍ୟକ, ଏହି ବିଚାରଧାରା ଆଧାରରେ ଏଭଳି ନିଷ୍ପତି ନିଆଯାଇଛି । ଦେଶର ନାଗରିକଙ୍କ ଉପରେ, ଆମର ଷ୍ଟାର୍ଟଅପ୍ ଏବଂ ନବସୃଜକଙ୍କ ଉପରେ ସରକାରଙ୍କର ସମ୍ପୁର୍ଣ୍ଣ ଭରସା ରହିଛି । ଏହି ବିଶ୍ୱାସ ସହିତ ଆତ୍ମ ପ୍ରମାଣନକୁ ପ୍ରୋତ୍ସାହିତ କରାଯାଉଛି ।


ବନ୍ଧୁଗଣ,
ଗତ ୬ ବର୍ଷ ମଧ୍ୟରେ ଆଇଟି ଶିଳ୍ପ ଯେଉଁ ଉତ୍ପାଦ, ଯେଉଁ ସମାଧାନ ପ୍ରସ୍ତୁତ କରିଛି ଆମେ ତାକୁ ଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ କାର୍ଯ୍ୟକାରୀ କରୁଛୁ । ବିଶେଷକରି ଡିଜିଟାଲ ଇଣ୍ଡିଆ, ଡିଜିଟାଲ ଟେକ୍ନୋଲୋଜି ସାଧାରଣରୁ ଅତି ସାଧାରଣ ଭାରତୀୟକୁ ସଶକ୍ତ କରିଛି, ସରକାରଙ୍କ ସହ ସଂଯୋଗ କରିଛି । ଆଜି ତଥ୍ୟକୁ ମଧ୍ୟ ଗଣତାନ୍ତ୍ରିକ କରାଯାଇଛି ଏବଂ ଅନ୍ତିମ ସେବା ପ୍ରଦାନ ବ୍ୟବସ୍ଥା ମଧ୍ୟ ପ୍ରଭାବଶାଳି ହୋଇଛି । ଆଜି ଅନଲାଇନ୍ ମାଧ୍ୟମରେ କୋଟି କୋଟି ସରକାରୀ ସେବା ଯୋଗାଇ ଦିଆଯାଉଛି । ଶାସନ ବ୍ୟବସ୍ଥାରେ ପ୍ରଯୁକ୍ତି ବିଦ୍ୟାର ପ୍ରଭାବଶାଳି ଉପଯୋଗ ଦ୍ୱାରା ଗରିବ ଓ ମଧ୍ୟମ ବର୍ଗମାନଙ୍କୁ ସୁବିଧା ମିଳିବା ସହିତ ଦୁର୍ନିତୀରୁ ମଧ୍ୟ ମୁକ୍ତି ମିଳିପାରିଛି । ସମଗ୍ର ବିଶ୍ୱରେ ଆମର ଫିନଟେକ୍ ଉତ୍ପାଦ ଓ ୟୁପିଆଇ ଭଳି ଡିଜିଟାଲ ମଂଚର ଚର୍ଚ୍ଚା ହେଉଛି । ବିଶ୍ୱ ବ୍ୟାଙ୍କ ପର୍ଯ୍ୟନ୍ତ ମଧ୍ୟ ଏହାର ସାମର୍ଥ୍ୟ ବିଷୟରେ ଆଲୋଚନା ହେଉଛି । ୩-୪ ବର୍ଷ ମଧ୍ୟରେ ଆମେ କିଭଳି ଏକ ବିରାଟ ନଗଦ ଉପରେ ନିର୍ଭରଶୀଳ ସମାଜରୁ କମ୍ ନଗଦ କାରବାର ସମାଜ ଆଡକୁ ଅଗ୍ରସର ହୋଇଛେ, ତାହା ଏବେ ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି । ଡିଜିଟାଲ କାରବାର ଯେତେ ଅଧିକ ହେଉଛି କଳାଧନର ସ୍ରୋତ ସେତେ ମାତ୍ରାରେ ହ୍ରାସ ପାଇବାରେ ଲାଗିଛି । ଜେଏଏମ ଟ୍ରିନିଟି ଏବଂ ଡିବିଟି ଦ୍ୱାରା ହିଁ ଆଜି ଗରିବର ହକ୍ ତା ନିକଟରେ ବିନା ବାଟମାରଣା ପହଂଚିପାରୁଛି ।


ବନ୍ଧୁଗଣ,
ସ୍ୱଛତା ଓ ପାରଦର୍ଶିତା ହେଉଛି ଉତମ ଶାସନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସର୍ତ । ଦେଶର ଶାସନ ବ୍ୟବସ୍ଥାରେ ମଧ୍ୟ ଏବେ ଏହି ପରିବର୍ତନ ଘଟୁଛି । ଏହି କାରଣରୁ ହିଁ ଭାରତ ସରକାରଙ୍କ ଉପରେ ଜନସାଧାରଣଙ୍କ ବିଶ୍ୱାସ ନିରନ୍ତର ଭାବେ ମଜବୁତ୍ ହେବାରେ ଲାଗିଛି ବୋଲି ସବୁ ସର୍ଭେରୁ ଜଣାପଡୁଛି । ଏବେ ସରକାରୀ କାର୍ଯ୍ୟଗୁଡିକୁ ସରକାରୀ ପଞ୍ଜିକାରୁ ବାହାର କରାଯାଇ ଡ୍ୟାସବୋର୍ଡକୁ ଅଣାଯାଉଛି । ସରକାର ଏବଂ ସରକାରୀ ବିଭାଗର ପ୍ରତ୍ୟେକ ଗତିବିଧିକୁ ଯେଭଳି ଦେଶର ସାଧାରଣ ନାଗରିକ ଫୋନରେ ଦେଖିପାରିବ ଏହା ହିଁ ପ୍ରୟାସ । ଯାହା ବି କାର୍ଯ୍ୟ ହେବ, ତାହା ଦେଶବାସୀଙ୍କ ଆଖି ସାମନାରେ ହେବ ।


ବନ୍ଧୁଗଣ,
ସରକାରୀ କ୍ରୟକୁ ନେଇ ପୂର୍ବରୁ କି-କି ପ୍ରଶ୍ନ ଉଠୁଥିଲା, ତାହା ଆମମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ଅଛପା ନାହିଁ, ମୁଁ ମଧ୍ୟ ଆଲୋଚନାରେ ସେସବୁ କହୁଥିଲି, ଶୁଣୁଥିଲି, ମୁଁ ମଧ୍ୟ ଚିନ୍ତାବ୍ୟକ୍ତ କରୁଥିଲି । ଏବେ ଆଜି ଡିଜିଟାଲ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଦ୍ୱାରା, ସମ୍ପୁର୍ଣ୍ଣ ପାରଦର୍ଶିତାର ସହ ସରକାରୀ ଇ- ବଜାର ବା ଜିଇଏମ୍ ମାଧ୍ୟମରେ କ୍ରୟ କରାଯାଉଛି । ଆଜି ଅଧିକାଂଶ ସରକାରୀ ଟେଣ୍ଡର ଅନଲାଇନ ମାଧ୍ୟମରେ ଆହ୍ୱାନ କରାଯାଉଛି । ଆମ ଭିତିଭୂମୀ ସହ ସମ୍ପର୍କିତ ପ୍ରକଳ୍ପ ହେଉ ବା ଗରିବମାନଙ୍କ ଆବାସ ସେସବୁକୁ ଠିକ୍ ସମୟରେ ସମ୍ପୁର୍ଣ୍ଣ କରିବା ପାଇଁ, ସମସ୍ତ ପ୍ରକଳ୍ପର ଜିଓ ଟ୍ୟାଗିଂ କରାଯାଉଛି । ଏପରିକି ଆଜି ଗ୍ରାମାଂଚଳରେ ଘର ଗୁଡିକର ମ୍ୟାପିଂ ଡ୍ରୋନ୍ ମାଧ୍ୟମରେ କରାଯାଉଛି, ଟିକସ ସମ୍ବନ୍ଧିତ ମାମଲାଗୁଡିକରେ ମଧ୍ୟ ମାନବ ଇଂଟରଫେସ୍ ହ୍ରାସ କରାଯାଉଛି, ଫେସଲେସ ବ୍ୟବସ୍ଥା ବିକଶିତ କରାଯାଉଛି । ପ୍ରଯୁକ୍ତି ବିଦ୍ୟା ଦ୍ୱାରା ସାଧାରଣ ଜନତାଙ୍କୁ ଦୃତ, ସଠିକ୍ ଓ ପାରଦର୍ଶୀ ବ୍ୟବସ୍ଥା ଯୋଗାଇଦେବା ହେଉଛି ମୋ ପାଇଁ ସର୍ବନିମ୍ନ ସରକାର ସବାଧିକ ଶାସନର ଅର୍ଥ ।


ବନ୍ଧୁଗଣ,
ଆଜି ବିଶ୍ୱରେ ଭାରତୀୟ ପ୍ରଯୁକ୍ତିବିଦ୍ୟାର ଯେଉଁ ଛବି ରହିଛି, ଯେଉଁ ପରିଚୟ ରହିଛି, ତାକୁ ଦେଖି ଦେଶକୁ ଆପଣମାନଙ୍କଠାରୁ ବହୁତ ଅଧିକ ଆଶା ରହିଛି, ବହୁତ ଅଧିକ ଆଙ୍କାକ୍ଷା ରହିଛି । ଆପଣମାନେ ଏହା ସୁନିଶ୍ଚିତ କରିଛନ୍ତି ଯେ ଆମ ପ୍ରଯୁକ୍ତିବିଦ୍ୟା ଅଧିକରୁ ଅଧିକ ମେଡ ଇନ୍ ଇଣ୍ଡିଆ ହେଉ । ମୁଁ ଆପଣମାନଙ୍କୁ ଏହା କହିବାକୁ ଚାହେଁ ଯେ, ଆପଣମାନଙ୍କ ସମାଧାନର ସୂତ୍ରଗୁଡିକରେ ମଧ୍ୟ ଏବେ ମେକ୍ ଫର ଇଣ୍ଡିଆର ଛାପ ରହିବା ଆବଶ୍ୟକ । ଯଦି ଆମକୁ ଏକାଧିକ ମଂଚରେ ଭାରତୀୟ ପ୍ରଯୁକ୍ତି ବିଦ୍ୟା ନେତୃତ୍ୱକୁ ଆହୁରି ଆଗକୁ ବଢାଇବାକୁ ହୁଏ, ଏହି ଗତିଶୀଳତାକୁ ବଜାୟ ରଖିବାକୁ ହୁଏ, ତେବେ ପ୍ରତିଯୋଗୀତାର ନୂତନ ମାନକ ପ୍ରସ୍ତୁତ କରିବାକୁ ପଡିବ । ଆମକୁ ନିଜକୁ ହିଁ ନିଜର ପ୍ରତିଯୋଗୀ ଭାବେ ଛିଡା କରିବାକୁ ପଡିବ । ଗ୍ଲୋବାଲ୍ ଟେକ୍ନୋଲୋଜି ଲିଡର୍ ହେବା ପାଇଁ ନବସୃଜନ ଓ ଉଦ୍ୟୋଗ ସହ ହିଁ ଭାରତୀୟ ଆଇଟି ଉଦ୍ୟୋଗକୁ ଉତ୍କର୍ଷର ସଂସ୍କୃତି ଏବଂ ଜନକଲ୍ୟାଣକାରୀ ପ୍ରତିଷ୍ଠାନ ସ୍ଥାପନା ଉପରେ ସେତିକି ଗୁରୁତ୍ୱ ଦେବାକୁ ପଡିବ । ଏହି ପରିପ୍ରେକ୍ଷୀରେ ଷ୍ଟାର୍ଟ ଅପ୍ ପ୍ରତିଷ୍ଠାତାମାନଙ୍କ ପାଇଁ ମୋର ଏକ ବିଶେଷ ବାର୍ତା ରହିଛି । ନିଜକୁ କେବଳ ମୂଲ୍ୟାୟନ ଏବଂ ପ୍ରସ୍ଥାନ ରଣନୀତି ମଧ୍ୟରେ ସିମୀତ ରଖନ୍ତୁ ନାହିଁ । ଚିନ୍ତାକରନ୍ତୁ ଆପଣମାନେ କିଭଳି ଏପରି ଏକ ଅନୁଷ୍ଠାନ ତିଆରି କରିପାରିବେ ଯାହା ଚଳିତ ଶତାଦ୍ଦୀରୁ ଆଗକୁ ମଧ୍ୟ ତିଷ୍ଠି ରହିବ । ଚିନ୍ତାକରନ୍ତୁ ଆପଣମାନେ କିପରି ବିଶ୍ୱସ୍ତରୀୟ ଉତ୍ପାଦ ତିଆରି କରିପାରିବେ ଯାହା ଉତ୍କର୍ଷତା କ୍ଷେତ୍ରରେ ଆନ୍ତର୍ଜାତୀୟ ମାନକ ପ୍ରସ୍ତୁତ କରିପାରିବ । ଏହି ଦୁଇ ଲକ୍ଷ୍ୟରେ କୌଣସି ପ୍ରକାର ସାଲିସ କରିହେବ ନାହିଁ, କାରଣ ଏସବୁ ବିନା ଆପଣ ସର୍ବଦା ଏକ ଅନୁଗାମୀ ହୋଇପାରିବେ ବିଶ୍ୱସ୍ତରୀୟ ନେତା ନୁହେଁ ।


ବନ୍ଧୁଗଣ,
ଚଳିତ ବର୍ଷ ଆମେ ଆମ ସ୍ୱାଧୀନତାର ୭୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛୁ । ନୂତନ ଲକ୍ଷ୍ୟ ସ୍ଥିର କରିବା, ସେଗୁଡିକୁ ପୂରଣ କରିବା ପାଇଁ ସମସ୍ତ ଶକ୍ତି ଉପଯୋଗ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ । ଆଜିଠାରୁ ୨୫-୨୬ ବର୍ଷ ପରେ ଦେଶ ଯେତେବେଳେ ଏହାର ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ, ଯେତେବେଳେ ଆମେ ଶତକ ପାଳନ କରୁଥିବା ସେତେବେଳେ ଆମେ କେତେ ବିଶ୍ୱସ୍ତରୀୟ ଉତ୍ପାଦ ପ୍ରସ୍ତୁତ କରିଛୁ, କେତେ ବିଶ୍ୱସ୍ତରୀୟ ନେତା ସୃଷ୍ଟି କରିପାରିଛୁ, ଏ ବିଷୟରେ ଚିନ୍ତା କରି ଆମକୁ ଏବେଠାରୁ କାମ କରିବାକୁ ପଡିବ । ଆପଣମାନେ ଲକ୍ଷ୍ୟ ସ୍ଥିର କରନ୍ତୁ, ଦେଶ ଆପଣମାନଙ୍କ ସାଙ୍ଗରେ ଅଛି । ଭାରତର ଏତେ ବଡ ଜନସଂଖ୍ୟା ହେଉଛି ଆପଣମାନଙ୍କର ଶକ୍ତି । ଗତ ମାସଗୁଡିକରେ ମୁଁ ଦେଖିଛି ଯେ ଭାରତର ଜନସାଧାରଣଙ୍କ ମଧ୍ୟରେ ବୈଷୟିକ ସମାଧାନ ପାଇଁ କିପରି ଉତ୍କଣ୍ଠା ବୃଦ୍ଧି ପାଇଛି । ଲୋକମାନେ ନୂତନ ବୈଷୟିକ ସମାଧାନ ପାଇଁ ଅପେକ୍ଷା କରୁଛନ୍ତି । ଲୋକମାନେ ନୂତନ ଜିନିଷ ବ୍ୟବହାର କରିବାକୁ ଚାହଁଛନ୍ତି ଏବଂ ବିଶେଷକରି ଭାରତୀୟ ଆପ୍ ପାଇଁ ତ ସେମାନଙ୍କ ମଧ୍ୟରେ ଏକ ଉତ୍ସାହ ରହିଛି । ଦେଶ ନିଜର ନିଷ୍ପତି ନେଇସାରିଛି । ଆପଣମାନେ ମଧ୍ୟ ନିଜର ନିଷ୍ପତି ନିଅନ୍ତୁ ।


ବନ୍ଧୁଗଣ,
ଏକବିଂଶ ଶତାଦ୍ଦିରେ ଭାରତର ସମସ୍ୟାର ସମାଧାନ ପାଇଁ ସକ୍ରିୟ ବୈଷୟିକ ସମାଧାନ ଦେବା ସକାଶେ ଆଇଟି ଶିଳ୍ପ, ନବସୃଜକ, ଗବେଷକ, ଯୁବ ମାନସର ବହୁତ ବଡ ଦାୟିତ୍ୱ ରହିଛି । ଏବେ ଯେପରି ଆମର କୃଷିକ୍ଷେତରେ ଆବଶ୍ୟକତାଠାରୁ ଅଧିକ ଜଳ ଓ ସାରର ବ୍ୟବହାର ଦ୍ୱାରା ବଡ ବଡ ସମସ୍ୟା ସୃଷ୍ଟି ହେଉଛି । କ’ଣ ଉଦ୍ୟୋଗ ଜଗତକୁ ଏଭଳି ସ୍ମାର୍ଟ ଟେକ୍ନୋଲୋଜି ପାଇଁ କାମ କରିବା ଆବଶ୍ୟକ ନୁହେଁ, ଯାହା ଆର୍ଟିଫିସିଆଲ୍ ଇଂଟେଲିଜେନସର ବ୍ୟବହାର କରି ଫସଲରେ ଜଳ ଓ ସାରର ଆବଶ୍ୟକତା ବିଷୟରେ କୃଷକକୁ ସୂଚାଇଦେବ? କେବଳ ଟେକ୍ନୋଲୋଜି ତିଆରି କରିଦେଲେ ହେବ ନାହିଁ, ଏହାକୁ ବହୁଳ ଭାବରେ କିପରି ବ୍ୟବହାର କରାଯିବ ଆମକୁ ସେନେଇ ସମାଧାନ ମଧ୍ୟ ବାହାର କରିବାକୁ ପଡିବ । ଏହିଭଳି, ସ୍ୱାସ୍ଥ୍ୟ ଓ ନିରାମୟତା ତଥ୍ୟର ଶକ୍ତିରୁ ଗରିବରୁ ଗରିବତରଙ୍କୁ କିପରି ଲାଭ ପହଂଚିପାରିବ, ସେଥିପାଇଁ ମଧ୍ୟ ଭାରତ ଆଜି ଆପଣମାନଙ୍କ ପାଇଁ ଅପେକ୍ଷା ରଖିଛି । ଟେଲିମେଡିସିନକୁ ପ୍ରଭାବଶାଳି କରିବା ପାଇଁ ମଧ୍ୟ ଦେଶ ଆପଣମାନଙ୍କଠାରୁ ଉତମ ସମାଧାନ ଆଶା କରୁଛି ।


ବନ୍ଧୁଗଣ,
ଶିକ୍ଷା ଓ ଦକ୍ଷତା ବିକାଶକୁ ନେଇ ମଧ୍ୟ ପ୍ରଯୁକ୍ତି ଶିଳ୍ପକୁ ଏଭଳି ସମାଧାନ ଦେବାକୁ ପଡିବ ଯାହା ଦେଶର ବିଶାଳରୁ ଅତି ବିଶାଳ ଜନସଂଖ୍ୟା ପାଇଁ ସହଜ ହେବ । ଆଜି ଦେଶରେ ଅଟଳ ଟିଙ୍କରିଙ୍ଗ ଲ୍ୟାବରୁ ନେଇ ଅଟଳ ଇନକ୍ୟୁବେସନ୍ ସେଂଟର ପର୍ଯ୍ୟନ୍ତ, ପ୍ରଯୁକ୍ତିବିଦ୍ୟା ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ହିଁ ପରିବେଶ ସୃଷ୍ଟି କରାଯାଉଛି । ନୂତନ ଶିକ୍ଷା ନୀତିରେ ଶିକ୍ଷା ସହିତ ଦକ୍ଷତା ଉପରେ ମଧ୍ୟ ସେତିକି ଗୁରୁତ୍ୱ ଦିଆଯାଇଛି । ଏହି ଉଦ୍ୟମ ଉଦ୍ୟୋଗ ଜଗତର ସହଯୋଗ ବିନା ସଫଳ ହୋଇପାରିବ ନାହିଁ । ଗୋଟିଏ କଥା ମୁଁ କହିବି ଯେ ଆପଣମାନେ ନିଜର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) କାର୍ଯ୍ୟକଳାପର ଫଳାଫଳ ଉପରେ ପୁଣି ଥରେ ଧ୍ୟାନ ଦିଅନ୍ତୁ । ଯଦି ଦେଶର ପଛୁଆ କ୍ଷେତ୍ରର ପିଲାଙ୍କ ଉପରେ ଆପଣଙ୍କ ସିଏସଆର କାର୍ଯ୍ୟକଳାପ ଧ୍ୟାନ ଦିଏ, ଆପଣ ସେମାନଙ୍କୁ ଅଧିକରୁ ଅଧିକ ଡିଜିଟାଲ ଶିକ୍ଷା ସହ ଯୋଡିବେ, ସେମାନଙ୍କ ମଧ୍ୟରେ ବିଶ୍ଳେଷଣାତ୍ମକ ଚିନ୍ତାଧାରା, ପରବର୍ତୀ ପର୍ଯ୍ୟାୟ ଚିନ୍ତାଧାରା ବିକଶିତ ହେବ, ତେବେ ଯାଇ ଏହା ଯୁଗାନ୍ତକାରୀ ସାବ୍ୟସ୍ତ ହେବ । ସରକାର ନିଜ ତରଫରୁ ଉଦ୍ୟମ କରୁଛନ୍ତି, କିନ୍ତୁ ଏଥିରେ ଯଦି ଆପଣମାନଙ୍କ ସହଯୋଗ ରହିିବ ତେବେ କଥା କେଉଁଠୁ ଯାଇ କେଉଁଠି ପହଂଚିବ । ଭାରତରେ ଚିନ୍ତାଧାରର ଅଭାବ ନାହିଁ । ଏହା ପଥ ପ୍ରଦର୍ଶକ ଆବଶ୍ୟକ କରେ ଯେଉଁମାନେ ଚିନ୍ତାଧାରାକୁ ବାସ୍ତବତାରେ ପରିଣତ କରିବାରେ ସାହାଯ୍ୟ କରିପାରିବେ ।


ବନ୍ଧୁଗଣ,
ଆତ୍ମନିର୍ଭର ଭାରତର ବଡ କେନ୍ଦ୍ରଗୁଡିକ ଆଜି ଦେଶର ଟାୟର-୨, ଟାୟର-୩ ସହରରେ ପରିଣତ ହେବାରେ ଲାଗିଛି । ଏହି ଛୋଟ ସହର ଆଜି ଆଇଟି ଆଧାରିତ ପ୍ରଯୁକ୍ତିବିଦ୍ୟାର ଚାହିଦା ଏବଂ ଅଭିବୃଦ୍ଧିର ମଧ୍ୟ ବଡ କେନ୍ଦ୍ରରେ ପରିଣତ ହେଉଛି । ଦେଶର ଏହି ଛୋଟ ସହରର ଯୁବକମାନେ ଆଶ୍ଚର୍ଯ୍ୟଜନକ ନବସୃଜକ ଭାବେ ଉଭା ହେଉଛନ୍ତି । ଏହିସବୁ ଛୋଟ ସହରରେ ଉନ୍ନତ ଭିତିଭୂମୀ ନିର୍ମାଣ ଉପରେ ମଧ୍ୟ ସରକାର ଧ୍ୟାନ ଦେଉଛନ୍ତି, ଯାହାଦ୍ୱାରା ସେଠାରେ ରହୁଥିବା ଦେଶବାସୀଙ୍କ ସହ ଆପଣମାନଙ୍କ ପାରି ଉଦ୍ୟମୀ ମାନଙ୍କର ମଧ୍ୟ ଅସୁବିଧା ନହେଉ । ଆପଣମାନେ ଯେତେ ଅଧିକ ଏହି ଛୋଟ ସହର, ଅଂଚଳ ଆଡକୁ ଯିବେ ସେମାନଙ୍କର ସେତେ ଅଧିକ ବିକାଶ ହେବ ।


ବନ୍ଧୁଗଣ,
ମୁଁ ନିଶ୍ଚିତ ଯେ ଆଗାମୀ ତିନିଦିନରେ ଆପଣମାନେ ବର୍ତମାନ ଓ ଭବିଷ୍ୟତର ଏଭଳି ସମାଧାନ ଉପରେ ଗମ୍ଭୀର ଭାବେ ଆଲୋଚନା କରିବେ । ସରକାର ସବୁଥର ପରି ଆପଣଙ୍କ ପରାମର୍ଶ ଉପରେ ଗୁରୁତ୍ୱର ସହ ବିଚାର କରିବ । ମୁଁ ଏକଥା ନିଶ୍ଚିତ ଭାବେ କହିବାକୁ ଚାହିଁବି, ଗତଥର ଅଗଷ୍ଟ ୧୫ ତାରିଖରେ ଯେତେବେଳେ ମୁଁ ଲାଲକିଲ୍ଲାରୁ ମୋର ଅଭିଭାଷଣ ଦେଉଥିଲି, ଆପଣମାନେ ଶୁଣିଥିଲେ, ମୁଁ ଦେଶ ସମ୍ମୁଖରେ ଏକ ଲକ୍ଷ୍ୟ ରଖିଥିଲି, ଯେ ଏକ ହଜାର ଦିନ ମଧ୍ୟରେ ଭାରତର ୬ଲକ୍ଷ ଗାଁରେ ଅପ୍ଟିକାଲ ଫାଇବର ନେଟୱାର୍କ କାର୍ଯ୍ୟ ସମ୍ପୁର୍ଣ୍ଣ କରିବାକୁ ପଡିବ ଓ ଏବେ ଅପ୍ଟିକାଲ ଫାଇବର୍ ନେଟୱାର୍କ ଏକ ଢାଂଚା ଭାବେ ଉଭା ହେବ ଏବଂ ଏହି କାର୍ଯ୍ୟରେ ମୁଁ ଯେତେବେଳେ ଲାଗିରହିଛି ତାହାର ଅର୍ଥ ହେଉଛି ଆମେ ନିଶ୍ଚୟ ଏହି ଲକ୍ଷ୍ୟ ହାସଲ କରିପାରିବା, ରାଜ୍ୟଗୁଡିକ ମଧ୍ୟ ଆମ ସହ ସାମିଲ ହୋଇଯିବେ, କିନ୍ତୁ ଏହା ପରେ ଯେଉଁ କାର୍ଯ୍ୟ ରହିଛି, ତାହା ଆପଣମାନଙ୍କ ଧିଶକ୍ତି ସହ ଯୋଡି ହୋଇଛି । ଭାରତର ଦରିଦ୍ରରୁ ଦରିଦ୍ରତମ ବ୍ୟକ୍ତି କିଭଳି ଅପ୍ଟିକାଲ ଫାଇବର ନେଟୱର୍କ ଭିତିଭୂମୀର ଉପଯୋଗ କରିବ, ବ୍ୟବହାର ଅନୁକୂଳ ନୂଆ ନୂଆ ଉତ୍ପାଦ କିଭଳି ପ୍ରସ୍ତୁତ ହେବ, ଗାଁର ଲୋକଟିଏ ମଧ୍ୟ ସରକାରଙ୍କ ସହ, ବଜାର ସହ, ଶିକ୍ଷା ସହ, ସ୍ୱାସ୍ଥ୍ୟସେବା ସହ ଯୋଡିହୋଇ ପାରିବ, ଏହି ଢାଂଚା ଜୀବନରେ ପରିବର୍ତନ ଆଣିବାରେ କିଭଳି ଏକ ପ୍ରଶସ୍ତ ମାର୍ଗ ପ୍ରସ୍ତୁତ କରିପାରିବ ସେ ଦିଗରେ କାର୍ଯ୍ୟ କରାଯାଉଛି । ଏହି କାମ ଏବେଠାରୁ ଆରମ୍ଭ କରନ୍ତୁ, ଆପଣଙ୍କ ଭଳି ଷ୍ଟାର୍ଟଅପମାନେ ଏଭଳି ଉତ୍ପାଦ ପ୍ରସ୍ତୁତ କରନ୍ତୁ ଯାହାକି ଅପ୍ଟିକାଲ ଫାଇବର ଗାଁରେ ପହଂଚିବା କ୍ଷଣି ସେଠାକାର ଲୋକମାନଙ୍କର ବିଭିନ୍ନ ଆବଶ୍ୟକତା ପୂରଣ ହୋଇପାରିବ, ଗାଁରେ ଅପ୍ଟିକାଲ ଫାଇବର ପହଂଚିଲା ଏବଂ ସେପଟେ ଗାଁରେ ପିଲାମାନଙ୍କ ପାଇଁ ଏହି ପରିବର୍ତନ ଆଣିବା ସକାଶେ ମୋ ପାଖରେ ସାଧନ ପ୍ରସ୍ତୁତ ହୋଇ ରହିଛି ।
ଆପଣମାନେ ଭାବନ୍ତୁ ତ କେତେ ବଡ ସୁଯୋଗ, କେତେ ବିଶାଳ ସୁଯୋଗ, ଏବଂ ଏଥିପାଇଁ ମୁଁ ଆପଣଙ୍କୁ ନିମନ୍ତ୍ରଣ ଦେଉଛି, ଏହି କାମ ସରକାର କରୁଛନ୍ତି, ନିଷ୍ପତି ନିଅନ୍ତୁ, ଆମକୁ ଦୀର୍ଘ ସମୟ ଧରି ନେତୃତ୍ୱ ନେବାକୁ ପଡିବ, ଏହାକୁ ପ୍ରତ୍ୟେକ କ୍ଷେତ୍ରରେ ନେବାକୁ ପଡିବ, ପୂର୍ଣ୍ଣ ସାମର୍ଥ୍ୟର ସହ ନେବାକୁ ପଡିବ, ଏବଂ ଏହି ନେତୃତ୍ୱର ଚିନ୍ତାଧାରାରୁ ଯେଉଁ ଅମୃତ ବାହରିବ, ତାହା ସମଗ୍ର ଦେଶର କାମରେ ଆସିବ ।
ଏହି ଅପେକ୍ଷାର ସହ ମୁଁ ଆପଣମାନଙ୍କୁ ପୁଣିଥରେ ଶୁଭକାମନା ଜଣାଉଛି ।


ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s growth: by the numbers, for the numbers, of the numbers

Media Coverage

India’s growth: by the numbers, for the numbers, of the numbers
NM on the go

Nm on the go

Always be the first to hear from the PM. Get the App Now!
...
PM to Visit Gujarat and Maharashtra on 8th September
September 07, 2026
PM to Lay Foundation Stones, Inaugurate and Dedicate to the Nation Development Projects Worth More Than ₹35,000 Crore in Vadodara
PM to Dedicate Three Key Sections of Western Dedicated Freight Corridor to the Nation, Marking Completion of the Project
PM to Lay Foundation Stone for three Railway Projects and three Highway Projects
PM to Inaugurate Global Fintech Fest 2026 in Mumbai
Theme of GFF 2026: “Potential to Impact: Agentic AI, Tokenisation, Quantum - Trusted, Connected, Global Systems for Inclusive Finance”

Prime Minister Shri Narendra Modi will visit Gujarat and Maharashtra on 8th September 2026. At around 12 noon, Prime Minister will lay the foundation stones, inaugurate and dedicate to the nation various development projects worth more than ₹35,000 crore in Vadodara. He will also address the gathering on the occasion.

At around 5:45 PM, Prime Minister will inaugurate Global Fintech Fest (GFF) 2026 in Mumbai and address the gathering as well.

PM in Vadodara

Prime Minister will dedicate to the nation three important sections of the Western Dedicated Freight Corridor (WDFC), covering 326 route kilometres and developed at a cost of more than ₹20,700 crore. These include the New Sanand (N)- New Makarpura, New Umbergaon-New Saphale and New Saphale- New JNPT sections.

The direct connectivity of Jawaharlal Nehru Port Authority (JNPA) will facilitate faster movement of EXIM cargo, strengthen connectivity between industrial centres and ports, reduce logistics costs and help decongest Mumbai’s railway network.

With the commissioning of these sections, the Dedicated Freight Corridor (DFC) network will stand fully operational across its entire length. The dedicated freight infrastructure will further strengthen the country’s logistics ecosystem by improving multimodal connectivity, reducing transit time and facilitating seamless movement of cargo across different regions.

Prime Minister will also flag off freight train services from New Sanand (North), New Makarpura, New Umbergaon and New JNPT, Mumbai. In addition, he will flag off a new passenger train service between Tanda Road and Vadodara (Pratapnagar).

Prime Minister will dedicate to the nation the Jobat–Tanda Road new rail line, developed as part of the Chhota Udepur–Dhar project. The new rail line will connect remote and tribal areas of Alirajpur with the national rail network.

Prime Minister will lay the foundation stone for three railway projects spanning 329 kilometres and costing more than ₹9,700 crore. These include the Vadodara-Ratlam third and fourth lines, Miyagam Karjan-Choranda–Malsar gauge conversion and the Vishwamitri-Dabhoi doubling project. The projects will enhance passenger and freight capacity, ease congestion and strengthen connectivity between Gujarat and Madhya Pradesh.

Prime Minister will lay the foundation stone for three National Highway projects costing around ₹1,780 crore. These include six-laning of the Kamrej-Chalthan section of NH-48; construction of additional structures, including major bridges over the Tapi and Narmada, on the Vadodara-Surat section of NH-48; and grade-separated structures at Abhava, Mindhola and Khajod junctions on NH-53.

Prime Minister will also lay the foundation stone for and inaugurate various Government of Gujarat projects worth around ₹2,600 crore. Major projects for which the foundation stone will be laid include Vadodara Urban Development Authority Ring Road Phase II and a 110 MW floating solar project at Kadana Dam, construction of new office of Vadodara Municipal Corporation, among others. Projects to be inaugurated include housing projects under the Pradhan Mantri Awas Yojana (PMAY) and a water-supply project for 11 villages in eastern Vadodara, among others.

PM in Mumbai

Prime Minister will inaugurate Global Fintech Fest (GFF) 2026, one of the world’s largest and most influential annual fintech conferences.

The seventh edition of the Global Fintech Fest is being held from 8th to 11th September 2026 in Mumbai. Since 2020, GFF has emerged as an international thought leadership platform bringing together policymakers, regulators, central banks, financial institutions, fintechs, technology companies, investors, academia and other global stakeholders to deliberate on shaping the future of finance.

The theme of GFF 2026 is “Potential to Impact: Agentic AI, Tokenisation, Quantum - Trusted, Connected, Global Systems for Inclusive Finance.”

GFF 2026 has been designed as a convergence point for policy, regulation, technology, capital and industry on a common platform. It seeks to build on India’s leadership in digital payments and financial inclusion and move from potential to impact. The discussions will focus on how Agentic AI, programmable finance, quantum technologies and other critical and emerging technologies can create trusted, inclusive and measurable outcomes for citizens, enterprises and economies globally.