PM releases 21st PM-KISAN Instalment of ₹18,000 Crore for 9 Crore Farmers
India is on the path to becoming the global hub of natural farming: PM
The youth of India are increasingly recognising agriculture as a modern and scalable opportunity; this will greatly empower the rural economy: PM
Natural farming is India’s own indigenous idea; it is rooted in our traditions and suited to our environment: PM
‘One Acre, One Season’- practice natural farming on one acre of land for one season: PM
Our goal must be to make natural farming a fully science-backed movement: PM

ତାମିଲନାଡୁ ରାଜ୍ୟପାଳ ଆର. ଏନ ରବିଜୀ, କେନ୍ଦ୍ର କ୍ୟାବିନେଟ ସହଯୋଗୀ ଏଲ. ମୁଗୁଗାନଜୀ, ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. କେ.ରାମସ୍ୱାମୀଜୀ, ବିଭିନ୍ନ କୃଷି ଅନୁଷ୍ଠାନର ମାନ୍ୟ ଗଣ୍ୟ ପଦାଧିକାରୀ, ଜନପ୍ରତିନିଧି ଗଣ, କୃଷକ ଭାଇ ଓ ଉଭଣୀ ଏବଂ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଯୋଡି ହୋଇଥିବା ସାରା ଦେଶର ଲକ୍ଷ ଲକ୍ଷ କୃଷକମାନେ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିବାଦନ ଜଣାଉଛି । ବନାକ୍କମ ଓ ନମସ୍କାର ସହ ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି । ପ୍ରଥମତଃ ମୁଁ ଆପଣ ସମସ୍ତଙ୍କଠାରୁ ଓ ସାରା ଦେଶର ଚାଷୀଙ୍କଠାରୁ କ୍ଷମା ପ୍ରାର୍ଥନା ମାଗୁଛି । ପୁଟ୍ଟପର୍ତୀରେ ଭଗବାନ ସତ୍ୟସାଇ ବାବାଙ୍କ କାର୍ଯ୍ୟକ୍ରମ ପାଇଁ ମୋର ଏଠାକୁ ଆସିବାକୁ ପ୍ରାୟ ଘଂଟାଏ ବିଳମ୍ବ ହୋଇଗଲା । ମୁଁ ଦେଖୁଛି ଏଇଠି ବହୁ ଲୋକ ମୋତେ ଅପେକ୍ଷା କରିଛନ୍ତି । ତେଣୁ ବିଳମ୍ବରେ ଆସିଥିବାରୁ ଆପଣମାନଙ୍କଠାରୁ ମୁଁ କ୍ଷମା ପ୍ରାର୍ଥନା କରୁଛି ।

ମୁଁ ଯେତେବେଳେ ପାଣ୍ଡିଆନଜୀଙ୍କ ଭାଷଣ ଶୁଣୁଥିଲି, ସେବେ ପିଲାବେଳେ ତାମିଲ ଭାଷା ଶିଖିଥିଲେ ଭଲ ହୋଇଥାନ୍ତା ବୋଲି ଭାବୁଥିଲି ।  କିନ୍ତୁ ତାହା ମୋର ଭାଗ୍ୟରେ ନାହିଁ । ପାଣ୍ଡିଆନଜୀଙ୍କ ଭାଷଣରୁ ଯାହା କିଛି ବୁଝି ହେଲା ବୋଧେ ସେ ଜାଲ୍ଲିକାଟ୍ଟୁ ଓ କୋଭିଡ ସମୟରେ ଲୋକମାନଙ୍କ ଅସୁବିଧା ସମ୍ପର୍କରେ କହୁଥିଲେ । ପାଣ୍ଡିଆନଜୀଙ୍କ ଭାଷଣ ହିନ୍ଦୀ ଅଥବା ଇଂରାଜୀରେ ଅନୁବାଦ କରି ମୋତେ ଦେବାକୁ ମୁଁ ରବିଜୀଙ୍କୁ ଅନୁରୋଧ ବି କରିଛି । ମୁଁ ଏହାକୁ ପଢିବାକୁ ଆଗ୍ରହ ପ୍ରକାଶ କରିବି । ସେ ଯେତେବେଳେ ଭାଷଣ ଦେଉଥିଲେ ସେଥିରେ ମୁଁ ପୂର୍ଣ୍ଣମାତ୍ରାରେ ତଲ୍ଲୀନ ହୋଇଯାଇଥିଲି । ଯେତେବେଳେ ଏହି ଷ୍ଟେଜ ଉପରକୁ ମୁଁ ଆସିଲି ସେବେ କିଛି ଚାଷୀ ଭାଇ ଓ ଉଭଣୀ ଗାମୁଛା ହଲାଉଥିଲେ । ଭାବିଲି ମୁଁ ଆସିବା ପୂର୍ବରୁ ସମ୍ଭବତଃ ବିହାରର ପବନ ଏଇଠି ପହଂଚି ସାରିଛି ।

 

ମୋର ପ୍ରିୟ ଚାଷୀ ଭାଇ ଓ ଉଭଣୀମାନେ,

କୋଏମ୍ବାଟୁରର ଏହି ପବିତ୍ର ମାଟିରେ ସର୍ବ ପ୍ରଥମେ ମୁଁ ମରୁଧାମଲାଇର ଭଗବାନ ମୁରୁଗାନଙ୍କୁ ପ୍ରଣାମ ଜଣାଉଛି । ସଂସ୍କୃତି, କରୁଣା, ସର୍ଜନାର ମାଟି ହେଉଛି କୋଏମ୍ବାଟୁର । ଉଦ୍ୟୋଗ କ୍ଷେତ୍ରରେ ଏହି ସହର ହେଉଛି ଦକ୍ଷିଣ ଭାରତର ଶକ୍ତି କେନ୍ଦ୍ର । ଭାରତୀୟ ଅର୍ଥନୀତିର ବିକାଶ କ୍ଷେତ୍ରରେ ସହରର ବୟନ ଶିଳ୍ପ ସେକ୍ଟର ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଆଉ ଏବେ କୋଏମ୍ବାଟୁର ଏହାର ପୂର୍ବତନ ସାଂସଦ ତଥା ଭାରତର ଉପ ରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନଙ୍କ ପାଇଁ ଆହୁରି ଲୋକପ୍ରିୟ ହୋଇପାରିଛି ।

ବନ୍ଧୁଗଣ,

ପ୍ରାକୃତିକ ଚାଷ ମୋର ଏକ ପ୍ରିୟ ବିଷୟବସ୍ତୁ । ଏହି ଅନନ୍ୟ ଦକ୍ଷିଣ ଭାରତ ପ୍ରାକୃତିକ ଚାଷ ସମ୍ମେଳନ ଆୟୋଜନ କରିଥିବାରୁ ତାମିଲନାଡୁର ସମସ୍ତ ଚାଷୀ ଭାଇ ଓ ଉଭଣୀମାନଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି । ପ୍ରଦର୍ଶନୀରେ କିଛି ସମୟ ପୂର୍ବରୁ ବୁଲିବା ସମୟରେ ଅନେକ ଚାଷୀ ଭାଇ ଓ ଉଭଣୀମାନଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ମିଳିଥିଲା । ସେମାନଙ୍କ ଭିତରୁ କେତେକ ମୋକାନିକାଲ ଇଞ୍ଜିନିୟରିଂ ଡିଗ୍ରୀଧାରୀ ତ ଆଉକିଛି ପିଏଚଡି ଡିଗ୍ରୀଧାରୀ । ଆଉ କିଛି ନାସାର ସମ୍ମାନଜନକ ଚନ୍ଦ୍ରାୟନ ମିଶନରେ କାମ କରୁଥିଲେ । ତାକୁ ଛାଡି ଏବେ ପ୍ରାକୃତିକ ଚାଷ କରିବାକୁ ମନ ବଳାଇ ଏଇଠି କାମ କରୁଛନ୍ତି । ସେମାନଙ୍କ ଭିତରୁ କିଛି ଚାଷୀଙ୍କୁ ବି ପ୍ରାକୃତିକ ଚାଷ ସମ୍ପର୍କରେ ଅବଗତ କରାଇଛନ୍ତି । ଏହି ଅବସରରେ ଏତିକି କୁହାଯାଇପାରେ ଯେ ଯଦି ଏଠାକୁ ମୁଁ ଆସିନଥାନ୍ତି ତେବେ ଜୀବନରେ କିଛି ହରାଇଥାନ୍ତି ବୋଲି ପ୍ରତୀତ ହୋଇଥାନ୍ତା । ଆଜି ଏଠାରୁ ମୁଁ ବହୁତ କିଛି ଶିଖିବାକୁ ପାଇଛି । ତାମିଲନାଡୁର ଚାଷୀମାନଙ୍କୁ ପରିବର୍ତନ ଲାଗି ଅଶେଷ ଧନ୍ୟବାଦ । ଚାଷୀ ଭାଇ, ଉଭଣୀ, କୃଷି ବିଜ୍ଞାନୀ, ଶିଳ୍ପ ସହଯୋଗୀ, ଷ୍ଟାର୍ଟ ଅପ ଓ ନିବେଶକାରୀମାନେ ସମସ୍ତେ ଏଇଠି ଉପସ୍ଥିତ ରହିଛନ୍ତି । ମୁଁ ସମସ୍ତଙ୍କୁ ସମ୍ମାନର ସହ ସ୍ୱାଗତ କରୁଛି ।

ବନ୍ଧୁଗଣ,

ଆଗାମୀ କିଛି ବର୍ଷ ଭିତରେ ଭାରତର କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆସିବାକୁ ଯାଉଛି । ପ୍ରାକୃତିକ ଚାଷ କ୍ଷେତ୍ରରେ ଭାରତ ସାରା ବିଶ୍ୱରେ ଏକ ହବରେ ପରିଣତ ହେବାକୁ ଯାଉଛି । ଜୈବ ବିବିଧତା ଭିତରେ ଆମ ଯୁବ ପିଢି ଚାଷ କାର୍ଯ୍ୟକୁ ଏବେ ଏକ ଆଧୁନିକ ଓ ଗ୍ରହଣ ଯୋଗ୍ୟ ମାଧ୍ୟମରେ ପରିଣତ ହୋଇପାରିଛି । ଏହା ଆମ ଦେଶର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବ ।

 

ବନ୍ଧୁଗଣ,

ମୋ ଚାଷୀ ଭାଇ ଓ ଉଭଣୀମାନେ,

ଗତ ୧୧ ବର୍ଷ ଭିତରେ ଭାରତବର୍ଷର କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତନ ଘଟିଛି । ଆମ କୃଷିଜାତ ଦ୍ରବ୍ୟ ରପ୍ତାନୀ ଏବେ ଦ୍ୱିଗୁଣା ହୋଇଛି । କୃଷିକୁ ଆଧୁନିକ ପ୍ରଣାଳୀରେ କରିବା ପାଇଁ ଓ ଚାଷୀଙ୍କୁ ସବୁପ୍ରକାର ସହାୟତା ଦେବା ପାଇଁ ସରକାର ସବୁପ୍ରକାର ଦ୍ୱାର ଖୋଲା ରଖିଛନ୍ତି । କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ଚାଷୀମାନେ ଚଳିତବର୍ଷ ୧୦ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପାଇଛନ୍ତି । ସାତବର୍ଷ ପୂର୍ବେ କେସିସିରେ ମତ୍ସ୍ୟଜୀବୀ ଓ ପଶୁଚାଷୀମାନେ ଅନ୍ତର୍ଭୁକ୍ତ ହେବା ପରେ ବହୁ ଲାଭାନ୍ୱିତ ହୋଇପାରିଛନ୍ତି । ଜୈବିକ ସାରରେ ଜିଏସଟି ହ୍ରାସ ପାଇଁ ଚାଷୀମାନେ ବହୁ ସୁଫଳ ପାଇଛନ୍ତି ।

ବନ୍ଧୁଗଣ,

କିଛି ସମୟ ପୂର୍ବରୁ ପିଏମ କିଷାନ ସମ୍ମାନ ନିଧି ଯୋଜନାର ପରବର୍ତୀ କିସ୍ତି ଆମେ ଏଠାରୁ ପ୍ରଦାନ କରିଛୁ । ସାରା ଦେଶର କୃଷକମାନେ ନିଜ ନିଜ ଖାତାରେ ୧୮ ହଜାର କୋଟି ଟଙ୍କା ପାଇଛନ୍ତି । ଏଇ ତାମିଲନାଡୁରେ ବି ଲକ୍ଷାଧିକ ଚାଷୀ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଲାଭାନ୍ୱିତ ହୋଇଛନ୍ତି ।

ବନ୍ଧୁଗଣ,

ଆଜି ଯାଏ ଏହି ଯୋଜନା ଅଧୀନରେ ଦେଶର ଛୋଟ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ୪ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର୍ମର କରାଯାଇଛି । ଏହି ପଇସାରେ ଚାଷୀମାନେ ଛୋଟମୋଟ କାମ କରିଛନ୍ତି । ଏହି ଯୋଜନାର ସୁଫଳ ପାଇଥିବା ହିତାଧିକାରୀଙ୍କ ନିକଟରେ ମୁଁ କୃତଜ୍ଞ । ଦୁଇ ଜଣ ଛୋଟ ପିଲା ବହୁ ସମୟ ହେଲା ପ୍ଲାକାର୍ଡ ଧରି ପଛରେ ଛିଡା ହୋଇଛନ୍ତି । ସେମାନଙ୍କଠାରୁ ପ୍ଲାକାର୍ଡ ଆଣିବା ପାଇଁ ସୁରକ୍ଷା କର୍ମୀମାନଙ୍କୁ ମୁଁ ଅନୁରୋଧ କରୁଛି । ସେମେଜ ଯାହା ହୋଇଥାଉ ତାକୁ ମୁଁ ଗମ୍ଭାରତାର ସହ ବିଚାର କରିବି ।

 

ବନ୍ଧୁଗଣ,

ଧନ୍ୟବାଦ, ଝିଅ । ତମେ ବହୁ ସମୟ ହେଲା ହାତ ଟେକି ଛିଡା ହୋଇଛ ।

ବନ୍ଧୁଗଣ,

ପ୍ରାକୃୃତିକ ଚାଷର ପ୍ରଚାର ପ୍ରସାର ଏକବିଂଶ ଶତାବ୍ଦୀର ଆବଶ୍ୟକତା । ଚାଷ ଜମିରେ ଅଧିକରୁ ଅଧିକ ରାସାୟାନିକ ସାର ପ୍ରୟୋଗ ଫଳରେ ଉର୍ବରତା ଦିନକୁ ଦିନ କମି କମି ଯାଉଛି । ଏହା ଛଡା ଫସଲର ମୂଲ୍ୟ ପ୍ରତିବର୍ଷ ବଢି ବଢି ଚାଲିଛି । ଶସ୍ୟର ବର୍ଗୀକରଣ ସହ ପ୍ରାକୃତିକ ଚାଷ ହେଉଛି ଏହାରା ପ୍ରକୃଷ୍ଟ ସମାଧାନର ପନ୍ଥା ।

ବନ୍ଧୁଗଣ,

ଆମ ମାଟିର ଉର୍ବରତା ରକ୍ଷା ସହ ଶସ୍ୟର ପୋଷକତା ରକ୍ଷା କରିବା ଲାଗି ଆମେ ଯଥାଶୀଘ୍ର ପ୍ରାକୃତିକ ପଦ୍ଧତିର ଚାଷ କାର୍ଯ୍ୟ ଆଡକୁ ମୁହାଁଇବା ଉଚିତ । ଏହାର ଆବଶ୍ୟକତା ଓ ଦୃଷ୍ଟିକୋଣ । ତେବେ ଯାଇ ଆଗାମୀ ପିଢି ଲାଗି ଆମେ ଜୈବ ବିବିଧତାକୁ ରକ୍ଷା କରିପାରିବା । ଜଳବାୟୁ ପରିବର୍ତନକୁ ମୁକାବିଲା କରିବା ଲାଗି ପ୍ରାକୃତିକ ଚାଷ ଆମକୁ ସାହାଯ୍ୟ କରେ । ମାଟିିର ଉର୍ବରତାକୁ ରକ୍ଷା କରି ରାସାୟାନିକ ସାର ପ୍ରଭାବରୁ ଆମକୁ ରକ୍ଷା କରେ । ଏ ଦିଗରେ ଆଜିର କାର୍ଯ୍ୟକ୍ରମ ବିଶେଷ ଭାବେ ସହାୟକ ହେବ ।

ବନ୍ଧୁଗଣ,

ଆମ ଦେଶ ଚାଷୀଙ୍କୁ ପ୍ରାକୃତିକ ଚାଷ ଆପଣେଇବା ଲାଗି ଆମ ସରକାର ପ୍ରୋତ୍ସାହନ ଦେଉଛନ୍ତି । ନିକଟରେ କେନ୍ଦ୍ର ସରକାର ପକ୍ଷରୁ ପ୍ରାକୃତିକ ଚାଷ ଉପରେ ଜାତୀୟ ମିଶନ ଲୋକାର୍ପଣ କରାଗଲା । ଲକ୍ଷାଧିକ ଚାଷୀ ଏଥିରେ ସାମିଲ ହୋଇଛନ୍ତି । ଦକ୍ଷିଣ ଭାରତରେ ଏହାର ଖୁବ ପ୍ରଭାବ ଦେଖିବାକୁ ମିଳିଥାଏ । ତାମିଲନାଡୁରେ କେବଳ ୩୫ ହଜାର ହେକ୍ଟର ଜମିରେ ପ୍ରାକୃତିକ ଉପାୟରେ ଚାଷ କରାଯାଉଛି ।

ବନ୍ଧୁଗଣ,

ପ୍ରାକୃତିକ ଚାଷ ହେଉଛି ଭାରତବର୍ଷର ନିଜସ୍ୱ ସୃଷ୍ଟି । ଆମେ ଏହାକୁ କାହାଠାରୁ ଆଣି ନାହୁଁ । ଆମେ ଏହାକୁ ଆମ ପରମ୍ପରାରୁ ଆଣିଛୁ । ଆମ ପୂର୍ବଜମାନେ ଏହାକୁ ଅତି ଯତ୍ନରେ ବଢାଇ ଆମକୁ ଦାନ କରିଛନ୍ତି । ମୋତେ ଖୁସି ଲାଗୁଛି ଯେ ଦକ୍ଷିଣ ଭାରତର ଲୋକେ ପରମ୍ପରାନୁଗତ ପ୍ରାକୃତିକ ଚାଷ ପ୍ରଣାଳୀକୁ ଆପଣେଇ ପାରିଛନ୍ତି । ସେଗୁଡିକ ଭିତରୁ ପଂଚଗାଭ୍ୟ, ଜୀବାମୃତ, ବୀଜାମ୍ରିତ, ଆଚାଦାନ ପ୍ରମୁଖ ଅନ୍ୟତମ । ଏହା ମାଟିର ସ୍ୱାସ୍ଥ୍ୟକୁ ଠିକ ରଖିବା ସହ ଶସ୍ୟକୁ ରାସାୟାନିକ ପ୍ରଭାବରୁ ମୁକ୍ତ ରଖେ ।

 

ବନ୍ଧୁଗଣ,

ଆମେ ଯେତେ ବେଳେ ପ୍ରାକୃତିକ ଚାଷ ସହ ଶ୍ରୀଅନ୍ନ ମାଣ୍ଡିଆ ଚାଷ କରିଥାଉ, ସେବେ ଧରଣୀ ମାତାଙ୍କୁ ସୁରକ୍ଷା ଦେବାରେ ପାଦେ ଆଗକୁ ଯାଇଥାଉ । ତାମିଲନାଡୁରେ ବି ଭଗବାନ ମୁରୁଗାନଙ୍କୁ ଥିନମ ଥିନାଇ ମାଭୁମ ଅର୍ପଣ କରାଯାଇଥାଏ । ମାଣ୍ଡିଆ ଓ ମହୁ ମିଶା ଏହା ଏକ ପ୍ରକାର ଭୋଗ । ତାମିଲ ଅଂଚଳରେ କମ୍ବୁ ଓ ସମାଇ, କେରଳ ଓ କର୍ଣ୍ଣାଟକରେ ରାଗି, ତେଲୁଗୁ ଭାଷା ଭାଷୀ ଅଂଚଳରେ ସଜ୍ଜା ଓ ଜୋନ୍ନା ପରି ଖାଦ୍ୟ ରହିଛି । ଏହି ସୁପରଫୁଡ କିପରି ବୈଶ୍ୱିକ ବଜାରରେ ପ୍ରବେଶ କରିପାରିବ ତାଉପରେ ଆମର ଲକ୍ଷ୍ୟ ରହିଛି । ପ୍ରାକୃତିକ ଉପାୟରେ ରାସାୟନିକ ସାର ବିହୀନ ଚାଷକୁ ଆମେ ପ୍ରାଧାନ୍ୟ ଦେଉଛୁ । ତେଣୁ ଏହି ସମ୍ମିଳନୀରେ ଏ ଦିଗରେ ସବିଶେଷ ଆଲୋଚନା ହେବ ।

ବନ୍ଧୁଗଣ,

ଏକକ ଅପେକ୍ଷା ଆମେ ବହୁମୁଖୀ ଚାଷକୁ ପ୍ରାଧାନ୍ୟ ଦେଇଆସିଛୁ । ଦକ୍ଷିଣ ଭାରତର ବହୁ ଅଂଚଳରୁ ଆମେ ଏନେଇ ଭଲ ରେସପନ୍ସ ପାଇଛୁ । କେରଳ କିମ୍ବା କର୍ଣ୍ଣାଟକ ଗଲେ ଆମେ ବହୁ ମହଲା ଚାଷ ଦେଖିବାକୁ ପାଉ । ଗୋଟିଏ କ୍ଷେତରେ ନଡିଆ ଗଛ, ବିଭିନ୍ନ ପ୍ରକାର ଫଳ ଗଛ ଥାଏ । ତା ତଳକୁ ମସଲା ଜାତୀୟ ଚାଷ କରାଯାଇଥାଏ । ଛୋଟିଆ ଜାଗାରେ ବହୁମୁଖୀ ଚାଷ ଯେ କରାଯାଇପାରେ ଏହା ହିଁ ସୂଚନା ଦେଇଥାଏ । ପ୍ରାକୃତିକ ଚାଷର ଏହା ହେଉଛି ମୌଳିକ ଦର୍ଶନ । ସାରା ଦେଶରେ ଏହା ଲାଗୁ କରିବାକୁ ରାଜ୍ୟଗୁଡିକ ବି ଇଚ୍ଛା ପ୍ରକାଶ କରିବା କଥା ।

ବନ୍ଧୁଗଣ,

ଚାଷ କାର୍ଯ୍ୟରେ ଦକ୍ଷିଣ ଭାରତ ହେଉଛି ଏକ ଜୀବନ୍ତ ବିଶ୍ୱବିଦ୍ୟାଳୟ । ଏହି ଅଂଚଳରେ ବିଶ୍ୱର ପୁରାତନ ଡ୍ୟାମ ନିର୍ମାଣ କରାଯାଇଛି । ତ୍ରୟୋଦଶ ଶତାବ୍ଦୀରେ ଏଠାରେ କଳିଙ୍ଗରାୟଣ କେନାଲ ତିଆରି କରାଯାଇଥିଲା । ଜଳ ସଂରକ୍ଷଣ ଦିଗରେ ମନ୍ଦିରର ମୁଖ୍ୟ ପୋଖରୀଗୁଡିକ ଉଦହାରଣ ସୃଷ୍ଟି କରିଥାନ୍ତି । ନୀଦର ଜଳକୁ ବୈଜ୍ଞାନିକ ଉପାୟରେ ସଂରକ୍ଷିତ କରି ଚାଷକାର୍ଯ୍ୟରେ ଲଗାଯାଇଛି । ହଜାର ହଜାର ବର୍ଷ ପୂର୍ବ ଏହି ଜମିରେ ବୈଜ୍ଞିନକ ଉପାୟରେ ଜଳ ସିଂଚନ ପ୍ରଣାଳୀକୁ କାର୍ଯ୍ୟକାରୀ କରାଯାଇଥିଲା । ତେଣୁ ମୁଁ ଭାବୁଛି ଯେ ଭାରତ ଓ ସାରା ବିଶ୍ୱ ଲାଗି ପ୍ରାକୃତିକ ଚାଷ କ୍ଷେତ୍ରରେ ଏହି ଅଂଚଳରୁ ହିଁ ନେତୃତ୍ୱ ବାହାରିବେ ।

 

ବନ୍ଧୁଗଣ,

ବିକଶିତ ଭାରତ ଲାଗି ଏକ କୃଷିଭିତିକ ଇକୋ ସିଷ୍ଟମ ତିଆରି କରିବା ଲାଗି ଆମେ ସମସ୍ତେ ମିଳିମିଶି କାମ କରିବା । ସାରା ଭାରତବର୍ଷ ବିଶେଶ କରି ତାମିଲନାଡୁର ଚାଷୀ ଭାଇ ଉଭଣୀମାନଙ୍କୁ ଗୋଟିଏ ଋତୁରେ ଗୋଟିଏ ଏକର ଜମିରୁ ପ୍ରଥମେ ଆରମ୍ଭ କରିବାକୁ କହିବି । ଜମିର ଗୋଟିଏ କୋଣରେ ଚାଷୀମାନେ ପ୍ରଥମେ ପରୀକ୍ଷାମୂଳକ ଭାବେ ଆରମ୍ଭ କରି ପରେ ଏହା ବିସ୍ତୃତ ରୂପ ଦେବା ଦରକାର । କୃଷି ପାଠ୍ୟକ୍ରମରେ ବି ପ୍ରାକୃତିକ ଚାଷକୁ ଅନ୍ତର୍ଭୁକ୍ତ କରିବାକୁ ବୈଜ୍ଞାନିକ ଓ ଗବେଷକଙ୍କୁ ଏହି ଅବସରରେ ମୁଁ କହିବି । ପ୍ରାକୃତିକ ଚାଷକୁ ଆପଣ ବିଜ୍ଞାନ ସମ୍ମତ ଏକ ଚାଷ ଆନ୍ଦୋଳନରେ ପରିଣତ କରିପାରିବେ । ରାଜ୍ୟ ସରକାରଙ୍କ ସମେତ ଏଫପିଓଗୁଡିକର ଏକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିବା କଥା । ଗତ କିଛି ବର୍ଷ ଭିତରେ ସାରା ଦେଶରେ ପ୍ରାୟ ୧୦ ହଜାର ଏଫପିଓ ସୃଷ୍ଟି ହୋଇପାରିଛି । ଏହି ଏଫପିଓର ସହଯୋଗକ୍ରମେ ଆମେ ଚାଷୀମାନଙ୍କର ଛୋଟିଆ କ୍ଲଷ୍ଟର ସୃଷ୍ଟି କରିପାରିବା । ସଫେଇ, ପ୍ରକ୍ରିୟାକରଣ ଓ ପ୍ୟାକେଜିଂର ସୁବିଧା ଆମେ ଲୋକଙ୍କ ପାଖରେ ପହଂଚାଇ ପାରିବା । ଇ-ନାମ ପରି ଅନଲାଇନ ମାର୍କେଟିଂ ସହ ଆମେ ଚାଷୀଙ୍କୁ ସିଧାସଳଖ ଯୋଡି ବି ପାରିବା । ଯେତେବେଳେ ଆମ ଚାଷୀଙ୍କ ପାରମ୍ପରିକ ଜ୍ଞାନ, ବିଜ୍ଞାନର କରାମତି, ସରକାରୀ ସାହାଯ୍ୟ ସହଯୋଗ ଏକ ହୁଏ ସେବେ କେବଳ ଆମ ଚାଷୀମାନେ ଉପକୃତ ହୁଅନ୍ତି ସେକଥା ନୁହେଁ ବରଂ ସେବେ ଆମ ଧରଣୀ ମାତା ପୁଷ୍କଳ ହୋଇଥାଏ ।

ବନ୍ଧୁଗଣ,

ମୁଁ ବିଶ୍ୱାସ କରେ ଯେ, ଏହି ସମ୍ମେଳନ ଓ ଚାଷୀମାନଙ୍କ ଅଭୂତପୂର୍ବ ଉତ୍ସୁକତା ପ୍ରାକୃତିକ ଚାଷ କ୍ଷେତ୍ରରେ ଆମ ଦେଶକୁ ଏକ ନୂତନ ଦିଶା ଦେଖାଇବ । ନୂଆ ନୂଆ ଆଇଡିଆ ଓ ସମାଧାନର ପନ୍ଥା ଏଇଠୁ ବାହାରିବ । ଏହି ବିଶ୍ୱାସର ସହ ଆଉଥରେ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ହୃଦୟର କୃତଜ୍ଞତା ଜଣାଉଛି । ବହୁତ ବହୁତ ଧନ୍ୟବାଦ ।

ଦୟାକରି ମୋ ସହ କୁହନ୍ତୁ

ଭାରତ ମାତାଙ୍କର ଜୟ ହେଉ

ଭାରତ ମାତାଙ୍କର ଜୟ ହେଉ

ଭାରତ ମାତାଙ୍କର ଜୟ ହେଉ

ବହୁତ ବହୁତ ଧନ୍ୟବାଦ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth